spot_img
Home Blog Page 6424

ବଡ଼ ବଡ଼ିଆ ଡାକ ବିନା ଶ୍ରୀକ୍ଷେତ୍ରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ

ପୁରୀ: ଦୀପାବଳି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ କରାଯାଇଛି । କରୋନା କଟକଣା ଯୋଗୁଁ ଚଳିତ ବର୍ଷ କାଉଁରିଆ କାଠି ଜାଳି ବଡବଡୁଆ ଡାକକୁ ନିଷିଦ୍ଧ କରାଯାଇଛି । ହେଲେ ବଡ଼ଦାଣ୍ଡରେ ପିଣ୍ଡଦାନ କରିବା ପରେ ଘରେ ଡାକୁଛନ୍ତି ବଡବଡିଆ ।

puri PAYA SRADHA 2

ଆଶ୍ୱିନ କୃଷ୍ଣ ପ୍ରତିପଦା ତିଥିରେ ପିତୃପକ୍ଷ ଲୋକେ ଧରାପୃଷ୍ଠକୁ ଅବତରଣ କରିଥିବା ବିଶ୍ୱାସ ରହିଛି । ଏହି ସମୟରେ ମହାଳୟା ପଡୁଥିବାରୁ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ । ମହାଳୟା ପରେ ଆଜି କେବଳ ଦିନଟିଏ ପାଇଁ ତୀର୍ଥକ୍ଷେତ୍ରରେ ଏହି ପୟାଶ୍ରାଦ୍ଧ ଦ୍ୱାରା ପିତୃପୁରୁଷଙ୍କ ମୋକ୍ଷପ୍ରାପ୍ତି ହୋଇଥାଏ ବୋଲି ପରମ୍ପରା ରହିଛି । ଏଥିପାଇଁ ଶ୍ରୀକ୍ଷେତ୍ରରେ କରୋନା କଟକଣା ଥିବା ସତ୍ତ୍ୱେ ପୟା ଶ୍ରାଦ୍ଧ ଦେଇଛନ୍ତି ଲୋକେ ।

ପ୍ରତିବର୍ଷ ଏଠାରେ ବହୁସଂଖ୍ୟାରେ ଭକ୍ତମାନେ ଦୂରଦୂରାନ୍ତରୁ ଆସି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କାଉଁରିଆ କାଠି ଜାଳିଥାନ୍ତି । ହେଲେ କରୋନା ପାଇଁ ଚଳିତ ବର୍ଷ ଏସବୁ ବନ୍ଦ ରହିଛି । ଫଳରେ ଏଥରେ ଲୋକେ ଘରେ କାଉଁରିଆ ଜାଳି ବଡବଡୁଆଙ୍କୁ ବିଦାୟ ଦେଇଛନ୍ତି ।

ପିଲାଙ୍କୁ ଅପେକ୍ଷା କରିଛି ସ୍କୁଲ ଘର, ନୂଆ ରୂପରେ ଦେଖିବେ ଛାତ୍ରଛାତ୍ରୀ

ଗଞ୍ଜାମ: କରୋନା କାଳରେ ଦୀର୍ଘ ୮ ମାସ ଧରି ବନ୍ଦ ରହିଛି ସମସ୍ତ ବିଦ୍ୟାଳୟ । ତେବେ ସ୍କୁଲ ଖୋଲିବା ଆଶା ବଢିବା ପରେ ପିଲାଙ୍କ ଆଗମନକୁ ଅପେକ୍ଷା ରହିଛି । ସେଥିପାଇଁ ସଜେଇ ହେଉଛି ଗଞ୍ଜାମ ଜିଲ୍ଲାର ଅନେକ ବିଦ୍ୟାଳୟ । ଶେରଗଡ ଗୋଠ ଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଚିତ୍ର ଏବେ ବଦଳି ଯାଇ ନିର୍ମାଣ ହୋଇଛି ବିଦ୍ୟାଧନ ଏକ୍ସପେସ୍ ।

ଏକ୍ସପ୍ରେସରେ ବସି ପାଠ ପଢିବେ ପିଲା । ବିଦ୍ୟାଳୟର ନାଁ ବିଦ୍ୟାଧନ ଏକ୍ପପ୍ରେସ ରଖାଯାଇଛି । ହାଇସ୍କୁଲ ପାଲଟିଛି ରେଳଡବା । ପିଲାଙ୍କ ଆଗମନକୁ ଅପେକ୍ଷା କରିଛି ନୂଆ କୋଠା । ପାଠପ୍ରତି ଆକୃଷ୍ଟ କରିବାକୁ ଏଭଳି ପ୍ରୟାସ କରିଛନ୍ତି ଶିକ୍ଷକ ତଥା ପ୍ରଶାସନ । କରୋନା କାଳରେ ବଦଳିଯାଇଛି ବିଦ୍ୟାଳୟର ପୂରା ଚିତ୍ରପଟ୍ଟର ଦୃଶ୍ୟ । ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ଗୋଠଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦୃଶ୍ୟ ସମସ୍ତଙ୍କୁ ଚକିତ କରୁଛି ।

ପ୍ରଧାନଶିକ୍ଷକ ଓ ଗ୍ରାମବାସୀଙ୍କ ଉଦ୍ୟମକୁ କୃତଜ୍ଞତା ଜଣାଇଛନ୍ତି ଅବିଭାବକ ଓ ଅନ୍ୟ ଶିକ୍ଷକ । ତେବେ ଏହା ସାରା ଜିଲ୍ଲାରେ ଥିବା ସମସ୍ତ ଛୋଟବଡ଼ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ପାଇଁ ନୂତନ ଉଦାହରଣ ସୃଷ୍ଟି କରିଛି । ଏପଟେ ପିଲାଙ୍କୁ ପୁଣିଥରେ ବିଦ୍ୟାଳୟ ମୁହାଁ କରାଇବା ପାଇଁ ଭିନ୍ନ ଏକ ପ୍ରୟାସ କରାଯାଇଛି ।

୮ଟି ରେଞ୍ଜରେ ହାତୀ ଆତଙ୍କ, ବନ ବିଭାଗ ଅଧିକାରୀ କହୁଛନ୍ତି ମଣିଷଙ୍କ କିଛି କ୍ଷତି ହୋଇ ନାହିଁ

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡର ୮ଟି ରେଞ୍ଜରେ ବଢିଛି ହାତୀ ଆତଙ୍କ । ୪୦୦ରୁ ଅଧିକ ହାତୀ ଆତଙ୍କ ଖେଳାଇଥିବା ବେଳେ ଭୟରେ ରାତି ସାରା ଉଜାଗର ରହୁଛନ୍ତି ନିମିଧା ଗ୍ରାମବାସୀ । ସନ୍ଧ୍ୟା ହେଲେ ଗାଁରେ ପଡିଯାଉଛି ତାଟି କବାଟ । ଭୟରେ ଜୀବନ ବିତାଉଛନ୍ତି ଲୋକ । ହାତୀ ଘଉଡେଇବା ପାଇଁ ହୋଇଛି ଦାବି । ଢେଙ୍କାନାଳ ଜିଲ୍ଲାରେ ଗଜରାଜଙ୍କ ଆତଙ୍କ କିଛି ନୂଆ କଥା ନୁହେଁ । ହେଲେ ମେରାମୁଣ୍ଡୁଳି ସେକ୍ସନ ନିମିଧା ଗାଁରେ ଦେଖିବାକୁ ମିଳିଛି କିଛି ଭିନ୍ନ ଚିତ୍ର । ଆଉ ହାତୀପଲଙ୍କ ମଧ୍ୟରେ ଘେରାବନ୍ଦୀ ହୋଇ ରହିଛନ୍ତି ଗ୍ରାମବାସୀ । ରାତି ତ ଦୂରର କଥା ଦିନରେ ଯାତାୟତ କରିବାକୁ ଭୟ କରୁଛନ୍ତି ଲୋକେ ।

ନିମିଧ ଗ୍ରାମରେ ହାତୀ ଆତଙ୍କ ଏଭଳି ହୋଇଛି, ଯେ ଅନେକ ସମୟରେ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଉଛି । ଖାଲି ଏତିକି ନୁହେଁ ଗାଁ ଭିତରେ ହାତୀପଲ କେଉଁଠି ଦୋକାନ ଭାଙ୍ଗୁଛନ୍ତି ତ କେଉଁଠି ସ୍କୁଲ ଘର ଭାଙ୍ଗି ଚାଉଳ ବସ୍ତା ଟେକିନେଇଯାଉଥିବା ଅଭିଯୋଗ ହେଉଛି । ଆଉ ହାତୀଙ୍କ ଭୟରେ ଗ୍ରାମବାସୀ ଚାଷବାସ ଛାଡି ଦେଉଥିବା ଦେଖାଯାଇଛି । ସେପଟେ ହାତୀ ଘଉଡେଇବା ପାଇଁ ବନକର୍ମଚାରୀ ଉଦ୍ୟମ ଚଳାଇଥିବା ବେଳେ ହାତୀ ଯୋଗୁଁ ଗ୍ରାମବାସୀଙ୍କର କୌଣସି କ୍ଷତି ହେଉନଥିବା କହିଛନ୍ତି ଢେଙ୍କାନାଳ ଡିଏଫ୍‌ଓ ।

ତେବେ ଗ୍ରାମବାସୀଙ୍କୁ ସୁରକ୍ଷା ଦେବା ସହ କିପରି ହାତୀପଲଙ୍କୁ ଗାଁ ଠାରୁ ଦୂରରେ ରଖାଯାଇପାରିବ, ସେନେଇ ବନବିଭାଗ ପଦକ୍ଷେପ ନେବା ପାଇଁ ଦାବି ହୋଇଛି ।

ପାର୍ବଣ ଆସିଲେ ଝଟକେ ଗାଁ, କାନ୍ଥବାଡ଼ରେ ପରମ୍ପରାର ଛାପ; ସହରିଆଙ୍କ ପାଇଁ ସନ୍ଦେଶ..

କଙ୍କଡ଼ାହାଡ଼: ପାର୍ବଣ ଆସିଲେ ଝଟକେ ଗାଁ । ସହରର ଚାକଚକ୍ୟରେ ହୁଏତ ପାଶ୍ଚାତ୍ୟ ଭରି ରହିଛି । ହେଲେ ଆଜିବି ଅନେକ ଲୋକ ଅଛନ୍ତି ଯେଉଁମାନେ କି ନିଜର ପରମ୍ପରାକୁ ଜାବୁଡି ରଖିଛନ୍ତି । ଢେଙ୍କାନାଳ କଙ୍କଡାହାଡ ବ୍ଲକର ଏମିତି ଅନେକ ଗାଁ ଅଛି ଯେଉଁଠାରେ ସୁନ୍ଦର ସୁନ୍ଦର କଳାକୃତିର ପ୍ରତିଛବି ଦେଖିବାକୁ ମିଳିଛି ।

କଳାକୃତିରେ ଝଲସୁଛି ଏହି ଗାଁ । କାନ୍ଥରେ ଫୁଲ, ଫଳ ସହ ସିନେରୀର ପ୍ରତିଛବି । ଏପରିକି ଆଦିବାସୀଙ୍କ ଠାକୁରଙ୍କ ଚିତ୍ର ବି ରହିଛି । ଜଙ୍ଗଲରୁ ସଂଗୃହୀତ ଗଛ ପତ୍ରରୁ ପ୍ରସ୍ତୁତ ହୋଇଥାଏ ରଙ୍ଗ । ଢେଙ୍କାନାଳ କଙ୍କଡାହାଡରେ ପ୍ରତି ଘରର କାନ୍ଥରେ ଦେଖିବାକୁ ମିଳିଥାଏ ପ୍ରକୃତିର ପ୍ରତିଛବି । ପାର୍ବଣ ଋତୁ ଆସିଲେ ଏମିତି ଘରର କାନ୍ଥକୁ ସଜାଇଛନ୍ତି ମହିଳା ।

ଏଠାକାର ୮୦ଭାଗ ଲୋକ ଆଦିବାସୀ ସଂମ୍ପ୍ରଦାୟର । ଗାଁକୁ ଅତି ସୁନ୍ଦର ଭାବେ ସଜେଇ ଏକ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତ ଏମାନେ । ସୌନ୍ଦର୍ଯ୍ୟକୁ ଦେଖିଲେ ଆପଣ ବି କହିବେ ଏହି ଗାଁ ହେଉଛି ପ୍ରକୃତ ସ୍ୱଚ୍ଛତାର ପରିଚୟ । ଆଦିବାସୀଙ୍କ ନିଆରା କଳାକୃତି ସହରିଆଙ୍କ ଉପରେ ପ୍ରଭାବ ପକାଇବ ଏଥିରେ ସନ୍ଦେହ ନାହିଁ ।

ଚାଷୀଙ୍କ ପାଇଁ ଖୁସି ଖବର, ଏଣିକି ଆଉ ଅସୁବିଧା ହେବନି ! ପ୍ରସ୍ତୁତ ହେଉଛି ଡାଟାବେସ୍‌

0

ଭୁବନେଶ୍ୱର: ରାଜ୍ୟରେ କେତେ ଚାଷୀ ଅଛନ୍ତି ? ଚାଷୀଙ୍କ ଡାଟାବେସ୍‌ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଚାଷୀଙ୍କ ଖୁସି ବଢ଼ିଯାଇଛି । ୭୬ ଲକ୍ଷ ଚାଷୀଙ୍କ ଡାଟାବେସ୍‌ର ପ୍ରସ୍ତୁତ ହେବା ପରେ ପରିଚୟପତ୍ର ମିଳିବ । ତ୍ରିସ୍ତରୀୟ କମିଟି ଚାଷୀଙ୍କ ତଥ୍ୟକୁ ଯାଞ୍ଚ କରିବା ପରେ ରେକର୍ଡ ପ୍ରସ୍ତୁତ କରାଯିବ ।

ଏଣିକି ଚାଷୀ କଲ୍ୟାଣ ଯୋଜନାରୁ ଆଉଟ୍ ହେବେ ନକଲି ଚାଷୀ । ତଥ୍ୟବିହୀନ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଉ ଯିବନି ଟଙ୍କା । କାରଣ ୧୦ଦିନ ଭିତରେ ୭୬ ଲକ୍ଷ ଚାଷୀଙ୍କ ଡାଟାବେସ୍ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ଘର ଘର ବୁଲି ଭିଏଲଡବ୍ଲୁ ତଥ୍ୟ ସଂଗ୍ରହ କରିବେ । ଚାଷୀଙ୍କ ତଥ୍ୟ, ବ୍ୟାଙ୍କ ଆକାଉଣ୍ଟ ଓ ଆଧାରକାର୍ଡ ମାଧ୍ୟମରେ ଯାଞ୍ଚ କରିବ ତ୍ରିସ୍ତରୀୟ କମିଟି । ଜଣେ ଚାଷୀଙ୍କ ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଯୋଜନା ବାବଦ ଅର୍ଥ କିଭଳି ଯିବ ନାହିଁ, ତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଯୋଗ୍ୟ ଚାଷୀଙ୍କୁ ମିଳିବ ପରିଚୟପତ୍ର । 5T କାର୍ଯ୍ୟକ୍ରମ ଦ୍ୱାରା କୃଷକ ଓଡ଼ିଶା, ଇନପୁଟ୍ ଡିଲରମାନଙ୍କ ପାଇଁ ଅନଲାଇନ୍ ଲାଇସେନ୍ସ, ଓୟୁଏଟି ଛାତ୍ରମାନଙ୍କୁ ଅନଲାଇନ୍ ସାର୍ଟିଫିକେଟ୍, କ୍ଷେତ୍ର କୃଷି କର୍ମଚାରୀଙ୍କୁ ଦକ୍ଷତା କାର୍ଯ୍ୟକ୍ରମ ସହ ସିଧା ଯୋଡ଼ି ପାରିବ ।

ତ୍ରୁଟିପୂର୍ଣ୍ଣ ଡାଟାବେସ୍ ପାଇଁ ବିଭିନ୍ନ କୃଷି କଲ୍ୟାଣ ଯୋଜନାରେ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେଉଥିବା ଅଭିଯୋଗ ହେଉଥିଲା । ତେଣୁ ବାରମ୍ବାର ଚାଷୀଙ୍କ ତଥ୍ୟ ମାଗିବାକୁ ପଡ଼ୁଥିଲା । ହେଲେ କୃଷକ ଓଡ଼ିଶା ଡାଟାବେସ୍ ଏସବୁ ତ୍ରୁଟିକୁ ସୁଧାରିବ ବୋଲି ଚାଷୀ ଆଶା ରଖିଛନ୍ତି ।

ପ୍ରଧାନମନ୍ତ୍ରୀ କୃଷକ ସମ୍ମାନନିଧି ଯୋଜାନରେ କିଛି ଚାଷୀ ବାଦ୍ ପଡ଼ୁଥିଲେ । କାଳିଆ ଯୋଜନାରେ ଭୂମିହୀନ ଚାଷୀ ଲାଭ ପାଇଛନ୍ତି । କୃଷିର ବିକାଶ ପାଇଁ ଓଡ଼ିଶା ଲଗାତାରା ଭାବେ କେନ୍ଦ୍ର କୃଷି କର୍ମଣ ପୁରସ୍କାର ପାଇ ଆସୁଛି । ନିର୍ଭୁଲ ଓ ନିରପେକ୍ଷ ଭାବେ ଚାଷୀଙ୍କୁ ହାତପାଆନ୍ତାରେ ସେବା ପ୍ରଦାନ କରିବାକୁ ଏବେ କୃଷକ ଓଡ଼ିଶା ଆରମ୍ଭ କରାଯାଇଛି ।

ବିହାର ରାଜନୀତି: ‘୪ ଥର ଜିତିଲେଣି କିନ୍ତୁ ଏବେ ବି ଭଙ୍ଗା ଘରେ ରହୁଛନ୍ତି ବିଧାୟକ’

କଟିହାର: ଭାରତରେ ଯଦି କେହି ସରପଞ୍ଚ ବା ମୁଖିଆ ହୋଇଯାଏ ତେବେ ତାରା ହାବଭାବ ପୂରା ବଦଳିଯାଏ । ଏମିତିକି ସରପଞ୍ଚ ପଦ ପାଇବା ପରେ ବ୍ୟକ୍ତି ବର୍ଷେ ଭିତରେ ସାଇକେଲରୁ କାର ପର୍ଯ୍ୟନ୍ତ ଯାତ୍ରା ଅତିକ୍ରମ କରିନିଏ । ଖାଲି ସେତିକି ନୁହେଁ ନିଜ ପାଞ୍ଚ ବର୍ଷର ଟର୍ମ ଶେଷ ହେବା ଭିତରେ ସେ ଲକ୍ଷାଧିକ ଟଙ୍କାର ମାଲିକ ହୋଇଯାଇଥାଏ । କିନ୍ତୁ ଏସବୁ ସତ୍ତ୍ୱେ ଏମିତି କିଛି ନେତା ଅଛନ୍ତି ଯିଏ ବିଧାୟକ ହେବା ପରେ ବି ପୂର୍ବଭଳି ଏକ ସାଧାରଣ ଜୀବନଯାପନ କରୁଛନ୍ତି । ସେହିଭଳି ନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମହବୁବ ଆଲମ୍‌ । ସେ ନିଜ ସଚ୍ଚୋଟତା ପାଇଁ ପୂରା ଅଞ୍ଚଳରେ ପ୍ରସିଦ୍ଧ । ସଚ୍ଚୋଟ ହେବା କାରଣରୁ ସେ ବିଧାୟକ ହେବା ସତ୍ତ୍ୱେ ନିଜ ପାଇଁ ପକ୍କା ଘର ଟିଏ ବି ତିଆରି କରି ପାରିନାହାନ୍ତି ।

mahaboob alam

ସୂଚନା ମୁତାବକ, ମହବୁବ ଆଲମ ବିହାରର କଟିହାର ଜିଲ୍ଲାର ବାସିନ୍ଦା । ମହବୁବ ଆଲମ୍‌ ବଳରାମପୁର ସିଟ୍‌ରୁ ଚାରି ଚାରି ଥର ବିଧାୟକ ହୋଇଛନ୍ତି । ଖାସ କଥା ହେଉଛି ମହବୁବ ଆଲମ ଏଥର ହୋଇଥିବା ବିହାର ବିଧାନସଭା ନିର୍ବାଚନରେ ସବୁଠୁ ଅଧିକ ଭୋଟ ଅନ୍ତରରେ ନିର୍ବାଚନ ଜିତିଛନ୍ତି । କିନ୍ତୁ ଚାରି ଚାରି ଥର ବିଧାୟକ ହୋଇସାରିବା ପରେ ମଧ୍ୟ ତାଙ୍କ ପାଖରେ ଗୋଟିଏ ହେଲେ ପକ୍କା ଘର ନାହିଁ ।

mahaboob alam

ଖାଲି ସେତିକି ନୁହେଁ ଆଜି ମଧ୍ୟ ସେ ଯଦି କୁଆଡ଼େ ଯିବାକୁ ଚାହୁଁଛନ୍ତି ତେବେ ଚାଲି ଚାଲି ଯାଉଛନ୍ତି । ତାଙ୍କ ପଖରେ ଖଣ୍ଡେ ଗାଡ଼ି ମଧ୍ୟ ନାହିଁ । କୁହାଯାଉଛି ଏଥର ବିହାର ବିଧାନସଭା ନିର୍ବାଚନରେ ଜିତିଥିବା ୮୧ ପ୍ରତିଶତ ବିଧାୟକ କୋଟି ପତି । ଏଭଳି ସ୍ଥିତିରେ ମହବୁବ୍‌ ଆଲମ୍‌ ଏମିତି ଜଣେ ବିଧାୟକ ଯାହାଳ ପାଖରେ ଆଜି ସୁଦ୍ଧା ପକ୍କା ଘର ଖଣ୍ଡିଏ ନାହିଁ । ଏହି କାରଣରୁ ସେ ଏବେ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ମହବୁବ ଆଲମ ସିପିଆଇ ଟିକଟରୁ ୪ର୍ଥ ଥର ପାଇଁ ଜିତିଛନ୍ତି

ମହବୁବ୍‌ ଆଲମ୍‌ ୪ ଥର ହେବ ସେହି କମ୍ୟୁନିଷ୍ଟ ପାର୍ଟି ଟିକଟରୁ ବିଧାନସଭା ନିର୍ବାଚନ ଲଢ଼ି ବିଜୟ ହୋଇଛନ୍ତି । କଟିହାର ଜିଲ୍ଲାର ବଳାରାମପୁର ବିଧାନସଭା ଆସନରୁ ହିଁ ସେ ୪ ଥର ଜିତିଛନ୍ତି । ସେ ଏଥର ୫୩ ହଜାରରୁ ଅଧିକ ଭୋଟରେ ବିଜୟ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଲା ୪ ଥରର ବିଧୟକ ମହବୁବ୍‌ଙ୍କ ବୟସ ଏବେ ମାତ୍ର ୪୪ ବର୍ଷ । ସେ ଦଶମ ପାସ୍‌ କରିଛନ୍ତି ଏବଂ ରାନୀତି ସହ ଚାଷ ମଧ୍ୟ କରୁଛନ୍ତି ।

ଦଶାହରେ ପ୍ରବୀରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

0

ଭୁବନେଶ୍ୱର: କରୋନାରେ ମୃତ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଦଶାହ ଅବସରରେ ଭୁବନେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ । ଏଥିସହ ଶୁକ୍ରବାର କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବରିଷ୍ଠ ସାମ୍ବାଦିକ ନବୀନାନନ୍ଦ ଗନ୍ତାୟତଙ୍କୁ ମଧ୍ୟ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ଭୁବନେଶ୍ୱର ସାମ୍ବାଦିକ ସଂଘ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଓ ଉତ୍କଳ ସାମ୍ବାଦିକ ରାଜ୍ୟ ସଂଘ ସଭାପତି ବିଭୂତିଭୂଷଣ କର ଅତିଥି ଭାବେ ଯୋଗଦେଇ ଥିଲେ ।

ଏହାସହ ଶ୍ରଦ୍ଧାଞ୍ଜଳି ସଭାରେ ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା, ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଚରଣ ଜେନା, କମିଶନରେଟ ପୋଲିସର ଲୋକସମ୍ପର୍କ ଅଧିକାରୀ ଶିଶିର ମିଶ୍ର, ଟ୍ରାଫିକ୍‌ ଏସିପି ସ୍ୱସ୍ତିକ୍‌ ପଣ୍ଡା, ସ୍ପେଶାଲ ସ୍କାର୍ଡ ଅଧିକାରୀ ସଞ୍ଜିବ ଶତପଥୀ, ଜୋନ- ୧ ଏସିପି ମାନସ ଗଡନାୟକ, ସାମ୍ବାଦିକ ଥବୀର ସାମଲ, ହରିହର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।

୨୦୨୧ ଦୀପାବଳି ପର୍ଯ୍ୟନ୍ତ କେମିତି ରହିବ ଆପଣଙ୍କ ଭାଗ୍ୟ ? ଏହି ୫ ରାଶି ବାଲା ହେବେ ମାଲାମାଲ…

ଆଜି ଦେଶବ୍ୟାପୀ ଦୀପାବଳି ପାଳିତ ହେଉଛି । କରୋନା କାରଣରୁ ଚଳିତ ବର୍ଷ ପ୍ରାୟ ସମସ୍ତଙ୍କ ଜୀବନ ପ୍ରଭାବିତ ହୋଇଛି । ଏମିତିରେ ଆଗାମୀ ଦୀପାବଳି ପର୍ଯ୍ୟନ୍ତ ଆପଣଙ୍କ ଭାଗ୍ୟ କେମିତି ରହିବ ? ଏହା ନିଶ୍ଚୟ ଆପଣଙ୍କୁ ବିଚଳିତ କରୁଥିବ । ଜ୍ୟୋତିଷଙ୍କ ଅନୁସାରେ ଚଳିତ ଦୀପାବଳିଠାରୁ ଆଗାମୀ ଦୀପାବଳି ଭିତରେ ୫ ରାଶି ବିଶିଷ୍ଟ ବ୍ୟକ୍ତିଙ୍କ ଧନରେ ବୃଦ୍ଧି ହେବ । ସେହି ରାଶି ଗୁଡ଼ିକ ହେଲେ ମେଶ, ବୃଷ, କନ୍ୟା, ବିଛା ଓ କୁମ୍ଭ ।

ମେଷ

ପରିବର୍ତ୍ତନର ବର୍ଷ ହେବ । କ୍ୟାରିୟରରେ ପରିବର୍ତ୍ତନ ସହ ସଫଳତା ମିଳିବ । ଧନ ଆସିବ କିନ୍ତୁ ଧନ ମ୍ୟାନେଜମେଣ୍ଟ୍ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ । ଚାକିରି ଓ ବ୍ୟବସାୟ ପାଇଁ ଏହି ବର୍ଷ ଭଲ ରହିବ । ଏପ୍ରିଲ ପରେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ବର୍ଷ ସାରା କେତୁ ମନ୍ତ୍ର ଜପ କରନ୍ତୁ । କୁକୁରଙ୍କୁ ରୁଟି ଖୁଆନ୍ତୁ ।

ବୃଷbrusha

ବର୍ଷ ଆରମ୍ଭରେ ଧନବର୍ଷା । ସମ୍ପତ୍ତି ଓ ଗାଡି କିଣିବେ । ଧନ ଦେବାରେ ଓ ନିବେଶରେ ଧ୍ୟାନ ରଖନ୍ତୁ । ସ୍ୱାସ୍ଥ୍ୟ ଓ ବୈବାହିକ ଜୀବନର ଧ୍ୟାନ ରଖନ୍ତୁ । ବର୍ଷ ସାରା ବୃହଷ୍ପତି ମନ୍ତ୍ର ଜପ କରନ୍ତୁ ।

ମିଥୁନmithuna

ବର୍ଷ ଆରମ୍ଭରେ ସ୍ୱାସ୍ଥ୍ୟ ଓ ଦୁର୍ଘଟଣାର ଧ୍ୟାନ ରଖନ୍ତୁ । କ୍ୟାରିୟରରେ ବଡ ପରିବର୍ତ୍ତନ ହେବ । ସଂଘର୍ଷ ବଢିବ । ଜୁନ୍ ପରଠାରୁ ସ୍ଥିତି ବଦଳିବ । ଏହି ବର୍ଷ ଜମି କିମ୍ବା ଘର କିଣିବାର ଯୋଗ ରହିଛି । ହନୁମାନଙ୍କ ଉପାସନା କରନ୍ତୁ । ମିଠା ଖାଦ୍ୟ ଦାନ କରନ୍ତୁ ।

କର୍କଟkarkata

କ୍ୟାରିୟରକୁ ନେଇ ଚାପଗ୍ରସ୍ତ ହେବେ । କ୍ୟାରିୟର ଓ ସ୍ଥାନ ପରିବର୍ତ୍ତନ ସମ୍ଭାବନା ରହିଛି । ବିଦେଶ ଯାତ୍ରାର ସମ୍ଭାବନା ରହିଛି । ବର୍ଷ ମଝିରେ କୌଣସି ପୁରୁଣା ସମସ୍ୟାର ସମାଧାନ ହେବ । ଶନି ମନ୍ତ୍ର ଜପ କରନ୍ତୁ । ଖାଦ୍ୟ ପଦାର୍ଥ ଦାନ କରନ୍ତୁ ।

ସିଂହsinha

କ୍ୟାରିୟର ଓ ଧନ ଦୃଷ୍ଟିରୁ ସର୍ବୋତ୍ତମ ବର୍ଷ । ସମ୍ପତ୍ତି ଓ ବାହାନ କ୍ରୟ ଯୋଗ ରହିଛି । ରୋଗ ଓ ଦାୟିତ୍ୱ ନିର୍ବାହରେ ଖର୍ଚ୍ଚ ବଢିବ । କରଜ ଓ ନିବେଶ ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ । ସୂର୍ଯ୍ୟ ଉପାସନା କରନ୍ତୁ । ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ।

କନ୍ୟାkanya

ଏହି ବର୍ଷ ଜୀବନରେ ବଡ ଧରଣର ପରିବର୍ତ୍ତନ ଆସିବ । କ୍ୟାରିୟର ଓ ଚାକିରିରେ ପରିବର୍ତ୍ତନର ଜବରଦସ୍ତ ସମ୍ଭାବନା । ସ୍ଥାନ ପରିବର୍ତ୍ତନ ଓ ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି । ଧନ ସ୍ଥିତି ଠିକ ରହିବ । ସହଯୋଗ ମିଳିବ । ବୃହଷ୍ପତି ମନ୍ତ୍ର ଜପ କରନ୍ତୁ । ସାତ୍ୱିକ ଖାଦ୍ୟ ଖାଆନ୍ତୁ ।

ତୁଳା

tula

ଧନ ଓ ସଂପତିକୁ ନେଇ ବର୍ଷ ସାରା ସମସ୍ୟା ଲାଗି ରହିବ । ରୋଜଗାର ନିର୍ଣ୍ଣୟରେ ସାବଧାନତା ଅବଲମ୍ବନ କରନ୍ତୁ । କୋର୍ଟ କଚେରିରୁ ଦୁରେଇ ରୁହନ୍ତୁ । ପରିବାର ଭିତରେ ସହଯୋଗ ରହିବ । ଶନି ମନ୍ତ୍ର ଜପ କରନ୍ତୁ । ହନୁମାନଙ୍କ ଦର୍ଶନ କରନ୍ତୁ ।

ବିଛାbicha

ବର୍ଷ ଆରମ୍ଭରୁ ଆର୍ଥିକ ସ୍ଥିତି ଠିକ ରହିବ । ଏହି ବର୍ଷ ସମ୍ପତ୍ତି କିଣିବା ସହ ବିକ୍ରି କରିବେ । କ୍ୟାରିୟର ସମ୍ବନ୍ଧିତ ମାମଲାରେ ସତର୍କ ରୁହନ୍ତୁ । ଏଭଳି କୌଣସି କାମ କରନ୍ତୁ ନାହିଁ ଯାହା ଦ୍ୱାରା ଆପଣଙ୍କ ଇମେଜ୍ ଖରାପ ହେବ । ପୁରା ବର୍ଷ ଶିବ ଆରାଧନା କରନ୍ତୁ ଓ ଜଳ ଅର୍ପଣ କରନ୍ତୁ ।

ଧନୁdhanu

ଆରମ୍ଭରୁ କ୍ୟାରିୟର ଓ ସ୍ଥାନ ପରିବର୍ତ୍ତନ ଯୋଗ ରହିଛି । ଆର୍ଥିକ ଫାଇଦା ଅଧିକ ହେବା ସହ ଖର୍ଚ୍ଚ ମଧ୍ୟ ବଢିବ । ପାରିବାରିକ ସଂପର୍କରେ ଦୂରତା ସୃଷ୍ଟି ହେବ । ସ୍ୱାସ୍ଥ୍ୟ ସଂପର୍କିତ ମାମଲା ଚିନ୍ତାର କାରଣ ହେବ । ଶନି ମନ୍ତ୍ର ଜପ କରିବା ସହ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ।

ମକରmakar

ବର୍ଷ ଆରମ୍ଭରେ କ୍ୟାରିୟର ସମ୍ବନ୍ଧିତ ସମସ୍ୟା ଆସିବ । ତେବେ ସମୟ ଗଡିବା ସହ ସ୍ଥିତି ସୁଧୁରିବ । ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ବୃହଷ୍ପତି ମନ୍ତ୍ର ଜପ କରନ୍ତୁ । କଦଳି ଦାନ କରନ୍ତୁ ।

କୁମ୍ଭkumbha

ଆରମ୍ଭରୁ କାମ ଓ ଉତ୍ତରଦାୟିତ୍ୱ ବଢିବ । ଏହା ସହ ସ୍ୱାସ୍ଥ୍ୟ ଓ ପରିବାରକୁ ସମ୍ଭାଳିବାକୁ ପଡିବ । ତେବେ ଆର୍ଥିକ ସ୍ଥିତି ଭଲ ରହିବ । ଘର ତିଆରି କରିବେ କିମ୍ବା କିଣିବେ । ପୁରା ବର୍ଷ ରାହୁ ମନ୍ତ୍ର ଜପ କରନ୍ତୁ । କୁକୁରଙ୍କୁ ରୁଟି ଖୁଆନ୍ତୁ ।

ମୀନmina

ଆର୍ଥିକ ଓ ଚାକିରିରେ ସ୍ଥିରତା ରହିବ । କରଜ ବୋଝରୁ ମୁକ୍ତି ମିଳିବ । ସ୍ଥାନ ପରିବର୍ତ୍ତନ ଓ ବିଦେଶ ଯାତ୍ରାର ଯୋଗ ରହିଛି । ବର୍ଷ ମଝିରେ ଆକସ୍ମିକ ଧନ ହାନୀର ଯୋଗ ରହିଛି । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ଓ ସୂର୍ଯ୍ୟ ମନ୍ତ୍ର ଜପ କରନ୍ତୁ ।

ରାଜ୍ୟରେ କମୁଛି ତାପମାତ୍ରା, ସୋନପୁରରେ ଅଧିକ ଥଣ୍ଡା

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି ତାପମାତ୍ରା । ଖସୁଛି ପାରଦ । ଦୀପାବଳି ପରଠାରୁ ବଢ଼ିବ ସୀତ । ଉତ୍ତରରୁ ଦକ୍ଷିଣ, ଆଭ୍ୟନ୍ତରୀଣରୁ ଉପକୂଳ ସବୁଠି କମିବାରେ ଲାଗିଛି ପାରା । ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ଲହରୀ ଅଧିକ ଦେଖିବାକୁ ମିଳିଥିବା ବେଳେ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ସ୍ୱାଭାବିକ୍‌ ତାପାମତ୍ରା ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା ଖସିଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଫଳରେ ଶୀତର ପରିମାଣ ବଢ଼ିବ । ଏବେ ସୋନପୁର ରାଜ୍ୟର ସବୁଠାରୁ ଥଣ୍ଡା ସହର ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ମଧ୍ୟ ଅହେତୁକ ଭାବରେ କମୁଛି ତାପମାତ୍ରା ।

ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ମଧ୍ୟ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ଖସିଛି । ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ଖସି ୧୯.୫ ଡିଗ୍ରୀରେ ପହଞ୍ଚିଛି । ସେହିପରି ରାଜ୍ୟରେ ୫ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୧୩ ଡିଗ୍ରୀ ରହିଥିବା ବେଳେ ସୋନପୁରରେ ୧୩.୪ ଡିଗ୍ରୀ ତାପମାତ୍ରା ରହିଛି ।

ଶିଶୁଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, ‘ମନ ଦୁଃଖ କର ନାହିଁ ଆଗାମୀ ବର୍ଷ ମଜା କରିବ’

ଭୁବନେଶ୍ୱର: ଆଜି ଶିଶୁଦିବସ । ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମତିଥି । ଏହି ଅବସରରେ ଛାତ୍ରଛାତ୍ରୀ ଓ ଶିଶୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀପାବଳି ଥିବାରୁ ଘରେ ରହି ଏହି ଆଲୋକର ପର୍ବକୁ ସୁରକ୍ଷିତ ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି ।

ସାଙ୍ଗସାଥିଙ୍କ ସହ ମିଶିପାରି ନଥିବାରୁ ଏଥିପାଇଁ ମନଦୁଃଖ ନକରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଆସନ୍ତାବର୍ଷ ଟିକା ଆସିବା ପରେ ପୁଣି ସବୁ ସ୍ୱାଭାବିକ ହେବ ବୋଲି କହିଛନ୍ତି ନବୀନ । ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି ପିଲାଙ୍କୁ ପରାମର୍ଶ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟର ନିରାପତ୍ତାକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ କରାଯାଇଛି । ସ୍କୁଲର ଚାରିକାନ୍ଥ ଭିତରେ ଆଉ ଶିକ୍ଷା ସୀମିତ ହୋଇ ରହିନାହିଁ । ଘରେ ରହି ସମସ୍ତଙ୍କୁ ଶିକ୍ଷା ମିଳୁଛି । ଏହାର ସୁଯୋଗ ନେବେ ଓ ସୁରକ୍ଷିତ ରହିବାକୁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି ।