spot_img
Home Blog Page 6398

କାଲିଠୁ ବିଧାନସଭା ଶୀତ ଅଧିବେଶନ, ଦିନକ ପୂର୍ବରୁ ସରିଲା ପ୍ରମୁଖ ଦଳର ବିଧାୟକ ବୈଠକ

0

ଭୁବନେଶ୍ୱର :ଶୁକ୍ରବାର ଠାରୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ । ଏହାର ଗୋଟିଏ ଦିନ ପୂର୍ବରୁ ୩ ଦଳର ରଣନୀତି ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେଡି ବିଧାୟକ ଦଳ ବୈଠକ ସନ୍ଧ୍ୟାରେ ହୋଇଥିଲା । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡି ହୋଇଥିଲେ । ପ୍ରାୟ ୫୮ ଜଣ ବିଧାୟକ ବିଧାନସଭା ଭିତରେ ଥିବା ୫୪ ନଂ ହଲ ଏବଂ ୫୩ ଜଣ ନୂଆ ସମ୍ମିଳନୀ କକ୍ଷରେ ଉପସ୍ଥିତ ରହିଥିଲେ । ବୈଠକରେ କୋଭିଡ୍ କଟକଣାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିଲା । ବିରୋଧୀଙ୍କ ପକ୍ଷରୁ ଆଗତ ଯେ କୌଣସି ପ୍ରସଙ୍ଗ ଉପରେ ଦଳ ଆଲୋଚନା କରିବାକୁ ପ୍ରସ୍ତୁତ । ସରକାରଙ୍କ ପକ୍ଷରୁ ଅଧିବେଶନରେ ୧୦ଟି ବିଲ୍ ଆସିବ । ସମସ୍ତେ ଉପସ୍ଥିତ ରହି ସଂସଦୀୟ ପରମ୍ପରାରେ ଭାଗ ନେବାକୁ ବିଜେଡି ସଭାପତି ସମସ୍ତ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ।

ଏହି ବୈଠକରେ ବିଜେଡି ବିଧାୟକ ଦଳ ବୈଠକ ଶେଷ। ସରକାରଙ୍କ ପକ୍ଷରୁ 10ଟି bill ଉପସ୍ଥାପିତ ହେବ। ଏହା ଭିତରୁ ତିନୋଟି ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ସେ ସଂକ୍ରାନ୍ତୀୟ bill ଅଣାଯିବ। ବିରୋଧୀ ଦଳ ପକ୍ଷରୁ ଯାହା ପ୍ରସଙ୍ଗ ଉଠାଇବେ ତାହାକୁ ଆଲୋଚନା କରାଯିବ। ଦଳର ସମସ୍ତ ବିଧାୟକ ମାନେ ଗୃହରେ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଭାଗ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି । ସେହିପରି କଂଗ୍ରେସ ବିଧାୟକ ଦଳ ବୈଠକ ନରସିଂହ ମିଶ୍ରଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗୃହରେ ରାଜ୍ୟରେ ବେକାରୀ ସମସ୍ୟାକୁ ଗୁରୁତ୍ୱ ଦିଆଯିବ । ପ୍ରବାସୀ ଶ୍ରମିକଙ୍କ ସମସ୍ୟା,  ସ୍କୁଲ ଖୋଲିବା ମଧ୍ୟ କଂଗ୍ରେସ ପକ୍ଷରୁ ଉଠାଯିବ । ସେହିପରି ପୁରୀର ହାଜତ ମୃତ୍ୟୁ ଓ ମାଲକାନଗିରି ଜିଲ୍ଲାପାଳ ଙ୍କ ହତ୍ୟା ମାମଲା ପ୍ରସଙ୍ଗ ମଧ୍ୟ ଗୃହରେ ଉଠିବ ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି ।

 

 

ଅନୁରୂପଭାବେ ବିଜେପି ବିଧାୟକ ଦଳ ବୈଠକରେ ମଧ୍ୟ ଏକାଧିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଆଗାମୀ ଅଧିବେଶନରେ ରାଜ୍ୟର ଆଇନ ଶୃଙ୍ଖଳା, ସରକାରୀ ଯୋଜନା ଅନିୟମିତତା, ଟୋକନ୍ ବ୍ୟବସ୍ଥା, ସୀମା ବିବାଦ ଉପରେ ଆଲୋଚନା ହେବ ବୋଲି ଜଣାପଡିଛି ।

 

ଶରୀରର ରଙ୍ଗ ପାଇଁ ମଡେଲିଂରେ କାମ ମିଳିନଥିଲା ବୋଲି କହିଲେ ଅଭିନେତ୍ରୀ ଚିତ୍ରାଙ୍ଗଦା

ମୁମ୍ବାଇ: ଶରୀରର ରଙ୍ଗକୁ ନେଇ ଆମ ସମାଜରେ ଅନେକ ସମୟରେ ଭେଦଭାବ କରାଯାଉଥିବା ନଜର ଆସେ । ଖାସକରି ଫ୍ୟାଶନ, ମଡେଲିଂ ଓ ବଲିଉଡରେ ଶ୍ୟାମଳ ରଙ୍ଗ ନେଇ ଭେଦଭାବ କରାଯାଉଥିବା ଅଭିଯୋଗ ହୋଇଥାଏ ।

ଶ୍ୟାମଳ ରଙ୍ଗ ହେତୁ ବଲିଉଡ ଅଭିନେତ୍ରୀ ଚିତ୍ରଙ୍ଗଦା ସିଂ ମଧ୍ୟ ଭେଦଭାବର ସମ୍ମୁଖୀନ ହୋଇଥିବା ନେଇ ପ୍ରକାଶ କରିଛନ୍ତି। ସେ ପ୍ରଥମଥର ପାଇଁ ଏ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି ଯେ ସେ ପିଲାଦିନରୁ ବଡ ହେବା ଯାଏଁ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିବା ବେଳେ ମଡେଲିଂ ବୃତ୍ତିରୁ ବି ଛାଡ ମିଳିନି । ମୋ ଶରୀରର ରଙ୍ଗ ହେତୁ ମୋତେ ଅନେକ ମଡେଲିଂ ଆସାଇନମେଣ୍ଟ ମଧ୍ୟ ଦିଆଯାଇନଥିଲା ।

ବମ୍ବେ ଟାଇମ୍ସ ସହିତ ବାର୍ତ୍ତାଳାପ ସମୟରେ ଚିତ୍ରଙ୍ଗଦା କହିଛନ୍ତି, “ଶ୍ୟାମଳ ରଙ୍ଗର ଝିଅ ଭାବେ ଜୀବନ ଜିଇବାର ଭାବନା ମୁଁ ଜାଣିଛି । ତ୍ବଚାର ରଙ୍ଗକୁ ନେଇ ଲୋକମାନେ ମୁହଁ ଉପରେ କିଛି କୁହନ୍ତି ନାହିଁ; ଖାଲି ସେମାନଙ୍କ କଥାକୁ ଅନୁଭବ କରିହୁଏ । ମୁମ୍ବାଇ ଆସିବା ପୂର୍ବରୁ ଚିତ୍ରଙ୍ଗଦା ସିଂ ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀରେ ରହୁଥିଲେ।

ଚିତ୍ରଙ୍ଗଦା ଆହୁରି କହିଛନ୍ତି, ‘ମୋ ରଙ୍ଗ ପାଇଁ ମୋତେ ମଡେଲିଂ ଆସାଇନମେଣ୍ଟରେ କାମ ଦିଆଯାଇନଥିଲା। ମଡେଲିଂ କରିବାର ପ୍ରାରମ୍ଭ ସମୟରେ ମୋତେ କୁହାଯାଇଥିଲା ଯେ ମୋ ରଙ୍ଗ ଶ୍ୟାମଳ ବୋଲି । ହେଲେ ଗୁଲଜାର ସାର୍ ମୋର ସେହି ଅଡିସନ୍ ଦେଖିଥିଲେ । ଯାହାପରେ ସେ ମୋତେ ତାଙ୍କ ମ୍ୟୁଜିକ୍ ଭିଡିଓରେ କାମ ଦେଇଥିଲେ । ଏହା ପରେ ମୋତେ ଲାଗିଲା ଯେ ସମସ୍ତେ ତ୍ବଚାର ରଙ୍ଗକୁ ଦେଖି କାମ ଦିଅନ୍ତି ନାହିଁ । ତେବେ ସେ ଏକ ସର୍ଟ ଫିଲ୍ମରେ ନଜର ଆସିବେ ବୋଲି ଖବର ମିଳୁଛି ।

କାଲିଠୁ ବିଧାନସଭା ଶୀତ ଅଧିବେଶନ, ମହାତ୍ମା ଗାନ୍ଧି ମାର୍ଗରେ ଧାରଣା ଓ ରାଲି ମନା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଏଥିପାଇଁ ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୁତୟନ ହେବେ ୨୬ ପ୍ଳାଟୁନ ପୋଲିସ ଫୋର୍ସ । ବିଧାନସଭା ବାହାରେ ଓ ଭିତରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ସେପଟେ କୋଭିଡ୍ କଟକଣା ଯୋଗୁଁ ରାଲି ଓ ଧାରଣା ପାଇଁ କାହାରିକୁ ଅନୁମତି ଦିଆଯାଇ ନାହିଁ ।

Three Tired Security For Assembly Winter Session

ବିଧାନସଭା ଆରମ୍ଭ ହେବା ପୂର୍ବରୁ ସୁରକ୍ଷା ଯାଞ୍ଚ ଓ ସମୀକ୍ଷା କରିଛନ୍ତି ଡିଜିପି ଅଭୟ । ବମ୍ ଡିସ୍ପୋଜାଲ ଓ ଡଗ୍ ସ୍କ୍ୱାଡ୍ କରିଛନ୍ତି ଯାଞ୍ଚ । ଭୁବନେଶ୍ୱର ଡିସିପିଙ୍କ ତତ୍ତ୍ୱାବଧାନରେ ହେବ ସୁପରିଭିଜନ । ୨ ଜଣ ଅତିରିକ୍ତ ଡିସିପି, ୧୦ ଜଣ ଏସିପି, ୧୦ଜଣ ଆଇଆଇସି ଓ ୬୧ ଜଣ ଏସଆଇଙ୍କ ସମେତ ୮୦ ଜଣ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହା ଛଡ଼ା ସାଧା ପୋଷାକଧାରୀ ପୋଲିସ, ରୁଫଟପ୍ ସିକ୍ୟୁରିଟି, କ୍ୟୁଆରଟି, ଷ୍ଟ୍ରାଇକିଙ୍ଗ ଫୋର୍ସ ମଧ୍ୟ ମୁତୟନ ହେବେ ।

ସିସିଟିଭି ସ୍କାନରରେ ରହିବ ମହାତ୍ମା ଗାନ୍ଧି ମାର୍ଗ । କୋଭିଡ୍ କଟକଣା ଯୋଗୁଁ ନଭେମ୍ବର ୩୦ ଯାଏଁ ରାଲି ଓ ଧାରଣା କରିବା ପାଇଁ କାହାରିକୁ ଅନୁମତି ଦିଆଯାଇ ନାହିଁ । ଏଯାଁଏ କୋଣସି ସଂଗଠନ କମିଶନରେଟ ପୋଲିସ ନିକଟରେ ଆବେଦନ କରି ନଥିବା କହିଛନ୍ତି ପୋଲିସ କମିଶନର ।

Three Tired Security For Assembly Winter Session

ବିଧାନସଭା ଭିତର ଓ ବାହାରକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍ କରଯାଇଛି । ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ବେଳେ ପୋଲିସ କମିଶନର, ଗୁଇନ୍ଦା ନିର୍ଦ୍ଦେଶକ ଓ ଡିଆଇଜି, ଆଇନ ଶୃଙ୍ଖଳା ଆଇଜି, ଭୁବନେଶ୍ୱର ଡିସିପି ଓ ଟ୍ରାଫିକ ଡିସିପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

ବିଶ୍ୱ ବଜାରରେ ମିଳିବ ଖାଣ୍ଟି ଦେଶୀ ଓଡ଼ିଆ ଜିନିଷ, କନ୍ଧମାଳ ହଳଦୀଠୁ ନେଇ ଜଙ୍ଗଲୀ ମହୁ କେବଳ ଗୋଟିଏ କ୍ଲିକରେ

ଭୁବନେଶ୍ୱର : ଓଡିଶା ଝୁଣାର ବାସ୍ନାରେ ମହକିବ ଅନ୍ତର୍ଜାତୀୟ ବଜାର   । ଅନଲାଇନ ବିପିଣନ ମାଧ୍ୟମରେ ଘରେ ଘରେ ପହଞ୍ଚିବ ଦେଶୀ ଖାଣ୍ଟି ମହୁ । ହାତ ପାହାନ୍ତାରେ ମିଳିବ କେନ୍ଦୁଝର ଫୁଲ ବଡି ଓ କନ୍ଧମାଳ ହଳଦୀ  । ଏଣିକି ମାତ୍ର ଗୋଟିଏ କ୍ଲିକରେ ଘରେ ପହଞ୍ଚିବ ଢିଙ୍କି କୁଟା ଚାଉଳ ।କରୋନା ମାଡରେ ହତାଶ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆରମ୍ଭ ହୋଇଛି ନିଆରା ପ୍ରୟାସ  । ରାଜ୍ୟର ଜଣେ ଉଦୀୟମାନ ଉଦ୍ୟୋଗୀଙ୍କ ଇ କମର୍ସ ସଂସ୍ଥା ‘ଠୁମରୀ ଡଟ୍ କମ୍’ ଓ ରାଜ୍ୟ ସରକାରଙ୍କ ଓରମାସ ମଧ୍ୟରେ ଏନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଛି  ।  ଓଡିଶାର କୃଷି ଜାତ ଦ୍ରବ୍ୟକୁ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ପାଇଁ ଅଣ୍ଟା ଭିଡିଛନ୍ତି ଯ଼ୁବ ଉଦ୍ୟୋଗପତି ରାକେଶ ପରିଡା  ।  ଠୁମରୀ ଡଟ୍ କମକୁ ସହଯୋଗ କରିବା ପାଇଁ ଆଗେଇ ଆସିଛି ଓରମାସ୍  ।

ଓଡିଶାର ବିଭିନ୍ନ ଜିଲ୍ଲାର କୃଷି ଜାତ ଦ୍ରବ୍ୟକୁ ହୋଟିଏ ପ୍ଲାଟଫର୍ମରେ ବିକ୍ରି କରିବାକୁ ଯୋଜନା କରିଛି ଠୁମରି ଡଟ୍ କମ୍ ।  କନ୍ଧମାଳର ହଳଦୀ ସାଙ୍ଗକୁ କେନ୍ଦୁଝର ଫୁଲ ବଡି , ଢିଙ୍କି କୁଟା ଚାଉଳ ସହ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀକୁ ମାତ୍ର ଗୋଟିଏ କ୍ଲିକରେ ପାଇ ପାରିବେ ଗ୍ରାହକ  । ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାକେଶ ।  କୃଷିଜାତ ସାମଗ୍ରୀର ବିକ୍ରି ବଢିଲେ ଚାଷୀ ନିଜ ପ୍ରାପ୍ୟ ପାଇପାରିବ ବୋଲି  କହିଛନ୍ତି ରାକେଶ  । କରୋନା ମାଡରେ ଚାଷୀ ହତାଶ ହୋଇଛି  ।  ଦୋହଲିଯାଇଛି ଜୀବନ ଜୀବିକା  ।  ଠୁମରୀ ଡଟ କମର ଏହି ପ୍ରୟାସ ଚାଷୀଙ୍କୁ ସ୍ବାବଲମ୍ବୀ କରାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି  ।

ପଞ୍ଜାବରେ ଘନଉଛି ଚାଷୀ ଆନ୍ଦୋଳନ… କୃଷି ଆଇନକୁ ବିରୋଧରେ ୫୨ ଦିନରେ ଧାରଣା

0

ପଞ୍ଜାବ: କୃଷି ଆଇନକୁ ବିରୋଧ କରି ପଞ୍ଜାବରେ ଆନ୍ଦୋଳନ ଜାରି ରହିଛି । ଆନ୍ଦୋଳନକୁ ନେଇ ସରକାରୀ ସ୍ତରରେ କୌଣସି ପ୍ରକାର ପଦକ୍ଷେପ ନିଆଯାଉନଥିବା ବେଳେ ସ୍ଥିତି ଆହୁରି ବିଗିଡିବାରେ ଲାଗିଛି । ଆନ୍ଦୋଳନ ଯୋଗୁଁ ୩୩ଟି ଟ୍ରେନକୁ ରଦ୍ଦ କରାଯାଇଛି । ଏମିତି କି କିଛି ଟ୍ରେନକୁ ଗନ୍ତବ୍ୟସ୍ଥଳରେ ପହଁଚିବା ପୂର୍ବରୁ ରୋକାଯାଇଛି । ଟ୍ରେନ ଧାରଣାରେ ଏହି ଆନ୍ଦୋଳନ ଚାଲିବା ଯୋଗୁଁ ରେଲୱେକୁ ବ୍ୟାପକ ପରିମାଣରେ କ୍ଷତି ସହିବାକୁ ପଡୁଛି ।

ମାଲବାହି ଟ୍ରେନରୁ କେବଳ ଭଡା ବାବଦରେ ଆଦାୟ ହେଉଥିବା ୧୬୭୦ କୋଟି ଟଙ୍କା କ୍ଷତି କେନ୍ଦ୍ରକୁ ସହିବାକୁ ପଡିଛି । କେନ୍ଦ୍ରର କଷି ଆଇନକୁ ବିରୋଧ କରି ୫୨ଦିନରେ ପହଁଚିଛି ଏହି ଆନ୍ଦୋଳନ । ୧୬ ନଭେମ୍ବର ପର୍ଯ୍ୟନ୍ତ ୧୯୮୬ଟି ଯାତ୍ରୀବାହୀ ଟ୍ରେନ ଓ ୩ହଜାର ୯୦ଟି ମାଲବାହୀ ଟ୍ରେନ ବାତିଲ କରାଯାଇଥିଲା । କିଛି ଦିନ ତଳେ କେବଳ ମାଲବାହୀ ଟ୍ରେନ ଚଳାଇବା ପାଇଁ ଆନ୍ଦୋଳନକାରୀ ରେଲୱେକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଏହାକୁ ରେଲଓ୍ବେ ଖଣ୍ଡନ କରିଛି ।

ଯଦି ଚାଲିବ ଉଭୟ ମାଲବାହୀ ଓ ଯାତ୍ରୀବାହି ଟ୍ରେନ ଚାଲିବ ବୋଲି ରେଲୱେ କହିଛି । ଟ୍ରେନ ବାତିଲ ଯୋଗୁଁ ପ୍ରତିଦିନ ପାଖାପାଖି ୩୬ କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି । କିଛି ଦିନ ତଳେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ କୃଷକଙ୍କ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

ଭରା ନଈରେ ଝରି ପଡ଼ୁଛି ଜୀବନ, କେବେ ହେବ ପୋଲ ପାଇଁ ପୁଣି ଟେଣ୍ଡର ?

ପାରଳାଖେମୁଣ୍ଡି: ବିପଦରେ ଜୀବନ । ଡିଜାଇନ୍ ଅନୁମୋଦନରେ ଅଟକିଛି ପୋଲ୍ ନିର୍ମାଣ । ପୋଲ ନଥିବାରୁ ଜୀବନକୁ ବାଜି ଲଗାଇ ପାଣିରେ ପଶି ନଦୀ ପାର ହେଉଛନ୍ତି ଲୋକେ । ଛାତ୍ରଛାତ୍ରୀ ପଢ଼ିବାକୁ ଯିବା ପାଇଁ ବା ସଉଦା ପାଇଁ ହାଟ ବଜାର । ଏପରିକି ମେଡିକାଲ ଯିବା ପାଇଁ ଭରା ନଈ ପାରକୁ ହେବାକୁ ପଡ଼େ । ସୁସ୍ଥ ହୁଅନ୍ତୁ କି ଅସୁସ୍ଥ, ଗର୍ଭବତୀଙ୍କୁ ମଧ୍ୟ ଚିକିତ୍ସା ପାଇଁ ପାର ହେବାକୁ ପଡ଼େ ଭରା ନଈ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଦୁର୍ଗମ ତିନି ପଞ୍ଚାୟତ କରଡ଼ାସିଙ୍ଗ, ଅଜୟଗଡ଼ ଓ କୁଜାସିଙ୍ଗବାସୀଙ୍କୁ ଏମିତି ଭରା ନଈ ପାର ହେବାକୁ ପଡ଼ୁଛି ।

Bridge Over Mahendra Tanaya Tender Waiting For Design Approval

ମହେନ୍ଦ୍ରତନୟା ନଦୀରେ ନିତିଦିନ ବାଜିରେ ଲାଗୁଛି ଲୋକଙ୍କ ଜୀବନ । ଅନେକ ସମୟରେ ନଦୀ ପାର ବେଳେ ଲୋକଙ୍କ ଜୀବନ ବି ଯାଉଛି । ସମସ୍ୟାକୁ ଦୂର ଲାଗି ୨୦୧୨ ମସିହାରେ ଆରମ୍ଭ ହୋଇଥିବା ପୋଲ ନିର୍ମାଣ କାମ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି । ଏନେଇ ଲୋକ ବାରମ୍ବାର ଦାବି କରୁଥିଲେ ମଧ୍ୟ କାମରେ ଅଗ୍ରଗତି ହେଉନାହିଁ । ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି ।

Bridge Over Mahendra Tanaya Tender Waiting For Design Approval

ପୋଲ ନିର୍ମାଣ ବିଳମ୍ବିତ ହେଉଥିବା ବେଳେ ବାଧାପ୍ରାପ୍ତ ହୋଇଛି ଅଞ୍ଚଳର ବିକାଶ । ରାସ୍ତା ନଥିବାରୁ ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ସାଧାରଣ ବଣ୍ଟନ ସାମଗ୍ରୀ ଓ ବାର୍ଦ୍ଧକ୍ୟ ଭତ୍ତା ଭଳି ମୌଳିକ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି । ସମସ୍ୟାର ସମାଧାନ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଜପତି ଜିଲ୍ଲାପାଳ । ୨୦୧୮ରେ ବାତ୍ୟା ତିତିଲି ପରେ ବ୍ରିଜର ନକ୍ସା ପରିବର୍ତ୍ତନ ଆବଶ୍ୟକତା ଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ନୂଆ ନକ୍ସା ସରକାରଙ୍କୁ ପଠାଇଛନ୍ତି । ନୂଆ ନକ୍ସା ଅନୁମୋଦନ ହୋଇ ଆସିଲେ ତତ୍କାଳ ଟେଣ୍ଡର କରାଯାଇ ବ୍ରିଜ୍ କାମ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ୩ଟି ମେଡିକାଲ କଲେଜ ଓ ହସ୍ପିଟାଲ

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି ଆଉ ୩ଟି ମେଡିକାଲ କଲେଜ ଓ ହସ୍ପିଟାଲ । ଏ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନରେ ଗୁରୁବାର ଅନୁଷ୍ଠିତ ହୋଇ ଯାଇଛି । ଏହା ସହିତ ଜଡିତ ଥିବା ବିଭାଗ ଏବଂ ବ୍ୟକ୍ତିବିଶେଷ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦାନ କରିଥିଲେ । ଏହି ୩ଟି ମେଡିକାଲ କଲେଜର ଅଗ୍ରଗତିକୁ ଫାଷ୍ଟଟ୍ରାକ ମାଧ୍ୟମରେ ନିଜେ ମୁଖ୍ୟ ଶାସନ ସଚିବ ଅନୁଧ୍ୟାନ କରିବେ ।

ଚଳିତ ଡିସେମ୍ବର ଶେଷ ସୁଦ୍ଧା ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ଅନ୍ୟାନ୍ୟ ଅନୁମତି ପାଇଁ ମେଡିକାଲ କାଉନସିଲ ଅଫ ଇଣ୍ଡିଆକୁ ଆବେଦନ କରାଯିବ । ଏହି ୩ଟି ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ହେଉଛି- ତାଳଚେରସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଏଣ୍ଡ ରିସର୍ଚ୍ଚ । ସୁନ୍ଦରଗଡସ୍ଥିତ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ପୁରୀସ୍ଥିତ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ । ୨୦୨୧-୨୧ ଶିକ୍ଷାବର୍ଷରୁ ୧୦୦ ଲେଖାଏ ସିଟ୍ ନାମଲେଖା ନେଇ ତତ୍ପରତା ପ୍ରକାଶ ପାଉଛି । ତାଳଚେରସ୍ଥିତ ମେଡିକାଲ କଲେଜ ଓ ହସ୍ପିଟାଲକୁ ଏମସିଏଲ, ସୁନ୍ଦରଗଡସ୍ଥିତ ହସ୍ପିଟାଲକୁ ଏନଟିପିସି ସହାୟତା କରୁଛି ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ର, ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି, ଏନଟିପିସି ଏବଂ ଏମସିଏଲ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ଘର ଘର ବୁଲି ଲୋକଙ୍କୁ କରୋନା ନେଇ ସଚେତନ କରୁଛନ୍ତି ଦିବ୍ୟାଙ୍ଗ ସବିତା

ଆସିକା: ବିଶ୍ୱରେ କରୋନା ଉତ୍କଟ ରୂପ ଧାରଣ କରିଛି । ଏଥିରୁ ବଞ୍ଚିବା ପାଇଁ ସମସ୍ତେ ଭ୍ୟାକ୍ସିନକୁ ଅପେକ୍ଷା କରିଛନ୍ତି । ମାସ୍କ ଓ ସାମାଜିକକୁ ଦୂରତା ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଆଉ ଏହାକୁ ଲୋକଙ୍କ ନିକଟରେ ପହଞ୍ଚାଇବାର ମାଧ୍ୟମ ସାଜିଛନ୍ତି ଆଶା ଦିଦି । ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ସରକାରଙ୍କ ସଚେତନତା ବାର୍ତ୍ତାକୁ ଗୀତ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ସବିତା ।

Disabled Asha Savita Aware People About Covid 19 In Ganjam

ଭାଙ୍ଗନି ମନୋବଳ, ହାରିନାହାଁନ୍ତି ସବିତା । ଭିନ୍ନକ୍ଷମ ହୋଇଥିଲେ ବି ସେ ସକ୍ଷମ । ଦୃଢ଼ ରହିଛି ମନୋବଳ । କରୋନା ସଂକଟରେ ଲୋକଙ୍କୁ କରୁଛନ୍ତି ସଚେତନ । ଗୀତ ମାଧ୍ୟମରେ ସମସ୍ତଙ୍କୁ ବାଣ୍ଟୁଛନ୍ତି ସଚେତନତା ବାର୍ତ୍ତା । କରୋନା ହାରିବ, ମଣିଷ ଜିତିବ । ଏହି ପଂକ୍ତିକୁ ନେଇ ଲୋକଙ୍କୁ ସଚେତନ କରୁଛନ୍ତି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ପୁନନ୍ଦା ଗାଁର ଆଶା ଦିଦି ସବିତା କୁମାରୀ । ସେ ଭିନ୍ନକ୍ଷମ ଓ ବାମନ ହୋଇଥିଲେ ମଧ୍ୟ କାର୍ଯ୍ୟରେ କେବେହେଲେ କରିନାହାଁନ୍ତି ଅବହେଳା । ଗାଁ ଗାଁ ବୁଲି ଗୀତ ମାଧ୍ୟରେ ଲୋକଙ୍କୁ କରୋନାରୁ ବର୍ତ୍ତିବା ଲାଗି କରୁଛନ୍ତି ସଚେତନ ।

Disabled Asha Savita Aware People About Covid 19 In Ganjam

ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ । ଏଭଳି କହି କରୋନା ଯୋଦ୍ଧା ଭାବେ ଲଢୁଛନ୍ତି ଭିନ୍ନକ୍ଷମ ଆଶା ଦିଦି ସବିତା । ଆଉ ପିଲାଠାରୁ ବୃଦ୍ଧ ସମସ୍ତଙ୍କୁ ଭୂତାଣୁ ଠାରୁ ଦୂରେଇ ରହିବା ପାଇଁ କରୁଛନ୍ତି ସଜାଗ । ଏଥିପାଇଁ ସେ କେବେ କ୍ଲାନ୍ତ ଅନୁଭବ କରିନଥିବା ବେଳେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରି ନିଜକୁ ଗର୍ବିତ ଅନୁଭବ କରୁଥିବା କହିଛନ୍ତି । ଦିବ୍ୟାଙ୍ଗ ସବିତାଙ୍କ ଏଭଳି କାର୍ଯ୍ୟକୁ ବେଶ୍ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ ।

ନିଜ ସୁରକ୍ଷା ପାଇଁ ସମ୍ବିଧାନ ବଦଳାଇଲେ ରୁଷ ରାଷ୍ଟ୍ରପତି, କ୍ଷମତାରୁ ଗଲା ପରେ ବି ଆଇନଠୁ ରହିବେ ଉପରେ

ଋଷିଆ: ପୁଣି ଥରେ ଋଷ ସମ୍ବିଧାନରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ । ଏହାକୁ ମିଶାଇ ମାତ୍ର ବର୍ଷକରେ ଦୁଇ ଦୁଇ ଥର ସମ୍ବିଧାନରେ ସଂଶୋଧନ ହେବାକୁ ଯାଉଛି । ଗତ ଜୁଲାଇ ମାସରେ ସମ୍ବିଧାନ ସଂଶୋଧନ ହୋଇଥିଲା । ସେଥିରେ ୨୦୩୬ ପର୍ଯ୍ୟନ୍ତ ପୁଟିନ୍‌ ରାଷ୍ଟ୍ରପତି ରହିପାରିବେ ବୋଲି ଅଧିକାର ପାଇଥିଲେ ।

ଏଥର କିନ୍ତୁ ଭିନ୍ନ ଧରଣର ପରିବର୍ତ୍ତନ କରିବାକୁ ଯାଉଛନ୍ତି ପୁଟିନ୍‌ ସରକାର । ରାଷ୍ଟ୍ରପତି ପଦରୁ ହଟିବା ପରେ ମଧ୍ୟ ତାଙ୍କ ଉପରେ କେହି ଅପରାଧିକ ମାମଲା ରୁଜୁ କରିପାରିବେ ନାହିଁ ବୋଲି ସେ କିଛି କଟକଣା ଲଗାଇବାକୁ ଚାହୁଁଛନ୍ତି । ସଂସଦର ଦୁଇଟି ଯାକ ଗୃହରେ ଏନେଇ ପ୍ରସ୍ତାବ ପାରିତ ହେବା ପରେ ପୁଟିନ୍‌ ଏଥିରେ ଦସ୍ତକ୍ଷତ କରିବେ ବୋଲି ଜଣାପଡ଼ିଛି ।

Putin

ସମ୍ବିଧାନରେ ଏହି ସଂଶୋଧନ ହେଲେ ରାଜଦ୍ରୋହ ଭଳି ମାମଲାକୁ ମଧ୍ୟ ତଳଶ୍ରେଣୀର ଅପରାଧ ବୋଲି ବିଚାର କରାଯିବ । ଏହି ସଂଶୋଧନର ଫାଇଦା ପୂର୍ବତନ ରାଷ୍ଟ୍ରପତି ତଥା ତାଙ୍କ ପରିବାର ସଦସ୍ୟ ମଧ୍ୟ ଉଠାଇପାରିବେ । ଏଥିସହ ତଦନ୍ତ ବେଳେ ସେମାନଙ୍କର ସମ୍ପତ୍ତି ବାଜ୍ୟାପ୍ତି କରିବା ପାଇଁ କାହାର ଅଧିକାର ରହିବ ନାହିଁ ।

ଜୁଲାଇ ମାସରେ ସମ୍ବିଧାନ ସଂଶୋଧନକୁ ମାତ୍ର ସପ୍ତାହେ ସମୟ ଲାଗିଥିବା ବେଳେ ଏଥର ମଧ୍ୟ ଖୁବ ଶୀଘ୍ର ସଂଶୋଧନ ହେବ ବୋଲି ସରକାର ଆଶା ରଖିଛନ୍ତି । ସଂସଦର ଗୋଟିଏ ଗୃହରେ ଏହି ପ୍ରସ୍ତାବ ପାରିତ ହୋଇସାରିଛି । ସମ୍ବିଧାନ ଅନୁସାରେ ୨୦୨୪ରେ ପୁଟିନ ରାଷ୍ଟ୍ରପତି ପଦରୁ ଅବସର ନେଇଥାନ୍ତେ । କିନ୍ତୁ ଏବେ ସେ ୨୦୩୬ ପର୍ଯ୍ୟନ୍ତ ରହିବେ ।

ସରପଞ୍ଚ ଗିରଫ, ଘର ବଦଳରେ ଶାରୀରିକ ସମ୍ପର୍କ ପାଇଁ ରଖିଥିଲେ ସର୍ତ୍ତ

କଳାହାଣ୍ଡି: ବନ୍ଧାହେଲେ ରସିକିଆ ସରପଞ୍ଚ । କଳାହାଣ୍ଡି ଜିଲ୍ଲା ସାଲେପାଲି ପଞ୍ଚାୟତର ସରପଞ୍ଚ ରମେଶ ଚନ୍ଦ୍ର ସାହୁଙ୍କୁ ଗିରଫ କରିଛି ଏମ୍.ରାମପୁର ଥାନା ପୋଲିସ । ବର୍ଷାରେ ଘର ଭାଙ୍ଗିଯିବା ପରେ ଯୁବତୀ ଜଣଙ୍କ ସରପଞ୍ଚଙ୍କୁ ଘର ଖଣ୍ଡିଏ ଲାଗି ଆବେଦନ କରିଥିଲେ । ଯୁବତୀଙ୍କ ଅସହାୟତାର ସୁଯୋଗ ନେଇ ଶାରୀରିକ ସମ୍ପର୍କ ରଖିବାକୁ ସର୍ତ୍ତ ରଖିଥିଲେ ସରପଞ୍ଚ ।

Kalahandi Police Arrested Salepali Sarpanch Ramesh Chandra Sahu

ବର୍ଷାରେ ଘର ଭାଙ୍ଗି ଯାଇଥିବା ବେଳେ ବାପା, ମାଆ ରୋଜକୋଟରେ ଦାଦନ ଖଟୁଛନ୍ତି । ଦାରିଦ୍ର୍ୟର ତାଡ଼ନାରେ ଜର୍ଜରିତ ହୋଇ ପଡ଼ିଥିବା ଯୁବତୀଙ୍କ ଉପରେ ସରପଞ୍ଚ ଲୋଲୁପ ଦୃଷ୍ଟି ପକାଇଥିଲେ । ଯୁବତୀ ଜଣଙ୍କ ଏନେଇ ପୋଲିସରେ ଅଭିଯୋଗ କରିଥିଲେ । ଏମ୍.ରାମପୁର ଥାନା ପୋଲିସ ପଚରାଉଚରା ପରେ ରସିକିଆ ସରପଞ୍ଚ ରମେଶ ଚନ୍ଦ୍ର ସାହୁଙ୍କୁ ଗିରଫ କରିଛି ।