spot_img
Home Blog Page 6386

୧୮ ମାସ ହେଲା ଶୌଚ ଯାଉନାହାଁନ୍ତି, ସବୁଦିନ ଖାଉଛନ୍ତି ୨୦ ପଟ ରୁଟି

ଭୋପାଳ: କେବେ ଭାବିଛନ୍ତି କି ଗୌଟିଏ ଦିନ ଶୌଚ ନଯାଇ କେମିତି ରହିବେ ? ରହି ପାରିବେନି ନା । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ୧୬ ବର୍ଷର ଏହି ବାଳକ ଜଣଙ୍କ ବିଗତ ୧୮ ମାସ ହେଲା ଶୌଚ ଯାଇନାହାଁନ୍ତି । ଏହା ପଛର କାରଣ ଅଜବ ରୋଗ । ୧୮ ମାସ ହେଲା ଶୌଚ ଯାଇନଥିବା ବାଳକ ଜଣକ ଦୈନିକ ୧୮ରୁ ୨୦ ପଟ ରୁଟି ଖାଉଛନ୍ତି । ତାଙ୍କୁ ଏହାକୁ ନେଇ କୌଣସି ଅସୁବିଧା ହେଉନଥିବା ବେଳେ ପରିବାର ଲୋକ ଚିନ୍ତିତ ହୋଇ ପଡ଼ିଛନ୍ତି । ଅଜବ ରୋଗର ଏମିତି ମାମଲା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ମୁରୈନା ଜିଲ୍ଲାରେ ।

Boy Did Not Go To The Toilet For 18 Months Eats 18 To 20 Rotis Every Day

ମୁରୈନାର ଏକ ଗାଁର ଗରିବାର ପରିବାରର ବାଳକକୁ ଅଜଣା ରୋଗ ହୋଇଛି । ଡାକ୍ତର ତ ଚିକିତ୍ସା କରୁଛନ୍ତି ହେଲେ କାରଣ ଖୋଜି ନ ପାଇବା ପରେ ଯାଞ୍ଚ କରାଯିବ କହୁଛନ୍ତି । ମୁରୈନାର ସବଜିପୁରା ମନୋଜ ଚାନ୍ଦିଲଙ୍କ ୧୬ ବର୍ଷର ପୁଅ ଗତ ୧୮ ମାସ ହେଲା ଶୌଚ ଯିବାପାଇଁ ମେଡିକାଲ ଚକ୍କର କାଟୁଛି ।

Boy Did Not Go To The Toilet For 18 Months Eats 18 To 20 Rotis Every Day

ଅଜବ ରୋଗ ସମ୍ପର୍କରେ ଜାଣିବା ପରେ ପରିବାର ଲୋକ ପୁଅକୁ ମୁରୈନା, ଭିଣ୍ଡ ପରେ ଗ୍ୱାଲିୟର ଚିକିତ୍ସା ପାଇଁ ନେଇଥିଲେ । ଡାକ୍ତର ରୋଗ ସମ୍ପର୍କରେ ଜାଣିବା ପାଇଁ ଯାଞ୍ଚ କରାଇଲେ । ତେବେ, ଏଯାବତ୍ କେଉଁ ରୋଗ ହୋଇଛି ଜଣାପଡ଼ିନାହିଁ ।

Boy Did Not Go To The Toilet For 18 Months Eats 18 To 20 Rotis Every Day

ଆଶିଷ ରାଜ ଦୈନିକ ୧୮ରୁ ୨୦ ପଟ ରୁଟି ଖାଉଛନ୍ତି । ଏହା ପରେ ବି ତାଙ୍କ ପେଟ କିମ୍ବା ଶରୀରରେ କୌଣସି ଅସୁବିଧା କିମ୍ବ ଲକ୍ଷଣ ଆସୁନାହିଁ । ଠିକ୍ ଠାକ୍ ଜୀବନ ଜିଉଁଛନ୍ତି ଆଶିଷ । ପୁଅକୁ କୌଣସି ବଡ଼ ରୋଗ ନହେଉ ତା ଚିନ୍ତାରେ ଅଛନ୍ତି । ଏହାକୁ ନେଇ ଶିଶୁରୋଗ ବିଶେଷଜ୍ଞ ବଡ଼ ଯାଞ୍ଚର ଆବଶ୍ୟକତା ଥିବା କହୁଛନ୍ତି ।

ଅଭିନବ ପଦକ୍ଷେପ, ଆବର୍ଜନାରୁ ପ୍ରସ୍ତୁତ ହେଉଛି ଜୈବିକ ଖତ !

ବୌଦ୍ଧ: ଅଳିଆ ଆବର୍ଜନାରୁ ପ୍ରସ୍ତୁତ ହେଉଛି ଜୈବିକ ଖତ । ପ୍ରତିଦିନ ସହରରୁ ବାହାରୁଥିବା ଓଦା ଓ ଶୁଖିଲା ଆବର୍ଜନାକୁ ପ୍ରକ୍ରିୟାକରଣ କରାଯାଇ ତିଆରି କରାଯାଉଛି କମ୍ପୋଷ୍ଟ । ବୌଦ୍ଧ ଜିଲ୍ଲା ସଦର ବିଜ୍ଞାପିତ ଅଞ୍ଚଳରେ ଏହି ଜୈବସାର ପ୍ରକ୍ରିୟାକରଣ ଆରମ୍ଭ ହେବା ପରେ ଏଥିରୁ ପ୍ରସ୍ତୁତ ଜୈବଖତକୁ ମୋ ଖତ ନାଁରେ ନାମକରଣ କରାଯାଇଛି । ଆଉ ଏହାକୁ ସୁଲଭ ଦରରେ ବିକ୍ରି କରାଯାଇ ଅନେକ ରୋଜଗାର କ୍ଷମ ହେଉଛନ୍ତି ।

ORGANIC COMPOST2

ସହରରେ ଆଉ ଏଣେ ତେଣେ ଅଳିଆ ଆବର୍ଜନା ପଡିବ ନାହିଁ କି ଦୁର୍ଗନ୍ଧ ମୟ ହେବ ନାହିଁ ପରିବେଶ । ସହରରୁ ପ୍ରତିଦିନ ବାହାରୁ ଥିବା ଅଳିଆ ଆବର୍ଜନାକୁ ସଂଗ୍ରହ କରାଯାଇ ସେଥିରୁ ପ୍ରସ୍ତୁତ କରାଯାଉଛି ଜୈବିକ ସାର । ଏଥିପାଇଁ ନିର୍ମାଣ ହୋଇଛି ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର । ଆଉ ଏଥିରେ ଓଦା ଓ ଶୁଖିଲା ଆବର୍ଜନା ପୃଥକ କରିବା ସହିତ ୨୧ ଦିନ ରଖି ପ୍ରସ୍ତୁତ କରାଯାଉଛି ଜୈବକ ସାର ।

ORGANIC COMPOST2

ଏହି ଖତ ନାସିକ୍ NHRDF ଲ୍ୟାବରେ ପାସ୍ ହେବା ପରେ ଏହାକୁ ସ୍ୱୟଂସହୟକ ଗୋଷ୍ଠୀ ଦ୍ୱାରା ସୁଲଭ ଦରରେ ବିକ୍ରି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ ଏହି ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ରରେ ୬୦ରୁ ଉର୍ଦ୍ଧ୍ୱ ସଫେଇ କର୍ମଚାରୀ ଓ ୮ ସ୍ୱଚ୍ଛସାଥୀ ପରିଚାଳନା ଦାୟିତ୍ୱରେ ରହି ରୋଜଗାର କ୍ଷମ ହୋଇପାରିଥିବା ପ୍ରକାଶ କରିଛନ୍ତି ।

ORGANIC COMPOST2

ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବୌଦ୍ଧ NACବାସୀଙ୍କ ସହଯୋଗ ପାଇଁ ଆହ୍ୱାନ କରାଯାଇଛି । ଅଳିଆ ଆବର୍ଜନାକୁ ଏଣେ ତେଣେ ନଫିଙ୍ଗି ସଫେଇ କର୍ମଚାରୀଙ୍କୁ ଦେଲେ ଆଗାମୀ ଦିନରେ ବୌଦ୍ଧ ଏକ ସ୍ୱଚ୍ଛ ଓ ସୂନ୍ଦର ସହରରେ ପରିଣତ ହେବ ବୋଲି ଆଶା ରଖାଯାଇଛି ।

ଘରେ ଆକ୍ୱାରିୟମ୍ ରଖିଲେ ହେଉଛି କି ସମସ୍ୟା;  ଜାଣନ୍ତୁ କ’ଣ କରିବେ

ନୂଆଦିଲ୍ଲୀ: ଘରେ ରଖାଯାଉଥିବା ସମସ୍ତ ଜିନିଷ ଜଣେ ବ୍ୟକ୍ତିର ଦୈନନ୍ଦିନ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘର ମଧ୍ୟରେ କୌଣସି ଜିନିଷ ଯଦି ଭୁଲ୍ ସ୍ଥାନରେ ରହିଯାଏ, ତାହା ପରିବାର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ।

ପ୍ରତ୍ୟେକ ଜିନିଷ ସଠିକ୍  ସ୍ଥାନରେ ରହିଲେ ତାହା ପରିବାର ସଦସ୍ୟଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ । ତଦ୍ୱାରା ଘରର ଉନ୍ନତି ମଧ୍ୟ ହୋଇଥାଏ ।

କୁହାଯାଏ ଘରର ଉତ୍ତର ପୂର୍ବ ଭାଗରେ ଜଳ ତତ୍ୱ ରହିଲେ ଧନର ଆଗମନ ହୋଇଥାଏ  ଏବଂ ସକରାତ୍ମକ ଉର୍ଜାର ସଞ୍ଚାର ମଧ୍ୟ ହୋଇଥାଏ । ଅନେକ ସମୟରେ ଘରୁ ନକରାତ୍ମକ ଶକ୍ତି ଦୂର କରିବା ପାଇଁ କେହିକେହି ଆକ୍ୱାରିୟମ୍ ରଖିଥାନ୍ତି । ଆସନ୍ତୁ ଜାଣିବା କେଉଁ ଦିଗରେ ଆକ୍ୱାରିୟମ୍ ରଖିଲେ ସୁଫଳ ମିଳିବ ।

  • ଆକ୍ୱାରିୟମକୁ ଉତ୍ତର ପୂର୍ବ ଭାଗରେ ରଖିଲେ ଶୁଭ ବୋଲି କୁହାଯାଇଥାଏ ।
  • ଆକ୍ୱାରିୟମର ପାଣିକୁ ସ୍ୱଳ୍ପ ବ୍ୟବଧାନରେ ପରିବର୍ତ୍ତନ କରିବା ଉଚିତ୍ । ଏହାଦ୍ୱାରା ଘରେ ସକରାତ୍ମକ ଉର୍ଜା ବଢିଥାଏ ।
  • ଆକ୍ୱାରିୟମରେ ୯ଟି ମାଛ ରଖିବାକୁ ବାସ୍ତୁଶାସ୍ତ୍ର ଅନୁସାରେ ଶୁଭ ବୋଲି ବିବେଚନା କରାଯାଇଥାଏ ।
  • ଘରର ରୋଷେଇ ଘରେ ଆକ୍ୱାରିୟମ୍ ରଖିବା ଉଚିତ୍ ନୁହେଁ । ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରେ ଆକ୍ୱାରିୟମ୍ ରଖିଲେ କଳହ ସୃଷ୍ଟି ହେବାର ଆଶଙ୍କା ରହିଥାଏ ।

ଆଘାତକୁ ନେଇ ନୀରବତା ଭାଙ୍ଗିଲେ ରୋହିତ ଶର୍ମା

0

ନୂଆଦିଲ୍ଲୀ: ଇଣ୍ଡିଆନ୍ କ୍ରିକେଟ ଟିମ୍ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛି । କିନ୍ତୁ, ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ରୋହିତ ଶର୍ମାଙ୍କ ଆଘାତ ବିବାଦର ପ୍ରସଙ୍ଗ ପାଲଟିଛି । ପୂର୍ବରୁ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇନଥିଲେ । କିନ୍ତୁ, ପରେ ତାଙ୍କୁ ଟେଷ୍ଟ ଟିମ୍ ପାଇଁ ଚୟନ କରାଯାଇଥିଲା । ରୋହିତ ଶର୍ମା ତାଙ୍କ ଆଘାତକୁ ନେଇ ମୁହଁ ଖୋଲିଛନ୍ତି । କହିଛନ୍ତି- ଏହା କୌଣସି ଗମ୍ଭୀର ପ୍ରସଙ୍ଗ ନୁହେଁ ।

Rohit Sharma Speaks About His Injury Ahead Of Test Series Against Australia

ରୋହିତ ଶର୍ମା କହିଛନ୍ତି- ତାଙ୍କୁ ମାଂସପେଶୀ ସମ୍ବନ୍ଧୀୟ ଯନ୍ତ୍ରଣାରୁ ମୁକ୍ତି ମିଳିନାହିଁ । ସେ ଜାଣିନାହାଁନ୍ତି କଣ ହେଉଛି । ଏବଂ ଲୋକ କାହା ବିଷୟରେ କଥା ହେଉଛନ୍ତି । ମୁଁ ନିୟମିତ ବିସିସିଆଇ ଓ ମୁମ୍ବାଇ ଇଣ୍ଡିଆନ୍ସ ସହିତ ସମ୍ପର୍କରେ ଅଛି ବୋଲି ସେ କହିଛନ୍ତି ।

ରୋହିତ ଶର୍ମା ଆଇପିଏଲ୍ ଫାଇନାଲରେ ୫୦ ବଲରେ ୬୮ ରନର ପାଳି ଖେଳିଥିଲେ । ରୋହିତ ଏବେ ଅଷ୍ଟ୍ରେଲିଆ ଯାଇନାହାଁନ୍ତି । ଏବେ ସେ ନ୍ୟାସନାଲ କ୍ରିକେଟ ଏକାଡେମୀରେ ନିଜ ଫିଟନେସ୍ ନେଇ କାମ କରୁଛନ୍ତି । ସେ କହିଛନ୍ତି- ମୁଁ ମୁମ୍ବାଇ ଇଣ୍ଡିଆନ୍ସ କହିଥିଲି, ଏହା ସର୍ଟ ଫର୍ମାଟ । ମୁଁ ଫିଲ୍ଡିଂ କରିପାରିବି । ମୁଁ ସେହି ସ୍ଥିତିକୁ ସମ୍ପୂର୍ଣ୍ଣ ଭାବେ ସମ୍ଭାଳି ପାରିଛି । ଏବେ ଯାହା ବି ଆବଶ୍ୟକ କରିବା ଲାଗି ପ୍ରସ୍ତୁତ ରହିଛି ।

Rohit Sharma Speaks About His Injury Ahead Of Test Series Against Australia

ରୋହିତ ଶର୍ମା କହିଛନ୍ତି- ମାଂସପେଶୀ ଯନ୍ତ୍ରଣା ଠିକ୍ ହେବା ଦିଗରେ କାମ କରୁଛି । ମୋତେ ଟେଷ୍ଟ କ୍ରିକେଟ୍ ଖେଳିବାର ଅଛି । ଏଥିପାଇଁ କୌଣସି କମି ରଖିବାକୁ ଚାହୁଁନାହିଁ । ଏଥିପାଇଁ ମୁଁ ଏବେ ଏନସିଏରେ ପ୍ରାକ୍ଟିସ୍ କରୁଛି । ୧୦ ଦିନ ମଧ୍ୟରେ ସେ ଯନ୍ତ୍ରଣାରୁ ମୁକ୍ତି ପାଇଥିଲେ । ମୁଁ କହିଥିଲି- ଯଦି ଠିକ୍ ନହୁଏ ତ ପ୍ଲେ-ଅଫ୍ ଖେଳି ପାରିବିନାହିଁ । ମୁଁ ଠିକ୍ ହୋଇଯିବାରୁ ପ୍ଲେ-ଅଫ୍ ଓ ଫାଇନାଲରେ ଭାଗ ନେଇଥିଲି ।

Rohit Sharma Speaks About His Injury Ahead Of Test Series Against Australia

ସୂଚନା ଯୋଗ୍ୟ, ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ରୋହିତଙ୍କୁ ୭୦ ପ୍ରତିଶତ ଫିଟ୍ କହିବା ପରେ ବିବାଦ ଆରମ୍ଭ ହୋଇଥିଲା । ଆଶା ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ ପୂର୍ବରୁ ରୋହିତ ଶର୍ମା ଫିଟନେସ୍ ହାସଲ କରି ନେବେ ।

ଭଲ ଖବର: ସମ୍‌ରେ କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଭୁବନେଶ୍ୱର: ଭାରତର ନିଜସ୍ୱ କରୋନା ଟିକା ‘କୋଭାକ୍ସିନ୍’ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଭୁବନେଶ୍ୱର ‘ସମ୍’ ହସ୍ପିଟାଲରେ ଆରମ୍ଭ ହୋଇଯାଇଛି । ଆଇସିଏମ୍‌ଆର ଓ ଭାରତ ବାଇଓଟେକ୍‌ର ମିଳିତ ଉଦ୍ୟମରେ ଏହି ଟିକା ପ୍ରସ୍ତୁତ ହୋଇଛି । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୋଭାକ୍ସିନ୍ ହ୍ୟୁମାନ୍‌ ଟ୍ରାଏଲ୍‌ର ପ୍ରିନ୍ସିପାଲ ଇ‌ନଭେଷ୍ଟିଗେଟ୍‌ର ପ୍ରଫେସର ଇ. ଭେଙ୍କଟ ରାଓ ସୂଚନା ଦେଇଛନ୍ତି ।

ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣରେ ଟିକାର ନିରାପତ୍ତା ପ୍ରତି ଧ୍ୟାନ ଦିଆଯାଇଥିଲା । ମଣିଷ ଶରୀରରେ କୌଣସି ପ୍ରାର୍ଶ୍ୱ ପ୍ରତିକ୍ରିୟା ହେଉଛି କି ନାହିଁ, ତାହାର ଅନୁଧ୍ୟାନ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ରୋଗ ପ୍ରତିରୋଧକ ଶକ୍ତି ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଟିକା ନେଉଥିବା ସ୍ୱେଚ୍ଛାସେବୀଙ୍କ ରକ୍ତରେ ସୃଷ୍ଟି ହେଉଥିବା ଆଣ୍ଟିବଡିର ସ୍ତର ଉପରେ ମଧ୍ୟ ଲକ୍ଷ୍ୟ ରଖାଯାଇଥିଲା ।

ସେହିଭଳି ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଟିକାର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ବିଶେଷଜ୍ଞ ଇ.ଭେଙ୍କଟ ରାଓ କହିଛନ୍ତି । ସେପଟେ ଟିକାର ସଠିକ୍‌ ପରିଚାଳନା ପାଇଁ ଏକ ଆପ୍ ଲଞ୍ଚ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ! ଅଟୋ-ମେଡିକାଲ ବାରଣ୍ଡାରେ ଜନ୍ମ ଦେଉଛନ୍ତି ପ୍ରସୂତି…

ବରଗଡ଼: ସ୍ୱାଧିନତାର ୭୩ ବର୍ଷ ପରେ ବି ଅନେକ ସ୍ଥାନରେ ରହିଛି ସମସ୍ୟା । ଦେଶ ସ୍ୱାଧିନ ହୋଇଛି ସତ ହେଲେ ଦେଶବାସୀ ପାଇପାରି ନାହାନ୍ତି ମୌଳିକ ସୁବିଧା । ଖାଦ୍ୟ ବସ୍ତ୍ର ବାସଗୃହ ଭଳି ମୌଳିକ ସୁବିଧା ମଧ୍ୟରୁ ସ୍ୱାସ୍ଥ୍ୟ ସେବା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ତେବେ ଏବେ ବି ରାଜ୍ୟର ଅନେକ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି ।

ବରଗଡ଼ରେ ସ୍ୱାସ୍ଥ୍ୟସେବା ସତେ ଯେମିତି ନାହିଁ କହିଲେ ଚଳେ । ସେଠାରେ ସ୍ୱାସ୍ଥ୍ୟ ବ୍ୟବସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ମେଡିକାଲ ଥାଇ ମଧ୍ୟ ଲୋକେ ପାଇପାରୁ ନାହାନ୍ତି ସେବା । କେତେବେଳେ ଡାକ୍ତର ନଥାନ୍ତି ତ କେତେବେଳେ ମେଡିକାଲ ବନ୍ଦ ରହିଥାଏ । ଆଉ ରୋଗୀ ଆସି ମେଡିକାଲରୁ ନିରାଶ ହୋଇ ଫେରନ୍ତି ।

BARGADA HOSPITAL2

ତେବେ ସବୁଠାରୁ ବଡ଼ କଥା ହେଲା ସରକାରଙ୍କ ସୁବିଧା ଥାଇ ମଧ୍ୟ ଏଠାରେ ରୋଗୀ ସ୍ୱାସ୍ଥ୍ୟ ସେବା ପାଇପାରୁନାହାନ୍ତି । ସରକାର ଗର୍ଭବତୀ ଓ ରୋଗୀ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଥିବା ବେଳେ ବରଗଡ଼ ସଦର ମହକୁମାରେ ପ୍ରସୂତି ବାରଣ୍ଡା ଓ ଅଟୋରେ ଜନ୍ମ କରୁଛନ୍ତି ଶିଶୁ ।

BARGADA HOSPITAL2

ଶନିବାର ସକାଳେ ପୁରୁଣା ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଏପରି ଦୁଇଟି ଘଟଣା ଦେଖିବାକୁ ମିଳିଛି । ତୋରା ଗାଁର ନେତ୍ରାନନ୍ଦ ମହାପାତ୍ରଙ୍କ ସ୍ତ୍ରୀଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ କୋଭିଡ୍ ଟେଷ୍ଟ ପାଇଁ କହିଥିଲେ । ହେଲେ କରୋନା ଟେଷ୍ଟ ହୋଇପାରି ନଥିବାରୁ ସେ ଏକ ଅଟୋରେ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ।

BARGADA HOSPITAL2

ସେହିଭଳି ନୂଆ ଗୁଡେଶିରା ଗ୍ରାମର ଭାବିନ୍ଦ୍ର ମୀନା ତାଙ୍କ ସ୍ତ୍ରୀଙ୍କୁ ପ୍ରସବ ବେଦନା ହେବାରୁ ପାଇଁ ମେଡ଼ିକାଲକୁ ଆଣିଥିଲେ । ହେଲେ ଡାକ୍ତରଖାନାରେ ପ୍ରସୁତି ଗୃହ ବନ୍ଦ ଥିବାରୁ ମେଡିକାଲ ବାରଣ୍ଡାରେ ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ନଗରୋଟା ଏନକାଉଣ୍ଟର ନେଇ ସୁରକ୍ଷା ଏଜେନ୍ସିର ବଡ଼ ଖୁଲାସା

ଶ୍ରୀନଗର: ନଗରୋଟା ଏନକାଉଣ୍ଟରର ଯାଞ୍ଚ କରୁଥିବା ସୁରକ୍ଷା ଏଜେନ୍ସି ଆଉ ଏକ ବଡ଼ ଖୁଲାସା କରିଛି । ଯାଞ୍ଚ ଏଜେନ୍ସି ଅନୁମାନ କରୁଛନ୍ତି- ପାକିସ୍ତାନରୁ ଆସିଥିବା ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ଲାଗି ସୁଡ଼ଙ୍ଗର ବ୍ୟବହାର କରିଛନ୍ତି । ଆତଙ୍କବାଦୀ ପାକିସ୍ତାନର ଶକରଗଢ଼ରୁ ସାମ୍ବା ସେକ୍ଟର ଯାଏଁ ସୁଡ଼ଙ୍ଗ ଦେଇ ଆସିଥିଲେ । ଅନୁମାନ କରାଯାଉଛି ଆତଙ୍କବାଦୀଙ୍କ ପାଖରୁ ମିଳିଥିବା ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର, ବାରୁଦ ପୂର୍ବରୁ ଟ୍ରକରେ ରହିଥିଲା ।

Nagrota Encounter Terrorists Entered By Tunnel In Samba Jammu

ସୁରକ୍ଷା ଏଜେନ୍ସିର ଦାବୀ ଅନୁସାରେ ସୀମାରେ ଓହାଇଥିବା ତାରବାଡ଼ରେ କୌଣସି ଏପେଟ ସେପଟେ ହୋଇନାହିଁ । ଏମିତିରେ କୁହାଯାଉଛି ସାମ୍ବା ସେକ୍ଟରରେ ସୁଡ଼ଙ୍ଗ ଜରିଆରେ ଆତଙ୍କବାଦୀ ପହଞ୍ଚିଥିଲେ । ତେବେ, ସୁଡ଼ଙ୍ଗ ତିଆରି କରି ଆତଙ୍କବାଦୀ ଅନୁପ୍ରବେଶ କରିବାର ଏହା ପ୍ରଥମ ମାମଲା ନୁହେଁ ।

ଜମ୍ମୁର ନଗରୋଟା ନିକଟରେ ଗୁରୁବାର ହୋଇଥିବା ଗୁଳିବିନିମୟରେ ନିହତ ହୋଇଥିବା ଜୈଶ ଆତଙ୍କବାଦୀ ବିପୁଳ ପରିମାଣର ଗୁଳି, ବାରୁଦ ନେଇ ଆସୁଥିଲେ । ଜଣେ ପୋଲିସ ଅଧିକାରୀଙ୍କ ଅନୁସାରେ- ଆତଙ୍କବାଦୀଙ୍କଠାରୁ ୧୧ଟି ଏକେ ୪୭ ରାଇଫଲ ଓ ପିସ୍ତଲ ଜବତ ହୋଇଛି । ଆତଙ୍କବାଦୀ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରିଥିଲେ । ୪ ଆତଙ୍କବାଦୀ କାଶ୍ମୀର ଯାଉଥିବା ଏକ ଟ୍ରକରେ ଯାଉଥିଲେ । ପୋଲିସ ଟ୍ରକଟିକୁ ଟୋଲ ପ୍ଲାଜାରେ ଅଟକାଇ ଥିଲା । ଯାହାପରେ ହୋଇଥିବା ଗୁଳିବିନିମୟରେ ୪ରେ ଆତଙ୍କବାଦୀ ନିହତ ହୋଇଛନ୍ତି ।

Nagrota Encounter Terrorists Entered By Tunnel In Samba Jammu

ଗୁରୁବାର ସକାଳ ପ୍ରାୟ ୫ଟି ବେଳେ ଆତଙ୍କବାଦୀଙ୍କୁ ନେଇ ଯାଉଥିବା ଟ୍ରକକୁ ପୋଲିସ ଅଟକାଇ ଥିଲା । ଡ୍ରାଇଭରକୁ ପଚରାଉଚରା ବେଳେ ସେ ହଠାତ୍ ଦୌଡ଼ିବାକୁ ଲାଗିଲା । ଟ୍ରକ୍ ଭିତରୁ ଆତଙ୍କବାଦୀ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ । ଜବାବୀ କାର୍ଯ୍ୟାନୁଷ୍ଠାନରେ ଜୈଶ୍-ଏ-ମହମ୍ମଦର ୪ ଆତଙ୍କବାଦୀ ନିହତ ହୋଇଥିଲେ । ସେମାନଙ୍କଠାରୁ ୧୧ଟି ଏକେ-୪୭ ରାଇଫଲ, ୩ଟି ପିସ୍ତଲ ଓ ବିପୁଳ ଅସ୍ତ୍ରଶସ୍ତ୍ର ସହ ଗୋଳା-ବାରୁଦ ଜବତ ହୋଇଛି ।

ସୂଚନାଯୋଗ୍ୟ ଯେ, ଚଳିତବର୍ଷ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏହା ଦ୍ୱିତୀୟ ଗୁଳିବିନିମୟ । ଏହା ପୂର୍ବରୁ ଗତ ଜାନୁଆରୀରେ ୩ ଆତଙ୍କବାଦୀଙ୍କୁ ସୁରକ୍ଷାବଳ ନିହତ କରିଥିଲେ । ସେମାନେ ବି ଏହିଭଳି ଟ୍ରକରେ ଲୁଚିକରି ଆସୁଥିଲେ ।

ସାରୁଅ ଜମି କେଳେଙ୍କାରୀ, ବଢ଼ୁଛି ଅଡୁଆ ! ଏବେ ସୁପ୍ରିମ୍‌କୋର୍ଟ ହିଁ ସାହା ଭାରସା…

ଭୁବନେଶ୍ୱର: ସାରୁଅ ଜମି କେଳେଙ୍କାରୀ ମାମଲାରେ ପଣ୍ଡା ଦମ୍ପତ୍ତିଙ୍କ ପାଇଁ ବଢ଼ିଲା ଅଡୁଆ । କେତେବେଳେ ବି ଜୟ-ଜଗିଙ୍କୁ ବାନ୍ଧିପାରେ କ୍ରାଇମବ୍ରାଞ୍ଚ । ସାରୁଅ ଜମି କେଳେଙ୍କାରୀରେ ମୂଳ ମାମଲା ରଦ୍ଦ କରିବାକୁ ହାଇକୋର୍ଟରେ କରିଥିଲେ ଅପିଲ । ହେଲେ ଏହାକୁ ଶୁକ୍ରବାର ଖାରଜ କରିଦେଇଛନ୍ତି ହାଇକୋର୍ଟ ।

ଫଳରେ ଏବେ ଓଡ଼ିଶା ଇନଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ମାଲିକ ବୈଜୟନ୍ତ ପଣ୍ଡା ଓ ପତ୍ନୀ ଜଗି ପଣ୍ଡାଙ୍କୁ ଗିରଫ କରିବାକୁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚକୁ ମିଳିଛି ସୁଯୋଗ । ପୂର୍ବରୁ ଏହି ମାମଲାରେ ଏକାଧିକ ବ୍ୟକ୍ତି ଗିରଫ ହୋଇ ଜେଲ୍‌ ଯାଇଛନ୍ତି । ଅନେକଙ୍କୁ ଏବେ ବି ଜେରା କରାଯାଉଛି । ଆହୁରି ଅନେକ ଏବେ ବି କ୍ରାଇମ୍‌ବ୍ରାଞ୍ଚ ରାଡାରରେ ଅଛନ୍ତି ।

Illegal Boundary Constructed By OTV In Sarua Demolished By Khordha Dist Administration

ଏଭଳି ପରିସ୍ଥିତିରେ ତଦନ୍ତକାରୀ ସଂସ୍ଥା ବା କ୍ରାଇମ୍ବ୍ରାଞ୍ଚ ହାତରେ ଲାଗିଛି ଅନେକ ତଥ୍ୟ । ଏଣୁ ଏଥିରେ ହସ୍ତକ୍ଷେପ କରି ମାମଲାକୁ ରଦ୍ଦ କରିବା କିମ୍ବା ଆଗୁଆ ଜାମିନ ପ୍ରଦାନ ଉଚିତ୍‌ ନୁହେଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଫଳରେ ଜଗି ଓ ଜୟ ପଣ୍ଡାଙ୍କୁ କୋର୍ଟରୁ ମିଳିଥିବା ଆନ୍ତରୀଣ ସୁରକ୍ଷା ମଧ୍ୟ ରଦ୍ଦ ହୋଇଯାଇଛି । ଏବେ ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ପଣ୍ଡା ଦମ୍ପତ୍ତି । ଏହାକୁ ଏଡାଇବାକୁ ଯାଇ ଉଭୟେ ସୁପ୍ରିମକୋର୍ଟରେ ଦ୍ୱାରସ୍ତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ତେବେ ସୁପ୍ରିମ୍‌କୋର୍ଟରେ ଏହି ମାମଲା ଗ୍ରହଣ ହେବା ପର୍ଯ୍ୟନ୍ତ ଉଭୟ ଜଗି ଓ ଜୟ ପଣ୍ଡା ଗିରଫଦାରୀକୁ ଏଡାଇବାକୁ ଯାଇ ଫେରାର ହୋଇ ଆତ୍ମଗୋପନ କରିବା ନିଶ୍ଚିତ ବୋଲି ଅନୁମାନ କରିଛନ୍ତି ଆଇନଜୀବୀ ।

ଶୀଘ୍ର ‘ଇଚ୍ଛା ଡ୍ୟାମ୍’ କାର୍ଯ୍ୟ ସାରିବାକୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ସମସ୍ତ ସହାୟତା ଯୋଗାଇଦେବ ଓଡ଼ିଶା

ଭୁବନେଶ୍ୱର: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଇଚ୍ଛା ଡ୍ୟାମ ଓ ସୁବର୍ଣ୍ଣରେଖା ନଦୀରେ ଚାନ୍ଦିଲି ଡ୍ୟାମ୍ ବହୁମୁଖୀ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ଖରିଫ ଋତୁରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପକୁ ପାଣି ଦେଉଥିବାରୁ ନବୀନ ଧନ୍ୟବାଦ ଦେଇଛନ୍ତି । ସୁବର୍ଣ୍ଣରେଖା-ଖରଖାଇ ଜଳ ଉତ୍ସକୁ ନେଇ ୧୯୭୮ରେ ବିହାର (ଏବେର ଝାଡ଼ଖଣ୍ଡ) ଓଡ଼ିଶା, ପଶ୍ଚିମବଙ୍ଗ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ପ୍ରକଳ୍ପର କାମ ଝାଡ଼ଖଣ୍ଡ କରୁଛି ।

Odisha CM Naveen Patnaik Writes Letter To Jhjarkhand CM On Ichha Dam

ଝାଡ଼ଖଣ୍ଡ ସରକାର ନିର୍ମାଣ କରୁଥିବା ଇଚ୍ଛା ଡ୍ୟାମ୍ କାର୍ଯ୍ୟ ସରିଲେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଉପଯୋଗୀ ହୋଇପାରିବ । ଡ୍ୟାମ କାର୍ଯ୍ୟରେ ଓଡ଼ିଶା ସରକାର ସହଯୋଗ କରୁଛନ୍ତି । ୨୦୧୬ ଦର ଅନୁସାରେ ଓଡ଼ିଶା ୧୨୦୮ କୋଟି ଟଙ୍କା ଝାଡ଼ଖଣ୍ଡ ସରକାରଙ୍କୁ ଦେବେ । ଇତିମଧ୍ୟରେ ଓଡ଼ିଶା ୧୦୨୬.୯୧ କୋଟି ଟଙ୍କା ଝାଡ଼ଖଣ୍ଡକୁ ଦେଇସାରିଛି । ଇଚ୍ଛା ଡ୍ୟାମ୍ ପ୍ରକଳ୍ପ ଦ୍ୱାରା ଓଡ଼ିଶାର ୩୬ଟି ଗାଁ ପ୍ରଭାବିତ ହେବ । ୫୨୮୩ ଏକର ଜମିରୁ ଏଯାବତ୍ ୫୧୯୬ ଏକର ଅର୍ଥାତ୍ ୯୮ ପ୍ରତିଶତ ଜମି ଅଧିଗ୍ରହଣ ହୋଇସାରିଛି । ୧୩୬୯ଟି ପରିବାର ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୨୬୮ଟି ପରିବାର ୯୩ ପ୍ରତିଶତ ପରିବାରକୁ କ୍ଷତିପୂରଣ ଦିଆସରିଛି ।

Odisha CM Naveen Patnaik Writes Letter To Jhjarkhand CM On Ichha Dam

ସୁବର୍ଣ୍ଣରେଖା ନଦୀରେ ଚାନ୍ଦିଲି ଡ୍ୟାମ୍ ସରିଛି । ଡ୍ୟାମରେ ଜଳଧାରଣା କ୍ଷମତା ୧୯୨ ମିଟର ଥିବାବେଳେ ମୌସୁମୀରେ ୧୮୧.୫୦ ମିଟର ଯାଏଁ ଜଳ ରହୁଛି । ଡ୍ୟାମର କ୍ଷମତା ଅନୁସାରେ ଜଳଧାରଣ ହେଉନାହିଁ । ଫଳରେ ଓଡ଼ିଶା ବାରମ୍ବାର ବନ୍ୟାର ସମ୍ମୁଖୀନ ହେଉଛି । ଝାଡ଼ଖଣ୍ଡ ଖୁବଶୀଘ୍ର ଇଚ୍ଛା ଡ୍ୟାମ କାର୍ଯ୍ୟ ସାରିଲେ ଉଭୟ ରାଜ୍ୟର ଚାଷୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି । ଚାନ୍ଦିଲି ଡ୍ୟାମରେ ମୌସୁମୀ ବର୍ଷା ଜଳକୁ ସ୍ୱାଭାବିକ ପରିମାଣରେ ଗଚ୍ଛିତ ରଖିଲେ ବନ୍ୟା ହେବନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପୁଣି ଚାଷୀଙ୍କ ଉପରେ ଚଡ଼କ, ଅମଳ ବେଳେ ବର୍ଷା କରିଛି ଘାଇଲା..

କଳାହାଣ୍ଡି/ ଗଞ୍ଜାମ: ପୁଣି ଚାଷୀଙ୍କ ଉପରେ ଚଡ଼କ । ଗଞ୍ଜାମରେ ପ୍ରବଳ ବର୍ଷା । ହେକ୍ଟର ହେକ୍ଟର ଜମିରେ ପାଣି । ଧାନ ଫସଲ ନଷ୍ଟ ହେବାର ଆଶଙ୍କା । ଅମଳ ବେଳେ ବର୍ଷା ଯୋଗୁଁ ନଷ୍ଟ ହେଉଛି ଧାନ ଫସଲ । ଅମଳ ବେଳକୁ ଅଦିନିଆ ବର୍ଷା । ବିଲରେ ଗଜା ହେଲାଣି ଧାନ । ତୁହା କୁ ତୁହା ବର୍ଷା ହେବା ଦ୍ୱାରା ଧାନ ଗଛ ସବୁ ଜମିରେ ଶୋଇପଡ଼ିଲାଣି । ହେକ୍ଟର ହେକ୍ଟର ଚାଷ ଜମିରେ ଧାନ ସବୁ ଗଜା ହେଲାଣି ।

ପ୍ରଥେମ ସ୍ୱଳ୍ପ ବର୍ଷା ଯୋଗୁଁ ମରୁଡି, ପରେ ବନ୍ୟା ଓ ରୋଗପୋକ ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଏବେ ଅମଳ ସମୟରେ ତୁହାକୁ ତୁହା ବର୍ଷା ଚାଷୀଙ୍କୁ ହତାଶ କରିଛି । ଅଦିନିଆ ବର୍ଷା ଯୋଗୁଁ କଳାହଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଶହ ଶହ ହେକ୍ଟର ଜମିରେ ଧାନ ଗଜା ହୋଇଯାଇଛି ।

ଚଳିତ ଖରିଫ୍ ଋତୁରେ ସମବାୟ ସମିତିରୁ ଋଣ ଆଣି ଚାଷ କରିଥିଲେ ହଜାର ହଜାର ଚାଷୀ । ହେଲେ ଧାନ ଅମଳ ସମୟରେ ବର୍ଷା ସବୁକିଛି ଛାରଖାର କରିଦେଇଛି । ଫଳରେ ବର୍ଷ ଶେଷକୁ ଦିପଇସା ରୋଜଗାର ଆଶାରେ ଥିବା ଚାଷୀଙ୍କ ଆଶା ମଉଳି ଯାଇଛି । ଆଉ ଏବେ ଘାରିଛି ଋଣ ପରିଶୋଧ କରିବା ଚିନ୍ତା । ସେପଟେ କିନ୍ତୁ ଅଦିନିଆ ବର୍ଷାରେ ବିଶେଷ କ୍ଷତି ହୋଇନଥିବା କହିଛନ୍ତି କୃଷି ଅଧିକାରୀ ।