spot_img
Home Blog Page 6502

ଲୌହପୁରଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ

ଆଜି ଲୌହପୁରଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଏହା ସହିତ ଏହି ଦୁଇ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ଲୌହପୁରଷଙ୍କ ଉଦ୍ଦେଶ୍ୟରେ ୧୭ଟି ପ୍ରକଳ୍ପର ଉଦଘାଟନ କରିବା ସହିତ ୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଆଜି ଷ୍ଟାଚ୍ୟୁ ଅଫ ୟୁନିଟିର ୱେବସାଇଟକୁ ଉନ୍ମୋଚନ କରିବା ସହିତ ୟୁନିଟି ଗ୍ଲୋ ଗାର୍ଡେନଠାରେ କେୱଡିଆ ମୋବାଇଲ ଆପ୍‌ର ଉନ୍ମୋଚନ କରିଛନ୍ତି ମୋଦି ।

ଏଥିସହିତ ରାଷ୍ଟ୍ରୀୟ ଏକତା ଦିବସର ଏକତା ପରେଡ୍ ରେ ଯୋଗଦେଇ ଦେଶବାସୀଙ୍କୁ ସମ୍ବୋଧିତ କରି ଏକତା ମନ୍ତ୍ର ଦେଇଛନ୍ତି । ଏହାଛଡା ଆଜି ଡ୍ରିମ୍ ପ୍ରୋଜେକ୍ଟ ସିପ୍ଲେନକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ । ଏହି ସେବା ଅହମ୍ମଦାବାଦରୁ କେୱଡିଆ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ରହିବ । ଏଥିସହ ଆଜି ପ୍ରଥମ ଦିନରେ ମୋଦି କେୱଡିଆ ଠାରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ସିପ୍ଲେନରେ ଯାତ୍ରା କରିବେ ।

ଏହି ସେବା ସ୍ପାଇସ୍ ଜେଟର ସହଯୋଗୀ କମ୍ପାନୀ ସ୍ପାଇସ୍ ଶଟଲ ଦ୍ୱାରା ପରିଚାଳିତ ହେବ । ଆଜି ଏହି ପ୍ଲେନ୍ ପ୍ରତ୍ୟେକ ଦିନ ଅହମ୍ମଦାବାଦରୁ କେୱଡିଆ ଉଡ଼ାଣ ଭରିବ । ଏହି ସେବା ପାଇଁ ଅନଲାଇନରେ ଟିକେଟ୍ ବୁକିଂର ବ୍ୟବସ୍ଥା ହୋଇଥିବା ବେଳେ ଟିକେଟ୍ ମୂଲ୍ୟ ୧୫ଶହ ଟଙ୍କା ରହିଛି ।

କଟକ ସହର ଓ ଆଖପାଖ ଅଞ୍ଚଳ ବାସିନ୍ଦାଙ୍କ ପାଇଁ ଖୁସି ଖବର

କଟକ: କଟକ ସହର ଓ ଆଖପାଖ ଅଞ୍ଚଳ ବାସିନ୍ଦାଙ୍କ ପାଇଁ ଖୁସି ଖବର । କଟକ ବ୍ରଜବିହାରିପୁର ଠାରେ ଲୋକାର୍ପିତ  ହେବ ୧୩୨/୩୩ କେଭିର ଗ୍ରିଡ୍ ସବଷ୍ଟେସନ  । ରାଜ୍ୟ ସରକାରଙ୍କ ସହରାଞ୍ଚଳ ଶକ୍ତି ବ୍ୟବସ୍ଥା ଉନ୍ନତିକରଣ ପ୍ରକଳ୍ପ ବା କ୍ରିପ୍ସ୍ ଯୋଜନାରେ ଏହାର ନିର୍ମାଣ କରାଯାଇଛି । ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ ସବଷ୍ଟେସନକୁ ଉଦ୍‍ଘାଟନ କରିବେ  ।

ରାଜ୍ୟର ପ୍ରମୁଖ ଗ୍ରୀଡ୍ ସ୍ଥାପନକାରୀ ସଂସ୍ଥା ଏ.କେ ଦାସ ଆସୋସିଏଟସ ପକ୍ଷରୁ ଏହାକୁ ନିର୍ମାଣ କରାଯାଇଛି  । ଏଥିରେ  ୧୩୨ କେ.ଭି ର ୧୦୫ ଟି, ୩୩ କେ.ଭିର ୮ ଟି ଓ ୪୦ ଏମ୍ଭିଏ ପାୱାରର ୨ଟି ଉଚ୍ଚ ସକ୍ତି ସମ୍ପନ୍ନ ଟ୍ରାନ୍ସଫର୍ମର ରହିଛି । ଏହି ଗ୍ରୀଡ୍ କାର୍ଯ୍ୟକ୍ଷମ ହେଲେ କଟକ ସହର ସିଡିଏ ଅଞ୍ଚଳ ତଥା ତଳିଆ ଅଞ୍ଚଳରେ ପାୱାର କଟ୍ ଏବଂ ଲୋ ଭୋଲ୍ଟେଜ୍ ସମସ୍ୟା ଦୂର ହେବ । ୨୦୧୫ ଜୁନରେ ଓପିଟିସିଏଲ୍ ପକ୍ଷରୁ ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ମିଳିଥିଲା ଓ ୨୦୧୮ ଜାନୁଆରୀରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା । ୨ ବର୍ଷ ମଧ୍ୟରେ ସଫଳତାର ସହିତ ପ୍ରକଳ୍ପ ଶେଷ ହୋଇଛି  ।

ବଢୁଛି ଶୀତ: ୧୫ ଡିଗ୍ରୀ ତଳେ ରାଜ୍ୟର ପାଞ୍ଚଟି ସହରର ପାରା 

ଭୁବନେଶ୍ୱର: ମୌସୁମୀ ଗଲା ପରେ ଆରମ୍ଭ ହୋଇଛି ଶୀତର ପହିଲି ସ୍ପର୍ଶ । ଦିନକୁ ଦିନ କମିବାରେ ଲାଗିଛି ତାପମାତ୍ରା । ରାଜ୍ୟର ଅନେକ ଜିଲ୍ଲାରେ ତାପମାତ୍ରା କମିବାରେ ଲାଗିଛି । ସକାଳ ଏବଂ ରାତିରେ ଶୀତଳ ପବନରେ ଶୀତର ପ୍ରକୋପ ଅନୁଭୂତ ହେଉଛି ।  ରାତିର ତାପମାତ୍ରା ଖସିବା ପରେ ସକାଳ ୯ଟା ପର୍ଯ୍ୟନ୍ତ ରାଜ୍ୟର ଅନେକ ଅଞ୍ଚଳରେ ଶୀତର ଲହରୀ ରହୁଛି ।

ତେବେ ଦୁଇ ଦିନ ତଳେ ୨୦ଡିଗ୍ରୀ ତଳେ ତାପମାତ୍ରା ଥିବା ବେଳେ ୧୫ ଡିଗ୍ରୀ ବା ତା’ଠୁ କମରେ ରହୁଛି ରାଜ୍ୟର ପାଞ୍ଚଟି ସହରର ପାରା  । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅନୁଭୂତ ହୋଇଛି ଥଣ୍ଡା  । ତେବେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ଭଲ ଶୀତ ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

ଧରାବତରଣ କଲେ ଧନଧାନ୍ୟର ଦେବୀ ମା’ ଗଜଲକ୍ଷ୍ମୀ

ଢେଙ୍କାନାଳ: କରୋନା କଟକଣା ଭିତରେ ଧରାବତରଣ କଲେ ଧନଧାନ୍ୟର ଦେବୀ । ଚଳିତବର୍ଷ ଢେଙ୍କାନାଳର ୩୮ ମଣ୍ଡପରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଛି । ଗତକାଲି ଘଟପୂଜା ପରେ ମଧ୍ୟରାତ୍ରୀରେ କରାଯାଇଛି ଚକ୍ଷୁଦାନ । ଆଜି ସକାଳୁ ସୂର୍ଯ୍ୟ ପୂଜା ଓ ପରେ ମାଆଙ୍କର ସ୍ୱତନ୍ତ୍ର ହୋମ ପୂଜା ଆରମ୍ଭ ହେଉଛି । କରୋନା କଟକଣା ପାଇଁ ସ୍ବତନ୍ତ୍ର ଏସଓପି ଜାରି କରାଯାଇଛି ।

ପୂଜାରେ କେବଳ ୭ ଜଣ ଉପସ୍ଥିତ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପୂଜା ସମୟରେ ଜଣେ ଘଣ୍ଟୁଆ ଘଣ୍ଟ ବାଡେଇବେ । ପୂଜାରେ ଭକ୍ତଙ୍କୁ ବାରଣ ଥିବାବେଳେ ପରଦା ପଛରେ ଚାଲିବ ମାଆଙ୍କ ପୂଜା । ସେପଟେ କେନ୍ଦ୍ରାପଡାରେ ୭୦ରୁ ଅଧିକ ମଣ୍ଡପରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା । ଡେରାବିଶ, ମାର୍ଶାଘାଇ, ମହାକାଳପଡ଼ା, ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ରାଜକନିକା, ଗରଦପୁରରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଛି । ପୂଜା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।

ସେହିଭଳି ଅନୁଗୁଳ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ସବୁଠି ଦେଖିବାକୁ ମିଳିଛି ଗଜଲକ୍ଷ୍ମୀ ମାହୋଲ । ଏଥର କୋରୋନା କାରଣରୁ ନିରାଡମ୍ବର ଭାବେ ମାଙ୍କ ପୂଜା ହେବ । କୋରୋନା ଗାଇଡଲାଇନ ଅନୁଯାୟୀ, ଆବଦ୍ଧ ମଣ୍ଡପରେ ୭ ଜଣକ ମଧ୍ୟରେ ପୂଜା ପାଳିବାକୁ ନିର୍ଦେଶନାମା ରହଛି ।

ଏକାମ୍ରକ୍ଷେତ୍ରରେ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ 5ଟି ସଚିବ

ଭୁବନେଶ୍ୱର: ସଜେଇ ହେଉଛି ଓଡ଼ିଶା । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏକାମ୍ରକ୍ଷେତ୍ରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ । ଯାହାର ସମୀକ୍ଷା କରିଛନ୍ତି 5ଟି ସଚିବ ଭି.କେ ପାଣ୍ଡିଆନ । ଶ୍ରୀମନ୍ଦିର ପରେ ଏବେ ଫୋକସରେ ଏକାମ୍ରକ୍ଷେତ୍ର । ଆଜି ଭୋରରୁ ଲିଙ୍ଗରାଜ ମନ୍ଦିରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି  ।  ମହା ଶିବରାତ୍ରୀ ପୂର୍ବରୁ କିପରି ରାସ୍ତା ପ୍ରଶସ୍ତିକରଣ କାମ ସରିବ ଏବଂ କିପରି ଚାଲିଛି ନିର୍ମାଣ କାମ ତାର ତଦାରଖ ପାଇଁ ପହଞ୍ଚିଥିଲେ ପାଣ୍ଡିଆନ । ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ସହ ଭକ୍ତଙ୍କ ସୁବ୍ୟବସ୍ଥିତ ଯାତ୍ରା ପାଇଁ ବିକଳ୍ପ ରାସ୍ତାର ବ୍ୟବସ୍ଥା ହେଉଛି । ସେ କାମ ମଧ୍ୟ  ଶୀଘ୍ର ସାରିବାକୁ ଲକ୍ଷ ରଖାଯାଇଛି ।

ନଭେମ୍ବର ୩୦ ସୁଦ୍ଧା ସବୁ କାମ ସରିବାକୁ ଆଶା ରଖାଯାଇଛି । ଏବେ ଯାଏଁ ୮୦ପ୍ରତିଶତ ଜମି ଅଧିଗ୍ରହଣ କାର୍ଯ୍ୟ ସରିଛି । ଏହି ଗସ୍ତରେ ପାଣ୍ଡିଆନଙ୍କ ସହ ବିଭାଗୀୟ ସଚିବ କ୍ରିଷନ କୁମାର ଓ ବିଏମସି କମିଶନର ପ୍ରେମଚନ୍ଦ୍ ଚୌଧରୀ ମଧ୍ୟ ଉପସ୍ଥିତ ଥିଲେ ।

ଆଜି ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଏହି ୬ଟି ରାଶି ଉପରେ ମା’ଲକ୍ଷ୍ମୀଙ୍କର ରହିବ ଆର୍ଶିବାଦ, ଜାଣନ୍ତୁ

ଆଜିର ପଞ୍ଚାଙ୍ଗ:

୩୧ ଅକ୍ଟୋବର, ୨୦୨୦, ଶନିବାର

୧୪୨୮ ସାଲ,୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

ତୁଳା ୧୫ ଦିନ,ଆଶ୍ୱିନ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି

ମେଷ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

ଅଶ୍ୱିନୀ ନକ୍ଷତ୍ର

– ଯୋଗିନୀ ବାୟବ୍ୟେ କୋଣରେ ରହୁଥିବାରୁ ବାୟବ୍ୟେ କୋଣକୁ ଯାତ୍ରା ନିଷେଧ

-ଘାତଚନ୍ଦ୍ର- ମେଷ ରାଶି ପାଇଁ

– ଘାତ ବାର- ବୃଷ,ସିଂହ,କନ୍ୟା ରାଶି ପାଇଁ

– ଶୁଭ ସମୟ –

ସକାଳ ୧୦ଟା ୨୨ ରୁ ଦିନ ୧ଟା ୨୫ ମିନିଟ୍

ଦିନ ୪ଟା ୨୫ ମିନିଟ୍ ଠାରୁ ସନ୍ଧ୍ୟା ୫ଟା ୧୫ ମିନିଟ୍

– ଅଶୁଭ ସମୟ –

ସକାଳ ୮ଟା ୪୦ ମିନିଟ୍ ରୁ ଦିନ ୧୦ଟା ୧୫ ମିନିଟ୍

ଆଜି ଆମିଷ ଖାଇବା ମନା

ମହାଉପାୟ

ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା,

ମା’ଲକ୍ଷ୍ମୀଙ୍କର ଜନ୍ମତିଥି

କୁମାର ପୂର୍ଣ୍ଣିମା ଧର୍ମ ଓ ଧନର ଅଧିଷ୍ଠାତ୍ରୀ ମା’ଲକ୍ଷ୍ମୀଙ୍କର ଅତି ପ୍ରିୟ ଦିନ

ଆଜିର ଦିନରେ ପୂଜା କରିଲେ ଆର୍ଥିକ ଲାଭ,ମାନସିକ ଶାନ୍ତି,ଋଣରୁ ମୁକ୍ତି ମିଳିଥାଏ

ପାରିବାରିକ ସୁଖ,ଦରିଦ୍ରତାରୁ ମୁକ୍ତି ମିଳିଥାଏ

୬ଟି ରାଶି ଉପରେ ମା’ଲକ୍ଷ୍ମୀଙ୍କର ରହିବ ଆର୍ଶିବାଦ

ଭାଗ୍ୟକ୍ଷେତ୍ରରେ ଆସିବ ବଡ ପରିବର୍ତ୍ତନ

ମିଥୁନ,କର୍କଟ,ସିଂହ,ତୁଳା,ବିଛା,କୁମ୍ଭ ରାଶି ପାଇଁ ଅତି ଶୁଭ

ମା’ଲକ୍ଷ୍ମୀଙ୍କର ରହିବ ଅପାର କରୁଣା

ମା’ଲକ୍ଷ୍ମୀଙ୍କ ସହ ଚନ୍ଦ୍ରଙ୍କୁ ପୂଜା କରିଲେ

ମାନସିକ ଶାନ୍ତି ସହ ପୂରଣ ହେବ ସର୍ବମନୋକାମନା

 

ମେଷ ରାଶି

ଅଶ୍ୱିନୀ-ମନର ଭାବନାକୁ ବାସ୍ତବ ରୂପରେ ପରିଣତ କରିବାରେ ସକ୍ଷମ ହେବେ ।

ଦ୍ୱିବା- ଜୀବନଚର୍ଯ୍ୟା ଭଲ ରହିବ । କର୍ମକ୍ଷେତ୍ରକୁ ନେଇ ଖୁସୀ ଖବର ମିଳିବ

କୃତ୍ତିକା- ଆର୍ଥିକ ସ୍ଥିତିରେ ସୁଧାର ଆସିବ  । ସମୟ ପୂର୍ବରୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।

ଓଁ ଶ୍ରୀ ଲକ୍ଷ୍ନୀ ନାରାୟଣୟ ନମଃ ମନ୍ତ୍ରକୁ ୨୧ ଥର ପାଠ କରନ୍ତୁ ।

ବୃଷ ରାଶି

କୃତ୍ତିକା- ଆଗକୁ ବଢିବା ପାଇଁ କିଛି ପ୍ଲାନିଙ୍ଗ୍ କରିପାରନ୍ତି । ଧର୍ମିକ କାର୍ଯ୍ୟପ୍ରତି ଆଗ୍ରହ ବଢିବ ।

ରୋହିଣୀ- ଭୁଲ୍ ବୁଝାମଣା ଯୋଗୁଁ ପାରିବାରିବ ଶାନ୍ତି ବ୍ୟାଘାତ ହେବ । ଖର୍ଚ୍ଚ ବଢିବ ।

ମୃଗଶିରା- ନିଜ ଲକ୍ଷରେ ସଫଳ ହେବେ । ସାମାଜିକ ସ୍ତରରେ ପ୍ରତିଷ୍ଠା ଓ ସମ୍ମାନ ବଢିବ ।

ଓଁ ହ୍ରୀଂ ବିଶ୍ୱ ରୂପାୟ ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ ।

ମିଥୁନ ରାଶି

ମୃଗଶିରା- ଅଧ୍ୟତ୍ମିକ ବାତାବରଣ ମଧ୍ୟରେ ସମୟ କଟିବ । ଆର୍ଥିକ ଲାଭର ସୁଯୋଗ ଆସିବ ।

ଆର୍ଦ୍ରା- ବନ୍ଧୁଙ୍କ ବ୍ୟବହାର ସନ୍ଦେହ ଜନକ ରହିବ । ଅନ୍ୟକୁ ବୁଝିବାରେ ଭୁଲ୍ କରିପାରନ୍ତି ।

ପୁନର୍ବସ୍ତୁ- ବିଚାରଧାରାରେ ପରିବର୍ତ୍ତନ ଆସିବ । ସ୍ୱାସ୍ଥ୍ୟ ଭଲ ରହିବ । କାର୍ଯ୍ୟରେ ସଫଳତା ମିଳିବ ।

ଓଁ କ୍ଳୀଂ କୃଷ୍ଣାୟ ନମଃ ମନ୍ତ୍ରକୁ ୫୪ ଥର ଜପ କରନ୍ତୁ ।

କର୍କଟ ରାଶି

ପୁନର୍ବସ୍ତୁ- ବନ୍ଧୁଙ୍କ ସହଯୋଗ ମିଳିବ । ସାଂସ୍କୃତିକ କାର୍ଯ୍ୟରେ ସମୟ କଟିବ ।

ପୁଷ୍ୟା-ସମୟ ଅନୁସାରେ କାର୍ଯ୍ୟନହେବା ଦ୍ବାରା ମନରେ ବ୍ୟସ୍ତତା ବଢିବ । ସ୍ୱାସ୍ଥ୍ୟ ଖରାପ ରହିବ ।

ଅଶ୍ଳେଷା- ଆର୍ଥିକ ଉନ୍ନତି ପାରିବାରିକ ଶାନ୍ତି ଏବଂ କର୍ମକ୍ଷେତ୍ରକୁ ନେଇ ଖୁସି ଖବର ମିଳିବ ।

ଓଁ ହ୍ରୀଂ ହରି ହରାୟ ନମଃ ମନ୍ତ୍ରକୁ ୨୧ଥର ଜପ କରନ୍ତୁ ।

ସିଂହ ରାଶି

ମଘା- ଅନୁଭବି ବ୍ୟକ୍ତିଙ୍କ ଠାରୁ ପରାମର୍ଶ ମିଳିବ । ନିଜ ଳକ୍ଷରେ ସଫଳ ହେବେ ।

ପୂ:ଫା- ଜୀବନ ଚର୍ଯ୍ୟାକୁ ପରିବର୍ତ୍ତନ କରିପାରନ୍ତି ।ଧାର୍ମିକ ଦିଗପ୍ରତି ଆଗ୍ରହ ବଢିବ ।

ଉ:ଫା- ନିଜ ଯୋଗ୍ୟତାକୁ ନେଇ ସଫଳ ମିଳିବ ।ସକରାତ୍ମକ ଭାବନା ନେଇ ଆଗକୁ ବଢିବେ ।

ଓଁ କ୍ରୀଂ ମଜନ ଗୋପାଳୟ ନମଃ ମନ୍ତ୍ରକୁ ୨୧ ଥର ପାଯ କରନ୍ତୁ ।

କନ୍ୟା ରାଶି

ଉ:ଫା- ଉଦାର ମନ ବୃତ୍ତି ଏବଂ ନିସ୍ବାର୍ଥପର କାମ ପାଇଁ ପ୍ରଶଂସିତ ହେବେ ।ପରିବାର ସହିତ ସମୟ କଟିବ ।

ହସ୍ଥା- ଅନାବସ୍ୟକ ଖର୍ଚ୍ଚ ବଢିବ । ଭାବିଚିନ୍ତି ଖର୍ଚ୍ଚ କରନ୍ତୁ ।ଦିନଚର୍ଯ୍ୟାରେ ପରିବର୍ତ୍ତନ ଆସିବ ।

ଚିତ୍ତା- ଜୀବନ ସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ । ନିଜ ଲକ୍ଷ ପୁରଣ ହେବ

ଓଁ ହ୍ରୀଂ ପିତାମ୍ବରାୟ ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ ।

ତୁଳା ରାଶି

ଚିତ୍ରା- ଆପଣଙ୍କ କାର୍ଯ୍ୟଶୈଳୀ ଅନ୍ୟକୁ ଅନୁପ୍ରାଣିତ କରିବ । ମାନସିକ ଶାନ୍ତି ବଜାୟ ରହିବ ।

ସ୍ୱାତୀ- ମା’ଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । କର୍ମ ବ୍ୟସ୍ତତା ମଧ୍ୟରେ ସମୟ କଟିବ ।

ବିଶାଖା- ପୂଜାପାଠରେ ମନ ଲାଗି ରହିବ । ସକରାତ୍ମକ ଭାବନା ଜୀବନରେ ପୁରିବର୍ତ୍ତନ ଆଣିଦେବ ।

ଓଁ ନାରାୟଣ ନରସିଂହାୟ ନମଃ ମନ୍ତ୍ରକୁ ୫୪ ଥର ଜପ କରନ୍ତୁ ।

ବିଛା ରାଶି

ବିଶାଖା ନକ୍ଷତ୍ର – ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ

ଅନୁରାଧା ନକ୍ଷତ୍ର – ବିବାଦ ଠାରୁ ଗୁରରେ ରୁହନ୍ତୁ

ଜ୍ୟେଷ୍ଠା ନକ୍ଷତ୍ର – ନିଜର ପ୍ରଫେସନକୁ ନେଇ କିଛି ନିଷ୍ପତ୍ତି ନେଇ ପାରନ୍ତି

ଓଁ କ୍ଳୀଂ ଗୋବିନ୍ଦାୟ ନମଃ ମନ୍ତ୍ରକୁ ପାଠ କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର – ଆର୍ଥିକସ୍ଥିତିକୁ ନେଇ ଆଶ୍ୱସ୍ଥି ଅନୁଭବ କରିପାରନ୍ତି

ପୂର୍ବାଷାଢା ନକ୍ଷତ୍ର – ମନରେ ଥିବା ସନ୍ଦେହ ଦୁର ହେବ

ଉତ୍ତରାଷାଢା ନକ୍ଷତ୍ର – ଅନେକ ଦିନର ଆଶା ପୂରଣ ହେବ

ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ରକୁ ଜପ କରନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର -ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ

ଶ୍ରବଣା ନକ୍ଷତ୍ର – ପଡୋଶୀ ଆପଣଙ୍କ କଥାକୁ ଠିକ୍ ଭାବରେ ବୁଝିପାରିବେ ନାହିଁ

ଧନିଷ୍ଠା ନକ୍ଷତ୍ର – ନିଜ କାମକୁ ନେଇ ଖୁସି ଅନୁଭବ କରିବେ

ଓଁ କ୍ଳୀଂ କୃଷ୍ଣାୟ ନମଃ ପାଠ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ମାନସିକ ଶାନ୍ତି ପାଇବେ, ସ୍ୱାସ୍ଥ୍ୟରେ ଉନ୍ନତି ହେବ

ଶତଭିଷା ନକ୍ଷତ୍ର – ତରବରିଆ ଭାବରେ କିଛି ନିଷ୍ପତ୍ତି ନିଅନ୍ତୁ ନାହିଁ, ଠକାମୀରେ ପଡିପାରନ୍ତି

ପୂର୍ବଭାଦ୍ର ନକ୍ଷତ୍ର – ପରିଶ୍ରମର ଫଳ ମିଳିବ

ଓଁ ହ୍ରୀଂ ଦାମୋଦରାୟ ନମଃ ମନ୍ତ୍ର ପାଠ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – କାର୍ଯ୍ୟରେ ସଫଳତା ପାଇଁ ଗୁରୁଜନଙ୍କର ଆଶିର୍ବାଦ ନିଅନ୍ତୁ

ଉତ୍ତରଭାଦ୍ର ନକ୍ଷତ୍ର – ନିଜ କଥାକୁ ନିୟନ୍ତ୍ରଣ କରନ୍ତୁ

ରେବତୀ ନକ୍ଷତ୍ର – ନୂଆ କାମ ପାଇଁ ଯୋଜନା କରିପାରନ୍ତି

ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ପାଠ କରନ୍ତୁ

 

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- 9938571935

ପ୍ଳେ-ଅଫ୍ ଆଶା ଉଜ୍ଜିବୀତ: ୭ ଓ୍ୱିକେଟରେ ରାଜସ୍ଥାନ ରୟାଲ୍ସ ବିଜୟୀ

ଆବୁଧାବି: କିଙ୍ଗସ୍ ଇଲେଭେନ୍ ବିପକ୍ଷ ମ୍ୟାଚ୍‌ରେ ୭ ଓ୍ୱିକେଟରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍ସ । ଓପନର ବ୍ୟାଟ୍ସମ୍ୟାନ୍ ବେନ୍ ଷ୍ଟ୍ରୋକଙ୍କ ବିସ୍ଫୋରକ ୫୦ ରନ୍ ଏବଂ ସଞ୍ଜୁ ସାମସନଙ୍କ ୪୮ ରନ୍ ଏହି ମ୍ୟାଚରେ ରାଜସ୍ଥାନର ବିଜୟକୁ ସହଜ କରିଥିଲା । ଉଭୟଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଫଳରେ ୧୭.୩ଟି ବଲ୍‌ରେ ୧୮୬ ରନର ବିଜୟ ଲକ୍ଷ୍ୟକୁ ହାସଲ କରିଥିଲା ରାଜସ୍ଥାନ ରାୟାଲ୍ସ ।

ଅପରପକ୍ଷରେ ପ୍ରଥମେ ବ୍ୟାଟି କରିବାକୁ ଆସିଥିବା କିଙ୍ଗସ୍ ଇଲେଭେନ୍ ପଞ୍ଜାବ ୨୦ ଓଭରରେ ୪ ଓ୍ୱିକେଟ ହରାଇ ୧୮୫ ରନ୍ କରିଥିଲା ।କ୍ରିସ୍ ଗେଲ୍‌ଙ୍କ ବିସ୍ଫୋରକ ଇନିଂସ ଫଳରେ ଏହି ଟାର୍ଗେଟ ଦେଇପାରିଥିଲା ପଞ୍ଜାବ । ଗେଲ ୯୯ ରନ୍ କରିଥିବା ବେଳେ କେଏଲ ରାହୁଲ ୪୬ ଓ ନିକୋଲସ ପୂରନ ୧୦ ବଲରେ ଦ୍ରୁତ ୨୨ ରନ୍ କରିଛନ୍ତି। ଟସ୍‌ ଜିତି ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।

ଏହାକୁ ଠିକ୍ ବୋଲି ପ୍ରମାଣିତ କରି ଜୋଫ୍ରା ଆର୍ଚର ପ୍ରଥମ ଓଭର୍‌ର ଶେଷ ବଲରେ ମନଦୀପ ସିଂହଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ତେବେ ରାହୁଲ ଓ ଗେଲ ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ।ରାହୁଲ ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଗେଲ ନିଜର ଅର୍ଦ୍ଧଶତକ ହାସଲ କରିବା ପରେ ଆହୁରି ଆକ୍ରମଣାତ୍ମକ ରୂପ ଧାରଣ କରିଥିଲେ। ତେବେ ଶତକ ଠାରୁ ମାତ୍ର ଗୋଟିଏ ରନ୍‌ ଦୂରରେ ଥିବା ବେଳେ ଗେଲଙ୍କୁ ଜୋଫ୍ରା ଆର୍ଚର କ୍ଲିନବୋଲ୍ଡ କରିଦେଇଥିଲେ।

ସମ୍ପୂର୍ଣ୍ଣ ରୂପେ ବନ୍ଦ ହେଲା ପବ୍‌ଜୀ, ଡାଉନ୍‌ଲୋଡ୍‌ ଥିଲେ ମଧ୍ୟ ଆଉ ଚାଲିବନି..

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ରୂପେ ବନ୍ଦ ହେଲା ପବ୍‌ଜୀ । ଭାରତରେ ଆଜିଠାରୁ ଆଉ ଚାଲିବନି ପବ୍‌ଜୀ । ସେପ୍ଟେମ୍ବର ୨ରେ ଭାରତ ପକ୍ଷରୁ ୧୧୮ଟି ଆପ୍‌ ଉପରେ ପ୍ରତିବନ୍ଧ ଲଗାଯାଇଥିବା ବେଳେ ପବ୍‌ଜୀ ଖେଳ ଉପରେ ମଧ୍ୟରେ ରୋକ ଲାଗିଥିଲା । ତେବେ ଏହା ପୂର୍ବରୁ ଯେଉଁମାନେ ପବ୍‌ଜୀ ଡାଉନ୍‌ଲୋଡ୍‌ କରି ସାରିଥିଲେ ସେମାନେ ଖେଳି ଏହା ପାରୁଥିଲେ । କିନ୍ତୁ ଶୁକ୍ରବାରଠାରୁ ଏହି ଗେମ୍‌କୁ ସମ୍ପୂର୍ଣ୍ଣ ଅଚଳ କରି ଦିଆଯାଇଛି । ଆପ ଡାଉନଲୋଡ୍ କରି ରଖିଥିଲେ ମଧ୍ୟ ତାହା ଆଉ ଚାଲିବ ନାହିଁ।

ଟେନ୍‌ସେଣ୍ଟ କମ୍ପାନୀ ନିଜର ଫେସ୍‌ବୁକ୍‌ ପୋଷ୍ଟରେ ଅତ୍ୟନ୍ତ ଦୁଃଖର ସହ ଲେଖିଛି ଯେ, ଭାରତରେ ପବ୍‌ଜୀକୁ ଅନେକ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ଗୁରୁବାର ଏଭଳି ପୋଷ୍ଟ କରିବା ସହ ଅକ୍ଟୋବର ୩୦ରୁ ପବ୍‌ଜୀ ଗେମ୍‌ ଭାରତରେ ଅଚଳ ହୋଇଯିବ ବୋଲି ସେ ଘୋଷଣା କରିଛି । ଉଭୟ ପବ୍‌ଜୀ ଏବଂ ପବ୍‌ଜୀ ଲାଇଟ୍‌ ଆପ୍‌ ଶୁକ୍ରବାରଠାରୁ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି ।

ତେବେ କମ୍ପାନୀ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଉପଭୋକ୍ତାମାନଙ୍କ ତଥ୍ୟର ସୁରକ୍ଷାକୁ ଆମେ ସର୍ବଦା ପ୍ରାଥମିକତା ଦେଇଆସିଛୁ । ଆମେ ସବୁବେଳେ ଭାରତରେ ତଥ୍ୟ ସୁରକ୍ଷା ଆଇନ ଏବଂ ନିୟମାବଳୀକୁ ପାଳନ କରିଛୁ । ଆମର ଗୋପନୀୟତା ନୀତିରେ ଦର୍ଶାଯାଇଥିବା ସମସ୍ତ ଉପଭୋକ୍ତାଙ୍କର ଗେମପ୍ଲେ ସୂଚନା ଏକ ସ୍ୱଚ୍ଛ ଢ଼ଙ୍ଗରେ ପ୍ରକ୍ରିୟାକରଣ କରାଯାଏ ।

ପରିବାର ସଦସ୍ୟଙ୍କ ଅଭିଯୋଗର ଜବାବ ଦେଲେ ଦୂତୀ: ବ୍ୟାଙ୍କ ଷ୍ଟେଟମେଣ୍ଟର ସ୍କ୍ରିନସର୍ଟ କଲେ ସେୟାର

ଭୁବନେଶ୍ୱର: ବାପା-ମାଆ ଓ ପରିବାରର ଅନ୍ୟ ସଦସ୍ୟଙ୍କ ପ୍ରତି ଥିବା ଦାୟିତ୍ୱ ନିର୍ବାହ କରିଛନ୍ତି ଭାରତୀୟ ଆଥଲେଟ୍ ତଥା ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦ ! କିଛି ପୁରୁଣା ଫେସବୁକ୍ ପୋଷ୍ଟ ଏବଂ ବ୍ୟାଙ୍କ ଷ୍ଟେଟମେଣ୍ଟର ସ୍କ୍ରିନସର୍ଟକୁ ଫେସବୁକରେ ସେୟାର କରିବା ସହ ଏହାକୁ ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି ଦୂତୀ । ସେ କରିଥିବା ପୋଷ୍ଟରେ ୨୦୧୬ ମସିହା ଫେସବୁକ୍ ପୋଷ୍ଟର ସ୍କ୍ରିନସର୍ଟ ରହିଛି । ଯେଉଥିରେ ସେ ନିଜ ଘରେ ରହି ଦୀପାବଳି ପାଳନ କରୁଥିବା ଦେଖିବାକୁ ମିଳିଛି ।

ସେହିଭଳି ସେ ୨୦୧୮ ମସିହା ସୋସିଆଲ୍ ମିଡିଆ ପୋଷ୍ଟର ମଧ୍ୟ ସ୍କ୍ରିନ୍ ସର୍ଟକୁ ସେୟାର କରିଛନ୍ତି । ଯେଉଁଥିରେ ଏକ ଘର ଭିତରର କିଛି ଫଟୋ ରହିଛି । ଘରଟି ସମ୍ପୂର୍ଣ୍ଣ ନୂଆ ହୋଇଥିବା ବେଳେ ଘରେ ଆବଶ୍ୟକ ସମସ୍ତ ଆସବବାପତ୍ର ରହିଥିବା ଦେଖିବାକୁ ମିଳିଛି । ଏବଂ ଏହାର କ୍ୟାପସନ୍‌ରେ ଘରଟି ତାଙ୍କ ବାପା-ମାଆଙ୍କ ଉଦ୍ଦେଶ୍ୟରେ ଉତ୍ସଗ୍ରୀକୃତ କରିଥିବା ଲେଖିଛନ୍ତି ।

ଯାହା ତାଙ୍କ ଗାଁ ଚକାଗୋପାଳପୁରରେ ନିର୍ମିତ । ଏହି ଦୁଇଟି ପୋଷ୍ଟର ସ୍କ୍ରିନ୍ ସର୍ଟ ସହିତ କିଛି ବ୍ୟାଙ୍କ ଷ୍ଟେଟମେଣ୍ଟର ସ୍କ୍ରିନସର୍ଟ ମଧ୍ୟ ସେୟାର କରିଛନ୍ତି ଦୂତି । ଯେଉଁଥିରେ ସେ ବାପା ଚକ୍ରଧର ଚାନ୍ଦ ଏବଂ ସାନ ଭଉଣୀ ଅଞ୍ଜନା ଚାନ୍ଦଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିବା ଦେଖିବାକୁ ମିଳିଛି । ପ୍ରାୟ ୨ ହାଜର ଟଙ୍କାରୁ ନେଇ ୪୦ ହଜାର  ପର୍ଯ୍ୟନ୍ତ ଟଙ୍କା ପଠାଇଥିବା ବ୍ୟାଙ୍କ ଷ୍ଟେଟମେଣ୍ଟର ସ୍କ୍ରିନସର୍ଟ ରହିଛି ।

ତେବେ ଦୂତି ତାଙ୍କ ପରିବାର ଓ ବାପା-ମାଆଙ୍କ ପାଇଁ କିଛି କରିନଥିବା ନେଇ ପରିବାର ଜଣେ ସଦସ୍ୟ ମିଛ ଅଭିଯୋଗ କରିଆସୁଥିବା ବେଳେ ଏହାର ଜବାବ ଦେବାକୁ ଯାଇ ଏହି ସବୁ ସ୍କ୍ରିନସର୍ଟ ପୋଷ୍ଟ କରିଥିବା ସେ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି । ସେ ଆହୁରୀ ଲେଖିଛନ୍ତି ଯେ, ତାଙ୍କ ପରିବାର ଜଣେ ସଦସ୍ୟ ବାରମ୍ୱାର ଫେସବୁକ୍ ମାଧ୍ୟମରେ ତାଙ୍କ ବିରୋଧରେ ମିଛ ଅଭିଯୋଗ ଆଣୁଛନ୍ତି ଏବଂ ତାଙ୍କ ବାପା-ମାଆଙ୍କ ପାଇଁ କିଛି କରିନଥିବା ଅଭିଯୋଗ କରିଛନ୍ତି ।

ଏଭଳି ପୋଷ୍ଟରେ ଲୋକଙ୍କ କମେଣ୍ଟ ଦ୍ୱାରା ସମ୍ମାନହାନୀ ହୋଇଥିବା ସେ ଲେଖିଛନ୍ତି । ପୂର୍ବରୁ ମଧ୍ୟ ଘର ଲୋକଙ୍କ ପ୍ରତି ତାଙ୍କ ଲପାଇବା ଥିଲା, ଏବେ ମଧ୍ୟ ରହିଛି । କିନ୍ତୁ ତାଙ୍କ ଘର ଲୋକ ଦୂତିକୁ ଗ୍ରହଣ କରୁନଥିବା ସେ ଅଭିଯୋଗ କରିଛନ୍ତି । ଘର ଲୋକଙ୍କ ଏଭଳି ଆଚରଣ ତାଙ୍କୁ ବ୍ୟଥିତ କରିଛି । ତେବେ ଏ ସବୁ ସତ୍ତ୍ୱେ ସେ ଘର ଲୋକଙ୍କ ପାଇଁ ତାଙ୍କର ଥିବା ଦାୟିତ୍ୱ ନିର୍ବାହ କରିଚଲିଥିବା ସେ ଉଲ୍ଲେଖ କରିଛନ୍ତି । ବାପା-ମାଆଙ୍କ ପାଇଁ ନୂତନ ଘର କରିବା ସହ ମାସିକ ଖର୍ଚ୍ଚ ଓ ଭଉଣୀମାନଙ୍କ ପଢ଼ା ଖର୍ଚ୍ଚ ପଠାଇଥିବା ସେ ପୋଷ୍ଟ ମାଧ୍ୟମରେ କହିଛନ୍ତି ଦୂତି । ସୂଚନା ଥାଉ କି, ପରିବାର ଲୋକଙ୍କ ସହ ସମ୍ପର୍କ ଠିକ୍ ନଥିବା ନେଇ ପୂର୍ବରୁ ମଧ୍ୟ ଦୂତି ଗଣମାଧ୍ୟମରେ ସମ୍ମୁଖରେ ପ୍ରକାଶ କରିଥିଲେ ।

ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନୂଆ ଖୁଲାସା… ନିଜ ବଡ଼ ଭଉଣୀ ସରସ୍ୱତୀଙ୍କୁ ଟାଣିଲେ ବିବାଦ ଘେରକୁ…

ହାଇଫ୍ରୋଫାଇଲ୍‌ ଆସନ ବାଙ୍କିପୁର, ସବୁଠୁ ଧନୀ ପ୍ରାର୍ଥୀ ପୁଷ୍ପମ ପ୍ରିୟା !

ବିହାର: ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଆରମ୍ଭ ହୋଇଯାଇଛି । ସବୁ ଦଳର ପ୍ରାର୍ଥୀମାନେ ନିଜ ପ୍ରଚାର ପାଇଁ ଅହରହ ପରିଶ୍ରମ କରୁଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୯୪ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଏହି ୯୪ ଆସନ ମଧ୍ୟରୁ ଏମିତି ଏକ ଆସନ ରହିଛି ଯାହାକୁ ହାଇ ପ୍ରୋଫାଇଲ୍ ଭାବେ ବିବେଚନା କରାଯାଉଛି । ଏହି ନିର୍ବାଚନ ମଣ୍ଡଳି ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଏଥିରେ ତିନିଜଣ ମୁଖ୍ୟ ପ୍ରାର୍ଥୀ ରହିଛନ୍ତି ଯେଉଁମାନେ ନିର୍ବାଚନକୁ ଅଧିକ ରୋମାଞ୍ଚକ କରୁଛନ୍ତି । ଏହି ଆସନଟି ହେଉଛି ବାଙ୍କିପୁର ବିଧାନସଭା ।

Who Is Pushpam Priya Chowdhary Bihar Election Politics Eeducation Plurals Party
ପୁଷ୍ପମ୍‌ ପ୍ରିୟା

ଏହି ଆସନ ଉପରେ ସମସ୍ତଙ୍କ ନଜର ରହିବାର ମୁଖ୍ୟ କାରଣ ହେଉଛି ଏହାର ତିନି ପ୍ରମୁଖ ପ୍ରାର୍ଥୀ । ସେଥିମଧ୍ୟରେ ଜଣେ ହେଉଛନ୍ତି ତିନି ଥର ବିଧାୟକ ହୋଇସାରିଥିବା ବିଜେପିର ନୀତିନ ନବୀନ । ସେହିଭଳି ଆଉ ଜଣେ ହେଉଛନ୍ତି ପୁଷ୍ପମ ପ୍ରିୟା । ଯିଏ କି ନିଜକୁ ମୁଖ୍ୟମନ୍ତ୍ରୀ ପଦର ଦାବିଦାର ବୋଲି ମାନୁଛନ୍ତି । ସେ ପୁଲୁରଲସ୍ ପାର୍ଟି ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି । ସେହିଭଳି ଆଉ ଜଣେ ପ୍ରାର୍ଥୀ ହେଉଛନ୍ତି ଶତୃଘ୍ନ ସିହ୍ନାଙ୍କ ପୁଅ ଲବ ସିହ୍ନା । ସେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଛନ୍ତି । ଲବ୍‌ ଓ ପୁଷ୍ପମ୍‌ଙ୍କ ପାଇଁ ଏହା ପ୍ରଥମ ନିର୍ବାଚନ ହୋଇଥିବା ବେଳେ ନୀତିନ ନବୀନ ଜଣେ ଅଭିଜ୍ଞ ପ୍ରାର୍ଥୀ ।‌ ପୁଷ୍ପମ୍‌ ନିର୍ବାଚନ ମଇଦାନରେ ନୂଆ ହୋଇଥିଲେ ମଧ୍ୟ ସେ ରାଜନୈତିକ ମଇଦାନକୁ ବହୁ ପୂର୍ବରୁ ଓହ୍ଲାଇ ସାରିଛନ୍ତି । ଏହା ପୂର୍ବରୁ ମଧ୍ୟ ପୁଷ୍ପମ୍‌ଙ୍କୁ ନେଇ ଚର୍ଚ୍ଚା ହୋଇଛି ।

Luv Sinha
ଲବ୍‌ ସିହ୍ନା

ଜାତୀୟ ଦଳ ପାଇଁ ମଧ୍ୟ ଏହି ଆସନ ଅନେକ ଗୁରତ୍ୱପୂର୍ଣ୍ଣ ମନେ କରାଯାଉଛି । କାୟସ୍ତ, ଯାଦବ ଓ ମୁସଲମାନ ସମ୍ପ୍ରଦାୟର ଭୋଟ ଏଠାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ । ଭାଜପାର ପ୍ରାର୍ଥୀ ନୀତିନ ହେଉଛନ୍ତି ‘କାୟସ୍ତ’ ସମ୍ପ୍ରଦାୟର । ତେଣୁ ଏଠାରେ ତାଙ୍କ ପଲ୍ଲା ଭାରି ରହିବ ବୋଲି ଆଶା କରାଯାଉଥିଲା । ହେଲେ ଲଭ୍‌ ସିହ୍ନା ଏଣ୍ଟ୍ରି ମାରିବା ପରେ ଏହି ଆଶଙ୍କାକୁ ଲୋକେ ଭୁଲ ବୋଲି ମନେ କରୁଛନ୍ତି । ସେହିଭଳି ପୁଷ୍ପମ ରାଜନୀତିର ଏଭଳି ସମୀକରଣକୁ ସାଇଡ୍‌ ମାରି ମହିଳା ଭୋଟକୁ ହାତେଇବାରେ ଲାଗିଛନ୍ତି । ଏହି କାରଣରୁ ସେ ନିଜ ବିଧାନସଭା ନିର୍ବାଚନ ମଣ୍ଡଳିର ଗ୍ରାମୀଣ ଅଞ୍ଚଳରେ ଅଧିକ ସକ୍ରିୟ ଥିବା ନଜର ଆସନ୍ତି ।

ତେବେ ବାଙ୍କିପୁର ଆସନ ପାଇଁ ଲଢ଼େଇ ଯେତିକି ସହଜ ଦେଖାଯାଉଛି ତାହା ବାସ୍ତବରେ ସେତିକି ନୁହେଁ । କାରଣ ଏହି ଆସନ ପାଇଁ ଅନେକ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । କିନ୍ତୁ ପରେ କିଛି ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହେବା ସହ କିଛି ପ୍ରାର୍ଥୀ ନିଜ ନାଁ ଫେରାଇ ଆଣିଛନ୍ତି । ହେଲେ ଏହା ବାଦ୍‌ ମଧ୍ୟ ୨୨ ଜଣ ପ୍ରାର୍ଥୀ ଏହି ଆସନ ପାଇଁ ଲଢ଼େଇ କରୁଛନ୍ତି । ଏତେ ସଂଖ୍ୟାରେ ପ୍ରାର୍ଥୀ ରହିଥିବାରୁ ଭୋଟ ଭାଗ ଭାଗ ହେବାର ଆଶଙ୍କା ରହିଛି । ତେଣୁ ନିର୍ବାଚନ ପୂର୍ବରୁ କୌଣସି ପ୍ରକାର ଆକଳନ କରିବା ସମ୍ଭବ ନୁହେଁ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।

Nitin Navin
ନୀତିନ ନବୀନ

ତେବେ ସବୁଠାରୁ ବଡ଼ କଥା ହେଲା, ତିନି ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରୁ ପୁଷ୍ପମ୍‌ ସବୁଠାରୁ ଅଧିକ ଧନୀ । ସେ ନିଜ ସମ୍ପତି ୧୫.୯୨ କୋଟି ବୋଲି ଦର୍ଶାଇଛନ୍ତି । ସେହିଭଳି ଦ୍ୱିତୀୟ ସ୍ଥାନରେ ଲବ୍‌ ସିହ୍ନା ରହିଛନ୍ତି । ସେ ନିଜର ସମ୍ପତି ୨.୬୮ କୋଟି ବୋଲି ଦର୍ଶାଇଛନ୍ତି । ତେବେ ତିନି ତିନି ଥର ବିଧାୟକ ହୋଇଥିବା ବିଜେପି ପ୍ରାର୍ଥୀ ନୀତିନ୍‌ ନିଜର ସମ୍ପତି ୧.୭୪ କୋଟି ବୋଲି ଦର୍ଶାଇଛନ୍ତି ।