spot_img
Home Blog Page 6423

ସିସିଟିଭିରେ କଏଦ ହେଲା ଲୁଟ୍‌‌ ଭିଡିଓ, ଦେଖନ୍ତୁ ଲାଇଭ୍‌

ବଲାଙ୍ଗିର: ସିସିଟିଭିରେ କଏଦ ହେଲା ଲୁଟ୍‌ର ଲାଇଭ୍‌ ଭିଡିଓ । ଦୋକାନ ମାଲିକଙ୍କୁ ବନ୍ଧୁକ ଦେଖାଇ ଲୁଟିଲେ ଦୁର୍ବୃତ୍ତ । ଏଭଳି ଘଟଣା ସାମ୍ନା ଆସିଛି ବଲାଙ୍ଗିର ଜିଲ୍ଲାରୁ । ଦୁର୍ବୃତ୍ତମାନେ ଆସିବା ସମୟଠାରୁ ଆରମ୍ଭ କରି ଲୁଟ୍‌ କରିବା ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ବଲାଙ୍ଗିର ରେଲଓ୍ୱେ ଷ୍ଟେସନ୍ ରାସ୍ତାରେ ଥିବା ମେହେର ବ୍ୟାଟେରୀ ଦୋକାନରୁ ହୋଇଛି ଲୁଟ୍‌ । ରବିବାର ରାତି ପ୍ରାୟ ୯ଟା ବେଳେ ଦୋକାନର କର୍ମଚାରୀମାନେ ଘରକୁ ଚାଲିଯାଇଥିଲେ । ଆଉ ଦୋକାନରେ କେବଳ ମାଲିକ ଓ ତାଙ୍କ ଭାଇ ଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ଆସି ଦୋକାନ ସମ୍ମୁଖରେ ପହଞ୍ଚି ଲୁଟ୍‌ କରିଥିଲେ ।

Bolangir LOOT

ତେବେ ସବୁଠାରୁ ବଡ଼ କଥା ହେଲା ଦୋକାନ ମାଲିକଙ୍କ ସହ ପ୍ରଥମେ ଦୁଇ ଜଣ ଦୁର୍ବୃତ୍ତ ଆସି ଅତି ଭଦ୍ର ଲୋକ ଭଳି କଥା ହୋଇଥିଲା । ସେହି ଦୁଇ ଜଣ କଥା ହେବାର କିଛି ସମୟ ପରେ ଆଉ ଦୁଇ ଜଣ ଦୁର୍ବୃତ୍ତ ଆସି ପହଞ୍ଚିଥିଲେ । ଏହାପରେ ସେମାନେ ବନ୍ଧୁକ ଦେଖାଇ ଦୋକାନର ଲକ‌ର ଭାଙ୍ଗି ଲୁଟ୍‌ କରିବାକୁ ଚେଷ୍ଟା କରିଥିଲେ । ହେଲେ ସେଥିରେ ସେମାନେ ବିଫଳ ହୋଇଥିଲେ । ଲକର ଭାଙ୍ଗିବାରେ ଅସଫଳ ହେବାରୁ ସେମାନେ ଦୋକାନ ମାଲିକ ପାଖରେ ଥିବା ନଗଦ ଟଙ୍କା, ପିନ୍ଧି ଥିବା ସମସ୍ତ ସୁନା ଗହଣା ଓ ୩ ମୋବାଇଲ ଲୁଟି ନେଇଥିଲେ ।

Bolangir LOOT

ଏହି ୪ ଜଣ ଲୁଟେରାଙ୍କ ପାଖରେ ୪ଟି ବନ୍ଧୁକ ଥିଲା । ଦୁଇ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଭୟଭୀତ କରୁଥିବା ବେଳେ ଅନ୍ୟ ଦୁଇ ଜଣ ଲୁଟ୍‌ପାଟ୍‌ କରୁଥିଲେ । ତେବେ ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ରାତି ୯ଟାରେ ଲୁଟ୍ ଏଭଳି ଲୁଟ୍‌ ହୋଇଛି, ଯାହାକି ଲୋକଙ୍କ ମନରେ ହଜମ ହେଉ ନାହିଁ । ଅନ୍ୟପଟେ ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ବଲାଙ୍ଗିର ଏସ୍‌ପି ସନ୍ଦୀପ ସମ୍ପଦ ଓ ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ଘଟଣାସ୍ଥଳରେ ପହଞ୍ଚିଛନ୍ତି ସିସିଟିଭି ଫୁଟେଜ୍‌କୁ ଆଧାର କରି ପଚରାଉଚରା ଆରମ୍ଭ କରିଛନ୍ତି ।

କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ: ନିଶାଖୋର କଙ୍ଗନାଙ୍କୁ ସାକ୍ଷାତ କଲେ ରାଜ୍ୟପାଳ

ମୁମ୍ବାଇ: କଙ୍ଗନା ରନୌତ ରବିବାରକୁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କୁ ସାକ୍ଷାତ କରିଛନ୍ତି । କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ଦୁଇଜଣ ରାଜ୍ୟପାଳଙ୍କୁ ସାକ୍ଷାତ କରିବା ପାଇଁ ରାଜ୍ୟଭବନ ଯାଇଥିଲେ । ପ୍ରାୟ ୪୫ ମିନିଟ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ମାମଲାକୁ ନେଇ କଂଗ୍ରେସ ନେତା ଉଦିତ ରାଜ୍ ଫିଲ୍ମ ଅଭିନେତ୍ରୀ କଙ୍ଗନା ରନୌତଙ୍କୁ ନିଶାଖୋର କହି ରାଜ୍ୟପାଳଙ୍କ ସହିତ ସାକ୍ଷାତକୁ ନେଇ ଟାର୍ଗେଟ କରିଛନ୍ତି । ନିଶାଖୋର କଙ୍ଗନା ଆଜି ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ବୋଲି ବିବାଦୀୟ ବୟାନ ଦେଇଛନ୍ତି । କେବଳ ସେତିକି ନୁହେଁ ମୋଦି ମିଡିଆ, ଭାଜପା ଆଇଟି ସେଲ ଏବଂ ଭକ୍ତ ସମସ୍ତଙ୍କୁ ସମର୍ଥନ କରୁଛନ୍ତି ବୋଲି ମଧ୍ୟ ସେ ତାଙ୍କ ବୟାନରେ ଉଲ୍ଲେଖ କରିଛନ୍ତି ।


ଏହା ପୂର୍ବରୁ କଂଗ୍ରେସ ନେତା କଙ୍ଗନାଙ୍କୁ ହାରାମଖୋର ଝିଅ ବୋଲି କହିଥିଲେ । ଅବଶ୍ୟ ତାଙ୍କ କହିବାର ଅର୍ଥ ତାହା ନଥିଲା ବୋଲି ସେ ପରେ ସେ ନିଜର ମତ ରଖିଥିଲେ । ଯେଉଁଥିରେ ଏହାର ଅର୍ଥ ନଟି ବୋଲି କହିଥିଲେ । ତେବେ ତାଙ୍କ ସହିତ ଅଭଦ୍ର ଭଳି ବ୍ୟବହାର କରାଯାଇଥିବା ମିଡିଆ ସାମ୍ନାରେ ବୟାନ ଦେଇଛନ୍ତି ବଲିଉଡ କୁଇନ । ଏହା ସହିତ ରାଜ୍ୟପାଳ ନିଜ ଝିଅ ଭଳି ତାଙ୍କ କଥା ଶୁଣିଛନ୍ତି ଏବଂ ତାଙ୍କୁ ନ୍ୟାୟ ମିଳିବ ବୋଲି ସେ ଆଶା ରଖିଥିବା ଜଣାଇଛନ୍ତି ।

ରାଜ୍ୟରେ ଜଙ୍ଗଲ ବିଭାଗରେ ଆସିବ ସ୍ୱଚ୍ଛତା, ୪୧ ବର୍ଷର ଆଇନରେ ସଂଶୋଧନ…

ଭୁବନେଶ୍ୱର: ରାଜ୍ୟରେ ଜଙ୍ଗଲ ବିଭାଗରେ ଆସିବ ସ୍ବଚ୍ଛତା  । ଏଥିପାଇଁ ୪୧ବର୍ଷର ପୁରୁଣା ବନ ସଂହିତାକୁ ସଂଶୋଧନ କରିଛନ୍ତି ରାଜ୍ୟ ସରକାର  ।  ୧୯୭୯ ମସିହାରେ ଗଠିତ ହୋଇଥିବା ବନାଞ୍ଚଳ ସଂହିତା ସଂଶୋଧନକୁ  ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି । ସଂଶୋଧିତ ବନ ସଂହିତା ଅନୁସାରେ ଜଙ୍ଗଲ ବିଭାଗକୁ ୮ଟି ଆଞ୍ଚଳିକ ସର୍କଲରେ ବିଭକ୍ତ କରାଯାଇଛି  । ପ୍ରତ୍ୟେକ ସର୍କଲରେ ଜଣେଜଣେ ବନ ସଂରକ୍ଷକ ରହିବେ  ।

ବିଭାଗର ଆକାଉଣ୍ଟିଂ ବ୍ୟବସ୍ତାରେ ନୂଆ ନୀତି ଅବଲମ୍ବନ କରାଯିବ  । ଏହାକୁ ରାଜ୍ୟ ସମନ୍ୱିତ ଆର୍ଥିକ ପରିଚାଳନା ସହ ସଂଯୁକ୍ତ କରାଯିବ  । ବନାଞ୍ଚଳରେ ନିର୍ମାଣ କାର୍ଯ୍ୟ ଏବଂ ଟେଣ୍ଡର ବ୍ୟବସ୍ଥାରେ ସ୍ୱଚ୍ଛତା ଅଣାଯିବ  ।  ପ୍ରଧାନ ମୁଖ୍ୟ ବନସଂରକ୍ଷକ, ବନାଞ୍ଚଳ ଅଧିକାରୀ ଓ ଆଞ୍ଚଳିକ ମୂଖ୍ୟ ବନ ସଂରକ୍ଷକଙ୍କୁ ବିତ୍ତୀୟ କ୍ଷମତା ଦିଆଯିବ  ।  ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅନୁଗୁଳ ବନାଞ୍ଚଳ ଅଧିନରେ ଆସୁଥିବାବେଳେ ଶିମିଳିପାଳ ବାରିପଦା ଅଧିନରେ ଆସିବ  । ପ୍ରଶିକ୍ଷଣ ଓ ଉନ୍ନୟ ପାଇଁ କଟକରେ ଅଣ-ବନାଞ୍ଚଳ ସର୍କଲ ରହିବ  ।

‘୨୦୨୧ ପ୍ରଥମାର୍ଦ୍ଧରେ କରୋନା ଟିକା ସମ୍ଭବ’

ନୂଆଦିଲ୍ଲୀ: ଦେଶରେ କରୋନା ରୋଗୀଙ୍କ ସଂଖ୍ୟ ନିରନ୍ତରଭାବେ ବଢ଼ିଚାଲିଛି । ଗତ କିଛି ଦିନରେ ୯୦ ହଜାରରୁ ଅଧିକ ରୋଗୀ ପ୍ରତିଦିନ ସାମ୍ନାକୁ ଆସୁଛ ନ୍ତି । ଏଭଳି ସମୟରେ କରୋନା ଭାଇରସର ଟିକା ଆସିବାକୁ ଅପେକ୍ଷା କରିଛନ୍ତି ଲୋକେ । ବିଶ୍ୱର ବିଭିନ୍ନ ଦେଶ ଟିକା ଆବିଷ୍କାର ନେଇ ଲାଗିପଡ଼ିଥିବା ବେଳେ ଭାରତ ମଧ୍ୟ ଏଥିରେ ସାମିଲ ହୋଇଛି । ତେବେ ଆସନ୍ତା ବର୍ଷ ଚାରିମାସରେ ଟିକା ପ୍ରସ୍ତୁତ ହୋଇପାରେ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ।

ସାମାଜିକ ଗଣମାଧ୍ୟମରେ ବାର୍ତ୍ତାଳାପ କାର୍ଯ୍ୟକ୍ରମ ‘ରବିବାର ସମ୍ବାଦ’ର ପ୍ରଥମ ଅଧ୍ୟାୟରେ ଉଦ୍‌ବୋଧନ ଦେଇ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । ବ୍ରିଟିସ୍ ଔଷଧ ନିୟନ୍ତ୍ରକମାନେ ସ୍ଥଗିତ ଥିବା ଆଷ୍ଟ୍ରାଜେନିକା ନିର୍ମିତ କୋଭିଡ୍-୧୯ ଟିକା ପୁନଃପରୀକ୍ଷା କରିବାକୁ ଅନୁମତି ଦେବାର ଗୋଟିଏ ଦିନ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଏ ଭଳି ମନ୍ତବ୍ୟ ଦେଇଛନ୍ତି। ଇଂଲଣ୍ଡ୍‌ ସ୍ଥଗିତ ରଖିବା ଦେଖି ଭାରତର ଡ୍ରଗ୍ କଣ୍ଟ୍ରୋଲର୍‌ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପରେ ଆଷ୍ଟ୍ରାଜେନିକାର ଭାରତୀୟ ଅଂଶୀଦାର ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ ମଧ୍ୟ ଟିକା ପରୀକ୍ଷା ବନ୍ଦ କରି ଦେଇଥିଲା। ତେବେ ବିଟ୍ରେନରେ ଆଷ୍ଟ୍ରେଜେନିକାର ଟ୍ରାଏଲ ଆରମ୍ଭ ହୋଇଥିଲେ ସୁଦ୍ଧା ଭାରତରେ ଟ୍ରାଏଲ ନେଇ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି ଡ୍ରଗ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ।

ସ୍ବାସ୍ଥ୍ୟ ମନ୍ତ୍ରୀ ଭରସା ଦେଇ କହିଛନ୍ତି ଯେ, ଟିକାର ମାନବୀୟ ପରୀକ୍ଷାରେ ସରକାର ପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଛନ୍ତି। ସେ କହିଛନ୍ତି, ଟିକା ନିରାପତ୍ତା, ମୂଲ୍ୟ, ନିର‌ପେକ୍ଷତା, କୋଲ୍‌ଡ୍‌-ଚେନ୍ ଆବଶ୍ୟକତା, ଉତ୍ପାଦନ କାଳ ଆଦି ସମ୍ବନ୍ଧରେ ମଧ୍ୟ ବ୍ୟାପକ ଆଲୋଚନା ଚାଲିଛି। ଟିକା ପ୍ରସ୍ତୁତ ହୋଇଗଲେ ନିହାତି ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ପ୍ରଥମେ ଦିଆଯିବ। କିନ୍ତୁ, ସେ କହିଲେ, ନିଜେ ପ୍ରଥମ ଟିକାଟି ନେଲେ ଖୁସି ହେବେ ।

୯୦୦ କୋଟି ମୂଲ୍ୟର ୩ ପେଟ୍ରୋଲିୟମ୍ ପ୍ରକଳ୍ପର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାଖେଇ ଆସୁଛି ବିହାର ନିର୍ବାଚନ  । ତା’ ପୂର୍ବରୁ ବିହାରରେ ପେଟ୍ରୋଲିୟମ କ୍ଷେତ୍ରରେ ୩ଟି ବଡ ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ  । ଯେଉଁଥି ଲାଗି ଖର୍ଚ୍ଚ ହେବ ୯୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ପାରାଦୀପ-ହଲଦିଆ-ଦୁର୍ଗାପୁର ଗ୍ୟାସ ପାଇପଲାଇନ ବିସ୍ତାର ସହ ଦୁଇଟି ଗ୍ୟାସ ବଟଲିଂ ପ୍ଲାଣ୍ଟର ମଧ୍ୟ ଉଦଘାଟନ କରିଛନ୍ତି ମୋଦି । ୧୯୩ କିଲୋମିଟର ଧରି ପାରାଦୀପ-ହଲଦିଆ-ଦୁର୍ଗାପୁର ଗ୍ୟାସ ପାଇପଲାଇନ ବିସ୍ତାର ପାଇଁ ଗତବର୍ଷ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ  । ଏଥିସହ ବିହାରର ବାଙ୍କାରେ ଗ୍ୟାସ ବଟଲିଂ ପ୍ଲାଣ୍ଟର ଉଦଘାଟନ କରାଯାଇଛି  । ଯାହା ଆତ୍ମନିର୍ଭର ଭାରତ ଯୋଜନାକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇବ  ।  ଏବେ ସାରା ବିହାରବାସୀ LPG ଗ୍ୟାସ କନେକସନ୍ ପାଇପାରିବେ । ଅନ୍ୟ ସହର ଭଳି ମଧ୍ୟ ବିହାରୀବାସ ସମସ୍ତ ସୁବିଧା ପାଇପାରିବେ  । ଉଜ୍ଜଳା ଯୋଜନା ମାଧ୍ୟମରେ ସାରା ଦେଶରେ ଏବେ ପ୍ରାୟ ୮ କୋଟି ଗରିବ ଲୋକେ ଗ୍ୟାସ କନେକସନ୍ ପାଇଛନ୍ତି । ବିହାରବାସୀ ଯେଭଳି ସମସ୍ତ ସୁବିଧା ପାଇପାରିବେ ସେ କାମ କାମ ଆଗେଇ ଚାଲିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଉଦଘାଟନୀ ଅବସରରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉପସ୍ଥିତ ଥିଲେ  ।

କାଲି ସଂସଦ ଅଧିବେଶନ; କ’ଣ ରହିଛି ବିରୋଧୀ ଓ ସରକାରଙ୍କ ପ୍ରସ୍ତୁତି, କେଉଁ ପ୍ରସଙ୍ଗରେ ହେବ ଆଲୋଚନା, ଜାଣନ୍ତୁ…

କାଲି ସଂସଦ ଅଧିବେଶନ; କ’ଣ ରହିଛି ବିରୋଧୀ ଓ ସରକାରଙ୍କ ପ୍ରସ୍ତୁତି, କେଉଁ ପ୍ରସଙ୍ଗରେ ହେବ ଆଲୋଚନା, ଜାଣନ୍ତୁ…

ନୂଆଦିଲ୍ଲୀ: କାଲି ସଂସଦ ଅଧିବେଶନ ବସିବ । କରୋନା କାଳର ବିଳମ୍ୱ ପରେ ସରକାର ସଂସଦ ଅଧିବେଶନ ପାଇଁ ନିଷ୍ପତ୍ତି ନେଲେ । ହେଲେ ପ୍ରଶ୍ନ କାଳକୁ ଅନୁମତି ମିଳିଲାଣି । ପ୍ରଶ୍ନ କାଳ ନରହିଲେ କାର୍ଯ୍ୟପାଳିକାର ଉତ୍ତରଦାୟିତ୍ୱ କମିବ ବୋଲି କହି ବିରୋଧୀ ସରକାରଙ୍କୁ ପ୍ରଶ୍ନ କଲେ । ତେବେ ପ୍ରଶ୍ନକୁ ଲୁଚିବା ପାଇଁ ହେଉ କିମ୍ୱା କରୋନା ବେଳେ ସ୍ୱାସ୍ଥ୍ୟଜନିତ ଦାୟିତ୍ୱବୋଧ ଦେଖାଇବା ପାଇଁ ହେଉ, ସରକାର ନିଜ ନିଷ୍ପତ୍ତିରେ ଅଟଳ ରହିଲେ । ଏଇ ଭିତରେ ଆରମ୍ଭ ହେଉଛି ଚଳିତ ଥର ମୌସୁମୀ ଅଧିବେଶନ । ତେବେ ଅଧିବେଶନରେ ଆଲୋଚନା ପାଇଁ ପ୍ରସଙ୍ଗର ଅଭାବ ନାହିଁ । ଦେଶ, ଅତି କମରେ ଦୁଇ ଦଶନ୍ଧୀରେ ଏଭଳି ଏକ ସ୍ଥିତି ଦେଖିନଥିଲା । ବିତ୍ତୀୟ ସମସ୍ୟାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟଜନିତ ସମସ୍ୟା ଓ ଦେଶରେ ନିଯୁକ୍ତି ଅଭାବ ଭଳି ପ୍ରସଙ୍ଗ ସରକାରଙ୍କୁ ସଂସଦରେ ମୁହଁ ଲୁଚାଇବାକୁ ବାଧ୍ୟ କରିପାରେ । ତେବେ ଅଧିବେଶନ ପାଇଁ କେମିତି ପ୍ରସ୍ତୁତି କରିଛନ୍ତି ସରକାର ଓ ବିରୋଧୀ ?

ବିରୋଧୀଙ୍କ ପ୍ରସ୍ତୁତି କେମିତି ?

ସରକାର ୧୧ଟି ବିଧେୟକ ଅଧ୍ୟାଦେଶ ଆଧାରରେ ଆଣିଛନ୍ତି । ଏବେ ସେସବୁକୁ ସଂସଦ ଆଗରେ ଉପସ୍ଥାପନ କରିବେ । ୧୧ଟି ମଧ୍ୟରୁ ୪ଟି ବିବାଦୀୟ ବିଧେୟକ ଉପରେ ବିରୋଧୀ ସରକାରଙ୍କୁ ପ୍ରଶ୍ନ କରିବେ । ବିଲର ଉଦ୍ଦେଶ୍ୟ ଓ ସମସ୍ୟାକୁ ନେଇ ବିରୋଧୀ ଆଲୋଚନା ଲୋଡ଼ିବେ । ମୁଖ୍ୟତଃ ଦେଶରେ ବ୍ୟାଙ୍କିଙ୍ଗ୍ ରେଗୁଲେସନରେ ହୋଇଥିବା ସଂଶୋଧନ ଓ କୃଷି କ୍ଷେତ୍ରରେ ହୋଇଥିବା ପ୍ରମୁଖ ୩ଟି ବିଧେୟକକୁ ବିରୋଧୀ ଘେରିବେ । କଂଗ୍ରେସ ଦଳ ନେତା ଜୟରାମ ରମେଶ ସରକାରଙ୍କୁ ଘେରିବା ପାଇଁ  ଅନ୍ୟ ବିରୋଧୀ ଦଳଙ୍କର ସମର୍ଥନ ମଧ୍ୟ ଲୋଡ଼ିଛନ୍ତି । ଏକାଠି ହୋଇ ସରକାରଙ୍କୁ ଉତ୍ତର ମାଗିଲେ ସୁସ୍ଥ ଗଣତନ୍ତ୍ରଟିଏ ଦେଖିବାକୁ ମିଳିପାରେ ।

ଏସବୁ ବ୍ୟତୀତ କରୋନା ଭିତରେ ୩ଟି ପ୍ରମୁଖ ପ୍ରସଙ୍ଗ, ଏବେ ସବୁଠାରୁ ଅଧିକ ଆଲୋଚନାର ବିଷୟବସ୍ତୁ । କରୋନା ମହାମାରୀ ସମୟରେ ପରିଚାଳନାଗତ ତ୍ରୁଟି, ନିମ୍ନଗାମୀ ଅର୍ଥନୀତି ଓ ଭାରତ-ଚୀନ ମଧ୍ୟରେ ଥିବା ସୀମା ବିବାଦକୁ ନେଇ ସଂସଦରେ ହଟ୍ଟଗୋଳ ହେବା ଏକପ୍ରକାରର ନିଶ୍ଚିତ । ସରକାର ଏସବୁର ଉତ୍ତର ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ଏସବୁ ବାଦ, କିଛି ଏଭଳି ପ୍ରସଙ୍ଗ ରହିଛି, ଯାହା ଉପରେ ମଧ୍ୟ ବିରୋଧୀ ଆଲୋଚନା କରିପାରନ୍ତି । ପିଏମ କେୟାର ଫଣ୍ଡରେ ସରକାର ତଥ୍ୟ ନଦେବା ଓ ଲକଡାଉନ୍ ବେଳେ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବାରେ ହୋଇଥିବା ସମସ୍ୟା ଉପରେ ମଧ୍ୟ ଆଲୋଚନା ହେବ । ଅନେକ ଶ୍ରମିକ ଦେଶର ଗୋଟିଏ କୋଣ ଅନ୍ୟ କୋଣକୁ ଚାଲିଚାଲି ଫେରିଛନ୍ତି । ଅନେକ ଅଧାରାସ୍ତାରେ ଜୀବନ ବି ଛାଡ଼ିଛନ୍ତି । ସରକାର ଜୀବନ ମୂଲ୍ୟ କେତେ ବୁଝିଲେ, ତା’ ଉତ୍ତର ପାଖରେ ରଖନ୍ତୁ । ସଂସଦରେ ସଫଇ ଦେବାରେ କାମ ଦେବ । ଶ୍ରମିକଙ୍କ ଜୀବନ ତ ଫେରିବନି, ହେଲେ ସରକାରଙ୍କ ଉତ୍ତର ସାରା ଦେଶବାସୀ ଚାହିଁବେ, ନିହାତି । ଏସବୁ ରହିଲା ପ୍ରସଙ୍ଗ । ମାତ୍ର ପ୍ରସଙ୍ଗକୁ ବିରୋଧୀ କିଭଳି ଭାବେ ଉପସ୍ଥାପିତ କରୁଛନ୍ତି ସେନେଇ ଅନେକ ଆଶଙ୍କା । ବିରୋଧୀ ମୋଦୀ-ରାଜରେ ଏକ ସ୍ୱରରେ ଗର୍ଜିପାରିବେ କି ନାହିଁ ତାହା ଏକ ବଡ଼ ପ୍ରଶ୍ନ । ବିରୋଧୀଙ୍କର ମତ ମେଳ ନଖାଇଲେ ବିରୋଧ ପ୍ରଭାବଶୂନ୍ୟ ହେବ, ନିଶ୍ଚୟ ।

ସରକାରଙ୍କ ପ୍ରସ୍ତୁତି କ’ଣ ?

ପ୍ରଥମ ଦିନରେ, କେନ୍ଦ୍ର ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ (ସଂଶୋଧନ) ବିଲ୍, ୨୦୨୦କୁ ପ୍ରତ୍ୟାହାର କରିବାକୁ ସ୍ଥିର କରିଛି ସରକାର । ଏଥିପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଏକ ପ୍ରସ୍ତାବ ରଖିବେ। ବ୍ୟାଙ୍କ ନିୟମାବଳୀ ଅଧିନିୟମ, ୧୯୪୯ରେ ସଂଶୋଧନ ପାଇଁ ଚଳିତ ବର୍ଷ ମାର୍ଚ୍ଚ ୩ରେ ଲୋକସଭାରେ ବଜେଟ୍ ଅଧିବେଶନରେ ଏହି ବିଲ୍ ଆଗତ କରାଯାଇଥିଲା। ଏବେ ଏହାକୁ ହଟେଇ ନୂଆ ଆଇନ ପାଇଁ ସରକାର ପ୍ରସ୍ତୁତି ଚଳାଉଛନ୍ତି । ଏହା ବ୍ୟତୀତ, ସରକାର, Banking Regulation (Amendment) Bill, 2020,  Members of Parliament (Amendment) Bill, 2020, Essential Commodities (Amendment) Bill, 2020, Bilateral Netting of Qualified Financial Contracts Bill, 2020 ଭଳି ଅନେକ ବିଲ୍ ଆଗତ କରିବେ ।

 

 

ଚଳିତ ଆର୍ଥିକ ବର୍ଷରେ ୧.୨୦ ଲକ୍ଷ କୋଟି ଟଙ୍କା କୃଷି ଋଣ ଦେବ ନାବାର୍ଡ

ନୂଆଦିଲ୍ଲୀ: କରୋନା ସଂକଟ ଭିତରେ କୃଷି କ୍ଷେତ୍ରକୁ ସହାୟତା ଦେବା ପାଇଁ ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ଚଳିତ ଆର୍ଥିକ ବର୍ଷରେ ୧.୨୦ ଲକ୍ଷ କୋଟି ଟଙ୍କା ଫସଲ ଋଣ ଦେବ । ଏହାଦ୍ୱାରା କୃଷକ ଫସଲ ଉତ୍ପାଦନ ସହ ଜଡ଼ିତ ବ୍ୟୟ ପୂରା କରିପାରିବେ ବୋଲି ବ୍ୟାଙ୍କ କହିଛି । ଦେଶର ସର୍ବୋଚ୍ଚ କୃଷି ଆର୍ଥିକ ପ୍ରତିଷ୍ଠାନ ପ୍ରତିବର୍ଷ ୯୦ ହଜାର କୋଟି ଟଙ୍କାର ଫସଲ ଋଣ ସୁଧ ହାରରେ ଦେଇଥାଏ ।

Nabard to Give 1.20 Lakh Crore Farmers Loan This Financial Year

ନାବାର୍ଡ ଅଧ୍ୟକ୍ଷ କହିଛନ୍ତି- ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ ୧.୨୦ ଲକ୍ଷ କୋଟି ଟଙ୍କା କୃଷି ଋଣ ପ୍ରଦାନ କରିବ । ଏଥିରେ ୪୦ ହଜାର କୋଟି ମୂଲ୍ୟର ଋଣ ବ୍ୟାଙ୍କ ପୂର୍ବରୁ ବାଣ୍ଟି ସାରିଛି । ଭାରତୀୟ ଉଦ୍ୟୋଗ ପରିଷଦ (CII)ର ଏକ କାର୍ଯ୍ୟକ୍ରମରେ ନାବାର୍ଡ ଅଧ୍ୟକ୍ଷ କହିଛନ୍ତି- ମହାମାରୀ ପାଇଁ କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି ।

Nabard to Give 1.20 Lakh Crore Farmers Loan This Financial Year

ଏଭଳି ପରିସ୍ଥିତିରେ, ଆତ୍ମନିର୍ଭରଶୀଳ ଭାରତ ପ୍ୟାକେଜ୍ ଅଧୀନରେ ଏକ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ସହାୟତାରେ ଏହା ଏହି ଅଞ୍ଚଳର ଭିତ୍ତିଭୂମିକୁ ମଜଭୁତ କରିବ । ନାବାର୍ଡ ଏକ ବୟାନରେ କହିଛି- ଯୋଜନା ପ୍ରକାରେ ୧୦ ହଜାର କୋଟି ଟଙ୍କ ଚଳିତ ଆର୍ଥିକ ବର୍ଷ ଓ ଆଗାମୀ ତିନ ବର୍ଷ ଯାଏଁ ପ୍ରତିବର୍ଷ ୩୦ ହଜାର କୋଟି ଟଙ୍କା ପ୍ରଦାନ କରାଯିବ ।

ରଘୁବଂଶ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏୟାରପୋର୍ଟରେ ପହଞ୍ଚିଲା RJD, ପରିବାର ଲୋକେ କଲେ ବାରଣ

ପାଟଣା: ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ପାର୍ଥିକ ଶରୀର ରବିବାର ସନ୍ଧ୍ୟାରେ ଏୟାରପୋର୍ଟରେ ପହଞ୍ଚିଥିଲା । ମରଶରୀର ଏୟାରପୋର୍ଟରେ ପହଞ୍ଚିବା ପୂର୍ବରୁ ହିଁ ରଘୁବଂଶ ପ୍ରସାଦ ସିଂହଙ୍କ ପରିବାର ଲୋକେ ସେଠାରେ ଉପସ୍ଥିତ ଥିଲେ । ଏୟାରପୋର୍ଟରେ ରାଷ୍ଟ୍ରୀୟ ଜନତା ଦଳ ଆରଜେଡି ନେତା ମଧ୍ୟ ପହଞ୍ଚିଥିଲେ । କିନ୍ତୁ ରଘୁବଂଶ ପ୍ରସାଦ ସିଂହଙ୍କ ପରିବାର ଲୋକେ ଶ୍ରଦ୍ଧାଞ୍ଜଳି ଦେବାକୁ ବାରଣ କରିଥିଲେ ।

            ରଘୁବଂଶ ପ୍ରସାଦଙ୍କ ପାର୍ଥିକ ଶରୀର ରବିବାର ସନ୍ଧ୍ୟା ୪ଟାରେ ଏମ୍ସଠାରୁ ନୂଆ ଦିଲ୍ଲୀ ଏୟାରପୋର୍ଟ ନିଆଯାଇଥିଲା । ଏଠାରୁ ସନ୍ଧ୍ୟା ସାଢ଼େ ୫ରେ ଇଣ୍ଡିଗୋ ବିମାନ ଯୋଗେ ପାଟଣା ଆଣାଯାଇଥିଲା । ଏଠାରୁ ତାଙ୍କ ମରଶରୀରକୁ ୧୪୩ ଏମ୍ଏଲ୍ଏ କଲୋନୀ କୌଟଲ୍ୟ ନଗର ନିଆଯାଇଛି । ରବିବାର ରାତିରେ କୌଟଲ୍ୟ ନଗରରେ ହିଁ ମରଶରୀରକୁ ରଖାଯିବ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମରଶରୀରକୁ ଶ୍ରଦ୍ଧାଞ୍ଜଳି ଦେବେ ।

ଏମିତି ଥିଲେ ରଘୁବଂଶ ପ୍ରସାଦ ସିଂ, ଚାଟୁକାରିତା ନୁହେଁ ସ୍ପଷ୍ଟବାଦିତାରେ କରୁଥିଲେ ବିଶ୍ୱାସ

ସୋମବାରର କାର୍ଯ୍ୟକ୍ରମ

ସୋମବାର ସାଢ଼େ ୯ଟାରେ ପାଟଣା ସ୍ଥିତ କୌଟଲ୍ୟ ନଗରରୁ ରଘୁବଂଶ ପ୍ରସାଦ ସିଂହଙ୍କ ପାର୍ଥୀବ ଶରୀରକୁ ହଜିପୁର ଲାଲଗଞ୍ଜ ବଜାର ହେଇ ବୈଶାଳି ଗଢ଼ ନିଆଯିବ । ଏଠାରେ ପାର୍ଥୀବ ଶରୀରର ଶେଷ ଦର୍ଶନ ପାଇଁ ରଖାଯିବ । ସେଠାରୁ ହଜିପୁର ଏବଂ ଜଢ଼ୁଆ ବଜାର ହୋଇ ପୈତୃକ ଆବାସ ପାନାପୁର ପହେମି ଆଡ଼େ ଯାତ୍ରା ଆରମ୍ଭ ହେବ

କରୋନାରୁ ସୁସ୍ଥ ହେଲେ ଆଉ ୩ ହଜାର ୩୬୩ ସଂକ୍ରମିତ

ଭୁବନେଶ୍ୱର: ବଢ଼ୁଛି ସଂକ୍ରମଣ, ଭାଙ୍ଗୁଛି ରେକର୍ଡ । ସୁସ୍ଥ ହେବାରେ ଲାଗିଛନ୍ତି କରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩ ହଜାର ୩୬୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଏଥିସହ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୮ ହଜାର ୬୪୨ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୦୬ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୪୮ ଜଣ, ପୁରୀ ୨୮୦, ମୟୂରଭଞ୍ଜ ୨୦୬, ରାୟଗଡ଼ା ୧୭୩, ଭଦ୍ରକ ୧୪୪, ସୁନ୍ଦରଗଡ଼ ୧୨୦, ଝାରସୁଗୁଡ଼ା ୧୧୯, ବରଗଡ଼ ୧୧୬, ଗଞ୍ଜାମ ୧୧୦, କଳାହାଣ୍ଡି ୮୯, ସୋନପୁର ୮୭, କନ୍ଧମାଳ ୮୫, କୋରାପୁଟ ୭୧, ବାଲେଶ୍ୱର ଓ ସମ୍ବଲପୁର ୬୬ ଜଣ ଲେଖାଏଁ, ବୌଦ୍ଧ ୬୫, ନୟାଗଡ଼ ୫୮, କେନ୍ଦୁଝର ୫୧, କେନ୍ଦ୍ରାପଡ଼ା ୪୪, ଯାଜପୁର ୪୦, ବଲାଙ୍ଗିର ୩୯, ଜଗତସିଂହପୁର ୩୧, ଗଜପତି ୨୯, ଅନୁଗୁଳ ୨୮, ଢେଙ୍କାନାଳ ୨୫, ନବରଙ୍ଗପୁର ୨୪, ମାଲକାନଗିରି ୨୨, ନୂଆପଡ଼ା ୧୭ ଓ ଦେବଗଡ଼ରୁ ୪ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Another 3363 Covid patients have recovered

ରାଜ୍ୟରେ ଏଯାବତ୍ ୧ ଲକ୍ଷ ୫୦ ହଜାର ୮୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୨୬ ଜଣଙ୍କ ମୃତ୍ୟୁ ହୋଇଛି । ୧ ଲକ୍ଷ ୧୮ ହଜାର ୬୪୨ରେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ପାହାଡ଼ କାଟି ୫ କିଲୋମିଟରର କେନାଲ ଖୋଲିଲେ ୭୦ ବର୍ଷୀୟ ବୃଦ୍ଧ, ଲାଗିଲା ୩୦ ବର୍ଷ

ପାଟଣା: ମାଉନଣ୍ଟେନ୍ ମ୍ୟାନ୍ ଦଶରଥ ମାଞ୍ଝିଙ୍କ କାହାଣୀ ଆପଣ ଶୁଣିଥିବେ ବା ସିନେମାରେ ଦେଖିଥିବେ । ଆଜି ଆମେ ଆଉ ସେହିଭଳି ଏକ ସତ ଘଟଣା ବିଷୟରେ କହୁଛୁ । ଇଏ ବି ଜଣେ ମାଉନଣ୍ଟେନ୍ ମ୍ୟାନ୍ । ଯିଏ ୩୦ ବର୍ଷର ପରିଶ୍ରମରେ କାଟିଛନ୍ତି ପାହାଡ଼, ଖୋଳିଛନ୍ତି ୫ କିଲୋମିଟର ଦୂରତ୍ୱର କେନାଲ । ବର୍ଷା ହେଲେ ପାହାଡ଼ କରୋଡ଼ରୁ ଝର ଝର ହୋଇ ପାଣି ଗାଁକୁ ଆସୁଛି, କ୍ଷେତରେ ଫସଲ ହେଉଛି । ଉପକୃତ ହେଉଛନ୍ତି ଆଖପାଖ ୩ଟି ଗାଁର ଲୋକ । ମାଉଣ୍ଟେନ୍ ମ୍ୟାନଙ୍କ କାହାଣୀ ହେଉଛି ବିହାର ଗୟା ଜିଲ୍ଲାର ।

Seventy Years Old Man Made Canal With His Own Hand In Thirty Years

ଗୟାଠାରୁ ୯୦ କିଲୋମିଟର ଦୂର ବାଙ୍କୋବଜାର ଉପଖଣ୍ଡର ଲୁଟୁଆ ପଞ୍ଚାୟତର କୋଠିଲୱା ଗାଁରେ ୭୦ ବର୍ଷୀୟ ଲୌଙ୍ଗି ଭୂଇଁୟା ୩୦ ବର୍ଷରେ କରିଛନ୍ତି କମାଲ୍ । ନିଜ ପରିଶ୍ରମରେ କାଟିଛନ୍ତି ପାହାଡ଼, ୫ କିମି ବୁହାଇଛନ୍ତି ପାଣି । ଲୌଙ୍ଗି ପ୍ରଥମେ ବର୍ଷା ପରେ ପାହାଡ଼ରୁ ଖସୁଥିବା ପାଣିକୁ ସଞ୍ଚୟ କରିଥିଲେ । ପରେ ସେହି ପାଣିକୁ ଗାଁ ଯାଏଁ ପହଞ୍ଚାଇବା ପାଇଁ ଆରମ୍ଭ କରିଥିଲେ ଉଦ୍ୟମ । ପ୍ରତିଦିନ ଘରୁ ଜଙ୍ଗଲକୁ ଯାଇ କେନାଲ ଖୋଳିବା ଆରମ୍ଭ କରିଥିଲେ ।

Seventy Years Old Man Made Canal With His Own Hand In Thirty Years

ଗାଁରେ ପାଣି ଅଭାବରୁ କେବଳ ମକା ଓ ଚଣା ଚାଷ ହୁଏ । ରୋଜଗାର ସନ୍ଧାନରେ ଲୌଙ୍ଗିଙ୍କ ପୁଅ ସହର ଯାଇଥିଲେ, କାରଣ ଗାଁର ଅଧିକାଂଶ ପୁରୁଷ ଅନ୍ୟ ରାଜ୍ୟରେ ଯାଇ କାମ କରନ୍ତି । ଆସ୍ତେ ଆସ୍ତେ ଗାଁରେ ଅଧାରୁ ଅଧିକ ଲୋକ ସହରକୁ କାମ ପାଇଁ ପଳାଇଲେ । ଏହାରି ଭିତରେ ଲୌଙ୍ଗି ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ । ସେଠାରେ ସେ ଭାବିଥିଲେ ଗାଁକୁ ପାଣି ଆସିଲେ ଲୋକ ଆଉ ବାହାରକୁ ଯିବେନି । ଫସଲ କରି ରୋଜଗାର କରିପାରିବେ ।

ତାପରେ ଆରମ୍ଭ କରିଥିଲେ ମିଶନ ପାଣି । ବଙ୍ଗେଠା ପାହାଡ଼କୁ ଆଖିରେ ରଖି ଆଙ୍କିଥିଲେ ନକ୍ସା । ନକ୍ସା ଅନୁସାରେ ବଳକା ସମୟରେ କେନାଲ ଖୋଳିବା ଆରମ୍ଭ କରି ଦେଇଥିଲେ । ୩୦ ବର୍ଷର ପରିଶ୍ରମ ପରେ ଗାଁକୁ ପହଞ୍ଚିଛି ପାଣି । ବର୍ଷା ପାଣିକୁ ଗାଁ ମୁଣ୍ଡରେ ଗଚ୍ଛିତ କରି ରଖିବା ସହ ଚାଷ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ।

Seventy Years Old Man Made Canal With His Own Hand In Thirty Years

ଅଞ୍ଚଳରେ ୩ଟି ଗାଁର ପ୍ରାୟ ୩ ହଜାର ଲୋକ ଏବେ କେନାଲ ପାଣିରୁ ଲାଭ ପାଉଛନ୍ତି । ଲୌଙ୍ଗି ଭୂଇୟାଁ କୁହନ୍ତି- ପତ୍ନୀ, ବୋହୂ ଓ ପୁଅ ସମସ୍ତେ ଏହି କାମ କରିବାକୁ ପ୍ରଥମେ ମନା କରିଥିଲେ । କହିଥିଲେ- ବିନା ମଜୁରୀ କାମ କାହିଁକି କରୁଛନ୍ତି । ଏମିତି କି କିଛି ଲୋକ ଲୌଙ୍ଗିଙ୍କୁ ପାଗଳ ବୋଲି ଭାବୁଥିଲେ । କିନ୍ତୁ ଯେବେ କେନାଲରେ ପାଣି ଆସି କ୍ଷେତରେ ମାଡ଼ିଲା ତ ସମସ୍ତେ ଲୌଙ୍ଗିଙ୍କ ପ୍ରଂଶସା କରିବାରେ ଲାଗିଲେ ।

Seventy Years Old Man Made Canal With His Own Hand In Thirty Years

ଭୂଇଁୟା କହିଛନ୍ତି- ସରକାର ଯଦି ଆମକୁ ଟ୍ରାକ୍ଟର ଦେବେ ତ ବନ ବିଭାଗର ଖାଲି ପଡ଼ିଥିବା ଚାଷ ଉପଯୋଗୀ କରି ଲୋକ ପରିବାର ପ୍ରତିପୋଷଣ କରିପାରିବେ । ସେହିପରି ଗାଁର ମୁଖିଆ ସମୋଦ କୁମାର କହିଛନ୍ତି- ସରକାର ଲୌଙ୍ଗି ଭୂଇଁୟାଙ୍କୁ ପେନସନ ଓ ଆବାସ ଯୋଜନାରେ ଘର ଦେବା ଦରକାର । ସେ ନିଜ ପାଇଁ ନୁହେଁ ବରଂ ଗାଁ ଲୋକଙ୍କ ପାଇଁ ପରିଶ୍ରମ କରିଛନ୍ତି ।