spot_img
Home Blog Page 6379

ଚୀନ୍ ଫାର୍ମାସିଟ୍ୟୁକାଲ୍ କମ୍ପାନୀର ଦାବି: ୨୦୨୧ ବେଳକୁ ସାରା ବିଶ୍ୱକୁ ବିତରଣ ହୋଇପାରିବ କରୋନା ଟିକା

ନୂଆଦିଲ୍ଲୀ: କରୋନା ଟିକା ନେଇ ବିଶ୍ୱବ୍ୟାପୀ ରିସର୍ଚ୍ଚ ଚାଲିଥିବା ବେଳେ ୨୦୨୧ ପ୍ରଥମାର୍ଦ୍ଧରେ ଚୀନ ଟିକା ସାରା ବିଶ୍ୱରେ ବିତରଣ ହୋଇପାରିବ ବୋଲି ଚୀନ ପକ୍ଷରୁ କୁହାଯାଇଛି । ଏ ନେଇ ଚୀନର ଏକ ଫାର୍ମାସିଟ୍ୟୁକାଲ କମ୍ପାନୀ ପକ୍ଷରୁ ଦାବି କରାଯାଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି ୨୦୨୧ ବେଳକୁ ଯୁକ୍ତରାଷ୍ଟ୍ର ଆମେରିକା ସମେତ ସାରା ବିଶ୍ୱରେ ଚୀନ ତିଆରି କରୋନା ଟିକାକୁ ସାରା ବିଶ୍ୱରେ ବିତରଣ କରାଯାଇପାରିବ ।

Don't waste a minute: Chinese firm readies mass production for coronavirus  vaccine - World News

ଏଭଳି କି ସିନୋଭ୍ୟାକର ସିଇଓ ୟିନ୍ ଓ୍ୱିଡୋଙ୍ଗ ଆମେରିକାରେ କରୋନାଭ୍ୟାକ୍‌ (CORONA VAC) ବିକ୍ରୟ ପାଇଁ ଆମେରିକାର ଖାଦ୍ୟ ଏବଂ ଔେଷଧ ବିଭାଗରେ ଆବେଦନ କରିଛନ୍ତି । ଏବେ ଭ୍ୟାକ୍ସିନର ତୃତୀୟ ଏବଂ ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି ।  ୟିନ୍ ଆହୁରୀ କହିଛନ୍ତି ଯେ, ଆମର ପ୍ରାରମ୍ଭିକ ରଣନୀତି ଥିଲା ଯେ, ଆମେ ଚୀନ ଓ ଉହାନ୍ ପାଇଁ ଟିକା ପ୍ରସ୍ତୁତ କରିବୁ । ପରେ ଏଥିରେ ପରିବର୍ତ୍ତନ କରାଯାଇଥିଲା । ଏବଂ ସାରା ବିଶ୍ୱ ପାଇଁ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରିବା ନେଇ ରଣନୀତି ପ୍ରସ୍ତୁତ ହୋଇଥିଲା ।

ସରକାରୀ ମାଲିକାନା ସିନୋ ଫାର୍ମ ସହିତ ଚାଇନାର ଶ୍ରେଷ୍ଠ ଚାରିଟି ଟିକା ବିକାଶକାରୀ କମ୍ପାନୀ ମଧ୍ୟରୁ ସିନୋଭ୍ୟାକ୍ ଅନ୍ୟତମ | ବ୍ରାଜିଲ, ତୁର୍କୀ ଏବଂ ଇଣ୍ଡୋନେସିଆରେ କରୋନାଭ୍ୟାକ୍ ର ପ୍ରାଥମିକ ପରୀକ୍ଷଣରେ ୨୪,୦୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରୁଛନ୍ତି | ସିନୋଭ୍ୟାକ୍ କମ୍ପାନି ଟିକା ପରୀକ୍ଷା କରିବା ପାଇଁ ଅଧିକ ସଂକ୍ରମଣ , ବୃହତ୍ତ ଜନସଂଖ୍ୟା ଏବଂ ସୀମିତ ଗବେଷଣା ଏବଂ ବିକାଶ କ୍ଷମତା ବିଶିଷ୍ଟ ଦେଶମାନଙ୍କୁ ମନୋନୀତ କରିଛି |

ସୁନିଲ ଗାଭାସ୍କରଙ୍କ ଉପରେ ବର୍ଷିଲେ ଅନୁଷ୍କା, ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ ଏମିତି କଥା…

ସୁନିଲ ଗାଭାସ୍କରଙ୍କ ଉପରେ ବର୍ଷିଲେ ଅନୁଷ୍କା, ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ ଏମିତି କଥା…

ମୁମ୍ବାଇ: ୟୁଏଇରେ ଇଣ୍ଡିଆନ ପ୍ରିମିୟର ଲିଗର ୧୩ ତମ ଏଡିସନ ଖେଳାଯାଉଛି । ଗୁରୁବାରକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କିଙ୍ଗସ XI ପଞ୍ଜାବ ମଧ୍ୟରେ ଏହି ଟୂର୍ଣ୍ଣାମେଣ୍ଟର ଷଷ୍ଠ ମ୍ୟାଚ୍‌ ଖେଳାଯାଉଥିଲା । ଏହି ସମୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କ୍ୟାପଟେନ ବିରାଟ କୋହଲି ଏତେ ଖାସ ପ୍ରଦର୍ଶନ କରିପାରିଲେ ନାହିଁ । ବିରାଟ ଗୋଟିଏ ରନ କରି ଆଉଟ ହୋଇଗଲେ । ଏହି ସମୟରେ କମେଣ୍ଟ୍ରି ପ୍ୟାନେଲର ସଦସ୍ୟ ସୁନିଲ ଗାଭାସ୍କର ବିରାଟ କୋହଲିଙ୍କ ପତ୍ନି ବା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାକୁ ନେଇ ଏଭଳି କିଛି କହିଛନ୍ତିଯେ, ସେ ଟ୍ରୋଲର୍ସଙ୍କ ଟାର୍ଗେଟକୁ ଆସି ଯାଇଛନ୍ତି । ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଫ୍ୟାନ ଲଗାତାର ଗାଭାସ୍କରଙ୍କୁ କମେଣ୍ଟ୍ରି ପ୍ୟାନେଲରୁ ବାହାର କରିବା ପାଇଁ ଦାବି କରୁଛନ୍ତି । ଏବେ ଏହାକୁ ନେଇ ଅନୁଷ୍କା ଶର୍ମାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।

ଅନୁଷ୍କା ତାଙ୍କ ଇଂଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଯେଉଁଥିରେ ସେ ସୁନିଲ ଗାଭାସ୍କରଙ୍କ କଥାକୁ ନେଇ ଖୁବ ବର୍ଷିଥିବା ନଜର ଆସିଛି । ତେବେ ବିରାଟଙ୍କ ଖରାପ ପ୍ରଦର୍ଶନର କାରଣ ଅନୁଷ୍କା ବୋଲି କମେଣ୍ଟ୍ରିରେ କହିଛନ୍ତି ସୁନିଲ । ଯାହାର ଅର୍ଥ ବିରାଟଙ୍କ ଧ୍ୟାନ ଅନୁଷ୍କାଙ୍କ ପ୍ରତି ରହୁଥିବାର ସେ ଖେଳରେ ଖରାପ ପ୍ରଦର୍ଶନ କରିଛନ୍ତି । ତେବେ ଏଭଳି କଥାରେ ଅନୁଷ୍କା ଲେଖିଛନ୍ତି କି, ଆପଣଙ୍କ ମେସେଜ ଖୁବ ବିଚଳିତ କରିବା ଭଳି । କିନ୍ତୁ ଜଣେ ପତ୍ନିକୁ ତା ପତିର ଖେଳ ପ୍ରଦର୍ଶନକୁ ନେଇ ଏଭଳି କମେଣ୍ଟ କରିବା ଅନୁଚିତ୍‌। ଆପଣ ଭିନ୍ନ କିଛି ଶବ୍ଦ ସେହି ସମୟରେ ବ୍ୟବହାର କରିପାରିଥାନ୍ତେ । ତେବେ ଜଣେ ଭଦ୍ରବ୍ୟକ୍ତି ହୋଇ ଏଭଳି କମେଣ୍ଟ କରିବା ଶୋଭାପାଉନଥିବା ଲେଖିଛନ୍ତି ଅନୁଷ୍କା ।

‘ମୁଁ କେବେ ଡ୍ରଗ୍ସ ନେଇ ନାହିଁ, ପେଡଲରଙ୍କ ସହ ମଧ୍ୟ ମୋର କନେକସନ ନାହିଁ’- ରକୁଲ ପ୍ରୀତ ସିଂହ

ମୁମ୍ବାଇ: ଡ୍ରଗ୍ସ କନେକସନକୁ ନେଇ ଏନସିବି ରକୁଲପ୍ରୀତଙ୍କୁ ପଚରାଉଚରା କରୁଛି । ତେବେ ପଚରାଉଚରା ବେଳେ ରକୁଲପ୍ରୀତ ରିୟାଙ୍କ ମୁଣ୍ଡରେ ଅଠା ବୋଳି ଦେବା ଭଳି ସୂଚନା ମିଳୁଛି । ସୂଚନା ମୁତାବକ, ଏନସିବି ସାମ୍ନାରେ ରକୁଲ ଡ୍ରଗ୍ସ ନେବା କଥାକୁ ଖଣ୍ଡନ କରିଛନ୍ତି । ଡ୍ରଗ୍ସ ପେଡଲର ମାନଙ୍କ ସହିତ କନେକସନ ଥିବା କଥାକୁ ମଧ୍ୟ ରକୁଲ ଖଣ୍ଡନ କରିଛନ୍ତି । କିନ୍ତୁ ଏନସିବି ତାଙ୍କ କଥାକୁ ବିଶ୍ୱାସ କରିନଥିବା ସୂଚନା ରହିଛି ।

ରିୟାଙ୍କ ସହ ହୋଇଥିବା ଡ୍ରଗ୍ସ ଚାଟ୍ କଥା ମାନିଲେ ରକୁଲ

୨୦୧୮ ମସିହାରେ ଡ୍ରଗ୍ସକୁ ନେଇ ରିୟା ସହିତ ହୋଇଥିବା ଚାଟକୁ ସ୍ୱୀକାର କରିଛନ୍ତି ରକୁଲ । ରକୁଲ ଏନସିବିକୁ କହିଛନ୍ତି ଯେ, ଚାଟରେ ରିୟା ତାଙ୍କ ନିଜ ଜିନିଷ ( ଗଞ୍ଜେଇ) ମଗାଉଥିଲେ । ରିୟାଙ୍କ ଜିନିଷ ରକୁଲଙ୍କ ଘରେ ଥିଲା । ଅବଶ୍ୟ ରକୁଲଙ୍କ କଥାରେ କେତେ ସତ୍ୟତା ରହିଛି, ଏହାର ତଦନ୍ତ ବର୍ତ୍ତମାନ ଏନସିବିର ଟିମ୍ କରିବ ।

ପୂର୍ବ ସୂଚନା ଅନୁଯାୟୀ ଏନସିବିର ପଚରାଉଚରା ପରେ ରିୟ ଚକ୍ରବର୍ତ୍ତୀ ରକୁଲପ୍ରୀତଙ୍କ ନାମ ନେଇଥିଲେ । ସେ କହିଥିଲେ ଯେ, ରକୁଲ ଡ୍ରଗ୍ସ ନିଆନ୍ତି । ରକୁଲ ଏବଂ ରିୟା ଭଲ ସାଙ୍ଗ ଥିଲେ । କିନ୍ତୁ ବର୍ତ୍ତମାନ ଦୁହିଁଙ୍କ ମଧ୍ୟରେ ବ୍ଲେମ ଗେମ୍ ଚାଲିଥିବା ସଫା ସଫା ଦେଖିବାକୁ ମିଳୁଛି । ରିୟା ଡ୍ରଗ୍ସ ମାମଲାରେ ମୁମ୍ବାଇର ଭାୟଖଲା ଜେଲରେ ଅଛନ୍ତି  । କୋର୍ଟ ତରଫରୁ ତାଙ୍କୁ ଜାମିନ ମିଳିପାରିନାହିଁ ।

ରକୁଲପ୍ରୀତ ସିଂହ ଗୁରୁବାର ହାଇଦ୍ରାବାଦରେ ନିଜ ଫିଲ୍ମର ସୁଟିଂ ଛାଡ଼ି ମୁମ୍ବାଇ ଆସିଥିଲେ । ରକୁଲ ଅନେକ ହିନ୍ଦି ଏବଂ ସାଉଥ ଫିଲ୍ମରେ କାମ କରିସାରିଛନ୍ତି । ରକୁଲଙ୍କ ପରେ ଶନିବାର ଏନସିବି ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁରଙ୍କୁ ପଚରାଉଚରା କରିବ ।

ବିଜେଡି ଛାତ୍ର ସଙ୍ଗଠନରେ ଆସିଲା ବଡ଼ ଧରଣର ପରିବର୍ତ୍ତନ, ନୂଆ ଟିମ୍ ସହ କାମ କରିବେ ୩ କାର୍ଯ୍ୟକାରୀ ସଭାପତି…

ଭୁବନେଶ୍ୱର: ରାଜ୍ୟ ବିଜେଡି ନିଜ ଛାତ୍ର ସଙ୍ଗଠନରେ ବଡ଼ ଧରଣର ପରିବର୍ତ୍ତନ ଆଣିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଛାତ୍ର ଜନତାଦଳର ନୂଆ କର୍ମକର୍ତ୍ତା ଚୟନ ହୋଇଛନ୍ତି । ରାଜ୍ୟ କର୍ମକର୍ତ୍ତାଙ୍କ ସମତେ ଜିଲ୍ଲାଓ୍ୱାରୀ ସଭାପତିମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ୩ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ପଦ ମିଳିଥିବାବେଳେ ଜଣେ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି  ।

ଅବିନାଶ ଠାକୁର, ପ୍ରଶାନ୍ତ ପଣ୍ଡା, ରାଜେଶ ରାଜ ସ୍ବାଇଁ ହୋଇଛନ୍ତି କାର୍ଯ୍ୟକାରୀ ସଭାପତି  । ବରିଷ୍ଠ ଉପସଭାପତି ଭାବେ ୩ ଜଣଙ୍କୁ ଦାୟିତ୍ବ ଦିଯଆଇଛି  । ଅଜିତ ବେହେରା, ବିଶ୍ବପ୍ରତାପ ସାହୁ, ସ୍ବାଗତିକା ମହାନ୍ତିଙ୍କୁ ଉପସଭାପତି ନିଯୁକ୍ତ କରାଯାଇଥିବାବେଳେ ବିଜୁ ଛାତ୍ର ଜନତା ଦଳର ମହାସଚିବ ହୋଇଛନ୍ତି ଇପ୍ସିତା ସାହୁ  ।

୬ ଜଣଙ୍କୁ ଜୋନ୍ ସଭାପତି ଦାୟିତ୍ବ ମିଳିଛି  । ଭୁବନେଶ୍ବର ପାଇଁ ଭଗବାନ ସାହୁ, କଟକ ପାଇଁ ସ୍ମତି ରଞ୍ଜନ ଦାଶ, ଗଂଜାମ ପାଇଁ ଜ୍ୟୋତି ରଞ୍ଜନ ସାହୁଙ୍କୁ ଦାୟିତ୍ବ ଦିଆଯାଇଥିବାବେଳେ ସମ୍ୱଲପୁର ପାଇଁ ମିଲନ ହୋତା, ବଲାଙ୍ଗିର ପାଇଁ ଚିରାଗ ସିଂ ଦେଓ, କୋରାପୁଟ ପାଇଁ ଶିବରାଜ ଖଣ୍ଡପାଣିଙ୍କୁ ଦାୟିତ୍ବ ଦିଆଯାଇଛି  । ୧୧ ଜଣ ଉପସଭାପତି, ୪୦ ସାଧାରଣ ସମ୍ପାଦକଙ୍କୁ ଦଳ ଦାୟିତ୍ବ ଦେଇଛି  । ସେହିଭଳି ୪୪ ଜଣ ସମ୍ପାଦକ ଓ ୩୩ ଜଣ ଯୁଗ୍ମ ସମ୍ପାଦକଙ୍କୁ ମଧ୍ୟ ନିଯୁକ୍ତି ମିଳିଛି  । ୩୨ ସାଂଗଠନିକି ଜିଲ୍ଲା ପାଇଁ ନୂଆ ସଭାପତିଙ୍କୁ ଦିଆଯାଇଛି ଦାୟିତ୍ବ  ।

ଗୋଟିଏ ଦିନରେ ଦୁଇଟି ବଡ଼ ରେଜଲ୍ଟ, ସାରା ଭାରତ ଅପେକ୍ଷାରତ…

ନୂଆଦିଲ୍ଲୀ: ବିହାରରେ ବିଧାନସଭା ନିର୍ବାଚନ ନେଇ ଘୋଷଣା ହୋଇସାରିଛି। ବିଧାନସଭା ନିର୍ବାଚନ ଘୋଷଣା କରିବାବେଳେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା କହିଛନ୍ତି ଯେ, ବିହାରରେ ତିନିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ସବୁଠୁ ବଡ଼ କଥା ହେଲା ବିହାର ବିଧାନସଭା ନିର୍ବାଚନର ଫଳାଫଳ ଯେଉଁଦିନ ପ୍ରକାଶ ପାଇବ ଠିକ୍‌ ସେହି ଦିନ ହିଁ ଆଇପିଏଲ୍ 2020ର ଅନ୍ତିମ ମ୍ୟାଚ୍ । ଅର୍ଥାତ୍ ନଭେମ୍ବର ୧୦ରେ ଦୁଇଟି ବଡ଼ ମ୍ୟାଚ୍‌ର ଫଳାଫଳ ପ୍ରକାଶ ପାଇବ ।

କେବେ ହେବ ବିହାର ନିର୍ବାଚନ  ?

ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ ଅନୁଯାୟୀ, ବିହାରରେ ଅକ୍ଟୋବର ୨୮ରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବ । ଏହି ଦିନ ୭୧ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ ।

Bihar Assembly Election CEC Declared Poll Date

  • ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ନଭେମ୍ବର ୩ରେ ଅନୁଷ୍ଠିତ ହେବ । ଯେଉଁଥିରେ ୯୪ଟି ସିଟ୍ ପାଇଁ ଭୋଟ୍ ଗ୍ରହଣ କରାଯିବ।
  • ତୃତୀୟ ପର୍ଯ୍ୟାୟ ଭୋଟ୍ ନଭେମ୍ବର ୭ରେ ଅନୁଷ୍ଠିତ ହେବ, ଯେଉଁଥିରେ ୭୮ଟି ସିଟ୍‌ ପାଇଁ ଳଢ଼େଇ ହେବ ।
  • ଭୋଟ୍ ଗଣତିର ଫଳାଫଳ ୧୦ ନଭେମ୍ବରରେ ଘୋଷଣା କରାଯିବ ।

IPL ଫାଇନାଲ କେବେ ?

କରୋନା ମହାମରୀ ଯୋଗୁଁ, ବିସିସିଆଇ ୟୁଏଇରେ ଆଇପିଏଲ୍ ୨୦୨୦ର ଆୟୋଜନ କରିଛି । ୬ ସେପ୍ଟେମ୍ବରରେ ଆଇପିଏଲ୍ ସିଜନ୍-୧୩ର କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା । ବିସିସିଆଇ ଦ୍ୱାରା ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ଆଇପିଏଲ୍ ସିଜନ ୧୩ର ୨୪ଟି ମ୍ୟାଚ୍ ଦୁବାଇରେ, ୨୦ଟି ମ୍ୟାଚ୍ ଆବୁଧାବିରେ ଏବଂ ଶାରଜାହାଠାରେ ୧୨ଟି ମ୍ୟାଚ୍ ଖେଳାଯିବ । ସୂଚନାଯୋଗ୍ୟ ଯେ, ଆଇପିଏଲ୍ ସେପ୍ଟେମ୍ବର ୧୯ ରୁ ଆରମ୍ଭ ହୋଇସାରିଛି । ବିସିସିଆଇ ଅନୁଯାୟୀ, ଆଇପିଏଲ୍ ୨୦୨୦ର ଅନ୍ତିମ ମ୍ୟାଚ୍ ୧୦ ନଭେମ୍ବରରେ ଖେଳାଯିବ । ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ପାଇଁ ରବିବାର ପରିବର୍ତ୍ତେ ମଙ୍ଗଳବାର ଦିନ ଫାଇନାଲ ମ୍ୟାଚ୍‌ ଖେଳାଯିବ ।

କରୋନା ସମୟରେ ବିହାର ବିଧାନସଭା ନିର୍ବାଚନ କେତେ ଭିନ୍ନ ?

  • ବିହାର ବିଧାନସଭା ନିର୍ବାଚନ କୋଭିଡ୍‌-୧୯ ପରିସ୍ଥିତିରେ ହେଉଥିବା ସବୁଠାରୁ ବଡ ନିର୍ବାଚନ ।
  • ବିହାର ବିଧାନସଭା ନିର୍ବାଚନ କରୋନା ମହାମାରୀକୁ ଦୃଷ୍ଟିରେ ରଖି ନୂତନ ସୁରକ୍ଷା ନିର୍ଦ୍ଦେଶାବଳୀ ଅଧୀନରେ କାର୍ଯ୍ୟକାରୀ ହେବ ।
  • ବିହାର ବିଧାନସଭା ନିର୍ବାଚନରେ ​​ଭୋଟ୍ ଦେବାର ସମୟ ଏକ ଘଣ୍ଟା ବୃଦ୍ଧି କରାଯାଇଛି ।
  • ସକାଳ ୭ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ।
  • ନିର୍ବାଚନ ଆୟୋଗଙ୍କ ଅନୁଯାୟୀ କରୋନା ରୋଗୀମାନେ ଶେଷ ଘଣ୍ଟାରେ ଭୋଟ୍ ଦେଇପାରିବେ ।
  • ନିର୍ବାଚନ ପ୍ରଚାର ସମୟରେ ସାଧାରଣ ସଭାରେ ସାମାଜିକ ଦୂରତାର ନିୟମ ପାଳନ କରିବାକୁ ପଡିବ ।
  • ନାମାଙ୍କନପତ୍ର ଦାଖଲ କରିବାକୁ ପ୍ରାର୍ଥୀଙ୍କ ସହିତ କେବଳ ଦୁଇ ଜଣ ହିଁ ଯାଇପାରିବେ ।
  • ପ୍ରାର୍ଥୀ ସମେତ ମୋଟ୍‌ ୫ ଜଣ ଡୋର୍‌ କ୍ୟମ୍ପେନିଂ କରିପାରିବେ ।
  • ନିର୍ବାଚନ ପାଇଁ ​​ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ୬ଲକ୍ଷ ପିପିଇ କିଟ୍ ଦିଆଯିବ।
  • ଏହି ନିର୍ବାଚନରେ ​​୪୬ ଲକ୍ଷ ମାସ୍କ ଏବଂ ୭ ଲକ୍ଷ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରାଯିବ।

କରୋନା ସମୟରେ ଆଇପିଏଲ୍ କେତେ ଭିନ୍ନ?

  • ପ୍ରଥମ ଥର ପାଇଁ ବିନା ଦର୍ଶକ ବାୟୋ-ସିକ୍ୟୋର ପରିବେଶରେ ଆଇପିଏଲ୍ ଖେଳାଯାଉଛି ।
  • ଏହି ସମୟରେ କର୍ମଚାରୀ ଏବଂ ଖେଳାଳିଙ୍କ କରୋନା ପରୀକ୍ଷା ପ୍ରତ୍ୟେକ ୫ଦିନ ବ୍ୟବଧାନରେ କରାଯାଉଛି ।
  • ସମସ୍ତ ଫ୍ରାଞ୍ଚାଇଜ୍ ଆଇପିଏଲ୍ ସମୟରେ ଅସୀମିତ କରୋନା ସବ୍‌ଷ୍ଟିଚ୍ୟୁଟ୍‌ ନେଇପାରିବେ ।
  • ସନ୍ଧ୍ୟା ସମୟରେ ହେଉଥିବା ମ୍ୟାଚ୍‌ର ସମୟ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ପୁରୁଣା କାର୍ଯ୍ୟସୂଚୀର ଅଧଘଣ୍ଟା ପୂର୍ବରୁ ଅର୍ଥାତ୍ ସନ୍ଧ୍ୟା ୭.୩୦ ଏବଂ ଅପରାହ୍ନ ୩.୩୦ରେ ମ୍ୟାଚ୍‌ ଆରମ୍ଭ କରାଯାଉଛି ।
  • ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚ୍ ରବିବାର ପରିବର୍ତ୍ତେ ମଙ୍ଗଳବାର ଖେଳାଯିବ ।
  • ଦର୍ଶକଙ୍କ ସହିତ, କମେଣ୍ଟେଟର୍ସଙ୍କୁ ମଧ୍ୟ ଘରୁ ଲାଇଭ୍ କମେଣ୍ଟ୍ରି କରିବାକୁ ପଡୁଛି ।

ତିର୍ତ୍ତୋଲ-ପୋଷଲ-ଶଙ୍ଖେଶ୍ୱର ରାସ୍ତାରେ ମହାନଦୀ ଉପରେ ହେବ ଉଚ୍ଚସେତୁ…

ଜଗତସିଂହପୁର: ଜଗତସିଂହପୁର ତିର୍ତ୍ତୋଲ-ପୋଷଲ-ଶଙ୍ଖେଶ୍ୱର ରାସ୍ତାରେ ମହାନଦୀ ଉପରେ ଏକ ଉଚ୍ଚସେତୁ ନିର୍ମାଣ ହେବ । ଏଥିପାଇଁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି  । ସେତୁ ପାଇଁ ମୋଟ ବ୍ୟୟ ଅଟକଳ ୧୧୮ କୋଟି ୫୬ ଲକ୍ଷ ଟଙ୍କା ରଖାଯାଇଛି  । ସେତୁର ଲମ୍ବ ୮୮୮ ଦଶମିକ ୮୯ ମିଟର ହେବ  । ସରକାରଙ୍କ ଅନୁମୋଦନ କ୍ରମେ ଆଜି ସେତୁର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି  ।

ସେତୁ ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ତରଫରୁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା  । ସରକାର ଅଞ୍ଚଳବାସୀଙ୍କର ଆବଶ୍ୟକତାକୁ ଉପଲବ୍ଧି କରି ଗମନାଗମନ ଓ ଅର୍ଥନୈତିକ ବିକାଶକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଛନ୍ତି । ସେତୁ ନିର୍ମାଣ ହେଲେ ଅଇନ୍ତ, ଗୋପାଳପୁର, କନିମୂଳ, ବିଶନପୁର, କୃଷ୍ଣାନନ୍ଦପୁର, ପୋଷଲ, ଶଙ୍ଖେଶ୍ବର, ବିଜିପୁର, ସରଳପୁର, ତେନ୍ତୁଳିପଡ଼ାର ୫୦ ହଜାରରୁ ଅଧିକ ଲୋକ ଉପକୃତ ହେବେ ।

ହ୍ୱାଟ୍‌ସଆପ୍‌ର ସିକ୍ରେଟ୍‌ ଟ୍ରିକ୍‌, ଏମିତି ଗ୍ରୁପ୍‌ ଯେଉଁଥିରେ ଆପଣ ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରଖିପାରିବେ…

ନୂଆଦିଲ୍ଲୀ: ହ୍ୱାଟ୍‌ସଆପ୍ ବର୍ତ୍ତମାନ ଦୁନିଆର ସବୁଠାରୁ ଲୋକପ୍ରିୟ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍ । ଚାଟିଂ ବ୍ୟତୀତ ଉପଭୋକ୍ତାମାନେ ଏଥିରେ ଫଟୋ, ଅଡିଓ-ଭିଡିଓ ଫାଇଲ୍ ସେୟାର କରିଥାନ୍ତି । ଏହାସହ ଭଏସ୍ ଏବଂ ଭିଡିଓ କଲିଂ ପାଇଁ ମଧ୍ୟ ଏହି ଆପ୍‌ ବିଶେଷ ବ୍ୟବହୃତ ହୋଇଥାଏ । ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ମଧ୍ୟ ଏହା ବ୍ୟବହାର କରାଯାଏ । ଯଦି ଫୋନ୍ ଚୋରି ହୋଇଯାଏ ତେବେ ସେଥିରେ ଥିବା ଡକ୍ୟୁମେଣ୍ଟ୍ ତଥା ଫଟୋ-ଭିଡିଓ ସବୁ ହରେଇବାର ସମ୍ଭାବନା ରହିଥାଏ । ତେଣୁ ଆପଣଙ୍କ ପାଇଁ ଏକ ସିକ୍ରେଟ୍‌ ହ୍ୱାଟ୍‌ସଆପ୍‌ ଟ୍ରିକ୍‌ ଆମେ ଆଣିଛୁ । ଯାହା ଦ୍ୱାର ଆପଣଙ୍କ କୌଣସି ଡାଟା ନଷ୍ଟ ହେବ ନାହିଁ କି, ହଜିବ ନାହିଁ । ଆପଣ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଗୁଡ଼ିକୁ ଏକ ସିକ୍ରେଟ୍‌ ଗ୍ରୁପ୍‌ କ୍ରିଏଟ କରି ସୁରକ୍ଷିତ ରଖିପାରିବେ |

ହ୍ୱାଟ୍‌ସଆପ୍ ସିକ୍ରେଟ୍‌ ଗ୍ରୁପ୍‌ ମାଧ୍ୟମରେ କିଭଳି ଫଟୋ ଭିଡିଓ ସବୁ ସୁରକ୍ଷିତ ରଖିହେବ ସେନେଇ ଏକ ଟ୍ରିକ୍‌ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏହି ସିକ୍ରେଟ୍‌ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ର ସବୁଠୁ ବଡ଼ ଖାସିୟତ ହେଲା ଯେ, ଏହି ଗ୍ରୁପ୍‌ରେ କେବଳ ଆପଣ ହିଁ ମେମ୍ବର ରହିବେ । ଆପଣଙ୍କ ବ୍ୟତୀତ ଆଉ କେହି ଏହି ଗ୍ରୁପ୍‌ରେ ସେୟାର କରାଯାଇଥିବା ଡାଟା ତଥା ଫଟୋ ଭିଡିଓକୁ ଆକ୍‌ସେସ୍‌ କରିପାରିବେ ନାହିଁ ।

ତେବେ ଏଥିପାଇଁ ସର୍ବପ୍ରଥମେ, ଆପଣଙ୍କୁ ହ୍ୱାଟ୍‌ସଆପ୍ ଖୋଲିବାକୁ ହେବ । ଏହାପରେ ଏହାର ଡାହାଣ ପାଖରେ ଥିବା ତିନୋଟି ବିନ୍ଦୁକୁ ଟ୍ୟାପ୍ କରି ଏକ ନୂଆ ଗ୍ରୁପ୍‌ ଗଠନ କରିବାକୁ ହେବ । ଏହି ଗ୍ରୁପ୍‌ର ନାଁ ଆପଣ କିଛି ବି ରଖିପାରିବେ । ଆମେ ଏହାକୁ ସିକ୍ରେଟ୍ ଗ୍ରୁପ୍ ନାଁ ଦେଇଛୁ । ଏହି ଗ୍ରୁପ୍‌ କ୍ରିଏଟ୍‌ କରି ସାରିବା ପରେ ଆପଣଙ୍କର ହ୍ୱାଟ୍‌ସଆପ୍‌ କଣ୍ଟାକ୍ଟରେ ଥିବା ଜଣେ ମେମ୍ବରଙ୍କୁ ଏଥିରେ ଆଡ୍‌ କରିବେ । ମେମ୍ବର ଯୋଡିହେବା ମାତ୍ରେ ନୂଆ ଗ୍ରୁପ୍‌ ପ୍ରସ୍ତୁତ ହୋଇଯିବ ।

ଏହା ପରେ ଆପଣ ପୁଣି ହ୍ୱାଟସ୍ଆପ୍ ଗ୍ରୁପ୍କୁ ଯାଆନ୍ତୁ । ପରେ ଗ୍ରୁପ୍‌ ଇନ୍‌ଫୋକୁ ଯାଆନ୍ତୁ । ଏଥିପାଇଁ ଆପଣଙ୍କୁ ଗ୍ରୁପ୍‌ର ଉପର ଡାହାଣ ପାର୍ଶ୍ୱରେ ଥିବା ତିନୋଟି ବିନ୍ଦୁ ଉପରେ ଟ୍ୟାପ୍ କରିବାକୁ ପଡିବ । ଗ୍ରୁପ୍‌ ଇନ୍‌ଫୋରେ ପହଞ୍ଚିବା ପରେ ସେଠାରେ ଆପଣ ଗ୍ରୁପ୍‌ ସମ୍ବନ୍ଧୀୟ ତଥ୍ୟ ପାଇବେ । ସେଠାରୁ ଆପଣ ପ୍ରଥମେ ଗ୍ରୁପ୍‌ରେ ଆଡ୍‌ କରିଥିବା ମେମ୍ବରକୁ ରିମୁଭ୍‌ କରିବେ । ଗ୍ରୁପ୍‌ ମେମ୍ବରକୁ ରିମୁଭ୍‌ କରିବା ପରେ ଆପଣ ସେଠାରେ ଏକା ହିଁ ରହିବେ ।

ଏହି ପ୍ରକ୍ରିୟା ଶେଷ କରିବା ପରେ, ଆପଣଙ୍କର ବ୍ୟକ୍ତିଗତ ଏବଂ ସିକ୍ରେଟ୍‌ ହ୍ୱାଟସ୍‌ଆପ୍ ଗ୍ରୁପ୍‌ ପ୍ରସ୍ତୁତ ହୋଇଯିବ । ଆପଣଙ୍କ ବ୍ୟତୀତ ଅନ୍ୟ କେହି ଏଥିରେ ପ୍ରବେଶ କରିପାରିବେ ନାହିଁ । ଏବେ ଆପଣ ଏହି ଗ୍ରୁପ୍‌ରେ ଫଟୋ, ଭିଡିଓ, ଆବଶ୍ୟକ ଲିଙ୍କ୍ ଏବଂ ଡକ୍ୟୁମେଣ୍ଟ୍ ସୁରକ୍ଷିତ ରଖିପାରିବେ ।

କରୋନା ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ମୃତୟନ ହେଲେ କରୋନା ସ୍ନିଫର ଡଗ୍ସ

ଫିନଲ୍ୟାଣ୍ଡ: କରୋନା ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଖୋଜାଯାଉଛି । କିନ୍ତୁ ଏହିଥର କରୋନା ରୋଗୀଙ୍କୁ ଚିହ୍ନଟ କରିବାର ଅଭିନବ ଉପାୟ ବାହାର କରାଯାଇଛି । ଫିନଲ୍ୟାଣ୍ଡର ହେଲସିଙ୍କୀ ଏୟାରପୋର୍ଟରେ କରୋନା ସ୍ନିଫର ଡଗ୍ସ ମୃତୟନ ହୋଇଛନ୍ତି । ଖାସ କଥା ହେଉଛି ଏହି ପ୍ରକାରର କୁକୁର ୧୦ ମିନିଟରେ କରୋନା ରୋଗୀଙ୍କୁ ଚିହ୍ନଟ କରିବେ । ତେବେ ଏହିଭଳି ୪ଟି କୁକୁରକୁ ଏୟାରପୋର୍ଟରେ ମୃତୟନ କରାଯାଇଛି ।


ଏହି କରୋନା ସ୍ନିଫର ଡଗ୍ସଙ୍କ ନିକଟରେ ୯୪ରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ କ୍ଷମତା ରହିଛି ସଂକ୍ରମିତଙ୍କୁ ଚିହ୍ନିବା ପାଇଁ । ଏଥିପାଇଁ କୌଣସି ବ୍ୟକ୍ତିକୁ କୌଣସି ପ୍ରକାରର ପରୀକ୍ଷଣ ବା ସ୍କାନିଂ କରିବାର ଆବଶ୍ୟକତା ନାହିଁ । ଏହି କୁକୁର କୌଣସି ପ୍ରକାରର ମେଡିକାଲ ପରୀକ୍ଷଣ ଅପେକ୍ଷା ଶୀଘ୍ର ଫଳାଫଳ ଦେଉଛନ୍ତି । ତେବେ ଏୟାରପୋର୍ଟରେ ପ୍ରଥମେ ସେଠାକାର ଷ୍ଟାଫ ଏବଂ ଭଲ୍ୟୁଣ୍ଟିୟର୍ସଙ୍କ ଯାଞ୍ଚ କରାଗଲା ।


ଏଥିପାଇଁ ଏକ କ୍ୟାବିନ ରହିଛି । ସେହି କ୍ୟାବିନ ଦେଇ ଲୋକଙ୍କୁ ଯିବାକୁ ପଡ଼ୁଛି । ଯାହାପରେ କୁକୁର ସାମାନ୍ୟ ଦୂରରୁ କରୋନା ରୋଗୀକୁ ଚିହ୍ନଟ କରୁଛି । ଏହି କୁକୁରଙ୍କୁ  ହେଲସିଙ୍କୀ ୟୁନିଭର୍ସିଟି ହସ୍ପିଟାଲର ବୈଜ୍ଞାନିକ ଏବଂ ପ୍ରଶାସନ ପ୍ରଶିକ୍ଷଣ ଦେଇଛନ୍ତି । ତେବେ ଏହିଭଳି କୁକରଙ୍କୁ ଅନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ମୃତୟନ କରିବା ପାଇଁ ଯୋଜନା କରୁଛନ୍ତି ଫିନଲ୍ୟାଣ୍ଡ ସରକାର ।


ଖବର ଅନୁସାରେ କରୋନା ଭୂତାଣୁ ସଂକ୍ରମଣ କୁକୁରକୁ ହେବାର ସମ୍ଭାବନା ଖୁବ କମ ଥାଏ । କାରଣ ଏମାନଙ୍କ ଜିନରେ ସେହି ରିସେପ୍ଟର ନାହିଁ ଯାହା କୋଭିଡ-୧୯ ଭାଇରସକୁ ଆକର୍ଷିତ କରିପାରିବ ।

ଦୀପିକାଙ୍କ ଉପରେ ବାଜି ଲାଗିଛି ଇଣ୍ଡଷ୍ଟ୍ରୀର ୬୦୦ କୋଟି, ଡ୍ରଗ୍ସ ଲିଙ୍କ ପରେ କ୍ୟାରିୟର ଉପରେ ପଡ଼ିବକି ପ୍ରଭାବ ?

  • ଟ୍ରେଡ ପଣ୍ଡିତ ମାନଙ୍କ ଦାବି- ଡ୍ରଗ୍ସ ନେବା ଲୋକ ମାନଙ୍କୁ ଜେଲ ହୁଏ ନାହିଁ, ଏହାର ବ୍ୟବସାୟ କରୁଥିବା ଲୋକଙ୍କୁ ଜେଲ ହୁଏ
  • ଡ୍ରଗ୍ସ କେସରେ ମୁକୁଳିଯିବେ ଦୀପିକା, ଜୟା ଶାହା ଏବଂ କରିଶ୍ମା ପ୍ରକାଶଙ୍କୁ ମିଳିପାରେ ଦଣ୍ଡ

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ କନେକସନରେ ଦୀପିକା ପାଦୁକୋନଙ୍କ ନାଆ ଆସିବାପରେ ଚାରିଆଡେ ଏବେ ଗୋଟିଏ ଚର୍ଚ୍ଚା । ତେବେ ଏହାର ପ୍ରଭାବ ସିଧା ଦୀପିକାଙ୍କ କରିୟର ଉପରେ ପଡୁଥିବା ଦେଖିବାକୁ ମିଳୁଛି । ଇଣ୍ଡଷ୍ଟ୍ରୀରେ ଦୀପିକାଙ୍କ ଉପରେ ପ୍ରାୟ ୬୦୦ କୋଟି ଟଙ୍କା ବାଜି ଲାଗିଛି । ଏଥିରେ ଦୁଇଟି ଫିଲ୍ମ ଏବଂ ୩୩ଟି ବ୍ରାଣ୍ଡ ଏଣ୍ଟୋର୍ସମେଣ୍ଟ ରହିଛି ।

ଦୀପିକାଙ୍କ ଉପରେ ଲାଗିଥିବା ଦାବିର ହିସାବ- କିତାବ

ଟ୍ରେଡ ବିଶେଷଜ୍ଞଙ୍କ ମୁତାବକ ଦୀପିକା ପାଦୁକୋନ ପ୍ରତି ଏଣ୍ଡୋର୍ସମେଣ୍ଟ ପାଇଁ ୮ରୁ ୧୨ କୋଟି ଟଙ୍କା ଚାର୍ଜ କରନ୍ତି ।

ପ୍ରୋଜେକ୍ଟ କେତେ କୋଟିର ଦାବି
ପ୍ରଯୋଜକ ମଧୁ ମନ୍ତେନାଙ୍କ ଅନଟାଇଟଲ୍ ଫିଲ୍ମ ପ୍ରାୟ ୨୦୦ କୋଟିର ଦାବି
ନିର୍ଦ୍ଦେଶକ ଶକୁନ ବତ୍ତ୍ରାଙ୍କ ଅନଟାଇଟଲ ଫିଲ୍ମ ପ୍ରାୟ ୮୦-୯୦ କୋଟିର ଦାବି
୩୩ଟି ବ୍ରାଣ୍ଡ୍ ଏଣ୍ଟୋର୍ସମେଣ୍ଟର ଡିଲ୍ ପ୍ରାୟ ୩୦୦ କୋଟିର ଦାବି

 ଫିଲ୍ମର ପ୍ରଯୋଜକ ମଧ୍ୟ ଡ୍ରଗ୍ସ କେସରେ ସାମିଲ

ମଧୂ ମନ୍ତେନାଙ୍କ ଫିଲ୍ମର କାହାଣୀ ପୌରାଣିକ କଥା ମହାଭାରତର ଦ୍ରୌପଦୀଙ୍କ ଠାରୁ ପ୍ରେରିତ ବୋଲି ସୂଚନା ରହିଛି । ଅବଶ୍ୟ, ଏଯାବତ ଏହାର ଅଧିକ ତଥ୍ୟ ମିଳିପାରି ନାହିଁ । ଦୀପିକାଙ୍କ ସହିତ ମଧୂ ମନ୍ତେନା ମଧ୍ୟ ଡ୍ରଗ୍ସ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି ।

ଦୀପିକାଙ୍କ କ୍ୟାରିୟର ଉପରେ ପଡ଼ିପାରେ ପ୍ରଭାବ

ଟ୍ରେଡ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଡ୍ରଗ୍ସ ଲିଙ୍କ ପରେ ଦୀପିକାଙ୍କ କ୍ୟାରିୟର ଉପରେ ଏହାର ପ୍ରଭାବ ପଡ଼ିପାରେ । ଏହା ଏଇଥିପାଇଁ, କାରଣ ବର୍ତ୍ତମାନ ସାଧାରଣରେ ନା କୃଷି ବିଲ ଉପରେ ଚର୍ଚ୍ଚା ହେଉଛି ନା ସୁଶାନ୍ତ ସିଂହଙ୍କ ମୃତ୍ୟୁ ରହସ୍ୟକୁ ନେଇ କେହି ଚର୍ଚ୍ଚା କରୁଛନ୍ତି । ବର୍ତ୍ତମାନ ସମସ୍ତେ ବଲିଉଡରେ ଡ୍ରଗ୍ସ ଲିଙ୍କର ମାଳା ଜପୁଛନ୍ତି ।

ଏଣ୍ଡୋର୍ସମେଣ୍ଟ ସ୍ତରରେ ହୋଇପାରେ କ୍ଷତି

ଟ୍ରେଡ ବିଶେଷଜ୍ଞଙ୍କ ଅନୁସାରେ, ‘ସଞ୍ଜୟ ଦତ୍ତ ଡ୍ରଗ୍ସ ଏବଂ ଆତଙ୍କବାଦୀ ଗତିବିଧିରେ ଲିପ୍ତ ଥିଲେ । ଏହା ସତ୍ତ୍ୱେ ଦର୍ଶକ ତାଙ୍କୁ ସ୍ୱୀକାର କରିଥିଲେ । ବର୍ତ୍ତମାନ ଫିଲ୍ମ କୁ ନେଇ ଦୀପିକାଙ୍କୁ କିଛି କ୍ଷତି ସହିବାକୁ ପଡ଼ିବ ନାହିଁ । କିନ୍ତୁ ଏଣ୍ଡୋର୍ସମେଣ୍ଡ ମାମଲାରେ ତାଙ୍କୁ କ୍ଷତି ସହିବାକୁ ପଡ଼ିପାରେ ।

ବିଶେଷଜ୍ଞ ଏହା ମଧ୍ୟ ଜୋର ଦେଇ କହିଛନ୍ତି ଯେ, ଦୀପିକାଙ୍କୁ ଜେଲ ହେବ ନାହିଁ । ‘ ଗୋଟେ ପଟେ ହ୍ୱାଟସଆପ ଚାଟକୁ ସତ୍ୟ ପ୍ରମାଣ କରିବାକୁ ପଡ଼ିବ । ଦ୍ୱିତୀୟରେ ଡ୍ରଗ୍ସ ନେଲେ ଜେଲ ଦଣ୍ଡ ମିଳେ ନାହିଁ । ଯେଉଁ ଲୋକମାନେ ଡ୍ରଗ୍ସ ବ୍ୟବସାୟରେ ଲିପ୍ତ ଥାଆନ୍ତି ସେମାନଙ୍କୁ ଜେଲ ଦଣ୍ଡ ହୋଇଥାଏ ।’ ତେବେ ଏହା ଦେଖିବାକୁ ବାକି ରହିଲା ଯେ, ଡ୍ରଗ୍ସ ଲିଙ୍କରେ ନିଜ ନାଆ ଆସିବାପରେ ଦୀପିକା କିପରି ନିଜ ଫ୍ୟାନସ୍ ମାନଙ୍କୁ କଲଭିନ୍ସ କରିପାରୁଛନ୍ତି ନା ନାହିଁ ।

ପ୍ରଥମ ଥର କହିଲା ଚୀନ, ଗଲବାନ ଘାଟି ସଂଘର୍ଷରେ ମରିଥିଲେ କେତେ ଚୀନ ସୈନିକ

ପେଇଚିଙ୍ଗ: ପୂର୍ବ ଲଦାଖର ଗଲବାନ ଘାଟିରେ ଜୁନ୍ ୧୫ରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ କେତେ ଜଣ ଚୀନ ସୈନିକ ମରିଥିଲେ । ଏହା ଉପରୁ ଏବେ ପରଦା ହଟୁଛି । ଚୀନ-ଭାରତ ମଧ୍ୟରେ ହୋଇଥିବା ବୈଠକରେ ଚୀନ ପ୍ରଥମଥର ପାଇଁ କେତେ ସୈନିକ ମରିଥିଲେ କହିଛି । ଗଲବାନ ଘାଟି ସଂଘର୍ଷରେ ଚୀନର ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ଚୀନ ସେନାର ଜଣେ କମାଣ୍ଡିଂ ଅଫିସର ମଧ୍ୟ ରହିଛନ୍ତି । ଏହା ପୂର୍ବରୁ ଚୀନ କେବଳେ ଜଣେ ସୈନିକ ମରିଥିବା ନେଇ ମାନିଥିଲା । ଏହି ରକ୍ତାକ୍ତ ସଂଘର୍ଷରେ ଭାରତ ପକ୍ଷରୁ ୨୦ ଜଣ ଯବାନ ସହିଦ ହୋଇଥିଲେ ।

China Told For The First Time How Many Chinese Soldiers Killed In Galwan Valley Clash

ଚୀନ ୫ ଜଣ ସୈନିକଙ୍କ ମୃତ୍ୟୁ କଥାକୁ ମାନଥିବା ବେଳେ ଆମେରିକା ଓ ଭାରତୀୟ ଗୁଇନ୍ଦାର ଅନୁମାନ ଅନୁଯାୟୀ ହିଂସାତ୍ମକ ସଂଘର୍ଷରେ ୪୦ ଜଣ ଚୀନ ସୈନିକ ମରିଛନ୍ତି । ଭାରତ ଓ ଚୀନ ବିବାଦୀୟ ଅଞ୍ଚଳରେ ରୋଟେସନ ବେସିସରେ ସାପ୍ତାହିକ ପାଟ୍ରୋଲିଂ କରୁଛନ୍ତି । କୁହାଯାଉଛି ପୂର୍ବ ଲଦାଖରେ ଏହାକୁ ଆପଣାଯିବ । ଏବେ ପୂର୍ବ ଲଦାଖର ଦେପସାଙ୍ଗ, ପ୍ୟାଙ୍ଗୋଗ୍ ଝିଲର ନର୍ଥ ଓ ସାଉଥ୍ ବ୍ୟାଙ୍କ, ପାଟ୍ରୋଲିଂ ପଏଣ୍ଟ ୧୭ଏ, ରେଜାଙ୍ଗ ଲା ଓ ରେଚିନ ଲାରେ ଦୁଇ ଦେଶର ସେନା ମୁହାଁମୁହିଁ ହେଉଛନ୍ତି ।

China Told For The First Time How Many Chinese Soldiers Killed In Galwan Valley Clash

ଗଲବାନ ହିଂସା ପରେ ଭାରତ ଚୀନକୁ ସଫା ସଫା କରିଛି- ଆମ ସୈନିକ ନିଜର ସୁରକ୍ଷା ଓ ପୂର୍ବ ଲଦାଖରେ ସୀମା ସୁରକ୍ଷା ପାଇଁ କୌଣସି ବି ସ୍ତରକୁ ଯାଇପାରନ୍ତି । ଯଦି ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଏ ତ ଭାରତୀୟ ସେନା ଗୁଳି ମଧ୍ୟ ବର୍ଷଣ କରିବାରେ ପଛଘୁଞ୍ଚା ଦେବନାହିଁ ।

China Told For The First Time How Many Chinese Soldiers Killed In Galwan Valley Clash

ଚୀନ ସୈନିକ ପାରମ୍ପରିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛନ୍ତି । ତେଣୁ, ଭାରତୀୟ ସେନା ଗୁଳି ଚଳାଇବାରେ ଡେରି କରିବେ ନାହିଁ । କଥାବାର୍ତ୍ତା ବେଳେ ଚୀନ, ପ୍ୟାଙ୍ଗୋଗ୍ ଝିଲର ଉଚ୍ଚ ସ୍ଥାନରୁ ଭାରତୀୟ ସେନା ହଟାଇବାକୁ ଦାବି କରିଥିଲା । ତେବେ, ଭାରତ ପୂର୍ବ ଲଦାଖ ସ୍ଥିତି ସମାଧାନ ଉପରେ ଜୋର ଦେଇଥିଲା । ପ୍ରଥମେ ଏହି ସ୍ଥିତିକୁ ସୁଧାରିବା ଉପରେ ଜୋର ଦେଇଥିଲା ଭାରତ । ଗଲବାନ ହିଂସାରେ ଭାରତ ସହିଦ ହୋଇଥିବା ଯବାନଙ୍କ ସଂଖ୍ୟା କହିଥିଲା । ସେବେଠାରୁ ଚୀନ୍ ଚୁପ୍ ରହିଥିଲା ।