spot_img
Home Blog Page 6452

ଚତୁର୍ଥ ରାଉଣ୍ଡରେ ବି ବିଜେଡି ଆଗୁଆ: ତିର୍ତ୍ତୋଲରେ ୫୬୨୬ ଭୋଟରେ ଆଗୁଆ ବିଜୟ ଶଙ୍କର

ବାଲେଶ୍ୱର, ତିର୍ତ୍ତୋଲ:  ସରିଛି ଚତୁର୍ଥ ପର୍ଯ୍ୟାୟ ଭୋଟ ଗଣତି । ଉଭୟ ବିଧାନସଭା ଆସନରେ ଏଯାବତ୍ ବିଜେଡି ଆଗୁଆ ରହିଛି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ତିର୍ତ୍ତୋଲରେ ଚତୁର୍ଥ ରାଉଣ୍ଡ ଭୋଟ ଗଣତି ସରିଛି । ଚତୁର୍ଥ ରାଉଣ୍ଡ ଭୋଟ ଗଣତି ସରିଲା ବେଳକୁ ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୧୫୧୩୧, କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ ୧୯୩୫, ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା ୯୫୦୫ ଭୋଟ ପାଇଛନ୍ତି ।

ତେବେ ବାଲେଶ୍ୱରରେ ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୧୦୪୦୧, ବିଜେପି ପ୍ରାର୍ଥୀ ମାନସ ଦତ୍ତ ୮୯୧୫ ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୧୨୬୫ ଭୋଟ ପାଇଛନ୍ତି । ଏବଂ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ମାତ୍ର ୯୯ ଭୋଟ ପାଇଛନ୍ତି ।

 

କୋଭିଡ କଟକଣା ମଧ୍ୟରେ ଭୋଟ ଗଣତି ଚାଲିଛି । ବାଲେଶ୍ଵର ପାଇଁ ୩ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଫଳାଫଳ ଜାଣିବା ପାଇଁ ବଡ଼ ବଡ଼ TVର ବ୍ୟବସ୍ଥା କରାଯାଇଛି । ECI ୱେବସାଇଟରେ ପ୍ରତି ରାଉଣ୍ଡରେ ଫଳାଫଳ ଉପଲବ୍ଧ ରହିଛି । ସେପଟେ ତ୍ତିର୍ତ୍ତୋଲ ଭୋଟ ଗଣତି ପାଇଁ ବି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । SVM କଲେଜରେ ଦୁଇଟି ହଲରେ ଚାଲିଛି ତିର୍ତ୍ତୋଲ ପାଇଁ ଗଣନା  । ହଲରେ ୭ଟି ଲେଖାଏଁ ଟେବୁଲ ପଡ଼ିଛି । ଏହା ସହ ପୋଷ୍ଟାଲ ବାଲଟ୍ ପେପର ଗଣତି ପାଇଁ  ଆଉ ଗୋଟିଏ ହଲରେ ଦୁଇଟି ଟେବୁଲର ବ୍ୟବସ୍ଥା ହୋଇଛି  । ଗଣତି ସମୟରେ  ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଣ୍ଟାଣ୍ଡ ଓ କାଉଣ୍ଟି ସୁପର ଭାଇଜର ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ, ୩୭ ଜଣ ଅଫିସର,   ଜଣେ ଆଡିସନାଲ ଏସପି ଓ ତିନି ଜଣ ଡିଏସପି ମୁତୟନ ରହିବେ  । CRPFର ଗୋଟିଏ ପ୍ଲାଟୁନ୍ ମଧ୍ୟ ମୁତୟନ ।

ତୃତୀୟ ରାଉଣ୍ଡରେ ପହଞ୍ଚିଛି ଭୋଟ ଗଣତି । ଉଭୟ ବିଧାନସଭା ଆସନରେ ଏଯାବତ୍ ବିଜେଡି ଆଗୁଆ ରହିଛି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ତିର୍ତ୍ତୋଲରେ ତୃତୀୟ ରାଉଣ୍ଡ ଭୋଟ ଗଣତି ସରିଛି ।

ରେସକୁ ଏନଡିଏର ପ୍ରତ୍ୟାବର୍ତ୍ତନ,ବର୍ତ୍ତମାନ ପାଇଁ ତେଜସ୍ୱୀଙ୍କ ‘ତେଜ’ ହରଣ

0

ପାଟନା: ବିହାର ଫଳାଫଳ ଉପରେ ପୁରା ଦେଶର ନଜର । କାରଣ ଏହି ରାଜ୍ୟର ଫଳାଫଳ  ଆଗକୁ ହେବାକୁ ଥିବା ପଶ୍ଚିମ ବଙ୍ଗ ଓ  ଉତ୍ତର ପ୍ରଦେଶ ନିର୍ବାଚନକୁ ପ୍ରଭାବିତ କରିବ ବୋଲି କୁହାଯାଉଥିଲା । ସବୁ ଏଗଜିଟ୍ ପୋଲ୍ ତେଜସ୍ୱୀଙ୍କ ରାଜ୍ୟାଭିଷେକ ଏକରକମ କରି ସାରିଥିଲେ । କିନ୍ତୁ ଦିନ ୧୧ ଟା ସୁଧାର ଟ୍ରେଣ୍ଡ୍ କହୁଛି ଅଲଗା କାହାଣୀ । ସକାଳୁ ସକାଳୁ ବିଜେଡି-ଜେଡିୟୁର ନିଦ ହରଣଚାଳ କରିଥିବା ତେଜସ୍ୱୀଙ୍କ ତେଜ କିନ୍ତୁ ଦିନ ୧୧ ବେଳକୁ କମି ଯାଇଥିବା ଭଳି ଲାଗୁଛି ।

ରିପୋର୍ଟ ଲେଖାଯିବା ବେଳକୁ ଏନଡିଏ ମ୍ୟାଜିକ୍ ନମ୍ବର ଛୁଇଁ ସାରିଛି । ଏନଡିଏ ୧୩୧ ଆସନରେ ଆଗୁଆ ଥିବା ବେଳେ ଆରଜେଡି ପ୍ଲସ ୧୦୧ ଆସନରେ ଆଗୁଆ ରହିଛି । ଭୋଟ୍ ଟ୍ରେଣ୍ଡ୍ ଆଗକୁ ମଧ୍ୟ ବଦଳିବ କିନ୍ତୁ ସକାଳ ଅପେକ୍ଷା ମହାମେଣ୍ଟ ପଛରେ ପଡିଛି । ଦୁଇ ମେଣ୍ଟ ମଧ୍ୟରେ ଟକ୍କର ଜୋରଦାର ହେଉଛି । ଯାହା ଜଣାପଡୁଛି ଏଥର ବିହାର ଭୋଟର ବିଭାଜିତ ଭୋଟ୍ କରିଛନ୍ତି । କୌଣସି ଗୋଟିଏ ଦଳକୁ ଏକତରଫା ଭୋଟ କରିନାହାନ୍ତି । ଯେଉଁଥିପାଇଁ କେତେବେଳେ ଏନଡିଏ ଆଗରେ ତ’ କେତେବେଳେ ଆରଜେଡି ।

ଅନ୍ୟପକ୍ଷରେ ମହାମେଣ୍ଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବଙ୍କ ବଡ  ଭାଇ ତେଜ ପ୍ରତାପ ହାସନପୁର ସିଟରେ ପଛୁଆ ଅଛନ୍ତି । ସୂଚନାଯୋଗ୍ୟ ଯେ, ତେଜସ୍ୱୀଙ୍କ ଜନ୍ମଦିନରେ ଟ୍ୱିଟ୍ କରି ସେ ସାନଭାଇଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ଉପହାର ଭାବେ ଦେଉଛନ୍ତି ବୋଲି କହିଥିଲେ ।

ଉପ-ନିର୍ବାଚନ ରାଉଣ୍ଡ-୩ : ଉଭୟ ବିଧାନସଭା ଆସନରେ ବିଜେଡି ଆଗୁଆ

ବାଲେଶ୍ୱର, ତିର୍ତ୍ତୋଲ: ତୃତୀୟ ରାଉଣ୍ଡରେ ପହଞ୍ଚିଛି ଭୋଟ ଗଣତି । ଉଭୟ ବିଧାନସଭା ଆସନରେ ଏଯାବତ୍ ବିଜେଡି ଆଗୁଆ ରହିଛି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ତିର୍ତ୍ତୋଲରେ ତୃତୀୟ ରାଉଣ୍ଡ ଭୋଟ ଗଣତି ସରିଛି । ତୃତୀୟ ରାଉଣ୍ଡ ଗଣତି ସରିଲା ବେଳକୁ ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୧୧୪୦୪, କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ ୧୬୭୭, ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା ୬୯୫୯ ଭୋଟ ପାଇଛନ୍ତି ।

ତେବେ ବାଲେଶ୍ୱରରେ ଦ୍ୱିତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୭୧୨୮, ବିଜେପି ପ୍ରାର୍ଥୀ ମାନସ ଦତ୍ତ ୬୦୭୪ ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୯୪୦ ଭୋଟ ପାଇଛନ୍ତି । ଏବଂ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ମାତ୍ର ୭୨ ଭୋଟ ପାଇଛନ୍ତି ।

ଆରମ୍ଭ ହେଲା ଭୋଟ ଗଣତି: ତିର୍ତ୍ତୋଲ ବିଧାନସଭା ଆସନରେ ବିଜେଡି ଆଗୁଆ

କୋଭିଡ କଟକଣା ମଧ୍ୟରେ ଭୋଟ ଗଣତି ଚାଲିଛି । ବାଲେଶ୍ଵର ପାଇଁ ୩ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଫଳାଫଳ ଜାଣିବା ପାଇଁ ବଡ଼ ବଡ଼ TVର ବ୍ୟବସ୍ଥା କରାଯାଇଛି । ECI ୱେବସାଇଟରେ ପ୍ରତି ରାଉଣ୍ଡରେ ଫଳାଫଳ ଉପଲବ୍ଧ ରହିଛି । ସେପଟେ ତ୍ତିର୍ତ୍ତୋଲ ଭୋଟ ଗଣତି ପାଇଁ ବି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । SVM କଲେଜରେ ଦୁଇଟି ହଲରେ ଚାଲିଛି ତିର୍ତ୍ତୋଲ ପାଇଁ ଗଣନା  । ହଲରେ ୭ଟି ଲେଖାଏଁ ଟେବୁଲ ପଡ଼ିଛି । ଏହା ସହ ପୋଷ୍ଟାଲ ବାଲଟ୍ ପେପର ଗଣତି ପାଇଁ  ଆଉ ଗୋଟିଏ ହଲରେ ଦୁଇଟି ଟେବୁଲର ବ୍ୟବସ୍ଥା ହୋଇଛି  । ଗଣତି ସମୟରେ  ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଣ୍ଟାଣ୍ଡ ଓ କାଉଣ୍ଟି ସୁପର ଭାଇଜର ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ, ୩୭ ଜଣ ଅଫିସର,   ଜଣେ ଆଡିସନାଲ ଏସପି ଓ ତିନି ଜଣ ଡିଏସପି ମୁତୟନ ରହିବେ  । CRPFର ଗୋଟିଏ ପ୍ଲାଟୁନ୍ ମଧ୍ୟ ମୁତୟନ ।

ନୀତିଶ ମୁକ୍ତ ସରକାର ପାଇଁ ପାଟଣାରେ ଚିରାଗଙ୍କ ଦଳ କରୁଛି ଯଜ୍ଞ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣନା । ପ୍ରାରମ୍ଭିକ ପର୍ଯ୍ୟାୟରେ ବିହାରରେ ଅନେକ ବରିଷ୍ଠ ନେତା ଆଗରେ ରହିଥିବା ବେଳେ ଅନେକ ଚର୍ଚ୍ଚିତ ଚେହେରା ପଛରେ ପଡ଼ିଛନ୍ତି । ବର୍ତ୍ତମାନ ପାଇଁ ତେଜସ୍ୱୀ ଯାଦବ (ତେଜସ୍ୱୀ ଯାଦବ) ଏବଂ ତାଙ୍କ ଭାଇ ତଥା ବିହାରର ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବ ନିଜ ନିଜ ଆସନରେ ଆଗୁଆ ଅଛନ୍ତି। ତେଜସ୍ୱୀ ରାଘୋପୁରରୁ ନିର୍ବାଚନ ଲଢୁଥିବା ବେଳେ, ତାଙ୍କ ଭାଇ ତେଜ ପ୍ରତାପ ହାସନପୁରରୁ ନିର୍ବାଚନ ଲଢୁଛନ୍ତି । ଅନ୍ୟପକ୍ଷରେ ପ୍ଲୁରାଲ୍ସ ପାର୍ଟି ମୁଖ୍ୟ ପୁଷ୍ପମ ପ୍ରିୟା ଚୌଧୁରୀ ବ୍ୟାଙ୍କିପୁର ପଛୁଆ ରହିଛନ୍ତି । ଏବଂ ଶତ୍ରଘ୍ନ ସିହ୍ନାଙ୍କ ପୁଅ ଲଭ୍ ସିହ୍ନା ମଧ୍ୟ ଏହି ଟ୍ରେଣ୍ଡରେ ପଛରେ ଅଛନ୍ତି । ଜାପର ମୁଖ୍ୟ ତଥା ଶକ୍ତିଶାଳୀ ନେତା ପପୁ ଯାଦବ ମଧ୍ୟ ପଛରେ ପଡ଼ିଛନ୍ତି । ପପୁ ଯାଦବ ମଧ୍ୟପୁରାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏଥି ସହିତ ଭିଭିଆଇପିର ମୁକେଶ ସାହନି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଠାରୁ ଆଗରେ ଚାଲିଛନ୍ତି ।

ବିହାର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ସକାଳୁ ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି । ଏହି ନିର୍ବାଚନରେ ​​ଏନଡିଏ ଏବଂ ମହାମେଣ୍ଟ  ସିଧାସଳଖ ନିର୍ବାଚନ ଲଢୁଛନ୍ତି । ଏନଡିଏରେ ମୁଖ୍ୟତ ବିଜେପି ଏବଂ ଜେଡିୟୁ ହୋଇଥିବାବେଳେ ମହାମେଣ୍ଟରେ ଆରଜେଡ଼ି ଓ କଂଗ୍ରେସ ସାମିଲ ଅଛନ୍ତି । ଏଥର ଚିରାଗ ପାସୱାନଙ୍କ ପାର୍ଟି ଏଲଜେପି ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରୁଛି ।

ଏହି ସମୟରେ ଆରଜେଡି ନେତା ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି ଯେ, ଆମ ଦଳ ସରକାର ଗଠନ କରିବ । ସତ୍ୟ ଓ ଅସତ୍ୟ ମଧ୍ୟରେ ଲଢେଇ ଥିଲା, ଯେଉଁଥିରେ ତେଜସ୍ୱୀ ଯାଦବ ଜନସାଧାରଣଙ୍କ ବିଶ୍ୱାସ ଜିତିଛନ୍ତି । ନିର୍ବାଚନରେ ​​ଜନସାଧାରଣଙ୍କ ବିଶ୍ୱାସ ଜିତିବାକୁ ପଡ଼ିଥାଏ  । ଆମେ ତାହା କରିଛୁ ତେଣୁ ଫଳାଫଳ ଆମ ସପକ୍ଷରେ ରହିବ ।

ଅନ୍ୟପକ୍ଷରେ, ବିହାରରେ ଚିରାଗ ପାସୱାନଙ୍କ ପାର୍ଟି ଅର୍ଥାତ୍ ଲୋକ ଜନଶକ୍ତି ପାର୍ଟି ଫଳାଫଳ ପୂର୍ବରୁ ପୂଜା ପାଠର ସାହାରା ନେଇଛନ୍ତି । ନିତୀଶ କୁମାର ଅସମ୍ଭବ ଏବଂ ନିତୀଶ ମୁକ୍ତ ସରକାରଙ୍କ ପାଇଁ ପାଟଣା ମନ୍ଦିରରେ ଯଜ୍ଞ ଏବଂ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ତେବେ ଆଜି ଅପରାହ୍ନ ସୁଦ୍ଧା ଚିତ୍ର ସ୍ପଷ୍ଟ ହେବ ଯେ, କାହା ସପକ୍ଷରେ ରହିବ ବିହାର ଜନାଦେଶ ଓ କିଏ ହେବ ବିହାରର ନୂଆ ମୁଖ୍ୟମନ୍ତ୍ରୀ । ତେବେ ଏନେଇ ବିଭିନ୍ନ ଧାର୍ମିକ ସ୍ଥଳରେ ଚାଲିଛି ଭଗବାନଙ୍କ ଆରାଧନା ଓ ଉପାସନା ।

ଏଲଜେପି ନେତାମାନେ ପାଟନାରେ ଯଜ୍ଞ ଏବଂ ପୂଜା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ଏବଂ ଇଶ୍ୱରଙ୍କ ନିକଟରେ ନିବେଦନ କରୁଛନ୍ତି ଯେ ଫଳାଫଳ ଏଲପିଜି ସପକ୍ଷରେ ଆସୁ । ପାଟନାରେ ଲୋକ ଜନଶକ୍ତି ପାର୍ଟି ନେତା କୃଷ୍ଣ କୁମାର କାଲୁଙ୍କ ନେତୃତ୍ୱରେ ଏହି ଯଜ୍ଞ ଆୟୋଜନ କରାଯାଇଛି। ଏଥର ବିହାର ନିର୍ବାଚନରେ ​​ଚିରାଗଙ୍କ ଦଳ ଏକ ଭିନ୍ନ ଭୂମିକାରେ ଅଛି ଏବଂ ଏହା ନୀତିଶ କୁମାରଙ୍କ ବିରୋଧରେ ରହିଛି  । ଦଳର ନେତାମାନେ ଦାବି କରିଛନ୍ତି ଯେ ଏଥର ଏଲଜେପି ଭଲ ସଂଖ୍ୟକ ସିଟ୍ ପାଇବ।

ଉପ-ନିର୍ବାଚନ ରାଉଣ୍ଡ-୨ : ଉଭୟ ବିଧାନସଭା ଆସନରେ ବିଜେଡି ଆଗୁଆ

ବାଲେଶ୍ୱର, ତିର୍ତ୍ତୋଲ: ଆରମ୍ଭ ହୋଇଛି ଭୋଟ ଗଣତି । ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବ ପରେ ସାଢ଼େ ୮ଟାରୁ ଇଭିଏମ୍ ଭୋଟ ଗଣତି ଆରମ୍ଭ ହୋଇଛି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ଦ୍ୱିତୀୟ ରାଉଣ୍ଡ ଭୋଟ ଗଣତି ସରିଛି । ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୭୮୬୭, କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ ୧୦୫, ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା ୪୫୫୭ ଭୋଟ ପାଇଛନ୍ତି ।

ସେହିଭଳି ବାଲେଶ୍ୱରରେ ଦ୍ୱିତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୩୬୩୯, ବିଜେପି ପ୍ରାର୍ଥୀ ମାନସ ଦତ୍ତ ୩୨୩୦ ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୫୨୩ ଭୋଟ ପାଇଛନ୍ତି ।

ଆରମ୍ଭ ହେଲା ଭୋଟ ଗଣତି: ତିର୍ତ୍ତୋଲ ବିଧାନସଭା ଆସନରେ ବିଜେଡି ଆଗୁଆ

କୋଭିଡ କଟକଣା ମଧ୍ୟରେ ଭୋଟ ଗଣତି ଚାଲିଛି । ବାଲେଶ୍ଵର ପାଇଁ ୩ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଫଳାଫଳ ଜାଣିବା ପାଇଁ ବଡ଼ ବଡ଼ TVର ବ୍ୟବସ୍ଥା କରାଯାଇଛି । ECI ୱେବସାଇଟରେ ପ୍ରତି ରାଉଣ୍ଡରେ ଫଳାଫଳ ଉପଲବ୍ଧ ରହିଛି । ସେପଟେ ତ୍ତିର୍ତ୍ତୋଲ ଭୋଟ ଗଣତି ପାଇଁ ବି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । SVM କଲେଜରେ ଦୁଇଟି ହଲରେ ଚାଲିଛି ତିର୍ତ୍ତୋଲ ପାଇଁ ଗଣନା  । ହଲରେ ୭ଟି ଲେଖାଏଁ ଟେବୁଲ ପଡ଼ିଛି । ଏହା ସହ ପୋଷ୍ଟାଲ ବାଲଟ୍ ପେପର ଗଣତି ପାଇଁ  ଆଉ ଗୋଟିଏ ହଲରେ ଦୁଇଟି ଟେବୁଲର ବ୍ୟବସ୍ଥା ହୋଇଛି  । ଗଣତି ସମୟରେ  ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଣ୍ଟାଣ୍ଡ ଓ କାଉଣ୍ଟି ସୁପର ଭାଇଜର ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ, ୩୭ ଜଣ ଅଫିସର,   ଜଣେ ଆଡିସନାଲ ଏସପି ଓ ତିନି ଜଣ ଡିଏସପି ମୁତୟନ ରହିବେ  । CRPFର ଗୋଟିଏ ପ୍ଲାଟୁନ୍ ମଧ୍ୟ ମୁତୟନ ।

ବାପାମାନଙ୍କ ଆଧିପତ୍ୟ ପାଇଁ ନିର୍ବାଚନୀ ମଇଦାନରେ ସନ୍ତାନ

ବିହାର: ବିହାର ବିଧାନସଭା ନିର୍ବାଚନରେ ​​୨୪୩ଟି ଆସନ ଜିତିଥିବା ୩୭୩୭ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ସ୍ଥିର ହେବ । ରାଜନୀତିରେ ପରିବାରବାଦ ବିହାର ବିଧାନସଭାର ଅଧିକାଂଶ ଆସନରୁ ଲଢୁଛନ୍ତି ବରିଷ୍ଠ ନେତାଙ୍କ ସମ୍ପର୍କୀୟ । ଭେଟେରାନ ନେତାଙ୍କ ପୁଅ ଓ ଝିଅମାନଙ୍କ ହେଉଛି ଭାଗ୍ୟ ନିର୍ଦ୍ଧାରଣ । ଆରଜେଡିର ମୁଖ୍ୟ ଲାଲୁ ପ୍ରସାଦଙ୍କ ଉଭୟ ପୁଅ ତେଜସ୍ୱୀ ଯାଦବ ଏବଂ ତେଜ ପ୍ରତାପ ଯାଦବଙ୍କ ସହ ଶରଦ ଯାଦବଙ୍କ ଝିଅ ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ମଧ୍ୟ ନିର୍ବାଚନ ମଇଦାନନରେ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ।

ରାଘୋପୁର: ତେଜସ୍ୱୀ ଯାଦବ

ଆରଜେଡି ନେତା ତେଜସ୍ୱୀ ଯାଦବ ଦ୍ୱିତୀୟ ଥର ନିର୍ବାଚନ ମୈଦାନକୁ ଓହ୍ୱାଇଛନ୍ତି । ତେଜସ୍ୱୀଙ୍କୁ ମହାମେଣ୍ଟ ମୁଖ୍ୟମନ୍ତ୍ରୀ ଭାବେ ମୈଦାନକୁ ଓହ୍ଲାଇଛି । ଏବଂ ଏଥିପାଇଁ ପୂରା ଦେଶ ଏହି ଆସନ ଉପରେ ନଜର ରଖିଛି । ଏବଂ ତାଙ୍କ ବିପକ୍ଷରେ ବିଜେପି ସତୀଶ କୁମାରଙ୍କୁ ମୈଦାନ ଓହ୍ଲାଇଛନ୍ତି । ୨୦୧୦ ନିର୍ବାଚନରେ ​​ସତୀଶ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କୁ ପରାସ୍ତ କରିଛନ୍ତି । ସେହିପରି, ଏଲଜେପି ଦ୍ୱାରା ତେଜସ୍ୱୀଙ୍କ ବିପକ୍ଷରେ ରାକେଶ ରୋଶନଙ୍କୁ ଛିଡ଼ା କରାଯାଇଛି । ତେବେ, ୧୯୯୫ ପରଠାରୁ, ଏହି ଅଞ୍ଚଳ ଆରଜେଡିର ଦୂର୍ଗ ଭାବରେ ପରିଗଣିତ କରାଯାଏ ଏବଂ ଲାଲୁ ଯାଦବ ଏଠାରୁ ହିଁ ନିର୍ବାଚନରେ ​​ଜିତି ଆସୁଥିଲେ ।

ହସନପୁର: ତେଜ ପ୍ରତାପ ଯାଦବ

ସମସ୍ତିପୁର ଜିଲ୍ଲାର ହାସନପୁର ବିଧାନସଭା ଆସନରୁ ପୂର୍ବତନ ସିଏମ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ଏବଂ ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବ ଲଢୁଛନ୍ତି । ସେ ୨୦୧୫ରେ ମହୁଆରୁ ନିର୍ବାଚନ ​​ଜିତିଥିଲେ, କିନ୍ତୁ ଏଥର ସେ ନିଜ ଆସନ ବଦଳାଇଛନ୍ତି । ତେଜ ପ୍ରତାପଙ୍କ ବିପକ୍ଷରେ ବର୍ତ୍ତମାନର ଜେଡିୟୁ ବିଧାୟକ ରାଜକୁମାର ରାୟ ନିର୍ବାଚନ ଲଢୁଛନ୍ତି ।

 

ବାଙ୍କିପୁର: ଲଭ ସିହ୍ନା

ଅଭିନେତା-ରାଜନେତା ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲଭ ସିହ୍ନା ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଲଭ୍ ସିହ୍ନା ପାଟଣାରେ ଥିବା ବ୍ୟାଙ୍କିପୁର ଆସନରୁ କଂଗ୍ରେସ ଟିକେଟରୁ ଲଢୁଛନ୍ତି । ଯେଉଁଠାରେ ସେ ବହୁଜନ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପିର ତିନିଥର ବିଧାୟକ ନିତିନ ନବୀନ ତାଙ୍କ ବିପକ୍ଷରେ ଲଢୁଛନ୍ତି  ।

ପାର୍ସା: ଚନ୍ଦ୍ରିକା ରାୟ

ସାରଣ ଜିଲ୍ଲାର ପାର୍ସା ବିଧାନସଭା ଆସନ ବହୁ ଚର୍ଚ୍ଚାରେ ରହି ଆସିଛି । ଏଠାରେ ହାଇ ପ୍ରୋଫାଇଲଙ୍କ ଚାଲିଛି ନିର୍ବାଚନ ଲଢେଇ ।  ପୂର୍ବତନ ମୁଖ୍ୟମନ୍ତ୍ରୀ ଦରୋଗା ପ୍ରସାଦ ରାୟଙ୍କ ପୁଅ ଚନ୍ଦ୍ରିକା ରାୟ ଏବଂ ଲାଲୁ ଯାଦବଙ୍କ ସମୁଦୀ ଜେଡିୟୁ ଟିକେଟରେ ନିର୍ବଚନ ଲଢୁଛନ୍ତି । ସେହିଭଳି ଆରଜେଡି ଟିକେଟ୍ ଉପରେ ଛୋଟେ ଲାଲ ରାୟ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଏଲଜେପି ରାକେଶ କୁମାର ସିଂଙ୍କୁ ଏହି ଆସନ ପାଇଁ ଲଢୁଛନ୍ତି । ଚନ୍ଦ୍ରିକା ରାୟଙ୍କ ଝିଅ ଶ୍ୱର୍ଯ୍ୟା ରାୟ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ।

ବିହାରୀଗଞ୍ଜ: ସୁଭାଷିନୀ ଯାଦବ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବଙ୍କ ଝିଅ ସୁଭାଷିନୀ ଯାଦବ ମାଧପୁରା ଅଞ୍ଚଳର ବିହାରୀଗଞ୍ଜ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ତାଙ୍କ ବିପକ୍ଷରେ ଅଛନ୍ତି ଜେଡିୟୁର ନିରଂଜନ କୁମାର ମେହେଟ୍ଟା । ତେବେ ଗତ ଦୁଇ ନିର୍ବାଚନରେ ​​ଜେଡିୟୁ କ୍ରମାଗତ ଏଠାରେ ବିଜୟ ହାସଲ କରିଛି ।

ଜାମୁଇ: ଶ୍ରେୟସୀ ସିଂ

ସେହି ପରି ହାଇ-ପ୍ରୋଫାଇଲ୍ ଆସନରେ ଜାମୁଇ ବିଧାନସଭା ଆସନ ଅନ୍ତର୍ଭୁକ୍ତ ରହିଛି । ଏଠାରୁ ଆନ୍ତର୍ଜାତୀୟ ସୁଟର ଶ୍ରେୟାସୀ ସିଂ ବିଜେପି ଟିକେଟରେ ଲଢୁଛନ୍ତି । ଏଥହାସହ ଆରଜେଡିର ବର୍ତ୍ତମାନର ବିଧାୟକ ବିଜୟ ପ୍ରକାଶ ଏବଂ ଆରଏଲଏସପିର ପୂର୍ବତନ ମନ୍ତ୍ରୀ ନରେନ୍ଦ୍ର ସିଂଙ୍କ ପୁଅ ଅଜୟ ପ୍ରତାପ ମୈଦାନକୁ ଓହ୍ଲାଇଛନ୍ତି । ଶ୍ରେୟାସୀ ହୁଏତ ଜଣେ ଖେଳାଳି ହୋଇଥିବେ କିନ୍ତୁ ତାଙ୍କ ପରିବାର ପୃଷ୍ଠଭୂମି ରାଜନୈତିକ ରହିଛି । ତାଙ୍କ ପିତା ସ୍ୱର୍ଗତ ଦିଗବିଜୟ ସିଂ କେନ୍ଦ୍ର ମନ୍ତ୍ରୀ ହୋଇଥିବାବେଳେ ତାଙ୍କ ମାଆ ପୁତୁଲ ସିଂ ସାଂସଦ ରହିଛନ୍ତି । ସେହିଭଳି ବିଜୟ ପ୍ରକାଶଙ୍କ ବଡ଼ ଭାଇ ଜୟ ପ୍ରକାଶ କେନ୍ଦ୍ର ମନ୍ତ୍ରୀ ରହିଛନ୍ତି ଏବଂ ଅଜୟ ପ୍ରତାପଙ୍କ ପିତା ମଧ୍ୟ ବିହାରରେ ମନ୍ତ୍ରୀ ରହିଛନ୍ତି। ଏହିପରି, ଜାମୁଇର ଯୁଦ୍ଧ ଅତ୍ୟନ୍ତ ଆକର୍ଷଣୀୟ ବୋଲି ବିବେଚନା କରାଯାଏ ।

ଆରମ୍ଭ ହେଲା ଭୋଟ ଗଣତି: ତିର୍ତ୍ତୋଲ ବିଧାନସଭା ଆସନରେ ବିଜେଡି ଆଗୁଆ

ବାଲେଶ୍ୱର, ତିର୍ତ୍ତୋଲ: ଆରମ୍ଭ ହୋଇଛି ଭୋଟ ଗଣତି । ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବ ପରେ ସାଢ଼େ ୮ଟାରୁ ଇଭିଏମ୍ ଭୋଟ ଗଣତି ଆରମ୍ଭ ହୋଇଛି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ପ୍ରଥମ ରାଉଣ୍ଡ ଭୋଟ ଗଣତି ସରିଛି । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ 3852, କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ 442, ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା 2774 ଭୋଟ ପାଇଛନ୍ତି ।

ତେବେ ବାଲେଶ୍ୱର ସଦର ଆସନ ଗଣତି ନେଇ ମିଳିଥିବା ସୂଚନା ମୁତାବକ ପୋଷ୍ଟାଲ ବାଲାଟ ଗଣତି ସରିଛି ।  ମୋଟି 7184 ପୋଷ୍ଟାଲ ବାଲାଟ ଗଣତି ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ 3427, ବିଜେପି ପ୍ରାର୍ଥୀ ମାନସ ଦାସ 2812, କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ପାଇଛି 900 ରୁ 1000 ଭୋଟ ପାଇଥିବା ସୂଚନା ।

କୋଭିଡ କଟକଣା ମଧ୍ୟରେ ଭୋଟ ଗଣତି ଚାଲିଛି । ବାଲେଶ୍ଵର ପାଇଁ ୩ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଫଳାଫଳ ଜାଣିବା ପାଇଁ ବଡ଼ ବଡ଼ TVର ବ୍ୟବସ୍ଥା କରାଯାଇଛି । ECI ୱେବସାଇଟରେ ପ୍ରତି ରାଉଣ୍ଡରେ ଫଳାଫଳ ଉପଲବ୍ଧ ରହିଛି । ସେପଟେ ତ୍ତିର୍ତ୍ତୋଲ ଭୋଟ ଗଣତି ପାଇଁ ବି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । SVM କଲେଜରେ ଦୁଇଟି ହଲରେ ଚାଲିଛି ତିର୍ତ୍ତୋଲ ପାଇଁ ଗଣନା  । ହଲରେ ୭ଟି ଲେଖାଏଁ ଟେବୁଲ ପଡ଼ିଛି । ଏହା ସହ ପୋଷ୍ଟାଲ ବାଲଟ୍ ପେପର ଗଣତି ପାଇଁ  ଆଉ ଗୋଟିଏ ହଲରେ ଦୁଇଟି ଟେବୁଲର ବ୍ୟବସ୍ଥା ହୋଇଛି  । ଗଣତି ସମୟରେ  ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଣ୍ଟାଣ୍ଡ ଓ କାଉଣ୍ଟି ସୁପର ଭାଇଜର ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ, ୩୭ ଜଣ ଅଫିସର,   ଜଣେ ଆଡିସନାଲ ଏସପି ଓ ତିନି ଜଣ ଡିଏସପି ମୁତୟନ ରହିବେ  । CRPFର ଗୋଟିଏ ପ୍ଲାଟୁନ୍ ମଧ୍ୟ ମୁତୟନ ।

ବିହାରରେ କଡା ଟକ୍କର : ଟ୍ରାକକୁ ଫେରିଲା ଏନଡିଏ,ମଧ୍ୟପ୍ରଦେଶରେ ବିଜେପି ଆଗରେ

0

ପାଟନା : ପୋଷ୍ଟାଲ ଭୋଟ୍ ଗଣତିରେ ପଛରେ ପଡିଥିବା ଏନଡିଏ ଟ୍ରାକକୁ ଫେରିଛି । ଏନଡିଏ ଓ ମହାମେଣ୍ଟ ମଧ୍ୟରେ କଡା ଟକ୍କର ଜାରି ରହିଛି । ଏନଡିଏ ୯୫ ଆସନରେ ଅଧିକ ଭୋଟ ପାଇ ଆଗରେ ଥିବା ବେଳେ ମହାମେଣ୍ଟ ୯୩ ଆସନରେ ଆଗୁଆ ଅଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କିନ୍ତୁ ଏହି ଧାରା ବିଲକୁଲ ଓଲଟା ଥିଲା । ପ୍ରଥମେ ମହାମେଣ୍ଟ ଆଗରେ ଥିଲା କିନ୍ତୁ ମତଗଣନା ସମୟ ବଢିବା ସହ ସଂକେତ ମଧ୍ୟ ବଦଳିବାରେ ଲାଗିଛି ।

ତେବେ ବିହାର କାହା ଖାତାକୁ ଯାଉଛି ତାହା ଜାଣିବାକୁ ଆହୁରି ଦୁଇରୁ ତିନି ଘଣ୍ଟା ଅପେକ୍ଷା କରିବାକୁ ପଡିବ । ଦିନ ୧ଟା ସୁଧା ଚିତ୍ର ସ୍ପଷ୍ଟ ହେବ ।

ଅନ୍ୟପକ୍ଷରେ ମଧ୍ୟ ପ୍ରଦେଶର ୨୮ ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପ ନିର୍ବାଚନରେ ଟ୍ରେଣ୍ଡ୍ ସଂପୂର୍ଣ୍ଣ ଅଲଗା ରହିଛି । ୨୮ ଆସନ ମଧ୍ୟରୁ ବିଜେପି ୧୭ରେ ଆଗୁଆ ଥିବା ବେଳେ କଂଗ୍ରେସ ୭ ଆସନରେ ଆଗୁଆ ରହିଛି ।

ବିହାରରେ ମତ ଗଣନା ଆରମ୍ଭ, ପୋଷ୍ଟାଲ ଭୋଟରେ ମହାମେଣ୍ଟ ଆଗରେ

ପାଟନା: ବିହାରରେ ଆରମ୍ଭ ହୋଇଛି ମତଗଣନା । ମତଗଣନାରେ ପ୍ରଥମେ ପୋଷ୍ଟାଲ ଭୋଟର ଗଣତି ଚାଲିଛି । ପୋଷ୍ଟାଲ ଭୋଟରେ ଆଗରେ ୪ ଦଳକୁ ନେଇ ରାଷ୍ଟ୍ରୀୟ ଜନତା ଦଳ ନେତୃତ୍ୱରେ ଗଠିତ ମହାମେଣ୍ଟ ଆଗରେ ରହିଛି । ୩୭ ଆସନରେ ମହାମେଣ୍ଟ ଆଗରେ ଥିବା ବେଳେ ୧୮ ଆସନରେ ଏନଡିଏ ଆଗରେ ଅଛି ।

 

Bihar Election

ଅନ୍ୟପକ୍ଷରେ ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି ଏପର୍ଯ୍ୟନ୍ତ ଖାତା ଖୋଲି ପାରିନାହିଁ । ସୂଚନାଯୋଗ୍ୟ ଯେ, ଏଗଜିଟ୍ ପୋଲରେ ତେଜସ୍ୱୀ ସରକାର ଗଢୁଥିବା ସଂକେତ ମିଳୁଛି । ବିହାର ଭୋଟର ଏଥର ନୀତିଶଙ୍କ ୧୫ ବର୍ଷର ଶାସନକୁ ପ୍ରତ୍ୟାଖାନ କରିଥିବା କୁହାଯାଉଛି ।