spot_img
Home Blog Page 6514

୨ଦିନର ସର୍ଚ୍ଚ ଅପରେସନ ପରେ ମାଓକ୍ୟାମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନାଗିରି: ସ୍ୱାଭିମାନ ଅଞ୍ଚଳରେ ମାଓ ଦମନ ଅଭିଯାନକୁ ଜୋରଦାର କରିବାରେ ଲାଗିଛି ପୋଲିସ ଓ ସୁରକ୍ଷା ବାହିନି । ୨ଦିନର ସର୍ଚ୍ଚ ଅପରେସନ ପରେ ମାଓକ୍ୟାମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଆଣ୍ଟି ନକ୍ସଲ ଅପରେସନ ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ ।

ଏସଓଜି, ଡିଭିଏଫ, ବିଏସଏଫ, ଓଡିଶା ଓ ଆନ୍ଧ୍ର ପୋଲିସର ମିଳିତ ଅଭିଯାନ ଆରମ୍ଭ କରିଥିଲା । ପାପରମେଟଲା ଥାନା ଅନ୍ତର୍ଗତ ଗୁନାମାମୁଡି ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ବିଷ୍ଫୋରକ ଓ ମାଓ ସାମଗ୍ରୀ ମିଳିଛି । ମୁହାଁମୁହିଁ ହୋଇଥିଲେ ପୋଲିସ ଓ ମାଓବାଦୀ । ଉଭୟ ପକ୍ଷରୁ ଗୁଳି ଚାଳନା ହୋଇଥିଲା ।

ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ଛତ୍ର ଭଙ୍ଗ ଦେଲେ ମାଓବାଦୀ। ମାଓ ନେତ୍ରୀ ଅରୁଣା ଓ ମାଓ ନେତା ଜଗନ ଘଟଣାସ୍ଥଳରୁ ଖସି ଯିବାରେ ସକ୍ଷମ ହୋଇଛନ୍ତି । ୧୦୦୦ ଜୀବନ୍ତ ଗୁଳି, ଏକ ଆଇଡ଼ ବୋମା, ଟିଫିନ ବୋମା ମାଓ କିଟ୍ ଜବତ କରିଛି ସୁରକ୍ଷା ବାହିନୀ । ତେବେ ଆଗାମୀ ଦିନରେ ସ୍ୱାଭିମାନ ଅଞ୍ଚଳକୁ ସମ୍ପୂର୍ଣ୍ଣ ମାଓ ମୁକ୍ତ ଅଞ୍ଚଳ କରାଯିବ ବୋଲି ମାଲକାନଗିରି ଏସପି ସୂଚନା ଦେଇଛନ୍ତି ।

ଏପ୍ରିଲ ସୁଧା ଭାରତ ଆସିବ ଆଉ ୧୬ ରାଫେଲ ଲଢୁଆ ବିମାନ

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁ ସେନା । ଆସନ୍ତାବର୍ଷ ଏପ୍ରିଲ ସୁଦ୍ଧା ଆଉ ୧୬ଟି ଓମନି ରୋଲ ରାଫେଲ ବିମାନ ଭାରତ ଆସିବ । ସେଥିରୁ ୩ଟି ରାଫେଲ ଆସନ୍ତା ମାସ ୫ତାରିଖରେ ଅମ୍ବାଲା ଏୟାରବେସରେ ପହଁଚିବ । ଫ୍ରାନ୍ସର ଜେଟ ଇଞ୍ଜିନ ତିଆରି କରୁଥିବା କମ୍ପାନୀ ସାଫରନ ଏନେଇ ପ୍ରସ୍ତୁତି ଜୋରଦାର କରିଛି । ଗତ ଜୁଲାଇ ୨୯ରେ ପାଞ୍ଚଟି ରାଫେଲ ବିମାନ ଭାରତ ଆସିଥିଲା । ସେଗୁଡିକୁ ବାୟୁସେନାର ସ୍କ୍ବାର୍ଡନ ୧୭ରେ ଭର୍ତ୍ତି କରାଯାଇଛି । ନଭେମ୍ବରରେ ଆସୁଥିବା ରାଫେଲ ବିନା କୌଣସି ଷ୍ଟପେଜରେ ଭାରତରେ ପହଁଚିବେ । ଆକାଶ ମାର୍ଗରେ ହିଁ ସେଗୁଡିକର ଇନ୍ଧନ ଭର୍ତ୍ତି କରାଯିବ । ପରେ ଜାନୁୟାରୀରେ ୩ଟି, ମାର୍ଚ୍ଚରେ ୩ରେ ଏବଂ ଏପ୍ରିଲ ମାସରେ ୭ଟି ରାଫେଲ ପର୍ଯ୍ୟାୟ କ୍ରମେ ଭାରତ ଆସିବ । ସୂଚନା ଅନୁସାରେ ଭାରତୀୟ ବାୟୁସେନାର ଏକ ଟିମ୍ ଟ୍ରେନିଂ ପାଇଁ ଫ୍ରାନ୍ସରେ ୭ଟି ରାଫେଲର ବ୍ୟବହାର କରୁଛନ୍ତି । ଖୁବଶିଘ୍ର ପର୍ଯାୟ କ୍ରମେ ସିଙ୍ଗଲ ସିଟ ରାଫେଲ ୨୧ଟି ଆସିବାକୁ ଥିବା ବେଳେ ୭ଟି ଡବଲ ସିଟ ରାଫେଲ ଆସିବ । ୨୦୧୬ରେ ୫୯ ହଜାର କୋଟି ଟଙ୍କା ବ୍ୟୟରେ ୩୬ଟି ରାଫେଲ ଭାରତ ଫ୍ରାନ୍ସଠୁ କିଣିବାକୁ ନେଇ ଚୁକ୍ତି କରିଥିଲା

ଏହି ରାଜ ପରିବାର ଖୋଜୁଛନ୍ତି ହାଉସକିପର, ବେତନ ୧୮.୫ ଲକ୍ଷ

ବ୍ରିଟେନ:  ବ୍ରିଟେନ ରାଜବଂଶର ଚର୍ଚ୍ଚା ଚାରିଆଡ଼େ ହୁଏ । ଏହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ଏଠାରେ କାମ କରୁଥିବା ଘରୋଇ ସେବକଙ୍କ ଦରମା ଲକ୍ଷାଧିକ । ଏଠାରେ କାମ କରିବା ପାଇଁ ଲୋକ ଖୁବ ଉତ୍ସାହର ସହିତ ଚାହିଁ ବସିଥାନ୍ତି ।

ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୂ Windsor Castle ପାଇଁ ହାଉସକିପିଂ ଆସିଷ୍ଟାଣ୍ଟର ଆବଶ୍ୟକତା ରହିଛି । ଯଦି ଏହି ଚାକିରି ପାଇଁ କେହି ମନୋନୀତ ହୁଅନ୍ତି ତେବେ ତାଙ୍କ ମାସିକ ବେତନ ରହିବ ୧୯,୧୪୦,୦୯ ୟୁରୋ ବା ୧୮.୫ ଲକ୍ଷ ଟଙ୍କା । ଏହା ବ୍ୟତୀତ ଅନ୍ୟ ସମସ୍ତ ସୁବିଧା ମଧ୍ୟ ପ୍ରଦାନ କରାଯିବ ।

ଏଥିପାଇଁ ବ୍ୟକ୍ତିକୁ ଗଣିତ ଏବଂ ଇରାଜୀର ଯଥେଷ୍ଟ ଜ୍ଞାନ ରହିଥିବା ଜରୁରୀ । ଏହା ସହିତ ଘରର ଇଣ୍ଟରିୟର ଏବଂ ଅନ୍ୟ ସମସ୍ତ ଜିନିଷକୁ ସଫା କରିବା ଏବଂ ଭଲ ଭାବରେ ସଜାଇବା ଗୁଣ ଥିବା ଆବଶ୍ୟକ । ଉକ୍ତ ବ୍ୟକ୍ତିକୁ ୧୩ ମାସ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବ ।

ଏହି ପ୍ରଶିକ୍ଷଣ ସମୟରେ ଭିନ୍ନ ଭିନ୍ନ ପ୍ରାସାଦ ଏବଂ ଖାଦ୍ୟର ସୁବିଧା ମିଳିବ । ବର୍ଷକୁ ୩୩ ଦିନ ଛୁଟି ବ୍ୟତୀତ ସେଠାରେ ରହିବା ଏବଂ ଖାଇବାର ସୁବିଧା ମିଳିବ । କେବଳ ସେତିକି ନୁହେଁ ଟ୍ରାଭେଲିଂ ବାବଦରେ ଖର୍ଚ୍ଚ ଦିଆଯିବ । ତେବେ ଆବେଦନ କରିବାର ଅନ୍ତିମ ତାରିଖ ୨୮ ଅକ୍ଟୋବର ।

ପିତା-ପୁତ୍ରଙ୍କ ଏହି ଯୋଡି ପାଇଁ ଆପଣ ଫେରି ପାଉଛନ୍ତି ଲୋନ୍ ମୋରାଟୋରିୟମ ସୁଧ ଟଙ୍କା

ଆଗ୍ରା:  ଲକଡାଉନ୍ କାଳରେ ସବୁକିଛି ବନ୍ଦ ହୋଇଯାଇଥିଲା । କରୋନାକୁ ମାତ୍ ଦେବା ପାଇଁ ଲକଡାଉନ୍ ଘୋଷଣା କରାଯାଇଥିଲା । କିନ୍ତୁ ଯେଉଁମାନେ ଲୋନ୍ ଆଣିଥିଲେ ସେମାନଙ୍କ ପାଇଁ ମାସିକ କିସ୍ତି ସୁଝିବା ଥିଲା ବଡ ମୁଣ୍ଡବିନ୍ଧା । ସରକାର ଏହା ଭିତରେ ୬ ମାସର ଲୋନ୍ ମୋରାଟୋରିୟମ ଘୋଷଣା କରିଥିଲେ । ୩୧ ଅଗଷ୍ଟ ପର୍ଯ୍ୟନ୍ତ ଲୋନ୍ ଉପରେ କିସ୍ତି ନସୁଝିବାର ବିକଳ୍ପ ଗ୍ରାହକଙ୍କ ପାଖରେ ଥିଲା । କିନ୍ତୁ  ଏହି ସୁବିଧା ବଦଳରେ ଲୋକଙ୍କୁ ଅଧିକ ସୁଧ ମଧ୍ୟ ଦେବାକୁ ପଡିଥିଲା । ତେବେ ଏହା ବିରୋଧରେ ଆଗ୍ରାର ଜଣେ ବ୍ୟକ୍ତି ନିଜ ପୁଅ ସହ ମିଶି ଆନ୍ଦୋଳନ ଆରମ୍ଭ କରିଥିଲେ । ଯାହାର ଫଳ ଏବେ ଲକ୍ଷ ଲକ୍ଷ ବ୍ୟକ୍ତି ଉଠାଉଛନ୍ତି । ଏବେ ଏହାର ଫାଇଦା ସେହି ସମସ୍ତଙ୍କୁ ମିଳିବ ଯେଉଁମାନେ ଲକଡାଉନ୍ କାଳରେ ମୋରାଟୋରିୟମର ବିକଳ୍ପ ବାଛିଥିଲେ ।

ଏହି ବ୍ୟକ୍ତିଙ୍କ ନାମ ହେଉଛି ଗଜେନ୍ଦ୍ର ଶର୍ମା । ଆଗ୍ରାର ସଂଜୟ ପ୍ଲେସ୍ ମାର୍କେଟରେ ଚଷମା ଶୋ’ରୁମ ଚଳାଉଥିବା ଗଜେନ୍ଦ୍ରଙ୍କ ପୁଅ ଅଲ୍ଲୀଗଡ ବିଶ୍ୱବିଦ୍ୟାଳୟରେ ଆଇନ ପଢୁଛନ୍ତି । ଲୋନ୍ ମୋରାଟୋରିୟମ ସହ ଯେଉଁ ସୁଧ ସର୍ତ୍ତ ରଖାଯାଇଥିଲା ତାହାକୁ ବିରୋଧ କରି ସୁପ୍ରିମକୋର୍ଟ ଯିବାକୁ ଗଜେନ୍ଦ୍ର ମନସ୍ଥ କରିଥିଲେ । ଗଜେନ୍ଦ୍ରଙ୍କ ଯୁକ୍ତି ଥିଲା ଯେ, ଲକଡାଉନ୍ କାଳରେ ବ୍ୟବସାୟ ବନ୍ଦ ଥିଲା । ଏମିତିରେ ସୁଧ ଉପରେ ସୁଧ ଦେବା ସେମାନଙ୍କ ପକ୍ଷରେ ସମ୍ଭବ ନୁହେଁ । କାରଣ ସେମାନେ ଜାଣିଶୁଣି ବ୍ୟବସାୟ ବନ୍ଦ କରିନଥିଲେ । ଗଜେନ୍ଦ୍ରଙ୍କ ଆବେଦନକୁ ସୁପ୍ରିମକୋର୍ଟ ବିଚାର ପାଇଁ ଗ୍ରହଣ କରିଥିଲେ । ଶୁଣାଣି କାଳରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା ମଧ୍ୟ କରିଥିଲେ । କେବଳ ଲାଭ ଆଢୁଆଳରେ ରହି ସରକାର ନିଜ ଦାୟିତ୍ୱ ଭୁଲି ପାରିବେ ନାହିଁ ବୋଲି କୋର୍ଟ କହିଥିଲେ । ଶେଷରେ କେନ୍ଦ୍ର ସରକାର ଚକ୍ରବୃଦ୍ଧି ସୁଧ ନନେବାକୁ କିମ୍ବା ଯେଉଁମାନଙ୍କଠାରୁ ନିଆଯାଇଛି ସେମାନଙ୍କୁ ଫେରାଇବା ପାଇଁ ଆଶ୍ୱାସନା ଦେଇଛନ୍ତି ।

ଗଜେନ୍ଦ୍ରଙ୍କ ଅନୁସାରେ ସେମାନେ ଯେତେବେଳେ ପ୍ରଥମେ ସୁପ୍ରିମକୋର୍ଟ ଗଲେ ସେତେବେଳେ ଅନେକ ଏଥିପାଇଁ ତାଙ୍କୁ ଥଟା କରିଥିଲେ । ସୁପ୍ରିମକୋର୍ଟ ଗଲେ ମଧ୍ୟ କିଛି ଲାଭ ମିଳିବ ନାହିଁ ବୋଲି ତାଙ୍କୁ ଟାହିଟାପରା କରାଯାଇଥିଲା । ତେବେ ଗଜେନ୍ଦ୍ର ନିଜ ବିଶ୍ୱାସରେ ଅଟଳ ଥିଲେ । ଯାହାର ଫଳ ଏବେ ଲକ୍ଷ ଲକ୍ଷ ବ୍ୟକ୍ତି ପାଇବେ ଯେଉଁମାନେ ଲୋନ୍ ବାବଦରେ କିସ୍ତି ସୁଝୁଛନ୍ତି ।

ଗଜେନ୍ଦ୍ରଙ୍କ କହିବା ହେଉଛି ଘରୋଇ ବ୍ୟାଙ୍କ ବିଶେଷକରି ଏନବିଏଫସି ଗୁଡିକ ଲୋନ୍ ଦେବା ବେଳେ ସବୁ କଥା ସ୍ପଷ୍ଟ ଭାବେ କହିନଥାନ୍ତି । ସେମାନେ ପରେ ଅଧିକ ଟଙ୍କା ସୁଧ ଭାବେ ଆଦାୟ କରିଥାନ୍ତି ।ଏମିତିରେ ସୁଧ ଉପରେ ସୁଧ ଲୋକଙ୍କୁ ଅଧିକ କ୍ଷତି ପହଂଚାଇଥାନ୍ତା  ।

କରୋନା ଲଢ଼େଇକୁ ଆହୁରି ଦୃଢ଼ କରିବା ପାଇଁ ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉତ୍ସର୍ଗୀକୃତ

କଟକ: ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ । ରାଜ୍ୟ ସରକାରଙ୍କର ଦୃଢ଼ ପଦକ୍ଷେପ ପାଇଁ ସୁଧୁରୁଛି ପରିସ୍ଥିତି । ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ରାଜ୍ୟ ସରକାର ଏହାକୁ ରୋକିବା ପାଇଁ ନେଇଛନ୍ତି ଅନେକ ଉନ୍ନତିମୂଳକ ପଦକ୍ଷେପ । ଉପଯୁକ୍ତ ପରିମାଣରେ ହସ୍ପିଟାଲ ନିର୍ମାଣ କରି ୨୪ ଘଣ୍ଟା ସେବା ଯୋଗାଉଛନ୍ତି ।

ତେବେ COVID19 ମହାମାରୀ ବିରୁଦ୍ଧରେ ଲଢ଼େଇକୁ ଆହୁରି ଦୃଢ଼ କରି, ୫୦୦ ଶଯ୍ୟା ବିଶିଷ୍ଟ ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିରେ COVID19 ରୋଗୀଙ୍କ ପାଇଁ 70 ଟି ଆଇସିୟୁ ଶଯ୍ୟା କରାଯାଇଥିବା ବେଳେ ପ୍ରସୂତି ଚିକିତ୍ସା ଏବଂ ଅସ୍ତ୍ରୋପଚାର ସୁବିଧା ଏବଂ ଆଇସୋଲସନର ସୁବିଧା ମଧ୍ୟ ରହିଛି ରହିଛି |

ଉପନିର୍ବାଚନ ପୂର୍ବରୁ ବିଜେଡି କ୍ୟାମ୍ପରେ ଯୋଗ ଦେଉଛନ୍ତି କିଛି ତୁଙ୍ଗ ନେତା

ବାଲେଶ୍ୱର: ନବୀନଙ୍କ ଯୁଗାନ୍ତକାରୀ ଓ ବୈପ୍ଲବିକ ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ନେତା । ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡିର ପତିଆରା ବଢ଼ିବାରେ ଲାଗିଛି । ଲୋକଙ୍କ ସମର୍ଥନ ସହ ବିଭିନ୍ନ ସଂଗଠନ ବିଜେଡି ପ୍ରାର୍ଥୀ ସ୍ବରୁପ ଦାସଙ୍କ ପାଇଁ ସମର୍ଥନର ହାତ ବଢାଉଛନ୍ତି । ଆଜି ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ କରାଯାଉଛି । ଏହି ମିଶ୍ରଣ ପର୍ବରେ ଲୋକପ୍ରିୟ ଯୁବ ନେତା ବାଦଲ ଦାସ ବିଧିବଦ୍ଧ ଭାବରେ ବିଜେଡିରେ ଯୋଗଦେଉଛନ୍ତି । ବାଦଲ ଦାସ ବଳରାମଗଡି ଟ୍ରଲର ଆସୋସିଏସନର ସଭାପତି ସହିତ ଟ୍ରକ ମାଲିକ ସଂଘର ସମ୍ପାଦକ, ବସ୍ ମାଲିକ ସଂଘର ସଭାପତି, ମତ୍ସ୍ୟଜୀବୀ ସଂଘର ସଭାପତି ରହିବା ସହିତ ଜିଲ୍ଲାର ବିଭିନ୍ନ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ଅଛନ୍ତି ।

 

ପୂର୍ବରୁ ବିଜେଡିରେ ୨୦୧୯ ନିର୍ବାଚନରେ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ହୋଇଥିବା ମାନସ ଦାସପଟ୍ଟନାୟକ ଓ ଜିଲ୍ଲାର ଟାଣୁଆ ନେତା ଅରୁଣ ଦେ ତାଙ୍କ ସମର୍ଥକଙ୍କ ସହ ବିଜୁ ଜନତା ଦଳରେ ସାମିଲ ହୋଇସାରିଛନ୍ତି । ସେହିଭଳି ବିଜେପି ସଦରର ପୂର୍ବତନ ବ୍ଳକ ଅଧ୍ୟକ୍ଷା ହେମଲତା ବେହେରା ମଧ୍ୟ ବିଜେଡିରେ ଯୋଗଦେଇଛନ୍ତି । ଗତ ୭ ତାରିଖରେ ବାଲେଶ୍ୱର ରାଜନୀତିର ଭୀଷ୍ମ କୁହାଯାଉଥିବା ଦାଦା ଅରୁଣ ଦେ ବିଜେଡିରେ ଯୋଗଦେଇଥିଲେ । ଅନ୍ୟପଟେ ଶ୍ରମିକ ସଂଗଠନ, ଅଟୋଚାଳକ ମହାସଂଘ, କୃଷକ ସଙ୍ଗଠନ ଏବଂ କଳାକାରମାନେ ସେମାନଙ୍କ ସମର୍ଥନ ବିଜୁ ଜନତା ଦଳର ପ୍ରାର୍ଥୀ ସ୍ୱରୂପ ଦାସ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇଛନ୍ତି ।

ଏହାସହ ମହିଳା ସଂଗଠନ ମାନେ ମଧ୍ୟ ପୂର୍ଣ୍ଣ ସହଯୋଗ ଦେଇଛନ୍ତି। ଲଗାତାର ଭାବରେ ବିଜେଡି ବାଲେଶ୍ୱରରେ ତାର ଶକ୍ତି ପ୍ରଦର୍ଶନ ଜାରି ରଖିଛି । ଫଳରେ ଦଳୀୟ କର୍ମୀଙ୍କ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବାଦଲଙ୍କ ଯୋଗଦାନ ସଦର ନିର୍ବାଚନରେ ଦଳକୁ ଆହୁରି ଶକ୍ତିଶାଳୀ କରାଇବ ବୋଲି ଦଳ ଆଶା କରିଛି। ଏହାସହ ବିଜେଡିର ବିଜୟ ବ୍ୟବଧାନ ବୃଦ୍ଧି କରିବ ବୋଲି ଅନୁମାନ କରାଯାଉଛି ।

ଦିଲ୍ଲୀରେ ଆୟକର ଚଢଉ,ନୋଟ୍ ବ୍ୟାନ୍ ପରେ ପ୍ରଥମ ଥର ପାଇଁ ମିଳିଲା ଏତେ କ୍ୟାସ୍..

ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ ଜାଲି ବିଲିଂ କରୁଥିବା ଏକ ଗ୍ୟାଙ୍ଗ୍ ବିରୋଧରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆୟକର ବିଭାଗ ଦିଲ୍ଲୀ ଏନସିଆର,ପଂଜାବ,ହରିୟାଣା,ଉତ୍ତରାଖଣ୍ଡ ଓ ଗୋଆର ୪୨ଟି ସ୍ଥାନ ଉପରେ ଆଜି ଏକକାଳୀନ ଚଢଉ କରିଛି । ଏହି ଚଢଉରୁ ୫ଶହ କୋଟିର ଜାଲି ବିଲିଂର ପର୍ଦ୍ଦାଫାସ ହୋଇଛି । ଚଢଉ କାଳରେ ଏଣ୍ଟ୍ରି ଅପରେଟର ସଂଜୟ ଜୈନ ଓ ତାଙ୍କ ମହକିଲଙ୍କଠାରୁ ୬୨ କୋଟି ଟଙ୍କାର ନଗଦ ଟଙ୍କା ଜବତ ହୋଇଛି । ଦିଲ୍ଲୀ ଏନସିଆରରେ ନୋଟ୍ ବ୍ୟାନ୍ ପରେ ଏହା ହେଉଛି ସବୁଠୁ ବଡ କ୍ୟାସ ଜବତ ।

ଖବର ସରବରାହ ସଂସ୍ଥା ଏଏନଆଇ ଅନୁସାରେ ସଂଜୟ ଜୈନ୍ ନକଲି ବିଲ ଜରିଆରେ ନଗଦ ଟଙ୍କା ସଂଚାଳନ କରୁଥିଲେ । ଆୟକର ବିଭାଗ ଅନୁସାରେ ତଦନ୍ତରୁ ଜଣା ପଡିଛି ଯେ, ନକଲି ବିଲ ଓ ଅସୁରକ୍ଷିତ ଋଣ ଜରିଆରେ ଧନ ଓ ନଗଦ କ୍ୟାସ ଟ୍ରାନସଫର ହେଉଥିଲା ।

୫ଶହ କୋଟିର  ଜାଲି ବିଲ୍

ନକଲି ବିଲ୍ ଜରିଆରେ ନେଟୱର୍କ ମହକିଲଙ୍କ କଂପାନୀ ଓ ଫାର୍ମ ଗୁଡିକୁ ଲାଭ ପହଂଚାଉଥିଲେ । ଚଢଉରୁ ୫ଶହ କୋଟି ଟଙ୍କାରୁ ଅଧିକ ଲେଣଦେଣର ଜାଲି ଦସ୍ତାବିଜ ଜବତ ହୋଇଛି । ୨୦୧୭ ମସିହାର ନୋଟ୍ ବ୍ୟାନ ପରେ ଏତେ ନଗଦ ଜବତ ହେବା ପ୍ରଥମ ଘଟଣା ବୋଲି କୁହାଯାଉଛି ।

ରାଜ୍ୟରେ କମୁଛି କରୋନା… ଦିନକରେ ୧୫୪୦ ପଜିଟିଭ, ୧୨ମୃତ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ । କରୋନା ଗ୍ରାଫ ଏବେ ତଳକୁ ତଳକୁ ଖସୁଛି । ରାଜ୍ୟରେ ୨୪ ଘଣ୍ଟାରେ ୩୦ଜିଲ୍ଲା ଓ ଷ୍ଟେଟପୁଲରୁ ୧୫୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୮୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୫୪ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ନୂଆ ସଂକ୍ରମିତ ଚିହ୍ନଟ ହେବା ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୫ହଜାର ୪୮୨ରେ ପହଞ୍ଚିଛି । ସେଥିମଧ୍ୟରୁ ୨ ଲକ୍ଷ ୬୮ ହଜାର ୧୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Has Coronavirus Killed Flu Influenza Cases Nosedive By 98 Percent

ଖୋର୍ଦ୍ଧାରୁ ସର୍ବାଧିକ ୨୦୮, ସୁନ୍ଦରଗଡ଼ରୁ ୧୧୧,  ଅନୁଗୁଳରୁ ୧୦୦, କଟକରୁ ୯୯, ବାଲେଶ୍ୱରରୁ ୯୨, ମୟୂରଭଞ୍ଜରୁ ୯୧,  ଜଗତସିଂହପୁରରୁ ୭୮, ବଲାଙ୍ଗୀରରୁ ୬୭, ନୂଆପଡାରୁ ୫୧, ପୁରୀରୁ ୪୯, କଳାହାଣ୍ଡିରୁ ୪୭, ନବରଙ୍ଗପୁରରୁ ୪୩, ଝାରସୁଗୁଡ଼ା ଓ ମାଲକାନଗିରିରୁ ୪୨ଜଣ ଲେଖାଏଁ, ବରଗଡ଼ରୁ ୪୧, କେନ୍ଦୁଝରରୁ ୩୮, ନୟାଗଡ଼ରୁ ୩୩, ସମ୍ବଲପୁରରୁ ୩୨, ସୋନପୁର ଓ ଗଞ୍ଜାମରୁ ୨୯ଜଣ ଲେଖାଏଁ , କୋରାପୁଟରୁ ୨୬, ଢେଙ୍କାନାଳରୁ ୨୪, ଯାଜପୁରରୁ ୨୨, କନ୍ଧମାଳରୁ ୧୪, ରାୟଗଡ଼ାରୁ ୧୦, ଭଦ୍ରକରୁ ୯, ଗଜପତିରୁ ୫, ବୌଦ୍ଧରୁ ୩ କେରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି କରୋନାରେ ଆଉ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୨୮୪ରେ ପହଞ୍ଚିଛି ।

ଦୀପିକାଙ୍କ ମ୍ୟାନେଜରଙ୍କ ଘରେ ଏନସିବି ଚଢଉ,ଚରସ ଓ ଭାଙ୍ଗ ତେଲ ଜବତ

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ଘର ଉପରେ ମଙ୍ଗଳବାର ରାତିରେ ଏନସିବି(ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଚଢାଉ କରିଛି । ଚଢାଉରୁ ୧.୭ ଗ୍ରାମ ଚରସ ଓ ଅତିକମରେ ଦୁଇ ବୋତଲ ଭାଙ୍ଗ ତେଲ(ସିବିଡି ଅଏଲ) ଜବତ ହୋଇଛି । କରିଶ୍ମା ପ୍ରକାଶଙ୍କୁ ଆଗରୁ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ଏନସିବି ପଚରାଉଚରା କରି ସାରିଛି ।

ଏହି ଚଢଉ ବାବଦରେ ସୂଚନା ଦେଇ ଏନସିବିର ଜଣେ ଅଧିକାରୀ କହିଛନ୍ତି ଯେ, ବଲିଉଡରେ ଡ୍ରଗ୍ସ ନେଟୱର୍କର ତଦନ୍ତ କାଳରେ ଜଣେ ଡ୍ରଗ୍ସ ପେଡଲର କରିଶ୍ମାଙ୍କ ନାମ ନେଇଥିଲା । ତେଣୁ ମଙ୍ଗଳବାର ଦିନ ତାଙ୍କ ଘର ଉପରେ ଚଢଉ ହୋଇଥିଲା ।

ଅଧିକାରୀଙ୍କ ଅନୁସାରେ ରେଡ୍ କାଳରେ କରିଶ୍ମା ଘରେ ନଥିଲେ । ଗୁରୁବାର ଦିନ ଅଧିକ ପଚରାଉଚରା ପାଇଁ କରିଶ୍ମାଙ୍କୁ ଏନସିବି ଅଫିସ ଆସିବାକୁ କୁହାଯାଇଛି । ତେବେ ବର୍ତ୍ତମାନ ତାଙ୍କ ଫୋନ୍ ସ୍ୱିଚ୍ ଅଫ୍ ଆସୁଥିବା ଜଣା ପଡିଛି । ସେ ଏବେ କେଉଁଠାରେ ଅଛନ୍ତି ସେ ବାବଦରେ ଏନସିବି ପାଖରେ କୌଣସି ସୂଚନା ନାହିଁ ।

ଏନସିବି ଅନୁସାରେ କରିଶ୍ମା ଏନଡିପିଏସ ଆଇନର ଧାରାର ଉଲ୍ଲଂଘନ କରିଛନ୍ତି । ଏମିତିରେ ତାଙ୍କ ବିରୋଧରେ ଏତଲା ଦାଏର ପୂର୍ବରୁ ତାଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆଯିବ । ତେବେ ଏପର୍ଯ୍ୟନ୍ତ ଏହି ମାମଲାରେ ଦୀପିକା ପାଦୁକୋନଙ୍କ ସଂପୃକ୍ତିର କୌଣସି ତଥ୍ୟ ମିଳିନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ମାସରେ ଦୀପିକା ଏନସିବି ସମ୍ମୁଖରେ ହାଜର ହୋଇଥିଲେ ।

ଓଡିଶାରୁ ସମ୍ପୂର୍ଣ୍ଣ ବିଦାୟ ନେଇଛି ମୌସୁମୀ, ସୁଲୁସୁଲିଆ ପବନ ସହ ଧିରେ ଧିରେ ପ୍ରବେଶ କରୁଛି ଶୀତ

ଭୁବନେଶ୍ୱର: ଓଡିଶାରୁ ସମ୍ପୁର୍ଣ୍ଣ ଅପସରି ଗଲା ମୌସୁମୀ । ଧିରେ ଧିରେ ଶୀତ ପ୍ରବେଶ କରୁଛି । ଓଡିଶାରୁ ସମ୍ପୂର୍ଣ୍ଣ ବିଦାୟ ନେଇଛି ମୌସୁମୀ । ଗତ ଦୁଇ ଦିନ ତଳେ ୮ ଜିଲ୍ଲାରୁ ମୌସୁମୀ ସଂପୂର୍ଣ୍ଣ ବିଦାୟ ନେଇସାରିଥିଲା । ଧୀରେ ଧୀରେ ରାଜ୍ୟ ରେ ଶୀତ ଅନୁଭବ ହେବାକୁ ଲାଗୁଛି । ଚଳିତ ବର୍ଷ ଜୁନ ପ୍ରଥମରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ୯୯ ପ୍ରତିଶତ ବର୍ଷା ହୋଇଛି । ଅନ୍ୟପଟେ ୧ ଜୁନରୁ ଅକ୍ଟୋବର ପର୍ଯ୍ୟନ୍ତ ୧୩୦୨.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ଠାରୁ ୪ ପ୍ରତିଶତ ରୁ ଅଧିକ ବର୍ଷା ରେକର୍ଡ ହୋଇଛି । ମାଲକାନଗିରି ଓ ଝାରସୁଗୁଡାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।

ଯେହେତୁ ଅକ୍ଟୋବରରେ ୩ ଟି ଲଘୁଚାପ ବର୍ଷା ହୋଇଛି ତେଣୁ କେବଳ ୭୧ ପ୍ରତିଶତ ବର୍ଷା ହୋଇଛି ଏହି ସମୟରେ ସ୍ୱଭାବିକ ଭାବେ ୧୨୫୦ ମିମି ବର୍ଷା ହୋ‌ଇଥାଏ । ତେବେ ଏଥର ୪% ଅଧିକ ବର୍ଷା ହୋଇଛି। ମାଲକାନଗିରି ଓ ଝାରସୁଗୁଡ଼ାରେ ଅଧିକ ପରିମାଣରେ ବର୍ଷା ହୋଇଛି। ଅକ୍ଟୋବର ୧ରୁ ୨୭ ମଧ୍ୟରେ ୭୧% ଅଧିକ ବର୍ଷା ହୋଇଛି। ୧୮ ଜିଲ୍ଲାରେ ଅତିପ୍ରବଳ ବର୍ଷା ହୋଇଥିବା ବେଳେ ୫ଟି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ଓ ୭ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ମୌସୁମୀ ବିଦାୟ ନେବା ସହ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି ।

ଏବେ ପାଗ ମୁଖ୍ୟତଃ ସ୍ୱାଭାବିକ ରହିବ। ଆଗକୁ ଧୀରେ ଧୀ‌ରେ ରାତିର ତାପମାତ୍ରା ଆହୁରି କମିବ। ଗତ ୨୪ ଘଣ୍ଟା‌ ମଧ୍ୟରେ ରାୟଗଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇଛି। ନ ହେଲେ ସାରା ରାଜ୍ୟରେ ପାଗ ଶୁଖିଲା ରହିଥିଲା। ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରି ରେକର୍ଡ କରାଯାଇଛି। ସୋନପୁରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୪.୨ ଡିଗ୍ରି ରହିଥିବା ବେଳେ ଅନୁଗୁଳରେ ୧୪.୬, ଦାରିଙ୍ଗବାଡ଼ିରେ ୧୫, ଭବାନୀପାଟଣାରେ ୧୫.୫, କୋରାପୁଟରେ ୧୫.୮, ଫୁଲୁବାଣୀରେ ୧୬, କେନ୍ଦୁଝରରେ ୧୬.୬ ଡିଗ୍ରି ରହିଥିଲା।