spot_img
Home Blog Page 6516

ଜଙ୍ଗଲ ଛାଡ଼ି କଙ୍କ୍ରିଟ ରାସ୍ତା ମୁହାଁ ଗଜରାଜ, ଫସଲ ନଷ୍ଟ କରୁଛନ୍ତି ରାସ୍ତ ଜଗୁଛନ୍ତି

ଆଠଗଡ଼: ଜଙ୍ଗଲ ଛାଡ଼ି କଙ୍କ୍ରିଟ ରାସ୍ତା ମୁହାଁ ଗଜରାଜ । ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣି ରେଞ୍ଜର ସୁନିଆ ମୁହଁ ରିଜର୍ଭ ଫରେଷ୍ଟ ୫୫ନମ୍ବର ଜାତୀୟ ରାଜପଥ ଉପରେ ହାତୀ ପଲ୍ଲ । ହାତୀ ପଲ ରାସ୍ତା ପାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଅନେକ ସମୟରେ ଏହି ହାତୀ ପଲ ରାସ୍ତା ଉପରେ ଚଳପ୍ରଚଳ କରିବାରୁ ୫୫ ନମ୍ବର ଜାତୀୟ ରାଜପଥ ଯାତାୟତ ସମୟରେ ଲୋକମାନେ ନାହିଁନଥିବା ସମସ୍ୟାରେ ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି ।

ଏଭଳି ଘଟଣା ଆଠଗଡ଼ ବାସିନ୍ଦାଙ୍କ ପାଇଁ ନୂଆ ନୁହେଁ । ଏହା ହେଉଛି ନିତିଦିନିଆ ଘଟଣା । ଅଧିକାଂଶ ସମୟରେ ରାସ୍ତା ଉପରେ ଅଟକି ରହୁଛନ୍ତି ହାତୀ ପଲ । ଯେଉଁଥିପାଇଁ ପ୍ରତ୍ୟେକ ସମୟରେ ଲୋକେ ହଇରାଣ ହେବା ସହ ଭୟରେ ରହୁଛନ୍ତି । ହାତୀ ପାଖ ଜଙ୍ଗଲରୁ ବାହାରି ଫସଲ ନଷ୍ଟ କରିବା ସହ ଘର ଭାଙ୍ଗୁଛନ୍ତି । ସେପଟେ ଫରେଷ୍ଟ ଅଧିକାରୀଙ୍କ ପାଖରେ ଅଧିକ ଅଧିକାରୀ ନଥିବାରୁ ଠିକ ସମୟରେ ହାତୀ ଘଉଡ଼ାଇବା ପାଇଁ ପହଞ୍ଚିପାରୁନାହାନ୍ତି ବୋଲି ସଫେଇ ଦେଇଛନ୍ତି ।

ଗୁମୁଡ଼ାରେ ୫୬୯କେଜି ଗଞ୍ଜେଇ ଜବତ କରିଛି ପୋଲିସ, ଜବତ ଗଞ୍ଜେଇର ମୂଲ୍ୟ ୫୬ଲକ୍ଷ ୯୦ହଜାର ଟଙ୍କା

ରାୟଗଡ଼ା: କରୋନା ସମୟରେ ବଢ଼ିବାରେ ଲାଗିଛି ଗଞ୍ଜେଇ ମାଫିଆଙ୍କ ରାଜ । ପ୍ରତି ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହେଉଛି । ହେଲେ ତଥାପି ସୁଧୁରୁନାହାନ୍ତି ଗଞ୍ଜେଇ ମାଫିଆ । ରାୟଗଡା ଜିଲ୍ଲା ଗୁମୁଡାରେ ମଙ୍ଗଳବାର ପାଇପରେ ଗଞ୍ଜେଇ ଚାଲାଣ ବେଳେ ଜବତ ହେଇଥିଲା । ୫୬୯କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଜବତ ଗଞ୍ଜେଇର ମୂଲ୍ୟ ୫୬ଲକ୍ଷ ୯୦ହଜାର ଟଙ୍କା ବୋଲି ଜଣାପଡ଼ିଛି ।

ଘଟଣାସ୍ଥଳରୁ ଗାଡି ଚାଳକ ଓ ହେଲ୍ପର ଫେରାର୍ ରହିଛନ୍ତି । ଟ୍ରକ ସହ ଗୋଟିଏ ଫୋନ୍ ଓ ଏଟିଏମ କାର୍ଡ ଜବତ କରିଛି ଗୁଣୁପୁର ପୋଲିସ । ଗତକାଲି ଖବର ପାଇ ଗୁଣୁପୁର ପୋଲିସ୍ ଗଞ୍ଜେଇ ଭର୍ତ୍ତି ଲୁହା ପାଇପ ବୋଝେଇ ଟ୍ରକ ଅଟକାଇ ଯାଞ୍ଚ କରିଥିଲା । ଟ୍ରକଟି ରାୟଗଡ଼ା ଓ ଗଜପତିରୁ ବାହାରି ଭାୟା ରାମନାଗୁଡା ଓ ଗୁମୁଡା ଦେଇ ଉତ୍ତରପ୍ରଦେଶ ଅଭିମୁଖେ ଯାତ୍ରା କରୁଥିଲା ।

ସୁନ୍ଦରଗଡ଼ରେ ନାବାଳିକାଙ୍କୁ ୫ ମାସ ବନ୍ଦ ଘରେ ରଖି ଦୁଷ୍କର୍ମ ଅଭିଯୋଗ

ସୁନ୍ଦରଗଡ଼: ରାଜ୍ୟରେ ବଢ଼ିଚାଲିଛି ଦୁଷ୍କର୍ମର ଦୁରାଚାର । କରୋନା କାଳରେ ଯୋଡ଼ି ହୋବାକୁ ଲାଗିଛି ଗୋଟଏ ପରେ ଗୋଟିଲ ଦୁଷ୍କର୍ମର କଳା ଫର୍ଦ୍ଦ । ନାବାଳିକାଙ୍କୁ ୫ମାସ ଏକ ବନ୍ଦ ଘରେ ରଖି ଦୁଷ୍କର୍ମ ଅଭିଯୋଗ । ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡିରେ ଏଭଳି ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ବନ୍ଦ ଘରେ ୫ମାସ ଅଟକ ରହିବା ପରେ ପୀଡିତା ନାବାଳିକା ଲୁଚି କରି ଆସି କୁଆଁରମୁଣ୍ଡା ଫାଣ୍ଡିରେ ଅଭିଯୋଗ କରିଥିଲେ ।

ଏହାପରେ ଅଭିଯୁକ୍ତ ଯୁବକ ରଞ୍ଜିତ ବଡାଇକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଯୁବକ ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାକୁ ଭୁଲାଇ ନେଇ ୫ ମାସ ଅଟକ ରଖି ଦୁଷ୍କର୍ମ କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । କୁଆଁରମୁଣ୍ଡା ଫାଣ୍ଡି ପୋଲିସ ପକ୍ଷରୁ ଘଟଣା ନେଇ ଅଧିକ ତଦନ୍ତ ଜାରି ରହିଛି।

ବିହାର ବିଧାନସଭା ନିର୍ବାଚନ: ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ୍, ୧୬ ଜିଲ୍ଲାର ୭୧ଟି ଆସନରେ ଚାଲିଛି ମତଦାନ

ବିହାର: କିଏ ମାରିବ ବିହାର ବାଜି । କରୋନା କଟକଣାରେ ଦେଶରେ ଆରମ୍ଭ ହୋଇଛି ନିର୍ବାଚନ । ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଥିଲା । ୧୬ଟି ଜିଲ୍ଲାର ୭୧ଟି ଆସନରେ ପ୍ରତିନିଧି ବାଛୁଛନ୍ତି ଭୋଟର । ନିର୍ବାଚନ ପାଇଁ ସବୁଦଳ ହାଇଭୋଲଟେଜ୍ ପ୍ରଚାର କରିଥିବା ବେଳେ ବିକାଶ ଓ ରୋଜଗାର ମୁଦ୍ଦାରେ ମୁହାଁମୁହିଁ ହୋଇଛନ୍ତି ଏନଡିଏ ଓ ମହାଗଠବନ୍ଧନ ପାର୍ଟି ।

ମଇଦାନରେ ଏନଡିଏ ଓ ଆରଜେଡି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ବିହାରରେ ମୋଟ ୨୪୩ଟି ଆସନ ପାଇଁ ୩ଟି ପର୍ଯ୍ୟାୟରେ ମତଦାନ ହେବ । ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ଆସନ୍ତା ୩ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ଜୋରଦାର ଚାଲିଛି ପ୍ରଚାର । ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ ୧୦୬୬ ଜଣ ପ୍ରାର୍ଥୀ ବୈଦାନରେ ଅଛନ୍ତି । ସେମାନଙ୍କୁ ୨.୧୪ କୋଟିରୁ ଅଧିକ ଭୋଟର ଭୋଟ୍ ଦେଉଛନ୍ତି । ମତଦାନ ଚାଲିଥିବା ୭୧ ଆସନ ମଧ୍ୟରୁ ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାଗଠବନ୍ଧନ ପକ୍ଷରୁ ଆରଜେଡି ୪୨ଟି ଆସନରେ ନିର୍ବାଚନ ଲଢୁଛି । କଂଗ୍ରେସ ୨୧ ଓ ସିପିଆଇ ୮ଟି ଆସନରେ ମୁକାବିଲା କରୁଛି । ସେହିପରି ନୀତୀଶଙ୍କ ନେତୃତ୍ୱାଧୀନ ଏନଡିଏ ପକ୍ଷରୁ ଜେଡିୟୁ ୩୫ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ସହଯୋଗୀ ବିଜେପି ୨୯, ଜିତନ୍ ରାମ୍ ମାନ୍‌ଝିଙ୍କ ହିନ୍ଦୁସ୍ତାନ ଆଓ୍ୱାମ ମୋର୍ଚ୍ଚା ୬ଟି ଆସନରେ ଲଢୁଛି ।

ଭୋଟରଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏକ ସ୍ୱତନ୍ତ୍ର ଆବେଦନ କରିଛନ୍ତି । ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ ଏଥର ଆପଣଙ୍କର ଭୋଟ୍ ନ୍ୟାୟ, ରୋଜଗାର, କୃଷକ-ଶ୍ରମିକଙ୍କ ପାଇଁ ହେବା ଉଚିତ । ବିହାର ଭୋଟିଂର ପ୍ରଥମ ପର୍ଯ୍ୟାୟରେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ।

ବିହାର ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ଏକ ବିଶେଷ ଆବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ବିହାର ବିଧାନସଭା ନିର୍ବାଚନରେ ​​ଆଜି ପ୍ରଥମ ପର୍ଯ୍ୟାୟ ମତଦାନ । ମୁଁ ସମସ୍ତ ଭୋଟରଙ୍କୁ ଅନୁରୋଧ କରୁଛି ଯେ କୋଭିଡ ସହ ଜଡ଼ିତ ସତର୍କତା ଅବଲମ୍ବନ କରି ଗଣତନ୍ତ୍ରର ଏହି ପର୍ବରେ ସେମାନଙ୍କର ଅଂଶଗ୍ରହଣ ନିଶ୍ଚିତ କରନ୍ତୁ । ସାମାଜିକ ଦୂରତା ରଖନ୍ତୁ, ମାସ୍କ ପିନ୍ଧନ୍ତୁ ।

ପୋଲିସ ଆଗରେ ତୋସିଫ ଖୋଲିଲେ ନିକିତାଙ୍କୁ ଜଘନ୍ୟ ହତ୍ୟାର କାରଣ, କହିଲେ ଏହା ମୋ ଗିରଫ ହେବାର ବଦଲା

ନୂଆଦିଲ୍ଲୀ: ହରିୟାଣାର ବଲଭଗଡରେ ନିକିତାଙ୍କୁ ଗୁଳି କରି ହତ୍ୟା ଘଟଣା । ହତ୍ୟା କରିଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ତୋସିଫଙ୍କ ସମେତ ପୋଲିସ ଉଭୟ ଦୁଇ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ପରେ ପୋଲି ସେମାନଙ୍କ ଠାରୁ ହତ୍ୟାର କାରଣ କଣ ଜାଣିବାକୁ ପାଇଥିଲା । ତେବେ ଜେରା ପରେ ସେମାନେ କାହିଁକି ନିକିତାଙ୍କୁ ହତ୍ୟା କଲେ ତାହା ପୋଲିସ ଆଗରେ ସ୍ୱୀକାର କରିଛନ୍ତି । ଏଇ କିଛି ଦିନ ହେବ ତୋସିଫ ଫୋନରେ କଥା ହେଉଥିବା ମଧ୍ୟ କହିଛି ଅଭିଯୁକ୍ତ । ବିଚ ରାସ୍ତା ଉପରେ ଏଭଳି ହତ୍ୟା ପରେ ଏବେ ଦିଲ୍ଲୀରେ ପରିସ୍ଥିତି ବହୁତ ଜଟିଳ ରହିଛି । ସମସ୍ତଙ୍କ ମନରେ ଏବେ ନ୍ୟାୟର ନିଆଁ ଜଳୁଛି । ପୀଡିତାଙ୍କ ପରିବାର କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାକୁ ଓହ୍ଲାଇଛି । ତେବେ ଖାଲି ପୀଡ଼ିତାଙ୍କ ପରିବାର ନୁହେଁ । ପୁରା ଦିଲ୍ଲୀ ଏବେ ନ୍ୟାୟର ଦାବିରେ ରାସ୍ତାକୁ ଓହ୍ଲାଇଛି । ‘ଆମକୁ ନ୍ୟାୟ ଦରକାର’ ଏଭଳି ଦାବିରେ ଏବେ ପୁରା ଦିଲ୍ଲୀ ଥରୁଛି ।

ତେବେ ଅଭିଯୁକ୍ତ ତୋସିଫ ନିଜ ଅପରାଧ ସ୍ୱୀକାର କରିଛି । ସେ କହିଛି ଯେ ମୁଁ ତାଙ୍କୁ ହତ୍ୟା କରିଛି କାରଣ ସେ ଅନ୍ୟ କାହାକୁ ବିବାହ କରିବାକୁ ଯାଉଥିଲା । ତୋସିଫ ଏହା ମଧ୍ୟ ସ୍ୱୀକାର କରିଛି ଯେ ୨୪ ଏବଂ ୨୫ ତାରିଖରେ ଲମ୍ବା ସମୟ ଧରି ଦୁହିଁଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ହୋଇଥିଲେ । ତୋସିଫ ଏହା ମଧ୍ୟ କହିଛିକି ତାଙ୍କୁ ପୂର୍ବରୁ ଗିରଫ କରାଯାଇଥିବାରୁ ସେ ଡାକ୍ତରୀ ଅଧ୍ୟୟନ କରିପାରିନଥିଲେ । ସେଥିପାଇଁ ସେ ନିକିତାଙ୍କଠାରୁ ପ୍ରତିଶୋଧ ନେବାକୁ ଚାହୁଁଥିଲେ । ସେଥିପାଇଁ ବିଚ ରାସ୍ତା ଉପରେ ନିକିତାଙ୍କୁ ଗୁଳିକରି ହତ୍ୟା କଲେ ।

ସୂଚନା ଅନୁଯାୟୀ, ରୋଜକା ମେଓର ବାସିନ୍ଦା ତୋସିଫ ନିକିତାଙ୍କ ସହ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ତୋସିଫ ଅନେକ ସମୟରେ ନିକିତାଙ୍କୁ ତାଙ୍କର ସାଙ୍ଗ ହେବା ପାଇଁ ବାଧ୍ୟ କରୁଥିଲେ । ଏନେଇ ନିକିତାଙ୍କୁ ୨୦୧୮ ମସିହାରେ ଅଭିଯୁକ୍ତ ଅପହରଣ ମଧ୍ୟ କରିଥିଲା । କିନ୍ତୁ ଗାଁ ପଞ୍ଚାୟତରେ ଏହାର ସମାଧାନ ହୋଇଥିଲା । ଏହା ପରେ ମଧ୍ୟ ତୋସିଫର ହଇରାଣ କରିବା ଆଚରଣ କମିନଥିଲା । ଯେଉଁଥିପାଇଁ ୨୦୧୮ରେ ତୋସିଫ ବିରୁଦ୍ଧରେ ଥାନାରେ ଏଫ୍‌ଆଇଆର ଦିଆଯାଇଥିଲା । ଯାହାପରେ ପୋଲିସ ଅଭିଯୁକ୍ତ ତୋସିଫକୁ ଗିରଫ କରିଥିଲା ।

ଜେଲରୁ ରିହା ହେବା ପରେ ତୋସିଫ କିଛି ଦିନ ହଇରାଣ କରିନଥିଲା । କିନ୍ତୁ ଗତ ସୋମବାର ସନ୍ଧ୍ୟାରେ ନିକିତା କିଛି ଦରକାରି କାଗଜ ନେଇ ବାହାରକୁ ଯାଉଥିଲା ବେଳେ ରାସ୍ତାରେ ଜଗିଥିଲା ତୋସିଫ । ଅପହରଣ ପାଇଁ କାର ଭିତରକୁ ଟାଣିବାକୁ ଲାଗିଲେ । ତେବେ ନିକିତା କାରକୁ ନଯିବାରୁ ତୋସିଫ ତାଙ୍କୁ ବିଚ ରାସ୍ତା ଉପରେ ଗୁଳିକରି ହତ୍ୟା କରିଥିଲା ।

ସରଗରମ ଉପନିର୍ବାଚନ ମାହୋଲ, ଆଜି ତିର୍ତ୍ତୋଲ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

ତିର୍ତ୍ତୋଲ: ଆଜି ତିର୍ତ୍ତୋଲରେ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିର୍ତ୍ତୋଲ ବିଧାନସଭା କ୍ଷେତ୍ରର ଏକାଧିକ ସ୍ଥାନରେ ଭର୍ଚ୍ଚୁଆଲ ମୋଡରେ ପ୍ରଚାର କରିବେ ନବୀନ । ଗୋଟିଏ ସମୟରେ ସବୁସ୍ଥାନର ଭୋଟର୍‌ଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭୋଟରମାନେ ଯେପରି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ପାଇପାରିବେ ସେନେଇ ସମସ୍ତ ପ୍ରସ୍ତୁତି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତପୂର୍ବରୁ ବିଜେଡି ପ୍ରାର୍ଥୀ ବିଜୟଶଙ୍କର ଦାସଙ୍କ ପାଇଁ ହେଭିଓ୍ୱେଟ ନେତା ପ୍ରଚାର ଜାରି ରଖିଛନ୍ତି  । ଉପନିର୍ବାଚନ ପୂର୍ବରୁ ଦିନକୁ ଦିନ ବିଜେଡି ଶକ୍ତିଶାଳି ହେଉଛି । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ, ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ମଧ୍ୟ ପ୍ରଚାର ମଇଦାନରେ ସକ୍ରିୟ ଅଛନ୍ତି ।

ସେପଟେ ଆସନ୍ତାକାଲି ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ ନବୀନ । ବାଲେଶ୍ୱରର ସିଦ୍ଧି କଲ୍ୟାଣମଣ୍ଡପ, ଆଇଟିଆଇ ପଡ଼ିଆ ସମେତ ବିଭିନ୍ନ ସ୍ଥାନରେ ଭୋଟରଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ପ୍ରଚାର ପୂର୍ବରୁ ଚାଲିଛି ସବୁଦଳର ହାଇଭୋଲଟେଜ ପ୍ରଚାର । ବିଜେଡି ତରଫରୁ ବିରାଟ୍ ରୋଡ୍ ଶୋ କରି ବଳ ଦେଖାଇଛି ବିଜେଡି । ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ଦଳର ବରିଷ୍ଠ ନେତାମାନେ ପଞ୍ଚାୟତ ପଞ୍ଚାୟତ ବୁଲି ଭୋଟ୍‌ ଭିକ୍ଷା କରୁଛନ୍ତି। ସେପଟେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ପାଇଁ ମଧ୍ୟ ଦଳର ହେବିଓ୍ବେଟ୍ ମାନେ ପ୍ରଚାର କରିଛନ୍ତି ।

ଏହି ରାଶିର ଲୋକେ ଆଜି ଅସମ୍ମାନିତ ହେବେ, ଜାଣନ୍ତୁ

ରାଶିଫଳ- ମଙ୍ଗଳବାର-୨୭-୧୦-୨୦

୨୭ ଅକ୍ଟୋବର,ମଙ୍ଗଳବାର,୨୦୨୦

ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥି,୧୦ଟା ୫୦ ପର୍ଯ୍ୟନ୍ତ

ଶତଭିଷା ନକ୍ଷତ୍ର ସକାଳ ୬ଟା ୩୯ ପର୍ଯ୍ୟନ୍ତ

ଏହାପରେ ପୂର୍ବଭାଦ୍ର ନକ୍ଷତ୍ର

ସୂର୍ଯ୍ୟ ତୁଲା ରାଶିରେ ଏବଂ ଚନ୍ଦ୍ର କୁମ୍ଭ ରାଶିରେ ଅବସ୍ଥିତ

ଯୋଗିନୀ ଆଗ୍ନେୟ ଦିଗରେ ଦିନ ୧୦ଟା ୫୦ ପର୍ଯ୍ୟନ୍ତ ରହିବେ

ଏହାପେର ନୈଋତକୁ ଗତି କରିବେ

ଏହି ଦିଗକୁ ଯାତ୍ରା ନିଷେଧ

ଶୁଭ ସମୟ- ସକାଳ ୯ଟା ୩୭ ରୁ ଦିନ ୧୦ଟା ୨୨ ପର୍ଯ୍ୟନ୍ତ

ସନ୍ଧ୍ୟା ୭ଟା ୪୫ ରୁ ରାତି ୧୧ଟା ୦୫ ମଧ୍ୟରେ

ଅଶୁଭ ସମୟ- ଦିନ ୨ଟା ୨୨ ରୁ ଦିନ ୩ଟା୪୮ ମଧ୍ୟରେ

ଘାତଚନ୍ଦ୍ର- ଧନୁ ରାଶିର ପୁରୁଷ,ତୁଳା ରାଶିର ମହିଳାଙ୍କର

ପୁଷ୍କର ଦୋଷ-୧ ପାଦ ଦିନ ୬ଟା ୩୯ ମଧ୍ୟରେ ଏବଂ ଦିନ ୧୦ଟା ୫୫ ମଧ୍ୟରେ

୨ ପାଦ ପୁଷ୍କର ଦୋଷ ଲାଗୁଛି

ଏବଂ ଦିନ ୧୦ଟା ୫୦ ପରେ ୩ ପାଦ ଦୋଷ ଲାଗୁଛି

ପ୍ରତିକାର ପାଇଁ ଭୂମି,ଅନ୍ନ,ତିଳକାଞ୍ଚନ ଦାନ କରନ୍ତୁ

ମେଷ ରାଶି

ଅଶ୍ୱିନୀ- କୌଣସି ଗୁରୁଜନଙ୍କ ସହ ମତାନ୍ତର ହୋଇପାରେ

ଦ୍ୱିଜା- ବହୁ ଦିନରୁ ଚିନ୍ତିତ ଥିବା କାର୍ଯ୍ୟରେ ସଫଳ ହେବେ

କୃତ୍ତିକା- ବନ୍ଧୁଙ୍କୁ ସାହାଯ୍ୟ କରି ମଧ୍ୟ ଅସମ୍ମାନିତ ହେବେ

ନାରଙ୍ଗ ରଙ୍ଗର ବ୍ୟବହାର ଅଧିକ କରନ୍ତୁ

ବୃଷ ରାଶି

କୃତ୍ତିକା- ବହୁତି ଦୁଃଶ୍ଚିନ୍ତା ଭିତରେ ଶରୀର ଖରାପ ରହିପାରେ

ରୋହିଣୀ- ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଭଲ

ମୃଗଶିରା- ନୂଆ କାର୍ଯ୍ୟରେ ଯୋଗ ଦେଇଥିବା ବ୍ୟକ୍ତିମାନଙ୍କ ପାଇଁ ପ୍ରତିଦ୍ୱନ୍ଦିତାର ଦିନ

ଗାଈକୁ ହଳଦିଆ ଖେଚଡି ଖାଇବାକୁ ଦିଅନ୍ତୁ

ମିଥୁନ ରାଶି

ମୃଗଶିରା- ଶାରିରୀକ ଅସୁସ୍ଥତା ଯୋଗୁ ସମସ୍ତ କାର୍ଯ୍ୟରେ ଅସଫଳ ହେବେ

ଆର୍ଦ୍ରା- ନବ ଦମ୍ଫତିମାନଙ୍କ ପାଇଁ ଦିନଟି ଭଲ ରହିବ

ପୁନର୍ବସୁ- ଭଉଣୀଙ୍କ ପାଇଁ ଚିନ୍ତାରେ ରହିବେ, ଶରୀର ଖରାପ ରହିପାରେ

ତୁଳସୀ ଚଉରା ମୂଳରେ ଚମ୍ପା ଫୁଲ ସହିତ ଖଇ ଅର୍ପଣ କରନ୍ତୁ

କର୍କଟ ରାଶି

ପୁନର୍ବସୁ- ଧାର କରଜ ହୋଇପାରନ୍ତି, ଖର୍ଚ୍ଚାନ୍ତ ମଧ୍ୟ ହୋଇପାରନ୍ତି

ପୁଷ୍ୟା- ମା’ ଙ୍କର କୃପା ଲାଭା ସହ କିଛି ଅର୍ଥ ମଧ୍ୟ ପାଇବେ

ଅଶ୍ଲେଷା- ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁଦିନଟି ଭଲ

ସ୍ନାନ ଜଳରେ କିଛି କଞ୍ଚା କ୍ଷୀର ମିଶାଇ ସ୍ନାନ କରନ୍ତୁ

ସିଂହ ରାଶି

ମଘା- ଅନ୍ୟକୁ ସାହାଯ୍ୟ ସହଯୋଗ କରିଲେ ବି କିଛି ଫାଇଦା ହେବ ନାହିଁ

ପୂର୍ବାଫାଲଗୁନି- ବହୁ ଦିନରୁ କୌଣସି ଚେଷ୍ଟା କରୁଥିବା କାର୍ଯ୍ୟରେ ସହଯୋଗ ପାଇବେ

ଉତ୍ତରାଫାଲଗୁନି- ବଡ ଭାଇଙ୍କ ସହିତ ଅର୍ଥଜନିତ ସମସ୍ୟାକୁ ନେଇମତାନ୍ତର ହୋଇପାରେ

କଳା ରଙ୍ଗର ବ୍ୟବହାର କରନ୍ତୁ ନାହିଁ

କନ୍ୟା ରାଶି

ଉତ୍ତରାଫାଲଗୁନି- ଦିନଟି ମଧ୍ୟମ ଧରଣର ରହିବ, କର୍ମକ୍ଷେତ୍ରରେ ସଚେତନ ରୁହନ୍ତୁ

ହସ୍ତା- କର୍ମକ୍ଷେତ୍ର, ପରିବାରର କାମ କରି ପ୍ରଶଂସା ପାଇବେ

ଚିତ୍ରା- ଛୋଟ କଥାକୁ ନେଇ ବିବାଦୀୟ ପରିସ୍ଥିତି ହୋଇପାରେ

ହନୁମାନ ଚାଳିଶା ପାଠ କରନ୍ତୁ

ତୁଳା ରାଶି

ଚିତ୍ରା- ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଖରାପ ରହିବ

ସ୍ୱାତୀ- ଗବେଷଣାରତ ବ୍ୟକ୍ତିମାନଙ୍କ ପାଇଁ ଦିନଟି ଭଲ ରହିବ

ବିଶାଖା- ଶରୀର କଷ୍ଟ ରହିବ, ପୀଡା ଅଧିକ ରହିବ

ମହାଦେବଙ୍କ ମନ୍ଦିରରେ ଘିଅ ଦୀପରେ ମିଶ୍ରି ରଖି ଜାଳନ୍ତୁ

ବିଛା ରାଶି-

ବିଶାଖା-ପରିବାର ଲୋକଙ୍କ ସହ ମତାନ୍ତର ହୋଇପାରେ

ଅନୁରାଧା- ଭାଇଙ୍କର ସାହାଯ୍ୟ ପାଇ ସମସ୍ୟାର ସମାଧାନ କରିପାରନ୍ତି

ଜ୍ୟୋଷ୍ଠା- ଆର୍ଥିକ ପରିସ୍ଥିତି ସୁଧାରିବା ସହ ପରିବାରରେ ଶାନ୍ତି ଶୃଙ୍ଖଳା ରହିବ

ସନ୍ଧ୍ୟାରେ ହନୁମାନ ଚାଳିଶା ପାଠ ସହ ଗାଈକୁ ଖାଇବାକୁ ଦିଅନ୍ତୁ

ଧନୁ ରାଶି-

ମୂଳା- ଅଧିକ ଖର୍ଚ୍ଚ ଯୋଗୁ ଚିନ୍ତା ବଢିଯିବ

ପୂର୍ବାଷାଢା-ପରିବାର ମଧ୍ୟରେ ହସଖୁସିରେ ଦିନଟି କଟିବ

ଉତ୍ତରାଷାଢା- ସଚେତନ ରୁହନ୍ତୁ,କୌଣସି ଜିନିଷ ହଜିଯାଇପାରେ

ପକ୍ଷୀମାନଙ୍କୁ ଗହମ ଖାଇବାକୁ ଦିଅନ୍ତୁ

ମକର ରାଶି-

ଉତ୍ତରାଷାଢା- ନିଜର ସଂପର୍କୀୟଙ୍କର ଶରୀର ଅସୁସ୍ଥ ଯୋଗୁ ଚିନ୍ତାରେ ରହିପାରନ୍ତି

ଶ୍ରବଣା- ଯେଉଁମାନଙ୍କର ଭୂମି ସମ୍ବନ୍ଧୀତ ସମସ୍ୟା ରହିଛି, ତାହା ଆଜି ସମାଧାନ ହୋଇଯିବ

ଧନିଷ୍ଠା- ପିତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିବା ସହ ଆର୍ଥିକ ପରିସ୍ଥିତି ମଧ୍ୟ ସୁଧୁରି ଯିବ

ଓସ୍ତ ଗଛରେକ୍ଷୀର,ଗୁଡ ମିଶାଇ ଅର୍ପଣ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ଶରୀର କଷ୍ଟ ରହିବ, ଜଗିରଖି ଚଳନ୍ତୁ

ଶତଭିଷା- କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବା ସହ ପରିବାରରେ ସ୍ନେହ,ଶ୍ରଦ୍ଧା ପାଇବେ

ପୂର୍ବଭାଦ୍ର- ରାସ୍ତାରେ କିଚି ଅସୁବିଧା ହୋଇପାରେ, ଜଗି ରଖି ଚଳନ୍ତୁ

ହଳଦିଆ ଲଡୁ ପ୍ରଭୁ ଗଣେଶଙ୍କୁ ଅର୍ପଣ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ର- ଅଧିକ ପରିଶ୍ରମ କରିଲେ ବି ସଫଳତା ପାଇବେ ନାହିଁ

ଉତ୍ତରଭାଦ୍ର- ବନ୍ଧୁ ମିଳନ ସହ ପ୍ରୀତି ଭୋଜନର ଯୋଗ ରହିଛି

ରେବତୀ- ଶରୀର କଷ୍ଟରୁ ଉପଶମ ପାଇବେ

ଘରୁ ବାହାରିବା ପୂର୍ବରୁ ଦହି, ମିଶ୍ରି ଖାଆନ୍ତୁ

 

ଜ୍ୟୋତିର୍ବିଦ୍ ସନ୍ଧ୍ୟାରାଣୀ ମିଶ୍ର

ଯୋଗାଯୋଗ ନମ୍ବର-୮୪୫୬୦୧୪୪୭୭

IPL 2020 : ଦିଲ୍ଲୀ କ୍ୟାପିଟାଲ୍ସକୁ ୮୮ ରନ୍ ରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ

0

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ ର ଏକ ମ୍ୟାଚରେ ହାଇଦ୍ରାବାଦ ଦଳ ଦିଲ୍ଲୀକୁ ୮୮ ରନରେ ହରାଇଛି । ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ୨୦ ଓଭରରେ ୨ ଉଇକେଟ ହରାଇ ୨୧୯ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଡେଭିଡ ୱାର୍ଣ୍ଣର ୩୪ ବଲ୍ ରୁ ୬୬ ରନ ସଂଗ୍ରହ କରିଥିଲେ । ଏଥିରେ ୨ ଛକା, ୮ ଚୌକା ସାମିଲ ଥିଲା । ସେହିପରି ରିଦ୍ଦିମାନ ଶାହ ୪୫ ବଲରୁ ୫୭ ରନ୍ ସଂଗ୍ରହ କରିଥିଲେ । ସେ ୨ ଛକା ଏବଂ ୧୨ ଚୌକା ମାରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନୀଷ ପାଣ୍ଡେ ୩୧ ବଲରୁ ୪୪ ରନ୍ ସଂଗ୍ରହ କରିଥିଲେ । ସେ ଗୋଟିଏ ଛକା ଏବଂ ୪ଟି ଚୌକା ମାରିଥିଲେ । କେନ ୱିଲିୟମ୍ସ ମଧ୍ୟ ୧୧ ରନର ଯୋଗଦାନ କରିଥିଲେ । ଦିଲ୍ଲୀ ପକ୍ଷରୁ ୧୧ ରନ ଅତିରିକ୍ତ ଭାବେ ବ୍ୟୟ କରାଯାଇଥିଲା । ଦିଲ୍ଲୀ ପକ୍ଷରୁ ଅଶ୍ୱିନୀ ଏବଂ ନଟରେଜ ମାତ୍ର ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ ।

ଏହାର ଜବାବରେ ଦିଲ୍ଲୀ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର କୌଣସି ଖେଳାଳି ବଡ଼ ସ୍କୋର ଖେଳି ନ ଥିଲେ । ଏହି ପରି ଭାବେ ତାସର ଘର ପରି ଦିଲ୍ଲୀର ବ୍ୟାଟିଂ ଲାଇନ ଅପ୍ ଭୁଶୁଡି ପଡ଼ିଥିଲା । ଦଳ ପକ୍ଷରୁ ଓପନର ରାହାନେ ୨୬, ଧାୱନ ୦ ରନ୍ କରିଥିଲେ । ସେହିପରି ଷ୍ଟଏନିସ ୫, ହ୍ୱେଟମାର ୧୬ ରନ ଯୋଡିଥିଲେ । ରିଷଭ ପନ୍ଛ ୩୬, ଆୟର ମାତ୍ର ୭ ରନ୍ କରିଥିଲେ ।   ଏହିପରି ଭାବେ ଦିଲ୍ଲୀ ୧୩୧ରନରେ ଅଲଆଉଟ ହୋଇଯାଇଥିଲା ।

ବିବାଦ ପରେ ପଦ ଛାଡିଲେ

ନୂଆଦିଲ୍ଲୀ: ଭାରତ ଫେସବୁକ୍ ପଲିସି ମୁଖ୍ୟ ଅଙ୍ଖି ଦାସ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଜନସେବା କ୍ଷେତ୍ରରେ ନିଜ ପାଇଁ ସୁଯୋଗ ଖୋଜିବା ଉଦ୍ଦେଶ୍ୟରେ ସେ ଏଭଳି କରିଥିବା ସୂଚନା ମିଳିଛି । ଫେସବୁକ ପରିଚାଳନା ନିର୍ଦ୍ଦେଶକ ଅଜିତ ମୋହନ ଏସମ୍ୱନ୍ଧିତ ସୂଚନା ଗଣମାଧ୍ୟମକୁ ଦେଇଛନ୍ତି । ସେ କହିଛନ୍ତି ଭାରତରେ ଫେସବୁକକୁ ସକ୍ରିୟ କରିବାରେ ଅଙ୍ଖିଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଥିଲା ।

କମ୍ପାନୀର ପ୍ରଗତୀ ପାଇଁ ଗଲା ୯ ବର୍ଷ ଧରି ସେ ନିରନ୍ତ ଭାବେ ପ୍ରଚେଷ୍ଟା କରୁଥିଲେ । ତାଙ୍କ ଚେଷ୍ଟାର ଫଳ ମଧ୍ୟ କମ୍ପାନୀକୁ ମିଳିଛି । ଫେସବୁକର ପୂରା ଟିମ୍ ତାଙ୍କ ଅବଦାନକୁ ସମ୍ମାନ ଦେବା ସହ ତାଙ୍କର ଆଗାମୀ ଭବିଷ୍ୟତ ସଫଳ ହେଉ ବୋଲି କାମନା କରୁଛି । ଉଲ୍ଲେଖଯୋଗ୍ୟ ଅଙ୍ଖି ଦାସ ବିଗତ ଦିନରେ ଚର୍ଚ୍ଚାରେ ଥିଲେ । ଫେସବୁକ ଭାରତରେ ଭାଜପା ସରକାରକୁ ସମର୍ଥନ କରୁଥିବା ଓ ଭାଜପା ସମର୍ଥିତ ହିଂସାତ୍ମକ ବିଷୟବସ୍ତୁ ପ୍ରୋତ୍ସାହନ ଦେଉଥିବାର ଆରୋପ ତାଙ୍କ ଉପରେ ଲାଗିଥିଲା ।

ଫେସବୁକର ପଲିସି ଦାୟିତ୍ୱରେ ଥିବା ଅଙ୍ଖି ଦାସଙ୍କ ସଂସଦୀୟ କମିଟି ଜେରା ମଧ୍ୟ କରିଥିଲା । ତେବେ ଓ୍ୱାଲ ଷ୍ଟ୍ରିଟ୍ ଜର୍ନାଲରେ ରିପୋର୍ଟ ପ୍ରକାଶ ପାଇବା ପରେ ଭାରତରେ ଏହି ବିବାଦ ଜୋର ଧରିଥିଲା । ୨୦୧୪ ନିର୍ବାଚନ ପରେ ଅଙ୍ଖି ବିଜେପି ସରକାର ସପକ୍ଷରେ ପୋଷ୍ଟ କରିଥିବା ଅଭିଯୋଗ ମଧ୍ୟ ତାଙ୍କ ସହ ଯୋଡି ହୋଇ ରହିଛି ।

ନିର୍ବାଚନର କେଇ ଘଣ୍ଟା ପୂର୍ବରୁ ପୁଷ୍ପମ ପ୍ରିୟାଙ୍କ ନିକଟରେ ପହଞ୍ଚିଲା ପୋଲିସ୍, ଆଉ ତା’ ପରେ…

ପାଟନା: କରୋନା କାଳରେ ବିହାର ନିର୍ବାଚନ ହେବ କି ନାହିଁ, ସେ ନେଇ ସନ୍ଦେହ ରହିଥିଲା । ରାଜନୈତିକ ଦଳମାନେ କିପରି ରଣନୀତି ପ୍ରସ୍ତୁତ କରିବେ, ତାହା ମଧ୍ୟ ଜାଣି ପାରୁ ନ ଥିଲେ । ହେଲେ ଏହି ସମୟରେ ବିହାରରେ ଚର୍ଚ୍ଚିତ ଏକ ବିଜ୍ଞାପନ । ଯାହା ସବୁ ଖବର କାଗଜର ପ୍ରଥମ ପୃଷ୍ଠାରେ ଦିଆଯାଇଥିଲା । ଏଥିରେ ଦିଶୁ ଥିବା ଜଣେ କଳାରଙ୍ଗର ପୋଷାକ ପିନ୍ଧୁଥିବା ମହିଳା ନିଜକୁ ନୀତିଶଙ୍କ ବିକଳ୍ପ ବୋଲି ଘୋଷଣା କରିଥିଲେ । ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରି ବିହାର ପଲିଟିକ୍ସକୁ ଲମ୍ଫ ମାରିଥିଲେ ।

ଦିନ ଗଡିବା ସହ ଗଣମାଧ୍ୟମରେ ପରିଚିତ ହେଲେ ମହିଳା ଜଣଙ୍କ । ଯାହାଙ୍କ ନାମ ପୁଷ୍ପମ ପ୍ରିୟା । ଦଳ ପ୍ଲୁରାଲ୍ସ ପାର୍ଟି । ଜାତି, ଧର୍ମ, ଅଞ୍ଚଳର ରାଜନୀତି ନୁହେଁ । ଅର୍ଥନୀତି ଏବଂ ବ୍ୟବସ୍ଥାଗତ ସଂସ୍ଥାର ରାଜନୀତି । ହେଲେ ବିହାରରେ କେତେ ଫଳପ୍ରଦ ହେବ ଏହି ରାଜନୀତି । ସେ ଯାହା ବି ହେଉ ୨୦୨୦ର ବିହାର ରାଜନୀତିରେ ଗ୍ଲାମର ଆଣିଛନ୍ତି ପୁଷ୍ପମ ।

Who Is Pushpam Priya Chowdhary Bihar Election Politics Eeducation Plurals Party

ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ କେଇ ଘଣ୍ଟା ବାକି ରହିଛି । ହେଲେ ତାହା ପୂର୍ବରୁ ପାଟନା ପୋଲିସ ହଠାତ ପହଞ୍ଚିଥିଲା ପୁଷ୍ପମଙ୍କ ନିକଟରେ । ଆଉ କରିଥିଲା ତାଙ୍କୁ ଗିରଫ । ପୁଷ୍ପମ ବିହାରରେ ନିର୍ବାଚନ ପ୍ରକ୍ରିୟାକୁ ନେଇ ଅସନ୍ତୁଷ୍ଟ ଥିଲେ । ଅବାଧ ନିର୍ବାଚନ ପରିଚାଳନା ପାଇଁ ରାଜ୍ୟରେ ତୁରନ୍ତ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଦାବି କରିଥିଲେ । ଆଉ ଏହି ଦାବିକୁ ଜଣାଇବା ପାଇଁ ରାଜଭବନ ଅଭିମୁଖେ ବାହାରିଥିଲେ । ଏହି ସମୟରେ ତାଙ୍କୁ ଗିରଫ କରାଯାଇଥିଲା ।

Who Is Pushpam Priya Chowdhary Bihar Election Politics Eeducation Plurals Party