spot_img
Home Blog Page 6487

CSKର ଅବସ୍ଥା ଦେଖି ଧୋନିଙ୍କୁ ଏମିତି କହିଲେ କପିଲ ଦେବ

0

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ପ୍ରତିକ୍ରିୟା ରଖିଲେ କପିଲ ଦେବ । ଟିମ୍ ଇଣ୍ଡିଆକୁ ପ୍ରଥମ ବିଶ୍ୱକପ୍ ଟାଇଟଲ୍ ଜିତାଇଥିବା ପୂର୍ବତନ ଅଧିନାୟକ କପିଲ ଦେବ ଦେଇଥିବା ବିବୃତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ କହିଛନ୍ତି ଯେ,  ଧୋନି ଚଳିତ ବର୍ଷ ବିନା ଅଭ୍ୟାସରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଖେଳିବାକୁ ନିଷ୍ପତ୍ତି ନେଇଥିଲେ, ଏବଂ ତାଙ୍କ ପାଇଁ ଭଲ ପ୍ରଦର୍ଶନ କରିବା ଅସମ୍ଭବ ହୋଇଥିଲା ।’ ସୂଚନା ଯୋଗ୍ୟ ଯେ, ଗତ ବର୍ଷ ଜୁନ୍ ମାସରେ ବିଶ୍ୱକପ୍ ଖେଳିଥିବା ଧୋନି ପ୍ରାୟ ଏକ ବର୍ଷ ପରେ ପଡ଼ିଆକୁ ଓହ୍ଲାଇଛନ୍ତି । ୩୯ ବର୍ଷୀୟ ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମ ଥର ପାଇଁ ଆଇପିଏଲ୍ ପ୍ଲେ ଅଫ୍ ନିଜ ସ୍ଥାନ କରିବାରେ ବିଫଳ ହୋଇଛି ।

ବ୍ୟାଟିଂରେ ମଧ୍ୟ ଭଲ ପ୍ରଦର୍ଶନ କରିପାରି ନଥିଲେ ଧୋନି

ଧୋନି, ବିଶ୍ୱକପ୍ ସେମିଫାଇନାଲ୍ ୨୦୧୯ ପରଠାରୁ ପ୍ରଥମ ଥର ପାଇଁ କ୍ରିକେଟ୍ ଖେଳି ୧୪ ଟି ମ୍ୟାଚରେ ମାତ୍ର ୨୦୦ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିବାବେଳେ ସେ କୌଣସି ଅର୍ଦ୍ଧଶତକ ହାସଲ କରିନଥିଲେ । କପିଲ ଚାହୁଁଛନ୍ତି ଯେ ଧୋନି ଘରୋଇ ଟୁର୍ନାମେଣ୍ଟଗୁଡ଼ିକରେ ଅଧିକ ଖେଳନ୍ତୁ ।

କପିଲ କହିଛନ୍ତି ଯେ, ଯଦି ଧୋନି ପ୍ରତିବର୍ଷ କେବଳ ଆଇପିଏଲରେ ଖେଳିବାକୁ ନିଷ୍ପତ୍ତି ନିଅନ୍ତି ତେବେ ତାଙ୍କ ପାଇଁ ଭଲ ପ୍ରଦର୍ଶନ କରିବା ଅସମ୍ଭବ ହୋଇପଡ଼ିବ । କପିଲ କହିଛନ୍ତି ଯେ, ବୟସ ବିଷୟରେ କହିବା ଠିକ୍ ନୁହେଁ, କିନ୍ତୁ ସେ ତାଙ୍କ ବୟସରେ (୩୯ ବର୍ଷ ) ଯେତେ ଅଧିକ ଖେଳିବେ, ସେତେ ଅଧିକ ନିଜକୁ ପ୍ରମାଣିତ କରିପାରିବ ।

ଘରୋଇ କ୍ରିକେଟରେ ଖେଳିବେ ଧୋନି

ସେ କହିଛନ୍ତି, ‘ଯଦି ତୁମେ ଗୋଟିଏ ବର୍ଷରେ ୧୦ ମାସ କ୍ରିକେଟ୍ ଖେଳିବ ନାହିଁ ଏବଂ ହଠାତ୍ ତୁମେ ଆଇପିଏଲ୍ ଖେଳିବ, ତେବେ ତୁମେ ଜାଣି ପାରୁଥିବ କଣ ହେବ । ଏତେ କ୍ରିକେଟ୍ ଖେଳିବା ପରେ ମଧ୍ୟ ଆପଣଙ୍କୁ ଉତ୍ଥାନପତ୍ତନ ଦେଇଗତି କରିବାକୁ ପଡ଼ିବ । କ୍ରିସ୍ ଗେଲଙ୍କ ପରି ଖେଳାଳିଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି। କପିଲ କହିଛନ୍ତି ଯେ ଧୋନି ଚଳିତ ବର୍ଷ ଘରୋଇ କ୍ରିକେଟ୍ ଖେଳିବା ଉଚିତ୍।  ସେ ଏହା ମଧ୍ୟ କହିଛନ୍ତି ଯେ, ‘ ଧୋନି ପ୍ରଥମେ କ୍ରିକେଟ୍ (ଘରୋଇ ତାଲିକା ଏ ଏବଂ ଟି -20) କୁ ଯାଇ ସେଠାରେ ଖେଳିବା ଉଚିତ୍ ।

ବାଲେଶ୍ୱରରେ ୧୨.୧୧% ଓ ତିର୍ତ୍ତୋଲରେ ୭.୫୮ % ମତଦାନ

ବାଲେଶ୍ୱର, ଜଗତସିଂହପୁର: କରୋନା କଟକଣା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ । ବାଲେଶ୍ୱର ସଦର ଆସନ ପାଇଁ ସକାଳ ୯ଟା ସୁଦ୍ଧା ୧୨.୧୧% ମତଦାନ ହୋଇଥିବା ବେଳେ ତିର୍ତ୍ତୋଲ ଆସନ ପାଇଁ ୭.୫୮ % ମତଦାନ ହୋଇଛି । ଏନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁଶୀଲ କୁମାର ଲୋହାନୀ । ସାମାଜିକ ଦୂରତ୍ୱ ରକ୍ଷା ଓ ମାସ୍କ ବ୍ୟବହାର ଉପରେ ପୋଲିଂ ବୁଥରେ ଗୁରୁତ୍ୱ ଦିଆଯାଉଛି । ତେବେ କିଛି ସ୍ଥାନରେ ଇଭିଏମ୍ ତ୍ରୁଟି ଯୋଗୁଁ ଭୋଟ ଗ୍ରହଣରେ ବିଳମ୍ୱ ହୋଇଥିଲା । ପରେ ୭ ଇଭିଏମ୍ ମେସିନ ବଦଳାଯିବା ପରେ ଏବେ ଭୋଟ ଗ୍ରହଣ ସ୍ୱାଭାବିକ ଚାଲିଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ମତଦାନ ପାଇଁ ମାସ୍କ ଓ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ମଡେଲ୍ ବୁଥ୍‌ଗୁଡିକରେ ହୋଇଛି ହାଇଟେକ୍ ବ୍ୟବସ୍ଥା । ପିପିଇ କିଟ୍ ପିନ୍ଧି ପୋଲିଂ ଅଧିକାରୀ କରୋନା ସନ୍ଦିଗ୍ଧଙ୍କ ଭୋଟ୍ ଗ୍ରହଣ କରିବେ । ଭିଡ଼ କମାଇବାକୁ ବୁଥ୍ ସଂଖ୍ୟା ବଢାଯାଇଛି । ସାମାଜିକ ଦୂରତାରେ ଠିଆ ହୋଇ , ଡାହାଣ ହାତରେ ଗ୍ଲୋଭ୍‌ସ ପିନ୍ଧି ମତଦାନ କରୁଛନ୍ତି ଭୋଟର । ଆଶାକର୍ମୀଙ୍କୁ ସାନିଟାଇଜ୍ ଓ ସ୍କାନିଂ ଦାୟିତ୍ୱ ଦିଆଯାଇଛି । ସେହିପରି ହୋମ୍ ଆଇସୋଲେସନ୍‌ରେ ଥିବା କୋଭିଡ୍ ରୋଗୀ ପିପିଇ କିଟ୍ ଥିଲେ ଆସି ଭୋଟ୍ ଦେଇପାରିବେ । ବାଲେଶ୍ୱର ନିର୍ବାଚନମଣ୍ଡଳୀର ୨୬ଟି ପଞ୍ଚାୟତ ଓ ମ୍ୟୁନିସିପାଲିଟିର ୩୧ଟି ଓ୍ୱାର୍ଡରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ମୋଟ୍ ୬ କମ୍ପାନୀ ସିଆରପିଏଫ୍, ୯୦ ପ୍ଲାଟୁନ୍ ପୋଲିସ ଫୋର୍ସ, ୨୫୧ ଜଣ ପୋଲିସ ଅଫିସରଙ୍କୁ ନିୟୋଜିତ କରାଯାଇଛି । ଏଥିସହ ଓ୍ୱେବକାଷ୍ଟିଂ ଓ ସିସିଟିଭି ବ୍ୟବସ୍ଥା କରାଯାଇଛି ।  ତିର୍ତ୍ତୋଲରେ ନିର୍ବାଚନମଣ୍ଡଳୀର ୧୫୫ ସମ୍ବେଦନଶୀଳ ବୁଥ ଉପରେ ଅଧିକ ଫୋକସ ରଖିଛି ପୋଲିସ । ୩୭ ବୁଥରେ ଓ୍ବେବ୍‌କାଷ୍ଟିଂ ସହ ସିସିଟିଭି ବ୍ୟବସ୍ଥା କରାଯାଇଛି । ତିର୍ତ୍ତୋଲରେ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପାଇଁ ୨୧ ପ୍ଲାଟୁନ ପୋଲିସ ଫୋର୍ସ ,୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବା ସହ ୧୫୦ ଜଣ ଇନ୍ସପେକ୍ଟର , ସବ ଇନ୍ସପେକ୍ଟର ଓ ଏଏସଆଇ ଡ୍ୟୁଟିରେ ନିୟୋଜିତ ଅଛନ୍ତି ।

ମତାଧିକାର ସାବ୍ୟସ୍ତ କଲେ ମମତାକୁଣ୍ଡୁ ଓ ବେଣୁଧର ବାରିକ

ବାଲେଶ୍ୱର: ତିର୍ତ୍ତୋଲ ଓ ବାଲେଶ୍ୱର ବିଧାନସଭା ଆସନ ନେଇ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ଣ ୬ ଯାଏଁ ଜାରି ରହିବ । କରୋନା କଟକଣାକୁ ମାନ ସାମାଜିକ ଦୂରତ୍ୱ ରକ୍ଷା କରି ଭୋଟି ଦେଉଛନ୍ତି ଜନତା । ଏହିକ୍ରମରେ ବାଲେଶ୍ୱର ସଦର ଆସନର ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ଓ କଂଗ୍ରେସ ପ୍ରାର୍ଥିନୀ ମମତା କୁଣ୍ଡୁ  ।

ପିପିଇ କିଟ୍ ପିନ୍ଧି ପୋଲିଂ ଅଧିକାରୀ କରୋନା ସନ୍ଦିଗ୍ଧଙ୍କ ଭୋଟ୍ ଗ୍ରହଣ କରିବେ । ଭିଡ଼ କମାଇବାକୁ ବୁଥ୍ ସଂଖ୍ୟା ବଢାଯାଇଛି । ସାମାଜିକ ଦୂରତାରେ ଠିଆ ହୋଇ , ଡାହାଣ ହାତରେ ଗ୍ଲୋଭ୍‌ସ ପିନ୍ଧି ମତଦାନ କରିବେ ଭୋଟର । ଆଶାକର୍ମୀଙ୍କୁ ସାନିଟାଇଜ୍ ଓ ସ୍କାନିଂ ଦାୟିତ୍ୱ ଦିଆଯାଇଛି ।

ସେହିପରି ହୋମ୍ ଆଇସୋଲେସନ୍‌ରେ ଥିବା କୋଭିଡ୍ ରୋଗୀ ପିପିଇ କିଟ୍ ଥିଲେ ଆସି ଭୋଟ୍ ଦେଇପାରିବେ । ବାଲେଶ୍ୱର ନିର୍ବାଚନମଣ୍ଡଳୀର ୨୬ଟି ପଞ୍ଚାୟତ ଓ ମ୍ୟୁନିସିପାଲିଟିର ୩୧ଟି ୱାର୍ଡରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ମୋଟ୍ ୬ କମ୍ପାନୀ ସିଆରପିଏଫ୍, ୯୦ ପ୍ଲାଟୁନ୍ ପୋଲିସ ଫୋର୍ସ, ୨୫୧ ଜଣ ପୋଲିସ ଅଫିସରଙ୍କୁ ନିୟୋଜିତ କରାଯାଇଛି । ଏଥିସହ ୱେବକାଷ୍ଟିଂ ଓ ସିସିଟିଭି ବ୍ୟବସ୍ଥା କରାଯାଇଛି ।

ତୃତୀୟ ଦିନରେ ଧାରଣାରେ ବସିଛନ୍ତି ଠିକା କର୍ମଚାରୀ: ବୈଜୟନ୍ତଙ୍କ ଗିରଫ ଦାବି କଲା ଦଳିତ ମହାସଭା

ଖୋର୍ଦ୍ଧା: ସରୁନି ସାରୁଅ ଅଶାନ୍ତି, ହଟୁନି ଆନ୍ଦୋଳନ । ତୃତୀୟ ଦିନରେ ଧାରଣାରେ ବସିଛନ୍ତି ଠିକା କର୍ମଚାରୀ ଓ ଗାଁଲୋକ । ଦାବି ପୂରଣ ନହେଲେ ଧାରଣାରୁ ହଟିବେନି ବୋଲି ଚେତାବନୀ ଦେଇଛନ୍ତି । ସ୍ଥାୟୀ ନିଯୁକ୍ତି, ସରକାରୀ ହିସାବରେ ମଜୁରୀ ଭଳି ଦାବି ନେଇ ୩ ଦିନ ହେଲା ଠିକା କର୍ମଚାରୀ ଧାରଣାରେ ବସିଛନ୍ତି । ସେପଟେ ଧାରଣାସ୍ଥଳରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି ରାଷ୍ଟ୍ରୀୟ ଦଳିତ ମହାସଭା ରାଜ୍ୟ ସଭାପତି ଅଶୋକ କୁମାର ମଲ୍ଲିକ । ନିଜ ଅଧିକାରଙ୍କ ପାଇଁ ଠିକା କର୍ମଚାରୀଙ୍କ ଆନ୍ଦୋଳନକୁ ସେ ସମର୍ଥନ ଜଣାଇଛନ୍ତି । ଓଟିଭି ଦଳିତ ନିର୍ଯ୍ୟାତନାକାରୀ ଓ ଜମି ହଡ଼ପକାରୀ । ଦଳିତଙ୍କ ଜମି ଫେରସ୍ତ ନହେଲେ ରାଜରାସ୍ତାକୁ ଓହ୍ଲାଇବେ । ଏଥିସହ ଏସ୍‌ସି ଏସ୍‌ଟି ଆଇନରେ ବୈଜୟନ୍ତ ପଣ୍ଡାଙ୍କ ଗିରଫଦାରି ଦାବି କରିଛନ୍ତି ରାଷ୍ଟ୍ରୀୟ ଦଳିତ ମହାସଭା ସଭାପତି ଅଶୋକ କୁମାର ମଲ୍ଲିକ । ଠିକା କର୍ମଚାରୀଙ୍କୁ ଗାଳି ଗୁଲଜ ଓ ହତ୍ୟା ଧମକ ନେଇ ବୈଜୟନ୍ତ ପଣ୍ଡା ଓ ଜଗି ପଣ୍ଡାଙ୍କ ଓଡ଼ିଶା ଇନଫ୍ରାଟେକ୍ ଗ୍ରୁପ୍‌ର ଦୁଇ କର୍ମଚାରୀ ଗିରଫ ହୋଇଛନ୍ତି । ତଥାପି କମିନି ତୋଡ଼, ଓଟିଭି ଏମ୍‌ଡି ଜଗିମଙ୍ଗତ ପଣ୍ଡାଙ୍କ ବାପା ଓ ଭାଇ ପୁଣି ଠିକା କର୍ମଚାରୀଙ୍କୁ ଗାଳିଗୁଲଜ ଓ ଧମକ ଦେଇଥିଲେ । ପ୍ରତିବାଦରେ ଗଲା ୧ତାରିଖରୁ ଧାରଣାରେ ବସିଛନ୍ତି ଠିକା କର୍ମଚାରୀ ।

ସାରୁଅ ଦୁର୍ନୀତିର ହିସାବ ମାଗୁଛି କ୍ରାଇମବ୍ରାଞ୍ଚ, ଚଞ୍ଚକତା କରି ଶିବଙ୍କ ନାଁରେ କିଣା ଯାଇଥିଲା ପାଖାପାଖି ଶହେ ପ୍ଲଟ୍

ଦିବ୍ୟାଙ୍ଗ ହେଲେବି ସ୍ୱାବଲମ୍ୱି: ଧୂପକାଠି, ଝୁଣା ଓ ରଙ୍ଗ ବେରଙ୍ଗର ମହମବତୀ କରୁଛନ୍ତି ତିଆରି

ସାଲେପୁର: ଦିବ୍ୟାଙ୍ଗ ହେଲେବି ସ୍ୱାବଲମ୍ୱି । ନିଜର କିଛି କରିବାର ଇଚ୍ଛା ଶକ୍ତି, ତାଙ୍କୁ ଆଜି ଦେଇଛି ପରିଚୟ  । ମାତ୍ର ୨୫ ବର୍ଷ ବୟସରୁ ଦିବ୍ୟାଙ୍ଗ ପାଲଟିଥିବା ସୁଲୋଚନା ଅନ୍ୟଙ୍କ ପାଇଁ ପାଲଟିଛନ୍ତି ଉଦାହରଣ  । ନିଜେ ଛୋଟିଆ ବ୍ୟବସାୟ କରି ରୋଜଗାରକ୍ଷମ ହେବା ସହ ଅନ୍ୟକୁ ଦେଖାଇଛନ୍ତି ସାମର୍ଥ୍ୟର ରାସ୍ତା  ।

ଏ ହେଉଛନ୍ତି ଦିବ୍ୟାଙ୍ଗ ସୁଲୋଚନା  । ମାତ୍ର ୨୫ ବର୍ଷ ବୟସରେ ଶରୀରରେ ଦେଖାଦେଇଥିଲା କିଛି ଅସୁସ୍ଥତା । କିଛି ଦିନ ପରେ ରୋଗରୁ ସିନା ଆରୋଗ୍ୟ ହୋଇଗଲେ, କିନ୍ତୁ ଶରୀରର କିଛି ଅଂଶ ଅଚଳ ହୋଇଗଲା । ହଲେ ସେଥିରେ ଭାଙ୍ଗି ପଡ଼ିନଥିଲେ ସୁଲୋଚନା । ନିଜର ଦିବ୍ୟାଙ୍ଗ ଭିତରେ ବି ଜାରି ରଖିଥିଲେ ନିଜେ ବଞ୍ଚିବା ଓ କିଛି କରିଦେଖାଇବାର ସଂଘର୍ଷ  । ଯାହା କି ତାଙ୍କୁ ଆଜି ଦେଇଛି ପରିଚୟ  ।

୧୯୯୯ ମହାବାତ୍ୟା ପରେ ପରେ ଆରମ୍ଭ କରିଥିଲେ ଏକ ଧୂପକାଠି ସଂସ୍ଥା  । ଯାହାର ନାମ ରଖିଥିଲେ ଶ୍ରୀରାମ ଦର୍ଶନ ଧୂପକାଠି  । ଯେଉଁଥିରେ ନିଜର ପରିବାର ଚଳାଇବା ସହ ଅନ୍ୟମାନଙ୍କୁ କରିଥିଲେ ସ୍ୱାବଲମ୍ୱି  ।  ଖାଲି ଧୂପକାଠି ନୁହଁ ଝୁଣା, ରଙ୍ଗ ବେରଙ୍ଗର ମହମବତୀ ଭଳି ବିଭିନ୍ନ ଦ୍ରବ୍ୟ ତିଆରି କରନ୍ତି ସୁଲୋଚନା ଓ ତାଙ୍କ ସାଥୀ ମାନେ। ହେଲେ ଦୀର୍ଘ ଦିନରୁ ଚାଲି ଆସିଥିବା ସଂସ୍ଥାକୁ ଏଯାଏଁ ମିଳିନି କୌଣସି ସରକାରୀ ସୁବିଧା  । ଯଦି ପ୍ରଶାସନ କିଛି ସରକାରୀ ସୁବିଧା ଯୋଗାଇ ଦିଅନ୍ତା ତାହେଲେ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି ସୁଲୋଚନାଙ୍କ ସହକର୍ମୀ ।

ଅଷ୍ଟ୍ରିଆର ଭିଏନାରେ ଆତଙ୍କବାଦୀ ଆକ୍ରମଣ, ୨ମୃତ ୧୫ଆହତ

ଭିଏନା: ଫ୍ରାନ୍ସ ପରେ ଅଷ୍ଟ୍ରିଆର ଭିଏନାରେ ଆତଙ୍କବାଦୀ ଆକ୍ରମଣ । ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ଗୁଳି ବିନିମୟରେ ୨ଜଣଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି । ଅଷ୍ଟ୍ରିଆର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ଘୋଷଣା କରିଛି । କୁହାଯାଉଛି ଯେ ଏହି ଆତଙ୍କବାଦୀଙ୍କ ସହ ପୋଲିସର ଗୁଳିବିନିମୟରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।

ଭିଏନାର ୬ଟି ସ୍ଥାନରେ ଫାୟାରିଂ କରିଛନ୍ତି ବନ୍ଧୁକଧାରୀ । ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୫ ଜଣ ଆହତ ହୋଇଛନ୍ତି । ମୃତକ ଦ୍ୱୟଙ୍କ ମଧ୍ୟରେ ଜଣେ ଆତଙ୍କବାଦୀ । କରୋନା ଲକଡାଉନ ପୂର୍ବରୁ ସିଟି ସେଣ୍ଟର ପାଖ ଗଳିରେ ଲୋକଙ୍କ ଗହଳି ଚହଳି ଲାଗିଥିବା ବେଳେ ଅଜ୍ଞାତ ବନ୍ଧୁକଧାରୀ ଅଚାନକ ଗୁଳିମାଡ଼ କରିଥିଲେ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାରୁ ଜଣେ ଆତଙ୍କୀର ମୃତ୍ୟୁ ହୋଇଥିବାରୁ ପୋଲିସର ପ୍ରଂଶସା କରିଛନ୍ତି ଅଷ୍ଟ୍ରିଆ ଚାନସେଲର ସେବାଷ୍ଟିଆନ କ୍ରୁଜ୍ । ଏହି ଘଟଣା ଏକ ଘୁଣ୍ୟ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି ଚାନସେଲ । ତେବେ ଏବେବି ପୋଲିସର ଅପରେସନ ଜାରି ଥିବା ବେଳେ, ଲୋକଙ୍କୁ ଘରବାହାରକୁ ନବାହରିବାକୁ ଅପିଲ କରିଛି ପୋଲିସ ।

ଆଜି ଜୋ ବିଡେନଙ୍କ ସହ ଡୋନାଲ୍ଡ ଟ୍ରମ୍ପଙ୍କର ଜୋରଦାର ଟକ୍କର

ଲଣ୍ଡନ: ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଜୋ ବିଡେନଙ୍କ ସହ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କର ଜୋରଦାର ଟକ୍କର ହେଉଛି  । ରାଷ୍ଟପତି ନିର୍ବାଚନ ପାଇଁ ରିପ୍ଲବିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ  ପ୍ରାର୍ଟିର ଜୋ ବିଡେନଙ୍କ ମଧ୍ୟରେ  କଡା ଟକ୍କର । ଅନେକ ରାଜ୍ୟରେ ମତଦାନ ସରିଥିବା ବେଳେ ଏବେ ମେଲ ଇନ ଭୋଟ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଭୋଟରେ ଜୋ ବିଡେନ ଆଗରେ ଅଛନ୍ତି । କିନ୍ତୁ ଟ୍ରମ୍ପଙ୍କ ପ୍ରତି ସମର୍ଥନ ବଢ଼ିପାରେ ବୋଲି ଆକଳନ କରାଯାଉଛି । ବିଶେଷ କରି ୮ଟି ରାଜ୍ୟର ଫଳାଫଳ ଶେଷ ମୁହୂର୍ତ୍ତରେ ବଦଳିପାରେ । ଫ୍ଲୋରିଡାରେ ୨୯ଟି ଇଲେକ୍‌ଟ୍ରୋଲ ଭୋଟ ଥିବା ବେଳେ ଜୋ ବିଡେନଙ୍କୁ ୪୮ ପ୍ରତିଶତ ଏବଂ ଟ୍ରମ୍ପଙ୍କୁ ୪୬ ପ୍ରତିଶତ ସମର୍ଥନ ମିଳିଛି  ।

ପେନସିଲଭେନିଆରେ ୨୦ଟି ଭୋଟ ଥିବା ବେଳେ ବିଡେନଙ୍କୁ ୫୦ ପ୍ରତିଶତ, ଟ୍ରମ୍ପଙ୍କୁ ୪୫ ପ୍ରତିଶତ ସମର୍ଥନ ମିଳିଛି । ଓହିଓରେ ୧୮ଟି ଭୋଟ ଥିବା ବେଳେ ବିଡେନଙ୍କୁ ୪୬ ପ୍ରତିଶତ ଓ ଟ୍ରମ୍ପଙ୍କୁ ୪୮ ପ୍ରତିଶତ ସମର୍ଥନ ମିଳିଛି । ଏହିଭଳି ୮ଟି ରାଜ୍ୟରେ ବିଡେନ ଓ ଟ୍ରମ୍ପଙ୍କ ମଧ୍ୟରେ କଡା ଟକ୍କର ହେଉଛି । ନିର୍ବାଚନ ପୂର୍ବରୁ ଏହାକୁ ଆନୁମାନିକ ଟ୍ରେଣ୍ଡ ବୋଲି କୁହାଯାଉଛି।  ଆମେରିକାର ନିର୍ବାଚନ ସାଉଥ ଏସିଆ ଉପରେ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି । ବିଶେଷ କରି ଭାରତ ଉପରେ ଏହାର କଣ ପ୍ରଭାବ ପଡିବ ? ଡୋନାଲ୍ଡ ଟ୍ରମ୍ପ ଭାରତକୁ ମିତ୍ର ରାଷ୍ଟ୍ର କହୁଥିବା ବେଳେ ଅନେକ ଥର ସମାଲୋଚନା କରିଛନ୍ତି ।

Presidential election banner background. President podium with unknown person on stage and United state of America flag design for US Presidential election 2016. Vector illustration.

ଜୋ ବିଡେନ ଭାରତ ସହ ମିଶି କାମ କରିବେ ବୋଲି ପ୍ରଚାର ବେଳେ କହିଛନ୍ତି । କିନ୍ତୁ ସ୍ଥିତି ବର୍ତ୍ତମାନର ଅନୁସାରେ ଯିଏ ବି ରାଷ୍ଟ୍ରପତି ହେଲେ ମଧ୍ୟ ଭାରତ ଉପରେ ବିଶେଷ ପ୍ରଭାବ ପଡିବ ନାହିଁ  । ତେବେ ଆମେରିକାରେ ରାଷ୍ଟ୍ରପତି ବଦଳିଲେ ଚୀନ ପାଇଁ ନିହାତି ଭାବେ ଲାଭଦାୟକ ହେବ । ଆମେରିକାର ଭୋଟର ନିଜ କ୍ଷେତ୍ରରେ ଥିବା ଇଲେକ୍‌ଟର୍ସଙ୍କୁ ଚୟନ କରନ୍ତି । ଶେଷରେ ସେହି ଇଲେକ୍‌ଟର୍ସମାନେ ହିଁ ରାଷ୍ଟ୍ରପତିଙ୍କ ପାଇଁ ଭୋଟ ଦିଅନ୍ତି । ଇଲେକଟର୍ସମାନେ ନିଜ ମନ ମୁତାବକ ଭୋଟ ଦେଇଥାନ୍ତି । ସେମାନେ ଚାହିଁଲେ ଅନ୍ୟ ଦଳର ପ୍ରାର୍ଥୀଙ୍କୁ ମଧ୍ୟ ସମର୍ଥନ କରିପାରିବେ । ଏଭଳି କ୍ଷେତ୍ରରେ ଆମେରିକାର ମତଦାତାଙ୍କ ସହ ଇଲେକଟର୍ସଙ୍କ ମତଦାନ ଉପରେ ନଜର ରହିଛି ।

କୋଭିଡ୍ କଟକଣା ମଧ୍ୟରେ ବାଲେଶ୍ୱର ଓ ତିର୍ତ୍ତୋଲରେ ଆରମ୍ଭ ହୋଇଛି ଉପନିର୍ବାଚନ ପାଇଁ ମତଦାନ

ବାଲେଶ୍ୱର/ତିର୍ତ୍ତୋଲ: କୋଭିଡ୍ କଟକଣା ମଧ୍ୟରେ ବାଲେଶ୍ୱର ଓ ତିର୍ତ୍ତୋଲରେ ଆରମ୍ଭ ହୋଇଛି ଉପନିର୍ବାଚନ ପାଇଁ ମତଦାନ । ବାଲେଶ୍ୱରରେ ମତଦାନ କରିବେ ୨ଲକ୍ଷ ୨୫ ହଜାରରୁ ଅଧିକ ଭୋଟର । ମତଦାନ ପାଇଁ ମାସ୍କ ଓ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ମଡେଲ୍ ବୁଥ୍‌ଗୁଡିକରେ ହୋଇଛି ହାଇଟେକ୍ ବ୍ୟବସ୍ଥା । ପିପିଇ କିଟ୍ ପିନ୍ଧି ପୋଲିଂ ଅଧିକାରୀ କରୋନା ସନ୍ଦିଗ୍ଧଙ୍କ ଭୋଟ୍ ଗ୍ରହଣ କରିବେ । ଭିଡ଼ କମାଇବାକୁ ବୁଥ୍ ସଂଖ୍ୟା ବଢାଯାଇଛି । ସାମାଜିକ ଦୂରତାରେ ଠିଆ ହୋଇ , ଡାହାଣ ହାତରେ ଗ୍ଲୋଭ୍‌ସ ପିନ୍ଧି ମତଦାନ କରିବେ ଭୋଟର । ଆଶାକର୍ମୀଙ୍କୁ ସାନିଟାଇଜ୍ ଓ ସ୍କାନିଂ ଦାୟିତ୍ୱ ଦିଆଯାଇଛି ।

ସେହିପରି ହୋମ୍ ଆଇସୋଲେସନ୍‌ରେ ଥିବା କୋଭିଡ୍ ରୋଗୀ ପିପିଇ କିଟ୍ ଥିଲେ ଆସି ଭୋଟ୍ ଦେଇପାରିବେ । ବାଲେଶ୍ୱର ନିର୍ବାଚନମଣ୍ଡଳୀର ୨୬ଟି ପଞ୍ଚାୟତ ଓ ମ୍ୟୁନିସିପାଲିଟିର ୩୧ଟି ୱାର୍ଡରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ମୋଟ୍ ୬ କମ୍ପାନୀ ସିଆରପିଏଫ୍, ୯୦ ପ୍ଲାଟୁନ୍ ପୋଲିସ ଫୋର୍ସ, ୨୫୧ ଜଣ ପୋଲିସ ଅଫିସରଙ୍କୁ ନିୟୋଜିତ କରାଯାଇଛି । ଏଥିସହ ୱେବକାଷ୍ଟିଂ ଓ ସିସିଟିଭି ବ୍ୟବସ୍ଥା କରାଯାଇଛି ।

ସେପଟେ ତିର୍ତ୍ତୋଲରେ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ଲକ୍ଷ ୩୯ ହଜାରରୁ ଅଧିକ ଭୋଟର । ତିର୍ତ୍ତୋଲରେ ନିର୍ବାଚନମଣ୍ଡଳୀର ୧୫୫ ସମ୍ବେଦନଶୀଳ ବୁଥ ଉପରେ ଅଧିକ ଫୋକସ ରଖିଛି ପୋଲିସ । ୩୭ ବୁଥରେ ୱେବ୍‌କାଷ୍ଟିଂ ସହ ସିସିଟିଭି ବ୍ୟବସ୍ଥା କରାଯାଇଛି । ତିର୍ତ୍ତୋଲରେ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପାଇଁ ୨୧ ପ୍ଲାଟୁନ ପୋଲିସ ଫୋର୍ସ ,୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବା ସହ ୧୫୦ ଜଣ ଇନ୍ସପେକ୍ଟର , ସବ ଇନ୍ସପେକ୍ଟର ଓ ଏଏସଆଇ ଡ୍ୟୁଟିରେ ନିୟୋଜିତ ଅଛନ୍ତି ।

ବିହାର ନିର୍ବାଚନ: ୧ ହଜାର ୪୬୩ ପ୍ରାର୍ଥୀଙ୍କ ହେଉଛି ଭାଗ୍ୟ ନିର୍ଦ୍ଧାରଣ 

ପାଟଣା: ବିହାରରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । କରୋନା କଟକଣା ମଧ୍ୟରେ ଭୋଟର ବାଛୁଛନ୍ତି ନିଜର ନେତା । ଆଜି ୧୭ଟି ଜିଲ୍ଲାର ୯୪ ବିଧାନସଭା ଆସନ ପାଇଁ ଭୋଟିଂ ଚାଲିଥିବା ବେଳେ ୧ ହଜାର ୪୬୩ ପ୍ରାର୍ଥୀଙ୍କ ହେଉଛି ଭାଗ୍ୟ ନିର୍ଦ୍ଧାରଣ  । ପ୍ରାର୍ଥୀଙ୍କ ମଧ୍ୟରେ ୧ ହଜାର ୩୧୬ ଜଣ ପୁରୁଷ ଓ ୧୪୬ ଜଣ ମହିଳା ଅଛନ୍ତି । ଆରଜେଡି ୫୬ଟି ଆସନରେ ନିର୍ବାଚନ ଲଢୁଥିବାବେଳେ ବିଜେପି ୪୬ ଓ ଜେଡୟୁ ୪୩ଟି ଆସନରେ ନିର୍ବାଚନ ଲଢୁଛନ୍ତି ।

ସେହିଭଳି କଂଗ୍ରେସ ୨୪ ଓ ଏଲଜେପି ପ୍ରାର୍ଥୀ ୨୬ଟି ଆସନରେ ମୈଦାନକୁ ଓହ୍ଲାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ପାଟନାର ୭ଟି, ଭାଗଲପୁରର ୫ଟି, ଖଗଡିଆର ୪ଟି, ପୂର୍ବ ଚମ୍ପାରନର ୩ଟି, ପଶ୍ଚିମ ଚମ୍ପାରନର ୩ଟି, ସମସ୍ତିପୁରର ୫, ବୈଶାଳୀର ୪, ଶିବହାରର ୩, ଶରନର ୧୦, ବେଗୁସରାଇର ୭, ଗୋପାଳଗଞ୍ଜର ୬, ଦରଭଙ୍ଗାର ୫, ସିଓ୍ବାନର ୮, ମଧୁବନିର ୫, ସୀତାମାଢିର ୪, ମୁଜାଫରପୁରର ୫ଟି ଆସନରେ ଚାଲିଛି ନିର୍ବାଚନ ।

୨୦୧୫ ନିର୍ବାଚନରେ ଏହି ୯୪ଟି ଆସନ ମଧ୍ୟରୁ ଜେଡୟୁ ୩୦, ଆରଜେଡି ୩୩, କଂଗ୍ରେସ ୭ଟି ଓ ଏନଡିଏକୁ ୨୨ଟି ଆସନ ମିଳିଥିଲା । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପୁଅ ତେଜସ୍ବୀ ଯାଦବ ଓ ତେଜ ପ୍ରତାପ ଯାଦବଙ୍କ ସହ ଅନେକ ବରିଷ୍ଠ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର  ।

ଆଜିର ରାଶିଫଳ: କୌଣସି ସ୍ଥାନରେ ଦୁର୍ଘଟଣା ହୋଇପାରେ,ସତର୍କ ରୁହନ୍ତୁ…

ରାଶିଫଳ- ମଙ୍ଗଳବାର-୦୩-୧୧-୨୦

କାର୍ତ୍ତିକ କୃଷ୍ଣପକ୍ଷ,ତୃତୀୟା ତିଥି

ରୋହିଣୀ ନକ୍ଷତ୍ର

ସୂର୍ଯ୍ୟ ତୁଳା ରାଶିରେଏବଂ ଚନ୍ଦ୍ର ବୃଷ ରାଶିରେ ଅବସ୍ଥିତ

ଯୋଗିନୀ ଆଜି ଆଗ୍ନେୟ ଦିଗରେ ଅବସ୍ଥିତ

ପୁଷ୍କର ଦୋଷ ୧ ପାଦ ,ପ୍ରତିକାର ପାଇଁ ଅନ୍ନ,ବସ୍ତ୍ର,ତିଳକାଞ୍ଚନ ଦାନ କରନ୍ତୁ

ଶୁଭ ସମୟ- ସକାଳ ୯ଟା ୩୭ ରୁ ଦିନ ୧୦ଟା ୨୨ ପର୍ଯ୍ୟନ୍ତ

ସନ୍ଧ୍ୟା ୭ଟା ୪୫ ରୁ ରାତି ୧୧ଟା ୦୫ ମଧ୍ୟରେ

ଅଶୁଭ ସମୟ- ଦିନ ୨ଟା ୨୦ ରୁ ଦିନ ୩ଟା ୪୫ ମଧ୍ୟରେ

ରାଶିଫଳ

ମେଷ-

ଅଶ୍ବିନୀ- କୌଣସି ଦୁର ସଂପର୍କୀୟଙ୍କର ଅଶୁଭ ସମ୍ବାଦ ପାଇ ମନ ଅସ୍ଥିର ରହିବ

ଦ୍ବିଜା-କର୍ମ କ୍ଷେତ୍ରରେ ଭଲ କାମ କରି କିଛି ଖୁସି ଖବର ପାଇବେ

କୃତ୍ତିକା- ପରିବାରରେ କୌଣସି କଥାକୁ ନେଇ ଉତ୍ତେଜନା ପରିସ୍ଥିତି ହୋଇପାରେ

ଫିଟିକିରି ଓ ଗଙ୍ଗାଜଳ ମିଶାଇ ସ୍ନାନ କରନ୍ତୁ

ବୃଷ-

କୃତ୍ତିକା- ଯେତେ ପରିଶ୍ରମ କରିଲେ ମଧ୍ୟ ଆଶାନୁଜନକ ଫଳ ପାଇବେ ନାହିଁ

ରୋହିଣୀ- ବିଦ୍ୟାର୍ଥୀମାନଙ୍କ ପାଇଁ,ଗୃହିଣୀମାନଙ୍କ ପାଇଁ ଦିନଟି ଭଲ ରହିବ

ମୃଗଶିରା- ପିଲାମାନଙ୍କର କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ

କଳା ତୁଳସୀ ମୂଳରେ ଝୁଣା ଆଳତି କରନ୍ତୁ

ମିଥୁନ-

ମୃଗଶିରା- ନିଜ ଭାଇର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ

ଆର୍ଦ୍ରା- ସ୍ବାସ୍ଥ୍ୟ ସମସ୍ୟା ସହିତ ଆର୍ଥିକ ସମସ୍ୟା ଦୁର ହେବ

ପୁନର୍ବସୁ-ବନ୍ଧୁ ମିଳନ ସହିତ ପାରିବାରିକ ଖୁସି ବଜାୟ ରହିବ

ବିରି ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ

କର୍କଟ-

ପୁନର୍ବସୁ- ଚାକିରୀ କ୍ଷେତ୍ରରେ ପ୍ରମୋସନ ପାଇପାରନ୍ତି

ପୁଷ୍ୟା- ଛୋଟ ଭୁଲ୍ ଯୋଗୁ କାମ ସବୁ ବିଗିଡିଯାଇପାରେ

ଅଶ୍ଲେଷା-ନିଜର କ୍ୟାରିୟର ପରିବର୍ତ୍ତନ ପାଇଁ କିଛି ନୂଆ ସୁଯୋଗ ପାଇପାରନ୍ତି

କୌଣସି କୁକୁରକୁ ଗୁଡ,ରୁଟି ଖାଇବାକୁ ଦିଅନ୍ତୁ

ସିଂହ-

ମଘା- ନିଜ ପିଲାମାନଙ୍କର ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଅଧିକ ଚିନ୍ତା କରିବେ

ପୂର୍ବାଫାଲଗୁନି- ଯେ କୌଣସି କାମ ପାଇଁ ପଦକ୍ଷେପ ନେବେ ତାହା ସବୁ ସଫଳ ରହିବ

ଉତ୍ତରାଫାଲଗୁନି- ଖାଦ୍ୟ, ପାନୀୟ ଯୋଗୁ ଶରୀର ଅସୁସ୍ଥ ରହିପାରେ

କୋଳଥ ଡାଲି ଗାଈକୁ ଦେବା ସହିତ ନିଜେ ଖାଆନ୍ତୁ

କନ୍ୟା-

ଉତ୍ତରାଫାଲଗୁନି- ପୂର୍ବରୁ କୌଣସି କ୍ଷେତ୍ରରେ ଅର୍ଥ ବିନିଯୋଗ କରିଥିଲେ ତାହାକୁ ନେଇ ଚିନ୍ତାରେ ରହିବେ

ହସ୍ତା- ଅର୍ଥ ମିଳିବା ସହିତ ପାରିବାରିକ ଶାନ୍ତି ମଧ୍ୟ ବଜାୟ ରହିବ

ଚିତ୍ରା- ଖାଦ୍ୟ ବ୍ୟବସାୟରେ ଥିବା ବ୍ୟକ୍ତିମାନଙ୍କର କ୍ଷତି ହୋଇପାରେ

ଘର ପାଖରେ ଥିବା କୂଅରେ କଞ୍ଚା କ୍ଷୀର,ଗୁଡ ମିଶାଇ ଦିଅନ୍ତୁ

ତୁଳା-

ଚିତ୍ରା- କୌଣସି ସ୍ଥାନରେ ଦୁର୍ଘଟଣା ହୋଇପାରେ,ସତର୍କ ରୁହନ୍ତୁ

ସ୍ବାତୀ- ନିଜ ବନ୍ଧୁଙ୍କ ସାହାଯ୍ୟରେ ବଡ ବିପଦରୁ ମୁକ୍ତି ପାଇପାରନ୍ତି

ବିଶାଖା- ପୂର୍ବରୁ ରହିଥିବା ଦାମ୍ପତ୍ୟ ଜୀବନରେ ସମସ୍ୟା ଆଜି ଦୁର ହେବ

କୌଣସି ରୋଗୀ ବ୍ୟକ୍ତିକୁ ନାଲି ରଙ୍ଗର ଫଳ ଦିଅନ୍ତୁ

ବିଛା-

ବିଶାଖା-ପରିବାରର କୌଣସି ଗୁରୁ ଦାୟିତ୍ବ ବହନ କରି ପ୍ରଶଂସା ପାଇବେ

ଅନୁରାଧା- ଯେଉଁମାନଙ୍କର ବ୍ଳଡ ପ୍ରେସର ରହିଚି ସେମାନେ ସଚେତନ ରୁହନ୍ତୁ

ଜ୍ୟୋଷ୍ଠା- ଛାତ୍ରଛାତ୍ରୀମାନେ କ୍ୟାରିୟର ପାଇଁ ସୁଯୋଗ ପାଇବେ

ବୁଧକାରକ ବୃକ୍ଷରେ କଞ୍ଚା କ୍ଷୀର ଅର୍ପଣ କରି ପ୍ରଣାମ କରନ୍ତୁ

ଧନୁ-

ମୂଳା- ଛୋଟ ପିଲାର ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ

ପୂର୍ବାଷାଢା-ଘରର ମୁରବୀମାନଙ୍କର ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ହାଲକା ଅନୁଭବ କରିବେ

ଉତ୍ତରାଷାଢା- ସତର୍କ ରୁହନ୍ତୁ, ଶରୀରରେ ଆଗାତ ଲାଗିପାରେ

ଦେବୀ ମନ୍ଦିରରେ ସୁଜି ଭୋଗ ଲାଗି କରନ୍ତୁ

ମକର-

ଉତ୍ତରାଷାଢା- ନିଜ କଥା ଉପରେ ଧ୍ୟାନ ଦିଅନ୍ତୁ, ନଚେତ ଅସମ୍ମାନିତ ହୋଇପାରନ୍ତି

ଶ୍ରବଣା- ଯେଉଁମାନଙ୍କର ବିବାହ ପ୍ରସ୍ତାବ ରହିଛି, ସେମାନଙ୍କ ଆଜି ଚୁଡାନ୍ତ ହୋଇପାରେ

ଧନିଷ୍ଠା- ସଂପତ୍ତିକୁ ନେଇ ବିବାଦୀୟ ପରିସ୍ଥିତି ହୋଇପାରେ

ହନୁମାନଙ୍କୁ ଲଡୁ, ନାଲି ସିନ୍ଦୁର ଅର୍ପଣ କରନ୍ତୁ

କୁମ୍ଭ-

ଧନିଷ୍ଠା- କୌଣସି କଥାକୁ ନେଇ ଚିନ୍ତା ଓ ଚିଡଚିଡା ଭାବ ଲାଗି ରହିବ

ଶତଭିଷା- କର୍ମକ୍ଷେତ୍ର ଓ ପରିବାରରେ ଶାନ୍ତି ରହିବ

ପୂର୍ବଭାଦ୍ର- ନୂଆ ଯାନବାହନ କିଣିବାକୁ ଚାହୁଁଛନ୍ତି ସେମାନେ କିଣିପାରନ୍ତି ତାହା ଭଲ ରହିବ

କୁଶରେ ସନ୍ଧ୍ୟା ସମୟରେ ନିଜକୁ ଝାଡି ଦିଅନ୍ତୁ

ମୀନ-

ପୂର୍ବଭାଦ୍ର- ଶରୀର ଅସୁସ୍ଥ ରହୁଥିଲେ ସେଥିରୁ କିଛି ଉପଶମ ପାଇପାରନ୍ତି

ଉତ୍ତରଭାଦ୍ର- ଗୁରୁଜନଙ୍କ ସହିତ କିଛି ମତାନ୍ତର ହୋଇପାରେ

ରେବତୀ- ପରିବାରରେ ଲାଗି ରହିଥିବା ସମସ୍ୟା ଦୁର ହେବ

ଚଣା ଡାଲି ଗରିବକୁ ଦାନ କରନ୍ତୁ

ଜ୍ୟୋତିର୍ବିଦ୍ ସନ୍ଧ୍ୟାରାଣୀ ମିଶ୍ର

                                                                                                                                                ଯୋଗାଯୋଗ ନମ୍ବର-୮୪୫୬୦୧୪୪୭୭