spot_img
Home Blog Page 6483

ଇଣ୍ଡୋ ପ୍ୟାସିଫିକ୍‌ରେ ୪ ଶକ୍ତିଶାଳୀ ରାଷ୍ଟ୍ର ଏକାଠି, ଚୀନ୍‌ କହିଲା ଷଡ଼ଯନ୍ତ୍ର ମହଙ୍ଗା ପଡ଼ିବ

ନୂଆଦିଲ୍ଲୀ: ଇଣ୍ଡୋ ପ୍ୟାସିଫିକ୍ ଅଞ୍ଚଳରେ ଏକାଠି ହୋଇଛନ୍ତି ୪ ଶକ୍ତିଶାଳୀ ରାଷ୍ଟ୍ର । ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ନୌସେନା ମିଶି ମିଳିତ ଅଭ୍ୟାସ ଆରମ୍ଭ କରିଛନ୍ତି । ଏହି ଅଞ୍ଚଳ ସବୁବେଳେ ଅଶାନ୍ତ ରହୁଥିବା ବେଳେ ଚୀନର ଦାଦାଗିରିକୁ ବନ୍ଦ କରିବା ପାଇଁ ଏଠାରେ ୪ଟି ଦେଶର ନୌସେନା ଅଭ୍ୟାସ କରୁଛନ୍ତି ।

ସେପଟେ ୪ ଦେଶର ମିଳିତ ଅଭ୍ୟାସ ପରେ ପ୍ରତିକ୍ରିୟା ରଖିଛି ଚୀନ । ଏଭଳି ଚୀନ ବିରୋଧୀ ଷଡ଼ଯନ୍ତ୍ର ମହଙ୍ଗା ପଡିବ ବୋଲି ଚୀନର ବୈଦେଶିକ ମନ୍ତ୍ରାଳୟ କହିଛି । ପୂର୍ବରୁ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍‌ ପୋମ୍ପିଓ ଭାରତ ଗସ୍ତରେ ଆସି ଚୀନକୁ କଡା ଚେତାବନୀ ଦେଇଥିଲେ । ସାଉଥ୍‌ ଏସିଆରେ ଚୀନ ଅଶାନ୍ତି ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଥିଲେ । ତାଙ୍କ ଗସ୍ତର କିଛି ଦିନ ପରେ ଆମେରିକାର ଏଭଳି ପଦକ୍ଷେପ ଚୀନକୁ ଅଶାନ୍ତ କରିଛି । ପୂର୍ବରୁ ଆମେରିକା ମଧ୍ୟ ଚୀନ୍‌ ସହ ବ୍ୟବସାୟିକ ସମ୍ପର୍କରେ ବ୍ୟାଘାତ ସୃଷ୍ଟି କରିଛି ।

indian army in siachen glacier

ସେପଟେ ଭାରତ ଓ ଚୀନ୍‌ ମଧ୍ୟରେ ଏବେ ବି ସ୍ଥିତି ଗମ୍ଭୀର । ପୂର୍ବ ଲଦାଖରେ ଚୀନ ସହ ଟକ୍କର ପାଇଁ ଭାରତର ପ୍ରସ୍ତୁତି । ବିଶେଷ କରି ଶୀତ ଋତୁରେ ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ ରହିଛି । ଶୀତ ଦିନରେ ସେଠାରେ ତାପମାତ୍ରା ମାଇନସ୍‌ ଡିଗ୍ରୀରେ ରହିଥାଏ । ତେଣୁ ଏଠାରେ ସାଧାରଣ ଚଳପ୍ରଚଳ ମଧ୍ୟ କାଠିକର ପାଠ ହୋଇଥାଏ । ଖାସ୍‌ ଏହି କାରଣରୁ ଆମେରିକାର ସହାୟତା ନେଇଛି ଭାରତ । ଆମେରିକାଠୁ ସ୍ୱତନ୍ତ୍ର ଭାବେ ଶୀତବସ୍ତ୍ର କିଣିବ ଭାରତ । ଏହି ଶୀତବସ୍ତ୍ର ଭାରତୀୟ ସେନାଙ୍କୁ ମାଇନସ୍‌ ଡିଗ୍ରୀ ଥଣ୍ଡାରେ ବି ସୁରକ୍ଷା ଯୋଗାଇବ । ଆମେରିକାର ସେନା ମଧ୍ୟ ଏହି ଶୀତବସ୍ତ୍ର ବ୍ୟବହାର କରନ୍ତି । ପ୍ରଥମ ପର୍ଯ୍ୟାୟରେ ଭାରତୀୟ ସେନା ୬୦ ହଜାର ଶୀତବସ୍ତ୍ର କିଣିବ ବୋଲି ଜଣାପଡିଛି । ଏଗୁଡିକ ଖୁବଶୀଘ୍ର ଯୋଗାଇବ ଆମେରିକା । ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୩୦ ହଜାର ଶୀତବସ୍ତ୍ର ଆସିବ । ସିଆଚିନ୍‌ ଓ ପୂର୍ବ ଲଦାଖରେ ଥିବା ସେନା ଏହି ଶୀତବସ୍ତ୍ର ବ୍ୟବହାର କରିବେ ।

indian army in siachen glacier

ସୁରୁଖୁରୁରେ ସରିଲା ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ୫୩.୫୧ ପ୍ରତିଶତ ଭୋଟିଂ

ବିହାର: କୋଭିଡ୍ କଟକଣା ମଧ୍ୟରେ ଶେଷ ହୋଇଛି ବିହାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଦ୍ୱିତୀୟ ପର୍ଯ୍ୟାୟରେ ୫୩.୫୧ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ । ୧୭ଟି ଜିଲ୍ଲାର ୯୪ଟି ଆସନ ପାଇଁ ହୋଇଛି ଭୋଟିଂ ।

୧ ହଜାର ୪୬୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି ପ୍ରାୟ ଦୁଇ କୋଟି ଭୋଟର । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, ମହାଗଠବନ୍ଧନ ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ୱୀ ଯାଦବ, ରାଜ୍ୟପାଳ ଫଗୁ ଚୌହାନଙ୍କ ସମେତ ଅନେକ ନେତା ପାଟ୍‌ନାରେ ଭୋଟ ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ହେଭିଓ୍ୱେଟ୍‌ ନେତାଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଏହି ପର୍ଯ୍ୟାୟରେ ଆର୍‌ଜେଡି ୫୬ଟି ଆସନରେ ନିର୍ବାଚନ ଲଢୁଥିବା ବେଳେ ବିଜେପି ୪୬ ଓ ଜେଡୟୁ ୪୩ଟି ଆସନରେ ନିର୍ବାଚନ ଲଢିଛନ୍ତି । ସେହିଭଳି କଂଗ୍ରେସ ୨୪ ଓ ଏଲଜେପି ପ୍ରାର୍ଥୀ ୨୬ଟି ଆସନରେ ମୈଦାନକୁ ଓହ୍ଲାଇଥିଲେ ।

Bihar Election

ସେପଟେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ଜୋରଦାର ପ୍ରଚାର ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ଅନେକ ନେତା ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ଆସନ୍ତା ୭ ତାରିଖରେ ହେବ ତୃତୀୟ ପର୍ଯ୍ୟାୟ ଭୋଟିଂ । ୧୦ ତାରିଖରେ ଆସିବ ରେଜଲ୍ଟ । ସେହିଭଳି ମଧ୍ୟପ୍ରଦେଶର ୨୮ଟି ବିଧାନସଭା ଆସନ ସମେତ ୧୧ ରାଜ୍ୟର ୫୪ଟି ଆସନରେ ଆଜି ଉପନିର୍ବାଚନ ଶେଷ ହୋଇଛି ।

କର୍ମଚାରୀଙ୍କ ଧାରଣା ପ୍ରସଙ୍ଗ : ଓଟିଭି ଏମଡିଙ୍କୁ ଯୁଗ୍ମ ଶ୍ରମ କମିଶନରଙ୍କ ଚିଠି

ଭୁବନେଶ୍ୱର: ଓଟିଭି ଏମଡି ଜଗି ପଣ୍ଡାଙ୍କୁ ଯୁଗ୍ମ ଶ୍ରମ କମିଶନରଙ୍କ ନୋଟିସ । ଗତ ତିନିଦିନ ହେଲା ଖରା ଓ ଶୀତରେ ଫାଟକ ସମ୍ମୁଖରେ ପାଲ ଟାଣି ପଡ଼ି ରହିଛନ୍ତି ପୁରୁଷ ଓ ମହିଳା କର୍ମଚାରୀ । ଏମାନଙ୍କଠୁ ଓଟିଭି କର୍ତ୍ତୃପକ୍ଷ ଶାଗ ମାଛ ଦରରେ ଜମି ହଡ଼ପ କରି ଲୋଭନୀୟ ଅଫର ଦେଇଥିଲେ । କଥା ଦେଇଥିଲେ ଚାକିରି ମିଳିବ  । ହେଲେ ୫ – ୬ ବର୍ଷ ଧରି ଠିକା ଶ୍ରମିକ ଭାବେ କାମ କରାଇବା ପରେ ସେମାନଙ୍କୁ ବାହାର କରିଦେଇଛନ୍ତି ଓଟିଭି ମାଲିକାଣୀ ଜଗିମଙ୍ଗତ ପଣ୍ଡାଙ୍କ ବାପା ଓ ଭାଇ । ତିନି ଦିନ ହେଲା ଫାଟକ ଆଗରେ ନ୍ୟାୟ ପାଇଁ ବସି ରହିଥିଲେ ବି କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଆଡ଼ ଆଖିରେ ଅନାଉନାହାନ୍ତି  । ଏନେଇ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଶ୍ରମ ଅଧିକାରୀଙ୍କୁ ୫ ଦଫା ଦାବି ସମ୍ବଳିତ ଦାବିପତ୍ର ଠିକା କର୍ମଚାରୀ ଦେଇଥିବା ଜଣାପଡିଛି ।

ଅପରପକ୍ଷରେ ପୁଣି ଦିନିକିଆ ରିମାଣ୍ଡରେ ଓଡ଼ିଶା ଇନଫ୍ରାଟେକର ନିର୍ଦ୍ଦେଶକ ମନୋରଂଜନ ଷଡ଼ଙ୍ଗୀ । ସାରୁଅ ଜମି ଚଞ୍ଚକତା ମାମଲାରେ ଗିରଫ ନିର୍ଦ୍ଦେଶକଙ୍କୁ ଆସନ୍ତାକାଲି ପୁଣି ଜେରା କରିବ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଆଜି ଉଭୟ ନିର୍ଦ୍ଦେଶକ ଓ ଏଜେଣ୍ଟ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ମୁହାଁମୁହିଁ ଜେରା କରିଥିଲେ ତଦନ୍ତକାରୀ ଅଧିକାରୀ । କୁହାଯାଉଛି, ଯଦି ଉଭୟ ସତ କୁହନ୍ତି, ତେବେ ଜଗି ଓ ଜୟଙ୍କ ମୁଖା ଖୋଲିଯିବ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି ।

ସେପଟେ ଏହି ରିମାଣ୍ଡ ସମୟରେ ଅର୍ଥନୈତିକ ଅପରାଧା ଶାଖାକୁ ମିଳିଛି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ସୂଚନା କହୁଛି, ଜମି ଜାଲିଆତିର ଆହୁରି ଅନେକ ଦସ୍ତାବିତ ଲାଗିଛି କ୍ରାଇମବ୍ରାଞ୍ଚ ହାତରେ । ତେବେ  ନିର୍ଦ୍ଦେଶକ ମନୋରଂଜନ ଷଡ଼ଙ୍ଗୀ ଓ ଶିବ ପ୍ରସାଦଙ୍କ ପରେ ଏବେ କାହା ପାଳି ? ସାରୁଅ ସ୍କାମ୍‌ର ମାଷ୍ଟରମାଇଣ୍ଡ କିଏ ?ଦୁଇଜଣଙ୍କ ଗିରଫଦାରୀ ପରେ ଜଗି ଓ ବୈଜୟନ୍ତଙ୍କ ଏକାଧିକ କଂପାନୀର କର୍ମଚାରୀ ଓ ଅଧିକାରୀଙ୍କ ଛାତିରେ କଂପନ ସୃଷ୍ଟି ହୋଇଛି । କାରଣ କେବଳ ନାଲି ଆଖି ଦେଖାଇ ଦଳିତଙ୍କ ଜମି ଲୁଟ୍ ହୋଇନି ବଂର ଚାପ ପକାଇ ବିଭିନ୍ନ କର୍ମଚାରୀଙ୍କ ନାଁରେ ମଧ୍ୟ କିଣା ଯାଇଛି ।

ରେକର୍ଡ ଅପେକ୍ଷାରେ ଆମେରିକା ନିର୍ବାଚନ, ଟ୍ରମ୍ପ ହାରନ୍ତୁ କି ଜିତନ୍ତୁ..!

ଆମେରିକା: ଆମେରିକା ନିର୍ବାଚନରେ ଯାହା ବି ଫଳାଫଳ ହେଉ । ଏଥର କିନ୍ତୁ ନୂଆ ରେକର୍ଡ ସୃଷ୍ଟି ହେବାକୁ ଯାଉଛି । ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ମହାମାରୀ ସମୟରେ ନିର୍ବାଚନ ହେଉଛି । ଏହି କରୋନା ମହାମାରୀ ପାଇଁ କେବଳ ଆମେରିକା ନୁହେଁ, ସାରା ବିଶ୍ୱ ପ୍ରଭାବିତ ହୋଇଛି । ସେଥିପାଇଁ ଏହି ନିର୍ବାଚନ ବିଶେଷ ଭାବେ ପ୍ରଭାବିତ ହୋଇଛି ବୋଲି କୁହାଯାଉଛି । ପୂର୍ବରୁ ୧୯୧୮ରେ ମଧ୍ୟବର୍ତ୍ତିକାଳିନ ନିର୍ବାଚନ ବେଳେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା । କିନ୍ତୁ ବର୍ତ୍ତମାନ ଭଳି ସ୍ଥିତି ସୃଷ୍ଟି ହୋଇନଥିଲା । ସେହି ସମୟରେ ପ୍ରଥମ ବିଶ୍ୱଯୁଦ୍ଧ ସହ ସ୍ପାନିଶ୍‌ ଫ୍ଲୁ ପାଇଁ ସାରା ଆମେରିକା ପ୍ରଭାବିତ ହୋଇଥିଲା ।

America Election

ଏଥିସହ କରୋନା ପାଇଁ ମତଦାନ ପ୍ରକ୍ରିୟା ମଧ୍ୟ ବଦଳିଛି । ମେଲ ମାଧ୍ୟମରେ କିମ୍ବା ସମୟ ପୂର୍ବରୁ ଭୋଟ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ୧୦ କୋଟି ଲୋକ ସମୟ ପୂର୍ବରୁ ଭୋଟ ଦେଇଛନ୍ତି । ୨୦୨୦ ରାଷ୍ଟ୍ରପତି ନିର୍ବାଚନ, ଆମେରିକା ଇତିହାସର ସବୁଠୁ ମହଙ୍ଗା ନିର୍ବାଚନ ସାବ୍ୟସ୍ତ ହୋଇଛି । ଏହି ନିର୍ବାଚନ ପାଇଁ ୧୪ ବିଲିୟନ ଡଲାର ଖର୍ଚ୍ଚ ହୋଇଛି । ଗତ ଦୁଇ ନିର୍ବାଚନକୁ ନେଇ ଏହି ଆକଳନ କରାଯାଇଛି । ଏପଟେ ଯଦି ଡୋନାଲ୍ଡ ଟ୍ରମ୍ପ ଏହି ନିର୍ବାଚନ ହାରୁଛନ୍ତି, ତାହେଲେ ମଧ୍ୟ ରେକର୍ଡ ସୃଷ୍ଟି ହେବ । ଟ୍ରମ୍ପ ପ୍ରଥମ ରାଷ୍ଟ୍ରପତି ହେବେ ଯେ କି ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନଙ୍କ ଠାରୁ ହାରିବେ ।

Jo Biden

ଯଦି ଟ୍ରମ୍ପ ଏହି ନିର୍ବାଚନ ଜିତୁଛନ୍ତି ତାହେଲେ ପ୍ରଥମ ଥର ପାଇଁ ଲଗାତାର ୪ ଜଣ ରାଷ୍ଟ୍ରପତି ଦ୍ୱିତୀୟ ଥର ପାଇଁ କାର୍ଯ୍ୟଭାର ସମ୍ଭାଳିବେ । ପୂର୍ବରୁ ବିଲ୍ କ୍ଲିଣ୍ଟନ୍‌, ଜର୍ଜ ଡବ୍ଲୁ ବୁଶ, ବାରାକ ଓବାମା ଦ୍ୱିତୀୟ ଥର ନିର୍ବାଚନରେ ବିଜୟ ହାସଲ କରିଥିଲେ । ଏଥିସହ ଡୋନାଲ୍ଡ ଟ୍ରମ୍ପ୍‌ ଯଦି ଏହି ନିର୍ବାଚନ ହାରୁଛନ୍ତି ଏକ ନିଆରା ରେକର୍ଡ ହେବାକୁ ଯାଉଛି । କାରଣ ଜୋ ବିଡେନ ଶେଷଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢୁଛନ୍ତି । ୨୦୨୪ରେ ବିଡେନ ଆଉ ନିର୍ବାଚନ ଲଢିପାରିବେ ନାହିଁ । କାରଣ ସେ ପୂର୍ବରୁ ଉପରାଷ୍ଟ୍ରପତି ରହିସାରିଛନ୍ତି । ତେଣୁ ଆମେରିକାବାସୀଙ୍କୁ ଲଗାତାର ତୃତୀୟ ଥର ମଧ୍ୟ ନୂଆ ରାଷ୍ଟ୍ରପତି ବାଛିବାକୁ ପଡିବ ।

ଜୋ ବିଡେନ୍‌ ଏଥର ରାଷ୍ଟ୍ରପତି ହେଲେ ପ୍ରଥମ ଥର ପାଇଁ ସେ ଡେଲାଓ୍ୱେରୁ ପ୍ରଥମ ବ୍ୟକ୍ତି ଭାବେ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ପୂର୍ବରୁ ଡେଲାଓ୍ୱେରରୁ କେହି ବି ରାଷ୍ଟ୍ରପତି ହୋଇନାହାନ୍ତି । ଏଥିସହ ଆମେରିକାରେ ପୂର୍ବତନ ଉପରାଷ୍ଟ୍ରପତି, ରାଷ୍ଟ୍ରପତି ଆସନରେ ବସିବାରେ ମଧ୍ୟ ରେକର୍ଡ ସୃଷ୍ଟି କରିବେ ।

ଜୋ ବିଡେନ ବିଜୟ ହେଲେ ଆମେରିକା ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଉପରାଷ୍ଟ୍ରପତି ଭାବେ ଦେଖିବ । ପୂର୍ବରୁ କେବେ ବି ମହିଳା, ଉପରାଷ୍ଟ୍ରପତି ନିର୍ବାଚନ ଲଢିନାହାନ୍ତି । କମଲା ହ୍ୟାରିଶ ଆମେରିକାର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢୁଛନ୍ତି ।

ସାମ୍ନାକୁ ଆସିଲା ସପ୍ତମ ଶତାବ୍ଦୀର ଐତିହାସିକ କୀର୍ତ୍ତି, ଲୋକ କହିଲେ ମହାରାଜା ବଳରାମ ଦେବଙ୍କ ସମୟର କୀର୍ତ୍ତିରାଜି

ସମ୍ବଲପୁର: କଳା-ସଂସ୍କୃତିର ରାଜ୍ୟ ଓଡ଼ିଶା । ଓଡ଼ିଶାର ମାଟି ପାଣି ପବନରେ ଭରି ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟ  । ଓଡ଼ିଆ ଘରର ବାର ମାସରେ ତେର ପରବ ଭଳି ଓଡ଼ିଶା ମାଟିରେ ବି ରହିଛି କିଛି ଐତିହାସିକ କିମ୍ବଦନ୍ତି । ଯାହାକି ପ୍ରମାଣ କରିଛି ସମ୍ବଲପୁର ସହର ।

ଇତିହାସର ପ୍ରାୟ ଦୁଇ ହଜାର ବର୍ଷର ପୁରୁଣା ସହର ସମ୍ବଲପୁର । ରାଜା-ରାଜୁତି ସମୟରେ ସମ୍ବଲପୁରର ରହିଥିଲା ବହୁ କ୍ଷାତ । ରାଜା ବଳରାମ ଦେବଙ୍କ ସମୟରେ ସମ୍ବଲପୁର ସହରର ନାମ ନାମିତ ହୋଇଥିବା ବେଳେ, ହୋଇଥିଲା ସମଲେଶ୍ୱରୀ ମନ୍ଦିରର ନିର୍ମାଣ । ଏବଂ ସେ ସମୟର ନଟରାଜ ମୂର୍ତ୍ତି ସହ ସପ୍ତଶତାବ୍ଦୀର ମାଟି ଇଟା ଉଦ୍ଧାର ହୋଇଛି ।

ତେବେ ହୀରାକୁଦ ଜଳଭଣ୍ଡାରର ଐତିହାସିକ କୀର୍ତ୍ତି ବିଲୀନ ହୋଇଥିବା ବେଳେ, ସମ୍ବଲପୁର ଦୁର୍ଗାପାଲିର ଦେବୀ ବନ୍ଧ ହିଡରୁ ଉଦ୍ଧାର ହୋଇଛି ହଜାରେ ବର୍ଷର ପୁରୁଣା ନଟରାଜ ମୂର୍ତ୍ତି । ଯାହାକୁ ବହୁଦିନ ଧରି ସ୍ଥାନୀୟ ଲୋକେ ଏଠାରେ ଦେବୀ ପୀଠ କହି ପୂଜା କରୁଥିବା କହିଛନ୍ତି । ଏବଂ ବୁଦ୍ଧିଜୀବୀଙ୍କ ମତରେ ଏହି ତଥ୍ୟ ଉପରେ ଗବେଷଣା ହେବ ଅତ୍ୟନ୍ତ ଜରୁରୀ । ଗବେଷଣାରେ ତଥ୍ୟ ପ୍ରମାଣିତ ହେଲେ ଓଡିଶାରେ ପର୍ଯ୍ୟଟନ ଶିଳ୍ପର ବହୁତ ବୃଦ୍ଧି ପାଇବ ।

ଚୀନ୍‌ ଦେଖାଇଲା ପ୍ରଫେଟ୍‌ ମହମ୍ମଦଙ୍କ ଚିତ୍ର, ପାକିସ୍ତାନ ନୀରବ

ଚୀନ୍‌: ଫ୍ରାନ୍ସରେ ପ୍ରଫେଟ୍‌ ମହମ୍ମଦଙ୍କ କାର୍ଟୁନ୍‌ ଫଟୋ ପ୍ରସାରିତ ନେଇ ପାକିସ୍ତାନ କଡ଼ା ବିରୋଧ କରିଥିଲା । ହେଲେ ଏବେ ଚାଇନା ବେଳକୁ ପୁରା ଚୁପ୍‌ । କଥାଟା ହେଲା, କିଛି ଦିନ ପୂର୍ବେ ଫ୍ରାନ୍ସର ଜଣେ ଶିକ୍ଷକ ପ୍ରଫେଟ୍‌ ମହମ୍ମଦଙ୍କ ଏକ କାର୍ଟୁନ୍ ଫଟୋ ଦେଖାଇଥିଲେ । ଏଥିରେ ଉତ୍ୟକ୍ତ ହୋଇ ଜଣେ ଉଗ୍ରବାଦୀ ଉକ୍ତ ଶିକ୍ଷକଙ୍କୁ ହତ୍ୟା କରିଥିଲା । ଏହାପରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍‌ ଇସ୍‌ଲାମିକ୍‌ ଧର୍ମ ତଥା ଉଗ୍ରବାଦୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଇଥିଲେ । ଆଗକୁ ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ସେ ବ୍ୟବସ୍ଥା କରିଥିଲେ ।

China President XI Jinping Threatened India US Never Sit Idly While China Sovereignty Undermined

ତେବେ ଏଥିରେ ପାକିସ୍ତାନ ପକ୍ଷରୁ ମାକ୍ରୋନ୍‌ଙ୍କୁ କଡ଼ା ସମାଲୋଚନା କରାଯାଇଥିଲା । ଏମିତିକି ଅନ୍ୟ ଇସ୍‌ଲାମିକ୍‌ ଦେଶମାନେ ମଧ୍ୟ ମାକ୍ରୋନ୍‌ଙ୍କୁ ସମାଲୋଚନା କରିଥିଲେ । ସେମାନେ ଅଭିଯୋଗ କରିଥିଲେ, ମାକ୍ରୋନ୍‌ ଇସ୍ଲାମୋଫୋବିଆକୁ ଉତ୍ସାହିତ କରୁଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ପାକିସ୍ତାନର ବନ୍ଧୁରାଷ୍ଟ୍ର ଚୀନ୍‌ ଯେତେବେଳେ ନିଜ ସରକାରୀ ଗଣମାଧ୍ୟମରେ ପ୍ରଫେଟ୍‌ ହଜରତ ମହମ୍ମଦଙ୍କ ଏକ କେରିକେଚର (ଚିତ୍ର) ଦେଖାଇଛି, ସେତେବେଳେ ପାକିସ୍ତାନ ଚୁପ୍‌ ରହିଛି । ଏଥିପାଇଁ ପାକିସ୍ତାନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ ।

ଓ୍ୱିଗର ଆକ୍ଟିଭିଷ୍ଟ୍‌ ଅର୍ଶଲାନ୍‌ ହିଦାୟତ, ଚାଇନିଜ୍‌ ଟିଭି ସିରିଜ୍‌ର ଗୋଟିଏ କ୍ଲିପ୍‌ ଟ୍ୱିଟ୍‌ କରିଥିଲେ । ଯେଉଁଥିରେ ତାଙ୍ଗ ରାଜବଂଶ ଶାସନ କାଳରେ ଜଣେ ଆରବ ରାଜଦୂତଙ୍କ ଗୋଟିଏ ସିନ୍‌ ରହିଛି । ଏଥିରେ ଆରବ ରାଜଦୂତ ଜଣକ ପ୍ରଫେଟ୍‌ ମହମ୍ମଦଙ୍କ ଏକ ପେଣ୍ଟିଂ ଚୀନ୍‌ ସମ୍ରାଟ୍‌ଙ୍କୁ ପ୍ରଦାନ କରୁଥିବା ଦେଖାଯାଇଛି ।

China President XI Jinping Threatened India US Never Sit Idly While China Sovereignty Undermined

ଚୀନ୍‌ର ଏଭଳି ଆଚରଣ ଦେଖି ମଧ୍ୟ ପାକିସ୍ତାନ ସମେତ ଅନ୍ୟ ଇସ୍‌ଲାମିକ୍‌ ଦେଶମାନେ ମଉନ ରହିଛନ୍ତି । ତେବେ ପୂର୍ବରୁ ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ଓ୍ୱିଗର ମୁସଲମାନଙ୍କୁ ଦମନ କରିବାକୁ ଚେଷ୍ଟା କରିଛି । ହେଲେ ପାକିସ୍ତାନ ଚୁପ୍‌ ରହିଥିବା ଦେଖାଯାଇଛି ।

ଚୀନ୍‌ର ଟିଭି ପରଦାରେ ପ୍ରଫେଟ୍‌ ମହମ୍ମଦଙ୍କ ଏଭଳି କେରିକେଚର ଦେଖାଯିବା ନେଇ ସମସ୍ତେ ଆଶ୍ଚର୍ଯ୍ୟ । ଏମିତିକି ସୋସିଆଲ ମିଡିଆରେ ଅନେକ ୟୁଜର୍ସ ପ୍ରଶ୍ନ କରିଛନ୍ତି ଯେ, ପ୍ରଫେଟ୍‌ ମହମ୍ମଦଙ୍କ ପେଣ୍ଟିଂ ଦେଖାଇବା କ’ଣ ଯଥାର୍ଥ ଥିଲା । କେହି କେହି ୟୁଜର ଏହା ମଧ୍ୟ କହିଛନ୍ତି କି, ଚୀନ୍‌ ପ୍ରଫେଟ୍‌ ମହମ୍ମଦଙ୍କ ଫଟୋ ଦେଖାଇଥିଲେ ମଧ୍ୟ ପାକିସ୍ତାନ କିଛି କହିପାରିବ ନାହିଁ । ଚାଇନିଜ୍‌ ବସ୍ତୁକୁ ବୟ କଟ୍‌ କରାଯାଉ ବୋଲି ଦାବି ମଧ୍ୟ କରିପାରିବ ନାହିଁ ।

ଶ୍ରଦ୍ଧାଳୁଙ୍କ ପାଇଁ ଖୁସିର ଖବର, ସିଂହଦ୍ୱାର ପାଖରୁ ପତିତପାବନଙ୍କୁ କରିପାରିବେ ଦର୍ଶନ

ପୁରୀ: କରୋନା ପାଇଁ ଦୀର୍ଘ ୭ ମାସ ହେଲା ବନ୍ଦ ରହିଛି ଶ୍ରୀମନ୍ଦିର । ମନ୍ଦିର ମଧ୍ୟକୁ ଯିବାକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି । ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ କରୋନା ରାକ୍ଷସ ବାଡ଼ ପକାଇଛି । କିନ୍ତୁ ଏବେ ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ଖୁସିର ଖବର ।

ଆଉ ଦୂରରୁ ନୁହେଁ, ଏବେ ଶ୍ରୀମନ୍ଦିର ପାଖରୁ ଭକ୍ତ  ସିଂହଦ୍ୱାରରୁ ପତିତପାବନଙ୍କୁ ଦର୍ଶନ କରିବେ ଭକ୍ତ । ପତିତପାବନ ଦର୍ଶନକୁ ନେଇ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ପତିତପାବନଙ୍କୁ  ଶ୍ରଦ୍ଧାଳୁ ମାନେ ମଙ୍ଗୁମଠ ନିକଟରୁ ଦର୍ଶନ କରୁଥିଲେ ।

ବର୍ତ୍ତମାନ କିନ୍ତୁ ସ୍ୱତନ୍ତ୍ର ବ୍ୟାରିକେଡ଼ ମାଧ୍ୟମରେ ଯାଇ ଭକ୍ତ ସିଂହଦ୍ଵାର ଅତି ନିକଟରୁ ପତିତପାବନଙ୍କୁ ଦର୍ଶନର ସୌଭାଗ୍ୟ ପାଇବେ । ତେବେ ପ୍ରସ୍ଥାନ କରିବା ବେଳେ କାକୁଡ଼ି ଖାଇ ଛକ ଦେଇ ପ୍ରସ୍ଥାନ କରି ପାରିବେ । ସେପଟେ ପ୍ରଶାସନର ଏହି ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ ।

ଉପନିର୍ବାଚନ ଶାନ୍ତିପୂର୍ଣ୍ଣ ହୋଇଥିବା ନେଇ ସିଇଓଙ୍କ ସୂଚନା, ବାଲେଶ୍ୱରରେ ୭୧ %, ତିର୍ତ୍ତୋଲରେ ୬୯.୯ % ମତଦାନ

ଭୁବନେଶ୍ୱର: କୋଭିଡ଼ କଟକଣାରେ ରାଜ୍ୟରେ ପ୍ରଥମ ନିର୍ବାଚନ । ଶାନ୍ତି ଶୃଙ୍ଖଳାର ସହ ଆଗେଇ ଚାଲିଛି ମତଦାନ । ସାମାଜିକ ଦୂରତାକୁ ପ୍ରଶାସନର ପ୍ରାଥମିକତା ।
ଶୃଙ୍ଖଳାର ନିର୍ବାଚନ ପ୍ରକ୍ରିୟା ସମ୍ପନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ ଲୋହାନୀ କହିଛନ୍ତି । ସନ୍ଧ୍ୟା ୬ଟା ସୁଦ୍ଧା ମିଳିଥିବା ସୂଚନାନୁଯାୟୀ, ବାଲେଶ୍ୱର ସଦର ଆସନରେ ୭୧ ପ୍ରତିଶତ ଏବଂ ତିର୍ତ୍ତୋଲରେ ୬୯.୯ ପ୍ରତିଶତ ମତଦାନ ହୋଇଛି । ସେହିପରି ୬ଟା ପରେ ବିଭିନ୍ନ ସ୍ଥାନରେ ମତଦାନ ଜାରି ରହିଛି । ବାଲେଶ୍ୱର ସଦରରେ ୩୦ଟି ଆସନରେ ମତଦାନ ଜାରି ରହିଛି । ସେହିଭଳି ତିର୍ତ୍ତୋଲରେ ୬୯.୯ ପ୍ରତିଶତ ମତଦାନ ହୋଇଛି । ରାତି ୮ଟାରୁ ୮ଟା ୩୦ ମଧ୍ୟରେ ମତଦାନ ସରିବ ବୋଲି ମନେ କରାଯାଉଛି । ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ରହିଥିବା ସିଇଓ କହିଛନ୍ତି । ଆଜି ଆସିଥିବା ମତଦାନ ପ୍ରତିଶତର ପରିମାଣ ବୃଦ୍ଧି ପାଇ ଯାଇପାରେ । କାଲି ଏ ନେଇ ସ୍ପଷ୍ଟ ସୂଚନା ଆସିବ । ସେହିପରି ଗତବର୍ଷ ବାଲେଶ୍ୱରରେ ୭୧.୨୯ ପ୍ରତିଶତ ଏବଂ ତିର୍ତ୍ତୋଲରେ ୭୪.୦୯ ପ୍ରତିଶତ ମତଦାନ ହୋଇଥିଲା ।

ଜଗତସିଂହପୁର ଜିଲା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ  । ଏହା ୨୦୦୯ଠାରୁ ଅନୁସଚିତ ଜାତି(ଏସସି) ବର୍ଗ ପାଇଁ ସଂରକ୍ଷିତ ହୋଇ ରହିଛି । ୨୦୧୯ ସାଧାରଣ ନିର୍ବାଚନରେ ବିଷ୍ଣୁ ଚରଣ ଦାସ ଏହିଠାରୁ ବିଜୟୀ ହୋଇଥିଲେ । ବିଧାୟକ ବିଷ୍ଣୁ ଦାସଙ୍କ ଅକାଳ ବିୟୋଗ ପାଇଁ ସେଠାରେ ଉପନିର୍ବାଚନ ପରିସ୍ଥିତି ସୃଷ୍ଟି କରିଛି । ୨୦୧୯ରେ ହୋଇଥିବା ନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇଥିବା ବିଷ୍ଣୁଚରଣ ଦାସ ଭାଜପା ପ୍ରାର୍ଥୀ ରମାକାନ୍ତ ଭୋଇଙ୍କୁ ହରାଇଥିଲେ ।

ତିର୍ତ୍ତୋଲ, ବିରିଡି ଓ ରଘୁନାଥପୁର ବ୍ଲକକୁ ନେଇ ତିର୍ତ୍ତୋଲ ବିଧାନସଭା ଆସନଟି ଗଠିତ । ଏଥିସହିତ କୁଜଙ୍ଗର କିଛି ଅଞ୍ଚଳ ମଧ୍ୟ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଯାଉଅଛି । ଗତ ଥର ସମଗ୍ର ନିର୍ବାଚନମଣ୍ଡଳୀ ପାଇଁ ୨୬୫ଟି ବୁଥ୍ ହୋଇଥିଲା । ହେଲେ ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁ ୧୦୮ଟି ଅଧିକ ବୁଥ୍ କରାଯାଇଛି । ଫଳରେ ବୁଥ ସଂଖ୍ୟା  ୩୭୩ରେ ପହଞ୍ଚିଛି । ନିର୍ବାଚନମଣ୍ଡଳୀର ଭୋଟର ସଂଖ୍ୟା-୨,୩୪,୧୪୫ ରହିଥିଲା । ଏଥିରେ ପୂର୍ବାପେକ୍ଷା ୫୮୦୦ ଭୋଟରଙ୍କୁ ଅଧିକ ସାମିଲ କରାଯାଇଛି । ଏବେ ଭୋଟରଙ୍କ ସଂଖ୍ୟା ୨,୩୯,୧୫୩କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରେ ୧,୨୪,୧୬୮ ଜଣ ପୁରୁଷ, ୧,୧୪,୯୫୬ ଜଣ ମହିଳା, ୨୯ ଜଣ ସମଲିଙ୍ଗୀ ରହିଛନ୍ତି ।

ବର୍ତ୍ତମାନ ଉପନିର୍ବାଚନରେ ସ୍ୱର୍ଗତ ବିଷ୍ଣୁଚରଣ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ରାଜକିଶୋର ବେହେରା ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ହିଂମାଶୁ ମଲ୍ଲିକଙ୍କୁ ପ୍ରଥମଥର ପାଇଁ କଂଗ୍ରେସ ପ୍ରାର୍ଥୀ କରାଯାଇଛି । ବାଲେଶ୍ୱର ଜିଲାର ବାଲେଶ୍ୱର ସଦର ଆସନ । ଏହା ବ୍ରିଟିଶ ଅମଳର ସହର   ମୋଟ   26ଟି ପଞ୍ଚାୟତ ଓ ମ୍ୟୁନିସିପାଲିଟିର 31ଟି ୱାର୍ଡକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ । ଏହି ଆସନରୁ ପ୍ରତିନିଧିତ୍ୱ କରୁଥିଲେ ଭାଜପା ନେତା ମଦନମୋହନ ଦତ୍ତ । ତାଙ୍କ ଅକାଳ ବିୟୋଗ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ସ୍ୱର୍ଗତ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ଭାଜପା ପ୍ରାର୍ଥୀ କରିଛି । ସେହିପରି ବିଜେଡି ପକ୍ଷରୁ ପୂର୍ବତନ କାଉନସିଲର ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରାଯାଇଛି । ଗତ ନିର୍ବାଚନରେ ମଦନମୋହନ ଦତ୍ତ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶଙ୍କୁ ୧୩, ୪୦୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ସେହିପରି  କଂଗ୍ରେସ ପ୍ରାର୍ଥୀ ମାନସ ଦାସପଟ୍ଟନାୟକ ୧୯,୭୦୪ ଖଣ୍ଡ ଭୋଟ ପାଇଥିଲେ ।

ଚଳିତ ଥର ବାଲେଶ୍ୱର ସଦର ଆସନର ଭୋଟରଙ୍କ ସଂଖ୍ୟା-୨,୩୦,୨୯୭ ଖଣ୍ଡ ରହିଛି । ତନ୍ମଧ୍ୟରୁ ୧,୧୮,୬୫୮ ଜଣ ପୁରୁଷ, ୧,୧୧,୬୩୦ ମହିଳା ଏବଂ ତୃତୀୟ ଲିଙ୍ଗୀ-୯ ଜଣ ରହିଛନ୍ତି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ବୁଥ୍ ସଂଖ୍ୟା ୩୪୬କୁ ବୃଦ୍ଧି ପାଇଛି ।

 

 

କଂଗ୍ରେସ କ’ଣ ପାଇଁ ହାରୁଛି ? ଉତ୍ତର ଦେଲେ ସୁର ରାଉତାରୟଙ୍କ ପାଇଲଟ୍ ପୁଅ

ଭୁବନେଶ୍ୱର: ପାଇଲଟ ଧରିଲେ କଂଗ୍ରେସ ଦୁର୍ବଳତା । ଏ ରାଜସ୍ଥାନର ଯୁବ ନେତା ସଚିବ ପାଇଲଟ ନୁହନ୍ତି  । ରାଜ୍ୟ କଂଗ୍ରେସର ବରିଷ୍ଠ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ବାପାଙ୍କ ଉତ୍ତରାଧିକାରୀ ଭାବେ ଜଟଣୀରୁ ପ୍ରସ୍ତୁତ ହେଉଥିବା ମନ୍ମଥ ଏବେ କଂଗ୍ରେସର ଦୋଷ ଦୁର୍ବଳତାକୁ ଧରିଛନ୍ତି । କଂଗ୍ରେସ ଭବନରେ ବାପାଙ୍କ ସହ ମଳିତ ସାମ୍ବାଦିକ ସମ୍ମିନଳୀ ପରେ ମନ୍ମଥ କହିଛନ୍ତି ଯେ ଦଳ ଭୂଲ ନିଷ୍ପତି ଯୋଗୁଁ ଆଜି ଏପରି ସ୍ଥିତିରେ ଅଛି । ତେଣୁ ଜଟଣୀରୁ ସେ ନିଜର କ୍ଷେତ୍ର ପ୍ରସ୍ତୁତ କରି ରାଜ୍ୟ କଂଗ୍ରେସକୁ ସଜାଡ଼ିବାକୁ ଅଣ୍ଟା ଭିଡ଼ିବେ ବୋଲି କହିଛନ୍ତି ।

ସୁରଙ୍କ ଉତ୍ତରାଧିକାରୀ ଜଟଣୀରୁ କିଏ ହେବ ତାହା ଏଯାଏ  ସ୍ପଷ୍ଟ ହୋଇନାହିଁ  । ତେବେ ବିଭିନ୍ନ ସମୟରେ କଂଗ୍ରେସ ଭବନରେ ବିଧାୟକ ସୁର ରାଉତରାୟଙ୍କ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ମନ୍ମଥ ଯେ ତାଙ୍କ ଉତ୍ତରାଧିକାରୀ ସେ ଇଶାରା ଦେଉଛନ୍ତି । ମନ୍ମଥ ମଧ୍ୟ ବାପାଙ୍କ ସ୍ଥାନ ନେବାକୁ ପୂରା ଦମରେ ପ୍ରସ୍ତୁତ ହୋଇଛନ୍ତି । ସେପଟେ କଂଗ୍ରେସର ଦୁର୍ବଳତାକୁ ନେଇ ପୁଅ ପ୍ରଶ୍ନ ଉଠାଇଥିବା ବେଳେ କିନ୍ତୁ ସୁର କହିଛନ୍ତି ୨୦୨୪ରେ ଦଳ ରାଜ୍ୟରେ ସରକାର ଗଠନ କରିବ ।

ନୂଆନୂଆ ପାଇଲଟିଂରୁ ରାଜନୀତିକୁ ଆସିଥିବା ସୁରଙ୍କ ବୈମାନିକ ସାନପୁଅ ଦଳର ଦୁର୍ବଳତା ଓ ଭୁଲ ଧରିବା ପରେ ପିସିସି ସଭାପତି ଓ ଅନ୍ୟ କଂଗ୍ରେସ ନେତା ଏହାକୁ କିପରି ଗ୍ରହଣ କରୁଛନ୍ତି ତାହା ଦେଖିବାର କଥା ।

ଏଥର ଦୀପାବଳିରେ ବାଣ ମନା, ରାଜ୍ୟ ସରକାର ଜାରି କଲେ ଗାଇଡଲାଇନ

ଭୁବନେଶ୍ୱର: କୋଭିଡ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । ହେଲେ ବିପଦ ଟଳିନି । ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ । ନଚେତ୍ ପୁନଃସଂକ୍ରମଣ ହେବ । ଶୀତଋତୁରେ ମହାମାରୀ ଅଧିକ ବ୍ୟାପିବାର ସମ୍ଭାବନା ରହିଛି । ତେଣୁ ଚଳିତ ଥର ଦୀପାବଳିରେ ବାଣ ଫୁଟିବ ନାହିଁ । ବାଣ ଫୁଟାଇବା ଦ୍ୱାରା ଅଧିକ ମାତ୍ରାରେ ନାଇଟ୍ରସ ଅକ୍ସାଇଡ, ସଲଫର ଡାଇଅକ୍ସାଇଡ, କାର୍ବନ ମନୋକ୍ସାଇଡ ଭଳି ରାସାୟନିକ ପଦାର୍ଥ ନିର୍ଗତ ହୋଇଥାଏ । ଯାହା ଶ୍ୱାସ ଜନିତ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଗୃହ ପୃଥକବାସରେ ଥିବା କୋଭିଡ ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ସମସ୍ୟାକୁ ଅଧିକ ବଢାଇଦେବ । ତେଣୁ ଆସନ୍ତା ୧୦ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ବାଣ ବିକ୍ରି ତଥା ଫୁଟାଇବାକୁ ରାଜ୍ୟ ସରକାର ନିଷେଧ କରିଛନ୍ତି । କୌଣସି ବ୍ୟକ୍ତି ବାଣ ବିକ୍ରି ଓ ବାଣଫୁଟା ନିଷେଧ କଟକଣାକୁ ଅବମାନନା କଲେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ତଥା ଅନ୍ୟ ସମ୍ପୃକ୍ତ ନିୟମର ଧାରା ଅନୁଯାୟୀ ଦଣ୍ଡିତ ହେବେ । ଏଥିପାଇଁ ପ୍ରଶାସନ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।