spot_img
Home Blog Page 6419

ଷ୍ଟାର୍ଟ ଅପ୍ ଲିଡ୍‌ର ସ୍ୱୀକୃତି ହାସଲ କଲା ଓଡ଼ିଶା

ଭୁବନେଶ୍ୱର: ଷ୍ଟାର୍ଟ ଅପ୍ ଲିଡର ସ୍ୱୀକୃତି ହାସଲ କଲା ଓଡିଶା । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଷ୍ଟାର୍ଟଅପ୍ କାଉନସିଲ୍ ବୈଠକରେ ଏନେଇ ସୂଚନା ଦିଆଯାଇଛି । ବୈଠକରେ ଅଗ୍ରଗତି ସମୀକ୍ଷା କରି, ଲକ୍ଷ୍ୟଭିତ୍ତିକ ସହଭାଗିତା ଓ ସହାୟକ ନିୟାମକ ମାଧ୍ୟମରେ ରାଜ୍ୟରେ ଷ୍ଟାର୍ଟଅପ୍ ଇକୋ ସିଷ୍ଟମକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଇନକ୍ୟୁବେଟର ଓ ଷ୍ଟାର୍ଟଅପ୍‌ମାନଙ୍କ ମଧ୍ୟରେ ଲଗାତର ଯୋଗାଯୋଗକୁ ଗୁରୁତ୍ୱ ଦିଆଯାଇଥିଲା । ଇଡ୍‌କୋର ନିର୍ମାଣାଧିନ ଜିରୋ-ହବ୍‌କୁ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଏକ ଉନ୍ନତ ଷ୍ଟାର୍ଟଅପ୍ ହବ୍‌ ଭାବେ ବିକଶିତ କରି ଏଥିରେ ପରୀକ୍ଷଣ ଓ ଉତ୍ପାଦ ବିକାଶ ପାଇଁ ସାଧାରଣ ସୁଯୋଗ ସୃଷ୍ଟି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୭ର ଜୁନ୍ ମାସରେ ରାଜ୍ୟର ପ୍ରଥମ ଷ୍ଟାର୍ଟଅପ୍‌କୁ ସ୍ୱୀକୃତି ମିଳିଥିଲା । ଏବେ ସୁଦ୍ଧା ରାଜ୍ୟରେ ଷ୍ଟାର୍ଟଅପ୍‌ ସଂଖ୍ୟା ୭୭୪କୁ ବୃଦ୍ଧି ପାଇଛି । ରାଜ୍ୟରେ ୧୭ଟି ଇନକ୍ୟୁବେଟର୍‌, ୧୭ଟି ଅଣକ୍ଷୁଦ୍ର ଶିଳ୍ପ ଇନକ୍ୟୁବେଟର୍‌ ଓ ୧୩ଟି ନୋଡାଲ୍ ସଂସ୍ଥା କାର୍ଯ୍ୟ କରୁଛନ୍ତି । ୧୯୬ ଷ୍ଟାର୍ଟଅପ୍‌ଙ୍କୁ ପ୍ରାୟ ୧୫କୋଟିରୁ ଅଧିକ ଟଙ୍କାର ସହାୟତା ଦିଆଯାଇଛି । ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର ଓ ଜୀବନ ବିଜ୍ଞାନ ପ୍ରତିଷ୍ଠାନଙ୍କୁ ଷ୍ଟାର୍ଟଅପ୍‌ ନୋଡାଲ୍ ସଂସ୍ଥାଭାବେ ତାଲିକାଭୁକ୍ତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁମୋଦନ ଦେଇଛନ୍ତି ।

ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଚେତାବନୀ, ୨୦୨୧ ରେ ଗମ୍ଭୀର ହୋଇପାରେ ପରିସ୍ଥିତି

ନୂଆଦିଲ୍ଲୀ : ବିଶ୍ୱ ଏବେ କେବଳ କରୋନା ମହାମାରୀ ଜନିତ ଅସୁବିଧା ଦେଇ ଗତି କରୁନାହିଁ। ଏହି ମହାମାରୀ ପାଇଁ ବିଶ୍ୱରେ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୧ରେ ଗୁରୁତର ଦୁର୍ଭିକ୍ଷ ଦେଖାଦେବାର ଆଶଙ୍କା ମଧ୍ୟ ରହିଛି । ଏଭଳି ପୂର୍ବାନୁମାନ କରିଛି ବିଶ୍ୱ ଖାଦ୍ୟ ସଂଗଠନ। ଚଳିତବର୍ଷ ଏହି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଏହି ସଂସ୍ଥା ମୁଖ୍ୟ ଡେଭିଡ୍‌ ବିସ୍‌ଲିଙ୍କ ଦ୍ୱାରା କରାଯାଇଥିବା ଏଭଳି ଆକଳନ ଏବେ ଗଭୀର ଚିନ୍ତାର ବିଷୟ ପାଲଟିଛି ।

ସେ ଏହା ମଧ୍ୟ କହିଛନ୍ତି ଯେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇ ଏକ ସ୍ପଟଲାଇଟ ଓ ମେଗାଫୋନ୍‌ ଧରାଇ ଦିଆଯାଇଛି। ଏହି ଦୁଇଟି ସାଧନ ମାଧ୍ୟମରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ବିଭିନ୍ନ ଦେଶର ନେତୃବୃନ୍ଦଙ୍କ ନିକଟରେ ଏହି ବାର୍ତ୍ତାକୁ ପହଞ୍ଚାଇ ସେମାନଙ୍କୁ ସତର୍କ କରାଯିବ ବୋଲି ସେ କହିଛନ୍ତି । ଗତ ଏପ୍ରିଲରେ ଜାତିସଂଘ ନିରାପତ୍ତା ପରିଷଦକୁ ସେ କରାଇଥିବା ସତର୍କତା ବିଷୟକୁ ମଧ୍ୟ ମନେ ପକାଇ ଦେଇଛନ୍ତି ।
ବିଶ୍ୱ କରୋନା ଭୂତାଣୁ ଜନିତ ମହାମାରୀକୁ ମୁକାବିଲା କରିବା ସହିତ କ୍ଷୁଧା ମହାମାରୀର ଦ୍ୱାରଦେଶରେ ମଧ୍ୟ ବିଶ୍ୱ ପହଞ୍ଚିଥିବା କହିଥିଲେ। ଏହାର ମୁକାବିଲା ପାଇଁ ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତାହେଲେ ବିଶ୍ୱକୁ ଭୟଙ୍କର କ୍ଷୁଧା ବା ଦୁର୍ଭିକ୍ଷକୁ ସାମ୍ନା କରିବାକୁ ପଡ଼ିପାରେ ବୋଲି ସେ କହିଥିଲେ।

ଆଜିଠୁ ନୀତୀଶଙ୍କ ନୂଆ ଇନିଂସ, ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ପଟଣା: ଆଜିଠୁ ପୁଣି ବିହାରରେ ନୀତୀଶ ରାଜ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର । ଅପରାହ୍ନରେ ହେବ ଶପଥ ଗ୍ରହଣ କାର୍ଯ୍ୟକ୍ରମ । ଶପଥ ଉତ୍ସବରେ ଏନଡିଏର ବରିଷ୍ଠ ନେତାଙ୍କ ସହ ସମସ୍ତ ବିଧାୟକମାନେ ଉପସ୍ଥିତ ରହିବେ। କିଛି ମନ୍ତ୍ରୀ ମଧ୍ୟ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନୀତୀଶ କୁମାର । ନୀତୀଶଙ୍କ ନାଁରେ ଗତକାଲି ବସିଥିବା ଏନ୍‌ଡିଏ ବିଧାୟକ ଦଳ ବୈଠକରେ ମୋହର ବାଜିଥିଲା ।

ତେବେ କିଏ ହେବେ ବିହାରର ଉପମୁଖ୍ୟମନ୍ତ୍ରୀ ତାକୁ ନେଇ ସସପେନ୍ସ ଲାଗିରହିଛି । ସୁଶୀଲ ମୋଦିଙ୍କ ସ୍ଥାନରେ ବିଜେପି ନୂଆ ଚେହେରା ଦେବା ପାଇଁ ଚାହୁଁଥିବା ଚର୍ଚ୍ଚା ହେଉଛି । ତାରକିଶୋର ପ୍ରସାଦ ବିଧାନସଭାରେ ବିଜେପି ନେତା ମନୋନୀତ ହୋଇଛନ୍ତି । ନୀତୀଶଙ୍କ ମନ୍ତ୍ରିମଣ୍ଡଳରେ ବିଜେପିର ଦବ୍‌ଦବା ରହିବା ନିଶ୍ଚିତ ହୋଇଛି । ହାମ୍ ଓ ଭିଆଇପି ଦଳକୁ ମଧ୍ୟ ଗୁରୁତ୍ବ ଦେବ ଏନ୍‌ଡିଏ । ନିର୍ବାଚନରେ ଜେଡିୟୁକୁ ମାତ୍ର ୪୩ଟି ଆସନ ମିଳିଥିଲେ ମଧ୍ୟ ପୂର୍ବ ରଣନୀତି ଅନୁସାରେ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେପି ମନବଳାଇଛି ।

ଆଜିଠୁ ମହାରାଷ୍ଟ୍ରରେ ଖୋଲୁଛି ସମସ୍ତ ଧାର୍ମିକ ଅନୁଷ୍ଠାନ, କୋଭିଡ୍ ନିୟମ ମାନି ମନ୍ଦିର ଓ ମସଜିଦ ଯିବା ପାଇଁ ଅନୁମତି

ମହାରାଷ୍ଟ୍ର: ଆଜିଠୁ ମହାରାଷ୍ଟ୍ରରେ ଖୋଲୁଛି ସମସ୍ତ ଧାର୍ମିକସ୍ଥଳୀ । ଏନେଇ ଗାଇଡଲାଇନ୍ ଜାରି କରିଛନ୍ତି ମହାରାଷ୍ଟ୍ର ସରକାର । ମନ୍ଦିର ଓ ମସଜିଦକୁ ଯିବାକୁ ହେଲେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସେହିଭଳି ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ପରେ ଆଶ୍ୱସ୍ତି ଲାଭ କରିଛନ୍ତି ଶ୍ରଦ୍ଧାଳୁ । ସମସ୍ତ ଧାର୍ମିକସ୍ଥଳୀକୁ ନିୟମିତ ବିଶୋଧନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ଠିକ୍ ସମୟରେ ମହାରାଷ୍ଟ୍ରରେ ଧାର୍ମିକସ୍ଥଳୀ ଖୋଲାଯାଇଥିବା କହିଛନ୍ତି ରାଜ୍ୟ ସରକାର । ଦେଶରେ ସମସ୍ତ ଧାର୍ମିକସ୍ଥଳୀ ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ ମଧ୍ୟ ମହାରାଷ୍ଟ୍ର ସରକାର ଏହା ଉପରେ ରୋକ୍ ଲଗାଇଥିଲେ । ଯାହାକୁ ନେଇ ଆରମ୍ଭ ହୋଇଥିଲା ରାଜନୀତି । ମହାରାଷ୍ଟ୍ରରେ ସବୁଠୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହି ରାଶିର ବ୍ୟକ୍ତି ମାନେ ଆଜି ଅନ୍ୟକୁ ବିଶ୍ୱାସ କରନ୍ତୁ ନାହିଁ, ବିଶ୍ୱସ୍ତ ବ୍ୟକ୍ତି ଧୋକା ଦେଇ ପାରନ୍ତି

ଆଜିର ପଞ୍ଚାଙ୍ଗ:

୧୬ ନଭେମ୍ବର, ୨୦୨୦, ସୋମବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

କାର୍ତ୍ତିକ ମାସ, କୃଷ୍ଣପକ୍ଷ, ଦ୍ବିତୀୟା ତିଥି

ଅନୁରାଧା ନକ୍ଷତ୍ର, ବିଛା ରାଶିରେ ଚନ୍ଦ୍ର ରହିବେ

ଘାତଚନ୍ଦ୍ର- କନ୍ୟା ଓ ମକର ରାଶି ମହିଳାଙ୍କ ପାଇଁ

ଘାତ ବାର- ମିଥୁନ ରାଶିର ଘାତବାର

ଯୋଗିନୀ ରହିବେ ଉତ୍ତର ଦିଗରେ

ଉତ୍ତର ଦିଗକୁ ଯାତ୍ରା କରିବା ନିଷେଧ ରହିଛି

– ଶୁଭ ସମୟ –

ଦିନ ୧୨ଟା ୩୫ ମିନିଟ୍ ଠାରୁ ଦିନ ୨ଟା ୫୨ ମିନିଟ୍

– ଅଶୁଭ ସମୟ –

ସକାଳ ୭ଟା ଠାରୁ ସକାଳ ୮ଟା ୩୦ ମିନିଟ୍

ଆଜି ଆମିଷ ପାଣି କଖାରୁ ଖାଇବା ନିଷେଧ

ମହାଉପାୟ

ସୌରମାସ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଅନୁସାରେ ବିଚାର କରାଯାଇଥାଏ

ରବି ମହାଗ୍ରହ ଆତ୍ମା, ସ୍ୱାସ୍ଥ୍ୟକୁ ନିୟନ୍ତ୍ରଣ କରିଛନ୍ତି

ରବିଙ୍କ ରାଶି ପରିବର୍ତ୍ତନ ସମଗ୍ର ଜୀବଜଗତ ଓ ୧୨ଟା ରାଶି ଉପରେ ରହିଥାଏ

ଆଜି ଠାରୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ରବି ବିଛା ରାଶିରେ ଅବସ୍ଥାନ କରିବେ

ରବିଙ୍କ ବିଛା ରାଶିରେ ଚଳନ ଦ୍ୱାରା

୭ଟି ରାଶି ଉପରେ ରହିବ ଶୁଭ ପ୍ରଭାବ

୫ଟି ରାଶି ଉପରେ ରହିବ ଅଶୁଭ ପ୍ରଭାବ

ଶୁଭ ପ୍ରଭାବ ରାଶିମାନେ ହେଉଛନ୍ତି

ମିଥୁନ,କର୍କଟ,କନ୍ୟା,ତୁଳା,ମକର,କୁମ୍ଭ,ମୀନ

ଅଶୁଭ ପ୍ରଭାବ ରାଶି ହେଉଛନ୍ତି ମେଷ,ବୃଷ,ସିଂହ,ଧନୁ,ବିଛା

ପ୍ରତ୍ୟେକ ସଂକ୍ରାନ୍ତି ଦିନ ଗୃହରେ ସଂକ୍ରାନ୍ତି ହୋମ କରାନ୍ତୁ

ସମସ୍ତଙ୍କ ଜୀବନରେ ଆସୁଥିବା ସଙ୍କଟ ଦୁର ହୋଇଯିବ

ସ୍ବାସ୍ଥ୍ୟ  ଭଲ ରହିବ

ପ୍ରତ୍ୟେକ ସଂକ୍ରାନ୍ତି ଦିନ ବ୍ରାହ୍ମଣ ଓ ଗ୍ରହ ବିପ୍ରଙ୍କୁ

ସକ୍ଷମ ଅନୁଯାୟୀ କିଛି ଦାନ,ଦକ୍ଷିଣା ଦିଅନ୍ତୁ

ମେଷ –

ଅଶ୍ବିନୀ ନକ୍ଷତ୍ର –ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ, ଅନେକ ଦିନର ଆଶା ସଫଳ ହେବ

ଦ୍ବିଜା ନକ୍ଷତ୍ର – ଅନ୍ୟକୁ ବିଶ୍ବାସ କରନ୍ତୁ ନାହିଁ, ବିଶ୍ବସ୍ତ ବ୍ୟକ୍ତି ଧୋକା ଦେଇ ପାରନ୍ତି

କୃତ୍ତିକା ନକ୍ଷତ୍ର –ମନର ସନ୍ଦେହକୁ ଆଲୋଚନା କରି ଶାନ୍ତି ଅନୁଭବ କରିବେ

ହନୁମାନ ଚାଳିଶା ୩ ଥର ପାଠ କରନ୍ତୁ

ବୃଷ –

କୃତ୍ତିକା ନକ୍ଷତ୍ର – ଦାମ୍ପତ୍ୟ ଜୀବନରେ ଭୁଲ୍‌ ବୁଝାମଣା ଦ୍ବାରା ପାରିବାରିକ ଅଶାନ୍ତି ବଢିବ

ରୋହିଣି ନକ୍ଷତ୍ର – କାର୍ଯ୍ୟରେ ବାଧା,ପ୍ରତିବନ୍ଧକ ଆସିବ,ବିଳମ୍ବରେ କାର୍ଯ୍ୟ ସଫଳ ହେବ

ମୃଗଶିରା ନକ୍ଷତ୍ର – ନୂଆ ଚିନ୍ତା ଧାରା ଆପଣଙ୍କ ଭବିଷ୍ୟତକୁ ବଦଳାଇଦେବ

ଅସହାୟ ବ୍ୟକ୍ତିକୁ ସକ୍ଷମ ଅନୁସାରେ କିଛି ସାହାଯ୍ୟ କରନ୍ତୁ

ମିଥୁନ –

ମୃଗଶିରା ନକ୍ଷତ୍ର – କର୍ମ ନିଯୁକ୍ତି ପାଇଁ ସୁଯୋଗ ଆସିବ, ଗୁରୁଜନମାନଙ୍କର ପରାମର୍ଶ ମିଳିବ

ଆଦ୍ରା ନକ୍ଷତ୍ର – ସ୍ବାସ୍ଥ୍ୟ ଖରାପ ହୋଇପାରେ, ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ

ପୂନର୍ବସୁ ନକ୍ଷତ୍ର – ଚିନ୍ତା ମୁକ୍ତ ହେବେ, ପରିଶ୍ରମର ଉପଯୁକ୍ତ ଫଳ ପାଇବେ

ଷଣ୍ଡକୁ  କଞ୍ଚା କଦଳୀ ଖାଇବାକୁ ଦିଅନ୍ତୁ

କର୍କଟ –

ପୁନର୍ବସୁ ନକ୍ଷତ୍ର – କର୍ମକ୍ଷେତ୍ରକୁ ନେଇ ରହୁଥିବା ଚିନ୍ତା ଦୁର ହେବ

ପୁଷ୍ୟା ନକ୍ଷତ୍ର – ପୂର୍ବ ଅପେକ୍ଷା ସ୍ଥିତି ଭଲ ରହିବ, ଚେଷ୍ଟାରେ ଥିବା କମ ସହଜରେ ହୋଇଯିବ

ଅଶ୍ଲେଷା ନକ୍ଷତ୍ର – ଭବିଷ୍ୟତ ଜୀବନ ପାଇଁ କିଛି ପଦକ୍ଷେପ ନେଇପାରନ୍ତି, ମା’ତାରିଣୀଙ୍କୁ ନଡିଆ ଅର୍ପଣ କରନ୍ତୁ

ସିଂହ –

ମଘା ନକ୍ଷତ୍ର – ବନ୍ଧୁଙ୍କର ସାହାଯ୍ୟ,ସହଯୋଗ ମିଳିବ,ସମସ୍ତ ଚିନ୍ତା ଦୁର ହେବ

ପୂର୍ବାଫାଲଗୁନି ନକ୍ଷତ୍ର – ପଛ କଥାକୁ ଭାବି ମନଦୁଃଖ ରହିବ, କାର୍ଯ୍ୟ ପ୍ରତି ଆଗ୍ରହ ରହିବ ନାହିଁ

ଉତ୍ତରାଫାଲଗୁନୀ ନକ୍ଷତ୍ର – ନୂତନ କର୍ମ ନିଯୁକ୍ତିର ସୁଯୋଗ ଆସିବ

ମିଠା ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

କନ୍ୟା –

ଉତ୍ତରାଫାଲଗୁନୀ ନକ୍ଷତ୍ର – ମାନସିକସ୍ଥିତି ସନ୍ତୋଷଜନକ ରହିବ

ହସ୍ତା ନକ୍ଷତ୍ର –ଯୁକ୍ତିତର୍କ ଠାରୁ ଦୁରେଇ ରୁହନ୍ତୁ, ଶାନ୍ତ ମନରେ ଧିରସ୍ଥିର ହୋଇ କାର୍ଯ୍ୟ କରନ୍ତୁ

ଚିତ୍ରା ନକ୍ଷତ୍ର – ଦିନଚର୍ଯ୍ୟାରେ ପରିବର୍ତ୍ତନ ଆସିବ, କର୍ମକ୍ଷେତ୍ରକୁ ନେଇ ଶୁଭ ସୂଚନା ରହିଛି

ଗୁରୁଜନମାନଙ୍କୁ ପ୍ରଣାମ କରନ୍ତୁ

ତୁଳା

ଚିତ୍ରା ନକ୍ଷତ୍ର – ଶୁଭ ଖବର ପାଇ ମନ ଖୁସି ରହିବ

ସ୍ବାତୀ ନକ୍ଷତ୍ର – ସମୟ ଭଲ ନାହିଁ,ଶରୀର ପ୍ରତି ବିପଦ ରହିଛି

ବିଶାଖା ନକ୍ଷତ୍ର – ଶୁଭ ମାଙ୍ଗଳିକ କାର୍ଯ୍ୟ ପାଇଁ ଆଲୋଚନା କରିପାରନ୍ତି

ମା’ଦୁର୍ଗାଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ

ବିଛା –

ବିଶାଖା ନକ୍ଷତ୍ର – ମାନସିକ ଚାପରୁ ମୁକ୍ତି ମିଳିବ,ନ ହେବା କାମ ସହଜରେ ହୋଇଯିବ

ଅନୁରାଧା ନକ୍ଷତ୍ର – ଅନ୍ଧ ଭାବରେ କାହାକୁ ବିଶ୍ବାସ କରି ଦାୟିତ୍ବ ଦିଅନ୍ତୁ ନାହିଁ

ଜ୍ୟେଷ୍ଠା ନକ୍ଷତ୍ର – ପରିବାରକୁ ନେଇ ସୁଖି ରହିବେ

ଓଁ ଗଂ ଗଣପତୟେ ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ

ଧନୁ –

ମୂଳା ନକ୍ଷତ୍ର – ପଡୋଶୀଙ୍କ ସହଯୋଗ ପାଇଭେ, ଲୋକସଂପର୍କ ବଢିବ

ପୂର୍ବାଷାଢା ନକ୍ଷତ୍ର – ଆର୍ଥିକସ୍ଥିତକୁ ନେଇ ମାନସିକ ଚିନ୍ତା ବଢିବ

ଉତ୍ତରାଷାଢା ନକ୍ଷତ୍ର – ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ, ପୂର୍ବରୁ ଥିବା ମନୋମାଳିନ୍ୟ ଦୁର ହୋଇଯିବ

ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ, ସମସ୍ତ ସମସ୍ୟା ଦୁର ହୋଇଯିବ

ମକର –

ଉତ୍ତରାଷାଢା ନକ୍ଷତ୍ର – ଭଲ କାମ କରି ସମ୍ମାନୀତ ହେବେ, ବ୍ୟବସାୟକୁ ନେଇ ଶୁଭ ସୂଚନା ମିଳିବ

ଶ୍ରବଣା ନକ୍ଷତ୍ର – ନିଜ ଭୁଲ୍ ସୁଧାରିବା ପରିବର୍ତ୍ତେ ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ

ଧନିଷ୍ଠା ନକ୍ଷତ୍ର – ମାନସିକ ଚାପରୁ ମୁକ୍ତି ପାଇବେ, ନ ହେବା କାମ ସହଜରେ ହୋଇଯିବ

ହନୁମାନଙ୍କୁ ଗୋଟା ଫଳ ଅର୍ପଣ କରନ୍ତୁ

କୁମ୍ଭ –

ଧନିଷ୍ଠା ନକ୍ଷତ୍ର – ଆର୍ଥିକ ଚିନ୍ତାରୁ ମୁକ୍ତି ପାଇବେ, ନିଜ କାମକୁ ନେଇ ଖୁସି ଅନୁଭବ କରିବେ

ଶତଭିଷା ନକ୍ଷତ୍ର – କ୍ରୋଧ ଉପରେ ନିୟନ୍ତ୍ରଣ ରଖି ଚଳନ୍ତୁ,ମାନ,ସମ୍ମାନ ହାନୀ ହୋଇପାରେ

ପୂର୍ବଭାଦ୍ର ନକ୍ଷତ୍ର – ମନରେ ଉତ୍ସାହ ବଢିବ, ପରିବାର ସହିତ ସାମଞ୍ଜସ୍ୟ ଭଲ ରହିବ

ଆଦିତ୍ୟହୃଦୟ ସ୍ତୋତ୍ର ପାଠ କରନ୍ତୁ

ମୀନ –

ପୂର୍ବଭାଦ୍ର ନକ୍ଷତ୍ର –ବିଚାରଧାରାରେ ପରିବର୍ତ୍ତନ ଆସିବ

ଉତ୍ତରଭାଦ୍ର ନକ୍ଷତ୍ର – କର୍ମ ଅନୁସାରେ ଫଳ ପାଇବେ, ସକରାତ୍ମକ ଭାବନା ନେଇ କାମ କରନ୍ତୁ

ରେବତୀ ନକ୍ଷତ୍ର – କର୍ମକ୍ଷେତ୍ରକୁ ନେଇ ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି ପାଇବ

ଜଗନ୍ନାତ ପ୍ରଭୁଙ୍କୁ ତୁଳସୀ ଅର୍ପଣ କରନ୍ତୁ

 

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- ୯୯୩୮୫୭୧୯୩୫

 

ବାଇଡେନ୍‌ଙ୍କ ବିଜୟକୁ ସ୍ୱୀକାର କଲେ ଟ୍ରମ୍ପ: କିନ୍ତୁ ନିର୍ବାଚନ ଜାଲିଆତି ଅଭିଯୋଗରେ ଅଟଳ

ନୂଆଦିଲ୍ଲୀ: ବାଇଡେନଙ୍କୁ ନିର୍ବାଚିତ ରାଷ୍ଟ୍ରପତି ଭାବେ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ରବିବାର ସେ କରିଥିବା ଟ୍ୱିଟରୁ ଏହା ଅନୁମେୟ । ସେ ଟ୍ୱିଟ୍ କହିଛନ୍ତି ଯେ, ନିର୍ବାଚନରେ ଜାଲିଆତି ହୋଇଥିବା କାରଣରୁ ‘ଡେମୋକ୍ରାଟ୍‌’ ବିଜୟୀ ହୋଇଛନ୍ତି। ଏବଂ କାହିଁକି ଡେମୋକ୍ରାଟ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ବିଜୟ ହେଲା ତାହାର ଗୁଡ଼ାଏ କାରଣ ଉଲ୍ଲେଖ କରିଛନ୍ତି ଟ୍ରମ୍ପ । ସେ ଲେଖିଛନ୍ତି, ଭୋଟ ନିରୀକ୍ଷକମାନଙ୍କୁ ଛଡ଼ାଗଲା ନାହିଁ । ଦୁର୍ନାମ ଏବଂ ନିମ୍ନମାନର ଉପକରଣ ଥିବା ଘରୋଇ ବାମପନ୍ଥୀ କମ୍ପାନୀ ‘ଡୋମିନିଅନ୍‌’ଦ୍ୱାରା ଭୋଟ୍‌ ଟାବ୍ୟୁଲେଟ୍‌ କରାଗଲା, ଯାହା ମୁଁ ବିପୁଳ ସଂଖ୍ୟାରେ ଜିଣିଥିବା ଟେକ୍ସାସ୍‌ ପାଇଁ ମଧ୍ୟ ଯୋଗ୍ୟ ହେଲାନାହିଁ ।

ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାକୁ ଭୋଟିଂ‌ ମେସିନ୍‌ ଯୋଗାଉଥିବା ଏହି କମ୍ପାନୀ ‘ଡୋମିନିଅନ୍ ଭୋଟିଂ’ ବିରୋଧରେ ପୂର୍ବରୁ ମଧ୍ୟ ଟ୍ରମ୍ପ୍‌ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ସମଗ୍ର ଦେଶରେ ଉକ୍ତ କମ୍ପାନି ତାଙ୍କର ୨.୭ ନିୟୁତ ଭୋଟ୍‌ ଡିଲିଟ୍‌ କରି ଦେଇଛି ଏବଂ ପେନ୍‌ସିଲ୍‌ଭାନିଆରେ ତାଙ୍କ ସପକ୍ଷରେ ଦିଆଯାଇଥିବା ୨୨୧,୦୦୦ ଭୋଟ୍‌ ବାଇଡେନ୍‌ଙ୍କ ସପକ୍ଷରେ ପରିବର୍ତ୍ତନ କରାଯାଇଛି । ତେବେ ଅପରପକ୍ଷରେ ଏଭଳି ଅଭିଯୋଗକୁ ଅସ୍ୱୀକାର କରିଥିଲା କମ୍ପାନୀ ।

ମେହବୁବା ମୁଫତିଙ୍କୁ ଝଟକା: ପିଡିପି ଛାଡ଼ିଲେ ପ୍ରତିଷ୍ଠାତା ସଦସ୍ୟ

0

ଶ୍ରୀନଗର: ଶନିବାର ପିଡିପିରୁ ଇସ୍ତଫା ଦେଇଛନ୍ତି ଦଳର ବରିଷ୍ଠ ନେତା ମୁଜାଫର ହୁସେନ ବେଗ୍ । ଆସନ ଭାଗବଣ୍ଟା ନେଇ ସେ ଅସନ୍ତୁଷ୍ଟ ଥିବା ବେଳେ ସେ ଏଥିଯୋଗୁଁ ଇସ୍ତଫା ଦେଇଥିବା ସୂଚନା । ଦଳର ପ୍ରତିଷ୍ଠାତା ସଦସ୍ୟ ମୁଜାଫର ହୁସେନ ଜିଲ୍ଲା ଉନ୍ନୟନ ପରିଷଦ ନିର୍ବାଚନ ନେଇ ହୋଇଥିବା ଆସନ ଭାଗବଣ୍ଟାରେ ଅସନ୍ତୋଷ ଥିଲେ । ୧୯୯୮ ମସିହାରୁ ଦଳ ସହ ଜଡ଼ିତ ଥିଲେ ମୁଜାଫର । ସେ ନିଜ ଇସ୍ତଫା ଦଳ ମୁଖ୍ୟ ମେହବୁବା ମୁଫତିଙ୍କୁ ପଠାଇଥିବା ସୂଚନା । ତେବେ ଏଯାଏଁ ମୁଜାଫରଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।

ତେବେ ପାର୍ଟି ପକ୍ଷରୁ ମଧ୍ୟ ସେ ଆସନ ଭାଗବଣ୍ଟା ନେଇ ଅସନ୍ତୋଷ ଥିବା କୁହାଯାଇଛି । ବିଶେଷ କରି ଉତ୍ତର କଶ୍ମୀରରେ ଆସନ ଭାଗବଣ୍ଟା ନେଇ ସେ ଅସନ୍ତୁଷ୍ଟ ।

କେମିତି ମହାନଦୀକୁ ଖସିପଡ଼ିଲେ ପତ୍ନୀ ? ଅମ୍ଲାନ କହିଲେ…

ଦିଲ୍ଲୀରେ ବଢ଼ୁଛି ସଂକ୍ରମଣ: ୭୫୦ ଆଇସିୟୁ ବେଡ୍ ଯୋଗାଇବାକୁ କେନ୍ଦ୍ରର ପ୍ରତିଶ୍ରୁତି

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପୁଣି କଡ଼ ଲେଉଟାଇଲଣି ମହାମାରୀ କରୋନା ଭୂତାଣୁ । ଏହାର ମୁକାବିଲା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ।  ଆଗାମୀ ଦିନରେ ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ରବିବାର ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ଅମିତ ଶାହାଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ଉପରାଜ୍ୟପାଳ ଅନିଲ ବୈଜଲ,କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଓ ସ୍ୱାସ୍ଥ୍ୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।  କରୋନାର ମୁକାବିଲା ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସଂଗଠନ କାମ କରିବା ଉଚିତ ବୋଲି କହିଛନ୍ତି କେଜ୍ରିଓ୍ୱାଲ । ସଂକ୍ରମଣ ବଢୁଥିବା ଅଞ୍ଚଳରେ ଅଧିକରୁ ଅଧିକ ଟେଷ୍ଟିଂ କରିବା ଉପରେ ଫୋକସ୍ ଦିଆଯାଇଛି ।

ମାଂସରେ କରୋନା ଭୂତାଣୁ… କିଛି ଦିନ ବ୍ୟାନ କରିବାକୁ ସରକାରଙ୍କ ନିର୍ଦ୍ଦେଶ

ICU ବେଡକୁ ନେଇ ଅଧିକ ଚିନ୍ତା ରହିଛି । ଏଭଳି ସ୍ଥତିରେ ମୋଟ ୭୫୦ ଆଇସିୟୁ ବେଡ୍ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛି କେନ୍ଦ୍ର । ୨ ଦିନ ମଧ୍ୟରେ ୫୦୦ ICU ବେଡ ଯୋଗାଇ ଦିଆଯିବ ଏବଂ ଅନ୍ୟ ୨୫୦ ବେଡ୍ ପରେ ଯୋଗାଇଦିଆଯିବ ବୋଲି କୁହାଯାଇଛି । ଦିଲ୍ଲୀରେ ପ୍ରଦୂଷଣ ଯୋଗୁଁ ସଂକ୍ରମଣ ବଢୁଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି  । ଏବେ ଦିଲ୍ଲୀରେ ୪ ଲକ୍ଷ ୮୦ ହଜାରରୁ ଅଧିକ ସଂକ୍ରମିତ ଅଛନ୍ତି । ପ୍ରଦୂଷଣ ଓ କରୋନା ସଂକ୍ରମଣ କମାଇବା ପାଇଁ ଆଲୋଚନା ହୋଇଛି । । ଶୀତ ବଢ଼ିଲେ ଦୈନିକ ୧୫ ହଜାର ପର୍ଯ୍ୟନ୍ତ କରୋନା ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

କାଲିଠୁ ଖୋଲିବ ସମସ୍ତ ଧାର୍ମିକ ସ୍ଥଳ

0

ମୁମ୍ୱାଇ: କାଲିଠୁ ମହାରାଷ୍ଟ୍ରରେ ଖୋଲିବ ସମସ୍ତ ଧାର୍ମିକସ୍ଥଳୀ । ଏ ନେଇ ଗାଇଡଲାଇନ୍ ଜାରି କରିଛନ୍ତି ମହାରାଷ୍ଟ୍ର ସରକାର । ମନ୍ଦିର ଓ ମସଜିଦକୁ ଯିବାକୁ ହେଲେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସେହିଭଳି ସାମାଜିକ ଦୂରତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ପରେ ଆଶ୍ୱସ୍ତି ଲାଭ କରିଛନ୍ତି ଭକ୍ତ । ସମସ୍ତ ଧାର୍ମିକସ୍ଥଳୀକୁ ନିୟମିତ ବିଷୋଧନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଠିକ୍ ସମୟରେ ମହାରାଷ୍ଟ୍ରରେ ଧାର୍ମିକସ୍ଥଳୀ ଖୋଲାଯାଇଥିବା କହିଛନ୍ତି ରାଜ୍ୟ ସରକାର । ଜୁନ୍ ୮ ତାରିଖରୁ ଦେଶରେ ସମସ୍ତ ଧାର୍ମିକସ୍ଥଳୀ ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ ମଧ୍ୟ ମହାରାଷ୍ଟ୍ର ସରକାର ଏହା ଉପରେ ରୋକ୍ ଲଗାଇଥିଲେ .ଯାହାକୁ ନେଇ ଆରମ୍ଭ ହୋଇଥିଲା ରାଜନୀତି । ମହାରାଷ୍ଟ୍ରରେ ସବୁଠୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ନୀତୀଶଙ୍କ ସହ ଶପଥ ନେବେ ୨ ଉପ-ମୁଖ୍ୟମନ୍ତ୍ରୀ

ନୀତୀଶଙ୍କ ସହ ଶପଥ ନେବେ ୨ ଉପ-ମୁଖ୍ୟମନ୍ତ୍ରୀ

ପାଟଣା: ଲଗାତାର ୪ର୍ଥ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର । ତେବେ ସୁଶୀଲ ମୋଦି ଉପ-ମୁଖ୍ୟମନ୍ତ୍ରୀ ପଦରୁ ଓହରିଥିବା ବେଳେ ନୂଆ ୨ ବିଜେପି ନେତା ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିବେ । ରବିବାର ପାଟଣାରେ ବସିଥିବା ଜାତୀୟ ଗଣତାନ୍ତ୍ରତିକ ମେଣ୍ଟ(ଏନଡିଏ)ର ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ, ବରିଷ୍ଠ ବିଜେପି ବିଧାୟକ ତାରକିଶୋର ପ୍ରସାଦ ଓ ରେଣୁ ଦେବୀ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କାରିବେ । ତେବେ ପୂର୍ବ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ବରିଷ୍ଠ ବିଜେପି ନେତା ସୁଶୀଲ ମୋଦୀଙ୍କୁ ଏଥର ଉପମୁଖ୍ୟମନ୍ତ୍ରୀ ବଦଳରେ ଅନ୍ୟ କୌଣସି କ୍ୟାବିନେଟ୍ ମନ୍ତ୍ରୀଭାବେ ସୁଯୋଗ ଦିଆଯିବାର ସମ୍ଭାବନା ରହିଛି ।

ଆଜି ବସିଥିବା ଏନଡିଏ ବୈଠକରେ ନୀତିଶଙ୍କୁ ବିହାରରେ ଏନଡିଏର ମୁଖ୍ୟ ଓ ଏନଡିଏ ବିଧାୟକ ଦଳର ମୁଖ୍ୟ ଭାବେ ଚୟନ କରାଯାଇଛି । ଏହାପରେ ସେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି । ଆସନ୍ତା କାଲି ଅପରାହ୍ଣ ସାଢେ ୪ଟା ସମୟରେ ଶପଥ ଗ୍ରହଣ ସମାରୋହ ହେବାର ସମ୍ଭାବନା ରହିଛି । ନିକଟରେ ହୋଇଥିବା ନିର୍ବାଚନରେ ବିଜେପି ୭୪ଟି, ଜେଡିୟୁ ୪୩ ଓ ଏନଡିଏର ଅନ୍ୟ ସହଯୋଗୀ ଦଳମାନେ ୮ଟି ଆସନରେ ବିଜୟ ଲାଭ କରିଥିଲେ ।