ଭୁବନେଶ୍ୱର: ରାଜଧାନୀର ଜୟଦେବ ବାଟିକାରେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣାରେ ଖଣ୍ଡଗିରି ପୋଲିସର ତଦନ୍ତ ଜାରି ରହିଛି । ୨୫ ବର୍ଷୀୟ ଯୁବତୀଙ୍କର ପରିଚିୟ ମିଳିପାରିନଥିବା ବେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରୁ ୨୯ ଟଙ୍କା ଓ ସାଇକେଲ ଚାବି ଉଦ୍ଧାର ହୋଇଥିବା ବେଳେ ସାଇକେଲର ସନ୍ଧାନ ମିଳିନି । ସାଇଣ୍ଟିଫିକ ଟିମ୍ ଖୋଳତାଡ କରିଥିବା ବେଳେ ଯୁବତୀ ଜଣଙ୍କ ମଙ୍ଗଳବାର ଦିନ ପାର୍କକୁ ଆସିଥିବା ସନ୍ଧେହ କରାଯାଉଛି । ଯୁବତୀ ଜଣଙ୍କ ସାଙ୍ଗରେ ଆଉ କିଏ ଆସିଥିଲେ କି ନାହିଁ ପାର୍କରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ଖୋଳତାଡ କରୁଛି ପୋଲିସ । ହତ୍ୟା ନା ଆତ୍ମହତ୍ୟା ତାର ଖୋଳତାଡ କରୁଛି ପୋଲିସ ।
ବିଶ୍ୱରେ ୧୨ ଲକ୍ଷ ୮୯ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ଜାଣନ୍ତୁ କେଉଁ ଦେଶରୁ କେତେ.. ?
ନୂଆଦିଲ୍ଲୀ: ଦେଶରେ ଦିନକରେ ୪୭ହଜାର ୯୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୫୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬ଲକ୍ଷ ୮୩ହଜାର ୯୧୭ଥିବା ବେଳେ ମୃତ୍ୟୁସଂଖ୍ୟା ଲକ୍ଷେ ୨୮ହଜାର ୧୨୧ରେ ପହଞ୍ଚିଛି । ଆକ୍ଟିଭ କେସ୍ ୪ଲକ୍ଷ ୮୯ହଜାର ୨୯୪ ଥିବା ବେଳେ ସୁସ୍ଥ ହେଲେଣି ୮୦ଲକ୍ଷ ୬୬ହଜାର ୫୦୨ଜଣ କରୋନା ଆକ୍ରାନ୍ତ । ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା । ସେପଟେ ଦିଲ୍ଲୀକୁ ଡରାଉଛି କରୋନା ଗ୍ରାଫ୍ । ଦିନକରେ ଦିଲ୍ଲୀରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ୮ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏପର୍ଯ୍ୟନ୍ତ ସୁଦ୍ଧା ୧୨ ଲକ୍ଷ ୮୯ ହଜାର ୪୯୩ ଜଣଙ୍କର ମୃତ୍ୟୁ ହୋଇଛି
ୱେବସାଇଟ୍ ୱାର୍ଲ୍ଡମିଟର ଅନୁଯାୟୀ, ଭାରତ ତୁଳନାରେ ଆମେରିକାରେ ଦ୍ରୁତ ଗତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏବଂ ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୧୨ ଲକ୍ଷ ୮୯ ହଜାର ୪୯୩ ଜଣଙ୍କର ମୃତ୍ୟୁ ହୋଇଛି । ୩୬ କୋଟି ୬୭ଲକ୍ଷ ୪ ହଜାର ୪୫୮ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ବିଶ୍ୱରେ ୧୪ କୋଟି ୪୬ ଲକ୍ଷ ୫ ହଜାର ୭୩୧ ଜଣଙ୍କ ଚିକିତ୍ସାଧିନ ଅଛନ୍ତି । ଯେଉଁଥିରେ ୯୫ ହଜାର ଲୋକଙ୍କ ଅବସ୍ଥା ଗୁରୁତର ରହିଛି ।
କେଉଁ ଦେଶରେ କେତେ ମାମଲା?
ଆମେରିକା – ୧୦,୭୦୮,୬୩୦, ମୃତ୍ୟୁ ସଂଖ୍ୟା – ୨୪୭,୩୯୭
ଭାରତ – ୮,୬୮୪,୦୩୯, ମୃତ୍ୟୁ ସଂଖ୍ୟା – ୧୨୮,୧୬୫
ବ୍ରାଜିଲ- ୫,୭୪୯,୦୦୭, ମୃତ୍ୟୁ ସଂଖ୍ୟା – ୧୬୩,୪୦୬
ଫ୍ରାନ୍ସ – ୧,୮୬୫,୫୩୮, ମୃତ୍ୟୁ ସଂଖ୍ୟା – ୪୨,୫୩୫
ଋଷ – ୧,୮୩୬,୯୬୦, ମୃତ୍ୟୁ ସଂଖ୍ୟା – ୩୧,୫୯୩
ସ୍ପେନ – ୧,୪୬୩,୦୯୩, ମୃତ୍ୟୁ ସଂଖ୍ୟା – ୪୦,୧୦୫
ଆର୍ଜେଣ୍ଟିନା – ୧,୨୭୩,୩୫୬, ମୃତ୍ୟୁ ସଂଖ୍ୟା – ୩୪,୫୩୧
ବ୍ରିଟେନ – ୧,୨୫୬,୭୨୫, ମୃତ୍ୟୁ ସଂଖ୍ୟା – ୫୦,୩୬୫
କଲମ୍ବିଆ – ୧,୧୬୫,୩୨୬, ମୃତ୍ୟୁ ସଂଖ୍ୟା – ୩୩,୩୧୨
ଇଟାଲୀ – ୧,୦୨୮,୪୨୪, ମୃତ୍ୟୁ ସଂଖ୍ୟା – ୪୨,୯୫୩
ସର୍ଚ୍ଚ ଅପରେସନ ବେଳେ ବଡ଼ ସଫଳତା: ବିପୁଳ ପରିମାଣର ଗୁଳିଗୋଳା ଓ ବୋମା ଜବତ
ମାଲକାନଗିରି: ପୋଲିସକୁ ସର୍ଚ୍ଚ ଅପରେସନ ବେଳେ ବଡ଼ ସଫଳତା । ସର୍ଚ୍ଚ ସମୟରେ ବିପୁଳ ପରିମାଣର ଗୁଳିଗୋଳା ଓ ବୋମା ଜବତ ହୋଇଛି। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଏସଓଜି, ବିଏସଏଫ ଓ ଡିଭିଏଫର ମିଳିତ ସର୍ଚ୍ଚ ଅପରେସନ ବେଳେ ଅଣ୍ଡରାପାଲି ନିକଟରେ ସୁରକ୍ଷାକର୍ମୀଙ୍କୁ ହ୍ୟାଣ୍ଡ ଗ୍ରେନେଡ୍, ଥ୍ରୀନଟ ଥ୍ରୀ ଓ ନାଇନ ଏମଏମ ଗୁଳି ଜବତ ହୋଇଛି । ଏସବୁ ସାମଗ୍ରୀକୁ ମାଓବାଦୀ ଲୁଚାଇ ରଖିଥିବା ବେଳେ ପୋଲିସ ଏହାକୁ ଜବତ କରିଛି। ତେବେ ମାଓବାଦୀଙ୍କ ଯୋଜନା ପଣ୍ଡ କରିଛି ପୋଲିସ ।
ଦୀପିକାଙ୍କର ଏହି ଫିଲ୍ମରେ ଗୀତ ଗାଇ ପୁଣି ଫେରିବେ ରାନୁ ମଣ୍ଡଲ
ମୁମ୍ବାଇ: ଫିଲ୍ମ “ସରୋଜିନୀ” ପାଇଁ ଅଭିନେତ୍ରୀ ଦୀପିକା ଚିଖଲିଆ ଚର୍ଚ୍ଚାରେ ଅଛନ୍ତି । ଏହା ଏକ ବାୟୋପିକ୍ ଫିଲ୍ମ । ସେ ଏହି ଚଳଚ୍ଚିତ୍ରରେ ସରୋଜିନୀ ନାଇଡୁ ଭୂମିକାରେ ଅଭିନୟ କରିବେ । ତେବେ ଦୀପିକାଙ୍କର ଏହି ଫିଲ୍ମରେ ରାନୁ ମଣ୍ଡଳ ଗୀତ ଗାଇବେ । ସୋସିଆଲ ମିଡିଆରେ ଦୀପିକା ଏନେଇ ସୂଚନା ଦେଇଛନ୍ତି । ଦୀପିକା ନିଜ ଟ୍ୱିଟର ଆକାଉଣ୍ଟରେ ସରୋଜିନୀ ଫିଲ୍ମରେ ଅଭିନୟ କରିବା ନେଇ କହିଛନ୍ତି ।
My movie ….Sarojini …written by Dhiraj Mishra songs to be sung by ranu Mandal @DhirajM61408582 pic.twitter.com/a6TpbrfT7G
— Dipika Chikhlia Topiwala (@ChikhliaDipika) November 10, 2020
ଏହା ବ୍ୟତୀତ ସିନେମା ପାଇଁ ରାନୁ ମଣ୍ଡଳ ଧୀରଜ ମିଶ୍ରଙ୍କ ଦ୍ୱାରା ଲିଖିତ ଗୀତ ଗାଇବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ଏହା ସହ ଦୀପିକା ରାନୁଙ୍କର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଭିଡିଓରେ ରାନୁ ମଣ୍ଡଳ କହିଛନ୍ତି ଯେ, ସେ ଧୀରଜ ମିଶ୍ରଙ୍କ ସହ କାମ କରିବାକୁ ଯାଉଛନ୍ତି । ଫିଲ୍ମ ସରୋଜିନୀରେ ସେ ଗୀତ ଗାଇବେ । ଫିଲ୍ମର ସମସ୍ତ ଗୀତ ଗାଉଛନ୍ତି ରାନୁ । ରାନୁ ଏଥିପାଇଁ ଦର୍ଶକଙ୍କ ସପୋର୍ଟ, ଭଲ ପାଇବା ଓ ସମ୍ମାନ ଚାହାନ୍ତି ବୋଲି କହିଛନ୍ତି।
#sarojininaidu…1st look….poster pic.twitter.com/zN5hhdSJmX
— Dipika Chikhlia Topiwala (@ChikhliaDipika) May 7, 2020
ରାନୁ ମଣ୍ଡଳ ରେଳ ଷ୍ଟେସନରେ ଗୀତ ଗାଇ ଜୀବନ ଯାପନ କରୁଥିଲେ । ତାଙ୍କ ଭିଡିଓ ଭାଇରାଲ ହେବା ପରେ ସେ ରାତାରାତି ଷ୍ଟାର ହୋଇଥିଲେ। ଲତା ମଙ୍ଗେଶକରଙ୍କ ପ୍ୟାର କା ନଗମା ଗୀତ ଗାଇ ରାନୁ ମଣ୍ଡଳ ଲୋକପ୍ରିୟତା ହାସଲ କରିଥିଲେ । ଏହା ପରେ ଗାୟକ ହିମେଶ ରେଶମିଆ ତାଙ୍କୁ ଗୀତ ଗାଇବାର ସୁଯୋଗ ମଧ୍ୟ ଦେଇଥିଲେ। ସେ ହିମେଶଙ୍କ ସହ “ତେରି ମେରି କାହାନୀ” ଗୀତ ଗାଇଥିଲେ।

ନିକଟରେ ଖବର ଆସିଥିଲା ଯେ, ରାନୁ ମଣ୍ଡଳଙ୍କ ଜୀବନରେ ପୁଣି ଅନେକ ସମସ୍ୟା ଦେଖାଦେଇଥିଲା । ସେ ତାଙ୍କ ନୂଆ ଘର ଛାଡି ପୁରୁଣା ଘରକୁ ସିଫ୍ଟ ହୋଇଛନ୍ତି । ରାନୁ ମଣ୍ଡଳଙ୍କୁ କୌଣସି କାମ ମିଳୁନଥିଲା । ସେଥିପାଇଁ ସେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥିଲେ । କରୋନା ଭାଇରସ ଯୋଗୁଁ କାମ ନ ପାଇବାରୁ ତାଙ୍କ ଆର୍ଥିକ ଅବସ୍ଥା ବିଗିଡି ଯାଇଛି। ହେଲେ ପୁଣି ଏବେ ରାନୁଙ୍କୁ ଗୀତ ଗାଇବାର ସୁଯୋଗ ମିଳିଛି । ଯେଉଁଥିପାଇଁ ସେ ଖୁବ ଖୁସି ଅଛନ୍ତି । ତେବେ ରାନୁଙ୍କର ଏହି ଗୀତ ହିଟ୍ ହେଉଛି ନା ନାହିଁ ତାହା ଦେଖିବା ବାକି ରହିଛି ।
PTCର ପଞ୍ଜୀକରଣ ଓ ନବୀକରଣ ଆବେଦନରକୁ ସ୍ୱୀକୃତି ଦେଇପାରିବ ଆଞ୍ଚଳିକ ପରିବହନ କେନ୍ଦ୍ର
ଭୁବନେଶ୍ୱର: ଏଣିକି ପ୍ରଦୂଷଣ ପରୀକ୍ଷଣ କେନ୍ଦ୍ରର ପଞ୍ଜୀକରଣ ଓ ନବୀକରଣ ଆବେଦନକୁ ସ୍ୱୀକୃତି ଦେଇପାରିବେ ଆଞ୍ଚଳିକ ପରିବହନ କେନ୍ଦ୍ର । OMV ଆକ୍ଟ (୧୯୯୩) ୧୨୯-A ଅନୁଯାୟୀ ଏହି କ୍ଷମତା ଆଞ୍ଚଳିକ ପରିବହନ କେନ୍ଦ୍ରକୁ ଦିଆଯାଇଛି ।
ରାଜ୍ୟ ସରକାରଙ୍କ 5-t ନୀତି ଅଧିନରେ ଏଭଳି ନିଷ୍ପତ୍ତି ନିଆଯାଇଛି । ପ୍ରଦୂଷଣ ପରୀକ୍ଷଣ କେନ୍ଦ୍ରର ପଞ୍ଜୀକରଣ ଓ ନବୀକରଣ ଆବେଦନକୁ ଅଧିକ ସହଜରେ ସ୍ୱୀକୃତି ପ୍ରଦାନ ଓ ସେବାକୁ ଆହୁରି ସୁଖଦ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିୟମ କାର୍ଯ୍ୟକାରୀ ହେବା ପରେ ଏଣିକି ଆଞ୍ଚଳିକ ପରିବହନ କେନ୍ଦ୍ର ପକ୍ଷରୁ ଏହି ସ୍ୱୀକୃତି ପ୍ରଦାନ କରାଯାଇପାରିବ ।

ଏଥିସହିତ ଆବେଦନକାରୀ https://parivahan.gov.in/parivahan/ ମାଧ୍ୟମରେ ଆବଶ୍ୟକୀୟ ପ୍ରମାଣ ପତ୍ରକୁ ଏହି ପୋର୍ଟାଲରେ ଅପଲୋଡ୍ କରିବା ସହ ଧାର୍ଯ୍ୟ ଫି’ ପ୍ରଦାନ କରିବେ । ଏବଂ ସ୍ୱୀକୃତି ମିଳିବା ପରେ ପ୍ରଦୂଷଣ ପରୀକ୍ଷଣ କେନ୍ଦ୍ର ସ୍ୱୀକୃତି ପତ୍ର ମଧ୍ୟ ଡାଉନଲୋଡ୍ କରିପାରିବେ ।
ଅପହୃତ ବ୍ୟବସାୟୀଙ୍କୁ ୫ଦିନ ପରେ ଉଦ୍ଧାର କଲା ପୋଲିସ
ରାଉରକେଲା: ପୋଲିସକୁ ମିଳିଲା ବଡ଼ ସଫଳତା । ଅପହୃତ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ ଉଦ୍ଧାର । ୫ଦିନର କଠିନ ପରିଶ୍ରମ ପରେ ମିଳିଲା ସଫଳତା । ଅପହୃତ ପ୍ରଦୀପ କୁଣ୍ଡୁଙ୍କୁ ୫ଦିନ ପରେ ଉଦ୍ଧାର କଲା ପୋଲିସ । ନିଜ ସିଭିଲଟାଉନସିପ ବାସଭବନରେ ପହଞ୍ଚିଲେ ପ୍ରଦୀପ । ପ୍ରଦୀପଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ଅପହରଣକାରୀ ଦୃଵୁତ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଉଦ୍ଧାର କରିବା ପାଇଁ ସୁନ୍ଦରଗଡ଼ ପୋଲିସର ୬ଟି ଟିମ ପ୍ରସ୍ତୁତ କରିଥିଲା । ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିଲା ।
ସୂଟନା ଅନୁସାରେ, ବ୍ୟବସାୟୀ ପ୍ରଦୀପ କୁଣ୍ଡୁଙ୍କୁ ଗତ ୭ତାରିଖ ମଧ୍ୟ ରାତିରେ ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା । ବିଜାଵାହାଲ କ୍ରସରରୁ କାରରେ ରାଉରକେଲା ଆସୁଥିବାବେଳେ ଅପହରଣ ହୋଇଥିବା ଅଭିଯୋଗ ଆସିଥିଲା । ଏହାପରେ ପୋଲିସ ଏନେଇ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଏସପି ସାଗରିକା ନାଥ ।
ଆଶ୍ୱସ୍ତି: ରାଜ୍ୟରେ ହଜାରେ ତଳକୁ ଖସିଲା ସଂକ୍ରମିତଙ୍କ ସଂଖ୍ୟା
ଭୁବନେଶ୍ୱର: ରାଜ୍ୟରେ ଖସିଲା କରୋନା ଗ୍ରାଫ୍ । ଦିନକରେ ୯୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନ୍ରୁ ୫୭୨, ଲୋକାଲ କେସ୍ ୪୧୪ । ଖୋର୍ଦ୍ଧାରୁ ୧୧୨, କଟକରୁ ୮୧, ସୁନ୍ଦରଗଡ଼ରୁ ୮୦, ଅନୁଗୁଳରୁ ୬୪, ମୟୂରଭଞ୍ଜରୁ ୫୭, ଜଗତସିଂହପୁରରୁ ୫୪, କେନ୍ଦରୁଝରରୁ ୪୯, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3ଲକ୍ଷ ୫ହଜାର ୯୮୬ଥିବା ବେଳେ ଆକ୍ଟିଭ କେସ୍ ୧୧୯୭୩, ସୁସ୍ଥ ହେଲେଣି ୨ଲକ୍ଷ ୯୨ହଜାର ୪୭୭ ।
Covid-19 Report For 11th November
New Positive Cases: 986
In Quarantine: 572
Local Contacts: 414(Details of local contacts will be shared by concerned District Administration)
District Wise Cases:
1. Angul: 64
2. Balasore: 43
3. Bargarh: 34
4. Bhadrak: 10
5. Balangir: 26— I & PR Department, Odisha (@IPR_Odisha) November 12, 2020
22. Mayurbhanj: 57
23. Nawarangpur: 15
24. Nayagarh: 10
25. Nuapada: 38
26. Puri: 32
27. Rayagada: 16
28. Sambalpur: 16
29. Sonepur: 3
30. Sundargarh: 80
31. State Pool: 23New recoveries: 1340
Cumulative tested: 5122938
Positive: 305986
Recovered: 292477
Active cases: 11973— I & PR Department, Odisha (@IPR_Odisha) November 12, 2020

