spot_img
Home Blog Page 6451

ସପ୍ତମ ପର୍ଯ୍ୟାୟ ଭୋଟ ଗଣତି: ୧୦ ହଜାର ୭୩୬ ଭୋଟରେ ବିଜେଡି ଆଗୁଆ

ତିର୍ତ୍ତୋଲ,ବାଲେଶ୍ୱର : ତିର୍ତ୍ତୋଲରେ ସରିଲା ସପ୍ତମ ପର୍ଯ୍ୟାୟ ଭୋଟ ଗଣତି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ତିର୍ତ୍ତୋଲରେ ସପ୍ତମ ରାଉଣ୍ଡ ଭୋଟ ଗଣତି ସରିଛି । ସପ୍ତମ ରାଉଣ୍ଡ ଭୋଟ ଗଣତି ସରିଲା ବେଳକୁ ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୨୫୨୮୭, କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ ହଜାର ୯୯୯, ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ୧୪ ହଜାର ୫୫୧ ଭୋଟ ପାଇଛନ୍ତି ।

ଅପରପକ୍ଷରେ ବାଲେଶ୍ୱର ସଦର ଆସନରେ ମଧ୍ୟ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ଆଗୁଆ ଅଛନ୍ତି । ବାଲେଶ୍ୱରରେ ସପ୍ତମ ପର୍ଯ୍ୟାୟ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୨୫ ହଜାର୧୧୨, ବିଜେପି ପ୍ରାର୍ଥୀ ମାନସ ଦତ୍ତ ୨୨ ହଜାର ୬୯୩ ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୨୦୧୧ ଭୋଟ ପାଇଛନ୍ତି । ଏବଂ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ମାତ୍ର ୧୫୮ ଭୋଟ ପାଇଛନ୍ତି ।

କୋଭିଡ କଟକଣା ମଧ୍ୟରେ ଭୋଟ ଗଣତି ଚାଲିଛି । ବାଲେଶ୍ଵର ପାଇଁ ୩ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଫଳାଫଳ ଜାଣିବା ପାଇଁ ବଡ଼ ବଡ଼ TVର ବ୍ୟବସ୍ଥା କରାଯାଇଛି । ECI ୱେବସାଇଟରେ ପ୍ରତି ରାଉଣ୍ଡରେ ଫଳାଫଳ ଉପଲବ୍ଧ ରହିଛି । ସେପଟେ ତ୍ତିର୍ତ୍ତୋଲ ଭୋଟ ଗଣତି ପାଇଁ ବି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । SVM କଲେଜରେ ଦୁଇଟି ହଲରେ ଚାଲିଛି ତିର୍ତ୍ତୋଲ ପାଇଁ ଗଣନା  । ହଲରେ ୭ଟି ଲେଖାଏଁ ଟେବୁଲ ପଡ଼ିଛି । ଏହା ସହ ପୋଷ୍ଟାଲ ବାଲଟ୍ ପେପର ଗଣତି ପାଇଁ  ଆଉ ଗୋଟିଏ ହଲରେ ଦୁଇଟି ଟେବୁଲର ବ୍ୟବସ୍ଥା ହୋଇଛି  । ଗଣତି ସମୟରେ  ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଣ୍ଟାଣ୍ଡ ଓ କାଉଣ୍ଟି ସୁପର ଭାଇଜର ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ, ୩୭ ଜଣ ଅଫିସର,   ଜଣେ ଆଡିସନାଲ ଏସପି ଓ ତିନି ଜଣ ଡିଏସପି ମୁତୟନ ରହିବେ  । CRPFର ଗୋଟିଏ ପ୍ଲାଟୁନ୍ ମଧ୍ୟ ମୁତୟନ ।

ନାବାଳିକା ଗଣ ଦୁଷ୍କର୍ମ ମାମଲା: ଓଟିଭି ଏମଡିଙ୍କ ସହ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଫିସର ଓ ଭୁବନେଶ୍ୱର ଡିସିପିଙ୍କୁ ନୋଟିସ୍

ଭୁବନେଶ୍ୱର: ରାଜଧାନୀ ନାବାଳିକା ଗଣ ଦୁଷ୍କର୍ମ ମାମଲା । ୧୮ ତାରିଖରେ ହେବା ମାମଲାର ଶୁଣାଣି । ରାଜ୍ୟ ଶିଶୁ ଅଧିକାର ଆୟୋଗରେ ଏହି ମାମଲାର ଶୁଣାଣି ହେବା ନେଇ ସୂଚନା । ପିଡିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ଶୁଣାଣି ହେବ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଏନେଇ ନୋଟିସ ଜାରି କରାଯାଇଛି ।

 

ସେହିପରି ୧୮ ତାରିଖରେ ହାଜର ହେବାକୁ ଓଟିଭି ଏମଡିଙ୍କୁ ନୋଟିସ ହୋଇଛି । ଏହାସହ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଫିସର , ଅଭିଯୋଗକାରିଣୀ ଓ ଭୁବନେଶ୍ୱର ଡିସିପିଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।

ଚୁପଚାପ୍ ତୀରରେ ମୋହର ! ନୀତିଶଙ୍କୁ ବଂଚାଇଲେ ମହିଳା ଭୋଟର ?

0

ପାଟନା: ପ୍ରାରମ୍ଭିକ ଟ୍ରେଣ୍ଡ୍ କହୁଛି ବିହାରରେ ଏନଡିଏ କ୍ଷମତାକୁ ପୁଣି ଫେରିବ । ତେବେ ଏଗଜିଟ୍ ପୋଲ କେମିତି ଫେଲ୍ ମାରିଲା ? ତେଜସ୍ୱୀଙ୍କ ରାଲିରେ ଯେଉଁ ଭିଡ ଏକାଠି ହେଉଥିଲା ସେମାନେ କ’ଣ ହେଲିକପ୍ଟର ଦେଖିବାକୁ ଆସିଥିଲେ ? ଭୋଟ୍ ଦେବାକୁ ନୁହେଁ ? ବିହାର ରାଜନୀତିକୁ ବୁଝୁଥିବା ବିଶେଷଜ୍ଞଙ୍କ ଅନୁସାରେ ପ୍ରଚାରର ପ୍ରଥମ ପର୍ଯ୍ୟାୟରେ ତେଜସ୍ୱୀ ଆଗରେ ଥିଲେ । କିନ୍ତୁ ଶେଷ ବେଳକୁ ପଛରେ ପଡିଗଲେ । ଏଥିପାଇଁ ଦୁଇଟି କାରଣକୁ ବେଶି ଗୁରୁତ୍ୱ ଦିଆଯାଉଛି । ଗୋଟିଏ ହେଲା ଜଙ୍ଗଲ ରାଜର ଡର ଓ ଅନ୍ୟଟି ହେଉଛି ଏନଡିଏର ସାଇଲେଣ୍ଟ୍ ଭୋଟର ।

ଜଙ୍ଗଲ ରାଜର ଡର

ଏନଡିଏ ନେତା ଭୋଟରଙ୍କୁ ଜଙ୍ଗଲ ରାଜ କଥା ମନେ ପକାଇବାରେ ସଫଳ ହୋଇଥିବା କୁହାଯାଉଛି । ଏନଡିଏର ସବୁ ବଡ ନେତା ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜଙ୍ଗଲରାଜ୍ କଥା ନିଜ ଭାଷଣରେ କହୁଥିଲେ । ୨୦୦୦ ମସିହା ପରେ ଜନ୍ମ ହୋଇଥିବା ଭୋଟରଙ୍କ ପାଇଁ ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ନଥିଲା କିନ୍ତୁ ୩୬ ବର୍ଷରୁ ଅଧିକ ଭୋଟରଙ୍କ ପାଇଁ ଏହା ବଡ ପ୍ରସଙ୍ଗ ଥିଲା । କାରଣ ସେମାନେ ୨୦୦୫ ପୂର୍ବ ବିହାରକୁ ଦେଖିଥିଲେ ।

bihar women voter

ଚୁପଚାପ ତୀରରେ ମୋହର

ସବୁଠୁ ବଡ ଫ୍ୟାକ୍ଟର ଭାବେ ଯାହାକୁ ଗଣାଯାଉଛି ତାହା ହେଲା ଏନଡିଏର ସାଇଲେଣ୍ଟ ଭୋଟର । ପ୍ରଚାର ଶେଷ ବେଳକୁ ବିହାରରେ ଚୁପଚାପ୍ ତୀରରେ ମୋହର ବୋଲି ପ୍ରଚାର ହେଉଥିଲା । ମଦ ବ୍ୟାନ୍ ପାଇଁ ନୀତିଶଙ୍କ ନିଷ୍ପତି ମଧ୍ୟ ତାଙ୍କ ପାଇଁ ସହାୟକ ହୋଇଥିବା କୁହାଯାଉଛି । ମହିଳା ମାନେ ବିନା ହୋହଲ୍ଲାରେ ତାଙ୍କୁ ଭୋଟ୍ ଦେଇଥିବା କୁହା ଯାଉଛି । ସେହିଭଳି ପଛୁଆ ବର୍ଗର ଅତି ପଛୁଆ ଭୋଟର (ଇବିସି) ମଧ୍ୟ ନିରବତାର ସହ ତୀରରେ ମୋହର ମାରିଥିବା ଅନୁମାନ କରାଯାଉଛି ।

ତିର୍ତ୍ତୋଲରେ ସରିଲା ଷଷ୍ଠ ପର୍ଯ୍ୟାୟ ଭୋଟ ଗଣତି: ୮୧୧୪ ଭୋଟରେ ବିଜେଡି ଆଗୁଆ

ତିର୍ତ୍ତୋଲ,ବାଲେଶ୍ୱର : ତିର୍ତ୍ତୋଲରେ ସରିଲା ଷଷ୍ଠ ରାଉଣ୍ଡ ଭୋଟ ଗଣତି । ଉଭୟ ବିଧାନସଭା ଆସନରେ ବିଜେଡି ଆଗୁଆ ରହିଛି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ତିର୍ତ୍ତୋଲରେ ଷଷ୍ଠ ରାଉଣ୍ଡ ଭୋଟ ଗଣତି ସରିଛି । ଷଷ୍ଠ ରାଉଣ୍ଡ ଭୋଟ ଗଣତି ସରିଲା ବେଳକୁ ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୨୧୯୯୬, କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ ୨୭୯୦, ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ୧୩୮୮୨ ଭୋଟ ପାଇଛନ୍ତି ।

ଅପରପକ୍ଷରେ ବାଲେଶ୍ୱର ସଦର ଆସନରେ ମଧ୍ୟ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ଆଗୁଆ ଅଛନ୍ତି । ବାଲେଶ୍ୱରରେ ଷଷ୍ଠ ପର୍ଯ୍ୟାୟ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୨୧ ହଜାର୯୨୪, ବିଜେପି ପ୍ରାର୍ଥୀ ମାନସ ଦତ୍ତ ୧୯୪୫୭ ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୧୮୬୯ ଭୋଟ ପାଇଛନ୍ତି । ଏବଂ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ମାତ୍ର ୧୫୮ ଭୋଟ ପାଇଛନ୍ତି ।

କୋଭିଡ କଟକଣା ମଧ୍ୟରେ ଭୋଟ ଗଣତି ଚାଲିଛି । ବାଲେଶ୍ଵର ପାଇଁ ୩ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଫଳାଫଳ ଜାଣିବା ପାଇଁ ବଡ଼ ବଡ଼ TVର ବ୍ୟବସ୍ଥା କରାଯାଇଛି । ECI ୱେବସାଇଟରେ ପ୍ରତି ରାଉଣ୍ଡରେ ଫଳାଫଳ ଉପଲବ୍ଧ ରହିଛି । ସେପଟେ ତ୍ତିର୍ତ୍ତୋଲ ଭୋଟ ଗଣତି ପାଇଁ ବି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । SVM କଲେଜରେ ଦୁଇଟି ହଲରେ ଚାଲିଛି ତିର୍ତ୍ତୋଲ ପାଇଁ ଗଣନା  । ହଲରେ ୭ଟି ଲେଖାଏଁ ଟେବୁଲ ପଡ଼ିଛି । ଏହା ସହ ପୋଷ୍ଟାଲ ବାଲଟ୍ ପେପର ଗଣତି ପାଇଁ  ଆଉ ଗୋଟିଏ ହଲରେ ଦୁଇଟି ଟେବୁଲର ବ୍ୟବସ୍ଥା ହୋଇଛି  । ଗଣତି ସମୟରେ  ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଣ୍ଟାଣ୍ଡ ଓ କାଉଣ୍ଟି ସୁପର ଭାଇଜର ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ, ୩୭ ଜଣ ଅଫିସର,   ଜଣେ ଆଡିସନାଲ ଏସପି ଓ ତିନି ଜଣ ଡିଏସପି ମୁତୟନ ରହିବେ  । CRPFର ଗୋଟିଏ ପ୍ଲାଟୁନ୍ ମଧ୍ୟ ମୁତୟନ ।

ବିହାର : ବିଜେପି ହେବ ବଡ ଭାଇ ? ଟ୍ରେଣ୍ଡରେ ସବୁଠୁ ବଡ ଦଳ ଭାବେ ହେଲା ଉଭା

0

ପାଟନା : ବିହାର ଭୋଟ ଗଣତି ଚାଲିଥିବା ବେଳେ ବର୍ତ୍ତମାନ ସମୟର ସବୁଠୁ ବଡ ଖବର ସାମ୍ନାକୁ ଆସୁଛି । ଆଉ ତାହା ହେଉଛି ବର୍ତ୍ତମାନ ପାଇଁ ବିଜେପି ରାଜ୍ୟର ସବୁଠୁ ବଡ ଦଳ ଭାବେ ଉଭା ହୋଇଛି । ବିଜେପି ୬୭ ଆସନରେ ଆଗୁଆ ଥିବା ବେଳେ ଆରଜେଡି ୬୩ ଆସନରେ ଆଗୁଆ ଅଛି । ଅନ୍ୟପକ୍ଷରେ ଜେଡିୟୁ ୪୯ ଆସନରେ ଆଗୁଆ ଅଛି (ମଧ୍ୟାହ୍ନ ୧୨ଟାର ଟ୍ରେଣ୍ଡ୍) । ବିଜେପି ଯଦି ଏହି ଧାରା ବଜାୟ ରଖେ ଓ ଏହି ଟ୍ରେଣ୍ଡ୍ ବିଜୟରେ ପରିଣତ ହୁଏ ତେବେ ବିହାରର ସବୁଠୁ ବଡ ଦଳ ଭାବେ ଗୈରିକ ପାର୍ଟି ଉଭା ହେବ । ଗତ ୧୫ ବର୍ଷ ଧରି ଜେଡିୟୁର ସାନ ଭାଇ ଭାବେ ରାଜ୍ୟ ସରକାରରେ ଅଂଶିଦାର ଥିବା ବିଜେପି ଭୂମିକାରେ ନିଶ୍ଚୟ ପରିବର୍ତ୍ତନ ଚାହିଁବ ।

counting

ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ଟ୍ରେଣ୍ଡ୍ ଆସୁଛି ତା’ ଅନୁସାରେ ଏନଡିଏ ମ୍ୟାଜିକ୍ ନମ୍ବର ପାର କରିସାରିଛି । ଆଜିର ଜନାଦେଶ ବିହାର ରାଜନୀତିକୁ ଏକ ବିଶେଷ ସନ୍ଦେଶ ଦେବ । ତାହା ହେଉଛି ବିହାର ରାଜନୀତିରେ ଗୋଟିଏ ପୀଢି ଏବେ ଅସ୍ତ ହେବାକୁ ଯାଉଛି । ଅସ୍ତ ହେବାକୁ ଯାଉଥିବ ପୀଢିକୁ ନୂଆ ପୀଢି ସିଧାସଳଖ ଚ୍ୟାଲେଂଜ୍ କରିଛି । ତେଜସ୍ୱୀ ହାରନ୍ତୁ କି ଜିତନ୍ତୁ କିନ୍ତୁ ଗୋଟିଏ କଥା ସ୍ପଷ୍ଟ ନୀତିଶଙ୍କ ଯାଦୁ ଫିକା ପଡିଛି ।

ହାତରେ ତେଜସ୍ୱୀଙ୍କ ଫଟୋ ଏବଂ ମାଛ ଧରି ରାସ୍ତାକୁ ଓହ୍ଲାଇଲେ RJD କର୍ମୀ

ପାଟଣା: ବିହାର ବିଧାନସଭା ନିର୍ବାଚନ ୨୦୨୦ ପାଇଁ ଭୋଟ୍ ଗଣନା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ, ଏନଡିଏ ଏବଂ ମହାମେଣ୍ଟ ମଧ୍ୟରେ କଡା ଟକ୍କର ହୋଇଛି । କେତେବେଳେ କେଉଁ ଆସନରୁ ମହାମେଣ୍ଟ ଆଗୁଆ ହୋଇଯାଉଛି ତ କେତେବେଳେ ଏନଡିଏ । କିନ୍ତୁ ଏସବୁ ଜିନିଷ ମଧ୍ୟରେ, ମହାମେଣ୍ଟ ଏନଡିଏକୁ ପଛରେ ପକାଇଛି । ଏଭଳି ପରିସ୍ଥିତିରେ ଆରଜେଡି କର୍ମଚାରୀଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଯାଇଛି । ଆରଜେଡି କର୍ମୀମାନେ ସହର ଓ ଗାଁ ମାନଙ୍କରେ ଉତ୍ସବ ମନାଉଛନ୍ତି । ଆହୁରି ମଧ୍ୟ ତେଜସ୍ୱୀ ଯାଦବ ଜିନ୍ଦବାଦର ସ୍ଲୋଗାନ ଦେଉଛନ୍ତି ।

ଏହାସହ, ବିହାରର ରାଜଧାନୀ ପାଟନାରେ ଥିବା ଆରଜେଡି କର୍ମୀମାନେ ମହାମେଣ୍ଟର ସପକ୍ଷରେ ଥିବା ସିଟକୁ ଦେଖି ଖୁସି ବ୍ୟକ୍ତ କରିଛନ୍ତି । ସେମାନେ ହାତରେ ତେଜସ୍ୱୀ ଯାଦବଙ୍କ ଫଟୋ ଧରି ଆରଜେଡି ଜିନ୍ଦାବାଦର ସ୍ଲୋଗାନ ଦେଉଛନ୍ତି । ଗୋଟିଏ ହାତରେ ତାଙ୍କର ତାଙ୍କ ଫଟୋ ଏବଂ ଅନ୍ୟ ପଟେ ପାର୍ଟି ପତାକା ସ୍ଲୋଗାନ ଦୋଉଛନ୍ତି ।

ବିଶେଷ କଥା ହେଉଛି RJD କର୍ମଚାରୀଙ୍କ ଦ୍ୱାରା ନିଆଯାଇଥିବା ଚିତ୍ର ହେଉଛି ୨୦୧୫ର ଶପଥ ଗ୍ରହଣ ସମାରୋହ । ଏହି ଚିତ୍ରରେ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କରୁଥିବା ନଜର ଆସିଛନ୍ତି । ଏହାସହ ତେଜସ୍ୱୀ ଯାଦବଙ୍କ ଦ୍ୱିତୀୟ ଚିତ୍ର ବହୁତ ପୁରୁଣା ସେହି ଚିତ୍ରରେ ସେ ଚମତ୍କାର କ୍ରିକେଟ୍ ୟୁନିଫର୍ମରେ ଦେଖାଯାଇଛନ୍ତି ।

ଏଥିସହ, ଆରଜେଡିର ସ୍ଥାନୀୟ ନେତାମାନେ ଗୋଟିଏ ସ୍ଥାନରେ ମାଛ ଧରି ରାସ୍ତାକୁ ଓହ୍ଲାଇଛନ୍ତି । ଏହି ଲୋକଙ୍କ ହାତରେ ଦୁଇଟି ବଡ ମାଛ ଧରିଛନ୍ତି କାରଣ ବିହାରରେ ମାଛକୁ ଶୁଭ ବୋଲି ବିବେଚନା କରାଯାଏ । ଏପରି ପରିସ୍ଥିତିରେ, ଏହା ହୋଇପାରେ ଯେ ଆରଜେଡି କର୍ମୀମାନେ ନିଜ ବିଜୟକୁ ସୂଚାଉଛନ୍ତି ।

ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ସକାଳୁ ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି। ଏହି ନିର୍ବାଚନରେ ​​ଏନଡିଏ ଏବଂ ମହାମେଣ୍ଟ ମଧ୍ୟରେ ସିଧାସଳଖ ନିର୍ବାଚନ ଲଢେଇ ଚାଲିଛି । ଏନଡିଏ ମୁଖ୍ୟତଃ ବିଜେପି ଏବଂ ଜେଡିୟୁ ହୋଇଥିବାବେଳେ ଆରଜେଡି ଏବଂ କଂଗ୍ରେସର ମହାମେଣ୍ଟ । ଏଥର ଚିରାଗ ପାସୱାନଙ୍କ ପାର୍ଟି ଏଲଜେପି ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରୁଛି।

ତିର୍ତ୍ତୋଲରେ ପଞ୍ଚମ ରାଉଣ୍ଡ ଗଣତି ଶେଷ: ୬୪୦୦ ଭୋଟରେ ବିଜେଡି ଆଗୁଆ

ବାଲେଶ୍ୱର, ତିର୍ତ୍ତୋଲ: ସରିଛି ପଞ୍ଚମ ରାଉଣ୍ଡ ଭୋଟ ଗଣତି । ଉଭୟ ବିଧାନସଭା ଆସନରେ ଏଯାବତ୍ ବିଜେଡି ଆଗୁଆ ରହିଛି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ତିର୍ତ୍ତୋଲରେ ପଞ୍ଚମ ରାଉଣ୍ଡ ଭୋଟ ଗଣତି ସରିଛି । ୫ମ ରାଉଣ୍ଡ ଭୋଟ ଗଣତି ସରିଲା ବେଳକୁ ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ 18397, କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ 2247, ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା 11997 ଭୋଟ ପାଇଛନ୍ତି ।

ଅପରପକ୍ଷରେ ବାଲେଶ୍ୱର ସଦର ଆସନରେ ମଧ୍ୟ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ଆଗୁଆ ଅଛନ୍ତି । ବାଲେଶ୍ୱରରେ ୪ର୍ଥ ପର୍ଯ୍ୟାୟ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୧୪୪୮୦, ବିଜେପି ପ୍ରାର୍ଥୀ ମାନସ ଦତ୍ତ ୧୧୮୦୯ ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୧୪୬୬ ଭୋଟ ପାଇଛନ୍ତି । ଏବଂ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ମାତ୍ର ୧୨୭ ଭୋଟ ପାଇଛନ୍ତି ।

 

କୋଭିଡ କଟକଣା ମଧ୍ୟରେ ଭୋଟ ଗଣତି ଚାଲିଛି । ବାଲେଶ୍ଵର ପାଇଁ ୩ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଫଳାଫଳ ଜାଣିବା ପାଇଁ ବଡ଼ ବଡ଼ TVର ବ୍ୟବସ୍ଥା କରାଯାଇଛି । ECI ୱେବସାଇଟରେ ପ୍ରତି ରାଉଣ୍ଡରେ ଫଳାଫଳ ଉପଲବ୍ଧ ରହିଛି । ସେପଟେ ତ୍ତିର୍ତ୍ତୋଲ ଭୋଟ ଗଣତି ପାଇଁ ବି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । SVM କଲେଜରେ ଦୁଇଟି ହଲରେ ଚାଲିଛି ତିର୍ତ୍ତୋଲ ପାଇଁ ଗଣନା  । ହଲରେ ୭ଟି ଲେଖାଏଁ ଟେବୁଲ ପଡ଼ିଛି । ଏହା ସହ ପୋଷ୍ଟାଲ ବାଲଟ୍ ପେପର ଗଣତି ପାଇଁ  ଆଉ ଗୋଟିଏ ହଲରେ ଦୁଇଟି ଟେବୁଲର ବ୍ୟବସ୍ଥା ହୋଇଛି  । ଗଣତି ସମୟରେ  ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଣ୍ଟାଣ୍ଡ ଓ କାଉଣ୍ଟି ସୁପର ଭାଇଜର ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ, ୩୭ ଜଣ ଅଫିସର,   ଜଣେ ଆଡିସନାଲ ଏସପି ଓ ତିନି ଜଣ ଡିଏସପି ମୁତୟନ ରହିବେ  । CRPFର ଗୋଟିଏ ପ୍ଲାଟୁନ୍ ମଧ୍ୟ ମୁତୟନ ।

ତୃତୀୟ ରାଉଣ୍ଡରେ ପହଞ୍ଚିଛି ଭୋଟ ଗଣତି । ଉଭୟ ବିଧାନସଭା ଆସନରେ ଏଯାବତ୍ ବିଜେଡି ଆଗୁଆ ରହିଛି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ତିର୍ତ୍ତୋଲରେ ତୃତୀୟ ରାଉଣ୍ଡ ଭୋଟ ଗଣତି ସରିଛି ।

ରାଜ୍ୟରେ ହଜାର ତଳକୁ ଖସିଲା ଦିନିକିଆ ସଂକ୍ରମଣ, ଶହେ ତଳେ ୨୮ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ନଭେମ୍ବରରେ ନିୟନ୍ତ୍ରଣରେ ଆସୁଛି କରୋନା । ଦିନକରେ ହଜାର ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲଗାତର କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ଏବଂ ରାଜ୍ୟରେ ସୁସ୍ଥତା ହାର ବଢିବାରେ ଲାଗିଛି । ମଙ୍ଗଳବାରରେ ସମୁଦାୟ ୯୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମଧ୍ୟରୁ କ୍ୱାରେଣ୍ଟାଇନରୁ ୫୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧୫ ରହିଛି ସ୍ଥାନୀୟ ସଂକ୍ରମଣ ।

ସେହିପରି ରାଜ୍ୟର ୨୮ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ତଳେ ରହିଛି । ମଙ୍ଗଳବାର ଦିନ ସର୍ବାଧିକ ସଂକ୍ରମିତ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି । ସେହିପରି  ଅନଗୁଳରୁ ୮୬, ବାଲେଶ୍ୱରରୁ ୨୫, ବରଗଡ଼ ୩୧, ଭଦ୍ରକ ୪, ବଲାଙ୍ଗିରରୁ ୪୩, ବୌଦ୍ଧରୁ ୭, କଟକ ୮୫, ଦେବଗଡ଼ରୁ ୨, ଢେଙ୍କାନାଳରୁ ୨୨, ଗ଼ଞ୍ଜାମରୁ ୯, ଜଗତସିଂହପୁରରୁ ୪୫, ଯାଜପୁରରୁ ୨୭, ଝାରସୁଗୁଡ଼ାରୁ ୩୪, କଳାହାଣ୍ଡିରୁ ୨୩, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୬୦, କେନ୍ଦୁଝରରୁ ୩୦, ଖୋର୍ଦ୍ଧାରୁ ୮୬, କୋରାପୁଟରୁ ୭, ମାଲକାନଗିରିରୁ ୪, ମୟୁରଭଞ୍ଜରୁ ୮୪, ନବରଙ୍ଗପୁରରୁ ୨୨, ନୟାଗଡ଼ରୁ ୧୧, ନୂଆପଡ଼ାରୁ ୪୧, ପୁରୀରୁ ୨୯, ରାୟଗଡ଼ାରୁ ୧୧, ସମ୍ୱଲପୁରରୁ ୧୭, ସୋନପୁରରୁ ୯ ଓ ଷ୍ଟେଟପୁଲରୁ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଆଉ ୧୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ମୃତକଙ୍କ ସଂଖ୍ୟା ୧୪୪୧କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨ହଜାର ୭୯୩ରେ ପହଞ୍ଚିଛି । ଆକ୍ଟିଭ କେସ୍ ୧୧ହଜାର ୬୧୦ ରହିଛି । ଏବଂ ରାଜ୍ୟରେ ସୁସ୍ଥତା ସଂଖ୍ୟା ୨ଲକ୍ଷ ୮୯ହଜାର ୬୮୯ ରହିଛି ।

ଚତୁର୍ଥ ରାଉଣ୍ଡରେ ବି ବିଜେଡି ଆଗୁଆ: ତିର୍ତ୍ତୋଲରେ ୫୬୨୬ ଭୋଟରେ ଆଗୁଆ ବିଜୟ ଶଙ୍କର

ବାଲେଶ୍ୱର, ତିର୍ତ୍ତୋଲ:  ସରିଛି ଚତୁର୍ଥ ପର୍ଯ୍ୟାୟ ଭୋଟ ଗଣତି । ଉଭୟ ବିଧାନସଭା ଆସନରେ ଏଯାବତ୍ ବିଜେଡି ଆଗୁଆ ରହିଛି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ତିର୍ତ୍ତୋଲରେ ଚତୁର୍ଥ ରାଉଣ୍ଡ ଭୋଟ ଗଣତି ସରିଛି । ଚତୁର୍ଥ ରାଉଣ୍ଡ ଭୋଟ ଗଣତି ସରିଲା ବେଳକୁ ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୧୫୧୩୧, କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ ୧୯୩୫, ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା ୯୫୦୫ ଭୋଟ ପାଇଛନ୍ତି ।

ତେବେ ବାଲେଶ୍ୱରରେ ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୧୦୪୦୧, ବିଜେପି ପ୍ରାର୍ଥୀ ମାନସ ଦତ୍ତ ୮୯୧୫ ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୧୨୬୫ ଭୋଟ ପାଇଛନ୍ତି । ଏବଂ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ମାତ୍ର ୯୯ ଭୋଟ ପାଇଛନ୍ତି ।

 

କୋଭିଡ କଟକଣା ମଧ୍ୟରେ ଭୋଟ ଗଣତି ଚାଲିଛି । ବାଲେଶ୍ଵର ପାଇଁ ୩ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଫଳାଫଳ ଜାଣିବା ପାଇଁ ବଡ଼ ବଡ଼ TVର ବ୍ୟବସ୍ଥା କରାଯାଇଛି । ECI ୱେବସାଇଟରେ ପ୍ରତି ରାଉଣ୍ଡରେ ଫଳାଫଳ ଉପଲବ୍ଧ ରହିଛି । ସେପଟେ ତ୍ତିର୍ତ୍ତୋଲ ଭୋଟ ଗଣତି ପାଇଁ ବି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । SVM କଲେଜରେ ଦୁଇଟି ହଲରେ ଚାଲିଛି ତିର୍ତ୍ତୋଲ ପାଇଁ ଗଣନା  । ହଲରେ ୭ଟି ଲେଖାଏଁ ଟେବୁଲ ପଡ଼ିଛି । ଏହା ସହ ପୋଷ୍ଟାଲ ବାଲଟ୍ ପେପର ଗଣତି ପାଇଁ  ଆଉ ଗୋଟିଏ ହଲରେ ଦୁଇଟି ଟେବୁଲର ବ୍ୟବସ୍ଥା ହୋଇଛି  । ଗଣତି ସମୟରେ  ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଣ୍ଟାଣ୍ଡ ଓ କାଉଣ୍ଟି ସୁପର ଭାଇଜର ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ, ୩୭ ଜଣ ଅଫିସର,   ଜଣେ ଆଡିସନାଲ ଏସପି ଓ ତିନି ଜଣ ଡିଏସପି ମୁତୟନ ରହିବେ  । CRPFର ଗୋଟିଏ ପ୍ଲାଟୁନ୍ ମଧ୍ୟ ମୁତୟନ ।

ତୃତୀୟ ରାଉଣ୍ଡରେ ପହଞ୍ଚିଛି ଭୋଟ ଗଣତି । ଉଭୟ ବିଧାନସଭା ଆସନରେ ଏଯାବତ୍ ବିଜେଡି ଆଗୁଆ ରହିଛି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ତିର୍ତ୍ତୋଲରେ ତୃତୀୟ ରାଉଣ୍ଡ ଭୋଟ ଗଣତି ସରିଛି ।

ରେସକୁ ଏନଡିଏର ପ୍ରତ୍ୟାବର୍ତ୍ତନ,ବର୍ତ୍ତମାନ ପାଇଁ ତେଜସ୍ୱୀଙ୍କ ‘ତେଜ’ ହରଣ

0

ପାଟନା: ବିହାର ଫଳାଫଳ ଉପରେ ପୁରା ଦେଶର ନଜର । କାରଣ ଏହି ରାଜ୍ୟର ଫଳାଫଳ  ଆଗକୁ ହେବାକୁ ଥିବା ପଶ୍ଚିମ ବଙ୍ଗ ଓ  ଉତ୍ତର ପ୍ରଦେଶ ନିର୍ବାଚନକୁ ପ୍ରଭାବିତ କରିବ ବୋଲି କୁହାଯାଉଥିଲା । ସବୁ ଏଗଜିଟ୍ ପୋଲ୍ ତେଜସ୍ୱୀଙ୍କ ରାଜ୍ୟାଭିଷେକ ଏକରକମ କରି ସାରିଥିଲେ । କିନ୍ତୁ ଦିନ ୧୧ ଟା ସୁଧାର ଟ୍ରେଣ୍ଡ୍ କହୁଛି ଅଲଗା କାହାଣୀ । ସକାଳୁ ସକାଳୁ ବିଜେଡି-ଜେଡିୟୁର ନିଦ ହରଣଚାଳ କରିଥିବା ତେଜସ୍ୱୀଙ୍କ ତେଜ କିନ୍ତୁ ଦିନ ୧୧ ବେଳକୁ କମି ଯାଇଥିବା ଭଳି ଲାଗୁଛି ।

ରିପୋର୍ଟ ଲେଖାଯିବା ବେଳକୁ ଏନଡିଏ ମ୍ୟାଜିକ୍ ନମ୍ବର ଛୁଇଁ ସାରିଛି । ଏନଡିଏ ୧୩୧ ଆସନରେ ଆଗୁଆ ଥିବା ବେଳେ ଆରଜେଡି ପ୍ଲସ ୧୦୧ ଆସନରେ ଆଗୁଆ ରହିଛି । ଭୋଟ୍ ଟ୍ରେଣ୍ଡ୍ ଆଗକୁ ମଧ୍ୟ ବଦଳିବ କିନ୍ତୁ ସକାଳ ଅପେକ୍ଷା ମହାମେଣ୍ଟ ପଛରେ ପଡିଛି । ଦୁଇ ମେଣ୍ଟ ମଧ୍ୟରେ ଟକ୍କର ଜୋରଦାର ହେଉଛି । ଯାହା ଜଣାପଡୁଛି ଏଥର ବିହାର ଭୋଟର ବିଭାଜିତ ଭୋଟ୍ କରିଛନ୍ତି । କୌଣସି ଗୋଟିଏ ଦଳକୁ ଏକତରଫା ଭୋଟ କରିନାହାନ୍ତି । ଯେଉଁଥିପାଇଁ କେତେବେଳେ ଏନଡିଏ ଆଗରେ ତ’ କେତେବେଳେ ଆରଜେଡି ।

ଅନ୍ୟପକ୍ଷରେ ମହାମେଣ୍ଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବଙ୍କ ବଡ  ଭାଇ ତେଜ ପ୍ରତାପ ହାସନପୁର ସିଟରେ ପଛୁଆ ଅଛନ୍ତି । ସୂଚନାଯୋଗ୍ୟ ଯେ, ତେଜସ୍ୱୀଙ୍କ ଜନ୍ମଦିନରେ ଟ୍ୱିଟ୍ କରି ସେ ସାନଭାଇଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ଉପହାର ଭାବେ ଦେଉଛନ୍ତି ବୋଲି କହିଥିଲେ ।