spot_img
Home Blog Page 6517

କରୋନା ସ୍ଥିତି ସମ୍ପର୍କରେ ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ; ଦେଶରେ କରୋନା ସମ୍ୱନ୍ଧୀତ A2Z ସୂଚନା

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣର ମାତ୍ରା କ୍ରମାଗତ ଭାବେ ନିୟନ୍ତ୍ରଣକୁ ଫେରୁଛି । ଯାହା ଦେଶ ପାଇଁ ଏକ ଶୁଭ ସଙ୍କେତ । ତେବେ ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶର କରୋନା ସ୍ଥିତି ସମ୍ପର୍କରେ ଆଜି ଏକ ରିପୋର୍ଟ ପ୍ରକାଶ କରାଯାଇଛି । ବିଭାଗ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ସବିଶେଷ ସୂଚନା ଦିଆଯାଇଛି । ଶେଷ ୨୪ ଘଣ୍ଟା ମଧ୍ୟରେ ୩୬ ହଜାର ୪୬୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ ଜୁଲାଇ ପରଠାରୁ ଗୋଟିଏ ଦିନରେ ଏତେ କମ୍ ସଂଖ୍ୟକ କରୋନା ସଂକ୍ରମିତ ଦିନକରେ ଚିହ୍ନଟ ହୋଇନଥିଲେ । ତେଣୁ ଦେଶ ପାଇଁ ଏହା ଏକ ବଡଧରଣର ସଫଳତା ଅଟେ ।

ଉକ୍ତ ପ୍ରେସ ବିଜ୍ଞପ୍ତିରେ ଆଲୋଚନା କରାଯାଇଥିବା କିଛି ପ୍ରମୁଖ ବିନ୍ଦୁ :

୧. ଦେଶର ସମୁଦାୟ ସଂକ୍ରମଣର ୭୮ ପ୍ରତିଶତ କେବଳ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଚିହ୍ନଟ ହୋଇଛି ।

୨. ଶେଷ ୨୪ ଘଣ୍ଟାରେ ୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୫୮ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୩. ପାର୍ବଣ ଋତୁରେ କେରଳ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବଢିଛି ।

୪.  ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷରୁ ୧୦ ଲକ୍ଷକୁ ଆଣିବା ପାଇଁ ୫୭ ଦିନ ସମୟ ଲାଗିଥିଲା, ମାତ୍ର ଏବେ ମାତ୍ର ୧୩ ଦିନରେ ୧୦ ଲକ୍ଷ ସଂକ୍ରମିତ ସୁସ୍ଥ ହୋଇପାରିଛନ୍ତି । ଏହା ଏକ ବଡଧରଣର ସଫଳତା ।

୫. ଭାରତରେ କରୋନା ସୁସ୍ଥଙ୍କ ସଂଖ୍ୟା ୭୨ ଲକ୍ଷରୁ ଅଧିକ ହେଲାଣି, ଯାହା ବିଶ୍ୱରେ ସର୍ବାଧିକ ।

୬. ସାରା ଦେଶରେ ୧୦ କୋଟିରୁ ଅଧିକ କରୋନା ଟେଷ୍ଟ ହୋଇସାରିଛି ।

୭.  ପ୍ରତି ୧୦ ଲକ୍ଷରେ ୮୬ ମୃତ୍ୟୁ ଓ ୫୭୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୮. ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୭୫ ହଜାର ୬୦୦ରୁ ଊର୍ଦ୍ଧ୍ୱ ଟେଷ୍ଟ କରାଯାଉଛି ।

୯. ଶେଷ ୫ ସପ୍ତାହରେ ସପ୍ତାହକରେ ୧୧ ଲକ୍ଷ ଟେଷ୍ଟ କରାଯାଉଛି ।

୧୦. ଦେଶରେ ୩ଟି ଭ୍ୟାକ୍ସିନର ପରୀକ୍ଷଣ ଚାଲିଛି, କୋଭାକ୍ସିନ ପରୀକ୍ଷଣ ୩ୟ ପର୍ଯ୍ୟାୟରେ ରହିଛି ।

୧୧. ପ୍ରଦୂଷଣ ପ୍ରବଣ ଅଞ୍ଚଳରେ ସଂକ୍ରମଣର ମାତ୍ରା ଅଧିକ

୧୨. ନୀତି ଆୟୋଗ, ରାଜ୍ୟଗୁଡିକୁ ଭ୍ୟାକ୍ସିନ ଆବଣ୍ଟନ ପ୍ରକ୍ରିୟା ପାଇଁ ପ୍ରସ୍ତୁତ ରହିବା ନେଇ ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ ପୁଣି ସୁସ୍ଥ ହେଲେ ୨୦୧୦ ଜଣ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ କୁମୁଛି କରୋନା ସଂକ୍ରମଣ । ଦିନକୁ ଦିନ ତଳମୁହାଁ ହେଉଛି କରୋନା ଗ୍ରାଫ । ରାଜ୍ୟରେ ଆଜି ପୁଣି ୨୦୧୦ କରୋନା ସଂକ୍ରମତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ନୂଆ ସୁସ୍ଥଙ୍କ ପରେ ରାଜ୍ୟରେ ମୋଟ ୨ ଲକ୍ଷ ୬୮ ହଜାର ୧୧୫ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

ଖୋର୍ଦ୍ଧାରୁ ୨୬୯, କଟକରୁ ୧୬୪, ମୟୂରଭଞ୍ଜରୁ ୧୦୩, ସୁନ୍ଦରଗଡ଼ରୁ ୧୦୨, ସୋନପୁରରୁ ୯୯, କେନ୍ଦୁଝରରୁ ୮୯, ବଲାଙ୍ଗିରରୁ ୮୬, ବରଗଡ଼ରୁ ୭୯, ଯାଜପୁରରୁ ୭୫, ଅନୁଗୁଳରୁ ୭୩, ନବରଙ୍ଗପୁରରୁ ୭୩, ବାଲେଶ୍ୱରରୁ ୭୨, ଜଗତସିଂହପୁରରୁ ୬୭, କଳାହାଣ୍ଡିରୁ ୬୫, ନୟାଗଡ଼ରୁ ୬୩, କେନ୍ଦ୍ରାପଡ଼ାରୁ ୬୧, ସମ୍ବଲପୁରରୁ ୫୩, ପୁରୀରୁ ୪୭, ଝାରସୁଗୁଡ଼ାରୁ ୪୬, ନୂଆପଡ଼ାରୁ ୪୩, ଭଦ୍ରକରୁ ୪୦, ଢ଼େଙ୍କାନାଳରୁ ୩୮, କୋରାପୁଟରୁ ୩୦, ମାଲକାନାଗିରିରୁ ୨୯, କନ୍ଧମାଳରୁ ୨୭, ଗଞ୍ଜାମରୁ ୨୨, ବୌଦ୍ଧରୁ ୧୮, ଦେଓଗଡ଼ରୁ ୧୫, ରାୟଗଡ଼ାରୁ ୭ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଦାଦାବଟି ମାଗି ଗିରଫ ହେଲେ କଂଗ୍ରେସ ନେତା

ସମ୍ବଲପୁର: ଦାଦାବଟି ମାଗି ଗିରଫ ହେଲେ କଂଗ୍ରେସ ନେତା । ସମ୍ବଲପୁର ରେଙ୍ଗାଲୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ବାଳକୃଷ୍ଣ ରୋହିଦାସଙ୍କୁ ଗିରଫ ଗରାଯାଇଛି । ଠେଲକୁଲି ଥାନା ପୋଲିସ ଅଭିଯୋଗ ପରେ ଏଭଳି କାରର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଆଦିତ୍ୟ ଆଲୁମିନାର ଅଧିକାରୀଙ୍କୁ ବାଳକୃଷ୍ଣ ଓ ତାଙ୍କ ଭାଇ ରାଜେଶ ୩୦ ହଜାର ଟଙ୍କା ଚାନ୍ଦା ମାଗିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ଉଭୟଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ବ୍ୟବହୃତ କାରକୁ ମଧ୍ୟ ଜବତ କରିଛି ପୋଲିସ ।

ବାଲିଘାଟ ବନ୍ଦ ପାଇଁ ଯାଇଥିବା ତହସିଲଦାରଙ୍କୁ ଅଟକ ରଖିଲେ ଗ୍ରାମବାସୀ

ମୟୂରଭଞ୍ଜ: ବାଲିଘାଟ ବନ୍ଦ ପାଇଁ ଯାଇଥିବା ତହସିଲଦାରଙ୍କୁ ଅଟକ ରଖିଲେ ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ତହସିଲ ବଡମୁଣ୍ଢାବଣି ଗାଁ ନିକଟରେ ଥିବା ଜମ୍ଭୀରା ନଦୀରେ ବେଆଇନ ଭାବେ ଚାଲିଥିବା ବାଲିଘାଟ ବନ୍ଦ ପାଇଁ ଯାଇଥିବା ତହସିଲଦାର ପ୍ରିୟଦର୍ଶନୀ ମଲ୍ଲିକଙ୍କୁ ଅଟକ ରଖିଲେ ଗ୍ରାମବାସୀ। ସୂଚନା ଅନୁଯାୟୀ, ଆଜି ତହସିଲଦାର ବଡମୁଣ୍ଢାବଣି ଗାଁ ରେ ପହଞ୍ଚି ବେଆଇନ ବାଲିଘାଟ ବନ୍ଦ ସହ ନଦୀକୁ ଯାଇଥିବା ରାସ୍ତାକୁ ଜେସିବି ଲଗାଇ ଖୋଳି ଦେଇଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟି ଆଗକୁ ଧାନ ଅମଳର ସମୟ ଥିବାରୁ ରାସ୍ତା ଖୋଳିଲେ କେମିତି ଚାଷ ଜମିରୁ ଧାନ ଆଣିବେ ।

ରାସ୍ତା ଖୋଳିବା କାରଣରୁ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହେବ । ତେବେ ତହସିଲଦାର ଖୋଳିଥିବା ରାସ୍ତାକୁ ମରାମତି କରିବା ପରେ ତହସିଲଦାରଙ୍କୁ ଗ୍ରାମବାସୀ ଛାଡ଼ିବେ ବୋଲି କହିଛନ୍ତି । ତେବେ ଖୋଳିବାକୁ ଆସିଥିବା ଜେ.ସି.ବି ମେସିନକୁ ମଧ୍ୟ ଅଟକ ରଖିଛନ୍ତି ଗ୍ରାମବାସୀ । ଖବର ପାଇ ଘଟଣାସ୍ଥଳରେ ମୋରଡ଼ା ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି ।

ରାସ୍ତାରେ ଯାଉଥିବା ବେଳେ କାରରେ ଲାଗିଗଲା ନିଆଁ, ସେପଟେ ଦୌଡ଼ିବା ବେଳେ ହାଇୱାରେ ଚାପି ହୋଇ ଜଣେ ଗୁରୁତର

କେନ୍ଦୁଝର: ନରଣପୁର-ବ୍ରାହ୍ମଣିପାଳ ରାସ୍ତାର ରାମଚନ୍ଦ୍ରପୁର ନିକଟରେ ଜଳିଗଲା କାର । ଅନ୍ଧାର ରାସ୍ତାରେ ଯାଉଥିବା ବେଳେ ଜଳିଗଲା କାର । ସଟ ସର୍କିଟ ଘଟି ଚଳନ୍ତା କାରରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ତେବେ କାରଥିବା ୩ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଯାତ୍ରୀଙ୍କ କହିବା କଥା ଗାଡ଼ିରେ ବସିଥିବା ବେଳେ, ହଠାତ କାରରୁ ଧୂଆଁ ବାହାରି ନିଆଁ ଲାଗିଯାଇଥିଲା । ସେପଟେ ଗାଡ଼ିର ଟାୟାର ଫାଟିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଥିଲା । ଭୟଭୀତ ଲୋକ ଏପଟ ସେପଟ ଦୌଡିବା ବେଳେ, ହାଇୱା ଚକ ତଳେ ପଡିଯାଇ ଜଣେ ଚାପି ହୋଇ ଗୁରୁତର ହୋଇଛନ୍ତି । ଦମକଳବାହିନୀ ପହଞ୍ଚି ନିଆଁ ଲିଭାଇବା ସହ ଉଦ୍ଧାର କର୍ଯ୍ୟ ଜାରିରଖିଛି ।

ଦୁର୍ନୀତି ଦେଶରେ ରାଜନୈତିକ ବଂଶବାଦରେ ପରିଣତ ହେଲାଣି: ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଦୁର୍ନୀତିକୁ ସମୂଳେ ନାଶ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଜିଲାନ୍ସ ଓ ଆଣ୍ଟି-କରପସନ୍ କନଫରେନ୍ସର ଉଦଘାଟନ କରିଛନ୍ତି । ଏହି ଅବସରରେ ନରେନ୍ଦ୍ରମୋଦି କହିଛନ୍ତି, ପ୍ରଥମ ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଏଭଳି ବ୍ୟବସ୍ଥା ଲାଗୁ କରିବା ପାଇଁ ପ୍ରୟାସ କରିଥିଲେ । ମାତ୍ର ଏହା ହେବା ସମ୍ଭବପର ହୋଇପାରିନଥିଲା । କୋଟି କୋଟି ଟଙ୍କାର ଦୁର୍ନୀତି, ସେଲ୍ କମ୍ପାନୀରେ ଘୋଟାଲା, ଟିକସ ଚୋରି ଭଳି ତମାମ୍ ଆରୋପ କେନ୍ଦ୍ର ସରକାରଙ୍କ ଉପରେ ଲାଗୁଥିଲା । ଏବେ ସମୟ ବଦଳିଛି ।

କିଛି ବର୍ଷ ହେବ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ସହ କାର୍ଯ୍ୟ ହୋଇଛି । ୨୦୧୪ ପରେ ପ୍ରଶାସନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟାକିଂ କ୍ଷେତ୍ରରେ ସ୍ୱଚ୍ଛତା ଆସିଛି । ତେବେ ଆହୁରି ସୁଧାର ଆସିବା ବାକି ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦୁର୍ନୀତି କେବଳ କିଛି ଅର୍ଥର କଥା ନୁହେଁ । ଏହା ଦେଶର ବିକାଶରେ ପ୍ରମୁଖ ବାଧକ । ସାମାଜିକ ସନ୍ତୁଳନ ବିଗିଡିବାର ଏକ ପ୍ରମୁଖ କାରଣ ମଧ୍ୟ ଦୁର୍ନୀତି । ଏଣୁ ଏହାର ମୂଳତ୍ପୋଟନ ନିହାତି ଆବଶ୍ୟକ । ତେବେ ଦୁର୍ନୀତି ଏବେ ଏକ ବଂଶବାଦରେ ପରିଣତ ହେଲାଣି । ପିଢୀ ପରେ ପିଢୀ ଦୁର୍ନୀତିରେ ବୁଡି ରହୁଛନ୍ତି ।

ଏସବୁ ଏକ ବିକଶିତ ରାଷ୍ଟ୍ରର ମନୋଭାବ ହେବା ଉଚିତ୍ ନୁହେଁ । ତେବେ ଗରିବ ଶ୍ରେଣୀର ଲୋକଙ୍କୁ ମିଳୁଥିବା ସହାୟତା ସିଧାସଳଖ ଭାବେ ସେମାନଙ୍କ ଆକାଉଣ୍ଟକୁ ଯାଉଛି । ଯାହା ଫଳରେ ପାଖାପାଖି ୭୦ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଭୁଲ ହାତକୁ ଯିବାରୁ ରକ୍ଷା ପାଇଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୬ରେ ମୁଁ  କହିଥିଲି ଭାରତରେ ଗରିବଙ୍କ ସହ ଦୁର୍ନୀତି ଆଦୌ ଗ୍ରହଣୀୟ ନୁହେଁ । ଦୁର୍ନୀତିର ସବୁଠାରୁ ଅଧିକ କୁପ୍ରଭାବ କାହା ଉପରେ ପଡୁଛି ସେ ହେଲେ ଗରିବ ଶ୍ରେଣୀର ଲୋକେ ।

 ଲୋକଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବ ବୈଷୟିକ ବିଦ୍ୟାର ପ୍ରୟୋଗ : ମୁଖ୍ୟମନ୍ତ୍ରୀ

 

ଭୁବନେଶ୍ୱର:ଏଣିକି ସରକାରୀ ଛାତ୍ରବୃତ୍ତି ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବିଭାଗର ଭିନ୍ନ ଭିନ୍ନ ପୋର୍ଟାଲକୁ ବ୍ୟବହାର କରିବା ଦରକାର ପଡିବ ନାହିଁ।  ମାତ୍ର ଗୋଟିଏ ପୋର୍ଟାଲ www.scholarship.odisha.gov.inରେ କ୍ଲିକ୍‌ କଲେ ପିଲାମାନେ ସେମାନଙ୍କ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ। ଏହା ଦ୍ୱାରା ରାଜ୍ୟର ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସିଧାସଳଖ ଉପକୃତ ହେବେ । ଓଡ଼ିଶା ସରକାରଙ୍କ ୬ଟି ବିଭାଗ ପକ୍ଷରୁ ୨୧ଟି  ଛାତ୍ରବୃତ୍ତି ଦିଆଯାଇଥାଏ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଓଡ଼ିଶା ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ଛାତ୍ରବୃତ୍ତି ପୋର୍ଟାଲ ଓ  ସୁମଙ୍ଗଳ ପୋର୍ଟାଲର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ପାଇଁ ବୈଷୟିକ ବିଦ୍ୟାର ବ୍ୟାପକ ପ୍ରୟୋଗ ଉପରେ ଗୁରୁତ୍ୱ ଦେବ । ଏହି ଅବସରରେ  ମୁଖ୍ୟମନ୍ତ୍ରୀ କହିଥିଲେ ଯେ,  ବୈଷୟିକ ବିଦ୍ୟାର ପ୍ରୟୋଗ ଯୋଗୁ ହିଁ ଆମେ ସାଧାରଣ ଲୋକଙ୍କୁ ଦକ୍ଷତା ଓ ସ୍ୱଚ୍ଛତାର ସହ ଠିକ୍‌ ସମୟରେ ସର୍ବୋତ୍କୃଷ୍ଟ ସେବା ଯୋଗାଇ ଦେଇପାରିବା ବୋଲି ନବୀନ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧିନରେ ୨୦ରୁ ଅଧିକ ବୃତ୍ତି ପ୍ରଦାନ କରାଯାଉଛି। ଏହି ଏକକ ପୋର୍ଟାଲ ଦ୍ବାରା  ବୃତ୍ତି ପ୍ରଦାନ କରୁଥିବା ସରକାରୀ ବିଭାଗ ଓ ଆଶାୟୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦୂରତା ହ୍ରାସ ପାଇବ ।  ସେମାନେ ସୁବିଧାରେ ଘରେ ବସି ଆବେଦନ କରିବା ସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ବୃତ୍ତି ପାଇପାରିବେ । ଅନୁସୂଚିତ ଜନଜାତି, ଜାତି, ଅନ୍ୟ ପଛୁଆବର୍ଗ, ସାମାଜିକ ଓ ଶିକ୍ଷାଗତଭାବେ ପଛୁଆବର୍ଗ ଆଦି ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି ବୃତ୍ତିର ସୁବିଧା ପାଇବାରେ ସର୍ବାଗ୍ରେ ରହୁଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ।

ବିଶେଷ କରି ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ଶିକ୍ଷା ସୁବିଧା ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଆସିଛି।  ଏହି ଏକକ ପୋର୍ଟାଲ ଦ୍ୱାରା ସେମାନେ ବିଶେଷ ଭାବରେ ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।ଏଠାରେ ଉଲ୍ଲେଖଯୋଗ୍ୟ,  ରାଜ୍ୟର ଅନୁସୂଚିତ ଜନଜାତି(ଏସଟି) ଓ ଜାତି ବିଭାଗ(ଏସସି), ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଶ୍ରମ ଓ ଇ.ଏସ୍‌.ଆଇ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ କୃଷି ବିଭାଗର ସମସ୍ତ ବୃତ୍ତି କାର୍ଯ୍ୟକ୍ରମ ଏହି ଗୋଟିଏ ପୋର୍ଟାଲରେ ପରିଚାଳିତ ହେବ। ରାଜ୍ୟ ଟ୍ରେଜେରୀ ସହିତ ଏହି ପୋର୍ଟାଲ ଲିଙ୍କ୍‌ ହୋଇଥିବାରୁ ଛାତ୍ରଛାତ୍ରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବୃତ୍ତି ରାଶି ସିଧାସଳଖ ଜମା ହୋଇପାରିବ।

ଅନୁରୂପ ଭାବେ ସୁମଙ୍ଗଲ ପୋର୍ଟାଲ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆନ୍ତଃ-ଜାତି ବିବାହ ଦ୍ବାରା ସାମାଜିକ ଏକତା ବଢିବା ସହିତ ଏହା ଜାତିଗତ ବାଛବିଚାର ହ୍ରାସ କରେ ଏବଂ ସମାଜରେ ସମାନତା ଓ ଶାନ୍ତିପୂର୍ଣ୍ଣ ସହବସ୍ଥାନ ବୃଦ୍ଧି କରେ।  ସୁମଙ୍ଗଳ ପୋର୍ଟାଲ ଏହି ଦିଗରେ ବହୁ ପରିମାଣରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।   ସୁମଙ୍ଗଳ ପୋର୍ଟାଲ www.sumangal.odisha.gov.in ରେ ଆବେଦନ କଲେ ଆନ୍ତଃ-ଜାତି ବିବାହ  କରିଥିବା ଯୋଗ୍ୟ ହିତାଧିକାରୀମାନେ ୬୦ ଦିନ ମଧ୍ୟରେ ପ୍ରୋତ୍ସାହନ ରାଶି  ଆକାରରେ ଅଢେଇ ଲକ୍ଷ ଟଙ୍କା ପାଇପାରିବେ ବୋଲି ଜଣାପଡିଛି ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅନୁସୁଚିତ ଜନଜାତି ଓ ଜାତି ବିକାଶ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା କହିଲେ ଯେ, କେବଳ ଅନୁସୁଚିତ ଜନଜାତି ଓ ଜାତି ବିକାଶ ବିଭାଗ ଅଧିନରେ ୬ ଲକ୍ଷ ଛାତ୍ରଛାତ୍ରୀ ଏହି ବୃତ୍ତିର ସୁବିଧା ପାଉଛନ୍ତି। ୫-ଟି କାର୍ଯ୍ୟକ୍ରମ ଜରିଆରେ ବ୍ୟାପକ ପରିବର୍ତ୍ତନର ସୁଯୋଗ ଆଣିବାରେ ଓଡିଶା ଆଜି ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି ପ୍ରକାଶ କରି ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ଅନୁସୁଚିତ ଜନଜାତି ଓ ଜାତି ବିକାଶ ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କ ପ୍ରାରମ୍ଭିକ ସୂଚନା ଦେଇଥିଲେ।  ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର୍‌. ବାଲକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ସଂପୃକ୍ତ ବିଭାଗର କ୍ଷେତ୍ର କର୍ମଚାରୀମାନେ  ଅଂଶଗ୍ରହଣ କରିଥିଲେ ।

ସାରୁଅ ପରେ ଭୁବନେଶ୍ୱର: ରାଜଧାନୀର ଛାତି ଉପରେ OTV ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା

ଭୁବନେଶ୍ୱର: କେବଳ ସାରୁଅ ଜମି କେଳଙ୍କାରୀ ନୁହଁ ଭୁବନେଶ୍ୱରେ ଥିବା ଓଟିଭି କାର୍ଯ୍ୟାଳୟ ନିକଟରେ ମଧ୍ୟ ଜମି କେଳେଙ୍କାରୀ କରିଛନ୍ତି ଓଟିଭି କର୍ତ୍ତୃପକ୍ଷ । ଓଟିଭି କାର୍ଯ୍ୟାଳୟ ଚାରିପାଖରେ ଜବରଦଖଲ କରି ମାଡି ବସିଛନ୍ତି ୧୨ ହଜାର ୯୮୦ ବର୍ଗ ଫୁଟ ଜମି । ଜମି ଜବରଦଖଲ କରିଥିବା ଅଭିଯୋଗ ପରେ ଚଳିତ ମାସ ୨୦ ତାରିଖରେ ଓଟିଭି କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ବା ସୋ କଜ୍ ନୋଟିସ କରିଥିଲା ଇଡକୋ । ୨୨ ତାରିଖରେ ଓଟିଭି କର୍ତ୍ତୃପକ୍ଷ କାରଣ ଦର୍ଶାଅ ନୋଟିସରେ ସେମାନେ କୌଣସି ଯାଗା ଜବରଦଖଲ କରିନାହାନ୍ତି ବୋଲି ସଫେଇ ଦେଇଥିଲେ । ହେଲେ ଏହା ଥିଲା ଧର୍ମକୁ ଆଖିଠାର ।

ଉତ୍ତରରେ ସନ୍ତୁଷ୍ଟ ନହେବାରୁ ଇଡକୋ ପକ୍ଷରୁ ଆଜି ଓଟିଭି କାର୍ଯ୍ୟାଳୟ ଥିବା ଜମି ଓ ଏହାର ସଂଲଗ୍ନ ଅଞ୍ଚଳରେ ଜଏଣ୍ଟ ଭେରିଫିକେସନ୍ କରାଯାଇଥିଲା । ଏହି ଭେରିଫିକେସନ୍ ବେଳେ ଇଡ୍କୋର ଲ୍ୟାଣ୍ଡ ଅଫିସର, ବିଏମସି, ବିଡିଏ ଓ କଳାରାହାଙ୍ଗ ତହସିଲର କର୍ମକର୍ତ୍ତା ସାମିଲ ହୋଇଥିଲେ । ଭେରିଫିକେସନରୁ ଜଣାପଡ଼ିଛି ଯେ ୨୦୦୭ ମସିହାରେ ଭୁବନେଶ୍ୱର ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ରେ ଓଟିଭିକୁ ୦ ଦଶମିକ ୮୩୫ ଏକର ଜମି ବା ୩ହଜାର ୩ଶହ ୭୯ ବର୍ଗ ମିଟର ଜମି ଇଡ୍କୋ ଆଲଟ କରିଥିଲା । ଏହି ଜମି ଏନ୍/୨୮/୨୯/୩୦ ଏବଂ ୩୧ ନମ୍ବର ପ୍ଲଟରେ ରହିଥିବା ଜଣାପଡ଼ିଛି ।

କିନ୍ତୁ ଆଲଟ୍ ହୋଇଥିବା ଜାଗା ବ୍ୟତୀତ ଇତିମଧ୍ୟରେ ଓଟିଭି ଅଧିକ ୧୨ ହଜାର ୯୮୦ ବର୍ଗଫୁଟ ଜମି ମାଡି ବସି ତା ଉପରେ ନିର୍ମାଣ କାର୍ଯ୍ୟ କରିଛି । ଜବରଦଖଲ ଜମି ଉପରେ ଓଟିଭିର ଟେଲିପୋର୍ଟ ଓ ଡିଜି ରହିଛି । ଏଥିସହ ମୂଳ କୋଠାର କିଛି ଅଂଶ ମଧ୍ୟ ଏହି ଜବରଦଖଲ ଜମି ମାଡି ଆସିଛି । ଗୋଟିଏ ସେଟ୍ ମଧ୍ୟ ଜବରଦଖଲ ଜମି ଉପରେ ଥିବା ଜଏଣ୍ଟ ଭେରିଫିକେସନ୍ ବେଳେ ଜଣାପଡିଥିବା ସୂଚନା ମିଳିଛି । ସାରୁଅରେ ଦଳିତଙ୍କ ଜମି ହଡପ କରିଥିବା ଓଟିଭି ଏବେ ରାଜଧାନୀର ଛାତି ଉପରେ ମଧ୍ୟ ଜମି ଜବରଦଖଲ କରିଥିବା ପଦାକୁ ଆସିଲାଣି । ଏହା ଜଣାପଡିବା ପରେ ଇଡ୍କୋ କର୍ତ୍ତୃପକ୍ଷ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର ରହିବ ।

ତେଜସ୍ୱୀ ଯାଦବଙ୍କୁ ଏତେ ବୁଦ୍ଧି ଦେଉଛନ୍ତି କେଉଁ ବିହାରୀ ନେତା…ଜାଣନ୍ତୁ, ପାର୍ଟି ପାଇଁ ପୁଅ ବିରୋଧରେ ଲଢିଥିଲେ ନିର୍ବାଚନ

ପାଟନା: ବିହାର ନିର୍ବାଚନ ଫଳାଫଳ ଯାହା ବି ହେଉ । ଏହି ନିର୍ବାଚନରେ ଯୁବ ନେତାମାନଙ୍କ ପ୍ରାଧାନ୍ୟ ଅଧିକ ରହିଛି । ଭାଜପାର ଶ୍ରେୟାସୀ ସିଂ ହୁଅନ୍ତୁ କି ଏଲଜେପିର ଚିରାଗ ପାଶୱାନ । ସେହିଭଳି ବାମମେଣ୍ଟର କହ୍ନେୟା କୁମାର ହୁଅନ୍ତି କି ଆରଜେଡିର ତେଜସ୍ୱୀ ଯାଦବ । ଏ ସମସ୍ତଙ୍କ ମଧ୍ୟରୁ ତେଜସ୍ୱୀ ହିଁ ସର୍ବାଧିକ ଚର୍ଚ୍ଚାର କାରଣ ହୋଇଛନ୍ତି । ନିର୍ବାଚନ ଦିନ ଗଡ଼ିବା ସହ ତାଙ୍କ ନିର୍ବାଚନୀ ସଭାରେ ଯୁବ ବର୍ଗର ଅଧିକ ଭିଡ଼ ଜମିବାରେ ଲାଗିଛି ।

ହେଲେ ୨୦୧୫ ମସିହାରେ ପିତା ଲାଲୁ ଯାଦବ ଏବଂ ଜେଡିୟୁ ନେତା ନୀତିଶ କୁମାରଙ୍କ ହାତ ଧରି ରାଜନୀତି ମଇଦାନକୁ ଆସିଥିଲେ । ସାଙ୍ଗରେ ଥିଲେ ବଡ଼ ଭାଇ ତେଜ ପ୍ରତାପ । ପ୍ରଥମଥର ବିଧାୟକ ହେବା ସହ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ରାଜନୀତିରେ ସେ କେତେ ବାଟ ଆଗକୁ ଯିବେ, ସେ ନେଇ ସନ୍ଦେହ ଉପୁଜିଥିଲା । ପରବର୍ତ୍ତୀ ସମୟରେ ଲାଲୁ ଯାଦବ ଜେଲ ଯାଇଥିଲା । ନୀତିଶ କୁମାର ଆରଜେଡ଼ି ହାତ ଛାଡି ଦେଇଥିଲେ । ତେଜସ୍ୱୀ-ତେଜ ପ୍ରତାପ-ରାବ୍ରି ଦେବୀଙ୍କ ମଧ୍ୟରେ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା । ତେଣୁ ଆରଜେଡି ବୁଡୁଥିବା ଦଳ ବୋଲି କୁହାଯାଉଥିଲା ।

Bihar Assembly Election With Out Lalu Prasad Yadav

ହେଲେ ଏହି ସମୟରେ ଲାଲୁଙ୍କ ଦୂରଦୃଷ୍ଟି କାମରେ ଆସିଥିଲା । ୨୦୨୦ ନିର୍ବାଚନ ପୂର୍ବରୁ ଦଳକୁ ସଜାଡିବା ପାଇଁ ସେ ଉଦ୍ୟମ ଆରମ୍ଭ କରିଥିଲେ । ପୂର୍ବପରି ତେଜସ୍ୱୀ ହିଁ ଦଳର ଚେହେରା ହେବେ ବୋଲି ସ୍ପଷ୍ଟ କରିଥିଲେ । ପାରିବାରିକ ବିବାଦ ସତ୍ତ୍ୱେ ତେଜସ୍ୱୀକୁ ରାଜନୈତିକ କାର୍ଯ୍ୟକ୍ରମ ଜାରି ରଖିବାକୁ କହିଥିଲେ । ହେଲେ ବରିଷ୍ଠ ଏବଂ ବିଭିନ୍ନ ବର୍ଗର ପ୍ରତିନିଧିତ୍ୱ କରୁଥିବା ଆରଜେଡିର ମୁଖ୍ୟ ଭାବେ କାହାକୁ ନିଯୁକ୍ତ କରାଯିବ ବୋଲି ଏକ ସମୟରେ ଚର୍ଚ୍ଚା ହେଲା । କେତେକ ରଘୁବଂଶ ପ୍ରସାଦ ସିଂଙ୍କ ନାଁ କଥା ଆଲୋଚନା କରିଥିଲେ । ହେଲେ ଲାଲୁ ସମସ୍ତଙ୍କୁ ଚକିତ କରିଥିଲେ ।

ଗତବର୍ଷ ନଭେମ୍ବର ମାସରେ ଲାଲୁ ଆରଜେଡିର ଜଣେ ପୁରୁଖା ନେତାଙ୍କୁ ଦଳର ସଭାପତି କରିଥିଲେ । ଦୀର୍ଘ ୩ ଦଶନ୍ଧି ଧରି ସକ୍ରିୟ ଥିବା ଜଗଦାନନ୍ଦ ସିଂଙ୍କୁ ଆରଜେଡି ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା । ସେହିପରି ଏହି ନିର୍ବାଚନରେ ଲାଲୁ ଯାଦବ ସକ୍ରିୟ ଅଂଶ ଗ୍ରହଣ କରୁନାହାନ୍ତି । ଯାହା ୩୦ ବର୍ଷରେ ପ୍ରଥମ । ତେଣୁ ସୁଦୂର ରାଞ୍ଚିରେ ରହି ମଧ୍ୟ ଲାଲୁ ଜଗଦାନନ୍ଦଙ୍କ ଜରିଆରେ ପାର୍ଟି କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରୁଛନ୍ତି ।

Bihar Election

ଯାଦବ ଏବଂ ମୁସଲମାନଙ୍କ ଦଳ କୁହାଯାଉଥିବା ଆରଜେଡିର ଜଣେ ରାଜପୁତଙ୍କୁ ନିଜର ପ୍ରମୁଖ ଭାବେ ନିଯୁକ୍ତ କରିଥିଲା । ଯାହା ଅନେକଙ୍କୁ ଚକିତ କରିଥିଲା । ବକ୍ସରରୁ ୧୯୯୬ ମସିହାରୁ ଜିତି  ଆସୁଥିବା ଲାଲମୁନି ଚୌବେଙ୍କୁ ୨୦୦୯ରେ ହରାଇଥିଲେ ଜଗଦାନନ୍ଦ । ସେହିପରି ଜଗଦାନନ୍ଦ ସିଂ ୨୦୧୦ରେ ନିଜ ପରିବାର ଅପେକ୍ଷା ପାର୍ଟିକୁ ଅଧିକ ଗୁରୁତ୍ୱ ଦେଇଥିଲେ । ଏମିତିକି ତାଙ୍କ ବିପକ୍ଷରେ ଭାଜପା ପୁଅ ସୁଧାକର ସିଂଙ୍କୁ ଛିଡା କରିଥିଲା । ତଥାପି ସେ ଲଢିଥିଲେ । ଲାଲୁ ଯାଦବ ଏବଂ ତାଙ୍କ ପରିବାର ପ୍ରତି ସେ ଅତ୍ୟନ୍ତ ବିଶ୍ୱସ୍ତ ରହିଥିଲେ ।

ଯେଉଁ ସମୟରେ ରାବ୍ରି ଦେବୀ ମୁଖ୍ୟମନ୍ତ୍ରୀଭାବେ ବିହାରରେ ଶାସନ କରୁଥିଲେ । ସେ ସମୟରେ ଯେଉଁ କେତେଜଣଙ୍କ ରାଜନୈତିକ ବ୍ୟକ୍ତି ଏବଂ ଅଧିକାରୀ ଏଥିରେ ସହାୟତା କରୁଥିଲେ , ତନ୍ମଧ୍ୟରେ ଜଗଦାନନ୍ଦ ସିଂ ଅନ୍ୟତମ । ସେହିପରି ଆରଜେଡି ସହ ବାମମେଣ୍ଟ, କଂଗ୍ରେସକୁ ଆସନ ପ୍ରଦାନ ଇତ୍ୟାଦି ପ୍ରସଙ୍ଗରେ ଜଗଦାନନ୍ଦ ହିଁ ମଧ୍ୟସ୍ଥି ଭୂମିକା ଗ୍ରହଣ କରିଛନ୍ତି । ଡିଜିଟାଲ କ୍ୟାମ୍ପେନିଂକୁ ଛାଡି ଦେଲେ  ଅନ୍ୟ ସମସ୍ତ ପ୍ରସଙ୍ଗରେ ତେଜସ୍ୱୀ ଜଗଦାନନ୍ଦଙ୍କ ସର୍ବାଧିକ ପରାମର୍ଶ ନେଉଥିବା ଜଣାପଡ଼ିଛି ।

 

ଶ୍ରୀମନ୍ଦିର ୮ ଦ୍ଵାର ରୁପା ଛାଉଣି ନେଇ ବୈଠକ ଶେଷ, ବର୍ମା ଟିକରେ ସ୍ଥାପନ ହେବ ରୁପା ଚାଦର

ପୁରୀ: ଶ୍ରୀମନ୍ଦିର ମଧ୍ୟରେ ଥିବା ବିଭିନ୍ନ ଦ୍ୱାର ଦିନକୁ ଦିନ ଖରାପ ହେବାରେ ଲାଗିଲାଣି । ଯେଉଁଥିପାଇଁ ସେହି ଦ୍ୱାର ଗୁଡ଼ିକୁ ବାହାର କରାଯାଇ ନୂଆ ଦ୍ୱାର ନିର୍ମାଣ କରାଯିବ । ପୁରୀ ଶ୍ରୀମନ୍ଦିରରେ ଏଏସଆଇର ୪ଜଣିଆ ଟିମ ଅନୁଧ୍ୟାନ କରିଛି । ବାଇଶି ପାହାଚ ମାପଚୁପ କରିବା ସହ ମହାଲଷ୍ମୀଙ୍କ ମନ୍ଦିର ଓ ବିମଳାଙ୍କ ମନ୍ଦିର ମଧ୍ୟ ଅନୁଧ୍ୟାନ କରିଛି ଟିମ୍ । ଯେଉଁ ସ୍ଥାନରେ ଦୁର୍ବଳ ପଥର ରହିଥିବ ସେଠାରେ ପଥର ବଦଳା ଯିବ ।

ଅନୁଧ୍ୟାନ ଓ ମାପଚୁପ ପରେ ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ । କଳାହାଟ, ବେହେରଣ, ଜୟବିଜୟ, ସାତପାହାଚ, ପଶ୍ଚିମଭୋଗ ପଣ୍ଡପ, ନୃସିଂହ ମନ୍ଦିର, ବିମଳା ମନ୍ଦିର ଓ ମହାଲକ୍ଷ୍ମୀ ମନ୍ଦିରର ଗର୍ଭଦ୍ୱାରକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରୁପା ଛାଉଣୀ କରିବା ନେଇ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଏଥିରେ ଲାଗିବା ରୂପା କିଛି ବଦାନ୍ୟ ବ୍ୟକ୍ତି ଦେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପ୍ରତିଶୃତି ଦେଇଛନ୍ତି । ଏହି ନିର୍ମାଣ କାର୍ଯ୍ୟ ନେଇ ସମସ୍ତ ପ୍ରକାରର ଆଲୋଚନା ଆଜିର ବୈଠକରେ ଆଲୋଚନା କରାଯାଇଛି ।

ଆଜିର ବୈଠକରେ ଇଞ୍ଜିନିୟର, ଏଏସଆଇ ଅଧିକାରୀ, ଛତିଶାନିଯୋଗ ଓ ପ୍ରତିହାରୀ ନିଯୋଗ ସାମିଲ ହୋଇଥିଲେ । ତେବେ ପ୍ରତ୍ୟେକ ଦ୍ୱାର ଏକ ଶକ୍ତ କାଠରେ ନିର୍ମାଣ କରାଯିବ । ବର୍ମା ଟିକରେ ନିର୍ମାଣ ହେବ ପ୍ରତ୍ୟେକ ଦ୍ୱାର । ଏହି କାଠ ଉପରେ ରୁପା ଛାଉଣି କରାଯିବ ବୋଲି ନିଷ୍ପତ୍ତି କରାଯାଇଛି । ପ୍ରତ୍ୟକ କାଠ ୪ ଇଞ୍ଚ ମୋଟା ରହିବ । ତେବେ କାଠରେ ଗୋଟିଏ ଦ୍ୱାର ନିର୍ମାଣ ହେବା ପାଇଁ ୧୦ରୁ ୧୨ ଦିନ ସମୟ ଲାଗିବ । ସେଥିପାଇଁ ଏବେ ସମସ୍ତ ଦ୍ୱାର ନିର୍ମାଣ ହେବା ଅସମ୍ଭବ ।

କାରଣ ଶ୍ରୀମନ୍ଦିର ମଧ୍ୟରେ ପୂଜା ଏବଂ ନୀତିକାନ୍ତିରେ ଅସୁବିଧା ହୋଇପାରେ । ଯେଉଁଥିପାଇଁ ପ୍ରଥମେ ସାତପାହାଚ ଦ୍ୱାର ନିର୍ମାଣ କରାଯିବ । ସେଥିରେ କଣ ତୃଟି ରହୁଛି ପରିଲକ୍ଷିତ କରାଯାଇ ଅନ୍ୟ ସବୁ ଦ୍ୱାର ନିର୍ମାଣ କରାଯିବ । ଏବେ କଳାହାଟ ଦ୍ୱାର, ବେହରଣ ଦ୍ୱାର, ଜୟବିଜୟ ଦ୍ୱାର କାର୍ଯ୍ୟ ଆରମ୍ଭ ହେବନାହିଁ । ରଥଯାତ୍ରା ସମୟରେ ଏହି ସବୁ ଦ୍ୱାର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।