spot_img
Home Blog Page 6385

ଥାନାରେ ଥାର୍ଡ ଡିଗ୍ରୀ ମାମଲା, ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ରାଞ୍ଚଳ ଆଇଜି

ପିପିଲି: ଥାନାରେ ଅଭିଯୁକ୍ତଙ୍କୁ ପୋଲିସର ଥାର୍ଡ ଡିଗ୍ରୀ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ରାଞ୍ଚଳ ଆଇଜି । ଯଦି ଘଟଣା ସତ ହୋଇଥାଏ ତେବେ ପରିସ୍ଥିତି ସାଂଘାତିକ ହେବ ବୋଲି ଆଶଙ୍କା କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଯଦି ଅଭିଯୋଗ ସତ ହୁଏ ତେବେ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ।

ପୋଲିସର ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି । ମଣିଷ ପଣିଆ ଭୁଲିଯାଉଛନ୍ତି ଖୋଦ୍‌ ପୋଲିସ ବାବୁମାନେ । ଥାନାରେ ଅଭିଯୁକ୍ତଙ୍କ ପ୍ରତି ଏମିତି ବ୍ୟବହାର କରୁଛନ୍ତି ଯେମିତି ସେ ମଣିଷ ନୁହେଁ କୋଉ ପଶୁ । ବିନା ଉପରିସ୍ଥ ଅଧିକାରୀଙ୍କ ଅନୁମତିରେ ପିପିଲି ଥାନାରେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଛି । ଆଉ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ପରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇଛି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ, ଥାନାରେ ଥାର୍ଡ ଡିଗ୍ରୀ ଦିଆଯାଇଥିବା ନେଇ ଅଭିଯୋଗ ହେବା ପରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କେନ୍ଦ୍ରାଞ୍ଚଳ ଆଇଜି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଗଣମାଧ୍ୟମ ଖବରକୁ ଆଧାର କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି । ୧୯ ତାରିଖରେ ପିପିଲି ଥାନାରେ ଅଭିଯୁକ୍ତଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା । ୫ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ସେମାନଙ୍କୁ ଏବେ କଟକ ଏସସିବିରେ ଚିକିତ୍ସା କରାଯାଉଛି ।

ପଣ୍ଡ ହେଲା ଏଟିଏମ୍ ଲୁଟ୍ ଉଦ୍ୟମ, ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ

ଭୁବନେଶ୍ୱର: ରାଜଧାନୀରେ ପଣ୍ଡ ହେଲା ଏଟିଏମ୍ ଲୁଟ୍ ଉଦ୍ୟମ । କଟକ ରୋଡରେ କିଛି ଦୁର୍ବୃତ୍ତ ଏଟିଏମ୍ ଭାଙ୍ଗି ଲୁଟ୍ କରିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ବିଫଳ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରି ଚଳାଇଛି ତନାଘନା । ସେପଟେ ପୁଣିଥରେ ଏଟିଏମ୍‌ ଓ ବ୍ୟାଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ପୂର୍ବରୁ ପଟିଆରେ ପିଏନବି ଏଟିଏମରୁ ଗ୍ୟାସ କଟରରେ ୨୮ ଲକ୍ଷ ଲୁଟି ନେଇଥିବା ରାଜ୍ୟ ବାହରର ୨ ଲୁଟେରାଙ୍କ ଗିରଫ କରିଥିଲା ପୋଲିସ ।

 v

ଏବେ କଟକ ରୋଡ ଇଣ୍ଡିଆନ ବ୍ୟାଙ୍କ । ସମୟ- ସକାଳ ୫ଟାରେ ଆରମ୍ଭ ହୋଇଥିଲା ଏଟିଏମ ଲୁଟ୍‌ର ଅପରେସନ୍‌ । ଏଟିଏମ୍‌ ବାହାରେ ଥିବା ଆଲାରାମ କେବୁଲ ଓ ସିସିଟିଭିକୁ ପ୍ରଥମେ ଭାଙ୍ଗିଥିଲେ ଦୁର୍ବୃତ୍ତ । ଶାବଳ ଓ ସ୍କ୍ରୁ-ଡ୍ରାଇଭର ଧରି ତାଡିବା ସମୟରେ ମର୍ଣ୍ଣିଂ ୱାର୍କରେ ଯାଉଥିବା କିଛି ଲୋକ ଲୁଟେରାଙ୍କ କାରନାମା ଦେଖିଥିଲେ । ଆଉ ଚିକ୍ତାର କରିବାରୁ ଘଟଣା ସ୍ଥଳରୁ ୪ ଜଣ ଚମ୍ପଟ ମାରିବା ବେଳେ ଜଣେ ହାବୁଡରେ ପଡିଥିଲା । ଲକ୍ଷ୍ମୀସାଗର ଥାନା ପୋଲିସ ସ୍ପଟରେ ପହଞ୍ଚି ଜଣେ ଅଭିଯୁକ୍ତକୁ ଧରିବା ପରେ ଅନ୍ୟ ମାନଙ୍କୁ ଗୋଡାଇ ଧରିଥିଲା ।

ଗିରଫ ୫ ଜଣ ଅଭିଯୁକ୍ତଙ୍କୁ ମାରାଥନ ଜେରା କରୁଛି ପୋଲିସ । ସମସ୍ତ ଅଭିଯୁକ୍ତମାନେ ଭୁବନେଶ୍ୱରର ଏକ ବସ୍ତି ଅଞ୍ଚଳର ବୋଲି ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି । ସେମାନଙ୍କ ଠାରୁ ଶାବଳ ଜବତ ହୋଇଛି ।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ମାନଙ୍କ ସୁବିଧା ପାଇଁ 5T ଅଧିନରେ ଅନଲାଇନରେ ମିଳିବ ୧୧ ପ୍ରକାର ସେବା

ଭୁବନେଶ୍ୱର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହି କ୍ଷେତ୍ରର ଉଦ୍ୟୋଗୀମାନଙ୍କ ସୁବିଧା ପାଇଁ 5T କାର୍ଯ୍ୟକ୍ରମରେ ଅନଲାଇନ ଜରିଆରେ ୧୧ ପ୍ରକାର ସେବା ଆଜି ଲୋକାର୍ପଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି- କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପ ହେଉଛି ଆମ ଅର୍ଥନୀତିର ବିକାଶର ଆଧାର । ଏହି କ୍ଷେତ୍ରରେ ହିଁ ଅଧିକ ଲୋକ କର୍ମନିଯୁକ୍ତି ପାଇଥାନ୍ତି । ତେଣୁ ଏହିସବୁ ଶିଳ୍ପ ଗୁଡ଼ିକର ପୂର୍ଣ୍ଣ କ୍ଷମତାର ଉପଯୋଗ ପାଇଁ ରାଜ୍ୟ ସରକାର ଏକ ସହାୟକ ବାତାବରଣ ସୃଷ୍ଟି କରିବା ସହିତ ସବୁପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

MSME Services Online Included In 5T Mo Sarkar

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀ ସମୟରେ ସାରା ବିଶ୍ୱର ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିବାବେଳେ ଆମର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗୁଡ଼ିକ ଅତ୍ୟନ୍ତ କଠିନ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛନ୍ତି ଏବଂ ସରକାର ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କର ସ୍ୱଚ୍ଛ ନୀତି ଏବଂ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଦ୍ୱାରା ଆଜି ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆସିଛି ଏବଂ କରୋନା ମହାମାରୀ ସତ୍ତ୍ୱେ ଓଡ଼ିଶାରେ ଗତ ୧୦ ମାସ ମଧ୍ୟରେ ୧,୧୭,୦୦୦ କୋଟି ଟଙ୍କାର ପୁଞ୍ଜି ଆଣିବାରେ ଓଡ଼ିଶା ସଫଳ ହୋଇଛି । ଏହାଦ୍ୱାରା ୫୩ ହଜାରରୁ ଅଧିକ ଯୁବକଯୁବତୀ ମାନଙ୍କ ପାଇଁ କର୍ମ ନିଯୁକ୍ତି ହୋଇପାରିଛି । କ୍ଷୁଦ୍ର, ମଧ୍ୟମ ଓ ଅଣୁ ଉଦ୍ୟୋଗୀମାନେ ଯେପରି ସରକାରଙ୍କର ବିଭିନ୍ନ ଯୋଜନାର ସୁବିଧା ନେଇପାରିବେ, ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଅଣୁ, କ୍ଷୁଦ୍ର ଓ ମଧ୍ୟମ ବିଭାଗକୁ ଧନ୍ୟବାଦ ଦେଇଥିଲେ ।

ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି- ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଅନୁଯାୟୀ କରୋନା ସମୟରେ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଏହି ବର୍ଗର ଶିଳ୍ପ ଗୁଡ଼ିକୁ ଚଳଚଞ୍ଚଳ କରିବା ଏବଂ ଶ୍ରମିକ ବର୍ଗଙ୍କ ରୋଜଗାରର ସୁବିଧା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ କାମ କରୁଛି । ଆଜିର ଅନ୍‌ଲାଇନ ସେବା ଗୁଡ଼ିକର ସୁଯୋଗ ନେବା ପାଇଁ ସେ ଶିଳ୍ପ ସଂସ୍ଥା ମାନଙ୍କୁ ଅନୁରୋଧ କରିଛନ୍ତି ।

MSME Services Online Included In 5T Mo Sarkar

ଏହି ଅବସରରେ କଟକ ଜିଲ୍ଲାର ସଂଜୟ ବିଶ୍ୱାଳ, ଅନୁଗୁଳର ଆଶାଲତା ପାଣି ଓ ଗଞ୍ଜାମର ଇ. ସୁଜାତା ପ୍ରମୁଖ ଶିଳ୍ପଦ୍ୟୋଗୀ କରୋନା ସମୟରେ ସରକାରଙ୍କର ଆର୍ଥିକ ସହାୟତା କିପରି ସେମାନଙ୍କ ଶିଳ୍ପକୁ ପୁର୍ନଜୀବନ ଦେବା ସହିତ ଶ୍ରମିକ ମାନଙ୍କ ରୋଜଗାରର ସୁରକ୍ଷା ମଧ୍ୟ କରିପାରିଛି ସେ ସମ୍ପର୍କରେ ପ୍ରକାଶ କରିଥିଲେ ।

ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇ ଆଜିର କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଶିଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆଜିର ଅନ୍‌ଲାଇନ ସେବା ସମ୍ପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ, ଖଦୀ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ ପାଇକରାୟ, ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର୍‌.କେ. ଶର୍ମା, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।

MSME Services Online Included In 5T Mo Sarkar

5T ଅଧିନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ୧୧ଟି ଅନ୍‌ଲାଇନ ସେବା ଗୁଡିକ ହେଲା – (୧) ରପ୍ତାନୀ ପ୍ରୋତ୍ସାହନ ଓ ବିପଣନ ପାଇଁ ଅଣୁ, କ୍ଷୁଦ୍ର ଉଦ୍ୟୋଗ ଗୁଡିକର ପଞ୍ଜୀକରଣ ପ୍ରମାଣ ପତ୍ର, (୨) ମୂଲ୍ୟ ଚୁକ୍ତି ପ୍ରମାଣପତ୍ର, (୩) ପ୍ରୟୋଗଶାଳା ମାନ ପରୀକ୍ଷାର ବିବରଣୀ, (୪) ରପ୍ତାନୀ ପ୍ରୋତ୍ସାହନ ସହାୟତା, (୫) ଅଣୁ, କ୍ଷୁଦ୍ର ଉଦ୍ୟୋଗ ଗୁଡିକର ପ୍ରମାଣ ପତ୍ର ନବୀକରଣ, (୬) ଯୋଗାଣ ପୂର୍ବ ଓ ଯୋଗାଣ ପର ନିରୀକ୍ଷଣ ସେବା, (୭) ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ ପ୍ରମାଣପତ୍ର ପାଇବା ପାଇଁ ସୁପାରିସ, (୮) ଓଡ଼ିଶା ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ ଦ୍ୱାରା ଖଦୀ ଉଦ୍ୟୋଗ ମାନଙ୍କୁ ଦିଆଯାଉଥିବା ରିହାତି, (୯) ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଦ୍ୱାରା ବିଭିନ୍ନ ବିଭାଗ ମାନଙ୍କୁ ବ୍ୟବସାୟିକ ସଂଗଠନ ମାଧ୍ୟମରେ ସାମଗ୍ରୀ ଯୋଗାଣ, (୧୦) ଓଡ଼ିଶା ରାଜ୍ୟ ଅର୍ଥ ନିଗମ ଦ୍ୱାରା ଦିଆଯାଉଥିବା ବକେୟା ନ ଥିବା ପ୍ରମାଣପତ୍ର ଏବଂ (୧୧) ଓଡିଶା ରାଜ୍ୟ ଅର୍ଥ ନିଗମ ଦ୍ୱାରା ୱାନ୍ ଟାଇମ୍ ସେଟେଲମେଣ୍ଟ ବ୍ୟବସ୍ଥା ।

ଏହିସବୁ ସେବା ଗୁଡ଼ିକ odishamsme.nic.in ରେ ଉପଲବ୍ଧ ହେବ । ଉଦ୍ୟୋଗୀମାନେ ସରକାରୀ ଦପ୍ତରକୁ ନ ଆସି, ନିଜ ସୁବିଧା ଅନୁସାରେ ଅନ୍‌ଲାଇନରେ ବିଭିନ୍ନ ସରକାରୀ ସେବା ଓ ସୁଯୋଗ ଗୁଡିକର ଲାଭ ପାଇପାରିବେ  । ସୂଚନାଯୋଗ୍ୟ ଯେ ପୂର୍ବରୁ ବିଭାଗର ୧୨ଟି ଗୁରୁତ୍ୱପୂର୍ଣ୍ଣ ସେବା ଅନ୍‌ଲାଇନ ଜରିଆରେ ମିଳିପାରୁଛି ।

ହାଜତରେ ପୁଅର ମୃତ୍ୟୁ ପରେ ଏବେ ମୁହଁ ଖୋଲିଲେ ବାପା-ମା’, କହିଲେ…

ପୁରୀ: ବାସେଳି ସାହି ଥାନା ହାଜତରେ କେ. ରମେଶଙ୍କ ମୃତ୍ୟୁର ୭୨ ଘଣ୍ଟା ପରେ ମୁହଁ ଖୋଲିଛନ୍ତି ବାପା କେ. ଗୁରୁମୂର୍ତ୍ତି ଓ ମାଆ କେ.ଭାରତୀ । ସେମାନେ କହିଛନ୍ତି, ଏପରି ଏକ ସମୟରେ ସେମାନଙ୍କ ପରିବାରକୁ ହଇରାଣ ହରକତ କରାନଯାଉ । ସେମାନଙ୍କ ପରିବାର ପାଇଁ ଏହା ଦୁଃଖଦ ସମୟ । ତେଣୁ ମିଡିଆ ଓ ନେତାମାନେ ତାଙ୍କୁ ପ୍ରଶ୍ନ ପଚାରି ବ୍ୟସ୍ତ ନକରିବାକୁ ରମେଶଙ୍କ ବାପା ମାଆ ସୋସିଆଲ ମିଡିଆରେ ଭିଡିଓ ଛାଡ଼ି ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ, କୌଣସି ଏକ ମାମଲାରେ ବାସେଳୀ ସାହି ଥାନା ପୋଲିସ ଅଟକ ରଖିଥିବା ଜଣେ ଅଭିଯୁକ୍ତର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ସମ୍ପୃକ୍ତ ଅଭିଯୁକ୍ତକୁ ଗୁରୁତର ଅବସ୍ଥାରେ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ନିଆଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଅଭିଯୁକ୍ତର ଶରୀରରେ ମାଡ଼ର ଦାଗ ରହିଥିବା ଦେଖାଯାଇଥିଲା । ଏନେଇ ପୁରୀ ଏସପି ସାମ୍ବାଦିକ ସମ୍ମିଳନୀରେ ସ୍ୱୀକାର ମଧ୍ୟ କରିଛନ୍ତି ।

ତେବେ ପୋଲିସ କହିଥିଲା ରମେଶ କୌଣସି ଅପରାଧିକ କାର୍ଯ୍ୟ କରିବାକୁ ବନ୍ଧୁକ ନେଇ ଆସିଥିଲା । ସୂଚନା ପାଇ ରମେଶକୁ ଠାବ କରାଯାଇଥିଲା । ଏହାପରେ ରମେଶ ଓ ପୋଲିସ ମଧ୍ୟରେ ଦୀର୍ଘ ସମୟ ଧରି ଲୁଚକାଳି ଖେଳ ଚାଲିଥିଲା । ଏହାସହ ପୋଲିସ ଓ ରମେଶ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଏଥିରେ ଉଭୟ ପକ୍ଷ ଆହତ ହୋଇଥିଲେ । ପରେ ରମେଶକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ମୁସଲିମ୍ ଦେଶରେ ଭାଇରାଲ୍ ହେଉଛି ଆଇଏଏସ୍ ଟିନା ଡାବିଙ୍କ ଛାଡପତ୍ର ଖବର; ଗୁଗୁଲରେ ତଲାକର କାରଣ ସର୍ଚ୍ଚ କରୁଛନ୍ତି କାଶ୍ମୀରୀ

0

ଜୟପୁର: ୟୁପିଏସସି ସିଭିଲ ସର୍ଭିସ୍ ପରୀକ୍ଷା ୨୦୧୫ରେ  ଟପ୍ପର ହୋଇଥିବା ଆଇଏଏସ୍ ଅଫିସର ଟିନା ଡାବି  ଏବଂ ଅଥାର ଆମୀର ଖାନ ଛାଡପତ୍ର ନେବାକୁ ଯାଉଛନ୍ତି । ଏହି ଖବର କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।

ବିଶେଷ କରି ମୁସଲମାନ ଦେଶମାନଙ୍କରେ ଟିନା ଡାବି ଏବଂ ଅଥାର ଖାନଙ୍କ ଛାଡପତ୍ର ଖବରକୁ ଅଧିକ ସର୍ଚ୍ଚ କରାଯାଉଛି।

ଗୁଗୁଲ୍ ଟ୍ରେଣ୍ଡସ୍ ଅନୁଯାୟୀ, ବିଶ୍ୱରେ ୟୁଏଇ ପରେ ଏହି ଖବର ପାକିସ୍ତାନରେ ସର୍ବାଧିକ ସର୍ଚ୍ଚ ହୋଇଥିବାବେଳେ  ଜାମ୍ମୁ କାଶ୍ମୀରବାସୀ ମଧ୍ୟ ଛାଡପତ୍ରର କାରଣ ଅଧିକ ଖୋଜାଖୋଜି କରିଛନ୍ତି।

ସୂଚନା ଅନୁଯାୟୀ ୟୁପିଏସସି ଦୁଇ ଦମ୍ପତି ଟିନା ଡାବି  ଏବଂ ଅଥାର ଆମୀର ଖାନ ପାଖାପାଖି ଦେଢ ବର୍ଷ ପରେ ଜୟପୁର ଫ୍ୟାମିଲି କୋର୍ଟରେ ଛାଡପତ୍ର ଆବେଦନ କରିଛନ୍ତି ।

ଘରୁ ଗଞ୍ଜେଇ ଜବତ ପରେ କମେଡିଆନ୍ ଭାରତୀ ସିଂହଙ୍କୁ ଗିରଫ କଲା NCB

ମୁମ୍ବାଇ: ଡ୍ରଗ୍ସ ମାମଲାର ଯାଞ୍ଚ କରୁଥିବା NCB ଏବେ ପୁଣି ଥରେ ସକ୍ରିୟ ହୋଇଛି । ଶନିବାର ମୁମ୍ବାଇ ଏନସିବି କମେଡିଆନ୍ ଭାରତୀଙ୍କୁ ଗିରଫ କରିଛି । ଭାରତୀଙ୍କ ସ୍ୱାମୀ ହର୍ଷଙ୍କୁ ଜେରା କରୁଛି ଏନସିବି । ହର୍ଷଙ୍କ ଉପରେ ଗିରଫଦାରୀ ଖଣ୍ଡା ଝୁଲୁଛି । କୌଣସି ବି ସମୟରେ ଏନସିବି ହର୍ଷଙ୍କୁ ଗିରଫ କରିପାରେ । ଗିରଫ ଭାରତୀ ଆଜି ରାତି ଏନସିବି ଅଫିସରେ ରହିବେ । କାଲି ତାଙ୍କୁ ଅଦାଲତରେ ହାଜର କରାଯିବ ।

ଶନିବାର ଏନସିବି ମୁମ୍ବାଇର ୩ଟି ସ୍ଥାନରେ ରେଡ୍ କରିଥିଲା । ଭାରତୀ ଓ ତାଙ୍କ ସ୍ୱାମୀଙ୍କ ଘରେ ଚଢ଼ାଉ ହୋଇଥିଲା । କୁହାଯାଉଛି- ଭାରତୀଙ୍କ ଫ୍ଲାଟରୁ ଗଞ୍ଜେଇ ଜବତ କରାଯାଇଛି । ଯାହାପରେ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଏନସିବି ସମନ ଜାରି କରିଥିଲା । ଏବେ ଭାରତୀଙ୍କୁ ଏନସିବି ଗିରଫ କରିଛି ।

Comedian Bharti Singh Arrested After Confession Of Keeping Marijuana

୨୧ ନଭେମ୍ବରକୁ ଏନସିବି ଖାର ଦାଣ୍ଡା ଅଞ୍ଚଳରେ ରେଡ୍ କରି LSD, ଗଞ୍ଜେଇ (୪୦ ଗ୍ରାମ୍), ଓ ସାଇକୋଟ୍ରୋପିକ୍ ଔଷଧ ସହିତ ଜଣେ ୨୧ ବର୍ଷୀୟ ତସ୍କରକୁ ଧରିଥିଲା । ଏହାପରେ ଏନସିବି ଅନ୍ୟ ୨ଟି ସ୍ଥାନରେ ରେଡ୍ କରିଥିଲା । କମେଡିଆନ୍ ଭାରତୀ ସିଂହଙ୍କ ପ୍ରଡକ୍ସନ ଅଫିସ୍ ଓ ଘର ଉଭୟ ଜାଗାରେ ରେଡ୍ କରି ୮୬.୫ ଗ୍ରାମ ଗଞ୍ଜେଇ ଜବତ କରିଥିଲା ଏନସିବି । ଉଭୟ ପତି, ପତ୍ନୀ ଗଞ୍ଜେଇ ସେବନ କରୁଥିବା କଥା ମାନିଛନ୍ତି । ଭାରତୀଙ୍କପ ଏନଡିପିଏସ୍ ଆକ୍ଟ ୧୯୮୬ ଆଧାରରେ ଗିରଫ କରାଯାଇଛି ।

ଧୋନି ନୁହେଁ ପ୍ରଥମେ ସୁରେଶଙ୍କୁ ଝିଅ ଜନ୍ମ ଖବର ଦେଇଥିଲେ ସାକ୍ଷୀ

ମୁମ୍ବାଇ:  ନିକଟରେ ୩୨ ତମ ଜନ୍ମଦିନ ପାଳନ କରିଛନ୍ତି ପୂର୍ବ ଭାରତୀୟ କ୍ୟାପଟେନ ଏବଂ ଓ୍ୱିକେଟ କିପର ବଲ୍ଲବାଜ ଏମଏସ ଧୋନିଙ୍କ ପତ୍ନି ସାକ୍ଷୀ । ଦୁବାଇରେ ସ୍ୱାମୀ ଧୋନି ଏବଂ ଝିଅ ଜିଓ୍ୱା ସହିତ ପାଳନ ହୋଇଛି ସାକ୍ଷୀଙ୍କ ଜନ୍ମଦିନ । ଏହି ସମୟର ଏକ ଭିଡ଼ିଓ ସୋସିଅଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଜିଭା ଖୁବ ମସ୍ତି କରୁଥିବାର ନଜର ଆସିଛି । କେବଳ ସେତିକି ନୁହେଁ ଖୁବ କମ୍‌ସମୟ ମଧ୍ୟରେ ଭିଡ଼ିଓ ଖୁବ ଭାଇରାଲ ହୋଇଛି ।

୬ ଫେବୃୟାରୀ ୨୦୧୫ରେ ଜନ୍ମ ହୋଇଥିଲେ ଜିଭା । ଜିଭାଙ୍କ ଜନ୍ମ ସମୟରେ ଅଷ୍ଟ୍ରେଲିୟାରେ ଥିଲେ ଧୋନି । ୩୦ ଜାନୁୟାରୀରୁ ଆରମ୍ଭ ହୋଇଥିବା ଟ୍ରାଇ ସିରିଜ ପରେ ଟିମ ଇଣ୍ଡିଆ ୧୫ ଫେବୃୟାରୀକୁ ପାକିସ୍ତାନ ବିପକ୍ଷରେ ଖେଳିବାର ଥିଲା । ଏଭଳି ପରିସ୍ଥିତିରେ ଧୋନିଙ୍କ ଉପରେ ନ୍ୟସ୍ତ ଥିଲା ପୂରା ଦାୟୀତ୍ୱ । ଜାତୀୟ ଦାୟୀତ୍ୱ ଥିବାରୁ ଝିଅ ଜନ୍ମହେବା ପରେ ମଧ୍ୟ ଖେଳକୁ ଛାଡ଼ି ଭାରତ ଆସିପାରିନଥିଲେ ଏହି ପୂର୍ବ ଭାରତୀୟ କ୍ୟାପଟେନ ।

ଖୁବ କମ ଲୋକ ଜାଣିଥିବେଯେ ଜିଓ୍ୱାଙ୍କ ଜନ୍ମ ହେବା ଖବର ସାକ୍ଷୀ ପ୍ରଥମେ ଧୋନିଙ୍କୁ ନ ଦେଇ ସୁରେଶ ରୈନାଙ୍କୁ ଦେଇଥିଲେ । କାରଣ ହେଉଛି ଓ୍ୱର୍ଲଡ କପକୁ ନଜରରେ ରଖି ଅଭ୍ୟାସ ସମୟରେ ନିଜ ନିକଟରେ ଫୋନ ରଖୁନଥିଲେ ଧୋନି । ଯେଉଁ କାରଣରୁ ସାକ୍ଷୀ ଏହି ଖବର ପ୍ରଥମେ ସୁରେଶ ରୈନାଙ୍କୁ ଦେଇଥିଲେ । ସେ ଯାହା ହେଉ ଧୋନି ଏବଂ ଜିଓ୍ୱାଙ୍କ କେମେଷ୍ଟ୍ରିକୁ ଯିଏ ଦେଖିଛି ପ୍ରଶଂସା ନକରି ରହିପାରିନି ।

ଜୀବନ ଜିଇଁବା ଆଗରୁ ରୋଗ ଫାଶରେ ପଡ଼ିଲା ରାହୁଳ, ଅସ୍ୱାଭାବିକ୍‌ ଭାବେ ବଢ଼ୁଛି ପେଟ

କନ୍ଧମାଳ: ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଅର୍ଥ ଅଭାବରୁ ୧୩ ବର୍ଷ ପୁଅର ହୋଇପାରୁନାହିଁ ଚିକିତ୍ସା । ଅସ୍ୱାଭାବିକ୍‌ ଭାବେ ରାହୁଲର ପେଟ ବଢୁଥିବା ବେଳେ ଅସହାୟ ମା’ ପୁଅର ଚିକିତ୍ସା ପାଇଁ ସରକାରୀ ସହାୟତାକୁ ଚାହିଁ ବସିଛି । ଏଭଳି ଦୁଃଖଦ ଘଟଣା ସମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍‌ ଜକିକିର ଗାଁରୁ ।

ପୁଅ ରାହୁଲ ମଳିକର ପେଟ ବଢ଼ିବାରେ ଲାଗିଛି । ରୋଗ କ’ଣ ଜଣାପଡ଼ୁନାହିଁ । ଆଉ ଅତ୍ୟାଧୁନିକ ଚିକିତ୍ସା ପାଇଁ ମା’ ପାଖରେ ଟଙ୍କା ନାହିଁ । ରାହୁଲ ମାତ୍ର ତେର ବର୍ଷ ବୟସର । ଜୀବନ କ’ଣ ବୋଲି ଜାଣିବା ଆଗରୁ ସେ ଅଜଣା ରୋଗ କବଳରେ ଛନ୍ଦି ହୋଇଯାଇଛି । ଜୀବନ ଆରମ୍ଭରୁ ଯନ୍ତ୍ରଣାରେ ଛଟପଟ ହେଉଛି ରାହୁଲ ।

ବାପା ଗାଡି ଧକ୍କାରେ ଆରପାରିକୁ ଚାଲିଯିବା ପରେ ବିଧବା ମା’ ଉପରେ ପରିବାରର ବୋଝ । ଦିନ ମଜୁରୀ ଭାବେ କାମ କରି ଯାହା ଦି ପଇସା ରୋଜଗାର କରେ ସେଥିରେ ୩ ପ୍ରାଣୀର ଘର ଚଳିବା କାଠିକର ପାଠ । ଏମିତିକି ଝିଅର ପାଠ ପଢ଼ା ପାଇଁ ବି ଟଙ୍କା ନଥିବାରୁ ସେଥିରେ ଡୋରୀ ବନ୍ଧା ହେଲା । ଆଉ ଏଭଳି ପରିସ୍ଥିତିରେ ପୁଅର ଚିକିତ୍ସା କଥା ତ ବହୁ ଦୂରରେ । ଏବେ କେବଳ ସରକାରୀ ସହାୟତା ପାଇଁ ଚାହିଁ ରହିଛନ୍ତି ରାହୁଲ ମଳିକର ମା’ ।

୧୮ ମାସ ହେଲା ଶୌଚ ଯାଉନାହାଁନ୍ତି, ସବୁଦିନ ଖାଉଛନ୍ତି ୨୦ ପଟ ରୁଟି

ଭୋପାଳ: କେବେ ଭାବିଛନ୍ତି କି ଗୌଟିଏ ଦିନ ଶୌଚ ନଯାଇ କେମିତି ରହିବେ ? ରହି ପାରିବେନି ନା । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ୧୬ ବର୍ଷର ଏହି ବାଳକ ଜଣଙ୍କ ବିଗତ ୧୮ ମାସ ହେଲା ଶୌଚ ଯାଇନାହାଁନ୍ତି । ଏହା ପଛର କାରଣ ଅଜବ ରୋଗ । ୧୮ ମାସ ହେଲା ଶୌଚ ଯାଇନଥିବା ବାଳକ ଜଣକ ଦୈନିକ ୧୮ରୁ ୨୦ ପଟ ରୁଟି ଖାଉଛନ୍ତି । ତାଙ୍କୁ ଏହାକୁ ନେଇ କୌଣସି ଅସୁବିଧା ହେଉନଥିବା ବେଳେ ପରିବାର ଲୋକ ଚିନ୍ତିତ ହୋଇ ପଡ଼ିଛନ୍ତି । ଅଜବ ରୋଗର ଏମିତି ମାମଲା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ମୁରୈନା ଜିଲ୍ଲାରେ ।

Boy Did Not Go To The Toilet For 18 Months Eats 18 To 20 Rotis Every Day

ମୁରୈନାର ଏକ ଗାଁର ଗରିବାର ପରିବାରର ବାଳକକୁ ଅଜଣା ରୋଗ ହୋଇଛି । ଡାକ୍ତର ତ ଚିକିତ୍ସା କରୁଛନ୍ତି ହେଲେ କାରଣ ଖୋଜି ନ ପାଇବା ପରେ ଯାଞ୍ଚ କରାଯିବ କହୁଛନ୍ତି । ମୁରୈନାର ସବଜିପୁରା ମନୋଜ ଚାନ୍ଦିଲଙ୍କ ୧୬ ବର୍ଷର ପୁଅ ଗତ ୧୮ ମାସ ହେଲା ଶୌଚ ଯିବାପାଇଁ ମେଡିକାଲ ଚକ୍କର କାଟୁଛି ।

Boy Did Not Go To The Toilet For 18 Months Eats 18 To 20 Rotis Every Day

ଅଜବ ରୋଗ ସମ୍ପର୍କରେ ଜାଣିବା ପରେ ପରିବାର ଲୋକ ପୁଅକୁ ମୁରୈନା, ଭିଣ୍ଡ ପରେ ଗ୍ୱାଲିୟର ଚିକିତ୍ସା ପାଇଁ ନେଇଥିଲେ । ଡାକ୍ତର ରୋଗ ସମ୍ପର୍କରେ ଜାଣିବା ପାଇଁ ଯାଞ୍ଚ କରାଇଲେ । ତେବେ, ଏଯାବତ୍ କେଉଁ ରୋଗ ହୋଇଛି ଜଣାପଡ଼ିନାହିଁ ।

Boy Did Not Go To The Toilet For 18 Months Eats 18 To 20 Rotis Every Day

ଆଶିଷ ରାଜ ଦୈନିକ ୧୮ରୁ ୨୦ ପଟ ରୁଟି ଖାଉଛନ୍ତି । ଏହା ପରେ ବି ତାଙ୍କ ପେଟ କିମ୍ବା ଶରୀରରେ କୌଣସି ଅସୁବିଧା କିମ୍ବ ଲକ୍ଷଣ ଆସୁନାହିଁ । ଠିକ୍ ଠାକ୍ ଜୀବନ ଜିଉଁଛନ୍ତି ଆଶିଷ । ପୁଅକୁ କୌଣସି ବଡ଼ ରୋଗ ନହେଉ ତା ଚିନ୍ତାରେ ଅଛନ୍ତି । ଏହାକୁ ନେଇ ଶିଶୁରୋଗ ବିଶେଷଜ୍ଞ ବଡ଼ ଯାଞ୍ଚର ଆବଶ୍ୟକତା ଥିବା କହୁଛନ୍ତି ।

ଅଭିନବ ପଦକ୍ଷେପ, ଆବର୍ଜନାରୁ ପ୍ରସ୍ତୁତ ହେଉଛି ଜୈବିକ ଖତ !

ବୌଦ୍ଧ: ଅଳିଆ ଆବର୍ଜନାରୁ ପ୍ରସ୍ତୁତ ହେଉଛି ଜୈବିକ ଖତ । ପ୍ରତିଦିନ ସହରରୁ ବାହାରୁଥିବା ଓଦା ଓ ଶୁଖିଲା ଆବର୍ଜନାକୁ ପ୍ରକ୍ରିୟାକରଣ କରାଯାଇ ତିଆରି କରାଯାଉଛି କମ୍ପୋଷ୍ଟ । ବୌଦ୍ଧ ଜିଲ୍ଲା ସଦର ବିଜ୍ଞାପିତ ଅଞ୍ଚଳରେ ଏହି ଜୈବସାର ପ୍ରକ୍ରିୟାକରଣ ଆରମ୍ଭ ହେବା ପରେ ଏଥିରୁ ପ୍ରସ୍ତୁତ ଜୈବଖତକୁ ମୋ ଖତ ନାଁରେ ନାମକରଣ କରାଯାଇଛି । ଆଉ ଏହାକୁ ସୁଲଭ ଦରରେ ବିକ୍ରି କରାଯାଇ ଅନେକ ରୋଜଗାର କ୍ଷମ ହେଉଛନ୍ତି ।

ORGANIC COMPOST2

ସହରରେ ଆଉ ଏଣେ ତେଣେ ଅଳିଆ ଆବର୍ଜନା ପଡିବ ନାହିଁ କି ଦୁର୍ଗନ୍ଧ ମୟ ହେବ ନାହିଁ ପରିବେଶ । ସହରରୁ ପ୍ରତିଦିନ ବାହାରୁ ଥିବା ଅଳିଆ ଆବର୍ଜନାକୁ ସଂଗ୍ରହ କରାଯାଇ ସେଥିରୁ ପ୍ରସ୍ତୁତ କରାଯାଉଛି ଜୈବିକ ସାର । ଏଥିପାଇଁ ନିର୍ମାଣ ହୋଇଛି ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର । ଆଉ ଏଥିରେ ଓଦା ଓ ଶୁଖିଲା ଆବର୍ଜନା ପୃଥକ କରିବା ସହିତ ୨୧ ଦିନ ରଖି ପ୍ରସ୍ତୁତ କରାଯାଉଛି ଜୈବକ ସାର ।

ORGANIC COMPOST2

ଏହି ଖତ ନାସିକ୍ NHRDF ଲ୍ୟାବରେ ପାସ୍ ହେବା ପରେ ଏହାକୁ ସ୍ୱୟଂସହୟକ ଗୋଷ୍ଠୀ ଦ୍ୱାରା ସୁଲଭ ଦରରେ ବିକ୍ରି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ ଏହି ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ରରେ ୬୦ରୁ ଉର୍ଦ୍ଧ୍ୱ ସଫେଇ କର୍ମଚାରୀ ଓ ୮ ସ୍ୱଚ୍ଛସାଥୀ ପରିଚାଳନା ଦାୟିତ୍ୱରେ ରହି ରୋଜଗାର କ୍ଷମ ହୋଇପାରିଥିବା ପ୍ରକାଶ କରିଛନ୍ତି ।

ORGANIC COMPOST2

ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବୌଦ୍ଧ NACବାସୀଙ୍କ ସହଯୋଗ ପାଇଁ ଆହ୍ୱାନ କରାଯାଇଛି । ଅଳିଆ ଆବର୍ଜନାକୁ ଏଣେ ତେଣେ ନଫିଙ୍ଗି ସଫେଇ କର୍ମଚାରୀଙ୍କୁ ଦେଲେ ଆଗାମୀ ଦିନରେ ବୌଦ୍ଧ ଏକ ସ୍ୱଚ୍ଛ ଓ ସୂନ୍ଦର ସହରରେ ପରିଣତ ହେବ ବୋଲି ଆଶା ରଖାଯାଇଛି ।