spot_img
Home Blog Page 6405

୨୬/୧୧ ପରେ କାହିଁକି ମୌନ ଥିଲେ ମନମୋହନ,ଓବାମା ଖୋଲିଲେ ପରଦା

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭାରତୀୟ ରାଜନୀତିରେ ଏବେ ଏକ ସରଗରମ ପ୍ରସଙ୍ଗ । ନିକଟ ଅତୀତରେ ତାଙ୍କ ଲିଖିତ ‘A Promised Land’କୁ ନେଇ ଅନେକ ଚର୍ଚ୍ଚା ହେଉଛି । ସେ ନିଜ ପୁସ୍ତକରେ ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ରଖିଥିଲେ । ତାକୁ ନେଇ ଭାରତୀୟ ରାଜନୀତିରେ ଅନେକ ବୟାନବାଜି ମଧ୍ୟ ହେଲା । ଏବେ ପୁସ୍ତକର ଆଉ ଏକ ଆଲେଖ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ବାରାକ ଓବାମା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ପାକିସ୍ତାନ ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି  ଓ ମନମୋହନଙ୍କର ମୁସଲିମ ତୁଷ୍ଟୀକରଣ ଆଭିମୁଖ୍ୟ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।

ସେ ଲେଖିଛନ୍ତି, ପାକିସ୍ତାନ ଆତଙ୍କବାଦୀଙ୍କର ୨୬/୧୧ ଆକ୍ରମଣ ପରେ ଭାରତରେ ପାକିସ୍ତାନ ବିରୋଧୀ ସ୍ୱର ଏକଦମ ଜୋର ଧରିଥିଲା । ତେବେ ଏସବୁ ସତ୍ତ୍ୱେ ମଧ୍ୟ କେନ୍ଦ୍ରଶାସିତ କଂଗ୍ରେସ ପାକିସ୍ତାନ ବିରୋଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ । ଭାଜପାର ପ୍ରଭାବ ଦେଶରେ ମୁସଲିମ୍ ବିରୋଧୀ ସ୍ୱର ତୀବ୍ର ହୋଇଥିଲେ ମଧ୍ୟ ମନମୋହନ ସିଂହ କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ମନମୋହନଙ୍କର ବୁଝିବା ଏହା ଥିଲା ଯେ, ପାକିସ୍ତାନ ବିରୋଧୀ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଦେଶରେ ମୁସଲିମ୍ ବିରୋଧୀ ବିଦ୍ୱେଷ ଭାବ ବଢିବାର ଅଶଙ୍କା ଥିଲା । ତେଣୁ ପାକିସ୍ତାନରେ ଉପରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ସେ ନଥିଲେ । ପୁସ୍ତକରେ ଲେଖା ଅଛି ଯେ, ମନମୋହନଙ୍କର ଏହି ନିଷ୍ପତ୍ତି ପାଇଁ ତାଙ୍କୁ ରାଜନୈତିକ କ୍ଷତି ମଧ୍ୟ ହୋଇଛି ।

ନିଜ ପୁସ୍ତକରେ ବାରାକ ଓବାମା ଭାରତର ସଂଘର୍ଷ ସମ୍ୱନ୍ଧରେ ମଧ୍ୟ ଲେଖିଛନ୍ତି । ବିଚ୍ଛିନ୍ନବାଦୀଙ୍କ ଆନ୍ଦୋଳନ, ତୃଣମୂଳ ସ୍ତରର ଦୁର୍ନୀତି ଓ ଉଗ୍ର ରାଜନୈତିକ ବିବାଦ ସତ୍ତ୍ୱେ ଭାରତ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଛି ବୋଲି ଓବାମା ନିଜ ପୁସ୍ତକ A Promised Landରେ ଉଲ୍ଲେଖ କରିଛନ୍ତି ।

ନାବାଳିକା ଗଣଦୁଷ୍କର୍ମ ମାମଲା, ବ୍ୟକ୍ତିଗତ ହାଜର ପାଇଁ ଓଟିଭି ଏମଡିଙ୍କୁ ନୋଟିସ୍

ଭୁବନେଶ୍ୱର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ଶିଶୁ ସୁରକ୍ଷା ଆୟୋଗ ବୟାନ ରେକର୍ଡ କରିଛନ୍ତି । ନାବାଳିକାଙ୍କ ମାଆଙ୍କ ବୟାନ ରେକର୍ଡ ହୋଇଛି । ଓଟିଭି ଏମଡିଙ୍କ ପକ୍ଷରୁ ତାଙ୍କ ଓକିଲ ହାଜର ହୋଇ ପକ୍ଷ ରଖିଥିଲେ । ଶିଶୁ ସୁରକ୍ଷା ଆୟୋଗ ଅଭିଯୋଗକାରୀ ଓ ପ୍ରତିପକ୍ଷଙ୍କ ବୟାନ ରେକର୍ଡ କରିଛନ୍ତି । ଆସନ୍ତା ଡିସେମ୍ବର ୨ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।

Minor Girl Gang Rape Case, Child Protection Comission Noticed OTV MD Jagi Panda

ପରବର୍ତ୍ତୀ ଶୁଣାଣି ତାରିଖରେ ବ୍ୟକ୍ତିଗତ ଭାବେ ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡାଙ୍କୁ ହାଜର ହେବାକୁ ନୋଟିସ୍ ଦେଇଛନ୍ତି ଶିଶୁ ସୁରକ୍ଷା ଆୟୋଗ । ଜଗି ବ୍ୟକ୍ତିଗତ ଭାବେ ହାଜର ହେଲେ ତାଙ୍କର ବୟାନ ରେକର୍ଡ ହେବ । ଅନ୍ୟପଟେ ଡିସିପି ଓ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଧିକାରୀ ସମୟ ନେଇଥିବା ଶିଶୁ କମିଶନ ଅଧ୍ୟକ୍ଷା କହିଛନ୍ତି ।

Minor Girl Gang Rape Case, Child Protection Comission Noticed OTV MD Jagi Panda

ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଆଜି ପୋଲିସକୁ ଭର୍ତ୍ସନା କରିଛନ୍ତି । ଡିସେମ୍ବର ୧୬ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନେଇ ସତ୍ୟପାଠ ଦାଖଲ କରିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଡିସେମ୍ୱର ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଗତ ମାର୍ଚ୍ଚ, ଏପ୍ରିଲ ମାସ ମଧ୍ୟରେ ଦୁଷ୍କର୍ମ ଘଟଣା ଘଟିଥିଲା । ୪ଜଣ ଓଟିଭି କର୍ମଚାରୀଙ୍କ ସହ ପୋଲିସ ସଂପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା । ଅଗଷ୍ଟ ୩୦ରେ ଏନେଇ ଲିଖିତ ଏତଲା ଦେଇଥିଲେ ପୀଡ଼ିତାଙ୍କ ମା । ଘଟଣା ଗଣମାଧ୍ୟମକୁ ଆସିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ।

ଦେଖୁ ଦେଖୁ ଚାଲିଗଲା ୨ ଜଣଙ୍କ ଜୀବନ

କେନ୍ଦୁଝର: ମୃତ୍ୟୁ କେତେବେଳେ କେଉଁଠି ଆସେ କାହାକୁ ଜଣାନଥାଏ । ଚାହୁଁ ଚାହୁଁ ଚାଲିଯାଏ ଜୀବନ । ଦୋକାନରେ ବସି କିଣାବିକା କରୁଥିବା ବେଳେ ମାଡ଼ିଗଲ ଟ୍ରକ୍ । ଚାଲିଗଲା ୨ ଜଣଙ୍କ ପ୍ରାଣ । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସଦର ଥାନା ଶୁଆକାଟି ଛକରେ । ଓଏମସି ଖଣିରୁ ମାଲ୍ ପରିବହନ କରିବାକୁ ଏକ ଟ୍ରକ୍ ଦ୍ରୁତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଦୋକାନ ଘରକୁ ପଶି ଯାଇଥିଲା ।

Truck Crossed In Shop Keounjhar, 2 Dead

ଫଳରେ ଦୋକାନରେ ବସିଥିବା ମାଲିକଙ୍କ ସହ ଟ୍ରକ୍ ହେଲପରଙ୍କ ମୃତ୍ୟୁ ହୋଇଛି । ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ସୌଭାଗ୍ୟବଶତଃ ଦୁର୍ଘଟଣାବେଳେ ଦୋକାନରେ ଗ୍ରାହକଙ୍କ ଭିଡ଼ ନଥିଲା । ଦୋକାନରେ ଭିଡ଼ଥିଲେ ମୃତାହତଙ୍କ ସଂଖ୍ୟା ଅଧିକ ହୋଇଥାନ୍ତା । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଦୋକାନ ଘରଟିର କାନ୍ଥ ଭାଙ୍ଗି ଯାଇଛି ।

ସାରୁଆ ଷ୍ଟୁଡିଓରେ ଶ୍ରମିକଙ୍କ ଧାରଣା ପ୍ରସଙ୍ଗ : ଅଧାପନ୍ତରିଆ ଭାବେ ଶେଷ ହେଲା ଆଜିର ମିଳିତ ଆଲୋଚନା

ଭୁବନେଶ୍ୱର : ଖୋର୍ଦ୍ଧା ଜିଲା ସାରୁଆ ସ୍ଥିତ ଓଟିଭି ଷ୍ଟୁଡିଓ ସମ୍ମୁଖରେ ଆନ୍ଦୋଳନରତ ଥିବା କର୍ମଚାରୀ ଏବଂ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ଏହା ମୁତାବକ ଆଲୋଚନା ହୋଇ ଥିଲେ ବି ଏହା ଅଧପନ୍ତରିଆ ଭାବେ ସରିଛି । ଓଟିଭି ପକ୍ଷରୁ ମାନବ ସମ୍ବଳ ବିକାଶ ମୁଖ୍ୟ ପାର୍ଥ ନନ୍ଦି ଓ ତାଙ୍କ ସହଯୋଗ ପ୍ରମୁଖ ଉପସ୍ଥିତ ରହିଥିଲେ । ହେଲେ ପୂର୍ବରୁ ନୋଟିସ ସତ୍ତ୍ୱେ ସାଙ୍ଗରେ ଆଣି ନ ଥିଲେ ଆବଶ୍ୟକୀୟ ନଥିପତ୍ର।

ଆଜିର ଦୀର୍ଘ 3 ଘଣ୍ଟା ପରେ ମଧ୍ୟ ଓଟିଭି କର୍ତ୍ତୃପକ୍ଷଙ୍କ ଅସହଯୋଗ ଯୋଗୁଁ ବାହାରି ପାରିଲାନି କୌଣସି ନିଷ୍କର୍ଷ। ଆସନ୍ତା ୨୬ରେ ପୁଣି ଆଲୋଚନା ପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ସହମତି ହୋଇଥିବା ଜଣାପଡିଛି । ତେଣୁ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ  ଆଲୋଚନା ହେବ । ଉଭୟ ପକ୍ଷ ଆବଶ୍ୟକ ନଥିପତ୍ର ସହିତ ହାଜର ହେବାକୁ ଡିଭିଜନାଲ ଶ୍ରମ କମିଶନରଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

Illegal Boundary Constructed By OTV In Sarua Demolished By Khordha Dist Administration

ଏହା ବ୍ୟତୀତ ଓଟିଭିର ସାରୁଅ, ଭୁବନେଶ୍ୱର ପଟିଆ ସ୍ଥିତ କାର୍ଯ୍ୟାଳୟ ଓ ଅନ୍ୟ କୋଉଠି କେତେ ଠିକାଦାର ଓ ସେମାନଙ୍କ ଅଧୀନରେ କେତେଜଣ ଶ୍ରମିକ କାର୍ଯ୍ୟରତ ଅଛନ୍ତି ସେ ସମ୍ପର୍କିତ ସର୍ବିଶେଷ ବିବରଣୀ ତଥ୍ୟ ପ୍ରଦାନ କରିବାକୁ ମଧ୍ୟ ଶ୍ରମ ବିଭାଗ ପକ୍ଷରୁ ଓଟିଭି କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରାଯାଇଛି ।

Illegal Boundary Constructed By OTV In Sarua Demolished By Khordha Dist Administration

ଆସନ୍ତା 27ତାରିଖ ସୁଦ୍ଧା ତଥ୍ୟ ପ୍ରଦାନ କରିବାକୁ ମହଲତ ଦିଆଯାଇଛି । ଏନେଇ ଡିଭିଜନାଲ ଶ୍ରମ କମିଶନର ଡ଼ଃ ପ୍ରଶାନ୍ତ କୁମାର ତ୍ରିପାଠୀଙ୍କ ସୂଚନା ଦେଇଛନ୍ତି । ସେପଟେ ଓଟିଭି କର୍ତ୍ତୃପକ୍ଷଙ୍କ କାଳକ୍ଷେପଣ ନୀତିକୁ ତୀବ୍ର ନିନ୍ଦା କରିଛନ୍ତି ଠିକା କର୍ମଚାରୀ। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଶ୍ରମିକଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଓଟିଭି କର୍ତ୍ତୃପକ୍ଷ ଅପଚେଷ୍ଟା କରୁଥିବା ଅଭିଯୋଗ ଅଣାଯାଇଛି । ରାଜ୍ୟ ସରକାରଙ୍କ ଉପରେ ଶ୍ରମିକମାନଙ୍କର ପୂର୍ଣ୍ଣ ଆସ୍ଥା ରହିଛି ଓ ସେମାନଙ୍କୁ ନ୍ୟାୟ ମିଳିବ ବୋଲି  ସେମାନେ ଆଶା ରଖିଛନ୍ତି।

୬ ମାସ ପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ, ବିଜେପି-ଟିଏମସି ଆରମ୍ଭ କଲେଣି ପ୍ରସ୍ତୁତି

କୋଲକତା : ପୂର୍ବ ଭାରତର ଅନ୍ୟତମ ପ୍ରମୁଖ ରାଜ୍ୟ ପଶ୍ଚିମବଙ୍ଗ । ଆଉ ୬ ମାସ ପରେ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଦୀର୍ଘ ୧୦ ବର୍ଷ ହେବ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ(ଟିଏମସି) ଏଠାରେ ଶାସନ କରୁଛି । ଏହା ପୂର୍ବରୁ ୩୪ ବର୍ଷ ବାମ ମେଣ୍ଟ ସେଠାରେ ଶାସନ କରିଥିଲା । ହେଲେ ଏହି ସମୟରେ ଗଙ୍ଗା ନଦୀରେ ଅନେକ ପାଣି ବୋହିଗଲାଣି । ଦଶନ୍ଧି ପୂର୍ବରୁ ଯେଉଁ ରାଜନୈତିକ ସ୍ଥିତି ରହିଥିଲା । ତାହା ଆଉ ନାହିଁ । ସେଠାରେ ରାଜନୈତିକ ପରିସ୍ଥିତିରେ ପରିବର୍ତ୍ତନ ଆସିଛି ।

ଏକଦା ସେଠାରେ ଆସ୍ଥାନ ଜମାଇବା ପାଇଁ ବାଟ ଖୋଜୁଥିବା ବିଜେପି ଗତ ଲୋକସଭାରେ ୧୮ଟି ଆସନ ଜିତି ପତିଆରା ଜାହିର କରିଛି । ବାମ ମେଣ୍ଟ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । କଂଗ୍ରେସ କୌଣସି ମତେ ନିଜ ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ କରୁଛି । କହିବାକୁ ଗଲେ ଟିଏମସି ହାତରୁ ପଶ୍ଚିମବଙ୍ଗ କୌଣସିମତେ ଛଡାଇବାକୁ ବିଜେପି ପ୍ରାଣପ୍ରଣେ ଉଦ୍ୟମ କରୁଛି । ଟିଏମସି ମଧ୍ୟ କୌଣସି ମତେ ନିଜ ବିଜୟର ଧାରା ବଞ୍ଚାଇବାକୁ ଚାହୁଁଛି । ତେଣୁ ଆଗାମୀ ପଶ୍ଚିମବଙ୍ଗ ନିର୍ବାଚନ ଉପରେ ସାରା ଦେଶର ରାଜନୈତିକ ବର୍ଗର ନଜର ରହିବ ।

ଆଜି ବିଜେପି ନିର୍ବାଚନ ରଣନୀତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛି । ସାରା ରାଜ୍ୟକୁ ୫ଟି ସାଙ୍ଗଠନିକ ଭାଗ ଭାବେ ବିଭକ୍ତ କରାଯାଇଛି । ଏହାର ଅଧ୍ୟକ୍ଷ ଭାବେ ଜଣେ ଜଣେ ଅଭିଜ୍ଞ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ତ୍ରିପୁରାରେ ବିଜେପି ବିଜୟ ପାଇଁ ମୁଖ୍ୟ ଭୂମିକା ସୁନୀଲ ଦେଓଧର ସଙ୍ଗଠନ କାର୍ଯ୍ୟ କରୁଛନ୍ତି । ସେହିଭଳି କୈଳାସ ବିଜୟବର୍ଗୀୟ, ଅରବିନ୍ଦ ମେନନ ପ୍ରମୁଖ ସାଙ୍ଗଠନିକ କାର୍ଯ୍ୟ କରୁଛନ୍ତି ।

ଅପରପକ୍ଷରେ ଟିଏମସି ନିଜର ସାଙ୍ଗଠନିକ କାର୍ଯ୍ୟ ସହ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ନେଇଛି । କେତେକ ନେତା ତୃଣମୂଳ କଂଗ୍ରେସ ମଧ୍ୟରେ ଅସନ୍ତୁଷ୍ଟ ରହିଛନ୍ତି । ସେମାନଙ୍କୁ ମନାଇବା ପାଇଁ ପ୍ରୟାସ ଜାରି ରହିଛି । ଏମିତି କି କେତେକ ନେତା ପ୍ରଶାନ୍ତ କିଶୋରଙ୍କ ଭୂମିକା ନେଇ ଅସନ୍ତୁଷ୍ଟ ଥିବା ଜଣାପଡିଛି । ଟିଏମସିର ଶୀର୍ଷ ନେତୃତ୍ୱର ନିକଟତମ ବ୍ୟକ୍ତିବିଶେଷ ଶୁଭେନ୍ଦୁ ଅଧିକାରୀ ମଧ୍ୟ ଏଥିରେ ସାମିଲ ବୋଲି ଶୁଣିବାକୁ ମିଳିଛି । ନିକଟ ଅତୀତରେ ତାଙ୍କୁ ମନାଇବା ପାଇଁ ପ୍ରଶାନ୍ତ କିଶୋର ଚେଷ୍ଟା କରିଥିଲେ । ହେଲେ ବିଫଳ ହୋଇଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଜଣେ ମନ୍ତ୍ରୀଙ୍କ ସହଯୋଗରେ ପି.କେ ଭେଟିଥିବା କୁହାଯାଇଛି । ଟିଏମସି ବିଧାୟକ ନିୟାମତ ଶେଖଙ୍କ କହିବାନୁଯାୟୀ, ପିକେ କଣ ଆମକୁ ରାଜନୀତି ଶିଖାଇବେ । ଆଇ ପ୍ୟାକ୍ ନାମକ ଜଣେ ସଂସ୍ଥା ଆମକୁ ନିର୍ଦ୍ଦେଶ ଦେବ । ଏହା ତାଙ୍କୁ ବ୍ୟଥିତ କରିଛି ବୋଲି ଶେଖ କହିଛନ୍ତି । ସେହିପରି ମିହିର ଗୋସ୍ୱାମୀ ଅସନ୍ତୋଷ ବ୍ୟକ୍ତି କରିବା ସବ ବିଭିନ୍ନ ପଦରୁ ଇସ୍ତଫା ଦେଇଛନ୍ତି । ଟିଏମସିର ଏହି ଆଭିମୁଖ୍ୟକୁ ନେଇ ଭାଜପା ଦିଲ୍ଲୀପ ଘୋଷ କହିଛନ୍ତି ଯେ, ଦଳ ଚଳାଇବା ପାଇଁ ଭାଜପା କାର୍ଯ୍ୟକର୍ତ୍ତା ଅଛନ୍ତି । କାହାକୁ ଭଡା ଆଣିବାକୁ ପଡେ ନାହିଁ ।

 

 

ସର୍ବଦଳୀୟ ବୈଠକ ଶେଷ, ଶୀତ ଅଧିବେଶନରେ ପ୍ରଶ୍ନକାଳ ବାତିଲ

ଭୁବନେଶ୍ୱର: ସର୍ବଦଳୀୟ ବୈଠକ ଶେଷ । ବୈଠକରେ ପ୍ରଶ୍ନକାଳକୁ ବାତିଲ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ଯାହାକୁ ବିରୋଧୀ ଦଳ ନାପସନ୍ଦ କରିଛନ୍ତି ।  ବୈଠକ ପରେ ବାଚସ୍ପତି ତାଙ୍କ ପ୍ରତିକ୍ରିୟାରେ ଶୀତ ଅଧିବେଶନକୁ ନେଇ ସବିଶେଷ ତଥ୍ୟ ରଖିଛନ୍ତି । ସେ କହିଛନ୍ତି ଯେ,  କୋଭିଡ ଗାଇଡ଼ଲାଇନ ଅନୁସାରେ ଏଥର ବିଧାନସଭା ଚାଲିବ । ସାଢ଼େ ଚାରି ଘଣ୍ଟା ହେବ ବିଧାନସଭା । କୋଭିଡ ପରିସ୍ଥିତି ପାଇଁ ଷ୍ଟାର ପ୍ରଶ୍ନ ବନ୍ଦ ହେବ । ୨୦ ତାରଖରେ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ । କୋଭିଡ ସ୍ଥିତିକୁ ଦେଖି ବିଧାୟକ ମାନଙ୍କର ବସିବ ସ୍ଥାନ ନିରୂପଣ କରାଯାଇଛି । ବରିଷ୍ଠ ବିଧାୟକ ମାନେ ଚାହିଁଲେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ରହିପାରିବେ ।

ସେପଟେ ପ୍ରଶ୍ନକାଳ ବାତିଲକୁ ବିରୋଧ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ତେବେ ଧାନ କିଣାରେ ଅବ୍ୟବସ୍ଥା, ବିଜୁଳି ଦର ବୃଦ୍ଧି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ବେକାରୀ ସମସ୍ୟା, ନିଶା କାରବାର, କୋଭିଡ ଦୁର୍ନୀତି ଆଦି ପ୍ରସଙ୍ଗ ଉଠାଇବ କଂଗ୍ରେସ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷପେ ସର୍ବଦଳୀୟ ବୈଠକ ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ତାଙ୍କ ପ୍ରତିକ୍ରିୟା ରଖିଥିଲେ । ସେ ମଧ୍ୟ ପ୍ରଶ୍ନକାଳ ବାତିଲ କୁ ଆମେ ବିରୋଧ କରିଛନ୍ତି । ପିଇବା ପାଣି ସମସ୍ୟା ଡାକ୍ତର ଅଭାବ ଶିକ୍ଷକ ଅଭାବ, ସୀମା ବିବାଦ, ଆଇନ ଶୃଙ୍ଖଳା ପରିସ୍ଥିତି , ବିଜୁଳି ଦର ବୃଦ୍ଧି, ଏକାମ୍ର କାନନ ଜମି ହସ୍ତାନ୍ତର, ଧାନ କିନାରେ ଅବ୍ୟବସ୍ଥା ପ୍ରସଙ୍ଗ ବିଜେପି ଉଠାଇବ ବୋଲି ସେ କହିଛନ୍ତି ।

BMC କର୍ମଚାରୀ ବିକୁଥିଲେ ବ୍ରାଉନସୁଗାର, ଛଦ୍ମବେଶରେ ମାଡ଼ିବସିଲା ପୋଲିସ

ଭୁବନେଶ୍ୱର: ବ୍ରାଉନସୁଗାର କାରବାର ରେ BMC କର୍ମଚାରୀ । ୭ ଗ୍ରାମ ବ୍ରାଉନସୁଗାର ଜବତ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ । ୪୦ ଗ୍ରାମ ସୁନା ଗହଣା  ଓ ନଗଦ ୪୨ ହଜାର ଟଙ୍କା ଜବତ ହୋଇଛି । ବ୍ୟକ୍ତି ଜଣକ ବିଏମ୍‌ସିରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଦିଲ୍ଲିପ ବେହେରା ।

ବିକ୍ରି ବେଳେ ରେଡ୍‌ ହ୍ୟାଣ୍ଡରେ ଧରିଲା ଲିଙ୍ଗରାଜ ଥାନା ପୋଲିସ । କ୍ୟାପିଟାଲ ହସ୍ପିଟାଲ ପାଖରେ ଔଷଧ ବିକ୍ରି କରୁଥିବା ବେଳେ ଧରିଲା ପୋଲିସ । ରେଡ୍‌ ହ୍ୟାଣ୍ଡରେ ଧରିଛି ପୋଲିସ । ୭ ଗ୍ରାମ ବ୍ରାଉନସୁଗାର ଜବତ ହେବା ସହ ଗୋଟିଏ ସୁନା ଚେନ, ୫ଟି ମୁଦି, ୫ଟି ମୋବାଇଲ ଏବଂ ଗୋଟିଏ ସ୍କୁଟିକୁ ଜବତ କରିଛି ପୋଲିସ । ତେବେ ବ୍ୟକ୍ତି ଜଣକ ବିଏମ୍‌ସି ହସ୍ପିଟାଲର ଆଖପାଖ ଅଞ୍ଚଳରେ କୋଡଓ୍ୱାଡରେ ବିକୁଥିଲେ । ତେବେ ପୋଲିସ ଛଦ୍ମ ବେଶରେ ଯାଇ ବ୍ରାଉନସୁଗାର କିଣିବା ବେଳେ ଧରିଥିଲା ।

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା : ଡିସେମ୍ବର ୧୬ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଡିସେମ୍ବର ୧୬ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନେଇ ସତ୍ୟପାଠ ଦାଖଲ କର । ଏନେଇ ହାଇକୋର୍ଟ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାରେ ଭିଡିଓ କନଫରେନ୍‌ସିଂରେ ହାଇକୋର୍ଟରେ ହାଜର ହୋଇଥିଲେ ପୋଲିସ ଡିଜି ଅଭୟ। ଡିଜିପିଙ୍କ ପକ୍ଷରୁ ଘଟଣା ନେଇ ଅପଡେଟ୍ ରିପୋର୍ଟ ଦାଖଲ କରାଯାଇଛି । ଡିସେମ୍ୱର ୧୬ ସୁଦ୍ଧା ଘଟଣାର ତଦନ୍ତ ଶେଷ କରି ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ୱର ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଗତ ମାର୍ଚ୍ଚ, ଏପ୍ରିଲ ମାସ ମଧ୍ୟରେ ଦୁଷ୍କର୍ମ ଘଟଣା ଘଟିଥିଲା । ୪ଜଣ ଓଟିଭି କର୍ମଚାରୀଙ୍କ ସହ ପୋଲିସ ସଂପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା । ଅଗଷ୍ଟ ୩୦ରେ ଏନେଇ ଲିଖିତ ଏତଲା ଦେଇଥିଲେ ପୀଡ଼ିତାଙ୍କ ମା । ଘଟଣା ଗଣମାଧ୍ୟମକୁ ଆସିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ପୋଲିସ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିବା ସହ ବୟାନ ରେକର୍ଡ କରିଥିଲେ । ପୋଲିସ ମାମଲାର ଗୁରୁତ୍ବକୁ ଉପଲବ୍ଧି କରି ତଦନ୍ତ ପାଇଁ ୪ଜଣିଆ ଟିମ୍ ଗଠନ କରିଥିଲା ।  ଏବେ ଘଟଣାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ ହାତରେ ରହିଛି । ସେପଟେ ଶିଶୁ ସୁରକ୍ଷା ଆୟୋଗ ଓ ମହିଳା କମିଶନ ମଧ୍ୟ ଘଟଣାର ବିଭିନ୍ନ ଦିଗ ନେଇ ପକ୍ଷଭୁକ୍ତଙ୍କୁ ପଚରାଉଚରା କରୁଛନ୍ତି ।

ଚୀନର ଅନଲାଇନ ରିପୋର୍ଟକୁ ଭାରତର ଖଣ୍ଡନ… ପୂର୍ବ ଲଦାଖରେ ପିଏଲଏର ମାଇକ୍ରୋ ୱେଭ ଅସ୍ତ୍ର ବ୍ୟବହାର କରୁଥିବା ଦାବି

ନୂଆଦିଲ୍ଲୀ: ଚୀନର ଅନଲାଇନ ମିଡିଆର ରିପୋର୍ଟକୁ ଖଣ୍ଡନ କଲା ଭାରତୀୟ ସେନା । ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ହେଉଥିବା ସଂଘର୍ଷରେ ଚୀନ ସେନା ମାଇକ୍ରୋ ୱେଭ ଅସ୍ତ୍ର ବ୍ୟବହାର କରୁଥିବା କିଛି ରିପୋର୍ଟ ପ୍ରକାଶ ପାଇଥିଲା । ଯାହାକୁ ଭାରତୀୟ ସେନା ଖଣ୍ଡନ କରିଛି । ଚୀନର ପିପୁଲ୍ସ ଲିବରେସନ ଆର୍ମି ଭାରତୀୟ ଜବାନଙ୍କୁ ଟାର୍ଗେଟ କରିବା ପାଇଁ ମାଇକ୍ରୋ ୱେଭ ଅସ୍ତ୍ର ବା ଲେଜର ଗନ୍ ବ୍ୟବହାର କରୁନାହିଁ ବୋଲି ଜଣାପଡିଛି ।

ଚୀନ ପକ୍ଷରୁ ଏହି ଫେକ ନ୍ୟୁଜକୁ ପ୍ରସାରଣ କରାଯାଉଥିଲା । ବେଜିଂର ଜଣେ ପ୍ରଫେସର ଏନେଇ ସୋସିଆଲ ମିଡିଆରେ ଉଲ୍ଲେଖ କରିଥିଲେ । ଚୀନ ସେନା ମାଇକ୍ରୋ ୱେଭ ଅସ୍ତ୍ରରେ ଆକ୍ରମଣ କରିବା ପରେ ଭାରତୀୟ ସେନା ପଛଘୁଂଚା ଦେଇଛନ୍ତି ବୋଲି ଖବର ପ୍ରସାରଣ କରାଯାଇଥିଲା । ସେପଟେ ଏବେ ବି ଉଭୟ ସେନା ପକ୍ଷରୁ ୫୦ ହଜାର ଲେଖାଏଁ ସେନା ସୀମାରେ ମୁତୟନ ଅଛନ୍ତି ।

ବାରମ୍ବାର ଆଲୋଚନା ପରେ ମଧ୍ୟ ସୀମାରୁ ହଟିବା ନେଇ କୌଣସି ପର୍ଯ୍ୟାୟ ଆରମ୍ଭ ହୋଇନାହିଁ । ଚୀନ ସେନା ପକ୍ଷରୁ ବାରମ୍ବାର ଫେକ ନ୍ୟୁଜ ପ୍ରସାରଣ କରାଯାଇ ଭାରତ ଉପରେ ମାନସିକ ଚାପ ସୃଷ୍ଟି କରିବାକୁ ଅପଚେଷ୍ଟା କରାଯାଉଛି ବୋଲି ଜଣାପଡିଛି ।

ସନ୍ତାନର ପିତୃତ୍ୱକୁ ନେଇ ସନ୍ଦେହ ଥିଲେ ହୋଇପାରିବ ଡିଏନଏ ଟେଷ୍ଟ୍: ଆଲାହାବାଦ ହାଇକୋର୍ଟ

ଆହ୍ଲାବାଦ: ସ୍ତ୍ରୀ ଧୋକା ଦେଉଥିଲେ ସ୍ୱାମୀ ନିଜ ସ୍ତ୍ରୀଙ୍କର କରିପାରିବ ଡିଏନଏ ଟେଷ୍ଟ । ଛୁଆର ବାପା କିଏ ତାକୁ ନେଇ ସନ୍ଦେହ ହେଉଥିଲେ ଡିଏନଏ ଟେଷ୍ଟ ସବୁଠୁ ସୁରକ୍ଷିତ ବୋଲି ଆହ୍ଲାବାଦ ହାଇକୋର୍ଟ ଏକ ରାୟ ଶୁଣାଇଛନ୍ତି । ପ୍ରୟାଗରାଜରେ ଛାଡପତ୍ର ଦେଇସାରିଥିବା ଏକ ଦମ୍ପତ୍ତିଙ୍କର ମାମଲା ଶୁଣାଣି ବେଳେ କୋର୍ଟ ଏହି ରାୟ ଦେଇଛନ୍ତି ।

ଏଥିସହ ଛାଡପତ୍ର ଦେବା ପାଇଁ ଆବେଦନକାରୀ ପତ୍ନୀଙ୍କ ଡିଏନଏ ଟେଷ୍ଟ କରିବା ପାଇଁ ଯେଉଁ ଆବେଦନ କରିଥିଲେ ତାକୁ ନେଇ କୋର୍ଟ ନିଷ୍ପତ୍ତି ଶୁଣାଇପାରିବେ ନା ନାହିଁ ତାକୁ ନେଇ ମଧ୍ୟ ଶୁଣାଣି ହୋଇଛି । ୨୦୧୩ ଜାନୁଆରୀରୁ ଆବେଦନକାରୀ ନିଜ ପତ୍ନୀଙ୍କୁ ଛାଡପତ୍ର ଦେଇଥିବା ବେଳେ ୨୦୧୬ରେ ତାଙ୍କ ପତ୍ନୀ ଏକ ଶିଶୁକୁ ଜନ୍ମ ଦେଇଥିଲେ ।

ପରେ ମହିଳା ଜଣକଙ୍କ ଶିଶୁର ବାପା ଆବେଦନକାରୀଙ୍କୁ ଦର୍ଶାଇଥିଲେ । କିନ୍ତୁ ଆବେଦନକାରୀ ଏହାକୁ ମନା କରିବା ସହ ଡିଏନଏ ଟେଷ୍ଟ କରିବା ପାଇଁ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ପ୍ରଥମେ ଫ୍ୟାମିଲି କୋର୍ଟରେ ଡିଏନଏ ଟେଷ୍ଟ କରିବା ପାଇଁ ଆବେଦନ କରାଯାଇଥିଲା । ଯାହାକୁ କୋର୍ଟ ଖାରଜ କରିଦେଇଥିଲେ । ପରେ ଆହ୍ଲାବାଦ ହାଇକୋର୍ଟରେ ଏନେଇ ମାମଲା ରୁଜୁ ହୋଇଥିଲା ।