spot_img
Home Blog Page 6409

ଲକ୍ଷ୍ମୀ ଭିଲାସ ବ୍ୟାଙ୍କ୍‌ ଉପରେ ଏକ ମାସର ମୋରାଟୋରିୟମ, ଗ୍ରାହକମାନେ କେବଳ ୨୫ ହଜାର ଉଠାଇପାରିବେ

ନୂଆଦିଲ୍ଲୀ: ତାମିଲନାଡୁର ଘରୋଇ ଲକ୍ଷ୍ମୀ ଭିଲାସ ବ୍ୟାଙ୍କରୁ ଟଙ୍କା ଉଠାଣ ପ୍ରକ୍ରିୟାର ସୀମା ନିର୍ଧାରଣ କରିଛନ୍ତି କେନ୍ଦ୍ର ସରକାର । ଗ୍ରାହକମାନେ ବର୍ତ୍ତମାନ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କରୁ ପ୍ରତିଦିନ ସର୍ବାଧିକ ୨୫ ହଜାର ଟଙ୍କା ଉଠାଇବା ପାଇଁ ସକ୍ଷମ ହେବେ । ଅର୍ଥ ମନ୍ତ୍ରଣାଳୟର ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି । ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ, ଚିକିତ୍ସା, ଉଚ୍ଚଶିକ୍ଷା ତଥା ବିବାହ ଇତ୍ୟାଦି ପାଇଁ ଜମାକାରୀ କେତେକ ସର୍ତ୍ତ ପାଇଁ ରିଜର୍ଭ ବ୍ୟାଙ୍କର ଅନୁମତି କ୍ରମେ ୨୫,୦୦୦ ରୁ ଅଧିକ ଟଙ୍କା ଉଠାଇ ପାରିବେ । ପୂର୍ବରୁ ଆରବିଆଇ YES ବ୍ୟାଙ୍କ ଏବଂ ପିଏମସି ବ୍ୟାଙ୍କ ସହିତ ସମାନ ପଦକ୍ଷେପ ନେଇଥିଲା । ଏହି କାରଣରୁ ଗ୍ରାହକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଲକ୍ଷ୍ମୀ ଭିଲାସ ବ୍ୟାଙ୍କ ଉପରେ ଏକ ମାସର ମୋରାଟୋରିୟମ ଲାଗୁ କରାଯାଇଛି । ଏହା ୧୭ ନଭେମ୍ବରରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ । ଆରବିଆଇ ଆକ୍ଟର ଧାରା ୪୫ ଅନୁଯାୟୀ ଏହି ଆଦେଶ ଅଣାଯାଇଛି ।

୨୦୧୯ ମାର୍ଚ୍ଚ ୩୧ ରେ PCA ଥ୍ରେସହୋଲ୍ଡର ଉଲ୍ଲଂଘନ ପରେ ବ୍ୟାଙ୍କକୁ ସେପ୍ଟେମ୍ବର ୨୦୧୯ ରେ ପ୍ରମ୍ପ୍ଟ ସଂଶୋଧନ ଆକ୍ସନ୍ (PCA) ଫ୍ରେମଓ୍ୱାର୍କରେ ରଖାଯାଇଥିଲା । ସେପ୍ଟେମ୍ବର ୩୦ ଶେଷ ହୋଇଥିବା ତ୍ରୟମାସିକ ପାଇଁ ବ୍ୟାଙ୍କରେ ୩୯୬.୯୯ କୋଟି ଟଙ୍କାର ସୁଦ୍ଧ କ୍ଷତି ହୋଇଥିଲା । ଯାହା ଅଣ-ପ୍ରଦର୍ଶନ ସମ୍ପତ୍ତିର ୨୪.୪୫ ପ୍ରତିଶତ ଅଟେ । ଗତ ବର୍ଷ ସମାନ ତ୍ରୟମାସରେ LVB ୩୫୭.୧୭ କୋଟି ଟଙ୍କା କ୍ଷତି ରେକର୍ଡ କରିଛି ।

ତେବେ ଲକ୍ଷ୍ମୀ ଭିଲାସ ବ୍ୟାଙ୍କ ପାଇଁ ଅସୁବିଧା ୨୦୧୯ରେ ଆରମ୍ଭ ହୋଇଥିଲା । ଯେତେବେଳେ ରିଜର୍ଭ ବ୍ୟାଙ୍କ ଇଣ୍ଡିଆ ବୁଲ୍ସ ହାଉସିଂ ଫାଇନାନ୍ସ ସହିତ ମିଶ୍ରଣ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା । ସେପ୍ଟେମ୍ବରରେ ଅଂଶୀଦାରମାନଙ୍କ ତରଫରୁ ୭ ଜଣ ନିର୍ଦ୍ଦେଶକଙ୍କ ବିରୋଧରେ ଭୋଟ୍ ଦେବା ପରେ ରିଜର୍ଭ ବ୍ୟାଙ୍କ ମିତା ମାଖାନଙ୍କ ନେତୃତ୍ୱରେ ଏକ ତିନିଜଣିଆ କମିଟି ଗଠନ କରି ନଗଦ ଅର୍ଥରେ ଥିବା ଘରୋଇ ବ୍ୟାଙ୍କ ଚଳାଇବାକୁ କହିଥିଲେ । ନିକଟରେ YES ବ୍ୟାଙ୍କ ଅଧିକ କ୍ଷତି ସହୁଥିବା ସମୟରେ ଆରବିଆଇ ଏବଂ ସରକାର ମିଳିତ ଭାବରେ ଏହାକୁ ରକ୍ଷା କରିଥିଲେ । ଆଉ ଏବେ ଲକ୍ଷ୍ମୀ ଭିଲାସ ବ୍ୟାଙ୍କର ନମ୍ବର ଆସିଛି ।

ଶ୍ରୀମନ୍ଦିର ପରିଚାଳନା କମିଟି ଆଲୋଚନା : ଚଳିତ ବର୍ଷ ପାଇଁ ୧୫୪ କୋଟି ପାରିତ

ପୁରୀ: ଶ୍ରୀଜଗନ୍ନାଥଙ୍କୁ ଦେଖିବାକୁ ବ୍ୟାକୁଳ ଥିବା ଭକ୍ତଙ୍କୁ, ଆଉ ମାତ୍ର କିଛିଦିନ ଅପେକ୍ଷା କରିବାକୁ ପଡ଼ିବ । କାରଣ ଡିସେମ୍ବର ତୃତୀୟ ସପ୍ତାହରେ ଖୋଲିପାରେ ଶ୍ରୀମନ୍ଦିର । ଆସନ୍ତା ୩୦ ଦିନ ମଧ୍ୟରେ ଏ ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବ ପ୍ରଶାସନ । ଏଥିପାଇଁ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନେତୃତ୍ୱରେ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ଏକ କମିଟି ଗଠନ କରାଯାଇ ଛତିଶା ନିଯୋଗ ସହିତ ଆଲୋଚନା ହେବ । ଏହାପରେ ଦର୍ଶନ ବ୍ୟବସ୍ଥା ସଂପର୍କିତ ଗାଇଡଲାଇନ୍ ଜାରି କରିବାକୁ ନିଷ୍ପତ୍ତି ହୋଇଛି ।

ଏହାସହିତ ଚଳିତ ଆର୍ଥିକ ବର୍ଷ ପାଇଁ ମନ୍ଦିରର ଆୟବ୍ୟୟ ବାବଦକୁ ୧୫୪ କୋଟିର ବଜେଟ ପାରିତ ହୋଇଛି । କରୋନା କାରଣରୁ ଖର୍ଚ୍ଚ ବୃଦ୍ଧି ହୋଇଥିବା ବେଳେ ଆୟ କମ୍ ରହିଛି । ପାଣ୍ଠି ବୃଦ୍ଧି କରିବାକୁ ଅନଲାଇନ୍ ଡୋନେସନ୍ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ଐତିହ୍ୟ କରିଡର ନିର୍ମାଣ ନେଇ ଅଧିକୃତ ହୋଇଥିବା ଜମି ଶ୍ରୀମନ୍ଦିର ଖାତାକୁ ଆସିଥିବାରୁ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରାଯିବା ସହ ପରିଚାଳନା କମିଟି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦିଆଯାଇଛି । ଆସନ୍ତା ୧୯ ତାରିଖ ଦିନ ରୂପା କବାଟ ଡିଜାଇନ ଫାଇନାଲ ପାଇଁ  ୨୦ ଜଣିଆ କମିଟି ନିଷ୍ପତ୍ତି ନେବ ।

ପ୍ରାଥମିକ ସ୍ତରରେ ଆଠଟି ଦ୍ୱାର ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହେବ । ୨୭ତାରିଖରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ଶୃଙ୍ଖଳିତ ଭାବେ ସମାପନ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଆଗାମୀ ଶନିବାର ଏନେଇ ଅଧିକ ଆଲୋଚନା ହେବ । ସେବାୟତ କଲ୍ୟାଣ ନେଇ କରୋନା ସମୟରେ  ୪ ଥର ସହାୟତା ରାଶି ଯୋଗାଇ ଦିଆଯାଇଥିବା ବେଳେ ପଞ୍ଚମ ଥର ଦିଆଯିବା ପାଇଁ ନିଷ୍ପତି ଉପରେ ଆଜି ବୈଠକରେ ମଧ୍ୟ ଆଲୋଚନା କରାଯାଇଛି

ଜୁନିଅର ଇଞ୍ଜିନିୟରଙ୍କର ପର୍ଣ୍ଣ ସାଇଡ ଲଭ: ନାବାଳିକାଙ୍କୁ ଦୁଷ୍କର୍ମ ପରେ ପର୍ଣ୍ଣ ସାଇଡରେ କରୁଥିଲେ ଭିଡିଓ ଅପଲୋଡ

ନୂଆଦିଲ୍ଲୀ: ଜୁନିଅର ଇଞ୍ଜିନିୟରଙ୍କର ପର୍ଣ୍ଣ ସାଇଡରୁ ଟଙ୍କା ଇନକମର ନିଶା । ପର୍ଣ୍ଣ ସାଇଡରେ ଭିଡିଓ ଏବଂ ଫଟୋ ଅପଲୋଡ କରି କରୁଥିଲେ ପୁଳା ପୁଳା ଟଙ୍କା ଇନକମ୍‌ । ପ୍ରଥମେ ନାବାଳିକାଙ୍କୁ ଦୁଷ୍କର୍ମ କରୁଥିଲେ ପରେ ଭିଡିଓ ଏବଂ ଫଟୋ ଉଠାଇ କରୁଥିଲେ ଅପଲୋଡ । ଜଣେ ନୁହେଁ କି ଦୁଇଜଣ ନୁହେଁ  । ୫୦ରୁ ଅଧିକ ନାବାଳିକାଙ୍କ ସାଙ୍ଗରେ କରିଥିଲେ ଏମିତିକା ଘୃଣ୍ୟ କାମ । ୧୦ ବର୍ଷ ଧରି ଚଳାଇଲେ କଳଙ୍କିତ ସାମ୍ରାଜ୍ୟକୁ । ଘଟଣାଟି ପଦାକୁ ଆସିବା ପରେ ଜଣା ପଡ଼ିଥିଲା ଇଞ୍ଜିନିୟର ବାବୁଙ୍କର ପର୍ଣ୍ଣ ସାଇଡର ଉଛୁଳା ପ୍ରେମ ବିଷୟରେ । ଏମିତି ଏକ ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ।

ଉତ୍ତରପ୍ରଦେଶର ଜଳସେଚନ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ଜୁନିୟର ଇଞ୍ଜିନିୟରଙ୍କୁ ସିବିଆଇ ଗିରଫ କରିଛି । ମଙ୍ଗଳବାର ଅଧିକାରୀମାନେ ଏହି ବିଷୟରେ ସୂଚନା ଦେଇଛନ୍ତି । ଅଧିକାରୀମାନେ କହିଛନ୍ତି ଯେ ଜେ ୧୦ ବର୍ଷ ଧରି ପିଲାମାନଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ ହୋଇଥିଲା । କେବଳ ଏତିକି ନୁହେଁ, ଅଭିଯୁକ୍ତ ଏହି ଘୃଣ୍ୟ କାର୍ଯ୍ୟର ଭିଡିଓ କରି ଭିଡିଓ ଗୁଡ଼ିକୁ ଦୁନିଆରେ ଚାଲୁଥିବା ପର୍ଣ୍ଣ ସାଇଟରେ ବିକ୍ରି କରିଥିଲେ ।

ଅଧିକାରୀ କହିଛନ୍ତି ଯେ ଏହି ଘୃଣ୍ୟ କାର୍ଯ୍ୟର ଅଭିଯୁକ୍ତ ଇଞ୍ଜିନିୟର ପ୍ରାୟ ୫୦ ପିଲାଙ୍କୁ ଶୋଷଣ କରିଥିଲେ । ଏହି ପିଲାମାନଙ୍କର ବୟସ ୫ ରୁ ୧୬ ବର୍ଷ ମଧ୍ୟରେ ହେବ । ପୀଡ଼ିତ ନାବାଳିକା ମାନେ ହେଉଛନ୍ତି ବାନ୍ଦା, ଚିତ୍ରକୁଟ ଏବଂ ହମିରପୁରର । ଅଭିଯୁକ୍ତକୁ ଗିରଫ କରାଯାଇ ଅଧିକ ପଚରାଉଚରା କରୁଛି ପୋଲିସ ।

ସେପଟେ ସିବିଆଇ ସର୍ଚ୍ଚ ଅପରେସନ୍ ସମୟରେ ଆଠଟି ମୋବାଇଲ୍ ଫୋନ୍, ଆଠ ଲକ୍ଷ ନଗଦ ଟଙ୍କା , ସେକ୍ସ ଟଏ, ଲାପଟପ୍ ତଥା ଅନ୍ୟାନ୍ୟ ଡିଜିଟାଲ୍ ପ୍ରମାଣ ମିଳିଛି ।

 

ଗାଈ ବନ୍ଧାକୁ କେନ୍ଦ୍ର କରି ମହିଳାଙ୍କୁ ନିସ୍ତୁକ ମାଡ; ଏତଲା ପରେ ଗିରଫ ହେଲେ ଦୁଇଜଣ

0

ଗାଈ ବନ୍ଧାକୁ କେନ୍ଦ୍ରକରି ମହିଳାଙ୍କୁ ନିସ୍ତୁକ ମାଡ଼  । ଅତ୍ୟାଚାରର ସୀମା ସରହଦ ଟପି ଖୋର୍ଦ୍ଧାରେ ଘଟିଛି ଏଭଳି ଘଟଣା । ଖୋର୍ଦ୍ଧା ବୋଲଗଡ଼ ବ୍ଲକ୍‌ କଡ଼ବ ଗାଁର ମିନିକା ବଳବନ୍ତରାୟ ଓ ତାଙ୍କ ପଡ଼ୋଶୀଙ୍କ ଘର ମଧ୍ୟରେ ରାସ୍ତାରେ ଗାଈ ବନ୍ଧାକୁ ନେଇ ବିବାଦ ଉପୁଜିଥିଲା । ମିନିକା ନିଜ ଗାଈକୁ ରାସ୍ତା ବାନ୍ଧିଥିବା ହେତୁ ପଡୋଶୀ ଏନେଇ ତାଙ୍କୁ ତାଗିଦ୍ କରି ଆସୁଥିଲେ । ତେବେ ସେ ପଡୋଶୀଙ୍କ କଥାକୁ ଭ୍ରୁକ୍ଷେପ ନକରିବା ହେତୁ ଏହି ଗଣ୍ଡଗୋଳ ହୋଇଥିଲା ।

ଘଟଣା ଅନୁଯାୟୀ, ହଠାତ କିଛି ଲୋକ ଆସି ମିନିକାଙ୍କୁ ଆକ୍ରମଣ କରିଥିଲେ । ଏତିକିରେ ଆକ୍ରମଣକାରୀଙ୍କ ମନ ମାନି ନଥିଲା  । ସେମାନେ ମିନିକାଙ୍କ ଘର ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ବେଗୁନିଆ ଥାନରେ ଏତଲା ପରେ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ ।

୪୬୪.୭୨କୋଟି ଟଙ୍କାର ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ

0

ଭୁବନେଶ୍ୱର  : ୪୬୪.୭୨କୋଟି ଟଙ୍କାର ପ୍ରକଳ୍ପକୁ ରାଜ୍ୟ ସରକାର ମଙ୍ଗଳବାର ଅନୁମୋଦନ କରିଛନ୍ତି । ସର୍ବମୋଟ ୪ପ୍ରକଳ୍ପକୁ ଅନୁମୋଦନ କରିଛି ସିଙ୍ଗଲ ଓ୍ୱଣ୍ଡୋ କ୍ଲିୟରାନ୍ସ ଅଥରିଟି । ଏହି ସମସ୍ତ ୪ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରାୟ ୮୭୩ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି ।  ଓଡ଼ିଶା  ସରକାରଙ୍କ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ SLSWCA ଅନୁଷ୍ଠିତ ହୋଇଥିଲା । ଅନୁମୋଦିତ ହୋଇଥିବା ପ୍ରକଳ୍ପଗୁଡିକ ମଧ୍ୟରେ  ଧାତୁ ଓ ଆନୁସଙ୍ଗିକ ଶିଳ୍ପ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଇତ୍ୟାଦି ରହିଛି । ଖୋର୍ଦ୍ଧା ଜିଲାର ମଳିପଡ଼ାରେ ୯୩କୋଟିର ଫାଇବରବୋର୍ଡ ଶିଳ୍ପକୁ ମଞ୍ଜୁରୀ ଦିଆଯାଇଛି । ସେହିପରି ୭୨ହଜାର କ୍ୟୁବିକ ମିଟରର ନିର୍ମାଣ ଶିଳ୍ପରେ ୩୧୦ଜଣଙ୍କୁ ମିଳିବ ନିଯୁକ୍ତି । ଖୋର୍ଦ୍ଧା ଓ ନୟାଗଡ଼ରେ ଇଥାନଲ ପାଓ୍ୱାର ପ୍ଲାଣ୍ଟକୁ ମଞ୍ଜୁରୀ । ନିବେଶ ହେବ ୧୫୧.୭୨କୋଟି ଟଙ୍କା, ଏଥିରେ  ୩୦୦ ଲୋକ ରୋଜଗାର ପାଇବେ ବୋଲି ଜଣାପଡିଛି ।ସେହିପରି ସୁନ୍ଦରଗଡ଼ ଲାଠିକଟାରେ ପ୍ଲେଟ ପ୍ଲାଣ୍ଟରେ ୧୯୫ ଜଣ ନିଯୁକ୍ତି ପାଇବେ ।ଲାଠିକଟାରେ ଅନ୍ୟ ଏକ ପ୍ଲେଟ ପ୍ଲାଣ୍ଟ ପାଇଁ ଶହେ କୋଟି ନିବେଶ କରାଯିବ । ଏହି ପ୍ଲେଟ ପ୍ଲାଣ୍ଟ ହେଲେ ୬୮ରୁ ଅଧିକ ନିଯୁକ୍ତି ପାଇବେ   ବୋଲି ଜଣାପଡିଛି ।

କର୍ମଚାରୀଙ୍କ ଦରମା ବାକି ରଖିଛି ଓରଟେଲ୍, ୨ ବର୍ଷ ହେଲା ଶ୍ରମ ବିଭାଗକୁ ଦୌଡି ଦୌଡି ନିରାଶ…

୨୦୧୬ ମଇ ମାସରୁ ୨୦୧୮ ଜୁଲାଇ ମଧ୍ୟରେ ଓରଟେଲ କମ୍ୟୁନିକେସନରେ କାମ କରୁଥିବା ୧୭ କର୍ମଚାରୀଙ୍କୁ ୭-୮ ମାସର ଦରମା ମିଳିନି । ଏନେଇ ୨୦୧୮ ଅକ୍ଟୋବର ୩୦ରେ ଶ୍ରମ ବିଭାଗ ନିକଟରେ କର୍ମଚାରୀମାନେ ଫେରାଦ ମଧ୍ୟ ହୋଇଥିଲେ ।

ହେଲେ ଅଭିଯୋଗକୁ ୨ ବର୍ଷ ପୂରିଥିଲେ ମଧ୍ୟ ଦାବି ପୂରଣ ହୋଇ ପାରିନାହିଁ । ବାଧ୍ୟ ହୋଇ କର୍ମଚାରୀମାନେ ରାଉରକେଲା ଡିଭିଜନାଲ ଲେବର କମିଶନରଙ୍କୁ ଭେଟି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି କର୍ମଚାରୀମାନେ ।

ତେବେ ୨୦୧୮ ନଭେମ୍ୱର ୩ରେ କର୍ମଚାରୀଙ୍କର ଅଭିଯୋଗ ଆଧାରରେ ଶ୍ରମ ବିଭାଗ ଓରଟେଲ୍ କମ୍ୟୁନିକେସନ ଲିମିଟେଡକୁ ନୋଟିସ କରିଥିଲା । ଘଟଣା ଉପରେ ନଜର ଦେବା ସହ ଦାବି ସମ୍ପର୍କିତ ଆଲୋଚନା କରିବା ପାଇଁ ମଧ୍ୟ କୁହାଯାଇଥିଲା ।

ମାତ୍ର ନୋଟିସ ସତ୍ତ୍ୱେ ମଧ୍ୟ ଓରଟେଲ୍ କର୍ମଚାରୀଙ୍କ ଟଙ୍କା ଦେଇନଥିଲା । ଏବେ ପୁଣି ଥରେ ରାଉରକେଲା ଶ୍ରମ କମିଶନ ସଂସ୍ଥା ନୋଟିସ କରିବେ ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ କେବଳ ରାଉରକେଲା ନୁହେଁ, ରାଜ୍ୟ ଅନେକ ସ୍ଥାନରେ ଓରଟେଲ କର୍ମଚାରୀମାନଙ୍କୁ ଦରମା ପଇଠ କରାନଯିବାର ଅଭିଯୋଗ ସାମ୍ନାକୁ ଆସୁଛି ।

ସ୍ୱାମୀକୁ ବେଡ୍‌ ରୁମରେ ତାଲା ଦେଇ ୭ ମହଲାରୁ ଡ଼େଇଁଲା ସ୍ତ୍ରୀ, ମାତ୍ର ୩୯ ଦିନ ହେଲା ହୋଇଥିଲା ବାହାଘର

ଛତିଶଗଡ଼: ସ୍ୱାମୀଙ୍କୁ ଶୋଇବା ଘରେ ତାଲା ପକାଇ ଛାତରୁ ଡ଼େଇଁଲା ସ୍ତ୍ରୀ । ମାତ୍ର ୩୯ ଦିନର ଭାହାଘର ପରେ ଏଭଳି ମାରତ୍ମକ ନିଷ୍ପତ୍ତି ନେଲା ସ୍ତ୍ରୀ । ଘର ବାହାରକୁ ଯାଇ ୭ମ ମହଲାକୁ ଯାଇ କଲେ ଆତ୍ମହତ୍ୟା । ବ୍ଲାମେଲିଂର ଫୋନ କଲ ଆସୁଥିବାରୁ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏଭଳି ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଘଟିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇଛି । ପୋଲିସ ମୃତ ମହିଳାଙ୍କର ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

ସୂଚନା ଅନୁଯାୟୀ, ଛତିଶଗଡର ଦୁର୍ଗ ଜିଲ୍ଲାର ପଦ୍ମନାଭପୁର ଅଞ୍ଚଳର ଆନନ୍ଦ ବିହାର କଲୋନୀରେ ରବିବାର ରାତି ପ୍ରାୟ ୧୦:୩୦ ସମୟରେ ମହିଳା ନର୍ସ ପ୍ରୀତି ଦେୱାନଙ୍ଗଙ୍କ ମୃତଦେହ କୋଠା ପଛପଟେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ପ୍ରୀତି ବିଲଡିଂର ସପ୍ତମ ମହଲାରୁ ତାଙ୍କ ସ୍ୱାମୀ ମହେନ୍ଦ୍ର ଦେୱାନଙ୍ଗଙ୍କୁ ଶୋଇବା ଘରେ ତାଲା ପକାଇ ଡ଼େଇଁ ପଡ଼ିଥିବା ପୋଲିସକୁ କହିଛନ୍ତି ।

ସ୍ୱାମୀ ମହେନ୍ଦ୍ର ଦେୱାନ ପୋଲିସକୁ କହିଛନ୍ତି ଯେ ରାତି ପ୍ରାୟ ୯.୩୦ ସମୟରେ ଦୁହେଁ ଏକାଠି ରାତ୍ରୀ ଭୋଜନ କରିଥିଲେ । ରାତ୍ରୀ ଭୋଜନ ପରେ ସେ ଶୋଇବା ଘରେ ଶୋଇବାକୁ ଯାଇଥିଲେ । କିନ୍ତୁ ସ୍ତ୍ରୀ ବେଡ଼ରୁ ଉଠି ହଠାତ କବାଟକୁ ବନ୍ଦକରି ବାହାରକୁ ଚାଲିଯାଇଥିଲେ । ଯେତେ ଡ଼ାକିଲେବି କବାଟକୁ ଖୋଲିନଥିଲେ ।

ପରେ ସ୍ୱାମୀ ପଡୋଶୀଙ୍କୁ ଡାକି କବାଟ ଖୋଲିବା ପରେ ସେ ପ୍ରୀତିଙ୍କୁ ଖୋଜିବା ପାଇଁ ଟେରାସକୁ ଯାଇଥିଲେ । ଅଧିକ ପଚରା ଉଚରା ପରେ ବିଲ୍ଡିଂର ପଛପଟେ ପ୍ରୀତିଙ୍କ ମୃତଦେହ ପଡ଼ିଥିବା ଜଣାପଡ଼ିଥିଲା । ଘଟଣାସ୍ଥଳରେ ଦେଖିବା ପରେ ପ୍ରୀତି ରକ୍ତାକ୍ତ ଅବସ୍ଥାରେ ଥିଲେ । ଆହତ ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଡାକ୍ତରମାନେ ପ୍ରୀତିଙ୍କ ମୃତ୍ୟୁ ହୋଇଥିଲା ।

ସେପଟେ ସ୍ୱାମୀ ମହେନ୍ଦ୍ର ପୋଲିସକୁ କହିଛନ୍ତି ଯେ ଗତ କିଛି ଦିନରୁ ପ୍ରୀତିଙ୍କୁ ବ୍ଲାକମେଲ କଲ ଆସୁଥିଲା । ଯାହାକୁ ନେଇ ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରୁଛି ।

 

ଜମି ଜାଲିଆତିର କେତେ କାହାଣୀ, ପଟିଆରୁ ଅସ୍ତରଙ୍ଗ ହେରଫେରର ଲମ୍ବା ତାଲିକା

ଭୁବନେଶ୍ୱର :   ଖଜୁରୀ ଗଛର କି ଗୁଣ ଗାଇବି । ସେ ତ ମୂଳରୁ ପାହାଚ ପାହାଚ । ଓଡ଼ିଆରେ ବହୁଳ ଭାବେ ବ୍ୟବହୃତ ଏହି  ଋଢି ପ୍ରୟୋଗ ଓଟିଭି କର୍ତ୍ତୃପକ୍ଷଙ୍କ ପାଇଁ ପ୍ରଯୁଜ୍ୟ । ଆଳୁ ଖୋଲୁ ଖୋଳୁ ମହାଦେବ ପରି ପଦାକୁ ଆସୁଛି ଓଟିଭିର ଗୋଟିଏ ପରେ ଗୋଟିଏ ଜମି କେଳେଙ୍କାରୀ । କେତେବେଳେ ଏକାମ୍ରକ୍ଷେତ୍ରରେ ଜମି ଜାଲିଆତି ତ କେତେବେଳେ ପୂଣ୍ୟଭୂମି ଶ୍ରୀକ୍ଷେତ୍ରରେ । ସତେ ଯେମିତି ଚଞ୍ଚକତାର ସବୁ ସୀମା ପାର କରି କେତେବେଳେ ଦଳିତଙ୍କର ତ ଆଉ କେତେବେଳେ ସରକାରୀ ଜମିକୁ ହଡପ କରିଥିଲେ ପଣ୍ଡା ଦମ୍ପତି । ସାରୁଅ ପରେ ରାଜଧାନୀରେ ଆଉ ଏବେ ଅସ୍ତରଙ୍ଗର ମଧ୍ୟ ହୋଇଛି ଜମି କେଳେଙ୍କାରୀ ।

ନିଜ କର୍ମଚାରୀଙ୍କୁ ବ୍ୟବହାର କରି ସେମାନଙ୍କ ପ୍ରତି ହୋଇଛି ବିଶ୍ୱାସଘାତକତା । ନିରୀହ କର୍ମଚାରୀ ଏବେ ଜେଲରେ, ହେଲେ ଗଣମାଧ୍ୟମକୁ ଢାଲ କରି ଖସିବାକୁ ଅପଚେଷ୍ଟା ଚଳାଇଛନ୍ତି ମାଲିକ । ସେପଟେ ରାଜଧାନୀର ଛାତି ଉପରେ ପଟିଆରେ ନିର୍ମାଣ ହୋଇଥିବା ଓଟିଭି କାର୍ଯ୍ୟାଳୟ ଜମିରେ ମଧ୍ୟ ହୋଇଛି ଜବରଦଖଲ ।  ମିଳିତ ସର୍ଭେରେ ଏସବୁ ଜଣାପଡିବା ପରେ ଅଗତ୍ୟା ଓଟିଭି ଅଦାଲତର ଦ୍ୱାରସ୍ଥ ହୋଇଛି  । ଇଡକୋ ମଧ୍ୟ ଏ ସଂପର୍କରେ ଅଦାଲତରେ ଫେରାଦ ହୋଇଛି  ।  ସବୁଠାରୁ ବଡ କଥା ନିଜ ସ୍ୱାର୍ଥ ହାସଲ ପାଇଁ ମାଲିକଙ୍କ କର୍ମଚାରୀଙ୍କ ପ୍ରତି ବିଶ୍ୱାସଘାତକତାକୁ ସମସ୍ତେ ନିନ୍ଦା କରିଛନ୍ତି ।

ବାହାଘର ପରେ କେଉଁଆଡ଼େ ଗଲେ ୮୦ ଓ ୯୦ ଦଶକର ଏହି ଲୋକପ୍ରିୟ ଅଭିନେତ୍ରୀ?

ମୁମ୍ବାଇ:  ୮୦ ଓ ୯୦ ଦଶକର ଜଣାଶୁଣା ପ୍ରସିଦ୍ଧ, ଲୋକପ୍ରିୟ ତାରକା ମୀନାକ୍ଷୀ ଶେଷାଦ୍ରି । ଅଭିନୟର ଜଲଓ୍ୱା ଦେଖାଇ ଦିନେ ସେ ଦର୍ଶକଙ୍କୁ ଅଭିନୟରେ ଦିଓ୍ୱାନା କରିଥିଲେ । ଗତକାଲି ମୀନାକ୍ଷୀ ତାଙ୍କର ୫୭ ତମ ଜନ୍ମଦିନ ପାଳନ କରିଛନ୍ତି । ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ସେ ଦର୍ଶକଙ୍କୁ ଉପହାର ଦେଇଛନ୍ତି । କିନ୍ତୁ ବିବାହ ପରେ ସେ ଗ୍ଲାମର ଦୁନିଆକୁ ବିଦାୟ କହିଦେଲେ । ତେବେ ତାଙ୍କ ପ୍ରଶଂସକଙ୍କ ମନରେ ନିହାତି ଭାବରେ ପ୍ରଶ୍ନ ଆସୁଥିବଯେ, ଏବେ କ’ଣ କରୁଛନ୍ତି ବଲିଉଡର ଏହି ସୁନ୍ଦରୀ ଅଭିନେତ୍ରୀ ।

୧୬ ନଭେମ୍ବର ୧୯୬୩ରେ ଝାଡ଼ଖଣ୍ଡର ସିନ୍ଦରୀରେ ଜନ୍ମ ହୋଇଥିବା ମୀନାକ୍ଷୀ ଶେଷାଦ୍ରିଙ୍କ ବାସ୍ତବ ନାମ ଶଶିକଳା ଶେଷାଦ୍ରି । କେବଳ ମଡର୍ଣ୍ଣ ନୁହଁନ୍ତି ବରଂ କ୍ଲାସିକାଲ ଡ୍ୟାନ୍ସରେ ମଧ୍ୟ ସେ ବେଶ୍‌ ପାରଙ୍ଗମ । ୧୯୮୧ରେ ସେ ୧୭ ବର୍ଷ ବୟସରେ ମିସ ଇଣ୍ଡିଆ କ୍ରାଉନ ଜିତିଥିଲେ । ସେହି ବର୍ଷ ଟୋକିଓରେ ମିସ ଇଣ୍ଟରନ୍ୟାସନାଲ  କଣ୍ଟେଷ୍ଟରେ ଭାରତକୁ ରିପ୍ରେଜେଣ୍ଟ କରିଥିଲେ । ୧୯୮୩ରେ ପେଣ୍ଟର ବାବୁ ମାଧ୍ୟମରେ ବଲିଉଡରେ କ୍ୟାରିଅର ଆରମ୍ଭ କରିଥିବା ମୀନାକ୍ଷୀ ବଲିଉଡର ପ୍ରତ୍ୟେକ ନାମିଦାମି ଅଭିନେତା ଯେପରିକି ଦେବ ଆନନ୍ଦ,ଅମିତାଭ ବଚ୍ଚନ, ଜ୍ୟାକି ସ୍ରଫ, ସଞ୍ଜୟ ଦତ୍ତ, ମିଥୁନ ଚକ୍ରବର୍ତ୍ତୀ, ସନି ଦେଓଲ ଏବଂ ଅନିଲ କପୂରଙ୍କ ସହ ରୂପେଲି ପରଦାରେ ନଜର ଆସିଛନ୍ତି ।

ମୀନାକ୍ଷୀଙ୍କ ନାମ କୁମାର ସାନୁ ଏବଂ ରାଜକୁମାର ସନ୍ତୋଷୀଙ୍କ ସହିତ ଯୋଡ଼ି ହୋଇଥିଲା । ଯାହାକୁ ନେଇ ସେ ଖୁବ ଚର୍ଚ୍ଚାରେ ରହିଥିଲେ । ତେବେ ୧୯୯୫ରେ ସେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ହରିଶ୍‌ ମୈସୁରଙ୍କୁ ବିବାହ କଲେ ଓ ଆମେରିକାର ଟ୍ୟାକ୍ସାସରେ ରହିବାକୁ ଲାଗିଲେ । ମାୟାନଗରୀର ଗ୍ଲାମର ଲାଇନରୁ ବିଦାୟ ନେଇଥିଲେ ମଧ୍ୟ ସୋସିଅଲ ମିଡିଆରେ ସେ ବେଶ୍‌ ଆକ୍ଟିଭ ।

କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଘରୋଇ ହିଂସା ମାମଲା, ୯ ଦିନ ପରେ ମଧ୍ୟ ପୋଲିସ ନେଉନି କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଦେବଗଡ଼ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ସାମ୍ନାକୁ ଆସିଛି । ପତ୍ନୀଙ୍କୁ ଶାରୀରିକ ନିର୍ଯାତନା, ମାନସିକ ଯନ୍ତ୍ରଣା ଓ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତାଙ୍କ ପତ୍ନୀ ବବିତା ପଟ୍ଟନାୟକ ଭୁବନେଶ୍ୱର ମହିଳା ଥାନାରେ ତାଙ୍କ ବିରୋଧରେ ଏତଲା ଦେଇଛନ୍ତି । ଘଟଣା ଅନୁଯାୟୀ, ଗତ ୪ ତାରିଖରେ ବବିତା ପଟ୍ଟନାୟକ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

ଏହାପରେ ଥାନା ଅଧିକାରୀ ସ୍ୱାମୀ-ସ୍ତ୍ରୀଙ୍କର ଆପୋଷ ବୁଝାମଣା ପାଇଁ ଶ୍ରୀ ମହାନ୍ତିଙ୍କୁ ଉପସ୍ଥିତ ହେବାକୁ କହିଥିଲେ । ତେବେ ସବୁ ପ୍ରଚେଷ୍ଟା ସତ୍ତ୍ୱେ ମଧ୍ୟ ଆପୋଷ ବୁଝାମଣା ହୋଇପାରିଲା ନାହିଁ । ଫଳରେ ଏବେ ସ୍ତ୍ରୀ, ବବିତା ପଟ୍ଟନାୟକ ସ୍ୱାମୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମହିଳାଙ୍କ ଏତଲା ଅନୁଯାୟୀ, ତାଙ୍କ ସ୍ୱାମୀଙ୍କ ସମେତ ପରିବାରର ସର୍ବମୋଟ୍ ୫ ଜଣଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ ।

ଆଇପିସି ଧାରା ୩୦୭, ୨୯୪, ୩୫୪, ୩୫୪, ୩୫୪ଏ, ୩୨୩, ୪୯୮ଏ ଓ ଧାରା ୩୪ର ସଙ୍ଗୀନ ଦଫା ଲାଗିଛି । ଅନ୍ୟପକ୍ଷରେ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଉ ନାହିଁ କିମ୍ୱା ତାଙ୍କ ସ୍ୱାମୀଙ୍କ ଚାପରେ ଆସି କାର୍ଯ୍ୟାନୁଷ୍ଠାନ କରୁନାହିଁ ବୋଲି ବବିତା ପଟ୍ଟନାୟକ ଅଭିଯୋଗ କରିଛନ୍ତି ।