spot_img
Home Blog Page 6460

Drugs Case: ଚଳଚିତ୍ର ନିର୍ମାତା ଫିରୋଜ ନାଡିଆଡୱାଲାଙ୍କ ସ୍ତ୍ରୀଙ୍କୁ ଗିରଫ କଲା NCB

ମୁମ୍ବାଇ: ଚଳଚିତ୍ର ନିର୍ମାତା ଫିରୋଜ ନାଡିଆଡୱାଲାଙ୍କ ସ୍ତ୍ରୀଙ୍କୁ ରବିବାର ଗିରଫ କରାଯାଇଛି । NCB ର ମୁମ୍ବାଇ ଜୋନଲ ଡାଇରେକ୍ଟର ସମୀର ୱାଖେଣ୍ଡେ କହିଛନ୍ତି ଯେ, ତାଙ୍କୁ ଡ୍ରଗ୍ସ ସମ୍ବନ୍ଧିତ ମାମଲାରେ ଗିରଫ କରାଯାଇଛି । ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ ପରେ ଡ୍ରଗ୍ସ ଆଙ୍ଗଲ ସାମ୍ନାକୁ ଆସିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବଲିଉଡ ସହ ଜଡ଼ିତ ଲୋକଙ୍କ ଘରେ ଛାନବିନ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ଫିଲ୍ମ ତାରକା ପରେ ଏବେ ଏନସିବି ବଲିଉଡର ଅନେକ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ଘରେ ରେଡ ମାରିବା ଆରମ୍ଭ କରିଛି । ଶନିବାର ଦିନ ବିଳମ୍ବିତ ରାତିରେ ତଦନ୍ତ ବେଳେ ବଲିଉଡ ପ୍ରଡ୍ୟୁସର ଫିରୋଜ ନାଡିଆଡୱାଲାଙ୍କ ଘରୁ ଏନସିବିର ଟିମକୁ କିଛି ମାତ୍ରାରେ ଡ୍ରଗ୍ସ ମିଳିଛି । ଏହା ପରେ ଏନସିବିର ଟିମ ଏବେ ନାଡିଆଡୱାଲାଙ୍କୁ ସମନ ପଠାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି ।

୭-୮ ନଭେମ୍ବର ରାତିରେ NCB ଅନେକ ଡ୍ରଗ୍ସ ପେଡେଲାରଙ୍କ ଘରେ ରେଡ ମାରୁଥିଲା । ଏହି ମାମଲାରେ ଏଯାବତ NCB ୫ ଡ୍ରଗ ପେଡେଲାରଙ୍କୁ ହେପାଜତକୁ ନେଇ ସାରିଛି । ସୂଚନା ଅନୁଯାୟୀ ଡ୍ରଗ୍ସ ମାମଲାରେ ଧରା ପଡ଼ିଥିବା ପେଡେଲର୍ସଙ୍କ ସହ ପଚରାଉଚରା ବେଳେ ଏହି ପ୍ରଡ୍ୟୁସରଙ୍କ ନାଆ ସାମ୍ନାକୁ ଆସିଥିଲା । ଶନିବାର ଦିନ ସନ୍ଧ୍ୟାରେ NCB ନୂଆ ମୁମ୍ବାଇ ଏବଂ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ରେଡ କରୁଥିଲା, ଯେଉଁଠି ଏଜେନ୍ସିକୁ ବାଣିଜ୍ୟିକ ପରିମାଣର ଗଞ୍ଜେଇ ଏବଂ  MD ମିଳିଥିଲା । ରେଡ ବେଳେ NCB ୪ ଜଣଙ୍କୁ ଧରିଥିଲା, ସେମାନଙ୍କ ସହ ପଚରାଉଚରା ଜାରି ରହିଛି ।

ଜୋ ବାଇଡେନଙ୍କ ବିଜୟକୁ ନେଇ ପାକିସ୍ତାନ ଖୁସି, ଜାଣନ୍ତୁ କଣ କହିଲେ ଇମରାନ୍-ନୱାଜ…

ୱାଶିଂଟନ୍: ଦୁନିଆରେ ଏବେ ଆମେରିକାର ଚର୍ଚ୍ଚା । ଜୋ ବାଇଡେନଙ୍କୁ ବିଜୟୀକୁ ନେଇ ପାକିସ୍ତାନ ବେଶ୍ ଖୁସି ଜଣାପଡ଼ୁଛି । ପ୍ରକୃତରେ, ଟ୍ରମ୍ପ ଆତଙ୍କବାଦକୁ ନେଇ ସର୍ବସାଧାରଣ ମଞ୍ଚରେ ପାକିସ୍ତାନକୁ ଧିକାର କରିଛନ୍ତି । ଏଥିପାଇଁ ବାଇଡେନ୍ ଜିତିବା ପରେ ପାକିସ୍ତାନ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କରେ ସୁଧାର ଆସିବା ନେଇ ସ୍ୱପ୍ନ ଦେଖୁଛି ।

Joe Biden Kamala Harris Win In Elections Imran Nawaz Congratulate Them Look Forward For PAK US Relations

ବାଇଡେନ ଜିତିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଶୁଭେଚ୍ଛା ଜଣାଇ ଆମେରିକା ସହ କାମ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଆଶା କରିଛନ୍ତି- ଗ୍ଲୋବାଲ ସମିଟ ଅନ୍ ଡେମୋକ୍ରାସି ଓ ବେଆଇନ୍ ଟ୍ୟାକ୍ସ ଚୋରି ଶେଷ କରିବା ଓ ଭୁଲ୍ ଉପାୟରେ ଦେଶର ସମ୍ପତ୍ତିର ନେଣଦେଣରେ ସାମିଲ୍ ଥିବା ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମିଶି କାମ କରିବେ । ଆମେ ଆଫଗାନିସ୍ତାନ ଓ ଅନ୍ୟ ଅଞ୍ଚଳରେ ଆମେରିକା ସହ ଶାନ୍ତି ପାଇଁ କାମ ଜାରି ରଖିବୁ ବୋଲି କହିଛନ୍ତି ଇମରାନ ।

ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ମଧ୍ୟ ବାଇଡେନଙ୍କୁ ଜିତିବା ନେଇ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି- ଜୋଇ ବାଇଡେନଙ୍କୁ, ଆମେରିକାର ଲୋକଙ୍କୁ ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା । ଆମେ ଆପଣଙ୍କ ନେତୃତ୍ୱରେ ଆମେରିକା ଓ ପାକିସ୍ତାନ ମଧ୍ୟରେ ଭଲ ସମ୍ପର୍କ ପାଇଁ ଆଂକାକ୍ଷିତ ।

ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ କହିଛନ୍ତି- ଜୋ ବାଇଡେନ ଓ କମଳା ହ୍ୟାରିସଙ୍କୁ ଐତିହାସିକ ଓ ବିପୁଳ ବିଜୟ ପାଇଁ ଶୁଭେଚ୍ଛା । ଏହା ବାସ୍ତବ ବିଜୟ । ଯାହା ଦୁନିଆବ୍ୟାପୀ ଅନୁକୂଳ ଭାବେ ଗ୍ରହଣ କରିବା ଉଚିତ୍ । ଆଶା ଅଛି- ଆମେରିକା-ପାକିସ୍ତାନ ସମ୍ପର୍କ ସୁଧାରିବା ଲାଗି ଆଶାଜନକ ଆରମ୍ଭ ହେବ ।

Joe Biden Kamala Harris Win In Elections Imran Nawaz Congratulate Them Look Forward For PAK US Relations

ଶନିବାର ଆମେରିକା ନିର୍ବାଚନର ଅନ୍ତିମ ଫଳାଫଳ ଆସିଛି । ଜୋ ବାଇଡେନ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ୍ ମଧ୍ୟ ଏହି ନିର୍ବାଚନରେ ଜିତିବା ସହ ଇତିହାସ ସୃଷ୍ଟି କରିଛନ୍ତି । କମଳା ପ୍ରଥମ ମହିଳା ଭାବେ ଆମେରିକାର ଉପରାଷ୍ଟ୍ରପତି ପଦରେ ବସିବେ ।

ଟଙ୍କା ପାଇଁ ବାଜି ଲାଗୁଛି ଜୀବନ, ୬ ମାସରେ ୨୨୦ ଶିଶୁ ଉଦ୍ଧାର

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ବଢୁଛି ଶିଶୁ ଚାଲାଣ । ପ୍ରତି ମାସରେ ୨୦ରୁ ୩୦ ଶିଶୁଙ୍କୁ କେବଳ ରାଜଧାନୀରୁ ଉଦ୍ଧାର କରୁଛି ଚାଇଲ୍ଡ ଲାଇନ । କାମ ଦେବା ବାହାନାରେ ଶିଶୁଙ୍କୁ ଆଣି ନିର୍ଯାତନା ଦେଉଛନ୍ତି ଦଲାଲ । ଖାଲି ଶିଶୁ ଚାଲାଣ ନୁହେଁ ଅନଲକ୍ ଆରମ୍ଭ ହୋଇଥିବାରୁ ଆଗକୁ ଶିଶୁ ଶ୍ରମିକ ପ୍ରଥା ମଧ୍ୟ ଉତ୍କଟ ରୂପ ନେବ ବୋଲି ମତ ପ୍ରକାଶ ପାଇଛି । ଅସହାୟ ଶୈଶବ । ଟଙ୍କା ପାଇଁ ବାଜି ଲାଗୁଛି ଜୀବନ । କାମ ଦେବା ବାହାନାରେ ନିର୍ଯାତନା । ୬ ମାସରେ ୨୨୦ ଶିଶୁ ଉଦ୍ଧାର । ବଢୁଛି ଶିଶୁ ଶ୍ରମିକ ଚିନ୍ତା । କରୋନା ମହାମାରୀ ସମୟରେ ବଢୁଛି ଶିଶୁ ଚାଲାଣ । ପ୍ରତି ମାସରେ ୨୦ରୁ ୩୦ ଶିଶୁଙ୍କୁ କେବଳ ରାଜଧାନୀରୁ ଉଦ୍ଧାର କରୁଛି ଚାଇଲ୍ଡ ଲାଇନ । କାମ ଦେବା ବାହାନାରେ ଶିଶୁଙ୍କୁ ଆଣି ନିର୍ଯାତନା ଦେଉଛନ୍ତି ଦଲାଲ । ଖାଲି ସେତିକି ନୁହେଁ ଅନଲକ ପରେ ଶିଶୁ ଶ୍ରମିକ ମଧ୍ୟ ବଢିଛି । ଖଣ୍ଡଗିରି, ବରମୁଣ୍ଡା ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ, ଇନଫୋସିଟି ଅଞ୍ଚଳରୁ ଶତାଧିକ ଶିଶୁ ଶ୍ରମିକଙ୍କୁ ଠାବ କରାଯାଇଥିବା କହିଛନ୍ତି ଚାଇଲ୍ଡଲାଇନ ମୁଖ୍ୟ।

ସାମାଜିକ କର୍ମୀ ଭୂମିକାରେ ଓଲିଉଡ୍ ସେଲିବ୍ରିଟି ବର୍ଷା: ଗରିବ ଲୋକଙ୍କ ପାଇଁ ସଂଗ୍ରହ କଲେ ବସ୍ତ୍ର

 

ଶିଶୁ ଚାଲାଣ ନୂଆ ନୁହେଁ ବରଂ ଏହା ଆମର ଅଭ୍ୟାସରେ ପଡିଗଲାଣି ବୋଲି କହିଛନ୍ତି ମନସ୍ତତ୍ତ୍ୱବିତ୍ । ଏହାଦ୍ୱାରା ଅନେକ ସମୟରେ ଏହି ଶିଶୁମାନେ ଯୌନ ନିର୍ଯ୍ୟାତନାର ଶିକାର ହେବା ସହ ଅପରାଧ ଜଗତରେ ମଧ୍ୟ ପାଦ ଦେଉଛନ୍ତି । ତେଣୁ ଏ ଦିଗରେ ବ୍ୟାପକ କାଉନସେଲିଂର ଆବଶ୍ୟକତା ଥିବା କହିଛନ୍ତି ମନସ୍ତତ୍ତ୍ୱ ଡାକ୍ତର । ସବୁଠାରୁ ବଡ କଥା ହେଉଛି ଏତେ ସଂଖ୍ୟକ ଶିଶୁ ଉଦ୍ଧାର ହୋଇଥିବା ବେଳେ କମିଶନରେଟ ପୋଲିସରେ କେବଳ ଗୋଟିଏ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

କ୍ଷତିପୂରଣ ପ୍ରଦାନ ପରେ ହଟିଲା ଆନ୍ଦୋଳନ: ୬ ଦିନ ପରେ ମୃତଦେହକୁ ଗ୍ରହଣ କଲେ ପରିବାର ଲୋକେ

0

ରାଉରକେଲା: ଇସ୍ପାତ କାରଖାନର ମେଟେରିଆଲ ବିଭାଗ ନିକଟରେ ମୃତ୍ୟୁ ହୋଇଥିବା ଠିକା କର୍ମଚାରୀଙ୍କ ପରିବାରଙ୍କୁ ସାଢ଼େ ତିନି ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବା ପରେ ୬ଦିନ ଧରି ଚାଲିଥିବା ଆନ୍ଦୋଳନ ହଟିଛି  । ମୃତଦେହକୁ ପରିବାର ଲୋକ ଗ୍ରହଣ କରିଛନ୍ତି । ଗତ ଦୁଇ ତାରିଖରେ ଠିକା କର୍ମଚାରୀ ଭିକାରୀ ଚରଣ ଲେଙ୍କାର କାର୍ଯ୍ୟରତ ସମୟରେ ମୃତ୍ୟୁ ହୋଇଥିଲା । ରାଉରକେଲା ଇସ୍ପାତ କାରଖାନରେ ଠିକା କର୍ମଚାରୀ ଭାବେ କାମ କରୁଥିଵା ସମୟରେ ମୃତ୍ୟୁ ହୋଇଥିଲା। କାର୍ଯ୍ୟ କରୁଥିବା ସମୟରେ ମୃତ୍ୟୂ ବରଣ କରିଥିବାରୁ ଆର୍ଥିକ ଷତିପୁରଣ ସହିତ ପରିବାରର ଜଣେ ସଦସ୍ୟଙ୍କୁ ରାଉରକେଲା ଇସ୍ପାତ କାରଖାନାରେ ଚାକିରି ପାଇଁ ଦାବି କରି ଗତ ଦୁଇ ତାରିଖ ଠାରୁ ମୃତକଙ୍କ ପରିବାର ଲୋକ ମୃତଦେହ ଗ୍ରହଣ ନକରି ଆନ୍ଦୋଳନ କରୁଥିଲେ। ତେଵେ ଦାଵି ପୂରଣ ହେବା ପରେ ଇସ୍ପାତ ଜେନେରାଲ ହସପିଟାଲ ମର୍ଗ ହାଉସ୍‌ରେ ଅଟକ ଥିବା ମୃତଦେହ ଆଜି ପରିବାର ଲୋକ ଗ୍ରହଣ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସାମାଜିକ କର୍ମୀ ଭୂମିକାରେ ଓଲିଉଡ୍ ସେଲିବ୍ରିଟି ବର୍ଷା: ଗରିବ ଲୋକଙ୍କ ପାଇଁ ସଂଗ୍ରହ କଲେ ବସ୍ତ୍ର

ପେପର କପରେ ଚା’ କଫି ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ, ହେଇପାରେ ସ୍ୱାସ୍ଥ୍ୟ ପ୍ରତି ହାନିକାରକ

ଖଡଗପୁର: ଆପଣ ବଜାରକୁ ଗଲେ କାଚ କ୍ଲାସ ବଦଳରେ ପେପର କପରେ ଚାହା ପିଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ! ଏହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ସାବ୍ୟସ୍ତ ହୋଇପାରେ । ଏହାକୁ ନେଇ ଆଇଆଇଟି ଖଡଗପୁରର ବୈଜ୍ଞାନିକ ଏକ ବଡ଼ ଖୁଲାସା କରିଛନ୍ତି । ରିସର୍ଚ୍ଚ ଅନୁଯାୟୀ ଯଦି ଜଣେ ବ୍ୟକ୍ତି  ପ୍ରତିଦିନ ୩ ଥରରୁ ଅଧିକ ପେପର କପରେ ଚାହା ପିଉଛନ୍ତି ତେବେ ଆପଣ ୭୫ ହଜାର ସୁକ୍ଷ୍ମ କଣିକା ଗିଳୁଛନ୍ତି । ପ୍ଲାଷ୍ଟିକ କପ ହାନିକାରକ ଜାଣିବା ପରେ ସମସ୍ତେ ପେପର କପରେ ଚାହା ପିଇବା ଆରମ୍ଭ କରିଥିଲେ, କିନ୍ତୁ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ପେପର କପରେ ଚାହା ପିଇବା ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ।

ଗବେଷଣାରୁ ଜଣାପଡ଼ିଛି ଯେ, କପର ଭିତର ସ୍ଥରରେ ବ୍ୟବହୃତ ସାମଗ୍ରୀରେ ସୁକ୍ଷ୍ମ ପ୍ଲାଷ୍ଟିକ ଏବଂ ଅନ୍ୟ ହାନିକାରକ ପଦାର୍ଥ ରହିଥାଏ ଏବଂ ସେହି କପରେ ଚାହା କିମ୍ବା ଅନ୍ୟ ଗରମ ପାନୀୟ ପିଇଲେ ତାହା ବିଷାକ୍ତ ପ୍ଲାଷ୍ଟିକ ସହ ମିଶି ଯାଇଥାଏ ।

ଦେଶରେ ପ୍ରଥମଥର ପାଇଁ କରାଯାଇଥିବା ଗବେଷଣାରେ ସିଭିଲ ଇଞ୍ଜିନିୟରିଂ ବିଭାଗର ଗବେଷକ ଓ ଆସୋସିଏଟ ପ୍ରେଫେସର ଡ. ସୁଧା ଗୋୟେଲ ଏବଂ ପର୍ଯ୍ୟାବରଣ ଇଞ୍ଜିନିୟରିଂ ଏବଂ ପ୍ରବନ୍ଧନ ଅଧ୍ୟୟନ କରୁଥିବା ରିସର୍ଚ୍ଚରବେଦ ପ୍ରକାଶ ରଞ୍ଜନ ଓ ଅନୁଜା ଜୋସେଫ କହିଛନ୍ତି ଯେ ୧୫ ମିନିଟ ଭିତରେ ଏହି ସୁକ୍ଷ୍ମ ପ୍ଲାଷ୍ଟିକ କଣିକା ଗରମ ତରଳ ପାନୀୟ ଯୋଗୁଁ ତରଳି ଯାଇଥାଏ । ଯାହାକୁ ପିଇବା ଦ୍ୱାରା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

US Election 2020: ଟ୍ରମ୍ପଙ୍କୁ ଜ୍ୱାଇଁ କହିଲେ ‘ବାପା ହାର୍ ମାନି ନିଅନ୍ତୁ’

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିବା ଲାଗି ବିଫଳ ପ୍ରୟାସ କରୁଥିବା ଡୋନାଲ୍ଡ ଟ୍ରମ୍ପ ଏକା ନୁହଁନ୍ତି । ଟ୍ରମ୍ପଙ୍କ ପୂର୍ବରୁ ଏଭଳି ଆହୁରି ୧୦ ଜଣ ଅଛନ୍ତି । ସେମାନଙ୍କ ସହ ବି ଏମିତି ହୋଇଛି । ଏବେ ଟ୍ରମ୍ପଙ୍କ ନାମ ଆମେରିକାର ସେହି ୧୧ ରାଷ୍ଟ୍ରପତିଙ୍କ ତାଲିକାରେ ସାମିଲ୍ ହୋଇଛି । ଟ୍ରମ୍ପ ରାଷ୍ଟ୍ରପତି ପଦରେ ରହିବା ଲାଗି ଲଗାତାର ଦ୍ୱିତୀୟ ଥର ବିଜୟୀ ହେବା ପାଇଁ ବିଫଳ ପ୍ରୟାସ କରିଛନ୍ତି ।

Donald Trump Son In Law Jared Kushner Spoke To Trump Regarding Accepting Defeat

ରିଚର୍ଡ ନିକ୍ସନଙ୍କ ଇସ୍ତଫା ପରେ ଆମେରିକା ରାଷ୍ଟ୍ରପତି ହୋଇଥିବା ଗେରାଲ୍ଡ ଫୋର୍ଡ ୧୯୭୬ରେ ଦ୍ୱିତୀୟଥର ରାଷ୍ଟ୍ରପତି ହେବା ପାଇଁ ପ୍ରୟାସ କରି ବିଫଳ ହୋଇଥିଲେ । ଟ୍ରମ୍ପଙ୍କ ପୂର୍ବରୁ ଆଉ ଥରେ ନିର୍ବାଚନରେ ହାରିଥିବା ରାଷ୍ଟ୍ରପତି ହେଉଛନ୍ତି ଡବ୍ଲ୍ୟୁ ବୁଶ (୧୯୯୨) । ଗ୍ରୋୱର କ୍ଲିୱଲ୍ୟାଣ୍ଡ ୧୮୮୮ରେ ପୁଣି ରାଷ୍ଟ୍ରପତି ହେବା ଅଭିଯାନରେ ହାରି ଯାଇଥିଲେ । କିନ୍ତୁ, ସେ ୪ ବର୍ଷ ପରେ ତତ୍କାଳୀନ ରାଷ୍ଟ୍ରପତି ବେଞ୍ଜାମିନ୍ ହ୍ୟାରିସନଙ୍କୁ ହରାଇ ପୁଣି ରାଷ୍ଟ୍ରପତି ହୋଇଥିଲେ । ଆମେରିକା ଇତିହାସରେ ବେଞ୍ଜାମିନ୍ ଏକମାତ୍ର ରାଷ୍ଟ୍ରପତି ଯିଏ ଦୁଇଥର ରାଷ୍ଟ୍ରପତି ହୋଇଥିବା କାର୍ଯ୍ୟକାଳ ଲଗାତାର ଦୁଇଥର ନଥିଲା ।

Donald Trump Son In Law Jared Kushner Spoke To Trump Regarding Accepting Defeat

ନଭେମ୍ବର ୩ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇଥିଲେ । ନିର୍ବାଚନରେ ପରାଜୟ ସ୍ୱୀକାର କରିବା ନେଇ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି ତାଙ୍କ ଜ୍ୱାଇ ଜେରେଡ କୁଶନର । ରାଷ୍ଟ୍ରପତି ଟ୍ରମ୍ପଙ୍କ ଜ୍ୱାଇଁ ତଥା ବରିଷ୍ଠ ପରାମର୍ଶଦାତା ଜେରେଡ କୁଶନର ନିର୍ବାଚନରେ ଡେମେକ୍ରାଟିକ ପାର୍ଟିର ନେତା ଜୋ ବାଇଡେନଙ୍କ ସହ ଲଢ଼େଇ କରି ହାରିବାକୁ ସ୍ୱୀକାର କରିବା ପାଇଁ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି । ଟ୍ରମ୍ପ କହିଛନ୍ତି- ବାଇଡେନ ତରବରିଆ ଭାବେ ଭୁଲ୍ ତରିକାରେ ନିଜକୁ ବିଜୟୀ କହୁଛନ୍ତି । ଏବେବି ନିର୍ବାଚନ ଦୌଡ଼ ସରିନାହିଁ । ଟ୍ରମ୍ପଙ୍କ ଏହି ମନ୍ତବ୍ୟ ପରେ କୁଶନଗର ତାଙ୍କ ସହ କଥା ହୋଇଛନ୍ତି ।

Donald Trump Son In Law Jared Kushner Spoke To Trump Regarding Accepting Defeat

କୁଶନଗର ପରାଜୟ ସ୍ୱୀକାର କରିବା ସହ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି । ଅନ୍ୟମାନେ ବି ଟ୍ରମ୍ପଙ୍କୁ ନିର୍ବାଚନ ଫଳାଫଳକୁ ମାନିନେବା ପାଇଁ ଅନୁରୋଧ କରିଛନ୍ତି । ଯେତେବେଳେ କି ଟ୍ରମ୍ପ ଏକ ବୟାନରେ କହିଥିଲେ- ଯେବେ ଯାଏଁ ଆମେରିକାବାସୀଙ୍କ ଭୋଟ୍ ସଚ୍ଚୋଟତାର ସହ ଗଣନା ହେବେନାହିଁ । ସେବେ ଯାଏଁ ସେ ହାରକୁ ବରଣ କରିବେ ନାହିଁ । ସେ ତାର ଯୋଗ୍ୟ ଓ ଏହା ଗଣତନ୍ତ୍ରର ଦାବି । ସୋମବାର ଆଇନଗତ ଲଢ଼େଇ ଆରମ୍ଭ କରିବେ ବୋଲି ଟ୍ରମ୍ପ କହିଥିଲେ ।

ପ୍ରଶାସନ ଓ ଠିକାଦାର ବାବୁଙ୍କ ମଧୁଚନ୍ଦ୍ରିକା: ବିନା ସୂଚନା ଫଳକରେ ଚାଲିଛି ସରକାରୀ କାମ

0

ମୟୂରଭଞ୍ଜ: ବିନା ସୂଚନା ଫଳକରେ ଚାଲିଛି ସରକାରୀ କାମ । ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ମଧୁବନ ଗ୍ୟାରେଜ୍ ଛକରୁ । ଠିକାଦାର ବାବୁ ସରକାରୀ କାମକୁ ବିନା ଫଳକରେ ମନମୁଖୀ କରୁଛନ୍ତି । ଯାହାକୁ ସ୍ଥାନୀୟ ବାସିନ୍ଦା ଘୋର ବିରୋଧ କରିବା ସହିତ ତଦନ୍ତ ଦାବି କରିଛନ୍ତି । ପ୍ରଶାସନ ଓ ଠିକାଦାର ବାବୁଙ୍କ ମଧୁଚନ୍ଦ୍ରିକା । ବିନା ଫଳରେ ଚାଲିଛି ସରକାରୀ କାର୍ଯ୍ୟ । ନିମ୍ନମାନର କାମ କରି ଟଙ୍କା ବାଟମାରଣା ନେଇ ମସୁଧା । ଏଭଳି ପୁଳା ପୁଳା ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା ବାରିପଦାରୁ । ସହରର ଗ୍ୟାରେଜ୍ ଛକରେ ପ୍ରଶାସନ ଦ୍ୱାରା ଉଚ୍ଛେଦ କରାଯାଇଥିବା ଜବରଦଖଲ ସ୍ଥାନରେ ସରକାରୀ କାମ ଆରମ୍ଭ ହୋଇଛି । ହେଲେ ଏହି କାମକୁ ବିନା ସୂଚନା ଫଳକରେ ଠିକାଦର ବାବୁ ମୁନମୁଖୀ କାମ ଚଳାଇଛନ୍ତି । ଯାହାକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହ ଠିକାଦାର ନିମ୍ନମାନର କାମ କରି ସରକାରୀ ଟଙ୍କା ହଡ଼ପ କରିବାକୁ ମସୁଧା ରଖିଥିବା ଅଭିଯୋଗ କରିଛନ୍ତି ।

ତେବେ ବାରିପଦା ସହରର ଛାତି ଉପରେ ଠିକାଦାର ଏଭଳି ମସୁଧା ଚଳାଇଥିବା ବେଳେ ଏନେଇ କ୍ୟାମେରା ଅଗରେ ମୁହଁ ଖୋଲିନାହାଁନ୍ତି ବିଭାଗୀୟ ଅଧିକାରୀ । ଅନ୍ୟପଟେ ଘଟଣାରେ ତଦନ୍ତ ଚାଲିଛି, ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୌରପରିଷଦ ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ବାରିପଦା ଉପ-ଜିଲ୍ଲାପାଳ କହିଛନ୍ତି ।   ଗୋଟଏ ପଟେ ବାରିପଦାରେ ଜମି କେଳାଙ୍କାରୀ ଘଟଣା ଥମି ନଥିଲା ବେଳେ, ବିନା ସୂଚନା ଫଳକରେ ସରକାରୀ କାମ ସବୁଛି ଚର୍ଚ୍ଚାର ବିଷୟ ପାଲଟିଛି ।

Demonetisation ‘destroyed’ : ବିମୁଦ୍ରୀକରଣ ଜାଣିଶୁଣି କରାଯାଇଥିବା ଏକ ଅର୍ଥନୈତିକ ଭୁଲ୍ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ସାଧାରଣ ଜନତା ହଇରାଣ ହୁଅନ୍ତୁ । ମୋଦି ମିତ୍ର ପୁଞ୍ଜିପତିଙ୍କ ଉନ୍ନତି ହେଉ । ଜନସାଧାରଣଙ୍କ ଅର୍ଥବ୍ୟବସ୍ଥା ଭାଙ୍ଗିଯାଉ । କର୍ପୋରେଟ ପୁଞ୍ଜି ବୃଦ୍ଧି ହେଉ । କେବଳ ଏହି ଲକ୍ଷ୍ୟ ନେଇ ୪ ବର୍ଷ ତଳେ ବିମୁଦ୍ରୀକରଣ କରାଯାଇଥିଲା । ସାଧାରଣ ଲୋକଙ୍କ ପାଖରେ ଟଙ୍କା ନାହିଁ । ହେଲେ ବଡବଡ଼ ପୁଞ୍ଜିପତିଙ୍କ ଋଣ ଛାଡ କରାଯାଉଛି । ତେଣୁ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଏକ ଜଣାଶୁଣା ରାଜନୈତିକ ଚାଲ୍ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ରାହୁଲ ପରି ଅନେକ କଂଗ୍ରେସ ନେତା ଆଜି ଟୁଇଟ୍ କରି ସରକାରଙ୍କ ଏହି ଆର୍ଥିକନୀତିକୁ କଡ଼ା ସମାଲୋଚନା କରିଛନ୍ତି । ଏହି କ୍ରମରେ ଓଡ଼ିଶା କଂଗ୍ରେସ ପକ୍ଷରୁ ବିଧାନସଭାରେ କଂଗ୍ରେସ ନେତା ନରସିଂହ ମିଶ୍ର ଓ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଖବରଦାତା ସମ୍ମିଳନୀ କରି କେନ୍ଦ୍ରକୁ ସମାଲୋଚନା କରିଥିଲେ । କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ, ଦେଶରେ ବିମୁଦ୍ରିକରଣକୁ ୪ ବର୍ଷ ହୋଇଗଲା । ୩ ଉଦ୍ଦେଶ୍ୟ ସାଧନ ପାଇଁ ବିମୁଦ୍ରିକରଣ କରାଯାଇଥିବା କୁହାଯାଇଥିଲା । ଏହି ପଦକ୍ଷେପ ଦ୍ୱାରା କୌଣସି ଗୋଟିଏ ଉଦ୍ଦେଶ୍ୟ ସାଧିତ ହୋଇ ପାରିନାହିଁ ।  ଆତଙ୍କବାଦୀ କାର୍ଯ୍ୟକଳାପ  ଉପରେ ରୋକ ଲାଗିବ,  ବିଦେଶ ତଥା ଦେଶରେ ଥିବା କଳାଧନ ଫେରିବ ଏବଂ ଜାଲିଟଙ୍କାରେ ରୋକ୍ ଲାଗିବ ବୋଲି କୁହାଯାଇଥିଲା । ହେଲେ ଏସବୁ ଆଜି ମିଥ୍ୟା ପ୍ରତିଶ୍ରୁତି ବୋଲି ଜଣାପଡିଥିବା ପଞ୍ଚାନନ କାନୁନଗୋ କହିଛନ୍ତି ।

ସେହିପରି ବିଗତ ୪ ବର୍ଷରେ ଆତଙ୍କବାଦ କାର୍ଯ୍ୟକଳାପ ରୋକ ଯାଇପାରିନାହିଁ । ହେଲେ ବିମୁଦ୍ରୀକରଣ ପରେ ଦେଶରେ 3.2 ପ୍ରତିଶତ ଆତଙ୍କବାଦ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ବିମୁଦ୍ରୀକରଣ ଘୋଷଣା ହେବାଠାରୁ ଦେଶର ବିଭିନ୍ନ ସ୍ଥାନରେ ଜାଲି ନୋଟ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଜବତ କରିଛନ୍ତି । ଜାଲିନୋଟ କାରବାର ରୋକ ଲଗାଯାଇପାରିନାହିଁ । ଦେଶରେ ଅର୍ଥନୀତି  ଏକପ୍ରକାର ଭୁଶୁଡ଼ି ଯାଇଛି । ଦିନକୁ ଦିନ ଏହା ତଳକୁ ତଳ ଯାଉଛି । ଏତେ ତଳକୁ ଯାଇଛି ଯେ ତାହା ସୁଧାରିବାକୁ ବହୁତ କଷ୍ଟ କରିବାକୁ ପଡିବ । 2014-15 ଆର୍ଥିକବର୍ଷରେ ଜିଡିପି 7.2%, 2015-16ରେ 8.2%, 2016-17ରେ 7.4%, 2017-18ରେ 6.12%, 2018-19ରେ 6%, 2019-20ରେ 4.2 ପ୍ରତିଶତ ହୋଇଛି । ଭାରତ ସରକାରଙ୍କ ଷ୍ଟାଟିଟିକ୍ସ କହୁଛି ଦେଶରେ ଧନୀ-ଗରିବଙ୍କ ମଧ୍ୟରେ ତାରତମ୍ୟ ବଢିବାରେ ଲାଗିଛି । ବିମୁଦ୍ରୀକରଣ ଯୋଗୁଁ ରାଜ୍ୟରେ 25 ଲକ୍ଷ ଲୋକ ଚାକିରୀ ହରାଇ ବେକାରୀ ହୋଇଥିବା ନରସିଂହ ମିଶ୍ର କହିଛନ୍ତି ।

 

US Election 2020: ହାରିବା ପରେ… ଟ୍ରମ୍ପଙ୍କୁ ଛାଡ଼ପତ୍ର ଦେଇପାରନ୍ତି ମେଲାନିଆ !

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କୁ ଜବରଦସ୍ତ ଝଟକା ଦେଇଛନ୍ତି ବାଇଡେନ୍ । ତେବେ, ହାରିବାକୁ ଏଯାଏଁ ମାନିନାହାଁନ୍ତି ଟ୍ରମ୍ପ । ସେ ବାଇଡେନ୍ ବିଜୟୀ ହେବାର ୫ ଘଣ୍ଟା ପରେ ଟ୍ୱିଟ୍ କରି ନିର୍ବାଚନରେ ଅନିୟମିତତା ଅଭିଯୋଗ କରିଥିଲେ । ସେ ନିର୍ବାଚନ ଜିତିଥିବା କହିବା ସହ ତାଙ୍କୁ ୭ କୋଟି ୧୦ ଲକ୍ଷ ବୈଧ ଭୋଟ୍ ମିଳିଥିବା କହିଛନ୍ତି । ଏହାରି ଭିତରେ ଟ୍ରମ୍ପଙ୍କ ଜଣେ ପୂର୍ବତନ ସହଯୋଗୀ ଦାବି କରିଛନ୍ତି ନିର୍ବାଚନ ହାରିବା ପରେ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଛାଡ଼ପତ୍ର ଦେଇପାରନ୍ତି ।

Melania Trump Is Counting The Minutes Until Divorce When Donald Leaves The White House After Lose US Elections

ରିପୋର୍ଟ ଅନୁସାରେ, ମେଲାନିଆ ଟ୍ରମ୍ପଙ୍କ ପୂର୍ବ ସହଯୋଗୀ ସ୍ଟେଫନି ବୋଲ୍କାଫ ଦାବି କରିଛନ୍ତି- ମେଲାନିଆ ବିବାହ ପରେ ଚୁକ୍ତିକୁ ନେଇ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି । ଯେଉଁଥିରେ ପୁଅ ବ୍ୟାରେନ୍ ସହ ଟ୍ରମ୍ପଙ୍କ ସମ୍ପତ୍ତିର ଅଧା ମାଗିଥିଲେ । ବୋଲ୍କାଫ ଆହୁରି ଅଭିଯୋଗ କରିଛନ୍ତି- ଆମେରିକା ରାଷ୍ଟ୍ରପତି ରହୁଥିବା ହ୍ୱାଇଟ୍ ହାଉସରେ ଟ୍ରମ୍ପ ଓ ମେଲାନିଆଙ୍କ ଲାଗି ଅଲଗା ଅଲଗା ବେଡରୁମ୍ ରହିଛି ।

Melania Trump Is Counting The Minutes Until Divorce When Donald Leaves The White House After Lose US Elections

ସେହିଭଳି ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବ ରାଜନୈତିକ ସହଯୋଗୀ ଓମାରୋସା ମୈନିଗ୍ଲାଟ ୟୁମୈନ ଦାବି କରିଛନ୍ତି- ଟ୍ରମ୍ପ ଓ ମେଲାନିଆଙ୍କ ୧୫ ବର୍ଷ ପୁରୁଣା ବିବାହ ଏବେ ବିଚ୍ଛେଦ ହେବ । ସେ କହିଛନ୍ତି- ମେଲାନିଆ ପ୍ରତିଟି ମିନ୍ୟୁଟକୁ ଦେଖୁଛନ୍ତି । ସେ ଆହୁରି ଦାବି କହିଛନ୍ତି- ଟ୍ରମ୍ପ୍ ହ୍ୱାଉଟ ହାଉସ୍ ଛାଡ଼ିବା ମାତ୍ରେ ମେଲାନିଆ ତାଙ୍କୁ ଛାଡ଼ପତ୍ର ଦେଇଦେବେ । ଟ୍ରମ୍ପଙ୍କଠାରୁ ପ୍ରତିଶୋଧ ନେବାକୁ ମେଲାନିଆ ଏବେ ବାଟ ଖୋଜୁଛନ୍ତି ।

Melania Trump Is Counting The Minutes Until Divorce When Donald Leaves The White House After Lose US Elections

ପୂର୍ବରୁ ମେଲାନିଆ ଟ୍ରମ୍ପ ଏକ ସାକ୍ଷାତକାରରେ ଦାବି କରିଥିଲେ- ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ତାଙ୍କର ସମ୍ପର୍କ ବହୁତ ଭଲ । ଟ୍ରମ୍ପ ତାଙ୍କ ସହ କେବେ ବି କୌଣସି କଥାରେ ଝଗଡ଼ା କରନ୍ତି ନାହିଁ । ଟ୍ରମ୍ପ ଯେତେବେଳେ ଦ୍ୱିତୀୟ ପତ୍ନୀ ମେପଲ୍ସଙ୍କୁ ଛାଡ଼ପତ୍ର ଦେଇଥିଲେ ତ ବୁଝାମଣା ଅନୁସାରେ ମାର୍ଲା କୌଣସି ଗଣମାଧ୍ୟମକୁ ସାକ୍ଷାତକାର ଦେବେନି ଏବଂ ବହି ଲେଖିବେ ନାହିଁ ।

Melania Trump Is Counting The Minutes Until Divorce When Donald Leaves The White House After Lose US Elections

ଟ୍ରମ୍ପ-ମେଲାନିଆଙ୍କ ଲଭ ଷ୍ଟୋରୀ ୧୯୯୮ରେ ଆରମ୍ଭ ହୋଇଥିଲା । ସେତେବେଳେ ୫୨ ବର୍ଷର ଥିବାବେଳେ ୨୮ ବର୍ଷର ହୋଇଥିଲେ ମେଲାନିଆ । ସେତେବେଳେ ନ୍ୟୁୟର୍କରେ ଫ୍ୟାସନ୍ ୱିକ୍ ଚାଲିଥିଲା । ଯାହାପରେ ଟାଇମ୍ସ ସ୍କୋୟାରରେ କିଟକ୍ୟାଟ କ୍ଲବରେ ଏକ ପାର୍ଟି ହୋଇଥିଲେ । ଯେଉଁଥିରେ ଟ୍ରମ୍ପ ଓ ମେଲାନିଆ ସାମିଲ୍ ହୋଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା । ପରେ ୨୦୦୪ରେ ଟ୍ରମ୍ପ, ମେଲାନିଆଙ୍କୁ ୧.୫ ମିଲିଅନ୍ ଡଲାରର ଡାଇମଣ୍ଡ ରିଙ୍ଗ ପିନ୍ଧାଇ ବିବାହ ପ୍ରସ୍ତାବ ଦେଇଥିଲେ । ୨୦୦୫ ଜାନୁଆରୀ ୨୨ରେ ଦୁହେଁ ବିବାହ କରିଥିଲେ ।

ପରମିଟ୍ ନଥିବାରୁ ଚିକିତ୍ସା ପାଇଁ ଯାଉଥିବା ଗର୍ଭବତୀ ମହିଳାଙ୍କ ଗାଡ଼ିକୁ ଅଟକାଇଲେ

0

ଗଜପତି: ଦାୟିତ୍ଵ ପାଇଁ ମାନବିକତାକୁ ଭୁଲିଗଲେ ତନଖି କର୍ମଚାରୀ। ଗାଡ଼ି ସହ ଅଟକିଲେ ଗର୍ଭବତୀ ମହିଳା। ଗାରାବନ୍ଧ ନିକଟରେ ତନଖି ସମୟରେ ପୋଲିସ ଓ ପରିବହନ ବିଭାଗ କର୍ମଚାରୀ ଦ୍ୱାରା କାର ସହ ଗର୍ଭବତୀ ମହିଳା ଓ ଶିଶୁ  ଦୀର୍ଘ ସମୟ ଧରି ଅଟକ । ମହିଳା ଜଣକ ହେଲେ କୋତୁରୁ ଗାଁର । କାରର କାଗଜ ପତ୍ର ଯାଞ୍ଚ ପରେ ଅଟକ ରହିଛନ୍ତି ଏମ ପ୍ରସାଦଙ୍କ ପତ୍ନୀ ଏମ ସିଭାଦେବୀ। ଚିକିତ୍ସା ପାଇଁ ଇଚ୍ଛାପୁର ଏକ କାର ଯୋଗେ ଯିବା ସମୟରେ କାଗଜ ପତ୍ର ଯାଞ୍ଚ କରିଥିଲେ କର୍ମଚାରୀ। ତେବେ ଓଡିଶା ଅତିକ୍ରମ ନିମନ୍ତେ ପରମିଟ ନଥିବାରୁ ଗାଡ଼ିକୁ ଥାନାରେ ରଖାଯାଇଛି। ତେବେ ସେହି କାରରେ ଚିକିତ୍ସା ପାଇଁ ଯାଉଥିବା ଗର୍ଭବତୀ ମହିଳାଙ୍କ ପ୍ରତି ନୈତିକ କର୍ତ୍ତବ୍ୟ କରିବା ଭୁଲିଗଲେ କର୍ମଚାରୀ। ଫଳରେ ଘଟଣାସ୍ଥଳରେ ଦୀର୍ଘ ସମୟଧରି ଅଟକି ରହିଛନ୍ତି ଗର୍ଭବତୀ। ତେବେ ଏହିପରି ଅମାନବିକତା ଆଚରଣ ପାଇଁ ସାଧାରଣରେ ନିନ୍ଦା କରାଯାଇଛି। ଏମଭିଆଇ ଗଜପତି ଉପସ୍ଥିତ ଥିଲେ ମଧ୍ୟ ଗର୍ଭବତୀଙ୍କ ପାଇଁ କୈାଣସି ବ୍ୟବସ୍ଥା କରାଯାଇ ନାହିଁ ।

https://nandighoshatv.com/pice-of-cloth-lots-of-warmth-drive-by-odia-actress-varsha-priyadarshini/