spot_img
Home Blog Page 6432

ସିଜ୍ ଫାୟାର ଉଲ୍ଲଘଂନ: ୩ ଭାରତୀୟ ଯବାନ ଶହୀଦ, ୧୨ରୁ ୧୩ ପାକିସ୍ତାନୀ ଯବାନ ନିପାତ ହୋଇଥିବା ସୂଚନା

ଶ୍ରୀନଗର: ଦୀପାବଳି ପୂର୍ବରୁ ସୀମାରୁ ଆସିଛି ଦୁଃଖଦ ଖବର । ଶୁକ୍ରବାର ଏଲଓସିର ପୃଥକ ପୃଥକ ସେକ୍ୱରରେ ପାକିସ୍ତାନ ପକ୍ଷରୁ ସିଜ୍ ଫାୟାର  ଉଲ୍ଲଘଂନ କରାଯାଇଛି । ଜାତୀୟ ଗଣମାଧ୍ୟମ ସୂଚନା ମୁତାବକ ଏହି ଫାୟରିଂରେ ୩ ଜଣ ଯବାନ ଶହୀଦ ହୋଇଥିବା ବେଳେ ୪ ନାଗରିକଙ୍କ ମୃତ୍ୟୁ ହୋଇଛି । ଭାରତୀୟ ସେନାର ସୂଚନା ମୁତାବକ ଏଲ୍‌ଓସିରେ ନିକଟରେ ଘଣିଥିବା ଏହି ଘଟଣାରେ ୩ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ଊରି ସେକ୍ୱରରେ ଶହୀଦ ହୋଇଥିବା ବେଳେ ଗୁରେଜ ସେକ୍ୱରରେ ଶହୀଦ ହୋଇଛନ୍ତି ।

ତେବେ ପାକିସ୍ତାନ ପକ୍ଷରୁ କରାଯାଇଥିବା ଏହି ଆକ୍ରମଣ ମୁହଁତୋଡ ଜବାବ ଦେଇଛି ଭାରତ । ଭାରତୀୟ ଯବାନଙ୍କ ପକ୍ଷରୁ କରାଯାଇଥିବା ପ୍ରତି ଆକ୍ରମଣରେ ୧୨-୧୩ ଜଣ ପାକିସ୍ତାନି ସୈନିକ ପ୍ରାଣହରାଇଥିବା ସୂଚନା । ତେବେ ନିପାତ ପାକିସ୍ତାନୀ ଯବାନଙ୍କ ମଧ୍ୟରେ ୨ ଜଣ ପାକିସ୍ତାନର ସେନାର ହୋଇଥିବା ବେଳେ ୨ରୁ୩ ଜଣ ପାକିସ୍ତାନ ଆର୍ମି ସ୍ପେଶାଲ ସର୍ଭିସ ଗ୍ରୁପ୍ (ଏସ୍‌ଏସଜି)ର କମାଣ୍ଡର ରହିଛନ୍ତି ।

ଜଗି,ଜୟଙ୍କ କମ୍ପାନୀକୁ ଶିବପ୍ରସାଦଙ୍କ ଗୁଡ୍ ବାୟ, ବିଶ୍ୱାସଘାତକତାର ଆଣିଲେ ଅଭିଯୋଗ

ଭୁବନେଶ୍ୱର  : ଜଗି ମଙ୍ଗତ ପଣ୍ଡା ଏବଂ ଭାଜପା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ମାଲିକାନାରେ ଥିବା ଓରଟେଲରୁ ଇସ୍ତଫା ଦେଇଛନ୍ତି ଶିବପ୍ରସାଦ ଶ୍ରୀଚନ୍ଦନ । ସେ ଓରଟେଲର ବରିଷ୍ଠ କାର୍ଯ୍ୟନିର୍ବାହୀ(ଜମି) ଭାବେ ଦୀର୍ଘ ୧୩ ବର୍ଷ ଧରି କାର୍ଯ୍ୟ କରୁଥିଲେ । ତାଙ୍କ ସରଳତାର ସୁଯୋଗ ନିଆଯାଉ ଓରଟେଲ କମ୍ପାନୀ ଏବଂ କର୍ତ୍ତୃପକ୍ଷ ତାଙ୍କ ବିଶ୍ୱାସରେ ବିଷ ଦେଇଥିବା ସେ ଅଭିଯୋଗ କରିଛନ୍ତି । ନିଜ ଇସ୍ତଫା ସମ୍ପର୍କରେ ଶିବପ୍ରସାଦ ଶ୍ରୀଚନ୍ଦନ ଚିଠି ଲେଖି ଓରଟେଲ ଏମଡିଙ୍କୁ ଅବଗତ କରାଇଛନ୍ତି । ଶିବ ନିଜ ଇଚ୍ଛାରେ ଏହି ଚିଠି ଲେଖିଥିବା ତାଙ୍କ ସ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ଇସ୍ତଫା ପତ୍ରରେ ଶିବ ପ୍ରସାଦ ଲେଖିଛନ୍ତି ଯେ, କମ୍ପାନୀର କର୍ମଚାରୀ ହିସାବରେ ଯେତେବେଳେ ଯାହା କୁହାଯାଇଛି । ତାହା ସେ କରିଛନ୍ତି, ଯେଉଁଠି କମ୍ପାନୀ ଚାହିଁଛି । ସେଇଠି ସେ ଦସ୍ତଖତ କରିଛନ୍ତି । କମ୍ପାନୀ ଦ୍ୱାରା କରାଯାଇଥିବା କାର୍ଯ୍ୟ ପାଇଁ ତାଙ୍କୁ ଜେଲ ନିଆଯାଇଛି । ଏଥିରେ କୌଣସି ପ୍ରକାରରେ ତାଙ୍କର ବ୍ୟକ୍ତିଗତ ସଂପୃକ୍ତି ନାହିଁ । ତେଣୁ କମ୍ପାନୀ ପାଇଁ ଯଦି ତାଙ୍କୁ ଗିରଫ କରାଗଲା । ତାଙ୍କୁ ସହାୟତା କରିବା ପାଇଁ କର୍ତ୍ତୃପକ୍ଷ ଆଗେଇ ଆସିଲେ ନାହିଁ । ଯାହା ତାଙ୍କୁ ବ୍ୟଥିତ କରିଥିଲା । ସେହିପରି କମ୍ପାନୀରେ ବୈଜୟନ୍ତ ପଣ୍ଡା ଏବଂ ଜଗି ମଙ୍ଗତ ପଣ୍ଡାଙ୍କର ୯୯.୫ ପ୍ରତିଶତ ଅଂଶଧନ ରହିଛି । ତେଣୁ କମ୍ପାନୀ ବ୍ୟାପାରରେ ତାଙ୍କୁ ତଦନ୍ତପରିସରଭୁକ୍ତ କରାଯାଉ ବୋଲି ଶିବ ଉଲ୍ଲେଖ କରିଛନ୍ତି ।

 

ଦୀପାବଳିରେ ସୁରକ୍ଷା ଦୃଷ୍ଟିରୁ ୧୭ ପ୍ଲାଟୁନ ଫୋର୍ସ ମୁତୟନ, ବାଣ ଫୁଟାଉଥିଲେ ୧୦୦କୁ ଫୋନ କରନ୍ତୁ

ଭୁବନେଶ୍ୱର: ଦିନକ ପରେ ଆଲୋକର ପର୍ବ ଦୀପାବଳି । ହେଲେ ଦୀପାବଳିକୁ ନେଇ ସବୁ ଖୁସି ଛଡ଼ାଇ ନେଇଛି କରୋନା । ପର୍ବ ଅଛି ହେଲେ ତାହାର ମହକ ଆଉ ନାହିଁ । କରୋନା ପାଇଁ ଧର୍ମାନୁଷ୍ଠାନ ଠାରୁ ଆରମ୍ଭ କରି ସମସ୍ତ ପର୍ବପର୍ବାଣିରେ କଟକଣା ଜାରି କରିଛନ୍ତି ସରକାର । ତେବେ ଦୀପାବଳିକୁ ନେଇ ପୂର୍ବରୁ ଏକ ଗାଇଡଲାଇନା ଜାରି କରାଯାଇଥିଲା । ରାସ୍ତାରେ ବାଣ ଫୁଟାଇବାକୁ ନେଇ ରୋକ ଲଗାଯାଇଥିବା ବେଳେ ରାସ୍ତା ଉପରେ ମଧ୍ୟ ଦୀପ ଦୋକାନକୁ ଖୋଲିବାକୁ ବାରଣ କରାଯାଇଥିଲା ।

ସେପଟେ ଆଜି ଦୀପାବଳି ପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦୀପ ବିକ୍ରି ଓ ବାଣ ଫୁଟେଇବାକୁ ମନା କରାଯାଇଛି । ଭୁବନେଶ୍ୱରବାସୀଙ୍କୁ କରୋନା କଟକଣାର ନିୟମ ମାନିବାକୁ ଡିସିପି ଅନୁରୋଧ କରିଛନ୍ତି । ନିୟମ ଉଲଙ୍ଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।

ତେବେ ରାଧାନୀରେ ସୁରକ୍ଷା ଦୃଷ୍ଟିରୁ ୧୭  ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଲୋକଙ୍କୁ ଅନୁରୋଧ ଯେଉଁଠି ବାଣ ବିକ୍ରି ହେଉ ଅବା ବାଣ ଫୁଟାଉଥିଲେ ୧୦୦ କୁ ଫୋନ କରନ୍ତୁ । ତେବେ ଧନ ତେରାସରେ ପୋଲିସ ପାଟ୍ରୋଲିଂକୁ କଡାକଡି କରାଯାଇଛି ବୋଳଇ ଭୁବନେଶ୍ୱର ଡିସିପି କହିଛନ୍ତି ।

ଆଜି ବିଧାନସଭା ଭଙ୍ଗ କରିବାକୁ ସୁପାରିସ୍ କରିପାରନ୍ତି ନୀତିଶ

ପାଟଣା: ଚଳିତ ବିହାର ସରକାରଙ୍କ ଅନ୍ତିମ କ୍ୟାବିନେଟ୍ ବୈଠକ ଶୁକ୍ରବାର ସନ୍ଧ୍ୟା ୪ଟାରେ ଅନୁଷ୍ଠିତ ହେବ । ବୈଠକରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଚଳିତ ବିଧାନସଭା ଭଙ୍ଗ କରିବାକୁ ନିଷ୍ପତ୍ତି ନେଇପାରନ୍ତି । ଏବଂ ସମସ୍ତ ସଦସ୍ୟ ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପଠାଇବେ । ତେବେ କରୋନା କଟକଣା ଯୋଗୁଁ ଚଳିତ ବୈଠକ ଭିଡିଓ କନ୍‌ଫରେନ୍ସଂ ଜରିଆରେ ହେବ ।

ସୂଚନା  ଯୋଗ୍ୟ, ସଦ୍ୟ ସମାପ୍ତ ବିହାର ବିଧାନସଭା ନିର୍ବାଚନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ୨୪୩ଟି ବିଧାନସଭା ଆସନରୁ ୧୨୫ଟି ସିଟ୍ ହାତେଇଛି । ଏବଂ ସରକାରଗଠନ ନେଇ ଆବାଶ୍ୟକ ମ୍ୟାଜିକ୍ ନମ୍ୱର ଚୁଇଁପାରିଛି । ଏହି ମିଟିଂରେ ନୂଆ ସରକାରର ରୂପରେଖ ନେଇ ମଧ୍ୟ ଚର୍ଚ୍ଚା ହୋଇପାରେ । ଆଗାମୀ କିଛି ଦିନରେ ଏନଡିଏ ବିଧାନମଣ୍ଡଳ ବୈଠକରେ ନିଷ୍ପତ୍ତି ହେବ । ଏଥିରେ ହିଁ କିଏ ନେତା ହେବ ଏ ନେଇ ନିଷ୍ପତ୍ତି ନିଆଯିବ ।

ବିହାରରେ ନବନିର୍ବାଚିତଙ୍କ ମଧ୍ୟରେ ମାଳମାଳ ଦାଗୀ ବିଧାୟକ, ୬୮ ପ୍ରତିଶତଙ୍କ ନାଁରେ ରହିଛି ଅପରାଧିକ ମାମଲା

ନୂଆ ମଡେଲ ଜେଲ ମାନୁଆଲ: ସର୍କଲ ଜେଲ୍‌ରେ ହଜାରେ, ଜିଲ୍ଲା ଜେଲ୍‌ରେ ୫୦୦ କଏଦୀ ରହିପାରିବେ

ଭୁବନେଶ୍ୱର: ଓଡିଶାରେ ଆସିଲା ନୂଆ ମଡେଲ ଜେଲ ମାନୁଆଲ । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ କାର୍ଯ୍ୟକାରୀ ହେଲା ଏହି ନୂଆ ମାନୁଆଲ । ନୂଆ ମାନୁଆଲ ଆଧାରରେ ଜେଲରେ ରହୁଥିବା କଏଦୀମାନେ ପାଇବେ ଅନେକ ସୁବିଧା । ବିଭିନ୍ନ କମିଟି ଦ୍ୱାରା ଦିଆଯାଇଥିବା  ପ୍ରସ୍ତାବ ପରେ ଚଳିତ ଜେଲ ମାନୁଆଲ କାର୍ଯ୍ୟକାରୀ ହେବ। ପୂର୍ବରୁ ୧୯୪୨ ଜେଲ ମାନୁଆଲ କାର୍ଯ୍ୟ କରୁଥିଲା । ୨୦୧୬ରେ ବ୍ୟୁରୋ ଅଫ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ନୂଆ ମାନୁଆଲ ପାଇଁ ପ୍ରସ୍ତାବ ଦେଇଥିଲା ।

ଏନେଇ ସୂଚନା ଦେଇଛନ୍ତି ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ । ନୂଆ ମାନୁଆଲ୍‌ରେ କଏଦୀଙ୍କ ସୁରକ୍ଷା, ମାନବାଧିକାର ଯେପରି ଅକ୍ଷୁର୍ଣ୍ଣ ରୁହେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଜେଲ୍‌ରେ କଏଦୀଙ୍କ ଚିକିତ୍ସା ସୁବିଧା, ଜେଲ୍ ପରିଚାଳନାକୁ ବି ଗୁରୁତ୍ୱ ଦିଆଯାଇଛି । ସର୍କଲ ଜେଲ୍‌ରେ ହଜାରେ, ଜିଲ୍ଲା ଜେଲ୍‌ରେ ୫୦୦ କଏଦୀ ରହିପାରିବେ । ସବ୍ ଜେଲ୍‌ରେ ୩୦୦ କଏଦୀଙ୍କ ରହିବା ନେଇ ମାନୁଆଲ୍‌ରେ ବ୍ୟବସ୍ଥା ହୋଇଛି । ଦୋଷୀ କଏଦୀଙ୍କୁ ମାସରେ ୨ ଥର ସାକ୍ଷାତକାର ଦେବାକୁ ଅନୁମତି ମିଳିଛି ।

ଛାତ୍ରଛାତ୍ରୀଙ୍କ ପାଇଁ ଖୁସିର ଖବର, ପିଲାମାନଙ୍କୁ ମାଗଣାରେ ଅନ୍‌ଲାଇନରେ ପାଠ ପଢ଼ାଇବ ଟିସିଏସ୍‌

ଭୁବନେଶ୍ୱର: ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ଶିକ୍ଷା ମାଗଣାରେ ଯୋଗାଇବ TCS । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଭିତରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହା କେବଳ ୨୧୪ଟି ଆଦର୍ଶ ବିଦ୍ୟାଳୟ ଓ ୧୦୧ ଗୋଟି ଉତ୍କର୍ଷ ବିଦ୍ୟାଳୟରେ ଲାଗୁ ହେବ । ଏହା ଦ୍ଵାରା ଛାତ୍ରଛାତ୍ରୀ ବ୍ୟବସ୍ଥିତ ଢଙ୍ଗରେ ଅନଲାଇନରେ ଶିକ୍ଷା ପାଇପାରିବେ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଏହା ଟାଟା କନ୍‌ସଲ୍‌ଟାନ୍ସି ଲିମିଟେଡ୍‌ର ସିଏସ୍‌ଆର୍‌ ତରଫରୁ ବିନାମୂଲ୍ୟରେ କରାଯିବ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ ମାଧ୍ୟମରେ ନିଜର ପାଠ୍ୟ ବିଷୟ, ଭିଡିଓ, ଗୃହପାଠ୍ୟ, ଡିବେଟ୍‌, କୁଇଜ୍‌ ସର୍ବେକ୍ଷଣ ଆଜି ବିଭିନ୍ନ ଶିକ୍ଷଣ କାର୍ଯ୍ୟକରିପାରିବେ । ଏହି ଶିକ୍ଷଣ କାର୍ଯ୍ୟକୁ ସୁଚାରୁ ରୂପେ ସଂପାଦନ ପାଇଁ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ବିନାମୂଲ୍ୟରେ ଟିସିଏସ୍‌ ଦ୍ୱାରା ତାଲିମ ଦିଆଯିବ । ଯାହାଦ୍ୱାରା ସେମାନେ ବିଭିନ୍ନ ପ୍ରକାରର ଡିଜିଟାଲ୍‌ ଶିକ୍ଷକତା ପ୍ଲାଟ୍‌ଫର୍ମ ଓ ଶିକ୍ଷାବିଜ୍ଞାନ ବିଷୟରେ ଧାରଣା ପାଇପାରିବେ ।

ନିଜକୁ ହୋମ୍ ସେକ୍ରେଟାରୀ କହି ଲୁଟୁଥିଲେ କାେଟି କାେଟି ଟଙ୍କା, ସାମିଲ ଥିଲେ ସାମ୍ବାଦିକ ଓ ପୋଲିସ୍ ବାବୁ

ଟାଙ୍ଗି: ଭିଆଇପି ଠକଙ୍କୁ ଗିରଫ ଘଟଣା । ଲମ୍ଭିବାରେ ଲାଗିଛି ଠକ ମାନଙ୍କର ଚେର । ଲୁଟ ତାଲିକାରେ ଯୋଡ଼ି ହୋଇଛନ୍ତି ସାମ୍ବାଦିକ ଏବଂ ପୋଲିସ ବାବୁ । ଖୋର୍ଦ୍ଧାର ଟାଙ୍ଗି ଅଞ୍ଚଳ ଦଲାଲ ମାନଙ୍କର ଚରାଭୂଇଁ ପାଲଟିଛି । ଠକ କାହ୍ନୁ ପ୍ରଧାନଙ୍କୁ ଗିରଫ ପରେ ଖୋଲିଥିଲା ଅନ୍ୟ ଠକ ମାନଙ୍କର ପଞ୍ଜିକା । ଘଟଣାରେ ଜଣେ କାର୍ଯ୍ୟରତ ଦୈନିକ ଖବର କାଗଜ ସାମ୍ବାଦିକ ଓ ଜଣେ ଅଵସର ପ୍ରାପ୍ତ  ପୋଲିସ୍ ଅଫିସର ଦଲାଲିରେ ସଂପ୍ରୁକ୍ତି ଥିବା ଜଣାପଡ଼ିଥିଲା । ଥାନାରେ ମାମଲା ପରେ ସାମ୍ବାଦିକ ଓ  ଅବସର ପ୍ରାପ୍ତ ପୋଲିସ୍ ଅଧିକାରୀ ଫେରାର ହୋଇଯାଇଛନ୍ତି ।

କାର୍ଯ୍ୟରତ ସାମ୍ବାଦିକ ହେଲେ ରଣପୁରର ସୁକାନ୍ତ ଡାକୁଆ  ଓ ଅବସର ପ୍ରାପ୍ତ ପୋଲିସ୍ ଅଧିକାରୀ ଜଣକ ହେଲେ ଗୀରିଜା ଶଙ୍କର ରଥ । ଗତ ୧୧ ତାରିଖରେ କାହ୍ନୁ ପ୍ରଧାନଙ୍କୁ ଗିରଫ କରିଥିଲା ଚାନ୍ଦପୁର ପୋଲିସ୍ । ଗିରଫ କାହ୍ନୁ ପ୍ରଧାନର ଘର ଖୋରଧା ଜିଲା ଟାଙ୍ଗି ଗାଁରେ । ପୋଲିସ୍ ତା ନିକଟରୁ ଅନେକ ନକଲି  ID CARD  ଜବତ କରିଥିଲା । ସେ ନିଜକୁ ହୋମ୍ ସେକ୍ରେଟାରୀ ପରିଚୟ ଦେଇ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା  ପୋଲୁସ୍ ତଦନ୍ତରୁ ଜଣାପଡ଼ିଛି । ତେବେ ଏହି ୩ ଜଣ ପୁରା ପ୍ଲାନରେ ଠକାମିର ଧନ୍ଧା ଚଳାଇଥିଲେ । ଯାହା ଟଙ୍କା ଆସୁଥିଲା ସେସବୁକୁ ବାଣ୍ଟି ନେଉଥିଲେ । କାହ୍ନୁଙ୍କ ଠାରୁ ବିଭିନ୍ନ ପ୍ରକାରର ID CARD, ଏଟିଏମ୍ କାର୍ଡ, କାର,  ଜବତ କରାଯାଇଛି ।

ବହୁ ଚର୍ଚ୍ଚିତ ଆଦିତ୍ୟ ଦାସ ମୁତ୍ୟୁ ମାମଲା, ଏୟାରଫିଲଡ ଥାନାରେ ଏତଲା ଦେଲେ ବିଦ୍ୟାଶ୍ରୀ

0

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଆଦିତ୍ୟ ଦାସ ମୁତ୍ୟୁ ମାମଲା । ଏୟାରଫିଲଡ ଥାନାରେ ଏତଲା ଦେଲେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ । ବିଦ୍ୟାଶ୍ରୀଙ୍କୁ ଖରାପ ବ୍ୟବହାର କରିବା, ସୋସିଆଲ ମିଡିଆରେ ଚରିତ୍ର ସଂହାର କରିବା, ମିଥ୍ୟା ତଥ୍ୟ ଦେଇ ମାମଲାକୁ ଦିଗହରା କରିବା ଏବଂ ଜଣେ ନାରୀକୁ ଅପରାଧୀ ସଜେଇଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ଥାନା ଏତଲା ଦେଇଛନ୍ତି ବିଦ୍ୟାଶ୍ରୀ । ଏହାକୁ ନେଇ ଗତ ଅଗଷ୍ଟ ୭ ତାରଖରେ ଏୟାରଫିଲଡ ଥାନାରେ ମାମଲା ରୁଜୁ ହୋଇଥିଲା । ଉକ୍ତ ବ୍ୟକ୍ତି ଅନ୍ତରୀଣ ଜାମିନରେ ଥିଲେ । ତେବେ କୋର୍ଟଙ୍କ ସର୍ତ୍ତକୁ ଉଲଙ୍ଘନ କରିଥିବା ବ୍ୟକ୍ତିଙ୍କ ଜାମିନ ଖାରଜ କରିବାକୁ ଥାନାର ଦ୍ୱାରସ୍ତ ହୋଇଛନ୍ତି ବିଦ୍ୟାଶ୍ରୀ ।

ତେବେ ଆଦିତ୍ୟ ମୃତ୍ୟୁକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ହେଲେ ଏଯାବତ ହତ୍ୟାକାଣ୍ଡର ପ୍ରମାଣ ପାଇନି । ତେବେ କ୍ରାଇମବ୍ରାଞ୍ଚ ଖୁବଶୀଘ୍ର ସ୍ଟାଟସ ରିପୋର୍ଟ ଦାଖଲ କରୁ ବୋଲି ବିଦ୍ୟାଶ୍ରୀ ଦାବି କରିବା ସହ, ସିବିଆଇ ତଦନ୍ତ ଦାବି କରିଛନ୍ତି ।

ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ୱର : ସାଢେ ଚାରି କୋଟି ଓଡିଆଙ୍କ ହୃଦୟର ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଏଣିକି ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ। ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଏହି କାଳଜୟୀ କୃତି ପଢିବାର ସୁଯୋଗ ପାଇବେ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଆଜି ଏ ସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇଛି।

ନିକଟରେ ରାଜ୍ୟ ସରକାର ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ଗତ ମଇ ୩୦ ତାରିଖରେ ସାରା ରାଜ୍ୟ ତଥା ସାରା ବିଶ୍ୱର କୋଣ ଅନୁକୋଣରେ ଥିବା ଓଡିଆ ଭାଇ ଭଉଣୀମାନେ ଏହି ସଂଗୀତକୁ ଏକ ସମୟରେ ଗାନ କରି ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲେ। ଗୌରବମଣ୍ଡିତ ଉତ୍କଳ ଜନନୀଙ୍କ ଜୟଗାନ କରୁଥିବା ଏହି ମହାନ ସଂଗୀତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡିଆ ଜାତୀୟତାର ଭାବକୁ  ସୁଦୃଢ କରିବା ସହିତ ଓଡିଆ ଜାତିର ମହାନତା ସହ ପରିଚିତ କରାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ପଛରେ ନ ପଡନ୍ତୁ ଓଡ଼ିଆ ପିଲା, ଦଶମ ଓ ଦ୍ୱାଦଶ ପାଇଁ ଆସୁ ସର୍ବଭାରତୀୟ ନୀତି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଅର୍ଦ୍ଧ ବାର୍ଷିକ ପରୀକ୍ଷାକୁ ନେଇ ଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା । ପରୀକ୍ଷାକୁ ନେଇ ମନ୍ତ୍ରୀ କହିଛନ୍ତି ଯେ, ପାଠ ତ ପଢା ଯାଇନି, ଅର୍ଦ୍ଧବାର୍ଷିକ ପରୀକ୍ଷା କେମିତି ହେବ ? ରାଜ୍ୟରେ ଡିସେମ୍ବର ୩୧ ତାରିଖ ଯାଏଁ ବନ୍ଦ ରହିବ ବିଦ୍ୟାଳୟ । ଡିସେମ୍ବର ପରେ ଛାତ୍ରଛାତ୍ରୀଙ୍କ ସବୁ ଦ୍ୱନ୍ଦ୍ୱ ଦୂର ହେବ ବୋଲି ସେ କହିଛନ୍ତି । ଛାତ୍ରଛାତ୍ରୀଙ୍କୁ ଯେମିତି ଅସୁବିଧା ନ ହୁଏ, ତା ଉପରେ ଗୁରୁତର ସହ ଦୃଷ୍ଟି ଦିଆଯାଇଥିବା ସମୀର ଦାଶ କହିଛନ୍ତି ।

ସେ ଆଉ ମଧ୍ୟ କହିଛନ୍ତି ଯେ, ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ରାଜ୍ୟସ୍ତରୀୟ ନୁହେଁ ବରଂ ସର୍ବଭାରତୀୟ ନୀତି ଆସିବା କଥା । ତାହା ପିଲାଙ୍କୁ ସହାୟକ ହେବ । ପଶ୍ଚିମବଙ୍ଗ ଯେଉଁ ଦଶମ ଓ ଦ୍ୱାଦଶ ପରୀକ୍ଷା ନ କରି ଛାତ୍ରଛାତ୍ରୀଙ୍କୁ ପାସ କରିବା ନିଷ୍ପତ୍ତି ନେଇଛି ସେ ବାବଦରେ ମୁଁ ଜାଣିନାହିଁ । କିନ୍ତୁ ଓଡ଼ିଶାରେ ଏପରି ହେବାର କୌଣସି ସମ୍ଭାବନା ନାହିଁ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି । ଏପରି ନିଷ୍ପତ୍ତି ପରେ ରାଜ୍ୟର ଛାତ୍ରଛାତ୍ରୀ ମାନେ ଗୋଟିଏ ବର୍ଷ ପଛକୁ ଚାଲି ଯାଆନ୍ତୁ ବୋଲି ଆମେ ଚାହୁଁନାହୁଁ, ଯେଉଁ କାରଣରୁ ସାରା ଦେଶର ପିଲାଙ୍କ ସହ ରାଜ୍ୟର ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା କରି ପାରିବେ ନାହିଁ ।