spot_img
Home Blog Page 6545

ସଭାରେ କପଡ଼ା ଫାଡିଦେଲେ ବିହାରର ଏହି କଂଗ୍ରେସ ନେତା… ଆଉ ତା’ ପରେ କଲେ ଏମିତି କାଣ୍ଡ…

ସମସ୍ତିପୁର: ସିନେମାରେ ହିରୋ ଭିଲେନ ସହ ଲଢୁଥିବା ବେଳେ ହିରୋ ଜଣଙ୍କ ନିଜ ସାର୍ଟ ଖୋଲିଦେବାର ଦୃଶ୍ୟ ସମସ୍ତେ ଦେଖିଥିବେ । ଏହି ଦୃଶ୍ୟ ଦର୍ଶକଙ୍କୁ ମନୋରଞ୍ଜନ ଦେଇଥାଏ । ହେଲେ କୌଣସି ରାଜନେତା ଯଦି ହଜାର ହାଜର ଲୋକଙ୍କ ସମ୍ମୁଖରେ ନିଜ କୁର୍ତ୍ତା ଫାଡି ଦିଅନ୍ତି । ତେବେ ଏହା ଆପଣଙ୍କୁ ଟିକେ ଖଟକା ଲାଗିବ । ହେଲେ ଏପରି ଏକ ଦୃଶ୍ୟ ବିହାର ନିର୍ବାଚନରେ ଦେଖିବାକୁ ମିଳିଛି ।

ବିହାର ସମସ୍ତିପୁର ଜିଲା ଅନ୍ତର୍ଗତ ରସୋଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ଯୋଗେନ୍ଦ୍ର କୁମାର ବିକଳ । ସେ ଏକ ରାଜନୈତିକ ସଭାରେ କହିଥିଲେ ଯେ ପର୍ଯ୍ୟନ୍ତ ଅନୁମଣ୍ଡଳ ଅଞ୍ଚଳକୁ ସ୍ୱତନ୍ତ୍ର ଜିଲା ଭାବେ ଘୋଷଣା କରା ନ ଯାଇଛି । ସେ ପର୍ଯ୍ୟନ୍ତ ସେ ସଂଗ୍ରାମ ଜାରି ରଖିବେ । ଏଥିପାଇଁ ଯାହା ଆବଶ୍ୟକ ସବୁ କରିବେ । ତାଙ୍କର ଏହିପରି ଭାଷଣ କିଛିକ୍ଷଣ ପାଇଁ ସେହି ରାଜନୈତିକ ସଭାରେ କରତାଳି ସାଉଁଟି ଥିଲା । ଯାହା ଯୋଗେନ୍ଦ୍ରଙ୍କୁ ଉତ୍ସାହିତ କରିଦେଇଥିଲା । ଆଉ ସେ ନିଜ କୁର୍ତ୍ତାକୁ ଫାଡି ଚିରି ଦେଇଥିଲେ । ଏହା ଦେଖି ତାଙ୍କ ସହଯୋଗୀ ଏବଂ କେତେକ ଲୋକ କରତାଳି ମାରିଥିଲେ ।

ଏହା ପରେ ମଞ୍ଚରୁ କହିଥିଲେ, ଅନୁମଣ୍ଡଳକୁ ଜିଲାରେ ପରିଣତ କରିବା ସେ ନିଜର କୁର୍ତ୍ତା ଫାଡିଛନ୍ତି । ଏହା ତାଙ୍କର ପ୍ରତିଜ୍ଞା ରହିଲା । ଯେ ପର୍ଯ୍ୟନ୍ତ ଜିଲାର ମାନ୍ୟତା ନ ମିଳିଛି, ସେ ଯାଏ ସେ କୁର୍ତ୍ତା କି ସାର୍ଟ ପିନ୍ଧିବେ ନାହିଁ । ତେଣୁ ତାଙ୍କ ଲଜ୍ଜା ଏବଂ ଇଜ୍ଜତ ଏବେ ଜନତାଙ୍କ ହାତରେ । ଜନତା ତାଙ୍କୁ ଭୋଟ ଦେଇ ତାଙ୍କ ଲଜ୍ଜା ନିବାରଣ କରନ୍ତୁ ବୋଲି ଯୋଗେନ୍ଦ୍ର କହିଛନ୍ତି ।

 

ଟାଙ୍ଗିଆ ଚୋଟରେ ଗଲା ୩ ଜୀବନ, ଝିଅ-ଜ୍ୱାଇଁ ସହ ମାଆକୁ ମାରିଲା ପଡ଼ୋଶୀ

କୁଚିଣ୍ଡା: କୁଚିଣ୍ଡା ମହୁଲପାଲି ଥାନା ଲପଡା ଗାଁରେ ଟ୍ରିପଲ ମର୍ଡର । ଜମିଜମା ଗଣ୍ଡଗୋଳକୁ ନେଇ ଘଟିଛି ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ତିନିଜଣଙ୍କୁ ହତ୍ୟା । ଗୋଟିଏ ପରିବାରର ତିନିଜଣଙ୍କୁ ହତ୍ୟା କଲା ପଡୋଶୀ । ମାଆ, ଝିଅ ଓ ଜ୍ୱାଇଁଙ୍କୁ ହତ୍ୟା । ବିଲରେ ଜ୍ୱାଇଁଙ୍କ ମୃତଦେହ ପଡିଥିବା ବେଳେ, ଘରେ ପଡିଛି ମାଆ ଓ ଝିଅଙ୍କ ମୃତଦେହ ।  ଜମିଜମା ଗଣ୍ଡଗୋଳକୁ ନେଇ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ତେବେ ଜମିଜମା କାରଣ ନେଇ ଅସନ୍ତୋଷ ସୃଷ୍ଟି ହେବା ପରେ ପଡୋଶୀ ଜଣକ ରାଗରେ ଗୋଟିଏ ଘରର ୩ ସଦସ୍ୟଙ୍କୁ ମାରିଥିବା ଜଣାପଡିଛି ।

ମାଆ ଓ ଝିଅଙ୍କ ମୃତଦେହ ଘରେ ମିଳିଥିବାବେଳେ ଜ୍ୱାଇଁଙ୍କ ମୃତଦେହ ବିଲରୁ ଉଦ୍ଧାର କରାଯାଇଛି । ଜମିଜମା ଗଣ୍ଡଗୋଳ ନେଇ ନୃଶଂସ ଭାବେ ୩ ଜଣଙ୍କୁ ହତ୍ୟା କରାଯାଇଛି । ସୂଚନାନୁସାରେ ଉଭୟ ପରିବାର ମଧ୍ୟରେ ଅନେକ ଦିନରୁ ସରକାରୀ ଜମି ନେଇ ଅଶାନ୍ତି ସୃଷ୍ଟି ହୋଇଥିଲା । ଅଭିଯୁକ୍ତ ଘଟଣାସ୍ଥଳରେ ପହଞ୍ଚିବା ପରେ ଜମି ନେଇ ପାଟିତୁଣ୍ଡ କରିଥିଲା । ଫଳରେ ଏହି ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ଶେଷରେ ବିଲରେ ହିଁ ଟାଙ୍ଗିଆରେ ମାରି ପରିବାରର ଜ୍ୱାଇଁକୁ ହତ୍ୟା କରିଥିଲା । ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇବା  ପରେ ଝିଅ ଓ ମାଆ ଘଟଣାସ୍ଥଳରେ ପହଞ୍ଚି ଥିଲେ ।  ଅଭିଯୁକ୍ତ ବିଷୟରେ ଅଭିଯୋଗ କରିବା ପାଇଁ ଗାଁ ଲୋକଙ୍କ ପାଖକୁ ଆସୁଥିଲେ । ହେଲେ ଗାଁ ଲୋକଙ୍କ ଉପସ୍ଥିତିରେ ଏକ ମଣ୍ଡପରେ, ଅଭିଯୁକ୍ତ ଉଭୟ ମାଆ ଝିଅଙ୍କୁ ଗୋଡ଼ାଇ ଗୋଡ଼ାଇ ମାରି ତାଙ୍କୁ ହତ୍ୟା କରିଥିଲା । ସମସ୍ତ ଘଟଣା ଘଟିଯିବା ପରେ ଗ୍ରାମବାସୀ ପୋଲିସକୁ ଜଣାଇଥିଲେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Samsungର ନୂଆ ସ୍ମାର୍ଟଫୋନରେ ପପ୍-ଅପ୍ ସ୍ପିକର ଓ ଫ୍ଲେକ୍ସିବଲ୍ ଡିସପ୍ଲେ ! ଜାଣନ୍ତୁ

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ କମ୍ପାନୀଗୁଡିକ ସବୁବେଳେ ନୂଆ ଓ ଆଡଭାନ୍ସ ଡିଭାଇସ ଲଂଚ କରୁଥାଏ । ଏବେ ଦକ୍ଷିଣ କୋରିଆର କମ୍ପାନୀ ସାମସଙ୍ଗ ପପ୍-ଅପ୍ ସ୍ପିକର ସହିତ ସ୍ମାର୍ଟଫୋନ ଲଂଚ କରିବା ନେଇ କାମ କରୁଛି । ଏହି ସ୍ମାର୍ଟଫୋନର ଡିସପ୍ଲେ ଫ୍ଲେକ୍ସିବଲ୍ ରହିବ ।

ସାମସଙ୍ଗର ଏହି ହାଇ-ଟେକ୍ ଫୋନ୍ ଏବେ ଡେଭଲପମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି । ବର୍ଷ ଆର୍ମ୍ଭରୁ କମ୍ପାନୀ ଏହି ଫୋନ୍ ର ପେଟେଣ୍ଟକୁ WIPO (ୱାର୍ଲଡ ଇଣ୍ଟେଲେକ୍ଚୁଆଲ ପ୍ରପୋର୍ଟି ଅରଗାନାଇଜେସନ୍ ) ସହ ଦାଖଲ କରିଥିଲା । କମ୍ପାନୀର ଏହି ପେଟେଣ୍ଟ ଚଳିତ ମାସ ୧୫ ତାରିଖରେ ପବ୍ଲିଶ ହୋଇଥିଲା । ସାମସଙ୍ଗର ଏହି ପେଟେଣ୍ଟ ପ୍ରଥମେ “ଲେଟ୍ସ ଗୋ” ଡିଜିଟାଲ୍ ଦେଖିଥିଲା । ଦାଖଲ କରାଯାଇଥିବା ପେଟେଣ୍ଟ ଅନୁଯାୟୀ, ଏହି ଫୋନରେ ଆଇଫୋନ୍ ୧୨ ସିରିଜ୍ ଭଳି ଗୋଲ ଆକାର ଏବଂ ବକ୍ସି ଡିଜାଇନ୍ ର ବ୍ୟବହାର କରାଯାଇଛି । ଅବଶ୍ୟ ଏହି ଫୋନର ଡିଜାଇନ୍ ସମ୍ପୂର୍ଣ୍ଣ ଭିନ୍ନ ରହିଛି । ରିପୋର୍ଟ ଅନୁଯାୟୀ, ଏହି ଫୋନର ସ୍ପିକର, ମାଇକ୍ରୋଫୋନ୍ ଏବଂ ଫ୍ରଣ୍ଟ କ୍ୟାମେରା ସାମ୍ନା ପ୍ୟାନେଲର ପଛ ଭାଗରେ ଲଗାଯାଇଛି।

ବିଶେଷ କଥା ଏହା ହେଉଛି ଯେ, ଏହି ସବୁ ପ୍ୟାନେଲ୍ ଏବଂ ଫ୍ଲେକ୍ସିବଲ୍ ଡିସପ୍ଲେ ସହିତ ଗତି କରିବ । ଏବଂ ଫୋନର ଉପର ଅଂଶ ବାହାରକୁ ଯାଇ ଆଗ ଆଡକୁ ଫୋଲ୍ଡ୍ ହେବ । ଏହି ମେକାନିଜିମ୍ ରୁ ଫୋନ ସ୍ପିକରକୁ ଏକ ରିଜୋନାନ୍ସ ଚାମ୍ବର ଦେଇଥାଏ ଯାହା ସାଉଣ୍ଡ ଆଉଟପୁଟକୁ ମଧ୍ୟ ଉନ୍ନତ କରିଥାଏ । ଫୋନ୍ ସ୍କ୍ରିନରେ ପ୍ଲାଷ୍ଟିକ୍ ପଲିମର ବ୍ୟବହାର କରାଯାଇଛି ।

ସାମସଙ୍ଗର ଏହି ନୂଆ ଫୋନ୍ ର ଡିଜାଇନ୍ ବେଶ ଉନ୍ନତ ରହିଛି । ସାମସଙ୍ଗ ଫୋଲଡେବଲ୍ ଡିସପ୍ଲେ ତିଆରି କରିବାରେ ଏକ୍ସପର୍ଟ ବୋଲି କୁହାଯାଏ । ଏବେ ସାମସଙ୍ଗର ଏହି ନୂଆ ଡିଜାଇନ୍ ସ୍ମାର୍ଟଫୋନ୍ ନେଇ ୟୁଜର୍ସମାନେ ଏବେଠୁ ଉତ୍ସାହିତ ଅଛନ୍ତି । କମ୍ପାନୀ ମଧ୍ୟ ଏହି ଫୋନରେ S-Pen ସପୋର୍ଟ ରଖିପାରେ । ଫୋନ୍ ଲଞ୍ଚ ନେଇ ଏବେ ଯାଏଁ କୌଣସି ଆଧିକାରିକ ସୂଚନା ଦିଆଯାଇନାହିଁ ।

୧୫ ଦିନ ହେଲା ମାତିଛନ୍ତି ୩୦ ଟିକିଆ ହାତୀପଲ, ନଷ୍ଟ କଲେଣି ଏକର ଏକର ଫସଲ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡରେ ହାତୀ ଉପଦ୍ରବ । ବଣାଇ ବନଖଣ୍ଡର ଶିଶୁଡ଼ିହି ଅଞ୍ଚଳରେ ଦୀର୍ଘ ୧୫ ଦିନ ଧରି ୩୦ ଟିକିଆ ହାତୀପଲ ଉତ୍ପାତ ଜାରି ରଖିଛନ୍ତି । ସନ୍ଧ୍ୟା ହେଲେ ହାତୀପଲ ଗାଁ ମୁହାଁ ହୋଇ ଏକର ଏକର ଧାନ ଫସଲ ନଷ୍ଟ କରି କରୁଥିବା ଦେଖିବାକୁ ମିଳିଛି । ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଧାର କରଜ କରି ଫସଲ କରିଥିବା ବେଳେ ଅମଳ ବେଳକୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି ହାତୀ ।

Elephant Terror In Bonai Of Sundergarh (2)

ଅନ୍ୟପଟେ ହାତୀ ଉପଦ୍ରବ ନେଇ ସ୍ଥାନୀୟ ଲୋକ ବାରମ୍ବାର ବନ ବିଭାଗକୁ ଅଭିଯୋଗ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅସହଯୋଗ ଯୋଗୁଁ ଫସଲ କ୍ଷତି ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ହାତୀପଲଙ୍କୁ ଘଉଡ଼ାଇବା ପାଇଁ ବିଭାଗ କୌଣସି ସାହାଯ୍ୟ କରୁନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଚାଷୀଙ୍କୁ ଶୀଘ୍ର କ୍ଷତିପୂରଣ ଦେବାକୁ ଦାବି ହେଉଛି । ଏନେଇ ବନ ବିଭାଗର ପ୍ରତିକ୍ରିୟା ମିଳିପାରି ନାହିଁ ।

ପେଟ୍ରୋଲ ପମ୍ପରେ କାରରେ ଲାଗିଲା ନିଆଁ, ଲୋକଙ୍କ ଜୀବନ ବଞ୍ଚାଇ ଯୁବକ ପାଲଟିଲେ ହିରୋ

ବାଲାଘାଟ୍: ମଧ୍ୟପ୍ରଦେଶ ବାଲାଘାଟରେ ଜଣେ ଯୁବକଙ୍କ ସାହସିକତା  ଅନେକଙ୍କ ଜୀବନ ବଞ୍ଚାଇଛି । ଏକ ପେଟ୍ରୋଲ ପମ୍ପରେ ଗୋଟେ କାରରେ ଡିଜେଲ ଭରିବା ମାତ୍ରେ ସେଥିରେ ନିଆଁ ଲାଗିଯାଇଥିଲା । ହେଲେ କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ସେହି ଅଞ୍ଚଳରେ କାମ କରୁଥିବା ଜଣେ ଯୁବକ ହିରୋ ହୋଇ ଅନେକଙ୍କୁ ରକ୍ଷା କରିଥିଲେ ।

ପେଟ୍ରୋଲ ପମ୍ପରେ ନିଆଁ ଲାଗିଥିବାରୁ ଆଖପାଖ ଅଞ୍ଚଳରେ କ୍ଷୟକ୍ଷତି ହୋଇଥାନ୍ତା । ହେଲେ ପେଟ୍ରୋଲ ପମ୍ପ ନିକଟରେ କାମ କରୁଥିବା ଜଣେ ଯୁବକ କାରରେ ନିଆଁ ଲାଗିବା ମାତ୍ରେ ସେଠାରେ ପହଞ୍ଚି ଅନେକଙ୍କ ଜୀବନ ବଞ୍ଚାଇଥିଲେ । ଠିକ୍ ସମୟରେ ପହଞ୍ଚି ସେ ସମସ୍ତଙ୍କ ପାଇଁ ହିରୋ ପାଲଟିଥିଲେ । ନିଜ ଜୀବନକୁ ବାଜି ଲଗାଇ ପେଟ୍ରୋଲ ପମ୍ପ ଭିତରୁ ସେ ଗାଡ଼ିକୁ ଧକ୍କା ଦେଇ  ଦୂରକୁ ଠେଲି ଦେଇଥିଲେ । ଫଳରେ ସେଠାରେ ନିଆଁ ବ୍ୟାପି ନଥିଲା । ଆଖପାଖରେ ସେହି ଯୁବକଙ୍କ ବ୍ୟତୀତ ଅନେକ ଲୋକ ଉପସ୍ଥିତ ଥିଲେ । ହେଲେ କେହି ବି କାହାକୁ ସାହାଯ୍ୟ କରିନଥିଲେ । ମୁକେଶ କଟାରେ ନାମକ ଏହି ଯୁବକ ଏକା ପେଟ୍ରୋଲ ପମ୍ପରୁ ଗାଡ଼ିକୁ ବାହାରକୁ ଠେଲିଥିଲେ ।

ଏହା ଦେଖି ମଧ୍ୟ କେହି ତାଙ୍କୁ ସହଯୋଗ କରିନଥିଲେ । ବରଂ ସେହି ସମୟରେ ସମସ୍ତେ ଫଟୋ ନେବାରେ ଓ ଭିଡିଓ ଉତ୍ତୋଳନରେ ବ୍ୟସ୍ତ ଥିଲେ । ସେହି ସମୟରେ ମୁକେଶ ସାହସ ଦେଖାଇ ଏକ ବଡ଼ ଦୁର୍ଘଟଣା ହେବାରୁ ବଞ୍ଚାଇଥିଲେ । କେବଳ ସେତିକି ନୁହେଁ କାର ଭିତରେ ବସିଥିବା ଲୋକଙ୍କୁ ମଧ୍ୟ ସେ ବଞ୍ଚାଇଥିଲେ । କାରରେ ହଠାତ୍ ନିଆଁ ଲାଗିଥିବାରୁ ଭିତରେ ବସିଥିବା ଲୋକ ଡରି ଯାଇଥିଲେ । ସେହି ସମୟରେ ମୁକେଶ ସେମାନଙ୍କ ରକ୍ଷା କରିଥିଲେ । ମୁକେଶଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପେଟ୍ରୋଲ ପମ୍ପ ପାଖରେ ହିଁ ମୁକେଶଙ୍କ ଦୋକାନ ଅଛି । କାର ଜଳିବାର ଦେଖି ସେ ପେଟ୍ରୋଲ ପମ୍ପକୁ ଦୌଡ଼ି ଆସିଥିଲେ । ସାହସ ସହ ଗାଡ଼ିର ଷ୍ଟିୟରିଂ ଓ ଚାବି ବୁଲାଇ କାରକୁ ଦୂରକୁ ଠେଲି ଦେଇଥିଲେ । ମୁକେଶଙ୍କର ସାହସିକତା ପାଇଁ ସମସ୍ତେ ତାଙ୍କର ଖୁବ ପ୍ରଂଶସା କରୁଛନ୍ତି ।

ଆଜି ହିଁ ପରିଷ୍କାର କରନ୍ତୁ ଘରେ ଥିବା ବୁଢିଆଣି ଜାଲ, ନଚେତ୍‌ ଯେତେ ଟଙ୍କା…

ସୁସ୍ଥ ରହିବାକୁ ହେଲେ ଆଖପାଖର ପରିବେଶକୁ ପରିଷ୍ଟାର ଏବଂ ପରିଛନ୍ନ ରଖିବା ନିହାତି ଆବଶ୍ୟକ । ଏହାଦ୍ୱାରା କେବଳ ଶରୀର ସୁସ୍ଥ ରହିବ ତାହା ନୁହେଁ ବରଂ ମନ ଓ ମସ୍ତିଷ୍କ ମଧ୍ୟ ସୁସ୍ଥ ରହିବ । ଯଦି ଘରର ପରିଛନ୍ନତା ପ୍ରତି ଦୃଷ୍ଟି ଦିଆନଯାଏ ତେବେ ପରିବେଶ ଅପରିଷ୍କାର ହେବା ସହିତ ବିଭିନ୍ନ ରୋଗ ମଧ୍ୟ ହେବ । ଅଧିକାଂଶ ସମୟରେ ଘରର ବିଭିନ୍ନ କୋଣ ଆଦିକୁ ନଜର ନ ପକାଇବା ଦ୍ୱାରା ବୁଢିଆଣି ବସା ବାନ୍ଧି ନିଏ ଏବଂ ଜାଲ ସବୁ ଦେଖିବାକୁ ମିଳେ । ଯେଉଁ କାରଣରୁ ଘରର ସୌନ୍ଦର୍ଯ୍ୟ ନଷ୍ଟ ହୁଏ । କିନ୍ତୁ ଘରେ ବୁଝିଆଣି ଜାଲ ତିଆରି କରିବାକୁ ନେଇ ବାସ୍ତୁଶାସ୍ତ୍ରରେ କେତେକ କଥା ଉଲ୍ଲେଖ ରହିଛି ।

ବାସ୍ତୁଶାସ୍ତ୍ରରେ ବୁଝିଆଣି ଜାଲକୁ ଅଶୁଭ ବୋଲି କୁହାଯାଇଛି । ଏହା ଏକ ବାସ୍ତୁ ଦୋଷ । ଏହା ଘରେ ନକରାତ୍ମକ ଶକ୍ତିକୁ ସ୍ଥାନ ଦେବା ସହିତ ରୋଗବ୍ୟାଧୀ ବଢାଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି । କୁହାଯାଏ ଯେଉଁ ଘରେ ବୁଝିଆଣି ଜାଲ ହୋଇଥାଏ, ସେହି ଘରର ବ୍ୟକ୍ତିଙ୍କ ମସ୍ତିଷ୍କ ଠିକ୍‌ରହେନାହିଁ ।

ବୁଝିଆଣି ଜାଲର ସଂରଚନା କିଛି ଭିନ୍ନ ପ୍ରକାରର । ଏହି କାରଣରୁ ଏଥିରେ ନକରାତ୍ମକ ଶକ୍ତି ଘର କରିନିଏ । ଯେଉଁଥିପାଇଁ ଘରର ସୁଖ ସମୃଦ୍ଧିରେ ବାଧାପ୍ରାପ୍ତ ହୁଏ । କୌଣସି କାର୍ଯ୍ୟରେ ଉକ୍ତ ଘରର ସଦସ୍ୟଙ୍କର ମନ ଲାଗେ ନାହିଁ ଓ ସମସ୍ୟା ବଢିଥାଏ ।

ବାସ୍ତୁଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି କି ବୁଢିଆଣି ବସା ଘରର ଆର୍ଥିକ ପରିସ୍ଥିତି ଉପରେ କୁପ୍ରଭାବ ପକାଏ । ଯେତେ ରୋଜଗାର କଲେ ମଧ୍ୟ ଅର୍ଥ ସଞ୍ଚୟ ହୋଇପାରେ ନାହିଁ ।

ବିଏମସି ଅଞ୍ଚଳରୁ ଆଉ ୨୩୯ ଜଣ କରୋନା ସଂକ୍ରମିତ ଚିହ୍ନଟ, ୩୦୨ ଜଣ ସୁସ୍ଥ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୨୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୨୩୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୬୩ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୧୭୬ଟି ମାମଲା ସ୍ଥାନୀୟ ସଂକ୍ରମଣ । ଏଥିସହ ଗତ ୨୪ ଘଣ୍ଟା ମଧ୍ୟରେ ୩୦୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ସୂଚନା ଦେଇଛି ବିଏମସି ।

BMC Reports 239 Covid Positive Case In Last 24 Hours

ସ୍ଥାନୀୟ ସଂକ୍ରମଣ ମଧ୍ୟରୁ ପଟିଆରୁ ସର୍ବାଧିକ ୧୦ ଜଣ, ଚନ୍ଦ୍ରଶେଖରପୁରରୁ ୯ ଜଣ, ପାତ୍ରପଡ଼ାରୁ ୫ ଜଣ, ଲକ୍ଷ୍ମୀ ସାଗରରୁ ୬ ଜଣ, ବରମୁଣ୍ଡାରୁ ୫ ଜଣ, ସତ୍ୟ ନଗରରୁ ୭ ଜଣ, ଓଲ୍ଡ ଟାଉନରୁ ୬ ଜଣ, ୟୁନିଟ୍-୬ରୁ 7 ଜଣ, ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି କ୍ୱାରେଣ୍ଟାଇନରେ ବରମୁଣ୍ଡାରୁ ସର୍ବାଧିକ ୬ ଜଣ ଚିହ୍ନଟ ହୋଇଛନ୍ତି ।

BMC Reports 239 Covid Positive Case In Last 24 Hours

ଏଯାବତ୍ ବିଏମସି ଅଞ୍ଚଳରୁ ୨୭ ହଜାର ୯୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪୪ ଜଣଙ୍କ ମୃତ୍ୟୁ ହୋଇଛି । ୨୫ ହଜାର ୬୦ ଜଣ ସଂକ୍ରମିତ ସୁସ୍ଥ ହୋଇ ସାରିଥିବା ବେଳେ ୨ ହଜାର ୬୮୪ ଜଣ ସକ୍ରିୟ ସଂକ୍ରମିତଙ୍ ଚିକିତ୍ସା ଚାଲିଛି ।

4 ହଜାର ଚାଉଳରେ ଭଗବତ୍‌ ଗୀତା ଲେଖି ଗିନିଜ ଓ୍ୱାର୍ଲଡ ରେକର୍ଡ଼ କଲେ ଯୁବତୀ

ଆଜିର ଆଧୁନିକ ଯୁଗରେ ପୂଜାପାଠ ପ୍ରତି ଯୁବପିଢୀଙ୍କର ସ୍ପୃହା ଧୀରେ ଧୀରେ କମ୍‌ ହୋଇଯାଉଥିବା ବେଳେ ନିକଟରେ ନଜର ଆସିଛି ଧ୍ୟାନ ଆକର୍ଷଣ କରିବା ଭଳି ଏକ ଘଟଣା । ଯେଉଁଥିରେ ଜଣେ ଯୁବତୀଙ୍କର ଭଗବାନଙ୍କ ପ୍ରତି ଥିବା ଅହେତୁକ ଭକ୍ତି ନଜର ଆସିଛି । ୪ ହଜାର ଚାଉଳ ବ୍ୟବହାର କରି ସେ ଲେଖିଛନ୍ତି ଭଗବଦ୍ ‌ଗୀତା ।

ହାଇଦ୍ରାବାଦର ରାମଗିରି ସ୍ୱରିକା । ନିଶା ତାଙ୍କର ଜଣେ ବିଚାରପତି ହେବା ଆଉ ମହିଳାମାନଙ୍କୁ ନ୍ୟାୟ ଦେବା । ଆଇନ ପାଠ ପଢୁଥିଲେ ମଧ୍ୟ ଈଶ୍ୱରଙ୍କ ପ୍ରତି ତାଙ୍କର ପ୍ରଗାଢ ଭକ୍ତି ଓ ପ୍ରେମ ଆଜି ତାଙ୍କୁ ଲୋକ ଲୋଚନକୁ ଆଣିଛି । କ୍ଷୁଦ୍ରାକୃତିରେ ନିଜର ଜ୍ଞାନକୌଶଳ ବ୍ୟବହାର କରି ସେ ସମସ୍ତଙ୍କୁ ଆଚମ୍ବିତ କରିଛନ୍ତି। ୪୦୦୦ ଚାଉଳ ଉପରେ ସେ ଲେଖିଛନ୍ତି ଭଗବଦ୍ ‌ଗୀତା । ଦେଖିବାକୁ ଖୁବ ସହଜ ମନେ ହେଉଥିବା ଏହି କ୍ଷୁଦ୍ରାକୃତି ପାଇଁ ସ୍ୱରିକାଙ୍କୁ ଖୁବ ପରିଶ୍ରମ କରିବାକୁ ପଡ଼ିଥିଲା । କେବଳ ସେତିକି ନୁହେଁ ନିଜର ଇଛାଶକ୍ତି ଓ ଏକାଗ୍ରତା ପାଇଁ ସ୍ୱରିକା ଏହି ହିନ୍ଦୁ ଧର୍ମଗ୍ରନ୍ଥକୁ ଚାଉଳ ଉପରେ ଲେଖି ସମ୍ପର୍ଣ୍ଣ କରିବାରେ ସକ୍ଷମ ହୋଇଛନ୍ତି । ତେବେ ତାଙ୍କର ଏହି କ୍ଷୁଦ୍ରାକୃତି ଓ୍ୱାଣ୍ଡର ବୁକ ଅଫ ରେକର୍ଡ଼ସ ଏବଂ ଇଣ୍ଡିଆ ବୁକ ଅଫ ରେକର୍ଡ଼ସରେ ସ୍ଥାନ ପାଇଛି । ନର୍ଥ ଡେଲି କଲଚରାଲ ଏକାଡେମୀ ତରଫରୁ ସ୍ୱରିକାଙ୍କୁ ଏଥିପାଇଁ ଫଷ୍ଟ  ୟଙ୍ଗ୍‌ ଓ୍ୱମାନ ଆର୍ଟିଷ୍ଟର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ୨୦୧୬ରୁ କ୍ଷୁଦ୍ରାକୃତି କଳା ଆରମ୍ଭ କରିଥିବା ସ୍ୱରିକା ଏପର୍ଯ୍ୟନ୍ତ ୨୦୦୦ରୁ ଅଧିକ କ୍ଷୁଦ୍ରାକୃତି କାମ କରି ସାରିଛନ୍ତି ।

ଖାକିରେ ଲାଗିଲା କଳଙ୍କ, ପୋଲିସ ବାରାକରେ ମଦ ପିଇ ସବ୍ଇନିସପେକ୍ଟର ନିଲମ୍ବିତ

ଜଗତସିଂହପୁର : ଖାକିରେ ଲାଗିଲା କଳଙ୍କ । ପୋଲିସ ବାରାକ ହୋଇଛି ମଦ ବାର । ଦାମୀ ମଦ ଓ ଚାଖଣା ସହ ଜମୁଥିଲା ଖଟି । ଏହା କୌଣସି ଉପାନ୍ତ ଅଞ୍ଚଳର କଥା ନୁହେଁ । ଏହା ହେଉଛି- ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଞ୍ଚଳର ଘଟଣା । ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ଖୋଦ୍ ପୋଲିସ୍ ହିଁ ମଦ ବେପାରୀଙ୍କ ସିଧାସଳଖ କଥା ହେଉଛନ୍ତି । ଏହି ବାର୍ତ୍ତାଳାପ ମଧ୍ୟ ଦେଇ ଆସର ପାଇଁ ମଦ ମଗାଉଥିଲେ ପୋଲିସ୍ ବାବୁ ।  ଖାଲି ମଦ ନୁହେଁ ମାଉଁସ ମଗାଇ ଖାଉଥିଲେ ପୋଲିସ ।  ମଦ ସହ ପୋଲିସ ବାବୁଙ୍କ ଫଟୋ ସ୍ଥାନୀୟ ଅଞ୍ଚଳରେ ଭାଇରାଲ ହେବାରେ ଲାଗିଛି ।

ଏହି ଅଧିକାରୀ ଜଣଙ୍କ ହେଉଛନ୍ତି ନାଉଗାଁ ଥାନାର ଏସଆଇ ବିବେକାନନ୍ଦ ସାହୁ । ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ମାମଲାର ଆପୋଷ ସମାଧାନ କରି ଉଭୟ ପକ୍ଷଠାରୁ ମୋଟା ଅଙ୍କର ଅର୍ଥ ସଂଗ୍ରହ କରୁଥିଲେ ବିବେକାନନ୍ଦ । ତାଙ୍କ ଫଟୋ ଭାଇରାଲ ପରେ ଜଗତସିଂହପୁର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହା ପରେ ସ୍ଥାନୀୟ ଏସପି ବିବେକାନନ୍ଦଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ନିଲମ୍ବିତ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ଓ ରବିବାର ଦିନ ନାଉଗାଁ ଥାନା ଅଞ୍ଚଳରେ ଆରକ୍ଷୀ ଅଧିକ୍ଷକଙ୍କ ତରଫରୁ ଗଠନ କରାଯାଇଥିବା ସ୍ୱତନ୍ତ୍ର ସ୍କ୍ୱାର୍ଡ ଚଢ଼ାଉ କରି ବ୍ୟାପକ ଚୋରା ମଦ ଜବତ କରିଥିଲା ।  ଏଥସହିକ ଚୋରା ମଦ ଏବଂ ଏହାକୁ ନେଇ ଯାଉଥିବା କାରଟିକୁ ହେପାଜତକୁ ନିଆଯାଇଥିଲା । ନାଉଗାଁ ଅଞ୍ଚଳରେ ବ୍ୟାପକ ଚୋରା ମଦ କାରବାର ହେଉଥିଲେ ହେଁ ପୋଲିସ ଅଧିକାରୀ ମାସିକିଆ ବଟି ନେଇ ଚୁପ ରହୁଥିବା ସ୍ଥାନୀୟ ଲୋକେ ବହୁଦିନରୁ ଅଭିଯୋଗ କରି ଆସୁଥିଲେ ।  ନିଲମ୍ବିତ ହୋଇଥିବା ବିବେକାନନ୍ଦଙ୍କୁ ଜେରା କରାଯିବା ସହ ଜିଲାରେ ଚୋରା ମଦ ବେପାର ନେଇ ପଚରାଉଚରା କରାଯାଉ ବୋଲି ସାଧାରଣରେ ଦାବି ହେଉଛି।

Oppo F17Pro ଦିପାବଳୀ ଏଡିଶନ ହେଲା ଲଞ୍ଚ, ୧୦୦୦Ah ପାୱାର ବ୍ୟାଙ୍କ ମିଳିବ ଫ୍ରି

ନୂଆଦିଲ୍ଲୀ: Oppoର ଲେଟେଷ୍ଟ ସ୍ମାର୍ଟଫୋନ୍ Oppo F17 Pro ଭାରତରେ ଲଞ୍ଚ ହୋଇଛି । ଏହି ନୂଆ ଏଡିଶନ ଦୀପାବଳି ଉପଲକ୍ଷେ ଲଂଚ କରାଯାଇଛି । Oppoର F17 Pro ମଡେଲ ସହିତ Oppo 10000mAh ପାୱାର ବ୍ୟାଙ୍କ (18W) ଏବଂ ଦୀପାବଳି ଏକ୍ସକ୍ଲୁସିଭ୍ ବ୍ୟାକ୍ କେସ୍ କଭର ଫ୍ରି ମିଳିବ । ତେବେ, ଏହି ନୂଆ ମଡେଲ ବିଷୟରେ ଅପୋ ନିଜ ଟୁଇଟର ଆକାଉଣ୍ଟ ମାଧ୍ୟମରେ ଗ୍ରାହକଙ୍କୁ ଜଣାଇଛି । ଏକ୍ସଚେଞ୍ଜ ଅଫରରେ ଏହି ଫୋନରେ ୧୬,୪୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ । ଏଥିରେ ନୋ-କଷ୍ଟ EMI ଅପସନ୍ ମଧ୍ୟ ରହିଛି । ଗ୍ରାହକମାନଙ୍କ ପାଇଁ HDFC ବ୍ୟାଙ୍କ କାର୍ଡରେ ୧୦ ପ୍ରତିଶତ ରିହାତି, ପ୍ରାଇମ ମେମ୍ବରଙ୍କ ପାଇଁ ଆମାଜନ ପେରୁ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡରେ ୫ ପ୍ରତିଶତ କ୍ୟାସବ୍ୟାକ୍ ମଧ୍ୟ ରହିଛି । ନନ୍ ପ୍ରାଇମ୍ ଗ୍ରାହକମାନଙ୍କ ପାଇଁ ୩ ପ୍ରତିଶତ କ୍ୟାସବ୍ୟାକ୍ ଏବଂ ୧୮୦ ଦିନ ମଧ୍ୟରେ ୱାନ୍ ଟାଇମ୍ ସ୍କ୍ରିନ ରିପ୍ଲେସମେଣ୍ଟ ଅଫର ମିଳିବ ।

ଅପୋ F17 ପ୍ରୋ ଦୀପାବଳି ଏଡିଶନର ଦାମ ସିଙ୍ଗିଲ ୮ ଜିବି ରାମ୍ + ୧୨୮ ଜିବି ଇଣ୍ଟର୍ନାଲ ଷ୍ଟୋରେଜ୍ ପାଇଁ ୨୩,୯୯୦ ଟଙ୍କା ରଖାଯାଇଛି । ନୂଆ ଏଡିଶନ ମ୍ୟାଟ୍ ଗୋଲ୍ଡ ରଙ୍ଗରେ ଉପଲବ୍ଧ ରହିବ । ଏହା ଆଣ୍ଡ୍ରଏଡ୍ ୧୦ ଆଧାରିତ ColorOS ୭.୨ ରେ ଚାଲିଥାଏ । ଏବଂ ଏଥିରେ ୬.୪୩-ଇଞ୍ଚ ଫୁଲ୍- HD + (୧୦୮୦x୨୪୦୦ ପିକ୍ସେଲ) ସୁପର AMOLED ଡିସପ୍ଲେ ରହିଛି ।  ଏହା ଅକ୍ଟା-କୋର ମିଡିଆଟେକ ହେଲିଓ P95 ପ୍ରୋସେସରରେ ଚାଲେ। ଏହି ଫୋନରେ ଏକ ଅକ୍ଟା-କୋର ମିଡିଆଟେକ ହେଲିଓ P95 ଚିପସେଟ ଏବଂ ୮ GB RAM ସାମିଲ ରହିଛି ।

ଏହି ଫୋନରେ ଫଟୋଗ୍ରାଫି ପାଇଁ ଏକ କ୍ୱାଡ୍ ରିୟର କ୍ୟାମେରା ସେଟଅପ୍ ରହିଛି । ଯେଉଁଥିରେ ୪୮MP ପ୍ରାଇମେରି ସେନ୍ସର, ୮MP ୱାଇଡ୍ ଏଙ୍ଗଲ୍ ଲେନ୍ସ, ୨MP ମନୋକ୍ରୋମ୍ ସେନ୍ସର ରହିଛି । ସେଲ୍ଫି ଏବଂ ଭିଡିଓ ଚାଟ୍ ପାଇଁ, ଓପୋ F17 ପ୍ରୋରେ ଏକ ଡୁଆଲ୍ କ୍ୟାମେରା ସେଟଅପ୍ ରହିଛି, ଯେଉଁଥିରେ ୧୬MP ପ୍ରାଇମେରି ସେନ୍ସର ଏବଂ ୨MP ଡେପ୍ଥ ସେନ୍ସର ରହିଛି । ଉଭୟ ସେନ୍ସର ଏକ F / 2.4 ଲେନ୍ସ ସହିତ ଆସିଥାଏ ।