spot_img
Home Blog Page 6501

ଅନଲାଇନରେ ହେବ ବିଧାନସଭାର ସମସ୍ତ କାର୍ଯ୍ୟ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଦଳୁଛି କାର୍ଯ୍ୟ କରିବାର ଶୈଳୀ । ଏମଧ୍ୟରେ ବଦଳିଛି ବିଧାନସଭାର କାର୍ଯ୍ୟକରିବାର ଶୈଳୀ । ଏଣିକି ବିଧାନସଭାର ସବୁ କାମ ଅନଲାଇନରେ ହେବା ନେଇ ନିଆଯାଇଛି ନିଷ୍ପତ୍ତି । ଏଥିପାଇଁ ପୂରା ବିଧାନସଭାକୁ  ଇ-ବିଧାନସଭା କରାଯିବା ସହିତ ପୂରା ବିଧାନସଭାକୁ ୱlଇଫାଇ କରାଯାଇଛି । ଫୋନରେ କଥା ହେବା ପାଇଁ ସାରା ବିଶ୍ୱକୁ ନେଟୱର୍କରେ ଯୋଡ଼ା ଯାଇଛି  ।

୩୮୩ ବିଧାନସଭା କର୍ମୀଚାରୀଙ୍କୁ କମ୍ପ୍ୟୁଟର ଯୋଗାଇ ଦିଆଯାଇଛି । ସମସ୍ତ ଫାଇଲ କାମ କମ୍ପ୍ୟୁଟରରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି  ।  ବିଧାନସଭା ଭିତରେ ଦୁଇଟା ଭିଡିଓ କନ୍ଫରେନ୍ସିଂ ହଲ କରାଯାଇଛି । ଏଥିରୁ ଗୋଟିଏ ବିଧାୟକଙ୍କ ପାଇଁ ରଖା ଯାଇଛି । ଏବଂ ସମସ୍ତ ବିଧାୟକଙ୍କୁ କମ୍ପ୍ୟୁଟର ଓ ଆଇପ୍ୟାଡ ଯୋଗାଇ ଦିଆଯାଇଛି  । ତେଣୁ ଏହି ସପ୍ତାହରୁ ସମସ୍ତ ବିଧାୟକ ଓ କର୍ମଚାରୀଙ୍କୁ ଟ୍ରେନିଂ ଦିଆଯିବ ।

୨୪ଘଣ୍ଟା ଭିତରେ ବିଧାନସଭାର ସବୁ କାମ ହେବା ସହ କେନ୍ଦ୍ର ସରକାର ଦେଶର ସବୁ ବିଧାନସଭାକୁ ଇ-ବିଧାନସଭା କରିବାକୁ ଲକ୍ଷ୍ୟ ରଖିଥିବାବେଳେ ପ୍ରଥମେ ହିମାଚଳ ପ୍ରଦେଶରେ ଏହା କାର୍ଯ୍ୟକାରୀ କରାଯାଇଛି  । ଏବେ ଓଡିଶା ଓ ପଞ୍ଜାବରେ ଏହା ଆରମ୍ଭ ହେବ । କେନ୍ଦ୍ର ଓ ରାଜ୍ୟର ୬୦ ଓ ୪୦ ଭାଗରେ ଏହି କାର୍ଯ୍ୟକ୍ରମ କରାଯାଉଛି ।ଏଥି ଲାଗି ଗତକାଲି କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି  ।

ଗ୍ୟାସ ସିଲିଣ୍ତର, ଟ୍ରେନ ସମୟ ସହ ଏହି ସବୁ ଜିନିଷର ବଦଳିବ ନିୟମ, ଜାଣନ୍ତୁ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସମ୍ପୂର୍ଣ୍ଣ ଦେଶରେ ଦୈନଦିନ ଜୀବନରେ ବ୍ୟବହୃତ ହେଉଥିବା କିଛି ଜିନିଷର ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଏମିତି କିଛି ଜିନିଷରେ ପରିବର୍ତ୍ତନ ହେବ, ଯାହା ସାଧାରଣ ଲୋକଙ୍କ ଜୀବନଶୈଳୀରେ ସିଧାସଳଖ ପ୍ରଭାବ ପକାଇବ । ନଭେମ୍ବର ମାସ ୧ ତାରିଖ ତଥା ଆସନ୍ତାକାଲିଠୁ ଗ୍ୟାସ ସିଲିଣ୍ଡରରୁ ଆରମ୍ଭ କରି ଟ୍ରେନର ଟାଇମ୍ ଟେବୁଲ ଯାଏଁ ସବୁକିଛି ବଦଳିବାକୁ ଯାଉଛି । ତେବେ ନୂତନ ନିୟମଗୁଡ଼ିକ କଣ ଜାଣନ୍ତୁ-

୧- LPG ଡେଲିଭରୀ ନିୟମରେ ପରିବର୍ତ୍ତନ

ନଭେମ୍ବର ମାସ ୧ତାରିଖରୁ ଏଲପିଜି ସିଲିଣ୍ଡର ଡେଲିଭରୀ ନିୟମରେ ପରିବର୍ତ୍ତନ ହେବ । ତେଲ କମ୍ପାନୀଗୁଡିକ ନଭେମ୍ବର ୧ରୁ ଡେଲିଭରୀ ଅଥେଣ୍ଟିକେସନ କୋଡ୍ (DAC) ବ୍ୟବସ୍ଥା କାର୍ଯ୍ୟକାରୀ କରିବେ । ସେଗୁଡ଼ିକ ହେଉଛି, ଗ୍ୟାସ ଡେଲିଭରୀ ପୂର୍ବରୁ ଗ୍ରାହକଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଏକ OTP ଯିବ । ସିଲିଣ୍ଡର ଗ୍ରାହକଙ୍କ ଘରେ ପହଞ୍ଚିବା ପରେ ଡେଲିଭରୀ କରିବାକୁ ଯାଇଥିବା ଲୋକଙ୍କ ସହ OTP ସେୟାର କରିବାକୁ ପଡିବ । OTP ସିଷ୍ଟମ ମ୍ୟାଚ କଲେ ହିଁ ସିଲିଣ୍ଡର ଡେଲିଭରୀ କରାଯିବ ।

୨- ଇଣ୍ଡେନ୍ ଗ୍ୟାସର ବଦଳିବ ବୁକିଂ ନମ୍ବର

ଇଣ୍ଡେନ୍ ଗ୍ୟାସ ଗ୍ରାହକ ହୋଇଥିଲେ ପୁରୁଣା ନମ୍ବରରେ ଗ୍ୟାସ୍ ବୁକ୍ କରିପାରିବେ ନାହିଁ । ଇଣ୍ଡେନ୍ ନିଜ ଏଲପିଜି ଗ୍ରାହକଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଗ୍ୟାସ୍ ବୁକିଂ ପାଇଁ ନୂତନ ନମ୍ବର ପଠାଇଛି । ଏବେ ଇଣ୍ଡେନ୍ ଗ୍ୟାସର ଗ୍ରାହକମାନଙ୍କୁ ଏଲପିଜି ସିଲିଣ୍ଡର ବୁକ୍ କରିବା ପାଇଁ 7718955555 କୁ କଲ୍ କିମ୍ବା SMS କରିବାକୁ ପଡିବ ।

୩- ବଦଳିବ ଗ୍ୟାସ ସିଲିଣ୍ଡର ଦାମ

ରାଜ୍ୟର ତୈଳ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଏଲପିଜି ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି । ଏଭଳି ପରିସ୍ଥିତିରେ ନଭେମ୍ବର ୧ ତାରିଖରୁ ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ ହୋଇପାରେ । ଅକ୍ଟୋବର ମାସରେ ତୈଳ କମ୍ପାନୀଗୁଡିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଥିଲେ।

୪- ବଦଳିବ ଟ୍ରେନ୍ ଟାଇମ୍ ଟେବୁଲ

ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଖବର । ନଭେମ୍ବର ୧ ତାରିଖରୁ ଭାରତୀୟ ରେଳ ସମଗ୍ର ଦେଶରେ ଟ୍ରେନର ଟାଇମ ଟେବୁଲରେ ପରିବର୍ତ୍ତନ ହେବାକୁ ଯାଉଛି । ନଭେମ୍ବର ୧ ତାରିଖରୁ ଟ୍ରେନର ନୂଆ ଟାଇମ ଟେବୁଲ ପ୍ରକାଶ ପାଇବ । ୧୩ ହଜାର ଯାତ୍ରୀବାହୀ ଏବଂ ୭ ହଜାର ମାଲବାହୀ ଟ୍ରେନର ସମୟ ପରିବର୍ତ୍ତନ କରାଯିବ ।

୫- SBI ଆକାଉଣ୍ଟଧାରୀଙ୍କୁ କମ୍ ସୁଧ

କାଲିଠୁ SBI ର କିଛି ଗୁରୁତ୍ୱପୂର୍ଣ୍ଣ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଏସବିଆଇ ସଞ୍ଚୟ ଆକାଉଣ୍ଟଗୁଡ଼ିକୁ କମ୍ ସୁଧ ମିଳିବ । ୧ ଲକ୍ଷରୁ ଅଧିକ ଟଙ୍କା ଜମା ଉପରେ, ଏବେ ରେପୋ ହାର ଅନୁଯାୟୀ ସୁଧ ମିଳିବ ।

ରାଜ୍ୟରେ କମୁଛି ସଂକ୍ରମଣ: ଦିନକରେ ଚିହ୍ନଟ ହୋଇଛନ୍ତି ୧,୪୭୦ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ଆସୁଛି କରୋନା । ରାଜ୍ୟରେ ଆଉ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୮୫୩ ଚିହ୍ନଟ ହୋଇଥିବା ନୂଆ ସ୍ଥାନୀୟ ସଂକ୍ରମଣ ୬୧୭ ରହିଛି । ସେହିପରି ଲଗାତାର ଭାବେ ୨୦୦ତଳେ ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା  । ଶନିବାର ଦିନ ଖୋର୍ଦ୍ଧାରୁ ସର୍ବାଧିକ ୧୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିଭଳି ଗତ ୨୪ ଘଣ୍ଟାରେ ଆଉ ୧୨ ଜଣଙ୍କ ଜୀବନ ନେଇଛି କରୋନା ।

ଖୋର୍ଦ୍ଧାରୁ ୧୭୦, କଟକରୁ ୧୨୬, ସୁନ୍ଦରଗଡ଼ରୁ ୧୧୨, ଅନୁଗୁଳ ଓ ଜଗତସିଂହପୁରରୁ ୭୬ଜଣ ଲେଖାଏଁ, କେନ୍ଦ୍ରାପଡାରୁ ୭୫, ପୁରୀରୁ ୬୪, ବଲାଙ୍ଗୀରରୁ ୬୩, ନୂଆପଡାରୁ ଓ ବରଗଡ଼ରୁ ୬୧ଜଣ ଲେଖାଏଁ, ବାଲେଶ୍ବରରୁ ୫୬, ମୟୂରଭଞ୍ଜରୁ ୫୦, ଯାଜପୁରରୁ ୪୨, ଝାରସୁଗୁଡାରୁ ୩୯, ସମ୍ବଲପୁର , ନବରଙ୍ଗପୁର ଓ ସମ୍ବଲପୁରରୁ ୩୪ଜଣ ଲେଖାଏଁ, କଳାହାଣ୍ଡି ଓ ନୟାଗଡ଼ରୁ ୩୧ଜଣ ଲେଖାଏଁ , ସୋନପୁରରୁ ୨୭, ମାଲକାନଗିରିରୁ ୨୫, କୋରାପୁଟରୁ ୨୪, ଗଞ୍ଜାମରୁ ୨୨, ଭଦ୍ରକରୁ ୧୯, ବୌଦ୍ଧ ଓ ଢେଙ୍କାନାଳରୁ ୧୭ଜଣ ଲେଖାଏଁ, ରାୟଗଡ଼ାରୁ ୧୩, କନ୍ଧମାଳରୁ ୧୧, ଗଜପତିରୁ ୮, ଦେଓଗଡ଼ରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ ୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ମୋଟ ୧୩୨୦ଜଣଙ୍କ ପ୍ରାଣ ନେଇଛି କରୋନା । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯୦ହଜାର ୧୧୬ରେ ପହଞ୍ଚିଛି । ଏହାସହ ରାଜ୍ୟରେ ୨ଲକ୍ଷ ୭୩ହଜାର ୮୩୮ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଏବଂ ରାଜ୍ୟ ବର୍ତ୍ତମାନ ୧୪ହଜାର ୯୦୫ଟି ସକ୍ରିମ ମାମଲା ରହିଛି ।

SOP ଜାରି ହେବା ପରେ ଖୋଲିବ ସ୍କୁଲ,ଆଲୋଚନା ପରେ ଖୋଲିବ ମନ୍ଦିର

ଭୁବନେଶ୍ୱର: ଦୀର୍ଘଦିନ ପରେ ଖୋଲିବ ସ୍କୁଲ । କରୋନା ପାଇଁ ସ୍କୁଲ ବନ୍ଦ ଥିବା ବେଳେ ଶନିବାର ଦିନ ରାଜ୍ୟ ସରକାର ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି । ଅନଲକ୍ 6.0ରେ ସ୍କୁଲ ଖୋଲିବା ନେଇ ଘୋଷଣା କରାଯାଇଛି । ଗାଇଡଲାଇନରେ ନଭେମ୍ବର ୧୬ରୁ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ସ୍କୁଲ ଖୋଲିବା ପାଇଁ ବିଭାଗ ପ୍ରସ୍ତୁତ ଥିଲା ଆଉ ଅଛି । SRC ଙ୍କ ପକ୍ଷରୁ ନଭେମ୍ବର ୧୬ରେ ସ୍କୁଲ ଖୋଲିବାକୁ ନେଇ ଘୋଷଣା କରାଯାଇଛି । ତେଣୁ ଏହାର SOP କେମିତି ପ୍ରସ୍ତୁତ ହେବ, ସେ ନେଇ ବିଭଗୀୟ ସଚିବଙ୍କୁ ସମସ୍ତ ଅଂଶିଦାରଙ୍କ ସହ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ SOP ପ୍ରସ୍ତୁତ ହେବା ପରେ କେଉଁ ତାରିଖରୁ ସ୍କୁଲ ଖୋଲିବ, ସେ ସମ୍ପର୍କରେ ଖୁବ ଶୀଘ୍ର ଘୋଷଣା କରାଯିବ । ଏବଂ ଏନେଇ SRCଙ୍କୁ ମଧ୍ୟ ପ୍ରସ୍ତାବ ପଠାଯାଇଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ମନ୍ଦିର ଖୋଲିବ ?

ଅନ୍ୟପକ୍ଷରେ ମନ୍ଦିରକୁ ଭକ୍ତଙ୍କୁ ପୂଜା ପାଇଁ ଅନୁମତି ଦିଆଯିବ କି ନାହିଁ ତାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ ଚୌଧୁରୀ ।  ସବୁ ଦିଗକୁ ଅନୁଧ୍ୟାନ କରି ନିଷ୍ପତି ନିଆଯିବ ।  ମନ୍ଦିର କର୍ତ୍ତୃପକ୍ଷ, ସାଧାରଣ ଲୋକଙ୍କ ମତାମତ ନେଇ ମନ୍ଦିର ଖୋଲିବା ନିଷ୍ପତ୍ତି ନିଆଯିବ । ଭୁବନେଶ୍ୱରରେ ସଂକ୍ରମଣ କମିଥିଲେ ବି ସଂକ୍ରମିତଙ୍କ ସଂଖ୍ୟା ୧୦୦ରେ ରହୁଛି । ସେ ସବୁକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଏମସି କମିଶନର ।

ଏହାସହ ମଣ୍ଡପ ବ୍ୟବହାରକୁ ବାରଣ କରାଯାଇନାହିଁ , ୧୦୦ରୁ ୨୦୦ ଲୋକଙ୍କୁ ଅନୁମତି ମିଳିଛି ଏବଂ ସେମାନେ କୋଭିଡ ନିୟମାବଳୀ ମାନିବାକୁ ବାଧ୍ୟ । ଭୁବନେଶ୍ୱରରେ ସକ୍ରିୟ ମାମଲା ଏତେ ଟା ନାହିଁ । ତେବେ ସଂକ୍ରମଣର ଆଶଙ୍କା ରହିଛି । ତେଣୁ ସମସ୍ତେ କୋଭିଡ ନିୟମ ମାନିବାକୁ କହିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ ଚୌଧୁରୀ ।

ହୋମି ଜାହାଙ୍ଗୀର ବାବାଙ୍କ ମୃତ୍ୟୁ ପଛରେ ରହିଥିଲା ଆମେରିକାର ହାତ !

ନୂଆଦିଲ୍ଲୀ : ହୋମି ଜାହାଙ୍ଗୀର ଭାବା ଭାରତୀୟ ପରମାଣୁ ବିଜ୍ଞାନ ଜଗତ ସ୍ପର୍ଦ୍ଧିତ ଉଚ୍ଚାରଣ । ୩୦ ଅକ୍ଟୋବର ୧୯୦୯ ମସିହାରେ ଏହି ମହାନ ବୈଜ୍ଞାନିକ ଜନ୍ମଗ୍ରହଣ କରିଥିଲେ । ମୁମ୍ବାଇର ଏକ ପାର୍ସୀର ପରିବାରରେ ହୋମି ଜାହାଙ୍ଗୀର ଭାବା ଜନ୍ମ ଗ୍ରହଣ କରିଥିଲେ । ମାତ୍ର ୫୬ ବର୍ଷ ବୟସରେ ପ୍ରାଣ ହରାଇଥିବା ହୋମି ଜାହାଙ୍ଗୀର ଭାବା ଯଦି ଆଜି ଜୀବିତ ଥାଆନ୍ତେ, ତେବେ ଭାରତର ପରମାଣୁ କାର୍ଯ୍ୟକ୍ରମ ଆହୁରି ଶିଖର ଛୁଇଁ ପାରିଥାଆନ୍ତା ।

ଯଦି ହୋମି ଜାହାଙ୍ଗୀର ଭାବାଙ୍କ ସାଧାରଣ ମୃତ୍ୟୁ ହୋଇଥାଆନ୍ତା, ତେବେ ହୁଏତ ଆମକୁ ଏକଥା ଆଲୋଚନା କରିବାକୁ ପଡି ନ ଥାନ୍ତା । ହେଲେ ଭାବାଙ୍କ ମୃତ୍ୟୁ ହୋଇଥିଲା ଆକସ୍ମିକ ବିମାନ ଦୁର୍ଘଟଣାରେ । ଯାହାକୁ ନେଇ ଏବେ ବି ସନ୍ଦେହ ଘେରରେ ତାଙ୍କ ମୃତ୍ୟୁର ରହସ୍ୟ । କିଛି ବର୍ଷ ଧରି ଇଂରେଜମାନଙ୍କ ହାତରୁ ସ୍ୱାଧୀନତା ପାଇଥିବା ଭାରତର ପରମାଣୁ କାର୍ଯ୍ୟକ୍ରମ ସେ ସମୟରେ କେତେକ ବିକଶିତ ଦେଶକୁ ଅସହଜ ମନେ ହେଉଥିଲା । ତେଣୁ ତାଙ୍କୁ ସୁଚିନ୍ତିତ ଢଙ୍ଗରେ ହତ୍ୟା କରାଯାଇଥିବା ଏବେ ବି ସନ୍ଦେହ କରାଯାଉଛି । ହେଲେ କିଏ ଏ ହୋମି ଜାହାଙ୍ଗୀର ଭାବା । କାହିଁକି ତାଙ୍କ ମୃତ୍ୟୁକୁ ନେଇ ଏତେ ଆଲୋଚନା ।

ହୋମି ଜାହାଙ୍ଗୀର ଭାବା ମାତ୍ର ୧୮ ବର୍ଷ ବୟସରେ ମେକାନିକାଲ ଇଂଜିନିୟରିଂ ପଢିବା ପାଇଁ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ । ହେଲେ ମେକାନିକାଲ ଇଂଜିନିୟରିଂ ପଢୁଥିଲେ ବି ପଦାର୍ଥ ବିଜ୍ଞାନ ପ୍ରତି ହୋମି ଜାହାଙ୍ଗୀର ଭାବାଙ୍କ ଅହେତୁକ ଦୁର୍ବଳତା ଥିଲା । ତେଣୁ ସେ ୧୯୩୦ରେ ମେକାନିକାଲ ଇଂଜିନିୟରିଂ ପାଠ୍ୟକ୍ରମ ସାରି ପଦାର୍ଥ ବିଜ୍ଞାନ ପଢିବା ଆରମ୍ଭ କରିଥିଲେ । ସେହିପରି କସମିକ୍ ଏନର୍ଜିକୁ ନେଇ ଏକ ରିସର୍ଚ୍ଚ ପେପର ଉପସ୍ଥାପନ କରିଥିଲେ । ୧୯୩୯ରେ ବିଦେଶରୁ କିଛିଦିନ ପାଇଁ ଛୁଟି କଟାଇବା ପାଇଁ ଭାବା ଭାରତ ଆସିଥିଲେ । ହେଲେ ସେ ଆଉ ଫେରି ନ ଥିଲେ । ଏହାର କାରଣ ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ । ଏହା ପରେ ଭାରତରେ ସେ ଯୋଡି ହୋଇଥିଲେ ନୋବେଲ ବିଜେତା ଡକ୍ଟର ସି.ଭି ରମନଙ୍କ ସହ ।

ସିଭି ରମଣଙ୍କ ସହଯୋଗ କ୍ରମେ ବାଙ୍ଗାଲୋରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ସଂସ୍ଥାନରେ ଯୋଗ ଦେଇଥିଲେ । ସେଠାରେ ସେ ପଦାର୍ଥ ବିଜ୍ଞାନ ରିଡର ଭାବେ କାର୍ଯ୍ୟ କରିଥିଲେ । ଏଥିସହିତ ପରମାଣୁ ଗବେଷଣାରେ ମନୋନିବେଶ କଲେ ।
୧୯୪୫ରେ ପ୍ରତିଷ୍ଠା ହୋଇଥିଲା ଟାଟା ଇନଷ୍ଟିଚ୍ୟୁଟ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ । ଏହି ସଂସ୍ଥାର ନିର୍ଦ୍ଦେଶକ ଭାବେ ସେ ସମୟରେ ହୋମି ଜାହାଙ୍ଗୀର ଭାବାଙ୍କୁ ଅବସ୍ଥାପିତ କରାଯାଇଥିଲା । ଟ୍ରାମ୍ପେ ଆଟମିକ ଏନର୍ଜି ଏଷ୍ଟାବ୍ଲିସ ମେଣ୍ଟର ମଧ୍ୟ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ ହୋମି ଜାହାଙ୍ଗୀର ଭାବା । ପରବର୍ତ୍ତୀ ସମୟରେ ଏହି ସଂସ୍ଥାନର ନାମ ପରିବର୍ତ୍ତନ କରାଯାଇ ଭାବା ଆଟମିକ ଏନର୍ଜି ରିସର୍ଚ୍ଚ ସେଣ୍ଟର କରାଯାଇଥିଲା ।
ହେଲେ ବହୁ ଚର୍ଚ୍ଚିତ ବିମାନ ଦୁର୍ଘଟଣା ଟି କ’ଣ?

୨୪ ଜାନୁୟାରୀ ୧୯୬୬ ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ବାହାରିଥିଲା ଏକ ଏୟାର ଇଣ୍ଡିଆ ବିମାନ । ଯାହାର ନମ୍ବର ଥିଲା ୧୦୧ । ଏୟାର ଇଣ୍ଡିଆର ଏହି ବୋଇଙ୍ଗ୍ ୭୦୭ ବିମାନ ମାଉଣ୍ଟ ବ୍ଲାକ ପାହାଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଥିବା ସମସ୍ତ ୧୧୭ ଯାତ୍ରୀ ପ୍ରାଣ ହରାଇଥିଲେ । ତନ୍ମଧ୍ୟରେ ଥିଲେ ଭାରତୀୟ ପରମାଣୁ ବିଜ୍ଞାନୀ ହୋମି ଜାହାଙ୍ଗୀର ଭାବା । କେତେକଙ୍କ କହିବାନୁଯାୟୀ, ଏହି ବିମାନ ମଧ୍ୟରେ ବୋମା ବିସ୍ଫୋରଣ କରାଯାଇଥିଲା । କେତେକଙ୍କ ମତରେ ଏହି ବିମାନ ସହ ଆଉ ଏକ ଲଢୁଆ ବିମାନକୁ ମାଡ଼ କରାଯାଇଥିଲା । ହେଲେ ଏହାର ପ୍ରକୃତ କାରଣ ଜଣା ପଡି ନ ଥିଲା ।

ଦୁର୍ଘଟଣାର କିଛିବର୍ଷ ପରେ ଆସିଥିବା ଏକ ତଥ୍ୟକୁ ଆଧାର କରି କୁହାଯାଏ ଯେ, ହୋମି ଜାହାଙ୍ଗୀର ଭାବା ଯାଉଥିବା ବିମାନ ପାଇଲଟ ଏବଂ ଜେନେଭା ଜଣେ ପାଇଲଟଙ୍କ ମଧ୍ୟରେ ଲୋକେସନକୁ ନେଇ ତାଳମେଳ ଅଭାବ ରହିଥିଲା । ମାଉଣ୍ଟ ବ୍ଲାକ୍ ପାହାଡ଼ରେ ଉଭୟ ମଧ୍ୟରେ ବୁଝାମଣା ଅଭାବ ହିଁ ଦୁର୍ଘଟଣାର କାରଣ ବୋଲି ଉଲ୍ଲେଖ କରାଯାଇଥିଲା । ହେଲେ ଦୁର୍ଘଟଣାରେ ସେହି ବିମାନର କୌଣସି ପତ୍ତା ମିଳି ନ ଥିଲା । ଶେଷ ଥର ପାଇଁ ୨୦୧୭ ମସିହାରେ ଏହି ବିମାନ ଦୁର୍ଘଟଣା ସମ୍ପର୍କରେ କିଛି ତଥ୍ୟ ମିଳିଥିଲା । ମାଉଣ୍ଟବ୍ଲାକ ପାହାଡରେ କେତେକ ମାନବଙ୍କ ଦେହାବଶେଷ ମିଳିଥିଲା । ଏଥିରେ ହାତ, ଗୋଡ ଏବଂ ଶରୀର ଉପର ଅଂଶ ମିଳିଥିଲା । ଏହା ଜଣେ ମହିଳାଙ୍କର ବୋଲି କୁହାଯାଉଛି । ମହିଳାଙ୍କ ଅର୍ଦ୍ଧ ଦଗ୍ଧ ଶରୀର ସହ ବିମାନ ଜେଟ୍ ଇଂଜିନର କିଛି ଅବଶେଷ ମଧ୍ୟ ମିଳିଥିଲା ।

୨୦୦୮ ମସିହାରେ ଗ୍ରେଗୋରୀ ଡଗଲସ ଏବଂ ସିଆଇଏ ଅଫିସର ରବର୍ଟ କୋକ୍ରାଲି ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ମଧ୍ୟ କେତେକ ତଥ୍ୟ ପ୍ରଦାନ କରାଯାଇଥିଲା । ଭାରତ ସେ ସମୟରେ ପରମାଣୁ ବିଜ୍ଞାନ ଉନ୍ନତି ଚାହୁଁଥିବା ସହ ଆମେରିକାର ଘୋର ବିରୋଧୀ ରୁଷକୁ ସହାୟତା କରିବାକୁ ଚାହୁଁଥିଲା । ଆଉ ଏଥିପାଇଁ ଭାରତର ପରମାଣୁ କାର୍ଯ୍ୟକ୍ରମ ଉପରେ ଆମେରିକା ଅଙ୍କୁଶ ଲଗାଇବାକୁ ଚାହୁଁଥିବା ଆଲୋଚିତ ହୋଇଥିଲା । ମୃତ୍ୟୁର କିଛିମାସ ପୂର୍ବରୁ ହୋମି ଜାହାଙ୍ଗୀର ଭାବା ୧୯୬୫ ମସିହାରେ ଅଲ ଇଣ୍ଡିଆ ରେଡିଓ ମାଧ୍ୟମରେ ଏକ ବାର୍ତ୍ତା ଦେଇଥିଲେ । ସେଥିରେ ସେ କହିଥିଲେ ତାଙ୍କୁ ଯଦି କେତେ ମାତ୍ରାରେ ସ୍ୱାଧୀନତା ଦିଆଯାଏ, ତେବେ ଆଗାମୀ ୧୮ ମାସ ମଧ୍ୟରେ ସେ ପରମାଣୁ ଶକ୍ତି ତିଆରି କରି ଦେଖାଇ ପାରିବେ । କେବଳ ପରମାଣୁ କ୍ଷେତ୍ର ନୁହେଁ, ବିଜ୍ଞାନକୁ ବ୍ୟବହାର କରି ଶକ୍ତି, କୃଷି ଏବଂ ମେଡିସିନରେ ସମୃଦ୍ଧ ହେଉ ବୋଲି ହୋମି ଜାହାଙ୍ଗୀର ଭାବା ଚାହୁଁଥିଲେ ।

ତେଣୁ ସେ ସମୟରେ ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆମେରିକା ସାମାନ୍ୟ ଭୟଭୀତ ହୋଇଥିଲା । ଭାରତ ଯଦି ପରମାଣୁ ଶକ୍ତିରେ ଶକ୍ତିଶାଳୀ ହୁଏ, ତେବେ ସମଗ୍ର ଦକ୍ଷିଣ ଏସିଆରେ ସେ ପ୍ରାଧାନ୍ୟ ବିସ୍ତାର କରିବ । ଯାହା ଆମେରିକାର ଏକନାୟକତ୍ୱ ପ୍ରତି ବିପଦ, ତେଣୁ ଆମେରିକା ଭାରତୀୟ ପରମାଣୁ କାର୍ଯ୍ୟକ୍ରମର ସୂତ୍ରଧର ହୋମି ଜାହାଙ୍ଗୀର ଭାବାଙ୍କୁ ଷଡଯନ୍ତ୍ର କରି ହତ୍ୟା କରିଥାଇପାରେ ବୋଲି କୁହାଯାଉଛି । ହେଲେ ଏହାକୁ ନେଇ କୌଣସି ପ୍ରମାଣ ନାହିଁ । ସେ ଯାହା ବି ହେଉ, ଅକାଳରେ ହୋମି ଜାହାଙ୍ଗୀର ଭାବାଙ୍କ ବିୟୋଗ ସମଗ୍ର ବିଜ୍ଞାନ ଜଗତ ପାଇଁ ଥିଲା ଏକ ପୂରଣୀୟ କ୍ଷତି ।

ପୁଲୱାମା ଆତଙ୍କବାଦୀ ହମଲା: ବିରୋଧୀଙ୍କ ଅସଲ ଚେହେରା ସାମ୍ନାକୁ ଆସିଲା ବୋଲି କାହିଁକି କହିଲେ ମୋଦି ?

ନୂଆଦିଲ୍ଲୀ: ପୁଲଓ୍ବାମାରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ପଛର ସତ ଏବେ ପଦାକୁ ଆସିଛି । ପାକିସ୍ତାନର ସଂସଦରେ ମନ୍ତ୍ରୀ ଫଓ୍ବାଦ ଚୌଧୁରୀଙ୍କ ବୟାନ ପରେ ଏବେ ଚାରିଆଡେ ଚର୍ଚ୍ଚା । ପୁଲୱାମାରେ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିଲା । ସେଥିପାଇଁ ନରେନ୍ଦ୍ର ମୋଦି ନିଜ ବୟାନ ରଖିଛନ୍ତି । ଜମ୍ମୁ କାଶ୍ମୀର ର ପୁଲୱାମାରେ ହୋଇଥିବା ଆତଙ୍କି ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଯାଇଥିଲେ । ପାକିସ୍ତାନ ସଂସଦରେ ଇମ୍ରାନ ଖାନଙ୍କୁ ଏହାର କ୍ରେଡିଟ୍ ଦେବା ପାଇଁ ସେଠାକାର ମନ୍ତ୍ରୀ ଫୱାଦ ଚୌଧୁରୀଙ୍କ ବୟାନ ପରେ  ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି। ମୋଦିଙ୍କ କହିବାନୁସାରେ ଦେଶର ସୈନିକମାନେ ସହିଦ ହୋଇଥିଲେ ମଧ୍ୟ କିଛି ବ୍ୟକ୍ତି ସେହି ସମୟରେ ରାଜନୀତିରେ ଲିପ୍ତ ଥିଲେ ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପରେ ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି  ଅନେକ କଥା କହିଛନ୍ତି । ପ୍ରତ୍ୟେକ ରାଜନୈତିକ ଦଳମାନଙ୍କୁ ସେ ଏଭଳି ରାଜନୀତିରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି । ନିଜ ସ୍ୱାର୍ଥ ପାଇଁ, ଜାଣିଶୁଣି ହେଉ କିମ୍ବା ଅଜାଣତରେ ଦେଶ ବିରୋଧୀ ଶକ୍ତିଙ୍କ ସହ ଖେଳିବା ଅନୁଚିତ୍ । କାରଣ ଏହା ଦ୍ୱାରା ନା ଦେଶର ଉନ୍ନତି ହେବ ନା କୌଣସି ଦଳର ।

ଏଥି ସହିତ ଫ୍ରାନ୍ସର କାର୍ଟୁନ୍ ବିବାଦ କୁ ନେଇ ମୋଦୀ କିଛି ଦେଶକୁ ଇଙ୍ଗିତ କରି କହିଛନ୍ତି ଯେ, ବିକାଶ ମଧ୍ୟରେ ଏମିତି କିଛି ଚ୍ୟାଲେଞ୍ଜ ରହିଛି ଯାହାର ସାମ୍ନା ଅନେକ ଦେଶ କରୁଛନ୍ତି । କିଛି ଲୋକେ ଆତଙ୍କବାଦିଙ୍କୁ ଖୋଲା ସମର୍ଥନ କରୁଛନ୍ତି ଯାହା ଏବେ ବିଶ୍ୱବ୍ୟାପୀ ଚିନ୍ତାର ବିଷୟ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱର ସମସ୍ତ ଦେଶ, ସମସ୍ତ ସରକାର, ସମସ୍ତ ଧର୍ମ ଆତଙ୍କବାଦିଙ୍କ ବିରୋଧରେ ଏକଜୁଟ ହେବା ଆବଶ୍ୟକ। ଶାନ୍ତି, ଭାଇଚାରା ଏବଂ ପାରସ୍ପରିକ ସମ୍ମାନର ଭାବନା ହିଁ ମାନବିକତାର ପ୍ରକୃତ ପରିଚୟ । ଆତଙ୍କ ଏବଂ ହିଂସାରେ କେବେ କାହାର କଲ୍ୟାଣ ହୋଇନଥାଏ ।

ସୂଚନାଯୋଗ୍ୟଯେ, ପାକିସ୍ତାନ ଇମ୍ରାନ ଖାନ ସରକାରର ମନ୍ତ୍ରୀ ଫୱାଦ ଚୌଧୁରୀ ଗୁରୁବାର ସଂସଦରେ ସ୍ୱୀକାର କରିଛନ୍ତି ଯେ ପୁଲୱାମାରେ CRPFଙ୍କ ଉପରେ ହୋଇଥିବା ଆକ୍ରମଣରେ ପାକିସ୍ତାନର ହାତ ଥିଲା । ସେ କହିଥିଲେ ଯେ, ପୁଲୱାମାରେ ହୋଇଥିବା ଆକ୍ରମଣ ହେଉଛି ପାକିସ୍ତାନର ସଫଳତା । ପୁଲୱାମା ଆକ୍ରମଣ ପାଇଁ ଇମ୍ରାନ ଖାନ ଏବଂ ତାଙ୍କ ପାର୍ଟି ପିଟିଆଇକୁ ଶ୍ରେୟ ଦେଇଛନ୍ତି ଫୱାଦ । ସେ କହିଛନ୍ତି ଯେ ପୁଲୱାମା ଆକ୍ରମଣ ଇମ୍ରାନ ଖାନଙ୍କ ପାଇଁ ଏକ ବଡ଼ ସଫଳତା। ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ଜାମ୍ମୁ କାଶ୍ମୀରର ପୁଲୱାମାରେ CRPFଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ ।

 

ଦେଶରେ କମୁଛି ସଂକ୍ରମଣ: ଏହି ରାଜ୍ୟରେ ଗତ ୨୪ଘଣ୍ଟାରେ କୌଣସି ବି ସଂକ୍ରମିତ ମୃତ୍ୟୁ ହୋଇ ନାହିଁ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ୍ । ଦିନକରେ ୪୮ହଜାର ୨୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଲେ ୫୫୧ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ଲକ୍ଷ ୩୭ହଜାର ୧୧୯ ଥିବା ବେଳେ ମୃତ୍ୟୁସଂଖ୍ୟା ଲକ୍ଷେ ୨୧ହଜାର ୬୪୧କୁ ବୃଦ୍ଧି ହୋଇଛି । ଦେଶରେ କରୋନା ଆକ୍ଟିଭ କେସ୍ ୫ଲକ୍ଷ ୮୨ହଜାର୬୪୯ଥିବା ବେଳେ ସୁସ୍ଥ ହୋଇଛନ୍ତି ୭୪ଲକ୍ଷ ୩୨ହଜାର ୮୨୯ଜଣ କରୋନା ଆକ୍ରାନ୍ତ ।

Coronavirus Good Hope New Born Baby Removed Mask From Doctors Face In UAE Photo Viral

ଉଦହାରଣ ପାଲଟିଲା ଝାଡ଼ଖଣ୍ଡ

ଏଥିସହ, ୭୪.୩୨ ଲକ୍ଷ ଲୋକ ସଂକ୍ରମଣମୁକ୍ତ ହୋଇଥିବାବେଳେ ଦେଶରେ ରୋଗୀଙ୍କ ସିସ୍ଥତା ହାର ୯୦.୯୯ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିଭଳି  । ଝାଡଖଣ୍ଡରେ ଦୀର୍ଘ ସମୟ ପରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ହେତୁ କୌଣସି ରୋଗୀଙ୍କର ମୃତ୍ୟୁ ହୋଇନଥିବା ଜମାପଡ଼ିଛି । ଏହି କାରଣରୁ ରାଜ୍ୟରେ ମୃତକଙ୍କ ସଂଖ୍ୟା ୮୮୩ରେ ସ୍ଥିର ରହିଛି । ଏହାସହ ରାଜ୍ୟରେ ୩୨୩ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦୧୨୮୭ କୁ ବୃଦ୍ଧି ପାଇଛି । ଝାଡ଼ଖଣ୍ଡରେ ଏପର୍ଯ୍ୟନ୍ତ ୯୫୨୦୮ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

ଏହାସହ ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ସର୍ବାଧିକ ରହିଛି । ମହାରାଷ୍ଟ୍ରରେ ୧୬ଲକ୍ଷ ଟପିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସେହିପରି ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ୮ଲକ୍ଷରୁ ଅଧିକ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୧ହଜାରରୁ ଅଧିକ ଲେଖାଏଁ ରହିଛି ।

ନଭେମ୍ବର ୧୬ ପର୍ଯ୍ୟନ୍ତ ବନ୍ଦ ରହିବ ସିନେମା ହଲ୍, ସୁଇମିଂ ପୁଲ୍ ଓ ମନୋରଞ୍ଜନ ସ୍ଥଳ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନଲକ୍ 6.0 ଗାଇଡଲାଇନ ଜାରି କରିଛନ୍ତି । ଏଥିରେ ସ୍କୁଲ ଖୋଲିବା ସହ ବିଭିନ୍ନ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି । ଅନଲକ୍ 6.0 ଗାଇଡଲାଇନରେ ରହିଛି ସିନେପ୍ରେମୀଙ୍କ ପାଇଁ ଖୁସି ଖବର । ନଭେମ୍ବର ୧୬ ପରେ ଖୋଲିପାରେ ସିନେମା ହଲ୍ । ପୂର୍ବରୁ ଯଦିଓ, କେନ୍ଦ୍ରସରକାର ସିନେମା ହଲ୍ ଖୋଲିବା ନେଇ ଅନୁମତି ଦେଇଥିଲେ  । କିନ୍ତୁ କେଉଁ ରାଜ୍ୟରେ ସିନେମା ଖୋଲିବ ସେ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ସ୍ପଷ୍ଟ କରିଥିଲେ । ତେଣୁ  ଶନିବାର ଦିନ ରାଜ୍ୟ ସରକାର ନଭେମ୍ବର ୧୬ ପର୍ଯ୍ୟନ୍ତ ସିନେମା ହଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟସରକାରଙ୍କ ଅନଲକ୍ 6.0 ଗାଇଡଲାଇନ ଅନୁସାରେ ନଭେମ୍ବର ୧୬ ପର୍ଯ୍ୟନ୍ତ ସିନେମା ହଲ୍, ସୁଇମିଂ ପଲ୍ ଓ ମନୋରଞ୍ଜନ ସ୍ଥଳ ବନ୍ଦ ରହିବ । ଏହାସହ ଦିର୍ଘ ୮ମାସ ପରେ ସିନେମା ହଲ୍ ଖୋଲିବ ବୋଲି ଆଶା ରଖିଛନ୍ତି ସିନେପ୍ରେମୀ । ସିନେମା ହଲ୍, ସୁଇମିଂ ପୁଲ୍ ଓ ମନୋରଞ୍ଜନ ସ୍ଥଳ ସହ ଅନଲକ୍ 6.0 ଗାଇଡଲାଇନରେ ସ୍କୁଲ ଖୋଲିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

Unlock 5 Ministry Of Education Releases Guidelines For Reopening Of Schools

ଏହାସହ ସ୍ଥାନୀୟ ପ୍ରଶାସନ, ଜିଲ୍ଲାପାଳ ଓ ମୁନିସିପାଲ କମିଶନର ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା ନେଇ ନିଷ୍ପତ୍ତି ନେବେ । ବିବାହ ଉତ୍ସବରେ ୨୦୦ ଲୋକ ସାମିଲ ହୋଇପାରିବେ ବୋଲି ନୂଆ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି । ସେହିପରି ଅନ୍ତେଷ୍ଟି କ୍ରିୟାରେ ୫୦ଲୋକ ସାମିଲ ପାଇଁ ଅନୁମତି ।

ଅନଲକ୍ 6.0: ୧୬ରୁ ଖୋଲିବ ସ୍କୁଲ,ଜାଣନ୍ତୁ ଆଉ କଣ ସବୁକୁ ମିଳିଛି ଅନୁମତି…

ଭୁବନେଶ୍ୱର: ଆସିଲା ରାଜ୍ୟ ସରକାରଙ୍କ ଅନ୍‌ଲକ ୬.୦ ଗାଇଡ୍‌ଲାଇନ୍‌ । ନଭେମ୍ବର ପାଇଁ ଗାଇଡ୍‌ଲାଇନ୍‌ ଆସିଛି । କଣ୍ଟେନମେଣ୍ଟ ଜୋନରେ ଜାରି ରହିବ ଲକଡାଉନ । ଜିଲ୍ଲାପାଳ ଓ ମୁନିସିପାଲ କମିଶନର ଚିହ୍ନଟ କରିବେ ଅବରୋଧ ଅଞ୍ଚଳ । ନଭେମ୍ବର ୧୬ରୁ ଖୋଲିବ ସ୍କୁଲ । ନବମରୁ ଦ୍ୱାଦଶ ଯାଏଁ ପିଲା ସ୍କୁଲ ଯିବେ । ସ୍ଥାନୀୟ ପ୍ରଶାସନ, ଜିଲ୍ଲାପାଳ ଓ ମୁନିସିପାଲ କମିଶନର ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା ନେଇ ନିଷ୍ପତ୍ତି ନେବେ ।

ସେହିଭଳି ବିବାହ ଉତ୍ସବରେ ୨୦୦ ଲୋକ ସାମିଲ ହୋଇପାରିବେ ବୋଲି ନୂଆ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି । ସେହିପରି ଅନ୍ତେଷ୍ଟି କ୍ରିୟାରେ ୫୦ଲୋକ ସାମିଲ ପାଇଁ ଅନୁମତି । ନଭେମ୍ବର ୧୬ ପର୍ଯ୍ୟନ୍ତ ସିନେମା ହଲ୍, ସୁଇମିଂ ପଲ୍ ଓ ମନୋରଞ୍ଜନ ସ୍ଥଳ ବନ୍ଦ ରହିବ । ନଭେମ୍ବର ୧୬ରେ ଏସବୁ ଅନୁଷ୍ଠାନ ଖୋଲିବ ନେଇ ସରକାର ନିଷ୍ପତ୍ତି ନେବେ  ।

ଭାଇରାଲ ହେଉଛି ଆରଟିଓ କର୍ମଚାରୀଙ୍କ ଲାଞ୍ଚ ନେବାର ଭିଡ଼ିଓ

ଭଦ୍ରକ: ଫାଇନ ପକାଇବା ବଦଳରେ ଲାଞ୍ଚ ନେଇ ପକେଟ୍ ଗରମ କରୁଛନ୍ତି ଆରଟିଓ କର୍ମଚାରୀ । ଚେକିଂ ବେଳେ ପଦାରେ ପଡ଼ିଛି ଆରଟିଓ କର୍ମଚାରୀ କାରନାମା । ଆଉ କ୍ୟାମେରାରେ କଏଦ ହୋଇଛି ଭଦ୍ରକ ଆରଟିଓ ବିଭାଗର କେଳଙ୍କାରୀ । ରାତି ଅଧିଆ ଚେକିଂ ବେଳେ ଟ୍ରକ ଡ୍ରାଇଭରଙ୍କ ଠାରୁ ବେଆଇନ ଭାବେ ଆରଟିଓ କର୍ମଚାରୀ ଟଙ୍କା ନେବାର ଦୃଶ୍ୟ ଭାଇରାଲ ହୋଇଛି ।

୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକ ଅଟକାଇ ଟଙ୍କା ମାଗିଥିଲେ ଆରଟିଓ କର୍ମଚାରୀ । ଆରଟିଓ ଭୟରେ ଟ୍ରକ ଡ୍ରାଇଭର ୨୦୦ଟଙ୍କା ଲାଞ୍ଚ ଦେଉଥିଲେ । ଯାହାର ଭିଜୁଆଲ୍ ଜଣେ ଯୁବକ ମୋବାଇଲରେ କଏଦ କରିଛନ୍ତି ।

ତେବେ ଭିଡିଓ ରେକର୍ଡିଙ୍ଗ ହେଉଥିବା ଜାଣିପାରି ଟଙ୍କା ପକାଇଦେଇଥିଲେ ଆରଟିଓ କର୍ମଚାରୀ । ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ, ଆରଟିଓ କର୍ମଚାରୀଙ୍କ କାର୍ଯ୍ୟଶୈଳୀ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।