spot_img
Home Blog Page 6527

ରୋହନପ୍ରୀତ ସିଂଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ନେହା କକ୍କର, ଦେଖନ୍ତୁ ପୁରା ବାହାଘର ଫଟୋ

ନୂଆଦିଲ୍ଲୀ: କରୋନା କଟକଣା ଭିତରେ ଦେଶରେ ଅନେକ ସେଲିବ୍ରିଟୀ ବିବାହ କରିଛନ୍ତି । କିଛି ସେଲିବ୍ରିଟୀ ଏମିତି ଅଛନ୍ତି ଯିଏ ମା ବାପା ମଧ୍ୟ ହୋଇଛନ୍ତି । ତେବେ ଏଇ କରୋନା କଟକଣା ମଧ୍ୟରେ ବଲିଉଡର ପ୍ରସିଦ୍ଧ ଗାୟିକ ନେହା କକ୍କର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନେହା ତାଙ୍କର ପ୍ରେମିକ ରୋହନପ୍ରୀତ ସିଂଙ୍କୁ ବିବାହ କରିଛନ୍ତି । ତେବେ ସେମାନଙ୍କ ବିବାହର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ନେହା ଶନିବାର ଦିନ ଦୁଇଟି ସମାରୋହରେ ବିବାହ କରିଥିଲେ । ସେ ଗୁରୁବାର ସକାଳେ ବିବାହ କରିଥିଲେ ଏବଂ ପରେ ସାଙ୍ଗ ଏବଂ ପରିବାର ସହିତ ସନ୍ଧ୍ୟାରେ ଏକ ରାଜକୀୟ ଉତ୍ସବ ସହ ନିଜର ବିବାହ ଖୁସିକୁ ପାଳନ କରିଥିଲେ ।

ଏହି ରୟାଲ୍ ସେଲିବ୍ରେସନରେ ନେହା କକ୍କର ତାଙ୍କ ସ୍ୱାମୀ ରୋହନପ୍ରୀତଙ୍କ ପାଇଁ ଗୀତ ଗାଇଥିଲେ । ଏହା ସହିତ ନେତା ଏବଂ ରୋହନ ତାଙ୍କ ଅତିଥିମାନ ସହିତ ମନ ଖୋଲି ନାଚିଥିଲେ ।

ନେହା କକ୍କର ଏବଂ ରୋହନପ୍ରୀତ ସିଂଙ୍କ ରୋମାନ୍ସକୁ ସମସ୍ତେ ପସନ୍ଦ କରୁଛନ୍ତି । ଏହି ରୋମାନ୍ସ କେବଳ ବିବାହ ପୂର୍ବରୁ ନୁହେଁ ବରଂ ବିବାହ ଦିନ ଏବଂ ରୀତିନୀତି ସମୟରେ ମଧ୍ୟ ଦେଖାଯାଇଥିଲା । ଦୁହେଁ ପରସ୍ପରକୁ ପୂରା ସମୟ ଧରି ରଖିଥିଲେ ।

ନେହା ଏବଂ ରୋହନପ୍ରୀତଙ୍କ ପରିବାର ସଦସ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ । ଏହା ବ୍ୟତୀତ ଇଣ୍ଡଷ୍ଟ୍ରିର କିଛି ବନ୍ଧୁ ମଧ୍ୟ ଏହି ବିବାହକୁ ଆସିଥିଲେ, ଯେଉଁମାନେ ବହୁତ ମଜା କରିଥିଲେ ।

ଇଣ୍ଡିଆନ୍ ଆଇଡଲ୍ ହୋଷ୍ଟ ତଥା ଅଭିନେତା ମନୀଷ ପଲ୍ ମଧ୍ୟ ନେହା କକ୍କରଙ୍କ ବିବାହର ଏକ ଅଂଶ ହୋଇଥିଲେ । କଳା ପୋଷାକରେ ମନୀଷା ଏଠାକୁ ଆସିଥିଲେ । ନେହା ଏବଂ ମନୀଷଙ୍କ ଏହି ଫଟୋକୁ ପ୍ରଶଂସକମାନେ ପସନ୍ଦ କରୁଛନ୍ତି ଏବଂ ଏହା ବହୁତ ଭାଇରାଲ ହେବାରେ ଲାଗିଛି ।

ଏହି ବିବାହରେ ନେହା କକ୍କରଙ୍କ ଭାଇ ଟୋନି କକ୍କର ଏବଂ ଭଉଣୀ ସୋନୁ କକ୍କର ମଧ୍ୟ ବହୁତ ମଜା କରିଥିଲେ । କେବଳ ଟୋନି ଖୋଲାଖୋଲି ନାଚିନାହାଁନ୍ତି, ବରଂ ସେ ତାଙ୍କ ଭଉଣୀ ପାଇଁ ଗୀତ ଗାଇଥିଲେ ।

ନେହା ଏବଂ ରୋହନପ୍ରୀତଙ୍କ ଅନେକ ଘନିଷ୍ଠ ସମ୍ପର୍କୀୟ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ । ଏଭଳି ପରିସ୍ଥିତିରେ ସମସ୍ତଙ୍କ ଖୁସି ଦେଖାଯାଉଛି । ସମସ୍ତେ ନେହା ଏବଂ ରୋହନପ୍ରୀତଙ୍କ ସହ ପୋଜ ଦେଇ ଫଟୋସୁଟ କରିଥିଲେ ।

ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ: ଅଭିଯୁକ୍ତ ଫେରାର

ଭଦ୍ରକ: ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ, ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର । ଘଟଣା ଘଟିଛି ଭଦ୍ରକ ସହରାଞ୍ଚଳ ଥାନାର ମଠସାହିରେ  ।  ନକଲି ଜ଼ର୍ଦ୍ଦା ତିଆରି ହେଉଥିବା ଏକ ଘରେ ଚଢାଉ କରି ପୋଲିସ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ କରିଛି । ଏହାସହ ବିଭିନ୍ନ କମ୍ପାନୀର ଲୋଗୋ, ଡ଼ବା ଜବତ କରିଛି ପୋଲିସ. ।

ପୋଲିସକୁ ଦେଖି ଘଟଣାସ୍ଥଳରୁ ଅଭିଯୁକ୍ତ ଚମ୍ପଟ ମାରିଥିବା ସୂଚନା ମିଲିଛି । ପ୍ରାୟ ଲକ୍ଷାଧିକ ଟଙ୍କାର  ନକଲି ଜ଼ର୍ଦ୍ଦା ଜବତ ହୋଇଥିବା ଜଣାପଡିଛି । ନକଲି ଜ଼ର୍ଦ୍ଦା ର କାରବାର ଦିନ କୁ ଦିନ ବଢ଼ିବାରେ ଲାଗିଛି । ପୁରୁଣାବଜାର ଥାନା ଅଞ୍ଚଳରୁ ପ୍ରତ୍ୟେକ ଦିନ ନକଲି ଜ଼ର୍ଦ୍ଦା ଧରାପଡୁଥିବା ବେଳେ, ଏବେ ସହରାଞ୍ଚଳ ଥାନା ଅଞ୍ଚଳ ରୁ ନକଲି ଜ଼ର୍ଦ୍ଦା ଜବତ ହୋଇଛି ।

ବରମୁଣ୍ଡା ବ୍ରିଜ୍‌ ନିକଟ ଡ୍ରେନ୍‌ରୁ ଅଜଣା ମୃତଦେହ ଉଦ୍ଧାର

ବର୍ଷାଜନିତ କ୍ଷୟକ୍ଷତି: ୧୫୬୯.୫୦ କୋଟି ଟଙ୍କାର ସହାୟତା ଦାବି କଲା ଓଡ଼ିଶା

0

ଭୁବନେଶ୍ୱର: ଚଳିତବର୍ଷ ଅଗଷ୍ଟ ମାସରେ ବର୍ଷା ଯୋଗୁଁ ହୋଇଥିବା ବନ୍ୟାଜନିତ କ୍ଷୟକ୍ଷତି ବାବଦରେ ରାଜ୍ୟ ସରକାର ୧୫୬୯.୫୦ କୋଟି ଟଙ୍କାର ସହାୟତା ଲୋଡ଼ିଛନ୍ତି । ବନ୍ୟାରେ ଭିତ୍ତିଭୂମି, ଘର, ଚାଷ ଏବଂ ରିଲିଫ ଖର୍ଚ୍ଚ ବାବଦକୁ ମୋଟ ୧୬୪୨.୨୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ଏସଡିଆରଏଫ ଓ ଏନଡିଆରଏଫ ଗାଇଡଲାଇନ ଅନୁସାରେ ୧୫୬୯.୫୦ କୋଟି ଟଙ୍କା ସହାୟତା ଦେବାକୁ କେନ୍ଦ୍ର ସରକାରଙ୍କୁ ଦାବି ଜଣାଇଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ବିପର୍ଯ୍ୟୟ ପରିଚାଳନାର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏହି ଚୂଡ଼ାନ୍ତ ସହାୟତା ଦାବି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି । କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବା ବନ୍ୟା କ୍ଷୟକ୍ଷତିଜନିତ ଚୂଡ଼ାନ୍ତ ରିପୋର୍ଟରେ ରିଲିଫ ଓ ଭିତ୍ତିଭୂମି ପୁନରୁଦ୍ଧାର ବାବଦରେ ୭୧୫.୯୧ କୋଟି ଟଙ୍କା, ଜଳସମ୍ପଦ ବିଭାଗର ୬୪୮.୯୦କୋଟି ଟଙ୍କା, ପୂର୍ତ୍ତ ବିଭାଗର ୨୦୪.୭୦ କୋଟି ଟଙ୍କା ସହାୟତା ଦେବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ଚୂଡ଼ାନ୍ତ ରିପୋର୍ଟରେ ରାଜ୍ୟ ସରକାର ଦର୍ଶାଇଛନ୍ତି ଯେ, ବର୍ଷା ଓ ବନ୍ୟା ଯୋଗୁ ମୋଟ ୧୬୪୨.୨୬କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ତେବେ କମିଟିର ନିଷ୍ପତ୍ତି ଅନୁସାରେ, ବିଭିନ୍ନ ବିଭାଗରେ ହୋଇଥିବା କ୍ଷୟକ୍ଷତିର ପୁନରୁଦ୍ଧାର ଲାଗି ଏସଡିଆରଏଫରୁ ୩୧୭.୫୮ କୋଟି ଟଙ୍କା ପ୍ରଦାନ କରାଯିବ । ସେହିଭଳି ବନ୍ୟା ପରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜର କାର୍ଯ୍ୟକାରିତା ନେଇ କମିଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦେଇଥିବା ପ୍ରସ୍ତାବ ଆଧାରରେ ବନ୍ୟାପ୍ରଭାବିତଙ୍କୁ ଚାଉଳ ବଣ୍ଟନ ବାବଦକୁ ୭୦ କୋଟି ଅନୁମୋଦନ କରାଯାଇଛି । ବନ୍ୟାରେ ପ୍ରଭାବିତ ଜିଲ୍ଲାରେ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ତେବେ ମୋଟ ଆକଳନ ପରେ ଜିଲ୍ଲାପାଳମାନେ ଦେଇଥିବା ରିପୋର୍ଟ ଅନୁସାରେ, କ୍ଷତିଗ୍ରସ୍ତ ଚାଷିଙ୍କୁ କ୍ଷତିପୂରଣ ଦେବାକୁ ୧୯୭ କୋଟି ୮୫ ଲକ୍ଷ ୩୯ ହଜାର ଟଙ୍କାର ଆବଶ୍ୟକତା ରହିଛି । ଏଥିଲାଗି ଏସଡିଆରଏଫ ଗାଇଡଲାଇନ ଅନୁସାରେ ୨୨ଟି ଜିଲ୍ଲାରେ ହୋଇଥିବା ଚାଷ ଜନିତ କ୍ଷୟକ୍ଷତି ସହାୟତା ଦେବାକୁ କମିଟି ଉପରୋକ୍ତ ଅର୍ଥ ରାଶିକୁ ଅନୁମୋଦନ ପ୍ରଦାନ କରିଛି । ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ ସେପ୍ଟେମ୍ବର ୧୬ ଓ ୧୭ତାରିଖରେ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ୱରେ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ ଓଡ଼ିଶା ଗସ୍ତ କରିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ଆକଳନ ଅନୁସାରେ ମୋଟ ୧୭୮୪.୩୦କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିଲା ।

କରୋନା ଟିକାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଘେରିଲେ ରଣେନ୍ଦ୍ର

ଭୁବନେଶ୍ୱର: ତେଜିଲା ଟିକା ରାଜନୀତି । ବିହାରରେ ଭୋଟ୍ ଦେଲେ ମାଗଣା ଭ୍ୟାକ୍ସିନ୍ ଦେବା କଥା ବିଜେପି କହିବା ପରେ ଚାରୁଆଡ଼ୁ ଉଠିଛି ପ୍ରତିବାଦର ସ୍ୱର । ଓଡ଼ିଶା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହାକୁ ନେଇ ପ୍ରଶ୍ନ କରିଛନ୍ତି । କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ୨ ଓଡ଼ିଆ ମନ୍ତ୍ରୀଙ୍କୁ ବାଲେଶ୍ୱର ମାଟିରୁ ପ୍ରଶ୍ନ ପଚାରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଯଦି ବିହାରକୁ ମାଗଣାରେ କରୋନା ଟୀକା ଦେବାକୁ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇପାରୁଛନ୍ତି ତେବେ ଓଡ଼ିଶାର ଲୋକଙ୍କୁ ମାଗଣା ଟିକା ପ୍ରଦାନ କରିବା ପାଇଁ କଥା ଦେବାକୁ ପଛଘୁଞ୍ଚା କାହିଁକି ?

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆହୁରି ପଚାରିଛନ୍ତି- ନା ଏହା କେବଳ ଆଉ ଏକ ନିର୍ବାଚନୀ ଜୁମଲା ? ଓଡ଼ିଶାର ପ୍ରତିନିଧିତ୍ଵ କରୁଥିବା ଦୁଇ କେନ୍ଦ୍ରୀୟ ମନ୍ତ୍ରୀ ସ୍ପଷ୍ଟୀକରଣ ଦେବେ କି ଏହା ପାତରଅନ୍ତର ନୁହେଁ ?

Odisha Good Supply Minister Ranendra Pratap Swain Criticized Two Centre Minister Over Covid19 Vaccine

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ପାଇଁ ନିଜସ୍ଵ ପାଣ୍ଠିରୁ ଟିକା ନିର୍ମାତାଙ୍କୁ ପାଞ୍ଚ କୋଟି ଟଙ୍କା ପ୍ରଦାନ କରି ରାଜିନାମା କରିସାରିଛନ୍ତି ଏବଂ ରାଜ୍ୟ ସରକାର ସବୁ ଓଡ଼ିଶାବାସୀଙ୍କୁ ଟୀକାକରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।

Odisha Good Supply Minister Ranendra Pratap Swain Criticized Two Centre Minister Over Covid19 Vaccine

ଓଡ଼ିଶାରେ କରୋନା ଟୀକାକରଣ ପାଇଁ ବିଜେପିର ଆଭିମୁଖ୍ୟ କ’ଣ ଦୁଇ ମାନ୍ୟବର କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟୀକରଣ ରଖିବା ଆବଶ୍ୟକ । ଏହାର ଉତ୍ତର ଓଡ଼ିଶାବାସୀ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

କୁକୁରଙ୍କୁ ଖାଇବାକୁ ଦେଲେ ଦେବାକୁ ପଡ଼ିବ ୧୦ ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ: ଆଇଆଇଟି ମାଡ୍ରାସରେ କୁକୁରଙ୍କୁ ଆତଙ୍କ ଖେଳିଯାଇଛି । ପ୍ରକୃତରେ ଆଇଆଇଟି ପ୍ରଶାସନ କ୍ୟାମ୍ପସ୍ ପରିସରରେ ବୁଲୁଥିବା କୁକୁରଙ୍କୁ ତଡ଼ିବା ପାଇଁ ଚେଷ୍ଟା କରୁଛି । ଯାହାର ବିରୋଧ କରୁଛନ୍ତି ଛାତ୍ର । ଏହାକୁ କ୍ୟାମ୍ପସ୍ ପ୍ରଶାସନ, କୁକୁରଙ୍କୁ ଖାଦ୍ୟ ନଦେବା ପାଇଁ ଛାତ୍ରଙ୍କୁ ଚେତାବନୀ ଦେଇଛନ୍ତି । ପ୍ରଶାସନ ପକ୍ଷରୁ ଏହାକୁ ନେଇ ନୋଟିସ୍ ବି ଜାରି କରାଯାଇଛି । ଯେଉଁ ଛାତ୍ର କୁକୁରଙ୍କୁ ଖାଇବାକୁ ଦେବେ ତ ତାଙ୍କ ଠାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ।

IIT Madras Opposes Food Given to Stray Dogs In Campus Students Opposing

ଖବର ଅନୁସାରେ ସୋସିଆଲ୍ ମିଡିଆ ଓ ଅନଲାଇନ୍ ପିଟିସନ ଜରିଆରେ ଏହାକୁ ନେଇ ଛାତ୍ର ସମର୍ଥନ ଯୋଗାଡ଼ କରୁଛନ୍ତି । କୁକୁରଙ୍କୁ କାହିଁକି କ୍ୟାମ୍ପସରୁ ହଟା ଯାଉଛି । ଲକଡାଉନ୍ ସମୟରେ ଏହି ନିର୍ବୋଧ ପଶୁଙ୍କୁ ଖାଇବାକୁ ଦେବା କଣ ପାପ ? ଏହି ପ୍ରସଙ୍ଗକୁ ନେଇ ସଂସ୍ଥାନର ପୂର୍ବ ଛାତ୍ର ଓ କର୍ମଚାରୀ ଟ୍ରାଇଫେନା ଡଡଲେ ପଶୁ କଲ୍ୟାଣ ପରିଷଦ ଓ ସାଂସଦ ମେନକା ଗାନ୍ଧିଙ୍କୁ ଇମେଲ ଜରିଆରେ ଅଭିଯୋଗ କରି ହସ୍ତକ୍ଷେପ ନିବେଦନ କରିଛନ୍ତି ।

ପୂରା ମାମଲା କଣ ?

ଆଇଆଇଟି ମାଡ୍ରାସ କୁକୁରଙ୍କୁ ହଟାଇବା ଲାଗି ନିଷ୍ପତ୍ତି ନେଇଛି । କାରଣ କିଛିଦିନ ତଳେ ବୁଲୁଥିବା କୁକୁର ଏକ ହରିଣକୁ ମାରି ଦେଇଥିଲେ । ଏହାପରେ ଚିନ୍ତିତ ହୋଇ ପଡ଼ିଥିବା କର୍ମଚାରୀ ଅଭିଯୋଗ କରିଥିଲେ । ତେବେ, ଛାତ୍ରଙ୍କ କହିବା କଥା କୁକୁର କ୍ୟାମ୍ପସ୍ ପରିସରରେ କେବେ କାହାକୁ ହଇରାଣ କରିନାହାଁନ୍ତି ।

ରାଜ୍ୟରେ ପୁଣି ଜଣେ ମନ୍ତ୍ରୀଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ ମନ୍ତ୍ରୀଙ୍କୁ କରୋନା । ସାରା ବିଶ୍ୱ କରୋନା ଜାଲରେ ଫସିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର ବେଶ ପ୍ରଭାବ ଦେଖିବାକୁ ମିଳିଛି । ତେବେ ଏଭଳି ପରିସ୍ଥିତିରେ ଓଡ଼ିଶାରେ ସାଧାରଣ ଲୋକ କରୋନା ସଂକ୍ରମିତ ହେବା ସହ ଅନେକ ବିଜେଡି ନେତା ମଧ୍ୟ ସଂକ୍ରମିତ ହୋଇଛନ୍ତି । ତେବେ ସେହି ଲିଷ୍ଟରେ ଏବେ ଆଉ ଜଣେ ବିଜେଡି ମନ୍ତ୍ରୀଙ୍କ ନାଁ ଯୋଡ଼ି ହୋଇସାରିଛି । କରୋନା ଆକ୍ରାନ୍ତ ହେବା ପରେ ପୂର୍ତ୍ତ, ଇସ୍ପାତ ଏବଂ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ନିଜେ ଟ୍ୱିଟ୍‌ କରି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟକ୍ତି ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ ଏବଂ ନିଜକୁ ସଂଙ୍ଗରୋଧରେ ରଖନ୍ତି ।

ସେ ଆହୁରି ଲେଖିଛନ୍ତି ଯେ, ‘ମୁଁ କରୋନା ପରୀକ୍ଷା କରିଥିଲି ରିପୋର୍ଟ ପଜିଟିଭ ଆସିଛି, ପ୍ରଭୁ ଜଗନ୍ନାଥଙ୍କ କୃପାରୁ ମୁଁ ସୁସ୍ଥ ଅଛି ହସ୍ପିଟାଲରେ ଚିକିତ୍ସିତ ହେଉଛି । ମୋ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ତାଙ୍କର କରୋନା ପରୀକ୍ଷା କରିବା ସହିତ ସଙ୍ଗରୋଧରେ ରହିବାକୁ ଅନୁରୋଧ ।’

କରୋନା ପାଇଁ ମରିଗଲା ଏହି ମାରାତ୍ମକ ରୋଗ, ନେଉଥିଲା ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ଦୁନିଆର କେତେକ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି କରୋନା ଭାଇରସ୍ ଓ ଫ୍ଲୁ, ଦୁଇ ରୋଗ ଏକା ସାଥିରେ ବଡ଼ ଧରଣର ଆତଙ୍କ ସୃଷ୍ଟି କରିପାରନ୍ତି । ତେବେ ଏବେ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମନାକୁ ଆସିଛି । ବୈଜ୍ଞାନିକ ଜାଣିବାକୁ ପାଇଛନ୍ତି ଫ୍ଲୁ ରୋଗ ଶେଷ ହେଉଛି । କିଛି ବିଶେଷଜ୍ଞଙ୍କ ଅନୁସନ୍ଧାନରୁ ଏହି ସଂକେତ ମିଳୁଛି । ସମ୍ଭବତଃ କରୋନା ପାଇଁ ଫ୍ଲୁ ମାମଲା ହ୍ରାସ ପାଇଛି ।

Has Coronavirus Killed Flu Influenza Cases Nosedive By 98 Percent

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ଭିଲାନ୍ସ ଡାଟାରୁ ଜଣାପଡ଼ିଛି- ଫ୍ଲୁ ମାମଲାରେ ବହୁତ ହ୍ରାସ ଘଟିଛି । ବିଶ୍ୱ ସ୍ତରରେ ଅନୁମାନ କରାଯାଉଛି- ଫ୍ଲୁ ମାମଲା ଗତବର୍ଷ ତୁଳନାରେ ୯୮ ପ୍ରତିଶତ ଖସିଛି ।

Has Coronavirus Killed Flu Influenza Cases Nosedive By 98 Percent

ଅଷ୍ଟ୍ରେଲିଆରେ ଚଳିତବର୍ଷ ଏପ୍ରିଲରେ କେବଳ ୧୪ଟି ଫ୍ଲୁ ମାମଲା ସାମନାକୁ ଆସଛି । ଯେତେବେଳେ କି ଗତ ବର୍ଷ ଏହି ସଂଖ୍ୟା ୩୬୭ ଥିଲା । ଅର୍ଥାତ୍ ଫ୍ଲୁ ମାମଲା ୯୬ ପ୍ରତିଶତ ହ୍ରାସ୍ ଆସିଛି । ଅଷ୍ଟ୍ରେଲିଆରେ ଜୁନରେ ଫ୍ଲୁ ମାମଲା ଅଧିକ ଥାଏ । ଚଳିତବର୍ଷ ଫ୍ଲୁର କୌଣସି ମାମଲା ଆସିନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଏନଫ୍ଲୁଏଞ୍ଜା ଭାଇରସ୍ ଅର୍ଥାତ୍ ଫ୍ଲୁରେ ପ୍ରତିବର୍ଷ ଦୁନିଆରେ ୫ ଲକ୍ଷରୁ ୬ ଲକ୍ଷ ଯାଏଁ ମୃତ୍ୟୁ ହୁଏ ।

Has Coronavirus Killed Flu Influenza Cases Nosedive By 98 Percent

ଲିବରପୁଲ ୟୁନିଭର୍ସିଟିର ଭାଇରସ୍ ଏକ୍ସପର୍ଟ ପ୍ରଫେସର ଜେମ୍ସ ଷ୍ଟିୱାର୍ଟଙ୍କ ଅନୁସାରେ- ଇମ୍ୟୁନ୍ ସିଷ୍ଟମ ପ୍ରଥମ ସଂକ୍ରମଣ ପରେ ସକ୍ରିୟ ହୋଇଯାଏ । ଫଳରେ ଭାଇରସ୍ ମରିଯାଏ । ଏହି ସମୟରେ ଯଦି ଅନ୍ୟ କୌଣସି ଭାଇରସ୍ ଶରୀରକୁ ଆସେ ତ ଇମ୍ୟୁନ୍ ସିଷ୍ଟମ ତାକୁ ବି ମାରିଦିଏ । ଏଥିପାଇଁ ସମ୍ଭବତଃ କରୋନାର ଇମ୍ୟୁନିଟି ପାଇଁ ଫ୍ଲୁ ଭାଇରସ୍ ମରିଯାଇଛି ।

Has Coronavirus Killed Flu Influenza Cases Nosedive By 98 Percent

ସେଣ୍ଟ ଜର୍ଜ ୟୁନିଭର୍ସିଟି ଅଫ୍ ଲଣ୍ଡନ୍ ବାୟରୋଲଜିଷ୍ଟ ଏଲିସବେଟ୍ଟା କୁହନ୍ତି- ଭୂତାଣୁ ପରଜୀବୀ ଅଟନ୍ତି । ଏହା ଥରେ କୌଣସି ବ୍ୟକ୍ତି ଶରୀରରେ ପ୍ରବେଶ କଲାପରେ ସେହି ବ୍ୟକ୍ତି ଶରୀରରେ ଅନ୍ୟ କୌଣସି ଭାଇରସ୍ ଆସିଲେ ସେ ତାକୁ ମାରିଦିଏ ।

Has Coronavirus Killed Flu Influenza Cases Nosedive By 98 Percent

ଚିଲିରେ ଚଳିତବର୍ଷ ଏପ୍ରିଲରୁ ଅକ୍ଟୋବର ମଧ୍ୟ ଫ୍ଲୁର ମାତ୍ର ୧୨ଟି କେସ୍ ସାମନାକୁ ଆସିଛି । ଯେତେବେଳେ କି ଗତବର୍ଷ ଏହି ସମୟରେ ଫ୍ଲୁର ୭ ହଜାର ମାମଲା ଆସିଥିଲା । ସେହିଭଳି ଦକ୍ଷିଣ ଆଫ୍ରିକାରେ ମଧ୍ୟ ଫ୍ଲୁ ମାମଲା ପ୍ରାୟ ୯୯ ପ୍ରତିଶତ ଯାଏଁ ଖସିଆସିଛି ।

Has Coronavirus Killed Flu Influenza Cases Nosedive By 98 Percent

ଅନ୍ୟପଟେ ବ୍ରିଟେନରେ ମାର୍ଚ୍ଚରୁ ଏବେ ଯାଏଁ ୭୬୭ଟି ଫ୍ଲୁ ମାମଲା ଚିହ୍ନଟ ହୋଇଛି । ଯେତେବେଳେ କି ଗତବର୍ଷ ମାର୍ଚ୍ଚରୁ ଅକ୍ଟୋବର ମଧ୍ୟରେ ପାଖାପାଖି ୭ ହଜାର ଫ୍ଲୁ ମାମଲା ଚିହ୍ନଟ ହୋଇଥିଲା । କିଛି ବିଶେଷଜ୍ଞଙ୍କ କହିବା ଅନୁସାରେ ଫ୍ଲୁ ମାମଲା ହ୍ରାସ ନେଇ ସ୍ପଷ୍ଟ କହିବା ଲାଗି ଆହୁରି ଅଧ୍ୟୟନ ଆବଶ୍ୟକ ।

ବରମୁଣ୍ଡା ବ୍ରିଜ୍‌ ନିକଟ ଡ୍ରେନ୍‌ରୁ ଅଜଣା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ପୁଣି ବରମୁଣ୍ଡା ବ୍ରିଜ୍‌ ନିକଟ ଡ୍ରେନ୍‌ରୁ ଅଜଣା ମୃତଦେହ ଉଦ୍ଧାର । କ୍ଷତାକ୍ତ ଅବସ୍ଥାରେ ମୃତଦେହକୁ ଜବତ କରିଛି ଖଣ୍ଡିଗିରି ଥାନା ପୋଲିସ । ମୃତକର ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରୁ କଳା ରଙ୍ଗର ହୋଣ୍ଡା ୟୁନିକର୍ଣ୍ଣ ବାଇକ୍‌ ଜବତ ହୋଇଛି । ଗାଡିର ନମ୍ବର OD02Q 2965 ରହିଛି । ଏହା ହତ୍ୟା ନା ଦୁର୍ଘଟଣା ସେନେଇ ତଦନ୍ତ କରୁଛି ପୋଲିସ । ତେବେ ଉଦ୍ଧାର ହୋଇଥିବା ଗାଡ଼ିର ଡାହାଣ ପାର୍ଶ୍ଵ ଲେଗ୍ ଗାର୍ଡ ଭାଙ୍ଗି ଯାଇଛି ।

ମୃତଦେହର ବେକରେ କଡ଼ା ଦାଗ ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ପାରିପାର୍ଶ୍ୱିକ ପରିସ୍ଥିତିରୁ ପୋଲିସ ଏହାକୁ ଏକ ଦୁର୍ଘଟଣା ବୋଲି କହିଛି । ଗାଡ଼ି ନମ୍ବରରୁ ମାଲିକର ନାଁ ସୁବ୍ରତ ଧଳ ବୋଲି ଜଣାପଡ଼ିଛି । ତେବେ ଏହା ପୂର୍ବରୁ ଏହି ନାଳରୁ ଏକ କଟା ଗୋଡ଼ ମିଳିଥିଲା, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା | ଏବେ ଯୁବକଙ୍କ ମୃତଦେହ ଉଦ୍ଧାର ପରେ ଏହାକୁ ନେଇ ସନ୍ଦେହ ଉପୁଜିଛି ।

ସେହିଭଳି କଟକ ମେରିଆ ବଜାର ମୁଖ୍ୟ ନଳାରୁ ଏକ ଅଜଣା ଶବ ଉଦ୍ଧାର ହୋଇଛି । ନାଳରେ ଶବଟି ଭାସୁଥିବା ଦେଖି ସ୍ଥାନୀୟ ଲୋକ ପୋଲିସ ଓ ସିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ପରେ ପୁରୀଘାଟ ପୋଲିସ ସେଠାରେ ପହଞ୍ଚି ସଫେଇ କର୍ମଚାରୀଙ୍କ ସହାୟତାରେ ଶବଟିକୁ ନାଳରୁ ବାହାର କରିଥିଲେ । ଶବଟି ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇ ଥିବା ବେଳେ ଏହାର ବ୍ୟବଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଯାଇଥିଲା ।

‘ମନ୍ କି ବାତ୍’ରେ ପିଏମ୍ ମୋଦିଙ୍କ ଅପିଲ୍, ଯବାନଙ୍କ ପାଇଁ ଏକ ଦୀପ ଜାଳନ୍ତୁ…

ନୂଆଦିଲ୍ଲୀ: ପିଏମ୍ ମୋଦି ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଛନ୍ତି । ଦଶହରା ସଂକଟରୁ ଜିତିବାର ପର୍ବ । ପିଏମ୍ ମୋଦି କହିଛନ୍ତି- ଦଶହରା ଅସତ୍ୟ ଉପରେ ସତ୍ୟର ବିଜୟ ପର୍ବ । ଏଥିସହ ପର୍ବ ସଂକଟ ଉପରେ ଜିତିବାର ପର୍ବ ବୋଲି ମୋଦି କହିଛନ୍ତି ।

ପିଏମ୍ ମୋଦି ପୁଣି ଥରେ କହିଛନ୍ତି- ଏବେ ପାର୍ବଣ ଋତୁ ଆସିଛି । ଏହି ସମୟରେ ଲୋକ ଅଧିକ କିଣାକିଣି କରିବେ । ଏହି ସମୟର ଆପଣ ଲୋକାଲ ଫର ବାର୍ତ୍ତା ଧ୍ୟାନ ଦେବାକୁ ମୋଦି କହିଛନ୍ତି । ଏଥିସହ ସ୍ଥାନୀୟ ଓ ସ୍ୱଦେଶୀ ସାମଗ୍ରୀ କିଣିବାକୁ ମୋଦି କହିଛନ୍ତି । ଦେଶର ସୈନିକଙ୍କ ଲାଗି ବିଜୟା ଦଶମୀର ଶୁଭକାମନା ଦେଇ ଏହି ଦୀପାବଳିରେ ଏକ ଦୀପ ସୀମାରେ ମୁତୟନ ସୈନିକଙ୍କ ଲାଗି ଜାଳିବାକୁ କହିଛନ୍ତି । ଏଥିସହ ପାର୍ବଣରେ ସାମାଜିକ ଦୂରତା ରକ୍ଷା ପାଇଁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦି କହିଛନ୍ତି- ଆମେ ସେହି ଯବାନଙ୍କୁ ମନେ ରଖିବା ଉଚିତ୍, ଯେଉଁମାନେ ପାର୍ବଣରେ ସୀମାରେ ମୁତୟନ ଅଛନ୍ତି । ଭାରତ ମାତାର ସେବା ଓ ସୁରକ୍ଷା କରୁଛନ୍ତି । ଆମେ ସେମାନଙ୍କ ସ୍ମରଣ କରି ପାର୍ବଣ ପାଳିବା ଦରକାର । ଆମେ ଘରେ ଏକ ଦୀପ, ଭାରତ ମାତାର ଏହି ବୀର ପୁଅ,ଝିଅଙ୍କ ଲାଗି ଜାଳିବା ଉଚିତ୍ ।

ପୁଣି ଲାଗିଲା ମାଓ ବିରୋଧୀ ପୋଷ୍ଟର, ଲେଖିଲେ ନିରୀହ ଆଦିବାସୀଙ୍କୁ ମିଛ କହିବା ବନ୍ଦ କର

0

ଲମତାପୁଟ: ମାଲକାନଗିରି ସୀମାନ୍ତ ହନୁମାଲ ଗାଁ ନିକଟରେ ମାଓ ବୋରାଧୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ମାଓବାଦୀମାନେ ବିପ୍ଲବୀ ନାମରେ ନିରୀହ ଆଦିବାସୀଙ୍କୁ ହତ୍ୟା କରୁଛନ୍ତି । ଗତ ୨୦ ତାରିଖରେ ଖଜୁରୀଗୁଡା ଗାଁର ନିରୀହ ଆଦିବାସୀ ଦାସ ଖେମୁଣ୍ଡୁଙ୍କୁ ଅତିନିର୍ମମ ଭାବରେ ହତ୍ୟା କରିଥିଲେ । ଯେଉଁ ନିରୀହ ଆଦିବାସୀମାନେ ନିଜେ ଭୋକ ଉପାସରେ ରହି ମାଓବାଦୀଙ୍କୁ ଖାଇବାକୁ ଦେଉଛନ୍ତି, ସେହିମାନଙ୍କୁ ହିଁ ମାଓବାଦୀ ହତ୍ୟା କରୁଛନ୍ତି ବୋଲି ପୋଷ୍ଟରେ ଲେଖାଯାଇଛି । ମାଓବାଦୀମାନେ ମିଛ କହିବା ବନ୍ଦ କରନ୍ତୁ, ଆଉ ଆଦିବାସୀଙ୍କୁ ବଞ୍ଚିବାକୁ ଦିଅନ୍ତୁ ବୋଲି ମାଲକାନଗିରି ବିଛିନାଞ୍ଚଳ ଉନ୍ନୟନ ସମିତି ପକ୍ଷରୁ ବିଭିନ୍ନ ସ୍ଥାନରେ ମାଓ ବିରୋଧୀ ପୋଷ୍ଟର ଲଗାଯାଇଛି ।

Swabhiman Area

ଆଜି ସକାଳେ ସ୍ୱାଭିମାନ ଅଞ୍ଚଳରେ ଏହି ମାଓବିରୋଧୀ ପୋଷ୍ଟର୍ ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ସାଧାରଣ ଲୋକଙ୍କୁ ମାଓବାଦୀମାନେ ହତ୍ୟା କରିବା ସହ ନିର୍ଯାତନା ଦେଉଥିବା ଏଥିରେ ଲେଖା ଅଛି । ୨୦୨୦ରେ ଏଯାବତ୍ ୪ ଜଣ ସାଧାରଣ ଲୋକଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି । ଏମାନେ ହେଲେ ସାଧୁ ପାଙ୍ଗି, ମଲେଶ ମୁଦୁଲି, ଦୀନବନ୍ଧୁ ସରକାର ଏବଂ ଦାସ ଖେମୁଣ୍ଡୁ ।