spot_img
Home Blog Page 6402

ଦିଲ୍ଲୀରେ କରୋନା ‘Out Of Control’: ସର୍ବଦଳୀୟ ବୈଠକରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନାର କହର ଜାରି ରହିଛି । ବିଗତ ୨୪ ଘଣ୍ଟାରେ ୭୪୮୬ ନୂଆ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି ଏବଂ ୧୩୧ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏଥି ସହିତ ଦିଲ୍ଲୀରେ ଦିନକରେ ରେକର୍ଡ ସଂଖ୍ୟକ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାପୂର୍ବରୁ ଦିଲ୍ଲୀ ସରକାର ନଭେମ୍ବର ୧୨ ତାରିଖରେ ଜାରି କରିଥିବା ସଂଖ୍ୟା ମୁତାବକ ଗୋଟିଏ ଦିନରେ ୧୦୪ ଜଣଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଦିଲ୍ଲୀରେ କରୋନାର କହରରେ ବ୍ରେକ ଲଗାଇବା ପାଇଁ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଯାଇଛି । ବୈଠକରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ କଂଗ୍ରେସର ରାଜ୍ୟ ସଭାପତି ଅନିଲ ଚୌଧୁରୀ ଉପସ୍ଥିତ ଅଛନ୍ତି ।

ସେହିପରି ଆଜି ଦେଶରେ ୪୫ହଜାର ୫୭୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୮୫ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ପଜିଟିଭ ସଂଖ୍ୟା ୮୯ଲକ୍ଷ ୫୮ହଜାର ୪୮୪ରେ ପହଞ୍ଚିଛି । ଦେଶରେ ମୋଟ କରୋନା ମୃତକଙ୍କ ସଂଖ୍ୟା ଲକ୍ଷେ ୩୧ହଜାର ୫୭୮କୁ ବୃଦ୍ଧି ହୋଇଛି । ଦେଶରେ କରୋନାରୁ ସୁସ୍ଥ ହେଲେଣି ୮୩ଲକ୍ଷ ୮୩ହଜାର ୬୦୩ଜଣ ଆକ୍ରାନ୍ତ ।

ଆକ୍ଟିଭ କେସ୍ ରହିଛି ୪ଲକ୍ଷ ୪୩ହଜାର ୩୦୩ । ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ୧୭ଲକ୍ଷ ୫୭ହଜାର ଟପିଥିବା ବେଳେ ମୃତକଙ୍କ ସଂଖ୍ୟା ୪୬ ହଜାର ୨୦୨ରେ ପହଞ୍ଚିଛି । ଦୈନିକ ସଂକ୍ରମଣରେ ଦିଲ୍ଲୀ ଆଗରେ ରହିଛି । ଦିଲ୍ଲୀରେ ଦୈନିକ ସଂକ୍ରମଣ ସର୍ବାଧିକ ୭ହଜାର ୪୮୬ ଥିବା ବେଳେ କେରଳରେ ୬ହଜାର ୪୧୯, ମହାରାଷ୍ଟ୍ରରେ ୫ହଜାର ୧୧ଜଣ ସଂକ୍ରମିତ ହୋଇଛନ୍ତି ।

ପୁରୀରେ ହାଜତ ମୃତ୍ୟୁ ଅଭିଯୋଗ : ଥାନାରେ ଅଟକ ଥିବା ବେଳେ ଅଭିଯୁକ୍ତର ସନ୍ଦେହ ଜନକ ମୃତ୍ୟୁ

ପୁରୀ: ପୁରୀରେ ହାଜତ ମୃତ୍ୟୁ ଅଭିଯୋଗ । କୌଣସି ଏକ ମାମଲାରେ ବାସେଳୀ ସାହି ଥାନା ପୋଲିସ ଅଟକ ରଖିଥିବା ଜଣେ ଅଭିଯୁକ୍ତର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ସମ୍ପୃକ୍ତ ଅଭିଯୁକ୍ତକୁ ଗୁରୁତର ଅବସ୍ଥାରେ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ନିଆଯାଇଥିଲା । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

ମୃତ ଅଭିଯୁକ୍ତର ଶରୀରରେ ମାଡ଼ର ଦାଗ ରହିଥିବା ସୂଚନା ମିଳିଛି । ତେବେ ଏନେଇ ପୁରୀ ଏସପି ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ମୃତ ଯୁବକ ଜଣଙ୍କ  ୩୨ ବର୍ଷୀୟ କେ ରମେଶ ।  ରମେଶ କୌଣସି ଅପରାଧିକ କାର୍ଯ୍ୟ କରିବାକୁ ବନ୍ଧୁକ ନେଇ ଆସିଥିବା ପୋଲିସ ସୂଚନା ପାଇ ରମେଶକୁ ଠାବ କରିଥିଲା । ଏହାପରେ ରମେଶ ଓ ପୋଲିସ ମଧ୍ୟରେ ଦୀର୍ଘ ସମୟ ଧରି ଲୁଚକାଳି ଖେଳ ଚାଲିଥିଲା ।

ତେବେ ଏହି ସମୟରେ ପୋଲସ ସହ ରମେଶର ଧସ୍ତାଧସ୍ତି ହୋଇଥିଲା ଏଥିରେ ଯୁବକଙ୍କ ସହ ପୋଲିସ ମଧ୍ୟ ଆହତ ହୋଇଥିଲେ  । ଘଟଣାରେ ରମେଶଙ୍କୁ ମେଡ଼ିକାଲକୁ ନେବା ପରେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସମ୍ପୃକ୍ତ ଯୁବକଙ୍କ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରୁଜୁ ଅଛି । ଏବଂ ନିକଟରେ ସେ ଅନୁଗୁଳ ଜେଲରୁ ମୁକୁଳିଥିବା ସୂଚନା ଦେଇଛନ୍ତି ପୁରୀ ଏସପି ।

ବୀରମିତ୍ରପୁରରେ ହାଜତ ମୃତ୍ୟୁ ଅଭିଯୋଗ ନେଇ ଉତ୍ତେଜନା… ଥାନା ଘେରିଲେ ଶତାଧିକ ଲୋକ

ବୀରମିତ୍ରପୁର: ସୁନ୍ଦରଗଡ଼ ଜିୁଲ୍ଲା ବୀରମିତ୍ରପୁର ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରିଛନ୍ତି ଶତାଧିକ ଲୋକ । ସୂଚନା ଅନୁଯାୟୀ ବ୍ୟବସାୟୀ ପ୍ରଦୀପ କୁଣ୍ଡୁଙ୍କ ଅପହରଣ ଘଟଣାରେ ଗତକାଲି ଧରାପଡ଼ିଥିବା ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଵୀରମିତ୍ରପୁର ଅଞ୍ଚଳର ମହମ୍ମଦ ତାରିକ୍‌ ଅଟନ୍ତି । ତେବେ ଅପହରଣସ୍ଥଳରେ ତଦନ୍ତ ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ତାରିକ । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ କୁଆଁରମୁଣ୍ଡା ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ।

ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୁନ୍ଦରଗଡ଼ ଏସ୍‌ପି କହିଛନ୍ତି । ମୃତଦେହ ରାଉରକେଲା ସରକାରୀ ଡାକ୍ତରଖାନାରେ ରଖାଯାଇଛି । ତେବେ ହାଜତ ମୃତ୍ୟୁ ଅଭିଯୋଗରେ ବୀରମିତ୍ରପୁରରେ ଉତ୍ତେଜନା ପ୍ରକାଶ ପାଇଛି । ମୃତ୍ୟୁର କାରଣ ନେଇ ତଦନ୍ତ କରିବାକୁ ଦାବି ହୋଇଛି ।  ସୁନ୍ଦରଗଡ଼ ଏସପି ସାଗରିକା ନାଥଙ୍କ ସୂଚନା ଅନୁଯାୟୀ ଅପହରଣସ୍ଥଳରେ ତଦନ୍ତ ବେଳେ ଅଭିଯୁକ୍ତ ଜଣଙ୍କ ଅସୁସ୍ଥ ଅନୁଭବ କରୁଥିବା ଅଭିଯୋଗ କରିଥିଲେ । ତେଣୁ ତାଙ୍କୁ ତୁରନ୍ତ କୁଆଁରମୁଣ୍ଡା ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ପରେ ତାଙ୍କ ରକ୍ତଚାପ ହ୍ରାସ ହୋଇଯାଇଥିବା ଡାକ୍ତର କହିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣାରେ କୌଣସି ହାଜତ ମୃତ୍ୟୁ ହୋଇନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ଏହି ମୃତ୍ୟୁ ପଛରେ କାରଣ କଣ ଅଛି ବୋଲି ଦାବି କରି ସ୍ଥାନୀୟ ବାସିନ୍ଦା ବୀରମିତ୍ରପୁର ଥାନା ଘେରାଉ କରିଛନ୍ତି । ଘଟଣାର ସଠିକ ତଦନ୍ତ ହେଉ ବୋଲି ଶତାଧିକ ଲୋକ ଦାବି କରି ଥାନା ଘେରାଉ କରିଛନ୍ତି । ଉତ୍ତେଜନାକୁ ଆଖି ଆଗରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମୃତ ମହମ୍ମଦ ତାରିକଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ କିନ୍ତୁ ସ୍ଥାନୀୟ ବାସିନ୍ଦା ମୃତ୍ୟୁ ଖବର ପାଇ ଥାନା ଘେରାଉ କରିଛନ୍ତି ।

ଅପହୃତ ବୀରମିତ୍ରପୁର ଅଞ୍ଚଳର ବ୍ୟବସାୟୀ ପ୍ରଦୀପ କୁଣ୍ଡୁଙ୍କୁ ପୋଲିସ ଗତ ୧୧ ତାରିଖ ଉଦ୍ଧାର କରିଥିଲା । ଅପହରଣକାରୀଙ୍କୁ ଧରିବାକୁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଗତକାଲି ପୋଲିସ ହାତରେ ଧରାପଡିଥିଲା ମହମ୍ମଦ ତାରିକ ।

ସାରୁଅ ପରେ ପଟିଆ: ଭୁବନେଶ୍ୱରରେ ଜବରଦଖଲ ଜମି ଉପରେ OTV ଅଫିସ

ଭୁବନେଶ୍ୱର: ଖୋଲୁଛି ଜମି କେଳେଙ୍କାରୀର ଗୋଟେ ପରେ ଗୋଟେ ଫର୍ଦ୍ଦ । ଦୀର୍ଘବର୍ଷ ଧରି ନିରିହ ଲୋକଙ୍କୁ ହାଇରାନଣ ହରକତ କରିବା ପରେ ଏବେ ସାମ୍ନାକୁ ଆସୁଛି ସତ । ଓଟିଭି ଷ୍ଟୁଡ଼ିଓ ପରେ ଏବେ ଓଟିଭି ଅଫିସ ମଧ୍ୟ ଜବରଦଖଲ ଜମିରେ ନିର୍ମାଣ ହୋଇଥିବା ସାମ୍ନାକୁ ଆସିଛି । ପଟିଆରେ ନିର୍ମାଣ ହୋଇଥିବା ଓଟିଭି କାର୍ଯ୍ୟାଳୟ ଜମି ମଧ୍ୟ ଜବରଦଖଲ ତାଲିକାରେ ରହିଛି ।  ମିଳିତ ସର୍ଭେରେ ଏସବୁ ଜଣାପଡିବା ପରେ ଓଟିଭି ଅଦାଲତର ଦ୍ୱାରସ୍ଥ ହୋଇଛି । ଇଡକୋ ମଧ୍ୟ ଏ ସଂପର୍କରେ ଅଦାଲତରେ ଫେରାଦ ହୋଇଛି ।

ସୂଚନା ଅନୁସାରେ, ଇଡକୋ ପକ୍ଷରୁ ଲିଜରେ ୩୬ହଜାର ୬୭୩ ବର୍ଗଫୁଟ ଜମି ଓଟିଭିକୁ ମିଳିଥିଲା । କିନ୍ତୁ ଯେତେବେଳେ ଗତ ୨୭ ଅକ୍ଟୋବରରେ ମିଳିତ ସର୍ଭେ ହୋଇଥିଲା ସେତେବେଳେ ପ୍ରାୟ ୧୨ହଜାର ୯୮୦ ବର୍ଗଫୁଟରୁ ଅଧିକ ଜମି ଓ଼ଟିଭି  ଜବରଦଖଲ କରିଥିବା ଜଣାପଡ଼ିଥିଲା । ଏହି ଆଧାରରରେ ଓଟିଭି ଷ୍ଟୁଡ଼ିଓ ଏବଂ ମୁଖ୍ୟ କାର୍ଯ୍ୟାଳୟର କିଛି ଅଂଶ ମଧ୍ୟ ଏହି ଜବରଦଖଲ ଜମିରେ ରହିଛି । ଏହାକୁ ମାପଚୁପ କରିବା ପରେ ଓଟିଭିକୁ ନୋଟିସ ମଧ୍ୟ କରାଯାଇଥିଲା  । କିନ୍ତୁ ନୋଟିସକୁ ମାନିବାକୁ ପ୍ରସ୍ତୁତ ନଥିଲେ  ଓଟିଭି କର୍ତ୍ତୃପକ୍ଷ ଏବଂ ଘଟଣାକୁ ନେଇ ସେମାନେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ତେବେ ସିଭିଲ ଜଜ୍ କୋର୍ଟରେ ଏହି ମାମଲା ବିଚାରଧିନ ଥିବା ବେଳେ ଏବେ ଇଡକୋ ମଧ୍ୟ କୋର୍ଟର ଦ୍ୱାରସ୍ଥ ହୋଇଛି । ନିକଟରେ ଏହି ମାମଲାର ଯେଉଁ ବିଚାର ହୋଇଥିଲା ସେଥିରେ ଭୁବନେଶ୍ୱରର ତହସିଲଦାରଙ୍କୁ ନୋଟିସ କରାଯାଇଥିଲା  ।  ମାମଲାରେ ତହସିଲଦାର ନିଜେ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜର ପକ୍ଷ ରଖିଥିଲେ । ସେହିପରି ଆଜି ଦ୍ୱିତୀୟ ପର୍ଯ୍ୟାୟ ଶୁଣାଣିରେ ଇଡକୋ ଅଧିକାରୀ ସାମିଲ ହୋଇପାରନ୍ତି । ଆଜି ଅପରାହ୍ନ ୨ଟାରେ ଭୁବନେଶ୍ୱର ସିଭିଲ କୋର୍ଟରେ ଏହି ମାମଲାର ଶୁଣାଣି ହେବ ।

ଲଗାତାର ୧୫ ଦିନରେ ନଷ୍ଟ ହେଲାଣି ୮ କୋଟିର ଗଞ୍ଜେଇ ଗଛ

କନ୍ଧମାଳ/ଅନୁଗୁଳ: କନ୍ଧମାଳ ଜିଲ୍ଲା ପୋଲିସ୍ ଓ ଅବକାରୀ ବିଭାଗର ମିଶନ୍ କ୍ଲିନ୍ ଗଞ୍ଜେଇ । ଲଗାତର ତିନିଦିନ ଧରି ବାଲିଗୁଡା ଅଞ୍ଚଳରେ ଚାଲିଛି ଗଞ୍ଜେଇ ନଷ୍ଟ ଅଭିଯାନ। ସିନ୍ଦ୍ରିଗାଁ ପଞ୍ଚାୟତ ଅଞ୍ଚଳରେ ୧୭୫ ଏକର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ପ୍ରାୟ ୧କୋଟି ୭୫ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ପୋଲିସ୍ ସୂଚନା ଦେଇଛି ।

ଗତ ୧୫ଦିନ ମଧ୍ୟରେ ବାଲିଗୁଡ଼ା ଅଞ୍ଚଳରେ ୫୯୫ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ୍ ଗଞେଇ ଚାଷ ନଷ୍ଟ କରାଗଯାଇଛି । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୬ କୋଟି ଟଙ୍କା ହେବ ବୋଲି ପୋଲିସ କହିଛି । ସେପଟେ ଆକ୍ସନ୍ ମୋଡରେ ଅନୁଗୁଳରେ ଜିଲ୍ଲା ପୋଲିସ୍ ଓ ଅବକାରୀ ବିଭାଗ । ହଣ୍ଡପା ଥାନା ଖୋଲାରେଗଡା ଘଞ୍ଚ ଜଙ୍ଗଲରେ ୧୦ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ୍ ଓ ଅବକାରୀ ବିଭାଗର ମିଳିତ ଟିମ୍। ନଷ୍ଟ ଗଞ୍ଜେଇ ଚାଷର ମୁଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ ଅନୁମାନ କରିଛି ।

କରୋନାର ତୃତୀୟ ଲହରୀ: ଦିନକରେ ୭ ହଜାର ୪୮୬ ନୂଆ ପଜିଟିଭ୍ ଚିହ୍ନଟ, ୧୩୧ ମୃତ

ନୂଆଦିଲ୍ଲୀ: ଦିଲ୍ଲୀରେ ଅସମ୍ଭାଳ ହେଉଛି ପରିସ୍ଥିତି । କରୋନା ସହ ବାୟୁ ପ୍ରଦୂଷଣରେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ଦିଲ୍ଲୀବାସୀ । ଏବେ ଦିଲ୍ଲୀରେ କରୋନାର ତୃତୀୟ ଲହରୀ ଜାରି ରହିଛି । ଏବଂ ଗତ ୧୫ ଦିନ ମଧ୍ୟରେ ଲକ୍ଷେରୁ ଅଧିତକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ଘଣ୍ଟାରେ ଦିଲ୍ଲୀରେ ୧୩୧ ଜଣଙ୍କର ଜୀବନ ନେଇଛି କରୋନା । ଦୈନିକ ମୃତ୍ୟୁରେ ଏହା ରେକର୍ଡ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭ ହଜାର ୮୪୩କୁ ବୃଦ୍ଧି ପାଇଛି ।

ଦିନକରେ ୭ ହଜାର ୪୮୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦିଲ୍ଲୀରେ ୫ ଲକ୍ଷ ପାର ହୋଇଛି ସଂକ୍ରମିତଙ୍କ ସଂଖ୍ୟା । ବୁଧବାର ଦିନ ଟେଷ୍ଟ କରାଯାଇଥିବା ନମୂନା ମଧ୍ୟରୁ ୧୨ ଦଶମିକ ୦୩ ପ୍ରତିଶତ ପଜିଟିଭ୍ ଆସିଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । ଗତ ୧୧ ତାରିଖରେ ସର୍ବାଧିକ ୮ ହଜାର ୫୯୩ ମାମଲା ରେକର୍ଡ କରାଯାଇଥିଲା । ଦିଲ୍ଲୀରେ କୋଭିଡ୍ ନିୟନ୍ତ୍ରଣ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ୧୦ଟି ଟିମ୍ ଗଠନ କରାଯାଇଛି । ଟେଷ୍ଟିଂ କ୍ଷମତା ସହ ବିଭିନ୍ନ ହସପିଟାଲରେ ଚିକିତ୍ସା ସୁବିଧା ନେଇ ଟିମ୍ ତଦାରଖ କରିବ ।

ସେପଟେ ଦିଲ୍ଲୀରୁ ନୋଏଡା ଯାଉଥିବା ଲୋକଙ୍କ ରାଣ୍ଡମ୍‌ ଟେଷ୍ଟ କରାଯାଉଛି । ନୋଏଡା ପ୍ରଶାସନର ମେଡିକାଲ୍ ଟିମ୍ ଦିଲ୍ଲୀ-ନୋଏଡା ସୀମାରେ ମୁତୟନ ହୋଇଛନ୍ତି । କରୋନା ସଂକ୍ରମଣକୁ ଆଖିରେ ରଖି ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ।

ବ୍ରିଜରେ ପିଟି ହୋଇ ତଳକୁ ଖସିଲା ବାଇକ୍, ୨ ମୃତ

ସମ୍ବଲପୁର: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ । ବିଳମ୍ବିତ ରାତିରେ ଅଘଟଣା, ବାଇକ ଆରୋହୀ ସହ ଦୁଇ ମୃତ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ରାଞ୍ଚି-ବିଜୟୱାଡା ରାସ୍ତା ଡିମିରିକୁଦା ଗ୍ରାମ ନିକଟସ୍ଥ ବ୍ରିଜରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବ୍ରିଜ ଉପରୁ ବାଇକ ଖସିବା ଫଳରେ ଦୁଇ ଯୁବକ ମୃତ । ମୃତ ଯୁବକ ୨ଜଣ ହେଲେ ରେଢାଖୋଲ ଏଲଆଇସି କଲୋନୀର ଅଭିଜିତ ପାଣିଗ୍ରାହୀ ଓ ରଥ ସାହିର ରାମଚନ୍ଦ୍ର ପ୍ରଧାନ । 

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ବାଇକ ଯୋଗେ ଉଭୟେ ନାକଟିଦେଉଳ ପଟୁ ରେଢାଖୋଲ ଅଭିମୁଖେ ଯାଉଥିଲେ । ହେଲେ ଡିମିରିକୁଦା ଠାରେ ଭାରସାମ୍ୟ ହରାଇ ବ୍ରିଜରେ ପିଟି ହେବା ଫଳରେ ଉଭୟେ ବ୍ରିଜ ତଳକୁ ଖସି ପଡିଥିଲେ । ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସାରୁଓ ଜମି କେଳେଙ୍କାରୀ: ୧୯ ଦିନରେ ପହଞ୍ଚିଲା ଠିକା କର୍ମଚାରୀଙ୍କ ଧାରଣା

ଭୁବନେଶ୍ୱର: ସାରୁଅରେ ଚାଲିଥିବା ଠିକା କର୍ମଚାରୀଙ୍କ ଧାରଣା ୧୯ ଦିନରେ ପହଞ୍ଚିଛି । ୫ ଦଫା ଦାବିରେ ଆନ୍ଦୋଳନ କରୁଛନ୍ତି ଠିକା କର୍ମଚାରୀ । ସ୍ଥାୟୀ ନିଯୁକ୍ତି, ୧୫ ହଜାର ଟଙ୍କା ଦରମା ଭଳି ବିଭିନ୍ନ ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି ଠିକା କର୍ମଚାରୀ । ତେବେ ଗତକାଲି ଭୁବନେଶ୍ୱର ଯୁଗ୍ମ ଶ୍ରମ ଅଧିକାରଙ୍କ କାର୍ଯ୍ୟଳାୟରେ ଆଲୋଚନା ହୋଇଥିଲା । ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଆଲୋଚନାରେ ମଧ୍ୟସ୍ଥତା କରିଥିଲେ ଡିଭିଜନାଲ ଲେବର କମିଶନର ।

ଠିକା କର୍ମଚାରୀଙ୍କ ପକ୍ଷରୁ ୪ଜଣ ଓ ଓଟିଭି ପକ୍ଷରୁ ଏଚ୍ଆର ମୁଖ୍ୟ ପାର୍ଥ ନନ୍ଦିଙ୍କ ସହ ଦୁଇଜଣ ଉପସ୍ଥିତ ଥିଲେ । ଆଲୋଚନା ସମୟରେ ଶ୍ରମିକଙ୍କ ଉପସ୍ଥାନ ଓ ମଜୁରୀ ସମ୍ପର୍କିତ ମଷ୍ଟରରୋଲ ଆଣିବାକୁ କୁହାଯାଇଥିଲେ ହେଁ ଓଟିଭି ପ୍ରତିନିଧି କୌଣସି ନଥିପତ୍ର ସାଙ୍ଗରେ ଆଣିନଥିଲେ । ଫଳରେ ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ପାରିନଥିଲା। ଫଳରେ ଆସନ୍ତା ୨୬ତାରିଖରେ ଅନ୍ତିମ ତଥା ଶେଷ ସୁଯୋଗ ଦେଇଛନ୍ତି  ଡିଭିଜିନାଲ ଲେବର କମିଶନର । ସେପଚେ ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଠିକା କର୍ମଚାରୀ ଚେତାବନୀ ଦେଇଛନ୍ତି।

ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀର ନଗରୋଟା ଟୋଲ୍ ପ୍ଲାଜା ନିକଟରେ ଏନକାଉଣ୍ଟର । ଗାଡ଼ି ଚେକିଂ ବେଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ।  ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳିବିନିମୟରେ ଏପର୍ଯ୍ୟନ୍ତ ସୁଦ୍ଧା୪ ଆତଙ୍କବାଦୀ ନିହତ ହୋଇଥିବା ସୂଚନା । ଆଜି ଭୋର୍‌ ୫ଟାରୁ ଚାଲିଛି ଗୁଳିବିନିମୟ । ସର୍ଚ୍ଚ ଅପରେସନ୍ ଜାରି ରହିଥିବା ବେଳେ ଜାମ୍ମୁ ଶ୍ରୀନଗର ହାଇୱେକୁ ବନ୍ଦ କରିଦିଆ ଯାଇଛି ।

ଟ୍ରକରେ ଆସୁଥିଲେ ଆତଙ୍କବାଦୀ, ଜାମ୍ମୁ ନଗରୋଟାରେ ଏନକାଉଣ୍ଟର । ନଗରୋଟା ସ୍ଥିତ ଟୋଲପ୍ଲାଜା ନିକଟରେ ସୁରକ୍ଷା କର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏକ ଟ୍ରକରେ ଆତଙ୍କୀ ଆସୁଥିବା ଖବର ପାଇ ସୁରକ୍ଷାକର୍ମୀ ବନ ଟୋଲ ପ୍ଲାଜା ନିକଟରେ ଛକି ରହିଥିଲେ । ଟୋଲପ୍ଲାଜାରେ ପୋଲିସ ଚେକିଂ ବେଳେ ଟ୍ରକ ଭିତରୁ ଆତଙ୍କୀ ଗୁଳି ଚଳାଇଥିଲେ। ଜବାବରେ ସୁରକ୍ଷାକର୍ମୀଙ୍କ ପାଲଟା ଫାୟାରିଂ କରିଥିଲେ ।

ଟ୍ରକରେ ୩ରୁ ୪ଜଣ ଆତଙ୍କୀ ଥିବା ବେଳେ ୪ଆତଙ୍କବାଦୀ ନିହତ ହୋଇଛନ୍ତି । ପ୍ରଥମେ ୨ଜଣଙ୍କୁ ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ । ବାକି ୨ଜଣ ରାସ୍ତାକଡ଼ ଜଙ୍ଗଲକୁ ଖସି ପଳାଇଥିଲେ । ସୁରକ୍ଷା କର୍ମୀ ପୁରା ଜଙ୍ଗଲରେ ଖେଦି ଯାଇଥିଲେ । ପରେ ଆଉ ୨ଜଣଙ୍କୁ ଏନକାଉଣ୍ଟର କରିଥିଲେ । ଆତଙ୍କବାଦୀ ଥିବା ଟ୍ରକର ନମ୍ବର ପ୍ଲେଟ୍ ଜମ୍ମୁର ବୋଲି ଜଣାପଡିଛି । ଟ୍ରକରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ହୋଇଛି । ଏନକାଉଣ୍ଟର ପରେ ସବୁ ନାକା ପଏଣ୍ଟରେ ସୁରକ୍ଷା କଡା ହୋଇଛି । ପ୍ରତି ଗାଡିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ କରାଯାଇଛି ।

ଭାରତରୁ ଆମଦାନୀ ହେଉଥିବା ମାଛ ପ୍ୟାକେଟରେ କୋରନା ଭାଇରସ୍: ଚୀନ୍

ନୂଆଦିଲ୍ଲୀ: ଚୀନ୍ ଅଧିକାରୀମାନେ ଦାବି କରିଛନ୍ତି ଯେ ଭାରତ ସମେତ ବିଭିନ୍ନ ଦେଶରୁ ଆମଦାନୀ ହେଉଥିବା ରେଫ୍ରିଜରେଟେଡ୍ ଉତ୍ପାଦର ପ୍ୟାକେଟରେ କରୋନା ଭାଇରସ୍ ରହୁଛି । କିଛି ଦେଶ ଚୀନର ଏହି ଦାବିକୁଲ ଆଲୋଚନା କରି ଅନୁସନ୍ଧାନ ଏବଂ ପ୍ରତିବନ୍ଧକ ବୈଜ୍ଞାନିକ ତଥ୍ୟ ଉପରେ ଆଧାରିତ ନୁହେଁ ଏବଂ ଏହା ବାଣିଜ୍ୟରେ ବାଧା ସୃଷ୍ଟି କରିବ ବୋଲି ସ୍ପଷ୍ଟ କରିଛନ୍ତି । ଚୀନ୍‌ର ସରକାରି ଖବରକାଗଜ ବୁଧବାର ଦିନ ପ୍ରକାଶ କରିଛି ଯେ, ଭାରତ, ଋଷ ଏବଂ ଆର୍ଜେଣ୍ଟିନାରୁ ଆମଦାନୀ ହୋଇଥିବା ରେଫ୍ରିଜରେଟେଡ୍ ଉତ୍ପାଦର ପ୍ୟାକେଟ୍ ଯାଞ୍ଚରେ ଚାଇନାକୁ କରୋନା ଭାଇରସ୍ ମିଳିଛି ।

ଏଥିରେ କୁହାଯାଇଛି ଯେ, ଭାରତରୁ ଆମଦାନୀ ହୋଇଥିବା ରେଫ୍ରିଜରେଟେଡ୍ ପ୍ୟାକେଟ୍, ଋଷରୁ ସାଲମାନ ପ୍ୟାକେଟ୍ ଏବଂ ଆର୍ଜେଣ୍ଟିନାରୁ ଆସିଥିବା ରେଫ୍ରିଜରେଟେଡ୍ ମାଂସ ପ୍ୟାକେଟ୍ କରୋନା ଭାଇରସ୍ ଚିହ୍ନଟ ହୋଇଛି। ଚୀନ୍ ଅଧିକାରୀ କହିଛନ୍ତି ଯେ ୨୦ଟି ଦେଶର ପ୍ୟାକେଟରୁ କରୋନା ଭାଇରସ୍ ଚିହ୍ନଟ କରାଯାଇଛି ।

ତେବେ ଚୀନ ଦ୍ୱିତୀୟ ଥର ପାଇଁ ଚୀନ୍ ଅଧିକାରୀମାନେ ପାଇଁ ଭାରତରୁ ଆମଦାନୀ ହୋଇଥିବା ମାଛ ପ୍ୟାକେଟଗୁଡିକରେ କରୋନା ଭାଇରସ୍ ଥିବା ଦାବି କରିଛନ୍ତି । କାରଣ ଏହାପୂର୍ବରୁ ୧୩ ନଭେମ୍ବରରେ ଚାଇନାର ଜେନେରାଲ୍ ଆଡମିନିଷ୍ଟ୍ରେସନ୍ ଅଫ୍ କଷ୍ଟମସ୍ ଫ୍ରିଜ୍ କଟଲିଫିସର ପ୍ୟାକେଟ ବାହାରେ କରୋନା ଭାଇରାସ ମିଳିଥିବା ଦାବି କରିଥିଲା ଏହାପରେ ସେ ଶୁକ୍ରବାର ଠାରୁ ଏକ ସପ୍ତାହ ପର୍ଯ୍ୟନ୍ତ ସାମୁଦ୍ରିକ ଖାଦ୍ୟ ଆମଦାନୀ ବନ୍ଦ କରି ଦେଇଥିଲା।

ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡନ ନଭେମ୍ବର ୧୬ରେ ଚୀନ୍ କର୍ତ୍ତୃପକ୍ଷଙ୍କ ଏପରି ଦାବି ଉପରେ ପ୍ରଶ୍ନ ଉଠାଇଥିଲେ । ଏବଂ କହିଥିଲେ ଯେ, ସେମାନଙ୍କ ଦେଶର ମାଂସ ଦ୍ରବ୍ୟରେ ମଧ୍ୟ କରୋନା ଭାଇରସ୍ ମିଳିଥିଲା ।