spot_img
Home Blog Page 6408

ଆମେରିକା ପ୍ରସ୍ତୁତ କଲା 6th generationର ସବୁଠାରୁ ଶକ୍ତିଶାଳୀ ଲଢୁଆ ବିମାନ, ଛାନିଆ ହେଲା ଚୀନ୍…

ନୂଆଦିଲ୍ଲୀ: ଚୀନ ଓ ଆମେରିକା ମଧ୍ୟରେ ଶୀତଳ ଯୁଦ୍ଧ ଚାଲୁ ରହିଛି । ଆମେରିକା ଚୀନ୍ ବିରୁଦ୍ଧରେ ପ୍ରତିଦିନ କିଛି ନା’ କିଛି ମନ୍ତବ୍ୟ ରଖୁଛି । ଏଭଳି ସମ୍ୱେଦନଶୀଳ ସ୍ଥିତିରେ ଆମେରିକାକୁ ଏକ ବଡ଼ ଧରଣର ସଫଳତା ମିଳିଛି । ଆମେରିକା ବିଶ୍ୱର ସବୁଠାରୁ ଅତ୍ୟାଧୁନିକ ଲଢୁଆ ବିମାନ ପ୍ରସ୍ତୁତ କରିଛି । 6th ଜେନେରେସନର ଏହି ବିମାନର ଉଡ଼ାଣ ମଧ୍ୟ ହୋଇ ସାରିଛି । ଆମେରିକା ଆକାଶରେ ଏହି ବିମାନ ଉଡ଼ୁଥିବାର ଦେଖିବାକୁ ମିଳିଛି ।

ଏହି ବିମାନ ଏଫ୍-୨୨ର ଅପଡେଟେଡ୍ ଭର୍ସନ ଅଟେ । ଏହି ବିମାନରେ ଡ୍ରୋନ ଓ ଲେଜର ଅସ୍ତ୍ରଶସ୍ତ୍ରର ସୁବିଧା ମଧ୍ୟ ରହିଛି । ଏହାପୂର୍ବରୁ କୌଣସି ଲଢୁଆ ବିମାନରେ ଏଭଳି ସୁବିଧା ନଥିଲା । ବିମାନର ନାମକରଣ ଏଯାବତ ହୋଇଛି କି ନାହିଁ ତାହା ଜଣା ନାହିଁ । ଆମେରିକା ସରକାରଙ୍କ ତରଫରୁ ବିଦ୍ଧିବଦ୍ଧ ଭାବେ କୌଣସି ଘୋଷଣା ହୋଇ ନାହିଁ । ଆମେରିକୀୟ ଗଣମାଧ୍ୟମ ସଂସ୍ଥା ‘ଡିଫେନ୍ସ ନ୍ୟୁଜ୍’ ଏଭଳି ଖବର ପ୍ରକାଶ କରିଛି । ବିମାନର ଗତି ଅତି ଦ୍ରୁତ ହୋଇଥିବା ହେତୁ ଏହାକୁ ଲକ୍ଷ୍ୟ ଭେଦ କରିବା ସମ୍ଭବପର ନୁହେଁ ।

ତେବେ ଆମେରିକା ବାୟୁସେନା ପକ୍ଷରୁ ଏନେଇ କୌଣସି ଘୋଷଣା ହୋଇନଥିଲେ ମଧ୍ୟ ପ୍ରତିରକ୍ଷା ବିଶେଷଜ୍ଞମାନେ ଆମେରିକାର ବିମାନକୁ ନେଇ ଦୃଢୋକ୍ତି ବାଢ଼ିଛନ୍ତି । ବିମାନକୁ ପ୍ରସ୍ତୁତ କରିବା ପାଇଁ ଆମେରିକା ସରକାରଙ୍କ ପାଖାପାଖି ୮ ବିଲିୟନ ଡଲାର ଖର୍ଚ୍ଚ କରିଛି । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୫୮ ହଜାର ୯୦୬ କୋଟି । ତେବେ ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଲେଜର ଓ ଡ୍ରୋନ ଖଞ୍ଜା ଯାଇଥିବା ହେତୁ ବିମାନଟି ଅତି ଭୟଙ୍କର ବୋଲି ମନେ ହେଉଛି । କୌଣସି ବି ବିମାନକୁ ଠାବ କରି ଟାର୍ଗେଟ କରିବାରେ ଆମେରିକାର ଏହି ଅପଗ୍ରେଡ୍ ବିମାନ ସବୁଟାରୁ ଅଧିକ ସକ୍ଷମ ହେବ ।

ପ୍ରାଣ ବଞ୍ଚାଉଛି ପ୍ଳାଜ୍‌ମା: ମାସକ ଭିତରେ ପ୍ରତିଷ୍ଠା ହୋଇଛି ୮ ପ୍ଳାଜ୍‌ମା ବ୍ୟାଙ୍କ

ଭୁବନେଶ୍ୱର: କୋଭିଡ୍ ସଂକ୍ରମିତଙ୍କ ପାଇଁ ସଞ୍ଜୀବନୀ ହୋଇଛି ପ୍ଲାଜ୍‌ମା ଥେରାପି । ଏବେ ସୁଦ୍ଧା ଏକ ହଜାରରୁ ଅଧି୍କ ଗୁରୁତର ରୋଗୀଙ୍କୁ ପ୍ଲାଜମା ଥେରାପି ନୂଆ ଜୀବନ ଦେଇଛି । ଏଥିସହ କରୋନା ଚିକିତ୍ସା କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ଓଡ଼ିଶା । ସେପଟେ ରାଜ୍ୟରେ ଏବେ ସଂକ୍ରମଣ ପିକ୍‌ରେ ରହିଛି । ନଭେମ୍ବର ମଧ୍ୟ ଭାଗକୁ ସଂକ୍ରମଣ ନିୟନ୍ତ୍ରଣକୁ ଆସିବ ବୋଲି ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । କରୋନା ପାଇଁ ରାମବାଣ ପ୍ଲାଜ୍‌ମା ଥେରାପି । ସଂକ୍ରମିତଙ୍କ ପାଇଁ ସଂଜୀବନୀ। ଗୁରୁତର ରୋଗୀଙ୍କୁ ଦେଉଛି ନୂଆ ଜୀବନ ।

ମାତ୍ର ମାସକ ମଧ୍ୟରେ ରାଜ୍ୟରେ ପ୍ରତିଷ୍ଠା ହୋଇଛି ୮ଟି ପ୍ଲାଜ୍‌ମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ କରୋନାରୁ ସୁସ୍ଥ ହୋଇଥିବା କୋଭିଡ୍ ଯୋଦ୍ଧାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ପ୍ଲାଜ୍‌ମା ଦାନ କରୁଛନ୍ତି । ପ୍ଲାଜ୍‌ମା ଚିକିତ୍ସାରେ ଦେଶର ଅଗ୍ରଣୀ ରାଜ୍ୟଙ୍କ ମଧ୍ୟରେ ଓଡ଼ିଶା ଅନ୍ୟତମ । ଏବେସୁଦ୍ଧା ୧ ହଜାର ଗୁରୁତର ରୋଗୀଙ୍କ ପାଇଁ ପ୍ଲାଜ୍‌ମା ଥେରାପି ସଂଜୀବନୀ ସାବ୍ୟସ୍ତ ହୋଇଛି ।

କଟକ ଏସ୍‌ସିବି ମେଡିକାଲଠାରୁ ଆରମ୍ଭ କରି ରାଜ୍ୟର ପ୍ରମୁଖ ସରକାରୀ ହସ୍‌ପିଟାଲ ଏବଂ ପ୍ରାଇଭେଟ କୋଭିଡ ମେଡିକାଲରେ ପ୍ଲାଜ୍‌ମା ବ୍ୟାଙ୍କ ଖୋଲିଛି । ଫଳରେ ରାଜ୍ୟର ସବୁ କୋଣରୁ ସଂକ୍ରମିତ ପ୍ଲାଜ୍‌ମା ଚିକିତ୍ସା ପାଇପାରୁଛନ୍ତି । ରାଜ୍ୟରେ ପିକ୍‌ରେ ରହିଛି କୋଭିଡ୍ ସଂକ୍ରମଣ । ଅକ୍ଟୋବର ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ । ଧୀରେ ଧୀରେ ସଂକ୍ରମଣ କମିବ । ନଭେମ୍ବର ମଧ୍ୟ ଭାଗକୁ କରୋନା ପ୍ରାୟତଃ ନିୟନ୍ତ୍ରଣକୁ ଆସିବ ବୋଲି ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ୨ଶହ ପୋଲିସ କର୍ମଚାରୀ ପ୍ଲାଜ୍‌ମା ଦାନ କରିଛନ୍ତି । ପୂର୍ବରୁ ଓଡ୍ରାଫ ଏବଂ ଏନ୍‌ଡିଆର୍‌ଏଫ୍ କୋଭିଡ୍ ଯୋଦ୍ଧା ମଧ୍ୟ ଦେଇଥିଲେ ସଂଜୀବନୀ । ପ୍ଲାଜ୍‌ମା ଥେରାପି ସହ ଜଡ଼ିତ ପୂରା ଟିମ୍‌କୁ ଓ ପ୍ଲାଜ୍‌ମାଦାତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।

ମୋଦି କ୍ୟାବିନେଟରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ହର୍ଷିମ୍ରତ୍ କୌର ବାଦଲ, କୃଷି ବିଲକୁ ବିରୋଧ…

କେନ୍ଦ୍ର ମନ୍ତ୍ରୀ ହର୍ଷିମ୍ରତ୍ କୌର ବାଦଲ କ୍ୟାବିନେଟ ତ୍ୟାଗ କରିଛନ୍ତି । କେନ୍ଦ୍ର ସରକାରଙ୍କର କୃଷି ବିଲକୁ ବିରୋଧ କରି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଲୋକସଭାରେ ଏହି ବିଲରେ ଭୋଟ୍ ଦେବା କିଛି ସମୟ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ଏବେ ସଂସଦ ଅଧିବେଶନ ଚାଲିଥିବା ବେଳେ ସରକାର କୃଷି ସମ୍ୱନ୍ଧୀତ ଆଇନରେ ପରିବର୍ତ୍ତନ ପାଇଁ ଏକ ବିଲ ଆଗତ କରିଥିଲେ ।

ମାତ୍ର ହର୍ଷିମ୍ରତ୍ କୌର ବାଦଲ ଏହି ବିଲ ସପକ୍ଷରେ ଭୋଟ ଦେବାକୁ ମନା କରିଛନ୍ତି । ଶ୍ରୀମତୀ ବାଦଲ ଅକାଳ ଦଳ କୋଟାରୁ ମୋଦି କ୍ୟାବିନେଟରେ ସ୍ଥାନିତ ହୋଇଥିଲେ । ତେବେ ଏବେ ସେ ଇସ୍ତଫା ଦେବା ପରେ ଦଳ ପକ୍ଷରୁ ସଫେଇ ଆସିଛି । ଅକାଳୀ ଦଳ ମୁଖ୍ୟ ସୁଖବୀର ବାଦଲ କହିଛନ୍ତି ଯେ, ଅକାଳୀ ଦଳ ସରକାରକୁ ବାହାରେ ରହି ସମର୍ଥନ ଦେବ ମାତ୍ର କୌଣସି ପ୍ରକାର କୃଷକ ବିରୋଧୀ ରାଜନୀତିରେ ଭାଗୀଦାର ହେବ ନାହିଁ ।

କିଶୋରୀଙ୍କ ବଳାତ୍କାର, ହତ୍ୟା ମାମଲାରେ ୬ ଜଣ ଜେଲ ଯାଇଥିଲେ,୧୨ ବର୍ଷ ପରେ ମୃତ ଜୀବିତ ହେଲେ !

ନୂଆଦିଲ୍ଲୀ: ତ୍ତରପ୍ରଦେଶର ଜାଲୌନରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଜାଣିବା ପରେ କେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବ । ସୂଚନା ଅନୁସାରେ ଏକ ଯୁବତୀକୁ ଅପହରଣ ଏବଂ ହତ୍ୟା ମାମଲାରେ ୬ ଜଣଙ୍କୁ ଜେଲ ହୋଇଥିଲା । କିନ୍ତୁ ସେ ବଞ୍ଚିଥିବା ଖବର ୧୨ ବର୍ଷ ପରେ ସାମ୍ନାକୁ ଆସିଛି । ଘଟଣା ସମୟରେ ୧୪ ବର୍ଷର ଯୁବତୀ ଏବେ ୨୬ ବର୍ଷୀୟ ବିବାହିତା । ଉକ୍ତ ଯୁବତୀଙ୍କୁ ଏବେ ଅଲ୍ଲିଗଡ଼ରୁ ଜାଲୌନ ଆଣି ପଚରାଉଚରା ଜାରି ରହିଛି ।

ବାସ୍ତବରେ ପୂରା ମାମଲା ଜାଲୌନ ଜିଲ୍ଲାର କାଳପି କସ୍ୱେରେ ପର୍ଦ୍ଦାଫାଶ ହୋଇଛି । ଉକ୍ତ କିଶୋରୀ ଅପହରଣ ଏବଂ ହତ୍ୟା କରିଥିବା ଅଭିଯୋଗରେ ଛଅ ଜଣ ଜେଲ ଦଣ୍ଡ ଭୋଗୁଥିଲେ । କିନ୍ତୁ କିଶୋରୀ ଜୀବିତ ଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସିଓ ଆରପି ସିଂ କହିଛନ୍ତି ଯେ ୨୦୦୮ରେ କାଳପି କସ୍ୱେରେ ରହୁଥିବା ଏକ ଗରିବ ପରିବାରର ୧୪ ବର୍ଷୀୟ କିଶୋରୀ ଅପହରଣ ହୋଇଥିଲା । କିଶୋରୀଙ୍କ ମା ନଗରପାଳିକା ଅଧିକାରୀ, ଏକ ସଭାପତିଙ୍କ ସମେତ ୬ ଲୋକଙ୍କ ନାମରେ ଅଭିଯୋଗ ଦାଖଲ କରିଥିଲେ । ଜଣେ ବିଧାୟକଙ୍କ ବିରୁଦ୍ଧରେ ମଧ୍ୟ ଅଭିଯୋଗ ଦାଖଲ ହୋଇଥିଲା । ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଥିଲେ ଯୁବତୀଙ୍କ ମା । ସେହି ସମୟରେ ଘାଟମପୁରରେ ଜଣେ ଅଜ୍ଞାତ ଝିଅର ଶବ ମିଳିଥିଲା, ତାକୁ ନିଜ ଝିଅ କହି ହଙ୍ଗାମା କରି ଦେଇଥିଲେ ଉକ୍ତ ମହିଳା । ଯଦିଓ ବିଧାୟକଙ୍କୁ କ୍ଲିନ ଚିଟ୍ ମିଳିଗଲା କିନ୍ତୁ ଅନ୍ୟ ୬ ଜଣଙ୍କୁ ଜେଲ ହୋଇଗଲା । କିନ୍ତୁ ଜେଲରେ ଜଣେ ମହିଳା ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଗଲା ଏବଂ ଅଢେଇ ବର୍ଷ ପରେ ଅନ୍ୟମାନେ ଜାମିନରେ ବାହାରକୁ ଆସିଗଲେ ।

ଚୀନର ଏହି ଓ୍ୱେବସାଇଟକୁ ବ୍ଲକ କଲା ଭାରତ, ଜାଣନ୍ତୁ କାରଣ କ’ଣ ?

ନୂଆଦିଲ୍ଲୀ: ଟେଲିକମ ବିଭାଗ ଚୀନର ନ୍ୟାସନାଲ ବ୍ୟୁରୋ ଅଫ ଷ୍ଟାଟିଷ୍ଟିକ୍ସର ଇଂରାଜୀ ଓ୍ୱେବସାଇଟକୁ ବ୍ୟାନ୍ କରି ଦେଇଛନ୍ତି । ପୂର୍ବ ଲଦାଖରେ ସୀମାରେ ଚାଲୁଥିବା ବିବାଦକୁ ନେଇ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ତଥାପି ଏବେ ମଧ୍ୟ ଗ୍ଲୋବାଲ ଟାଇମ୍ସ ଏବଂ ସରକାରୀ ଏଜେନ୍ସି ସିହ୍ନୁଆକୁ ଏବେ ମଧ୍ୟ ବ୍ୟବହାର କରି ହେଉଛି । ତେବେ ଏହି ଓ୍ୱେବସାଇଟକୁ କ୍ଲିକ କରିବା ପରେ ସ୍କ୍ରିନ ଉପରେ ଏକ ମେସେଜ ନଜର ଆସୁଛି । ମେସେଜଟି ହେଉଛି, ଆପଣଙ୍କ ଦ୍ୱାରା ଅନୁରୋଧ କରାଯାଇଥିବା ୟୁଆରଏଲକୁ ଭାରତ ସରକାରଙ୍କ ଟେଲିକମ୍ୟୁନିକେସନ ଡିପାର୍ଟମେଣ୍ଟର ନିର୍ଦ୍ଦେଶ ଅନୁସାରେ ବ୍ଲକ କରିଦିଆଯାଇଛି । ଅଧିକ ସୂଚନା ପାଇଁ ଆଡମିନଷ୍ଟ୍ରେଟରଙ୍କ ସହିତ ଯୋଗାଯୋଗ କରନ୍ତୁ ।

ପୂର୍ବ ଲଦାଖର ଗଲଓ୍ୱାନ ଘାଟୀରେ ଭାରତ ଏବଂ ଚୀନ ମଧ୍ୟରେ ହୋଇଥିବା ଉତ୍ତେଜନାରେ ଭାରତର ୨୦ ଜଣ ଯବାନ ସହୀଦ ହୋଇଯାଇଥିଲେ । ଯାହାପରେ ଉକ୍ତ ମାମଲାକୁ ନଜରରେ ରଖି ଚୀନର ଶତାଧିକ ଆପ୍ଲିକେସନକୁ ବ୍ୟାନ କରିଛି ଭାରତ । ଏଥିରେ ଲୋକପ୍ରିୟ ଓ୍ୱେବସାଇଟ TIKTOK ଏବଂ PUBG ମଧ୍ୟ ସାମିଲ ରହିଛି ।

ସୂଚନାଯୋଗ୍ୟ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜୀନକୁ ନେଇ ଗୁରୁବାରକୁ ରାଜ୍ୟସଭାରେ ବୟାନ ଦେଇଛନ୍ତି । ଯଦି ଆବଶ୍ୟକ ପଡ଼େ ଭାରତ ନଇଁବ ନାହିଁ ବୋଲି ସେ ତାଙ୍କ ବୟାନରେ ଉଲ୍ଲେଖ କରିଛନ୍ତି ।

ବନ୍ୟା ପରବର୍ତ୍ତୀ ପଦକ୍ଷେପ ଲାଗି ରାଜ୍ୟ ସରକାରଙ୍କୁ କେନ୍ଦ୍ରୀୟ ଟିମ୍‌ର ପ୍ରଶଂସା

ଭୁବନେଶ୍ୱର: କେନ୍ଦ୍ରୀୟ ଟିମ୍‌କୁ ସହାୟତା ପ୍ରଦାନ ଲାଗି ଦାବି ଜଣାଇଲା ରାଜ୍ୟ । ୧୧୦୦ କୋଟି ଟଙ୍କା ସହାୟତା ଯୋଗାଇବା ପାଇଁ ଦାବି ଜଣାଇଲା ରାଜ୍ୟ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ୩ ବନ୍ୟା ପ୍ରଭାବିତ  ଜିଲ୍ଲା ବୁଲି ସ୍ଥିତି ସମୀକ୍ଷା କରିଥିଲା କେନ୍ଦ୍ରୀୟ ଟିମ୍ । ଏହାପରେ ଗୁରୁବାର ରାଜ୍ୟ ସଚିବାଳୟରେ କେନ୍ଦ୍ରୀୟ ଟିମ୍ ସହ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସମେତ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବନ୍ୟା ଜନିତ କ୍ଷୟକ୍ଷତି ଓ ଏହା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କିତ ଏକ ରିପୋର୍ଟ କେନ୍ଦ୍ରୀୟ ଟିମ୍ ନିକଟରେ ଉପସ୍ଥାପନ କରାଯାଇଥିଲା ।  ରାଜ୍ୟ ସରକାରଙ୍କ ବନ୍ୟା ବରବର୍ତ୍ତୀ ପଦକ୍ଷେପକୁ ପ୍ରଶଂସା କରିଛି କେନ୍ଦ୍ରୀୟ ଟିମ୍ । ଏଥିସହିତ ଏସ୍‌ଡିଆରଏଫ୍‌ ନିୟମାନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛି ଟିମ୍ । ନଦୀବନ୍ଧ ନିର୍ମାଣ ଓ ମରାମତି, କ୍ଷତିଗ୍ରସ୍ତ ଗୃହ ଓ ଅନ୍ୟ ଭିତ୍ତିଭୂମି ସଜାଡ଼ିବା ନେଇ ସହାୟତା ଯୋଗାଇଦେବାକୁ ଦାବି କରିଛି ରାଜ୍ୟ  । ସୂଚନା ଯୋଗ୍ୟ ଯେ, ବନ୍ୟାରେ ମୋଟ ୨.୨୫ ଲକ୍ଷ ହେକ୍ୱର ଚାଷ ଜମି ଓ ଫସଲ ପ୍ରଭାବିତ ହୋଇଥିବା ବେଳେ ୩୩ ପ୍ରତିଶତରୁ ଅଧିକା ନଷ୍ଟ ହୋଇଛି । ଏଥିସହିତ ୧.୨୦ ଲକ୍ଷ ବାସଗୃହ ମଧ୍ୟ ଭାଙ୍ଗିଯାଇଥିବା ସହ ରାସ୍ତାଘାଟ ମଧ୍ୟ କ୍ଷୟକ୍ଷତି ଘଟିଛି । ତେବେ ଏହି ସହାୟତା ରାଶି ସମେତ ବିପର୍ଯ୍ୟୟ ପ୍ରତିରୋଧ ନିମନ୍ତେ ସ୍ଥାୟୀ ପଦକ୍ଷେପ ନେଇ ଆବଶ୍ୟକ ଅର୍ଥ ଚୂଡ଼ାନ୍ତ ସ୍ମାରକପତ୍ରରେ ସାମିଲ କରି କେନ୍ଦ୍ର ସରକାରଙ୍କୁ ଦିଆଯିବ ବୋଲି କହିଛନ୍ତି ଏସ୍‌ଆରସି ପ୍ରଦୀପ କୁମାର ଜେନା ।

ବଜାରରେ ହଠାତ୍ ସେଓ ଦାମ ପାଖାପାଖି ଅଧା କାହିଁକି ହେଲା ? ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ନିହାତି ଭାବରେ ଏହା ଏକ ଖୁସି ଖବର । ଭାରତୀୟ ବଜାରରେ ଚାଲିଛି ସେଓର ଅଭାବୀ ବିକ୍ରି । ଏହାର ଦାମ ପ୍ରକୃତ ମୂଲ୍ୟରୁ ହ୍ରାସ ହୋଇ ଅଧା ହୋଇ ଯାଇଛି । ଉତ୍ତମ ଗୁଣବତ୍ତା ଥିବା ସେଓର ଦାମ୍ ହ୍ରାସ ହୋଇ ୫୦ରୁ ୪୦ ଟଙ୍କାରେ ପହଞ୍ଚିଛି । ଗଣମାଧ୍ୟମକୁ All India Apple Growers Associationର ଅଧ୍ୟକ୍ଷ ରବିନ୍ଦ୍ର ଚୌହାନ କହିଛନ୍ତି କି ବର୍ତ୍ତମାନର ମୂଲ୍ୟ ୨୦୧୭ ଭଳି ରହିଛି । ଅବଶ୍ୟ ନିବେଶ ଏବଂ ଶ୍ରମିକ ମୂଲ୍ୟ ଦୁଇ ଗୁଣା ହୋଇ ଯାଇଛି । ଚଳିତ ବର୍ଷ ଫସଲ କମ ହୋଇଛି ଏବଂ ପୋକ କାରଣରୁ ଗୁଣବତ୍ତାରେ ହ୍ରାସ ଘଟିଛି । ନେପାଳଠାରୁ ଶ୍ରମିକଙ୍କ ସଂଖ୍ୟା କମ୍ ହେତୁ ଆମର ସଙ୍କଟ ବଢିଯାଇଛି ।

ବ୍ୟବସାୟୀଙ୍କ କହିବା ଅନୁସାରେ ହିମାଚଳ ପ୍ରଦେଶର ପ୍ରାୟ ୪ରୁ ୫ ଲକ୍ଷ ଟନରୁ ପ୍ରାୟ ଅଧା ଏବଂ କାଶ୍ମୀର ଉପତ୍ୟକାରୁ ଆସିବାକୁ ଥିବା ଆନୁମାନିକ୨୦ ଟନ ସେଓରୁ ୧୫ ପ୍ରତିଶତ ଦେଶର ବିଭିନ୍ନ ବଜାରରେ ପହଂଚି ପାରିଛି ।  ଦିଲ୍ଲୀର ଆଜାଦପୁର ଫଳ ବଜାରରେ ସେଓ ମୂଲ୍ୟ କିଲୋଗ୍ରାମ ପ୍ରତି ପ୍ରାୟ ୪୦ରୁ ୫୦ ଟଙ୍କା ରହିଛି । ଅଧିକ ଯୋଗାଣ ଏବଂ ଚାହିଦା କମ ଥିବାରୁ ଏହାର ମୂଲ୍ୟ ପ୍ରାୟ ୫୦ପ୍ରତିଶତ କମ ହୋଇଯାଇଛି ।

ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ ସଂଶୋଧନ କ’ଣ ପାଇଁ ଜରୁରୀ ଜାଣନ୍ତୁ ….

ଭୁବନେଶ୍ୱର: ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବାକୁ ଯାଉଛି । ଏହି କାରଣରୁ ନିକଟରେ ରାଜ୍ୟ କ୍ୟାବିନେଟ୍ ରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।  ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଥିଲା । ପୂର୍ବରୁ ପ୍ରଚଳିତ ହେଉଥିବା ନିୟମ ସାମ୍ପ୍ରତିକ ସ୍ଥିତିରେ ଅକାମୀ ହୋଇ ପଡିଥିଲା । ତେଣୁ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଏକ ପ୍ରକାର ଆବଶ୍ୟକତା ରହିଥିଲା ।

ମୋଟ ଉପରେ କହିବାକୁ ଗଲେ ବିଶ୍ୱ ବିଦ୍ୟାଳୟରେ ସିନେଟ୍ ଏକ ଆଳଙ୍କାରିକ ଭୂମିକା ପରି ମନେ ହେଉଥିଲା । କାରଣ ପ୍ରକୃତ ବୈଧାନିକ କ୍ଷମତା ସିଣ୍ଡିକେଟ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରୟୋଗ କରାଯାଉଛି । ତେଣୁ ସିନେଟ୍ କୁ ବନ୍ଦ କରାଯାଇ ସିଣ୍ଡିକେଟ୍ ପୁର୍ନଗଠନ ଉପରେ ଗୁରୁତ୍ୱ ଦିଆଯାଇଛି । ଏହା ଦ୍ୱାରା କେବଳ ଶିକ୍ଷାଗତ ନୁହେଁ, ବିଶ୍ୱ ବିଦ୍ୟାଳୟଗୁଡିକରେ ପ୍ରଶାସନିକ କାର୍ଯ୍ୟ ମଧ୍ୟ ସୁରୁଖୁରର ହୋଇପାରିବ । ସେହିପରି କୁଳପତି ଚୟନ କମିଟି ପୁର୍ନଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହି କମିଟିରେ ପୂର୍ବପରି ସିଣ୍ଡିକେଟର ପ୍ରତିନିଧି ନ ରହି ଜଣେ ଶିକ୍ଷାବିତ ରହିବେ । ଏହା ଦ୍ୱାରା ଚୟନ ଆହୁରି ସରଳ ଏବଂ ସ୍ୱଚ୍ଛ ହେବ ।

କୌଣସି ଅନୁଷ୍ଠାନର ଦୀର୍ଘମିଆଦୀ ବିକାଶ ପାଇଁ ଏକ ପୂର୍ଣ୍ଣକାଳୀନ ପ୍ରଶାସନିକ ମୁଖ୍ୟ ରହିବା ଆବଶ୍ୟକ । ଅନେକ ସମୟରେ ମୁଖ୍ୟ ଜଣଙ୍କ ସଂସ୍କାର ଆଣିବା ନେଇ ପର୍ଯ୍ୟାପ୍ତ ସମୟ ପାଇ ନ ଥାଆନ୍ତି । ତେଣୁ ଏହି ବ୍ୟବସ୍ଥାକୁ ଆହୁରି ସୁବ୍ୟବସ୍ଥିତ କରିବା ପାଇଁ କୁଳପତିମାନଙ୍କ କାର୍ଯ୍ୟକାଳ ଅବଧି ୪ ବର୍ଷକୁ ବୃଦ୍ଧି କରାଯାଇଛି । କୁଳପତିଙ୍କ ଅବସର ବୟସ ୬୭କୁ ବୃଦ୍ଧି ଲାଗି ସ୍ଥିର ହୋଇଛି । ପୂର୍ବରୁ ପଞ୍ଜୀକୃତ ଶିକ୍ଷକ ଏବଂ ପଞ୍ଜିକୃତ ସ୍ନାତକ ବ୍ୟବସ୍ଥାର ମଧ୍ୟ ଉଚ୍ଛେଦ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହି ବ୍ୟବସ୍ଥାରେ ସଂସ୍କାର ଆଣି ଏଣିକି ଶିକ୍ଷକ ଏବଂ ଅଣଶିକ୍ଷକ ନିଯୁକ୍ତି ଓଡ଼ିଶା ଲୋକସେବା ଆୟୋଗ ତଥା ରାଜ୍ୟ ପ୍ରବରଣ ମଣ୍ଡଳୀ କରିବେ ।

ଏହା ଦ୍ୱାରା ବର୍ଷବର୍ଷ ଧରି ଖାଲି ପଡିଥିବା ପଦବୀ ପୂରଣ ହେବାର ରାସ୍ତା ଫିଟିବ । ବ୍ୟବସ୍ଥିତ ଏକୈନ୍ଦ୍ରୀକରଣ ପଦ୍ଧତି ତୟନରେ ସ୍ୱଚ୍ଛତା ଓ ସମାନତା ଆଣିବ । ଏହି ନୂତନ ଚୟନ ବ୍ୟବସ୍ଥା ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତାକୁ କୌଣସି ମତେ ପ୍ରଭାବିତ କରିବ ନାହିଁ । ବରଂ ୟୁଜିସି ଗାଇଡଲାଇନ ଆହୁରି ବ୍ୟବସ୍ଥିତ ଢଙ୍ଗରେ ଲାଗୁ କରିବାରେ ସହାୟକ ହେବ । ନୂତନ ସଂଶୋଧନ ସମ୍ପର୍କିତ ବିଷୟକୁ ଭଲ ଭାବେ ନ ବୁଝି କେତେକ ଏହାକୁ ଓଡ଼ିଶା ଲୋକ ସେବା ଆୟୋଗ ଅନ୍ୟ ନିଯୁକ୍ତି ସମତୁଲ୍ୟ ବୋଲି ମତ ରଖୁଛନ୍ତି, ଯାହାର କୌଣସି ଯଥାର୍ଥତା ନାହିଁ । ଚୟନ କମିଟିରେ ଯିଏ ରହିବେ ସେ ଜଣେ ଶିକ୍ଷାବିତ, ତେଣୁ ଏହାର ରାଜନୀତିକରଣ କରାଯିବାଟା ଏକ ସୁବିଧାବାଦ ବୋଲି କୁହାଯାଇପାରେ । ଅତୀତରେ ଯେଉଁମାନେ ରାଜ୍ୟରେ ଉଚ୍ଚଶିକ୍ଷା ଅଗ୍ରଗତି ନେଇ ତଥାକଥିତ ଭାବେ ଚିନ୍ତା କରୁଥିଲେ, ହଠାତ ସେମାନେ ଉଚିତ ସଂସ୍କାରର ପରିପନ୍ଥୀ କିପରି ହେଲେ ତାହା ବୁଝି ହେଉନାହିଁ ।  ଶିକ୍ଷାବିତଙ୍କ ଦ୍ୱାରା ପୁର୍ନଗଠିତ ସିଣ୍ଡିକେଟ ପୂର୍ବାପେକ୍ଷା ଅଧିକ କର୍ମଠ ହେବ ଏଥିରେ ସନ୍ଦେହର ଅବକାଶ ନାହିଁ । ତେଣୁ ଏହା ଅଣ-ଅମଲାତାନ୍ତ୍ରିକ ବ୍ୟବସ୍ଥାର ଅୟଃ ଆରମ୍ଭ ହେବ । ଦଶନ୍ଧି ଦଶନ୍ଧି ଧରି ପ୍ରଚଳିତ ହୋଇ ଆସିଥିବା ବ୍ୟବସ୍ଥା ଦ୍ୱାରା ଆଶା କରାଯାଉଥିବା ଗବେଷଣା, ନିଯୁକ୍ତି ଏବଂ ଅନ୍ୟାନ୍ୟ ସମୟପୋଯୋଗୀ ଶୈକ୍ଷିକ ବିକାଶ କେବଳ ରାଜ୍ୟ ନୁହେଁ, ସାରା ଦେଶରେ ପ୍ରଭାବିତ ହୋଇଛି । ତେଣୁ ସଂସ୍କାର ସମୟର ଆହ୍ୱାନ , ଏହାକୁ ଆମକୁ ଗ୍ରହଣ କରିବାକୁ ପଡିବ  ।

ରାଜ୍ୟ ସରକାର ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଧିନିୟମ ୨୦୦୫କୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସାରା ଦେଶର ସମସ୍ତ ବିଶ୍ୱ ବିଦ୍ୟାଳୟ ପାଇଁ ଥିବା ଏକକ ନିୟମ (ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯) ଅନୁଯାୟୀ କାର୍ଯ୍ୟ କରିବ । ରାଜ୍ୟର ଅନ୍ୟତମ ୨ ପ୍ରମୁଖ ଏକକ ବିଶ୍ୱବିଦ୍ୟାଳୟ (ଗଙ୍ଗାଧର ବିଶ୍ୱବିଦ୍ୟାଳୟ ଓ ଖଲିକୋଟ ବିଶ୍ୱବିଦ୍ୟାଳୟ)ଗୁଡିକରେ  ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯କାର୍ଯ୍ୟ କରୁଛି । ତେଣୁ ରେଭେନ୍ସା ଏବଂ ଅନ୍ୟ ବିଶ୍ୱବିଦ୍ୟାଳୟ ପରିଚାଳନରେ ଅସଙ୍ଗତି ଆସୁଥିଲା । ତେଣୁ ସମସ୍ତ ବିଶ୍ୱବିଦ୍ୟାଳୟଗୁଡିକରେ ଏକକ ପଦ୍ଧତି ଲାଗୁ କରିବା ପାଇଁ ରେଭେନ୍ସା ସମ୍ପର୍କିତ ଅଧିନିୟମକୁ ଉଚ୍ଛେଦ କରାଯାଇଛି, ଯାହା ଯଥାର୍ଥ ମନେ ହୁଏ । ବର୍ତ୍ତମାନ ଛାତ୍ର ସମାଜ, ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟରେ ପଢୁଥିବା ଛାତ୍ର ଏବଂ ଆଗକୁ ପଢିବାକୁ ଥିବା ବର୍ଗର ବୌଦ୍ଧିକ ବିକାଶ ଉପରେ ଗୁରୁତ୍ୱ ଦେବାକୁ ପଡିବ । କାରଣ ସେ ବାଣୀ ବିହାର ହେଉ କି ରେଭେନ୍ସା ବିଶ୍ୱବିଦ୍ୟାଳୟ ଏହାର ଗୌରବ ପ୍ରାଚୀନକାଳରୁ ରହି ଆସିଛି, ତେଣୁ ସାମ୍ପ୍ରତିକ ପରିସ୍ଥିତିକୁ ବୁଝି ଏହାର ସ୍ୱାତନ୍ତ୍ରତା ରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ ହେବା ଉଚିତ । ନୂତନ ସଂସ୍କାର କୌଣସି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ଏବଂ ଏହାର ମୁଖ୍ୟ କୁଳପତିଙ୍କ ସ୍ୱାତନ୍ତ୍ରତାକୁ କ୍ଷତି ପହଞ୍ଚାଇବ ନାହିଁ । ସେହିପରି ଗୋଟିଏ ସମୟରେ ବିଶ୍ୱବିଦ୍ୟାଳୟଗୁଡିକର ଅଡିଟ୍ ରିପୋର୍ଟ ସାର୍ବଜନୀନ ହୋଇ ପାରୁ ନ ଥିଲା । ହେଲେ ଏହାକୁ ଏଣିକି ପବ୍ଲିକ ଡୋମେନରେ ରଖାଯିବାର ନିଷ୍ପତ୍ତି ହୋଇଛି । ସମୟକ୍ରମେ ରାଜ୍ୟରେ ବିଶ୍ୱବିଦ୍ୟାଳୟ ସଂଖ୍ୟାରେ ଅହେତୁକ ବୃଦ୍ଧି ହୋଇଛି । ଏ ସମସ୍ତ ବିଶ୍ୱଦ୍ୟାଳୟର ବାର୍ଷିକ ଅଡିଟ୍ ରିପୋର୍ଟ ଆକାର ଓ କଳେବର ମଧ୍ୟ ବୃଦ୍ଧି ପାଇଛି । ତେଣୁ ଏହାର ଉପସ୍ଥାପନ ସମୟସାପେକ୍ଷ ଏବଂ ବ୍ୟୟବହୁଳ ହେବାରେ ଲାଗିଛି । ତେଣୁ ଏଣିକି ବିଶ୍ୱବିଦ୍ୟାଳୟଗୁଡିକ ନିଜ ନିଜର ଅଡିଟ୍ ରିପୋର୍ଟ ନିଜର ୱେବସାଇଟ୍ ରେ ପ୍ରଦର୍ଶିତ କରିବେ । ଯାହାକୁ ସମସ୍ତେ ଦେଖିପାରିବେ ।

ଏହି ସବୁ ତଥ୍ୟ ପରେ ଏବେ ଆପଣ ନିଜକୁ ପ୍ରଶ୍ନ କରନ୍ତୁ ଆପଣ  କ’ଣ ଚାହାନ୍ତି ? କ୍ୟାମ୍ପସରେ ରାଜନେତା ନା ଶିକ୍ଷକ? ସମୟ ଉପଯୋଗୀ ସିଲାବସ ନା ରାଜନୈତିକ ପାମ୍ଫଲେଟ୍ ? ବିଶ୍ୱବିଦ୍ୟାଳୟର ପରିଚୟ ନା ରାଜନୈତିକ ସଭା ପାଇଁ ପଡିଆ ? ବିକାଶ ଚାହାନ୍ତି ନା ରାଜନୈତିକ ଲଢେଇ ପାଇଁ ମୈଦାନ ? ବହି ନା ରାଜନୈତିକ ଘୋଷଣାପତ୍ର ?

ଭାରତୀୟ ଜଳସୀମା ମଧ୍ୟକୁ ପଶି ଆସିଥିଲା ଚୀନ୍ ଗୁଇନ୍ଦା ଜାହଜ, ତା ପରେ ଯାହା ହେଲା…..

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଲଗାତାର ଭାରତୀୟ ସୀମାରେ ଅନୁପ୍ରବେଶ ପାଇଁ ଉଦ୍ୟମ ଜାରି ରଖିଥିବା ଚୀନ୍ ଭାରତ ମହାସାଗରରେ ପଛକୁ ଘୁଞ୍ଚିବାରେ ଲାଗିଛି । ଗତ ମାସରେ ମଲକା ଷ୍ଟ୍ରେଟ୍ ଦେଇ ଭାରତ ମହାସାଗରରେ ପ୍ରବେଶ କରିଥିଲା ଚୀନର ଉଆନ ଓ୍ୱାଙ୍ଗ ଶ୍ରେଣୀର ଅନୁସନ୍ଧାନ ଜାହଜ । ଭାରତୀୟ ସାମରିକ ଘାଟିର ଗୁଇନ୍ଦାଗିରି କରିବା ଥିଲା ଜାହଜର ଲକ୍ଷ୍ୟ ।  ଭାରତୀୟ ଅଞ୍ଚଳରେ ପ୍ରବେଶ କରିବା ପରଠାରୁ ଭାରତୀୟ ଯୁଦ୍ଧ ଜାହଜ ଦ୍ୱାରା ଏହାକୁ ଟ୍ରାକ କରାଯାଉଥିଲା । ଭାରତୀୟ ଯୁଦ୍ଧ ଜାହାଜ ରଡାରରେ ଥିବା ଜାଣିବା ପରେ ଡ୍ରାଗନ ଜାହଜ ଛୁ’ ମାରିଥିଲା ।

ଭାରତ ମହାସାଗରରେ ଶାନ୍ତି ଏବଂ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆମେରିକା ମାଲଦ୍ୱିପ ସହିତ ପ୍ରତିରକ୍ଷା ସହଯୋଗକୁ ନେଇ ଚୁକ୍ତି କରିଛି । ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ତରଫରୁ ଏହି ଘୋଷଣା କରାଯାଇଛି । ଭାରତ-ପ୍ରଶାନ୍ତ କ୍ଷେତ୍ରରେ  ଚୀନର ଉପସ୍ଥିତି ବଢିବା ପରେ ଏହାର  ମୁକାବିଲା ପାଇଁ ଭାରତ ସହ ଆମେରିକା ଚୁକ୍ତି କରିଛି ।

ଭାରତ ମହାସାଗରରେ ଚୀନକୁ ଘେରିବା ପାଇଁ ଯଆମେରିକା,ଜାପାନ,ଅଷ୍ଟ୍ରେଲିଆ ଓ ଆମେରିକା ଏକାଠି ହୋଇଛନ୍ତି । ଚୀନର ବିସ୍ତାରବାଦୀ ନୀତି ଓ ମୁକ୍ର ତଥା ଅବାଧ ବାଣିଜ୍ୟ ପାଇଁ  ଉଭୟ ଭାରତ ଓ ଜାପାନ  ଏକ  ସାମରିକ ଚୁକ୍ତି ସ୍ୱାକ୍ଷର କରିଛନ୍ତି ।

ହ୍ୟାକରଙ୍କ ପଛରେ ଚୀନ୍, ୨୦୧୯ରେ ଭାରତରେ ହୋଇଥିଲା ବଡ଼ ଧରଣର ସାଇବର କ୍ରାଇମ…

ନୂଆଦିଲ୍ଲୀ: ଚୀନ୍ ଉପରେ ହ୍ୟାକିଂ ଅଭିଯୋଗ ଆଣିଛି ଆମେରିକା । ଭିନ୍ନ ଭିନ୍ନ ଦେଶର ପ୍ରାୟ ଶହେ କମ୍ପାନୀକୁ ହ୍ୟାକ୍ କରିଛି ଚୀନ୍ । ଆମେରିକାର ଜଷ୍ଟିସ୍ ଡିପାର୍ଟମେଣ୍ଟ ଏଭଳି ଦାବି କରିଛି । ଆମେରିକାର କହିବା ଅନୁଯାୟୀ, ଭାରତ ସମେତ ଅନେକ ପ୍ରମୁଖ ଦେଶରେ କାର୍ଯ୍ୟ କରୁଥିବା କମ୍ପାନୀର ଗୁପ୍ତ ତଥ୍ୟ ଓ ଗୁଇନ୍ଦା ରିପୋର୍ଟ ହ୍ୟାକ କରିବାରେ ଚୀନ୍ ନାଗରିକମାନେ ସମ୍ପୃକ୍ତ ଅଛନ୍ତି । ଆମେରିକାର ଆଟୋର୍ଣ୍ଣି ଜେନେରାଲ ଜେଫରୀ ରୋଜେନ୍ କହିଛନ୍ତି ଯେ, ହ୍ୟାକିଂ ଅଭିଯୋଗରେ ୫ ଜଣ ଚୀନ୍ ନାଗରିକ ଓ ୨ ଜଣ ମାଲେସିୟା ନାଗରିକଙ୍କ ଉପରେ ଆମେରିକାରେ ମାମଲା ରୁଜ୍ଜୁ ହୋଇଛି । ଅଭିଯୋଗ ଅନୁଯାୟୀ, ଅପରାଧିମାନେ ହ୍ୟାକିଂ କରିବା ସହ ଉକ୍ତ ତଥ୍ୟକୁ ବିକ୍ରି ମଧ୍ୟ କରିଛନ୍ତି । ପ୍ରତିବଦଳରେ ମୋଟା ରକମର ଅର୍ଥ ହାତେଇଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ସାଇବର କ୍ରାଇମରେ ଜଡ଼ିତ ଥିବା ମାଲେସିୟା ନାଗରିକଙ୍କୁ ଆମେରିକାର ସରକାର ଧରିବାରେ ସଫଳ ହୋଇଥିବା ବେଳେ ଚୀନ ଅପରାଧୀମାନେ ଫେରାର ଅଛନ୍ତି । ଚୀନ୍ ସରକାରଙ୍କର ସମାଲୋଚନା କରି ଆଟୋର୍ଣ୍ଣି ଜେନେରାଲ ଜେଫରୀ ରୋଜେନ୍ କହିଛନ୍ତି ଯେ, ଚୀନରେ ଶାସକ ଦଳରେ ଥିବା କମ୍ୟୁନିଷ୍ଟ ପାର୍ଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଭଳି ସାଇବର କ୍ରାଇମ କରାଯାଉଛି । ଅନ୍ୟ ଦେଶର ଗୁଇନ୍ଦା ତଥ୍ୟ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଚୀନ ସରକାର ଏଭଳି ସାଇବର କ୍ରିମିନାଲଙ୍କୁ ପ୍ରୋତ୍ସାହନ ଦେଉଛନ୍ତି । ଏମାନଙ୍କୁ ନିଜ ଦେଶରେ ଯଥେଷ୍ଟ ସୁରକ୍ଷା ମିଳୁଥିବା ହେତୁ ଏମାନେ ଏଭଳି ଅବୈଧ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ବିଭିନ୍ନ ଦେଶର କମ୍ପାନୀର ସିଷ୍ଟମକୁ ହ୍ୟାକ୍ କରି ତଥ୍ୟ ଚୀନ୍ ସରକାରଙ୍କୁ ହସ୍ତାନ୍ତର କରୁଛନ୍ତି ।

ସେହିଭଳି ୨୦୧୯ରେ ଭାରତରେ ଚୀନ୍ ଏକ ବଡ଼ଧରଣର  ହ୍ୟାକିଂ କରିଥିଲା । ଭାରତର ମୁକ୍ତ VNPକୁ ଯୋଗ କରିବା ପାଇଁ ଚୀନ୍ VPS ପ୍ରୋଭାଇଡ ସରର୍ଭର ବ୍ୟବହାର କରିଥିଲା । ଭାରତ ସହ ସଂଶ୍ଲିଷ୍ଟ ଅନେକ ଡାଟାବେସକୁ ଚୀନ୍ ସାଇବର କ୍ରମିନାଲମାନେ ଟାର୍ଗେଟ କରିଥିଲେ ।  ‘Cobalt Strike’ ନାମକ ସଫ୍ଟଓୟାରକୁ ଭାରତୀୟ କମ୍ପ୍ୟୁଟରରେ ଇନଷ୍ଟଲ କରାଯାଇ ଡାଟା ହ୍ୟାକ୍ କରାଯାଇଥିଲା ବୋଲି ଚୀନ୍ କହିଛି । ତେବେ କେବଳ ଚୀନ ନୁହେଁ, ବିଶ୍ୱର ପ୍ରାୟ ଶହେ ପାଖାପାଖି ଦେଶରେ ଚୀନର ଏଭଳି ଅବୈଧ ସାଇବର କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା । ବ୍ରାଜିଲ୍, ଦକ୍ଷିଣ କୋରିଆ, ଜାପାନ ଓ ଅଷ୍ଟ୍ରେଲିଆ ଭଳି ଦେଶ ମଧ୍ୟ ଚୀନ କବଳରେ ସାମିଲ ଅଛନ୍ତି ।