spot_img
Home Blog Page 6469

ହାଥରସ୍ ଗଣଦୁଷ୍କର୍ମ ମାମଲା:‌ ସିନ୍‌ ରି-କ୍ରିଏଟ୍‌ କରି ତଦନ୍ତ କଲା CBI

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ଘଟଣାରେ ସିବିଆଇ ପକ୍ଷରୁ ଜାରି ରହିଛି ଖୋଳତାଡ଼ । ଘଟଣାସ୍ଥଳରେ ସିନ୍‌ ରିକ୍ରିଏଟ କରି ପ୍ରମାଣ ଖୋଜିବାକୁ ଚାଲିଛି ପ୍ରୟାସ । ତଦନ୍ତକାରୀ ଟିମ୍ ଘଟଣାସ୍ଥଳକୁ ପୀଡିତାଙ୍କ ମାଆ, ଭାଇଙ୍କୁ ନେଇ ତଦନ୍ତ କରିଛି । ଉଭୟଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିବା ସହ କ୍ଷେତର ଚାରି ପଟକୁ ଟିକିନିଖି ତନଖି କରିଛି ।

ଶୁକ୍ରବାର ସିବିଆଇ ଟିମ୍‌ ଗାଁରେ ପହଞ୍ଚି ପ୍ରଥମେ ପୀଡିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଘଟଣାସ୍ଥଳରେ ସିନ୍‌କୁ ରିକ୍ରିଏଟ୍‌ କରି ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲା । ଜଣେ ମହିଳା କନେଷ୍ଟବଳ ପୀଡିତାଙ୍କ ଭୂମିକାରେ ଅଭିନୟ କରି ସିନ୍‌ ରିକ୍ରିଏଟ୍‌ କରିବାକୁ ଚେଷ୍ଟା କରିଥିଲେ ।

୧୪ ସେପ୍ଟେମ୍ବରରେ କିପରି ପରିବାର ଲେକେ ପୀଡିତାଙ୍କୁ ପାଇଥିଲେ, କିପରି ତାଙ୍କୁ ଉଦ୍ଧାର କରିଥିଲେ, ସେନେଇ ପୂରା ସିନ ଦେଖିଥିଲେ ତଦନ୍ତକାରୀ ଟିମ୍ । ଏଥିପାଇଁ ମଡିଆକୁ ୨୫୦ ମିଟର ଦୂରରେ ରହିବାକୁ କୁହାଯାଇଥିଲା । ଘଟଣାକୁ ଦୀର୍ଘଦିନ ବିତି ଯାଇଥିବାରୁ ସିବିଆଇକୁ ପ୍ରମାଣ ସଂଗ୍ରହ କରିବାରେ ଅଧିକ ଦିନ ଲାଗିଥିବା କୁହାଯାଉଛି । ତେବେ ଅନେକ ତଥ୍ୟ ସିବିଆଇର ହସ୍ତଗତ ହୋଇଛି ଓ ଖୁବ ଅଳ୍ପଦିନ ମଧ୍ୟରେ ପୂରା ରହସ୍ୟ ଉପରୁ ପର୍ଦ୍ଦା ହଟିବ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି ।

ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କଠାରୁ ମାଣ୍ଡିଆ କିଣିବା ପାଇଁ ଡିସେମ୍ବର ୧୨ରୁ ଖୋଲିବ ମଣ୍ଡି

ରାଉରକେଲା: ଚଳିତ ବର୍ଷ ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କଠାରୁ ଟିଡିସିସି ମାଧ୍ୟମରେ ୭ ହଜାର ୫୦୦ କ୍ୱିଣ୍ଟାଲ ମାଣ୍ଡିଆ କ୍ରୟ କରିବାକୁ ପ୍ରଶାସନ ଲକ୍ଷ୍ୟ ଧାର୍ଯ୍ୟ କରିଛି । ୮ଟି ବ୍ଲକରେ ୧୯୦ଟି ମଣ୍ଡି ଦିବସ ମାଧ୍ୟମରେ ଜିଲ୍ଲାର ୫,୮୬୪ ଚାଷୀଙ୍କଠାରୁ ବିଭିନ୍ନ କିସମର ମାଣ୍ଡିଆ କିଣାଯିବ । ଏଫଏକ୍ୟୁ ମାନର ମାଣ୍ଡିଆ କୁଇଣ୍ଟାଲ ପିଛା ୩୨୯୫ ଟଙ୍କାରେ କିଣାଯିବ । ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ଶୁକ୍ରବାର ଦିନ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଜଣେ ଚାଷୀଙ୍କଠାରୁ ହେକ୍ଟର ପିଛା ସର୍ବାଧିକ ୫ କ୍ୱିଣ୍ଟାଲ ପର୍ଯ୍ୟନ୍ତ ମାଣ୍ଡିଆ କିଣାଯିବ । ଚଳିତ ବର୍ଷ ଡିସେମ୍ବର ୧୨ରୁ ୨୦୨୧ ମାର୍ଚ୍ଚ ୩୧ ତାରିଖ ଭିତରେ ମାଣ୍ଡିଆ କ୍ରୟ କରାଯିବ ।

Wheat Mandi To Be Open From 12th December In Sundergarh

ମଣ୍ଡିରେ ମାଣ୍ଡିଆ ବିକ୍ରି କରିବା ପାଇଁ ଚାଷୀମାନେ ଲ୍ୟାମ୍ପସ ମାଧ୍ୟମରେ ନିଜର ନାଁ ପଞ୍ଜୀକୃତ କରିବେ । ଏନେଇ ଅକ୍ଟୋବର ୨୦ରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହା ଚାଲିବ । ଚାଷୀମାନେ ଚାହିଁଲେ ଭିଏଡବ୍ଲ୍ୟୁ, ସହକାରୀ କୃଷି ଅଧିକାରୀ, ଆରଏମସି, ଲ୍ୟାମ୍ପସ କିମ୍ବା କୃଷି ବିଭାଗ ଦ୍ୱାରା ଅନୁବନ୍ଧିତ ସାମାଜିକ ସଙ୍ଗଠନର ସହଯୋଗ ନେଇ ନାଁ ପଞ୍ଜୀକୃତ କରିପାରିବେ । ପଞ୍ଜୀକରଣ ବେଳେ ଚାଷୀଙ୍କୁ ଫର୍ମ ପୂରଣ କରିବା ସହ ନିଜର ଜମି ପଟ୍ଟା, ଭୋଟର ପରିଚୟପତ୍ର, ଜାତୀୟକରଣ ବ୍ୟାଙ୍କ ଖାତାର ପ୍ରଥମ ପୃଷ୍ଠା, ଆଧାର କାର୍ଡ ଏବଂ ମୋବାଇଲ ନମ୍ବର ଦେବାକୁ ପଡ଼ିବ ।

Wheat Mandi To Be Open From 12th December In Sundergarh

ଏହି ବୈଠକରେ ସୁନ୍ଦରଗଡ଼ ଉପଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଡିଏମଏଫ ସିଇଓ ଏବଂ ଡିଆରସିଏସଙ୍କ ସମେତ କୃଷି ବିଭାଗ, ଟିଡିସିସି, ପୁଷ୍ଟିଶସ୍ୟ ମିଶନ ଏବଂ ମାଣ୍ଡିଆ ଚାଷ ସହ ସଂପୃକ୍ତ ବିଭିନ୍ନ ସହଯୋଗୀ ସଂସ୍ଥାର ଅଧିକାରୀମାନେ ଯୋଗ ଦେଇଥିଲେ । ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ଚଳିତ ବର୍ଷ ୮ଟି ବ୍ଲକରେ ୨୫୦୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯାଇଛି । ବାଲିଶଙ୍କରା, ହେମଗିରି, ଟାଙ୍ଗରପାଲି, ଲେଫ୍ରିପଡ଼ା, କୁଆରମୁଣ୍ଡା, କୁତ୍ରା, ରାଜଗାଙ୍ଗପୁର ଏବଂ ନୂଆ ଗାଁ ବ୍ଲକର ଚାଷୀଙ୍କଠାରୁ ଟିଡିସିସି ମାଧ୍ୟମରେ ମାଣ୍ଡିଆ କିଣାଯିବ । ବର୍ତ୍ତମାନ ମଣ୍ଡି ମାଧ୍ୟମରେ ସରକାର କିଣୁଥିବା ମାଣ୍ଡିଆକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ କରାଯାଉଛି। ତା’ସହିତ ସୁନ୍ଦରଗଡ଼ ଜିଲ୍ଲାରେ ପିଲାଙ୍କ ପୋଷଣ ପାଇଁ ଅଙ୍ଗନବାଡ଼ି ମାଧ୍ୟମରେ ଚାଲିଥିବା ମାଣ୍ଡିଆ ଲଡ଼ୁ ବଣ୍ଟନ କାର୍ଯ୍ୟକ୍ରମ ଲାଗି ଏହା ବ୍ୟବହାର କରାଯିବ।

ଅନ୍ତରୀକ୍ଷକୁ ଯିବ PSLV-C49‌, ରାତିରେ ବି ଦେଖାଯିବ ପୃଥିବୀର ସ୍ପଷ୍ଟ ଚିତ୍ର

ନୂଆଦିଲ୍ଲୀ: ଏଣିକି ରାତିରେ ବି ଦେଖାଯିବ ପୃଥିବୀର ସ୍ପଷ୍ଟ ଚିତ୍ର । ମେଘର ଅନ୍ଧକାର ଭିତରେ ବି ପୃଥିବୀର ଫଟୋ ଉତ୍ତୋଳନ କରିବା ସମ୍ଭବ ହେବ । ଏହାଦ୍ୱାରା ଶତ୍ରୁ ଦେଶର ଗତିବିଧି ଉପରେ ରହିବ ତୀକ୍ଷ୍ନ ନଜର ।

PSLV

ଶନିବାର ଅନ୍ତରୀକ୍ଷକୁ ଯିବ PSLV-C49 ସାଟେଲାଇଟ୍‌ । ଭାରତୀୟ ଅନ୍ତରୀକ୍ଷ ଏଜେନ୍ସି ଏହାକୁ ଲଞ୍ଚ କରିବାକୁ ଯାଉଛି । ଏହାସହ ଭାରତ ଏହି ଯାନ ସହାୟତାରେ ଦେଶର ରାଡାର ଏମର୍ଜିଂ ଉପଗ୍ରହ ସେଟେଲାଇଟ୍ ଓ ଅନ୍ୟ ୯ଟି ବିଦେଶୀ ଉପଗ୍ରହ ମଧ୍ୟ ଲଞ୍ଚ କରିବାକୁ ଯାଉଛି । ଇସ୍ରୋର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଶ୍ରୀହରିକୋଟାରୁ ଏହି ୧୦ ଉପଗ୍ରହକୁ ୩.୨ ଘଣ୍ଟାରେ ଲଞ୍ଚ କରାଯିବ ।

PSLV

ଉପଗ୍ରର ଲଞ୍ଚ କ୍ଷେତ୍ରରେ ଇସ୍ରୋ ପାଇଁ ଚଳିତ ବର୍ଷର ଏହା ପ୍ରଥମ ଉତ୍‌କ୍ଷେପଣ । ରାଡାର ଏମର୍ଜିଂ ଉପଗ୍ରହ ସହ ଯାଉଥିବା ୯ ବିଦେଶୀ ଉପଗ୍ରହ ମଧ୍ୟରେ ରହିଛି, ଗୋଟିଏ ଉଦ୍ୟୋଗିକ ଡେମନଷ୍ଟ୍ରେଟର ଲିଥୁଆନିଆ, ୪ଟି ମେଟିଟାଇମ୍‌ ଆପ୍ଲିକେସନ୍‌ ସାଟେଲାଇଟ୍ ଲକ୍ସମବର୍ଗ ରହିଛି । ଭାରତ ପ୍ରଥମଥର ୧୯୯୯ ରେ ବିଦେଶୀ ସାଟେଲାଇଟ୍ ଅନ୍ତରୀକ୍ଷକୁ ପଠାଇଥିଲା । ଏହାରି ଭିତରେ ଇସ୍ରୋ ବର୍ତ୍ତମାନ ସୁଦ୍ଧା ୩୨୮ଟି ଉପଗ୍ରହକୁ ସଫଳତା ପୂର୍ବକ ଲଞ୍ଚ କରି ସାରିଛି ।

ପୁଣି ଗୋଟିଏ ରାତି ଜେଲ୍‌ରେ ରହିବେ ଅର୍ଣ୍ଣବ

ମୁମ୍ବାଇ: ପୁଣି ଗୋଟିଏ ରାତି ଜେଲରେ ରହିବେ ଅର୍ଣ୍ଣବ । ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବମ୍ବେ ହାଇକୋର୍ଟରୁ ମିଳିଲାନି ଆସ୍ୱସ୍ତି । ଶନିବାର ମଧ୍ୟାହ୍ନରେ ଆବେଦନ ଉପରେ ଶୁଣାଣି କରିବେ ହାଇକୋର୍ଟ । ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅନ୍ତରୀଣ ଜାମିନ ନେଇ ଶୁକ୍ରବାର ଥିଲା ପୂନଃ ଶୁଣାଣି । ତେବେ ମାମଲା ପୁରୁଣା ହୋଇଥିବାରୁ ସମସ୍ତଙ୍କ ପକ୍ଷ ଶୁଣିବା ପରେ ହିଁ ନିଷ୍ପତ୍ତି ନେବେ ବୋଲି କୋର୍ଟ କହିଛନ୍ତି । ଡିଜାଇନର ଅନ୍ୱୟ ନାଏକ ଓ ତାଙ୍କ ମା’ କୁମୁଦଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଗିରଫ ଅର୍ଣ୍ଣବଙ୍କୁ ଜାମିନ ଦେବାକୁ ମନା କରିଥିଲେ ବମ୍ବେ ହାଇକୋର୍ଟ ।

arnab

୨୦୧୮ ମସିହାର ଏକ ପୁରୁଣା ମାମଲାରେ ଅର୍ଣ୍ଣବଙ୍କୁ ମୁମ୍ବାଇ ପୋଲିସ ବୁଧବାର ସକାଳେ ଗିରଫ କରିଥିଲା । ଗିରଫ ପରେ ତାଙ୍କୁ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅର୍ଣ୍ଣବଙ୍କ ସହିତ ଅନୁରୂପ ଅଭିଯୋଗରେ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଫିରୋଜ ଶେଖ ଓ ନିତେଶ ସାରଦା । ସେମାନଙ୍କୁ ମଧ୍ୟ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

arnab goswami

ଅନ୍ୱୟ ନାଏକଙ୍କ ମାଲିକାନାଧୀନ କନକର୍ଡ ଡିଜାଇନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ରିପବ୍ଲିକ ଟିଭିର ଷ୍ଟୁଡିଓ ନିର୍ମାଣ କରିଥିଲା । ଷ୍ଟୁଡିଓ ନିର୍ମାଣ ବାବଦକୁ ଟିଭି ଚାନେଲ ଆଉ ୮୩ ଲକ୍ଷ ଟଙ୍କା ଦେବାକୁ ବାକିଥିଲା । ଅନ୍ୱୟ ତାଙ୍କର ବକେୟା ଅର୍ଥ ମାଗିବାରୁ ତାଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଧମକ ପାଇବା ପରେ ଅନ୍ୱୟ ଓ ତାଙ୍କ ମା’ କୁମୁଦ ଆତ୍ମହତ୍ୟା କରିଥିଲେ । ୨୦୧୮ ମେ’ ମାସରେ ଅନ୍ୱୟ ଓ ତାଙ୍କ ମା’ଙ୍କ ମୃତଦେହ ଅଲିବାଗସ୍ଥିତ ଫାର୍ମ ହାଉସରୁ ମିଳିଥିଲା । ପୋଲିସ ଜବତ କରିଥିବା ସୁଇସାଇଡ୍‌ ନୋଟ୍‌ରେ ଅର୍ଣ୍ଣବଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କ ନାମ ଉଲ୍ଲେଖ କରାଯାଇଥିଲା ।

ଦୀପାବଳିରେ କ୍ଷତି ସହୁଛି ଚାଇନା, ଭାରତକୁ ତାତ୍ସଲ୍ୟ କଲା ଗ୍ଲୋବାଲ୍‌ ଟାଇମ୍‌ସ…

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ବିବାଦ ଲାଗି ରହିଥିବା ଯୋଗୁଁ, ଚୀନ୍‌ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ହେଲେ ଚୀନ୍‌ ସରକାର ଏହାକୁ ମାନିବାକୁ ନାରାଜ । ସୀମା ବିବାଦ ପରେ ଚାଇନା ପ୍ରସ୍ତୁତ କରୁଥିବା ଶସ୍ତା ସାମଗ୍ରୀ ବିକ୍ରୀ ଉପରେ ପ୍ରଭାବ ପଡ଼ିଛି । ଭାରତରେ ଦୀପାବଳି ଏକ ପ୍ରମୁଖ ପର୍ବ । ଏହି ପର୍ବରେ ଭାରତୀୟ ବଜାରରେ ଅନେକ ଚାଇନା ସାମଗ୍ରୀ ବିକ୍ରୀ ହୋଇଥାଏ । ହେଲେ ଦୀର୍ଘ ଦିନ ଧରି ଭାରତରେ ବୟକଟ୍‌ ଚାଇନା ପ୍ରଡକ୍ଟ ନାରା ଦିଆଯାଉଥିବା ବେଳେ ଏଥର ଏହାର ପ୍ରଭାବ ଅଧିକ ଦେଖିବାକୁ ପଡ଼ିଛି । ଲଦାଖରେ ସୀମା ବିବାଦ ଯୋଗୁଁ ଭାରତରେ ଅନେକ ଛୋଟ ବଡ଼ ବ୍ୟବସାୟୀ ଦୀପାବଳି ସହ ଜଡିତ ଚାଇନା ଉତ୍ପାଦ ବିକ୍ରି କରିବା ବନ୍ଦ କରିଦେଇଛନ୍ତି । ଏହା ଚୀନ୍‌କୁ ଏକ ଶକ୍ତ ଧକ୍କା ଲାଗିଛି ।

ଚୀନ୍‌ ସରକାରଙ୍କ ମୁଖପତ୍ର କୁହାଯାଉଥିବା ଗ୍ଲୋବାଲ୍ ଟାଇମ୍ସ ମଧ୍ୟ ଏନେଇ ଏକ ଆର୍ଟିକିଲ୍ ପ୍ରକାଶ କରିଛି । ହେଲେ ଆର୍ଟିକିଲରେ ସେ ଭାରତକୁ ତାତ୍ସଲ୍ୟ କରିଛି । ଏହି ଆର୍ଟିକିଲର ଶୀର୍ଷକ ରଖିଛି ‘କଣ ଗାଈ ଗୋବରରେ ତିଆରି ଦୀପ ଦ୍ୱାରା ଭାରତରେ ଭଲ ଦୀପାବଳୀ ପାଳନ କରାଯାଇ ପାରିବ ?’

ଏଥିରେ ଲେଖାଅଛି ଯେ, ଭାରତ-ଚୀନ୍‌ ମଧ୍ୟରେ ସମ୍ପର୍କ ଚଳିତ ବର୍ଷ ଖରାପ ସ୍ଥିତି ଦେଇ ଗତି କରୁଛି । ଆଉ ଏଥିରୁ ସ୍ପଷ୍ଟ ଯେ ପୂର୍ବଥର ଅପେକ୍ଷା ଏଥର ଭାରତରେ ଚାଇନା ସାମଗ୍ରୀକୁ ଅଧିକମାତ୍ରାରେ ବର୍ଜନ କରାଯିବ । ହେଲେ ଚୀନ୍‌ ସାମଗ୍ରୀ ବର୍ଜନ ନିଷ୍ପତି, ଚାଇନା ବ୍ୟବସାୟୀଙ୍କୁ ଯେତିକି କ୍ଷତି ନହେବ ତାଠାରୁ ଢ଼େର କ୍ଷତି ଭାରତୀୟ ବ୍ୟବସାୟୀଙ୍କର ହେବ । ଏମିତିକି ସେଥିରେ ଲେଖାଯାଇଛି ଯେ, ଗରୀବ ଭାରତୀୟ ମାନେ ଏଥର ଭଲରେ ଦୀପାବଳି ପାଳନ କରିପାରିବେ ନାହିଁ ।

କିଛି ରିପୋର୍ଟକୁ ଆଧାର କରିଛି ଗ୍ଲୋବାଲ ଟାଇମ୍‌ସ ଲେଖିଛି ଯେ, ଚଳିତ ଥର ଦୀପାବଳିରେ ଜୟପୁରର ବ୍ୟବସାୟୀମାନେ ଚାଇନା ସାମଗ୍ରୀ ବିକ୍ରୀ ନକରିବାକୁ ନିଷ୍ପତି ନେଇଛନ୍ତି । ଏମିତିକି ଅଧିକରୁ ଅଧିକ ଦେଶୀ ଜିନିଷ ବିକ୍ରୀ କରିବାକୁ ସେମାନେ ଚେଷ୍ଟା କରିବେ ବୋଲି କୁହଯାଉଛି । ଆଉ ଭାରତୀୟ ମଧ୍ୟ ଅଧିକ ଖର୍ଚ୍ଚ କରି ଦେଶୀ ସାମଗ୍ରୀ କିଣିବାକୁ ପ୍ରସ୍ତୁତ ଅଛନ୍ତି ।

ଏହାସହ ଆର୍ଟିକିଲରେ ଲେଖା ଅଛି ଯେ, ଭାରତୀୟମାନେ ଚଳିତ ଥର ଦୀପାବଳିରେ ଯଦି ଚୀନ୍‌ ସାମଗ୍ରୀ ବର୍ଜନ କରୁଛନ୍ତି ତେବେ ଚୀନ୍‌କୁ ପ୍ରାୟ ୪୦୦ ଅରବ ଟଙ୍କା କ୍ଷତି ହେବ । ଯାହାକି ଚୀନ୍‌ ବଜାର ପାଇଁ ସାମାନ୍ୟ ମାତ୍ର । ଚୀନ୍‌ ସାମଗ୍ରୀର ରପ୍ତାନୀ ଉପରେ ଭାରତୀୟଙ୍କ ଜ୍ଞାନ ଖୁବ୍‌ କମ୍‌ । ଛୋଟ ଏବଂ ଶସ୍ତା ସାମଗ୍ରୀ ପ୍ରସ୍ତୁତ କରିବାରେ ଚୀନ୍‌ର ଜୋଝିୟାଙ୍ଗ୍‌ ଅଞ୍ଚଳ ବିଶ୍ୱ ପ୍ରସିଦ୍ଧ । ଏହି ବଜାରରୁ ଦୀପାବଳି ସମୟରେ ଯତିକି ରପ୍ତାନୀ କରାଯାଏ ତାହା କ୍ରିସ୍‌ମାସ୍‌ ବେଳେ ହେଉଥିବା ବ୍ୟବସାୟଠାରୁ ଖୁବ୍‌ କମ୍‌ । କ୍ରିସ୍‌ମାସ୍‌ ସମୟର ବ୍ୟବସାୟ ତୁଳନାରେ ଦୀପାବଳିର ବ୍ୟବସାୟ କିଛି ନୁହେଁ କହିଲେ ଚଳେ ।

ମହାମାରୀ କରୋନା ଏବଂ ଭାରତ-ଚୀନ୍‌ ସୀମା ବିବାଦ ଯୋଗୁଁ, ଅନେକ ଚାଇନା କମ୍ପାନୀ କ୍ଷତିରୁ ବଞ୍ଚିବା ପାଇଁ ସେମାନଙ୍କର ବ୍ୟବସାୟକୁ ଘରୋଇ ବଜାର ଏବଂ ପଡୋଶୀ ଦେଶକୁ ସ୍ଥାନାନ୍ତର କରିଛନ୍ତି । ଯେଉଁ କମ୍ପାନୀମାନେ ଭାରତରେ ବ୍ୟବସାୟ କରୁଛନ୍ତି ସେମାନେ ମଧ୍ୟ କ୍ଷତିରୁ ବଞ୍ଚିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତର ବାଣିଜ୍ୟ ନୀତି ଏବଂ ଟାରିଫ୍‌ ପ୍ଲାନ୍‌ ଯୋଗୁଁ ଅନେକ କମ୍ପାନୀ ଆଡ୍‌ଭାନ୍ସ ପେମେଣ୍ଟ ମଧ୍ୟ ନେଇଛନ୍ତି । ଏଭଳି ବିଭିନ୍ନ କାରଣ ଯୋଗୁଁ ଚଳିତ ବର୍ଷ ଦୀପାଳିରେ ଚାଇନା ଉତ୍ପାଦ ଭାରତୀୟ ବଜାରରେ ଖୁବ୍‌ କମ୍ ଦେଖାଯିବ । ହେଲେ ଏହା ଚାଇନା ବ୍ୟବସାୟୀଙ୍କୁ ଯେତିକି ପ୍ରଭାବିତ କରିବ ତା’ଠାରୁ ଢ଼େର ଅଧିକ ଭାରତୀୟ ଗ୍ରାହକଙ୍କୁ ପ୍ରଭାବିତ କରିବ । ଏହାର ପ୍ରଭାବ ଧିରେ ଧିରେ ଭାରତୀୟ ଗ୍ରାହକ ଅନୁଭବ କରିପାରିବେ ।

China President XI Jinping Threatened India US Never Sit Idly While China Sovereignty Undermined

ଖାଲି ସେତିକି ନୁହେଁ, ଆର୍ଟିକିଲରେ ଆହୁରି ଲେଖାଅଛି ଯେ, କିଛି ଲୋକ ଭାରତରେ ନିର୍ମିତ ସାମଗ୍ରୀ ପାଇଁ ଅଧିକ ଅର୍ଥ ଦେବାକୁ ଇଚ୍ଛୁକ ହୋଇପାରନ୍ତି, କାରଣ ଦେଶର ଉତ୍ପାଦନ କ୍ଷେତ୍ରକୁ ଏହାଦ୍ୱାରା ସମର୍ଥନ ମିଳିବ । ହେଲେ ଅନେକ ଗ୍ରାହକ ଏଭଳି କରିପାରିବେ ନାହିଁ କାରଣ ତାଙ୍କ ପାଖରେ ଟଙ୍କାର ଅଭାବ ରହିଛି । ସେମାନଙ୍କୁ ଯେନତେନ ଦୀପାବଳି ପାଳିବାକୁ ପଡ଼ିବ । ସେହିଭଳି ଭାରତ ପାଇଁ ଅପମାନ ଦେବା ଭଳି ଶବ୍ଦ ବ୍ୟବହାର କରି ଏଥିରେ ଲେଖାଯାଇଛି ଯେ, ଚାଇନାର ଆଧୁନିକ ଉତ୍ପାଦକୁ ଭାରତ ରିପ୍ଲେସ୍‌ କରିବାକୁ ଯଦି ଚାହୁଁଛି ତେବେ ଭାରତ ମଧ୍ୟ ସେଭଳି ଆଧୁନିକ ସାମଗ୍ରୀ ପସ୍ତୁତ କରିବା ଦିଗରେ ଫୋକସ୍‌ କରିବାକୁ ପଡ଼ିବ । ପୁରୁଣା ଦୀପ ବ୍ୟବହାର କରି ଦୀପାବଳି ପାଳିବାକୁ ଲୋକଙ୍କୁ ବାଧ୍ୟ କଲେ ଭାରତର ସ୍ୱାର୍ଥ ସାଧନ ହେବ ନାହିଁ ।

Archived Maps Of CIA Indicate That China PLA Is Deploying In Line With Its 1959 LCA Claim

ଶେଷରେ, ଗ୍ଲୋବାଲ ଟାଇମ୍ସ ଏକ ଧମକପୂର୍ଣ୍ଣ ଢ଼ଙ୍ଗରେ ଲେଖିଛି, ଚାଇନା ଉତ୍ପାଦଗୁଡ଼ିକ ସବୁବେଳେ ଭାରତରେ ଟାର୍ଗେଟ କରାଯାଉଛି । କିନ୍ତୁ ଗୋଟିଏ କଥା ମନେ ରଖିବାକୁ ହେବ ଯେ ଚୀନ୍-ଭାରତ ବାଣିଜ୍ୟ ସମ୍ପର୍କ ଉଭୟଙ୍କ ସ୍ୱାର୍ଥ ଏବଂ ସୁବିଧା ପାଇଁ । ଯଦି ଦ୍ୱିପାକ୍ଷିକ ସମ୍ପର୍କରେ କୌଣସି ତିକ୍ତତା ଆସେ ତେବେ ଏହା ବ୍ୟବସାୟୀ କ୍ଷେତ୍ର ଏବଂ ଖାଉଟିଙ୍କ ଉପରେ ମଧ୍ୟ ପ୍ରଭାବ ପଡ଼ିବ । ଚାଇନାର ରପ୍ତାନିକାରୀମାନେ ନିଶ୍ଚିତ ଭାବେ ଏଥିରେ କ୍ଷତି ସହିବେ ହେଲେ ଭାରତୀୟ ଗ୍ରାହକଙ୍କ ସ୍ୱାର୍ଥ ମଧ୍ୟ କ୍ଷତିଗ୍ରସ୍ତ ହେବ ।

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇନକ୍ୟୁବେଟର ସେଣ୍ଟର, ପ୍ରସ୍ତୁତ ହେବ କୋଭିଡ଼ ଟୀକା

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରସ୍ତୁତ ହେବ କୋଭିଡ୍ ଟିକା । ଭାରତ ବାୟୋଟେକ୍ ପକ୍ଷରୁ ପ୍ରତିଷ୍ଠା ହେବ ଇନକ୍ୟୁବେଟର ସେଣ୍ଟର । ଅନ୍ଧାରୁଆ ବାୟୋଟେକ୍ ପାର୍କରେ ପ୍ରତିଷ୍ଠା ହେବ ଏହି କାରଖାନା । ଏଥିପାଇଁ ୩ଶହ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଭାରତ ବାୟୋଟେକ । ଏଠାରେ ମ୍ୟାଲେରିଆ, ଜାପାନୀ ଏନସେଫାଲାଇଟିସ୍ ଟିକା ମଧ୍ୟ ପ୍ରସ୍ତୁତ ହେବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏପରି ଏକ ପ୍ରକଳ୍ପ ମଞ୍ଜୁରୀ ମିଳିଛି । ୧୫ ଦିନ ମଧ୍ୟରେ ଏହି କମ୍ପାନିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ପରିସରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ବିଜ୍ଞାନ ପ୍ରଯୁକ୍ତି ବିଦ୍ୟାର ପ୍ରମୁଖ ସଚିବ ସନ୍ତୋଷ କୁମାର ଷଡଙ୍ଗୀ ଏନେଇ ସୂଚନା ପ୍ରଦାନ କରିଥିଲେ । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜମି ଓ ଆବଶ୍ୟକୀୟ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଏଥିପାଇଁ ପ୍ରଦୂଷଣ ବୋର୍ଡ ପକ୍ଷରୁ କ୍ଲିଅରାନ୍ସ ମିଳିବା ପରେ କମ୍ପାନିର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି କୁହାଯାଇଛି । କୋଭିଡ ସହ ମ୍ୟାଲେରିଆ ଭ୍ୟାକସିନ୍ ମଧ୍ୟ ଏହିଠାରେ ପ୍ରସ୍ତୁତ କରାଯିବ ।

ଓଡ଼ିଶାରେ ଡିସେମ୍ବର ୩୧ ଯାଏ ସ୍କୁଲ ଛୁଟି

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୩୧ ଯାଏ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ । ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି । ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଚଳିତ ମାସରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଥିଲା । ଡିସେମ୍ବର ଦ୍ୱିତୀୟ ସପ୍ତାହରେ କରୋନାର ଦ୍ୱିତୀୟ ଲହର ଆସିବା ନେଇ ଆଶଙ୍କା କରାଯାଇଛି ।

Schools in Odisha to remain closed till 31st December 2020

ଅନ୍ୟପଟେ ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲିବା ପରେ ସଂକ୍ରମଣ ବଢିଛି । ଏସବୁକୁ ଦେଖି ନିଷ୍ପତ୍ତି ବଦଳାଇଛନ୍ତି ରାଜ୍ୟ ସରକାର । ଡିସେମ୍ବରରେ କରୋନାର ଦ୍ୱିତୀୟ ଲହର ଆସିବା ଆଶଙ୍କା ଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବେ ସ୍କୁଲ ଖୋଲିବ ନାହିଁ ବୋଲି ଘୋଷଣା କରିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ବିଭାଗ ଚିନ୍ତା କରୁଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ଦାସ । ପୂର୍ବଭଳି ଅନ୍‌ଲାଇନ୍ ପାଠପଢା ଜାରି ରହିବ ଏବଂ ପରିସ୍ଥିତିକୁ ଦେଖି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ କରୋନାରୁ ଆଉ ସୁସ୍ଥ ହେଲେ ୧୬୪୧ ଜଣ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନାରୁ ଆଉ ୧୬୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ କରୋନାରୁ ରାଜ୍ୟରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୮୫ ହଜାର ୧୭୪କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଖୋର୍ଦ୍ଧାରୁ ସର୍ବାଧିକ ୧୮୨ ଜଣ, ମୟୂରଭଞ୍ଜରୁ ୧୪୯ ଜଣ, ଜଗତସିଂହପୁରରୁ ୧୨୨ ଜଣ, କଟକରୁ ୧୦୯ ଜଣ, ଅନୁଗୁଳରୁ ୮୪ ଜଣ, ସୁନ୍ଦରଗଡ଼ରୁ ୮୩ ଜଣ, ବଲାଙ୍ଗିରରୁ ୭୮ ଜଣ, ବାଲେଶ୍ୱରରୁ ୭୬ ଜଣ, କେନ୍ଦ୍ରାପଡ଼ାରୁ ୬୩ ଜଣ, କେନ୍ଦୁଝରରୁ ୫୬ ଜଣ, ମାଲକାନଗିରିରୁ ୫୪ ଜଣ, କୋରାପୁଟରୁ ୫୧ ଜଣ, କଳାହାଣ୍ଡି ଓ ନୂଆପଡ଼ାରୁ ୪୮ ଜଣ ଲେଖାଏଁ, ପୁରୀରୁ ୪୭ ଜଣ, ନବରଙ୍ଗପୁରରୁ ୪୨ ଜଣ, ବରଗଡ଼ରୁ ୩୯ ଜଣ, ନୟାଗଡ଼ରୁ ୩୩ ଜଣ, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡ଼ା ଜିଲ୍ଲାରୁ ୩୨ ଜଣ ଲେଖାଏଁ, ସମ୍ବଲପୁରରୁ ୨୯ ଜଣ, ଭଦ୍ରକରୁ ୨୫ ଜଣ, ଯାଜପୁରରୁ ୨୨ ଜଣ, ସୋନପୁରରୁ ୧୮ ଜଣ, ବୌଦ୍ଧରୁ ୧୭ ଜଣ, ଦେବଗଡ଼ରୁ ୧୩, କନ୍ଧମାଳରୁ ୧୨ ଜଣ, ରାୟଗଡ଼ାରୁ ୮ ଜଣ, ଗଜପତିରୁ ୪ ଜଣ ଓ ଷ୍ଟେଟପୁଲରୁ ୩୩ ଜଣ ଆରୋଗ୍ୟ ହୋଇଛନ୍ତି ।

ରାଜ୍ୟରେ ଏଯାବତ୍ ୨ ଲକ୍ଷ ୯୮ ହଜାର ୭୬୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇ ସାରିଥିବା ବେଳେ ୨ ଲକ୍ଷ ୮୫ ହଜାର ୧୭୪ ଜଣ ସୁସ୍ଥ ହୋଇ ସାରିଲେଣି । ଏବେ ପ୍ରାୟ ୧୨ ହଜାର ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି । ରାଜ୍ୟରେ ୧ ହଜାର ୩୯୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ରାଜଧାନୀରୁ ଗତ ୨୪ ଘଣ୍ଟାରେ ୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୧ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ନେଇ ବିଏମସି ସୂଚନା ଦେଇଛି ।

ପଣସ ଖାଇ ଅନ୍ୟ ମୁଣ୍ଡରେ ଅଠା ବୋଳିଛନ୍ତି ପଣ୍ଡା ଦମ୍ପତି, ଗିରଫ ଭୟରେ ଆଗୁଆ ଜାମିନ

ଭୁବନେଶ୍ୱର : କର୍ମଚାରୀଙ୍କ କାନ୍ଧରେ ବନ୍ଧୁକ ରଖି ଯେଉଁ ମାଲିକ କାରବାର କରେ ତାକୁ କଣ କହିବା ? ମିଠା ମହୁ ଖାଇଲା କିଏ ଆଉ ମାଛି କାମୁଡିଲା କାହାକୁ ? ଜଣେ ନିରୀହ ଲୋକ ପ୍ରତି ହୋଇଥିବା ଅନ୍ୟାୟର ପର୍ଦ୍ଦାଫାସ ହେବା ଉଚିତ ନୁହେଁ କି । ଓଟିଭି ଗ୍ରୁପରେ ବରିଷ୍ଠ ପଦାଧିକାରୀ ଥିବା ମନୋରଂଜନ ଷଡ଼ଙ୍ଗୀ ସିଏଫଓ ପଦରୁ ଇସ୍ତଫା ଦେବା ପରେ ଗଣମାଧ୍ୟମ ଜରିଆରେ ଏଭଳି ପ୍ରଶ୍ନ କରିଛନ୍ତି ତାଙ୍କ ଶାଳକ ହରିହର ମିଶ୍ର । ସାରୁଅ ଜମି ଜାଲିଆତି ମାମଲାରେ ଗିରଫ ପରେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ମନୋରଂଜନଙ୍କ ପାଇଁ ବୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡାଙ୍କ ଅସଲ ଚେହେରାକୁ ସର୍ବସାଧାରଣରେ ଖୋଲିଦେବା ସହିତ ନ୍ୟାୟ ଦାବି କରିଛନ୍ତି ତାଙ୍କ ଓକିଲ ଶାଳକ ହରିହର ମିଶ୍ର।

Odisha Crime Branch Request To Income Tax Department To Investigate Funds Transaction On Sarua Land Scam

ହରିହର ମିଶ୍ର କହିଛନ୍ତି ଯେ, ଖୁଲ୍ଲମଖୁଲା କେଳେଙ୍କାରୀ କଲେ, ହେଲେ ଧରାପଡ଼ିବା ବେଳେ ଦୋଷ ଲଦୁଛନ୍ତି କର୍ମଚାରୀଙ୍କ ମୁଣ୍ଡରେ । ସାରୁଅ ଜମି ଜାଲିଆତିରେ କର୍ମଚାରୀଙ୍କୁ ମୋହରା କରି ହାତେଇଛନ୍ତି ଏକର ଏକର ଦଳିତ ଜମି । ହରିହର ଆହୁରି ଅଭିଯୋଗ କରିଛନ୍ତି, ଭିଣୋଇଙ୍କ ସଚ୍ଚୋଟତାର ସୁଯୋଗ ନେଇ ତାଙ୍କୁ ଫସାଇ ଦିଆଯାଇଛି । ମନୋରଞ୍ଜନ ୨୦୦୮ରେ ଓମଫେଡ୍ ଛାଡି ଓରଟେଲ ସଂସ୍ଥାରେ ଯୋଗ ଦେଇଥିଲେ । ମନୋରଂଜନ ସମାଜର ଅତ୍ୟନ୍ତ ଦୁର୍ବଳ ଶ୍ରେଣୀରୁ ଉଠି ନିଜକୁ ସମାଜରେ ପ୍ରତିଷ୍ଠିତ କରିପାରିଛନ୍ତି । କିନ୍ତୁ ଓଟିଭି ତାଙ୍କର ସେହି ଚେରକୁ କାଟିଦେଇଛି । ସଚ୍ଚୋଟତାର ସୁଯୋଗ ନେଇ ମନୋରଞ୍ଜନଙ୍କୁ ମୋହରା ବନାଇଛନ୍ତି ଜୟ ଓ ଜଗି ପଣ୍ଡା ବୋଲି ହରିହର ଅଭିଯୋଗ କରିଛନ୍ତି ।

Sarua Land Scam Case, Courts Direct To Send Notice To Affected

ଉଲ୍ଲେଖଯୋଗ୍ୟ, ୨୦୦୮ରେ ଜଗି ମଙ୍ଗତ ପଣ୍ଡା ଏବଂ ବିଭୁ ପ୍ରସାଦ ରଥଙ୍କୁ ନେଇ ଓଡ଼ିଶା ଇନଫ୍ରାଟେକ ପ୍ରା ଲିମିଟେଡ ଗଢାଗଲା । ଦଳିତଙ୍କ ଜମି ହଡପ ପାଇଁ କରାଗଲା ଷଡ଼ଯନ୍ତ୍ର । ୧୨ ବର୍ଷର ଚକ୍ରାନ୍ତ । ଯେତେବେଳେ ଚକ୍ରାନ୍ତର କ୍ଲାଇମାକ୍ସ ସମୟ ଆସିଲା ମନୋରଂଜନଙ୍କୁ ନିର୍ଦ୍ଦେଶକ କରାଗଲା । ଏବଂ କମ୍ପାନୀ ଗଢି ନିଜେ ଜଗି ଖସିଗଲେ ୨୦୧୦ ମସିହାରେ । ଆଉ କହିଲେ ଯେ, ମନୋରଂଜନଙ୍କୁ ପାୱାର ଅଫ ଆଟୋର୍ଣ୍ଣି ଦିଆଯାଇଛି । ହେଲେ ଏହା ମନୋରଂଜନଙ୍କ ଜଏନିଂ ପୂର୍ବରୁ ଦିଆଯାଇଛି । ସେଥିରେ ଦୀପକ ପଣ୍ଡା, ବିଶ୍ବଜିତ ସାହୁ, ଶିବ ଶ୍ରୀଚନ୍ଦନ ଓ ରଶ୍ମି ମିଶ୍ରଙ୍କ ନାଁ ଉଲ୍ଲେଖ ରହିଛି  । ଏଥିରେ ବିଭୂ ରଥଙ୍କ ଶଳା ମଧ୍ୟ ସାମିଲ୍ ଥିଲେ । ସମସ୍ତ ଜମି ଏହି ମାନଙ୍କ ପାୱାର ଅଫ ଆଟୋର୍ଣ୍ଣିରେ କିଣାଯାଇଛି  । କିନ୍ତୁ ମନୋରଂଜନଙ୍କ ପାୱାର ଅଫ ଆଟୋର୍ଣ୍ଣିରେ ମାତ୍ର ଦୁଇଟି ସାଧାରଣ ବର୍ଗର ଜମି କିଣାଯାଇଛି  । ତେଣୁ ସେ ନିର୍ଦ୍ଦୋଷ ବୋଲି ହରିହର ଦାବି କରିଛନ୍ତି ।

ଗିରଫ ଭୟରେ ଆଗୁଆ ଜାମିନ ଆବେଦନ

ଏକ ନିର୍ଦ୍ଦିଷ୍ଟ ପୁଞ୍ଜିପତି ନିଜକୁ ଧନୀ କରିବା ପାଇଁ ଅନ୍ୟକୁ ଯେମିତି ବକ୍‌ରା ବନାନ୍ତି ସେମିତି ମନୋରଞ୍ଜନ ଷଡଙ୍ଗୀଙ୍କୁ ବକ୍‌ରା ବନାଇଛନ୍ତି ଜଗି ଓ ଜୟ ପଣ୍ଡା  । ନିଜକୁ ସୁରକ୍ଷିତ ରଖିବା ପାଇଁ କର୍ମଚାରୀଙ୍କୁ ବଳି ଏକ ମାରାତ୍ମକ ବିଷୟ । ଏପରିକି ଗିରଫ ହେବା ଜାଣି ଆଗୁଆ ଜାମିନ ନେଇସାରିଛନ୍ତି ଜଗି ଓ ଜୟ  । ଆଣ୍ଟିସପେଟୋରି ବେଲ ଆବେଦନ ନେଇ ହରିହର ପଚାରିଛନ୍ତି ଯିଏ ଦୋଷ କରିଥାଏ ସେ ଆଗୁଆ କୋର୍ଟରୁ ଜାମିନ ନେଇ ନିଜକୁ ସୁରକ୍ଷିତ କରିଥାଏ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି ।

OTV Sarua Land Grabbing Case, Khordha District Administration Started Investigation

ହେଲେ ମୁଖ୍ୟ ପ୍ରଶ୍ନ ହେଉଛି ଷଡ଼ଯନ୍ତ୍ରର ମୁଖ୍ୟ କାର୍ପଟଦାର କିଏ ? ତାହାର ଗୁମର ଖୋଲିବା ଦରକାର । ପବ୍ଲିକ ଆଗରେ ସବୁ ଘଟଣାର ପର୍ଦ୍ଦାଫାସ ହେବା ଦରକାର । ପ୍ରମାଣିତ ହେବା ଦରକାର କିଏ ସ୍ବଚ୍ଛ କିଏ ଦୋଷୀ  । ଜଣେ ନୀରିହ ଲୋକର ଜୀବନ ଓ କ୍ୟାରିଅର ପ୍ରତି ହୋଇଥିବା ଅନ୍ୟାୟର ପର୍ଦ୍ଦାଫାସ ହେବା ସହ ନ୍ୟାୟ ମିଳିବା ଉଚିତ । ଏହାସହ ହରିହର କହିଛନ୍ତି ଯାହା ନ୍ୟାୟ ଆସିବ ତାକୁ ମନୋରଂଜନ ମାନିନେବେ ବୋଲି ତାଙ୍କ ସମ୍ପର୍କୀୟ କହିଛନ୍ତି । ଅପରପକ୍ଷରେ ଭୀଷଣ ଚାପ ସହି ନ ପାରି ମନୋରଂଜନ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଏବେ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମନୋରଞ୍ଜନଙ୍କୁ ନ୍ୟାୟ ମିଳିବା ଦରକାର । ସତ୍ୟ ସତ୍ୟ ବାଟରେ ଯିବ ମିଥ୍ୟା ମିଥ୍ୟା ବାଟରେ ଯାଉ ବୋଲି ମନୋରଂଜନଙ୍କ ପାଇଁ ଦାବି କରିଛନ୍ତି ଶଳା ହରିହର ମିଶ୍ର ।

ବିୟର ଗିଲ୍ସଙ୍କ ଓଡ଼ିଶା ଭର୍ସନ, କାଲିମେଳା ଜଙ୍ଗଲରେ ରାତିଦିନ କାଟୁଛନ୍ତି ଏମଟେକ୍ ଛାତ୍ର

ମାଲକାନଗିରି: ଯୁବକଙ୍କ ୱାଇଲ୍ଡ ଲାଇଫ ନିଶା । ଉଚ୍ଚ ଶିକ୍ଷା ପରେ ଚାକିରି ନ କରି ପାଲଟିଲେ ସର୍ଭାଇବର୍ । ଡିସ୍କଭରି ଚ୍ୟାନେଲର ଲୋକପ୍ରିୟ ଶୋ ମ୍ୟାନ ଭର୍ସେସ ୱାଇଲ୍ଡ ଏବେ ଦେଖିବାକୁ ମିଳିଛି ଓଡ଼ିଶାରେ । ମ୍ୟାନ୍ ଭର୍ସେସ ୱାଇଲ୍ଡ ଶୋ ପାର୍ଟ-2 । ବିୟର ଗିଲ୍ସଙ୍କ ପରେ ଓଡ଼ିଶାର ଜଙ୍ଗଲ ବୟ । ଏମ୍.ଟେକ୍ ପାଠ ପରେ ବନିଗଲେ ସର୍ଭାଇବର ।

Jungle Boy Rajesh Mandal Follows Bear Grylls, Choose To Go Wild

ଜଙ୍ଗଲରେ ମଞ୍ଚ ଉପରେ ବସା କରି କଟୁଛି ରାତି । ଜୀବଜନ୍ତୁଙ୍କ ସହ କଟୁଛି ଦିନ । ମାଲକାନଗିରି କାଲିମେଳା ଏମଭି-୭୯ରେ ରୁହନ୍ତି ରାଜେଶ । ଡିସ୍କଭରିରେ ବିୟର ଗିଲ୍ସଙ୍କ ଶୋ ଦେଖିବା ପରେ ଏମିତି କିଛି ନିଆରି କରିବାର ଝୁଙ୍କ ଥିଲା ତାଙ୍କ ମନରେ । ଖାସ୍ ସେଥିପାଇଁ ସେ ଜଙ୍ଗଲରେ ରହିବାକୁ ପସନ୍ଦ କରିଥିଲେ ।

Jungle Boy Rajesh Mandal Follows Bear Grylls, Choose To Go Wild

ଭୋପାଳ NITରେ ଏମ୍.ଟେକ୍ ପାଠପଢ଼ା ପରେ ଚାକିରି କରିବାକୁ ବାଧ୍ୟ କରିଥିଲେ ବାପମାଆ । ହେଲେ ରାଜେଶଙ୍କ ଇଚ୍ଛା କିନ୍ତୁ ଥିଲା ଭିନ୍ନ । ପିଲାବେଳୁ କିଛି ଅଲଗା କରିବାର ନିଶା ଥିଲା ରାଜେଶଙ୍କର । ପ୍ରଥମେ ୨୦୦୦ ଫୁଟ୍ ପାହାଡ଼ ଚଢ଼ି ଦିନ କାଟିଥିଲେ । ଏମିତି କରୁ କରୁ ଜଙ୍ଗଲରେ ରହିବା ତାଙ୍କର ଅଭ୍ୟାସରେ ପରିଣତ ହୋଇଗଲା । ଏବେ ପରିବାର ମଧ୍ୟ ତାଙ୍କର ଏହି କାର୍ଯ୍ୟକୁ ସମର୍ଥନ ଜଣାଉଛନ୍ତି । ଆଗକୁ ସାରା ଦେଶରେ କିପରି ବିୟର ଗ୍ରିଲ୍ସଙ୍କ ପରି ଦକ୍ଷ, ବିଖ୍ୟାତ ସରଭାଇବର ହେବେ ସେ ଲକ୍ଷ୍ୟ ରଖିଛନ୍ତି ।