spot_img
Home Blog Page 6445

ଭୁବନେଶ୍ୱର ପାଇଁ ଆସିଲା ନୂଆ ଗାଇଡଲାଇନ, ବିବାହ ପାଇଁ ସର୍ବାଧିକ ୧୦୦ ଏବଂ ଶୁଦ୍ଧି କ୍ରିୟାରେ ୫୦ ଜଣଙ୍କୁ ଅନୁମତି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଆଗକୁ ବଢ଼ିବା ନେଇ ଆଶଙ୍କା କରାଯାଉଛି । କାରଣ ଏମିତି କିଛି ଦେଶ ରହିଛି ଯେଉଁଠାରେ କରୋନା ସଂକ୍ରମଣରେ ଦ୍ୱିତୀୟ ତରଙ୍ଗ ଆରମ୍ବ ହୋଇଛି । ଏବଂ ଏହି ଦ୍ୱିତୀୟ ତରଙ୍ଗକୁ ସାମ୍ନା କରିବା ପାଇଁ ଲୋକଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି । ଆଗକୁ ବିବାହ ଋତୁ ସେପଟେ କରୋନା ସଂକ୍ରମଣର ଦ୍ୱିତୀୟ ଲହାରୀକୁ ନେଇ ଚିନ୍ତା । ଏଣୁ ବିବାହ, ଶୁଦ୍ଧି କ୍ରିୟା ଓ ଶବ ସଂସ୍କାର ପାଇଁ ବିଏମସି ଜାରି କଲା ସ୍ୱତନ୍ତ୍ର ଗାଇଡ ଲାଇନ । ସମ୍ଭାବ୍ୟ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ନେଇ ବିଏମସି ଗାଇଡ ଲାଇନ ଜାରି କରିଛି । ରାଜଧାନୀରେ ବିବାହ ପାଇଁ ସର୍ବାଧିକ ୧୦୦ ଏବଂ ଶୁଦ୍ଧି କ୍ରିୟାରେ ୫୦ ଜଣଙ୍କୁ ଅନୁମତି ।

କୋଭିଡ କଟକଣା ନେଇ ଆୟୋଜକ ସମସ୍ତ ବ୍ୟବସ୍ଥା କରିବେ । ସ୍ଥାନୀୟ ଥାନା ଓ ବିଏମସିର ଅନୁମତି ଜରୁରୀ । ବିନା ପ୍ରୋସେସନରେ ହେବ ବାହାଘର । ଲକ୍ଷଣ ଥିଲେ ଉଭୟ ଉତ୍ସବକୁ ମନା । ଏହାସହ ଗର୍ଭବତୀ, ବୟସ୍କ, ୧୦ ବର୍ଷରୁ କମ୍ ଶିଶୁଙ୍କୁ ବାରଣ । ପ୍ରବେଶ କଲା ପୂର୍ବରୁ ଥର୍ମାଲ ସ୍କ୍ରିନିଂ, ମାସ୍କ ଓ ୬ଫୁଟର ଦୂରତା ବାଧ୍ୟତାମୂଳକ । ଭିତରେ ପାନ ଓ ଗୁଟଖା ଖାଇବା ମନା । ଆସନ୍ତା ୨୫ ତାରିଖରୁ ଏହି ସମସ୍ତ କଟକଣା ଲାଗୁ ହେବ ।

ଦିନକରେ ୪୪ ହଜାର ୨୮୧ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ୪୪ ହଜାର ୨୮୧ଟି ନୂଆ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ୫୧୨ ଜଣଙ୍କ ଜୀବନ ନେଇଛି ମହାମାରୀ ଭୂତାଣୁ । ମୋଟ୍ ସଂକ୍ରମିତ ସଂଖ୍ୟା ୮୬ ଲକ୍ଷ ୩୬ ହଜାର ୧୨କୁ ବୃଦ୍ଧି ପାଇଛି ସେହିଭଳି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୭ ହଜାର ୫୭୧ରେ ପହଞ୍ଚିଛି । ଏବେ ସୁଦ୍ଧା ସକ୍ରିୟ ମାମଲା ରହିଛି ୪ ଲକ୍ଷ ୯୪ ହଜାର ୬୫୭ ଥିବାବେଳେ ସୁସ୍ଥ ହୋଇଛନ୍ତି ୮୦ ଲକ୍ଷ ୧୩ ହଜାର ୭୮୪ ଜଣ । ଏବେ ବି ଅନେକ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ରରେ ସଂକ୍ରମଣ କମୁଥିବାବେଳେ ଦିଲ୍ଲୀ ଓ କେରଳରେ ବଢିବାରେ ଲାଗିଛି ।

ସୋମବାର ଦିନ କେମିତି ଥିଲା ସଂକ୍ରମଣ

ଭାରତରେ କୋଭିଡ -19ର ୩୮୦୭୪ ନୂଆ ସଂକ୍ରମଣ ସାମ୍ନାକୁ ଆସିବା ପରେ ଦେଶରେ ମୋଟ ସଂକ୍ରମଣ ମାମଲା ରବିବାର ଦିନ ୮୫,୯୧,୭୩୧କୁ ବୃଦ୍ଧି ପାଇଛି । ୭୯ ଲକ୍ଷରୁ ଅଧିକ ଲୋକ କରୋନାରୁ ଆରୋଗ୍ୟ ହେବା ସହିତ ଦେଶରେ ରୋଗୀଙ୍କ ଆରୋଗ୍ୟ ହାର ୯୨.୬୪ ପ୍ରତିଶତ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ରବିବାର ଦିନ ଦେଶରେ ସଂକ୍ରମଣ ହେତୁ ୪୪୮ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ପର୍ଯ୍ୟନ୍ତ ଦେଶରେ ସଂକ୍ରମଣ ହେତୁ ୧,୨୭,୦୫୯ ଜଣଙ୍କର ମୃତ୍ୟୁ ହୋଇଛି ।

ଆମେରିକାର ଅବସ୍ଥା ଶୋଚନୀୟ

ୱାର୍ଲ୍ଡମିଟର ଅନୁଯାୟୀ, ଆମେରିକାରେ କରୋନା ଯୋଗୁଁ ଏପର୍ଯ୍ୟନ୍ତ ଦୁଇ ଲକ୍ଷ ୪୫ ହଜାର ୭୯୯ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୬୬ ଲକ୍ଷ ଏକ ହଜାର ୩୩୧ ସଂକ୍ରମିତ ଏହି ମହାମାରୀରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ଆମେରିକାରେ ୩୭ ଲକ୍ଷ ୧୨ ହଜାର ୫୪ ଲୋକଙ୍କ ଚିକିତ୍ସା କରାଯାଉଛି, ଯେଉଁଥିରେ ୧୯ ହଜାର ୩୭୪ ଲୋକଙ୍କ ଅବସ୍ଥା ଗୁରୁତର ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ଦୁଇ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ରିପୋର୍ଟ ହୋଇଛି। ଏହା ସହିତ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବର୍ତ୍ତମାନ ୧୦ କୋଟି ୫୫ ଲକ୍ଷ ୯ ହଜାର ୧୮୪କୁ ବୃଦ୍ଧି ପାଇଛି।

ଆଜି ଦିନ ତିନିଟାରେ ଶ୍ରମ ବିଭାଗରେ ହାଜର ହେବେ ଓଟିଭି ଏବଂ ଠିକା କର୍ମଚାରୀ

ଖୋର୍ଦ୍ଧା: ସାରୁଅ ଠିକା କର୍ମଚାରୀଙ୍କ ଆନ୍ଦୋଳନରେ ଆସିଛି ନୂଆ ମୋଡ । ଆଜି ଦିନ ତିନିଟାରେ ହାଜର ହେବାକୁ ଉଭୟ ପକ୍ଷଙ୍କୁ ନୋଟିସ କରିଛି ଶ୍ରମ ବିଭାଗ । ଠିକା ଶ୍ରମିକଙ୍କ ନିଯୁକ୍ତି ସର୍ତ୍ତାବଳୀ ଓ ମଜୁରୀ ସଂପର୍କୀତ ଦାବି ଉପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା କରିବାକୁ ବିଭାଗ ନୋଟିସ୍ କରିଛି  । ପୂର୍ବରୁ ଶ୍ରମିକଙ୍କ ଦାବିକୁ ଆଧାର କରି ଓଟିଭି କର୍ତ୍ତୃପକ୍ଷଙ୍କୁ ଶ୍ରମ ବିଭାଗ ନୋଟିସ କରିଥିଲା । ନୋଟିସର ଜବାବ ଓଟିଭି କର୍ତ୍ତୃପକ୍ଷ ରଖିଥିଲେ ମଧ୍ୟ ତାହା ଆଦୌ ସନ୍ତୋଷଜନକ ନଥିଲା ବୋଲି କହିଛନ୍ତି ଡିଭିଜିନାଲ ଲେବର କମିଶନର । ଫଳରେ ପୁଣି ଶ୍ରମ ବିଭାଗ ଉଭୟ ପକ୍ଷଙ୍କୁ ସାନି ନୋଟିସ ଜାରି କରିଥିଲେ ।

ସେପଟେ ଖୋର୍ଦ୍ଧା ଜିଲା ସାରୁଅ ଜମି କେଳେଙ୍କାରୀ ପ୍ରସଙ୍ଗରେ କୋର୍ଟରେ ମଙ୍ଗଳବାର ଶୁଣାଣି ହୋଇଛି । କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଓଡ଼ିଶୋ ପୋଲିସ ହେପାଜତରେ ଥିବା ମନୋରଞ୍ଜନ ଷଡ଼ଙ୍ଗୀ ଓ ଶିବ ପ୍ରସାଦ ଶ୍ରୀଚନ୍ଦନଙ୍କର ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି । ଏଥି ସହିତ ଭୁବନେଶ୍ୱର ଜିଲ୍ଲା ଓ ଦୌରା ଜଜ୍ କୋର୍ଟ ଦେଇଥିବା ରାୟ ସଂରକ୍ଷିତ ରଖାଯାଇଛି । ଏହି ରାୟ ଆସନ୍ତା କାଲି ଅର୍ଥାତ ବୁଧବାର ପ୍ରକାଶ ପାଇବ ।

ଏଠାରେ ଉଲ୍ଲେଖଯୋଗ୍ୟ, ୭ଜଣ ଜମିହରାଙ୍କ ପକ୍ଷରୁ ଲଢୁଥିବା ଓକିଲ ସିଦ୍ଧାର୍ଥ ଦାସଙ୍କ ସୂଚନାନୁଯାୟୀ ମନୋରଞ୍ଜନ ଓ ଶିବପ୍ରସାଦଙ୍କ ସଂପୃକ୍ତି ଥିବାରୁ ଜାମିନକୁ ବିରୋଧ କରାଯାଇଥିଲା । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ତଥା ଅନୁସୂଚିତ ଜାତି(ଏସସି)ବର୍ଗର ବ୍ୟକ୍ତିବିଶେଷଙ୍କ ସହ ସଂପୃକ୍ତ ଥିବାରୁ ଜାମିନ ନ ଦେବାକୁ କୋର୍ଟରେ ଆବେଦନ କରାଯାଇଥିଲା । ଗତକାଲି ସାରୁଅ ଅଞ୍ଚଳର ନୋଟିସ ହୋଇଥିବା ୨୨ ଜମି ବିକ୍ରେତା ମଧ୍ୟରୁ ବଳକା ୭ ଜଣ ମଧ୍ୟ କୋର୍ଟ ନିକଟରେ ନିଜର ପକ୍ଷ ରଖିଲେ ।

ପାରିବାରିକ କଳହରୁ କରୁଣ ପରିଣତି, ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୄତ୍ୟୁ

ସମ୍ବଲପୁର: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୄତ୍ୟୁ । ଏମିତି ଏକ ଲୋମହର୍ଷଣ କାରୀ ଘଟଣା ଘଟିଛି ସମ୍ବଲପୁର ଜୁଜୁମୁରା ବ୍ଳକର ମେଘପାଳ ପଞ୍ଚାୟତର ଘୁଷୁରିଆବାହାଲ ଗାଁରେ। ଅଭିଯୁକ୍ତ ପତ୍ନୀହନ୍ତା ସ୍ୱାମୀ ହେଉଛନ୍ତି ଉକ୍ତ ଗାଁର ପ୍ରମୋଦ ଭଇଂଷି । ମିଳିଥିବା ସୂଚନା ଅନୁସାରେ, ହତ୍ୟାକାରୀ ପ୍ରମୋଦଙ୍କ ସହ ନିଜ ପତ୍ନୀ ପାର୍ବତୀଙ୍କ କୌଣସି କାରଣରୁ ଯୁକ୍ତିତର୍କ ହୋଇ ଝଗଡ଼ା ହୋଇଥିଲା । ତେବେ ଏଥିରେ ଉତ୍ୟକ୍ତ ହୋଇ ପ୍ରମୋଦ ନିଜ ସ୍ତ୍ରୀ ପାର୍ବତୀଙ୍କ ମରଣାନ୍ତକ ଆକ୍ରମଣ କରିଥିଲା । ତାଙ୍କ ମୁଣ୍ଡକୁ ଟାଙ୍ଗିଆରେ ଚୋଟ ମାରିଥିଲେ ।

ତେବେ ଆଘାତ ପରେ ପାର୍ବତୀ ଗୁରତର ହୋଇ ତଲେ ପଡ଼ି ଯାଇଥିଲେ । ପରେ ସ୍ତ୍ରୀଙ୍କୁ ସେହି ଅବସ୍ଥାରେ ଛାଡ଼ି ପ୍ରମୋଦ କାମଧନ୍ଦା କରିବାକୁ ବାହାରକୁ ଚାଲି ଯାଇଥିଲା । ପରେ ସ୍ତ୍ରୀ ମୄତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ପୋଲିସରେ ଅଭିଯୋଗ ହେଲାପରେ ଜୁଜୁମୁରା ପୋଲିସ ଘଟଣା ସ୍ଥଳରେର ପହଞ୍ଚି ଏକ ମାମଲା ଦାୟର କରି ତଦନ୍ତ ଚଲାଇଛି ।

ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି ସାମସଙ୍ଗର ଏହି ମଡ଼େଲର ଫୋନ୍

ନୂଆଦିଲ୍ଲୀ: ସାମସଙ୍ଗ ଚଳିତ ବର୍ଷ ଅନେକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିଛି । କମ୍ପାନୀର ଏବେ ଆଉ ଏକ ନୂଆ ମଡେଲର ସ୍ମାର୍ଟଫୋନ୍ Galaxy A52 5G ଲଞ୍ଚ ହେବାକୁ ଯାଉଛି । ନିକଟରେ ସାମସଙ୍ଗର ଏହି ନୂଆ ସ୍ମାର୍ଟଫୋନକୁ ବେଞ୍ଚମାର୍କିଂ ୱେବସାଇଟ୍ ଗୀକବେଞ୍ଚରେ ଦେଖିବାକୁ ମିଳିଛି । ଗୀକବେଞ୍ଚ ତାଲିକାରେ ଏହି ସ୍ମାର୍ଟଫୋନ ଦେଖାଯିବା ପରେ, ଗାଲାକ୍ସି A52 5G  ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଥିବାର କୁହାଯାଉଛି ।

6 GB RAM ଏବଂ Android 11 OS

ଗୀକବେଞ୍ଚ ତାଲିକାରେ ଥିବା ଏହି ସ୍ମାର୍ଟଫୋନ୍ ମଡେଲ୍ ନମ୍ବର SM-A526B ଦ୍ୱାରା ତାଲିକାଭୁକ୍ତ ହୋଇଛି । ତାଲିକା ଅନୁଯାୟୀ, ଏହି ଡିଭାଇସ୍ ସିଙ୍ଗଲ୍ କୋର୍ ଟେଷ୍ଟରେ ୨୯୮ ଏବଂ ମଲ୍ଟି-କୋର୍ ଟେଷ୍ଟରେ ୧୦୦୧ ପାଇଛି । 6 GB RAMରୁ କମ ଏହି ଫୋନ୍ ଆଣ୍ଡ୍ରଏଡ୍ 11 OS ରେ କାମ କରେ ।

ସ୍ନାପଡ୍ରାଗନ୍ 750 ସଞ୍ଚାଳକ ପାଇପାରିବେ

ଏହି ତାଲିକାରେ ଫୋନର ପ୍ରୋସେସର ବିଷୟରେ କୌଣସି ସୂଚନା ଦିଆଯାଇନାହିଁ ଯଦିଓ ଏହି ‘lito’ କୋଡେନେମକୁ 1.80Ghz ର ମୂଳ ଫ୍ରିକ୍ୱେନ୍ସି ସହିତ ଏକ ପ୍ରୋସେସର୍ ସହିତ ତାଲିକାଭୁକ୍ତ କରାଯାଇଛି । ଗ୍ରାଫିକ୍ସ ପାଇଁ ଦିଆଯାଇଥିବା ଅଡ୍ରିନୋ ୬୧୯ରେ ଅନୁମାନ କରାଯାଉଛି ଯେ ଏହି ଫୋନ୍ ସ୍ନାପଡ୍ରାଗନ୍ 750 ଜି ଚିପସେଟ ସହିତ ଆସିବ ।

64 ମେଗାପିକ୍ସେଲ ପ୍ରାଇମେରି କ୍ୟାମେରା

ସେପ୍ଟେମ୍ବରରେ କୁହାଯାଇଥିଲା ଏହି ଫୋନଟି 64 ମେଗାପିକ୍ସେଲ ପ୍ରାଇମେରୀ ଲେନ୍ସ ସହିତ କ୍ୱାଡ କ୍ୟାମେରା ସେଟଅପ୍ ସହ ଆସିବ । ଏହା ବ୍ୟତୀତ ଫୋନରେ ଏକ ଅଲଟ୍ରାଭାଇଓଲେଟ୍ ଆଙ୍ଗଲ୍ ସେନ୍ସର ଏବଂ ମାକ୍ରୋ ଲେନ୍ସ  ଦିଆଯାଇଛି । ବାକି ଲେନ୍ସ କେତେ ମେଗାପିକ୍ସେଲ ହେବ ସେ ସମ୍ବନ୍ଧରେ କୌଣସି ସୂଚନା ଦିଆଯାଇ ନାହିଁ।

ଗାଲାକ୍ସି A72 5G ରେ ପାଞ୍ଚଟି ପଛ କ୍ୟାମେରା ରହିବ

ନିକଟରେ ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ଗାଲାକ୍ସି A52 5G ର ମୁଖ୍ୟ କ୍ୟାମେରା ସାମସଙ୍ଗ ଇଲେକ୍ଟ୍ରୋ-ମେକାନିକ୍ସ ଯୋଗାଇ ଦେବ। ସେହି ସମାନ ରିପୋର୍ଟରେ ଏହା କୁହାଯାଇଛି ଯେ ଗାଲାକ୍ସି ଏ 72 G ଜି କମ୍ପାନୀର ପେଣ୍ଟା କ୍ୟାମେରା ସେଟଅପ୍ ଥିବା ସାମସଙ୍ଗ କମ୍ପାନୀର ପ୍ରଥମ ସ୍ମାର୍ଟଫୋନ୍ ହେବ। ଶୁଣିବାକୁ ମିଳୁଛି ଯେ ୮ ମେଗାପିକ୍ସେଲ ସହିତ ୬୪ ମେଗାପିକ୍ସେଲ ମୁଖ୍ୟ କ୍ୟାମେରା ଏବଂ 3x ଟେଲିଫୋଟୋ ଲେନ୍ସ ଦିଆଯାଇପାରିବ ।

ବିସ୍ଫୋରଣ ଘଟଣା ନେଇ ଆସିଲା ଫରେନସିକ ରିପୋର୍ଟ, ଅଧିକ ଯାଞ୍ଚ ପାଇଁ ଫରିଦାବାଦ ଯିବ କମିଶନରେଟ ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରାଜଭବନରେ ପେଟ୍ରୋଲ ପମ୍ପ ଟାଙ୍କି ବିସ୍ଫୋରଣ ଘଟଣା । ଏହି ବିସ୍ଫୋରଣ ଘଟଣା ନେଇ ଆସିଲା ଫରେନସିକ ରିପୋର୍ଟ । ରିପୋର୍ଟ ଆଧାରରେ ବିସ୍ଫୋରଣର ଯାଞ୍ଚ ପାଇଁ ଫରିଦାବାଦ ଯିବ କମିଶନରେଟ ପୋଲିସ । ବିସ୍ଫୋରଣ ଦିନ ଯେଉଁ କମ୍ପାନୀ କାମ କରୁଥିଲା, ସେହି କମ୍ପାନୀ ବାବଦରେ ଅଧିକ ଖୋଳତାଡ ପାଇଁ ଫରିଦାବାଦ ଯିବ ପୋଲିସ । ଷ୍ଟେକ ହୋଲଡରଙ୍କ ଅବହେଳା ରହିଥିବା ରିପୋର୍ଟରେ ଜଣାପଡିଛି । ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛି କମିଶନରେଟ ପୋଲିସ ।

ଗତ ଅକ୍ଟୋବର ୭ ତାରିଖରେ ଭୁବନେଶ୍ୱରର ରାଜଭବନସ୍ଥିତ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ହୋଇଥିଲା, ଏଥିରେ ଦୁଇ ଜଣକ ମୃତ୍ୟୁ ହୋଇଛି । ଫରିଦାବାଦର ଗୋଟିଏ ମେଣ୍ଟେନାନ୍ସ ଟିଲ ଏଠାରେ କାମ ନେଇଥିଲା । ସେହି ସମୟରେ ଯେଉଁମାନେ ଏଠାରେ କାମ କରୁଥିଲେ ସେମାନେ ମୃତକ ମାନଙ୍କୁ ଭଲ ସାଙ୍ଗ ଥିଲେ ନା ନାହିଁ । ସେମାନଙ୍କର ଠିକ କାଗଜପତ୍ର ଥିଲା ନା ନାହିଁ । ଯେଉଁ କମ୍ପାନୀ ଏଠାରେ କାମ କରୁଥିଲା ତାହାର ଲାଇସେନ୍ସ ଥିଲା ନା ନାହିଁ । ଯଦି ଲାଇସେନ୍ସ ଥିଲା ତେବେ କିଭିଳ ଏବଂ କେତେ ଦିନ ହେଲା କାମ କରୁଥିଲା । ଏଭଳି ସମସ୍ତ ଦିଗକୁ ନେଇ ତଦନ୍ତ କରିପାରେ ପୋଲିସ ।

ପୂର୍ବ ଶତ୍ରୁତାରୁ ରକ୍ତରଞ୍ଜିତ ହେଲା ବୁର୍ଲା, ସେଣ୍ଟ୍ରାଲ ଲାଇନ୍‌ ଅଞ୍ଚଳରେ ସଂଘବଦ୍ଧ ଆକ୍ରମଣରେ ୨ଭାଇଙ୍କ ମୃତ୍ୟୁ

ଭୁବନେଶ୍ୱର: ପୂର୍ବ ଶତ୍ରୁତାକୁ ନେଇ ରକ୍ତରଞ୍ଜିତ ହେଲା ବୁର୍ଲା । ସଂଘବଦ୍ଧ ଆକ୍ରମଣରେ ୨ଭାଇଙ୍କ ମୃତ୍ୟୁ ହୋଇଛି । ବୁର୍ଲା ସେଣ୍ଟ୍ରାଲ ଲାଇନ୍‌ ଅଞ୍ଚଳରେ ପୀତବାସ ବିଶୋଇଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୩୦ ଯୁବକ ପୂର୍ବ ଶତ୍ରୁତାକୁ ନେଇ ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକଙ୍କଠାରୁ ଏସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲା ।

ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ପୀତବାସଙ୍କ ବଡ଼ପୁଅ ବୁଲୁଙ୍କ ମୃତ୍ୟୁ ହୋଇଥିଲା । ଆଜି ସାନପୁଅ ମୁନା ପ୍ରାଣ ହରାଇଛନ୍ତି । ପୀତବାସଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତାଙ୍କ ପତ୍ନୀ ସଂଗୀତା ଓ ଶାଳକ ନରେନ୍ଦ୍ର ଗୁରୁତର ଅଛନ୍ତି । ମେଡିକାଲରେ ବୁର୍ଲା ଏସଡିପିଓ ପହଞ୍ଚି ଗୁରୁତରଙ୍କୁ ଭେଟିବା ସହ ତଦନ୍ତ କରିଛନ୍ତି । ଏପର୍ଯ୍ୟନ୍ତ ଘଟଣାରେ କାହାକୁ ଗିରଫ କରାଯାଇନି ।

ଜାରି ରହିଛି ନବୀନଙ୍କ କ୍ରେଜ, ଭାଜପା ହାତରୁ ଛଡାଇ ଆଣିଲା ବାଲେଶ୍ୱର ସଦର, ତିର୍ତ୍ତୋଲରେ ବଜାୟ ରହିଲା ବିଜୟ ଧାରା

ଭୁବନେଶ୍ୱର: ଜାରି ରହିଛି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରେଜ୍ । ଅବିରତ ରହିଛି ବିଜେଡି ପ୍ରତି ଲୋକଙ୍କ ଭଲ ପାଇବା । ମାତ୍ର ବର୍ଷକ ତଳେ ଯେଉଁ ଆସନ ଭାଜପା ପାଖରେ ଥିଲା । ତାହା ଆଜି ବିଜେଡି ଖାତାରେ ଯୋଡି ହୋଇ ଯାଇଛି । ବହୁଚର୍ଚ୍ଚିତ ବାଲେଶ୍ୱର ସଦର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ତାଙ୍କର ନିକଟତମ ପ୍ରତିଦ୍ୱଦ୍ୱୀ ମାନସ କୁମାର ଦତ୍ତଙ୍କୁ ୧୩୩୫୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ତାଙ୍କ ନିକଟତମ ପ୍ରାର୍ଥୀଙ୍କୁ ୪୧,୭୦୩ ଖଣ୍ଡ ଭୋଟରେ ହରାଇଛନ୍ତି ।  କେବଳ ବାଲେଶ୍ୱର ନୁହେଁ, ତିର୍ତ୍ତୋଲ ଆସନ ମଧ୍ୟ ବିଜେଡି ବଜାୟ ରଖିଛି ।  ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)  ସୁଶୀଲ କୁମାର ଲୋହାନୀ ମଧ୍ୟ ଆନୁଷ୍ଠାନିକ ଘୋଷଣା କରିଛନ୍ତି ।   ୨ ବିଜୟ ସହ  ଓଡ଼ିଶା ବିଧାନସଭାରେ ବିଜେଡିର ମୋଟ ଆସନ ସଂଖ୍ୟାରେ ଏକ ବୃଦ୍ଧି ହୋଇଛି । ସେହିପରି ଭାଜପାର ଗୋଟିଏ ଆସନ କମିଯାଇଛି । ଭାଜପା ୨୩ରୁ ୨୨କୁ ଆସିଥିବା ବେଳେ ବିଜେଡି ଆସନ ସଂଖ୍ୟା 114ରେ ପହଞ୍ଚିଛି । ଶେଷତମ ସୂଚନାନୁଯାୟୀ, ବାଲେଶ୍ୱର ଆସନରେ ବିଜେଡି ପ୍ରାର୍ଥୀ ୮୪,୦୯୭ ଖଣ୍ଡ ଭୋଟ୍ ପାଇଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ମାନସ ଦତ୍ତ ୭୦,୭୪୬ ଖଣ୍ଡ ଭୋଟ୍ ପାଇଛନ୍ତି । ହେଲେ କଂଗ୍ରେସ ପ୍ରାର୍ଥିନୀ ମମତା କୁଣ୍ଡୁ  ୪୯୮୩ ଖଣ୍ଡ ଭୋଟ ପାଇ ସାରିଥିଲେ ।

କେବଳ ବାଲେଶ୍ୱର ନୁହେଁ । ତିର୍ତ୍ତୋଲରେ ମଧ୍ୟ ବାଜିମାତ କରିଛି ବିଜେଡି । ପୂର୍ବତନ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁତରଣ ଦାସଙ୍କ ଅକାଳ ବିୟୋଗ ପରେ ତାଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରାଯାଇଥିଲା । ଏହି ଆସନରେ ବିଜୟ ଶଙ୍କର ନିଜର ନିକଟତମ ପ୍ରାର୍ଥୀ ଭାଜପାର ରାଜକିଶୋର ବେହେରାଙ୍କୁ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ସେହିପରି କଂଗ୍ରେସର ପ୍ରଦର୍ଶନ ବାଲେଶ୍ୱରରେ ଅତ୍ୟନ୍ତ ନିମ୍ନମାନର ରହିଛି । ହେଲେ ବାଲେଶ୍ୱର ତୁଳନାରେ ତିର୍ତ୍ତୋଲ ଟିକେ ଭଲ ପ୍ରଦର୍ଶନ କରିଛି ।କେବଳ ଓଡ଼ିଶା ନୁହେଁ । ବିଭିନ୍ନ ରାଜ୍ୟରେ ଉପନିର୍ବାଚନ ଅନୁଷ୍ଠିତ ହେଉଥିଲା । ପ୍ରତି ରାଜ୍ୟରେ ବିଜେପି ପ୍ରାର୍ଥୀମାନଙ୍କ ପ୍ରଭାବୀ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ହେଲେ ଓଡ଼ିଶାରେ ପୂର୍ବଭଳି ଆଞ୍ଚଳିକ ଦଳ ବିଜେଡିର ଦବଦବା ଦେଖିବାକୁ ମିଳିଛି । ତିର୍ତ୍ତୋଲରେ ବିଜେପି ପ୍ରାର୍ଥୀ ବିଜୟ ଶଙ୍କର ୮୪,୫୫୬ ଖଣ୍ଡ ଭୋଟ୍, ବିଜେପି ପ୍ରାର୍ଥୀ ରାଜ କିଶୋର ୪୫,୦୪୫ ଖଣ୍ଡ ଏବଂ କଂଗ୍ରେସ ପ୍ରାର୍ଥୀ ହିଂମାଶୁ ମଲ୍ଲିକ ୨୬୭୬୦ ଖଣ୍ଡ ପାଇଥିବା ଜଣା ପଡିଛି ।

ବିଜେପୁର ହେଉ କି ପାଟକୁରା, । ଆଉ ଏବେ ବାଲେଶ୍ୱର-ତିର୍ତ୍ତୋଲ । ଉପନିର୍ବାଚନ ମାନେ ବିଜେଡି ଖାତାରେ ଆସନ । ନବୀନଙ୍କ ଲୋକପ୍ରିୟତା ଆଗରେ ବିରୋଧୀଙ୍କ ରଣନୀତି ନା ଅତୀତରେ କାମ ଦେଇଥିଲା, ନା ଏବେ ଦେଇଛି । ରାଜ୍ୟ ସରକାରଙ୍କ ବିକାଶର ଚମକ ଆଗରେ ଫିକା ପଡିଯାଇଛି ବିରୋଧୀଙ୍କ ପ୍ଲାନ, ପ୍ରୋପାଗଣ୍ଡା ଓ ପ୍ରେଡିକସନ୍ ।

ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ବିୟୋଗ ପରେ, ଆରମ୍ଭ ହୋଇଥିଲା ଉପନିର୍ବାଚନ ରେସ । ତିନି ପ୍ରମୁଖ ଦଳରେ ଥିଲା ଆଶାୟୀଙ୍କ ଲମ୍ବା ତାଲିକା । ବିଜେପି ଗଡ଼ ରକ୍ଷା ପାଇଁ ମଦନମୋହାନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କ ପ୍ରାର୍ଥୀ କରିଥିଲା । କଂଗ୍ରେସ ମହିଳା କାର୍ଡ ଖେଳି ମମତା କୁଣ୍ଡୁଙ୍କୁ ପ୍ରାର୍ଥୀ କରିବା ସହ ନିର୍ବାଚନୀ ମାହୋଲରେ ଭରିଥିଲା ନୂଆ ଉଷ୍ଣତା । ହେଲେ ହେଭିୱେଟ ଓ ପୁରୁଣା ଆଶାୟୀଙ୍କୁ ବାଦ ଦେଇ ବିଜେଡି ଆଣିଥିଲା ଏକ ମୁହଁ । ଆଉ ତାଙ୍କ ମୁଣ୍ଡରେ ବିଜୟ କଳସ ଢାଳିବାକୁ ଆରମ୍ଭ କରିଦେଇଥିଲେ ସଂକଳ୍ପ । ଗତଥର ନିର୍ବାଚନରେ ମୋଟ  70.88% ମତଦାନ ହୋଇଥିଲା । ସେମଧ୍ୟରୁ ବିଜେପି ୪୭.୨୬% ଭୋଟ୍ ସହ ବାଜିମାତ କରିଥିଲା । ହେଲେ ବର୍ଷକ ଭିତରେ ନବୀନଙ୍କ ଜଲୱା ଭୋଟଗଣିତକୁ ଓଲଟାଇ ଦେଇଛି । ଏଥର ବିଜେପିକୁ 2ୟ ନମ୍ବରକୁ ଠେଲିଦେଇ ଏକ ନମ୍ବର ହୋଇଛି ବିଜୁ ଜନତା ଦଳ ।

ନିର୍ବାଚନୀ ମଇଦାନରେ ନବୀନ ଥରେ ହାତ ହଲାଇଦେଲେ, ବିଜେଡି ଖାତାକୁ ପଳାଇଯାଏ ସେହି ଆସନ । ଏଥର କୋଭିଡ କଟକଣା ପାଇଁ ଯଦିଓ,  ମୁଖ୍ୟମନ୍ତ୍ରୀ ନିଜେ ମୈଦାନକୁ ନଯାଇ ଭର୍ଚୁଆଲରେ ପ୍ରଚାର କରିଥିଲେ । ହେଲେ ନବୀନଙ୍କ ପ୍ରତି ଆସ୍ଥା ଅତୁଟ ରହିଛି । ବିଶେଷଜ୍ଞ କହୁଛନ୍ତି, ନବୀନ ଯଦି ମୈଦାନକୁ ଓହ୍ଲାଇଥାନ୍ତେ, ତେବେ ଭୋଟ ବ୍ୟବଧାନ ଆହୁରି ଅଧିକ ରହିଥାନ୍ତା ।

ବିଷ୍ଣୁ ଦାସଙ୍କ ପୁଅ ବିଜୟଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ପ୍ରତ୍ୟକ୍ଷ ରାଜନୀତିରେ ନୂଆ ହୋଇଥିଲେ ମଧ୍ୟ ପାରିବାରିକ ଦୃଷ୍ଟିରୁ ରାଜନୀତିରେ ନୂଆ ନଥିଲେ ବିଜୟ । ଜନତା ବି ତାଙ୍କୁ ପସନ୍ଦ କରିଛନ୍ତି । ଭୋଟରଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇଛନ୍ତି ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ଓ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ । ରାଜକିଶୋର ପୂର୍ବରୁ ଦୁଇଥର କଂଗ୍ରେସ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ନିର୍ବାଚନ ପୂର୍ବରୁ ବିଜେପି ଆସି ପ୍ରାର୍ଥୀ ହୋଇଥିଲେ । ଏଥର ବି ପରାଜିତ ହୋଇଛନ୍ତି । ହାତ ବି ହାରି ଯାଇଛି ତିର୍ତ୍ତୋଲରେ । ସଫ୍ଟଓୟେର ଇଂଜିନିୟର ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ଭରସା କରି ପାରି ନାହାଁନ୍ତି ଭୋଟର ।

 

Tirtol By Poll BJD Held Meeting in Biridi
ସେହିପରି ବିଜେଡି ଗଠନ ପରଠାରୁ ମାତ୍ର ଥରୁଟିଏ,୨୦୦୪ ନିର୍ବାଚନକୁ ଛାଡ଼ି ସବୁଥର ତିର୍ତ୍ତୋଲରେ ଜିତି ଆସୁଛି ଦଳ । ୨୦୦୦ ନିର୍ବାଚନ ପୂର୍ବରୁ ତିର୍ତ୍ତୋଲ ଥିଲା କଂଗ୍ରେସର ଦୁର୍ଗ । ହେଲେ କଂଗ୍ରେସର ଦୁର୍ଗ ଭୁଶୁଡ଼ି ପଡ଼ିଛି, ସୁଦୃଢ଼ ହୋଇଛି ବିଜେଡି ଦୁର୍ଗ । ତିର୍ତ୍ତୋଲର ତାଜ୍ ପୁଣି ପିନ୍ଧିଛି ବିଜୁ ଜନତା ଦଳ ।ଉଲ୍ଲେଖଯୋଗ୍ୟ, କରୋନା ପରେ ଓଡ଼ିଶାରେ ପ୍ରଥମଥର ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଛି । କୋଭିଡ କଟକଣା ମଧ୍ୟରେ ଭୋଟ ଦାନଠାରୁ ଭୋଟ ଗଣତି ହୋଇଥିଲା । ବାଲେଶ୍ଵର ପାଇଁ ୩ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଫଳାଫଳ ଜାଣିବା ପାଇଁ ବଡ଼ ବଡ଼ TVର ବ୍ୟବସ୍ଥା କରାଯାଇଛି । ECI ୱେବସାଇଟରେ ପ୍ରତି ରାଉଣ୍ଡରେ ଫଳାଫଳ ଉପଲବ୍ଧ ରହିଛି । ସେପଟେ ତ୍ତିର୍ତ୍ତୋଲ ଭୋଟ ଗଣତି ପାଇଁ ବି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । SVM କଲେଜରେ ଦୁଇଟି ହଲରେ ଚାଲିଛି ତିର୍ତ୍ତୋଲ ପାଇଁ ଗଣନା  । ହଲରେ ୭ଟି ଲେଖାଏଁ ଟେବୁଲ ପଡ଼ିଛି । ଏହା ସହ ପୋଷ୍ଟାଲ ବାଲଟ୍ ପେପର ଗଣତି ପାଇଁ  ଆଉ ଗୋଟିଏ ହଲରେ ଦୁଇଟି ଟେବୁଲର ବ୍ୟବସ୍ଥା ହୋଇଛି  । ଗଣତି ସମୟରେ  ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଣ୍ଟାଣ୍ଡ ଓ କାଉଣ୍ଟି ସୁପର ଭାଇଜର ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ, ୩୭ ଜଣ ଅଫିସର,   ଜଣେ ଆଡିସନାଲ ଏସପି ଓ ତିନି ଜଣ ଡିଏସପି ମୁତୟନ ରହିବେ  । CRPFର ଗୋଟିଏ ପ୍ଲାଟୁନ୍ ମଧ୍ୟ ମୁତୟନ ହୋଇଛନ୍ତି ।

 

 

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଆଗରେ ଫିକା ପଡ଼ିଲା ମୋଦି ମନ୍ତ୍ର, ବାଲେଶ୍ୱର ତିର୍ତ୍ତୋଲରେ ବିଜେଡିକୁ ବିପୁଳ ସମର୍ଥନ

ବାଲେଶ୍ୱର/ତିର୍ତ୍ତୋଲ: ଉପନିର୍ବାଚନରେ ବିଜୟ ବାନା ଉଡ଼ାଇଲା ବିଜେଡି । ସାଧାରଣ ନିର୍ବାଚନର ଦେଢ ବର୍ଷ ପରେ ବିଜେଡି ଲୋକପ୍ରିୟତାରେ ଏକ ନମ୍ବର ରହିଛି  । କାମ ଦେଲାନି ମୋଦି ମନ୍ତ୍ର । ନବୀନ ମନ୍ତ୍ରରେ ବାୟା ପୁରା ଓଡ଼ିଶା । ନବୀନ ତାଙ୍କର ସମସ୍ତ ପ୍ରତିଶ୍ରୁତିକୁ ଠିକ ଠିକ୍‌ ଭାବରେ ପୁରା କରନ୍ତି । ଆଉ ସେହି ପ୍ରତିଶ୍ରୁତିବଦ୍ଧତାର ପରିଣାମ ସ୍ୱରୁପ ଆଜି ଲୋକେ ତାଙ୍କର ପ୍ରମାଣ ଦେଇଛନ୍ତି । ବାଲେଶ୍ୱର ସଦର, ତିର୍ତ୍ତୋଲ ଉପନିର୍ବାଚନରେ ବାଜିମାତ ଏହାର ସ୍ପଷ୍ଟ ସଂକେତ ଦେଇଛି । ବଜେଡିକୁ ବିପୁଳ ପରିମାଣରେ ଭୋଟ ଦେଇ ଜିତାଇଛନ୍ତି । ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନରେ ବାଜିମାତ କରିଛି ବିଜେଡି । ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କ କହିବା କଥା ହେଉଛି, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ଭଲ ପାଇ ଲୋକେ ବିଜେଡିକୁ ଜିତାଇଛନ୍ତି ।ଏହାସହ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ଆମ ଦଳର ବିଜୟ ମନ୍ତ୍ର ବୋଲି ସେ କହିଛନ୍ତି  ।  ତିର୍ତ୍ତୋଲ ଆସନ ବଜାୟ ରଖିବା ସହ ବିଜେପି ହାତରୁ ବାଲେଶ୍ୱର ସଦର ଛଡ଼ାଇ ନେଇଛି ଦଳ ।

ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ନିକଟତମ ପ୍ରତିଦ୍ୱନ୍ଦୀ ରାଜକିଶୋର ବେହେରାଙ୍କ ଠାରୁ ୪୧ ହଜାର୪୯୩  ଖଣ୍ଡ ଅଧିକ ଭୋଟ ପାଇ ବିପୁଳ ବିଜୟ ହାସଲ କରିଛି । ଦଳ ମୋଟ ୮୮ ହଜାର ଭୋଟ ପାଇଛି । ବିଜେପିର ରାଜକିଶୋର ବେହେରା ଓ କଂଗ୍ରେସର ହିମାଂଶୁ ଭୂଷଣ ମଲ୍ଲିକ ଯଥାକ୍ରମେ ୪୬ ହଜାର ୫୦୭ ଖଣ୍ଡ ଏବଂ ୨୮ ହଜାର ୭୫୦ ଖଣ୍ଡ ଭୋଟ ପାଇ ଦ୍ୱୀତୀୟ ଓ ତୃତୀୟ ସ୍ଥାନରେ ରହିଛି । ସେପଟେ ବାଲେଶ୍ୱରରେ ୧୩ ହଜାର ୩୫୧ ଖଣ୍ଡ ଅଧିକ ଭୋଟ ପାଇ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ବିଜୟୀ ହୋଇଛନ୍ତି । ଦଳକୁ ମିଳିଛି ୮୩,୪୩୭ ଖଣ୍ଡ ଭୋଟ ପାଇଛି । ବିଜେପିର ମାନସ ଦତ୍ତ  ୭୦ ହଜାର ୨୦୭ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ପାଇଛି ମାତ୍ର ୪,୯୧୧ ଭୋଟ ।

ସେପଟେ ପରାଜୟ ପରେ ଉଭୟ ବିଜେପି ଓ କଂଗ୍ରେସ ଆତ୍ମସମୀକ୍ଷା ଆରମ୍ଭ କରିଛନ୍ତି  । ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ନିର୍ବାଚନ ପରିଚାଳନା ସଠିକ ହୋଇନଥିବା ଯୋଗୁଁ ବିଜେପି ଏପରି ପରାଜୟର ସମ୍ମୁଖୀନ ହୋଇଛି ବୋଲି ବିଜେପି ନେତା ଖାରବେଳ ସ୍ବାଇଁ କହିଛନ୍ତି  । ଦଳ ପରାଜୟର କାରଣ କେନ୍ଦ୍ରୀୟ ନେତାଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି  । ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଉଭୟ ଆସନରେ ଆମେ ଭଲ ପ୍ରାର୍ଥୀ ଦେଇଥିଲୁ  । ହେଲେ ଆମେ ଲୋକଙ୍କ ମତକୁ ସମ୍ମାନ ଜଣାଇ ପରାଜୟକୁ ଗ୍ରହଣ କରୁଛୁ  । ଖୁବଶୀଘ୍ର ପରାଜୟର କାରଣ ନେଇ ଦଳ ଆତ୍ମସମୀକ୍ଷା କରିବ ବୋଲି ତାରା କହିଛନ୍ତି  ।

କେବଳ ମୁମ୍ବାଇ ଇଣ୍ଡିଆନ୍ସକୁ ନୁହେଁ ଦିଲ୍ଲୀ ଓ ହାଇଦ୍ରାବାଦ ଦଳ ବି ହେବେ କୋଟିପତି, ଜାଣନ୍ତୁ କେଉଁ ଦଳକୁ ମିଳିବ କେତେ ?

ଦୁବାଇ: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୦ର ଟାଇଟଲ୍ ଜିତିଛି । ମଙ୍ଗଳବାର ଫାଇନାଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀକୁ ପାଞ୍ଚ ୱିକେଟରେ ପରାସ୍ତ କରି ପଞ୍ଚମ ଥର ପାଇଁ ଚାମ୍ପିୟନ ହୋଇଛି। ଦୁବାଇରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ ରେ ଟସ୍ ଜିତିବା ପରେ ଦିଲ୍ଲୀ ୧୫୬/୭ ସ୍କୋର କରିପାରିଥିଲା । ଏହାର ଜବାବରେ ମୁମ୍ବାଇ ଆଠଟି ବଲ ରହି ପାଞ୍ଚଟି ୱିକେଟ୍ ସହ ମୈଇଦାନ ଛାଡ଼ିଥିଲା । ତେବେ ଆସନ୍ତୁ ଜଣିଭା ଏଥର ବିଜୟୀ ଦଳ କେତେ ଟଙ୍କା ଏବଂ ଫାଇନାଲରେ ପହଞ୍ଚି ହାର ମାନିଥିବା ଦଳ କେତେ ଟଙ୍କାର ପୁରଷ୍କାର ପାଇଛି ।

ସୂଚନାଯୋଗ୍ୟ ଯେ, ଆଇପିଏଲ୍ ବିଜେତା ୨୦ କୋଟି ଟଙ୍କା ପାଇଥିବାବେଳେ ହାରିଥିବା ଦଳକୁ ସାଢେ ୧୨ କୋଟି ଟଙ୍କା ମିଳିଛି। ତେବେ ପୂର୍ବରୁ ଖବର ଆସିଥିଲା ​​ଯେ, କରୋନା ମହାମାରୀ ହେତୁ ବିସିସିଆଇ ବିଜେତା ଦଳକୁ ବିଜୟ ପୁରଷ୍କାରର ପରିମାଣକୁ ହ୍ରାସ କରିପାରେ। ଏଥିସହିତ ହାଇଦ୍ରାବାଦ ଦଳକୁ ୧୦.୫ କୋଟି ଟଙ୍କା ମିଳିଛି । ଉଲ୍ଲେଖନୀୟ ବିଷୟ ହେଉଛି, କରୋନା ମହାମାରୀ ହେତୁ ବିସିସିଆଇ ମାର୍ଚ୍ଚ ମାସରେ ନିଜେ ଖର୍ଚ୍ଚ କାଟ ଆରମ୍ଭ କରିଥିଲା ​​ଏବଂ ଏହି ନିଷ୍ପତ୍ତି ଏହାର ଏକ ଅଂଶ । ବିସିସିଆଇ ଅନୁଯାୟୀ ସମସ୍ତ ଫ୍ରାଞ୍ଚାଇଜର ଆର୍ଥିକ ସ୍ଥିତି ଭଲ। ସେମାନଙ୍କର ଆୟ ବୃଦ୍ଧି କରିବାର ଅନେକ ଉପାୟ ଅଛି, ଯେପରିକି ପ୍ରାଯୋଜକ, ତେଣୁ ପୁରସ୍କାର ରାଶି ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

କହିରଖୁଛୁ ଯେ, ଅରେଞ୍ଜ କ୍ୟାପ୍ (ସର୍ବାଧିକ ରନ୍) ଏବଂ ପରପଲ୍ କ୍ୟାପ୍ (ସର୍ବାଧିକ ୱିକେଟ୍) ଧାରକ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ । ଏବଂ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି ପଞ୍ଜାବର କେ ଏଲ୍ ରାହୁଲ ଏବଂ ଦିଲ୍ଲୀର ସୁପର ବୋଲର ରାବାଡ଼ା । ଆଇପିଏଲ୍ ୨୦୨୦ରେ କେ.ଏଲ୍ ରାହୁଲଙ୍କୁ ସର୍ବାଧିକ ୬୭୦ ସ୍କୋର କରିଥିବା ବେଳେ ଦିଲ୍ଲୀର କାଗିସୋ ରାବାଡା ସର୍ବାଧିକ ୩୦ ୱିକେଟ୍ ନେଇଛନ୍ତି ।