spot_img
Home Blog Page 6526

ଯାଜପୁରରେ କରାେନା ଯୋଦ୍ଧାଙ୍କ ଦେହାନ୍ତ

ଯାଜପୁର: ପୌରପାଳିକାରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କ କରୋନାରେ ପରଲୋକ । ଯୁବ ସ୍ୱାସ୍ଥ୍ୟକର୍ମୀ ଲୋକେଶ ପଣ୍ଡା କରୋନାରେ ଆକ୍ରାନ୍ତ ହୋଇ ଟାଟା କୋଭିଡ କେୟାର ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଆଜି ଯାଜପୁର ଶଶ୍ମାନରେ ତାଙ୍କର ଶେଷକୃତ୍ୟ କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଗାଡ୍ ଅଫ୍ ଅନର ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ନିଜର ଆତ୍ମୀୟଙ୍କ ମୃତ୍ୟୁରେ ଗର୍ବ କରିବାକୁ  ନିବେଦନ କରିଛନ୍ତି । ଏହାସହିତ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୃତି ଦେଇଛନ୍ତି ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ କରୋନା, ସଙ୍ଗରୋଧରେ ରହି ରଖିବେ କାର୍ଯ୍ୟ

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ କରୋନା, ସଙ୍ଗରୋଧରେ ରହି ରଖିବେ କାର୍ଯ୍ୟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦିନକୁ ଦିନ ନେତାଙ୍କ ଠାରୁ ଆରମ୍ଭ କରି ବହୁ ବଡ଼ ବଡ଼ ବ୍ୟକ୍ତି ମାନେ କରୋନା ଦ୍ୱାରା ସଂକ୍ରମିତ ହେଉଛନ୍ତି । ସେହିକ୍ରମରେ ରବିବାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଶକ୍ତିକାନ୍ତ ଦାସ କହିଛନ୍ତି ଯେ ତାଙ୍କର ସଂକ୍ରମଣର କୌଣସି ଲକ୍ଷଣ ନାହିଁ  । ତେବେ ସେ ନିଜକୁ ଏବେ ସଙ୍ଗରୋଧ କରି ରଖିଛନ୍ତି । ସେ ଟୁଇଟ ଯୋଗେ କହିଛନ୍ତି ଯେ ତାଙ୍କ ସହ ଯୋଗାଯୋଗରେ ଥିବା ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି । ଦାସ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟ ସୁରୁଖୁରୁରେ ଜାରି ରହିବ ଏବଂ ସେ ସଙ୍ଗରୋଧରେ ରହି କାର୍ଯ୍ୟ କରିବେ ।

ଶକ୍ତିକାନ୍ତ ଦାସ ରବିବାର ଦିନ ଟ୍ୱିଟ କରି କହିଛନ୍ତି- “ମୋତେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ମୋର ସଂକ୍ରମଣର ଲକ୍ଷଣ ନାହିଁ। ମୁଁ ନିଜକୁ ବହୁତ ଭଲ ଅନୁଭବ କରୁଛି । ଯେଉଁମାନେ ମୋ ସହ ସମ୍ପର୍କରେ ଅଛନ୍ତି ସେମାନଙ୍କୁ ମୁଁ ସତର୍କରେ ରହିବାକୁ ଅନୁରୋଧ କରୁଛି । ମୁଁ ପୃଥକ ଭାବରେ କାର୍ଯ୍ୟ ଜାରି ରଖିବି । ରିଜର୍ଭ ବ୍ୟାଙ୍କର କାର୍ଯ୍ୟ ସୁରୁଖୁରୁରେ ଜାରି ରହିବ । ମୁଁ ଫୋନ୍ କିମ୍ବା ଭିଡିଓ କଲ୍ ମାଧ୍ୟମରେ ସମସ୍ତ ଡେପୁଟି ଗଭର୍ନର ଏବଂ ଅନ୍ୟ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବି । “

ଆକର୍ଷଣୀୟ ଅଫ୍‌ର ଲାଗିଛି ହେଲେ କଟକଣା ବାଡ଼ ସାଜିଛି

0

ଉମରକୋଟ: ଶାରଦୀୟ ଦୁର୍ଗାପୂଜାରେ ଫିକା ପଡିଛି ପୂଜା ବଜାର । କରୋନା କଟକଣା ଯୋଗୁଁ ପାର୍ବଣ ଋତୁରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି । ବ୍ୟବସାୟିକ ପ୍ରତିଷ୍ଠାନମାନ ବିଭିନ୍ନ ଆକର୍ଷଣୀୟ ଅଫର ଲଗାଇଥିଲେ ମଧ୍ୟ ଗହଳି ଶୂନ୍ୟ ହୋଇଛି ଦୋକାନ ବଜାର । ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ୍ ସହରରେ । ଦେଖିବା ଏହି ରିପୋର୍ଟ । ପାର୍ବଣରେ ବଜାର ମାନ୍ଦା । ଫିକା ପଡିଛି ପୂଜା ବଜାର । ଆକର୍ଷଣୀୟ ଅଫର ଲାଗିଛି । ହେଲେ କଟକଣା ବାଡ଼ ସାଜିଛି । ଫଳରେ ଗ୍ରାହକ ଶୂନ୍ୟ ହୋଇଛି ବଜାର ।

ପ୍ରତିବର୍ଷ ପରି ପାର୍ବଣ ଆରମ୍ଭ ହେବା ମାତ୍ରେ ଉମରକୋଟ ବଜାରରେ ଗ୍ରାହକଙ୍କ ଭିଡ ଜମିଥାଏ । କିଏ ନୂତନ ବସ୍ତ୍ର ପାଇଁ ତ କିଏ ଦ୍ରବ୍ୟ ସାମଗ୍ରୀ କିଣିବା ପାଇଁ ଶାରଦୀୟ ଦୁର୍ଗାପୂଜା ବଜାରକୁ ଅପେକ୍ଷା କରିଥାନ୍ତି । ଆଉ ବ୍ୟବସାୟୀମାନେ ମଧ୍ୟ ବେଶ୍ ଦୁଇ ପଇସା ଲାଭ ଆଶାରେ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାନ୍ତି । ହେଲେ ଚଳିତ ବର୍ଷ ଏସବୁରେ ବାଧକ ସାଜିଛି କରୋନା କଟକଣା । କୋଭିଡ୍ ଭୟରେ ଗ୍ରାହକ ଶୂନ୍ୟ ହୋଇଛି ପୂଜା ବଜାର । ଗ୍ରାହଙ୍କୁ ଆକୃଷ୍ଟ କରିବା ପାଇଁ ଭଳି କି ଭଳି ଆକର୍ଷଣୀୟ ରିହାତି ଅଫର ସହିତ ଆଲୋକ ମାଳାରେ ଦୋକାନକୁ ସୁସଜ୍ଜିତ କରିଛନ୍ତି ବ୍ୟବସାୟୀ ।

ଏହା ସହିତ ଦୋକାନ ସାନିଟାଇଜ୍ ମଧ୍ୟ କରୁଛନ୍ତି । ହେଲେ ସଂକ୍ରମଣ ଭୟ ଥିବାରୁ  କେବଳ ପରମ୍ପରାକୁ ବଞ୍ଚାଇବା ପାଇଁ କମ୍ ସାମଗ୍ରୀ କିଣି ସନ୍ତୁଷ୍ଟ ହୋଉଛନ୍ତି ଗ୍ରାହକ । ପାର୍ବଣକୁ ଫିକା ପକାଇଛି ମହାମାରୀ କରୋନା । ଲକଡାଉନ ଓ ସଟଡାଉନ ପାଇଁ ଲୋକଙ୍କ ଆୟ କମିବା ସଂଙ୍ଗେ ସଂଙ୍ଗେ ଖର୍ଚ୍ଚ କରିବାର ତରିକା ମଧ୍ୟ ବଦଳିଯାଇଛି । ଯାହା ଫଳରେ ପୂଜା ବଜାରରେ ଉମରକୋଟରେ ଗହଳି ଚହଳି ଦେଖିବାକୁ ମିଳିନାହିଁ ।

ମାଣ୍ଡିଆରେ ପ୍ରସ୍ତୁତ ଫାଷ୍ଟପୁଡର ବଢ଼ୁଛି ଚାହିଦା: ରୋଜଗାର କ୍ଷମ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

ବର୍ତ୍ତମାନର ଫାଷ୍ଟଫୁଡ୍ ଯୁଗରେ ଜଙ୍କଫୁଡ୍ ଉପରେ ବଶବର୍ତ୍ତୀ ହୋଇଛନ୍ତି ଲୋକେ । ସକାଳର ବ୍ରେକଫାଷ୍ଟ୍ ହେଉ କି ସଂଧ୍ୟାର ଟିଫିନ୍ ସବୁ ସମୟରେ ଜଙ୍କଫୁଡ୍ ଉପରେ ନିର୍ଭର କରିଥାନ୍ତି ଲୋକେ । ତେବେ ଏଭଳି ସମୟରେ ଆଦିବାସୀ ବହୁଳ ଜିଲ୍ଲା ମାଲକାନଗିରିବାସୀଙ୍କ ମଧ୍ୟରେ ମାଣ୍ଡିଆ ପ୍ରସ୍ତୁତ ଫାଷ୍ଟଫୁଡର ଚାହିଦା ବଢିବାରେ ଲାଗିଛି । ଭଳି କି ଭଳି ସୁଷମ ଖାଦ୍ୟ ଖାଇବା ପାଇଁ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟରରେ ଭିଡ଼ ଜମାଉଛନ୍ତି ଲୋକେ । ଆଉ ଏହି ପୃଷ୍ଟିକର ଖାଦ୍ୟକୁ ବିକ୍ରି କରି ରୋଜଗାର ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ।

 ଭଳି କି ଭଳି ସୁଷମ ଖାଦ୍ୟ । ପିଠା, ବରା ଓ କଟଲେଟ୍ ସାଙ୍ଗକୁ ଖିରି, ପକୁଡି । ଜଙ୍କପୁଡ୍ ବଦଳରେ ମାଣ୍ଡିଆରେ ପ୍ରସ୍ତୁତ ସୁସ୍ୱାଦ ଖାଦ୍ୟ ପ୍ରତି ଆକୃଷ୍ଟ ହେଉଛନ୍ତି ମାଲକାନଗିରି ଜିଲ୍ଲାବାସୀ । ସକାଳର ବ୍ରେକ୍ ଫାଷ୍ଟ ହେଉକି ସଂଧ୍ୟାର ଟିଫିନ୍ । ସବୁ ସମୟରେ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଆଗରେ ଭିଡ଼ ଜମାଉଛନ୍ତି ଲୋକେ । ଆଉ ଏହାକୁ ଖାଇ ବେଶ୍ ଆନନ୍ଦ ଆନୁଭବ କରୁଛନ୍ତି ଗ୍ରାହକ । ବଢୁଛି ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟର ଚାହିଦା ।

ସୁଷମ ଖାଦ୍ୟ ବିକ୍ରି କରି ରୋଜଗାର କ୍ଷମ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ । ମିଲେଟ୍ ମିଶନ ଦେଖାଇଛି ରୋଜଗାରର ରାହା । ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଛି ମାଣ୍ଡିଆ କାଫେ । ଜିଲ୍ଲା ପ୍ରଶାସନ ପକ୍ଷରୁ ମିଲେଟ୍ ମିଶନ ଯୋଜନା ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀକୁ ଏହାର ଦାୟିତ୍ୱ ଦିଆଯାଇଛି । ଆଉ ମହିଳାମାନେ ପ୍ରସ୍ତୁତ ଖାଦ୍ୟକୁ ବିକ୍ର କରି ରୋଜଗାର କ୍ଷମ ହେଉଛନ୍ତି । ତେବେ ଏହି ଖାଦ୍ୟରେ ଭରପୁର ପ୍ରୋଟିନ୍ ରହିଥିବା ବେଳେ ଲୋକଙ୍କ ଚାହିଦାକୁ ଦେଖି ଆଗକୁ ଅଧିକ ଟିଫିନ୍ ସେଣ୍ଟର ଖୋଲିବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ ।  ଏହା ସହିତ ଜିଲ୍ଲାରେ ବହୁଳ ପରିମାଣରେ ମାଣ୍ଡିଆ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ମାଲକାନଗିରି ଭଳି ଆଦିବାସୀ ଅଞ୍ଚଳରେ ମାଣ୍ଡିଆର ଚାହିଦା ବଢିଥିବା ବେଳେ ଜିଲ୍ଲା ପ୍ରଶାସନର ଏଭଳି ପ୍ରୟାସ ଲୋକଙ୍କୁ ମାଣ୍ଡିଆ ପ୍ରତି ଆକୃଷ୍ଟ କରିଛି ।

ମୋହନ ଭାଗବତଙ୍କୁ ଅସଦୁଦ୍ଦିନ ଓୱେସିଙ୍କ ଟାର୍ଗେଟ, କହିଲେ ‘ଆମେ ଛୋଟ ପିଲା ନୁହେଁ CAAକୁ ନେଇ ଭ୍ରମିତ କରାଅନାହିଁ’

ନୂଆଦିଲ୍ଲୀ: ଅସଦୁଦ୍ଦିନ ଓୱେସି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନର ମୁଖ୍ୟ ମୋହନ ଭାଗବତଙ୍କ ମଧ୍ୟରେ ବିବାଦ ଜାରି ରହିଛି । CAA ବିବୃତ୍ତିକୁ ନେଇ ଅସନ୍ତୁଷ୍ଟ ମନେ ହେଉଛନ୍ତି । ମୋହନ ଭାଗବତଙ୍କ CAA ବିବୃତ୍ତିକୁ ନେଇ ଏଭଳି ଅସନ୍ତୋସ ଦେଖା ଦେଇଛି । ବିବୃତ୍ତିକୁ ନେଇ ଓୱେସି କହିଛନ୍ତି ଯେ ଆମେ ଛୋଟ ଛୁଆ ନୁହଁନ୍ତି । ଯାହାକୁ ତୁମେ ନାଗରିକତ୍ୱ ସଂଶୋଧନ ଆଇନ ଦ୍ୱାରା ବିଭ୍ରାନ୍ତ କରାଇବ । ଓୱେସି ତାଙ୍କ ଟ୍ୱିଟରେ ଏହି ଆନ୍ଦୋଳନ ସମୟରେ କଂଗ୍ରେସ ଏବଂ ଆରଜେଡିଙ୍କ ନିରବତା ଉପରେ ପ୍ରଶ୍ନ କରିଛନ୍ତି ।

ସଂଗଠନର ବାର୍ଷିକ ଦଶେରା ରାଲିରେ ପହଂଚିଥିବା ଭାଗବତ କହିଛନ୍ତି ଯେ CAA ର କୌଣସି ସମ୍ପ୍ରଦାୟକୁ ବିରୋଧ କରିବା ଲକ୍ଷ ନୁହେଁ । ଏହି ନୂଆ ନିୟମକୁ ବିରୋଧ କରୁଥିବା ଲୋକମାନେ ମୁସଲମାନ ଭାଇମାନଙ୍କୁ ବିଭ୍ରାନ୍ତ କରିବାକୁ ଚାହୁଁଛନ୍ତି । ସେମାନେ ମୁସଲମାନ ଭାଇମାନଙ୍କୁ କହିବାକୁ ଚାହାଁନ୍ତି ଯେ ଏହି ଆଇନର ଉଦ୍ଦେଶ୍ୟ ହେଉଛି ମୁସଲମାନ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ।

ଓୱେସି ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି, ‘ଆମେ ପିଲା ନୁହଁନ୍ତି ଯେଉଁମାନେ ବିଭ୍ରାନ୍ତ ହେବ । CAA + NRCରେ କଣ କରିବାକୁ ପଡିବ ସେନେଇ ବିଜେପି କିଛି କହିନାହିଁ । ଯଦି ଏହା ମୁସଲମାନମାନଙ୍କ ବିଷୟରେ ନୁହେଁ, ତେବେ ଏଥିରୁ ଧାର୍ମିକ ସମ୍ବନ୍ଧୀୟ ସମସ୍ତ ଜିନିଷ ହଟାନ୍ତୁ । ସେ ଲେଖିଛନ୍ତି, ‘ ଯେପର୍ଯ୍ୟନ୍ତ ଦେଶରେ ଏଭଳି ଆଇନ ରହିବ ସେ ପର୍ଯ୍ୟନ୍ତ ଆମେ ବିରୋଧ ଜାରି ରଖିବୁ, ଯାହା ଆମ ଭାରତୀୟତାକୁ ପ୍ରମାଣ କରିବାକୁ କହିବ।’

ଆମେ ପ୍ରତ୍ୟେକ ନିୟମକୁ ବିରୋଧ କରିବୁ ଯାହା ଧର୍ମରୁ ନାଗରିକତ୍ୱର ଆଧାର ପ୍ରକାଶ କରିବ । ସେ ଲେଖିଛନ୍ତି, ‘ କଂଗ୍ରେସ, ଆରଜେଡି ଏବଂ ସେମାନଙ୍କ ସାଥୀମାନଙ୍କୁ ମଧ୍ୟ କହିବାକୁ ଚାହେଁ ଯେ ଏହି ଆନ୍ଦୋଳନ ସମୟରେ ତୁମର ନିରବତାକୁ ମୁଁ ଭୁଲି ନାହିଁ ।

‘ଚୀନ୍-ପାକିସ୍ତାନ ସହିତ କେବେ ଯୁଦ୍ଧ ହେବ ତାହା ପ୍ରଧାନମନ୍ତ୍ରୀ ମୋଦି ନିଷ୍ପତ୍ତି ନେଇଛନ୍ତି’: ସ୍ୱତନ୍ତ୍ର ଦେବ ସିଂ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଚୀନ ସହ କେବେ ଯୁଦ୍ଧ ହେବ ତାହା ନିଷ୍ପତ୍ତି ହୋଇସାରିଛି । ପ୍ରଧାନମନ୍ତ୍ରୀ ମୋଦୀ ପୁରା ପ୍ଲାନ ପ୍ରସ୍ତୁତ କରି ରଖିଛନ୍ତି । ତ୍ତରପ୍ରଦେଶ ଭାରତୀୟ ଜନତା ପାର୍ଟିର ସଭାପତି ସ୍ୱତନ୍ତ୍ର ଦେବ ସିଂ କହିଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନ ଏବଂ ଚୀନ୍ ସହିତ ଲଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତ୍ତି ନେଇଛନ୍ତି । ସ୍ୱତନ୍ତ୍ର ଦେବ ସିଂଙ୍କ ବିବୃତ୍ତି ଏଭଳି ସମୟରେ ଆସିଛି ଯେଉଁ ସମୟରେ ଲଦାଖରେ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ତିକ୍ତତା ଜାରିରହିଛି ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଏବଂ ସମ୍ବିଧାନର ଧାରା ୩୭୦ ଅନୁଯାୟୀ ଜାମ୍ମୁ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ରଦ୍ଦ ହେବା ନେଇ ସ୍ୱତନ୍ତ୍ର ଦେବ ସିଂ କହିଛନ୍ତି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ସ୍ୱତନ୍ତ୍ର ଦେବ ସିଂ କହିଛନ୍ତି ଯେ ରାମ ମନ୍ଦିର ଏବଂ ଧାରା ୩୭୦ ପରି ପାକିସ୍ତାନ ଏବଂ ଚୀନ୍ ସହ କେତେବେଳେ ଯୁଦ୍ଧକୁ ଯିବେ ସେନେଇ ପ୍ରଧାନମନ୍ତ୍ରୀ ମୋଦୀ ନିଷ୍ପତ୍ତି ନେଇଛନ୍ତି । ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓରେ ସ୍ୱତନ୍ତ୍ର ଦେବ ଏହା କହୁଥିବାର ଶୁଣିବାକୁ ମିଳୁଛି ।

ବଲିଆରେ ବିଜେପି ବିଧାୟକ ସଞ୍ଜୟ ଯାଦବଙ୍କ ଘରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଦେବ ସିଂ ଭାଷଣ ଦେଇଥିଲେ । ଏହି ଭିଡିଓ ସଂଜୟ ଯାଦବଙ୍କ ଦ୍ୱାରା ସୋସିଆଲ ମିଡିଆରେ ରିଲିଜ୍ ହୋଇଛି । ସ୍ୱତନ୍ତ୍ର ଦେବ ସିଂ ତାଙ୍କ ସମ୍ବୋଧନରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟିର କର୍ମୀଙ୍କୁ ଆତଙ୍କବାଦୀଙ୍କ ସହ ତୁଳନା କରିଥିଲେ ।

ତେବେ ରାଜ୍ୟ ବିଜେପି ସଭାପତିଙ୍କ ବିବୃତ୍ତି ବିଷୟରେ ପଚରାଯିବାରୁ ସ୍ଥାନୀୟ ସାଂସଦ ରବିନ୍ଦ୍ର କୁଶୱା କହିଛନ୍ତି ଯେ କର୍ମି ମାନଙ୍କ ଶକ୍ତି ଦେବା ପାଇଁ ସେ ଏହା କହିଛନ୍ତି ।

ରବିବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଭାରତ ଚୀନ୍ ସହ ସୀମା ତିକ୍ତତା ଦୂର କରିବାକୁ ଚାହୁଁଛି । ରାଜନାଥ ସିଂ ଏହା ମଧ୍ୟ କହିଛନ୍ତି ଯେ ସେ ସୀମାରେ କାହାକୁ ଏକ ଇଞ୍ଚ ଜମି ନେବାକୁ ଦେବେ ନାହିଁ ।

ପେଶାରେ ସରକାରୀ କର୍ମଚାରୀ, ନିଶା ସାପଙ୍କୁ ସୁରକ୍ଷା ଦେବା

0

ବଲାଙ୍ଗୀର: ସାପ ନାଁ ଶୁଣିଲେ ସମସ୍ତଙ୍କ ମନରେ ଛନକା ପଶିଥାଏ । ଆଉ ଯଦି ସାପ ଘର ଭିତରକୁ ଚାଲି ଆସେ ତା’ହେଲେ କଥା ସରିଲା । ଅନେକ ସ୍ଥାନରେ ଲୋକେ ସାପକୁ ଦେଖି ଭୟଭିତ ହୋଇଥାନ୍ତି, କେହି କେହି ସାପକୁ ମାରି ଦେଇଥାନ୍ତି । ହେଲେ ସାପଙ୍କ ସୁରକ୍ଷା ପାଇଁ ବଲାଙ୍ଗିର ସହରରେ କିଛି ସ୍ୱେଚ୍ଛାସେବୀ ଆଗେଇ ଆସିଛନ୍ତି । ବିଭିନ୍ନ ପ୍ରଜାତିର ବିଷଧର ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଉଛନ୍ତି । ବଲାଙ୍ଗିରର ସାପ ମଣିଷ ଦେବରାଜ ବାରିକ୍ । ପେଶା ଜଣେ ସରକାରୀ କର୍ମଚାରୀ ।

ହେଲେ ନିଶା ତାଙ୍କର ସାପଙ୍କୁ ସୁରକ୍ଷା ଦେବା । କର୍ମ କ୍ଷେତ୍ରରେ ବ୍ୟସ୍ତତା ମଧ୍ୟରେ ହେଉ କିମ୍ବା ବିଳମ୍ବିତ ରାତିରେ, ଯେତେ ବେଳେ ଡାକରା ଆସେ ତୁରନ୍ତ ବାହାରି ପଡିଛନ୍ତି ଦେବରାଜ । ବଲାଙ୍ଗିର ରାଜେନ୍ଦ୍ର କଲେଜର ଏହି ଚତୁର୍ଥ ଶ୍ରେଣୀ କର୍ମଚାରୀ ବର୍ତ୍ତମାନ ସୁଦ୍ଧା ହଜାରେ ପ୍ରଜାତିର ବିଷଧର ସାପ ଉଦ୍ଧାର କରି ଜଙ୍ଗଲରେ ଛାଡିନ୍ତି । ଏଥିପାଇଁ କୌଣସି ପାରିଶ୍ରମିକ ନିଆନ୍ତି ନାହିଁ ଦେବରାଜ । ତେବେ ଏଭଳି ସ୍ୱେଚ୍ଛାସେବୀ କାମ ପାଇଁ ତାଙ୍କୁ ବନବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପରିଚୟ ପତ୍ର ମଧ୍ୟ ମିଳିଛି ।

ସେହିପରି ବଲାଙ୍ଗିର ସହର ଅନ୍ୟ ଜଣେ ସାପ ପ୍ରେମୀ ହେଉଛନ୍ତି ଧ୍ରୁବରାଜ ସିଂହଦେଓ । ଜଣେ ବସ ମାଲିକ ହୋଇଥିଲେ ମଧ୍ୟ ସାପଙ୍କୁ ସୁରକ୍ଷା ଦେବା ପାଇଁ ସଙ୍ଗେ ସଙ୍ଗେ ତତ୍ପରାତ ଦେଖାଇଥାନ୍ତି । ନାଗ, ଚିତି, ଅଜଗର ଆଦି ବିଭିନ୍ନ ପ୍ରଜାତିର ସାପଙ୍କୁ ସତର୍କତାର ସହ ଉଦ୍ଧାର କରି ଲୋକଙ୍କ ଜୀବନ ବଞ୍ଚାଇଥାନ୍ତି ଧ୍ରୁବରାଜ । ତେବେ ଏହି ଦୁଇ ସ୍ୱେଚ୍ଛାସେବୀ ଦୀର୍ଘ ଦିନ ହେବ ସାପଙ୍କୁ ସୁରକ୍ଷା ଦେଇଆସୁଥିବା କହିଛନ୍ତି, ବଲାଙ୍ଗିର ସହକାରୀ ବନ ସଂରକ୍ଷକ । ଯେତେ ଭୟଙ୍କର ସାପ ହେଉ ତାକୁ କ୍ଷତି ନପହଞ୍ଚଇଲେ, ସେ  କାହାରିକୁ ଆକ୍ରମଣ କରିନଥାଏ । ତେଣୁ ସାପକୁ ନମାରି ଉଦ୍ଧାର କରି ଜଙ୍ଗଲରେ ଛାଡି ଦେବାକୁ ଆହ୍ୱାନ ଦେଇଛନ୍ତି ସାପ ଉଦ୍ଧାରକାରୀ ।

ଦୁଇ ଭଉଣୀଙ୍କୁ ୬ ଦିନ କାଳ ୧୫ ଜଣ କଲେ ଦୁଷ୍କର୍ମ, ପଡ଼ୋଶୀ ଦେଶର ଆଉ ଏକ କଳଙ୍କିତ ଚେହେରା

ନୂଆଦିଲ୍ଲୀ: ପଡ଼ୋଶୀ ଦେଶରେ ଦୁଷ୍କର୍ମର କଳା କାହାଣୀ । ଦେଶ ବାହାରେ ଦୁଷ୍କର୍ମ କିନ୍ତୁ ଏଠି ଟାଙ୍କୁରି ଉଠୁଛି ଲୋମ । ଦିନେ ନୁହେଁ କି ଦୁଇ ଦିନ ନୁହେଁ ୬ ଦିନ, ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୧୫ଜଣ  । ୨ ଭଉଣୀଙ୍କୁ ଧରି କରିଥିଲେ ଗଣ ଦୁଷ୍କର୍ମ । ଏକଥା ଶୁଣିଲେ ମନ ମଧ୍ୟରେ ରକ୍ତ ଗରମ ହୋଇଯାଉଛି । ଏଭଳି ଲଜ୍ଜିତ କଲାଭଳି ଘଟଣା ପାକିସ୍ତାନରେ ଦେଖିବାକୁ ମିଳିଛି । ପାକିସ୍ତାନର ଜଣେ ମହିଳା ତାଙ୍କ ଝିଅକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଛନ୍ତି । ତାଙ୍କ ଝିଅକୁ ୬ ଦିନ ଧରି ବଳାତ୍କାର ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ପୀଡିତ ଝିଅ ମାନଙ୍କର ବୟସ ୧୫ ବର୍ଷ ଏବଂ ୧୭ ବର୍ଷ । ଦୁଇ ଜଣ ଝିଅଙ୍କୁ ୧୫ ଜଣ ଅପହଣ କରିବା ପରେ ତାଙ୍କୁ ୬ ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ପାକିସ୍ତାନରେ ଲୋକଙ୍କ ମଧ୍ୟରେ କ୍ରୋଧର ନିଆଁ ବଢ଼ିବାରେ ଲାଗିଛି । ରାସ୍ତା ରାସ୍ତାରେ ପ୍ଲା କାର୍ଡ ଧରି ରାସ୍ତକୁ ଓହ୍ଲାଇଛନ୍ତି ଯୁବପିଢ଼ି । ନ୍ୟାୟ ପାଇଁ ଦାବି କରୁଛନ୍ତି । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫଦାରୀ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ ।

Geo.tv ର ରିପୋର୍ଟ ଅନୁଯାୟୀ, ୧୫ ଜଣଙ୍କ ବିରୁଦ୍ଧରେ ବଳାତ୍କାର ଅଭିଯୋଗ ହୋଇଛି । କୁହାଯାଉଛି ଯେ ଝିଅମାନଙ୍କୁ ୬ ଦିନରେ ବିଭିନ୍ନ ସ୍ଥାନରେ ରଖାଯାଇ ସେମାନଙ୍କୁ ଦୁଷ୍କର୍ମ କରାଯାଇଥିଲା । ସୂଚନା ଅନୁଯାୟି, ପୀଡିତାଙ୍କ ମା’ କୁହନ୍ତି ଯେ ତାଙ୍କ ଝିଅଙ୍କୁ ୧୧ ସେପ୍ଟେମ୍ବରରେ ଅପହରଣ କରାଯାଇଥିଲା । ଏବଂ ଅପହରଣ ପରେ ସେମାନଙ୍କୁ ସବୁ ସମୟରେ ନିଶାରେ ରଖାଯାଉଥିଲା । ଯେଉଥିପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ନେବାରେ ତାଙ୍କୁ ସୁବିଧା ହେଉଥିଲେ । ଖାଲି ସେତିକି ନୁହେଁ ଅଭିଯୁକ୍ତ ମାନେ ଗୋଟିଏ ପରେ ଗୋଟିଏ ସୀମା ଲଙ୍ଗିବାକୁ ଲାଗିଥିଲେ ।

ଅଭିଯୁକ୍ତକାନେ ପୀଡିତାଙ୍କର ଆପତ୍ତିଜନକ ଫଟୋଗ୍ରାଫ ଏବଂ ଭିଡିଓ ମଧ୍ୟ ରେକର୍ଡ କରିଥିଲେ । ଏଫଆଇଆର ଅନୁଯାୟୀ, ଫୈସଲାବାଦର ଜାଙ୍ଗ ବଜାରରେ ଦୁଷ୍କର୍ମ ପରେ ଦୁଷ୍କର୍ମକାରୀମାନେ ୧୫ ବର୍ଷର ବାଳିକାକୁ ଛାଡ଼ିଥିଲେ ଏବଂ ତାଙ୍କ ଭଉଣୀଙ୍କୁ ଗୁଜରାନୱାଲାରେ ଛଡ଼ାଯାଇଥିଲା ।

ପୀଡିତାଙ୍କ ମା କହିଛନ୍ତି ଯେ ଦାରିଦ୍ର୍ୟ ହେତୁ ସେମାନେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ । ତେଣୁ ସେମାନେ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ଘର ଛାଡି ଅନ୍ୟତ୍ର ରହିବାକୁ ଯିବେ ।

ମିର୍ଜାପୁର ୱେବ୍ ସିରିଜକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଅଭିଯୋଗ, ଏହି ୱେବ୍ ସିରିଜ ଜିଲ୍ଲାକୁ ବଦନାମ କରୁଛି

ନୂଆଦିଲ୍ଲୀ: ଗତ ୨ ବର୍ଷ ଧରି ଫ୍ୟାନ ମାନଙ୍କୁ ମିର୍ଜାପୁର ୱେବ୍ ସିରିଜର ଦ୍ୱିତୀୟ ସିଜିନକୁ ଅପେକ୍ଷା ଥିଲା । ଏବେ ଫ୍ୟାନ ମାନଙ୍କର ଅପେକ୍ଷା ପୁରଣ ହୋଇଛି । ଯାହାକି ୨୨ ଅକ୍ଟୋବର ରାତିରେ ସମସ୍ତଙ୍କର ଅପେକ୍ଷା ଶେଷ ହୋଇଥିଲା । ପ୍ରାଇମ୍ ଭିଡିଓରେ ଏହି ସିରିଜ୍ ବାହାରିବା ମାତ୍ରେ ଲୋକମାନେ ଏହାକୁ ଦେଖିବା ପାଇଁ ବହୁତ ଆଗ୍ରହ ପ୍ରକାଶ କରିଥିଲେ । କିନ୍ତୁ ଏବେ ମିରଜାପୁର ଫିଲ୍ମକୁ ନେଇ ଅନେକ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । କାରଣ ମିରଜାପୁର ୨ର କାହାଣୀକୁ ନେଇ ସୋସିଲା ମିଡ଼ିଆରେ ବିରୋଧ ହୋଇଛି । ଅନେକ ପ୍ରଶଂସକ ମିରଜାପୁର୨ କୁ ନେଇ ଟୁଇଟ ମଧ୍ କରିଛନ୍ତି ।

ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାର ସାଂସଦ ଅନୁପ୍ରିୟା ପଟେଲ ୱେବ୍ ସିରିଜ୍ ମିର୍ଜାପୁରକୁ ହିଂସାତ୍ମକ ବୋଲି କହି ଏହାର ତଦନ୍ତ ଦାବି କରିଛନ୍ତି । ସେ ସୋସିଆଲ ମିଡିଆ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟ୍ୟାଗ୍ କରି ଏହି ଘଟଣାର ତଦନ୍ତ ଦାବି କରିଛନ୍ତି ।

ଅନୁପ୍ରିଆ ପଟେଲ ଟୁଇଟ୍ କରି କହିଛନ୍ତି, ପ୍ରଧାନମନ୍ତ୍ରୀ @narendramodi ji ଏବଂ ମୁଖ୍ୟମନ୍ତ୍ରୀ @myogiadityanath ji ଙ୍କ ନେତୃତ୍ୱରେ ମିର୍ଜାପୁର ବିକାଶ ଚାଲିଛି । କିନ୍ତୁ ‘ମିର୍ଜାପୁର ନାମକ ଏକ ୱେବ୍ ସିରିଜ୍ ଜରିଆରେ ମିର୍ଜାପୁରକୁ ଏକ ହିଂସାତ୍ମକ ଅଞ୍ଚଳ ଭାବେ କିହି ତାକୁ ବଦନାମ କରାଯାଉଛି ।

ଅନୁପ୍ରିଆ ତାଙ୍କ ପରବର୍ତ୍ତୀ ଟ୍ୱିଟରେ ଲେଖିଛନ୍ତି ଯେ ମିର୍ଜାପୁର ଜିଲ୍ଲାର ସାଂସଦ ଭାବରେ ମୁଁ ଏହାର ଏକ ତଦନ୍ତ ଚାହାଁ । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପ୍ରକାଶ ରିଛନ୍ତି ।

ଅକ୍ଟୋବର ୨୨ ରେ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମିର୍ଜାପୁର ୱେବ୍ ସିରିଜ୍ ମୁକ୍ତିଲାଭ କରିଥିଲା । ଅକ୍ଟୋବର ୨୩ ରେ ଏହି ସିରିଜ୍ ରିଲିଜ୍ ହେବାକୁ ଥିଲା । କିନ୍ତୁ ଏହାକୁ କିଛି ଘଣ୍ଟା ପୂର୍ବରୁ ରିଲିଜ କରାଯାଇଥିଲା । ମିର୍ଜାପୁର ୨ରେ ଦିବ୍ୟେନ୍ଦ୍ର ଶର୍ମା, ଅଲି ଫଜଲ, ଶ୍ୱେତା ତ୍ରିପାଠୀ, ରସିକା ଦୁଗଲ ଏବଂ ପଙ୍କଜ ତ୍ରିପାଠୀ ଭଳି କଳାକାର ଅଛନ୍ତି । ଆହୁରି ମଧ୍ୟ କିଛି ନୂଆ ଅଭିନେତା ମଧ୍ୟ ଏହି ସିରିଜର ଏକ ଅଂଶ ହୋଇପାରିଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଗୁରୁମିତ ସିଂ ଏବଂ ମିହିର ଦେଶାଇ । ଫରହାନ୍ ଅଖତର ଏବଂ ରିତେଶ ସିଦ୍ଧୱାନୀ ଏହାର ନିର୍ମାତା ରହିଛନ୍ତି ।

କୋଭିଡ କଟକଣା ମଧ୍ୟରେ ମା’ ବିରଜାଙ୍କ ବିଜୟ ରଥଯାତ୍ରା ସମ୍ପନ୍ନ

0

ଯାଜପୁର: କୋଭିଡ କଟକଣା ମଧ୍ୟରେ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ସମ୍ପନ୍ନ ହୋଇଛି ବିଜୟ ରଥଯାତ୍ରା । ରୀତିନୀତିରେ ଷୋଡଶ ଉପଚାର ହୋଇଥିବା ବେଳେ ସମୀତ ସେବାୟତ ଓ ବିନା ଭକ୍ତରେ ମା’ଙ୍କ ପୂଜାର୍ଚ୍ଚନା ହୋଇଛି । କୋଭିଡ୍ କଟକଣା ମଧ୍ୟରେ ସମ୍ପନ୍ନ ହୋଇଛି ମା’ ବିରଜାଙ୍କ ବିଜୟ ରଥଯାତ୍ରା ।

ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ସୀମିତ ସେବାୟତ ଓ ବିନା ଭକ୍ତରେ ରଥଯାତ୍ରା ହୋଇଛି । ନବଦିନାତ୍ମକ ଏହି ଶାରଦୀୟ ପୂଜାର ଅନ୍ତିମ ଦିନରେ ମା’ଙ୍କୁ ପବିତ୍ର ବୈତରଣୀ ନଦୀର ଅଶ୍ୱମେଧ ଘାଟରେ ମହାସ୍ନାନ କରାଯାଇଥିଲା । ଆଉ ଏହି ସମୟରେ ଭକ୍ତ କଟକଣାକୁ ମାନି ମନ୍ଦିର ନାଯାଇ ରାସ୍ତାରୁ ମା’ ବିରଜାଙ୍କୁ ଦର୍ଶନ କରିଥିଲେ । ପରେ ରୀତିନୀତିରେ ମା’ଙ୍କ ଷୋଡଶଉପଚାର ପୂଜା ହୋଇଥିଲା । ପ୍ରତିବର୍ଷ ନବମୀ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ ।

ହେଲେ ଚଳିତବର୍ଷ  କୋଭିଡ଼ କଟକଣା ଯୋଗୁଁ ଖାଁ ଖାଁ ହୋଇଥିଲା ମନ୍ଦିର ପରିସର । ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ପାଇଁ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ଧାରା ଜାରି କରାଯାଇଥିବା ବେଳେ ଅଞ୍ଚଳବାସୀ ମଧ୍ୟ ଏହାକୁ ମାନି ସହଯୋଗ କରିଥିଲେ । ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଶେଷ ହୋଇଛି ବିଜୟ ରଥଯାତ୍ରା । ଆଜି ରାତିରେ ଘଟ ବିର୍ସଜନ ପରେ ପାର୍ବଣ ଶେଷ ହେବ ।