spot_img
Home Blog Page 6535

ଭିମସାରରେ ମହିଳା ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

0

ବୁର୍ଲା: ଭିମସାରରେ ପୁଣି ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା। ଚିକିତ୍ସାରେ ଅବହେଳା ନେଇ ଡାକ୍ତର ଓ ନର୍ସଙ୍କ ସହ ରୋଗୀ ସଂପର୍କୀୟଙ୍କ ବଚସା । ଭୀମସାର ଫାଣ୍ଡି ଅଧିକାରୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଛି । ତେବେ ଏନେଇ ଭୀମସାର ଅଧିକ୍ଷକଙ୍କ ପାଖରେ ସୂଚନା ନଥିବା ଅଧିକ୍ଷକ କହିଛନ୍ତି। ସୂଚନା ଅନୁସାରେ ସମ୍ବଲପୁର ମୋଦୀପଡା ଆମ୍ବେଦକର ନଗର ଅଞ୍ଚଳର ଜନୈକ ମହିଳା ବୁର୍ଲା ମେଡିକାଲର  ଫିମେଲ ମେଡ଼ିସିନ ୱାର୍ଡରେ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କ ପରିବାର ଲୋକେ ଉପସ୍ଥିତ ନର୍ସ ଓ ଜୁନିଅର ଡାକ୍ତରଙ୍କୁ ଡାକିଥିଲେ। ହେଲେ ଦୀର୍ଘସମୟ ପର୍ଯ୍ୟନ୍ତ କେହି ହେଲେ ଚିକିତ୍ସା ପାଇଁ ଆସିନଥିବା ଅଭିଯୋଗ ହୋଇଛି। ପରେ ଗୁରୁତର ମହିଳା ଜଣଙ୍କର ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ରୋଗୀଙ୍କ ସଂପର୍କୀୟ ଓ ଡାକ୍ତରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ଭରାନଦୀରେ ପାର ହେବାକୁ ଲାଗିବନି ଜୀବନ ବାଜି: ବୋଟ୍ ଯୋଗାଇଦେବେ ଆନନ୍ଦ ମହିନ୍ଦ୍ରା

କାଶ୍ମୀର ବ୍ୟତୀତ ଆଉ କୌଣସି ପତାକା ଉତ୍ତୋଳନ କରିବିନି- ମେହବୁବା ମୁଫତି

ଶ୍ରୀନଗର: ଦୀର୍ଘ ଦିନ ଧରି ଗଣମାଧ୍ୟମ ଠାରୁ ଦୂରେଇ ରହିଥିବା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଅନେକ ପ୍ରସଙ୍ଗରେ ଖୋଲାଖୋଲି କହିଛନ୍ତି । ଅନୁଚ୍ଛେଦ ୩୭୦କୁ ପୁଣି ଫେରାଇ ଆଣିବା ଉପରେ ଦମ୍ଭୋକ୍ତି ଦେଖାଇଛନ୍ତି ମେହବୁବା । ଏଥିସହ ସେ ଅନୁଚ୍ଛେଦ ୩୭୦ ନଫେରିବା ଯାଏଁ କୌଣସି ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏହା ବାଦ୍ ମେହବୁବା ଜାତୀୟ ପତାକା ତ୍ରିରଙ୍ଗାକୁ ନେଇ ଏମିତି କଥା କହିଛନ୍ତି ଯାହାକୁ ନେଇ ବିବାଦ ହେବା ଥୟ ।

Jammu Kashmir Mehbooba Mufti Denied To Hold Triclor Flag Targets Centre Over Article 370

ସାମ୍ବାଦିକ ସମ୍ମିଳନୀରେ ମେହବୁବା ମୁଫତି ଘୋଷଣା କରିଛନ୍ତି- ସେ ଜମ୍ମୁ-କାଶ୍ମୀର ବ୍ୟତୀତ ଅନ୍ୟ କୌଣସି ପତାକା ଉତ୍ତୋଳନ କରିବେ ନାହିଁ କି ଧରିବେ ନାହିଁ । ଅର୍ଥାତ୍ ସେ ପୁଣି ଗୋଟିଏ ଦେଶ, ୨ଟି ପତାକା ରାଜନୀତି ଆରମ୍ଭ କରିବାକୁ ଯାଇ ହାତରେ ତ୍ରିରଙ୍ଗା ଧରିବାକୁ ମନା କରି ଦେଇଛନ୍ତି ।

Jammu Kashmir Mehbooba Mufti Denied To Hold Triclor Flag Targets Centre Over Article 370

ମେହବୁବା ମୁଫତି କହିଛନ୍ତି- ଯେତେବେଳେ ଆମର ପତାକା ଫେରି ଆସିବ, ଆମେ (ତ୍ରିରଙ୍ଗା) ପତାକାକୁ ଉଠାଇ ନେବୁ । ଯେତେବେଳେ ଯାଏଁ ଚୋର ଚୋରି କରି ନେଇଖିବା ଆମ ପତାକା ନ ଆସିଛି । ସେତେବେଳ ଯାଏଁ ଆମେ ଅନ୍ୟ କୌଣସି ପତାକାକୁ ଧରିବୁ ନାହିଁ । ସେ ପତାକା ଆମ ଆଇନର ଅଂଶ । ଏହା ଆମର ପତାକା, ଏହା ଦ୍ୱାରା ଏହି ପତାକା ସହ ସମ୍ପର୍କ ହୋଇଛି ।

ସେବେ ଯାଏଁ ଲଢ଼ିବନି ନିର୍ବାଚନ

ମେହବୁବା କହିଛନ୍ତି- ଆଜି ବିହାରର ଭୋଟ୍ ପାଇଁ ପିଏମ୍ ମୋଦିଙ୍କୁ ଅନୁଚ୍ଛେଦ ୩୭୦ର ସାହାର ନେବାକୁ ପଡ଼ିଛି । ଆମେ ଆର୍ଥିକ ଭାବରେ ବାଂଲାଦେଶ ପଛକୁ ଖସି ଯାଇଛେ । ଏସବୁକୁ ନେଇ ଆମେ ବିଫଳ ହେବା ପରେ କାଶ୍ମୀର ଓ ୩୭୦ ଭଳି ପ୍ରସଙ୍ଗ ଉଠାଉଛେ । ବାସ୍ତବ ପ୍ରସଙ୍ଗ ଉପରେ କେହି ଆଲୋଚନା କରିବାକୁ ଚାହୁଁନାହାଁନ୍ତି । ମେହବୁବା କହିଛନ୍ତି- ଯେତେବେଳ ଯାଏଁ କେନ୍ଦ୍ର ସରକାର ଆମ୍ ହକ୍ (୩୭୦)କୁ ଫେରାଇ ଆଣିନାହାଁନ୍ତି ସେତେବେଳ ଯାଏଁ ମୁଁ କୌଣସି ନିର୍ବାଚନ ଲଢ଼ିବି ନାହିଁ ।

ସେନା ବାହିନୀ ଓ ପୋଲିସ୍ ସେବାରେ ଦାଢି, ନିଶକୁ ନେଇ ରହିଛି କ’ଣ ସବୁ ନିୟମ…

ନୂଆଦିଲ୍ଲୀ: କିଛିଦିନ ତଳେ ଉତ୍ତର ପ୍ରଦେଶ ବାଗପତ୍ ଜିଲାରେ ଜଣେ ମୁସଲିମ୍ ଦାରୋଗାଙ୍କୁ ନିଲମ୍ବନ କରାଯ଼ାଇଥିଲା । ଏହାକ କାରଣ ଥିଲା ତାଙ୍କର ଲମ୍ବା ଦାଢି । ହେଲେ ମୁହଁରେ ଥିବା ଲମ୍ବା ଦାଢ଼ି ଏବଂ ମୁଣ୍ଡର କେଶ ପାଇଁ କଣ କାହାକୁ ନିଲମ୍ବିତ କରାଯାଇପାରେ । ହଁ, ପାଠକ ବନ୍ଧୁ ବିଶେଷ କରି ସୈନ୍ୟ ବାହିନୀ ଏବଂ ପୋଲି ସେବାରେ କେଶ ଓ ଦାଢିକୁ ନେଇ ଏପରି ନିୟମ ରହିଛି । ସେନା କିମ୍ବା ପୋଲିସ ସେବା କୌଣସି ବ୍ୟକ୍ତିର ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରନ୍ତି ନାହିଁ । ହେଲେ ଉଭୟ ବାହ୍ୟ ଶତ୍ରୁ ମୁକାବିଲା , ଅଭ୍ୟନ୍ତର ଶୃଙ୍ଖଳା ରକ୍ଷା କରିବା ପାଇଁ ସେନା ଓ ପୋଲିସ ସେବାକୁ ବ୍ୟବହାର କରାଯାଇଥାଏ । ଦେଶର ଅଖଣ୍ଡତା ଓ ସାର୍ବଭୌମତ ସହ ଏହା ସିଧାସଳଖ ଭାବେ ଜଡ଼ିତ । ଏହି ମାନଙ୍କ ପରିଚୟରେ ବିଭିନ୍ନତା ତଥା ଧାର୍ମିକ ପରମ୍ପରାର ପ୍ରତିଫଳନ ହେବା ଉଚିତ ନୁହେଁ । ସେମାନଙ୍କ ପରିଚୟର ଏକତା ନଜର ଆସିବା ଜରୁରୀ । ତେଣୁ ଉଭୟ ସେନା ଏବଂ ପୋଲିସ ସେବାରେ ଏପରି ନିୟମ କରାଯାଇଛି ।


ମନରେ ପ୍ରଶ୍ନ ଉଙ୍କିମାରୁଥିବ, ଯଦି ଶିଖମାନେ ଦାଢି ରଖି ପାରୁଛନ୍ତି, ତେବେ ମୁସଲିମ୍ ମାନେ କାହିଁକି ନୁହେଁ । ଏଥିପାଇଁ ବି ନିୟମ ରହିଛି । ଆମ ଦେଶର ସ୍ଥଳସେନା, ବାୟୁସେନା ଏବଂ ନୌସେନାରେ ଏପରି ନିୟମ ରହିଛି । ସେନା ଗୁଡିକ ମଧ୍ୟରେ ନିୟମକୁ ନେଇ ସାମାନ୍ୟ ଭିନ୍ନତା ମଧ୍ୟ ପରିଲକ୍ଷିତ ହୋଇଥାଏ ।  ଯେପରି ଜାନୁୟାରୀ ପହିଲା ୨୦୦୨ରୁ ବାୟୁ ସେନାରେ ମୁସଲମାନମାନଙ୍କୁ ଦାଢି ରଖିବାର ଅନୁମତି ଦିଆଯଆଇଛି । ହେଲେ ଏହି ନିୟମକୁ ଆଳ କରି କୌଣସି ମୁସଲମାନ ମନଇଚ୍ଛା ନିଜ ଦାଢି ବଢାଇପାରିବେ ନାହିଁ । କେଉଁ ଢଙ୍ଗରେ କେତେ ପରିମାଣରେ ଏହା ରହିପାରିବ, ସେ ନେଇ ବାୟୁ ସେନା ପକ୍ଷରୁ ସ୍ୱତନ୍ତ୍ର ନିୟମ ରହିଛି । ଅପରପକ୍ଷରେ ନୌସେନାରେ ଜଣେ ଦାଢି ରଖିପାରିବ । ହେଲେ ଏଥିପାଇଁ ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁମତି ଦରକାର ହୋଇଥାଏ ।


ଅନୁରୂପ ଭାବେ ପୋଲିସ ସେବାରେ ମଧ୍ୟ ଦାଢି ରଖିବାର ନିଜସ୍ୱ ନିୟମ ସବୁ ରହିଛି । ଏହି ସେବାରେ ଆପଣ ନିଜ ଇଚ୍ଛା ଅନୁସାରେ ନିଶ ତ ରଖିପାରିବେ । ହେଲେ ଦାଢି ନୁହେଁ । କିନ୍ତୁ ଶିଖ ସମ୍ପ୍ରଦାୟ ପାଇଁ ଏହି ନିୟମ ସାମାନ୍ୟ ଅଲଗା । ଶିଖମାନେ କାହାକୁ ନ ପଚାରି ବି ଦାଢି ରଖିପାରିବେ । ବିଭିନ୍ନ ରାଜ୍ୟର ପୋଲିସ ସେବାର ସ୍ୱତନ୍ତ୍ର ନିୟମାବଳୀ ସବୁ ରହିଛି । ସେହିକ୍ରମରେ ଉତ୍ତର ପ୍ରଦେଶ ପୋଲିସ ସେବା ନିୟମାବଳୀରେ ୧୦ ଅକ୍ଚୋବର ୧୯୮୫ରେ ଏକ ସର୍କୁଲାର ଯୋଡା ଯାଇଥିଲା । କୌଣସି ମୁସଲିମ୍ ଦରୋଗା ସ୍ଥାନୀୟ ଏସପିଙ୍କ ଅନୁମତି ନେଇ ନିଜ ଦାଢି ବଢାଇ ପାରିବ । ହେଲେ ନିକଟରେ ନିଲମ୍ବିତ ହୋଇଥିବା କର୍ମଚାରୀ ଜଣଙ୍କ ଦାଢି ବଢାଇବା ପାଇଁ ଅନୁମତି ଆଣି ନ ଥିଲେ । ତେଣୁ ସର୍କୁଲାରର ନିୟମ ଅନୁସାରେ ତାଙ୍କୁ ନିଲମ୍ବନ କରାଗଲା । ଇଏ ତ ଗଲା ନିୟମ ।


ଦାଢି ନିଶକୁ ନେଇ ପୋଲିସ ସେବାରେ ବହୁତ ଅଜବ ଖିଆଲ ସବୁ ରହିଛି । ଯେମିତି କେତେକ ସମୟରେ ଦବଦବାକୁ ପ୍ରଦର୍ଶନ କରିବା ପାଇଁ ରୌବଲି ଷ୍ଟାଇଲର ନିଶକୁ ପ୍ରୋତ୍ସାହିତ କରାଯାଇଛି । ୨ ବର୍ଷ ପୂର୍ବେ ପ୍ରାଦେଶିକ ସଶସ୍ତ୍ର ବଳର ଅଧିକାରୀ ବି.କେ ସିଂ ଏହି ପ୍ରକାର ନିଶ ରଖିବା ପ୍ରଥାକୁ ପ୍ରୋତ୍ସାହିତ କରିଥିଲେ । କେବଳ ଏତିକି ନୁହେଁ, ସେହି ଭଳି ନିଶ ରଖୁଥିବା କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ଭତ୍ତା ମଧ୍ୟ ପ୍ରଦାନ କରାଗଲା । ଏହାର କାରଣ ହେଉଛି ଯେପରି ପ୍ରାଦେଶିକ ସଶସ୍ତ୍ର ବଳର ଅଧିକାରୀ ସାଧାରଣ ଲୋକମାନଙ୍କ ଠାରୁ ସ୍ୱତନ୍ତ୍ର ଦେଖାଯିବେ ।

ସେହିପରି ଶିଖ୍ ପ୍ରଥାରେ ପ୍ରାକୃତିକ ଭାବରେ ବଢିଥିବା କେଶକୁ କ୍ଷତି ନ ପହଞ୍ଚାଇବାର ପ୍ରଥା ରହି ଆସିଛି । ଶିଖ ମାନଙ୍କର ୫ କକାରୋ ମଧ୍ୟ ଏକ ପ୍ରମୁଖ ନିୟମ । ୧୬୯୯ରେ ଶିଖ୍ ଗୁରୁ କହିଥିଲେ, ଏହି ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ରେଜର ତଥା ଦାଢି କଟା ସାମଗ୍ରୀ ବ୍ୟବହାର କରିବେ ନାହିଁ । ଦାଢି ଏବଂ କେଶ କାଟିବା ଗୋଟିଏ ଭୁଲ୍ ବୋଲି ଧରାଯିବ । ତେଣୁ ଶିଖମାନଙ୍କ ପାଇଁ ଦାଢି କେତେ ଗୁରୁତ୍ୱପୂର୍ଣ୍ଣ ତାହା ଏଥିରୁ ଅନୁମାନ କରାଯାଇପାରେ ।

ଅତୀତରେ ମୋଗଲମାନଙ୍କ ଦମନ ସମୟରେ ଶିଖ୍ ବ୍ୟକ୍ତିମାନଙ୍କ ଜବରଦସ୍ତ ଦାଢି କାଟିବା ପାଇଁ କୁହାଯାଉଥିଲା । ହେଲେ ସ୍ୱାଭିମାନୀ ଶିଖ୍ ସମ୍ପ୍ରଦାୟ ଦାଢି ବଦଳରେ ନିଜ ମୁଣ୍ଡ କାଟିବା ପାଇଁ ପ୍ରସ୍ତୁତ ହୋଇ ଯାଉଥିଲେ ।ଅପରପକ୍ଷରେ ମୁସଲମାନ ମାନେ ଯେ ଦାଢି ରଖିବେ, ଏହାର କୌଣସି ପକ୍କା ନିୟମ ନାହିଁ । ହେଲେ ଦାଢି ରଖିଲେ ଭଲ ବୋଲି କୁହାଯାଇଥାଏ । ଇସଲାମ ଧର୍ମରେ ଦାଢି ରଖିବା ଅନିର୍ବାର୍ଯ୍ୟ ସର୍ତ୍ତ ନୁହେଁ । ତେଣୁ ଶିଖମାନଙ୍କ ପାଇଁ ଦାଢି ରଖିବାର ଅନୁମତି ଥିବା ବେଳେ, ମୁସଲମାନ ସମ୍ପ୍ରଦାୟ ପାଇଁ ପୋଲିସ ସେବାରେ ଦାଢି ରଖିବା ନେଇ କୌଣସି ନିୟମ ନାହିଁ । ଶିଖମାନେ ରଖୁଥିବା ଦାଢିର ଫଟୋ ଉଠାଇବାର ମଧ୍ୟ ନିୟମ ରହିଛି ।


କୌଣସି ସୈନ୍ୟ, ଅଧିକାରୀ ତଥା କର୍ମଚାରୀ ଯଦି ବିନାନୁମତିରେ ଦାଢି ରଖୁଛନ୍ତି । ତେବେ ପ୍ରତିରକ୍ଷା ସେବା ନିୟମାବଳୀର ୬୬୫ ର ବିରୁଦ୍ଧାଚରଣ ହୋଇଥାଏ । ପୋଲିସ ହୁଅନ୍ତି କି ମିଲିଟାରୀ ଏହା ଯେପରି ବାହାରକୁ ଗୋଟିଏ ୟୁନିଟ୍ ଭାବେ ଦେଖା ଯିବା ଆବଶ୍ୟକ । ଦାଢି, ନିଶ ରଖିବା ଦ୍ୱାରା ଏକକ ପରିଚୟ ବ୍ୟାହତ ହୋଇଥାଏ । ତେଣୁ ଦେଶର ସୁରକ୍ଷା ସହ ଜଡିତ ଥିବା ସେନା ଏବଂ ପୋଲିସ ସେବାରେ ଏ ନେଇ କଡ଼ା ନିୟମ ରଖାଯାଇଛି ।

ଭରାନଦୀରେ ପାର ହେବାକୁ ଲାଗିବନି ଜୀବନ ବାଜି: ବୋଟ୍ ଯୋଗାଇଦେବେ ଆନନ୍ଦ ମହିନ୍ଦ୍ରା

 ଲାଘବ ହେବ ଦୁଃଖ । ଆଉ ଦେହରେ ବାନ୍ଧିବାକୁ ପଡ଼ିବନି ଲାଉତୁମ୍ବା । କି ଭରାନଦୀରେ ପାର ହେବାକୁ ଲାଗିବନି ଜୀବନ ବାଜି । କାରଣ ଜୀବନ-ମୃତ୍ୟୁ ବାଜିର ଖବର ପ୍ରସାରଣ ପରେ ଆସିଛି ସହାୟତାର ପ୍ରତିଶ୍ରୁତି । ମିଳିବ ଦୁଇ ଅଙ୍ଗନବାଡ଼ି କର୍ମୀ ଓ ସମାଜସେବୀଙ୍କ ପାଇଁ ବୋଟ୍ । ବୋଟ୍ ଯୋଗାଇ ଦେବେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା । ଦୁଃଖ ବୁଝିଲେ ଆନନ୍ଦ । ଆଉ ଭାରାନଦୀ ପାର୍‌ ହେବାକୁ ପଡ଼ିବନି କଷ୍ଟ ।କି ଲୋକଙ୍କୁ ସେବା ଯୋଗାଇବାକୁ ହେଲେ ଲଗାଇବାକୁ ପଡ଼ିବନି ଜୀବନକୁ ବାଜି ।କାରଣ ଆନନ୍ଦ ମହିନ୍ଦ୍ରାଙ୍କୁ ବ୍ୟଥିତ କରିଛି ମାଲକାନଗିରିର ୨ ଅଙ୍ଗନବାଡ଼ି କର୍ମୀଙ୍କ ବିପଦପୂର୍ଣ୍ଣ ଜଳଯାତ୍ରା  ।

ଆଉ ସେ ଏକ ବୋଟ ଯୋଗାଇ ଦେବାକୁ କରିଛନ୍ତି ମନସ୍ଥ । ସ୍ୱାଭିମାନ ଅଞ୍ଚଳର ରାଲେଗଡା ପଞ୍ଚାୟତର ୨ ମହିଳା ଅଙ୍ଗନବାଡି କର୍ମୀ, ପ୍ରମିଳା ଓ ହେମଲତା  ସବୁଦିନ ବିପଦପୂର୍ଣ୍ଣ ଭାବେ ଲାଉତୁମ୍ବା ବାନ୍ଦି ସାପୁଆନଦୀ ପାର୍‌ ହୋଇ ଲୋକଙ୍କ ପାଖରେ ପହଞ୍ଚିଥାନ୍ତି  । ଏବଂ ଲୋକଙ୍କ ଭଲ-ମନ୍ଦ ବୁଝିବା ସହ ପୁଣି ଲାଉତୁମ୍ବାର ସାହାଯ୍ୟ ନେଇ ଘରକୁ ଫେରିଥାନ୍ତି  । ଯାହାକୁ ନେଇ ଖବର ପ୍ରସାରଣ ପରେ ଦେଶର ବଡ ଶିଳ୍ପପତି ତଥା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ସାହାଯ୍ୟ ପାଇଁ ହାତ ବଢ଼ାଇଥିବା ଦେଖିବାକୁ ମିଳିଛି  । ତେବେ ଆନନ୍ଦଙ୍କର ଏହି ସାହାଯ୍ୟର ପ୍ରତିଶ୍ରୁତି ଅଞ୍ଚଳବାସୀଙ୍କ ମନରେ ହସଫୁଟାଇଥିବା ବେଳେ, ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି  ।

ଖାଲି ପାକିସ୍ତାନ ନୁହେଁ ବାଂଲାଦେଶ, ଶ୍ରୀଲଙ୍କା ଓ ତିବ୍ବତରେ ରହିଛି ଶକ୍ତିପୀଠ

ନୂଆଦିଲ୍ଲୀ: ବିଭିନ୍ନ ଧର୍ମର ଦେଶ ଭାରତ । ସର୍ବଧର୍ମକୁ ସମ୍ମାନ ଦେଉଥିବା ଭାରତରେ ରହିଛି ମଠ, ମନ୍ଦିର, ଚର୍ଚ୍ଚ, ଗୀର୍ଜା, ମସଜିଦ୍ ସବୁ ଧର୍ମର ଧର୍ମାନୁଷ୍ଠାନ । ଯେଉଁଠି ଧର୍ମାନୁସାରେ ଲୋକ ଧର୍ମାନୁଷ୍ଠାନକୁ ଯାଇ ପୂଜାର୍ଚ୍ଚନା କରନ୍ତି, ବ୍ରତ ରଖନ୍ତି । ତେବେ, ଆମେ ଆଜି ଆପଣଙ୍କୁ ବିଦେଶରେ ଥିବା ଏମିତି କିଛି ଶକ୍ତିପୀଠ ବିଷୟ ସୂଚନା ଦେବୁ । ଯେଉଁଠି ନବରାତ୍ରୀରେ ହୁଏ ପୂଜାର୍ଚ୍ଚନା । ଶକ୍ତିପୀଠକୁ ଆସନ୍ତି ହିନ୍ଦୁଙ୍କ ସହ ମୁସଲିମ୍, ରଖନ୍ତି ବ୍ରତ ।

Shakti Peeth Or Devi Temple In Pakistan Bangladesh Nepal Sri Lanka And Tibet

ପାକିସ୍ତାନର ହିଙ୍ଗଲାଜ ମାତ୍ରା ମନ୍ଦିର ଦେବୀଙ୍କ ସିଦ୍ଧ ମନ୍ଦିର ଅଟେ । ଯେଉଁଠିକୁ ହିନ୍ଦୁଙ୍କ ବ୍ୟତୀତ ସ୍ଥାନୀୟ ମୁସଲିମ୍ ଲୋକ ବି ଆସ୍ଥା ରଖି ଆସିଥାନ୍ତି । ଏମିତି ଶକ୍ତିପୀଠ ପାକିସ୍ତାନ ବ୍ୟତୀତ ମୁସଲମାନ ବହୁଳ ଦେଶ ବାଂଲାଦେଶରେ ବି ରହିଛି । ଆମ ପଡ଼ୋଶୀ ନେପାଳ, ତିବ୍ବତ ଓ ଶ୍ରୀଲଙ୍କାରେ ମାତାଙ୍କ ମନ୍ଦିର ସହ ରହିଛି ସିଦ୍ଧ ପୀଠ । ଯେଉଁଠି ପ୍ରତିବର୍ଷ ନବରାତ୍ରରେ ଜମେ ଭକ୍ତଙ୍କ ଭିଡ଼ ।

ଶକ୍ତିପୀଠ କଣ ?

ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ, ଯେଉଁଠି ଯେଉଁଠି ଭଗବାନ ଶିବଙ୍କ ପତ୍ନୀ ସତୀଙ୍କ ମୃତଶରୀରରୁ ଅଙ୍ଗ ଅବା ଅଳଙ୍କାର ଖସିଛି ସେହି ସ୍ଥାନରେ ତିଆରି ହୋଇଛି ଶକ୍ତିପୀଠ । ଏହି ଶକ୍ତିପୀଠ କେବଲ ଦେଶରେ ନୁହେଁ ପଡ଼ୋଶୀ ଦେଶରେ ବି ରହିଛି । ଦେବୀ ପୁରାଣରେ ବର୍ଣ୍ଣିତ ୫୧ ଶକ୍ତିପୀଠ ମଧ୍ୟରୁ ୮ଟି ପୀଠ ବିଦେଶରେ ରହିଛି ।

ଇନ୍ଦ୍ରାଣୀ ଶକ୍ତିପୀଠ

ଶୀଲଙ୍କରେ ଲଙ୍କା ଶକ୍ତିପୀଠ ରହିଛି । ଜାଫନା ନଲ୍ଲୁର ସ୍ଥିତ ମନ୍ଦିରରେ ଦେବୀ ସତୀଙ୍କ ପାଉଁଞ୍ଜି ଖସି ପଡ଼ିଥିଲା । ଏହି ଶକ୍ତିପୀଠକୁ ଇନ୍ଦ୍ରାଣୀ ଶକ୍ତିପୀଠ କୁହନ୍ତି । ଭଗବାନ ରାମ ଓ ଦେବରାଜ ଇନ୍ଦ୍ର ମଧ୍ୟ ଏଠାରେ ମାଆଙ୍କ ପୂଜା କରିଥିଲେ । ଶିବ ଓ ଶକ୍ତିଙ୍କ ବଡ଼ ଉପାସକ ଥିଲା ରାବଣ । ଯୁଦ୍ଧ ପୂର୍ବରୁ ରାବଣ ଏଠାରେ ଶକ୍ତି ପୂଜା କରିଥିବା ଅନେକ ମାନିଥାନ୍ତି ।

Shakti Peeth Or Devi Temple In Pakistan Bangladesh Nepal Sri Lanka And Tibet

ତିବ୍ବତର ମାନସରେ ଶକ୍ତିପୀଠ

ଏଠାରେ ଦେବୀ ସତୀଙ୍କ ବାମ ହାତର ପାପୁଲି ଖସି ପଡ଼ିଥିଲା । ମାନସରୋବର କୂଳରେ ଥିବା ଏହି ଶକ୍ତିପୀଠକୁ ବେଶ୍ ପ୍ରଭାବଶାଳୀ ମନେ କରାଯାଏ । ଏଠାରେ କେବଳ ନବରାତ୍ର ନୁହେଁ ବରଂ ବର୍ଷା ସାରା ପାଗ ଠିକ୍ ଥିବା ସମୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ତିବ୍ବତୀ ଧର୍ମଗ୍ରନ୍ଥ ‘କଙ୍ଗରୀ କରଚ୍ଛକ’ରେ ମାନସରୋବର ଦେବୀ ‘ଦୋର୍ଜେ ଫାଙ୍ଗମୋ’ଙ୍କ ନିବାସ କୁହାଯାଇଛି ।

ନେପାଳରେ ୨ଟି ଶକ୍ତିପୀଠ

ନେପାଳର କାଠମାଣ୍ଡୁରେ ରହିଛି ଗୋଟିଏ ଶକ୍ତିପୀଠ । ଯାହାକୁ ସମସ୍ତେ ଗୁଜୟେଶ୍ୱରୀ ମନ୍ଦିର ପୀଠ କୁହନ୍ତି । ମାନ୍ୟତା ଅନୁସାରେ ଏଠାରେ ଦେବୀ ସତୀଙ୍କ ୨ ଆଣ୍ଠୁ ଖସି ପଡ଼ିଥିଲା । ଏଠାର ଶକ୍ତିଙ୍କୁ ମହାଶିରା କୁହାଯାଏ । ମନ୍ଦିର ପଶୁପତିନାଥ ମନ୍ଦିର ନିକଟ ବାଗମତି ନଦୀ କୂଳରେ ତିଆରି ହୋଇଛି । ମନ୍ଦିରକୁ ୧୭୦୦ ଶତାବ୍ଦୀରେ ନେପାଳ ରାଜା ପ୍ରତାପ ମଲ୍ଲ ନିର୍ମାଣ କରିଥିଲେ । ଏହା ବାଦ୍ ନେପାଳରେ ଆଉ ଏକ ଶକ୍ତିପୀଠ ରହିଛି । ଯାହାକୁ ଗଣ୍ଡକି ଶକ୍ତିପୀଠ କୁହନ୍ତି । ଏଠାରେ ଦେବୀ ସତୀଙ୍କ ନାକର ଅଂଶ ଖସି ପଡ଼ିଥିଲା । ଏହିଠାର ଦେବୀଙ୍କୁ ଗଣ୍ଡକି କୁହାଯାଏ ।

Shakti Peeth Or Devi Temple In Pakistan Bangladesh Nepal Sri Lanka And Tibet

ବାଂଲାଦେଶରେ ୪ଟି ଶକ୍ତିପୀଠ

ସେହିଭଳି ପଡ଼ୋଶୀ ମୁସଲିମ୍ ବହୁଳ ରାଷ୍ଟ୍ର ବାଂଲାଦେଶରେ ଦେବୀଙ୍କ ୪ଟି ଶକ୍ତିପୀଠ ରହିଛି । ଗୋଟିଏ ପୀଠ ଖୁଳନା ଅଞ୍ଚଳର ସୁଗନ୍ଧ ନଦୀ କୂଳରେ ରହିଥିବା ବେଳେ ତାହାକୁ ଉଗ୍ରତାରା ଦେବୀଙ୍କ ମନ୍ଦିର କୁହାଯାଏ । ଯେଉଁଠି ଦେବୀଙ୍କ ନାକ ଖସି ପଡ଼ିଥିଲା । ଏହି ମନ୍ଦିରର ଦେବୀଙ୍କୁ ସୁନନ୍ଦା କୁହାଯାଏ ।

ବାଂଲାଦେଶର ଭବନୀପୁରର ବେଗଡ଼ାର କରତୋୟୀ ନଦୀ କୂଳରେ କରତୋୟାଘାଟ ଶକ୍ତିପୀଠ ରହିଛି । ଏଠାରେ ଦେବୀ ସତୀଙ୍କ ବାମ ପାଦର ପାଉଁଞ୍ଜି ଖସି ପଡ଼ିଥିବା ବିଶ୍ୱାସ ରହିଛି । ଏହି ମନ୍ଦିରକୁ ଅପର୍ଣ୍ଣା ଶକ୍ତିପୀଠ କୁହାଯାଏ । ଏଠାରେ ଦେବୀ ଅପର୍ଣ୍ଣା ରୂପରେ ପୂଜା ପାଉଛନ୍ତି ।

Shakti Peeth Or Devi Temple In Pakistan Bangladesh Nepal Sri Lanka And Tibet

ବାଂଲାଦେଶର ଜୈସୋର ଖୁଳନା ପ୍ରାନ୍ତରେ ଦେବୀଙ୍କ ଆଉ ଏକ ପୀଠ ରହିଛି । ଯାହାକୁ ୟଶୋରେଶ୍ୱରୀ ଶକ୍ତିପୀଠ କୁହାଯାଏ । ଯେଉଁଠାରେ ଦେବୀ ସତୀଙ୍କ ବାମ ହାତ ଖସି ପଡ଼ିଥିଲା । ଏଠାରେ କାଳୀ ପୂଜା ହୁଏ । ମହାରାଜା ପ୍ରତାପାଦିତ୍ୟ ଏହି ଶକ୍ତିପୀଠକୁ ଖୋଜି ମନ୍ଦିର ନିର୍ମାଣ କରିଥିଲେ ।

ଶକ୍ତିପୀଠ ନିକଟର ଉଷ୍ମ ପାଣିର ସ୍ରୋତ

ଆଉ ଏକ ଶକ୍ତିପୀଠ ବାଂଲାଦେଶର ଚଟଗାଓଁରେ ରହିଛି । ଯାହାକୁ ଚଟ୍ଟଳ ଭବାନୀ ଶକ୍ତିପୀଠ କୁହନ୍ତି । ବିଶ୍ୱାସ ରହିଛି ଏଠାରେ ମାତା ସତୀଙ୍କ ଡାହାଣ ହାତ ଖସି ପଡ଼ିଥିଲା । ଏଠାର ଦେବୀଙ୍କୁ ଭବାନୀ ଭାବରେ ପୂଜା କରାଯାଏ । ଏହି ମନ୍ଦିର ଉପରେ ସ୍ଥାନୀୟ ଲୋକଙ୍କ ବ୍ୟତୀତ ପୂରା ଦେଶବାସୀଙ୍କ ଆସ୍ଥା ରହିଛି । ଏଠାକୁ ମୁସଲମାନ ମଧ୍ୟ ଆସିଥାନ୍ତି । ଏହି ମନ୍ଦିର ନିକଟରେ ପ୍ରାକୃତିକ ଉଷ୍ଣ ପାଣିର ସ୍ରୋତ ରହିଛି । ଯେଉଁ ପାଣିରେ ଗାଧୋଇବା ଦ୍ୱାରା କେତେକ ପ୍ରକାରର ରୋଗ ଭଲ ହୋଇଯାଇଥାଏ । ଏଥିପାଇଁ ଏଠାକୁ ନବରାତ୍ରୀ ବ୍ୟତୀତ ବର୍ଷ ସାରା ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ ।

ମହାମାୟାଙ୍କ ମାହା ସପ୍ତମୀ: ଅଧିବାସ ଓ ବିଲ୍ବବରଣ ପରେ ମା’ଙ୍କର ଚକ୍ଷୁଦାନ

0

ଭୁବନେଶ୍ୱର: ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ଆଜି ମଣ୍ଡପରେ ସପ୍ତମୀ ପୂଜା ଚାଲିଥିବାବେଳେ ପୀଠରେ ଅଷ୍ଟମୀ ପୂଜା କରାଯାଉଛି । ଗତକାଲି ବିଲ୍ବବରଣୀ ପରେ ମାଆଙ୍କୁ ଜିବନ୍ୟାସ ଦେଇ ମଣ୍ଡପ ଗୁଡିକରେ କରୋନା କଟକଣା ଭିତରେ ପୂଜା ଅନୁଷ୍ଠିତ ହେଉଛି । ମହାସପ୍ତମୀରେ ପରମ୍ପରା ଅନୁଯାୟୀ, ଅଧିବାସ ଓ ବିଲ୍ବବରଣ କରାଯାଇ ମାଆଙ୍କ ଚକ୍ଷୁଦାନ କରିଯାଇଛି । ସେପଟେ ଶକ୍ତିପୀଠ ଗୁଡିକରେ ମାଆଙ୍କ ଆରାଧନା ପରେ ଶାରଦୀୟ ରୀତିନୀତି ଚାଲିଛି ପୂଜା ।

ମହାମାୟାଙ୍କ ମହା ସପ୍ତମୀ । ଧରାବତଣ କଲେ ମାଆ ଦୁର୍ଗା । ଅଧିବାସ ଓ ବିଲ୍ବବରଣ ପରେ ଚକ୍ଷୁଦାନ । କଟକଣା ଭିତରେ ଚାଲିଛି ପୂଜାର୍ଚ୍ଚନା । ପରମ୍ପରା ଓ ରୀତିନୀତି ଅନୁସାରେ ରାଜ୍ୟର ସମସ୍ତ ପୂଜା ମଣ୍ଡପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲେ ବି କରୋନା ପାଇଁ ଏଥର ନାହିଁ ଭକ୍ତଙ୍କ ଗହଳି ଚହଳି । ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ ଯୋଗୁଁ କେବଳ ପୂଜକ ଓ ଆୟୋଜକଙ୍କୁ ନେଇ ପାଳନ ହେଉଛି ଶହ ଶହ ବର୍ଷର ପରମ୍ପରା । ମଣ୍ଡପରେ ଗତକାଲି ଷଷ୍ଠୀ ପୂଜା ଶେଷ ହୋଇଥିବାବେଳେ । ଆଜି ମହାସପ୍ତମୀରେ ପରମ୍ପରା ଅନୁଯାୟୀ, ଅଧିବାସ ଓ ବିଲ୍ବବରଣ କରାଯାଇ ମା’ଙ୍କର ଚକ୍ଷୁଦାନ କରାଯାଇଛି । ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ ଯୋଗୁଁ କେବଳ ପୂଜକ ଓ ଆୟୋଜକଙ୍କୁ ନେଇ ପାଳନ ହେଉଛି ପୂଜାବିଧି ।

ମଣ୍ଡପରେ ସପ୍ତମୀ ପୂଜା ଚାଲିଥିବାବେଳେ ବିଭିନ୍ନ ଶକ୍ତିପୀଠରେ ମାଆଙ୍କ ଅଷ୍ଟମୀ ପୂଜା କରାଯାଉଛି । ଯାଜପୁର ବିରଜାଙ୍କ ପୀଠରେ ମାଆଙ୍କ ଦୁର୍ଲଭ ବେଶ ଓ ପାଦଦର୍ଶନ ନୀତି କରାଯାଇଛି । ଆରଡି ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବୀ ଜୟଦୁର୍ଗା ଆଜି ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଇଛନ୍ତି । ମୟୁରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ମାଆ କିଚକେଶ୍ୱରୀଙ୍କ ପୀଠରେ ବାସନ୍ତିକ ଦୁର୍ଗାପୂଜା ଅନୁଷ୍ଠିତ ହୋଇଛି । ସେପଟେ ସାଲେପୁର ମାଆ ଭଗବତୀ ଓ ମାଆ କନକ ଦୁର୍ଗାଙ୍କ ଅଷ୍ଟମୀ ପୂଜା ସହ ଅନୁଷ୍ଠିତ ହୋଇଛି ଶାରଦୀୟ ପୂଜାର ବିଶେଷ ନିତି । ଖୋର୍ଦ୍ଧା ତନ୍ତ୍ର ପୀଠ ମାଆ ଉଗ୍ରତାରାଙ୍କୁ ଲାଗି ହୋଇଛି ଶଂଖୁଡି ଭୋଗ । କରୋନା କଟଣା ଯୋଗୁଁ ଶକ୍ତିପୀଠର ବାହାରେ ୧୪୪ ଧାର ଲାଗୁ ହୋଇଛି । ମନ୍ଦିର ଭିତରେ ମାଆଙ୍କ ପୂଜା ଚାଲିଥିଲେ ସୁଦ୍ଧା ବାହାରୁ ଶ୍ରଦ୍ଧାଳୁ ଦର୍ଶନ କରି ଫେରୁଛନ୍ତି ।

ତାରିଣୀବସ୍ତିରେ ବିଜେଡିର ଜନ ସଚେତନତା କାର୍ଯ୍ୟକ୍ରମ

0

ଭୁବନେଶ୍ବର: ପୋଖରୀପୁଟ ତାରିଣୀବସ୍ତିରେ ବିଜେଡିର ସଚେତନତା କାର୍ଯ୍ୟକ୍ରମ । ଏ ଅବସରରେ ବସ୍ତି ଓ ସାହି ସାହି ବୁଲି ଲୋକଙ୍କୁ ମାସ୍କ ବଣ୍ଟନ ସହ ସାମାଜିକ ଦୂରତା ରକ୍ଷା ଓ ହାତ ଧୋଇବା ନେଇ ସଚେତନ କରିଛନ୍ତି ବିଜେଡି ନେତା ଓ କର୍ମୀ । କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅତିଥି ଭାବେ ଯୋଗ ଦେଇ ଲୋକଙ୍କୁ ସଚେତନ କରିବା ସହ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଥିଲେ ।

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ଏହି ଜନ ସଚେତନତା ଅଭିଯାନ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। କରୋନା ସଂକ୍ରମଣକୁ ରୋକିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ବିଜେଡି ଏହି ଅଭିଯାନ ଜାରି ରଖିଛି ।

ପୂର୍ବରୁ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ବିଜେଡି ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଯେଉଁଥିରେ ଲୋକଙ୍କୁ କରୋନା ସମ୍ପର୍କରେ ଅବଗତ କରାଇବା ସହ ମାସ୍କ ବାଣ୍ଟିବା ସହ ସାମାଜିକ ଦୂରତା ରକ୍ଷା ଓ ହାତ ଧୋଇବା ପାଇଁ କୁହାଯାଉଛି ।

ଉପନିର୍ବାଚନ ପୂର୍ବରୁ ଶକ୍ତିଶାଳୀ ହେଉଛି ବିଜେଡି, ବାଲେଶ୍ୱରରେ ଶଙ୍ଖ ଧରିଲେ କଂଗ୍ରେସ ନେତା ମାଧବାନନ୍ଦ ମଇନି

ବାସୁଦେବପୁର ପୌରପାଳିକା କର୍ମଚାରୀଙ୍କୁ ଆକ୍ରମଣ

0

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା କର୍ମଚାରୀଙ୍କୁ ଆକ୍ରମଣ ।  ପୌର ପାଳିକାର ୧୦ ନମ୍ବର ୱାର୍ଡରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ଜିଓଟେକ କରିବା ପାଇଁ ଯାଇଥିବା ସମୟରେ ଆକ୍ରମଣର ଶିକାର ହୋଇଛନ୍ତି କର୍ମଚାରୀ ସର୍ବେଶ୍ବର ବେହେରା  । ବାଲିନଗର ଗାଁର କମଳାକାନ୍ତ ବାରିକ, ବିକର୍ତ୍ତନ ବାରିକ ଓ ସ୍ନେହଲତା ବାରିକ ପୌରପାଳିକାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରିବା ପାଇଁ  କାର୍ଯ୍ୟାଦେଶ ପାଇଥିଲେ  ।  ଘର ନିର୍ମାଣ କରୁଥିବା ଜମିରେ ବିବାଦ ରହିଥିଲା  । ହିତାଧିକାରୀଙ୍କ ବିଲ୍ ପାଇଁ  ନିର୍ମାଣାଧୀନ ଘରର ଜିଓଟେକ କରିବା  ପାଇଁ ସର୍ବେଶ୍ବର ବେହେରା  ଯାଇ ଫଟୋ ଉଠାଉ ଥିବା ବେଳେ  ବିରୋଧୀ ଗୋଷ୍ଠୀ ପାଟିତୁଣ୍ଡ କରିଥିଲେ  । କାହିଁକି ଫଟୋ ଉଠାଇଲ କହି କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ  । ସର୍ବେଶ୍ବର  ଆହତ ହୋଇଛନ୍ତି  ।

କରୋନା ଚିକିତ୍ସା ପରେ କୃତିମ ଫୁସଫୁସ୍ ରୋପଣ; ସ୍ଥାୟୀ ଚିକିତ୍ସା ପାଇଁ ଏୟାର ଆମ୍ୱୁଲାନ୍ସରେ ଗଲେ ହାଇଦ୍ରାବାଦ୍

ମୋଦି କାହାକୁ କରିବାକୁ ଚାହାନ୍ତି ବିହାର ମୁଖ୍ୟମନ୍ତ୍ରୀ ! କିଏ ତାଙ୍କ ୨ ଘୋଡ଼ା…ଜାଣନ୍ତୁ

ପାଟନା : ବିହାରରେ  ନିର୍ବାଚନ ଚାଲିଛି । ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ସହଯୋଗୀ ଲୋକ ଜନ ଶକ୍ତି ପାର୍ଟି(ଏଲଜେପି) ଏକାକୀ ନିର୍ବାଚନ ଲଢୁଛି । ରାମବିଳାସ ପାଶୱାନଙ୍କ ଅବର୍ତ୍ତମାନରେ ପୁଅ ଚିରାଗ ଦଳର ନେତୃତ୍ୱ ନେଉଛନ୍ତି । ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ଏଲଜେପିକୁ ନେଇ କିଛି କହିଲେ ନାହିଁ । ଯାହାକୁ ଟାର୍ଗେଟ କରିଛନ୍ତି ଏଆଇଏମଆଇଏମର ମୁଖ୍ୟ ଅସଉଦ୍ଦିନ ୱଏସି ।

ୱଏସି ସିଧାସଳଖ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ମୋଦି ଚିରାଗ ପ୍ରତି ନୀରବ ରହିବା ଭାଜପାର ଅସଲ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଉଛି । ଜେଡିୟୁ ଏବଂ ଏଲଜେପି ରୂପୀ(ସାଙ୍କେତିକ) ୨ ଘୋଡ଼ା ଉପରେ ଚଢି ମୋଦି ବିହାର ଦଖଲ କରିବାକୁ ଚାହୁଁଛନ୍ତି । ନୀତିଶ ରୋଜଗାରକୁ ନେଇ ଅସ୍ପଷ୍ଟ । ହେଲେ ବିଜେପି ୧୯ ଲକ୍ଷ ରୋଜଗାର ଦେବ ବୋଲି କହୁଛି । ତେଣୁ ନୀତିଶଙ୍କ ବଦଳରେ ଜଣେ ଭାଜପାର ମୁଖ୍ୟମନ୍ତ୍ରୀ ହେଉ ବୋଲି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଚାହୁଁଥିବା ୱଏସି କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଦିନ ଗଡୁଛି । ବିହାର ନିର୍ବାଚନ ପାଖେଇ ଆସୁଛି । କରୋନା ସମୟରେ ଭାରତ ବହୁ ବିଶିଷ୍ଟ ନେତାଙ୍କୁ ଏହି ନିର୍ବାଚନରେ ଦେଖିବାକୁ ମିଳିବ । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଠାରୁ ପ୍ରଚାର ଆରମ୍ଭ କରିଛନ୍ତି । ନୀତିଶ କୁମାର, ତେଜସ୍ୱୀ ଯାଦବ, ଚିରାଗ ପାଶୱାନ, ଏକାଧିକ କେନ୍ଦ୍ରମନ୍ତ୍ରୀ ବହୁ ପୂର୍ବରୁ ପ୍ରଚାର ଆରମ୍ଭ କରିସାରିଲେଣି ।

ପ୍ରଧାନମନ୍ତ୍ରୀ ମୋଦି ସାସାରାମରେ ବକ୍ତବ୍ୟ ରଖିବା ପୂର୍ବରୁ ରାଜନୈତିକ ମହଲରେ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ଚିରାଗ ପାଶୱାନଙ୍କ ବିଦ୍ରୋହକୁ ମୋଦି କ’ଣ ମନ୍ତବ୍ୟ ରଖୁଛନ୍ତି । ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣରେ ସେପରି କିଛି ଶୁଣିବାକୁ ମିଳି ନ ଥିଲା । ଯାହାକୁ ନେଇ ବିହାର ରାଜନୀତି ସରଗରମ ହେବାରେ ଲାଗିଛି । ମୋଦିଙ୍କ ନୀରବତା ଭାଜପାର ବି-ପ୍ଲାନକୁ ସୂଚାଉ ଥିବା ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି ।

 

କଲେଜ ଫି’ ବୃଦ୍ଧିକୁ ବିରୋଧ: ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ

0

ଗୁଣୁପୁର: ରାୟଗଡାଜିଲ୍ଲା ଗୁଣୁପୁର ମହିବିଦ୍ୟାଳୟରେ ଛାତ୍ର ଅଶାନ୍ତି। ଫି’ ବୃଦ୍ଧି ପ୍ରତ୍ୟାହାର ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । କୈାଣସି ପ୍ରକାର ଅପ୍ରିତିକର ପରିସ୍ଥିତି ଏଡ଼ାଇବା ପାଇିଁ ଘଟଣା ସ୍ଥଳରେ ଗୁଣୁପୁର ପୋଲିସ୍ ପହଞ୍ଚିଛି । ଛାତ୍ରଛାତ୍ରିମାନେ  କହିବା ଅନୁଯାୟୀ ବର୍ତ୍ତମାନ କରୋନା କାଳରେ ମହାବିଦ୍ୟାଳୟରେ ଫି’ ବୃଦ୍ଧି ହୋଇଛି ଯାହ ଦ୍ୱାରା ଅନେକ ଛାତ୍ରଛାତ୍ରୀ ପ୍ରଭାବିତ ହେବେ । ମହାବିଦ୍ୟାଳୟରେ ଅନେକ ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରି ଅଧ୍ୟୟନ କରୁଥିବା ବେଳେ ଏହା ଦ୍ୱାରେ ସେମାନେ ବିଶେଷ ପ୍ରଭାବିତ ହେବେ । ବର୍ତ୍ତମାନର କରୋନା ପରିସ୍ଥିତିରେ ଦୋକାନ ବଜାର ଖୋଲିଥିଲେ ସୁଦ୍ଧା ଏ ଯାଏଁ ସବୁକିଛି ସ୍ୱାଭାବିକ ହୋଇପାରିନାହିଁ । ଏଣୁ ଫି’ ବାନ୍ଧିବା କଷ୍ଟକର ବୋଲି ଛାତ୍ରଛାତ୍ରୀ କହିଛନ୍ତି । ଏଥିସହିତ ଫି’ ବୃଦ୍ଧିକୁ ହାସ କରିବା ନେଇ ଛାତ୍ରମାନେ ଗୁଣୁପୁର ମହାବିଦ୍ୟାଳୟର ଅଧକ୍ଷଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ ।

ଅପରପକ୍ଷରେ ଗୁଣୁପୁର ମହାବିଦ୍ୟାଳୟର ଅଧକ୍ଷ କହିଛନ୍ତି, ୨୦୧୪ ମସିହାରୁ ଫି’ ବୃଦ୍ଧି କରାଯାଇନାହିଁ । ଆଗରୁ ଯେତିକି ଫି’ ଛାତ୍ରଛାତ୍ରୀ ପଇଠ କରୁଥିଲେ ସେତିକି ବାନ୍ଧିବାକୁ ପଡ଼ିବ । ନଚେତ୍ କିସ୍ତିକରି ପଇଠ କରିପାରିବେ। ଏତଦ୍‌ବ୍ୟତୀତ ଅନ୍ୟ କୌଣସି ବ୍ୟବସ୍ଥା ମହିବିଦ୍ୟାଳୟ ପକ୍ଷରୁ କରାଯାଇପାରିବନାହିଁ ବୋଲି ସେ କହିଛନ୍ତି । ଛାତ୍ରଛାତ୍ରୀ ଏଥିରେ ରାଜି ହୋଇ ନଥିବା ବେଳେ ଛାତ୍ରଛାତ୍ରୀ ନିଜ ଜିଦରେ ଅଟଳ ରହିଥିଲେ । ଏଥିସହ ଗୁଣୁପୁର ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିବା ନେଇ ଯାଇଥିବା ଜଣାପଡିଛି।