spot_img
Home Blog Page 6529

ପ୍ରଚାର ମଇଦାନକୁ ଓହ୍ଲାଇଲେ ରାନୀ ପଣ୍ଡା, ବେଣୁଙ୍କ ଘରେ ଖାଇଲେ ପଖାଳ ଚିକେନ କସା

ବାଲେଶ୍ୱର: ବାଲେଶ୍ୱର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ପ୍ରଚାର କରିଛନ୍ତି ଅଭିନେତ୍ରୀ ରାନୀ ପଣ୍ଡା । ରାନୀ ବେଣୁଧରଙ୍କ ଗୋଡି ସାହି ସ୍ଥିତ ଘରେ ପହଞ୍ଚି ସାକ୍ଷାତ କରିବା ସହ ତାଙ୍କ ପାଇଁ ରୋଡ ଶୋ’ କରିଛନ୍ତି । ବେଣୁଙ୍କ ସହ ରିକ୍ସାରେ ବସି ରାନୀ ବିଭିନ୍ନ ବସ୍ତି ଏବଂ ଓ୍ୱାର୍ଡରେ ଭୋଟ୍‌ ଭିକ୍ଷା କରିଛନ୍ତି ।

ରାନୀଙ୍କୁ ଫୁଲ ତୋଡ଼ା ଦେଇ ବେଣୁଧର ନିଜ ଘରକୁ ସ୍ୱାଗତ କରିଥିଲେ । ବେଣୁଧର ବାରିକଙ୍କ ଘରେ ପହଞ୍ଚି ରାନୀ ସେଠି ପଖାଳ ଖାଇଲଓ ତାପରେ ପ୍ରଚାରକୁ ବାହାରିଲେ । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଢ଼େର ଚର୍ଚ୍ଚା ଚାଲିଛି । ସେହି ପଖାଳ ମୁଠିଏ ରାନୀ ବେଶ୍‌ ଆନନ୍ଦରେ ଖାଉଥିବା ଦେଖାଯାଇଥିଲା । ଅନ୍ୟପଟେ ବେଣୁଧର ବାରିକଙ୍କ ଭଳି ଜଣେ ଗରିବ ପ୍ରାର୍ଥୀ କ’ଣ ବା ଆଉ ଦେଇଥାନ୍ତେ । ସେ ତାଙ୍କ ସକ୍ଷମ ଅନୁଯାୟୀ ରାନୀଙ୍କୁ ଖାଇବା ପାଇଁ ଦେଇଛନ୍ତି ବୋଲି ସୋସିଆଲ ମିଡିଆରେ ଅନେକ ମତ ଦେଇଛନ୍ତି । ସଜ ପଖାଳ ସାଙ୍ଗରେ ଥିଲା ଚିକେନ୍‌ କସା, ଆଳୁ ଭଜା, ବାଇଗଣ ଭଜା,  କାକୁଡ଼ି ସାଲଡ୍‌ ଆଉ ଲୁଣ-ଲଙ୍କା-ଲେମ୍ବୁ-ପିଆଜ ।

ଗୋଟିଏ ପଟେ ଦଳୀୟ ପ୍ରାର୍ଥୀମାନେ ଭୋଟ ଭିକ୍ଷା କରୁଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ଗୋଡ଼ ଧରୁଛନ୍ତି ଭୋଟର । ସହଯୋଗୀଙ୍କ ସହିତ ଘରକୁ ଘର ବୁଲି ସେ ଭୋଟ ପାଇଁ ନିବେଦନ କରୁଛନ୍ତି । ବିଜୟୀ ହେଲେ କଣ କରିବେ ସେ କଥା ମଧ୍ୟ ବୁଝାଇ ଦେଉଛନ୍ତି । ବେଣୁଙ୍କ ଚିହ୍ନ ହେଉଛି କେଟିଲ୍ । ଚୁଟି କାଟିବାକୁ ପେସା କରିଥିବା ବେଣୁଧର ସମାଜରେ ପରିବର୍ତ୍ତନ ଆଣିବା ଲାଗି ବାଲେଶ୍ୱର ସଦର ବିଧାନସଭା ଆସନ ଲାଗି ଉପ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି ।

ନିଆରା ଢ଼ଙ୍ଗରେ ଚାଲିଛି ପୂଜାର୍ଚ୍ଚନା, ମଣ୍ଡପରେ ଶୋଭା ପାଉଛନ୍ତି ପ୍ରବାସୀ ଶ୍ରମିକ-ସୋନୁ ସୁଦ୍‌

ଭୁବନେଶ୍ୱର: ଧରାପୃଷ୍ଠରେ ଚାଲିଛି ଦଶଭୁଜା ମା’ ଦୁର୍ଗାଙ୍କ ଆରାଧନା । ଆଜି ମଣ୍ଡପରେ ମାଆ ମହାମାୟାଙ୍କ ନବମୀ ଓ ପୀଠରେ ଦଶମୀ ପୂଜା । ମଣ୍ଡପରେ ଝଟକୁଛନ୍ତି ମାଆ । ହେଲେ ନାହାନ୍ତି ଭକ୍ତ କି ଶୁଭୁନି କୋଳାହଳ । ମାଆ ଧରାପୃଷ୍ଠକୁ ଆଗମନ କରିଛନ୍ତି । ହେଲେ ଯାହାଙ୍କ ପାଇଁ ଏ ଆଗମନ ସେଇ ଭକ୍ତମାନଙ୍କୁ ମାଆଙ୍କ ପାଖକୁ ଯିବାକୁ ମନା । ମାଆ ଆଉ ଭକ୍ତଙ୍କ ସେତୁରେ ବାଧା ଦେଇଛି କରୋନା । କୋଭିଡ ପାଇଁ ସବୁଠି ଖାଁ ଖାଁ । ନାହିଁ ସୁନା, ଚାନ୍ଦି ମେଢ଼ କି ଆଖି ଝଲସା ତୋରଣ । ପରଦା ଆଢୁଆଳରେ ଚାଲିଛି ମା’ଙ୍କ ପୂଜା । ବିଭନ୍ନ ମଣ୍ଡପରେ ସୀମିତ ସେବକଙ୍କୁ ନେଇ ଚାଲିଛି ମାଆଙ୍କ ଆରାଧନା । ଘରେ ରହି ମାଆଙ୍କୁ ପୂଜା କରି ଆଶିର୍ବାଦ ନେଉଛନ୍ତି ଭକ୍ତ ।

ଅନ୍ୟପଟେ ଏକ ନିଆରା ଢ଼ଙ୍ଗରେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ମା’ଙ୍କ ଆରାଧନା । ଲକଡାଉନ୍ ବେଳେ କିଭଳି ଥିଲା ଶ୍ରମିକଙ୍କ ଦୁଃଖ । କିଭଳି ରାସ୍ତାରେ ଚାଲି ଚାଲି ନିଜ ଜନ୍ମମାଟିକୁ ଫେରୁଥିଲେ ପ୍ରବାସୀ ।

ଏହାର ଚିତ୍ର ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ବିଭିନ୍ନ ପୂଜା ମଣ୍ଡପରେ । କୋଲକତା ସ୍ଥିତ ବାଲିଗଞ୍ଜ୍ ପଲୀଦୂର୍ଗା ପୂଜା ମଣ୍ଡପରେ ଶୋଭା ପାଉଛନ୍ତି ପ୍ରବାସୀ ଶ୍ରମିକ । କିଏ ହାତରେ ବ୍ୟାଗ ଧରିଛି, ତ ଆଉ କିଏ ନିଜ ପିଲାଛୁଆ । ରାଜରାସ୍ତାରେ ମାଇଲ୍ ମାଇଲ୍ ବାଟ ଚାଲୁଛନ୍ତି ଶ୍ରମିକ । ଲକଡାଉନ ସମୟରେ ଲକ୍ଷ ଲକ୍ଷ ଶ୍ରମିକ ହଇରାଣ ହୋଇଥିବା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଥିବାବେଳେ ଏହାକୁ ମଣ୍ଡପରେ ସ୍ଥାନ ଦିଆଯାଇଥିବା ପୂଜା କମିଟି ସଭାପତି କହିଛନ୍ତି । ସ୍ଥାନୀୟ ବାସିନ୍ଦା ଓ ପ୍ରବାସୀ ଓଡ଼ିଆଙ୍କ ଉଦ୍ୟମରେ ପଶ୍ଚିମବଙ୍ଗର ପଲୀଦୂର୍ଗା ପୂଜା ମଣ୍ଡପରେ ଏଭଳି ଚାଲିଛି ମା’ଙ୍କ ପୂଜାର୍ଚ୍ଚନା ।

ସେହିଭଳି ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ୍‌ ଭିଲେନ୍‌ ସୋନୁ ସୁଦ୍‌ଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୂଜା ମଣ୍ଡପରେ ଶୋଭା ପାଉଥିବା ଦେଖାଯାଇଛି । ସୋନୁ ସୁଦ୍ ଶ୍ରମିକଙ୍କୁ ସହଯୋଗର ହାତ ବଢ଼ାଇଥିବା ଓ ପ୍ରବାସୀଙ୍କ ସହ କଥା ହେଉଥିବା ଚିତ୍ର ମଣ୍ଡପରେ ଦେଖିବାକୁ ମିଳିଛି ।

ଆଜି ଅର୍ଥକୁ ନେଇ ଏହି ରାଶିର ଲୋକଙ୍କର ବଢିବ ଚିନ୍ତା, ଜାଣନ୍ତୁ…

ଆଜିର ପଞ୍ଚାଙ୍ଗ:

୨୫ ଅକ୍ଟୋବର, ୨୦୨୦, ରବିବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

ତୁଳା ୯ ଦିନ,ଆଶ୍ୱିନ ଶୁକ୍ଳପକ୍ଷ ସକାଳ ୭ଟା ୪୫ ମିନିଟ୍ ନବମୀ ତିଥି

ଏହା ପରେ ଦଶମୀ ତିଥି

ମକର ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

ଧନିଷ୍ଠା ନକ୍ଷତ୍ର

– ଯୋଗିନୀ ସକାଳ ୭ଟା ୪୫ ମିନିଟ୍ ପର୍ଯ୍ୟନ୍ତ ପୂର୍ବରେ

ଏହା ପରେ ଉତ୍ତର ଦିଗରେ ଅବସ୍ଥାନ କରିବେ

ଉତ୍ତର ଦିଗକୁ ଯାତ୍ରା ନିଷେଧ

-ଘାତଚନ୍ଦ୍ର- ସିଂହ ରାଶି ପୁରୁଷଙ୍କ ପାଇଁ

– ଘାତ ବାର- ମେଷ ରାଶି ପାଇଁ ଘାତବାର

– ଶୁଭ ସମୟ –

ସକାଳ ୧୧ଟା ୫୪ ରୁ ଦିନ ୨ଟା ୧୫ ମିନିଟ୍

ଦିନ ୩ ଟା ୪୨ ମିନିଟ୍ ଠାରୁ ଦିନ ୪ଟା ୨୮ ମିନିଟ୍

– ଅଶୁଭ ସମୟ –

ଦିନ ୪ଟା ୩୦ ମିନିଟ୍ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ

ଆଜି ଲାଉ ଓ କଳମ ଶାଗ ଖାଇବା ମନା

 

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର – ସ୍ଥଗିତ ଥିବା କାମ ଶିଘ୍ର ହୋଇଯିବ, ଶୁଭ ଖବର ପାଇପାରନ୍ତି

ଦ୍ବିଜା ନକ୍ଷତ୍ର – ସନ୍ତାନଙ୍କ ପାଠପଢା ଓ ଅର୍ଥକୁ ନେଇ ଚିନ୍ତା ବଢିବ

କୃତ୍ତିକା ନକ୍ଷତ୍ର – ସମୟ ପୂର୍ବରୁ ନିଜ ଲକ୍ଷ୍ୟରେ ସଫଳ ହେବେ, ଆତ୍ମବିଶ୍ୱାସ ବଢିବ

ମା’ଦୁର୍ଗାଙ୍କୁ ପାନ,ଗୁଆ ଅର୍ପଣ କରନ୍ତୁ, କର୍ମରେ ଆସିବ ବଡ ପରିବର୍ତ୍ତନ

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ନିଜ କାମକୁ ନେଇ ଖୁସି ରହିବେ, ଦେହ,ମନ ସୁସ୍ଥ ରହିବ

ରୋହିଣି ନକ୍ଷତ୍ର – କ୍ରୋଧ ଉପରେ ନିୟନ୍ତ୍ରଣ ରଖି ଚଳନ୍ତୁ, ପାରିବାରିକ ଅଶାନ୍ତି ମନକୁ ଦୁର୍ବଳ କରିବ

ମୃଗଶିରା ନକ୍ଷତ୍ର – ପୂର୍ବରୁ ଥିବା ଚିନ୍ତା ଦୁର ହେବ, ମିଠା କଥା କହି  ଅନ୍ୟକୁ ଆପଣାର କରିବେ

ଓଁ ଦୁଂ ଦୁର୍ଗାୟ ନମଃ ମନ୍ତ୍ରକୁ ୧୦୮ ଥର ପାଠ କରନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ସାମାଜିକ କାର୍ଯ୍ୟ ପ୍ରତି ଆଗ୍ରହ ବଢିବ,ମା’ ଭଗବତୀଙ୍କ ପୂଜାରେ ସମୟ କଟିବ

ଆର୍ଦ୍ରା ନକ୍ଷତ୍ର – ପରିବାରରେ ଉତ୍ତମ ସାମଞ୍ଜସ୍ୟ ରହିବ, କର୍ମକ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ବଢିବ

ପୂନର୍ବସୁ ନକ୍ଷତ୍ର – ଅନେକ ଦିନର ଆଶା ସଫଳ ରହିବ

ଓଁ ଐଂ ହ୍ରୀଂ,କ୍ଳୀଂ ଚାମୁଣ୍ଡାୟୈ ବିଚ୍ଚେ ଓଁ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର – ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ, ଆର୍ଥିକସ୍ଥିତିରେ ସୁଧାର ଆସିବ

ପୁଷ୍ୟା ନକ୍ଷତ୍ର – ପ୍ରେମ ଜୀବନକୁ ନେଇ ଖୁସି ରହିବେ, କାର୍ଯ୍ୟ ପ୍ରତି ଆଗହ୍ର ବଢିବ

ଅଶ୍ଲେଷା ନକ୍ଷତ୍ର – ପାରିବାରିକ ଅଶାନ୍ତି ମନକୁ ଦୁର୍ବଳ କରିଦେବ, ଅନ୍ୟମାନେ ଆପଣଙ୍କୁ ଭୁଲ୍ ବୁଝିପାରନ୍ତି

ଦୁର୍ଗା ଚାଳିଶା ପାଠ କରନ୍ତୁ, ମା’ଙ୍କୁ କ୍ଷୀରି ଭୋଗ ଲାଗି କରନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର – ସ୍ୱାସ୍ଥ୍ୟ ଭଲ ରହିବ, ସରକାରୀସ୍ତରରେ ଥିବା କାମକୁ ନେଇ ଶୁଭ ଖବର ପାଇବେ

ପୂର୍ବାଫାଲଗୁନି ନକ୍ଷତ୍ର – କାର୍ଯ୍ୟରେ ବାଧା, ପ୍ରତିବନ୍ଧକ ଆସିବ, କାମ ସବୁ ଅଧାରେ ରହିଯିବ

ଉତ୍ତରାଫାଲଗୁନୀ ନକ୍ଷତ୍ର – ଯୁକ୍ତିତର୍କ କରନ୍ତୁ ନାହିଁ,ଶାନ୍ତ ମନରେ କାମ କରନ୍ତୁ, ସଫଳତା ପାଇବେ

ଦୁର୍ଗା ସହସ୍ର ନାମ ଶ୍ରବଣ କରନ୍ତୁସବୁ କଷ୍ଟ ଦୁର ହେବ

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ବହୁ ପ୍ରତୀକ୍ଷାର ଅନ୍ତ ହେବ, କିଛି ଖୁସି ଖବର ପାଇବେ

ହସ୍ତା ନକ୍ଷତ୍ର – ପ୍ରଫେସନକୁ ନେଇ କିଛି ନିଷ୍ପତ୍ତି ନେଇପାରନ୍ତି, ଖର୍ଚ୍ଚ ବଢିପାରେ

ଚିତ୍ରା ନକ୍ଷତ୍ର – କର୍ମ ଅନୁସାରେ ସଫଳତା ପାଇବେ, ବ୍ୟୟଭାର ବଢିପାରେ

ଦୁର୍ଗାଷ୍ଟକ ପାଠ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର – ନିଜ ଚେଷ୍ଟାରେ ସଫଳ ରହିବେ, ଭଗବାନଙ୍କ ପ୍ରତି ଆସ୍ଥା ବଢିବ

ସ୍ୱାତୀ ନକ୍ଷତ୍ର – ଆର୍ଥିକସ୍ଥିତିରେ ସୁଧାର ଆସିବ, ଖୁସିରେ ସମୟ କାଟିବେ

ବିଶାଖା ନକ୍ଷତ୍ର – ବନ୍ଧୁଙ୍କର ସହଯୋଗ ପାଇବେ, ଅନେକ ଦିନର ଆଶା ସଫଳ ହେବ

ଓଁ ଦୁଂ ସିଦ୍ଧିଦାତ୍ରୀ ହ୍ରୀଂ ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର – ମନରେ ଉତ୍ସାହ ଯୋଗୁ, ନ ହେବା କାମ ସହଜରେ ହୋଇଯିବ

ଅନୁରାଧା ନକ୍ଷତ୍ର – ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ଅର୍ଥକୁ ନେଇ ଚିନ୍ତା ବଢିବ

ଜ୍ୟେଷ୍ଠା ନକ୍ଷତ୍ର – ଦାମ୍ପତ୍ୟଜୀବନକୁ ନେଇ ଖୁସି ରହିବେ, ଗୁରୁଜନଙ୍କର ଆଶିର୍ବାଦ ମିଳିବ

ବେଲପତ୍ର,ଲବଙ୍ଗ ମା’ଙ୍କୁ ଅର୍ପଣ କରନ୍ତୁ, ମନର ଇଛା ପୂରଣ ହେବ

ଧନୁ ରାଶି

ମୂଳା ନକ୍ଷତ୍ର – କାର୍ଯ୍ୟ ପ୍ରତି ଆଗ୍ରହ ରହିବ ନାହିଁ, ପଛ କଥାକୁ ନେଇ ମନ ଦୁର୍ବଳ ରହିବ

ପୂର୍ବାଷାଢା ନକ୍ଷତ୍ର – ପରିବାରର ସହଯୋଗ ପାଇବେ, ଶରୀର ସୁସ୍ଥ ରହିବ

ଉତ୍ତରାଷାଢା ନକ୍ଷତ୍ର – ଭାବିଚିନ୍ତି କଥା ହୁଅନ୍ତୁ, ସର୍ତକ ହୋଇ ଚଳନ୍ତୁ

ଦୁର୍ଗା ସହସ୍ର ନାମ ପାଠ କରନ୍ତୁ, ସ୍ଥଗିତ ଥିବା କାମ ତ୍ୱାରାନ୍ୱିତ ହେବ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ସମୟ କଟିବ, କର୍ମକ୍ଷେତ୍ରକୁ ନେଇ ଚିନ୍ତା ବଢିପାରେ

ଶ୍ରବଣା ନକ୍ଷତ୍ର – ନିଜ କାମକୁ ନେଇ ଖୁସି ରହିବେ, ଆର୍ଥିକ ସ୍ଥିତିରେ ସୁଧାର ଆସିବ

ଧନିଷ୍ଠା ନକ୍ଷତ୍ର – ନିଜ ଚେଷ୍ଟାରେ ସଫଳ ରହିବେ, ପରିବାରର ଆବଶ୍ୟକତାକୁ ପୁରା କରିବା ପାଇଁ ଚେଷ୍ଟା କରନ୍ତୁ

ଓଁ ଦୁଂ ଦୁର୍ଗାୟ ନମଃ ମନ୍ତ୍ରକୁ ୧୦୮ ଥର ପାଠ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ପରିବାର ସହ ହସଖୁସିରେ ସମୟ କାଟିବେ

ଶତଭିଷା ନକ୍ଷତ୍ର – ଧର୍ମ ପ୍ରତି ଆସ୍ଥା ବଢିବ, ନିଜ ବ୍ୟବହାରରେ ପରିବର୍ତ୍ତନ ଆସିବ

ପୂର୍ବଭାଦ୍ର ନକ୍ଷତ୍ର – ନିଜ କାମ ଓ ପରିବାରକୁ ନେଇ ଖୁସି ରହିବେ, ନୂଆ ଯୋଜନା କରନ୍ତୁ

ନ’ବର୍ଷରୁ କମ ବୟସ ଥିବା କନ୍ୟାକୁ କିଛି ଉପହାର ଦିଅନ୍ତୁ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ଅନ୍ୟକୁ ସାହାଯ୍ୟ କରି ମନ ଖୁସି ରହିବ, ଗୁରୁଜନଙ୍କର ଆଶିର୍ବାଦ ପାଇବେ

ଉତ୍ତରଭାଦ୍ର ନକ୍ଷତ୍ର – ଖର୍ଚ୍ଚ ବଢିବ, କିଛି ଦ୍ରବ୍ୟ ହାନୀ ହୋଇପାରେ

ରେବତୀ ନକ୍ଷତ୍ର – ସ୍ଥଗିତ ଥିବା କାମ ସଂପୂର୍ଣ୍ଣ କରନ୍ତୁ

ଅସହାୟ ମହିଳାଙ୍କୁ କିଛି ସାହାଯ୍ୟ କରନ୍ତୁ

 

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଗ୍

ଯୋଗାଯୋଗ- 9938571935

‘କ୍ଷମତାକୁ ଆସିଲେ ମାଗଣା ଟିକା’ ପ୍ରସଙ୍ଗରେ କେଜ୍ରିଓ୍ୱାଲଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ବିହାରରେ ନିର୍ବାଚନ ପ୍ରଚାର ବେଳେ ବିଜେପି ତାର ଘୋଷଣାପତ୍ରରେ ମାଗଣା କରୋନା ଟିକା ଦେବା କଥା କହିବା ପରେ ଏବେ ଏହାକୁ ନେଇ ସାରା ଦେଶରେ ରାଜନୀତି ଜୋର ଧରିଛି । ଦେଶ ସାରା ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏମିତିକି ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଢ଼େର ସମାଲୋଚନା ଚାଲିଛି । କଂଗ୍ରେସର ବରିଷ୍ଠ ନେତା ମାନେ ମଧ୍ୟ ବିଜେପିର ଏହି ଘୋଷଣାକୁ କଡ଼ା ସମାଲୋଚନା କରିବା ସହ ତାତ୍ସଲ୍ୟ କରିଛନ୍ତି । ବିଜେପି ସରକାରରେ ରହି ଏଭଳି କହିବା ଠିକ୍‌ ନୁହେଁ ବୋଲି ଅନେକ ମତ ଦେଇଛନ୍ତି ।

ତେବେ ଏଭଳି ପରିସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ପୁଣି ମୁହଁ ଖୋଲିଛନ୍ତି । ସେ କହିଛନ୍ତି ସେ କହିଛନ୍ତି ସାର ଦେଶ ଏବେ କରୋନା ସହ ଲଢ଼ୁଛି । ଦୀର୍ଘ ୬ ମାସରୁ ଅଧିକ ସମୟ ହେବ ସାରା ଦେଶ କରୋନା ସହ ଲଢ଼ୁଛି । ତେଣୁ ଯଦି କରୋନା ଟିକା ଆସିବ ତେବେ ସାରା ଦେଶବାସୀଙ୍କୁ ମାଗଣା ଟିକା ଦିଆଯିବା ଉଚିତ୍‌  । କେବଳ ବିହାରବାସୀଙ୍କୁ ମାଗଣା ଟିକା ଦିଆଯିବା କଥା କହିବା ଭୁଲ୍‌ । କରୋନା ଟିକାକୁ ସମସ୍ତେ ଅପେକ୍ଷା କରିଛନ୍ତି । ତେବେ ଦ୍ୱିତୀୟ ଥର ପାଇଁ ଏଭଳି ବୟାନ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ।

ବିହାରରେ ବିଜେପି ସତ୍ତାକୁ ଆସିଲେ ମାଗଣା କରୋନା ଟିକା ଦିଆଯିବ ବୋଲି ମାନିଫେଷ୍ଟୋରେ କହିବା ପରେ ଓଡ଼ିଶାରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ହୋଇଛି । ବିଜେଡି ନେତାଙ୍କ କହିବାନୁଯାୟୀ ବିଜେପି ସରକାରରେ ଥାଇ ଏଭଳି କହିବା ଉଚିତ୍‌ ନୁହେଁ ।

ଉପନିର୍ବାଚନ ଲଢେଇ; ବାଲେଶ୍ୱର ଓ ତିର୍ତ୍ତୋଲକୁ ଛୁଟିଛି ଷ୍ଟାର ପ୍ରଚାରକଙ୍କ ସୁଅ

ବାଲେଶ୍ୱର/ତିର୍ତ୍ତୋଲ: ଦୁଲୁକୁଛି ବାଲେଶ୍ୱର । ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ନିଜର ସମସ୍ତ ଶକ୍ତିକୁ ଲଗାଇ ଦେଇଛନ୍ତି । କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ଜୋରଦାର ପ୍ରୟାସ କରୁଛନ୍ତି । ୩ ପ୍ରମୁଖ  ବାମଦଳ ସିପିଆଇ, ସିପିଏମ୍‌ ଓ ଫର୍‌ଓ୍ବାର୍ଡ ବ୍ଳକ୍‌ କଂଗ୍ରେସକୁ ସମର୍ଥନ କରିଛନ୍ତି । ଅନ୍ୟପଟେ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ  ପ୍ରଚାର କରିଛନ୍ତି ।

ବିଜେଡି ମଧ୍ୟ ପ୍ରଚାର ଜୋରଦାର କରିଛି । ଦଳର ପ୍ରାର୍ଥୀ ସ୍ୱରୂପ ଦାସ ବିଭିନ୍ନ ୱାର୍ଡ ବୁଲି ପ୍ରଚାର କରିଛନ୍ତି। ଏହାସହ ପୂଜା ମଣ୍ଡପ ବୁଲି ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ସ୍ୱରୂପଙ୍କ ପାଇଁ ମନ୍ତ୍ରୀ ପ୍ରତାପ ଜେନା, ସୁଦାମ ମାରାଣ୍ଡି, ସମୀର ଦାଶ,ସାଂସଦ ସୁବାସ ସିଂହ, ବିଧାୟକ ଦେବୀ ମିଶ୍ର ପ୍ରମୁଖ ପ୍ରଚାର କରୁଛନ୍ତି । ସେହିଭଳି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଉପନିର୍ବାଚନୀ ଉଷ୍ମତା ବଢିବାରେ ଲାଗିଛି ।  ମତଦାନ ଦିନ ଯେତିକି ପାଖେଇ ଆସୁଛି ଗାଁରେ ସେତିକି ବଢୁଛି ନେତା ଓ କର୍ମୀଙ୍କ ଭିଡ଼ ।

ବିରିଡିରେ ଆଜି ରୋଡ ଶୋ’ କରିଥିଲା ବିଜେଡି । ସାଂସଦ ରାଜଶ୍ରୀ ମଲ୍ଲିକ ଓ ଅନ୍ୟନେତା ବିଜେଡି ପ୍ରାର୍ଥୀ ବିଜୟଶଙ୍କର ଦାସଙ୍କ ପାଇଁ ପ୍ରଚାର କରିଥିଲେ । ସେପଟେ ରଘୁନାଥପୁରରେ କଂଗ୍ରେସର କର୍ମୀ ସମ୍ମିଳନୀ ପରେ ନେତା ସକ୍ରିୟ ହୋଇଛନ୍ତି । ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ମଧ୍ୟ ପ୍ରଚାର କରୁଛନ୍ତି । ପ୍ରାୟ ସବୁ ଉପନିର୍ବାଚନ ଫଳ ଶାସକ ବିଜେଡି ସପକ୍ଷରେ ଯାଉଥିବାରୁ ବିଜେପି ଓ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି।

ବିହାର ନିର୍ବାଚନ: ବେକାରୀ ସମସ୍ୟାକୁ ପ୍ରସଙ୍ଗ କରିଛନ୍ତି ବିରୋଧୀ, ନୀତିଶଙ୍କ ଫାେକସ୍‌ରେ ମହିଳା ଭୋଟର

ବିହାର: ବିହାର ନିର୍ବାଚନରେ ବେକାରୀ ସମସ୍ୟା ହୋଇଛି ମୁଖ୍ୟ ପ୍ରସଙ୍ଗ । କ୍ଷମତା ବାହାରେ ଥିବା ରାଷ୍ଟ୍ରୀୟ ଜନତା ଦଳ ବା ଆର୍‌ଜେଡି ସରକାର ଗଢିବା ପାଇଁ ସମ୍ପୂର୍ଣ୍ଣ ଜୋର୍ ଲଗାଇଛି । ବିହାରବାସୀଙ୍କ ପାଇଁ ନୂଆ ବିହାର ନିର୍ମାଣ କରିବା ନାରା ଦେଇ ଘୋଷଣାପତ୍ର ଜାରି କରିଛି RJD । ଦଳ କ୍ଷମତାକୁ ଆସିଲେ ପ୍ରଥମ କ୍ୟାବିନେଟରେ ୧୦ ଲକ୍ଷ ଯୁବକଙ୍କୁ ରୋଜଗାର ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ତେଜସ୍ୱୀ ଯାଦବ ।

ଏଥିସହିତ ଚାଷୀଙ୍କ ଋଣ ଛାଡ଼, ବିହାରବାସୀଙ୍କ ପାଇଁ ୮୫ ପ୍ରତିଶତ ଆରକ୍ଷଣ, ଶିକ୍ଷା ପାଇଁ ୨୨ ପ୍ରତିଶତ ବଜେଟ୍ , କିଷାନ ଆୟୋଗ ଓ ବ୍ୟବସାୟିକ ଆୟୋଗ ଗଠନ, ନୂଆ ଉଦ୍ୟୋଗୀଙ୍କ ପାଇଁ ସମ୍ପୂର୍ଣ୍ଣ ଟ୍ୟାକ୍ସ ଛାଡ଼ ଓ ସମସ୍ତ ଗାଁରେ ସିସିଟିଭି ଲଗାଇବା ପାଇଁ ଦଳ ଘୋଷଣାପତ୍ରରେ ପ୍ରତିଶ୍ରୁତି ଦେଇଛି ।

ଅନ୍ୟପଟେ ମହିଳା ଭୋଟରଙ୍କ ଉପରେ ନଜର ପକାଇଛି କ୍ଷମତାରେ ଥିବା ନୀତିଶ କୁମାରଙ୍କ ଜେଡୟୁ । ମୁଖ୍ୟମନ୍ତ୍ରୀ ନିତୀଶ କୁମାର କହିଛନ୍ତି, ରାଜ୍ୟ ସରକାର ମହିଳାଙ୍କୁ ଅଗ୍ରାଧିକାର ଦେଉଛନ୍ତି । ମହିଳାଙ୍କୁ ସମ୍ମାନ ଦେବା ସହ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତ ଯୋଜନା କରିଛନ୍ତି । ସେପଟେ ପୁଣି ବିହାରବାସୀଙ୍କୁ ଲାଲୁଙ୍କ ଜଙ୍ଗଲରାଜ କଥା ମନେ ପକାଇ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ।

ଖାଲି ସେତିକି ନୁହେଁ ବିଜେପି ସତ୍ତାକୁ ଆସିଲେ ମାଗଣା କରୋନା ଟିକା ଦେବ ବୋଲି ନିଜ ମାନିଫେଷ୍ଟୋରେ କହିବା ପରେ ଏହାକୁ ନେଇ ଏବେ ସେଠାରେ ଜୋରଦାର୍‌ ଚର୍ଚ୍ଚା ଚାଲିଛି । ମାଗଣା କରୋନା ଟିକା ପ୍ରସଙ୍ଗ ବିଜେପିକୁ ନିର୍ବାଚନୀ ମାହୋଲରେ ଫାଇଦା ଦେଇଛି କି ନାହିଁ ତାହା ତ ସମୟ କହିବ, ହେଲେ ଏଥିପାଇଁ ବିଜେପିକୁ ବିଭିନ୍ନ ସ୍ତରରେ ହଟ୍ଟହଟା ହେବାକୁ ପଡ଼ିଛି । ଅନେକ ମହଲରୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।

ପାକିସ୍ତାନ-ଆଫଗାନିସ୍ତାନଠାରୁ ଭାରତକୁ ପୋଲିଓ ବିପଦ !

ଭାରତ ପୋଲିଓ ମୁକ୍ତ ରାଷ୍ଟ୍ର ବୋଲି ଘୋଷଣା ସରିଛି । ମାର୍ଚ୍ଚ ୨୦୧୪ରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏନେଇ ଘୋଷଣା କରିସାରିଛି । ବିଗତ ୬ ବର୍ଷ ଧରି କ୍ରମାଗତ ଭାବେ ଦେଶରେ ଗୋଟିଏ ବି ନୂଆ ମାମଲା ଚିହ୍ନଟ ହୋଇନାହିଁ । ତଥାପି ଆଫଗାନିସ୍ତନ ଓ ପାକିସ୍ତାନ ଭଳି ପଡୋଶୀ ଦେଶ ଠାରୁ ଭାରତକୁ ବିପଦ ରହିଛି । ଏଣୁ ଏଦିଗରେ ଅବେହଳା ନକରି ବରଂ ଆମକୁ ସେଚତନ ରହିବାକୁ ହେବ ବୋଲି ବିଶ୍ୱ ପୋଲିଓ ଦିବସରେ ଦିଆଯାଇଛି ବାର୍ତ୍ତା ।

ଆଜି ବିଶ୍ୱ ପୋଲିଓ ନିରାକରଣ ଦିବସ । ପୋଲିଓକୁ ହରାଇବାରେ ସଫଳ ହୋଇଛି ସମଗ୍ର ବିଶ୍ୱ । ଶତକଡା ୯୯ଭାଗ ଦେଶ ପୋଲିଓ ମୁକ୍ତ ହୋଇସାରିଛି । ତେବେ ଆଫଗାନିସ୍ତାନ ଓ ପାକିସ୍ତାନ ଭଳି ପଡୋଶୀ ଦେଶରେ ଏବେବି ଶତକଡା ୧୦ ପ୍ରତିଶତ ପୋଲିଓ ରୋଗୀ ଚିହ୍ନଟ ହେଉଛନ୍ତି । ଯାହା ଭାରତ ପାଇଁ ସୃଷ୍ଟି କରିଛି ବିପଦ । ତେବେ ଅବହେଳା କଲେ ସ୍ଥିତି ବିଗିଡିବାର ଆଶଙ୍କା ରହିଛି । ଏଣୁ ଆଜିର ଦିନରେ ସଚେତନତା ସୃଷ୍ଟି କରିବାକୁ ବିଭିନ୍ନ କ୍ଷେତ୍ରରେ କରାଯାଉଛି ଉଦ୍ୟମ । ଏହି କ୍ରମରେ ରୋଟାରୀ ଇଣ୍ଟରନ୍ୟାସନାଲ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ବିଭିନ୍ନ କାର୍ଯ୍ୟକ୍ରମ । ସଚେତନତା ରଥ ପରିକ୍ରମା ସହିତ ହୋର୍ଡିଂ ଜରିଆରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ଦିଆଯାଇଛି ଗୁରୁତ୍ୱ । ସେପଟେ ଦୁଇ ଜଣ ପୋଲିଓ ଆକ୍ରାନ୍ତ ଶିଶୁଙ୍କୁ ଯୋଗାଇ ଦିଆଯାଇଛି ଦୁଇଟି ଟ୍ରାଇ ସାଇକେଲ ।

୧୯୬୧ ମସିହାରେ ପୋଲିଓ ଟୀକା ଓ ଭ୍ୟାକ୍ସିନ ପ୍ରସ୍ତୁତ କରିବାରେ ବିଶ୍ୱକୁ ମିଳିଛି ସଫଳତା । ନିୟମିତ ପୋଲିଓ ବୁନ୍ଦା ଜରିଆରେ ପୋଲିଓ ଭଳି ମାରାତ୍ମକ ରୋଗରୁ ମୁକ୍ତି ମିଳିପାରିବ । ଏଣୁ ଏଦିଗରେ ଅବେହଳା ନକରି ବରଂ ଅଧିକ ସଚେତନ ହୋଇ ଦେଶକୁ ତଥା ସମଗ୍ର ବିଶ୍ୱକୁ ପୋଲିଓ ମୁକ୍ତ କରିବାରେ ସମସ୍ତଙ୍କୁ ଆଗକୁ ଆସିବାକୁ ହେବ । ଏଭଳି ବର୍ତ୍ତା ସହିତ ବାଲୁକା ଶିଳ୍ପୀ ନିଜ ବାଲୁକା କଳା ଜରିଆରେ ସେଚତନତା ସୃଷ୍ଟି କରିବାକୁ ପ୍ରୟାସ କରିଛନ୍ତି ।

ବର୍ତ୍ତମାନ କରୋନା ମହାମାରୀ ଜନିତ କଟକଣା ଯୋଗୁଁ ସମଗ୍ର ବିଶ୍ୱରେ ୫ କୋଟି ଶିଶୁ ପୋଲିଓ ବୁନ୍ଦା ପାଇବାରୁ ବଞ୍ଚିତ ହୋଇଥିବା ଏକ ସର୍ଭେରୁ ଜଣାପଡିଛି । ଯାହା ଏକ ବଡ଼ ଚିନ୍ତାର ବିଷୟ

Odisha Corona Updates: ଆଜି ସୁସ୍ଥ ହେଲେ ୨୬୧୩

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ମାତ୍ରା କମିବାରେ ଲାଗିଛି । ଅନ୍ୟପକ୍ଷରେ ସୁସ୍ଥଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି । ଏହି କ୍ରମରେ ଆଜି ରାଜ୍ୟରେ ୨୬୧୩ ବ୍ୟକ୍ତି କରୋନା ସଂକ୍ରମଣର ମୁକ୍ତ ହୋଇଛନ୍ତି । ସୁସ୍ଥ ହୋଇ ଫେରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରୁ ୩୪୨, କଟକରୁ ୨୮୧, ସୁନ୍ଦରଗଡରୁ ୨୨୮, ମୟୁରଭଞ୍ଜରୁ ୧୯୯, ଅନୁଗୁଳରୁ ୧୪୫ ଓ ବାଲେଶ୍ୱରରୁ ୧୦୬ ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି ପୁରୀରୁ ୮୬, ସୋନପୁରରୁ ୮୫, କେନ୍ଦ୍ରପଡାରୁ ୮୪, ଯାଜପୁରରୁ ୭୫, ବରଗଡ ଓ ବଲାଙ୍ଗିରରୁ ୬୯, ଝାରସୁଗୁଡାରୁ ୬୭, କେନ୍ଦୁଝରରୁ ୬୬, ଭଦ୍ରକରୁ ୬୦, ସମ୍ୱଲପୁରରୁ ୫୪ ଓ ଢେଙ୍କନାଳ ଓ କଳାହାଣ୍ଡିରୁ ୪୯ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିଭଳି ଅନ୍ୟ ଜିଲ୍ଲାଗୁଡିକରୁ ମଧ୍ୟ ସୁସ୍ଥ ସଂଖ୍ୟା ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ ଯେ, ଆଜିର ସୁସ୍ଥର ସଂଖ୍ୟାକୁ ମିଶାଇ ରାଜ୍ୟର ସମୁଦାୟ କରୋନା ସଂକ୍ରମଣଜନିତ ସୁସ୍ଥତା ସଂଖ୍ୟା ୨ ଲକ୍ଷ ୬୨ ହଜାର ୩୧ରେ ପହଞ୍ଚିଛି ।

ଭାରତ ସୀମା ଭିତରକୁ ପଶି ଗୁଇନ୍ଦାଗିରି କରୁଛି ପାକିସ୍ତାନ !

ନୂଆଦିଲ୍ଲୀ: ଭାରତ ସୀମା ଭିତରକୁ ପଶି ଗୁଇନ୍ଦାଗିରି କରୁଛି ପାକିସ୍ତାନ । ଏଲଓସିର କେରନ ସେକ୍ଟରରେ ପାକିସ୍ତାନର କ୍ୱାଡକପ୍ଟରକୁ ଗୁଳି ମାରି ଖସାଇଦେଇଛନ୍ତି ଭାରତୀୟ ଯବାନ । ଏହି କ୍ୱାଡକପ୍ଟରଟି ମେଡ୍‌ ଇନ ଚାଇନା ବୋଲି ଜଣାପଡିଛି । ଏଲଓସିରେ ଭାରତୀୟ ଯବାନଙ୍କ ସ୍ଥିତିକୁ ନେଇ ପାକିସ୍ତାନ ଅନୁଧ୍ୟାନ କରୁଥିଲା ବୋଲି ଆଶଙ୍କା କରାଯାଉଛି । ଏହି ଘଟଣାପରେ ଭାରତୀୟ ସେନା ହାଇଆଲର୍ଟରେ ରହିଛନ୍ତି । ଗତକିଛି ଦିନ ହେଲା ଏଲଓସିରେ ଆତଙ୍କବାଦୀଙ୍କ ଗତିବିଧି ବଢିଥିବା ବେଳେ ଭାରତୀୟ ଯବାନ ଅଧିକ ସତର୍କ ଅଛନ୍ତି ।

ଅନ୍ୟପଟେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ନିୟମ ଉଲଂଘନ କରାଯାଉଥିବା ବେଳେ ସୀମାରେ ଗୁଳିବର୍ଷା ଜାରି ରହିଛି । ପାକିସ୍ତାନକୁ ଦୃଢ଼ ଜବାବ ଦେଉଛନ୍ତି ଭାରତୀୟ ଯବାନ । ସେହିଭଳି ଜାମ୍ମୁ-କାଶ୍ମୀରରେ ବାରମ୍ବାର ଅତଙ୍କବାଦୀ ଓ ଭାରତୀୟ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଦେଖିବାକୁ ମିଳିଛି । ଏଥିରେ ଆତଙ୍କୀଙ୍କ ଜୀବନ ଯାଉଥିବା ବେଳେ ଭାରତୀୟ ଯବାନ ଗୁରୁତର ମଧ୍ୟ ହେଉଛନ୍ତି ।

Quadcoptor

ସେହିଭଳି ଚୀନ୍‌ ସହ ଭାରତର ସୀମା ବିବାଦ ଏବେ ବି ତିକ୍ତତା ପୂର୍ଣ୍ଣ ରହିଛି । ବାରମ୍ବାର କମାଣ୍ଡରସ୍ତରୀୟ ଆଲୋଚନା ପରେ ବି ଚୀନ୍‌ ନିଜ ପ୍ରକୃତିରୁ ବାଦ୍‌ ପଡ଼ୁନି । ସୀମାରେ ଚୀନ୍‌ ଅଧିକରୁ ଅଧିକ ଯବାନ ମୁତୟନ କରୁଥିବା ବେଳେ ଭାରତ ମଧ୍ୟ ସୀମାରେ ନିଜ ସ୍ଥିତି ସୁଦୃଢ଼ କରୁଛି । ସେପଟେ ଭାରତୀୟ ସେନାରେ ରାଫେଲ ଯୋଡ଼ି ହେବା ପରେ ଭାରତର ଶକ୍ତି ବଢ଼ିଯାଇଛି । ସୀମାର ବିଭିନ୍ନ ପ୍ରାନ୍ତକୁ ଭାରତ ନିଜ କବ୍‌ଜାକୁ ନେଇ ସାରିଲାଣି । ତେଣୁ ଚୀନ୍‌ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି । ଖାଲି ସେତିକି ନୁହେଁ ଚୀନ୍‌ ସେନା ଅତ୍ୟଧିକ ଥଣ୍ଡାରେ ମୁତୟନ ହୋଇ ଅସୁସ୍ଥ ହେଲେଣି ବୋଲି ମଧ୍ୟ ଖବର ରହିଛି । ଗତ କିଛି ଦିନ ପୂର୍ବେ ଚୀନ୍‌ ସେନାର ଜଣେ ଯବାନ ବାଟ ଭୂଲି ଭାରତ ସୀମା ଭିତରେ ପ୍ରବେଶ କରିଥିଲେ । ହେଲେ ଭାରତ ନିଜର ଉଦାର ପଣିଆ ଦେଖାଇ ଉକ୍ତ ଯବାନଙ୍କୁ ଚୀନ୍‌ ସେନାକୁ ହସ୍ତାନ୍ତର କରିଛି ।

କୋଭିଡ୍ କଟକଣା ଉଲଂଘନ କରି ଜରିମାନା ଦେଲା ପୂଜା କମିଟି…

ଭୁବନେଶ୍ୱର: ପୂଜା ମଣ୍ଡପରେ କୋଭିଡ୍ କଟକଣା ପାଳନ କରିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଭୁବନେଶ୍ୱର ପଟିଆ ପୂଜା ମଣ୍ଡପ ଆଜି କୋଭିଡ୍ କଟକଣାର ଉଲଂଘନ କରିଛି । କମିଶନରେଟ୍ ପୋଲିସ ଉକ୍ତ ପୂଜା ମଣ୍ଡପଠାରୁ ଜରିମାନା ଆଦାୟ କରିଛି । ସୂଚନା ଅନୁଯାୟୀ, ପଟିଆ ପୂଜା ମଣ୍ଡପରେ ଆଜି କିଛି ଭକ୍ତଙ୍କୁ ଦର୍ଶନ ପାଇ ଛଡା ଯାଇଥିବାର ଦେଖିବାକୁ ମିଳିଥିଲା ।

ଏନେଇ ସୂଚନା ପାଇବା ପରେ କମିଶନରେଟ୍ ପୋଲିସ ପୂଜା ମଣ୍ଡପଠାରେ ପହଞ୍ଚି ପୂଜା ମଣ୍ଡପର କର୍ମକର୍ତ୍ତାମାନଙ୍କଠାରୁ ଜରିମାନା ଆଦାୟ କରିଛି । ତେବେ କମିଶନରେଟ୍ ପୋଲିସ ଟ୍ୱିଟ୍ କରି ଏନେଇ ସୂଚନା ଦେଇଥିବା ବେଳେ ପୂଜା ମଣ୍ଡପରେ କଟକଣାକୁ ମାନିବା ପାଇଁ ସାଧାରଣରେ ଅପିଲ୍ କରିଛନ୍ତି ।