spot_img
Home Blog Page 6461

୩ ଘଣ୍ଟା ପରେ ପାଣିର ପଥର ସନ୍ଧିରୁ ଉଦ୍ଧାର ହେଲା ୫ ବର୍ଷର ଶିଶୁ

ବୌଦ୍ଧ: ପାଣିରେ ପଥର ଫାସ । ଫସିଛି ୫ ବର୍ଷର ଶିଶୁ । ପ୍ରାୟ ୩ ଘଣ୍ଟା ହେଲା ପାଣି ଓ ପଥର ଭିତରେ ଝୁଲୁଛି ଜୀବନ । ଫସି ରହିଛି ୫ ବର୍ଷର ବାଳକ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ବୁରୁବୁଡ଼ା ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି । ଗାଧୋଇବାକୁ ଯାଇ ଥିବା ବେଳେ ପିଲାଟି ପଥର ଫାଙ୍କରେ ଫସି ଯାଇଥିଲା ।

ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଟିମ୍, ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିଲେ । ପ୍ରାୟ ଅଢ଼େଇ ଘଣ୍ଟାର ରେସ୍କ୍ୟୁ ଅପରେସନ୍ ପରେ ସଫଳତା ମିଳିଛି । ପଥର ଫାଙ୍କରୁ ପିଲାଟିକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ପିଲାଟି ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ପଥର ଫାଙ୍କରେ ଫସି ଯାଇଥିଲା ।

ପରେ ସାଙ୍ଗମାନେ ଏନେଇ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ । ଆରମ୍ଭ ହୋଇଥିଲା ଅପରେସନ୍ ବେବି । ପ୍ରାୟ ୩ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଲକ୍ଷ୍ମୀ ନଦୀରୁ ପିଲାଟିକୁ ଉଦ୍ଧାର କରାଯାଇଛି । ପିଲାଟି ବେକେ ପାଣିରେ ପଥର ଫାଙ୍କରେ ଫସିଥିବାରୁ ନଦୀ ଉପର ମୁଣ୍ଡରୁ ଆସୁଥିବା ପାଣିକୁ ବନ୍ଦ ପାଇଁ ଏକ ବନ୍ଧ ବନ୍ଧାଯାଇଥିଲା । ଏଥିସହ ଉପର ମୁଣ୍ଡରେ ଥିବା ଡ୍ୟାମ୍ ଗେଟ୍ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।

https://www.facebook.com/NandighoshaTV/videos/708656743018786/

LPG ସିଲିଣ୍ଡର ଉପରେ ଏହି ମାସରେ ବି ମିଳିବନି ସବସିଡି, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ଚଳିତ ସେପ୍ଟେମ୍ବର ମାସରେ ଘରୋଇ ଗ୍ୟାସ୍ ଉପରେ ସରକାର ସବସିଡି ଦେବେ ନାହିଁ । ତେବେ କଣ ଆପଣ ବିଗତ ୪ ମାସ ଧରି ଧ୍ୟାନ ରଖିଛନ୍ତି କି ଆପଣଙ୍କ ଆକାଉଣ୍ଟକୁ ସବସିଡି ଟଙ୍କା ଆସୁନାହିଁ । ସରକାର ମେ ମାସରୁ ଆପଣଙ୍କୁ ମିଳୁଥିବା ସବସିଡିକୁ ବନ୍ଦ କରି ଦେଇଛନ୍ତି । ତେବେ, କାହିଁକି ଏହି ସବସିଡି ବନ୍ଦ କରି ଦେଇଛନ୍ତି ସରକାର ? ଏହାର ବଡ଼ କାରଣ ହେଉଛି ଅନ୍ତର୍ଜାତୀୟ ବଜାରରେ ଏପ୍ରିଲ ମାସରେ ଏଲପିଜି ଦାମ ହ୍ରାସ ପାଇଥିଲା । ପରେ ମେରେ ଘରୋଇ ସିଲିଣ୍ଡର ଦାମ ବଜାରରେ ୧୨୬.୫୦ ଟଙ୍କା ହ୍ରାସ ପାଇଁ ୫୮୧.୫୦ ଟଙ୍କା ହୋଇଥିଲା । ଯେଉଁଥିରେ ସବସିଡି ଓ ବିନା ସବସିଡି ଗ୍ୟାସ୍ ମୂଲ୍ୟ ସମାନ ହୋଇ ଯାଇଥିଲା । ସେପ୍ଟେମ୍ବରରେ ମଧ୍ୟ ଘରୋଇ ଗ୍ୟାସ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

କେନ୍ଦ୍ର ସରକାର ମେ ମାସରେ ଘରୋଇ ଏଲପିଜି ସିଲିଣ୍ଡର ଦାମ ପରିବର୍ତ୍ତନ ବେଳେ ଗ୍ୟାସ୍ ସବସିଡି ବନ୍ଦ ପାଇଁ ନିଷ୍ପତ୍ତି ନେଇଥିଲେ । ଯାହାପରେ ମେ, ଜୁନ୍ ଓ ଜୁଲାଇରେ ଗ୍ୟାସ୍ ନେଇଥିବା ଗ୍ରାହକଙ୍କୁ ସବସିଡି ଅର୍ଥ ଟ୍ରାନ୍ସଫ କରାଯାଇ ନଥିଲା । ଗ୍ୟାସ ସିଲିଣ୍ଡରର ବଜାର ମୂଲ୍ୟ ଓ ବିନା ସବସିଡିରେ ମିଳୁଥିବା ସିଲଣ୍ଡର ଦାମ ବହୁତ କମ୍ ହୋଇଯାଇଛି ।

କଣ ପଡ଼ିବ ପ୍ରଭାବ ?

ରସୋଇ ଗ୍ୟାସ୍ ଉପରେ ମିଳୁଥିବା ସବସିଡି ଅର୍ଥ ବିଗତ ବର୍ଷେ ହେଲା କମି କମି ଆସୁଛି । ଏଥିପାଇଁ ସବସିଡି ଯୁକ୍ତ ସିଲିଣ୍ଡର ୧୦୦ ଟଙ୍କା ଅଧିକ ହୋଇଯାଇଛି । ଏହା ସହିତ ଏଥିରେ ମିଳୁଥିବା ସବସିଡି ମଧ୍ୟ ମିଳୁନି । ଦେଶର ରାଜଧାନୀ ଦିଲ୍ଲୀରେ ଗତବର୍ଷ ଜୁଲାଇରେ ୧୪.୨ କିଲୋଗ୍ରାମ ରୋଷେଇ ଗ୍ୟାସ ବଜାର ମୂଲ୍ୟ ୬୩୭ ଟଙ୍କା ଥିଲା । ଯାହା ଏବେ ହ୍ରାସ ପାଇ ୫୯୪ ଟଙ୍କା ରହିଛି ।

ନୂଆଦିଲ୍ଲୀ: କେଜରିଓ୍ୱାଲଙ୍କ ପ୍ରସ୍ତାବକୁ ମିଳିଲା ଅନୁମତି, ୭ ସେପ୍ଟେମ୍ବରକୁ ଆରମ୍ଭ ହେବ ମେଟ୍ରୋ ସେବା

ନୂଆଦିଲ୍ଲୀ: ୭ ସେପ୍ଟେମ୍ବରକୁ ଆରମ୍ଭ ହୋଇପାରେ ଦିଲ୍ଲୀ ମେଟ୍ରୋ । ସୂଚନାନୁଯାୟୀ ଉପରାଜ୍ୟପାଳ ଅନିଲ ବୈଜଲ କେଜରିଓ୍ୱାଲ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ଏହାର ଅର୍ଥ ଦିଲ୍ଲୀରେ ମେଟ୍ରୋ ଚଳାଚଳକୁ ଅନୁମତି ମିଳି ସାରିଛି । ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟିର ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ଖବର ଅନୁଯାୟୀ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନଲକ ୪.୦ରେ ମେଟ୍ରୋ ଚଳାଚଳକୁ ସବୁଜ ସଙ୍କେତ ମିଳିବା ପରେ ଯେଉଁ ଷ୍ଟେସନରୁ ଉକ୍ତ ସେବା ଆରମ୍ଭ ହେବ ତାହାକୁ ନେଇ ସୂଚୀ ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି ଦିଲ୍ଲୀ ସରକାର । ଖୁବଶୀଘ୍ର ଏହାକୁ ସାର୍ବଜନୀନ କରାଯିବ ବୋଲି ମଧ୍ୟ ସେ ଜଣାଇଛନ୍ତି ।

କରୋନା ମହାମାରୀ କାରଣରୁ ଗତ ୫ ମାସରୁ ଅଧିକ ସମୟ ଏହି ସେବା ବନ୍ଦ ରହିଥିବା ହେତୁ, ଦିଲ୍ଲୀ ମେଟ୍ରୋ ରେଳ ସେବା ୭ ସେପ୍ଟେମ୍ବରକୁ ଆରମ୍ଭ ହେବାକୁ ନେଇ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଛି । ସୂଚନାଯୋଗ୍ୟ ଦିଲ୍ଲୀ ମେଟ୍ରୋ ସେବା ୨୨ ମାର୍ଚ୍ଚରୁ ବନ୍ଦ ରହିଛି । ସାମାଜିକ ଦୂରତାକୁ ନଜରରେ ରଖି ଉକ୍ତ ସେବା ଆରମ୍ଭ ହୋଇପାରେ ।

Sushant Singh Rajput Case: ଡ୍ରଗ୍ସ ବେପାରୀଙ୍କ ସହିତ ରହିଛି ରିୟାଙ୍କ ଭାଇ ସୌବିକଙ୍କ କନେକ୍ସନ

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତ ଜାରି ରଖିଛି ସିବିଆଇ । ଗୋଟିଏ ପକ୍ଷରେ ରିୟାଙ୍କୁ ପଚରାଉଚରା କରାଯାଉଥିବା ସମୟରେ ଅନ୍ୟ ପକ୍ଷରେ ଗତକାଲି ତାଙ୍କ ବାପା ମାଆଙ୍କୁ ଡିଆରଡିଓ ଗେଷ୍ଟ ହାଉସ ଡକା ଯାଇଥିଲା ଓ ଆଜି ମଧ୍ୟ ପଚରାଉଚରା ପାଇଁ ଡାକିଛି ସିବିଆଇ । କେବଳ ସେତିକି ନୁହେଁ ରିୟାଙ୍କ ଭାଇ ସୌବିକ  ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡା ଏବଂ ନିରଜଙ୍କୁ ମଧ୍ୟ ସାମ୍ନା ସାମ୍ନି ବସାଇ ପଚରାଉଚରା କରିଛି ସିବିଆଇ । ରିୟା ଏବଂ ସୌଭିକଙ୍କ ଡ୍ରଗ୍ସ କାରବାରରେ ସମ୍ପର୍କ ଥିବା ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ଏବେ ସୌଭିକ ଏବଂ ସାମୁଏଲ ମିରାଣ୍ଡାକୁ ନେଇ ଡ୍ରଗ୍ସ କାରବାର ଘଟଣାରେ ବଡ଼ ଖୁଲାସା ହୋଇଛି । ରିୟା ସୁଶାନ୍ତଙ୍କ ଟଙ୍କା ନେବାକୁ ନେଇ ପଚରାଉଚରା ହେଉଛି । କିନ୍ତୁ ଏହି ମଧ୍ୟରେ ଏନସିବିକୁ ମିଳିଛି ବଡ଼ ସୁରାକ୍ ।

ମୁମ୍ବାଇର ବାନ୍ଦ୍ରା ସ୍ଥିତ ଡ୍ରଗ୍ସ ପ୍ୟାଡଲର ଜେଦକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ପ୍ୟାଡଲର ବସିତ ପରିହାରଙ୍କୁ ହେପାଜତଙ୍କୁ ନିଆଯାଇଛି । ପଚରାଉଚରା ସମୟରେ ସୌବିକ ଡ୍ରଗ୍ସ କାରବାର କରୁଥିବା କଥାର ଖୁଲାସା କରିଛନ୍ତି ଏହି ପ୍ୟାଡଲର । ଏହା ସହିତ ଡ୍ରଗ୍ ପ୍ୟାଡଲର ଜେଦକୁ ୧୦ ଲକ୍ଷ ଦେଇଦେବା ପାଇଁ ସୌବିକ କହିଥିଲେ ।

ଇଡି ଗତ ମଙ୍ଗଳବାରକୁ ରିୟାଙ୍କ ବନ୍ଧୁ ଋଷଭ ଠକ୍କରଙ୍କୁ ୮ ଘଣ୍ଟା ପଚରାଉଚରା କରିଛି । ସୂଚନା ମୁତାବକ ରିୟା ଏବଂ ଋଷଭଙ୍କ ମଧ୍ୟରେ ଡ୍ରଗ୍ସକୁ ନେଇ ହ୍ୱାଟ୍ସାଆପରେ ଚ୍ୟାଟିଂ ହୋଇଥିଲା ।

ଜମିଜମା ସମସ୍ୟାର ସମାଧାନ ପାଇଁ ସ୍ଥାପନ ହେଲା ଓଡ଼ିଶା ରିଅଲ ଇଷ୍ଟେଟ୍‌ ଆପିଲେଟ୍‌ ଟ୍ରିବ୍ୟୁନାଲ

ଭୁବନେଶ୍ୱର: ସଂକ୍ରନ୍ତୀୟ ସମସ୍ୟା ଏକ ବିରାଟ ସମସ୍ୟା ଭାବରେ ମୁଣ୍ଡ ଟେକିଥାଏ । ଯାହାର ସମାଧାନ ପାଇଁ ଦୀର୍ଘଦିନ ସମୟ ଲାଗିଯାଏ । ଜମାଜମାକୁ ନେଇ ବିଭିନ୍ନ ସମୟରେ ଆପତ୍ତି ଓ ଅଭିଯୋଗ ଦେଖିବାକୁ ମିଳେ । ଏହା ଘରୋଇ ହେଉ ବା ସରକାରୀ ।

ସମସ୍ତ ସମସ୍ୟାର ସମାଧାନ ପାଇଁ ରାଜ୍ୟରେ ସ୍ଥାପନ ହେଲା ଓଡିଶା  Odisha Real Estate Appellate Tribunal  । ଏହା ଜରିଆରେ  ଦୀର୍ଘଦିନ ଧରି ପଡି ରହୁଥିବା ମାମଲାର ହେବ ତ୍ୱରିତ ଶୁଣାଣି ଆଉ ସମାଧାନ । ନିୟନ୍ତ୍ରଣରେ ରହିବେ ଉଭୟ ସରକାରୀ ସଂସ୍ଥା ଓ ଘରୋଇ ବିଲଡର । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗଠିତ ହୋଇଛି ‘‘ଓରିଏଟ୍’’ ବା ଓଡିଶା ରିଅଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲ । ଫଳରେ ଏଣିକି ରାଜ୍ୟର ସମସ୍ତ ରିଅଲ ଇଷ୍ଟେଟ୍ ସମ୍ପର୍କିତ ଆପତ୍ତି ଓ ଅଭିଯୋଗର ତ୍ୱରିତ ବିଚାର ହେବ ।

। ଭୁବନେଶ୍ୱରର ଫର୍ଚୁନ୍ ଟାୱାର ସ୍ଥିତ ଅସ୍ଥାୟୀ କାର୍ଯ୍ୟାଳୟରେ କାର୍ଯ୍ୟକ୍ଷମ ହେବ ଓରିଏଟ୍ । ରିଅଲ ଇଷ୍ଟେଟ୍ ଆଇନ ୨୦୧୬ ଓ ଓଡିଶା ରିଅଲ ଇଷ୍ଟେଟ୍ ନିୟମ ୨୦୧୭ ଆଧାରରେ ଗଠିତ ହୋଇଛି ଏହି ଆପିଲେଟ୍ ଟ୍ରିବ୍ୟୁନାଲ ଓରିଏଟ୍ । ବର୍ତ୍ତମାନ କରୋନା ଯୋଗୁଁ ଭିଡିଓ କନଫରେନ୍ସିଂ ଜରିଆରେ ଟ୍ରିବ୍ୟୁନାଲରେ ହେବ ଶୁଣାଣି । ଏଥିରେ କ୍ଷତିଗ୍ରସ୍ତ ବ୍ୟକ୍ତିଗତ ମଧ୍ୟ ନିଜର ଆପତ୍ତି ଓ ଅଭିଯୋଗ କରିପାରିବେ । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ମହକିଲଙ୍କ ସହ ଓକିଲ ଏପରିକି ବିଲଡରମାନେ ମଧ୍ୟ ସ୍ୱାଗତ କରିଛନ୍ତି ।

ଏହା ମାଧ୍ୟମରେ ଲୋକଙ୍କ କାମ ଅଧିକ ସରଳ ହୋଇଯିବ । ଯେଉଁଥିରେ ଗୁରୁତ୍ୱପୂର୍ଣ୍ଣ କାମ ନଥିଲେ ଅଫିସ ଆସିବାକୁ ପଡ଼ିବ ନାହିଁ । ମାମଲାର ଶୁଣାଣି ପାଇଁ ମାମଲା ନମ୍ବର,ଓକିଲଙ୍କ ନାମ, ଇମେଲ-ଆଇଡି,ମୋବାଇଲ ନମ୍ବର ଏବଂ ହ୍ୱାଟ୍ସାଆପ ନମ୍ବର ଶେୟାର କରିବାକୁ ଅନୁରୋଧ କରିଛନ୍ତି ରେଜିଷ୍ଟ୍ରାର । ଏହା ଦ୍ୱାରା ନିଜର ସମସ୍ତ କାଗଜପତ୍ର ପୈଠ କରି ଅତି ସହଜରେ ସମସ୍ୟାର ସମାଧାନ କରିହେବ ।

ସ୍କୁଟିକୁ ଧକ୍କା ଦେଲା ବସ, ଘଟଣା ସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଜାତୀୟ ରାଜପଥ ହଳଦିଆଗଡ଼ା ନିକଟରେ ସ୍କୁଟିକୁ ଧକ୍କା ଦେଲା ବସ୍ । ଦୁର୍ଘଟଣାରେ ସ୍କୁଟି ଚାଳକ ମୃତ । ଉତ୍ତେଜିତ ଲୋକେ ଜାଳିଦେଲେ ବସ୍‌ । ସୂଚନା ଅନୁସାରେ ବସ୍‌ଟି ସ୍କୁଟିକୁ ଧକ୍କା ଦେବା ପରେ ଘଟଣାସ୍ଥଳରେ ହିଁ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିଲା । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍କୁଟି ଚାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜିତ ଲୋକମାନେ ବସ୍‌ରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଥିଲେ । ମୃତକ ଜଣକ ମାର୍ଶାଘାଇ ଥାନା ହଳଦିଆଗଡ଼ା ଗାଁର ବିକାଶ ନାୟକ ବୋଲି ଜଣାପଡ଼ିଛି ।

ବିକାଶ ପରିବା କିଣିବା ପାଇଁ ହଳଦିଆଗଡ଼ା ବଜାରକୁ ଆସୁଥିଲେ । ଏହି ସମୟରେ ବସ୍‌ଟି ରଙ୍ଗ ରୁଟ୍‌ରେ ଆସି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଗୁରୁତର ବିକାଶଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ବସ୍‌ ଡ୍ରାଇଭରଙ୍କ ମନମୁଖି ଯୋଗୁଁ ଜଣେ ବ୍ୟାକ୍ତିଙ୍କ ଜୀବନ ଚାଲିଯାଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି ।  ପାଖାପାଖି ୧୦୦ ମିଟର ପର୍ଯ୍ୟନ୍ତ ବସ୍‌ଟି ରଙ୍ଗ୍‌ ରୁଟ୍‌ରେ ଆସିଥିବା ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି ।

ବସ୍‌ଟି କଲିକତାରୁ ପାରାଦୀପ ଯାଉଥିଲା । ଏହି ସମୟରେ ପାରାଦୀପ ନିକଟରେ ଆଇରନ୍‌ ବୋଘେଇ ଟ୍ରକ୍‌ ଗୁଡ଼ିକର ଭିଡ଼ ଅସମ୍ଭାଳ ଥିଲା । ତେଣୁ ବସ୍‌ଟି ବଡପାଳ ଛକରୁ ରଙ୍ଗ ରୁଟ୍‌ରେ ଯାଇଥିଲା । ଏହି ସମୟରେ ବିପାରିତ ଦିଗରୁ ଆସୁଥିବା ବିକାଶଙ୍କ ସ୍କୁଟିକୁ ଧକ୍କା ଦେଇଥିଲା ବସ୍‌ । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇଯାଇଛନ୍ତି । ବସଟିର ନାମ ଲୋକନାଥ ବୋଲି ଜଣାପଡିଛି ।

https://www.facebook.com/NandighoshaTV/videos/1642794025884171/

ବସ୍‌ଟି ଜଳୁଥିବା ଖବର ପାଇଁ ଅଗ୍ନିଶ୍ରମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ମାର୍ଶାଘାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଖାଲି ସେତିକି ନୁହେଁ ମାର୍ଶାଘାଇ ତହସିଲଦାର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକଙ୍କ ପରିବାରକୁ ରେଡକ୍ରସ ତରଫରୁ ସହାୟତା ଯୋଗାଇ ଦିଆଯିବ ପ୍ରତିଶ୍ରୁତି ଦେଇଛନ୍ତି ।

ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍‌ସ କନେକ୍ସନ ନେଇ ଏନସିବିର ତନାଘନା… ଆଉ ଦୁଇ ଗିରଫ

ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍‌ସ କନେକ୍ସନ ନେଇ ଏନସିବିର ତନାଘନା… ଆଉ ଦୁଇ ଗିରଫ

ରାଜ୍ୟରେ ବଢୁଛି ଟେଷ୍ଟିଂ, ବଢୁଛି ପଜିଟିଭ ସଂଖ୍ୟା… ଦିନକରେ ୩୨ଶହ ୧୯ ନୂଆ ମାମଲା, ୧୧ମୃତ୍ୟୁ

ରାଜ୍ୟରେ ବଢୁଛି ଟେଷ୍ଟିଂ, ବଢୁଛି ପଜିଟିଭ ସଂଖ୍ୟା… ଦିନକରେ ୩୨ଶହ ୧୯ ନୂଆ ମାମଲା, ୧୧ମୃତ୍ୟୁ

ମୌସୁମୀ ଅଧିବେଶନରେ ରହିବ ନାହିଁ ପ୍ରଶ୍ନକାଳ… କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ମୌସୁମୀ ଅଧିବେଶନରେ ରହିବ ନାହିଁ ପ୍ରଶ୍ନକାଳ… କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଏଲଏସିରେ ଭାରତ-ଚୀନ୍ ସୀମା ବିବାଦ… ପେଙ୍ଗୋଙ୍ଗଠାରେ ଉତ୍ତେଜନା ହ୍ରାସ ପାଇଁ ପୁଣି ଦୁଇ ଦେଶ ମଧ୍ୟରେ ବ୍ରିଗେଡର କମାଣ୍ଡରସ୍ତରୀୟ ଆଲୋଚନା

ଏଲଏସିରେ ଭାରତ-ଚୀନ୍ ସୀମା ବିବାଦ… ପେଙ୍ଗୋଙ୍ଗଠାରେ ଉତ୍ତେଜନା ହ୍ରାସ ପାଇଁ ପୁଣି ଦୁଇ ଦେଶ ମଧ୍ୟରେ ବ୍ରିଗେଡର କମାଣ୍ଡରସ୍ତରୀୟ ଆଲୋଚନା