spot_img
Home Blog Page 6486

ଦିନ ୧ଟା ସୁଦ୍ଧା ବାଲେଶ୍ୱରରେ ୪୧.୩୬% ଓ ତିର୍ତ୍ତୋଲରେ ୩୯.୬୮% ମତଦାନ

ବାଲେଶ୍ୱର, ତିର୍ତ୍ତୋଲ: ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ଲଗି ମତଦାନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଚାଲିଛି । ଦିନ୧ଟା ସୁଦ୍ଧା ବାଲେଶ୍ୱରରେ ୨୭.୬ ପ୍ରତିଶତ ଓ ତିର୍ତ୍ତୋଲରେ ୩୯.୬୮.୯୩ ପ୍ରତିଶତ ମତଦାନ ହୋଇଥିବା ସୂଚନା  ।୧୧ଟା ସୁଦ୍ଧା ବାଲେଶ୍ୱରରେ ୨୭.୬ ପ୍ରତିଶତ ଓ ତିର୍ତ୍ତୋଲରେ ୨୪.୯୩ ପ୍ରତିଶତ ମତଦାନ ହୋଇଥିଲା । ୯ଟା ସୁଦ୍ଧା ବାଲେଶ୍ୱରରେ ୧୨.୧୧ ପ୍ରତିଶତ ଓ ତିର୍ତ୍ତୋଲରେ ୭.୫୮ ପ୍ରତିଶତ ଭୋଟଗ୍ରହଣ ହୋଇଥିଲା ।

ତେବେ କିଛି ସ୍ଥାନରେ ଇଭିଏମ୍ ତ୍ରୁଟି ଯୋଗୁଁ ଭୋଟ ଗ୍ରହଣରେ ବିଳମ୍ୱ ହୋଇଥିଲା । ପରେ ୭ ଇଭିଏମ୍ ମେସିନ ବଦଳାଯିବା ପରେ ଏବେ ଭୋଟ ଗ୍ରହଣ ସ୍ୱାଭାବିକ ଚାଲିଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ମତଦାନ ପାଇଁ ମାସ୍କ ଓ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ମଡେଲ୍ ବୁଥ୍‌ଗୁଡିକରେ ହୋଇଛି ହାଇଟେକ୍ ବ୍ୟବସ୍ଥା । ପିପିଇ କିଟ୍ ପିନ୍ଧି ପୋଲିଂ ଅଧିକାରୀ କରୋନା ସନ୍ଦିଗ୍ଧଙ୍କ ଭୋଟ୍ ଗ୍ରହଣ କରିବେ । ଭିଡ଼ କମାଇବାକୁ ବୁଥ୍ ସଂଖ୍ୟା ବଢାଯାଇଛି । ସାମାଜିକ ଦୂରତାରେ ଠିଆ ହୋଇ , ଡାହାଣ ହାତରେ ଗ୍ଲୋଭ୍‌ସ ପିନ୍ଧି ମତଦାନ କରୁଛନ୍ତି ଭୋଟର । ଆଶାକର୍ମୀଙ୍କୁ ସାନିଟାଇଜ୍ ଓ ସ୍କାନିଂ ଦାୟିତ୍ୱ ଦିଆଯାଇଛି । ସେହିପରି ହୋମ୍ ଆଇସୋଲେସନ୍‌ରେ ଥିବା କୋଭିଡ୍ ରୋଗୀ ପିପିଇ କିଟ୍ ଥିଲେ ଆସି ଭୋଟ୍ ଦେଇପାରିବେ । ବାଲେଶ୍ୱର ନିର୍ବାଚନମଣ୍ଡଳୀର ୨୬ଟି ପଞ୍ଚାୟତ ଓ ମ୍ୟୁନିସିପାଲିଟିର ୩୧ଟି ଓ୍ୱାର୍ଡରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ମୋଟ୍ ୬ କମ୍ପାନୀ ସିଆରପିଏଫ୍, ୯୦ ପ୍ଲାଟୁନ୍ ପୋଲିସ ଫୋର୍ସ, ୨୫୧ ଜଣ ପୋଲିସ ଅଫିସରଙ୍କୁ ନିୟୋଜିତ କରାଯାଇଛି । ଏଥିସହ ଓ୍ୱେବକାଷ୍ଟିଂ ଓ ସିସିଟିଭି ବ୍ୟବସ୍ଥା କରାଯାଇଛି ।  ତିର୍ତ୍ତୋଲରେ ନିର୍ବାଚନମଣ୍ଡଳୀର ୧୫୫ ସମ୍ବେଦନଶୀଳ ବୁଥ ଉପରେ ଅଧିକ ଫୋକସ ରଖିଛି ପୋଲିସ । ୩୭ ବୁଥରେ ଓ୍ବେବ୍‌କାଷ୍ଟିଂ ସହ ସିସିଟିଭି ବ୍ୟବସ୍ଥା କରାଯାଇଛି । ତିର୍ତ୍ତୋଲରେ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପାଇଁ ୨୧ ପ୍ଲାଟୁନ ପୋଲିସ ଫୋର୍ସ ,୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବା ସହ ୧୫୦ ଜଣ ଇନ୍ସପେକ୍ଟର , ସବ ଇନ୍ସପେକ୍ଟର ଓ ଏଏସଆଇ ଡ୍ୟୁଟିରେ ନିୟୋଜିତ ଅଛନ୍ତି

୫୦ ହଜାର କୋଟି ଟଙ୍କା ହରାଇଲେ ମୁକେଶ !

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାର ମୂଲ୍ୟ ହ୍ରାସ ହେବା ପରେ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଛି । ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପ୍ରାୟ ୬.୮ ବିଲିୟନ ଡ଼ଲାର ( ୫୦ ହଜାର କୋଟି ଟଙ୍କା) ହ୍ରାସ ପାଇଛି ଏବଂ ସେ ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାରେ ଷଷ୍ଠ ସ୍ଥାନରୁ ନବମ ସ୍ଥାନକୁ ଖସି ଆସିଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL)ର ସେପ୍ଟେମ୍ବର ତ୍ରୟମାସରେ ଲାଭ ପୂର୍ବ ବର୍ଷ ତୁଳନାରେ ୧୫ପ୍ରତିଶତ କମ୍ ରହିଛି, ଯେଉଁଥିପାଇଁ କମ୍ପାନୀର ଅଂଶଧନ ମଧ୍ୟ ହ୍ରାସ ପାଇଛି । ସୋମବାର ଦିନ କମ୍ପାନୀର ସେୟାର ୮.୬୨ ପ୍ରତିଶତ ହ୍ରାସ ପାଇ ୧୮୭୭ ଟଙ୍କା ହୋଇଛି । ଏହାସହ ରିଲାଏନ୍ସର ମାର୍କେଟ୍ କ୍ୟାପ୍ ୧.୨ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି ।

ଆଶାଠାରୁ କମ ଲାଭ

ରିଲାଏନ୍ସ ସେୟାର ହ୍ରାସ ହେବାପରେ କମ୍ପାନୀର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ନେଟୱର୍ଥକୁ ଗୋଟିଏ ଷ୍ଟ୍ରୋକରେ ୬.୮ ବିଲିୟନ ଡ଼ଲାରରେ ହ୍ରାସ କରିଛି । ଏହା ସହ ସେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଷଷ୍ଠରୁ ନବମ ସ୍ଥାନକୁ ଖସି ଆସିଛନ୍ତି । ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିର ମୂଲ୍ୟ ୭୧.୫ ବିଲିୟନ ଡ଼ଲାରରେ ପହଞ୍ଚିଛି ।

ଆଜି ମଧ୍ୟ ସେୟାର ମୂଲ୍ୟ ହ୍ରାସ ପାଇଛି

ଶୁକ୍ରବାର ଦିନ ରିଲାଏନ୍ସର ମାର୍କେଟ କ୍ୟାପ୍ ୧୩.୮୯ ଲକ୍ଷ କୋଟି ଥିଲା, କିନ୍ତୁ ସୋମବାର ଏହା ମାତ୍ର ୧୨.୬୯ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି। ମଙ୍ଗଳବାର ଦିନ ରିଲାଏନ୍ସ ସେୟାର ହ୍ରାସ ପାଇଛି ଏବଂ ଏହାର ବଜାର କ୍ୟାପ୍ ପ୍ରାୟ ୧୨.୬୬ ଲକ୍ଷ କୋଟି ଟଙ୍କା ରହିଛି । ମଙ୍ଗଳବାର ଦିନ ରିଲାଏନ୍ସ ଷ୍ଟକ୍ ମୂଲ୍ୟ ପ୍ରାୟ ୧୮୭୩ ଟଙ୍କା ରହିଛି ।

ସୂଚନା ଯୋଗ୍ୟ ଯେ, ପ୍ରଥମ ସେପ୍ଟେମ୍ବରରେ ଆସିଥିବା ହାରୁନଙ୍କ ରିଚ୍ ତାଲିକା ଅନୁଯାୟୀ ମୁକେଶ ଅମ୍ବାନୀ ଲକଡାଉନ ପରଠାରୁ ପ୍ରତି ଘଣ୍ଟାରେ ୯୦ କୋଟି ଟଙ୍କା ରୋଜଗାର କରିଛନ୍ତି । ରିମୁକେଶ ଅମ୍ବାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ସେ ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ମଧ୍ୟ ସ୍ଥାନ ପାଇଛନ୍ତି । ତାଙ୍କ ନେତୃତ୍ୱରେ ଗତ କିଛି ମାସ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପ୍ରାୟ ୧.୮ ଲକ୍ଷ କୋଟି ଟଙ୍କା ବିନିଯୋଗ ପାଇଛି ।

ଆପଣଙ୍କ ପାଖରେ ପୁରୁଣା ଟଙ୍କିକିଆ, ୧୦ଟଙ୍କିଆ ଓ ୧୦୦ଟଙ୍କିଆ ନୋଟ୍ ଅଛି କି ?

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ମଧ୍ୟ ମୁଦ୍ରା ଏବଂ ନୋଟ୍ ସଂଗ୍ରହ କରିବାକୁ ଆଗ୍ରହ ଅଛି, ତେବେ ଆପଣ ସହଜରେ ଲକ୍ଷପତି ହୋଇପାରିବେ । ଚଳିତ ବର୍ଷ ଦୀପାବଳିରେ, ଆପଣ ଆପଣଙ୍କ ଭାଗ୍ୟକୁ ପୁରୁଣା ନୋଟ୍ ଏବଂ ମୁଦ୍ରା ଦ୍ୱାରା ଉଜ୍ଜ୍ୱଳ କରିପାରିବେ । ତେଣୁ ବର୍ତ୍ତମାନ ଆପଣ ତତକ୍ଷଣାତ୍ ୭୮୬ କ୍ରମର ନୋଟ୍ ଖୋଜିବା ଆରମ୍ଭ କରିଦିଅନ୍ତୁ । ଯଦି ଆପଣଙ୍କ ପାଖରେ ଏହି ସିରିଜ୍ ନୋଟ୍ ଅଛି, ତେବେ ଆପଣ ଭଲ ରୋଜଗାର କରିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଇ-ବେ ର ୱେବସାଇଟକୁ ଯିବାକୁ ପଡିବ ଏବଂ ଆପଣ ଏଠାରେ ଆପଣଙ୍କ ନୋଟ ଉପରେ ବୋଲି ଲଗାଇ ଭଲ ଟଙ୍କା ରୋଜଗାର କରିପାରିବେ । ଆସନ୍ତୁ ଜାଣିବା , ରୋଜଗାର କରିବାକୁ ଆପଣଙ୍କୁ କେଉଁ ନୋଟ ନେବାକୁ ପଡ଼ିବ ।

ପାଇପାରିବେ ୩ ଲକ୍ଷ ଟଙ୍କା

ସୂଚନା  ଯୋଗ୍ୟ ଯେ, ଭାରତୀୟ ମୁଦ୍ରାରେ କମ ଦେଖିବାକୁ ମିଳୁଥିବା ନୋଟଗୁଡିକର ନିଲାମ ଇବେରେ ଡକାଯାଏ । ଇ-ବେ ସବୁବେଳେ ନୋଟର ବୋଲି ଲଗାଇଥାଏ । ଏହି ବୋଲିରେ ଯେକୌଣସି ସାଧାରଣ ବ୍ୟକ୍ତି ଅଂଶଗ୍ରହଣ କରିପାରିବେ । ୭୮୬ କ୍ରମିକ ନୋଟ୍ ଉପରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୋଲି ଲଗାଇପାରିବେ ଗ୍ରାହକ ।

ଆପଣଙ୍କୁ କହିରଖୁଛୁ ଯେ, ଯଦି ଆପଣଙ୍କ ପାଖରେ ୭୮୬କ୍ରମିକ ଥିବା ନୋଟ ନାହିଁ, ତେବେ ଆପଣ ସମାନ ନମ୍ବର ଥିବା ନୋଟରୁ ମଧ୍ୟ ରୋଜଗାର କରିପାରିବେ । ନିକଟରେ ଏକ ଦଶ ଟଙ୍କିଆ ନୋଟ୍ ମିଳିଥିଲା ଯେଉଁଥିରେ ନମ୍ବର କ୍ରମ ସମାନ ଥିଲା । ଏହି ନୋଟ୍ ବଦଳରେ ବୋଲି ଲଗାଇଥିବା ଗ୍ରାହକଙ୍କୁ ୩୩୦୦ ଟଙ୍କା ମିଳିଥିଲା ​ । ତେଣୁ ଆପଣ ମଧ୍ୟ ଏହିପରି ବିଶେଷ ନୋଟରୁ ରୋଜଗାର କରିପାରିବେ ।

୧ ଟଙ୍କିଆ ନୋଟ୍ ଦେବ ୧୦,୦୦୦ ଟଙ୍କା

ସେହିପରି ଯଦି ଆପଣଙ୍କ ପାଖରେ ୧ ଟଙ୍କିଆ ନୋଟ୍ ଅଛି ଏବଂ ତାକୁ ୧୯୧୭ରେ ଛପାଯାଇଛି  । ଏହି ନୋଟର ମୂଲ୍ୟ ବର୍ତ୍ତମାନ ୧୦,୨୫୦ ଟଙ୍କା ରହିଛି । ଯଦି ଆପଣଙ୍କର ଏପରି ନୋଟ୍ ଅଛି, ଏହାର ବୋଲି ଲାଗାଇବାରେ ଆପଣଙ୍କୁ ୧୦,୨୫୦ ଟଙ୍କା ମିଳିବ ।

୧୯୫୧ରେ ଛପାଯାଇଥିବା ୧୦ ଟଙ୍କିଆ ନୋଟ୍

ସେହିଭଳି, ୧୦ ଟଙ୍କାର ଏକ ପୁରୁଣା ନୋଟ୍ ଅଛି, ଯାହାକୁ ୧୯୫୧ରେ ଛପା ଯାଇଥିଲା । ଏହି ନୋଟ୍ ଧଳା ଏବଂ ହାଲୁକା ନୀଳ ରଙ୍ଗର । ଯଦି ଆପଣଙ୍କ ପାଖରେ ଏହି ନୋଟ୍ ଅଛି, ତେବେ ଏହା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନୋଟ୍ ପାଇପାରିବେ । ବହୁତ ପୁରୁଣା ହେତୁ ଏହି ନୋଟ୍ ବହୁତ କମ୍ ଉପଲବ୍ଧ ହୋଇଥାଏ ।

ବୈଷ୍ଣୋ ଦେବୀଙ୍କ ୫ ଏବଂ ୧୦ ଟଙ୍କିଆ ମୁଦ୍ରାରୁ ମଧ୍ୟ ରୋଜଗାର କରନ୍ତୁ

ଯଦି ଆପଣଙ୍କର ମାତା ବୈଷ୍ଣୋ ଦେବୀଙ୍କର ୫ ଏବଂ ୧୦ଟଙ୍କିଆ ମୁଦ୍ରା ଅଛି, ତେବେ ଆପଣ ଏହାକୁ ବିକ୍ରି କରି ଟଙ୍କା ରୋଜଗାର କରିପାରିବେ । କହିରଖୁଛୁ ଯେ, ଏହି ମୁଦ୍ରା ଗୁଡ଼ିକୁ ୨୦୦୨ ମସିହାରେ ଦିଆଯାଇଥିଲା । ବୈଷ୍ଣୋ ଦେବୀଙ୍କ ଛବି ଯୋଗୁଁ ଲୋକମାନେ ଏହି ମୁଦ୍ରାକୁ ବହୁତ ଭାଗ୍ୟବାନ ମନେ କରୁଛନ୍ତି ।  ବୈଷ୍ଣୋ ଦେବୀଙ୍କୁ ହିନ୍ଦୁ ଧର୍ମରେ ପୂଜା କରାଯାଏ । ତେଣୁ ଲୋକମାନେ ଏହିପରି ମୁଦ୍ରା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।

ଦିନ ୧୧ଟା ସୁଦ୍ଧା ବାଲେଶ୍ୱରରେ ୨୭.୬% ଓ ତିର୍ତ୍ତୋଲରେ ୨୪.୯୩ ପ୍ରତିଶତ ମତଦାନ

ବାଲେଶ୍ୱର, ତିର୍ତ୍ତୋଲ: ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ଲଗି ମତଦାନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଚାଲିଛି । ଦିନ ୧୧ଟା ସୁଦ୍ଧା ବାଲେଶ୍ୱରରେ ୨୭.୬ ପ୍ରତିଶତ ଓ ତିର୍ତ୍ତୋଲରେ ୨୪.୯୩ ପ୍ରତିଶତ ମତଦାନ ହୋଇଥିବା ସୂଚନା । ୯ଟା ସୁଦ୍ଧା ବାଲେଶ୍ୱରରେ ୧୨.୧୧ ପ୍ରତିଶତ ଓ ତିର୍ତ୍ତୋଲରେ ୭.୫୮ ପ୍ରତିଶତ ଭୋଟଗ୍ରହଣ ହୋଇଥିଲା ।

ତେବେ କିଛି ସ୍ଥାନରେ ଇଭିଏମ୍ ତ୍ରୁଟି ଯୋଗୁଁ ଭୋଟ ଗ୍ରହଣରେ ବିଳମ୍ୱ ହୋଇଥିଲା । ପରେ ୭ ଇଭିଏମ୍ ମେସିନ ବଦଳାଯିବା ପରେ ଏବେ ଭୋଟ ଗ୍ରହଣ ସ୍ୱାଭାବିକ ଚାଲିଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ମତଦାନ ପାଇଁ ମାସ୍କ ଓ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ମଡେଲ୍ ବୁଥ୍‌ଗୁଡିକରେ ହୋଇଛି ହାଇଟେକ୍ ବ୍ୟବସ୍ଥା । ପିପିଇ କିଟ୍ ପିନ୍ଧି ପୋଲିଂ ଅଧିକାରୀ କରୋନା ସନ୍ଦିଗ୍ଧଙ୍କ ଭୋଟ୍ ଗ୍ରହଣ କରିବେ । ଭିଡ଼ କମାଇବାକୁ ବୁଥ୍ ସଂଖ୍ୟା ବଢାଯାଇଛି । ସାମାଜିକ ଦୂରତାରେ ଠିଆ ହୋଇ , ଡାହାଣ ହାତରେ ଗ୍ଲୋଭ୍‌ସ ପିନ୍ଧି ମତଦାନ କରୁଛନ୍ତି ଭୋଟର । ଆଶାକର୍ମୀଙ୍କୁ ସାନିଟାଇଜ୍ ଓ ସ୍କାନିଂ ଦାୟିତ୍ୱ ଦିଆଯାଇଛି । ସେହିପରି ହୋମ୍ ଆଇସୋଲେସନ୍‌ରେ ଥିବା କୋଭିଡ୍ ରୋଗୀ ପିପିଇ କିଟ୍ ଥିଲେ ଆସି ଭୋଟ୍ ଦେଇପାରିବେ । ବାଲେଶ୍ୱର ନିର୍ବାଚନମଣ୍ଡଳୀର ୨୬ଟି ପଞ୍ଚାୟତ ଓ ମ୍ୟୁନିସିପାଲିଟିର ୩୧ଟି ଓ୍ୱାର୍ଡରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ମୋଟ୍ ୬ କମ୍ପାନୀ ସିଆରପିଏଫ୍, ୯୦ ପ୍ଲାଟୁନ୍ ପୋଲିସ ଫୋର୍ସ, ୨୫୧ ଜଣ ପୋଲିସ ଅଫିସରଙ୍କୁ ନିୟୋଜିତ କରାଯାଇଛି । ଏଥିସହ ଓ୍ୱେବକାଷ୍ଟିଂ ଓ ସିସିଟିଭି ବ୍ୟବସ୍ଥା କରାଯାଇଛି ।  ତିର୍ତ୍ତୋଲରେ ନିର୍ବାଚନମଣ୍ଡଳୀର ୧୫୫ ସମ୍ବେଦନଶୀଳ ବୁଥ ଉପରେ ଅଧିକ ଫୋକସ ରଖିଛି ପୋଲିସ । ୩୭ ବୁଥରେ ଓ୍ବେବ୍‌କାଷ୍ଟିଂ ସହ ସିସିଟିଭି ବ୍ୟବସ୍ଥା କରାଯାଇଛି । ତିର୍ତ୍ତୋଲରେ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପାଇଁ ୨୧ ପ୍ଲାଟୁନ ପୋଲିସ ଫୋର୍ସ ,୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବା ସହ ୧୫୦ ଜଣ ଇନ୍ସପେକ୍ଟର , ସବ ଇନ୍ସପେକ୍ଟର ଓ ଏଏସଆଇ ଡ୍ୟୁଟିରେ ନିୟୋଜିତ ଅଛନ୍ତି

ଛଣଗିରି ରାସ୍ତାରୁ ମୃତଦେହ ଉଦ୍ଧାର: ହତ୍ୟା ପରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ

ଖୋର୍ଦ୍ଧା: ଜଙ୍କିଆ ଥାନା ଛଣଗିରି ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ଗାଁର ଶେଖ୍ ସୁଲେମାନ । ତାଙ୍କୁ ହତ୍ୟା ପରେ ପିଙ୍ଗି ଦିଆଯାଇଥିବା ପୋଲିସ ସନ୍ଦେହ କରୁଛି । ମୃତକ ଜଣେ  ପେଶାଦାର ଅପରାଧୀ ହୋଇଥିବା ବେଳେ ତା ନାଁରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଛି ।  ଶେଖ୍ ସୁଲେମାନ କିଛି  ଦିନ ତଳେ ଜେଲରୁ ଫେରିଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାକୁ କୌଣସି ଗୋଷ୍ଠୀ  ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଘଟଣାରେ ପୋଲିସ୍ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି  ।

ଚାନ୍ଦବାଲିର ବୁରିଜାଲ ଗାଁରେ ବୋମା ମାଡ଼: ୧୦ରୁ ଅଧିକ ଆହତ

ଚାନ୍ଦବାଲିର ବୁରିଜାଲ ଗାଁରେ ବୋମା ମାଡ଼: ୧୦ରୁ ଅଧିକ ଆହତ

ଭଦ୍ରକ: ଅଶାନ୍ତ ଭଦ୍ରକ ଚାନ୍ଦବାଲିର ବୁରିଜାଲ ଗାଁ । କଥାକଥାକେ ଫୁଟୁଛି ବୋମା । ବୋମାମାଡ଼ରେ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ୧୫ରୁ ଅଧିକ ଘର ଭାଙ୍ଗିଥିବା ସୂଚନା ମିଲିଛି । ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ  ଉତୁକୁଡା ଗ୍ରାମପଞ୍ଚାୟତର ବୁରିଜାଲ ଗାଁରେ କିଛିଦିନ ବ୍ୟବଧାନ ପରେ  ପୁଣି ଫୁଟିଲା ବୋମା ।

ଗତକାଲି ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ନେଇଥିଲା ଉଗ୍ରରୂପ । ଗୋଟିଏ ପକ୍ଷ ଲୋକ ଅନ୍ୟଗୋଷ୍ଠୀ ଲୋକଙ୍କ ଘରେ ବମିଂ କରି ଘର ଦ୍ୱାର ଭାଙ୍ଗିବା ସହ ଆଲମାରୀ ଏବଂ ଦୋକାନ ଭାଙ୍ଗି ଲୁଟ କରିଥିବା ଅଭିଯୋଗ ହୋଇଛି ।  ତାହାସହ ଉଭୟଙ୍କ ମଧ୍ୟରେ ବଚଷା ଚାଲିଥିବା ବେଳେ ବୋମା ମାଡ ହେଇଛି । ବୋମାମାଡ଼ରେ ୧୦ଜଣ ଆହାତ ହୋଇଥିବା ବେଳେ ବହୁ ଘର ନଷ୍ଟ ହୋଇଛି। ଏପରି ଘଟଣାର ପ୍ରତିବାଦ କରିବାରୁ ଜଣେ ମହିଳାଙ୍କୁ ମାଡ଼ମାରି ଗୁରୁତର କରିଦେଇଛନ୍ତି ଉତ୍ୟକ୍ତ ଲୋକେ । ଗୁରୁତର ମହିଳାଙ୍କୁ ପ୍ରଥମେ ଚାନ୍ଦବାଲି ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି l ଗାଁରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ପୋଲିସ ମୁତୟନ କରାଯାଇଛି l ତିନି ଚାରି ଜଣଙ୍କୁ ଚାନ୍ଦବାଲି ପୋଲିସ ଅଟକ ରଖି ପଚରା ଉଚରା ଜାରି ରଖିଥିବା ପୋଲିସ ସୂତ୍ରରୁ ଜଣା ପଡିଛି l

ଦେଶରେ ତଳମୁହାଁ କରୋନା: ଦିନକରେ ୩୮,୩୧୦ ସଂକ୍ରମିତ ଓ ୪୯୦ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ୍ । ଦିନକରେ ୩୮ହଜାର ୩୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଲେ ୪୯୦ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ଲକ୍ଷ ୩୭ହଜାର ୧୧୯ ଥିବା ବେଳେ ମୃତ୍ୟୁସଂଖ୍ୟା ଲକ୍ଷେ ୨୩ହଜାର ୦୯୭କୁ ବୃଦ୍ଧି ହୋଇଛି । ଦେଶରେ କରୋନା ଆକ୍ଟିଭ କେସ୍ ୫ଲକ୍ଷ ୪୧ହଜାର ୪୦୫ଥିବା ବେଳେ ସୁସ୍ଥ ହୋଇଛନ୍ତି  । ସେହିଭଳି ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୩ଲକ୍ଷ ପାଖରେ ପହଞ୍ଚିଛି ।

ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୨ ଲକ୍ଷ ୬୭ ହଜାର ୬୨୩କୁ ବୃଦ୍ଧି ପାଇଛି ।  ଗତକାଲି ତୁଳନାରେ ନୂଆ ମାମଲାରେ ୧୫% ହ୍ରାସ ହୋଇଛି । ଦେଶରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ପାଖାପାଖି ୮୩ ଲକ୍ଷରେ ପହଞ୍ଚିଛି । ଏହାସହ ସଂକ୍ରମିତଙ୍କ ହାର ୩.୬୬% ରେ ପହଞ୍ଚିଥିବାବେଳେ ସୁସ୍ଥତା ହାର ୯୧.୮୬% କୁ ବୃଦ୍ଧି ପାଇଛି । ଆଇସିଏମଆର ଅନୁଯାୟୀ, ନଭେମ୍ବର ୨ରେ ମୋଟ ୧୦,୪୬,୨୪୭ଟି ପରୀକ୍ଷା କରାଯାଇଥିଲା।

ଅନ୍ୟପଟେ କୋରନାରେ ଅଧିକ ସଂକ୍ରମିତ ହୋଇଥିବା ରାଜ୍ୟ ମହାରାଷ୍ଟ୍ରରେ କରେନା ପୁଣି ଥରେ ଫେରି ନପରେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଯଦିଓ ଦିଲ୍ଲୀରେ କରୋନା ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଦେଖିବାକୁ ମିଳିଛି । ଏବଂ ସେଠାରେ ଚିକିତ୍ସା ପାଇଁ ଭେଣ୍ଟିଲେଟର ଆବଶ୍ୟକତା ପଡ଼ୁଥିଲେ ବି ଭେଣ୍ଟିଲେଟର ଥିବା ହସ୍ପିଟାଲର ଅଭାବ ଦେଖିବାକୁ ମିଳିଛି ।

ଦିଲ୍ଲୀ ସରକାରଙ୍କ ଆବେଦନ ଅନୁଯାୟୀ, ସହରରେ ପ୍ରାୟ ୬୮ ପ୍ରତିଶତ ଭେଣ୍ଟିଲେଟର ଆଇସିୟୁ ଶଯ୍ୟା ପୂର୍ଣ୍ଣ ହୋଇଥିବାବେଳେ ଭେଣ୍ଟିଲେଟର ବିନା ଆଇସିୟୁ ଶଯ୍ୟା ମଧ୍ୟରୁ ୬୯ ପ୍ରତିଶତ ପୂର୍ଣ୍ଣ ହୋଇଛି । ଯଦିଓ, ଏହା ମଧ୍ୟରେ ଆଶ୍ୱସ୍ଥିକର ଖବର ହେଉଛି ଯେ, କୋଭିଡ -୧୯ ଶଯ୍ୟା ମଧ୍ୟରୁ କେବଳ ୪୨ ପ୍ରତିଶତ ବ୍ୟବହାର ହେଉଛି ।

ରାଜ୍ୟରେ ଆଉ ୧୨୦୧ କରୋନା ସଂକ୍ରମିତ ଚିହ୍ନଟ: ୧୨ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୨୦୧ କରୋନା ସଂକ୍ରମିତ ଚିହ୍ନଟ । ସେମାନଙ୍କ ମଧ୍ୟରୁ ୬୯୭ ଜଣ କ୍ୱାରେଣ୍ଟାଇନ୍ ଓ ୫୦୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧି ୧୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ୪୯, ବାଲେଶ୍ୱର ୪୮, ବରଗଡ଼ ୫୮, ଭଦ୍ରକ ୨୭, ବଲାଙ୍ଗୀର ୫୨, ବୌଦ୍ଧ ୮, କଟକ ୬୯, ଦେବଗଡ଼ ୫, ଢେଙ୍କାନାଳ ୧୪, ଗଜପତି ୨, ଗଞ୍ଜାମ ୬୧,  ଜଗତସିଂହପୁର ୭୩, ଯାଜପୁର ୨୮, ଝାରସୁଗୁଡ଼ା ୩୫, କାଳାହାଣ୍ଡି ୨୬, କନ୍ଧମାଳ ୯, କେନ୍ଦ୍ରାପଡ଼ା ୪୩, କେନ୍ଦୁଝର ୩୨, କୋରାପୁଟ ୨୮, ମାଲକାନଗିରି ୩୦, ମୟୂରଭଞ୍ଜ ୭୩, ନବରଙ୍ଗପୁର ୨୪, ନୟାଗଡ଼ ୧୪, ନୂଆପଡ଼ା ୫୭, ପୁରୀ ୪୩, ରାୟଗଡ଼ା ୧୫, ସମ୍ୱଲପୁର ୩୧, ସୋନପୁର୨୪, ସୁନ୍ଦରଗଡ଼ ୬୭, ଷ୍ଟେଟ୍ ପୋଲ୍ ୨୪ ।

ଅପରପକ୍ଷରେ ୧୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି । ନୂଆପଡ଼ାର ୬୯ ବର୍ଷୀୟ ପୁରୁଷ, ସୁନ୍ଦରଗଡ଼ର ୭୦ ବର୍ଷୀୟ  ମହିଳା, ଭୁବନେଶ୍ୱର ୭୫ ବର୍ଷୀୟ ମହିଳା, ଢେଙ୍କାନାଳର ୪୩ ବର୍ଷୀୟ ମହିଳା,କଟକର ୪୫ ବର୍ଷୀୟ ପୁରୁଷ, ଖୋର୍ଦ୍ଧାର ଜିଲ୍ଲାର ୫୯ ବର୍ଷୀୟ ମହିଳା, ଭଦ୍ରକର ୬୧ ବର୍ଷୀୟ ପୁରୁଷ, ଭୁବନେଶ୍ୱରର ୭୨ ବର୍ଷୀୟ ପୁରୁଷ, ବାଲେଶ୍ୱର ୬୮ ବର୍ଷୀୟ ପୁରୁଷ, କଳାହାଣ୍ଡିର ୩୬ ବର୍ଷୀୟ ପୁରୁଷ, ଢେଙ୍କାନାଳର ୬୮ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବରଣ କରିଥିବା ଅଧିକାଂଶ ସଂକ୍ରମିତଙ୍କ ଅନ୍ୟାନ୍ୟ ରୋଗ ରହିବା ସହତ ବୟସ ଅଧିକ ହୋଇଥିଲା ।