spot_img
Home Blog Page 6433

ଶାହଙ୍କ କାନକୁ ଯିବ ବୈଜୟନ୍ତଙ୍କ କଳା କାରନାମା, ରାଜଭବନ ଜରିଆରେ ଫେରାଦ ହେଲେ ନିରୀହ ଶ୍ରମିକ

ଭୁବନେଶ୍ୱର  : ଆମେ ଜମି ଦେଲୁ । ଜମି ବଦଳରେ ସ୍ଥାନୀୟ ଲୋକ ହିସାବରେ ନିଶ୍ଚିତ ନିଯୁକ୍ତିର ପ୍ରତିଶ୍ରୁତି ପାଇଥିଲୁ । ହେଲେ ଆମ ଜମି ଆମଠୁ ଚାଲିଗଲା । ଆମକୁ ମିଳିଲା ଠିକା ଚାକିରୀ । ବର୍ଷ ପରେ ବର୍ଷ ବିତିଲା । ଚାକିରୀ ଆଉ ସ୍ଥାୟୀ ହେଲା ନାହିଁ । ଆଶାନୁରୂପ ରୋଜଗାର ମଧ୍ୟ ମିଳିଲା ନାହିଁ । ଘା’ରେ ମଲମ ବଦଳରେ ଚୂନ ମାରିବା ଭଳି ଲକ୍ ଡାଉନ ମଧ୍ୟ ଶ୍ରମିକଙ୍କୁ ସାମନ୍ୟ ପାଉଣା ଦିଆଗଲା ନାହିଁ । ଉପରୋକ୍ତ ଅଭିଯୋଗ ଆସିଛି ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିଃ ନାମରେ  । ନିଜର ନ୍ୟାର୍ଯ୍ୟ ଦାବିକୁ ହାସଲ ପାଇଁ ସାରୁଅସ୍ଥିତ ତରଙ୍ଗ ଷ୍ଟୁଡିଓରେ କାର୍ଯ୍ୟରତ ଶ୍ରମିକମାନେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିଲେ । ହେଲେ ତାଙ୍କ କଥାକୁ ଖାତିର କରି ନାହାନ୍ତି କର୍ତ୍ତୃପକ୍ଷ । ଓଡ଼ିଶା ଇନଫ୍ରାଟେକ୍ କର୍ତ୍ତୃପକ୍ଷ ମାନେ ଜଗି ମଙ୍ଗତ ପଣ୍ଡା, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏବଂ ତାଙ୍କ ପରିବାର ।

ଏଭଳି ସଙ୍ଗୀନ ଅଭିଯୋଗ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଫେରାଦ ହୋଇଛନ୍ତି ଶ୍ରମିକ । ରାଜ୍ୟପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିବେ ଆନ୍ଦୋଳନକାରୀ । କେବଳ ନିଜର ଜୀବିକା କଥା ନୁହେଁ । ଚଞ୍ଚକତା କରି ଅନୁସୂଚିତ ଜନଜାତି(ଏସସି) ବର୍ଗର ଜମି ହାତେଇବା ଏବଂ ପରବର୍ତ୍ତୀ ସମୟରେ ଏ ସମ୍ପର୍କରେ ମାମଲା କରିବା ପରେ ନିରୀହ ଲୋକଙ୍କୁ ଧମକାଇବା ଅଭିଯୋଗ କରାଯାଇଛି ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ । ତେଣୁ ଗୃହମନ୍ତ୍ରୀ ଏଭଳି ସମ୍ବେଦନଶୀଳ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି ଉଠିଛି ।

ଭିଡ଼ିଓ କନଫରେନସିଂରେ ଫ୍ଲାଏ ଓଭର ପାଇଁ ଶୁଭ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ଯୋଡା ସହରର ଫ୍ଲାଏ ଓଭର ନିର୍ମାଣ ପାଇଁ ଶୁଭାରମ୍ଭ କରିଛନ୍ତି । ଭିଡିଓ କନଫରେନସିଂ ଜରିଆରେ ୨୦୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ୪ କିଲୋମିଟର ୮୭୫ ମିଟର ଦୈର୍ଘ୍ୟ ବିଶିଷ୍ଟ ଫ୍ଲାଏ ଓଭର ନିର୍ମାଣର ଶୁଭାରମ୍ଭ କରିଛନ୍ତି । ଯୋଡା ସହରର ଡିଏଭି ସ୍କୁଲ ନିକଟ ଜାତୀୟ ରାଜପଥ ଜଙ୍କସନରୁ ଯୋଡା-ବାମେବାରୀ ରାସ୍ତାରେ କମାରଯୋଡା ମେଡିକାଲ୍ ପର୍ଯ୍ୟନ୍ତ ଏହି ଫ୍ଲାଏ ଓଭର ନିର୍ମିତ ହେବ ।

ସର୍ଭିସ୍ ରୋଡ୍, ଆପ୍ରୋଚ୍ ରୋଡ୍ ସହିତ ଫ୍ଲାଇ ଓଭରରେ ବୈଦୁତିକ ସୁବିଧା, ଜନସ୍ୱାସ୍ଥ୍ୟ ସୁବିଧା ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ରହିବ । ଓଡିଶା ବ୍ରିଜ୍ କନଷ୍ଟ୍ରକସନ କମ୍ପାନୀ ଲିମିଟେଡ ଏହାର ନିର୍ମାଣ ଦାୟିତ୍ୱ ନେଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦରବାର ହଲରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନ୍ଦ ନାୟକ, କେନ୍ଦୁଝର ସାଂସଦ  ଚନ୍ଦ୍ରାଣୀ ମୁର୍ମୁ, ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ, ଜିଲ୍ଲାପାଳ ଆଶିଷ ଠାକରେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝୀ ପ୍ରମୁଖ  ଉପସ୍ଥିତ ଥିଲେ ।

ବିହାରରେ ନବନିର୍ବାଚିତଙ୍କ ମଧ୍ୟରେ ମାଳମାଳ ଦାଗୀ ବିଧାୟକ, ୬୮ ପ୍ରତିଶତଙ୍କ ନାଁରେ ରହିଛି ଅପରାଧିକ ମାମଲା

0

ବିହାର: ବିହାରରେ ୨୪୩ଟି ବିଧାନସଭା ଆସନରେ ନିର୍ବାଚନ ଶେଷ ହୋଇଛି । ଏଥିରେ ଏନଡିଏ ବହୁମତ ପାଇଥିବା ବେଳେ ସରକାର ଗଠନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହାରି ଭିତରେ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ପାଖାପାଖି ୬୮ ପ୍ରତିଶତ ନବନିର୍ବାଚିତ ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା । ଯାହା ଗତ ବିଧାନସଭାର ବିଧାୟକଙ୍କ ଠାରୁ ୧୦ ପ୍ରତିଶତ ଅଧିକ ।

ଏଥିସହ କୋଟିପତି ବିଧାୟକଙ୍କ ସଂଖ୍ୟା ମଧ୍ୟ ବଢିଛି । ୨୦୧୫ରେ ୧୨୩ ଜଣ କୋଟିପତି ବିଧାୟକ ଥିବା ବେଳେ ଏବେ ୧୯୪ ଜଣ କୋଟି ପତି ବିଧାୟକ ଅଛନ୍ତି । ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ପକ୍ଷରୁ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ୨୪୧ ଜଣ ବିଧାୟକଙ୍କ ଆଫିଡେବିଟକୁ ବିଷ୍ଲେଷଣ କରାଯାଇ ଏହି ଡାଟା ପ୍ରସ୍ତୁତ କରାଯାଇଛି ।

ଏଥିସହ ୫୧ ପ୍ରତିଶତ ବିଧାୟକଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ରହିଛି । ଯାହା ୨୦୧୫ରେ ୪୦ ପ୍ରତିଶତ ରହିଥିଲା । ଏକ କୋଟି ଟଙ୍କାରୁ ଅଧିକ ମୁଲ୍ୟ ସମ୍ପତ୍ତି ଥିବା ବିଧାୟକଙ୍କ ସଂଖ୍ୟା ମଧ୍ୟ ୮୧ ପ୍ରତିଶତ ରହିଛି । ୨୦୧୫ରେ ଏହା ୬୭ ପ୍ରତିଶତ ଥିଲା । ଏଥିସହ ଆରଜେଡିର ଅନନ୍ତ ସିଂ ଏଥର ସବୁଠାରୁ ଧନୀ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କର ୬୮ କୋଟି ଟଙ୍କାର ସମ୍ପତ୍ତି ରହିଛି । ଆରଜେଡିର ରାମବ୍ରିକାଶ ସାଡା ସବୁଠାରୁ ଗରିବ ବିଧାୟକ ବୋଲି ଜଣାପଡିଛି । ତାଙ୍କ ନାଁରେ ମାତ୍ର ୭୦ ହଜାର ଟଙ୍କାର ସମ୍ପତ୍ତି ରହିଛି ।

ମାଛ କିଲୋ ପିଛା ୧୬ ହଜାର: ନିଲାମ ବେଳେ ୪ଲକ୍ଷ ଟଙ୍କା ଦେଇ କିଣିଲା କୋଲକାତାର ଏକ ଔଷଧ କମ୍ପାନୀ

ଜଳେଶ୍ୱର: ମାଛର ଦାମ ୪ଲକ୍ଷ ଟଙ୍କା । ଧରା ହେଲା ୪ଲକ୍ଷ ଟଙ୍କିଆ ମାଛ । ଓଡିଶାକୁ ଲାଗି ରହିଥିବା ପଶ୍ଚିମବଙ୍ଗ ଦୀଘା ମୁହାଣରେ ଧାରାଯାଇଛି ୨୭ କିଲୋଗ୍ରାମର ଏକ ବିରଳ ମାଛ । ତେବେ ଏହି ବିରଳ ମାଛର ନାଁ ରହିଛି ତେଲିଆ ମାଛ । କିନ୍ତୁ ଏହି ମାଛକୁ ସ୍ଥାନୀୟ ଅଞ୍ଚଳରେ ଭେକ୍ଟି ମାଛ ନାଁ ରେ ଜଣା ଯାଇଥାଏ । ଏହି ମାଛକୁ ଦେଖିବାକୁ ଗହଳି ଲାଗିଛି ।  ଏହି ମାଛର ଦର କିଲୋଗ୍ରାମ ପ୍ରତି ୧୬ହଜାର ଟଙ୍କାରେ ବିକ୍ରି ହୋଇଥିବା ସୂଚନା ମିଳିଛି ।

ଗୁରୁବାର ଦିନ ଦିଘା ମାଛ ନିଲାମ କେନ୍ଦ୍ରରେ ଏହି ମାଛଟିକୁ ନିଲାମ କରାଯାଇଥିଲା ।  ARM ନାମକ ଔଷଧ କମ୍ପାନୀ ଏହି ମାଛ ଟିକୁ କିଲୋଗ୍ରାମ ପ୍ରତି ୧୬ହଜାର ଟଙ୍କାରେ କିଣିଥିଲା । ତେବେ ସ୍ଥାନୀୟ ଅଞ୍ଚଳରେ ମାଛ ଧରାଳିଙ୍କ ଜାଲରେ ଧରାଯାଇଥିଲା ।  ପ୍ରାୟ ୨୭ କିଲୋଗ୍ରାମର ଏହି ମାଛକୁ କୋଲକାତାର ଔଷଧ କମ୍ପାନୀ ମୋଟ ୪ ଲକ୍ଷ ଟଙ୍କାରେ କିଣିଥିଲା । ତେବେ ଏହି ମାଛର ଚର୍ବି, କଣ୍ଟା ରୁ ଔଷଧ ତିଆରିରେ ବ୍ୟବହୃତ ହୁଏ ।  ତେଣୁ ଫାର୍ମାସିଟିକାଲ୍ କମ୍ପାନୀ ତରଫରୁ ଏହି ମାଛକୁ ଚଢା ଦରରେ କଣିଥିବା ଜଣାପଡ଼ିଛି ।

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବରିଷ୍ଠ କିରାଣୀ ଉଦୟନାଥ

ଭୁବନେଶ୍ୱର: ଭୁବନେଶ୍ୱର ଉପ ଜିଲ୍ଲାପାଳ କାର୍ଯ୍ୟଳୟର ବରିଷ୍ଠ କିରାଣୀ ଉଦୟନାଥ ଜେନା ଗିରଫ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଉଦୟନାଥଙ୍କୁ ଗିରଫ କରିଛି ଭିଜିଲାନ୍ସ  । ଉଦୟନାଥଙ୍କ ଘରେ ରେଡ ବେଳେ ୧ କୋଟି ୩୨ ଲକ୍ଷ ୨୭ ହଜାର ଟଙ୍କା ସମ୍ପତ୍ତି ଠାବ  କରିଛି ଭିଜିଲାନ୍ସ ।

ଚଢାଉ ସମୟରେ ଭୁବନେଶ୍ୱରରେ ୬୬ ଲକ୍ଷ ଟଙ୍କାର ଘର, ୨୩ ଲକ୍ଷର ଭୁବନେଶ୍ୱର ଓ ପୁରୀରେ ୭ଟି ଫ୍ଲାଟ ।  ପୁରୀରେ ୧୨ ଲକ୍ଷ ଟଙ୍କାର ଫ୍ଳାଟ ଓ ନଗଦ ୫୬ ହଜାର ଟଙ୍କା ଠାବ ହୋଇଥିଲା ଭିଜିଲାନ୍ସ । ବିଭିନ୍ନ ବ୍ୟାଙ୍କରେ ୯ ଲକ୍ଷ ଟଙ୍କାର ଫିକ୍ସ ବ୍ୟାଙ୍କ ଡିପୋଜିଟ ଓ ଅଢେଇ ଲକ୍ଷ ଟଙ୍କାର ସୁନା ଗହଣା ଠାବ ହୋଇଛି  ।

ସେହିପରି ଉଦୟନାଥ ତାଙ୍କ ପତ୍ନୀଙ୍କ ନାମରେ ଅଧିକାଂଶ ସମ୍ପତ୍ତି ରଖିଥିବା ଜଣାପଡ଼ିଥିଲା । ତେବେ ଦରମା ଅନୁସାରେ ସମ୍ପତ୍ତି ପରିମାଣ ଅଧିକ ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ଗତକାଲି ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଦୟନାଥଙ୍କ ଭୁବନେଶ୍ୱର ସୁନ୍ଦରପଦା  ଓ ବାରଙ୍ଗ ଘର, ଭୁବନେଶ୍ୱର ଅଫିସ ଓ କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିକଟ ଏନ୍ଦୁଳାପୁର ଗାଁରେ ଚଢାଉ କରିଥିଲା ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ଟିମ।

ହାତରେ ଜୋତା ଧରି ମା’ଦୁର୍ଗାଙ୍କ ପୋଜ୍‌ ଦେଇଥିଲେ ରାପର କାର୍ଡି ବି, ଏବେ କ୍ଷମା ମାଗିଲେ..

ଯୁକ୍ତରାଷ୍ଟ୍ର ଆମେରିକା: ଆମେରିକୀୟ ରାପର କାର୍ଡି ବି ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା କରିଛନ୍ତି । ହିନ୍ଦୁ ଧର୍ମର ମାଆ ଦୁର୍ଗାଙ୍କ ଭଳି ଠିଆ ହୋଇ ଫଟୋସୁଟ କରିବା ପରେ କ୍ଷମା ପ୍ରାର୍ଥନା କରିଛନ୍ତି କାର୍ଡି ବି । ବାସ୍ତବରେ ସିଙ୍ଗର ଏହି ଫଟୋସେସନକୁ ଏକ ଫୁଟୱେୟାର ମାଗାଜିନ ପାଇଁ ହାତରେ ରେବୋକଙ୍କ ଜୋତା ଧରି କରିଥିଲେ | ଫଟୋରେ କାର୍ଡି ନାଲି ରଙ୍ଗର ପୋଷାକ ପିନ୍ଧିଛନ୍ତି ଏବଂ ତାଙ୍କ ପଛରେ ଆଠଟି ହାତ ଥିବା ଦୃଶ୍ୟମାନ ହେଉଛି, ଯାହା ହିନ୍ଦୁ ଧର୍ମରେ ମାଆ ଦୁର୍ଗାଙ୍କର ରୂପ ଅଟେ ।

ଭିଡିଓ ଜାରି କରି କ୍ଷମା ମାଗିଲେ

ଫଟୋଟି ଫାଇରାଲ ହେବା ପରେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେବାକୁ ପଡ଼ିଲା । ଲୋକମାନେ ତାଙ୍କ ଉପରେ ହିନ୍ଦୁ ଧର୍ମର ଅପମାନ କରୁଥିବା ଅଭିଯୋଗ ଆଣିଲେ । କାର୍ଡି ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭୁଡିଓ ଷ୍ଟୋରୀ ସେୟାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ, ‘ଯେତେବେଳେ ମୁଁ ସୁଟ କରୁଥୁଲି ସେତେବେଳେ ମତେ କୁହାଯାଇଥିଲା ଯେ ମୁଁ ଜଣେ ଦେବୀଙ୍କୁ ରିପ୍ରେଜେଣ୍ଚଟ କରୁଛି । ଯିଏ ଶକ୍ତି, ନାରୀତ୍ୱ ଏବଂ ଉଦାରତାର ପ୍ରତୀକ ଅଟନ୍ତି । ଏହି ସବୁ ମତେ ଖୁବ ଭଲ ଲାଗିଥିଲା ତେଣୁ ମୁଁ ଏମିତି ଫଟେ କ୍ଲିକ କଲି ।’

‘ଯଦି ଲୋକଙ୍କୁ ଲାଗୁଛି ମୁଁ ତାଙ୍କୁ ଧର୍ମ ଓ ସଂସ୍କୃତିର ଅପମାନ କରୁଛି ତେବେ ଏହା ଜାଣିଶୁଣି ହୋଇନାହିଁ । ମୁଁ ମଧ୍ୟ ମୋ ଧର୍ମ ପାଇଁ ଏହି ଭଳି କାର୍ଯ୍ୟକଳାପକୁ ସ୍ୱୀକାର କରିବି ନାହିଁ ।’

କାର୍ଡି ଆଉ ମଧ୍ୟ କହିଛନ୍ତି ଯେ, – ‘ଯେତେବେଳେ ଲୋକମାନେ ଭର୍ଜିନ ମେରୀ ଏବଂ ଜୀସସଙ୍କ ଭଳି ପୋଷାକ ପିନ୍ଧନ୍ତି, ସେତେବେଳେ ସେ ତାଙ୍କୁ ଖୁବ ସୁନ୍ଦର ଭାବରେ ପ୍ରେସେଣ୍ଟ କରନ୍ତି । କନ୍ତୁ ମୁଁ ଏଠାରେ କାହାକୁ ଅପମାନ କରିବାକୁ ଚେଷ୍ଟା କରୁନଥିଲି, ବୋଧ ହୁଏ ମତେ ନିଜ ସ୍ତରରେ କିଛି ରିସର୍ଚ୍ଚ କରିନେବା ଉଚିତ ଥିଲା । ମତେ କ୍ଷମା କରନ୍ତୁ, ମୁଁ ଅତୀତକୁ ବଦଳାଇ ପାରିବିନି କିନ୍ତୁ ଭବିଷ୍ୟତରେ ମୁଁ ଏସବୁ ଜିନିଷରେ ଅଧିକ ଗବେଷଣା କରିବି ।’

ଅମ୍ଫାନ କ୍ଷୟକ୍ଷତି ପାଇଁ ଓଡ଼ିଶାକୁ ୧୨୮କୋଟି ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟରେ ହୋଇଥିବା କ୍ଷୟକ୍ଷତି ପାଇଁ କେନ୍ଦ୍ର ସରକାର ଘୋଷଣା କଲେ ସହାୟତା ରାଶି । ମୋଟ ୬ଟି ରାଜ୍ୟକୁ ସହାୟତା ରାଶି ଘୋଷଣା କରାଯାଇଛି । ଏହି ତାଲିକାର ୬ଟି ରାଜ୍ୟ ଭିତରେ ରହିଛି ଓଡ଼ିଶା । ଏଥିରେ ଓଡିଶାକୁ  ଅମ୍ଫାନ ସହାୟତା ରାଶି୍ ଘୋଷଣା କରାଯାଇଛି । ଅମ୍ଫାନ, ନିସର୍ଗ ଓ ଭୂସ୍ଖଳନ ପାଇଁ ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ୬ ରାଜ୍ୟକୁ ମୋଟ୍ ୪ ହଜାର ୩୮୧ . ୮୮କୋଟି ଟଙ୍କାର ମଞ୍ଜୁର ହୋଇଛି ।

ଓଡିଶା ସମେତ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଓ ସିକିମକୁ ସହାୟତା ରାଶି ଘୋଷଣା ହୋଇଛି । ଯେହେତୁ ପଶ୍ଚିମବଙ୍ଗରେ ଅମ୍ଫାନ ବ୍ୟାପକ କ୍ଷୟକ୍ଷତି କରିଥିଲା । ସେଥିପାଇଁ ପଶ୍ଚିମବଙ୍ଗକୁ ସର୍ବାଧିକ ୨ହଜାର ୭୦୭.୭୭ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ଏହାସହ ଓଡିଶାକୁ ୧୨୮. ୨୩କୋଟିର ସହାୟତା ରାଶି ଘୋଷଣା ହୋଇଛି ।

ସେହିଭଳି ନିସର୍ଗ ପାଇଁ ମହାରାଷ୍ଟ୍ରକୁ ୨୬୮.୫୯କୋଟି ଟଙ୍କା ମଞ୍ଜୁର କରାଯାଇଛି । ଗତ ୨୩ ମେ’ରେ ତତ୍କାଳ କ୍ଷତିପୂରଣ ବାବଦକୁ ପଶ୍ଚିମବଙ୍ଗକୁ ହଜାରେ କୋଟି ଓ ଓଡିଶାକୁ ୫ଶହ କୋଟି ଟଙ୍କା ପୂର୍ବରୁ କେନ୍ଦ୍ର ପ୍ରଦାନ କରିସରିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ଘୋଷଣା ହୋଇଛି ।

ଅର୍ଜୁନ ରାମପାଳଙ୍କୁ NCBର ପଚରାଉଚରା, ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିଥିଲା ନାଁ

ମୁମ୍ବାଇ: ଡ୍ରଗ୍ସ ମାମଲାକୁ ନେଇ ବଲିଉଡ ସେଲିବ୍ରିଟିଙ୍କ ଉପରେ NCBର ଯାଞ୍ଚ ବଢ଼ିବାରେ ଲାଗିଛି । ଆଜି ଅଭିନେତା ଅର୍ଜୁନ ରାମପାଳଙ୍କୁ ପଚରାଉଚରା କରୁଛି NCB । ଏହାପୂର୍ବରୁ ଅର୍ଜୁନ ରାମପାଳଙ୍କ ଲିଭ ଇନ ପାର୍ଟନର ଗୈବ୍ରିଆଲଙ୍କୁ ଏନସିବି ପଚରାଉଚରା କରିଥିଲା । ସୂଚନା ଅନୁଯାୟୀ କିଛି ଦିନ ପୂର୍ବରୁ ଅର୍ଜୁନ ରାମପାଳଙ୍କ ଘରେ ଏନସିବିର ସର୍ଚ୍ଚ ଅପରେସନ ପରେ ଉଭୟ ଅଭିନେତା ଏବଂ ଗୈବ୍ରିୟାଲଙ୍କୁ ଏନସିବି ସମନ ପଠାଇଥିଲା ।

ଅନ୍ୟପଟେ, ଏନସିବି ଅଷ୍ଟ୍ରେଲିଆ ମୂଳ ଆର୍କିଟେକ୍ଟ ପଲ ବର୍ଟଲଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରିଛି । ପଲ ବର୍ଟଲଙ୍କୁ Agisialos Demetriades ( ଅର୍ଜୁନ ରାମପାଳଙ୍କ ଲିଭ ଇନ ପାର୍ଟନର ଗୈବ୍ରିଆଲଙ୍କ ଭାଇ ) ଡ୍ରଗ୍ସ ଯୋଗାଇଥିଲେ ଏବଂ ସେ ଅର୍ଜୁନଙ୍କ ଖାସ ଲୋକ ଥିଲେ । ଏନସିବି ସୂଚନା ଅନୁଯାୟୀ ଅର୍ଜୁନ ରାମପାଳ ଓ ପଲ ବର୍ଟରଙ୍କୁ ସାମ୍ନା ସାମ୍ନି ବସାଇ ପଚରାଉଚରା କରାଯାଇପାରେ ।

ବୁଧବାର ରାତିରେ ଏନସିବି ପଲଙ୍କ ବାନ୍ଦ୍ରାସ୍ଥିତ ଘରେ ଚଢ଼ାଉ କରିଥିଲା ଏବଂ ସମନ ଜାରି କରି ଗୁରୁବାର ପଚରାଉଚରା ପାଇଁ ଡକାଯାଇଥିଲା । ପାଖାପାଖି ୯ ଘଣ୍ଟାର ପଚରାଉଚରା ପରେ ପଲଙ୍କୁ ଗିରଫ କରାଗଲା ଏନସିବି । ଏହି ପୁରା ଘଟଣାରେ ଅର୍ଜୁନ ଏବଂ ତାଙ୍କ ଲିଭ ଇନ ପାର୍ଟନର ଗୈବ୍ରିଆଲଙ୍କ ନାଆ ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ଏନସିବି ଗୈବ୍ରିଆଲଙ୍କ ଭାଇ ଆଗିସିଆଲୋସଙ୍କ ପାଖରୁ ହଶିଶ ଏବଂ ଏପ୍ଲାଜୋଲମର ଟାବଲେଟ ମିଳିଥିଲା । ବର୍ତ୍ତମାନ ଆଗିସିଆଲୋସଙ୍କୁ ଏନସିବି ଗିରଫ କରିଛି ।

ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୧୦୧୮ ସଂକ୍ରମିତ, ୧୨ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଖସୁଛି କରୋନା ଗ୍ରାଫ୍ । କମିବାରେ ଲାଗିଛି ଦୈନିକ ସଂକ୍ରମଣ । ରାଜ୍ୟରେ ୨୪ ଘଣ୍ଟାରେ ୧୦୧୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ  କ୍ୱାରେଣ୍ଟାଇନରୁ ୫୮୫ ଚିହ୍ନଟ ହୋଇଥିବା ବେଳେ ୪୩୩ଟି ସ୍ଥାନୀୟ ସଂକ୍ରମଣ ରହିଛି । ଗତକାଲି ୯୮୬ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହିଭଳି ୧୨ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ ।

ଶୁକ୍ରବାରରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ସୁନ୍ଦରଗଡ଼ଗଡ଼ରୁ ୯୪ ଚିହ୍ନଟ ହୋଇଛନ୍ତି । ସେହିଭଳି ଆନୁଗୁଳରୁ ୬୫, ବାଲେଶ୍ୱରରୁ ୨୪, ବରଗଡରୁ ୨୭, ଭଦ୍ରକରୁ ୯, ବଲାଙ୍ଗୀରରୁ ୬୭, ବୌଦ୍ଧରୁ ୨, କଟକରୁ ୭୩,. ଦେଓଗଡ଼ରୁ ୪, ଢେଙ୍କାନାଳରୁ ୨୦, ଗଜପତିରୁ ୭, ଗଞ୍ଜାମରୁ ୧୩, ଜଗତସିଂହପୁରରୁ ୫୧, ଯାଜପୁରରୁ ୩୯, ଝାରସୁଗୁଡାରୁ ୨୭, କାଲାହାଣ୍ଡିରୁ ୪୩, କାଳାହାଣ୍ଡିରୁ ୧୯, କେନ୍ଦ୍ରାପଡାରୁ ୩୮, କେଉଁଝରରୁ ୩୫, ଖୋର୍ଦ୍ଧାରୁ ୮୩,  କୋରାପୁଟରୁ ୧୨, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୮୬, ନବରଙ୍ଗପୁରରୁ ୧୭, ନୟାଗଡ଼ରୁ ୧୦, ନୁଆପଡାରୁ ୪୧, ପୁରୀରୁ ୩୮, ସମ୍ବଲପୁରରୁ ୪୬, ସୋନେପୁରରୁ ୮, ସୁନ୍ଦରଗଡରୁ ୯୪, ଷ୍ଟେଟ ପୁଲରୁ ୧୭ ।

କରୋନାରେ ଆଉ ୧୨କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୪୯୫କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭ହଜାର ୪ରେ ପହଞ୍ଚିଥିବା ବେଳେ କରୋନାରୁ ଆରୋଗ୍ୟ ହୋଇଛନ୍ତି  ୨ ଲକ୍ଷ ୯୩ ହଜାର ୭୪୧ ସଂକ୍ରମିତ । ଆକ୍ଟିଭ କେସ୍ ରହିଛି ୧୧ ହଜାର ୭୧୫ ।

ଦେଶରେ ୮୭ ଲକ୍ଷକୁ ବୃଦ୍ଧି ପାଇଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୫୪୭ ମୃତ

ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ଭାରତରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇପାରେ ଲାଗିଛି । ଗତ ୨୪ ଘଣ୍ଟାରେ  ପ୍ରାୟ ୪୪ ହଜାର ୮୭୯ ନୂଆ ସଂକ୍ରମଣ ସହ  ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୮୭,୨୮,୭୯୫ ରେ ପହଞ୍ଚିଛି ଓ ୫୪୭ ଜଣ ମୃତ୍ୟୁବରଣ କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା୮୭୨୮୭୯୫ ରେ ପହଞ୍ଚିଛି । ଏହା ମଧ୍ୟରୁ ୪,୮୪,୫୪୭ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧,୨୮,୬୬୮ କୁ ବୃଦ୍ଧି ପାଇଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୮୧,୧୫,୫୮୦ ରେ ପହଞ୍ଚିଛି ।

 

ଦେଶରେ କରୋନା ସଂକ୍ରମଣ କମୁଥିବାବେଳେ ଆଗାମୀ ଦିନରେ ସଂକ୍ରମଣର ୨ୟ ଲହରୀ ଆସିବାର ଆଶଙ୍କା କରୁଛନ୍ତି ବିଶେଷଜ୍ଞ ଓ ସରକାର ।

ଅନ୍ୟପକ୍ଷରେ ସାରା ବିଶ୍ୱରେ ମଙ୍ଗଳବାର  ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ କୋଟି ୨୬ ଲକ୍ଷ ଓ ମୃତ୍ୟୁସଂଖ୍ୟା ୧୨.୯୨ ଲକ୍ଷ ଟପିଯାଇଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ଟପିଯାଇଛି ।  ଆମେରିକା ତଳକୁ ଭାରତ ଓ ବ୍ରାଜିଲ ରହିଛନ୍ତି ।