spot_img
Home Blog Page 6408

ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ଶୁଣାଣି ଆଜି

ଭୁବନେଶ୍ୱର: ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା । ଆଜି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ଶୁଣାଣି । ବ୍ୟକ୍ତିଗତ ହାଜର ହେବା ପାଇଁ ଓଟିଭି ଏମଡି ଜଗି ପଣ୍ଡାଙ୍କ ସମେତ ପୀଡିତାଙ୍କ ମାଆ, ଭୁବନେଶ୍ୱର ଡିସିପି ଓ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କୁ ନୋଟିସ ଜାରି କରିଥିଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ।

ନାବାଳିକାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ଶୁଣାଣି କରିବେ ଆୟୋଗ ଅଧ୍ୟକ୍ଷା । ପୂର୍ବରୁ ବି ଘଟଣାରେ ଓଟିଭି ଏମଡିଙ୍କୁ ପକ୍ଷ ରଖିବାକୁ ନୋଟିସ ପଠାଇଥିଲେ ଆୟୋଗ ଅଧ୍ୟକ୍ଷା । ହେଲେ ନିଜ ପ୍ରତିନିଧିଙ୍କ ମାଧ୍ୟମରେ ପକ୍ଷ ରଖି ମାମଲା ରଦ୍ଦ କରିବାକୁ ଆବେଦନ କରିଥିଲେ ଜଗି । କିନ୍ତୁ ଏଥିରେ ଶିଶୁ ଅଧିକାର ସୁରକ୍ଷା କମିଶନ ସନ୍ତୁଷ୍ଟ ହୋଇନଥିଲେ ।

ମାମଲା ରଦ୍ଦ ହେବାର ପ୍ରଶ୍ନ ଉଠୁନାହିଁ ବୋଲି କମିଶନ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ସ୍ପଷ୍ଟ କରିଥିଲେ । ମାମଲା ଚାଲିବ କି ରଦ୍ଦ ହେବ, ସେନେଇ କମିଶନଙ୍କୁ ପ୍ରାର୍ଥନା କରାଯାଇପାରିବ । କେହି ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ସଫା ସଫା ଶୁଣାଇଥିଲେ କମିଶନ ଅଧ୍ୟକ୍ଷା । ଏନେଇ  ଘଟଣାର ଶୁଣାଣି ପାଇଁ ପୁଣି ଥରେ ଗତ ୧୦ ତାରିଖରେ ଜଗିଙ୍କୁ ନୋଟିସ ଜାରି କରିଥିଲେ କମିଶନ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ।

ସାରୁଅ ଠିକା କର୍ମଚାରୀଙ୍କୁ ମିଳବ କି ନ୍ୟାୟ ? ନା ପୂର୍ବଥର ପରି ଜେରାକୁ ସାମ୍ନା କରିବେ ନାହିଁ ଓଟିଭି କର୍ତ୍ତୃପକ୍ଷ

ଖୋର୍ଦ୍ଧା:୧୮ ଦିନରେ ପହଞ୍ଚିଲା ସାରୁଅ ଠିକା କର୍ମଚାରୀଙ୍କ ଆନ୍ଦୋଳନ । ୫ ଦଫା ଦାବି ନେଇ ଧାରଣାରେ ବସିଛନ୍ତି ଠିକା କର୍ମଚାରୀ । ତୁରନ୍ତ ସେମାନଙ୍କୁ ଉପଯୁକ୍ତ ଦରମାରେ ସ୍ଥାୟୀ ନିଯୁକ୍ତି ଦିଆଯାଉ ବୋଲି ସେମାନେ ଦାବି ରଖିଛନ୍ତି । ସେପଟେ ଆଜି ଦିନ ୧୧ଟାରେ ଭୁବନେଶ୍ୱର ଶ୍ରମ କାର୍ଯ୍ୟାଳୟରେ ଶ୍ରମ ଅଧିକାରୀଙ୍କ ମଧ୍ୟସ୍ଥତାରେ ଓଟିଭି କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀ ମଧ୍ୟରେ ଆଲୋଚନା ହେବ ।

ଏହି ମାମଲାରେ ଉଭୟ ପକ୍ଷଙ୍କୁ ମିଳିତ ଆଲୋଚନା ପାଇଁ ସାନି ନୋଟିସ ଜାରି କରିଥିଲେ ଡିଭିଜିନାଲ ଲେବର କମିଶନର । ପୂର୍ବରୁ ଗତ ୧୩ ତାରିଖରେ ଉଭୟ ପକ୍ଷଙ୍କୁ ନୋଟିସ ହୋଇଥିଲେ ହେଁ ଆଲୋଚନା ପାଇଁ ନଆସି ଓଟିଭି କର୍ତ୍ତୃପକ୍ଷ ଟାଇମ ପିଟିସନ ଜରିଆରେ ୧୦ ଦିନ ମହଲତ ମାଗିଥିଲେ । ତେବେ ଡିଭିଜିନାଲ ଶ୍ରମ କମିଶନର ଓଟିଭିର ଆବେଦନକୁ ଖାରଜ କରି ସାନି ନୋଟିସ ଜାରି କରିଛନ୍ତି ।

ଦୁବାଇର ଏହି ହୋଟେଲରେ ହନିମୁନ ମନାଉଛନ୍ତି ନେହୁପ୍ରୀତ… ଦିନକ ଲାଗି ଦେଉଛନ୍ତି ଲକ୍ଷେ ଟଙ୍କା

ମୁମ୍ବାଇ: ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କଡ଼ ଓ ରୋହନପ୍ରୀତ ସିଂହ ବିବାହ ପରେ ହନିମୁନ ପାଇଁ ଦୁବାଇରେ ପହଞ୍ଚିଛନ୍ତି । ନେହା ସୋସିଆଲ ମିଡିଆରେ ହନିମୁନ୍ ଫଟୋ ସେୟାର କରୁଛନ୍ତି। ଆଉ ତାଙ୍କ ଫଟୋରେ ଟ୍ୟାଗ୍ ହୋଇଥିବା ସ୍ଥାନ ହେଉଛି ଦୁବାଇର ଆଟଲାଣ୍ଟିସ୍ ଦି ପାମ । ଯେଉଁଠାରେ ଦିନକ ପିଛା ରହିବା ପାଇଁ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଖବର ଅନୁଯାୟୀ, ଦି ପାମରେ ଦୁଇ ଜଣ ଦିନେ ରହିବା ପାଇଁ ସର୍ବନିମ୍ନ ମୂଲ୍ୟ ହେଉଛି ୨୬ ହଜାର ୮୩୪ ଟଙ୍କା ।

ଆଉ ସର୍ବାଧିକ ସୁଟର ମୂଲ୍ୟ ୩ ଲକ୍ଷ ୨୧ ହଜାର ୪ ଶହ ୧୪ ଟଙ୍କା ରହିଛି | ଅବଶିଷ୍ଟ ସୁଟ୍ ଗୁଡିକର ମୂଲ୍ୟ ଦିନ ପିଛା ୬୦ ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ନେହାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରୁ ଏହା ଜଣାପଡିଛି ଯେ ସେମାନେ ଦୁହେଁ ରେଗାଲ୍ ସୁଟ୍ କ୍ଲବରେ ରହିଛନ୍ତି। ଆଟଲାଣ୍ଟିସର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଏହି ରେଗାଲ୍ ସୁଟ୍ ରୁମରେ ଗୋଟିଏ ରାତି ରହିବାର ମୂଲ୍ୟ ୭୨ ହଜାର ୪୦୩ ଟଙ୍କା ରହିଛି |

ଯଦି ଆପଣ ଏଠାରେ ଖାଦ୍ୟ ଖାଇବେ ତେବେ ମୂଲ୍ୟ ୧ ଲକ୍ଷ ୧ ହଜାର ୮୧୩ ଟଙ୍କା ହୋଇଥାଏ | ଆଉ ଏହି ପୋଷ୍ଟ ମୁତାବକ ନେହା ଦିନକ ପାଇଁ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି | ସୂଚନା ଥାଉ କି ନେହା ବିଳାସପୂର୍ଣ୍ଣ ହୋଟେଲ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ବ୍ୟବସ୍ଥାର ଫଟୋ ମଧ୍ୟ ସେୟାର କରିଥିଲେ | ନେହା କକ୍କର ଏବଂ ରୋହନପ୍ରୀତ ସିଂ ୨୪ ଅକ୍ଟୋବରରେ ବିବାହ କରିଥିଲେ।

#LekhashreeShutUp ଭରି ଉଠିଲା ଟୁଇଟର, ଅତ୍ୟନ୍ତ ଅରୁଚିକର ମନ୍ତବ୍ୟ ପାଇଁ ଲେଖାଶ୍ରୀଙ୍କୁ ଚାରିଆଡେ ନିନ୍ଦା

ଭୁବନେଶ୍ୱର : #LekhashreeShutUp(ଲେଖାଶ୍ରୀ ସର୍ଟଅପ),  (#BoycottLekhaବୟକଟ୍ ଲେଖା)ଶ୍ରୀ ଏମିତି ହ୍ୟାସ ଟ୍ୟାଗଥିବା କେତେ ଶବ୍ଦ । ଟ୍ରେଣ୍ଡ କରୁଥିଲା ଟୁଇଟରରେ । ରାଜନେତା, ଅଭିନେତା,ବୁଦ୍ଧିଜୀବୀ, ସଚେତନ ଯୁବବର୍ଗ ସମସ୍ତେ ଏହି ହାସଟ୍ୟାଗ୍ ଦେଇ କରୁଥାଆନ୍ତି ପୋଷ୍ଟ । କରିବେନି ବା କେମିତି । ଏ ଜାତିର ପରିଚୟ ଶ୍ରୀଜଗନ୍ନାଥ, ତାହାରି ପୁଣ୍ୟଧାମ ନୀଳାଚଳ । ଆମ ସମସ୍ତଙ୍କ ପ୍ରିୟ ପୁରୀ । କେତେ କିଏ ଛୁଟି ଆସନ୍ତି କାଳିଆବଦନ ଦର୍ଶନ କରିବାକୁ । ମହୋଦଧିରେ ସ୍ନାନ କରି ପୁଣ୍ୟ ଟିକେ ସାଉଁଟିବାକୁ  । ପୁରୀକୁ ବାଦ୍ ଦିଅ ସାକ୍ଷୀଗୋପାଳ ସାକ୍ଷୀଗୋପିନାଥ, ସ୍ଥାନୀୟ ଜିଲାରେ ଥିବା ସାଲବେଗ ଭୂମି, ମାଣିକ ପାଟଣା ଇତ୍ୟାଦି ଅଞ୍ଚଳ ପାଇଁ ଆମର ପ୍ରସିଦ୍ଧି  ରହିଛି । ଏହା ପାଇଁ କେତେ ପୋଥି କେତେ ପୁରାଣ ଲେଖା ସରିଛି ।

https://twitter.com/anjalipanigrhi/status/1328591281434537989?s=20

କେତେ ଡିଗ୍ରୀଧାରୀ, କେତେ ଗବେଷଣା ସରିଛି । ହେଲେ ଆମ ପୁରୀକୁ କୁଆଡେ କେହି ଚିହ୍ନି ନ ଥିଲେ ।

https://twitter.com/nirajmishra100/status/1328624161875378177?s=20

ଟିଭିରେ ବିତଣ୍ଡା ଯୁକ୍ତି କରି ରାଉରାଉ ହେଉଥିବା ଜଣେ ରାଜନେତା କୁଆଡେ ଶ୍ରୀକ୍ଷେତ୍ରରେ ଭୋଟ ଲଢି ନ ଥିଲେ । କେହି କୁଆଡେ ଆମକୁ ଚିହ୍ନି ନ ଥାନ୍ତେ । ଏକଥା କୌଣସି ମଦ୍ୟପ,ଅପାଠୁଆ ବ୍ୟକ୍ତି କହିନାହାନ୍ତି । କହିଛନ୍ତି ଜଣେ ଉଚ୍ଚ ଶିକ୍ଷିତା ନେତ୍ରୀ ।

https://twitter.com/prachijain30/status/1328608227626524674?s=20

ହଁ ବିଜେପିର ମୁଖପାତ୍ର ଏବଂ ଦଳୀୟ ସଙ୍ଗଠନର ଗୁରୁତ୍ୱପୂର୍ଣ୍ଣ ପଦରେ ଥିବା ଲେଖାଶ୍ରୀ ସାମନ୍ତସିଂହାର । ଯାହାଙ୍କ ବକ୍ତବ୍ୟକୁ ନେଇ ଟୁଇଟର ହୋଇଥିଲା ଟ୍ରେଣ୍ଡ । ଏମିତି କିଛି ଚର୍ଚ୍ଚିତ ଟୁଇଟ୍ ନିମ୍ନରେ ପ୍ରଦାନ କରାଗଲା ।

https://twitter.com/BasudevParaman4/status/1328609019204935682?s=20

ଧାନ ବିଲରେ ମନ୍ତ୍ରୀ ମହୋଦୟା; ଭିଡିଓ ହେଲା ଭାଇରାଲ୍

0

କୋରାପୁଟ: ଧାନ କ୍ଷେତରେ ମନ୍ତ୍ରୀ ପଦ୍ମିନୀ ଦିଆନ । ହାତରେ ଦାଆ ଧରି କେଣ୍ଡା କେଣ୍ଡା ଧାନ କାଟି ଚାଲିଛନ୍ତି ପଦ୍ମିନୀ । ମନ୍ତ୍ରୀଙ୍କ ଏହି ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି । ନିଜ ନିର୍ବାଚନ ମଣ୍ଡଳୀ କୋଟପାଡ଼ର ଢ଼ାମନାହାଣ୍ଡିରେ ପଦ୍ମିନୀକ୍ଷେତରୁ ଧାନ କାଟୁଥିବା ବେଳେ ତାଙ୍କ ସହିତ ଅନ୍ୟ ଶ୍ରମିକ ମଧ୍ୟ କାମ କରୁଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ।

ପୂର୍ବରୁ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ରଘୁରାମ ପଢାଲ, ମନୋହର ରନ୍ଧାରୀ, ପ୍ରୀତମ ପାଢ଼ୀ ମଧ୍ୟ ଚାଷ ଜମିରେ କାମ କରୁଥିବା ଦେଖିବାକୁ ମିଳିଥିଲା ।

ଶିଶୁଙ୍କୁ ସରକାରଙ୍କ ଭେଟି- ‘ବାତ୍ସଲ୍ୟ’

୩ ବର୍ଷରୁ କମ ବୟସର ଶିଶୁଙ୍କ ପାଇଁ ‘ବାତ୍ସଲ୍ୟ’ ଅଭିଯାନର ଆରମ୍ଭ କରାଯାଇଛି । ଆଦ୍ୟ ଶୈଶବର ବିକାଶକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଦେଶର ଅଗ୍ରଣୀ ରାଜ୍ୟ ଭାବେ ଓଡ଼ିଶା ଏହି ଅଭିଯାନର ଆରମ୍ଭ କରିଛି । ଅଙ୍ଗନବାଡ଼ିର ସେବା ସମୂହରେ ତିନି ବର୍ଷ ବୟସରୁ ଛୋଟ ଶିଶୁଙ୍କ ପାଇଁ ମୁଖ୍ୟତଃ ପରିପୂରକ ପୁଷ୍ଟିସାଧନ , ଟୀକାକରଣ ଓ  ସ୍ୱାସ୍ଥ୍ୟ ପରୀକ୍ଷା ଆଦି କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ୱ ଦିଆଯାବ। ବାତ୍ସଲ୍ୟ’ ଅଭିଯାନରେ ପୁଷ୍ଟି ଓ ସ୍ୱାସ୍ଥ୍ୟ ସେବା ସହିତ ଶିଶୁର ମସ୍ତିଷ୍କର ବିକାଶ ଉପରେ ସୂଚନା ଦିଆଯିବ। ଭର୍ଚୁଆଲ୍‌ ମୋଡ୍‌ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ‘ବାତ୍ସଲ୍ୟ’ ଅଭିଯାନର ଲୋକାର୍ପଣ କରିଛନ୍ତି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ।

ଏ ଅବସରରେ ଡିଜିଟାଲ୍‌ ମାଧ୍ୟମରେ ଶିଶୁମାନଙ୍କ ପାଇଁ କୁନି କାଲେଣ୍ଡର, ମାତୃଭାଷାଭିତ୍ତିକ ୧୧ଟି ପୋଷ୍ଟର, ଓଡ଼ିଆ ଭାଷାରେ ପ୍ୟରେଣ୍ଟସ୍‌ ପ୍ଲସ୍‌ ମଡୁ୍ୟଲ୍‌, ସୁଖଦ ଲାଳନପାଳନ ସଂପର୍କିତ ଫ୍ଲିପ୍‌ ବୁକ୍‌, ପ୍ରାକ୍‌ଶୈଶବ ଉଦ୍ଦୀପନା ସଂପର୍କିତ ଭିଡ଼ିଓ ଚିତ୍ର ସମ୍ବଳିତ ‘ବାତ୍ସଲ୍ୟ’ ପ୍ୟାକେଜ୍‌ ଉନ୍ମୋଚନ କରିଥିଲେ ମନ୍ତ୍ରୀ । ପ୍ରତି ମାସର ୧୯ ତାରିଖରେ ଅଙ୍ଗନବାଡ଼ି ଶିଶୁଙ୍କ ପାଇଁ ଅଙ୍କୁର ଦିବସ ପାଳନ, ମାତୃଭାଷାଭିତ୍ତିକ ପ୍ରାକ୍‌ଶିକ୍ଷା କାର୍ଯ୍ୟକ୍ରମ ବେଶ୍‌ ସଫଳ ହୋଇଥିବାବେଳେ ‘ବାତ୍ସଲ୍ୟ’ ଅଭିଯାନ ଦୀର୍ଘସ୍ଥାୟୀ ଏବଂ ଫଳପ୍ରଦ ହେବ ବୋଲି ଆଶା ରଖାଯାଇଛି ।

ତବଲିଗି ଜମାତ ପ୍ରସଙ୍ଗରେ ମିଡିଆ ରିପୋର୍ଟିଂକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ତବଲିଗି ଜମାତ ପ୍ରସଙ୍ଗରେ ମିଡିଆ ରିପୋର୍ଟିଂକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ମାମଲାରେ କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠ ଉପରେ ଅସନ୍ତୁଷ୍ଟ ହୋଇଛନ୍ତି ସୁପ୍ରିମକୋର୍ଟ । ତବଲିଗି ଜମାତକୁ ନେଇ ପ୍ରସାରଣ ହୋଇଥିବା ଭଳି ଖବର ଉପରେ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର କଣ ବ୍ୟବସ୍ଥା କରିଛନ୍ତି ତାହା ଉଲ୍ଲେଖ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । ଯଦି ସେମିତି କିଛି ବ୍ୟବସ୍ଥା ନାହିଁ ତାହେଲେ ତୁରନ୍ତ କରିବାକୁ ପରାମର୍ଶ ଦେଇଛନ୍ତି ।

କରୋନା ମହାମାରୀ ସମୟରେ ତବଲିଗି ଜମାତକୁ ନେଇ ପ୍ରସାରଣ ହୋଇଥିବା ଖବର ଉପରେ ସୁପ୍ରିମକୋର୍ଟ ଆପତ୍ତି ଜଣାଇଛନ୍ତି । ଟିଭିରେ ପ୍ରସାରଣ ହେଉଥିବା ଏଭଳି ଖବର ଉପରେ ନଜର ରଖିବା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟ କହିଛନ୍ତି । ଏଭଳି କାର୍ଯ୍ୟକ୍ରମ ଫେକ ନ୍ୟୁଜ ବା ମିଥ୍ୟା ଖବର ପ୍ରସାରଣ ପାଇଁ ମଧ୍ୟ ପ୍ରୋତ୍ସାହନ ଦେଉଛି ।

ଦିଲ୍ଲୀରେ ତବଲିଗି ଜମାତରେ ସମାଗମ ପରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଥିବା ନେଇ ଗତ ଏପ୍ରିଲ ଅନେକ ଗଣମାଧ୍ୟମ ଖବର ପ୍ରସାରଣ କରିଥିଲେ । ଏହାଦ୍ବାରା ଦେଶରେ ଗୋଟିଏ ବିଶେଷ ଧର୍ମ ପ୍ରତି ଲୋକଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଥିଲା । ଏହାକୁ ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣି ବେଳେ କେନ୍ଦ୍ର ଉପରେ ପ୍ରବଳ ବର୍ଷିଛନ୍ତି ସୁପ୍ରିମକୋର୍ଟ ।

ଜାନୁଆରୀ ୧୫ରେ ପ୍ରକାଶ ପାଇବ ସଂଶୋଧିତ ଭୋଟର ତାଲିକା, ନୂଆ ଆବେଦନ କିମ୍ୱା ସଂଶୋଧନ ପାଇଁ ଜାନୁଆରୀ ୫ ଶେଷ ତାରିଖ…

ଭୁବନେଶ୍ୱର: ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ହେବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ଏନେଇ ଜିଲ୍ଲାପାଳମାନଙ୍କ ସହ ଲୋହାନୀଙ୍କର ଆଲୋଚନା ଶେଷ ହୋଇଛି । ଜାନୁଆରୀ ୧ ସୁଦ୍ଧା ୧୮ ବର୍ଷ ହୋଇଥିବା ସାବାଳକମାନଙ୍କୁ ପଞ୍ଜୀକୃତ କରିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚାଲିଛି । ଏହି ନୂଆ ଭୋଟରମାନେ ଆଗାମୀ ନିର୍ବାଚନରେ ଭୋଟ୍ ଦେଇପାରିବେ ।

ତେବେ ପଞ୍ଜୀକୃତ ହେବା ପାଇଁ ସାବାଳକମାନଙ୍କୁ ବୁଥ୍ ଶ୍ରେଣୀୟ ଅଧିକାରୀଙ୍କଠାରୁ ୬ ନମ୍ୱର ଫର୍ମ ନେଇ ଆବେଦନ କରିପାରିବେ । ସେହିଭଳି ଭୋଟ ପରିଚୟ ପତ୍ରରେ ତ୍ରୁଟି ଥିଲେ ସଂଶୋଧନ କରିପାରିବେ । ଏଥିପାଇଁ ଫର୍ମ ନମ୍ୱର ୮ର ଆବଶ୍ୟକ ହେବ । ସେହିଭଳି ୭ ନମ୍ୱର ଫର୍ମ ସହାୟତାରେ ଭୋଟର ତାଲିକାରୁ ନାମ ହଟାଇପାରିବେ । ତେବେ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଦିବସମାନ ଚୟନ ହୋଇଛି ।

ଚଳିତ ମାସର ୨୮, ୨୯ ଓ ଡିସେମ୍ୱର ୫ ଓ୬କୁ ଅଭିଯାନ ଦିବସ ଭାବେ ଗ୍ରହଣ କରାଯାଇଛି । ଅଭିଯାନ ଦିବସରେ ବୁଥସ୍ତରୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିବେ । ସଂଶୋଧନ ପାଇଁ www. Nvsp.inରେ ମଧ୍ୟ ଲଗ୍ ଇନ୍ କରିପାରିବେ । ତେବେ ଜାନୁଆରୀ ୫ ତାରିଖ ମଧ୍ୟରେ ସଂଶୋଧନ କରିବାକୁ ପଡ଼ିବ । ଜାନୁଆରୀ ୧୫ରେ ସଂଶୋଧିତ ଭୋଟର ତାଲିକା ପ୍ରକାଶ ପାଇବ ।

୧୭ ଦିନରେ କର୍ମଚାରୀଙ୍କ ଆନ୍ଦୋଳନ, ସାନି ଆଲୋଚନା ପାଇଁ ଶ୍ରମ ବିଭାଗର ନୋଟିସ୍

0

ଭୁବନେଶ୍ୱର : ୧୭ ଦିନ ହେଲା ସାରୁଅ ଷ୍ଟୁଡିଓ ଆଗରେ ଠିକା କର୍ମଚାରୀଙ୍କ ଧାରଣା ଚାଲିଛି । ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏବେ ବି ଜଣେ ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି । ସାରୁଅରୁ ରାଜଭବନ ପର୍ଯ୍ୟନ୍ତ  ଆନ୍ଦୋଳନ ପହଂଚିଥିଲେ ମଧ୍ୟ ବିବାଦ ତୁଟିନାହିଁ । ଓଟିଭି କର୍ତ୍ତୃପକ୍ଷ ଧାରଣାସ୍ଥଳକୁ ଆସୁନାହାନ୍ତି କି ସରକାରଙ୍କ ଶ୍ରମ ବିଭାଗ ସହ ଆଲୋଚନା କରୁନାହାନ୍ତି । ଶ୍ରମ ବିଭାଗ ପକ୍ଷରୁ ନୋଟିସ ପାଇବା ପରେ ବି ଓଡିଶା ଇନ୍‌ଫ୍ରାଟେକ କର୍ତ୍ତୃପକ୍ଷ ସମୟ ଗଡାଇ ଚାଲିଛନ୍ତି। ସେପଟେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି କର୍ମଚାରୀ କହିଛନ୍ତି । ଆଗାମୀ ୧୮ ତାରିଖରେ ଶ୍ରମବିଭାଗ ଆଲୋଚନା ପାଇଁ ପୁଣି ନୋଟିସ କରିଛି ।

ଅନିରୁଦ୍ଧ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ 

0

ଭୁବନେଶ୍ୱର: ସାରୁଅସ୍ଥିତ ଓଟିଭି ଷ୍ଟୁଡିଓ ମ୍ୟାନେଜର ଅନିରୁଦ୍ଧ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ  । ଜାମିନ ଆବେଦନର ଶୁଣାଣି କରି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛି ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ । ୨୫ ହଜାର ବଣ୍ଡ ଓ ଦୁଇ ଜଣ ଜାମିନଦାରଙ୍କ ମୁଚାଲିକାରେ ଜାମିନ ମିଳିଛି  ।  ଗତ ୧୦ତାରିଖରେ ଅନିରୁଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ତେବେ ସେହିଦିନ ସଂଧ୍ୟାରେ ତାଙ୍କୁ ଜାମିନ ମିଳିଥିଲା । ଦୁଇଟି ମାମଲାରେ ସହଯୋଗ କରିନଥିବା ସହ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ତଥ୍ୟ ଓ ପ୍ରମାଣ ପାଇ ପୋଲିସ ତାଙ୍କୁ ଗିରଫ କରିଥିଲା। ତାଙ୍କୁ ୭ ଦିନ ପାଇଁ ମଧ୍ୟବର୍ତ୍ତି କାଳୀନ ଜାମିନ ମିଳିଥିଲା। ଯାହା ଆଜି ସରିଥିବାବେଳେ ପୁଣି ଜାମିନ ଆବେଦନର ଶୁଣାଣି ଥିଲା । ଯାହାର ଶୁଣାଣି ଶେଷ କରି ରାୟ ପ୍ରକାଶ କରିନାହାନ୍ତି କୋର୍ଟ ।