spot_img
Home Blog Page 6456

ଭୋଟ୍ ପୂର୍ବରୁ ବାଇଆ ହେଲାଣି ନେତା, ଦେଉଛନ୍ତି ହତ୍ୟା ଧମକ

କୋଲକାତା: ୨୦୨୧ ପାଇଁ ସମରସଜ୍ଜା । ପଶ୍ଚିମବଙ୍ଗରେ ଉଷ୍ମ ହେଉଛି ରାଜନୈତିକ ଗତିବିଧି । ରାଜ୍ୟରେ ବାରମ୍ବାର ହିଂସା, ଗୁଣ୍ଡାରାଜ ପାଇଁ ଲୋକ ଶାସକ ଟିଏମସି ଠାରୁ ଦୂରେଇ ଯାଉଛନ୍ତି । ନିଜକୁ ଅନ୍ୟ ଦଳଠାରୁ ଅଲଗା (The Party with a difference) ବୋଲି ଦାବି କରୁଥିବା ବିଜେପି ଏବେ ସମାନ ରାସ୍ତା ଆପଣାଉଛି । ଏକଥା ଆମେ କହୁନୁ । ବରଂ ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି ଏମିତି ବୟାନ ଦେଇଛନ୍ତି । ପଶ୍ଚିମବଙ୍ଗରେ ନିର୍ବାଚନ ତ ଆସନ୍ତା ବର୍ଷ ହେବ । କିନ୍ତୁ, ଏବେଠୁ ନେତାଙ୍କ ପାଟି ଆଉ ବୋଲ ମାନୁନି ।

Bengal BJP President Dilip Ghosh To TMC Cadres Mend Your Ways Or Will Have To Go To Crematorium

ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ, ମମତା ବାନାର୍ଜୀଙ୍କ ତୃଣମୂଶ କଂଗ୍ରେସକୁ ଧମକ ଦେଇଛନ୍ତି । ଦିଲୀପ TMC ସମର୍ଥକଙ୍କୁ କହିଛନ୍ତି- ‘ସୁଧୁରି ଯାଅ, ନହେଲେ ହାତ-ଗୋଡ଼ ଭାଙ୍ଗି ଦିଆଯିବ । ଜୀବନରେ ବି ମାରି ଦିଆଯାଇ ପାରେ ।’ ରବିବାର ପଶ୍ଚିମୀ ମେଦିନପୁର ଜିଲ୍ଲାର ହଳଦିଆ କସବେ ରାଲିରେ ଦଳର ପ୍ରଦେଶ ସଭାପତି ଏଭଳି ଧମକଭରା କଥା କହିଛନ୍ତି ।

‘୬ ମାସରେ ସୁଧୁରି ଯାଅ’

Bengal BJP President Dilip Ghosh To TMC Cadres Mend Your Ways Or Will Have To Go To Crematorium

ଦିଲୀପ ଘୋଷ କହିଛନ୍ତି- ବିଧାନସଭା ନିର୍ବାଚନ ରାଜ୍ୟ ପୋଲିସ ଅଧୀନରେ ନାହିଁ । ଏହା କେନ୍ଦ୍ର ସୁରକ୍ଷା ବଳ ମୁତୟନରେ ଅନୁଷ୍ଠିତ ହେବ । TMC ସମର୍ଥକ ଏବେ ଯାଏଁ ସୁଧୁରି ନାହାଁନ୍ତି ଏବଂ ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତି । ସେମାନଙ୍କୁ ଆସନ୍ତା ୬ ମାସ ମଧ୍ୟରେ ସୁଧୁରି ଯିବା ଉଚିତ୍ । ନହେଲେ ହାଡ଼ ଭାଙ୍ଗି ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିବ । ତଥାପି ନମାନିଲେ ଶ୍ମଶାନ ଯିବାକୁ ପଡ଼ିବ ।

ଶାହ ଦେଲେକି ସାହସ ?

Bengal BJP President Dilip Ghosh To TMC Cadres Mend Your Ways Or Will Have To Go To Crematorium

୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ଲାଗି ଆସନ୍ତାବର୍ଷ ଏପ୍ରିଲ୍ କିମ୍ବା ମେ ମାସରେ ନିର୍ବାଚନ ହୋଇପାରେ । ବିଜେପି ଏଠାରେ ୨ ଶହ ଆସନ ଜିତିବା ଲକ୍ଷ୍ୟ କରି ଗୋଟି ଚାଳନା କରୁଛି । ଗତ ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସିଥିଲେ । ସେ କହିଥିଲେ- ତୁଷ୍ଟୀକରଣ ରାଜନୀତି ଦ୍ୱାରା ପଶ୍ଚିବଙ୍ଗର ମହାନ୍ ପରମ୍ପରା ଖଣ୍ଡିତ ହୋଇଛି । ଆପଣ କଂଗ୍ରେସକୁ ସୁଯୋଗ ଦେଲେ, କମ୍ୟୁନିଷ୍ଟଙ୍କୁ ବି ଦେଲେ । ଏବେ ଦୁଇ ଥର ମମତା ଦିଦିଙ୍କୁ ସୁଯୋଗ ଦେଇଛନ୍ତି । ଥରେ ମୋଦିଙ୍କୁ ସୁଯୋଗ ଦିଅନ୍ତୁ । ଆମେ ୫ ବର୍ଷରେ ସୁନାର ପଶ୍ଚିମବଙ୍ଗ କରିଦେବାର ପ୍ରତିଶ୍ରୁତି ଦେଉଛୁ ।

ଲୁଟେରାଙ୍କ ଚରାଭୂଇଁ ପାଲଟିଛି ନବରଙ୍ଗପୁର, ସପ୍ତାହକରେ ହେଲାଣି ୩ଟି ଲୁଟ

ନବରଙ୍ଗପୁର: ବାଇକ ଡିକି ଭାଙ୍ଗି ଲୁଟି ନେଲେ ଏକ ଲକ୍ଷ ଟଙ୍କା । କରୋନା କାଳରେ ବଢ଼ିବାରେ ଲାଗିଛି ଲୁଟେରାଙ୍କ ଆତଙ୍କ । ନିରୀହ ଲୋକଙ୍କ ଠାରୁ ଲୁଟୁଛନ୍ତି ଟଙ୍କା ସହ ସୁନା ଗହଣା । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଛକରେ ଦେଖିବାକୁ ମଳିଛି ଏମିତି ଘଟଣା । ଦୁର୍ବୃତ୍ତ କାରାଗାଁର  ଦୀପକ ଚୌଧୁରୀ ନାମକ ଜଣେ ଯୁବକ ଉମରକୋଟ ଆନ୍ଧ୍ର ବ୍ୟାଙ୍କରୁ ତାଙ୍କ ମାଲିକ ବିରଞ୍ଚିଙ୍କ ଟଙ୍କା ଉଠାଇ ଘରକୁ ଫେରୁଥିଲେ । ଫେରିବା ସମୟ ରେ ସେ ଧୋଡ଼ରା ଛକରେ  ଏକ ପାନ ଦୋକାନ ପାଖରେ ନିଜ ବାଇକ୍ ରଖି ନିକଟସ୍ଥ ଔଷଧ ଦୋକାନକୁ ଯାଇଥିଲେ । ଏହି ସମୟ ରେ ପାନ ଦୋକାନକୁ ଦୁଇଟି ପିଲା ଆସି ଚୋକ୍ଲେଟ୍ ମାଗିଥିଲେ । ଏତିକି ବେଳେ ଦୁଇ ଜଣ ଲୁଟେରା ଆସି ବାଇକ୍ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟ୍ କରିନେଲେ ।

ତେବେ ଜିଲ୍ଲାରେ ଗତ ଏକ ସପ୍ତାହ ମଧ୍ୟରେ ଏହା ତୃତୀୟ ଲୁଟ । ସୂଚନା ଯୋଗ୍ୟଯେ ଏହି ମାସ ତିନି ତାରିଖରେ କୋଡ଼ିଙ୍ଗା ନିକଟସ୍ଥ ଜାନିଗୁଡ଼ା ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଦୁଇ ରାଉଣ୍ଡ ଗୁଳି ଫୁଟାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିଲେ ଦୁର୍ବତ୍ତ । ଏହା ପରେ ଗତ ସାତ ତାରିଖ ସନ୍ଧ୍ୟାରେ ଜଗଦଲପୁରର ବ୍ୟବସାୟୀ ରମେଶ ପାରେଖଙ୍କ ଠାରୁ ନବରଙ୍ଗପୁର LIC ଅଫିସ୍ ନିକଟରେ ଛଅ ଲକ୍ଷ ଟଙ୍କା ବ୍ୟାଗ ସହ ଲୁଟି ନେଇଥିଲେ । ପୂର୍ବ ଘଟଣା ଗୁଡ଼ିକରେ ଜିଲ୍ଲା ପୋଲିସର ହାତ ଖାଲି ଥିବା ବେଳେ ଆଜି ପୁଣି ଏକ ଲକ୍ଷ ଟଙ୍କା ଲୁଟ ପୋଲିସ୍ର ମୁଣ୍ଡ ବ୍ୟଥାର କାରଣ ସାଜିଛି । ସେପଟେ ଉମରକୋଟ ପୋଲିସ୍ ଧୋଡ଼ରା ଗାଁରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ଆନ୍ଦୋଳନରତ ଠିକା କର୍ମଚାରୀଙ୍କୁ ଧମକାଇବା ମାମଲା: ଜାମିନ ଆବେଦନ ଖାରଜ

ସାରୁଅ: ଓଟିଭିର ଠିକା କର୍ମଚାରୀଙ୍କୁ ଧମକ ଚମକ, ମାରଧର ମାମଲା । ଓଟିଭି କର୍ମଚାରୀ ଦୀନବନ୍ଧୁ ସାମନ୍ତ ଏବଂ ବିଶ୍ୱଜିତ ରାଉତରାୟଙ୍କ ଜାମିନ ଆବେଦନ ଖାରଜ ।  ଜାମିନ ଆବେଦନ ଖାରଜ କଲେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏବଂ ଏସ୍‌ସି,ଏସଟି ସ୍ପେଶାଲ କୋର୍ଟ। ଗତ ଅକ୍ଟୋବର ୩୧ ତାରିଖରୁ ଉଭୟ କର୍ମଚାରୀ ଜେଲ ରେ ଅଛନ୍ତି।

ଧମକ ଚମକ ଦେଇ ଠିକା କର୍ମଚାରୀଙ୍କୁ ବିଦା କରିଥିବା ଅଭିଯୋଗରେ ସାରୁଅ ଓଟିଭି ଷ୍ଟୁଡିଓ ସମ୍ମୁଖରେ ଠିକା କର୍ମଚାରୀ ଧାରଣା ଦେଇଥିଲେ । ଦୀର୍ଘ ୯ ଦିନ ଧରି ଏହି ଧାରଣା ଚାଲିଥିବା ବେଳେ ଏହାକୁ ଭଣ୍ଡୁର କରିବାକୁ ଅପଚେଷ୍ଟ କରାଯାଇଥିଲା । କିଛି କର୍ମଚାରୀଙ୍କ  ଦ୍ୱାରା ଧାରଣା ବନ୍ଦ କରିବାକୁ କୁହାଯାଇଥିଲା । ଏ ନେଇ ଅଭିଯୋଗ ପରେ ସଂସ୍ଥାର ଇଞ୍ଜିନିୟର ଦୀନବନ୍ଧୁ ସାମନ୍ତରାୟ ଓ ସୁପର ଭାଇଜର ବିଶ୍ୱଜିତ ରାଉତରାୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ପୋଲିସ ।

ଠିକା କର୍ମଚାରୀଙ୍କୁ ବାହାର କରିଦେବା, ଜୀବନରେ ମାରିଦେବା, ଜାତିଆଣ ମନ୍ତବ୍ୟକୁ କେନ୍ଦ୍ର କରି ଧମକ ଚମକ ଦେବା ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଛି । ଘଟଣାରେ ଦୁଇ କର୍ମଚାରୀଙ୍କ ନାଁରେ ବାଘମାରୀ ଥାନାରେ ଏତଲା ଦିଆଯାଇଥିଲା । ପୂର୍ବରୁ ଦଳିତଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦରେର ମହିଳା ବିକାଶ ସମିତିର ସଭାପତି ଓ ସଦସ୍ୟା ନିଜ ପଦରୁ ଇସ୍ତଫା ଦେଇଥିଲେ । ଠିକ ସେହିପରି ବେଆଇନ ଜମିରୁ ଜବରଦଖଲ ଉଚ୍ଛେଦ କରିଥିଲା ଖୋର୍ଦ୍ଧା ପ୍ରଶାସନ । ଏଥିସହ ଓଟିଭି ଏମଡି ଜଗି ମଙ୍ଗଦ ପଣ୍ଡାଙ୍କ ବାପା ରନ୍ଧିର ସିଂଙ୍କୁ ପଚରାଉଚରା କରିଥିଲା ବାଘମାରୀ ଥାନା ପୋଲିସ ।

ପାକିସ୍ତାନ ଜେଲରେ ବିତିଲା କୋଡ଼ିଏ ବର୍ଷ, ନିଜ ରାଜ୍ୟକୁ ବାହୁଡୁଛନ୍ତି ବିରଜୁ କୁଲୁ

ରାଉରକେଲା: ବିରଜୁଙ୍କୁ ମିଳିବ ସମସ୍ତ ସରକାରୀ ସୁବିଧା । ଯୋଗାଇ ଦିଆଯିବ ଆଧାରକାର୍ଡ ଓ ପରିଚୟ ପତ୍ର । ପାକିସ୍ତାନ ଜେଲରେ ଦୀର୍ଘ ୨୦ ବର୍ଷର ବନ୍ଦୀ ପରେ ପ୍ରଶାସନ ସାହାଯ୍ୟରେ ଫେରୁଛନ୍ତି ବିରଜୁ । ବର୍ତ୍ତମାନ ବିରଜୁ ଅମୃତସରରେ ପହଞ୍ଚିଥିବା ବେଳେ ଘରକୁ ଫେରିବାର ବ୍ୟବସ୍ଥା ହୋଇଛି। ବିରଜୁଙ୍କୁ ଫେରାଇ ଆଣିବାକୁ କୁତ୍ରା ବିଡିଓ ମଦନ ସିଂଙ୍କ ସହ ଦୁଇଜଣ ଡ୍ରାଇଭର ଅମୃତସରରେ ପହଞ୍ଚିଛନ୍ତି । ଵିରଜୁ ନିଜ ଗ୍ରାମକୁ ଫେରିବା ପରେ ସମସ୍ତ ସରକାରୀ ସାହାଯ୍ୟ ଓ ସାମାଜିକ ସୁରକ୍ଷା ପ୍ରଦାନ କରାଯିବା ନେଇ ସୂଚନା ଦେଇଛନ୍ତି କୁତ୍ରା ବିଡିଓ ।

ଗତ ୨୫ଵର୍ଷ ତଳେ ଘରୁ ପଳାଇ ଯାଇଥିଲେ ସୁନ୍ଦରଗଡ଼ ଜଙ୍ଗରପଡ଼ା ଗାଁର ବିରଜୁ । ଘରଲୋକଙ୍କ ବହୁ ଖୋଜାଖୋଜି ପରେ ମିଳିନଥିଲା କୌଣସି ଖବର । ତେବେ ବିରଜୁ ନିଜର ଅଜାଣତରେ ସୀମା ଡେଇଁ ପାକିସ୍ତାନ ଭିତରକୁ ଚାଲିଯାଇଥିଲେ । ସେଥିପାଇଁ  ଦିର୍ଘ ୨୦ବର୍ଷ ଧରି ରହିଥିଲେ ପାକିସ୍ତାନର ଜେଲରେ। ଏବେ ୨୦ ବର୍ଷ ଜେଲରେ ରହିବା ପରେ ଭାରତ ଫେରି ଅମୃତସରରେ କ୍ୱାରେଣ୍ଟାଇନରେ ଥିଲେ । ବିରଜୁଙ୍କ ଫେରିବା ନେଇ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି ।

ରାଉରକାଲା ସହରରେ ଆରମ୍ବ ହେବ ବାଇକ ଆମ୍ବୁଲାନ୍ସ ସେଵା

ରାଉରକେଲା: ଏବେ ଡାକ୍ତରଖାନା ଯିବା ସମସ୍ତଙ୍କ ପାଇଁ ସୁବିଧା ହେବ । ଗରିବ ଲୋକେ ଏବେ ଅଳ୍ପ ସମୟରେ ଯାଇ ଡାକ୍ତରଖାନାରେ ପହଞ୍ଚିବେ । ରାଉରକେଲାରେ ଠେଲା ରିକ୍ସାରେ ଜଣେ ବୃଦ୍ଧ ବ୍ୟକ୍ତି ନିଜ ମା’କୁ ହସ୍ପିଟାଲ ନେଵା ଘଟଣା ପରେ ଚେତିଛି ପ୍ରଶାସନ । ଏଣିକି ସମସ୍ତ ଗରୀବ ରୋଗୀ ଆମ୍ବୁଲାନ୍ସରେ ହସ୍ପିଟାଲ ଆସିବେ । ସହରରେ ଵାଇକ ଆମ୍ବୁଲାନ୍ସ ସେଵା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ପ୍ରଥମେ ୫ଟି ବାଇକ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ।

ସୁନ୍ଦରଗଡ଼ ଜିଲାପାଳ ନିଖିଲ ପଓ୍ୱନ କଲ୍ୟାଣଙ୍କ ଏହି ସୂଚନା ଦେଇଛନ୍ତି । ଗତ କିଛି ଦିନ ତଳେ କୁକୁର କାମୁଡ଼ାରେ ଅସୁସ୍ଥ ନିଜ ୮୦ ଵର୍ଷୀୟା ଵୃଦ୍ଧା ମା’ ଫୁଲମଣୀ ଏକ୍କାଙ୍କୁ ରିକ୍ସାରେ ଟାଣି ଟାଣି ହସ୍ପିଟାଲ ନେଇଯାଇଥିଲେ ଭୟାରାମ ଏକ୍କା । ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ତେବେ ନନ୍ଦିଘୋଷ ଟିଭିରେ ଏହି ଖବର ପ୍ରସାରଣ ପରେ ଏହାର ପ୍ରଭାବ ପଡ଼ିଛି ।

IPL 2020 : ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟ୍ସମ୍ୟାନ ଶିଖର ଧାୱନଙ୍କୁ ଟ୍ରୋଲ କଲେ ଯୁବରାଜ ସିଂ, କାହିଁକି ଜାଣନ୍ତୁ…

ଦୁବାଇ: ଆଇପିଏଲ-୨୦୨୦ ସଂସ୍କରଣର ଫାଇନାଲରେ ପହଞ୍ଚିଛି ଦିଲ୍ଲୀ କ୍ୟାପିଟାଲ୍ସ । ଆସନ୍ତା ୧୦ ତାରିଖରେ ୪ ଥରର ଟାଇଟଲ ବିଜେତା ମୁମ୍ବାଇ ସହ ଦିଲ୍ଲୀ ବିଜେତା ହେବା ପାଇଁ ଲଢିବ । ପ୍ରଥମଥର ପାଇଁ ଦିଲ୍ଲୀ ଏହି ଆଇପିଏଲରେ ଫାଇନାଲ ଖେଳୁଛି । ଗତକାଲି ଶକ୍ତିଶାଳୀ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଦିଲ୍ଲୀ ଫାଇନାଲ ଟିକେଟ୍ କାଟିଥିଲା ।

ଏହି ମ୍ୟାଚରେ ଧୁଆଁଧାର ବ୍ୟାଟସମ୍ୟାନ ଶିଖର ଧାୱନ ୭୮ ରନର ଇନିଂସ ଖେଳିଥିଲେ । ହେଲେ ସେ ଯେଉଁ ଭଳି ଢଙ୍ଗରେ ଲେଗ ବିଫୋର ଉଇକେଟ(lbw) ହୋଇଥିଲେ । ହେଲେ ସେ ପ୍ରକୃତରେ ଆଉଟ୍ ହୋଇ ନ ଥିଲେ । ହାଇଦ୍ରାବାଦର ବୋଲର ସନ୍ଦୀପ ଶର୍ମା ତାଙ୍କୁ ୧୯ ଓଭର ତୃତୀୟ ବଲ୍ ରେ ଆଉଟି କରିଥିଲେ । ଧାୱନଙ୍କୁ ଲାଗିଥିଲା କି ବଲ ସିଧାସଳଖ ତାଙ୍କ ବ୍ୟାଟ୍ ରେ ବାଜିଥିଲା । ତେଣୁ ସେ ଆଉଟ ହୋଇଛନ୍ତି । ଏଥିପାଇଁ ସେ ସିଧା ଫ୍ୟାଭିଲିୟନ ଆସିଥିଲେ । ହେଲେ ପରବର୍ତ୍ତୀ ସମୟରେ ଯେତେବେଳେ ଏହି ନିୟମର ପୁର୍ନବିଚାର କରାଗଲା । ଜଣାପଡିଲା ଯେ ବଲଟି ଉଇକେଟ୍ ରେ ବାଜୁ ନ ଥିଲା । ଧାୱନ ପ୍ରକୃତରେ ନଟଆଉଟ୍ ଥିଲେ । ଧାୱନ ରିଭ୍ୟୁ ନେଇ ନ ଥିବାରୁ ତାଙ୍କ ସାଥୀ ଯୁବରାଜ ସିଂ ତାଙ୍କୁ ଟ୍ୱିଟରରେ ଟ୍ରୋଲ କରିଥିଲେ ।

ଯୁବରାଜ ଟ୍ୱିଟ କରି କହିଥିଲେ ଯେ, ହାଇଦ୍ରାବାଦର ୨ ବୋଲର ଭଲ ପ୍ରଦର୍ଶନ କଲେ । ଶେଷ ଓଭରଗୁଡିକରେ ବାଉଣ୍ଡରୀ ନ ଦେବା ଉତ୍ତମ । ହେଲେ ଶିଖର ଧାୱନ ଚାହିଁଥିଲେ ଡିଆରଏସ ନେଇପାରିଥାନ୍ତେ । ବୋଧେ ଖେଳ ଭିତରେ ଡିଆରଏସ ନେବାକୁ ଭୁଲି ଗଲେ ବୋଲି ଯୁବରାଜ କହିଥିଲେ । ଏହା ପରେ ମଜାଳିଆ ଉତ୍ତର ରଖିଥିଲେ ଶିଖର ଧାୱନ । ସେ କହିଥିଲେ ଯେ, ମୋତେ ଲାଗିଲା ସିଧା ମୋ ଗୋଡ଼ରେ ବାଜିଥିଲା । ଡିଆରଏସ ନେବି କଣ ସେତବେଳକୁ ଚାଲିଚାଲି ବାଉଣ୍ଡରୀ ପାଖକୁ ଆସିଥିଲି । ବାଉଣ୍ଡରୀ ପାଖକୁ ଆସିଲା ପରେ ନଟଆଉଟ୍ ନ ଥିବା ଜଣାପଡିଥିଲା ।

ବଲିଉଡ୍ ଅଭିନେତା ଅର୍ଜୁନ୍ ରାମପାଲଙ୍କ ଘରୁ ମିଳିଲା ପ୍ରତିବନ୍ଧିତ ଔଷଧ

ନୂଆଦିଲ୍ଲୀ: ବଲିଉଡ୍- ଡ୍ରଗ୍ସ କନେକ୍ସନ୍ ମାମଲାରେ ଅଭିନେତା ଅର୍ଜୁନ୍ ରାମପାଲଙ୍କ ଘରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରେୋ (NCB) ରେଡ୍ କରିଛି । ରାମପାଲଙ୍କ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରେ ଆଜି ଏନସିବିର ଅଧିକାରୀ ରେଡ୍ କରିଥିଲେ । କୁହାଯାଉଛି ରାମପାଲଙ୍କ ଘରେ ଏନସିବି ଡ୍ରଗ୍ସ ଖୋଜୁଛି ।

Arjun Rampals Residence At Bandra Being Raided By NCB

ରାମପାଲଙ୍କୁ ସମନ୍

NCB ରାମପାଲଙ୍କୁ ଜେରା ପାଇଁ ନଭେମ୍ବର ୧୧ରେ ମୁମ୍ବାଇ ସ୍ଥିତ ଅଫିସରେ ହାଜିର୍ ହେବାକୁ ସମନ୍ ଜାରି କରିଛି । ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରେ ଅର୍ଜୁନ୍ ରାମପାଲଙ୍କ ଘରୁ କିଛି ଡିଜିଟାଲ୍ ଡିଭାଇସ୍ ଜବତ କରିଛି । ଯାହାର ଯାଞ୍ଚ କରାଯିବ । ଏଥିସହ ଅର୍ଜୁନ୍ ରାମପାଲଙ୍କ ଲିଭ୍-ଇନ୍ ପାର୍ଟନର ଗାବ୍ରିଏଲାଙ୍କୁ ମଧ୍ୟ ଏନସିବି ସମନ କରିଛି । ଏନସିବିର ଉଚ୍ଚ ଅଧିକାରୀଙ୍କ ଅନୁସାରେ- ରାମପାଲଙ୍କ ଘରୁ ପ୍ରତିବନ୍ଧିତ ଔଷଧ୍ୟ ଜବତ ହୋଇଛି । ଯାହାକି NDPS ଆଇନରେ ଆସୁଛି । ଏହାକୁ ନେଇ ତାଙ୍କ ପାର୍ଟନରଙ୍କୁ ମଧ୍ୟ ପଚରାଉଚରା କରାଯିବ ।

Arjun Rampals Residence At Bandra Being Raided By NCB

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡ୍ ଡ୍ରଗ୍ସ କନେକ୍ସନ୍ ସାମ୍ନାକୁ ଆସିଥିଲା । ଏହାପରେ ଏନସିବି ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ଡ୍ରଗ୍ସ ଲିଙ୍କ୍ ଉପରୁ ପରଦା ହଟାଉଛି । ଗତମାସରେ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗ୍ରାବିଏଲାଙ୍କ ଭାଇ ଏଗିସିଆଲୋସ୍ ଡେମେଟ୍ରିଆଡିଜଙ୍କୁ ଡ୍ରଗ୍ସ ମାମଲାରେ ଏନସିବି ଗିରଫ କରିଥିଲା ।

Arjun Rampals Residence At Bandra Being Raided By NCB

ଏଗିସିଆଲୋସ୍ ଡେମେଟ୍ରିଆଡିଜଙ୍କ ନିକଟରୁ ହଶିଶ ଓ ଆଲପ୍ରାଜୋଲାମ୍ ଟାବଲେଟ ମିଳିଥିଲା । ଏହି ୨ଟି ଟାବଲେଟ୍ ନାର୍କୋଟିକ୍ସ ଯୋଗୁଁ ପ୍ରତିବନ୍ଧିତ ଅଟେ । ଏଗିସିଆଲୋସଙ୍କ ସମ୍ପର୍କ ଓମେଗା ଗଡୱିନ୍ ନାମଙ୍କ ବ୍ୟକ୍ତି ସହ ଥିବା କୁହାଯାଉଛି । ଯିଏକି ପୂର୍ବରୁ ମୁମ୍ବାଇକୁ କୋକିନ୍ ସପ୍ଲାଏ ପାଇଁ ଗିରଫ ହୋଇଛି । ଓମେଗା ଗଡୱିନ୍ ନାମ ଆସିବା ପରେ ଏଗିସିଆଲୋସ୍ ଡେମେଟ୍ରିଆଡିଜଙ୍କୁ ଗିରଫ କରାଯାଇଥିଲା ।

ଫିରୋଜ ନାଡିୟାଡୱାଲଙ୍କ ଘରେ ରେଡ୍

ରବିବାର ଏନସିବି ବଲିଉଡ୍ ପ୍ରଯୋଜକ ଫିରୋଜ ନାଡିୟାଡୱାଲାଙ୍କ ଘରେ ଚଢ଼ାଉ କରିଥିଲା । କୁହାଯାଉଛି ଫିରୋଜଙ୍କ ଘରୁ ମଧ୍ୟ ଏନସିବି କିଛି ଡ୍ରଗ୍ସ ଜବତ କରିଛି । ତେବେ, ଏନସିବି ରେଡ୍ ବେଳେ ଫିରୋଜ ଘରେ ଉପସ୍ଥିତ ନଥିଲେ ।

Arjun Rampals Residence At Bandra Being Raided By NCB Riya

ସୂଚନାଯୋଗ୍ୟ, ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀ ସମେତ ପ୍ରାୟ ୨୩ ଜଣ ଗିରଫ ହେଲେଣି । ରିୟାଙ୍କୁ ଅକ୍ଚୋବର ଜାମିନ୍ ମିଳିଥିଲା । ସେ ବିଚାର ବିଭାଗୀୟ ହାଜତରେ ୨୮ ଦିନ ରହିଥିଲେ । ରିୟାଙ୍କ ପୂର୍ବରୁ ଏନସିବି ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା । ସେ ଏବେବି ବିଚାର ବିଭାଗୀୟ ହାଜତରେ ଥିବାବେଳେ ତାଙ୍କ ଜାମିନ୍ ଆବେଦନ ଖାରଜ ହୋଇ ଯାଇଛି ।

ଦ୍ୱିତୀୟ ଥର ଭିଜିଲାନ୍ସ ହାତରେ ଧରା ପଡ଼ିଲେ DRDA କନିଷ୍ଠ ଯନ୍ତ୍ରୀ, ବିଲ କରାଇଦେବା ପାଇଁ ନେଉଥିଲେ ୧୬ ହଜାର ଟଙ୍କା

ଢ଼େଙ୍କାନାଳ: ତାକୁ ଯେତେ ମାଠିବୁ ମାଠେ ସେ ସେଇ ଦରପୋଡ଼ା କାଠେ । ବାରମ୍ବାର ଧରାପଡ଼ିଲେ ମଧ୍ୟ ସୁଧୁରନାହାନ୍ତିଁ ସରକାରୀ କର୍ମଚାରୀ । ନିରିହ ଲୋକଙ୍କ ଠାରୁ ଲୁଟି ଚାଲିଛନ୍ତି ଅର୍ଥ । କାମ କରାଇଦେବା କହି ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏନେଇ ତାଙ୍କ ନାମରେ ଅଭିଯୋଗ ହେଉଛି । ଭିଜିଲାନ୍ସ ଏମାନଙ୍କୁ ଗିରଫ ମଧ୍ୟ କରୁଛି । କିନ୍ତୁ ସୁଧୁରୁ ନାହାନ୍ତି ଏମାନେ । ଯେମିତି ବିଲେଇ ଆମିଷ ଖାଇବା ଛାଡ଼େନାହିଁ ଠିକ୍‌ ସେମିତି ଏମାନେ ମଧ୍ୟ ଲାଞ୍ଚ ନେବା ଛାଡ଼ନ୍ତି ନାହିଁ ।

ଆମେ କହୁଛୁ DRDAର କନିଷ୍ଠ ଯନ୍ତ୍ରୀଙ୍କ କଥା । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ପୁଣି ଥରେ ଧରା ପଡ଼ିଛନ୍ତି ଢ଼େଙ୍କାନାଳର  DRDA କନିଷ୍ଠ ଯନ୍ତ୍ରୀ ବିପିନ ଦାସ । ଠିକାଦାରଙ୍କ ବିଲ କରାଇ ଦେବା ପାଇଁ ୧୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ହାତରେ ଧରା ପଡ଼ିଛନ୍ତି । ତେବେ ପୂର୍ବରୁ ବିପିନ ସଦର ବ୍ଲକ ରେ କାର୍ଯ୍ୟରତ ଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡ଼ିଥିଲେ । ଏହା ହେଉଛି ଦ୍ୱିତୀୟ ଥର ଯେଉଁଥିରେ ତାଙ୍କୁ ଭିଜିଲାନ୍ସ ପୁଣିଥରେ ଧରିଛି । ବିପିନଙ୍କୁ ଜେରା କରୁଛି ଢେଙ୍କାନାଳ ଭିଜିଲାନ୍ସ ବିଭାଗର ଟିମ ।

ଲଦାଖ ପରେ ଅରୁଣାଚଳରେ ଚୀନର ନୂଆ ଚାଲ, ଭାରତ ପାଇଁ ବଢ଼ିବ ଅଡ଼ୁଆ

ନୂଆଦିଲ୍ଲୀ: ଭାରତକୁ ହଇରାଣ କରୁଛି ପଡ଼ୋଶୀ ଚୀନ । କୌଣସି ନା କୌଣସି ପ୍ରକାରେ ଚୀନ ଗତ ୯ରୁ ୧୦ ମାସ ହେଲା ଭାରତକୁ ହଇରାଣ, ହରକତ କରିବାରେ ଲାଗିଛି । ଲଦାଖରେ ସୀମା ବିବାଦକୁ ନେଇ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ନିନ୍ଦିତ ହେବା ପରେ ଚୀନ ଏବେ ନୂଆ ଯୋଜନା କରୁଛି । ଯାହାଦ୍ୱାରା ଭାରତର ଲୋକ ଓ ସରକାର ବ୍ୟତିବ୍ୟସ୍ତ ହେବେ । ଚୀନ ଲଗାତାର ଭାରତୀୟ ସୀମା ନିକଟରେ ସଡ଼କ, ରେଳ ଓ ବିମାନବନ୍ଦର ବଢ଼ାଉଛି । ଏବେ ପୁଣି ଚୀନ ଏକ ନୂଆ ଚାଲ୍ କରିବାକୁ ଯାଉଛି । ଯାହାକୁ ନେଇ ପୁଣି ଉତ୍ତେଜନା ବଢ଼ିବା ଆଶଙ୍କା କରାଯାଉଛି ।

China To Build New Dam On Brahmaputra River Can Rise India Tension

ଚୀନ୍ ବ୍ରହ୍ମପୁତ୍ର ନଦୀ ଉପରେ ଏକ ନୂଆ ବନ୍ଧ ନିର୍ମାଣ କରିବାକୁ ଯାଉଛି । ଏହି ବନ୍ଧ ନିର୍ମାଣ ହେଲେ ଅରୁଣାଚଳ ପ୍ରଦେଶ ସମେତ ଆଖପାଖରେ ଥିବା ରାଜ୍ୟ ସମସ୍ୟାର ସମ୍ମୁଖୀନ ହେବେ । କାରଣ ଚୀନ୍ ନିର୍ମାଣ କରିବାକୁ ଯାଉଥିବା ଏହି ବନ୍ଧ ଭାରତୀୟ ସୀମାର ଖୁବ୍ ନିକଟରେ । ଯେଉଁ ଅଞ୍ଚଳରେ ବନ୍ଧ ନିର୍ମାଣ ହେବ ଏହା ବ୍ରହ୍ମପୁତ୍ର ନଦୀର ତଳିଆ ଅଞ୍ଚଳ । ଅର୍ଥାତ୍ ଏଠାରେ ପାଣି ଖୁବ୍ ଜୋରରେ ବୁହେ । ଏହା ବି କୁହାଯାଉଛି ନିର୍ମାଣ ହେବାକୁ ଥିବା ବନ୍ଧ ଚୀନର ସବୁଛୁ ବଡ଼ ଥ୍ରୀ ଜାଞ୍ଚ ଡ୍ୟାମ ଭଳି ହେବ । ଏହାର ଉଚ୍ଚତା ପାଖାପାଖି ୧୮୧ ମିଟର ଓ ଲମ୍ବା ପ୍ରାୟ ୨.୩୩ କିଲୋମିଟର ରହିବ ।

China To Build New Dam On Brahmaputra River Can Rise India Tension

ଚୀନ କେବଳ ଏହି ବନ୍ଧ ନିର୍ମାଣ କରିବା କଥା କହିଛି । ଏବେ ଯାଏଁ ବନ୍ଧ ନିର୍ମାଣର ବଜେଟ ନେଇ କୌଣସି ଖୁଲାସା ହୋଇନାହିଁ । ଅରୁଣାଚଳ ପ୍ରଦେଶ ସୀମାକୁ ନେଇ ଚୀନ ପୂର୍ବରୁ ଭାରତ ସହ ବିବାଦ କରି ଆସୁଛି । ଏପରିକି ଚୀନ ଅରୁଣାଚଳକୁ ଭାରତର ରାଜ୍ୟ ମାନୁନାହିଁ । ବିଶେଷଜ୍ଞଙ୍କ ମାନିବା ଅନୁସାରେ ଚୀନ ଏହି ବନ୍ଧକୁ ରଣନୈତିକ ଉପାୟରେ ବି ବ୍ୟବହାର କରିପାରେ ।

China To Build New Dam On Brahmaputra River Can Rise India Tension

ଚୀନ ସରକାର ବ୍ରହ୍ମପୁତ ନଦୀ ଯାହାକୁ ସେଠାରେ ୟାରଲଙ୍ଗ ସାଙ୍ଗପୋ କହନ୍ତି । ସେଠାରେ ୧୧ ହାଇଡ୍ରୋଇଲେକ୍ଟ୍ରିକ୍ ପ୍ରୋଜେକ୍ଟ ତିଆରି କରି ସାରିଛି । ଏହି ବନ୍ଧ ଓ ପ୍ରକଳ୍ପ ଦ୍ୱାରା ବ୍ରହ୍ମପୁତ୍ର ନଦୀର ଜଳଧାରାରେ ଅସ୍ୱାଭାବିକ ପରିବର୍ତ୍ତନ ଆସିବ । ଚୀନ ଯେବେ ମନେ କରେ ତ ବନ୍ଧର ଗେଟ୍ ଖୋଲିଦିଏ ଆଉ ଯେବେ ମନ ହୁଏ ତ ଗେଟ୍ ବନ୍ଦ କରିଦିଏ । ବର୍ଷା ଦିନରେ ଏହା ଦ୍ୱାରା ଅତ୍ୟଧିକ କ୍ଷତି ସହେ ଭାରତର ଉତ୍ତର-ପୂର୍ବ ରାଜ୍ୟ । ଅରୁଣାଚଳ ପ୍ରଦେଶ, ଆସାମ ସମେତ କେତେକ ରାଜ୍ୟ ବନ୍ୟାରେ ବୁଡ଼ିଯାଏ ।

China To Build New Dam On Brahmaputra River Can Rise India Tension

ସୂଚନାଯୋଗ୍ୟ, ୟାରଲଙ୍ଗ ସାଙ୍ଗପୋ ଅର୍ଥାତ୍ ବ୍ରହ୍ମପୁତ୍ର ନଦୀର ଉତ୍ପତ୍ତି ସ୍ଥଳ ହେଉଛି ଚୀନ । ଏହା ତିବ୍ବତ ହୋଇ ଅରୁଣାଚଳ ପ୍ରଦେଶ ରାସ୍ତା ଦେଇ ଭାରତ ଆସିଛି । ଏହା ପରେ ବ୍ରହ୍ମପୁତ୍ର ଆସାମ ଦେଇ ବାଂଲାଦେଶ ବହି ଯାଇଛି । ଚୀନର ଅଧିକାଂଶ ହାଇଡ୍ରୋଇଲେକ୍ଟ୍ରିକ୍ ପ୍ରକଳ୍ପ ତିବ୍ବତ ଅଞ୍ଚଳରେ ରହିଛି । ଚୀନ୍ ବ୍ରହ୍ମପୁତ୍ର ନଦୀର ଜଳଧାରାକୁ ନିୟନ୍ତ୍ରଣ କରି ଭାରତର ଉତ୍ତର-ପୂର୍ବ ରାଜ୍ୟର ଚିନ୍ତା ବଢ଼ାଇବା ସହ ନିଜର ଶୁଖିଲା ଅଞ୍ଚଳରେ ଜଳସେଚନ କରୁଛି ।

China To Build New Dam On Brahmaputra River Can Rise India Tension

ଚୀନର ଅଞ୍ଚଳରେ ଆସୁଥିବା ବ୍ରହ୍ମପୁତ୍ର ନଦୀ ଉପରେ ୧୧ଟି ବିଦ୍ୟୁତ୍ ପ୍ରକଳ୍ପରୁ ସବୁଠୁ ବଡ଼ ପ୍ରକଳ୍ପ ଜାଙ୍ଗମୁରେ ଅଛି । ଏହା ୨୦୧୫ରେ ଆରମ୍ଭ ହୋଇଥିଲା । ଏତିକି ନୁହେଁ ତିବ୍ବତରେ ପ୍ରାୟ ୭ଟି ସହରରେ ଚୀନ ହାଇଡ୍ରୋଇଲେକ୍ଟ୍ରିକ୍ ପ୍ରକଳ୍ପ ତିଆରି କରିଛି । ଏହି ୭ଟି ସହର ହେଉଛି ବାୟୁ, ଜିଶି, ଲାଙ୍ଗଟା, ଦାପ୍କା, ଡେମୋ, ନାମ୍ଚା ଓ ମେତୋକ । ଚୀନ ଗତ ୧୦ ବର୍ଷ ଧରି ଲଗାତାର ବ୍ରହ୍ମପୁତ୍ର ନଦୀ ଉପରେ ପାୱାର ପ୍ରୋଜେକ୍ଟ୍ସ ଓ ବନ୍ଧ ନିର୍ମାଣ କରି ଚାଲିଛି ।

ଅପେକ୍ଷା କରିଥିଲେ ପୁଅ ମୃତ୍ୟୁର କେସ ଶୁଣାଣି ପାଇଁ, ହେଲେ ପୁଅ ଡାକିନେଲା ପାଖକୁ

ଗଞ୍ଜାମ: ଅପେକ୍ଷା କରିଥିଲେ ନିଜ ପୁଅ ମୃତ୍ୟୁର କେସ ଶୁଣାଣି ପାଇଁ । ହେଲେ ଶୁଣାଣି ପୂର୍ବରୁ ଉପରୁ ଆସିଲା ଡ଼ାକରା । ଏମିତି ଡ଼ାକରା ଯାହା ସବୁଦିନ ପାଇଁ ଆରପାରିକୁ ନେଇଯାଏ । ‘ମୃତ୍ୟୁ’ କେତେବେଳେ ଆଉ କେମିତି ଆସେ ତାହା ସମସ୍ତଙ୍କୁ ଅଜଣା । ଆସେ ଆଉ ନେଇଯାଏ ଚିରଦିନ ପାଇଁ । ଏମିତି ଏକ ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ବ୍ରହ୍ମପୁର କୋର୍ଟ ପରିସରରେ ଘଟିଛି ଅଭାବନୀୟ ଘଟଣା । ମୃତ୍ୟୁ କିପରି ହଟାତ ଆସେ ତାହା ଦେଖିବାକୁ ମିଳିଛି । କୋର୍ଟ ବାହାରେ ବସିଥିବା ବେଳେ ହଠତ ମୃତ୍ୟୁ ହୋଇଛି । ମୃତକ ହେଛନ୍ତି ଖଜୁରୀଆ ଗ୍ରାମର ସୁକୁରୁ ନାୟକ ।

ସୂଚନା ଅନୁଯାୟୀ, ସୁକୁରୁ ନାୟକ ନିଜ ପୁଅର ଦୁର୍ଘଟଣା ଜନିତ ମୃତ୍ୟୁ ର ଶୁଣାଣି ପାଇଁ କୋର୍ଟ ଆସିଥିଲେ । ଶୁକୁରୁଙ୍କ ବୟସ ୭୦ ବର୍ଷ ହୋଇଥିବା ବେଳେ ସେ ଆଜି ତାଙ୍କ ପତ୍ନୀଙ୍କ ସହ ମିଶି ଗଞ୍ଜାମ ଓକିଲ ସଂଘର ଜଣେ ଆଇନଜୀବିଙ୍କୁ ଭେଟିବାକୁ କୋର୍ଟକୁ ଆସିଥିଲେ । ଆଇନଜୀବୀଙ୍କୁ ଅପେକ୍ଷା କରି କୋର୍ଟ ପରିସରରେ ଥିବା ବର ଗଛ ମୂଳେ ବସିଥିଲେ । ଏହି ସମୟରେ ହଟାତ ପତ୍ନୀଙ୍କ ନିକଟରେହିଁ ଟଳି ପଡ଼ିଥିଲେ । ଯାହାପରେ ଘଟଣା ସ୍ଥଳରେହିଁ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ୧୦୮ ଆମ୍ବୁଲାନ୍ସରେ ମୃତ ସୁକୁରୁଙ୍କୁ ବଡ଼ ମେଡିକାଲ ନିଆଯିବା ପରେ ହୃଦଘାତ ରେ ଶୁକୁରୁଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।