ଭୁବନେଶ୍ୱର: ରାଜଧାନୀରେ ବଢ଼ୁଛି ସଂକ୍ରମଣ । ଚିନ୍ତାରେ ରାଜଧାନୀବାସୀ । ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି ଭୁବନେଶ୍ୱରରେ ସ୍ଥିତି । ପ୍ରତିଦିନ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ଗୋଟିଏ ଦିନରେ କେବଳ ଭୁବନେଶ୍ୱରରୁ ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୨୬୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୫୩ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୪ ଜଣ ଚିହ୍ନଟ ହୋଇଛନ୍ତି ।
ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ରାଜଧାନୀବାସୀ ଚିନ୍ତାରେ ରହିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ସେମାନଙ୍କୁ ଆସ୍ୱସ୍ତି ଦେଇଛି । ରାଜଧାନୀରେ ଆଜି ଗୋଟିଏ ଦିନରେ ୧୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି ।
ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୭ ହଜାର ୫୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୫୬୩ ଜଣ ସୁସ୍ଥ ହୋଇଛନ୍ତି ଓ ୩୩ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ୨ ହଜାର ୯୯୪ଟି ମାମଲା ସକ୍ରିୟ ରହିଛି ।
Update on newly detected & cured #COVID19 cases in the last 24 hrs under the BMC area on 24th Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/cumf9H6K4I— BMC (@bmcbbsr) August 24, 2020



ସୂଚନାଯୋଗ୍ୟ ଯେ, ୫ ଅଗଷ୍ଟକୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟ ଅନଲକରେ ଜିମ ଏବଂ ଯୋଗ ସଂସ୍ଥାନ ଖୋଲିବାକୁ ଅନୁମତି ମିଳିଥିଲା । ଏହା ସହିତ କଣ୍ଟେନମେଣ୍ଟ ଜୋନରେ ୩୧ ଅଗଷ୍ଟ ପର୍ୟ୍ୟନ୍ତ ଲକଡାଉନ ଜାରି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସେଥିରେ ରାତି କର୍ଫ୍ୟୁ ଉପରୁ କଟକଣା ଉଠାଇ ଦିଆଯାଇଥିଲା । କିନ୍ତୁ ସିନେମା ହଲ ଖୋଲିବାକୁ ଅନୁମତି ଦେଇ ନଥିଲେ ସରକାର । ଏହି ପର୍ଯ୍ୟାୟରେ ମଧ୍ୟ ସିନେମା ହଲ ଖୋଲି ନପାରେ ବୋଲି କୁହାଯାଉଛି । ଅନ୍ତଃରାଷ୍ଟ୍ରୀୟ ଉଡ଼ାଣ ଏବଂ ନିୟମିତ ରେଳ ସେବା ଆରମ୍ଭ ହେବାକୁ ନେଇ ମଧ୍ୟ ସେନ୍ଦେହ ଜାରି ରହିଛି ।
















