spot_img
Home Blog Page 6440

ଲଞ୍ଚ ହେବାକୁ ଯାଉଛି Realmeର 5G ଫୋନ୍, ଜାଣନ୍ତୁ କଣ ରହିଛି ମୂଲ୍ୟ…?

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ କମ୍ପାନୀଗୁଡିକ ବର୍ତ୍ତମାନ 5G ଟେକ୍ନୋଲୋଜି ସହ ଫୋନ ଆଣୁଛନ୍ତି । ଏହି ସମୟରେ ରିଅଲମି ମଧ୍ୟ ତାହାର ଶସ୍ତା 5G ଫୋନ୍ ରିଅଲ୍ ମି 7 5G ଲଞ୍ଚ କରିବାକୁ ଯାଉଛି । କୁହାଯାଉଛି ଯେ ଏହି ଫୋନର ମୂଲ୍ୟ ୨୦,୦୦୦ରୁ କମ୍ ହୋଇପାରେ । ଏହି ଫୋନ ଭାରତ ସମେତ ଅନେକ ଦେଶରେ ଲଞ୍ଚ ହେବ। ଏହି ଫୋନକୁ Realme V5 ର ଗ୍ଲୋବାଲ୍ ଭାରିଏଣ୍ଟ ଭାବରେ ଦେଖାଯାଉଛି । ଏହି ଫୋନ୍ ଖୁବ୍ ଶୀଘ୍ର ବଜାରକୁ ଆସିବାକୁ ଯାଉଛି ।

କେତେ ଟଙ୍କାରେ ହେବ ବିକ୍ରି ?

Realme 7 5G ସମ୍ବନ୍ଧୀୟ କୌଣସି ଅଫିସିଆଲ୍ ବିବରଣୀ ପ୍ରକାଶ କରାଯାଇ ନାହିଁ, କିନ୍ତୁ ଟିପ୍ସଟର୍ ଅନୁଯାୟୀ, Realme 7 5Gକୁ  RMX2111 ମଡେଲ୍ ନମ୍ବର ସହ ଦେଖି ଯାଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ, ଏହାର 6GB RAM + 128GB ଷ୍ଟୋରେଜ୍ ଭେରିଏଣ୍ଟର ମୂଲ୍ୟ ୧,୪୯୯ ୟୁଆନ୍ ଅର୍ଥାତ୍ ପ୍ରାୟ ୧୭,୦୦୦ ଟଙ୍କା ହୋଇପାରେ । ଏହାସହ 8GB RAM + 128GB ଷ୍ଟୋରେଜ ଥିବା ଭେରିଏଣ୍ଟ ୧,୮୯୯ ୟୁଆନ୍ ଅର୍ଥାତ୍ ୨୧,୪୦୦ ଟଙ୍କାରେ ଲଞ୍ଚ ହୋଇପାରେ ।

Realme 7 5G ର ବିଶେଷତ୍ୱ ହେଉଛି, ଏହି ଫୋନରେ ୬.୫ -ଇଞ୍ଚର ଡିସପ୍ଲେ ଦିଆଯାଇପାରେ । ଏବଂ ଏହି ଫୋନ୍ octa core MediaTek Dimensity 720 SoC ପ୍ରୋସେସର ହୋଇପାରେ । ଏଥିରେ 5000mAh ବ୍ୟାଟେରୀ ଦିଆଯାଇପାରେ, ଯାହା ଫାଷ୍ଟ ଚାର୍ଜିଂ ସପୋର୍ଟ ସହ ଆସିବ ।

କ୍ୟାମେରା

Realme 7 5Gର ପଛରେ ୪ ଟି କ୍ୟାମେରା ରହିପାରେ, ଯେଉଁଥିରେ ପ୍ରାଇମେରୀ ସେନ୍ସର ୪୮ ମେଗାପିକ୍ସେଲ ହୋଇପାରେ  । ଏହା ପରେ, ୮ ମେଗାପିକ୍ସେଲ ଅଲ୍ଟ୍ରା ୱାଇଡ୍ ଲେନ୍ସ ଏବଂ  2-2 ମେଗାପିକ୍ସେଲର ଡେପଥ୍ ସେନସର ଏବଂ ମାକ୍ରୋ ଲେନ୍ସ ହୋଇପାରେ । ଏହାସହ ୧୬ ମେଗାପିକ୍ସେଲ ସେଲଫି କ୍ୟାମେରା ମଧ୍ୟ ଦିଆଯାଇପାରେ ।

Vivo V20 SEକୁ ଦେବ ଟକ୍କର

Vivo V20 SE କ୍ୱାଲକମ୍ ସ୍ନାପଡ୍ରଗନ୍ 720G ପ୍ରୋସେସର ସହ ରହିଛି । ଫୋନରେ 33W ଫ୍ଲାସଚାର୍ଜ ଟେକ୍ନୋଲୋଜି ସମର୍ଥନ ଅଛି । ଫୋନର ପଛ ପ୍ୟାନେଲରେ 64 ମେଗାପିକ୍ସେଲ ମେନ୍ ସେନ୍ସର ସହିତ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି । ଏହି ଫୋନର ମୂଲ୍ୟ ପ୍ରାୟ ୧୮,୮୦୦ ଟଙ୍କା ।

ସାରୁଅ ଜମି କେଳେଙ୍କାରୀ ମାମଲା: ବୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡାଙ୍କ ମାମଲାର ହେବ ଶୁଣାଣି

ଖୋର୍ଦ୍ଧା: ସାରୁଅ ଜମି କେଳେଙ୍କାରୀ ମାମଲା । ବୈଜୟନ୍ତ ପଣ୍ଡା ଓ ଜଗିମଙ୍ଗତ ପଣ୍ଡାଙ୍କ ମାମଲାରେ ଶୁଣାଣି କରିବେ ହାଇକୋର୍ଟ । ତାଙ୍କ ବିରୋଧରେ ରୁଜୁ ଏତଲାକୁ ରଦ୍ଦ କରିବାକୁ ଉଭୟ ବୈଜୟନ୍ତ ଓ ଜଗି ଆବେଦନ କରିଛନ୍ତି । ଏନେଇ ପ୍ରାରମ୍ଭିକ ଶୁଣାଣି କରି ଗତ ୫ତାରିଖରେ ହାଇକୋର୍ଟ ଉଭୟଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ । ଆଜି ପର୍ଯ୍ୟନ୍ତ ବୈଜୟନ୍ତ ଓ ଜଗିଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

ସାରୁଅ ଷ୍ଟୁଡିଓ ଠିକା କର୍ମଚାରୀଙ୍କ ଆନ୍ଦୋଳନ ମାମଲା, ପକ୍ଷ ନରଖି ସମୟ ମାଗିଲା ଓଟିଭି

‘କାଳିଆ’ ଯୋଜନା ନାଁରେ ଆଦିବାସୀ ମହିଳାଙ୍କ ଠାରୁ ଠକେଇ: ୩୭ ହଜାର ୪୦୦ ଟଙ୍କା ଓ ୨ଟି ଏଟିଏମ୍ କାର୍ଡ ଜବତ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କୋଟିନଡ଼ା ପଞ୍ଚାୟତ ଚଢ଼େୟାଗରଦ ଗାଁର ନିରୀହ ଆଦିବାସୀ ମହିଳା ଚାଷୀ ଙ୍କୁ ‘କାଳିଆ’ ଯୋଜନାରେ ଆର୍ଥିକ ସହାୟତା କରାଇଦେବି କହି ୩୯ ହଜାର ଟଙ୍କା ଠକେଇ କରାଯାଇଥିବା ଅଭିଯୋଗ ହୋଇଛି। ଗାଁର ସୁରେଖା ମଲ୍ଲିକ, ଦ୍ରୌପଦୀ ମଲ୍ଲିକ, ଗୁଦୁ ମଲ୍ଲିକଙ୍କ ଠାରୁ ୧୦ ହଜାର ଲେଖାଏଁ ଏବଂ ବାଙ୍କି ମଲ୍ଲିକଙ୍କ ଠାରୁ ୯ ହଜାର ଟଙ୍କା ଏଭଳି ମୋଟ ୩୯ ହଜାର ଟଙ୍କା ଗରିବ ଆଦିବାସୀ ମହିଳା ଚାଷୀମାନଙ୍କ ଠାରୁ ଅଭିନବ ଉପାୟରେ ଠକେଇ ହୋଇଛି।  ସମ୍ପୃକ୍ତ ଯୁବକକୁ ଦିଗପହଣ୍ଡି ପୋଲିସ  ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ଦିଗପହଣ୍ଡି ସାନଡୁମ୍ୱୁଳା ଗାଁର କୃଷ୍ଣ ସେଠୀ।

 କୋର୍ଟରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତଙ୍କ ନିକଟରୁ  ୩୭ ହଜାର ୪୦୦ ଟଙ୍କା,୨ ଟି ଏଟିଏମ କାର୍ଡ, ବିଭିନ୍ନ ସରକାରୀ ପଦାଧିକାରୀଙ୍କ ରବ୍ବର ଷ୍ଟାମ୍ପ, କାଳିଆ ଯୋଜନା ର ଚିଠା ପୁସ୍ତିକା ଓ ବିଭିନ୍ନ ଅପରାଧିକ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ଦିଗପହଣ୍ଡି ପୋଲିସ ।

 ଅଭିଯୁକ୍ତ କୃଷ୍ଣ ଗତ ରବିବାର ଚଢ଼େୟାଗରଦ ଗ୍ରାମରେ ପହଞ୍ଚି ନିଜକୁ କୃଷି ଅଧିକାରୀ କାହ୍ନୁ ଚରଣ ପଟ୍ଟନାୟକ ବୋଲି ପରିଚୟ ଦେଇଥିଲା । ଆଦିବାସୀ ମହିଳା ଚାଷୀମାନଙ୍କୁ ରାଜ୍ୟସରକାରଙ୍କ  ‘କାଳିଆ’ ଯୋଜନା ହିତାଧିକାରୀ ତାଲିକାରେ  ନାମ ଲଗାଇଦେବି  କହି ଆଧାର ନମ୍ବର ଓ ବ୍ୟାଙ୍କ ଖାତାର ଜେରକ୍ସ କପି ମାଗିଥିଲା । । ସୋମବାର ପୁଣି ଉକ୍ତ ୪ ଜଣ ମହିଳାଙ୍କୁ ବ୍ୟାଙ୍କ ଜମା ଖାତା ଧରି  ସିଦ୍ଧେଶ୍ଵର ଗ୍ରାମ ସ୍ଥିତ ଏକ ବ୍ୟାଙ୍କ ନିକଟକୁ ଆସିବା ପାଇଁ କହିଥିଲେ । କୃଷ୍ଣଙ୍କ କଥା ଅନୁସାରେ ମହିଳା ମାନେ ନିଜ ନିଜ ବ୍ୟାଙ୍କ ଖାତା ନେଇ ଏକ ଅଟୋ ରେ ବ୍ୟାଙ୍କକୁ ଆସିଥିଲେ। ସେଠାରେ ପ୍ରତ୍ୟେକଙ୍କ ବ୍ୟାଙ୍କ ଖାତାକୁ ୨୨ହଜାର ଟଙ୍କା ଲେଖାଏଁ ଛାଡ଼ିଦେବି କହି ସେମାନଙ୍କ ବ୍ୟାଙ୍କ  ଖାତାରୁ କୌଶଳ କ୍ରମେ ୩୯ ହଜାର ଟଙ୍କା ଉଠାଣ କରି ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଦେଇଥିଲେ।  ପଇସା କଟିଯିବା ପରେ ମହିଳାମାନେ କୃଷ୍ଣଙ୍କୁ ଅଟୋରେ ବସାଇ ଗ୍ରାମର ଅନ୍ୟ କିଛି ମହିଳାଙ୍କ ନାଁ କାଳିଆ ଯୋଜନା ହିତାଧିକାରୀ ତାଲିକାରେ ଲଗାଇ ଦେବାକୁ ଗାଁ କୁ ଚାଲନ୍ତୁ କହି କୌଶଳକ୍ରମେ ଡାକି ନେଇଥିଲେ। ଅଟୋ ଗାଁ ରେ ପହଞ୍ଚିବା ପରେ କୃଷ୍ଣଙ୍କୁ ଘେରି ଯାଇ ସେମାନେ ନିର୍ଦ୍ଧୁମ ମାଡ଼ ମାରିଥିଲେ।  ଗାଁ ଲୋକଙ୍କ ଦ୍ୱାରା ମାଡ଼ ଭୟରେ କୃଷ୍ଣ ସବୁ ଠକାମୀ ମାନିଯାଇଥିଲେ। ଗାଁ ରେ ତାଙ୍କୁ ଅଟକ ରଖି ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଗାଁରେ ପହଞ୍ଚି କୃଷ୍ଣଙ୍କୁ  ଥାନାକୁ ଆଣି ପଚରାଉଚରା କରିବାରୁ ସମସ୍ତ ତଥ୍ୟ ଜଣାପଡ଼ିଥିଲା।

ନଦୀରେ ଭାସୁଛି ଯୁବକଙ୍କ ମୃତଦେହ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମର ଘୋଡା ହାଡ଼ ନଦୀରେ  ଖଲିଙ୍ଗି ଗାଁର ଯୁବକଙ୍କ ମୃତଦେହ ସକାଳୁ ସକାଳୁ ଭାସୁଥିବା ଦେଖିବାକୁ ମିଳିଛି । ଯୁବକ ଜଣକ ହେଲେ ଉକ୍ତ ଗ୍ରାମର ଶଙ୍କର ଲେଙ୍କା(୩୫)। ଶଙ୍କର କାଲି ସନ୍ଧ୍ୟାରୁ ଘରକୁ ଫେରିନଥିଲେ । ଘର ଲୋକ ବହୁ ଖୋଜା ଖୋଜି କରିଥିଲେ ସୁଦ୍ଧା ଖୋଜି ପାଇନଥିଲେ ।

 ତେବେ ସକାଳୁ ନଦୀକୁ ଶୌଚ ହେବାକୁ ଆସିଥିବା ଗ୍ରାମବାସୀ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଏବଂ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ବେଳେ । ମୃତଦେହକୁ ବ୍ରହ୍ମପୁର MKCG FMTକୁ ଶବ ବ୍ୟବଛେଦ ପାଇଁ ପଠାଯିବାର ବ୍ୟବସ୍ଥା କରୁଛି । ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁ ର କାରଣ ସ୍ପଷ୍ଟ ହୋଇପାରିବ । ମୃତ ଶଙ୍କର ଜଣେ ଟ୍ରାକ୍ଟର ଡ୍ରାଇଭର ।

ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର

ପାଟଣା: ପୁଣି ବିହାରରେ ରାଜ୍ କରିବେ ନୀତୀଶ କୁମାର । ବିହାରରର ଶାସନ ଗାଦିରେ ବସିବେ ନୀତୀଶ । ଚଳିତ ବିଧାନସଭା ନିର୍ବାଚନରେ ଏନଡିଏକୁ ସ୍ପଷ୍ଟ ବହୁମତ ମିଳିଛି । ଦିପାବଳୀ ପରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ନୀତୀଶ । ଆସନ୍ତା ୧୬ତାରିଖରେ ଶପଥ ଗ୍ରହଣ ସମାରୋହ ହୋଇପାରେ । ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର ।

୨୦୦୦ ମସିହାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତୀଶ କୁମାର । ତେବେ ପ୍ରଶ୍ନ ଉଠୁଛି, ବିହାରରେ ନୀତିଶ ବନିପାରିବେ କି ନିତିଦିନିଆ ମୁଖମନ୍ତ୍ରୀ ? ଜନାଦେଶରେ ତିନି ନମ୍ବର ଦଳ ପାଲଟିଥିବା ଜେଡ଼ିୟୁର କ୍ଷମତା ଭବିଷ୍ୟତ କଣ ? କ୍ଷମତା ରାଜନୀତିର ସାପସିଡ଼ି ଖେଳରେ ତିନି ନମ୍ବର ଆସନକୁ ଚାଲିଯାଇଛି ଜେଡିୟୁ  । ଗତଥର ୭୧ ଆସନ ପାଇଥିବା ଦଳ ଏଥର ୨୮ ଆସନ ହରାଇ ମାତ୍ର ୪୩ ଆସନରେ ଅଟକିଯାଇଛି  । ନୀତିଶଙ୍କ ୧୦ ମନ୍ତ୍ରୀଙ୍କୁ ଏଥର ଦେଖିବାକୁ ମିଳିଛି ପରାଜୟର ମୁହଁ  ।

ଏହାସହ ଏନଡିଏ ମେଣ୍ଟରେ ସାନ ଭାଇ ଥିବା ବିଜେପି ଏଥର ବଡ଼ ଭାଇ ପଦକୁ ପ୍ରମୋସନ ପାଇଛି । ବିଜେପି ପ୍ରଥମରୁ ସ୍ପଷ୍ଟ କରିଛି ଦଳ କ୍ଷମତାକୁ ଫେରିଲେ ନୀତିଶ ହିଁ ହେବେ ମୁଖ୍ୟମନ୍ତ୍ରୀ । ଏଥର ନିର୍ବାଚନରେ ଏନଡିଏକୁ ମୋଟ୍ ୧୨୫ ଆସନ ମିଳିଛି । ବିଜେପିକୁ ୭୪ ଓ ଜେଡିୟୁକୁ ୪୩ ଆସନ ମିଳିଛି । ତେଣୁ ଏଥର ମନ୍ତ୍ରୀମଣ୍ଡଳରେ ବିଜେପିକୁ ଅଧିକ ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍: ଭିଜିଲାନ୍ସ ଜାଲରେ ୨ କିରାଣି

ଭୁବନେଶ୍ୱର: ପୁଣି ଭିଜିଲାନ୍ସ ରେଡ୍ । ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି । ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ସବ କଲେକ୍ଟର ଅଫିସ ବରିଷ୍ଠ କିରାଣି । ସବ କଲେକ୍ଟର ଅଫିସ ସିନୟର କିରାଣି ହେଉଛନ୍ତି ଉଦୟନାଥ ଜେନା । ଅଫିସ ସମେତ ଭୁବନେଶ୍ୱର ଓ କେନ୍ଦ୍ରାପଡା ସ୍ଥିତ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ ।

ଅପରପକ୍ଷରେ ଭିଜିଲାନ୍ସ ଜାଲରେ ଯାଜପୁର ଜିଲ୍ଲା ଧର୍ମଶାଳା ସବରେଜିଷ୍ଟ୍ରାର ଅଫିସର କିରାଣି ରତ୍ନାକର ମହାନ୍ତି । ଚହଟା ସ୍ଥିତ ବାସଭବନ ସହ ମୋଟ ୭ ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଯାଜପୁର ଭିଜିଲାସନ୍ସ ଟିମ । ଆୟବହିର୍ବୁତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲି ଥିବାବେଳେ ନଗଦ ୯ ଲକ୍ଷ୍ୟ ଟଙ୍କା ସହ ୩ଶହ ଗ୍ରାମର ସୁନା ସହ ବହୁ ଗୁରୁତ୍ୱପୁର୍ଣ କାଗଜପତ୍ର ଜବତ ହୋଇଛି । ଭିଜିଲାନ୍ସ DSP ସୁରେନ୍ଦ୍ର କୁମାର ରାୟଗୁରୁଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢାଉ ଚାଲୁ ରହିଥିବାବେଳେ ଆଗାମୀ ସମୟରେ ବହୁ ଗୁରୁତ୍ୱପୁର୍ଣ ତଥ୍ୟ ମିଳିବ ବୋଲି ଭିଜିଲାସନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ଦୀପାବଳି ଉପହାର: ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ ୧୫ପ୍ରତିଶତ ଅଧିକ ବେତନ

ଫିଲ୍ମ ‘ପଠାନ’ ପାଇଁ ଦୀପିକା ନେଲେ ସବୁଠୁ ଅଧିକ ପାରିଶ୍ରମିକ, ଜାଣନ୍ତୁ କେତେ… ?

ମୁମ୍ବାଇ: ଫିଲ୍ମ ‘ଓମ୍ ଶାନ୍ତି ଓମ୍’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିବା ଦୀପିକା ପାଦୁକୋନ୍ ନିକଟରେ ବଲିଉଡରେ ତାଙ୍କର ୧୩ ବର୍ଷ ପୂରଣ କରିଛନ୍ତି ।  ଶାହରୁଖ ଖାନଙ୍କ ସହ ତାଙ୍କର ପ୍ରଥମ ଚଳଚ୍ଚିତ୍ର ୯ ନଭେମ୍ବର ୨୦୦୭ ରେ ମୁକ୍ତିଲାଭ କରିଥିଲା । ଏହା ପରେ ଦୀପିକା ଗୋଟିଏ ପରେ ଗୋଟିଏ ଅନେକ ସୁପରହିଟ୍ ଫିଲ୍ମ ଭୋଟି ଦେଇଥିଲେ । ଆଉ ଏବେ ସେ ବଲିଉଡର ଏକ ନମ୍ବର ହିରୋଇନ୍ ଭାବେ ପରିଚିତ ।

ଏବେ କିନ୍ତୁ ଦୀପିକା ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି । ୟଶ ରାଜ ଫିଲ୍ମସ୍ ବ୍ୟାନରରେ ନିର୍ମିତ ‘ପଠାନ୍’ ଏବେ ପୁଣି ଚର୍ଚ୍ଚାରେ ଅଛି । ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମ ନଜର ଆସିବେ । ଫିଲ୍ମ ‘ଓମ୍ ଶାନ୍ତି ଓମ୍’ ଶାହରୁଖ ଖାନଙ୍କ ସହ ତାଙ୍କର ପ୍ରଥମ ଚଳଚ୍ଚିତ୍ର ୯ ନଭେମ୍ବର ୨୦୦୭ରେ ମୁକ୍ତିଲାଭ ହୋଇଥିଲା । ଏବେ ପୁଣିଥରେ ପରଦାରେ ଏକାଠି ହେବାକୁ ଯାଉଛନ୍ତି ଏହି ସୁପରହିଟ୍ ଜୋଡ଼ି ।

ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଦର୍ଶକଙ୍କୁ ଏକ ଜବରଦସ୍ତ ଆକ୍ସନ୍-ଥ୍ରୀଲର ଫିଲ୍ମ ଭାବେ ପରଦାକୁ ଆସିବାକୁ ଯାଉଛି । କୁହାଯାଉଛି ଯେ ଫିଲ୍ମ ପାଇଁ ଏକ ସ୍ୱତନ୍ତ୍ର ବଜେଟ୍ ପ୍ରସ୍ତୁତ କରାଯାଇଛି। ଏବଂ ଏହି ଫିଲ୍ମ ପାଇଁ ଦୀପିକାଙ୍କ ପାରିଶ୍ରାମିକ ବିଷୟରେ ବଡ ଖବର ଆସିଛି । ସୂଚାନା ଅନୁସାରେ, ଦୀପିକା ‘ପଠାନ’ ପାଇଁ ପ୍ରାୟ ୧୪-୧୫ କୋଟି ଟଙ୍କା ପାରିଶ୍ରମିକ ନେଉଛନ୍ତି । ଏବଂ ସୁଟିଂ ସେ ଆସନ୍ତା ବର୍ଷ ଠାରୁ ଆରମ୍ଭ କରିବେ । ସୂଚନା ଅନୁଯାୟୀ, ଫିଲ୍ମ ‘ପଠାନ୍’ ପାଇଁ ୨୦୦କୋଟିର ବଜେଟ୍ ପ୍ରସ୍ତୁତ କରାଯାଇଛି। ଏହା ହେଉଛି ଆଜି ପର୍ଯ୍ୟନ୍ତ ବଲିଉଡର ସବୁଠାରୁ ମହଙ୍ଗା ଆକ୍ସନ୍ ଫିଲ୍ମ ।

୧୮୬୮ କ୍ରିକେଟ୍ ଟିମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବ ଅଷ୍ଟ୍ରେଲିଆ: ପିନ୍ଧିବ ସ୍ୱଦେଶୀ ଜର୍ସି, ଜାଣନ୍ତୁ କାହିଁକି

0

ମେଲବର୍ଣ୍ଣ: ସ୍ୱଦେଶୀ ଜର୍ସି ପରିଧାନ କରିବ ଅଷ୍ଟ୍ରେଲିଆ ଦଳ । ଭାରତ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଅଷ୍ଟ୍ରେଲିଆର ପୁରୁଷ କ୍ରିକେଟ ଦଳ ଏହି ସ୍ୱଦେଶୀ ଜର୍ସି ପରିଧାନ କରିବ । କ୍ରିକେଟ ସହାୟତାରେ ନିଜ ଦେଶର ଐତିହ୍ୟକୁ ସ୍ୱୀକୃତି ଦେବା ଏବଂ ଉତ୍ସାହିତ କରିବା ଲକ୍ଷ୍ୟରେ ଅଷ୍ଟ୍ରେଲିଆନ୍ କ୍ରିକେଟ ଏଭଳି ନିଷ୍ପତ୍ତି ନେଇଛି । ତେଣୁ ଅଷ୍ଟ୍ରେଲିଆ ଟିମ୍ ପାଇଁ ନୂଆ ପରିପାଟୀର ଜର୍ସିକୁ ବାଦ୍ ଦେଇ ସ୍ୱଦେଶୀ ଜର୍ସିକୁ ଗୁରୁତ୍ୱ ଦିଆଯାଇଛି । ଏହି ଜର୍ସି ଏଏସ୍‌ଆଇସିଏସ୍ ଏବଂ ଦୁଇ ଜଣ ସ୍ୱଦେଶୀ ମହିଳା ଅଣ୍ଟି ଫିଓନା କ୍ଳାର୍କେ  ଓ କର୍ଟନି ହାଗନେ ମିଳିତ ସଂଯୋଜନାରେ ପ୍ରସ୍ତୁତ ହୋଇଛି । ଆରୋନ୍ ଫିଞ୍ଚଙ୍କ ଟି-୨୦ ଦଳ ପୂରା ଟି-୨୦ ଶୃଙ୍ଖଳାରେ ଅବିଶ୍ୱସନୀୟ ସ୍ୱଦେଶୀ ଜର୍ସି ପିରଧାନ କରିବ ବୋଲି ଅଷ୍ଟ୍ରେଲିଆ ପକ୍ଷରୁ ସୂଚନା ଦିଆଯାଇଛି ।

କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ତା’ର ପ୍ରମୁଖ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ପରିଧାନ କରିଥିବା ସ୍ୱଦେଶୀ ଜର୍ସିର  ଚିତ୍ରକୁ ବୁଧବାର ଟ୍ୱିଟ୍ କରିଛି । ସ୍ୱଦେଶୀ ଜର୍ସି ପିନ୍ଧି ପ୍ରଥମ ଫଟୋ ପୋଜ୍ ଦେଇଥିବା ମିଚେଲ୍ ଷ୍ଟାର୍କ ମଧ୍ୟ ଖୁବ୍ ଉତ୍ସାହିତଥିବା କହିଛନ୍ତି । ପୁରୁଷ କ୍ରିକେଟ ଦଳର ଏହି ଜର୍ସି ୧୮୬୮ କ୍ରିକେଟ ଦଳ ପ୍ରତି ଶ୍ରଦ୍ଧାଞ୍ଜଳି ହେବ । ଯେଉଁ ଦଳ ସମୁଦ୍ର ପଥରେ ଅଷ୍ଟ୍ରେଲିଆରୁ ୟୁକେ ପର୍ଯ୍ୟନ୍ତ ତିନି ମାସିଆ ଯାତ୍ରା କରି ୪୭ ମ୍ୟାଚ ଖେଳିଥିଲେ । ସୂଚନାଯୋଗ୍ୟ, ଭାରତ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଡିସେମ୍ୱର ୪ ତାରିଖରୁ କାନ୍‌ବେରାରେ ଆରମ୍ଭ ହେବ । ଭାରତ ମଧ୍ୟ ଅଷ୍ଟ୍ରେଲିଆ ଗସ୍ତରେ ତିନିଟି ଟି-୨୦ ବ୍ୟତୀତ ତିନିଟି ଦିନିକିଆ ଏବଂ ୪ ଟେଷ୍ଟ ଖେଳିବାର ସୂଚୀ ରହିଛି ।

ଦୀପାବଳି ଉପହାର: ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ ୧୫ପ୍ରତିଶତ ଅଧିକ ବେତନ

ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀଙ୍କ ଏଥର ଦୀପାବଳି ହେବ ବିଶେଷ । କାରଣ ଦିପାବଳୀରେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ରହିଛି ବମ୍ଫର ଉପହାର । ଏହି ଦିପାବଳିରେ ପାଞ୍ଚ ବର୍ଷ ପାଇଁ ୮.୫ ଲକ୍ଷ ବ୍ୟାଙ୍କ କର୍ମଚାରୀ ୧୫ ପ୍ରତିଶତ ବେତନ ବୃଦ୍ଧି ଉପହାର ମିଳିଛି । ଭାରତୀୟ ବ୍ୟାଙ୍କ ସଂଘର କର୍ମଚାରୀ ଅଫିସର୍ସ ୟୁନିଅନ୍ ସହିତ ଆଲୋଚନା ପରେ ଏହି ଚୁକ୍ତି ହୋଇଛି ।

ଏହି ନିଷ୍ପତ୍ତି ଦ୍ୱାରା ବ୍ୟାଙ୍କଗୁଡିକ ଉପରେ ୭,୮୯୮ କୋଟି ଟଙ୍କା ଭାର ପଡ଼ିବ । ଆଇବିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ ମେହେଟ୍ଟା ବୁଧବାର କହିଛନ୍ତି ଯେ, ଭାରତୀୟ ବ୍ୟାଙ୍କ ଆସୋସିଏସନ ୟୁନିଅନ ଏବଂ ଅଫିସର ୟୁନିଅନ ସହ ବେତନ ବୃଦ୍ଧିକୁ ନେଇ ହୋଇଥିବା ନିଷ୍ପତ୍ତି ଉପରେ ସହମତି ଘୋଷଣା କରାଯାଇଛି । ନଭେମ୍ବର ୧, ୨୦୧୭ ଠାରୁ ଏହା କାର୍ଯ୍ୟକାରୀ ହେବ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ଏବଂ ବ୍ୟାଙ୍କ କର୍ମଚାରୀ ସେନା ମହାସଂଘ ଏହି ଚୁକ୍ତିନାମା ସ୍ୱାକ୍ଷର କରିଛି।

୮ ମାସ ପରେ ଖୋଲିଲା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର: ସତର୍କତା ଓ କଟକଣା ଉପରେ ଗୁରୁତ୍ୱ

0

ଭୁବନେଶ୍ୱର: ଦୀର୍ଘ ଦିନ ପରେ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର । ରାଜ୍ୟର ଉଭୟ କେନ୍ଦ୍ରକୁ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ପର୍ଯ୍ୟଟନ ବିଭାଗ । କୋଭିଡ୍ କଟକଣା ଯୋଗୁଁ ଦୀର୍ଘ ୮ମାସ ଧରି ବନ୍ଦ ଥିଲା ଉଭୟ ବିଜ୍ଞାନ କେନ୍ଦ୍ର । ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଥିଲେ ହେଁ ସତର୍କତା ଓ କଟକଣା ଉଭୟକୁ ଦିଆଯାଇଛି ଗୁରୁତ୍ୱ ।

ଭୁବନେଶ୍ୱର ଓ ଢେଙ୍କାନାଳରେ ରହିଛି ୨ଟି ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର । ଏଠାରେ ବର୍ଷତମାମ ଲାଗି ରହେ ପର୍ଯ୍ୟଟକଙ୍କ ଭିଡ଼ । ତେବେ କୋଭିଡ୍ କଟକଣା ଯୋଗୁଁ ବିଗତ ୮ମାସ ଧରି ବନ୍ଦ ଥିଲା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର । ଫଳରେ ଏଭଳି ପର୍ଯ୍ୟଟନ ସ୍ଥଳ ପରିଦର୍ଶନରୁ ବଞ୍ଚିତ ହେଉଥିଲେ ଦର୍ଶକ । ସରକାରଙ୍କ ନିଷ୍ପତ୍ତି ଓ ପର୍ଯ୍ୟଟନ ବିଭାଗର ନିର୍ଦେଶ ପରେ ପୁଣି ଖୋଲିଛି ଉଭୟ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର । ସକାଳ ସାଢେ ୯ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଖୋଲି ରହିବ । ତେବେ ଏଥର ପୂର୍ବଭଳି ନଛୁଇଁ କିପରି ଅନୁଭବ କରିବେ ସେଥିପାଇଁ କରାଯାଇଛି ସେନସର ବ୍ୟବସ୍ଥା ।

ଦୀର୍ଘ ମାସ ଧରି ଖୋଲିବାକୁ ଅପେକ୍ଷା କରିରହିଥିଲେ ପର୍ଯ୍ୟଟକ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ପକ୍ଷରୁ ନିଆଯାଇଛି ଅନେକ ପଦକ୍ଷେପ । ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜ୍ କରାଯାଉଛି । କୋଭିଡ କଟକଣା ସତ୍ତ୍ୱେ ବିଜ୍ଞାନ କେନ୍ଦ୍ର ବୁଲି ବେଶ୍ ଉପଭୋଗ କରୁଛନ୍ତି ପର୍ଯ୍ୟଟକ। ଧୀରେ ଧୀରେ ପର୍ଯ୍ୟଟନ ସ୍ଥଳ ଖୋଲୁଥିବାବେଳେ ଏ ପର୍ଯ୍ୟନ୍ତ ଖୋଲିପାରିନି ପଠାଣୀ ସାମନ୍ତ ପ୍ଲାନେଟେରିୟମ୍ । ଯାହାକୁ ଅପେକ୍ଷା କରିଛନ୍ତି ପର୍ଯ୍ୟଟକ ।