spot_img
Home Blog Page 6455

ନାବାଳିକା ଗଣଦୁଷ୍କର୍ମ ମାମଲା: ତଦନ୍ତର ଅଗ୍ରଗତି ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

ଭୁବନେଶ୍ୱର: ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ଶୁଣାଣି ହାଇକୋର୍ଟରେ ହୋଇଛି ।  ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ସମୟରେ କ୍ରାଇମବ୍ରାଞ୍ଚର ତଦନ୍ତର ଅଗ୍ରଗତି ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆସନ୍ତା ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଲକଡାଉନବେଳେ ଓଟିଭି ଅଫିସରେ କାର୍ଯ୍ୟ କରୁଥିବା ଜଣେ ମହିଳା କର୍ମଚାରୀଙ୍କ ନାବାଳିକା ଝିଅଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା ।

ଏଥିରେ ଜଣେ ପୋଲିସ କର୍ମଚାରୀ ଏବଂ ଓଟିଭିର କିଛି କର୍ମଚାରୀଙ୍କ ସହ ୭ଜଣ ସାମିଲ ଥିବା ଅଭିଯୋଗ କରାଯାଇଥିଲା । ଅଗଷ୍ଟ ୩୦ ତାରିଖରେ ମହିଳାଜଣକ ମହିଳା ଥାନରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାରେ ମହିଳା କମିଶନ ଓଟିଭିର ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କୁ ହାଜର ପାଇଁ ନୋଟିସ ଜାରି କରିଥିଲେ । ସେପଟେ ଥାନାରେ ଅଭିଯୋଗ ପରେ କମିଶନରେଟ ପୋଲିସ ଘଟଣାରେ କିଛି ଟେର ପାଇନଥିଲା । ଶେଷରେ ତଦନ୍ତ ପାଇଁ ମାମଲା କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା । ସେପଟେ ପୋଲିସ ଡିଜିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ  ।

ମନୋରଞ୍ଜନଙ୍କ ଭିଣୋଇଙ୍କ ବଡ ବୟାନ; ଦୁର୍ନୀତିର ଚେରରେ ଜଗି ଓ ଜୟ, ଉଭୟ ତଦନ୍ତ ପରିସରଭୁକ୍ତ ହୁଅନ୍ତୁ…

ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରରେ ରୂପା ଛାଉଣି ପାଇଁ ଅନୁମୋଦନ ହୋଇପାରିଲାନି ଡିଜାଇନ

ପୁରୀ: ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରରେ ରୂପା ଛାଉଣି ପାଇଁ ଅନୁମୋଦନ ହୋଇପାରିଲାନି ଡିଜାଇନ । ଆସିଥିବା ୫ ଡିଜାଇନରୁ ବୈଠକରେ ଗୋଟିଏକୁ ବିଚାରକୁ ନିଆଯାଇଥିଲା । କିନ୍ତୁ ଏହି ଡିଜାଇନ ଉପରେ ମଧ୍ୟ ଅନ୍ତିମ ନିଷ୍ପତ୍ତି ନିଆଯାଇପାରିନାହିଁ । ଆସନ୍ତାକାଲି ସ୍ୱତନ୍ତ୍ର ଟିମ୍ ରଘୁରାଜପୁର ଗସ୍ତ କରିବେ । ସେଠାରେ କୁଶଳୀ କାରିଗରଙ୍କ ସହ ଆଲୋଚନା କରିବେ ।

ଉତ୍କଳୀୟ ପରମ୍ପରା ଛାପ ଥିବା ଡିଜାଇନ ଉପରେ ହେବ ଆଲୋଚନା । ଆସନ୍ତା ୧୯ରେ ପରବର୍ତ୍ତୀ ବୈଠକ ବସିବ । ଶ୍ରୀମନ୍ଦିର ଭିତର ବେଢ଼ାର ବିଭିନ୍ନ ଦ୍ୱାରର କବାଟ ଉପରେ ରୂପା ଛାଉଣି କରିବା ପାଇଁ ଅଧିକ ବିଚାରବିମର୍ଶ ଜାରି ରହିଛି ।

ସେପଟେ ଶ୍ରୀମନ୍ଦିର ବାଇଶି ପାହାଚ ସହ ମା’ ମହାଲକ୍ଷ୍ମୀଙ୍କ ମନ୍ଦିରର ମରାମତି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ । ଏହି ସୂଚନା ଦେଇଛନ୍ତି ଏଏସଆଇ ସୁପରିଟେଡେଣ୍ଟ ଅରୁଣ କୁମାର ମଲ୍ଲିକ । ଗତ ୪ ତାରିଖରେ ସେ ଓ ଓବିସିସି ଶ୍ରୀମନ୍ଦିର ବାଇଶି ପାହାଚ, ମା’ ମହାଲକ୍ଷ୍ମୀ, ରୋଷଘର ଯାଞ୍ଚ କରିଥିଲେ । ପୂର୍ବରୁ ମଧ୍ୟ ୪ ଜଣିଆ ଏଏସଆଇ କମିଟି ଦ୍ୱାରା ଟିମ ଯାଞ୍ଚ କରିଥିଲେ ।

ବାଇଶି ପାହାଚ ଓ ମା ମହଲକ୍ଷ୍ମୀଙ୍କ ମନ୍ଦିର ଯାଞ୍ଚ ସହ ଦୁର୍ବଳ ଅଂଶ ମରାମତି ହେବାକୁ ଥିବା ଅଞ୍ଚଳକୁ  ତନ୍ନତନ୍ନ କରି ଅନୁଧ୍ୟାନ କରିଥିଲା ଟିମ । ବାଇଶି ପାହାଚ ଦୁର୍ବଳ ପଥରର  ପରିବର୍ତ୍ତନ, ଯୋଡ଼େଇ ସ୍ଥାନର ଆବଶ୍ୟକ ପ୍ୟାଚିଂ ହେବ । ମା ମହଲକ୍ଷ୍ମୀଙ୍କ ମନ୍ଦିରରେ ପାଣି ଗଳୁଥିବା ସ୍ଥାନର ମଧ୍ୟ ମରାମତି କରାଯିବ ବୋଲି ସୂଚନା ଦେଇଛନ୍ତି ।

ଅର୍ଣ୍ଣବଙ୍କ ଷ୍ଟାଇଲରେ ସବୁଦିନ ପୋଲିସ କରିବ ୩ ଘଣ୍ଟା ଜେରା

ମୁମ୍ବାଇ: ଆଇନ୍ ଜାଲରେ ଛନ୍ଦି ହେବାରେ ଲାଗିଛନ୍ତି ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ । ଜଣେ ଇଣ୍ଟରିୟର ଡିଜାଇନର ଓ ତାଙ୍କ ମାଆକୁ ଆତ୍ମହତ୍ୟା ଲାଗି ଉସୁକାଇବା ଅଭିଯୋଗରେ ମୁମ୍ବାଇ ପୋଲିସ ତାଙ୍କୁ ଗତ ୪ ତାରିଖରେ ଗିରଫ କରିଥିଲା । ଆଜି ବମ୍ବେ ହାଇକୋର୍ଟ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ୍ ଅଗ୍ରାହ୍ୟ କରିବା ସହ ତଳ କୋର୍ଟରେ ଆବେଦନ କରିବାକୁ କହିଥିଲେ ।

Alibag Sessions Court Allows Police To Question Arnab Goswami For 3 Hours Daily In Taloja Jail

ଅର୍ଣ୍ଣବ ଗୋସ୍ୱାମୀ ଅଲିବାଗ ସେସନ୍ସ କୋର୍ଟରେ ଜାମିନ୍ ଆବେଦନ କରିଥିଲେ । ଯାହାର ଆଜି ଶୁଣାଣି ହୋଇଛି । ଅର୍ଣ୍ଣବ ଗୋସ୍ୱାମୀ ବିଚାର ବିଭାଗୀୟ ହାଜତରେ ରହିବା ଯାଏଁ ମହାରାଷ୍ଟ୍ର ପୋଲିସ ତାଙ୍କୁ ଜେରା କରିପାରିବ । ଦୈନିକ ଅର୍ଣ୍ଣବଙ୍କୁ ୩ ଘଣ୍ଟା ଜେରା ପାଇଁ ଅଲିବାଗ ସେସନ୍ସ କୋର୍ଟ ମହାରାଷ୍ଟ୍ର ପୋଲିସକୁ ଅନୁମତି ଦେଇଛନ୍ତି । ଇଣ୍ଟରିୟର ଡିଜାଇନର ଓ ତାଙ୍କ ମାଆଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ମୁମ୍ବାଇ ପୋଲିସ ନଭେମ୍ବର ୪ ତାରିଖରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା ।

Alibag Sessions Court Allows Police To Question Arnab Goswami For 3 Hours Daily In Taloja Jail

ରାୟଗଡ଼ ଜିଲ୍ଲା କୋର୍ଟ ଅର୍ଣ୍ଣବଙ୍କୁ ନଭେମ୍ବର ୧୮ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଏହା ପରେ ଅର୍ଣ୍ଣବଙ୍କୁ ଶନିବାର ରାତିରେ ଅଲିବାଗର ଏକ ସ୍କୁଲରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟର (ଅସ୍ଥାୟୀ ଜେଲ୍)ରେ ରଖା ଯାଇଥିଲା । ରବିବାର ସକାଳୁ ତଲୋଜା ଜେଲକୁ ସିଫ୍ଟ କରାଯାଇଥିଲା । ଏବେ ସେଠାରେ ପୋଲିସ ତାଙ୍କୁ ପ୍ରତିଦିନ ୩ ଘଣ୍ଟା ଜେରା କରିବ ।

ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲାନି ଜାମିନ୍, ନିମ୍ନ ଅଦାଲତରେ ଆବେଦନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Bihar : ଚିରାଗ ପାଶୱାନଙ୍କୁ ଧନ୍ୟବାଦ ଦେଲେ ତେଜସ୍ୱୀ ଯାଦବ, ହେଲେ କାହିଁକି …

ପାଟନା: ନଭେମ୍ବର ୧୦ରେ ବିହାର ବିଧାନସଭା ନିର୍ବାଚନ ଫଳାଫଳ ବାହାରିବ । ହେଲେ ଏହାର ଗୋଟିଏ ଦିନ ପୂର୍ବରୁ ବିହାରର ସବୁଠୁ ଚର୍ଚ୍ଚିତ ଯୁବ ରାଜନେତାଙ୍କ ଜନ୍ମଦିନ । ନଭେମ୍ବର ୩ରେ ଆରଜେଡି ନେତା ତଥା ମହାଗଠବନ୍ଧନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବଙ୍କ ଜନ୍ମଦିନ । ଏହାର ୨ ଦିନ ପୂର୍ବରୁ ସରିଛି ବିହାର ନିର୍ବାଚନ । ସେହିଦିନ ସନ୍ଧ୍ୟାରେ ଆସିଥିଲା ବୁଥବାହୁଡା ମତ ଅର୍ଥାତ ଏକଜିଟ୍ ପୋଲ ।

Bihar Election

ଆଉ ଏଥିରେ ମହାମେଣ୍ଟ ଭଲ ପ୍ରଦର୍ଶନ ସହ ସରକାର କରୁଥିବା ଜଣାପଡିଛି । ତେଣୁ ତେଜସ୍ୱୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେବାକୁ ନେତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଛି । ଏହି ତାଲିକାରେ ରାହୁଲ ଗାନ୍ଧୀ, ରାଜବବ୍ବର, ହେମନ୍ତ ସୋରେନ, ଅଖିଲେଶ ଯାଦବ ଏବଂ ଅରବିନ୍ଦ କେଜ୍ରିୱାଲ ପ୍ରମୁଖ ଅଛନ୍ତି । ହେଲେ ଜଣଙ୍କ ଟୁଇଟ୍ କୁ ନେଇ ଭାରି ଚର୍ଚ୍ଚା ହେଉଛି । ତାହା ହେଉଛି ଏଲଜେପି ନେତା ଚିରାଗ ପାଶୱାନଙ୍କ ଟୁଇଟ୍ ।

ଚିରାଗ ଟୁଇଟ୍ କରି ତେଜସ୍ୱୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଚିରାଗ କହିଥିଲେ ଯେ, ଜନ୍ମଦିନର ବହୁତ ବହୁତ ଅଭିନନ୍ଦନ ।ଇଶ୍ୱରଙ୍କୁ ପ୍ରାର୍ଥନା କରୁଛି ଆପଣ ଦୀର୍ଘାୟୁ ହୁଅନ୍ତୁ । ଆପଣ ଜୀବନରେ ସବୁ ସଫଳତା ପାଆନ୍ତୁ  ବୋଲି ଚିରାଗ କହିଛନ୍ତି । ଚିରାଗ କରିଥିବା ଏହି ଟୁଇଟ୍ କୁ ଚିରାଗ ଧନ୍ୟବାଦ ଭାଇ ବୋଲି ଲେଖି ରିଟୁଇଟ୍ କରିଛନ୍ତି । ନିର୍ବାଚନ ଫଳାଫଳର ଗୋଟିଏ ଦିନ ପୂର୍ବରୁ ଚିରାଗ ଏହି ଟୁଇଟ୍ ବିଭିନ୍ନ ରାଜନୈତିକ ଆଲୋଚନାକୁ ଜନ୍ମ ଦେଇଛି ।

୫୫ ବର୍ଷରେ ପ୍ରେମରେ ପଡ଼ିଲେ ପୋଲିସ ବାବୁ, ପ୍ରେମିକାଙ୍କ ଘରକୁ ପଠାଇଲେ ଟ୍ରାକ୍ଟର ଭର୍ତ୍ତି ଚିପ୍ସ

ଜାଲୋର: କୁହାଯାଏ ଯେବେ ପ୍ରେମର ରଙ୍ଗ ଲାଗେ ତ ସତେବେଳେ କୌଣସି ଆଇନ୍ କି ନିୟମ ଆସେନି । ପ୍ରେମିକ ପ୍ରିୟତମା ପାଇଁ ଜହ୍ନରୁ ତାରା ସବୁକିଛି ଆଣିଦେବାକୁ ପ୍ରତିଶ୍ରୁତି ଦିଏ । ଏହି ପ୍ରେମର ରଙ୍ଗ ଚଢ଼ିଛି ପୋଲିସ ବାବୁଙ୍କ ମୁଣ୍ଡରେ । ରାଜସ୍ଥାନ ଜାଲୋର ଜିଲ୍ଲାର ଯଶୱନ୍ତପୁରା ଥାନାରେ ନିଯୁକ୍ତ ପୋଲିସ ବାବୁଙ୍କ ମୁଣ୍ଡରେ ପ୍ରେମ ଭୂତ ଏମିତି ଚଢ଼ିଲା ଯେ ସେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ମନେ ପକାଇଲେ ନା ରାଜ୍ୟ ସରକାରଙ୍କ ଆଇନ୍ କାନୁନ୍ । ସବୁକିଛିକୁ ଜଳାଞ୍ଜଳି ଦେଇଦେଲେ । ସବୁ ନିୟମ କାନୁନକୁ ଦଳିମକଚି ଦବଙ୍ଗ ଅଫିସର ପ୍ରେମିକାଙ୍କ ଘର ତିଆରି ପାଇଁ ପ୍ରତିବଦ୍ଧିତ ବଜୁରୀ (ଚିପ୍ସ) ଟ୍ରକ୍ ପଠାଇଦେଲେ । ତାହାପୁଣି ରାତିର ଅନ୍ଧାରରେ ନୁହେଁ ବରଂ ଦିନର ସ୍ପଷ୍ଟ ଦିବାଲୋକରେ ।

ଏହିସବୁ କଥା ପୋଲିସ ବାବୁ ଓ ତାଙ୍କ ପ୍ରେମିକାଙ୍କ ମଧ୍ୟରେ ହୋଇଥିବା ଭାଇରାଲ ଅଡିଓରୁ ଜଣାପଡ଼ିଛି । ତେବେ, ସବୁଠାରୁ ବଡ଼ କଥା ହେଉଛି ପ୍ରେମ ନିଶାରେ ଏମିତି କରିଥିବା ପୋଲିସ ବାବୁଙ୍କ ବୟସ ହେଉଛି ମାତ୍ର ୫୫ । ବୟସ ବଢ଼ିଥିଲେ ବି ଯୁବାବସ୍ଥାର ପ୍ରେମ ମରିନି ବାବୁଙ୍କର । ଏଥିପାଇଁ ତ ବାବୁ ଯେତେବେଳେ ସ୍ତ୍ରୀ ବଜାରକୁ କିଛି କିଣିବା ପାଇଁ ଯାଆନ୍ତି ତ ପ୍ରେମିକା (ବିବାହିତା ମହିଳା)ଙ୍କୁ ଫୋନ୍ କରି ୫ ମିନିଟ୍ ପାଇଁ ଘରକୁ ଡାକି ଦିଅନ୍ତି । ଏହି ପୋଲିସ ବାବୁ ଜଣଙ୍କ ହେଉଛନ୍ତି ଯଶୱନ୍ତାପୁରା ଥାନାର ଏସ୍ଏଚ୍ଓ ସାବିର ମୋହମ୍ମଦ ।

ଏହିସବୁ ଅଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ନ୍ୟୁଜ୍ ଚ୍ୟାନେଲରେ ବାଜିବାରୁ ବାବୁଙ୍କ ପ୍ରେମ ନିଶା ପୂରା ଉତୁରି ଯାଇଥିଲା । ମାମଲା ସମ୍ପର୍କରେ ଜାଣିବା ପରେ ଜିଲ୍ଲା ପୋଲିସ ଅଧୀକ୍ଷକ (ଏସପି) ଥାନା ଅଧିକାରୀ ସାବିର ମୋହମ୍ମଦଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ । ଏସପିଙ୍କ ଅନୁସାରେ- ଭାଇରାଲ ଅଡିଓ ଅନୁସାରେ ଯଶୱନ୍ତାପୁରା ଥାନା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ମାମଲାର ଯାଞ୍ଚ ଚାଲିଛି । ସୋସିଆଲ୍ ମିଡିଆରେ ଅଡିଓ ଭାଇରାଲ୍ ହୋଇଥିବାରୁ ଲୋକ ଏହାକୁ ମଜାର ସହ ଶୁଣୁଛନ୍ତି ।

 ଜଳସମ୍ପଦ ବିଭାଗର ୪ଟି ଅନ୍‌ଲାଇନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଏଣିକି ମୋବାଇଲରେ ହେବ ଜଳସେଚନ ସମସ୍ୟା ସମାଧାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟ  ୫-ଟି କାର୍ଯ୍ୟକ୍ରମ ଆଜି ଚାଷୀ ଓ ଜଳସମ୍ପଦ ବିଭାଗକୁ ସିଧାସଳଖ ଯୋଡି ପାରିଛି। ଏଣିକି ମୋବାଇଲ ଫୋନର ଫଟୋ ଓ ଭିଡିଓ ଜରିଆରେ ଚାଷୀ ଜଳସେଚନ ସମସ୍ୟା ସଂପର୍କରେ ସିଧା ଜଣାଇପାରିବେ । କୌଣସି ସମସ୍ୟା ପାଇଁ ଚାଷ କାମ ଛାଡି ଆଉ  ଚାଷୀକୁ ଅଫିସକୁ ଦୌଡିବାକୁ ଦରକାର ହେବ ନାହିଁ ।

Second Wave Of Covid-19 May Affect Odisha After December Second Week

ମୋବାଇଲ ଫଟୋରୁ ହେବ ସମସ୍ୟାର ସମାଧାନ। ଅନ୍‌ଲାଇନ ଅଭିଯୋଗ ପରିଚାଳନା ବ୍ୟବସ୍ଥା “ସେଚ ସମାଧାନ” ଚାଷୀ ଭାଇ ମାନଙ୍କ ପାଇଁ ଏହି ସୁଯୋଗ ଆଣିଛି। ସେଚ ସମାଧାନ” ସହିତ ବିଜୁ କୃଷକ ଯୋଜନାରେ ଗୋଷ୍ଠୀ ଉଠାଜଳସଚେନ ପ୍ରକଳ୍ପ ପାଇଁ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା, ଶିଳ୍ପସଂସ୍ଥା ମାନଙ୍କ ପାଇଁ ଜଳ ଆବଣ୍ଟନ ଆବେଦନ ପକ୍ରିୟା ଏବଂ ବ୍ୟବସାୟିକ ଓ ଅନ୍ୟ ସଂସ୍ଥା ପାଇଁ  ଆବେଦନ ପୋର୍ଟାଲ ଏହିପରି ୪ଟି ଗୋଟି  ଅନ୍‌ଲାଇନ ସେବା ବ୍ୟବସ୍ଥାର ଶୁଭାରମ୍ଭ ଆଜି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଦ୍ୱାରା ସମ୍ପାଦିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ  ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଚାଷୀମାନେ ହେଉଛନ୍ତି ଜଳସମ୍ପଦ ବିଭାଗର ସର୍ବବୃହତ ହିତାଧିକାରୀ। ତେଣୁ ଏହି ଅନ୍‌ଲାଇନ ସେବା ଚାଷୀମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ ଦିଗରେ ବିଶେଷ ସହାୟକ ହେବା ସହିତ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଦ୍ୱାରା ବିଭାଗକୁ ଅଧିକ ଉତ୍ତରଦାୟୀ ଓ ସ୍ବଚ୍ଛ ସେବା ପ୍ରଦାନରେ ସହାୟକ ହେବ । ଏଥି ସହିତ ବିଜୁ କୃଷକ ଯୋଜନାର ଆବେଦନ ପ୍ରକ୍ରିୟାକୁ ମଂଜୁର କରିବାରେ ମଧ୍ୟ  ସମୟୋଚିତ ପଦକ୍ଷେପ ନିଆଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ସେହିପରି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କ ପାଇଁ କରାଯାଇଥିବା ଅନଲାଇନ  ସେବା ମଧ୍ୟ ସେମାନଙ୍କ ପାଇଁ ବିଶେଷ ଉପଯୋଗୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।  ସହିତ ଲୋକଙ୍କୁ ନିଜ ଘର ପାଖରେ ସରକାରୀ ସେବା ଯୋଗାଇବା ପାଇଁ ଥିବା ଲକ୍ଷ୍ୟ ପୂରଣରେ ଏହା ସହାୟକ ହୋଇପାରିବ ବୋଲି ପଟ୍ଟନାୟକ କହିଥିଲେ ।ଏହି ସେବା ବିଷୟରେ ବହୁଳ ଜନସଚେତନତା ଊପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ। ଏହି ଅବସରରେ ଜଳସମ୍ପଦ ବିଭାଗ ପକ୍ଷରୁ ଅନ୍ୟତମ ୫-ଟି ଲକ୍ଷ୍ୟ ଡିଜିଟାଲ ମଷ୍ଟର ରୋଲ୍‌ ପ୍ରସ୍ତୁତି କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

 ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଜଳସମ୍ପଦ ତଥା ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରଶାସନକୁ ଅଧିକ ଦକ୍ଷ ଓ  ଉତ୍ତରଦାୟୀ କରିବା ପାଇଁ ଜଳସଂପଦ ବିଭାଗ Digital Technology ଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ୫-ଟି ଲକ୍ଷ୍ୟ ପୂରଣ କରିବା ସହିତ ଚାଷୀ ମାନଙ୍କୁ ଉନ୍ନତ ସେବା ଯୋଗାଇଦେବ ବୋଲି ଦାସ ପ୍ରକାଶ କରିଥିଲେ । ସେହିପରି ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ  ଏବଂ ବିଭାଗୀୟ ଯନ୍ତ୍ରୀମୁଖ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କୃଷି ବିଭାଗର ପ୍ରମୁଖ ସଚିବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଲୋକାର୍ପିତ ଅନ୍‌ ଲାଇନ ଅଭିଯୋଗ ପରିଚାଳନା ବ୍ୟବସ୍ଥା ସେଚ ସମାଧାନ ଏକ ଦ୍ୱିଭାଷୀୟ ମୋବାଇଲ ଆପ୍‌ । ଏହି ପଦ୍ଧତିରେ ଚାଷୀ ଜଳସଂପଦ ବିଭାଗ ଅଫିସକୁ ନ ଆସି ତାଙ୍କ ଅଭିଯୋଗ ଫଟୋ ବା ଭିଡିଓ ମୋବାଇଲ ଜରିଆରେ ପଠାଇଲେ, ତାଙ୍କୁ ଅଭିଯୋଗର ସ୍ଥିତି ସଂପର୍କରେ ଏସଏମଏସ୍ ଜରିଆରେ ସୂଚନା ଦିଆଯିବ ଏବଂ ସମସ୍ୟାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇପାରିବ। ବିଜୁ କୃଷକ ବିକାଶ ଯୋଜନାରେ ଗୋଷ୍ଠୀ ଉଠାଜଳସଚେନ ପ୍ରକଳ୍ପ ପାଇଁ  ହୋଇଥିବା ଅନ୍ ଲାଇନ୍ ଆବେଦନ ପ୍ରକ୍ରିୟା ଦ୍ୱାରା ଚାଷୀମାନେ ସରକାରୀ ଅଫିନ ନ ଆସି, ନିଜ ମୋବାଇଲ ଫୋନ୍‌, କମ୍ପୁଟର କିମ୍ବା ଜନସେବା କେନ୍ଦ୍ରରୁ ଆବେଦନ କରିପାରିବେ । ସେହିପରି ଶିଳ୍ପ କ୍ଷେତ୍ରକୁ ଜଳ ଆବଣ୍ଟନ ପାଇଁ ଜଳସଂପଦ ବିଭାଗ ତରଫରୁ Go Swift ପୋର୍ଟାଲକୁ ବିକଶିତ କରାଯାଇଛି। ଏହା ଜରିଆରେ ସେମାନେ ଅନ୍‌ ଲାଇନ ଆବେଦନ କରିପାରିବେ। ବାଣିଜ୍ୟିକ ଓ ଅନ୍ୟ ସଂସ୍ଥା ପାଇଁ ଜଳ ଆବେଣ୍ଟନ ପାଇଁ ମଧ୍ୟ ଜଳସଂପଦ ବିଭାଗ ତରଫରୁ  ଅନ୍‌ଲାଇନ ପୋର୍ଟାଲ water allocationod.nic.in ବିକଶିତ କରାଯାଇଛି । ଏହି ପୋର୍ଟାଲ ଜରିଆରେ ଆବେଦନକରୀ ମାନଙ୍କୁ ଜଳର ଆବଣ୍ଟନ, ପରିମାଣ ହ୍ରାସ ବୃଦ୍ଧି ଇତ୍ୟାଦି ବିଷୟରେ ବିଭାଗ ତରଫରୁ ଅବଗତ କରାଯାଇପାରିବ ।

ଡକାୟତି ଯୋଜନା ବେଳେ ଥାକ ମୁଣ୍ଡରେ ମାଡ଼ି ବସିଲା ପୋଲିସ

ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ ଥାନା ଅଞ୍ଚଳରେ ଆଉ ଏକ ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ୍ । ସ୍ଥାନୀୟ ବ୍ୟାସସରୋବର ନିକଟରେ ଡକାୟତ ମାନେ ଏକାଠି ହୋଇ ଡକାୟତି ପାଇଁ ପୂର୍ବ ପ୍ରସ୍ତୁତି ଯୋଜନା ଚଳାଇଥିବା ବେଳେ ପୋଲିସ୍ ହାତରେ ଧରାପଡିଛନ୍ତି ।  ଯାଜପୁର ରୋଡ୍ ପୋଲିସ୍ ୫ଜଣ ସଶସ୍ତ୍ର ଡକାୟତଙ୍କୁ ଗିରଫ୍ କରିଛି । ସେମାନଙ୍କ ନିକଟରୁ ଏକ ନକ୍ସା, ୨ଟି ଜୀବନ୍ତ ବୋମା, ଏକ ପିସ୍ତଲ ଓ ୩ଟି ଅଫୁଟା ଗୁଳି ସହିତ ଏକାଧିକ ମାରଣାସ୍ତ୍ର ଜବତ୍ କରାଯାଇଛି ।

 

ଏଥିସହ ସେମାନଙ୍କ ଠାରୁ ୩ହଜାର ୫ଶହ ନଗଦ ଟଙ୍କା ଓ ସୁନାରୂପା ଅଳଙ୍କାର ସହିତ ୫ଟି ହାତଘଣ୍ଟା ଓ ୯ଟି ମୋବାଇଲ ଫୋନ୍, ୨ଟି ଗ୍ଲାମର୍ ବାଇକ୍ ଜବତ୍ କରିଛି ପୋଲିସ୍ । ଗିରଫ୍ ଡକାୟତ ମାନେ ହେଲେ ବ୍ୟାସନଗର ମୁଣ୍ଡମାଳ ଅଞ୍ଚଳର ଅଜୁ ଓରଫ୍ ଅଜୟ ମଲ୍ଲିକ୍, ବାବା ଓରଫ୍ ସନ୍ତୋଷ ପୃଷ୍ଟି, ଟୁନା ଓରଫ୍ ଅନିରୁଦ୍ଧ ମହାରଣା, ପ୍ରଶାନ୍ତ ନାୟକ ଓ ଦେବପ୍ରସାଦ ହୋତା ବୋଲି ଜଣାପଡ଼ିଛି ।

ଗିରଫ୍ ମାନଙ୍କୁ ପୋଲିସ୍ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିଛି । ଯାଜପୁର ରୋଡ ଏସ.ଡି.ପି.ଓ ଚିନ୍ମୟ କୁମାର ନାୟକ ଆଜି ଯାଜପୁର ରୋଡ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ପ୍ରଦାନ ଦେଇଛନ୍ତି ।

କରୋନା ଉପରେ ୯୦ ପ୍ରତିଶତରୁ ଅଧିକ ପ୍ରଭାବୀ ହେଉଛି ଭ୍ୟାକ୍ସିନ୍: ଫାଇଜରର ଦାବି

ନୂଆଦିଲ୍ଲୀ: ବିଶ୍ୱରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଭ୍ୟାକ୍ସିନ୍ ନେଇ ଚାଲିଛି ପରୀକ୍ଷା ନିରୀକ୍ଷା । ଏହାରି ଭିତରେ କୋଭିଡ୍ ଭ୍ୟାକ୍ସିନକୁ ନେଇ ଆଶ୍ୱସ୍ତିକର ଖବର ଦେଇଛି ଫାଇଜର । ମିଳିତ ଭାବେ ଫାଇଜର ଓ BioNTech ନିର୍ମାଣ କରିଥିବା ଭ୍ୟାକ୍ସିନ୍ କରୋନା ରୋକିବାରେ ୯୦ ପ୍ରତିଶତ ଫଳପ୍ରଦ ହେଉଛି । ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିବା ବେଳେ କମ୍ପାନୀ ଏହି ସୂଚନା ଦେଇଛି ।

Covid Vaccine 90% Effective In Phase 3 Trial, Says Pfizer

ପ୍ରାଥମିକ ସୂଚନା ଅନୁସାରେ, କରୋନା ରୋଗୀଙ୍କୁ ୨୮ ଦିନିଆ ପର୍ଯ୍ୟବେକ୍ଷଣରେ ୩ଟି ପର୍ଯ୍ୟାୟରେ ଟୀକା ଦିଆଯାଇଥିଲା । ପ୍ରଥମ ଟିକାର ୧୪ ଦିନ ପରେ ଦ୍ୱିତୀୟ ଓ ତାର ୭ ଦିନ ପରେ ତୃତୀୟଥର ଟୀକା ଦିଆଯାଇଥିଲା । ୪୪ ହଜାର ଜଣଙ୍କ ଉପରେ ହୋଇଥିବା କରୋନା ଭ୍ୟାକ୍ସିନ୍ ୯୦ ପ୍ରତିଶତ କାମ ଦେଇଥିବା କମ୍ପାନୀ ଦାବି କରିଛି ।

Covid Vaccine 90% Effective In Phase 3 Trial, Says Pfizer

ଫାଇଜର ପକ୍ଷରୁ କୁହାଯାଇଛି- କ୍ଲିନିକାଲ ଟ୍ରାଏଲ ସମୟରେ ସୁରକ୍ଷାକୁ ନେଇ କୌଣସି ଗମ୍ଭୀର ପ୍ରସଙ୍ଗ ସମ୍ମୁଖକୁ ଆସିନଥିଲା । ଆମେରିକା ଓ ଅନ୍ୟ ଦେଶର ମୋଟ ୪୪ ହଜାର ଲୋକଙ୍କ ଉପରେ ଟୀକାର ପରୀକ୍ଷଣ କରାଯାଉଛି । ତେବେ, ଭ୍ୟାକ୍ସିନ୍ ନେବା ପରେ ଜଣେ ବ୍ୟକ୍ତି କେତେଦିନ ପର୍ଯ୍ୟନ୍ତ କରୋନା ସଂକ୍ରମିତ ହେବାରୁ ସୁରକ୍ଷିତ ରହୁଛନ୍ତି । ସେନେଇ କମ୍ପାନୀ ପକ୍ଷରୁ କିଛି କୁହାଯାଇ ନାହିଁ ।

Covid Vaccine 90% Effective In Phase 3 Trial, Says Pfizer

ଫଳାଫଳ ଯେଭଳି ବିଶ୍ୱସନୀୟ ହେବ । ଏବଂ ପାରଦର୍ଶିତା ପାଇଁ କମ୍ପାନୀ ବାହ୍ୟ ଓ ସ୍ୱାଧୀନ ବିଶେଷଜ୍ଞଙ୍କୁ ନେଇ ଗଠିତ ଏକ ପ୍ୟାନେଲ ଦ୍ୱାରା ଭ୍ୟାକ୍ସିନ୍ ଟ୍ରାଏଲର ସମୀକ୍ଷା କରିଥିଲା ।

୧୩ ବର୍ଷ ବୟସରେ ବୋହୁଛି ଟ୍ୟୁମରର ବୋଝ, କଅଁଳ ବୟସରେ ଚାଲିଛି ବଞ୍ଚିବାର ସଂଘର୍ଷ

ପୁରୀ: କାନ୍ଧରେ ବହି ବ୍ୟାଗର ବୋଝ ବୋହିବା ବୟସରେ ବୋହୁଛନ୍ତି ଟ୍ୟୁମରର ବୋଝ । ଖେଳକୁଦ ବୟସରେ ଲଦି ହୋଇପଡ଼ିଛି ଅକଥନୀୟ ଯନ୍ତ୍ରଣା । ଇଚ୍ଛ ସାଙ୍ଗ ସାଥିଙ୍କ ସହ ସ୍କୁଲ ଯିବାକୁ, କିନ୍ତୁ ପଛରୁ ଟାଣି ଧରୁଛି କଷ୍ଟ । ପୁଅକୁ ଭଲ କରିବା ପାଇଁ ବାପା ଚାହୁଁଥିଲେ ମଧ୍ୟ ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ । ବୋନ ଟ୍ୟୁମରରେ ପୀଡିତ ହୋଇ କଲବଲ ହେଉଛନ୍ତି  ଚନ୍ଦନପୁର ଗଙ୍ଗାନାରାୟଣପୁରର ୧୩ବର୍ଷର ଅଭୟ । ହରଚଣ୍ଡି ହାଇସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ଅଭୟ । ଗତ ୬ ମାସ ତଳେ ବାମ କାନ୍ଧରେ ଗୋଟିଏ ସ୍ଥାନ ଫୁଲିଥିଲା ।

ତାପରେ ଧୀରେ ଧୀରେ ଏହା ବଢିବା ସହ ବଡ଼ ହେବାକୁ ଲାଗିଲା । ପ୍ରଥମେ ଚନ୍ଦନପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ପରେ ପୁରୀ ବଡ଼ଡାକ୍ତରଖାନାରେ ଏକ ମାସ ଧରି ଚିକିତ୍ସା ହୋଇଥିଲେ । ଶେଷରେ କଟକ ବଡଡାକ୍ତରଖାନାରେ ୩ରୁ ୪ମାସ ଧରି ଚିକିତ୍ସା ସତ୍ୱେ ସରକାରୀ ସହଯୋଗ ପାଇବାରୁ ବଞ୍ଚିତ ରହିଲେ ଅଭୟ । ବାପା ଜଣେ ଦିନ ମଜୁରିଆ ହୋଇଥିବାରୁ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି ।

କଟକ ରେ ୩/୪ ମାସ ଚିକିତ୍ସା ପରେ କର୍କଟ ରୋଗ ଆଡ଼କୁ ଗତି କରୁଛି ବୋଲି ଡାକ୍ତର କହିଛନ୍ତି । ଅପରେସନ ତ ଦୂରର କଥା  ଅର୍ଥାଭାବ ପାଇଁ ଟେଷ୍ଟ ମଧ୍ୟ କରିବାକୁ ଅକ୍ଷମ ଅଭୟଙ୍କ ପରିବାର । ସରକାରୀ ସହାୟତା ପାଇଁ ଅଫିସ ଦୌଡିଲେ ମଧ୍ୟ ସାହାର୍ଯ୍ୟ ଟିକେ ପାଉନାହାନ୍ତି ଅଭୟ ।

କରୋନା କଟକଣା ଭିତରେ ପୂଜା ପାଇବେ ମାଆ ଭଦ୍ରକାଳୀ: ମା’ଙ୍କ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

କଟକ: କରୋନା କଟକଣା ଭିତରେ ପୂଜା ପାଇବେ ମାଆ ଭଦ୍ରକାଳୀ । ମାଆଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧୪ ତାରିଖ ଠାରୁ ମାଆଙ୍କ ପୂଜା ଆରମ୍ଭ ହୋଇ ୨୦ ଯାଏଁ ଚାଲିବ । ସପ୍ତମାତୃକା ବେଶରେ ଦର୍ଶନ ଦେବେ ମାଆ । ତେବେ କଟକଣା ଥିବାରୁ ଏଥର ମାଆଙ୍କ ଏହି ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ ।

ସେଲଫି ନେଲେ ସୁର, ଚମ୍ପାଚମେଲି ସହ ସୁର କଲେ ଆଲୋଚନା ହେଲେ ଏମାନେ ସବୁ କିଏ

କରୋନା କଟକଣା ଭିତରେ ଆସିବେ ମା’ । ଶକ୍ତିସ୍ୱରୂପା ମା’ ଭଦ୍ରକାଳୀଙ୍କ ପୂଜା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ । ଭଦ୍ରକର ସାଳନ୍ଦୀ ନଦୀକୂଳରେ ମାଆଙ୍କ ମନ୍ଦିର । ୧୪ତାରିଖରୁ ମାଆଙ୍କ ପୂଜା ଆରମ୍ଭ ହୋଇ ୨୦ ତାରିଖ ଯାଏଁ ଚାଲିବ । ୭ ଦିନରେ ସପ୍ତ ମାତୃକା ବେଶରେ ଦର୍ଶନ ଦେବେ ମାଆ ଭଦ୍ରକାଳୀ । କୋଭିଡ ଗାଇଡଲାଇନ୍ ମାନି ଏଥର ମାଆଙ୍କ ପୂଜା ଅନୁଷ୍ଠିତ ହେବ । ତେବେ ବିନା ଭକ୍ତରେ ପୂଜା ପାଇବେ ମାଆ । ବିଶ୍ୱମାତ ରୂପରେ ପ୍ରତିଦିନ ଦର୍ଶନ ଦିଅନ୍ତି ମାଆ । ତେବେ ୧୪ ତାରିଖରେ ଶୁଭାଧିବାସ, ମାନସିକଧାରୀ କଳସ ଶୋଭାଯାତ୍ରା, ଘଟସ୍ଥାପନ, ଶତଚଣ୍ଡୀ ପାଠ, ବିଶ୍ଵ ଶାନ୍ତି ମହାଯଜ୍ଞ ସହ ଆରମ୍ଭ ହେବ ମା’ ଙ୍କର ସପ୍ତଦିବସ ବିଶେଷ ପୂଜା । ପ୍ରଥମ ଦିନରେ ବେଦମାତା, ଦ୍ୱିତୀୟରେ ମହାକାଳୀ, ତୃତୀୟରେ ରାଜରାଜେଶ୍ବରୀ, ପରେ ସିଂହବାହିନୀ, ଜଗତଧାତ୍ରୀ, ମହା ସରସ୍ବତୀ ଶେଷରେ ମାଆ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେବେ ମାଆ । ତେବେ କଟକଣା ଯୋଗୁଁ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । କାଳୀପୂଜା ଅବସରରେ ମାଙ୍କ ପୀଠରେ ୭ ଦିନ ବ୍ୟାପୀ ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ।