spot_img
Home Blog Page 6444

ଏଣିକି ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଅଧିନରେ ରହିବ ଡିଜିଟାଲ ମିଡିଆ… ବିବାଦୀୟ ଖବର ରୋକିବାକୁ କେନ୍ଦ୍ର ସରକାରଙ୍କ ପଦକ୍ଷେପ

0

ନୂଆଦିଲ୍ଲୀ: ଏଣିକି ସୂଚନା ମନ୍ତ୍ରଣାଳୟ ଅଧିନ ହେବ ଡିଜିଟାଲ ମିଡିଆ । ଏନେଇ ଆଜି କେନ୍ଦ୍ର ସରକାର ବଡ ଘୋଷଣା କରିଛନ୍ତି । ଡିଜିଟାଲ ମିଡିଆରେ ବଢୁଥିବା ବିବାଦୀୟ ଖବର ରୋକିବାକୁ ଏପରି ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ନିଷ୍ପତ୍ତି ଅନୁଯାୟୀ ସମସ୍ତ ଡିଜିଟାଲ ମିଡିଆ ଏଣିକି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନ ଓ ନିୟନ୍ତ୍ରଣରେ ରହିବ ।

ଅନଲାଇନ ଫିଲ୍ମ, ଅଡିଓ ଭିଜୁଆଲ କାର୍ଯ୍ୟକ୍ରମ, ଅନଲାଇନ୍ ନ୍ୟୁଜ୍ ଓ କରେଣ୍ଟ ଆଫାୟାର୍ସର କଣ୍ଟେଣ୍ଟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିୟନ୍ତ୍ରଣରେ ରହିବ । ଏହି ନିଷ୍ପତ୍ତି ତତ୍କାଳ ଲାଗୁ ହେବ ବୋଲି କୁହାଯାଇଛି । ଏହାଦ୍ୱାରା ଦେଶରେ ଡ଼ିଜିଟାଲ ମିଡିଆରେ ବଢୁଥିବା ବିବାଦୀୟ ଖବର ରୋକାଯାଇ ପାରିବ ବୋଲି କୁହାଯାଇଛି ।

ନିକଟରେ କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ ଏପିଲ କହିଥିଲେ ଯେ, ସୋସିଆଲ ମିଡିଆ ଉପରେ ବର୍ତ୍ତମାନ କଣ୍ଟ୍ରୋଲ କରିବା କଷ୍ଟକର ହୋଇପଡ଼ିଛି । ତେଣୁ ଏହାକୁ ନିୟନ୍ତ୍ରଣ କରିବାର ସମୟ ଆସିଛି । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସୁପ୍ରିମ କୋର୍ଟକୁ କହିଛି ଯେ, ମିଡିଆକୁ ନିୟନ୍ତ୍ରଣ କରିବା ପାଇଁ ଯଦି କୌଣସି ପଦକ୍ଷେପ ନିଆଯିବ ତେବେ ତାହା ପ୍ରଥମେ ଡିଜିଟାଲ୍ ମିଡିଆରୁ ଆରମ୍ଭ କରିବାକୁ ପଡିବ ।

ଦୂରଦର୍ଶନ ଟିଭିର ବିବାଦୀୟ “ୟୁପିଏସସି ଜିହାଦ” କାର୍ଯ୍ୟକ୍ରମ ସମ୍ବନ୍ଧୀୟ ମାମଲାର ଶୁଣାଣି ସମୟରେ କେନ୍ଦ୍ର ଏହି ଆଭିମୁଖ୍ୟ ଗ୍ରହଣ କରିଥିଲା ଯେଉଁଥିରେ କୋର୍ଟ ଟେଲିଭିଜନ ଚ୍ୟାନେଲଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶନାମା ପ୍ରସ୍ତୁତ କରିବାକୁ ଚିନ୍ତା କରିଥିଲେ ।

ଆଉ କୋଲକାତା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ, ଆଜି ଉଦ୍‌ଘାଟିତ ହେବ ଆୟକର ଅପିଲେଟ ପ୍ରାଧିକରଣ

କଟକ: କଟକରେ ନିର୍ମାଣ ହୋଇଥିବା ଆୟକର ଅପିଲେଟ ପ୍ରାଧିକରଣ ବା ଆଇଟିଏଟି କାର୍ଯ୍ୟାଳୟ ଉଦ୍‌ଘାଟିତ ହେବାକୁ ଯାଉଛି । ଭିଡିଓ କନଫ୍ରେନ୍ସରେ ହେବ ଉଦଘାଟନ ଉତ୍ସବ । ଏଥିପାଇଁ ଏକ ବଡ଼ ହଲକୁ ସଜାଯାଇଛି । ଆଜି ଅପରାହ୍ନ ୪ଟା ୩୦ ମିନିଟକୁ ନିର୍ଧାରଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଯୋଗେ ଏହାକୁ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସିରେ ଯୋଗ ଦେବେ ।

ଏହା ଆୟକର ବିବାଦ ସଂପର୍କରେ ଓଡିଶାର ସର୍ବୋଚ୍ଚ ପ୍ରାଧିକରଣ ଭାବେ କାମ କରିବ । ଏହା ଦ୍ୱାରା ସହଜରେ ଆୟକର ନେଇ ରାଜ୍ୟ ଭିତରେ ଉପୁଜୁ ଥିବା ବିବାଦର ଶୀଘ୍ର ସମାଧାନ ହୋଇପାରିବ । ରାଜ୍ୟରେ ପ୍ରଥମେ କୋଲକାତା ବ୍ରାଞ୍ଚ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । କିନ୍ତୁ ଏବେ ସମ୍ପୂର୍ଣ୍ଣ ଭାବରେ କଟକରେ ହୋଇଥିଲା ଅପିଲେଟ ପ୍ରାଧିକରଣରେ କାର୍ଯ୍ୟ ହେବ ।

ମୋଦିଙ୍କ କାମ ଉପରେ ବିଶ୍ୱାସ କଲେ କିନ୍ତୁ ତେଜସ୍ୱୀଙ୍କ ପ୍ରତିଶ୍ରୁତି ଉପରେ କାହିଁକି ଭରସା କଲେନି ବିହାର ଭୋଟର ?

ପାଟନା: ବିହାର ଭୋଟର କହିଲେ ପୁଣିଥରେ ନୀତୀଶ କୁମାର । ବିଜେପି ଓ ଜେଡିୟୁ ୧୨୫ ସିଟ୍ ସହ ମ୍ୟାଜିକ୍ ନମ୍ବର ୧୨୨କୁ ପାର କରିଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ୧୦ ଲକ୍ଷ ଚାକିରି ସହ ଆହୁରି ଅନେକ କିଛି ପ୍ରତିଶ୍ରୁତି ଦେଇଥିବା ତେଜସ୍ୱୀଙ୍କୁ କାହିଁକି ଭୋଟର ନିରାଶ କଲେ । କ’ଣ ପାଇଁ ସେମାନେ ତେଜସ୍ୱୀଙ୍କୁ ପୁର୍ଣ୍ଣ ବିଶ୍ୱାସ କରିପାରିଲେନି ? ଆସନ୍ତୁ ଏହି ପ୍ରଶ୍ନର ଉତ୍ତର ଖୋଜିବା ।

ମୋଦି ଡଙ୍ଗାରେ ନୀତୀଶ
ନୀତୀଶଙ୍କ ବିରୋଧରେ ଅସନ୍ତୋଷ ଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଣ୍ଟ୍ରି ଏନଡିଏକୁ ବଂଚାଇ ଦେଇଥିଲା । ମୋଦି ରାଜ୍ୟରେ ୧୨ଟି ରାଲି କରିଥିଲେ । ୧୨ଟି ରାଲିରେ ସେ କେନ୍ଦ୍ର ସରକାରଙ୍କ ଯୋଜନା କଥା କହିଥିଲେ । କେନ୍ଦ୍ର ପ୍ୟାକେଜ୍ ଓ ଯୋଜନା ଦ୍ୱାରା ବିହାରର କେମିତି ମଙ୍ଗଳ ହୋଇଛି ତାହା ବୁଝାଇ କହିବାରେ ସେ ସଫଳ ହୋଇଥିଲେ । କେନ୍ଦ୍ରୀୟ ଯୋଜନା ଦ୍ୱାରା ମୋଦି ବିହାରର ଅତି ଦଳିତ ଓ ଗରିବଙ୍କ ମଧ୍ୟରେ ନିଜ ପାଇଁ ସ୍ଥାନ ବନେଇବାରେ ସଫଳ ହୋଇଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ମୋଦି ଡଙ୍ଗାରେ ନୀତୀଶ ନିର୍ବାଚନ ବୈତରଣୀ ପାର ହୋଇଛନ୍ତି ।

ତେଜସ୍ୱୀ କାହିଁକି ଭୋଟରଙ୍କ ପୁରା ବିଶ୍ୱାସ ପାଇଲେ ନାହିଁ ?
ପିତା ଲାଲୁ ଯାଦବଙ୍କ ଅନୁପସ୍ଥିତିରେ ତେଜସ୍ୱୀ ନିଜ ଦମରେ ନିର୍ବାଚନ ଲଢୁଥିଲେ । ସେ ବିହାରରେ ସର୍ବାଧିକ ରାଲି କରିଛନ୍ତି । ମୋଟ ୨୫୦ ରାଲି କରିଥିଲେ । ରାଲିରେ ଭିଡ ବି ଅଧିକ ଥିଲା । କିନ୍ତୁ ଭିଡ ଭୋଟରେ ବଦଳି ନଥିଲା । ୧୦ ଲକ୍ଷ ଚାକିରିର ପ୍ରତିଶ୍ରୁତି ବି ଭୋଟ ଟାଣି ପାରିଲାନାହିଁ । ଅବଶ୍ୟ ଆରଜେଡି ସର୍ବାଧିକ ସିଟ୍ ଓ ଭୋଟ ସେୟାର ସହ ରାଜ୍ୟର ବଡ ଦଳ ଭାବେ ଉଭା ହୋଇଛି କିନ୍ତୁ ସରକାର ଗଠନ କରିବା ଲାଗି ଆବଶ୍ୟକ ମ୍ୟାଜିକ ନମ୍ବର ପାଇ ନାହିଁ । ତେବେ ଏମିତି କାହିଁକି ହେଲା ? ମୋଦିଙ୍କ ଦ୍ୱାରା ତିଆରି କରାଯାଇଥିବା ନୂଆ ଭୋଟ୍ ବ୍ୟାଙ୍କ ତେଜସ୍ୱୀଙ୍କ ପାଇ କାଳ ହୋଇଥିଲା ।

ମୋଦି ତିଆରି କରିଛନ୍ତି ବଂଚିତଙ୍କ ନୂଆ ଭୋଟ୍ ବ୍ୟାଙ୍କ୍

୨୦୧୪ରେ କ୍ଷମତାକୁ ଆସିବା ପରେ ମୋଦି ଗରିବଙ୍କ ପାଇଁ ଜନଧନ ଆକାଉଣ୍ଟ୍ ଖୋଲିଥିଲେ । ସରକାରୀ ଯୋଜନାକୁ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ସହ ଯୋଡା ଯାଇଥିଲା । ଫଳରେ ସିଧା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପହଂଚି ପାରୁଛି । ପିଏମ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତରେ ସେ କୋଭିଡ୍-୧୯ ମହାମାରୀ ସମୟରେ ବିହାରକୁ ୧୭ ହଜାର କୋଟିର ଆର୍ଥିକ ପ୍ୟାକେଜ୍ ଦେଇଥିଲେ । ଏପିଏଲ ଓ ବିପିଏଲ ପରିବାରକୁ ମାଗଣା ରାସନ ମଧ୍ୟ ଯୋଗାଇ ଦିଆଯାଇଥିଲା । କେନ୍ଦ୍ରର ଏହି ଯୋଜନା ସବୁ ଭୋଟରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିଲେ । ତେଜସ୍ୱୀଙ୍କ ପ୍ରତିସ୍ରୁତିକୁ ଭୋଟର ଗ୍ରହଣ ନକରିବାର ଏହା ହେଉଛି ଗୋଟିଏ ବଡ କାରଣ ।

ତେବେ ତେଜସ୍ୱୀ କ’ଣ ପୁରା ସଫଳ ?
ତେଜସ୍ୱୀଙ୍କ ନେତୃତ୍ୱରେ ଦଳ ରାଜ୍ୟର ସବୁଠୁ ବଡ ଦଳ ଭାବେ ଉଭା ହୋଇଛି ସତ କିନ୍ତୁ ୨୦୧୫ରେ ସେ ପାଇଥିବା ସିଟଠାରୁ କମ ସିଟ୍ ପାଇଛି । ୨୦୧୫ରେ ଆରଜେଡି ୮୦ ସିଟ୍ ପାଇଥିଲା । ଏଥର କିନ୍ତୁ ୭୫ ସିଟରେ ତାଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଏହାସହ ସୀମାଂଚଳରେ ଆରଜେଡି ଖାତା ଖୋଲିବାରେ ମଧ୍ୟ ବିଫଳ ହୋଇଛି ।

ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ହାଇକୋର୍ଟରେ ପକ୍ଷ ରଖିଲେ ରାଜ୍ୟ ସରକାର, ହତ୍ୟା ନେଇ ମିଳିନାହିଁ ପ୍ରମାଣ

କଟକ: ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ହାଇକୋର୍ଟରେ ଜବାବ ରଖିଲେ ରାଜ୍ୟ ସରକାର । ଏବେ ସୁଦ୍ଧା ତଦନ୍ତରେ ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇନି । ହାଇକୋର୍ଟ ରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ରୁ ଆଦିତ୍ୟ ଦାସଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରମାଣ ମିଳିନାହିଁ । ଅନ୍ୟ ପକ୍ଷରେ ତଦନ୍ତ କାରୀ ଅଧିକାରୀ କୋଭିଡ୍ ଆଇସୋଲେସନରେ ଥିବାରୁ ସବିଶେଷ ତଥ୍ୟ ଦାଖଲ କରି ପାରି ନାହାଁନ୍ତି । ତେବେ ମାମଲାର ପରବର୍ତ୍ତି ଶୁଣାଣୀ ନଭେମ୍ବର ୨୬ ତାରିଖରେ ହେବ ।

ସୁନ୍ଦରୀ ବୋଲି ଯୁବତୀଙ୍କୁ ବ୍ଲକ କଲା ଡେଟିଂ ଆପ୍, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ୨୧ ବର୍ଷୀୟ ଇନଷ୍ଟାଗ୍ରାମ ମଡେଲ ଲୁନା ବେନା ତାଙ୍କ ସୌନ୍ଦର୍ଯ୍ୟ ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ଲୁନା ଦାବି କରିଛନ୍ତି ଯେ ଚର୍ଚ୍ଚିତ ଡେଟିଂ ଆପ୍ ଟିଣ୍ଡର ତାଙ୍କ ଅଫିସିଆଲ୍ ଆକାଉଣ୍ଟ ବହୁତ ଆକର୍ଷଣୀୟ ହୋଇଥିବାରୁ ତାଙ୍କୁ ବ୍ୟାନ କରିଛି ଆଉ ଏହାର କାରଣ ମଧ୍ୟ ଆଶ୍ଚର୍ଯ୍ୟଜନକ ।

ଲୁନା କହିଛନ୍ତି ଯେ ସେ ୨୦୧୭ରେ ଏହି ଆପ୍ ସହିତ ଜଡିତ ଥିଲେ, କିନ୍ତୁ ଏହି ଆପରେ ଆସିବାର କିଛି ସମୟ ପରେ ଲୋକମାନେ ତାଙ୍କ ଫଟୋ ଚୋରି କରିବା ସହ ନକଲି ଆକାଉଣ୍ଟ୍ କରିବା ଆରମ୍ଭ କରିଥିଲେ । ଲୁନା ଏହା ମଧ୍ୟ କହିଛନ୍ତି ଯେ କେବଳ ଟିଣ୍ଡରରେ ନୁହେଁ ଫେସବୁକରେ ମଧ୍ୟ ତାଙ୍କର ଫଟୋ ଚୋରି କରି ଅନେକ ନକଲି ଆକାଉଣ୍ଟ ତିଆରି କରାଯାଇଛି, ଯେଉଁଥିରେ ହଜାର ହଜାର ଫଲୋର୍ସ ମଧ୍ୟ ଅଛନ୍ତି।

ଲୁନା ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ସୌନ୍ଦର୍ଯ୍ୟ ହେତୁ ଲୋକମାନେ ତାଙ୍କୁ ଟିଣ୍ଡର ଆପରେ ତାଙ୍କୁ ଧମକ ମଧ୍ୟ ଦେଇଛନ୍ତି ଏବଂ ଯେତେବେଳେ ବି ସେ ଏହି ନକଲି ପ୍ରୋଫାଇଲଗୁଡ଼ିକୁ ମେସେଜ୍ କରିବାକୁ ଚେଷ୍ଟା କରିଛନ୍ତି ସେତେବେଳେ ତାଙ୍କୁ ବ୍ଲକ କରିଦିଆଯାଇଥାଏ । ଲୁନା କହିଛନ୍ତି ଯେ, ଲୋକମାନେ ତାଙ୍କ ଚିତ୍ର ବ୍ୟବହାର କରି ନକଲି ପ୍ରୋଫାଇଲ୍ ତିଆରି କରନ୍ତି ଏବଂ ସେଥିରୁ ରୋଜଗାର ମଧ୍ୟ କରନ୍ତି ଏହା ତାଙ୍କ ପ୍ରତି ଅନ୍ୟାୟ ।

ଲୁନାଙ୍କର ହଜାର ହଜାର ନକଲି ଆକାଉଣ୍ଟ୍ ହେତୁ ଟିଣ୍ଡର ଅସଲି ଲୁନା ଏବଂ ନକଲି ଲୁନା ମଧ୍ୟରେ ପାର୍ଥକ୍ୟ କରିପାରି ନଥିଲା । ଏହି କାରଣରୁ ଯେତେବେଳେ ଲୁନା ଏହି ଆପରେ ନୂଆ ଆକାଉଣ୍ଟ ଖୋଲନ୍ତି ସେତେବେଳେ ଟିଣ୍ଡର ଏହାକୁ ଏକ ନକଲି ପ୍ରୋଫାଇଲ୍ ଭାବି ବ୍ଲକ କରିଦେଇଥାଏ । ଯଦିଓ ଲୁନା ଏହି ଆପ୍ ବ୍ୟବହାର କରି ପୂର୍ବରୁ ଡେଟରେ ଯାଇଛନ୍ତି ଏବଂ ଏହାପରେ ଟିଣ୍ଡର୍ ତାଙ୍କୁ ବ୍ଲକ କରିବା ପରେ ମଧ୍ୟ ସେ ତାଙ୍କୁ ହିଁ ଡେଟ କରୁଛନ୍ତି ।

ସୂଚନା ଯୋଗ୍ୟ ଯେ, ଲୁନା କେବଳ ଟିଣ୍ଡର ଏବଂ ଫେସବୁକରେ ନୁହେଁ ଇନଷ୍ଟାଗ୍ରାମରେ ମଧ୍ୟ ବହୁତ ଲୋକପ୍ରିୟ ଏବଂ ଏହି ଆପରେ ତାଙ୍କର ମିଲିୟନରୁ ଅଧିକ ଫଲୋଅର୍ସ ଅଚନ୍ତି । ଇନଷ୍ଟାଗ୍ରାମରେ ରୋଜଗାର କରିବା ବ୍ୟତୀତ ସେ କେବଳ ‘ଓନଲି ଫ୍ୟାନ୍ସ’ ଆକାଉଣ୍ଟ ମାଧ୍ୟମରେ ମଧ୍ୟ ଟଙ୍କା ରୋଜଗାର କରନ୍ତି।

ବନ୍ଦ ଘରୁ ମିଳିଲା ଗୋଟିଏ ପରିବାରର ୬ ଜଣଙ୍କର ମୃତ ଦେହ,ହତ୍ୟା ସନ୍ଦେହ

ବଲାଙ୍ଗୀର: ପାଟଣାଗଡ଼ର କୁସୁମପଡ଼ାରେ ଚାଞ୍ଚଲ୍ୟ । ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ହୋଇଛି । କବାଟ ଖୋଲିଲା ପରେ ଜଣାପଡ଼ିଥିଲା ଘଟଣା ସମ୍ପର୍କରେ । ତେବେ କେଉଁ କାରଣରୁ ୬ଜଣଙ୍କର ମୃତ୍ୟୁ ହୋଇଛି ତାହା ଏବେ ଅସ୍ପଷ୍ଟ ରହିଛି । ଏହା ଆତ୍ମହତ୍ୟା ନା ହତ୍ୟା ତାହା ଜଣା ପଡ଼ିନାହିଁ ।

କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସେପଟେ ସୂଚନା ପାଇ ଘଟଣ ସ୍ଥଳରେ ପୋଲିସ ପହଞ୍ଚି ତାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏମାନଙ୍କ ପରିବାରରେ ଅନେକ ସମୟରେ କଳହ ଲାଗେ । କିନ୍ତୁ କଳହ ପାଇଁ ଏମାନଙ୍କ ମୃତ୍ୟୁ ହୋଇଛି କି ନାହିଁ ତାହା ଏବେ ଅସ୍ପଷ୍ଟ ।

ରାଜ୍ୟରେ ଖସିବାରେ ଲାଗିଛି କରୋନା ଗ୍ରାଫ, ୧୨୨୦ ଜଣ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସିବାରେ ଲାଗିଛି କରୋନା ଗ୍ରାଫ । ଦିନକୁ ଦିନ ତଳ ମୁହାଁ ହେଉଛି ସଂକ୍ରମଣର ଗ୍ରାଫ । ସେପଟେ ସଂକ୍ରମିତଙ୍କ ସଂଖ୍ୟା କମୁଥିବାବେଳେ ସୁସ୍ଥ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧ ହଜାର ୨୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୦୩ଟି ମାମଲା ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୧୭ଟି ମାମଲା ଆସିଛି । ତେବେ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ୩ ଲକ୍ଷ ୫ ହଜାର ସକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଳକ୍ଷ ୯୧ ହଜାର ୧୩୭ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୧୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୫୮, ବାଲେଶ୍ୱରରୁ ୨୧, ବରଗଡ଼ରୁ ୬୦, ଭଦ୍ରକୁର ୨୮, ବଲଶଙ୍ଗିରରୁ ୩୩, ବୌଦ୍ଧରୁ ୫, କଟକରୁ ୯୬, ଦେବଗଡ଼ରୁ ୩, ଢ଼ଙ୍କାନାଳରୁ ୨୬, ଗତପତିରୁ ୫, ଗଞ୍ଜାମରୁ ୨୭, ଜଗତସିଂହପୁରରୁ ୫୯, ଯାଜପୁରରୁ ୨୬, ଝାରସୁଗୁଡ଼ାରୁ ୩୨, କଳାହାଣ୍ଡିରୁ ୫୯, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୪୮, କେନ୍ଦୁଝରରୁ ୪୮, କୋରାପୁଟରୁ ୨୧, ମାଲକାନାଗିରିରୁ ୧୯, ମୟୂରଭଞ୍ଜରୁ ୪୬, ନବରଙ୍ଗପୁରରୁ ୧୪, ନୟାଗଡ଼ରୁ ୨୦, ନୂଆପଡ଼ାରୁ ୬୬, ପୁରୀରୁ ୬୦, ରାୟଗଡ଼ାରୁ ୫, ସମ୍ବଲପୁରରୁ ୪୦, ସୋନପୁରରୁ ୧୩, ସୁନ୍ଦରଗଡ଼ରୁ ୧୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବିକାଶ ଓ ସୁଶାସନ ସହ ନବୀନଙ୍କ ପାଇଁ ଜିତିଛି ବିଜେଡି : ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର: ତିର୍ତ୍ତୋଳ ଏବଂ ବାଲେଶ୍ୱର ସଦର ନିର୍ବାଚରେ ବିଜେଡିକୁ ମିଳିଛି ବିପୁଳ ସମର୍ଥନ । ବିଜେଡିର ସଫଳତାକୁ ନେଇ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି । ଗତ ନିର୍ବାଚନରେ ବାଲେଶ୍ୱର ସଦର ସିଟ ବିଜେପି ପାଖରେ ଥିଲା । ସେମାନେ ଯେତେ ଭୋଟରେ ଜିତିଥିଲେ ଆମେ ମଧ୍ୟ ସେତିକି ଭୋଟରେ ଜିତିଲୁ । ଏହି ନିର୍ବାଚନ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ସେଥିପାଇଁ ଆମେ ସନ୍ତୁଷ୍ଟ । ବିଜେଡି ବାଲେଶ୍ଵରରୁ ଯାହାକୁ ପ୍ରାର୍ଥୀ କରିଥିଲା ସେ କୌଣସି ବିଧାୟକ କିମ୍ୱା ପ୍ରତିଷ୍ଠିତ ନେତା ନ ଥିଲେ । ସେ ଥିଲେ ବିଜେଡିର ଜଣେ ସାଧାରଣ କର୍ମୀ । ତାଙ୍କୁ ମଧ୍ୟ ଦଳ ପ୍ରାର୍ଥୀ କରିଥିଲା ଏବଂ ଜିତେଇଲା ।

ବିଜେଡି ଜିତିବାର ମୂଳମନ୍ତ୍ର ନବୀନ ମନ୍ତ୍ର ଓ ତା ସହିତ ବିକାଶ ଓ ସୁଶାସନ। ବିଜେପି ପ୍ରାର୍ଥୀଙ୍କ ପ୍ରତି ଅନୁକମ୍ପା ଥିଲା ଓ କେନ୍ଦ୍ର ମନ୍ତ୍ରୀ ଓ ଅନ୍ୟ ନେତା ବିଜେପି ପାଇଁ ପ୍ରଚାର କଲେ । ବିଜେଡି ସୁପ୍ରିମୋ କେବଳ ଭରଚୁଆଲ ରାଲି କରିଥିଲେ । ତା ସତ୍ତ୍ୱେ ମଧ୍ୟ ଆମେ ଜିତିଲୁ । ଅର୍ଥବଳ ଓ ବାହୁବଳ କଥା କହୁଥିବା ବିଜେପି ମଧ୍ୟ ଖର୍ଚ୍ଚ କରିଛି । ନିର୍ବାଚନ ରେ ଭୋଟ ଧ୍ରୁବିକରଣ ହୁଏ । କଂଗ୍ରେସ ଭୋଟ ବିଜେପିକୁ ଯାଇନଥିବ ବୋଲି କଣ ମାନେ ଅଛି । ଏ ଅଭିଯୋଗର କିଛି ମାନେ ନାହିଁ।

ପାକିସ୍ତାନର ରାଷ୍ଟ୍ରପତି ଭବନରେ ମଧ୍ୟ ସୁରକ୍ଷିତ ନୁହଁନ୍ତି ମହିଳା, କାର୍ଯ୍ୟକର୍ତ୍ତାଙ୍କ ସହ ହେଲା ଏମିତି…

ଇସଲାମାବାଦ: ପାକିସ୍ତାନର ରାଷ୍ଟ୍ରପତି ଭବନରେ ମଧ୍ୟ ମହିଳାମାନେ ସୁରକ୍ଷିତ ନୁହଁନ୍ତି । ମହିଳା କାର୍ଯ୍ୟକର୍ତ୍ତା ମାରିଆ ଇକବାଲ ତରାନା ସୋମବାର ଦିନ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ରାଷ୍ଟ୍ରିୟ ଭବନରେ ଅଧିକାରୀମାନେ ହଇରାଣ କରିଛନ୍ତି । ତରାନା ଟ୍ୱିଟ୍ କରି କହିଛନ୍ତି ଯେ, ସେ ଏକ କାର୍ଯ୍ୟକ୍ରମ ପାଇଁ ରାଷ୍ଟ୍ରପତି ଭବନ ଯାଇଥିଲେ, ଯେଉଁଠାରେ ତାଙ୍କୁ କର୍ମଚାରୀମାନେ ହଇରାଣ କରିଛନ୍ତି ।

ତରାନା ପାକିସ୍ତାନର ଖୁବ୍ ଜଣାଶୁଣା ଚେହେରା

ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁଯାୟୀ, ମାରିଆ ଇକବାଲ ତରାନା ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏକ ସଂଗଠନର ପ୍ରତିଷ୍ଠାତା। ଏହା ବ୍ୟତୀତ ସେ ପାକିସ୍ତାନ ଅଧିକୃତ କାଶ୍ମୀରରେ ମହିଳାମାନଙ୍କ ସ୍ଥିତି, କାଶ୍ମୀର ପାଇଁ ଯୁବ ଫୋରମ୍ ଏବଂ ପିପୁଲସ କମିଶନ ଫର୍ ମାଇନରିଟି ଅଧିକରାର ପୂର୍ବତନ ଅଧ୍ୟକ୍ଷ ମଧ୍ୟ ରହିଛନ୍ତି ।

ରାଷ୍ଟ୍ରପତି ଭବନର ଅଧିକାରୀ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ

ତାରାନା ପ୍ରକାଶ କରିଛନ୍ତି ଯେ, ଏକ କାର୍ଯ୍ୟକ୍ରମ ସଂପର୍କରେ ତାଙ୍କୁ ରାଷ୍ଟ୍ରପତି ଭବନକୁ ନିମନ୍ତ୍ରଣ କରାଯାଇଥିଲା । ଯେତେବେଳେ ସେ ରାଷ୍ଟ୍ରିପତି ଭବନରେ ପହଞ୍ଚିଲେ, ଜଣେ ଅଧିକାରୀ ତାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ଚାପ ପକାଇଥିଲେ । ଯେତେବେଳେ ସେ ମନା କରିଥିଲେ, ସେତେବେଳେ ଅଧିକାରୀ କହିଥିଲେ ଯେ ଆପଣଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇ ନାହିଁ। ଆପଣ ଏଠାରୁ ଚାଲିଯାଆନ୍ତୁ ।

ତରାନା ଅଧିକାରୀଙ୍କ ନାଁ ମଧ୍ୟ କହିଛନ୍ତି

ତାରାନା ଏହି ଘଟଣାର ତଦନ୍ତ ପାଇଁ ଦାବି କରିବା ସହ ଅଭିଯୁକ୍ତଙ୍କ ନାଁ ନେଇଥିଲେ । ସେ ଟ୍ୱିଟ୍‌ରେ ଲେଖିଛନ୍ତି ଯେ, ଏମିତି ବ୍ୟବହାର କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାଷ୍ଟ୍ରପତି ଭବନର ମୁଖ୍ୟ ପ୍ରୋଟୋକଲ ଅଫିସର ଅଫାକ ଅହମ୍ମଦ । ତରାନା ଲେଖିଛନ୍ତି ଯେ ଏହି ଘଟଣାର ତଦନ୍ତ କରାଯିବା ସହ ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯିବା ଉଚିତ୍।

ପୂର୍ବରୁ ପାକିସ୍ତାନୀ ମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ଏଭଳି ଅଭିଯୋଗ ଆସିଛି

ପାକିସ୍ତାନର ଏହା ପ୍ରଥମ ଘଟଣା ନୁହେଁ ଯେଉଁଥିରେ ବ୍ୟୁରୋକ୍ରେଟସ କିମ୍ବା ରାଜନେତାଙ୍କ ଉପରେ ମହିଳାମାନଙ୍କ ଏମିତି ଅଭିଯୋଗ ଆଣିଛନ୍ତି । ଏହାପୂର୍ବରୁ ଆମେରିକୀୟ ମହିଳା ସିନ୍ଥିଆ ଡି ରିଚି ମଧ୍ୟ ପିପିପିର ବରିଷ୍ଠ ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ରେହମାନ ମଲିକଙ୍କ ନାଁରେ ୨୦୧୧ରେ ବଳାତ୍କାର ଅଭିଯୋଗ କରିଥିଲେ । ସେ କହିଥିଲେ ଯେ ଭିଜା ବଢାଇବାକୁ ସେ ରହମାନଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଏହି ସମୟ ହିଁ ତାଙ୍କୁ ବଳତ୍କାର କରାଯାଇଥିଲା ।

ବେକରେ ଗାମୁଛା ଲଗାଇ ଘରର ପଛ ବାଲକୋନୀରେ ବ୍ୟକ୍ତିଙ୍କର ଆତ୍ମହତ୍ୟା !

ଭୁବନେଶ୍ୱର: ଘରର ପଛ ବାଲକୋନୀରେ ଗାମୁଛା ଲଗାଇ ଆତ୍ମହତ୍ୟା । ବେକରେ ଗାମୁଛା ବାଲକୋନୀ ତଳକୁ ଛୁଲିପଡ଼ିଲେ ଜଣେ ବ୍ୟକ୍ତି । ଏଭଳି ଏକ ଘଟଣା ଭୁବନେଶ୍ୱର ସହିଦନଗରରରେ ଦେଖିବାକୁ ମିଳିଛି । ପ୍ଲଟ ନମ୍ବର ୫୩୭ର ଦ୍ଵିତୀୟ ମହଲାର ବାଲକୋନୀରୁ ଝୁଲନ୍ତା ମୁତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଯାଜୁଲ୍ୟମାନ ନାଥ । ବେକରେ ଗାମୁଛା ବାନ୍ଧି ଘରର ପଛ ବାଲକୋନୀରେ ଆତ୍ମହତ୍ୟା କରିଛନ୍ତି ଯାଜୁଲ୍ୟ ।

ସହିଦ ନଗର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମୁତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପାରିବାରିକ କଳହ ଯୋଗୁ ଯାଜୁଲ୍ୟ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ୫୫ ବର୍ଷୀୟ ଯାଜୁଲ୍ୟଙ୍କ ଘର ପିପିଲି ହୋଇଥିବାବେଳେ ସେ ଏକ ରିଅଲ ଇଷ୍ଟେଟ ଅଫିସରେ ପିଅନ ଭାବେ କାର୍ଯ୍ୟ କରୁଥିଲେ । ତେବେ ଯାଜୁଲ୍ୟ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ଏବେବି ଅସ୍ପଷ୍ଟ ରହିଛି ।