spot_img
Home Blog Page 6403

ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ କରୁଛି ବିଭିନ୍ନ ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ଆଜି ବସୁଛି ତିନି ଦଳର ବିଧାୟକ ଦଳ ବୈଠକ। ସରକାରଙ୍କୁ ଘେରିବା ପାଇଁ ବିରୋଧୀ ତୟାର କରୁଛନ୍ତି ବିଭିନ୍ନ ପ୍ରସଙ୍ଗ । ଆଜି ଦିନ ୧୨ଟାରେ ବିଜେପି ବିଧାୟକ ଦଳ ବୈଠକ ବସିବ । ଗୃହରେ କେଉଁ ପ୍ରସଙ୍ଗ ଉଠାଇବ ଦଳ ସେନେଇ ବୈଠକରେ ରଣନୀତି ପ୍ରସ୍ତୁତ ହେବ । ପିଇବା ପାଣି ସମସ୍ୟା, ଡାକ୍ତର ଓ ଶିକ୍ଷକ ଅଭାବ, ସୀମା ବିବାଦ, ଆଇନ ଶୃଙ୍ଖଳା ପରିସ୍ଥିତି, ବିଜୁଳି ଦର ବୃଦ୍ଧି, ଧାନ କିଣାରେ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇବ ବିଜେପି ।

ସେହିପରି ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳ ବୈଠକରେ ପ୍ରସ୍ତୁତ ହେବ ରଣନୀତି । ଧାନ କିଣାରେ ଅବ୍ୟବସ୍ଥା, ବିଜୁଳି ଦର ବୃଦ୍ଧି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ବେକାରୀ ସମସ୍ୟା, ନିଶା କାରବାର, କୋଭିଡ ଦୁର୍ନୀତି ଆଦି ପ୍ରସଙ୍ଗ ଉଠାଇବ କଂଗ୍ରେସ । ସେପଟେ ବିରୋଧଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ପ୍ରସ୍ତୁତ ରହିଛି ଶାସକ ଦଳ । ଏ ନେଇ ଆଜି ସନ୍ଧ୍ୟାରେ ବସୁଛି ବିଜେଡି ବିଧାୟକ ଦଳ ବୈଠକ । ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । କୋଭିଡ ପରିସ୍ଥିତି ପାଇଁ ଏଥର ପ୍ରଶ୍ନକାଳ ସହ, ତାରକା ପ୍ରଶ୍ନୋତ୍ତର ବି ବନ୍ଦ ରହିବ ।

ମାଙ୍କଡ଼ ଶିକାର ! ୩୦ ମାଙ୍କଡ଼କୁ ବିଷ ଦେଇ ମାରିବା ପରେ ଅଖାରେ ବାନ୍ଧି ଫିଙ୍ଗିଦେଲେ

ହାଇଦ୍ରାବାଦ: ହାତୀ, ବାଘ ଶିକାର କଥା ତ ଆପଣ ଶୁଣିଥିବେ ନିଶ୍ଚୟ । କେବେ ଭାବିଛନ୍ତି କି ମାଙ୍କଡ଼କୁ କେହି କେବେ ଶିକାର କରିବ । ଯଦି କରିବ ତେବେ କାହିଁକି ? ହାତୀ ଭଳି ମାଙ୍କଡ଼ ଦାନ୍ତ ବିକ୍ରି ହେବ ନା ବାଘ ଛାଲ ଭଳି ଦାମ୍ ହେବ ମାଙ୍କଡ଼ ଛାଲର । ଏସବୁ ଛାଡ଼ନ୍ତୁ କାଣି କଉଡ଼ିଟିଏ ବି ହେବନି ମାଙ୍କଡ଼ ଶିକାର କଲେ । ତେବେ, କିଏ ଓ କାହିଁକି ମାରିଦେଲା ୩୦ ମାଙ୍କଡ଼କୁ । ଏବେ ଏ ପ୍ରଶ୍ନର ଉତ୍ତର ଖୋଜୁଛି ବନ ବିଭାଗ ।

Over 30 monkeys poisoned to death, stuffed in gunny bags

ତେଲଙ୍ଗାନା ମହାବୁବାବାଦ ଜିଲ୍ଲାରେ ଏକ ବ୍ୟାଗରୁ ୩୦ଟି ମାଙ୍କଡ଼ ମୃତଦେହ ମିଳିଛି । ସମସ୍ତ ମାଙ୍କଡ଼କୁ ବିଷ ଦେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ବନ ବିଭାଗ ଓ ପୋଲିସ ଘଟଣାର ତଦନ୍ତ କରୁଛି । ମାଙ୍କଡ଼ଙ୍କ ମୃତଦେହ ଭର୍ତ୍ତି ବ୍ୟାଗଟି ସାନିଗାପୁରମ ଗାଁ ନିକଟ ପାହାଡ଼ରୁ ମିଳିଛି । ମୃତଦେହ ଗୁଡ଼ିକ ପଚିଶଢ଼ି ଯାଇଥିବାରୁ ଶବ ବ୍ୟବଚ୍ଛେଦ ସମ୍ଭବ ହୋଇପାରି ନଥିବା ବନ ବିଭାଗ କହିଛି ।

Over 30 monkeys poisoned to death, stuffed in gunny bags

୩୦ ମାଙ୍କଡ଼ କେମିତି ମଲେ ତା’ର ତଦନ୍ତ ଚାଲିଛି । ପୋଲିସ ଓ ବନ ବିଭାଗ ଆଖପାଖ ଗାଁ ଲୋକଙ୍କୁ ପଚାରଉଚରା କରୁଛି । ଅନୁମାନ କରାଯାଉଛି ମାଙ୍କଡ଼ମାନଙ୍କୁ ଖାଇବାରେ କେହି ବିଷ ଦେଇ ମାରି ଦେଇଛି । ତେବେ, କିଏ ଏଭଳି କରିଛି ଏଯାବତ୍ ଜଣାପଡ଼ିନାହିଁ । କୌଣସି ଚାଷୀ ଫସଲକୁ ମାଙ୍କଡ଼ ଉତ୍ପାତରୁ ରକ୍ଷା କରିବା ପାଇଁ ଏଭଳି କରିଛନ୍ତି କି ? ସେ ଦିଗରେ ବନ ବିଭାଗ ଅନୁସନ୍ଧାନ କରୁଛି ।

ଦିନକୁ ସାଢେ ୪ ଘଣ୍ଟା ଚାଲିବ ବିଧାନସଭା, ପୂର୍ବପରି ରହିବନି ପ୍ରଶ୍ନକାଳ

ଭୁବନେଶ୍ୱର : ବିଧାନସଭାରେ ଏଥର ବି ରହିବନି ପ୍ରଶ୍ନକାଳ । ଦିନକୁ ସାଢେ ୪ ଘଣ୍ଟା ଚାଲିବ ଗୃହ । ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ ପରେ ଏହା କହିଛନ୍ତି ବାଚସ୍ପତି ।  ୨୦ ତାରିଖ ଅଧିବେଶନ ଆରମ୍ଭ ଦିନ ହିଁ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ । କୋଭିଡ ସ୍ଥିତିକୁ ଦେଖି ବିଧାୟକଙ୍କ ବସିବା ସ୍ଥାନ ନିରୂପଣ କରାଯାଇଛି । ସେପଟେ ପ୍ରଶ୍ନକାଳ ବାତିଲକୁ ବିରୋଧ କରିଛନ୍ତି ବିରୋଧୀ ।

ମୌସୁମୀ ଅଧିବେଶନ ଭଳି ଏଥର ବି ସମାନ ଢଙ୍ଗରେ ହେବ ବିଧାନସଭାର ଶୀତ ଅଧିବେଶନ । ଏଥର ବି ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ । ଦୈନିକ ସାଢ଼େ ୪ଘଣ୍ଟା ଚାଲିବ ଗୃହ । ଆସନ୍ତା ୨୦ ତାରଖରେ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ । କୋଭିଡ ସ୍ଥିତିକୁ ଦେଖି ବିଧାୟକମାନଙ୍କର ବସିବା ସ୍ଥାନ ନିରୂପଣ କରାଯାଇଛି। ବରିଷ୍ଠ ବିଧାୟକ ମାନେ ଚାହିଁଲେ ଭିଡ଼ିଓ କଂଫେରେନସିଂ ଯୋଗେ ସାମିଲ୍ ହୋଇ ପାରିବେ । ପ୍ରଶ୍ନକାଳ ନ ରଖିବାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏହା ଅଗଣତାନ୍ତ୍ରିକ । ସେପଟେ ବିରୋଧି ଦଳ ନେତା ମଧ୍ୟ ଏହି ନିଷ୍ପତିକୁ ନାପସନ୍ଦ କରିଛନ୍ତି ।

ସେପଟେ ଶାସକ ଦଳର ନେତାଙ୍କ ଯୁକ୍ତି, ପ୍ରଶ୍ନକାଳ ରହିଲେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡାକି ମନ୍ତ୍ରୀମାନେ ବାରମ୍ବାର ଆଲୋଚନା କରିବେ । ସେଥିପାଇଁ ପ୍ରଶ୍ନକାଳକୁ ବାତିଲ କରାଯାଇଛି । ସେପଟେ ବିରୋଧୀ ବିଜେପି ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି। ପାନୀୟ ଜଳ, ଡାକ୍ତର, ଶିକ୍ଷକ ଅଭାବ, ସୀମା ବିବାଦ, ଆଇନ ଶୃଙ୍ଖଳା , ବିଜୁଳି ଦର ବୃଦ୍ଧି ଆଦି ପ୍ରସଙ୍ଗ ଉଠାଇବାକୁ ଯୋଜନା କରିଛି ବିଜେପି । କଂଗ୍ରେସ ମଧ୍ୟ ପ୍ରସଙ୍ଗ ତାଲିକା ପ୍ରସ୍ତୁତ କରିଛି । ଧାନ କିଣାରେ ଅବ୍ୟବସ୍ଥା, ବିଜୁଳି ଦର ବୃଦ୍ଧି, ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା, ବେକାରୀ ସମସ୍ୟା, ନିଶା କାରବାର ଆଦି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ । ସେପଟେ ବିରୋଧୀଙ୍କୁ ସାମ୍ନା କରିବାକୁ ଶାସକ ଦଳ ମଧ୍ୟ ପ୍ରସ୍ତୁତ ।

 

ଘଞ୍ଚ ଜଙ୍ଗଲରେ ଭଗବତ୍ ଆରାଧନା, ଅଖିଆ ଅପିଆ ତପସ୍ୟା କରୁଛନ୍ତି ନିରାବତୀ

ଉମରକୋଟ: ଆଧୁନିକ ସଭ୍ୟତାରେ ବି ଭଗବତ୍ ବିଶ୍ୱାସର ନୂଆ ଉଦାହରଣ । ଋଷି ମୁନିଙ୍କ ପରି ପାହାଡ଼ରେ ତପସ୍ୟା କରୁଛନ୍ତି ଯୁବତୀ । ଅଖିଆ ଅପିଆ ଘଞ୍ଚ ଜଙ୍ଗଲରେ ଚାଲିଛି ତପସ୍ୟା । ନା ଅଛି ହିଂସ୍ର ଜନ୍ତୁଙ୍କ ଭୟ, ନା ଅସାମାଜିକଙ୍କ ଆଶଙ୍କା । ଯାହାକୁ ଦେଖିବାକୁ ଅଞ୍ଚଳରେ ଏବେ ଲୋକଙ୍କ ବଢିଛି ଉତ୍କଣ୍ଠା । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ବଡ଼ଭରଣ୍ଡି ପଞ୍ଚାୟତ ଚେରଗୁଡ଼ା ଗାଁ ନିକଟରେ ଥିବା ପୋଡ଼ାଗଡ଼ ପର୍ବତରେ ।

Nabarangpur Girl Nirabati Penance In Forest With Out Fear

ଘଞ୍ଚ ଜଙ୍ଗଲରେ ତପସ୍ୟାରତ ଯୁବତୀ । ଅଖିଆ ଅପିଆ କରୁଛନ୍ତି ଭଗବତ୍ ଆରାଧନା । ମୌନବ୍ରତ କରି ୪ ଦିନ ହେଲା ଏଠାରେ ତପସ୍ୟା କରୁଛନ୍ତି ଯୁବତୀ । ୨୧ ଦିନ ଧରି ତପସ୍ୟା କରିବେ ଧାମନାଗୁଡ଼ା କମୁଳୁ କଲାରଙ୍କ ଝିଅ ନିରାବତୀ । ଯାହାକୁ ଦେଖିବାକୁ ଏବେ ଛୁଟୁଛି ଲୋକଙ୍କ ସୂଅ ।

Nabarangpur Girl Nirabati Penance In Forest With Out Fear

ବିଶ୍ୱାସ ଓ ଅନ୍ଧବିଶ୍ୱାସରେ ମଣିଷ ପେଶି ହେଉଥିବାବେଳେ ନିରାବତୀଙ୍କ ଏହି ଭଗବତ ବିଶ୍ୱାସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରାତିର ଅନ୍ଧକାରରେ ବି ସେ ଅବିଚଳିତ । ତାଙ୍କର ଏହି ଦୃଢ ସଂକଳ୍ପ କାରଣରୁ ଏଠାରେ କିଛି ଭଗବତ୍ ଶକ୍ତିର ବିଶ୍ୱାସ କରି ଲୋକେ ପୂଜାର୍ଚ୍ଚନା ବି ଆରମ୍ଭ କରିଦେଇଛନ୍ତି । ବାବା ଭୋଳାନାଥଙ୍କ ସ୍ୱପ୍ନାଦେଶ ପରେ ଗଜଲକ୍ଷ୍ମୀ ପୂଜା ପରଠାରୁ ସେ ଏହି ସଂକଳ୍ପ ନେଇଥିବା କହିଛନ୍ତି ଗ୍ରାମବାସୀ ।

ଚୀନର ଅନଲାଇନ ରିପୋର୍ଟକୁ ଖଣ୍ଡନ କଲା ଭାରତ; କହିଲା, ମାଇକ୍ରୋ ୱେଭ୍ ଅସ୍ତ୍ର ବ୍ୟବହାର କରିନି ଚୀନ୍

ନୂଆଦିଲ୍ଲୀ: ଚୀନର ଅନଲାଇନ ମିଡିଆର ରିପୋର୍ଟକୁ ଖଣ୍ଡନ କଲା ଭାରତୀୟ ସେନା  । ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ହେଉଥିବା ସଂଘର୍ଷରେ ଚୀନ ସେନା ମାଇକ୍ରୋ ୱେଭ ଅସ୍ତ୍ର ବ୍ୟବହାର କରୁଥିବା କିଛି ରିପୋର୍ଟ ପ୍ରକାଶ ପାଇଥିଲା  । ଯାହାକୁ ଭାରତୀୟ ସେନା ଖଣ୍ଡନ କରିଛି  । ଚୀନର ପିପୁଲ୍ସ ଲିବରେସନ ଆର୍ମି ଭାରତୀୟ ଯବାନଙ୍କୁ ଟାର୍ଗେଟ କରିବା ପାଇଁ ମାଇକ୍ରୋ ୱେଭ ଅସ୍ତ୍ର ବା ଲେଜର ଗନ୍ ବ୍ୟବହାର କରୁନାହିଁ ବୋଲି ଜଣାପଡିଛି ।

ଚୀନ୍ ପକ୍ଷରୁ ଏହି ମିଛ ଖବର ପ୍ରସାରଣ କରାଯାଉଥିଲା । ବେଜିଂର ଜଣେ ପ୍ରଫେସର ଏନେଇ ସୋସିଆଲ ମିଡିଆରେ ଉଲ୍ଲେଖ କରିଥିଲେ  । ଚୀନ ସେନା ମାଇକ୍ରୋ ୱେଭ ଅସ୍ତ୍ରରେ ଆକ୍ରମଣ କରିବା ପରେ ଭାରତୀୟ ସେନା ପଛଘୁଞ୍ଚା ଦେଇଛନ୍ତି ବୋଲି ଖବର ପ୍ରସାରଣ କରାଯାଇଥିଲା  । ସେପଟେ ଏବେ ବି ଉଭୟ ସେନା ପକ୍ଷରୁ ୫୦ ହଜାର ଲେଖାଏଁ ସେନା ସୀମାରେ ମୁତୟନ ଅଛନ୍ତି  । ବାରମ୍ବାର ଆଲୋଚନା ପରେ ମଧ୍ୟ ସୀମାରୁ ହଟିବା ନେଇ କୌଣସି ପର୍ଯ୍ୟାୟ ଆରମ୍ଭ ହୋଇନାହିଁ  । ଚୀନ ସେନା ପକ୍ଷରୁ ବାରମ୍ବାର ଫେକ ନ୍ୟୁଜ ପ୍ରସାରଣ କରାଯାଇ ଭାରତ ଉପରେ ମାନସିକ ଚାପ ସୃଷ୍ଟି କରିବାକୁ ଅପଚେଷ୍ଟା କରାଯାଉଛି ବୋଲି ଜଣାପଡିଛି  ।

ରାଜ୍ୟରେ କରୋନା ଅଟକାଇ ପାରିନି ପୁଞ୍ଜି ନିବେଶ

ଭୁବନେଶ୍ୱର: କରୋନାରେ ସର୍ବାଧିକ କ୍ଷତି ସହିଛି ଅର୍ଥ ବ୍ୟବସ୍ଥା । ହେଲେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଯୋଗୁ କରୋନା ସତ୍ତ୍ୱେ ରାଜ୍ୟରେ ୧ ଦଶମିକ ୧୯ ଲକ୍ଷ କୋଟିର ନିବେଶ ହୋଇଛି । ଏଥିସହ କୃଷିରେ ଦେଶର ଅଭିବୃଦ୍ଧି ହାରଠାରୁ ବି ଢେର ଆଗରେ ଓଡ଼ିଶା ରହିଥିବାରୁ ମହାମାରୀ ସମୟରେ ନିଯୁକ୍ତିର ଆଶା ସଞ୍ଚାର ହୋଇଛି । ଇଜ ଅଫ ଡୁଇଂ ବିଜନେସରେ ଓଡ଼ିଶାକୁ ମିଳିଛି ସ୍ୱତନ୍ତ୍ର ପରିଚୟ ।

Odisha Attracts Investor During Corona Lockdown

ମାର୍ଚ୍ଚରୁ କେଉଁଠି ଲକଡାଉନ୍ ତ କେଉଁଠି ସଟଡାଉନ୍ । ମାଡ଼ ଖାଇଲା ଆର୍ଥିକ ସ୍ଥିତି । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଚାଲିଛି ପୁଞ୍ଜିନିବେଶ । ଫେବୃଆରୀରୁ ୧.୧୯ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ଗତକାଲି ୪୬୪.୭୨ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର । ଯାହା ୫୪,୧୩୧ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ନୂଆ କାରଖାନା ଓ ଶିଳ୍ପ ପ୍ରତିଷ୍ଠା ପାଇଁ ଉଚ୍ଚମାନର ବିଦ୍ୟୁତ୍ ଯୋଗାଣ ନେଇ ବି ମିଳିଛି ପ୍ରତିଶ୍ରୁତି । ଯାହା ଓଡ଼ିଶାରେ ବ୍ୟବସାୟିକ ବାତାବରଣ ସୃଷ୍ଟି କରିବାରେ ଲାଗିଛି । ଦେଶର ପୁଞ୍ଜନିବେଶରୁ ୧୮ ପ୍ରତିଶତ ଓଡ଼ିଶାରେ ହୋଇଥିବା ଗତ ସ୍ୱାଧୀନତା ଦିବସରେ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଯେଉଁଥିପାଇଁ ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମହାରାଷ୍ଟ୍ରକୁ ପଛରେ ପକାଇ ପୁଞ୍ଜିନିବେଶର ଶୀର୍ଷ ଛୁଇଁଛି ଓଡ଼ିଶା । କେବଳ ଶିଳ୍ପ ନୁହେଁ, କୃଷି କ୍ଷେତ୍ରରେ ବି ରାଜ୍ୟ ଆଗୁଆ ।

Odisha Attracts Investor During Corona Lockdown

ବିଭିନ୍ନ ରାଜ୍ୟରେ ରୋଡ ସୋ କରି ବଡ଼ ବଡ଼ ଶିଳ୍ପପତିଙ୍କ ସହ ନିଜେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୬ରେ ୨୮ଟି ପ୍ରସ୍ତାବ ଆସିଥିଲା । ଯେଉଁଥିରେ ୧୮,୪୩୪ କୋଟି ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି ହୋଇଥିଲା । ଏହା ୨୭,୫୬୫ ନିଯୁକ୍ତି ପାଇଁ ବାଟ ଫିଟାଇଥିଲା । ସେହିପରି ୨୦୧୮ ରୋଡ ସୋରେ ୧୫ଟି କ୍ଷେତ୍ରରୁ ୪.୧୯ ଲକ୍ଷ କୋଟି ନିବେଶକୁ ଦିଗ ମିଳିଥିଲା । ଯାହା ୫.୯୧ ଲକ୍ଷ କୋଟି ନିଯୁକ୍ତି ଦେବ । ମେକ୍ ଇନ୍ ଓଡ଼ିଶାର ଆସନ୍ତା ସଂସ୍କରଣରେ ମଧ୍ୟ ସମାନ ପୁଞ୍ଜିନିବେଶର ସମ୍ଭାବନା ରହିଛି ।

Odisha Attracts Investor During Corona Lockdown

ଜୁଲାଇ ମାସରୁ ନିୟମ କୋହଳ ହୋଇଥିଲା । ଶିକ୍ଷା, ବ୍ୟାପାର ସହ ଅନେକ କ୍ଷେତ୍ରରେ କାର୍ଯ୍ୟ ପାଇଁ ବାଟ ଫିଟିଥିଲା । ତେବେ ରାଜ୍ୟ ସରକାର ପୂର୍ବରୁ କରିଥିବା ପୁଞ୍ଜିନିବେଶର ଯୋଜନା ଯୋଗୁ ଲକଡାଉନ ନିୟମ କୋହଳ ହେବା ମାତ୍ରେ, ଅର୍ଥନୈତିକ ସଂସ୍କାର ପାଇଁ ବାଟ ଫିଟିବାକୁ ଲାଗିଛି ।

ଲେଖାଶ୍ରୀଙ୍କ ପାଇଁ ବଢୁଛି ଅଡୁଆ, ଓଡ଼ିଆ ଜାତିକୁ ଅପମାନ କହି ସବୁଠି ବିକ୍ଷୋଭ

ଭୁବନେଶ୍ୱର: ଶସ୍ତା ରାଜନୀତି କରିବାକୁ ସଦାବେଳେ ତୟାର ଥାଆନ୍ତି ରାଜ୍ୟ ବିଜେପି ନେତା । କୋଭିଡ୍ ନିୟମ ଭାଙ୍ଗିବା ହେଉ ଅବା ଓଡ଼ିଶାକୁ ପାକିସ୍ତାନ ସହ ତୁଳନା । ଆଉ ଏବେ ପୁରୀର ପରିଚୟ ଖୋଜିବା । ବିଜେପିର ବିବାଦୀୟ ନାୟିକା ଲେଖାଶ୍ରୀ ସାମାନ୍ତ ସିଂହାର । ଭୁଲ କଲେ, ସମାଲୋଚିତ ବି ହେଲେ । ଏହେଲେ ଏବେବି ଏ ମ୍ୟାଡାମଙ୍କ ମତିଗତିରେ ଆସୁନି ପରିବର୍ତ୍ତନ । ଜଗତରନାଥଙ୍କୁ ଅପମାନସୂଚକ ଶବ୍ଦର ବ୍ୟବହାରକୁ ବିରୋଧୀ ତ ବିରୋଧୀ ନିଜ ଦଳ ନେତା ବି ଛି ଛାକର କରିଛନ୍ତି ।

Lekhashree Puri Remarks, Protest Across Odisha

ବିବାଦର ନାୟିକା ଲେଖାଶ୍ରୀ । ପୁରୀର ପଚିଚୟ ଖୋଜି ବିବାଦର ଭାସ୍କୋଡାଗାମା ସାଜିଥିବା ଲେଖାଶ୍ରୀଙ୍କୁ ନେଇ ଉଠିଲାଣି ଝଡ଼ । ଓଡ଼ିଆ ଜାତି ପ୍ରତି ଏ ଅପମାନକୁ ନେଇ ଗାଁରୁ ସହର ସବୁଠି ତାତି, ବିକ୍ଷୋଭ, ନାରାବାଜି ଓ କୁଶ ପୁତ୍ତଳିକା ଦାହ । ହେଲେ ବିଜେପିର ଏ ନେତ୍ରୀଙ୍କ ମୁହଁ ଟାଣ ଭାଙ୍ଗୁନି । ଏପଟେ ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରେ ଗର୍ଜିଛି କଂଗ୍ରେସ । ନରେନ୍ଦ୍ର ମୋଦି, ସମ୍ବିତ ପାତ୍ର ଓ ଲେଖାଶ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛି ଦଳ । ଲେଖାଶ୍ରୀ ଓ ସମ୍ବିତ ପାତ୍ର କ୍ଷମା ନମାଗିଲେ ଓଡ଼ିଶା ମାଟିରେ ପୂରାଇ ନଦେବାକୁ ଚେତାବନୀ ଦେଇଛି ।

Lekhashree Puri Remarks, Protest Across Odisha

ବ୍ରହ୍ମାଣ୍ଡ ଠାକୁର ଶ୍ରୀଜଗନ୍ନାଥ । କୋଟିକୋଟି ଲୋକଙ୍କ ଆରାଧ୍ୟ ଦେବତା । ଶ୍ରୀଜିଉଙ୍କ ପରିଚୟର ଆବଶ୍ୟକତା ନାହିଁ, ହେଲେ ସମ୍ବିତ ପାତ୍ରଙ୍କ ପରିଚୟ ଲୋଡ଼ା । ନିର୍ବାଚନ ବେଳେ ହିଁ ପୁରୀବାସୀ ସମ୍ବିତ ପାତ୍ରଙ୍କୁ ଅଳ୍ପ ବହୁତେ ଜାଣିଛନ୍ତି । ଏଣୁ ଘଟଣାରେ ଲେଖାଶ୍ରୀ ତୁରନ୍ତ କ୍ଷମା ମାଗିବାକୁ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ ଦାବି କରିଛନ୍ତି । ସେପଟେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଲେଖାଶ୍ରୀ କିଏ ଯେ ବିଜେଡି ତାଙ୍କୁ ଟାର୍ଗେଟ କରିବ । ଓଡ଼ିଶା ମାଟି ସଂସ୍କୃତି ଓ ଓଡ଼ିଶାର ଦେବତାଙ୍କୁ ଯିଏ ଅପମାନିତ କରିବ ବିଜେଡି ତାଙ୍କୁ ହିଁ ଟାର୍ଗେଟ କରିବ ବୋଲି ସେ କହିଛନ୍ତି ।

Lekhashree Puri Remarks, Protest Across Odisha

ଲେଖାଶ୍ରୀଙ୍କ ମନ୍ତବ୍ୟକୁ ପୁରୀବାସୀ ସହଜରେ ଗ୍ରହଣ କରିପାରୁନଥିବା ବେଳେ, ଆଉ ଏକ ଏତଲା ଦେଇଛି ପୁରୀ ଜିଲ୍ଲା ବିଜେଡି । ଶତାଧିକ ବିଜେଡି କର୍ମୀ ରାଲିରେ ଆସି କୁଶ ପୁତ୍ତଳିକା ଦାହ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ ପୁରୀ ସ୍ୱର୍ଗଦ୍ୱାର ନିକଟରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଲେଖାଶ୍ରୀଙ୍କ ପୋଷ୍ଟର ପୋଡ଼ିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯଦି ଲେଖାଶ୍ରୀ ମହାପ୍ରଭୁଙ୍କ ନିକଟରେ ଭୁଲ ନମାଗନ୍ତି ତେବେ ଆଗାମୀ ଦିନରେ ତାଙ୍କୁ  ପୁରୀରେ ପୂରାଇ ଦିଆଯିବ ନାହିଁ ବୋଲି ମଞ୍ଚ କହିଛି ।

Lekhashree Puri Remarks, Protest Across Odisha

ଓଡ଼ିଶା ମନ୍ଦିର ସେବାୟତ ସଂଘ ମଧ୍ୟ ଲେଖାଶ୍ରୀଙ୍କ ମନ୍ତବ୍ୟ ନେଇ ଉଗାଳିଛି ବିଷ । ଆଗାମୀ ଦିନରେ ଲେଖାଶ୍ରୀଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧ କରାଯିବ ବୋଲି ସଂଘ ଚେତାବନୀ ଦେଇଛି । ରାୟଗଡ଼ାରେ ମଧ୍ୟ ଦେଖା ଦେଇଛି ଲେଖାଶ୍ରୀ ଝଡ଼ । ଯୁବ ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଛି ଦଳ ।

ଟୀକା ଆସିଲେ ବୟସ୍କ, ପ୍ରସୂତି ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯିବ ପ୍ରାଧାନ୍ୟ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର :  କରୋନାର ମୁକାବିଲା ପାଇଁ ବିଭିନ୍ନ ଟୀକାର ପରୀକ୍ଷା ନିରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଟୀକା ମିଳିବାର ଆଶା  ଉଜ୍ଜଳ ହୋଇଛି । ଟୀକା ପ୍ରଦାନ ସମୟରେ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଗର୍ଭବତୀ ମହିଳା ଓ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଟୀକା ପ୍ରଦାନରେ ପ୍ରାଥମିକତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Second Wave Of Covid-19 May Affect Odisha After December Second Week

ଏ କ୍ଷେତ୍ରରେ ଗୁରୁତର ରୋଗ ଭୋଗୁଥିବା ରୋଗୀଙ୍କର ଡାଟାବେସ୍‌ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ସମାଜର ବିପଦସଂକୁଳ ବର୍ଗର ବ୍ୟକ୍ତି ମାନଙ୍କୁ ଟୀକା ପ୍ରଦାନ ସମୟରେ ବୃତ୍ତିଗତ, ବୈଜ୍ଞାନିକ, ସଂପୂର୍ଣ୍ଣ ଫଳପ୍ରଦ (Full Proof) ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ  । ଆଜି କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟୀକା ନେବା ପର୍ଯ୍ୟନ୍ତ ମାସ୍କ ହିଁ ହେଉଛି ସବୁଠାରୁ ଅଧିକ ଫଳପ୍ରଦ ପ୍ରତିରୋଧକ ।  ତେଣୁ ମାସ୍କ ବ୍ୟବହାର ସହିତ ସାମାଜିକ ଦୂରତା ଏବଂ ହାତ ଧୋଇବା ଆଦି ସୁରକ୍ଷା ବ୍ୟବସ୍ଥା ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

ଆମେରିକା ଓ ପଶ୍ଚିମ ଇଉରୋପୀୟ ଦେଶ ଏବଂ ଆମର ନୂଆଦିଲ୍ଲୀରେ ଯେଭଳି କୋଭିଡ ର ଦ୍ବିତୀୟ ପ୍ରବାହ ଆରମ୍ଭ ହୋଇଛି, ତାକୁ ଦୃଷ୍ଟିରେ ରଖି ଆମେ ସତର୍କତାକୁ ଜାରି ରଖିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଗୋଟିଏ ମାସ ଭିତରେ ଆମେରିକାରେ ସଂକ୍ରମଣ ତିନି ଗୁଣ ବଢିବା ରୋଗର ଗୁରୁତର ଦିଗ ପ୍ରତି ସୂଚୀତ କରୁଛି । ତେଣୁ ଆମକୁ ଶୀତ ଋତୁ ପାଇଁ ସତର୍କ ରହିବା ସହିତ କୋଭିଡ ହସ୍‌ପିଟାଲର ICU ଗୁଡିକୁ ମଧ୍ୟ କାର୍ଯ୍ୟକ୍ଷମ ରଖାଯାଇଛି ବୋଲି କହିଥିଲେ । ଆମର  ଆଗୁଆ ଯୋଜନା, ଭିତ୍ତିଭୂମି ସୃଷ୍ଟି, ଦକ୍ଷତା ଏବଂ ବିଭିନ୍ନ ସ୍ତରରେ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଫଳପ୍ରଦ ତଦାରଖ  ଜରିଆରେ ଆମେ ଯେପରି ସଂକ୍ରମଣକୁ ନିୟନ୍ତ୍ରଣ କରିପାରିଲେ, ଟୀକାକରଣ ପାଇଁ ମଧ୍ୟ ଏବେଠାରୁ ସେହି ଅନୁଭବକୁ ଉପଯୋଗ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେହିପରି ଲୋକଙ୍କ ଜୀବନ ଜୀବିକା ଯେପରି ବ୍ୟାହତ ନ ହୁଏ, ସେ ଦିଗ ପ୍ରତି ମଧ୍ୟ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇଥିଲେ ଏବଂ ଏହାର ନିୟମିତ ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଚଳିତ ବର୍ଷ ଓଡିଶା ଜାତୀୟ ସ୍ତରରେ ଶ୍ରେଷ୍ଠ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନକାରୀ ରାଜ୍ୟ ଭାବରେ ବିବେଚିତ ହୋଇଥିବା  ଏବଂ କଳାହାଣ୍ଡି ଜିଲ୍ଲା Best Inland Dist ପୁରସ୍କାର ପାଉଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟ ମତ୍ସ୍ୟ ଓ ପଶୁପାଳନ ବିଭାଗ ଓ କଳାହାଣ୍ଡି ଜିଲ୍ଲା ବାସୀ କୁ ଅଭିନନ୍ଦନ ଜଣାଇଥିଲେ । କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା କିପରି ପରିଚାଳନା କରାଯାଇପାରିବ, ସେ ସଂପର୍କରେ ବିଚାର ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏ ଦିଗରେ ଭାରତ ସରକାର ଏବଂ ଅନ୍ୟ ରାଜ୍ୟମାନେ କଣ ପଦକ୍ଷେପ ନେଉଛନ୍ତି, ତାକୁ ମଧ୍ୟ ବିଚାରକୁ ନେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ପୂଜା ଋତୁରେ ଜନସାଧାରଣ ଶୃଙ୍ଖଳିତ ଭାବରେ ନିୟମ ପାଳନ କରିଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ନିଷ୍ଠା ଯୋଗୁ ଆଜି ଓଡିଶାରେ ଆରୋଗ୍ୟ ହାର ୯୭ ପ୍ରତିଶତ ବୃଦ୍ଧି ପାଇ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ଟପି ଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବିଶେଷ ଧନ୍ୟବାଦ ଜଣାଇଥିଲେ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଶୀତ ଋତୁରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ବ୍ୟବସ୍ଥା ଏବଂ ଜୀବନଜୀବିକା ସଂପର୍କରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀ ଙ୍କ ବିସ୍ତୃତ ଭାବରେ ଅବଗତ କରାଇଥିଲେ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର ଶୃଙ୍ଖଳିତ ଟୀକାକରଣ ପାଇଁ ନିଆଯାଇଥିବା ପଦଷେପ ସଂପର୍କରେ ଉପସ୍ଥାପନା କରିଥିଲେ । ରାଜ୍ୟରେ କରୋନା ସଂକ୍ରମଣରେ ଉଲ୍କେଖନୀୟ ହ୍ରାସ ଘଟୁଛି ବୋଲି ସୂଚନା ଦେଇଥିଲେ । କୃଷି ଉତ୍ପାଦନ କମିଶନର  ରାଜକୁମାର ଶର୍ମା ରବି ଚାଷ ତଥା ଜୀବିକା ସହାୟତାରେ ଦିଆଯାଇଥିବା ମାଛ, କୁକୁଡା ଚାଷ ଆଦି ବିଷୟରେ ଉପସ୍ଥାପନ ଦେଇଥିଲେ । ମାଛ ତଥା ଅନ୍ୟାନ୍ୟ ଆନୁଷଂଗିକ ଚାଷ କ୍ଷେତ୍ରରେ subsidy ପାଇବାରେ ଯେପରି ହିତାଧିକାରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ସତର୍କ ଦୃଷ୍ଟି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

 

ମଧ୍ୟପ୍ରଦେଶ ସରକାରର ‘ଗୋ କ୍ୟାବିନେଟ୍’

ଭୋପାଳ: ଗୋ ସୁରକ୍ଷା ପାଇଁ ମଧ୍ୟପ୍ରଦେଶ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି  । ଗାଈଙ୍କ ସୁରକ୍ଷା ପାଇଁ ‘ଗୋ କ୍ୟାବିନେଟ୍‌’ ଗଠନ କରାଯାଇଛି  । ଏଥିରେ ପଶୁପାଳନ, ବନବିଭାଗ, ପଞ୍ଚାୟତ ଓ ଗ୍ରାମୀଣ ବିକାଶ, ରାଜସ୍ୱ ଓ କିଷାନ କଲ୍ୟାଣ ବିଭାଗ ସାମିଲ ହେବେ  ।

ଏହାର ପ୍ରଥମ ବୈଠକ ୨୨ ନଭେମ୍ବରରେ ହେବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଏହି ଯୋଜନା ଭାରତରେ ପ୍ରଥମ ହୋଇଥିବା ବେଳେ ଏହି ନିଷ୍ପତି ନେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ  । ସେହିଭଳି ଶିବରାଜ ସରକାର ‘ଗୋ କ୍ୟାବିନେଟ୍‌’ ଗଠନ କରି ଦେଶରେ ନୂଆ ପରମ୍ପରା ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ ନରତ୍ତୋମ ମିଶ୍ର ।

ରାଜ୍ୟରେ ଏଭଳି କ୍ୟାବିନେଟ ଗଠନ ପଛର ଉଦ୍ଦେଶ୍ୟ ଦର୍ଶାଇ ସରକାର କହିଛନ୍ତି ଯେ, ଗୋ ସମ୍ପଦର ରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ପଶୁପାଳ, କୃଷକ କଲ୍ୟାଣ ଦିଗରେ ଏହା ବିଶେଷ ଭାବେ ସହାୟକ ହେବ ।

ପ୍ରଦୂଷିତ ହେଉଛି ମହାନଦୀ, ସିଧାସଳଖ ମିଶୁଛି ଶିଳ୍ପାଞ୍ଚଳର ଆବର୍ଜନା

କଟକ: ବିଷାକ୍ତ ହେଉଛି ମହାନଦୀ । କଟକ ଜଗତପୁର ଶିଳ୍ପାଞ୍ଚଳରୁ ବାହାରୁଥିବା ମଇଳା, ଆବର୍ଜନା ସିଧାସଳଖ ମିଶୁଛି ମହାନଦୀରେ । କେବଳ ସେତିକି ନୁହେଁ- ଏକ୍ସପାରି ମେଡିସିନ୍, ଇଞ୍ଜେକ୍ସନ ମଧ୍ୟ ଜଳରେ ମିଶି ଜଳଜୀବ ଓ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ହାନି କରୁଛି ।

Mahanadi Polluted By Industrial Waste Of Cuttack

ମହାନଦୀରେ ମିଶୁଛି କଳକାରଖାନାର ବିଷାକ୍ତ ଜଳ । କୂଳରେ ପଡ଼ି ରହିଛି କୁଢକୁଢ ଅଳିଆ ଆବର୍ଜନା । କଟକ ସହରର ଡଷ୍ଟବିନ୍ ପାଲଟିଛି ମହାନଦୀ । ଜଗତପୁର ଅଞ୍ଚଳରେ ଗଢି ଉଠିଥିବା ଶିଳ୍ପାନୁଷ୍ଠାନରୁ ବାହାରୁଥିବା ମଇଳା ସବୁ ନଦୀକୁ ଛାଡ଼ୁଛନ୍ତି । ଫଳରେ ଜଳଚର ଜୀବଙ୍କ ସହ ଲୋକେ ବି ରୋଗରେ ପଡୁଛନ୍ତି ।

Mahanadi Polluted By Industrial Waste Of Cuttack

ତେବେ ସହରରେ ୱେଷ୍ଟ ମ୍ୟାନେଜମେଣ୍ଟ ବ୍ୟବସ୍ଥା ନଥିବା କଥାକୁ ସ୍ୱୀକାର କରିଛନ୍ତି ଇଡକୋ କଟକ ଡିଭିଜନ ମୁଖ୍ୟ । ସେପଟେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି । ପ୍ରଦୂଷିତ ଅଞ୍ଚଳ ସର୍ଭେ କରିବା ସହ ଇଡକୋ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ ପାଇଁ କି ପଦକ୍ଷେପ ନେଇଛନ୍ତି । ସେ ସମ୍ପର୍କରେ ଏକ ଚିଠି ଜାରି କରାଯିବ ବୋଲି କହିଛନ୍ତି ।