spot_img
Home Blog Page 6434

ସାରୁଅ ଜମି କେଳେଙ୍କାରୀ: ସମାଧାନର ବାଟ  ନବାହାରିବାରୁ ରାଜଭବନ ଆଗରେ ଧାରଣା ଦେଲେ ଠିକା କର୍ମଚାରୀ

ଭୁବନେଶ୍ୱର: ବଢୁଛି ଦିନ, ହେଲେ ଥମୁନି ବିବାଦ । ଖୋର୍ଦ୍ଧା ସାରୁଅ ଷ୍ଟୁଡିଓ ଆଗରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ ପରେ ସମାଧାନର ବାଟ  ନବାହାରିବାରୁ ଆଜି ରାଜଭବନ ଆଗରେ ଧାରଣା ଦେଇଛନ୍ତି ଠିକା କର୍ମଚାରୀ । ୫ ଦଫା ଦାବିରେ ଆନ୍ଦୋଳନ କରିବା ସହ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବେ ଆନ୍ଦୋଳନକାରୀ । ୩୩ଜଣ କର୍ମଚାରୀଙ୍କ ମଧ୍ୟରୁ ୨ଜଣ ଅସୁସ୍ଥ ହୋଇ ମେଡିକାଲେ ଭର୍ତ୍ତି ହୋଇଛନ୍ତି । ମାସିକ ଦରମା ୧୫ ହଜାର, ଇପିଏଫ, ଇଏସଆଇ ଲାଗୁ ଭଳି ବିଭିନ୍ନ ଦାବି ନେଇ ରାଜଭବନ ଆଗରେ ଧାରଣା ଦେଇଛନ୍ତି ସାରୁଆ ଇନ୍‌ଫ୍ରାଟେକ୍‌ ଠିକା କର୍ମଚାରୀ ।

ସୂଚନା ଅନୁସାରେ, ଦଳିତଙ୍କ ଜମି ହଡପ କରି ସେମାନଙ୍କୁ ସାରୁଅ ଷ୍ଟୁଡିଅରେ ଚାକିରି ପ୍ରଦାନର ପ୍ରଲୋଭନ ଦେଖାଯ଼ାଇଥିଲା  । ହେଲେ ଅତି ନଗନ୍ୟ ପାରିଶ୍ରମିକ ଦେଇ କିଛି ଲୋକଙ୍କୁ ଚାକିରି ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସମୁଦାୟ ୩୩ ଜଣଙ୍କୁ ଚାକିରିରୁ ବାହାର କାରଯାଇଥିଲା । ଚାକିରିରେ କୌଣସି ସୁବିଧା ପ୍ରଦାନ କରିନଥିଲା ଓଡିଶା ଇନଫ୍ରା ପ୍ରାଇଭେଟ ଲିମିଟେଡ  । ସଂସ୍ଥାର ଏପରି ମନମାନି ବିରୋଧରେ କର୍ମଚାରୀ ଆନ୍ଦୋଳନ କରିବା ସହ ଜିଲ୍ଲା ଶ୍ରମ ଅଧିକାରୀରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାସହ ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର ୨ କର୍ମଚାରୀ ଠିକା କର୍ମଚାରୀଙ୍କୁ ଧମକ ଚମକ ଦେଇଥିବା ନେଇ ବାଘମାରୀ ଥାନାରେ ଏତଲା ଦେଇଥିଲେ । ପରବର୍ତ୍ତୀ ସମୟରେ ୨ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା ।

ପରବର୍ତ୍ତୀ ସମୟରେ ସାରୁଅ ଷ୍ଟୁଡିଓ ମ୍ୟାନେଜରଙ୍କୁ ଗିରଫ କରାଯାଇଥିଲା । ପରେ ସର୍ତ୍ତମୂଳକ ଜାମିନ ମିଳିଥିଲା । ଜିଲ୍ଲା ଶ୍ରମ ଅଧିକାରୀ, ଯୁଗ୍ମ ଶ୍ରମ କମିଶନର ଘଟଣାସ୍ଥଳ ପରିଦର୍ଶନ କରି ସମ୍ପୃକ୍ତ କର୍ତ୍ତୃପକ୍ଷ ତଥା ଓଟିଭି ଏମ୍‌ଡି ଜଗି ପଣ୍ଡାଙ୍କୁ ଉତ୍ତର ରଖିବାକୁ ନୋଟିସ କରିଥିଲେ । କିନ୍ତୁ ଓଟିଭି କର୍ତ୍ତୃପକ୍ଷ ନୋଟିସର ଯାହା ଉତ୍ତର ରଖିଥିଲେ ସେଥିରେ ଅସନ୍ତୋଷ ପ୍ରକାଶ କରିଥିଲେ ଶ୍ରମ ଅଧିକାରୀ । ପରେ ପୁଣି ଉଭୟ ପକ୍ଷଙ୍କୁ ୧୧ତାରିଖ ଦିନ ୩ଟା ସମୟେର ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ମିଳିତ ଆଲୋଚନା ପାଇଁ ସାନି ନୋଟିସ ଜାରି କରିଥିଲେ ଡିଭିଜନାଲ ଶ୍ରମ ଆୟୁକ୍ତ । ମିଳିତ ଆଲୋଚନାରେ ନିର୍ଦ୍ଧାରିତ ସମୟରେ ଯଦିଓ ସାରୁଅ ଠିକା କର୍ମଚାରୀଙ୍କ ମଧ୍ୟରୁ ୮ଜଣ ଶ୍ରମ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ , ଓଟିଭି କର୍ତ୍ତୃପକ୍ଷ ଆଲୋଚନାରେ ସାମିଲ ହେବା ପରିବର୍ତ୍ତେ ପୁଣି ୧୦ ଦିନରେ ସମୟ ମାଗିଥିଲେ । ବର୍ତ୍ତମାନ ନିଷ୍ପତ୍ତି ଶ୍ରମ ଅଧିକାରୀଙ୍କ ହାତରେ । ଓଟିଭି କର୍ତ୍ତୃପକ୍ଷ ମାଗିଥିବା ସମୟ ତାଙ୍କୁ ଦେବେ , ଯଦି ଦେବେ କେତେଦିନ ଦେବେ ନା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେବେ ତାହା ନିଷ୍ପତ୍ତି ପରେ ହିଁ ସ୍ପଷ୍ଟ ହେବ ।

ଭୁଲରେ ଭାରତ ସୀମା ଡେଇଁ ପାକିସ୍ତାନ ପଳାଇଥିଲେ, ୨୦ ବର୍ଷ ପରେ ଫେରିଲେ

ରାଉରକେଲା: ଗାଁରେ ପହଞ୍ଚିଲେ ବିର୍ଜୁ କୁଲୁ । ପାକିସ୍ତାନରେ ୨୦ବର୍ଷ ଜେଲଦଣ୍ଡ କାଟିବା ପରେ ଆଜି ନିଜ ଗାଁ ସୁନ୍ଦରଗଡ କୁତ୍ରା ଜଙ୍ଗରପଡ଼ାରେ ପହଞ୍ଚିଛନ୍ତି ବିରଜୁ । ପ୍ରଶାସନର ସ୍ୱତନ୍ତ୍ର ଟିମ ଅମୃତସରରୁ ବିର୍ଜୁଙ୍କୁ ନେଇ ଫେରିଛି । ବିର୍ଜୁ ଫେରିବା ବେଳେ କୁତ୍ରା ଛକରେ ଵିରଜୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କୁତ୍ରା ବିଡ଼ିଓ, ବ୍ଲକ ଅଧ୍ୟଷାଙ୍କ ସହ ସ୍ଥାନୀୟ ବାସିନ୍ଦା ସମ୍ବର୍ଦ୍ଧନା ଜଣାଇଛନ୍ତି ।  ପରେ ବିର୍ଜୁଙ୍କୁ ଶୋଭାଯାତ୍ରାରେ ଜଙ୍ଗରପଡା ଗାଁକୁ ନିଆଯାଇଛି ।

ସୂଚନା ଅନୁସାରେ ଜଙ୍ଗରପଡା ଗାଁର ବିର୍ଜୁ କୁଲୁ ୨୫ଵର୍ଷ ତଳେ ଘରୁ କେଉଁ ଆଡେ ପଳାଇ ଯାଇଥିଲେ । ଏବଂ ପରେ ସେ ଦୁର୍ଭାଗ୍ୟବଶତଃ ଭାରତ ସୀମା ଡେଇଁ ପାକିସ୍ତାନ ଭିତରକୁ ଚାଲିଯାଇଥିବା ଜଣାପଡ଼ିଥିଲା । ଏହାପରେ ତାଙ୍କୁ ପାକିସ୍ତାନୀ ଯବାନ କଏଦ କରିଥିଲେ । ସେଠାରେ ଦୀର୍ଘ ୨୦ବର୍ଷ ଜେଲରେ ସଜା କାଟିବା ପରେ ଭାରତ ଫେରିଛନ୍ତି ବିର୍ଜୁ । ଏହାପରେ ମାଟିର ପୁଅ ଗାଁକୁ ଫେରିବା ଖୁସି ସ୍ୱାଗତ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା ।

କୁତ୍ରା ମଙ୍ଗଳ ସମ୍ପ୍ରାସାରଣ ଅଧିକାରୀଙ୍କ ସହ ଦୁଇଜଣ ଡ୍ରାଇଭର ବିର୍ଜୁଙ୍କୁ ଆଣିବାକୁ ଯାଇଥିଲେ । ତେବେ ଵିର୍ଜୁ ନିଜ ଗାଁକୁ ଫେରିବା ପରେ ସମସ୍ତ ସରକାରୀ ସାହାଯ୍ୟ, ସାମାଜିକ ସୁରକ୍ଷା ପ୍ରଦାନ କରାଯିବା ସହ , ଆଧାରକାର୍ଡ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

ରାହୁଲଙ୍କୁ ଜଣେ ଅପରିପକ୍ୱ ଓ ଦକ୍ଷତା ବିହୀନ ବ୍ୟକ୍ତି କହିଲେ ବାରାକ ଓବାମା

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଣି ଥରେ ଏକ ଚର୍ଚ୍ଚାର ପରିସରକୁ ଆସିଯାଇଛନ୍ତି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ  ଆତ୍ମଜୀବନୀରେ ରାହୁଲ ଗାନ୍ଧିଙ୍କ ସମ୍ପର୍କରେ ଏପରି କିଛି କଥା କୁହାଯାଇଛି, ଯାହାକୁ ନେଇ ସବୁଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ଏହା ସହିତ କଂଗ୍ରେସକୁ ଟାର୍ଗେଟ କରିବାକୁ ବିଜେପିକୁ ଆଉ ଏକ ସୁଯୋଗ ମିଳିଯାଇଛି ।

ଓବାମାଙ୍କ ପୁସ୍ତକ ‘ଏ ପ୍ରମିସିଂ ଲାଣ୍ଡ’ରେ କୁହାଯାଇଛି ଯେ ରାହୁଲ ଜଣେ ଶଙ୍କାଗ୍ରସ୍ତ ଓ ଦକ୍ଷତା ବିହୀନ ବ୍ୟକ୍ତି । ସେ ଏପରି ଜଣେ ଛାତ୍ର ଯିଏକି ନିଜ ଶିକ୍ଷକଙ୍କୁ ଖୁସି  କରିବାକୁ ଚାହେଁ, କିନ୍ତୁ ତାଙ୍କର ନିଜ ବିଷୟ (ରାଜନୀତି) ଉପରେ ନା ଦକ୍ଷତା ଅଛି ନା ଦକ୍ଷତା ହାସଲ କରିବାକୁ ଆଗ୍ରହ ଅଛି ।

ରାହୁଲଙ୍କ ମା’ ସୋନିଆ ଗାନ୍ଧିଙ୍କ ସମ୍ପର୍କରେ ସେ କହିଛନ୍ତି ଯେ ଆମକୁ ଚାର୍ଲି କ୍ରିଷ୍ଟ ଓ ରହମ ଇମାନୁଏଲଙ୍କ ପରି ପୁରୁଷମାନଙ୍କ ସୌନ୍ଦର୍ଯ୍ୟ ସମ୍ପର୍କରେ କୁହାଯାଏ, କିନ୍ତୁ ନାରୀମାନଙ୍କ ସୌନ୍ଦର୍ଯ୍ୟ ସମ୍ପର୍କର କିଛି କୁହାଯାଇନଥାଏ । ତେବେ କେବଳ ଗୋଟିଏ କିମ୍ବା ଦୁଇଟି ଅପବାଦ ରହିଛି, ଯେପରିକି ସୋନିଆ ଗାନ୍ଧି ।

ଏହି ପୁସ୍ତକରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଓ ଆମେରିକାର ପୂର୍ବତନ ପ୍ରରତିକ୍ଷା ମନ୍ତ୍ରୀ ବବ୍ ଗେଟ୍ସ ହେଉଛନ୍ତି ଅତ୍ୟନ୍ତ ସଚ୍ଚୋଟ ବ୍ୟକ୍ତି । ସେହିପରି ପୁଟିନଙ୍କୁ ସେ ଜଣେ ମଜଭୁତ ଓ ଚାଲାକ ବ୍ୟକ୍ତି ବୋଲି କହିଛନ୍ତି ।

ଚଳିତ ବର୍ଷ ଶ୍ରୀମନ୍ଦିର ସମ୍ମୁଖରେ ହେବନି ବଡବଡିଆ ଡାକ

ପୁରୀ: କରୋନା କଟକଣା ଭିତରେ ଫିକା ପଡ଼ୁଛି ବର୍ଷ ବର୍ଷର ପରମ୍ପରା । ଏଥିରୁ କେମିତି ବା ବାଦ୍ ପଡ଼ିଥାନ୍ତା ଶ୍ରୀକ୍ଷେତ୍ରରେ ହେଉଥିବା ବଡବଡିଆ ଡାକ । ଏଥର କାଉଁରିଆ ଉପରେ କଟକଣା । ଚଳିତ ବର୍ଷ ଶ୍ରୀମନ୍ଦିର ସମ୍ମୁଖରେ ବଡବଡିଆ ଡାକିବା ନେଇ କଟକଣା ଜାରି କରାଯାଇଛି । କରୋନା କଟକଣା ହେତୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ କାଉଁରିଆ କାଠି ଜାଳି ବଡବଡିଆ ଡାକିବା ନିଷେଧ କରାଯାଇଛି ।

କରୋନାକୁ ନିୟନ୍ତ୍ରଣକୁ ଆଣିବାକୁ ସରକାରଙ୍କ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି ସରକାର । ତେଣୁ ଅଧିକ ଧୂଆଁ ଦ୍ୱାରା କରୋନା ସଂକ୍ରମଣ ଅଧିକ ବ୍ୟାପିବାର ସମ୍ଭାବନା ଥିବାରୁ ବଡ଼ବଡ଼ୁଆ ଡାକ ବନ୍ଦ କରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି |

ତେଣୁ ଶ୍ରୀମନ୍ଦିର ସମ୍ମୁଖରେ ବଡବଡିଆ ଡାକିବା ନେଇ ଯେଉଁ ବ୍ୟବସ୍ଥା ପୂର୍ବରୁ ରହିଥିଲା ସେ ବ୍ୟବସ୍ଥାକୁ ବନ୍ଦ କରିବା ନେଇ ପ୍ରଶାସନ ନିଷ୍ପତି ନେଇଥିବା ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି |

ଜମି କେଳେଙ୍କାରୀ ମାମଲାରେ ଜୟ ପଣ୍ଡାଙ୍କୁ ଉତ୍ତର ମାଗିଲେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ

ଭୁବନେଶ୍ୱର: ଓଡ଼ିଶା ଇନଫ୍ରାଟେକର ଜମି କେଳେଙ୍କାରୀ ପ୍ରସଙ୍ଗ । ଘଟଣାରେ ବୈଜୟନ୍ତ ପଣ୍ଡା ଉତ୍ତର ରଖିବାକୁ ଦାବି କଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ।  କାହିଁକି ସେ ଗରିବ ଓ ଅନୁସୂଚିତ ଜାତି ଚାଷୀଙ୍କୁ ଠକିଛନ୍ତି ? କାହିଁକି ରବି ସେଠୀଙ୍କୁ ଦଳିତଙ୍କ ଜମି କିଣିବାକୁ ବାଧ୍ୟ କରିଥିଲେ ? ଏଭଳି ଆଉ କେତେ ଲୋକଙ୍କ ଜମି ଠକି କରି କିଣାଯାଇଛି ? ଏସବୁ ପ୍ରସଙ୍ଗରେ ଟ୍ୱିଟ କରି ଉତ୍ତର ଦାବି କରିଛନ୍ତି ପ୍ରଣବ ପ୍ରକାଶ ଦାସ ।

ସେପଟେ ସାରୁଅ ଜମି ଜାଲିଆତି ମାମଲାରେ ବଢିଲା ଜଗି ଓ ଜୟ ପଣ୍ଡାଙ୍କ ଅଡୁଆ । ମାମଲାକୁ ରଦ୍ଦ କରିବାକୁ ହୋଇଥିବା ମାମଲା ଉପରେ ଆଜି ହାଇକୋର୍ଟରେ ଶୁଣାଣି ହେବ । ସାରୁଅ ଜମି ଜାଲିଆତିର ମାମଲା କ୍ରାଇମବ୍ରାଞ୍ଚ ନେଲା ପରେ କ୍ରାଇମବ୍ରାଞ୍ଚର ଅର୍ଥନୈତକ ଅପରାଧିକ ଶାଖା ପ୍ରେସମିଟ କରି ଜାଲିଆତି ହୋଇଥିବା କଥା କହିଥିଲା  । ଗିରଫ ଭୟରେ  ୫ ତାରିଖରେ ହାଇକୋର୍ଟରୁ ଆଗୁଆ ଜାମିନ ଆଣିବାରେ ସମର୍ଥ ହୋଇଥିଲେ ଜଗି ଓ ଜୟ ପଣ୍ଡା  । ଏହା ସହିତ ମାମଲା ରଦ୍ଦ କରିବାକୁ ଆବେଦନ କରିଥିଲେ  । ଯାହାକି ଗତକାଲି ଯାଏଁ ସୁରକ୍ଷିତ ଥିଲା  । ଆଜି  ଏହି ମାମଲାର ଶୁଣାଣି ହେବ  ।

ରିଲିଜ ହେବାକୁ ଯାଉଛି ପ୍ରିୟଙ୍କା ଚୋପ୍ରୋଙ୍କ ନୂଆ ଫିଲ୍ମ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ପୋଷ୍ଟର

ନୂଆଦିଲ୍ଲୀ: ବଲିଉଡରୁ ହଲିଉଡ ଯାଏ ଏକ ସଫଳ ଯାତ୍ରା ଅତିକ୍ରମ କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପଡ଼ା । ଅଭିନେତ୍ରୀ ଜଣଙ୍କ ଏବେ ବଲିଉଡ ଫିଲ୍ମରେ କମ ଏବଂ ଇଣ୍ଟରନ୍ୟାସନାଲ ପ୍ରୋଜେକ୍ଟରେ ଅଧିକ ନଜର ଆସୁଛନ୍ତି । ନିଜ ଅଭିନୟର ଦମରେ ଆଜି ସେ ଏହି ସଫଳତା ହାସଲ କରିଛନ୍ତି । ଏମିତିରେ ପ୍ରିୟଙ୍କା ଚୋପ୍ରାଙ୍କ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ଖୁସି ଖବର ଆସିଛି । ଏଭିନେତ୍ରୀ ଜଣଙ୍କର ନୂଆ ଫିଲ୍ମ We Can Be Heros ଆଗାମୀ ବର୍ଷ ନେଟଫ୍ଲକ୍ସରେ ରିଲିଜ ହେବାକୁ ଯାଉଛି ।

 

ପ୍ରିୟଙ୍କା ଚୋପ୍ରାଙ୍କ ନୂଆ ଫିଲ୍ମ

ରବର୍ଡ ରାଡିକ୍ସଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମ ଆଗାମୀ ବର୍ଷ ଜାନୁଆରୀରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ପ୍ରିୟଙ୍କା ଚୋପ୍ରାଙ୍କ ବ୍ୟତୀତ YaYa Gosselin, Pedro Pascal ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଦୀର୍ଘ ଦିନ ଧରି ପ୍ରିୟଙ୍କାଙ୍କ ଏହି ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା । ଫିଲ୍ମର ବିଟିଏସ ଫୁଟେଜ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପୂର୍ବ ବର୍ଷ ଏହି ଫିଲ୍ମରେ ଥିବା ପ୍ରିୟଙ୍କାଙ୍କ ଲୁକ ମଧ୍ୟ ଲିକ ହୋଇଯାଇଥିଲା । ଏମିତିରେ ସମସ୍ତେ ପ୍ରିୟଙ୍କାଙ୍କ ଏହି ଫିଲ୍ମକୁ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି ।

 

View this post on Instagram

 

A post shared by Netflix Film (@netflixfilm)

We Can Be Heros ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମରେ କିଛି ସୁପରହିରୋଙ୍କୁ ଏଲିଏନ୍ସ ନିଜ ଦୁନିଆକୁ ନେଇଯାଆନ୍ତି । ସେଠାରେ ସେମାନଙ୍କୁ ବନ୍ଦି କରି ରଖାଯାଏ । ଏବେ ସେହି ସୁପର ହିରୋଙ୍କୁ ଉଦ୍ଧାର କରିବା ପାଇଁ ଛୁଆମାନେ କିପରି ଏକଜୁଟ ହୋଇ ପୃଥିବୀକୁ ସେହି ଏଲିଏନ୍ସଙ୍କ କବଳରୁ ରକ୍ଷା କରୁଛନ୍ତି, ତାହା ହିଁ ଫିଲ୍ମର କାହାଣୀ ଅଟେ ।

ବଲିଉଡ ଫିଲ୍ମ କଥା କହିବାକୁ ଗଲେ ପ୍ରିୟଙ୍କାଙ୍କୁ ଶେଷ ଥର ପାଇଁ ସ୍କାଏ ଇଜ ପିଙ୍କ ଫିଲ୍ମରେ ଦେଖିବାକୁ ମିଳିଥିଲା । ଫିଲ୍ମରେ ସେ ଫରହାନ ଖାନ ଏବଂ ଜାୟରା ବସୀମଙ୍କ ସହ କାମ କରିଥିଲେ । ଫିଲ୍ମଟି ବକ୍ସ ଅଫିସରେ ଏତେଟା ସଫଳତା ହାସଲ କରିପାରିନଥିଲା, କିନ୍ତୁ କାହାଣୀକୁ ଦର୍ଶକ ମାନେ ପସନ୍ଦ କରିଥିଲେ ।

ଆନ୍ଧ୍ର ଓଡ଼ିଶା ସୀମାରେ ବିବାଦ: ଓଡିଶା ମହିଳା ସରପଞ୍ଚଙ୍କୁ ଘେରିଛନ୍ତି ଆନ୍ଧ୍ରପ୍ରଦେଶର ଗାଁ ଲୋକ

ଭୁବନେଶ୍ୱର: ଓଡିଶା ସୀମାରେ ଆନ୍ଧ୍ରର ଦାଦାଗିରି  । ଆନ୍ଧ୍ର ଓଡ଼ିଶା ସୀମାରେ ବିବାଦ ଧିରେ ଧିରେ ଉଗ୍ର ରୂପ ନେଉଛି । ଆନ୍ଧ୍ର ଓଡିଶା ସୀମାର ବିବାଦ ସ୍ଥଳରେ ଓଡିଶା ମହିଳା ସରପଞ୍ଚଙ୍କୁ ଘେରିଛନ୍ତି ଆନ୍ଧ୍ରପ୍ରଦେଶର ଗାଁ ଲୋକ  । ସେମାନେ ସରପଞ୍ଚଙ୍କୁ  ଦୁର୍ବ୍ୟବହାର ସହିତ ବିଭିନ୍ନ ଧମକ ଦେଇଥିବା ଅଭିଯୋଗ ହୋଇଛି  । 

ସୂଚନାଅନୁସାରେ ସୀମାନ୍ତ ସମ୍ବାଇର ମହିଳା ସରପଞ୍ଚ ପିଲକ ଗୁଣ୍ଠା , ସୁନାବେଡା ୱାଡ଼ ମେମ୍ବର, ପୂର୍ବତନ ସରପଞ୍ଚ ଓ କିଛି ଗ୍ରାମ ବାସୀଙ୍କୁ ଆକ୍ରମଣ ଯୋଜନାରେ ବିଶାଖାପାଟଣା ଜିଲ୍ଲା ଡେକାପର ଗାଁ ଲୋକ ଆସିଥିଲେ  । ସେମାନଙ୍କ ଦାଦାଗିରି ସମ୍ପର୍କରେ ସରପଞ୍ଚ ପଟାଙ୍ଗୀ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ  । ଅଭିଯୋଗ ପରେ କୋରାପୁଟ ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଆନ୍ଧ୍ରପ୍ରଦେଶର ସାଇନ ବୋର୍ଡ ହଟାଇବା ସହିତ ପିଲର ଭାଙ୍ଗିଛି ।

ବିଳମ୍ୱିତ ରାତି ଲାଗିଲା ନିଆଁ, ହୁ ହୁ ହୋଇ ଜଳିଗଲା ବାଇକ ୱାର୍କ-ସପ୍

ଖୋର୍ଦ୍ଧା: ବାଇକ ସୋ ରୁମ ୱାର୍କ ସପରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲା ସୋ ରୁମ। ସୋ ରୁମରେ କେହି ନଥିବା ବେଳେ ରାତିରେ ନିଆଁ ଲାଗିଛି । ସ୍ଥାନୀୟଲୋକେ  ଯିବା ଆସିବା ସମୟରେ ଏହା ଦେଖି ସ୍ଥାନୀୟ ଦମକଳ ବାହିନୀକୁ ଫୋନ୍ କରିଥିଲେ । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଉଦ୍ୟମ କରିଥିଲେ ।

ଶୁକ୍ରବାର ଦିନ ସକାଳୁ ସକାଳୁ ଦମକଳ ବାହିନୀ ଏହି ବଡ଼ ଧରଣର ଅଗ୍ନିକାଣ୍ଡକୁ ଆୟତ କରିବାରେ ସଫଳ ହୋଇଥିଲା । କୋର୍ଟ ସମ୍ମୁଖ ହିରୋ ସୋ ରୁମର ୱାର୍କ ଶପରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା ।

ଅଗ୍ନିକାଣ୍ଡରେ ଅବ୍ୟବହୃତ ଜିନିଷ, ମୋବିଲ ଓ ଅନ୍ୟାନ୍ୟ ସାମଗ୍ରୀ ଜଳି ଯାଇଥିବା ବେଳେ ଖବର ପାଇ ଖୋର୍ଦ୍ଧା ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଛି । ତେବେ ଆଖପାଖରେ ଥିବା ଘର ଏବଂ ସୋରୁମରେ ଥିବା ଗାଡି ସବୁ ସୁରକ୍ଷିତ ରହିଥିବା ସୂଚନା ମିଳିଛି ।

୨ଟି ଗାଡିରୁ ଲକ୍ଷେ କି ୨ ଲକ୍ଷ ନୁହେଁ କୋଟିଏ ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ୱର: ଲମତାପୁଟ ଓ ପାଡ଼ୁଆ ପୁଲିସକୁ ବଡ ସଫଳତା । ୨ଟି ଗାଡିରୁ ଲକ୍ଷେ କି ୨ ଲକ୍ଷ ନୁହେଁ ପ୍ରାୟ ୧ କୋଟି ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ  ଜଣେ ଡ୍ରାଇବର ଗିରଫ ହୋଇଛି । କୋରାପୁଟ SPଙ୍କ ନିର୍ଦ୍ଦେଶରେ ପରେ ନନ୍ଦପୁର SDPO ଙ୍କ ନେତୃତ୍ୱରେ ୨ଟି ଟିମ ଲମତାପୁଟ ଓ ପାଡ଼ୁଆ ଅଞ୍ଚର ବିଭିନ୍ନ ସ୍ଥାନରେ ରାତି ପେଟ୍ରୋଲିଂ କରୁଥିଲେ ।

ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଳାପୁଟ ଅଂଚଳରୁ ଏକ ଗଂଜେଇ ବୋଝେଇ 407ଗାଡିକୁ ଲମତାପୁଟ ପୁଲିସ  ବଡପଡା ଘାଟି ନିକଟରେ ଅଟକାଇଥିଲେ । ପୋଲିସ ଚେକିଂକୁ ଦେଖି ୨ଜଣ ଚମ୍ପଟ ମାରିଛି । ପ୍ରାୟ ୧୦ କୁଇଣ୍ଟାଲ ୩୬ କେଜି ଗଞ୍ଜେଇ ଜବତ ହୋଇଛି ।  ଠିକ୍ ସେହିପରି ପାଡୁଆ ପୁଲିସ  ମଧ୍ୟ ରାତ୍ର ପେଟ୍ରୋଲିଂ ସମୟରେ  ପାଡୁଆ ଅଞ୍ଚଳରୁ ଗଞ୍ଜେଇ ଜବତ ହୋଇଛି ।

ଆନ୍ଧ୍ରପ୍ରଦେଶ ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଏକ ଟ୍ରକକୁ ଅଟକ ରଖି ଯାଞ୍ଚ କରିବା ସମୟରେ ୨୪୯କେଜି ଗଞ୍ଜେଇ ସହ ଡ୍ରାଇଭରକୁ ଗିରଫ କରିବାରେ ସଫଳ ହୋଇଛି ।  ଲମତାପୁଟ ଓ ପାଡ଼ୁଆ ଥାନାରୁ ପ୍ରାୟ ୧୨କୁଇଣ୍ଟାଲ ୮୫ କେଜି ଗଞ୍ଜେଇ ଜବତ କରାଯାଇଛି । ସମସ୍ତ ଜବତ ଗଂଜେଇ ଆନ୍ଧ୍ର, ଛତିଶଗଡ଼ ଅଂଚଳକୁ ଚୋରା ଚାଲାଣ ହେଉଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ସାଂସଦ

ସମ୍ବଲପୁର: ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ସାଂସଦ ନୀତେଶ ଗଙ୍ଗଦେବ । ୫୩ ନମ୍ବର ଜାତୀୟ ରାଜପଥର କୁରଡ ନିକଟରେ ନୀତେଶଙ୍କ କାରକୁ ଏକ ଟ୍ରକ ପଛପଟୁ ଧକ୍କା ଦେଇଛି । ଦୁର୍ଘଟଣାରେ ନୀତେଶଙ୍କ ଗାଡିର ସାମନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଟ୍ରକ ଚାଳକକୁ ଅଟକ ରଖିବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।

ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଯୋଗ ଦେଇ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେଵ ଦେବଗଡ଼କୁ ଫେରିବା ସମୟରେ ତିଳେଇବଣୀ ବ୍ଲକର କୁରଡ଼ ଗ୍ରାମ ନିକଟରେ ଏନ୍ଏଚ୍-୪୯ରେ ଗତକାଲି ରାତିରେ ତାଙ୍କ ଗାଡ଼ିକୁ ପଛରେ ଆସୁଥିବା ଟ୍ରକ ଧକ୍କା ଦେଇଥିଲା। କିନ୍ତୁ ଗାଡ଼ିରେ ବସିଥିବା ସାଂସଦ ଶ୍ରୀ ଗଙ୍ଗଦେବ ଅଳ୍ପକେ ବର୍ତ୍ତିଯାଇଛନ୍ତି।