spot_img
Home Blog Page 6396

୪୪ ହଜାର ୭୫୮ ନମୁନା ପରୀକ୍ଷଣ: ୪୨୪୨ଜଣ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭ ହଜାର ୭୫୮ ଜଣଙ୍କ କରୋନା ଟେଷ୍ଟିଂ ହୋଇଛି । ସେମାନଙ୍କ ମଧ୍ୟରୁ ୪ହଜାର ୨ଶହ ୪୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ ହୋଇଛି । ଏଥିମଧ୍ୟରୁ ୭,୬୫୮ଟି ଆରଟିପିସିଆର ଏବଂ ୪୦,୦୧୦ ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନଟ୍‌ରେ ୯୦ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ  ୨୫୦୩ ଜଣ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୭୩୯ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ତେବେ ଆଜିର ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ୧ ଲକ୍ଷ ୮୪ ହଜାର ୧୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୭୬୮୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୪୫୬୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୮୧୪୭୩୪ଟି ନମୁନା ପରୀକ୍ଷଣ ସରିଛି ।

୨୪ ଘଣ୍ଟାରେ ଦେଶରେ ୮୬,୯୬୧ ନୂଆ ପଜିଟିଭ ଚିହ୍ନଟ, ୧୧୩୦ ମୃତ

ନୂଆଦିଲ୍ଲୀ: ଦେଶରେ ଥମିବାର ନାଆ ଧରୁନି କରୋନା କାୟା । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ସଂଖ୍ୟା ମୁତାବକ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୫୪ ଲକ୍ଷରେ ପହଞ୍ଚିଛି । ସୂଚନା ଅନୁଯାୟୀ ଦେଶରେ ୨୪ ଘଣ୍ଟାରେ ୮୬,୯୬୧ ମାମଲା ସାମ୍ନାକୁ ଆସିଛି । ଯାହା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪,୮୭,୫୮୦ରେ ପହଞ୍ଚିଛି । ତେବେ ଅନ୍ୟପଟେ ଆଜି ୧୧୩୦ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଦେଶରେ ଏଯାବତ କରୋନା ଭାଇରସ ଦ୍ୱାରା ୮୭,୮୮୨ ଲୋକଙ୍କର ମୃତ୍ୟୁ ହୋଇସାରିଛି ।

ଗୋଟିଏ ଦିନରେ ୯୩,୩୫୬ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଯାବତ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୪୩,୯୬,୩୯୯ ପହଞ୍ଚିଛି । ଆଶ୍ୱସ୍ତିର କଥା ଏହା ଯେ ସଂକ୍ରମିତଙ୍କ ସଂଖ୍ୟା ଠାରୁ ସୁସ୍ଥ ସଂଖ୍ୟା ଅଧିକ ରହିଛି । କ୍ରମାଗତ ତୃତୀୟ ଦିନ ପାଇଁ ସଂକ୍ରମିତଙ୍କ ସଂଖ୍ୟାଠାରୁ ଅଧିକ ସୁସ୍ଥ ସଂଖ୍ୟା ରହିଛି । ଦେଶର ରିକଭରୀ ହାର ୮୦.୧୧% ରେ ପହଞ୍ଚିଛି । ବର୍ତ୍ତମାନ, ମୋଟ ସକ୍ରିୟ ମାମଲା ୧୮.୨୮% ଅର୍ଥାତ୍ ୧୦,୦୩,୨୯୯ ରହିଛି । ମୃତ୍ୟୁ ହାର ୧.୬ % ରେ ରହିଥିବାବେଳେ ପଜିଟିଭିଟି ହାର ୧୧.୮୮% ରହିଛି । ଅର୍ଥାତ ଯେତିକି ନମୁନା ଟେଷ୍ଟ କରାଯାଉଛି, ସେଥିମଧ୍ୟରୁ ୧୧.୮୮ ପ୍ରତିଶତ ମାମଲା ପଜିଟିଭି ବାହାରୁଛି । ବିଗତ ୨୪ ଘଣ୍ଟାରେ ୭,୩୧,୫୩୪ ଟେଷ୍ଟ ହୋଇଛି । ଏଯାବତ ମୋଟ ୬,୪୩,୯୨,୫୯୪ଟି ନମୁନା ଟେଷ୍ଟ ହୋଇଛି ।

ସୂଚନା ଅନୁଯାୟୀ ଏଯାବତ କେବଳ ସେପ୍ଟେମ୍ବର ମାସରେ ୧୮,୬୬,୩୩୫ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ୧୫,୩୯,୨୭୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ୨୩,୪୧୩ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ୨ ସେପ୍ଟେମ୍ବରରୁ ଏପର୍ଯ୍ୟନ୍ତ ଲଗାତାର ଭାବେ ପ୍ରତିଦିନ ୧୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଉଛି ।

ନାବାଳିକ ଦୁଷ୍କର୍ମ ମାମଲା: ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଓଟିଭି ଏମ୍‌ଡି

ଭୁବନେଶ୍ୱର: ନାବାଳିକା ଗଣଦୁଷ୍କର୍ମ ମାମଲା । ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଓଟିଭି ଏମଡି । ଦିନ ୧୧ଟା ବେଳେ ହାଜର ହେବାକୁ ତାଙ୍କୁ ନୋଟିସ ହୋଇଥିଲା । ଏବଂ ନୋଟିସ ମୁତାବକ ଓଟିଭି ଏମଡି ଜଗୀ ପଣ୍ଡା ସୋମବାର ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି । ଘଟଣାର ବିଭିନ୍ନ ଦିଗ ଉପରେ ଓଟିଭି ଏମଡିଙ୍କୁ ପ୍ରଶ୍ନ କରିପାରନ୍ତି ମହିଳା କମିଶନ ।

କିଭଳି ଓ କେଉଁ ପରିସ୍ଥିତିରେ ପୀଡିତାଙ୍କ ମାଆ ଚାକିରିରୁ ବହିଷ୍କୃତ ହେଲେ ? ଝିଅକୁ ଦୁଷ୍କର୍ମ ହୋଇଛି ବୋଲି ଜାଣିବା ପରେ ମାଆଙ୍କୁ କାହିଁକି ଡାକୁଥିଲେ ଅଫିସ୍‌କୁ ?  ଥାନାକୁ ଯିବାକୁ କାହିଁକି ଦେଲେନି ପରାମର୍ଶ ?  ଅଫିସର ଆଭ୍ୟନ୍ତରୀଣ କମିଟିରେ କଣ ହୋଇଥିଲା ଆଲୋଚନା ? ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିପାରେ ଚ୍ୟାନେଲର ଏମଡିଙ୍କୁ ।

ଅନ୍ୟପଟେ ଘଟଣାରେ ପୂର୍ବରୁ ଓଟିଭିର ଅନ୍ୟ କିଛି କର୍ମଚାରୀଙ୍କୁ ପଚରାଉଚରା କରିସାରିଛି ମହିଳା ଥାନା ପୋଲିସ । ସେପଟେ ଏହି ସମ୍ବେଦନଶୀଳ ମାମଲାରେ ଏ ପର୍ଯ୍ୟନ୍ତ  କମିଶନରେଟ ପୋଲିସର ହାତ ଖାଲି ରହିଛି ।

https://www.facebook.com/NandighoshaTV/videos/351979142612467

ଆଜିର ରାଶିଫଳ: ଜାଣନ୍ତୁ ଆଜିର ଦିନଟି ଆପଣଙ୍କ କେମିତି କଟିବ

0

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର –ଦିନଟି ଭଲରେ କଟିବ ନାହିଁ, ସତର୍କ ରହି ଚଳନ୍ତୁ

ଦ୍ୱିଜା ନକ୍ଷତ୍ର – ଦୃଢ ମନୋବଳ ନେଇ କାମ କରିବେ, ସାମାଜିକ ପ୍ରତିଷ୍ଠା ସହ ପ୍ରଶଂସା ମିଳିବ

କୃତ୍ତିକା ନକ୍ଷତ୍ର –ବ୍ୟସ୍ତତା ମଧ୍ୟରେ ସମୟ କଟିବ, ଖର୍ଚ୍ଚ ଅଧିକ ରହିବ

ଅଶ୍ୱସ୍ତ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ବିଶ୍ୱସ୍ତ ବ୍ୟକ୍ତିଯୋଗୁ ସମସ୍ୟାରେ ପଡିବେ, ନିଜର ନିଷ୍ପତ୍ତି କାହାକୁ ଜଣାନ୍ତୁ ନାହିଁ

ରୋହିଣି ନକ୍ଷତ୍ର – ନିଜର ପ୍ରଫେସନକୁ ନେଇ କିଛି ନିଷ୍ପତ୍ତି ନେଇପାରନ୍ତି

ମୃଗଶିରା ନକ୍ଷତ୍ର – କିଛି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ, ସତର୍କ ହୋଇ ଚଳନ୍ତୁ

ଘରର ମୁଖ୍ୟ ଦ୍ୱାରରେ ଆମ୍ବପତ୍ର ତୋରଣ ଲଗାନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ଇଛା ନ ଥିଲେ ମଧ୍ୟ ପରିସ୍ଥିତି ଯୋଗୁ ଭୁଲ୍ ନିଷ୍ପତ୍ତି ନେଇପାରନ୍ତି

ଆଦ୍ରା ନକ୍ଷତ୍ର – ପୂର୍ବରୁ ଥିବା ଆର୍ଥିକ ସମସ୍ୟା ଦୁର ହୋଇଯିବ, ପ୍ରତୀକ୍ଷିତ ଖବର ପାଇ ନିଷ୍ପତ୍ତି ନିଅନ୍ତୁ

ପୂନର୍ବସୁ ନକ୍ଷତ୍ର -ନିଜର କର୍ମଦକ୍ଷତା ଉପରେ ସଫଳତା ନିର୍ଭର କରିବ

ଛୋଟ ଶିଶୁମାନଙ୍କୁ ଚକଲେଟ୍ ଖାଇବାକୁ ଦିଅନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର – ଅନ୍ଧ ଭାବରେ କାହାକୁ ବିଶ୍ୱାସ କରି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ

ପୁଷ୍ୟା ନକ୍ଷତ୍ର – ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସହଜରେ ହୋଇଯିବ

ଅଶ୍ଲେଷା ନକ୍ଷତ୍ର – କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ, ତାହା ସଫଳତା ଆଣିଦେବ

ନିଜ ମା’ଙ୍କୁ କିଛି ମିଠା ଖାଇବାକୁ ଦିଅନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର -ଅସ୍ଥିର ମନ ଯୋଗୁ ସଂଯମତା ହରାଇ ବସିବେ, ଖର୍ଚ୍ଚ ବଢିବ

ପୂର୍ବାଫାଲଗୁନି ନକ୍ଷତ୍ର – ଗୁରୁଜନଙ୍କର ସୁପରାମର୍ଶ ମିଳିବ, ନିଜ ଚେଷ୍ଟାରେ ସଫଳତା ପାଇବେ

ଉତ୍ତରାଫାଲଗୁନୀ ନକ୍ଷତ୍ର -ଶରୀର ପ୍ରତି ବିପଦ ରହିଛି, ଗାଡି ଧିରେ ଚଳାନ୍ତୁ

ନିଜ ସାନ ଭାଇଭଉଣୀଙ୍କୁ କିଛି ଉପହାର ଦିଅନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ଅନ୍ୟମନସ୍ଖ ହୋଇ କିଛି ଭୁଲ କାମ କରନ୍ତୁ ନାହିଁ,

ହସ୍ତା ନକ୍ଷତ୍ର – ଦିନଟି ସମସ୍ତଙ୍କ ପାଇଁ ଲାଭଦାୟକ ରହିବ, ଅର୍ଥ ମିଳିବାର ସୁଯୋଗ ରହିଛି

ଚିତ୍ରା ନକ୍ଷତ୍ର -ପରିବାର ମଧ୍ୟରେ କାହାର ସ୍ବାସ୍ଥ୍ୟ ଖରାପ ହୋଇପାରେ, ମନ ଅସ୍ଥିର ରହିବ

ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଦାନ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର – ସାଧାରଣ କଥାକୁ ନେଇ ପରିବାରରେ ଝଡ ସୃଷ୍ଟି ହୋଇପାରେ

ସ୍ୱାତୀ ନକ୍ଷତ୍ର -ଭାଗ୍ୟ ସପକ୍ଷରେ ରହିବ, ଧାର୍ମିକ ଦିଗ ପ୍ରତି ଆଗ୍ରହ ବଢିବ

ବିଶାଖା ନକ୍ଷତ୍ର – ନୂଆ କାମ ପାଇଁ ସୁଯୋଗ ଆସିବ, ଆର୍ଥିକ ସ୍ଥିତି ସନ୍ତୋଷଜନକ ରହିବ

ଜୀବନସାଥିକୁ ଗୋଲାପ ଫୁଲ ଉପହାର ଦିଅନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର –ଧୈର୍ଯ୍ୟର ସହ ଯାହା ବି କରିବେ ସଫଳ ରହିବ, ଶତ୍ରୁ ପରାସ୍ତ ହେବେ

 ଅନୁରାଧା ନକ୍ଷତ୍ର – – କର୍ମ ସମ୍ବନ୍ଧୀୟ ଶୁଭ ସୂଚନା ମିଳିବ, ପାରିବାରିକ ସ୍ଥିତିରେ ସୁଧାର ଆସିବ

ଜ୍ୟେଷ୍ଠା ନକ୍ଷତ୍ର -ମନରେ  ଉତ୍ସାହ ଯୋଗୁ  କାର୍ଯ୍ୟରେ ସଫଳତା ପାଇବେ

କୌଣସି ମେଡିକାଲରେ ରୋଗୀଙ୍କୁ ଔଷଧ ଦାନ କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର – ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖି ଚଳନ୍ତୁ, ଅର୍ଥ କାହାକୁ ଦିଅନ୍ତୁ ନାହିଁ

ପୂର୍ବାଷାଢା ନକ୍ଷତ୍ର – ନିଜ ବ୍ୟବହାର ପାଇଁ ପ୍ରଶଂସା ମିଳିବ, ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇବେ

ଉତ୍ତରାଷାଢା ନକ୍ଷତ୍ର -କୌଣସି ବିଷୟକୁ ନେଇ ଶିଘ୍ର ନିଷ୍ପତ୍ତି ନିଅନ୍ତୁ ନାହିଁ, ଅନ୍ୟ କଥାକୁ ବିଶ୍ୱାସ କରନ୍ତୁ ନାହିଁ

ଶ୍ରୀଜଗନ୍ନାଥଙ୍କୁ ତୁଳସୀ ଅର୍ପଣ କରନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – କୌଣସି କାମ ପ୍ରତି ଆଗ୍ରହ ରହିବ ନାହିଁ, ପଛ କଥାକୁ ଭାବି ମନ ଉଦାସ ରହିବ

ଶ୍ରବଣା ନକ୍ଷତ୍ର – ଦିନଟି ଆପଣଙ୍କ ପାଇଁ ଲାଭ ଦାୟକ ରହିବ, ଗୁରୁଜନଙ୍କର ପରାମର୍ଶ ନିଅନ୍ତୁ

ଧନିଷ୍ଠା ନକ୍ଷତ୍ର -ଗାଡି ଧିରେ ଚଳାନ୍ତୁ, ବିଳମ୍ବରେ କାର୍ଯ୍ୟ ସଫଳ ହେବ

ଘରର ମୁଖ୍ୟ ଦ୍ୱାରରେ ଗଙ୍ଗାଜଳ ସିଞ୍ଚନ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର -ଅନ୍ୟର କଥାକୁ ଗୁରୁତ୍ବ ଦେଇ ଶୁଣନ୍ତୁ, ନଚେତ ସମସ୍ୟା ସୃଷ୍ଟି ହୋଇପାରେ

ଶତଭିଷା ନକ୍ଷତ୍ର – ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ପରିସ୍ଥିତିକୁ ସପକ୍ଷରେ ଆଣନ୍ତୁ

ପୂର୍ବଭାଦ୍ର ନକ୍ଷତ୍ର – ଅଧିକ ପରିଶ୍ରମ କରନ୍ତୁ, ସଫଳତା ପାଇବେ

କୌଣସି ଧାର୍ମିକ ସ୍ଥାନରେ ଧଳା ଫୁଲ ରଖି ଦିଅନ୍ତୁ, ସମସ୍ୟା ଦୁର ହୋଇଯିବ

ମୀନ ରାଶି –

ପୂର୍ବଭାଦ୍ର ନକ୍ଷତ୍ର -ବିଳମ୍ବରେ ସମସ୍ତ କାମ ହେବାର ଯୋଗ ରହିଛି, ଧୈର୍ଯ୍ୟ ଧରନ୍ତୁ

ଉତ୍ତରଭାଦ୍ର ନକ୍ଷତ୍ର – ଅଧା ଅଧୁରା କାମ ସହଜରେ ହୋଇଯିବ

ରେବତୀ ନକ୍ଷତ୍ର – ନିଜେ ସବୁ କରିବା ପାଇଁ ଚେଷ୍ଟା କରନ୍ତୁ, ସଫଳ ହେବେ

ଗରିବ ମହିଳାକୁ କିଛି ସାହାଯ୍ୟ କରନ୍ତୁ

                                                                                     ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

                                                                                     ଯୋଗାଯୋଗ– 9938571935

ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭାର ୮ ସଦସ୍ୟ ସସ୍‌ପେଣ୍ଡ

ନୂଆଦିଲ୍ଲୀ: ରାଜ୍ୟସଭାର ୮ ସାଂସଦ ସସପେଣ୍ଡ । ବିଶୃଙ୍ଖଳ ଆଚରଣ ପାଇଁ ସେମାନଙ୍କୁ ସପ୍ତାହେ ପାଇଁ ସସପେଣ୍ଡ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଏମ୍. ଭେଙ୍କିୟା ନାଇଡୁ । ଡେରେକ ଓ ବ୍ରାଏନ୍, ସଞ୍ଜୟ ସିଂ, ରାଜୁ ସତଭ, କେକେ ରାଗେଶ, ରିପୁନ୍ ବୋରା, ଡୋଲା ସେନ୍, ସୟଦ ନାଜିର ହୁସେନ୍ ଓ ଏଲାମରନ୍ କରିମଙ୍କୁ ସସପେଣ୍ଡ କରାଯାଇଛି । ଗତକାଲି କୃଷି ବିଲ୍ ଆଲୋଚନା ବେଳେ ହଙ୍ଗାମା କରିଥିବା ୮ ସାଂସଦଙ୍କୁ ସସପେଣ୍ଡ କରାଯାଇଛି ।

୮ ସାଂସଦ ନିଲମ୍ବିତ:

ହଟ୍ଟଗୋଳ କରିଥିବା ବିରୋଧୀ ଦଳ ସାଂସଦଙ୍କୁ ନିଲମ୍ବିତ କରିଦିଆଯାଇଛି । ୮ ସାଂସଦଙ୍କୁ ବାକି ଥିବା ଅଧିବେସନରୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ହୋଇଥିବା ସାଂସଦଙ୍କୁ ମଧ୍ୟରୁ ଡେରେକ ଓ ବ୍ରାଏନ୍, ସଞ୍ଜୟ ସିଂ, ରାଜୁ ସତଭ, କେକେ ରାଗେଶ, ରିପୁନ୍ ବୋରା, ଡୋଲା ସେନ୍, ସୟଦ ନାଜିର ହୁସେନ୍ ଓ ଏଲାମରନ୍ ସାମିଲ ଅଛନ୍ତି ।

ଘଟଣାକୁ ନେଇ ମତ ରଖିଲେ ରାଜ୍ୟସଭା ଅଧ୍ୟକ୍ଷ

କାଲିର ଘଟଣା ଉପରେ ରାଜ୍ୟସଭା ଅଧ୍ୟକ୍ଷ କହିଛନ୍ତି ଯେ, ‘ଏହା ରାଜ୍ୟସଭା ପାଇଁ ସବୁଠୁ ଖରାପ ଦିନ ଥିଲା । କିଛି ସାଂସଦ ପେପର ଫିଙ୍ଗାଫୋପଡ଼ା କରିଥିଲେ । ମାଇକକୁ ଭାଙ୍ଗାରୁଜା କରିଥିଲେ । ଉପସଭାପତିଙ୍କୁ ଧମକ ଦିଆ ଯାଇଥିଲା । ତାଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରାଯାଇଥିଲା । ଏହି ଘଟଣାରେ ମୁଁ ଖୁବ ଦୁଃଖିତ ।’

ନାବାଳିକା ଦୁଷ୍କର୍ମ ମାମଲା: ମହିଳା କମିଶନଙ୍କ ନିକଟରେ ହାଜର ହେବେ ଓଟିଭି ଏମ୍‌ଡି

ଭୁବନେଶ୍ୱର: ନାବାଳିକା ଗଣଦୁଷ୍କର୍ମ ମାମଲା । ଆଜି ମହିଳା କମିଶନଙ୍କ ପାଖରେ ହାଜର ହେବେ ଓଟିଭି ଏମଡି । ଦିନ ୧୧ଟା ବେଳେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ତାଙ୍କୁ ନୋଟିସ ହୋଇଛି ।  ଘଟଣାର ବିଭିନ୍ନ ଦିଗ ଉପରେ ଓଟିଭି ଏମଡିଙ୍କୁ ପ୍ରଶ୍ନ କରିପାରନ୍ତି ମହିଳା କମିଶନ । କିଭଳି ଓ କେଉଁ ପରିସ୍ଥିତିରେ ପୀଡିତାଙ୍କ ମାଆ ଚାକିରିରୁ ବହିଷ୍କୃତ ହେଲେ ? ଝିଅକୁ ଦୁଷ୍କର୍ମ ହୋଇଛି ବୋଲି ଜାଣିବା ପରେ ମାଆଙ୍କୁ କାହିଁକି ଡାକୁଥିଲେ ଅଫିସ୍‌କୁ ?  ଥାନାକୁ ଯିବାକୁ କାହିଁକି ଦେଲେନି ପରାମର୍ଶ ?  ଅଫିସର ଆଭ୍ୟନ୍ତରୀଣ କମିଟିରେ କଣ ହୋଇଥିଲା ଆଲୋଚନା ? ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେବାକୁ ପଡିପାରେ ଚ୍ୟାନେଲର ଏମଡିଙ୍କୁ । ତେବେ ନୋଟିସ୍‌କୁ ଟାଳି ଦେଇ ଯଦି ଏମ୍‌ଡି ନଆସନ୍ତି, ତେବେ ପରବର୍ତ୍ତି କଥା, ସମୟ କହିବ ବୋଲି ଅଧ୍ୟକ୍ଷା କହିଛନ୍ତି । ଏହାପୂର୍ବରୁ ଶିଶୁ ସୁରକ୍ଷା ଆୟୋଗ ପକ୍ଷ ରଖିବାକୁ ନୋଟିସ୍ କରିଥିଲେ । ହେଲେ ଏଯାଏଁ ଉତ୍ତର ରଖି ନାହାଁନ୍ତି । ଅନ୍ୟପଟେ ଘଟଣାରେ ପୂର୍ବରୁ ଓଟିଭିର ଅନ୍ୟ କିଛି କର୍ମଚାରୀଙ୍କୁ ପଚରାଉଚରା କରିସାରିଛି ମହିଳା ଥାନା ପୋଲିସ । ସେପଟେ ଏହି ସମ୍ବେଦନଶୀଳ ମାମଲାରେ ଏ ପର୍ଯ୍ୟନ୍ତ  କମିଶନରେଟ ପୋଲିସର ହାତ ଖାଲି ରହିଛି ।

ଆଜିଠୁ ଖୋଲୁଛି ସ୍କୁଲ: ଅଭିଭାବକ ଚାହିଁଲେ ସ୍କୁଲ ଯାଇପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: କରୋନା କଟକଣା ଭିତରେ ଆଜିଠୁ ଖୋଲିଛି ସ୍କୁଲ । କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଛି । ଏଥିପାଇଁ ନିୟମାବଳୀ ଜାରି କରିଛନ୍ତି କେନ୍ଦ୍ର ସରକାର । ତେବେ କଣ୍ଟେନମେଣ୍ଟ ଜୋନରେ ଥିବା ସ୍କୁଲ ଗୁଡିକୁ ଏଥିରୁ ବାଦ ଦିଆଯାଇଛି । ତେବେ ସ୍କୁଲକୁ ଛାତ୍ରଛାତ୍ରୀ ଆସିବା ନ ଆସିବା ନିଷ୍ପତ୍ତି ଅଭିଭାବକଙ୍କ ହାତରେ ଛଡାଯାଇଛି । ସେହିପରି ସ୍କୁଲକୁ ଆସିବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । ସେହିପରି ସାମାଜିକ ଦୂରତା ରକ୍ଷା କରିବା ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ଓଡ଼ିଶାରେ ଦଶହରା ଛୁଟି ପରେ ସ୍କୁଲ ଖୋଲିବାକୁ ଯାଉଛି । ସେହିପରି ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ,ଗୁଜୁରାଟ ଓ ପଶ୍ଚିମବଙ୍ଗ ଭଳି ବିଭିନ୍ନ ରାଜ୍ୟରେ ମଧ୍ୟ ସ୍କୁଲ ଖୋଲିବା ଉପରରେ କଟକଣା ଜାରି ହୋଇଛି । ଅନ୍ୟପଟେ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ ୫୦ ପ୍ରତିଶତ ଶିକ୍ଷକ ଓ କର୍ମଚାରୀରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି ।

ନରେନ୍ଦ୍ର ପୁଷ୍କରଣୀର ହେବ ପୁନରୁଦ୍ଧାର: ଅନୁଧ୍ୟାନ କରିବା ପାଇଁ ଟିମ୍ ଗଠିତ

0

ପୁରୀ: ନରେନ୍ଦ୍ର ପୁଷ୍କରଣୀ ପ୍ରଦୂଷଣ ନେଇ ହେବ ତଦନ୍ତ । ଏଥିପାଇଁ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ଟିମ ଗଠନ କରାଯାଇଛି । ଏହାକୁ ସଫା କରାଯିବା ସହ ଏହାର ରକ୍ଷଣାବେକ୍ଷଣ ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପବିତ୍ର ତୀର୍ଥ ପୁଷ୍କରିଣୀ ଏବେ ପ୍ରଦୂଷିତ ହୋଇଛି । ସହରର ନଳା ପାଣି ପଶିବାଦ୍ୱାରା ଏହାର ଜଳ ବିଷାକ୍ତ ହୋଇଛି । ପରିବେଶ ଅପରିଷ୍କାର ରହିବା ସହ ପୁଷ୍କରିଣୀରେ ମାଛ ମଡକ ଦେଖାଦେଇଛି । ତେଣୁ ଏହାର ପୂନଋଦ୍ଧାର ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି । ନରେନ୍ଦ୍ର ପୁଷ୍କରିଣୀର ହେବ ପୂନଋଦ୍ଧାର । ଅନୁଧ୍ୟାନ କରିବା ପାଇଁ ଟିମ୍ ଗଠିତ । ସଫା ସହ ରକ୍ଷଣାବେକ୍ଷଣ ନେଇ ହେବ ଅନୁଧ୍ୟାନ । କାହିଁକି ଦୂଷିତ ହେଉଛି ତଦନ୍ତ କରିବ ଟିମ୍ । ଶ୍ରୀମନ୍ଦିର ନୀତିକାନ୍ତି ସହ ଜଡିତ ପୁରୀର ନରେନ୍ଦ୍ର ତୀର୍ଥ ପୂଷ୍କରିଣୀ । ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏହାର ଜଳ ହେବେ ବିଷାକ୍ତ ହୋଇଛି । ନଳା ପାଣି ମିଶିବା ଦ୍ୱାରା ପାଣିର ରଙ୍ଗ ବଦଳିଯାଇଛି । ସ୍ନାନ କଲେ ଦେହ କୁଣ୍ଡାଇ ହେବା ସହ ଏଥିରେ ଥିବା ମାଛ ମରି ଯାଉଛନ୍ତି । ଦୂଷିତ ପରିବେଶ ସାଙ୍ଗକୁ ମାଛ ମଡକ ହେବାରୁ ଅଞ୍ଚଳ ଦୁର୍ଗନ୍ଧମୟ ହୋଇଛି । ଯାହାକୁ ନେଇ ଅଞ୍ଚଳରେ କ୍ଷୋଭ ପ୍ରକାଶ ପାଇଛି । ଅଭିଯୋଗ ଆସିବାପରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ଅଧକ୍ଷତାରେ ଏକ ଟିମ ଏହାର ତଦନ୍ତ କରିଛି । ତେବେ ଏଠାରେ 24 ଘଣ୍ଟିଆ ସିକ୍ୟୁରିଟି ବ୍ୟବସ୍ଥା କରିବା ସମ୍ଭବ ନୁହେଁ, ବରଂ ଖୁବଶିଘ୍ର ଏହାକୁ ସଫା କରାଯିବା ସହ ରକ୍ଷଣାବେକ୍ଷଣ ପାଇଁ ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି । କରୋନା କଟକଣା ପରେ ଦେଶ ବିଦେଶରୁ ପୁଣି ପର୍ଯ୍ୟଟକଙ୍କ ଏଠାକୁ ସୂଅ ଛୁଟିବ । ତେଣୁ ଏହାର ପୂନଋଦ୍ଧାର ତୁରନ୍ତ ହେବା ଆବଶ୍ୟକ ହୋଇପଡିଛି ।