ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ପ୍ରସ୍ତୁତି … ବିଧାନସଭା ପରିସରରେ ଆରମ୍ଭ ହେଲା କୋଭିଡ୍ ଟେଷ୍ଟ
ନାବାଳିକା ଗଣଦୁଷ୍କର୍ମ ମାମଲାରେ ଫସିଥିବା ଓଟିଭି ଓ ଏହାର ଏମଡି ଜଗି ପଣ୍ଡାଙ୍କ ବିରୋଧରେ ଜମି କେଳେଙ୍କାରୀ ଅଭିଯୋଗ
ନାବାଳିକା ଗଣଦୁଷ୍କର୍ମ ମାମଲାରେ ଫସିଥିବା ଓଟିଭି ଓ ଏହାର ଏମ୍ଡି ଜଗି ପଣ୍ଡାଙ୍କ ବିରୋଧରେ ଜମି କେଳେଙ୍କାରୀ ଅଭିଯୋଗ
ଖୋର୍ଦ୍ଧାରେ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ, ଦିନକରେ ଚିହ୍ନଟ ହେଲେ ସର୍ବାଧିକ
ଭୁବନେଶ୍ୱର: ରାଜ୍ୟ କରୋନା ପରୀକ୍ଷଣ ବଢିବା ସହ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ପାର୍ ହୋଇଯାଇଛି । ରାଜ୍ୟର ୩୦ ଜିଲ୍ଲାରୁ ଆଉ ୪ହଜାର ୩ ଶହ ୫୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨ ହଜାର ୫ ଶହ ୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧ ହଜାରା ୮ ଶହ ୨୭ ଲୋକାଲ କେସ ରହିଛି । ସେହିପରି ଆଉ ୧୬ ଜଣଙ୍କ ଜୀବନ ନେଇଛି ମହାମାରୀ । ଖୋର୍ଦ୍ଧାରୁ ସର୍ବାଧିକ ୯ ଶହ ୨ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ୫ ହଜାର ୪ ଶହ ୫୨କୁ ବୃଦ୍ଧି ପାଇଛି ।
6. Boudh: 49
7. Cuttack: 409
8. Deogarh: 14
9. Dhenkanal: 84
10. Gajapati: 20
11. Ganjam: 62
12. Jagatsinghpur: 171
13. Jajpur: 136
14. Jharsuguda: 120
15. Kalahandi: 71
16. Kandhamal: 91
17. Kendrapada: 119
18. Keonjhar: 55
19. Khurda: 902
20. Koraput: 82
21. Malkangiri: 28— I & PR Department, Odisha (@IPR_Odisha) September 26, 2020
ଶନିବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ୯୦୨ ଓ କଟକରୁ ୪୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୧୯୭ , ବାଲେଶ୍ୱରରୁ ୧୯୪ , ବରଗଡ଼ରୁ ୧୦୬, ଭଦ୍ରକରୁ ୧୨୪, ବଲାଙ୍ଗୀରରୁ ୭୭, ବୌଦ୍ଧରୁ ୪୯, ଦେଓଗଡ଼ରୁ ୧୪, ଢେଙ୍କାନାଳରୁ ୮୪, ଗଜପତିରୁ ୨୦, ଗଞ୍ଜାମରୁ ୬୨, ଜଗତସିଂହପୁରରୁ ୧୭୧ , ଯାଜପୁରରୁ ୧୩୬, ଝାରସୁଗୁଡ଼ାରୁ୧୨୦, କଳାହାଣ୍ଡିରୁ ୭୧ , କନ୍ଧମାଳରୁ ୯୧, କେନ୍ଦ୍ରାପଡ଼ାରୁ ୧୧୯ , କେନ୍ଦୁଝରରୁ ୫୫, କୋରାପୁଟରୁ ୮୨, ମାଲକାନଗିରିରୁ ୨୮, ମୟୁରଭଞ୍ଜରୁ ୧୫୩, ନବରଙ୍ଗପୁରରୁ ୫୮, ନୟାଗଡ଼ରୁ ୫୧, ନୂଆପଡ଼ାରୁ ୧୭୩, ପୁରୀରୁ ୨୬୮ , ରାୟଗଡ଼ାରୁ ୧୨୧, ସମ୍ବଲପୁରରୁ ୮୧, ସୁନ୍ଦରଗଡ଼ରୁ ୧୦୧, ସୋନପୁରରୁ ୧୪,ଷ୍ଟେଟ ପୁଲ୍ ୧୨୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 153
23. Nawrangpur: 58
24. Nayagarh: 51
25. Nuapada: 173
26. Puri: 168
27. Rayagada: 121
28. Sambalpur: 81
29. Sonepur: 14
30. Sundargarh: 101
31. State Pool: 326New Recovery: 4388
Cumulative Tested: 3062717
Positive: 205452
Recovered: 165432
Active Case: 39184— I & PR Department, Odisha (@IPR_Odisha) September 26, 2020
ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୫ ହଜାର ୪ ଶହ ୫୨ରେ ପହଞ୍ଚିଛି । ଶନିବାର ରାଜ୍ୟରେ ଆଉ ୧୬ମୁଣ୍ଡ ନେଇଛି କରୋନା । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭୮୩ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଲକ୍ଷେ ୬୫ ହଜାର ୪୩୨ସୁସ୍ଥ ହୋଇଥିବା ବେଳେ ୩୯ ହଜାର ୧୮୪ଟି ସକ୍ରିୟ ମାମଲା ରହିଛି ।
ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ
ଖୋର୍ଦ୍ଧା: କ୍ରୋଧରେ ନୃଶଂସ ହେଲା ସ୍ୱାମୀ । ଆଉ କ୍ରୋଧର ଶୀକାର ହେଲା ସ୍ତ୍ରୀ । ସବୁ ପରିସ୍ଥିତିକୁ ନିଜ ଭିତରେ ସମାଧାନ କରିବା ପରିବର୍ତ୍ତେ ସ୍ତ୍ରୀର ରକ୍ତମୁଖା ହୋଇଗଲା ନୃଶଂସ ସ୍ୱାମୀ । ଆଉ ଅକାରଣରେ ଚାଲିଗଲା ସ୍ତ୍ରୀର ଜୀବନ । ଖୋର୍ଦ୍ଧା ଜିଲ୍ଲାର ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ପି.ଏନ.କଲେଜ ରୋଡ଼ ପାଖରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ପାରିବାରିକ କଳହରୁ ନୃଶଂସ ସ୍ୱାମୀ ନିଜ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଥିବା ହୋଇଛି ଅଭିଯୋଗ ।

ମୃତକ ହେଉଛନ୍ତି ୨୮ ବର୍ଷୀୟ ସସ୍ମିତା ବେହେରା। ବିବାହ ପରେ ସ୍ୱାମୀ ସ୍ତ୍ରୀ ଏକାଠି ରହୁଥିବା ବେଳେ କିଛିଦିନ ହେବ ସ୍ତ୍ରୀ ସସ୍ମିତା ବେହେରା ନିଜ ବାପଘରେ ଆସି ରହୁଥିଲେ । ତେବେ ସ୍ୱାମୀ ହରେକୃଷ୍ଣ ବେହେରା ବେଳବେଳେ ସସ୍ମିତାଙ୍କ ପାଖକୁ ଆସି ଗଣ୍ଡଗୋଳ କରୁଥିବା ଅଭିଯୋଗ କରାଯାଇଛି । 
ସୂଚନା ଅନୁସାରେ, ପୂର୍ବ ରାତିରେ ପାରିବାରିକ କଳହକୁ ନେଇ ସ୍ୱାମୀ ହରେକୃଷ୍ଣ ବେହେରାଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ରାଗିଯାଇ ସ୍ୱାମୀ ପତ୍ନୀ ସସ୍ମିତାଙ୍କୁ ହତ୍ୟା କରି ଫେରାର ହୋଇଯାଇଛି । ସସ୍ମିତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଲିଛି । ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ, ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଚଳାଇଛନ୍ତି।
ମୌସୁମୀ ଅଧିବେଶନ ପୂର୍ବରୁ ବିଧାନସଭା ପରିସରରେ ଚାଲିଛି କୋଭିଡ ପରୀକ୍ଷା
ଭୁବନେଶ୍ୱର: ନିଦ ହଜାଇଛି କରୋନା ସଂକ୍ରମଣ । କରୋନାକୁ ନିୟନ୍ତ୍ରଣରେ ଆଣିବାକୁ ଜାରି ରହିଛି ପ୍ରୟାସ । କରୋନା କାୟାରେ ପୂରା ବିଶ୍ୱ ଏଭଳି ପରିସ୍ଥିତିରେ କରୋନାକୁ ମାତ୍ ଦେବାକୁ ଚାଲିଛି ପ୍ରୟାସ । ତେଣୁ ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବିଧାନସଭା ପରିସରରେ କରାଯାଉଛି କୋଭିଡ଼ ପରୀକ୍ଷା ।
ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ଆଜି ବିଧାନସଭା ପରିସରରେ ଆରମ୍ଭ ହୋଇଛି କୋଭିଡ ପରୀକ୍ଷା । ବିଧାନସଭା କର୍ମଚାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ମନ୍ତ୍ରୀ, ସାମ୍ବାଦିକଙ୍କର କୋଭିଡ ପରୀକ୍ଷା ଚାଲିଛି । କୋଭିଡ୍ ସମୟରେ ସଚେତନ ରହି ଗୃହ ଚଲାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଆସନ୍ତା ୨୯ ତାରିଖ ପୂର୍ବାହ୍ନ ୧୧ଟାରୁ ଅଧିବେଶନ ଆରମ୍ଭ ହେବ । ପ୍ରଥମାର୍ଦ୍ଧରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ରହିବ ମୁଲତବୀ । ସେହିଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟ ପୁଣି ଚାଲିବ । ଅନ୍ୟ ଦିନମାନଙ୍କରେ ଗୃହକାର୍ଯ୍ୟ ସକାଳ ୧୦ଟା ୩୦ରୁ ଆରମ୍ଭ ହୋଇ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ସେହିଭଳି ଦ୍ୱିତୀୟାର୍ଦ୍ଧରେ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟ ଚାଲିବ ବୋଲି ବାଚସ୍ପତି କହିଛନ୍ତି । ତେବେ ପ୍ରଶ୍ନକାଳକୁ ନେଇ ବିବାଦ ଚାଲିଥିବା ବେଳେ ପ୍ରଶ୍ନକାଳ ରହିବ କି ନାହିଁ ତାହା ଅଧିବେଶନ ଦିନ ହିଁ ନିଷ୍ପତ୍ତି ନିଆଯିବ ।
ହାଜର ହେଲେ ଦୀପିକା ପାଦୁକୋନ, ଧାଡିରେ ଅଛନ୍ତି ଶ୍ରଦ୍ଧା ଓ ସାରା
ମୁମ୍ବାଇ: ଖୋଲୁଛି ବଲିଉଡ୍ ବିୟୁଟିଙ୍କ ପେଡି । ଏନସିବିର ଛାନଭିନ ପରେ ଏବେ ସତ ସାମ୍ନାକୁ ଆସିବାରେ ଲାଗିଛି । ସୁଶାନ୍ତ ସିଂ ମୃତ୍ୟୁ ମାମଲାର ସତ ଖୋଜୁ ଖୋଜୁ ବି-ଟାଉନର ବିୟୁଟିଙ୍କ କାରବାରର ପର୍ଦ୍ଦାଫାସ ହେଉଛି । ଡି ଲିଙ୍କ କାରବାର ନେଇ ଆଜି ଏନସିବିରେ ହାଜର ହେଲେ ଅଭିନେତ୍ରୀ ଦୀପିକା ପାଦୁକୋନ । ଡ୍ରଗ୍ସ କାରବାର ନେଇ ହୋଇଥିବା ହ୍ୱାଟସାପ୍ ଚାଟ୍ ବିଷୟରେ ପଚରାଉଚରା କରିବ ଏନସିବି । ଦୀପିକାଙ୍କ ସମେତ ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନ ମଧ୍ୟ ଆଜି ଏନସିବିରେ ହାଜର ହେବେ । ଗତକାଲି ଅଭିନେତ୍ରୀ ରକୁଲପ୍ରୀତି ସିଂଙ୍କୁ ଚାରି ଘଣ୍ଟା ଧରି ଜେରା କରିଥିଲା ଏନସିବି । ଏହି ସମୟରେ ଏନସିବିକୁ ଅନେକ ତଥ୍ୟ ଦେଇଛନ୍ତି ରକୁଲ । ଡ୍ରଗ୍ସ ହ୍ୱାଟସଆପ୍ ଗ୍ରୁପର ଆଡମିନ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଥିବା ନେଇ ତଦନ୍ତକାରୀ ସଂସ୍ଥା ଆଗରେ କହିଛନ୍ତି ରକୁଲ ।

୨୦୧୭ରେ ଏହି ହ୍ୱାଟସଆପ୍ ଗ୍ରୁପରେ ଚାଟ୍ ହୋଇଥିବା କହିଛନ୍ତି ରକୁଲ । ସେ ନିଜେ କେବେ ବି ଡ୍ରଗ୍ସ ନେଉନଥିଲେ, କି କୌଣସି ଡ୍ରଗ୍ସ ମାଫିଆଙ୍କ ସମ୍ପର୍କରେ ନଥିଲେ । ତେବେ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ନେଉଥିବା ଓ ପାଖରେ ଡ୍ରଗ୍ସ ରଖିଥିବା କଥା ଏନସିବିକୁ କହିଛନ୍ତି ରକୁଲ । ସେପଟେ କରଣ ଜୋହରଙ୍କ ଘରେ ହୋଇଥିବା ପାର୍ଟି ଉପରେ ରହିଛି ଏନସିବିର ନଜର । ଭିଡିଓକୁ ନେଇ ଖୋଳତାଡ କରିପାରେ ତଦନ୍ତକାରୀ ସଂସ୍ଥା |
ଏମ୍ସ ଡାକ୍ତର ଦେଲେ କିଛି ଏମିତି ଭୟାନକ ତଥ୍ୟ, ସୁଶାନ୍ତଙ୍କ ପରିବାର ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ କହିଲେ ଏମିତି କଥା
ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ । ସୁଶାନ୍ତଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି ବୋଲି କହିଛନ୍ତି ଏମ୍ସ ଡାକ୍ତର । ସୁଶାନ୍ତଙ୍କ ମୃତ୍ୟୁ ପରେ ତଦନ୍ତ ବେଳେ ବଲିଉଡ଼ ଓ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଛି । ଫଳରେ ତଦନ୍ତ ହେଉଛି ଦିଗହରା । ମୃତ୍ୟୁ ରହସ୍ୟରୁ ପର୍ଦ୍ଦା ଉଠିନଥିବା ବେଳେ ଡ୍ରଗ୍ସ ଲିଙ୍କ ନେଇ ଚାଲିଛି ଘମାଘୋଟ ସମନ ଓ ଜେରା । ଫସୁଛନ୍ତି ଅନେକ ବି-ଟାଉନ ସେଲିବ୍ରିଟି । ସୁଶାନ୍ତଙ୍କୁ ଭୁଲି ଖୋଲତାଡ ଚାଲିଛି ଡ୍ରଗ୍ସ ଲିଙ୍କର ।
ସିବିଆଇ ଘଟଣାର ତଦନ୍ତ କରୁଥିଲେ ହେଁ ଏଯାଏ ହତ୍ୟା ମାମଲା ରୁଜୁ କରିନାହିଁ । ଏନେଇ ସୁଶାନ୍ତଙ୍କ ପରିବାର ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ବିକାଶ ସିଂହ ସାଂଘାତିକ ତଥ୍ୟ ସାମ୍ନାକୁ ଆଣିଛନ୍ତି। ସେ କହିଛନ୍ତି, ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି । ଏକଥା ବହୁ ଦିନ ପୂର୍ବରୁ ଏମ୍ସ ଡାକ୍ତର ତାଙ୍କୁ କହିଥିଲେ ବୋଲି ସେ କହିଛନ୍ତି । ଏନେଇ ସେ ଟ୍ୱିଟ କରି କହିଛନ୍ତି, “ସିବିଆଇ ତଦନ୍ତକୁ ଦେଖି ମୁଁ ହତାଶ ଓ ବିରକ୍ତ ହୋଇଗଲିଣି। ଏମ୍ସ ଡାକ୍ତର ମୋତେ ବହୁଦିନ ପୂର୍ବରୁ କହିଥିଲେ ଯେ ସୁଶାନ୍ତଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି । ମୁଁ ସେମାନଙ୍କୁ ସୁଶାନ୍ତ ମୃତ୍ୟୁ ବେଳର ଫଟୋ ପଠାଇଥିଲି । ଏହି ସମୟରେ ଏମ୍ସ ଟିମରେ ଥିବା ଡାକ୍ତରମାନେ ମୋତେ କହିଥିଲେ ଯେ ଫଟୋରୁ ଏହା ସ୍ପଷ୍ଟ ଯେ, ସୁଶାନ୍ତଙ୍କୁ ତଣ୍ଟି ଚପି ହତ୍ୟା କରାଯାଇଛି। ଏହା ଆଦୌ ଆତ୍ମହତ୍ୟା ନୁହେଁ। ତଥାପି ସିବିଆଇ ହତ୍ୟା ମାମଲା ରୁଜୁ ନ କରିବା ସମସ୍ତଙ୍କ ଭଳି ମୋତେ ମଧ୍ୟ ଆଶ୍ଚର୍ଯ୍ୟ କରୁଛି।”କେବଳ ସେତିକି ନୁହେଁ ତଦନ୍ତର ଦିଗକୁ ଦେଖି ନିଜକୁ ହେଲ୍ପଲେସ୍ ବୋଲି କହିଛନ୍ତି ସେ ।
ସିବିଆଇ ତଦନ୍ତ ହଠାତ୍ ଶୀଥିଳ ହୋଇପଡ଼ିଛି। ତଦନ୍ତର ଦିଗ କେଉଁ ଆଡ଼େ ଯାଉଛି, କେହି ବି ଜାଣି ପାରୁନାହାନ୍ତି। ସାଧାରଣତଃ ସିବିଆଇ ଯେଉଁ ମାମଲାର ତଦନ୍ତ କରେ, ତା’ ଉପରେ ସାମ୍ବାଦିକ ସମ୍ମିଳନୀ କରେ। ହେଲେ ଏହି ମାମଲାରେ ଆଜି ଯାଏ ସିବିଆଇ କୌଣସି ସାମ୍ବାଦିକ ସମ୍ମିଳନୀ କରିନାହିଁ। ଏଯାଏ ତଦନ୍ତ କରି ସିବିଆଇ କ’ଣ ପାଇଛି, ସେକଥା ବି ଜଣାନାହିଁ। ଏହା ଗୁରୁତ୍ୱର ପ୍ରସଙ୍ଗ ବୋଲି ସେ କହିଛନ୍ତି। ଗଲା ଜୁନ୍ ୧୪ରେ ବାନ୍ଦ୍ରା ସ୍ଥିତ ବାସଭବନରେ ବଲିଉଡ଼ଡ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଥିଲା ।
ନକଲି ମହୁ, ଅଗୁର, ଗଙ୍ଗା ଜଳ , ଘିଅ ପରେ ଏବେ ବଜାରରେ ବୁଲୁଛି ନକଲି ସସ୍
କଟକ: ନକଲି ଖାଦ୍ୟ ପଦାର୍ଥ ପାଇଁ ଅସୁସ୍ଥ ହେଉଛନ୍ତି ଲୋକେ । ତେଲଠୁ ଆରମ୍ଭ କରି ଲୁଣ ପର୍ଯ୍ୟନ୍ତ ସବୁଥିରେ କରାଯାଉଛି ଘୋଟାଲା । ଗତ କିଛିଦିନ ତଳେ ଘିଅର ନକଲି କାରଖାନା ଉଉରେ ଚଢାଉ କରାଯାଇଥିବା ବେଳେ ଆଜି ନକଲି ସସ୍ କମ୍ପାନୀରେ ରେଡ୍ ହୋଇଛି । ନକଲି ସସ୍ ପ୍ରସ୍ତୁତ କରାଯାଉଥିବା କମ୍ପାନୀ ଉପରେ ଯେତେବେଳେ ଚଢାଉ କରାଗଲା ସେଠାରେ ବୋତଲ ବୋତଲ ସସ୍ ଜବତ ସସ୍ ଜବତ କରାଯାଇଥିଲା । ଏହାସହ ଏହି ସସ୍ ଗୁଡ଼ିକରେ ଅପମିଶ୍ରଣ ହେଇଥିବା ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଥିଲା ।

କଟକ ଜଗତପୁର ଆଇବି ରୋଡ଼ରେ ଚୋରାରେ ଚାଲିଥିବା ଏକ ନକଲି ସସ କମ୍ପାନୀ ଉପରେ ଜଗତପୁର ପୋଲିସ ଅତର୍କିତ ଚଢାଉ କରିଛି । ଚଢାଉରେ ଲକ୍ଷାଧିକ ଟଙ୍କାର ସସ୍ ପ୍ରସ୍ତୁତକାରୀ ସାମଗ୍ରୀ ଜବତ କରାଯିବା ସହିତ ମାଲିକ କର୍ମଚାରୀଙ୍କୁ ଅଟକ ରଖି ପଚାରାଉଚରା କରାଯାଉଛି।

ନିମ୍ନମାନର ଖାଦ୍ୟ ସାମଗ୍ରୀ ଓ କେମିକାଲ ମିଶାଇ ପ୍ରସ୍ତୁତ କରାଯାଉଥିଲା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ପୋଲିସ ତଦନ୍ତ ଜାରି ରହିଛି । ଏହା ପୂର୍ବରୁ ନକଲି ମହୁ, ଅଗୁର, ଗଙ୍ଗା ଜଳ , ଘିଅ ଆଦି କମ୍ପାନି ଉପରେ ପୋଲିସ ଚଢ଼ାଉ କରିସାରିଛି। ସହର ତଥା ଆଖପାଖ ଅଂଚଳରେ ଏହି କମ୍ପାନୀ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ପୋଲିସ ସେସବୁ ଉପରେ ଚଢ଼ାଉ ଜାରି ରଖିଛି ।
ଲଗାତାର ୨ଟି ମ୍ୟାଚରେ ପରାଜୟର ସ୍ୱାଦ ଚାଖିଲା ଚେନ୍ନାଇ
ଆବୁଧାବି: ଆଇପିଏଲ ଲଢେଇ । ଚେନ୍ନାଇ ସୁପରକିଙ୍ଗସକୁ ୪୪ ରନରେ ହରାଇଲା ଦିଲ୍ଲୀ କ୍ୟାପିଟଲ୍ସ । ଚେନ୍ନାଇକୁ ୧୭୬ ରନର ଟାର୍ଗେଟ ଦେଇଥିଲା ଦିଲ୍ଲୀ । ଏହାର ଜବାବରେ ୭ ୱିକେଟ୍ ହରାଇ ୧୩୧ ରନ୍ କରିବାରେ ସହାୟକ ହୋଇଥିଲା ଧୋନିଙ୍କ ଟିମ୍ । ଓପନର ମୁରଲି ବିଜୟ ୧୦ ରନ୍ ଓ ସେନ୍ ୱାଟସନ୍ ୧୪ ରନ୍ କରି ଆଉଟ ହୋଇଥିବାବେଳେ ଫାଫ୍ ଡୁ ପ୍ଲେସିସ୍ ୪୩ ରନ୍ । କେଦାର ଯାଦବ ୨୬ ରନ୍, ଅଧିନାୟକ ମହେନ୍ଦ୍ର ସିଂ ଧୋନି ୧୫ ରନ୍ ଓ ରବିନ୍ଦ୍ର ଜାଡେଜା ୧୨ ରନ୍ କରି ଆଉଟ ହୋଇଥିଲେ ।

ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ । ଜବାବରେ ଦିଲ୍ଲୀର ଓପନର ବ୍ୟାଟସମ୍ୟାନ୍ ପୃଥି ସ ୬୪ ରନ୍ କରି ଆଉଟ ହୋଇଥିବାବେଳେ ୩୫ ରନ୍ କରି ଆଉଟ ହୋଇଥିଲେ ଶିଖର ଧାୱନ । ସେହିଭଳି ଅଧିନାୟକ ଶ୍ରେୟର ଆୟାର ୨୬ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ରିସଭ ପନ୍ଥ ୩୭ ରନ୍ କରି ଅପରାଜିତ ଥିଲେ । ସେପଟେ ଆଜି ଆବୁଧାବିରେ ମୁହାଁମୁହିଁ ହେବେ ସନ ରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଡ୍ ରାଇଡର୍ସ
କରୋନାକୁ ମାତ୍ ଦେବାକୁ ଜିଲ୍ଲା ବଣିକ ସଙ୍ଘର ଦୃଢ ନିଷ୍ପତ୍ତି
ଝାରସୁଗୁଡ଼ା: କରୋନାକୁ ମାତ ଦେବାକୁ ଅଣ୍ଟା ଭିଡ଼ିଛି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ । ଗତ କିଛିଦିନ ହେବ ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନେଇଛି ପଦକ୍ଷେପ । ଝାରସୁଗୁଡାର ସମସ୍ତ ଦୋକାନ ବଜାର ଆଜିଠାରୁ ୭ଦିନ ପାଇଁ ବନ୍ଦ ରହିବ । ଏ ନେଇ ନିଷ୍ପତ୍ତି ନେଇଛି ଜିଲ୍ଲା ବଣିକ ସଙ୍ଘ । ବନ୍ଦ ସମୟରେ କେବଳ ପନିପରିବା ଦୋକାନ, ଗ୍ରୋସେରୀ ଦୋକାନ ଓ ମାଛମାଂସ ଦୋକାନ ସକାଳ ୭ରୁ ୧୨ଟା ଯାଏଁ ଖୋଲା ରହିବ । ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ ବୋଲି ଜିଲ୍ଲା ବଣିକ ସଙ୍ଘ ନିଷ୍ପତ୍ତି ନେଇଛି ।
କେବଳ ସେତିକି ନୁହେଁ ଏନେଇ ଦୋକାନୀଙ୍କୁ କ୍ଷତିପୂରଣ ମଧ୍ୟ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ପ୍ରଭାବିତ ଦୋକାନୀଙ୍କୁ ପ୍ରଶାସନ ତରଫରୁ ୨୫୦୦ ଟଙ୍କା ସହାୟତା ମିଳିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଝାରସୁଗୁଡା ଜ଼ିଲ୍ଲାରେ କରୋନା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉ ଥିବାରୁ ବେହେରାମାଲ, ସରବାହାଲ, ପୁରୁଣାବସ୍ତି ଏବଂ ଏକାତାଲି ଅଂଚଳକୁ ସମ୍ପୂର୍ଣ୍ଣ ଭାବେ ସିଲ କରାଯାଇଛି l ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛି ଜିଲ୍ଲା ପ୍ରଶାସନ l

