ମୁମ୍ବାଇ ଟ୍ରାନ୍ସଫର ହେବ କି ରିୟାଙ୍କ ମାମଲା । ଗତ ମଙ୍ଗଳବାର ସଂରକ୍ଷିତ ଥିବା ରାୟର ଶୁଣାଣି କରିବେ ସୁପ୍ରିମକୋର୍ଟ ।
ଆସନ୍ତାକାଲି ରାଜସ୍ଥାନ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ । ବହୁମତ ସାବ୍ୟସ୍ତ କରିବେ ଗେହଲଟ ସରକାର । ଅଧିବେଶନ ପୂର୍ବରୁ ବୈଠକ ଡାକିଲେ କଂଗ୍ରେସ ଓ ବିଜେପି ।
ଆସନ୍ତାକାଲି ରାଜସ୍ଥାନ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ । ବହୁମତ ସାବ୍ୟସ୍ତ କରିବେ ଗେହଲଟ ସରକାର । ଅଧିବେଶନ ପୂର୍ବରୁ ବୈଠକ ଡାକିଲେ କଂଗ୍ରେସ ଓ ବିଜେପି ।
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ । ଆର୍ମି ହସପିଟାଲରେ ବ୍ରେନ୍ ସର୍ଜରୀ ପରେଭେଣ୍ଟିଲେଟରରେ ଅଛନ୍ତି । କରୋନାରେ ଆକ୍ରାନ୍ତ ପରେ ବିଗିଡିଥିଲା ସ୍ୱାସ୍ଥ୍ୟବସ୍ଥା ।
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ । ଆର୍ମି ହସପିଟାଲରେ ବ୍ରେନ୍ ସର୍ଜରୀ ପରେଭେଣ୍ଟିଲେଟରରେ ଅଛନ୍ତି । କରୋନାରେ ଆକ୍ରାନ୍ତ ପରେ ବିଗିଡିଥିଲା ସ୍ୱାସ୍ଥ୍ୟବସ୍ଥା ।
ବିଚ୍ଛିନ୍ନ ହେଉଛି ଯୋଗାଯୋଗ, ମାଲକାନଗିରିରେ ବନ୍ୟା ସ୍ଥିତି
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ୩ଦିନର ଲଗାଣ ବର୍ଷାରେ ବେହାଲ ସ୍ଥିତି ହୋଇଛି । କାଲିମେଳା ବ୍ଲକ ଅନ୍ତର୍ଗତ ପୋଟେରୁ, କାଙ୍ଗୁରକୋଣ୍ଡା, ଏମଭି 90, ଏମଭି 96 ପୋଲ ଉପରେ ୪ ଫୁଟର ପାଣି । ଫଳରେ ମାଲକାନଗିରି, କାଲିମେଳା ଓ ମୋଟୁକୁ ଯୋଗାଯୋଗ ବିଛିନ୍ନ ହୋଇଛି । କାଲିମେଳା ଏମଭି. ୯୬ ପୋଲ ଉପରେ ପ୍ରାୟ ୪ ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ କାଲିମେଳା ଓ ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଉଭୟ ପାର୍ଶ୍ୱରେ ଲୋକେ ଅଟକି ରହିଛନ୍ତି ।

ଗତ ୯ଘଣ୍ଟା ମଧ୍ୟରେ ୧୧୪ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । କାଲିମେଳା ପଡ଼ିଆ ବ୍ଲକରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଇଛି। ଜିଲାରେ ଗତ ୨୪ ଘଣ୍ଟା ଧରି ଲଗାତାର ବର୍ଷା ଜାରି ରହିଛି। ଆଜି ସକାଳୁ ମାଥିଲି ବ୍ଲକ ଅନ୍ତର୍ଗତ ପାଙ୍ଗାମା ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ପାଙ୍ଗାମା ପୋଲ ଉପରେ ୩ ଫୁଟ ପାଣି ପ୍ରବାହିତ ହେଉଛି । ଫଳରେ ଜୟପୁର- ମାଲକାନଗିରି ଯୋଗାଯୋଗ ବିଛିନ୍ନ ହୋଇଛି । ପଙ୍ଗାମ ପୋଲର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିବାର ଦେଖିବାକୁ ମିଳିଛି।

ଜିଲ୍ଲାରେ ଥିବା ସବୁ ପୋଲ ତଳୁଆ ହୋଇଥିବାରୁ ପ୍ରତିବର୍ଷ ବର୍ଷାଦିନ ଆସିଲେ ଏହିଭଳି ସମସ୍ୟା ଦେଖାଦିଏ । ସେପଟେ କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରକୋଣ୍ଡା ଠାରେ ସମ୍ପୁର୍ଣ୍ଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମାଲକାନଗିରି ଓ କାଲିମେଳାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏବେ ପାଣିରେ ଉବୁଟୁବୁ ହେଉଛି ।
ସୁଶାନ୍ତଙ୍କ ଡାଏରୀର ସେହି ୧୫ପୃଷ୍ଠାରେ ଏମିତି କଣ ଲେଖା ଅଛି ଯେ, ଯାହାକୁ ନେଇ ଏତେ ପ୍ରଶ୍ନ ? ଜାଣନ୍ତୁ
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁକୁ ନେଇ ଯେତେ ଖୋଲତାଡ଼ ହେଉଛି ସେତେ ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ କହିଥିଲେ ଯେ ଅଭିନେତା ଡାଏରୀ ଲେଖନ୍ତି ଏବଂ ତାଙ୍କ ଜୀବନର ପ୍ରତ୍ୟେକ ଯୋଜନା ବିଷୟରେ ନିଜ ଡାଏରୀରେ ଲେଖୁଥିଲେ । ୨୦୨୦ ପାଇଁ ପୁରା ଯୋଜନା ମଧ୍ୟ ସୁଶାନ୍ତ ଲେଖିଥିଲେ। ସୁଶାନ୍ତଙ୍କ ଡାଏରୀର ୧୫ଟି ପୃଷ୍ଠା ସାମ୍ନାକୁ ଆସିଛି । ଯେଉଁଥିରେ ସେ ତାଙ୍କ କ୍ୟାରିୟରଛଠାରୁ ଆରମ୍ଭ କରି ଜୀବନ ପର୍ଯ୍ୟନ୍ତ ସବୁକୁ ନେଇ ଯୋଜନା କରିଛନ୍ତି । ବଲିଉଡ ପରେ ହଲିଉଡ଼ରେ କାମ କରିବାକୁ ନେଇ ଯୋଜନା କରିଥିଲା । ଏହି ପୃଷ୍ଠାଗୁଡ଼ିକରେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ନାଁ ମଧ୍ୟ ରହିଛି । 
ସୁଶାନ୍ତଙ୍କ ପରିବାର ବୁଧବାର (ଅଗଷ୍ଟ ୧୨)ରେ ଏକ ୯ ପୃଷ୍ଠାର ବୟାନ ଜାରି କରିଛନ୍ତି। ଏହି ବୟାନ ପରେ ହିଁ ସୁଶାନ୍ତଙ୍କ ଡାଏରୀର ୧୫ ପୃଷ୍ଠା ସାମ୍ନାକୁ ଆସିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଜଣେ ବ୍ୟକ୍ତି ଯିଏ ବର୍ଷସାରା ଯୋଜନା କରୁଛି ଏବଂ ସେ କିପରି ଡିପ୍ରେସନରେ ରହିପାରିବ ? ଡାଏରୀର ପୃଷ୍ଠାଗୁଡ଼ିକରୁ ଜଣାପଡିଛି ଯେ ତାଙ୍କ କ୍ୟାରିୟର ଏବଂ ଜୀବନ ପାଇଁ ତାଙ୍କର ଏକ ଦୃଢ ଯୋଜନା ଥିଲା । ସୁଶାନ୍ତ ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ତାଙ୍କର ୨୦୨୦ ପାଇଁ ମଧ୍ୟ ଯୋଜନା ଥିଲା। ରିପୋର୍ଟ ଅନୁଯାୟୀ ସୁଶାନ୍ତ ଗୋଟିଏ ପୃଷ୍ଠାରେ ଲେଖିଛନ୍ତି ଯେ, ‘ମୁଁ ଚାହେଁ ଲୋକମାନେ ମୋତେ ବୁଝନ୍ତୁ’।

ସୁଶାନ୍ତଙ୍କ ଡାଏରୀର ଏହି ପୃଷ୍ଠାଗୁଡ଼ିକରେ ଚଳଚ୍ଚିତ୍ରର ସ୍କ୍ରିପ୍ଟ, ବଲିଉଡ, ହଲିଉଡ ଏବଂ କମ୍ପାନୀ ଲେଖାଯାଇଛି । ଏହା ସହିତ ସେ ଚଳଚ୍ଚିତ୍ର ପାଇଁ ତାଙ୍କର ପ୍ରସ୍ତୁତି ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ଫିଲ୍ମର ସିନ୍ ଗୁଡ଼ିକୁ କେମିତି ପ୍ରଭାବଶାଳୀ କରି ହେବ, କେଉଁ ପ୍ରୟାସ ଏବଂ ପ୍ରଣାଳୀ ବ୍ୟବହାର କଲେ ସେ ସ୍କ୍ରିନରେ ଆକର୍ଷଣୀୟ ଲାଗିବେ ଏହା ଉପରେ କାମ କରୁଥୁଲେ । ଏହା ମଧ୍ୟ ଏହି ପୃଷ୍ଠାଗୁଡ଼ିକରେ ଲେଖାଯାଇଛି | ସୁଶାନ୍ତ ଲେଖକମାନଙ୍କର ଏକ ପୁଲ୍ ପ୍ରସ୍ତୁତ କରିବାକୁ ଚାହୁଁଥିଲେ ଯାହା ଦ୍ୱାରା ଭଲ ଲେଖକମାନଙ୍କୁ ନେଇ ଭଲ ସ୍କ୍ରିପ୍ଟ ବାହାରିପାରିବ । ଏହା ସହିତ ସେ ଏହି ସମସ୍ତ କାର୍ଯ୍ୟରେ ସୃଷ୍ଟି ହେଉଥିବା ସମସ୍ୟାଗୁଡିକ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସୁଶାନ୍ତ ଲେଖିଛନ୍ତି ଯେ ତୁମେ ଯାହା କହୁଛ ସେଟା ସେତେ ଗୁରୁତ୍ୱପୂର୍ଣ୍ଣ ଯାହା ତୁମେ କରୁଛ । ଡାଏରୀ ପୃଷ୍ଠାରେ ସୁଶାନ୍ତ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ନାମ ମଧ୍ୟ ଲେଖିଛନ୍ତି ଏବଂ ସେ ଏହି ଟିମ୍ ପରିଚାଳନା କରିବେ ବୋଲି କହିଛନ୍ତି । ସୁଶାନ୍ତ ଲେଖିଛନ୍ତି ଯେ, ଆପଣ ନିଜ ଜୀବନକୁ ମନପକାଅ ନାହିଁ, ତାହାକୁ ଅନୁଭବ କର ଆଉ ଆଉ ତାକୁ କ୍ୟାମେରା ଆଗରେ ପ୍ରକାଶ କରିଦିଅ ।
ସୁଶାନ୍ତଙ୍କ ଡାଏରୀର ଏହି ପୃଷ୍ଠାଗୁଡ଼ିକ ସାମ୍ନାକୁ ଆସିବା ପରେ ଅନେକ ପ୍ରଶ୍ନ ଉଠିଛି ।ପ୍ରଶ୍ନ ହେଉଛି ଯଦି ଅଭିନେତାଙ୍କ ମାନସିକ ସ୍ଥିତି ଠିକ୍ ନଥିଲା, ତେବେ ସେ କିପରି ଏତେ ଯୋଜନା କରୁଥିଲେ? ରିୟା ନିକଟରେ ଚାଟ୍ ର ଭାଇରାଲ୍ ସ୍କ୍ରିନ୍ ସଟ୍ ଦେଇଥିଲେ, ଯାହା ମାଧ୍ୟମରେ ସେ କହିବାକୁ ଚେଷ୍ଟା କରିଥିଲେ ଯେ ସୁଶାନ୍ତ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ମଧ୍ୟରେ ସବୁକିଛି ଠିକ୍ ନଥିଲା କିନ୍ତୁ ଏହା ପରେ ମଧ୍ୟ ସେ ତାଙ୍କ ସହ କାମ କରିବାକୁ ଚାହୁଁଥିଲେ। ଡାଏରୀର ପୃଷ୍ଠାଗୁଡ଼ିକୁ ଦେଖିଲେ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ଏତେ ଦିନ ଯୋଜନା କରୁଥିବା ବ୍ୟକ୍ତି କିପରି ଆତ୍ମହତ୍ୟା କରିପାରିବ?
ସ୍ୱାଧୀନତା ଦିବସ ପାଇଁ ଅନ୍ତିମ ପର୍ଯ୍ୟାୟ ପରେଡ୍, ୧୮ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ….
ଭୁବନେଶ୍ୱର: କରୋନା କଟକଣା ଭିତରେ ଚଳିତବର୍ଷ ରାଜ୍ୟରେ ପାଳିତ ହେବ ସ୍ୱାଧୀନତା ଦିବସ । ଏ ନେଇ ଆଜି ଅନ୍ତିମ ପର୍ଯ୍ୟାୟ ରାଜ୍ୟସ୍ତରୀୟ ପରେଡ ରିହରସେଲ୍ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଛି । ଏହି ରିହରସାଲରେ ଏସଏସବି, ଓଡ୍ରାଫ , ଓଏସଏପି, ଏବଂ ୭ମ ବଟାଲିୟନ ବ୍ରାସବ୍ୟାଣ୍ଡ ଭାଗ ନେବେ । ତେବେ ପ୍ୟାରେଡ୍ ଯୋଗ ଦେବାକୁ ଥିବା ସମସ୍ତ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିବା ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

କୋଭିଡ ନିୟମ ଭିତରେ ସ୍ୱାଧୀନତା ଦିବସ କିପରି ପାଳନ ହେବ ସେନେଇ ପୂର୍ବରୁ ନିର୍ଦ୍ଦେଶନାମା ଜାରି କରିଛି ଗୃହ ବିଭାଗ । ତେବେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ କରିବେ ପତାକା ଉତ୍ତୋଳନ । ସେହିଭଳି ଚଳିତ ଥର ୧୮ଟି ଜିଲ୍ଲାରେ ବିଭିନ୍ନ ମନ୍ତ୍ରୀଙ୍କୁ ପତାକା ଉତ୍ତୋଳନ ଦାୟିତ୍ୱ ପ୍ରଦାନ କରାଯାଇଛି । ପୁରୀରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, କଟକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କରିବେ ପତାକା ଉତ୍ତୋଳନ ।

ସେହିଭଳି ରଣେନ୍ଦ୍ର ସ୍ୱାଇଁ-କନ୍ଧମାଳ, ପଦ୍ମନାଭ ବେହେରା-ଗଞ୍ଜାମ, ପ୍ରତାପ ଜେନା-ମାଲକାନଗିରି, ଅରୁଣ ସାହୁ-କେନ୍ଦୁଝର, ସୁଦାମ ମାର୍ଣ୍ଡିଙ୍କୁ ନୟାଗଡ଼, ସୁଶାନ୍ତ ସିଂଙ୍କୂ ବାଲେଶ୍ୱର ଦାୟିତ୍ବ ପ୍ରଦାନ କରାଯାଇଛି । ସେପଟେ ସ୍ୱାଧୀନତା ଦିବସ ପାଳନ ପାଇଁ ସାପ୍ତାହିକ ସଟଡାଉନ ଦିନ ୧୧ଟା ପର୍ଯ୍ୟନ୍ତ କୋହଳ କରାଯାଇଛି । ରାଉରକେଲା ମହାନଗର ନିଗମରେ ମଧ୍ୟ କଟକଣା କୋହଳ କରାଯାଇଛି ।
ରାଉରକେଲା ସ୍ୱତନ୍ତ୍ର ଜେଲରୁ ୫୪ ପଜିଟିଭ୍
ରାଉରକେଲା: କରୋନା ସଂକ୍ରମଣ ଯୋଗୁଁ ଗତ କିଛି ଦିନ ତଳେ ଛୋଟମୋଟ ମାମଲାରେ ଜେଲରେ ଥିବା କଏଦୀଙ୍କୁ ମୁକ୍ତ କରାଯାଇଥିଲା । ସଂକ୍ରମଣ ଭୟରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ତେବେ ସଂକ୍ରମଣର ନୂଆ ମାମଲା ଆସିଛି ରାଉରକେଲାରୁ । ରାଉରକେଲା ସ୍ୱତନ୍ତ୍ର ଜେଲରେ ୫୪ଜଣ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶହେ ଜଣ ଅନ୍ତେବାସୀଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ୫୪ ଜଣ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଉରକେଲା ଜେଲରେ ପ୍ରଥମେ ୬ ଜଣ, ପରେ ୧୮ ଜଣ ଓ ଗତ ୧୦ ତାରିଖରେ ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ରାଉରକେଲା ସ୍ୱତନ୍ତ୍ର ଜେଲ ଅଧିକ୍ଷକ ଵିରେନ୍ଦ୍ର ନାଥ ମାହାଲି ଏନେଇ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ସୁନ୍ଦରଗଡ଼ ଜିଲ୍ଲାରେ ୨୫୭୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬୫୨ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ସଂକ୍ରମିତ ମଧ୍ୟରେ ୮୯୭ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କଏଦୀଙ୍କ କ୍ଷେତ୍ରରେ ସଂକ୍ରମଣ ରୋକିବା ଏକ ପ୍ରମୁଖ ଆହ୍ୱାନ । ପୋଲିସ ପ୍ରଶାସନ ଏବେ ଏହା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉଛି ।
ରାଜ୍ୟର ଦୁଇ ଦିନ ଲଗାଣ ବର୍ଷା, ୬ ଜିଲ୍ଲାରେ ସବୁଠୁ ଅଧିକ ବର୍ଷିବ
ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ଜାରି ରହିବ । ବଙ୍ଗୋପସାଗରରେ କ୍ରମାଗତ ଭାବେ ଲଘୁଚାପ ସୃଷ୍ଟି ହେଉଛି । ତେବେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ ବଳୟ । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ଆଜି ଓ ଆସନ୍ତକାଲି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସୋନପୁର, ଦେବଗଡ଼, ଅନୁଗୁଳ, ସମ୍ବଲପୁର,କେନ୍ଦ୍ରାପଡା ଓ ବରଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିଭଳି ସୁନ୍ଦରଗଡ଼, କେନ୍ଦୁଝର ,ଅନୁଗୁଳ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କନ୍ଧମାଳ,ବରଗଡ଼, ସମ୍ଭଲପୁର ଜିଲ୍ଲାକୁ ୟୋଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଏହା ସହିତ ରାଜ୍ୟର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ପ୍ରତିଦିନର ଅତ୍ୟାଚାର ଅସହ୍ୟ ହେବାରୁ ଚରମ ନିଷ୍ପତ୍ତି ନେଲା ସ୍ତ୍ରୀ
ଜଗତସିଂହପୁର: ଅସହ୍ୟ ହେଲା ସ୍ୱାମୀର ଅତ୍ୟାଚାର । ପ୍ରତିଦିନ ମାଡ଼ଗାଳି ଖାଇବା ପରେ ଶେଷରେ ସୀମା ଟପିଲା ସ୍ୱାମୀ । ଆଉ ମଦୁଆ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ଏମିତି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ସଦେଇପୁର ଗାଁରେ । ପ୍ରତିଦିନ ମଦ ପିଇ ମାରପିଟ ସହିବା ପରେ ଜନ୍ତ୍ରଣା ଅସହ୍ୟ ହେବାରୁ ସ୍ତ୍ରୀ କରିଛି ସ୍ୱାମୀକୁ ହତ୍ୟା । ସେତିକି ନୁହେଁ ସ୍ୱାମୀକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛି ସ୍ତ୍ରୀ ।
ସୂଚନା ଅନୁସାରେ, ସଦେଇପୁର ଗାଁରେ ରହୁଥିବା ସୁଶାନ୍ତ ଦିନ ମଜୁରୀଆ ଭାବେ କାର୍ଯ୍ୟ କରନ୍ତି । ଏବଂ ସେଥିରୁ ଯାହା ରୋଜଗାର କରନ୍ତି ସେ ମଦ ପିଇ ଘରେ ଆସି ଗଣ୍ଡଗୋଳ କରନ୍ତି । କେବଳ ସେତିକି ନୁହେଁ ଦିନ ମଜୁରିଆ ଭାବେ କାମ କରୁଥିବା ସୁଶାନ୍ତ ପ୍ରତିଦିନ ମଦ ପିଇ ଆସି ଘରେ ସ୍ତ୍ରୀକୁ ମାରଧର ମଧ୍ୟ କରନ୍ତି । ସ୍ୱାମୀର ଏଭଳି ଅତ୍ୟାଚାରକୁ ସବୁ ସହି ଯାଆନ୍ତି ସ୍ତ୍ରୀ । କିନ୍ତୁ ଏହାକୁ ପ୍ରତିବାଦ କରିପାରନ୍ତି ନାହିଁ । ଶେଷରେ ଅତ୍ୟାଚାର ଅସହ୍ୟ ହେବାରୁ ସ୍ୱାମୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ତ୍ରୀ । ଏହାପରେ ଥାନାରେ ଆତ୍ମସମର୍ପଣ କରିଛି । ପୁରା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଘଟଣାସ୍ଥଳରେ ବାଲିକୁଦା ପୋଲିସ ପହଞ୍ଚି ଘର ଭିତରେ ଥିବା ମଶାରି ଭିତରୁ ମୃତଦେହ ଉଦ୍ଧାର କରିଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛି ।
ରାଜ୍ୟରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କରୋନା ରୋଗୀ
ଭୁବନେଶ୍ୱର: ରାଜ୍ୟରେ ପୁଣି ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କରୋନା ରୋଗୀ । ବୁଧବାର ୧୬୭୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ୨୮ ଜିଲ୍ଲାରୁ ୧୬୭୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିସାଇ ଏବେ ରାଜ୍ୟରେ ୩୬ ହଜାର ୪୭୮ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Another 1673 #COVID19 patients have recovered and are being discharged on 12.8.2020
389 from Ganjam
177 from Khurdha
163 from Sundergarh
126 from Cuttack
120 from Koraput
100 from Puri
61 from Sambalpur
50 from Baragarh
47 from Keonjhar
47 from Rayagada— H & FW Dept Odisha (@HFWOdisha) August 12, 2020
ସର୍ବାଧିକ ଗଞ୍ଜାମରୁ ୩୮୯ ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ୧୭୭, ସୁନ୍ଦରଗଡ଼ରୁ ୧୬୩, କଟକରୁ ୧୨୬, କୋରାପୁଟରୁ ୧୨୦, ପୁରୀରୁ ୧୦୦, ସମ୍ବଲପୁରରୁ ୬୧, ବରଗଡ଼ରୁ ୫୦, କେନ୍ଦୁଝରରୁ ୪୭, ରାୟଗଡ଼ାରୁ ୪୭, କନ୍ଧମାଳରୁ ୪୬, ନୟାଗଡ଼ରୁ ୩୫, ଯାଜପୁରରୁ ୩୪, ଗଜପତିରୁ ୩୩, କେନ୍ଦ୍ରାପଡ଼ାରୁ ୩୧, ବାଲେଶ୍ୱରରୁ ୩୦, ମାଲକାନାଗିରିରୁ ୨୮, ଭଦ୍ରକରୁ ୨୬, ମୟୂରଭଞ୍ଜରୁ ୨୫, ଢ଼େଙ୍କାନାଳରୁ ୨୪, କଳାହାଣ୍ଡିରୁ ୨୧, ବଲାଙ୍ଗିରରୁ ୧୫, ସୋନପୁର ୧୪, ନବରଙ୍ଗପୁର ୧୧, ଜଗତସିଂହପୁରରୁ ୮, ଝାରସଗୁଡ଼ାରୁ ୬, ଅନୁଗୁଳରୁ ୪, ବୌଦ୍ଧ ଏବଂ ନୂଆପଡ଼ାରୁ ଜଣେ ଲେଖାଏଁ ରୋଗୀ ସୁସ୍ଥ ହୋଇଛନ୍ତି ।
46 from Kandhamal
35 from Nayagarh
34 from Jajpur
33 from Gajapati
31 from Kendrapara
30 from Balasore
28 from Malkangiri
26 from Bhadrak
25 from Mayurbhanj
24 from Dhenkanal
21 from Kalahandi
15 from Bolangir
14 from Sonepur
11 from Nabarangpur
8 from Jagatsinghpur— H & FW Dept Odisha (@HFWOdisha) August 12, 2020
ଆଜି ୧୦୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେହିଭଳି ବୁଧବାର ମଧ୍ୟ ରାଜ୍ୟରେ ୩୦ ଜିଲ୍ଲାରୁ ୧୮୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୫୦ ହଜାର ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ ପଜିଟିଭଙ୍କ ସଂଖ୍ୟା ୫୦ହଜାର ୬୭୨କୁ ବୃଦ୍ଧି ପାଇଛି । ୧୮୭୬ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ୧୧୮୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୬୯୪ଟି ଲୋକାଲ କେସ୍ ।
6 from Jharsuguda
4 from Angul
1 each from Boudh and NuapadaThe total recovered cases of Odisha now stand at 36478
— H & FW Dept Odisha (@HFWOdisha) August 12, 2020

