spot_img
Home Blog Page 6546

ନାସାର ବଡ଼ ସଫଳତା, ମିଳିପାରେ ବ୍ରହ୍ମାଣ୍ଡର ରହସ୍ୟ

ୱାଶିଂଟନ୍: ଆମେରିକା ସ୍ପେସ ଏଜେନ୍ସିର ସ୍ପେସକ୍ରାଫ୍ଟ (ମହାକାଶଯାନ) ମହାକାଶରେ ଏକ ଐତିହାସିକ ସଫଳତା ପାଇଛି । ବଡ଼ ବଡ଼ କୋଠା ଭଳି ଚଟାଣ ଥିବା ଆଷ୍ଟ୍ରୋଏଡ ବେନୁ ମଧ୍ୟରେ Osiris-Rex ସ୍ପେସକ୍ରାଫ୍ଟ ଅବତରଣ କରିଛି । ଏହାସହ ଆଷ୍ଟ୍ରୋଏଡରୁ ନମୂନା ନେବାରେ ଜାପାନ ପରେ ଆମେରିକା ଦ୍ୱିତୀୟ ଦେଶ ହୋଇଛି । ଏବେ ଆସନ୍ତା ସପ୍ତାହରେ ଜଣାପଡ଼ିବ ଯେ, ବେନୁକୁ ଛୁଇଁବା ପରେ Osiris-Rex କେତେ ନମୂନା ସଂଗ୍ରହ କରିବାରେ ସକ୍ଷମ ହେଉଛି । ଏହାପରେ ଆଉ ଏକ ଅବତରଣର ଆବଶ୍ୟକତା ଅଛି କି ନାହିଁ ତାହା ସ୍ପଷ୍ଟ ହେବ ।

ୟୁନିଭର୍ସିଟି ଅଫ୍ ଐରିଜୋନାର ମୁଖ୍ୟ ବୈଜ୍ଞାନିକ ଡାଣ୍ଟେ ଲାରେଟା ଏହି ସଫଳତାକୁ ନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି ଏବଂ ଏହି ମିଶନ ପୂରା ହୋଇଥିବା ଖବରକୁ ସେ ସହଜରେ ବିଶ୍ୱାସ କରିପାରୁ ନାହାଁନ୍ତି । ସେହି ସ୍ପେସକ୍ରାଫ୍ଟ ସେ ସମସ୍ତ ଜିନିଷ କରିଛି ଯାହା ତାକୁ କରିବାର ଥିଲା । ଓସିରିସ୍ ରେକ୍ସସ, ବେନୁ ଉପରେ ଅବତରଣର ନିଷ୍ପତ୍ତି ୨୦ କୋଟି ମାଇଲ ଦୂରରୁ କରିଥିଲା ଯାହାର ସଫଳତା ପରେ ଏହି ମିଶନରେ ସାମିଲ ଥିବା ସମସ୍ତ କର୍ମଚାରୀ ନିଜର ଖୁସି ବ୍ୟକ୍ତ କରିଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ, ଓସିରିସ ରେକ୍ସ, ନମୂନା ନେଇ ୨୦୨୩ରେ ଫେରିବ । ଓସିରିସ ରେକ୍ସକୁ ପୂର୍ବରୁ ହିଁ ଗ୍ରାଉଣ୍ଡ କଣ୍ଟ୍ରୋଲ ନିର୍ଦ୍ଦେଶ ଦେଇଥିଲା । ଏହି  ନିର୍ଦ୍ଦେଶ ଦ୍ୱାରା ସ୍ପେସକ୍ରାଫ୍ଟ ସାଢେ ପାଞ୍ଚ ଘଣ୍ଟାରେ ବେନୁର ପୃଷ୍ଠ ଭୂମିରେ ପହଞ୍ଚିଥିଲା । ଏବଂ ଏହାକୁ ରୋକିବା ପାଇଁ ୫୧୦ ମିଟରର ବେନୁରେ ପର୍ଯ୍ୟାପ୍ତ ଗୁରୁତ୍ୱାକର୍ଷଣ ନଥିଲା । ତେଣୁ ସ୍ପେସକ୍ରାଫ୍ଟ ଓସିରିସ ରେକ୍ସ ସଂପୂର୍ଣ୍ଣ ଅବତରଣ କରିବା ପରିବର୍ତ୍ତେ ୩.୪ ମିଟର ରୋବଟ୍ ବାହୁକୁ ଭୂପୃଷ୍ଠକୁ ଆଣି ଅତି କମରେ ୬୦ ଗ୍ରାମ ନମୂନା ସଂଗ୍ରହ କରିବାକୁ ଚେଷ୍ଟା କରିଥିଲା ।

ଦୁଇ ବର୍ଷ ହେବ ପରିକ୍ରମା କରୁଥିଲା ସ୍ପେସକ୍ରାଫ୍ଟ

ଓସିରିସ ରେକ୍ସ ଦୀର୍ଘ ୨ ବର୍ଷ ହେବ ବେନୁର ପରିକ୍ରମା କରୁଛି ଏବଂ ସ୍ପେସ ରେକ୍ସର ଗତିବିଧି ଉପରେ ନଜର ରଖିଛି । ଏଠାରେ ନମୂନା ସଂଗ୍ରହ ଅପେକ୍ଷା ନାଇଟିଙ୍ଗଲେ କ୍ରାଟର ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଠାରେ ମାସ ମାସ ଧରି ଧୂଳି ଓ ପଥର ପଡ଼ି ରହିଛି ଯାହାକି ଦୀର୍ଘ ସମୟ ଧରି ଆଖପାଖ ପରିବେଶ ସହିତ ସଂସ୍ପର୍ଶରେ ଆସିନାହାଁନ୍ତି ।

ଏମିତି ସଂଗ୍ରହ କରାଯିବ ନମୂନା

ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ କିଛି ସେକେଣ୍ଡରେ ଓସିରିସର ଅଂଶ ସ୍ପେସ ବାହୁ ଭୂପୃଷ୍ଠକୁ ଛୁଇଁବା ପରେ କ୍ରେଟରର ଧୂଳି ନାଇଟ୍ରୋଜେନ ଗ୍ୟାସର ବିସ୍ଫୋରଣରେ ଉଡ଼ିବ ଏବଂ ନମୂନା ସଂଗ୍ରହକାରୀ ପାର୍ଟରେ ସଂଗ୍ରହ ହେବ । ବୈଜ୍ଞାମନିକଙ୍କୁ ଅତି କମରେ ୬୦ଗ୍ରାମର ନମୂନା ଦରକାର । ଯଦି ସେଠାରେ ଏତେ ପରିମାଣ ଧୂଳିକଣା ନ ମିଳେ ତେବେ ଆଗକୁ କଣ କରାଯିବ ତାର ନିଷ୍ପତ୍ତି ୩୦ ଅକ୍ଟୋବରରେ ନିଆଯିବ । ଦ୍ୱିତୀୟ ଯୋଜନା ହେଉଛି ଓସ୍ପ୍ରେ ଯାହାକୁ ୨୦୨୧ ପରେ କାର୍ଯ୍ୟକାରୀ କରାଯାଇପାରେ ।

ପୃଥିବାରେ ଜୀବସତ୍ତାର ଆରମ୍ଭ କେମିତି ହୋଇଥିଲା ?

ଏଠାରୁ ଅଣାଯାଇଥିବା ନମୂନା ସାହାଯ୍ୟରେ ବୈଜ୍ଞାନିକମାନେ ସୋଲାର ସିଷ୍ଟମର ପ୍ରାରମ୍ଭ ବିଷୟରେ ଅଧୟନ କରିବେ । ପୃଥିବୀରେ ଜୀବସତ୍ତାର ଆରମ୍ଭ କିପରି ହେଲା ଏହାର ରହସ୍ୟ ମଧ୍ୟ ଏହି ନମୂନା ଖୋଲିବାରେ ସକ୍ଷମ ହେବ । ସୂଚନା ଅନୁସାରେ କେତେକ ବିଶେଷଜ୍ଞଙ୍କ ଅନୁଯାୟୀ, ପୃଥିବୀ ସହ ଆଷ୍ଟ୍ରୋଏଡ ଧକ୍କା ହେବା ଫଳରେ ଜୀବସତ୍ତାର ଆରମ୍ଭ ହୋଇଥିଲା । ନାସାର ଅଧିକାରୀ ଆଷ୍ଟ୍ରୋଏଡକୁ ଟାଇମ କ୍ୟାପସୁଲ କୁହନ୍ତି ଯାହା ଗ୍ରହଠାରୁ ବାହାରିଥିବା ସାମଗ୍ରୀରୁ ତିଆରି ।

ବିହାର ନିର୍ବାଚନ: ବିଜେପିର ୭୨ ପ୍ରତିଶତ ପ୍ରାର୍ଥୀଙ୍କର ରହିଛି ଅପରାଧିକ ଇତିହାସ

ପାଟନା: ବିହାରରେ ଆଉ କିଛି ଦିନ ପରେ ହେବ ଭୋଟ । ଏହାରି ଭିତରେ ଆସିଛି ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ(ଏଡିଆର) ରିପୋର୍ଟ । ରିପୋର୍ଟ ଅନୁସାରେ ବିହାରରେ ବିଜେପି ଛିଡା କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୭୨ ପ୍ରତିଶତଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଅନ୍ୟପକ୍ଷରେ ଦାଗୀ ନେତାଙ୍କୁ ନେଇ ବଦନାମ ଆରଜେଡି ଦେଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୭୩ ପ୍ରତିଶତଙ୍କ ବିରୋଧରେ ଅପରାଧର ମାମଲା ରହିଛି । ଏହାର ଅର୍ଥ ହେଉଛି ଅତିକମରେ ଦାଗୀଙ୍କୁ ଟିକେଟ୍ ଦେବା ମାମଲାରେ ଆରଜେଡି ବିଜେପିଠାରୁ ଆଗୁଆ ଅଛି କିମ୍ବା ବିଜେପି ଏହି ମାମଲାରେ ଆରଜେଡିକୁ ଟକ୍କର ଦେଉଛି ।

ପ୍ରଥମ ଚରଣ ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା ବିଭିନ୍ନ ଦଳର ଦାଗୀ ନେତାଙ୍କ ସଂଖ୍ୟାକୁ ନେଇ ଏଡିଆର ଏହି ରିପୋର୍ଟ ପ୍ରସ୍ତୁତ କରିଛି । ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଯେଉଁ ୧୦୬୪ ଜଣ ପ୍ରାର୍ଥୀ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୩୨୮ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ସେହିଭଳି ୨୪୪ ଜଣ ପ୍ରାର୍ଥୀଙ୍କ ବିରୋଧରେ ଗମ୍ଭୀର ଅପରାଧରେ ସାମିଲ ଥିବା ତଥ୍ୟ ସାମ୍ନାକୁ ଆସିଛି ।

ଏବେ ଆସନ୍ତୁ ଏଡିଆର ରିପୋର୍ଟର କିଛି ପ୍ରମ୍ମୁଖ ତଥ୍ୟ ଉପରେ ନଜର ପକାଇବା ।

  • ୧୦୬୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୨୮ ଜଣଙ୍କ ବିରୋଧରେ ଅପରାଧିକ ମାମଲା
  • ଭାଗଲପୁର,ବାଙ୍କା,ମୁଙ୍ଗେର,ଲଖିସରାୟ,ଶେଖପୁରା,ପାଟନା,ଭୋଜପୁର,ବକ୍ସର,କୈମୁର,ରୋହତାସ,ଅରବାର,ଜାହନାବାଦ,ଔରଙ୍ଗାବାଦ,ଗୟା,ନବାଦା ଓ ଜମୁଇ ଜିଲ୍ଲାର ବିଧାନସଭା ପ୍ରାର୍ଥୀଙ୍କ କ୍ରିମିନାଲ ରେକର୍ଡର ଅଧ୍ୟୟନ
  • ପ୍ରଥମ ପର୍ଯ୍ୟାୟରେ ଆରଜେଡରି ୪୧ ପ୍ରାର୍ଥୀଙ୍କ ମଧ୍ୟରୁ ୩୦,ବିଜେପିର ୨୯ରୁ ୨୧,ଏଲଜେପିର ୪୧ରୁ ୨୪ , କଂଗ୍ରେସର ୨୧ରୁ ୧୨,ଜେଡିୟୁର ୩୫ ପ୍ରାର୍ଥୀଙ୍କ ମଧ୍ୟରୁ ୧୫ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ।
  • ଅନ୍ୟପକ୍ଷରେ ଆରଜେଡିର ୪୧ ପ୍ରାର୍ଥୀଙ୍କ ମଧ୍ୟରୁ ୨୨,ଏଲଜେପିର ୪୧ରୁ ୨୦,ବିଜେପିର ୨୯ରୁ ୧୩,କଂଗ୍ରେସର ୨୧ରୁ ୯,ଜେଡିୟୁର ୩୫ରୁ ୧୦ ଓ ବିଏସପିର ୨୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣଙ୍କ ବିରୋଧରେ ଗମ୍ଭୀର ଅପରାଧ ମାମଲା ରହିଛି ।
  • ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ୨୯ ଜଣଙ୍କ ବିରୋଧରେ ମହିଳାଙ୍କ ବିରୋଧରେ ହିଂସା ମାମଲା ରହିଛି । ୩ ଜଣ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରହିଥିବା ଘୋଷଣା କରିଛନ୍ତି
  • ୨୧ ଜଣ ପ୍ରାର୍ଥୀ ସେମାନଙ୍କ ବିରୋଧରେ ହତ୍ୟା ମାମଲା ଥିବା କଥା ସ୍ୱୀକାର କରିଛନ୍ତି । ସେହିଭଳି୬୨ ଜଣଙ୍କ ବିରୋଧରେ ହତ୍ୟା ପ୍ରୟାସ ମାମଲା ରହିଛି ।

ଉପନିର୍ବାଚନ ପ୍ରଚାର ନେଇ କଂଗ୍ରେସ ଜାରି କଲା ତାଲିକା, ବାଲେଶ୍ୱର ତାଲିକାକୁ ନେଇ ଚାପା ଗୁଞ୍ଜରଣ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ  ଓଡ଼ିଶା ପ୍ରଦେଶ କଂଗ୍ରେସ ୨ଟି ଉପନିର୍ବାଚନ ପାଇଁ ପାଇଁ ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ଲକ୍ଷ୍ୟ ରଖିଛି । ଏଥିରେ ରାଜ୍ୟ କଂଗ୍ରେସ ଶୀର୍ଷ ନେତୃତ୍ୱଙ୍କ ସମେତ ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲାକୁମାର ମଧ୍ୟ ପ୍ରଚାର କରିବେ ।  ଖାସ୍ ଏଥିପାଇଁ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି।

ଚେଲ୍ଲା କୁମାର ୨୨ ତାରିଖରେ ବାଲେଶ୍ୱର ସଦର ଆସନ ପାଇଁ ପ୍ରଚାର କରିବେ । ସେହିପରି ଏହାର ପରଦିନ ଅର୍ଥାତ ୨୩ ତାରିଖରେ ତିର୍ତ୍ତୋଲ ନିର୍ବାଚନ ପ୍ରଚାରରେ ଯୋଗଦେବେ । ନିର୍ବାଚନ ପ୍ରଚାରକୁ ଦୃଷ୍ଟିରେ ରଖି ଉଭୟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ପ୍ରଚାରକ ତାଲିକାରେ ସ୍ଥାନ ପାଇଥିବା ନେତାମାନଙ୍କୁ ପିସିସି ସଭାପତି ନିର୍ବାଚନମଣ୍ଡଲୱାରୀ ଦାୟିତ୍ୱ ପ୍ରଦାନ କରିଛନ୍ତି ।

Balasore By Poll BJP Candidates Manas Dutta Filed Nomination

ହେଲେ ପିସିସି ପକ୍ଷରୁ ପ୍ରକାଶ ପାଇଥିବା ତାଲିକାକୁ ନେଇ ଅସନ୍ତୋଷ ମଧ୍ୟ ଦେଖା ଦେଇଛି । କେତେକ କଂଗ୍ରେସ ନେତା ନିଜ ନାମ ଗୋପନ ରଖି କହିଛନ୍ତି ଯେ, ଦଳ ପାଇଁ କୌଣସି ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ଏହି ତାଲିକାରେ ସ୍ଥାନ ମିଳିଛି । ଏମିତିକି ସେମାନେ ନିଜ ନିର୍ବାଚନମଣ୍ଡଳୀରେ ମଧ୍ୟ ଅପରିଚିତ ବୋଲି କେତେକ ନେତା ଅଭିଯୋଗ କରିଛନ୍ତି । ଉଲ୍ଲେଖଯୋଗ୍ୟ, ନୂଆ ନାଁ ସହ ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରଚାର ଦାୟିତ୍ୱରେ ଅନେକ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି- କଂଗ୍ରେସ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ, ଯଜ୍ଞେଶ୍ୱର ବାବୁ, ସମରେନ୍ଦ୍ର ମିଶ୍ର, ଜର୍ଜ୍‌ ତିର୍କୀ, ଦେବାଶିଷ ପଟ୍ଟନାୟକ, ଦେବେନ୍ଦ୍ର ଶର୍ମା, ସତ୍ୟ ପ୍ରକାଶ ନାୟକ, ପଦ୍ମାକର ଗୁରୁ, କୃଷ୍ଣ ଚନ୍ଦ୍ର ସାହୁ, ମନୋଜ ଆଚାର୍ଯ୍ୟ, ନନ୍ଦ କିଶୋର ଦାସ, ରଞ୍ଜିତ ଦାସ, ଶୁଭଶ୍ରୀ ପଣ୍ଡା, ଆଲୋକ କୁମାର ଦାସ, ଅମୀୟ ପାଣ୍ଡବ, ବିସ୍ମୟ ମହାପାତ୍ର, ମଧୁମିତା ସେଠୀ ପ୍ରମୁଖ ।

ଏମାନଙ୍କୁ ବାଦ୍ ଦେଲେ ସ୍ୱରୂପା ତ୍ରିପାଠୀ, ସନ୍ତୋଷ ନନ୍ଦ, ଆଲୋକ ବେହେରା, କାଜଲ ସାହୁ, ବିଜୟାନନ୍ଦ ଚାଉଳିଆ, ନିପନ ଦାସ, ନିହାର ମହାନନ୍ଦ, ଲଲାଟେନ୍ଦୁ ଦାସ, ବିଦ୍ୟାଧର ମହାନ୍ତି, ରତିକାନ୍ତ ବରାଳ, ସଂଗ୍ରାମ ଦାସ, ସୁବ୍ରତ ଚକ୍ର, ସୁସ୍ମିତା ଚକ୍ର, ସୁସ୍ମିତା ଘୋଷାଲ, ଅଜିତ୍‌ ଜେନା, ନିରୋଜ ଲୋଚନ ଦାସ, ଯୋଗେଶ ଅଗ୍ରୱାଲ୍‌, ଚନ୍ଦ୍ରକାନ୍ତ ଖଣ୍ଡାୟୀ, ରିତାଶ୍ରୀ ମହାନ୍ତି, ବିଶ୍ୱଭୂଷଣ ମହାପାତ୍ର, ରୀନାରାଣୀ ସ୍ବାଇଁ, ରଞ୍ଜିତା ରାଉତ, ଆଶା ମିଞ୍ଜ, ମନଷା ତ୍ରିପାଠୀ, ହୁସେନ୍‌ ଖାନ୍‌, ରଜନୀ ମହାନ୍ତି, ଅନୁପ କୁମାର ନାୟକ, ନାସିର ଅହମ୍ମଦ ଖାନ୍‌, ଅମିତ ମହାନ୍ତି, ସାଗର ପରିଡ଼ା, ସତ୍ୟବ୍ରତ ଗୁରୁ, ସୁବାଶିଷ ନାୟକ, ନଳିନୀକାନ୍ତ ମହାନ୍ତି, ଅଶୋକ କୁମାର ଦାସ, ସୁରେନ୍ଦ୍ର ପରମାଣିକ, ନୌଷଦ ଅଲ୍ଲୀ, ଅଶୋକ ମହାନ୍ତି, ଭୁବନାନନ୍ଦ ସାମଲ, ସୀମନ୍ତ କୁମାର ପାତ୍ର, ସବିତା ଚାନ୍ଦ, ଅନିଲ୍‌ ଜେନା, ଗୟାଧର ମଲ୍ଲିକ, ସୁଦୀପ୍‌ କର, ମନୋରଞ୍ଜନ ତ୍ରିପାଠୀ ଓ ଅଜୟ ପାଇକରାୟ ପ୍ରମୁଖ ସାମିଲ କରାଯାଇଛି । ବିଧାୟକ ବରିଷ୍ଠ ନେତାଙ୍କୁ ବାଦ୍ ଦେଇ ସ୍ଥାନ ପାଇଥିବା ଉପରୋକ୍ତ ନାଁକୁ ନେଇ ଦଳ ଭିତରେ ଚାପା ଗୁଞ୍ଜରଣ ଉଠିଛି । କେଉଁ ଆଧାରରେ ଏହି ସବୁ ନାମକୁ ତାଲିକାରେ ସାମିଲ କରାଯାଇଛି, ତାହା ସାର୍ବଜନୀନ କରାଯାଉ ବୋଲି କେତେକ ଦାବି କରିଛନ୍ତି ।

Tirtol By Poll, Congress Violates Covid19 Norms

ଅପରପକ୍ଷରେ ତିର୍ତ୍ତୋଲ ତାଲିକା ନେଇ ଏତେଟା ବିବାଦ ସାମନାକୁ ଆସିନାହିଁ । ଏହି ନିର୍ବାଚନମଣ୍ଡଳୀରେ ପ୍ରଚାର ପାଇଁ ବିଧାୟକ ରମେଶ ଚନ୍ଦ୍ର ଜେନା, ସି.ଏସ୍‌. ରାଜନ ଏକ୍କା, ବିଧାୟକ ଦାଶରଥି ଗମାଙ୍ଗ, କଂଗ୍ରେସ ନେତା ପଞ୍ଚାନନ କାନୁନଗୋ, ଶିବାନନ୍ଦ ରାୟ, ଲଲାଟେନ୍ଦୁ ମହାପାତ୍ର, ଅଂଶୁମାନ ମହାନ୍ତି, ନବୀନ ନନ୍ଦ, ଉମାବଲ୍ଲଭ ରଥ, ଚିନ୍ମୟ ପ୍ରସାଦ ବେଉରା, ଉମେଶ ଜେନା, ନିଶିକାନ୍ତ ମିଶ୍ର, ପ୍ରଶାନ୍ତ ଶତପଥୀ, ଅଜିତ୍‌ ମଙ୍ଗରାଜ, ସସ୍ମିତା ବେହେରା, ବିଷ୍ଣୁଚରଣ ବାରିକ, ଚିନ୍ମୟ ସୁନ୍ଦର ଦାସ, ଅମୀୟ କୁମାର ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଛି ।

ସେହିଭଳି ବିଶ୍ୱଭୂଷଣ ଦାସ, ଆକବର ଅଲ୍ଲୀ, ହଳଧର ସେଠୀ, ସତ୍ୟବ୍ରତ ନାୟକ, ଦେଓ ପ୍ରସାଦ, ଦେବୀ ପ୍ରସାଦ ବାହାଲିଆ, ଆକାଶ ଭୂୟାଁ, ମାନସ ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, ଚୈତାଳୀ ପଟ୍ଟନାୟକ, କୁସୁମ ପ୍ରଧାନ, ଏମ୍‌. ମାଣିକ୍ୟପ୍ରଭା, ଶ୍ରୀୟାସ୍ମିତା ପଣ୍ଡା, ତରୁଣ ମିଶ୍ର, ରାଜକିଶୋର ବାରିକ, କନକଲତା ମଲ୍ଲିକ, ନିରଞ୍ଜନ ଲେଙ୍କା, ଜ୍ଞାନରଞ୍ଜନ ପଟ୍ଟନାୟକ, ଅନିଲ୍‌ ବେଉରା, ବିଭ୍ରାଂଶୁ ଲେଙ୍କା, ନରୋତ୍ତମ ନାୟକ, ବିରେନ୍‌ ସେନାପତି ଓ କୈଳାସ ସାହୁ ପ୍ରମୁଖ ତିର୍ତ୍ତୋଲ ପ୍ରଚାର ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି ।

ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଘନୀଭୂତ

0

ଭୁବନେଶ୍ୱର : କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଲଘୁଚାପ ଘନୀଭୂତ ହୋଇଛି । ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଏହାର ଆଖପାଖ ଅଞ୍ଚଳରେ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି | ଏହା ଆଗାମୀ ୨୪ ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସମ୍ଭାବନା ରହିଛି  । ପରବର୍ତ୍ତୀ ସମୟରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରିବା ସହ ଓଡିଶା ଉପକୂଳ ମଧ୍ୟ ଦେଇ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ ଏବଂ ବଙ୍ଗଳାଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି |  ଏହା ଆସନ୍ତାକଲି ଅର୍ଥାତ ଗୁରୁବାର ଅବପାତ  ରୂପ ହେବ । ଏଥିସହିତ ଏହାର ପରବର୍ତ୍ତୀ ୨୪ ଘଣ୍ଟାରେ ଗଭୀର-ଅବପାତରେ ପରିଣତ ହେବାର  ଯଥେଷ୍ଟ ସମ୍ଭାବନା ରହିଛି |

ଝଗଡ଼ା ରୋକିବା ଠାରୁ ସମୃଦ୍ଧି ବଢାଇବା ପର୍ଯ୍ୟନ୍ତ ଏହି ମସସ୍ତ କାମରେ ଆସେ ମୟୁର ଚନ୍ଦ୍ରିକା

ଭଗବାନ ଶ୍ରୀକୃଷ୍ଣଙ୍କ ମଥାର ଶୋଭା ବଢାଇଥାଏ ମୟୁର ଚନ୍ଦ୍ରିକା । କିନ୍ତୁ ଏହାକୁ ଘରେ ରଖିବା ଦ୍ୱାରା ନକରାତ୍ମକ ପ୍ରଭାବରୁ ମୁକ୍ତି ମିଳିବା ସହିତ ସକରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି । ବାସ୍ତୁଶାସ୍ତ୍ରରେ ମୟୁର ଚନ୍ଦ୍ରିକାକୁ ନେଇ କେତେକ ଉପାୟ ରହିଛି, ଯାହାକୁ କରିବା ଦ୍ୱାରା ସୁଫଳ ମିଳିଥାଏ । କୁହାଯାଏ ମୟୁର ଚନ୍ଦ୍ରିକା ବିନା ଶ୍ରୀକୃଷ୍ଣଙ୍କ ଶୃଙ୍ଗାର ଅଧା ରହିଯାଏ । ତେଣୁ ଭଗବାନ ଶ୍ରୀକୃଷ୍ଣଙ୍କୁ ମୟୁର ଚନ୍ଦ୍ରିକା ଲଗାଇବା ଆବଶ୍ୟକ । ଏଭଳି କରିବା ଦ୍ୱାରା ସକରାତ୍ମକ ପ୍ରଭାବ ପଡ଼ିଥାଏ ।

  • ଯଦି ଦୀର୍ଘ ଦିନ ହେବ ଆପଣଙ୍କର କୌଣସି କାମ ହୋଇପାରୁ ନାହିଁ ତେବେ ମନ୍ଦିରକୁ ଯାଇ ରାଧା କୃଷ୍ଣଙ୍କ ମୂର୍ତ୍ତି ନିକଟରେ ମୟୁର ଚନ୍ଦ୍ରିକା ରଖି ଆସନ୍ତୁ । ୪୦ ଦିନ ପରେ ତାହାକୁ ଆଣି ଘରେ ରଖନ୍ତୁ । ଏହାଦ୍ୱାରା ବିଗିଡ଼ି ଯାଇଥିବା କାମ ହୋଇଯିବ ।
  • ପିଲାମାନେ ଖୁସିରେ ବହି ମଧ୍ୟରେ ମୟୁର ଚନ୍ଦ୍ରିକା ରଖିଥାନ୍ତି । କିନ୍ତୁ ବହିରେ ଏହାକୁ ରଖିବା ଦ୍ୱାରା ପଢାରେ ମନଲାଗେ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି ।
  • ଯଦି ଘରର ଆଗ୍ନେୟ କୋଣରେ ବାସ୍ତୁଦୋଷ ରହିଛି ତେବେ ସେଠାରେ ଏକ ମୟୁର ଚନ୍ଦ୍ରିକା ରଖନ୍ତୁ ।
  • ହଳଦିଆ ରଙ୍ଗର କପଡ଼ାରେ ମୟୁର ଚନ୍ଦ୍ରିକା ରଖି ନିଜ ନିକଟରେ ରଖନ୍ତୁ । ଏହାଦ୍ୱାରା ସମୃଦ୍ଧି ବଢିଥାଏ ।
  • ଛୋଟପିଲାଙ୍କୁ ନଜର ନଲାଗିବା ପାଇଁ ସେମାନଙ୍କ ହାତରେ ମୟୁର ଚନ୍ଦ୍ରିକା ବାନ୍ଧି ଦିଅନ୍ତୁ ।

ମହାରାଷ୍ଟ୍ର ବିଜେପିକୁ ବଡ଼ ଝଟକା: ପୂର୍ବତନ ମନ୍ତ୍ରୀ ଏକନାଥଙ୍କ ଇସ୍ତଫା

ମୁମ୍ୱାଇ: ବହୁ ଦିନର କଳ୍ପନା ଜଳ୍ପନା ପରେ ମହାରାଷ୍ଟ୍ର ବିଜେପି ବରିଷ୍ଠ ନେତା ତଥା ପୂର୍ବ ମନ୍ତ୍ରୀ ଏକନାଥ ଖଡସେ ବିଜେପିରୁ ଇସ୍ତଫା ଦେଇଛନ୍ତି । ଏ ନେଇ ଏନ୍‌ସିପି ପ୍ରଦେଶ ଅଧ୍ୟକ୍ଷ ଜୟନ୍ତ ପାଟିଲ ଘୋଷଣା କରିଛନ୍ତି । ଜୟନ୍ତ ପାଟିଲ ଏହା ମଧ୍ୟ କହିଛନ୍ତି ଯେ, ଏକନାଥ ଖଡସେ ଶୁକ୍ରବାର ଦ୍ୱିପ୍ରହରରେ ଏନସିପିରେ ସାମିଲ ହେବେ । ଏକନାଥ ଖଡସେଙ୍କ ଇସ୍ତଫା ମହାରାଷ୍ଟ୍ର ବିଜେପି ପାଇଁ ଏକ ବଡ଼ ଝଟକା ।

          ଜୟନ୍ତ ପାଟିଲ କହିଛନ୍ତି ଯେ, ବିଜେପି ବରିଷ୍ଠ ନେତା ଏକନାଥ ଯିଏ କି, ଗତ ୧ ଦଶନ୍ଧି ଧରି ବିଜେପି ପାଇଁ କାମ କରିଛନ୍ତି । ଏବେ ସେ ବିଜେପି ଛାଡ଼ି ସାରିଛନ୍ତି ଏବଂ ଏନସିପିରେ ସାମିଲ ହେବେ । ତାଙ୍କୁ ଦଳରେ କେଉଁ ଭୂମିକା ଦିଆଯିବ ସେ ନେଇ ପରେ ବିଚାର ବିମର୍ଶ କରାଯିବ । ସେ ଦଳରେ ସାମିଲ ହେଉଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି ।

ଏକନାଥ ଖଡସେଙ୍କ ସହିତ ଅନ୍ୟମାନେ ମଧ୍ୟ ସାମିଲ ହେବେ । କିନ୍ତୁ ଧୀରେ ଧୀରେ ଏ ନେଇ ନିଷ୍ପତ୍ତି ନିଆଯିବ । ଏଯାଏଁ ଆମେ ଖଡସେଙ୍କ ସହିତ ଅଧିକ କଥାବାର୍ତ୍ତା ହୋଇନାହୁଁ । କିନ୍ତୁ ତାଙ୍କ ସମର୍ଥକ ପର୍ଯ୍ୟାୟ କ୍ରମେ ଦଳରେ ସାମିଲ ହେବେ ।

ପ୍ରଧାନମନ୍ତ୍ରୀ ଓ ବିଜେପିର ପିଛା ଛାଡ଼ୁନି ୟୁଟ୍ୟୁବ ଭିଡିଓ ଉପରେ Dislike

ଖଡସେଙ୍କୁ ନେଇ ଅସନ୍ତୋଷ ଥିଲେ ଫଡ଼ନବିସ୍

ବିଜେପିରେ ଏକଦା ୨ ନମ୍ୱର ମନ୍ତ୍ରୀ ଥିବା ଏକନାଥ ଖଡସେ ମନ୍ତ୍ରୀପଦ ଯିବା ଏବଂ ବିଧାନସଭା ଟିକେଟ୍ ନ ମିଳିବା ପରଠାରୁ ସେ ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ ଓ ପାର୍ଟି ଉପରେ ଅସନ୍ତୁଷ୍ଟ ଥିଲେ । ଏ ନେଇ ବହୁବାର ସେ ପାର୍ଟି ହାଇକମାଣ୍ଡଙ୍କ ନିକଟରେ କହିଥିଲେ । ତେବେ ତାଙ୍କ ଗୁହାରୀକୁ ଅଣଦେଖା କରାଯାଇଥିଲା ।

ପେସା ତାଙ୍କର ଚୁଟି କାଟିବା, ସମାଜ କଲ୍ୟାଣ ପାଇଁ ଓହ୍ଲାଇଛନ୍ତି ନିର୍ବାଚନ ମଇଦାନକୁ; ବୟସ ୮୦ !

ବାଲେଶ୍ୱର: ପେସା ତାଙ୍କର ଚୁଟି କାଟିବା । ଆଉ ନିଶା ହେଉଛି ସମାଜରେ ପରିବର୍ତ୍ତନ ଆଣିବା । ଏମିତି ଜଣେ ମଣିଷ ହେଉଛନ୍ତି ବାଲେଶ୍ୱର ସଦର ବିଧାନସଭା ଆସନ ଉପ-ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବେଣୁଧର ବାରିକ । ୮୦ ବର୍ଷୀୟ ବେଣୁଧର ଦୀର୍ଘଦିନ ଧରି ବାଲେଶ୍ୱର ତଳି ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଲଢେଇ କରୁଥିଲେ । ଆଉ ଏବେ ଲୋକପ୍ରତିନିଧି ଭାବେ ନିର୍ବାଚିତ ହୋଇ ବସ୍ତି ବାସିନ୍ଦାଙ୍କ ପାଇଁ କାମ କରିବାକୁ ମନ ବଳାଇଛନ୍ତି ।

 

ଉପନିର୍ବାଚନ ପାଇଁ କମ୍ପୁଛି ବାଲେଶ୍ୱର ଜିଲ୍ଲା । ଭୋଟରଙ୍କୁ ମନାଇବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି ପ୍ରାର୍ଥୀ । ପ୍ରଚାରରେ ଲାଗିପଡିଛନ୍ତି ୩ ପ୍ରମୁଖ ଦଳ । ହେଲେ ସେହି ଭିତରେ ପ୍ରଚାର ମୈଦାନରେ ଟିକିଏ ନିଆରା ଦୃଶ୍ୟ ସାମ୍ନାକୁ ଆସିଛି । ଗୋଟିଏ ପଟେ ଦଳୀୟ ପ୍ରାର୍ଥୀ ଭୋଟ ଭିକ୍ଷା କରୁଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ଗୋଡ଼ ଧରୁଛନ୍ତି ଭୋଟର । ସହଯୋଗୀଙ୍କ ସହିତ ଘରକୁ ଘର ବୁଲି ସେ ଭୋଟ ପାଇଁ ନିବେଦନ କରୁଛନ୍ତି । ବିଜୟୀ ହେଲେ କଣ କରିବେ ସେ କଥା ମଧ୍ୟ ବୁଝାଇ ଦେଉଛନ୍ତି ।

ବେଣୁଧରଙ୍କ ଘର ବାହାନଗା ଅଞ୍ଚଳରେ । ୧୯୪୫ ମସିହାରୁ ସେ ବାଲେଶ୍ୱର ଆସି ଚୁଟି କାଟି ପରିବାର ପ୍ରତିପୋଷଣ କରୁଛନ୍ତି । ଏହାରି ଭିତରେ ବସ୍ତିରେ ରହୁଥିବା ଲୋକଙ୍କ ସମସ୍ୟା ପାଇଁ କାମ କରନ୍ତି ବେଣୁଧର । କିଏ ଘର ପାଇବ, ତ’ ପୁଣି କାହାର ଭତ୍ତା ପାଇଁ ବ୍ଲକ୍‌ ଅଫିସ ନହେଲେ ମ୍ୟୁନିସିପାଲିଟିକୁ ଦୌଡ଼ିଥାନ୍ତି ସେ । ବାମଦଳରେ ଦୀର୍ଘ ଦିନ ଧରି ସେ ସଦସ୍ୟ ରହି ସାରିଛନ୍ତି । ବାଲେଶ୍ୱର ଗୁଡ଼ିପଦାର ବାସିନ୍ଦା ବେଣୁଧର ଏଥର ଲୋକ ପ୍ରତିନିଧି ଭାବେ ନିର୍ବାଚିତ ହୋଇ ଲୋକଙ୍କ ପାଇଁ କାମ କରିବାକୁ ମନସ୍ଥ କରିଛନ୍ତି ।

ବେଣୁଧର ବାରିକଙ୍କ ଆତ୍ମବିଶ୍ବାସ ଓ ପଛୁଆବର୍ଗଙ୍କ ପାଇଁ ଦରଦ ତାଙ୍କୁ ସଫଳତାର କେତେ ନିକଟତର କରିପାରୁଛି ତାହା ଫଳାଫଳ ଘୋଷଣା ପରେ ହିଁ ସ୍ପଷ୍ଟ ହେବ ।

୨୪ ଘଣ୍ଟାରେ ୫୪ ହଜାର ୪୪ ଜଣ ସଂକ୍ରମିତ ଚିହ୍ନଟ: ୭୧୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କମୁଛି କରୋନାର ପ୍ରଭାବ । ସାରା ଦେଶରେ ଗୋଟିଏ ଦିନରେ ୫୪ ହଜାର ୪୪ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ଦିନକରେ ୭୧୭ ଜଣକ ଜୀବନ ନେଇଛି ଭୂତାଣୁ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୬ ଲକ୍ଷ ୫୧ ହଜାର ୧୦୮କୁ ବୃଦ୍ଧି ପାଇଛି । ସେହିଭଳି ଆକଟିଭ୍ କେସ୍ ରହିଛି ୭ ଲକ୍ଷ ୪୦ ହଜାର ୯୦ ଓ ସୁସ୍ଥ ସଂଖ୍ୟା ହେଉଛି ୬୭ ଲକ୍ଷ ୯୫ ହଜାର ୧୦୩ ।

ଦେଶରେ କରୋନା ମୁତ୍ୟୁ ସଂଖ୍ୟା ୧ ଲକ୍ଷ ୧୫ ହଜାର ୯୧୪ ଛୁଇଁଛି । ତେବେ ଅନ୍ୟ ଦେଶ ତୁଳନାରେ ଭାରତରେ ଆରୋଗ୍ୟ ହାର ବଢିଛି ଓ ମୃତ୍ୟୁ ହାର କମିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

କମୁଛି ସଂକ୍ରମଣ ସଂଖ୍ୟା, ୨୪ ଘଣ୍ଟାରେ ୧୯୩୧ଟି ନୂଆ ସଂକ୍ରମିତ

ବାଲେଶ୍ୱର ସଦର: ବିଜେଡ଼ିର କଳେବର ବୃଦ୍ଧି, ପୂର୍ବତନ କଂଗ୍ରେସ ପ୍ରାର୍ଥୀ ମାନସଙ୍କ ବିଜେଡିରେ ଯୋଗଦାନ

ବାଲେଶ୍ୱର: ବାଲେଶ୍ୱର ସଦର ଅଞ୍ଚଳର ଟାଣୁଆ ସଙ୍ଗଠକ ମାନସ ଦାସ ପଟ୍ଟନାୟକ ବୁଧବାର ବିଜେଡିରେ ଯୋଗ ଦେଇଛନ୍ତି । ବାଲେଶ୍ୱର ସଦର ଉପନିର୍ବାଚନ ପୂର୍ବରୁ ମାନସଙ୍କ ବିଜେଡିରେ ଯୋଗଦାନ କଂଗ୍ରେସ ପାଇଁ ଝଟକା ସଦୃଶ । ଅନୁରୂପଭାବେ ବିଜେପି ପାଇଁ ଏକ ନୂଆ ସମସ୍ୟା । ୨୦୧୮ରେ ନିରଞ୍ଜନ ପଟ୍ଟନାୟକ ସଭାପତି ହେବା ପରେ ମାନସ ଦାସପଟ୍ଟନାୟକ ବାଲେଶ୍ୱର ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ହୋଇଥିଲେ ।

ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇ ୧୯,୭୦୪ ଖଣ୍ଡ ଭୋଟ୍ ପାଇଥିଲେ । ଏହା ପୂର୍ବବର୍ଷ ସ୍ୱାଧୀନ ଭାବେ ନିର୍ବାଚନ ଲଢି ୨୪,୭୨୦ ଖଣ୍ଡ ଭୋଟ ପାଇଥିଲେ । ନିଜସ୍ୱ ସାଙ୍ଗଠନିକ କ୍ଷମତା ଜରିଆରେ ୧୮,୦୦୦ରୁ ୨୫,୦୦୦ ଭୋଟରଙ୍କୁ ପ୍ରଭାବିତ କରିବାର କ୍ଷମତା ମାନସ ରଖନ୍ତି । ତେଣୁ ପୂର୍ବାପେକ୍ଷା ଏହି ଆସନରେ ବିଜେଡିର ଭୋଟ ସଂଖ୍ୟା ବୃଦ୍ଧି ପାଇବ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି ।

୨୦୧୯ରେ ବିଜେପିର ମଦନମୋହନ ଦତ୍ତ ଏହି ଆସନରୁ ବିଜୟୀ ହୋଇଥିଲେ । ତାଙ୍କର ଅକାଳ ବିୟୋଗ ପରେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ୨୦୧୯ର ରାଜନୈତିକ ପରିସ୍ଥିତରେ ବ୍ୟାପକ ପରିବର୍ତ୍ତନ ଆସିଛି । ତେଣୁ ଏହି ଆସନକୁ ବଜାୟ ରଖିବା ଭାଜପା ପାଇଁ ଏତେଟା ସହଜ ନୁହେଁ ବୋଲି କୁହାଯାଉଛି । ଦିନ ଗଡିବା ସହ କୌଣସି ନା କୌଣସି ପଞ୍ଚାୟତରୁ ଅଥବା ୱାର୍ଡରୁ ଉଭୟ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି । ଯାହା ବିଜେଡିର କଳେବର ବୃଦ୍ଧି କରୁଛି ।

ସେହିପରି ବିଜେଡ଼ି ଶୀର୍ଷ ନେତାଙ୍କ ନିର୍ଦ୍ଦେଶକ୍ରମେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବରିଷ୍ଠ ନେତା ରବୀନ୍ଦ୍ର ଜେନା, ସୁବାସିନୀ ଜେନା ଏବଂ ଜୀବନ ପ୍ରଦୀପ ଦାସଙ୍କ ପରିଚାଳନା ସଙ୍ଗଠନକୁ ଆହୁରି ମଜଭୁତ କରିଛି । ସେଠାରେ ବିଜେଡି କର୍ମୀ ଘର ଘର ବୁଲି କ୍ୟାମ୍ପେନିଂ ଆରମ୍ଭ କରିବା ସହ କ୍ଷୁଦ୍ର ଜନସଭା କରୁଛନ୍ତି ।

 

ଦଶହରା ପରେ ୧୦୦ ଛୁଇଁପାରେ ପିଆଜ ଦର: ଜାଣନ୍ତୁ କାହିଁକି

0

ପୁଣେ: ଦଶହରା ପରେ ପିଆଜ ଦର କିଲୋପ୍ରତି ୧୦୦ ଟଙ୍କା ହୋଇପାରେ । ବର୍ତ୍ତମାନ ସମୟରେ ନୂଆ ପିଆଜ ଅମଳ ଯୋଗ୍ୟ ହୋଇନାହିଁ ଏବଂ ପୁରୁଣା ଷ୍ଟକ୍ ସରିଆସିଲାଣି । ଏହି କାରଣରୁ ଦେଶର ସବୁଠାରୁ ବଡ଼ ପିଆଜ ମଣ୍ଡି ନାସିକର ଲାସଲଗାଁରେ ପିଆଜର ଦର ପ୍ରତି କ୍ୱିଣ୍ଟାଲ ପିଛା ୭ ହଜାର ୮୦୦ରେ ପହଞ୍ଚିଛି । ଯଦି ଏହି ପିଆଜ ଦିଲ୍ଲୀ ଆସେ ଏହା ଉପରେ କିଲୋ ପ୍ରତି ୫ରୁ ୬ ଟଙ୍କାର ଭଡ଼ା ଲାଗିବ । ଅର୍ଥାତ ହୋଲସେଲର ନିକଟକୁ ପିଆଜ ଦର କିଲୋପ୍ରତି ୮୪ ଟଙ୍କା ହିସାବରେ ପହଞ୍ଚିବ । ଏବଂ ରିଟେଲରେ ଏହି ଦର ୧୦୦ ଅତିକ୍ରମଣ କରିପାରେ ।

Onion export banned by govt to curb price hike - India Ahead News

ଦେଶର ସବୁଠାରୁ ବଡ଼ ପିଆଜ ମଣ୍ଡି ଲାସଲଗାଁ ଏପିଏମ୍‌ସି ରେ କାଲି ପିଆଜର ଦର କ୍ୱିଣ୍ଟାଲ ପିଛା ୭୧୦୦ ରହିଥିଲା । ସେଠାରେ ସବୁଠାରୁ ଖରାପ କ୍ୱାଲିଟର ପିଆଜ ୧ କ୍ୱିଣ୍ଟାଲ ୧୯୦୧ ଦରରେ ବିକ୍ରି ହୋଇଥିଲା । ତେବେ ସବୁଠାରୁ ଭଲ ରକମର ପିଆଜ ୭ହଜାର ୮୦୦ ଦରରେ ବିକ୍ରି ହୋଇଥିଲା । ଏଥିସହିତ ପିଆଜ ଦର ଗତ ୧୦ ମାସର ଶୀର୍ଷତମ ସ୍ଥାନରେ ପହଞ୍ଚିଛି ।

Wholesale onion prices soar at Lasalgaon in Maharashtra - YouTube

ପିଆଜ ବ୍ୟବସାୟୀଙ୍କ କହିବାନୁଯାୟୀ, ନାସିକରୁ ଦିଲ୍ଲୀ ଯାଏଁ ଯଦି ପିଆଜକୁ ଟ୍ରକ ମାଧ୍ୟମରେ ନିଆଯାଏ, ତା’ହେଲେ ପିଆଜ ପ୍ରତି କିଲୋ ୫ରୁ ୬ ଟଙ୍କା ଅଧିକ ଖର୍ଚ୍ଚ ହୋଇଥାଏ । ଯଦି ନାସିକରୁ କେହିଁ ୭୮ ଟଙ୍କା ଦରରେ ପିଆଜ ନିଅନ୍ତି ତାହାର ଦର ହୋଲସେଲରଙ୍କ ନିକଟରେ ପହଞ୍ଚୁ ପହଞ୍ଚୁ ୮୪ ଟଙ୍କା ହୋଇଯିବ । ଏହା ଉପରେ କିଛି ମାର୍ଜିନ ରଖି ଏହାକୁ ପୁଣି ହୋଲସେଲର ବିକ୍ରି କରିବେ । ଏଣୁ ଖାଉଟିକୁ କିଣିଲା ବେଳକୁ ଦର ହାରାହାରି ଶହେ ଟଙ୍କା ପଡ଼ିପାରେ ।

ଉପ ନିର୍ବାଚନ ପୂର୍ବରୁ ଜ୍ୟୋତିରାଦିତ୍ୟ କ୍ୟାମ୍ପର ୨ ମନ୍ତ୍ରୀଙ୍କ ଇସ୍ତଫା

ଆସନ୍ତା ମାସରେ ଆସିବ ନୂଆ ଫସଲ

କେନ୍ଦ୍ରୀୟ କୃଷି ମନ୍ତ୍ରାଳୟ ଅଧିକାରୀଙ୍କ କହିବା ହେଲା ଯେ, ମହାରାଷ୍ଟ୍ରରେ ଖରିଫ୍ ଋତୁରେ ଅମଳ ହୋଇଥିବା ପିଆଜ ଏଯାଏଁ ବଜାରକୁ ଆସିଯାଇଥାନ୍ତା । କିନ୍ତୁ ବିଳମ୍ୱରେ ଚାଷ କରାଯାଇଥିବାରୁ ଆସନ୍ତା ମାସ ମଝି ଆଡ଼କୁ ଫସଲ ଅମଳ ହୋଇପାରିବ । ମଧ୍ୟପ୍ରଦେଶରେ ମଧ୍ୟ ସମାନ ସ୍ଥିତି ରହିଛି । ସେଠାରେ ଆହୁରୀ ୧୫ ଦିନ ବିଳମ୍ୱ ହୋଇପାରେ । ଏଭଳି ପରିସ୍ଥିତିରେ ଓଡ଼ିଶା ମଧ୍ୟ ପିଆଜ ନେଇ ନାସିକ ବଜାର ଉପରେ ନିର୍ଭର କରୁଥିବା ବେଳେ ରାଜ୍ୟରେ ମଧ୍ୟ ପିଆଜ ଦର ବଢ଼ିବାର ଯଥେଷ୍ଟ ଆଶଙ୍କା ରହିଛି ।