spot_img
Home Blog Page 6553

ଟଳିଲା ବଡ଼ ବିପଦ: ୭ଟି IED ଜବତ କଲା ବମ୍ ସ୍କ୍ୱାର୍ଡ

0

ମାଲକାନଗିରି: ଟଳିଲା ବଡ଼ ବିପଦ । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ଆଇଇଡି ଜବତ । ପଣସପୁଟ ପଞ୍ଚୟତର ତୁଟୁ ଗୁମି  ନିକଟରେ ସକାଳୁ ପାଟ୍ରୋଲିଂ ବେଳେ ବିଏସଏଫ ଯବାନଙ୍କୁ  ୭ ଟି ଆଇଇଡି ମିଳିଥିଲା ଯାହାକି ଯବାନମାନଙ୍କ ଉଦ୍ଦେଶ୍ୟରେ ଲଗାଯାଇଥିବା ଅନୁମାନ କରାଯାଉଛି ।  ବିଏସଏଫ ଯବାନ୍ ପାଟ୍ରୋଲିଂ ବେଳେ IED କୁ ଦେଖି ବମ୍ ସ୍କ୍ୱାର୍ଡଙ୍କୁ ଖବର ଦିଆଯାଇଥିଲା । ସେଠାରେ ସବୁ ଆଇଡିକୁ ନିଷ୍କ୍ରିୟ କରିଦିଆଯାଇଛି ।

ଗଞ୍ଜାମ ତପ୍ତପାଣି ଘାଟିରେ ଦୁର୍ଘଟଣା, ଓଲଟିଲା OJEE ପରୀକ୍ଷାର୍ଥୀଙ୍କୁ ନେଇ ଆସୁଥିବା ବସ୍

ଫେବ୍ରୁଆରୀ ସୁଦ୍ଧା ଦେଶର ଅଧା ଲୋକ ହୋଇପାରନ୍ତି ସଂକ୍ରମିତ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଫେବ୍ରୁଆରୀ ମଧ୍ୟରେ ଦେଶର ଅଧା ଜନସଂଖ୍ୟା ହୋଇପାରନ୍ତି କରୋନା ସଂକ୍ରମିତ । ଭାରତ ସରକାରଙ୍କ ଏକ୍ସପର୍ଟ ପ୍ୟାନେଲ୍ ପକ୍ଷରୁ ଏନେଇ ଅନୁମାନ କରାଯାଇଛି । ଅଧିକ ସଂଖ୍ୟାରେ ଲୋକ ସଂକ୍ରମିତ ହେବା ଦ୍ୱାରା ମହାମାରୀର ସ୍ପିଡ୍ କମିବାରେ ସହାୟକ ହେବ । ଏବେ ସୁଦ୍ଧା ଦେଶରେ ୭୫ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ସେପ୍ଟେମ୍ବର ମଧ୍ୟଭାଗରୁ କରୋନା ସଂକ୍ରମଣ କମିବାରେ ଲାଗିଛି ।

ଗତ ମାସେ ହେଲା ଦୈନିକ ସଂକ୍ରମଣ ହାରାହାରି ୬୧ ହଜାର ୩୯୦ ରହିଛି । ଏବେଯାଏଁ ଦେଶର ପ୍ରାୟ ୩୦ ପ୍ରତିଶତ ଲୋକ ସଂକ୍ରମିତ ହୋଇଥିବା ଏକ୍ସପର୍ଟ ପ୍ୟାନେଲ୍ ସଦସ୍ୟ ତଥା ଆଇଆଇଟି କାନପୁର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ୍ କହିଛନ୍ତି । ଫେବ୍ରୁଆରୀ ସୁଦ୍ଧା ସଂକ୍ରମିତ ସଂଖ୍ୟା ୫୦ ପ୍ରତିଶତକୁ ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଉଛି । ତେବେ ସରକାରଙ୍କ ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ଦେଶରେ ୧୪ ପ୍ରତିଶତ ସଂକ୍ରମିତ ହୋଇଥିବା ନେଇ କୁହାଯାଇଥିଲା ।

Coronavirus Good Hope New Born Baby Removed Mask From Doctors Face In UAE Photo Viral

ପାର୍ବଣରେ ସଂକ୍ରମଣ ଆହୁରି ବଢିବା ନେଇ ପ୍ୟାନେଲ୍ ଆଶଙ୍କା ପ୍ରକାଶ କରିଛି । ସେପଟେ କରୋନା ସଂକଟରେ ଆଶ୍ୱସ୍ତି । ଓଡ଼ିଶା, ଛତିଶଗଡ଼ ଓ ପଞ୍ଜାବରେ କମୁଛି କରୋନା ସ୍ପିଡ୍ । ଓଡିଶାରେ ଏବେ ତଳମୁହାଁ କରୋନାଗ୍ରାଫ୍ । ରାଜ୍ୟରେ ୧୦୯ ପ୍ରତିଶତ ହ୍ରାସ ପାଇଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସେହିପରି ଛତିଶଗଡ଼ରେ ୨୯୧ ପ୍ରତିଶତ ସଂକ୍ରମଣ ହୋଇଥିବା ବେଳେ ପଞ୍ଜାବରେ ୧୩୨ ପ୍ରତିଶତ କମିଛି ।

ପରୀକ୍ଷାର୍ଥୀଙ୍କ ବସ୍ ଦୁର୍ଘଟଣା ଘଟଣା : ପରୀକ୍ଷା ଦେଇପାରିବେ ବଞ୍ଚିତ ଛାତ୍ରଛାତ୍ରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ଦୁର୍ଘଟଣାର ଶିକାର ଓଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ଓଜେଇଇ  ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବାରୁ ସେମାନଙ୍କ ପାଇଁ ହେବ ସ୍ୱତନ୍ତ୍ର ଓଜେଇଇ । ଆସନ୍ତା ୨୨ତାରିଖରେ ସେମାନଙ୍କ ପାଇଁ ପୁନର୍ବାର ଏକ ସ୍ୱତନ୍ତ୍ର ଓଜେଇଇର ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ହୋଇଛି ।

College Bus Accident In Ganjam Taptapani Ghati, 20 Injured

ଗଜପତି ଜିଲ୍ଲା ପ୍ରଶାସନ ଦୁର୍ଘଟଣାଗ୍ରସ୍ତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଜରରେ ରଖି ଓଜେଇଇ ଚେୟାରମ୍ୟାନଙ୍କୁ ପୁଣି ପରୀକ୍ଷା କରିବାକୁ ଅନୁରୋଧ କରିଥିଲେ । ଗଜପତି ଜିଲ୍ଲାପାଳଙ୍କ ଅନୁରୋଧକ୍ରମେ ୨୨ତାରିଖରେ ଓଜେଇଇ ପରୀକ୍ଷା ପାଇଁ ନିର୍ଦ୍ଦେଶ ହୋଇଛି । ଏହାସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ନୋଡାଲ ଅଫିସରଙ୍କୁ ଯୋଗାଯୋଗ କରି ନିର୍ଦ୍ଧାରିତ ତାରିଖରେ ପରୀକ୍ଷା ଦେବାକୁ ଗଜପତି ଜିଲ୍ଲାପାଳ କହିଛନ୍ତି । ସୂଚନା ଅନୁସାରେ ଗଲା ୧୫ତାରିଖରେ ପରୀକ୍ଷା ଦେବାକୁ ଯିବା ବେଳେ ପାଳୁଖୋଳା ନିକଟରେ ବ୍ରେକ୍ ଫେଲ ହୋଇ ୨୦ ଫୁଟ ତଳକୁ ଖସିପଡିଥିଲା ବସ୍ । ସ୍ଥାନୀୟ ଅଞ୍ଚଳବାସୀ ଓ ପ୍ରଶାସନର ସହାୟତାରେ ଦୁର୍ଘଟଣାରେ ଆହତ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ଦିଗପହଣ୍ଡି ତଥା ବ୍ରହ୍ମପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ବ୍ୟବସ୍ଥା କାରାଯାଇଥିଲା ।

ଗଞ୍ଜାମ ତପ୍ତପାଣି ଘାଟିରେ ଦୁର୍ଘଟଣା, ଓଲଟିଲା OJEE ପରୀକ୍ଷାର୍ଥୀଙ୍କୁ ନେଇ ଆସୁଥିବା ବସ୍

୬ ଟି ସ୍ଥାନରେ ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍

0

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଞ୍ଜିନିୟର ରବୀନ୍ଦ୍ର ନାଥ ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ୍ । ଜିପିଏଚ୍ ଡିଭିଜନ୍-୨ର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଞ୍ଜିନିୟର୍ ହେଉଛନ୍ତି ରବୀନ୍ଦ୍ର । ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ।

https://www.facebook.com/NandighoshaTV/videos/2743907509189294

ଭୁବନେଶ୍ୱରର ନୟାପଲ୍ଲୀ, ନୂଆଗାଁ, ବାଲିଅନ୍ତା, କଞ୍ଚିଲୋ, ନହରକଣ୍ଟାରେ ଚାଲିଛି ଚଢାଉ । କୁରୁଣ୍ଟି ସ୍ଥିତ ସମ୍ପର୍କୀୟଙ୍କ ଘରେ ହୋଇଛି ଭିଜିଲାନ୍ସ ଚଢାଉ । ବାଲିଅନ୍ତା ସ୍ଥିତ ପୌତ୍ରିକ ଗାଁ ଅଯାଧ୍ୟାନଗରରେ ଭିଜିଲାନ୍ସ ଟିମ୍ ପହଞ୍ଚି ରେଡ୍ କରିଛି ।

ସରଗରମ ବିହାର ରାଜନୀତି, ଜେଲ୍‌ ଭିତରୁ ନୀତିଶଙ୍କୁ ତାତ୍ସଲ୍ୟ କଲେ ଲାଲୁ

ଆମେରିକାର ଆଲେସ୍କାରେ ଭୂକମ୍ପ, ଆସିଲା ଦୁଇ ଫୁଟ୍ ଉଚ୍ଚତାର ଜୁଆର

ହୋମର, ଆମେରିକା: କରୋନାଭାଇରସ୍ ମହାମାରୀରେ ପୀଡିତ ଆମେରିକା ବର୍ତ୍ତମାନ ସୁନାମିର ସମ୍ମୁଖୀନ ହୋଇଛି। ସୋମବାର ଦିନ ଆଲେସ୍କା ଉପକୂଳରେ ୭.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଯେଉଁଥିପାଇଁ କିଛି ସ୍ଥାନରେ ସୁନାମିର ଛୋଟ ଜୁଆର ଉଠିବାର ମଧ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ। ଏହି ଭୂକମ୍ପ ଯୋଗୁଁ ସୁନାମି ସତର୍କତା ଦିଆଯାଇଛି। ଏବଂ ପରେ ସୁନାମି ସତର୍କତାକୁ ଏକ ପରାମର୍ଶରେ ପରିଣତ କରାଯାଇଥିଲା ।

ଜାତୀୟ ମହାସାଗର ଏବଂ ବାୟୁମଣ୍ଡଳ ପ୍ରଶାସନ (NOAA) ଅନୁଯାୟୀ, ସୁନାମି ସତର୍କତାକୁ ଦୃଷ୍ଟିରେ ରଖି ଲୋକମାନେ ଉଚ୍ଚ ସ୍ଥାନଗୁଡ଼ିକୁ ଖାଲି ସ୍ଥାନାନ୍ତର କରିଦେଇଛନ୍ତି। ଏହି ସୁନାମି ଆଲେସ୍କାର ଉପଦ୍ୱୀପ ସମେତ ଆଲେସ୍କାର ଦକ୍ଷିଣ ଉପକୂଳର ଅନେକ ଅଂଶକୁ ଆବୃତ କରିଛି ।

୨୫ ଫୁଟ (୪୦ କିଲୋମିଟର)ର ଗଭୀରତା ଆସିଥିବା ଏହି ଭୂକମ୍ପର କେନ୍ଦ୍ରଠାରୁ ପ୍ରାୟ ୬୦ ମାଇଲ (୧୦୦ କିଲୋମିଟର) ଦୁଇ ଫୁଟର ଜୁଆର ରେକର୍ଡ କରାଯାଇଥିଲା। ସୂଚନା ଅନୁସାରେ, ଆମେରିକାର ଆଲେସ୍କାର ହୋମରର ୭୩୫ କିଲୋମିଟର ଦକ୍ଷିଣ-ପଶ୍ଚିମ (SW) ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଭାରତୀୟ ସମୟ ୨:୨୪ ପୂର୍ବାହ୍ନରେ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ଆସିଥିଲା।

୭.୫ ତୀବ୍ରତା ପରେ ୫ କିମ୍ବା ଅଧିକ ତୀବ୍ରତାର ଭୂକମ୍ପ ମଧ୍ୟ ଅନୁଭବ ହୋଇଥିଲା । ପ୍ରାୟ ତିନି ବର୍ଷ ପୂର୍ବେ ସମାନ ଅଞ୍ଚଳ ନିକଟରେ ୭.୮ ତିବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ମାର୍ଚ୍ଚ ୧୯୬୪ ରେ, ଆଲେସ୍କାରେ ୯.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ  ହୋଇଥିଲା। ଏହାଥିଲା ଉତ୍ତର ଆମେରିକାରେ ଏପର୍ଯ୍ୟନ୍ତ ସବୁଠାରୁ ଶକ୍ତିଶାଳୀ ଭୂକମ୍ପ । ଭୂକମ୍ପ ଏବଂ ସୁନାମି ଯୋଗୁଁ ୨୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।

ମଧ୍ୟ ରାତ୍ରିରେ ଟ୍ରେନ୍ ଇଞ୍ଜିନ ଲାଇନଚ୍ୟୁତ

0

ପୁରୀ: ସାକ୍ଷୀଗୋପାଳ ଓ ଚନ୍ଦନପୁର ମଝିରେ ରେଳ ଟ୍ରାକରୁ ଲାଇନଚ୍ୟୁତ ହେଲା ୨ଟି ଇଂଜିନ୍। ଗତକାଲି ରାତିରେ ଖୋର୍ଦ୍ଧା ରୋଡ୍‌ରୁ ପୁରୀ ଆସୁଥିବା ବେଳେ ଦୁଇଟି ଇଂଜିନ ଟ୍ରାକରୁ ଲାଇନଚ୍ୟୁତ ହୋଇଥିଲା । ଘଟଣାସ୍ଥଳରେ ପହଞ୍ଚି ରେଳବାଇ ବୈଷୟିକ ଟିମ୍‌ର ମରାମତି କରିଥିଲେ । ଫଳରେ ସ୍ଥିତି ସ୍ବାଭାବିକ ହୋଇଥିଲା । ଆଜି ସେହି ରୁଟ୍‌ରେ ରେଳ ଚଳାଚଳ ସ୍ୱାଭାବିକ ଥିବା ସୂଚନା ମିଳିଛି ।

https://www.facebook.com/NandighoshaTV/videos/658219474874562

ପକୁଡ଼ି ବିକୁଛନ୍ତି ସ୍ୱର୍ଣ୍ଣ ପଦକ ବିଜେତା ଭାରଉତ୍ତୋଳନକାରୀ

ସାଣ୍ଟ ମିସାଇଲର ସଫଳ ପରୀକ୍ଷଣ ଲାଗି ଡିଆରଡିଓକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ (ଡିଆରଡିଓ)କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଷ୍ଟାଣ୍ଡ ଅଫ୍ ଆଣ୍ଟି ଟ୍ୟାଙ୍କ ମିସାଇଲ (SANT)ର ସଫଳ ଉତକ୍ଷେପଣ ଲାଗି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ୱିଟ୍ ଯୋଗେ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଯୋଗ୍ୟ ଯେ, ଓଡ଼ିଶ ସମୁଦ୍ର ଉପକୂଳରୁ ଷ୍ଟାଣ୍ଡ ଅଫ୍ ଆଣ୍ଟି ଟ୍ୟାଙ୍କ ମିସାଇଲ (SANT)ର ଉତକ୍ଷେପଣ କରାଯାଇଥିଲା । ଆକାଶରୁ ସ୍ଥଳଭାଗକୁ ଲକ୍ଷ୍ୟଭେଦ୍ କରିଛି ସାଣ୍ଟ । ଏହାକୁ ଯୁଦ୍ଧବିମାନରୁ ଉତକ୍ଷେପଣ କରାଯିବା ପରେ ଲକ୍ଷ୍ୟଭେଦ କରିଥିଲା । ସାଣ୍ଟର ଲକ୍ଷ୍ୟଭେଦ କ୍ଷମତା ୧୫ରୁ ୨୦ କିଲୋମିଟ ରହିଥିବା ବେଳେ ଏହାର ଓଜନ ୪୩ କିଲୋଗ୍ରାମ । ୧.୮୫ ମିଟର ଲମ୍ବର ସାଣ୍ଟରେ ୮ କେଜି ପର୍ଯ୍ୟନ୍ତ୍ର ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ।

ଏହା ପୂର୍ବରୁ ୨୦୧୮ ମସିହାରେ ପୋଖରଣରେ ହେଲିନା ସାଣ୍ଟ ମିସାଇଲର ଉତକ୍ଷେପଣ କରାଯାଇଥିଲା । ଭାରତୀୟ ବାୟୁ ସେନା ଓ ଡିଆରଡିଓର ମିଳିତ ଉତକ୍ଷେପଣ ସଫଳ ହୋଇଥିଲା ।

ବିଜେପି ନେତ୍ରୀଙ୍କୁ ଆଇଟମ୍ କହି ହଟହଟା ହେଲେ କମଲ ନାଥ, ଶେଷରେ…

ଭୋପାଲ: ମଧ୍ୟପ୍ରଦେଶ ଉପ-ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ବିଜେପି ନେତା ଇମର୍ତି ଦେବୀଙ୍କ ଉପରେ ତେଇଥିବା ନିଜ ମନ୍ତବ୍ୟ ଉପରେ ଦୁଃଖ ପ୍ରକାଶ କରିଛନ୍ତି । ଇମ୍ରତୀ ଦେବୀଙ୍କ ଦିଆଯାଇଥିବା ମନ୍ତବ୍ୟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ହେବା ସମୟରେ କମଲ ନାଥ କହିଛନ୍ତି ଯେ, ଯଦି ମୋର ମନ୍ତବ୍ୟ କାହାକୁ ଅସମ୍ମାନ କରିଛି ତେବେ ମୁଁ ବହୁତ ଦୁଃଖିତ ।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କହିଛନ୍ତି, ‘ଆଜି ଭାରତୀୟ ଜନତା ପାର୍ଟି ହୃଦୟଙ୍ଗମ କରୁଛି ଯେ ସେମାନେ କେବଳ ହାରି ନାହାଁନ୍ତି, ସେମାନେ ମାଡ ମଧ୍ୟ ଖାଉଛନ୍ତି । ସେଥିପାଇଁ ସେମାନେ ଧ୍ୟାନ କେନ୍ଦ୍ରିତ କରିପାରୁ ନାହାଁନ୍ତି । ୧୫ ବର୍ଷର ଏବଂ ଗତ ୭ ମାସରେ ହୋଇଥିବା ସମସ୍ତ ଘଟଣା ଉପରୁ ସେମାନେ ଲୋକଙ୍କ ଦୃଷ୍ଟି ହଟାଇବାକୁ ଚାହୁଁଛନ୍ତି । ତେବେ ସେମାନେ ଧ୍ୟାନ ହଟାଇବାକୁ ଯାହା ବି କୁହନ୍ତୁ , କିନ୍ତୁ ମୁଁ ସେମାନଙ୍କୁ ସଫଳ ହେବାକୁ ଦେବି ନାହିଁ ।

ଇମର୍ତି ଦେବୀଙ୍କ ଉପରେ ଦେଇଥିବା ନିଜ ବିବୃତ୍ତିରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କହିଛନ୍ତି ଯେ, ସେମାନେ କହୁଛନ୍ତି ଯେ ମୁଁ ଅସମ୍ମାନିତ ହେବା ଭଳି କଥା କହିଛି । କେଉଁ ଅସମ୍ମାନିତ କଥା ? ମୁଁ ତ ମହିଳାମାନଙ୍କୁ ସମ୍ମାନ କରେ । ଯଦି କେହି ଭାବନ୍ତି ଯେ, ଏହା ଅସମ୍ମାନ କଲା ଭଳି କଥା, ତେବେ ମୁଁ ଏଥିପାଇଁ ଦୁଃଖିତ ।

ରିପୋର୍ଟ ମାଗିଲା ନିର୍ବାଚନ ଆୟୋଗ

ଏଥି ସହିତ, ଆଇଟମ୍ ବିବାଦକୁ ନେଇ କମଲ ନାଥଙ୍କ ଅସୁବିଧା ବଢିପାରେ  । ସୂଚନା ଅନୁସାରେ ନିର୍ବାଚନ ଆୟୋଗ ବିଜେପିର ଅଭିଯୋଗ ଉପରେ ମଧ୍ୟପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ କମଲ ନାଥଙ୍କ ଠାରୁ ଆଇଟମ୍ ସମ୍ୱନ୍ଧିୟ ମନ୍ତବ୍ୟ ଉପରେ ରିପୋର୍ଟ ମାଗିଛନ୍ତି। ରବିବାର ଦିନ ବିଜେପି ନେତାମାନେ କମଲ ନାଥଙ୍କ ଏକ ନିର୍ବାଚନ ରାଲିରେ ଇମର୍ତି ଦେବୀଙ୍କ ପାଇଁ ଆଇଟମ୍ ଶବ୍ଦର ବ୍ୟବହାର କରିଥିବା ଅନଲାଇନରେ ଅଭିଯୋଗ କରିଛନ୍ତି ।

ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସୋମବାର ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଆୟୋଗ ସ୍ଥିତି ପରକ୍ଷୀବାକୁ ରାଜ୍ୟ ସିଇଓଙ୍କ ଠାରୁ ସମ୍ପୂର୍ଣ୍ଣ ରିପୋର୍ଟ ମାଗିଛନ୍ତି। ସିଇଓଙ୍କୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ପଡିବ। ରିପୋର୍ଟ ପାଇବା ପରେ କମଲ ନାଥଙ୍କ ଉପରେ କ’ଣ ପଦକ୍ଷେପ ନିଆଯିବ ତାହା ଆୟୋଗ ବୁଧବାର ନିଷ୍ପତ୍ତି ନେଇପାରେ ।

ବିବୃତ୍ତି ଉପରେ ବିବାଦ

ମଧ୍ୟପ୍ରଦେଶରେ ଉପ-ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ମନ୍ତବ୍ୟକୁ ନେଇ ବିବାଦ ଦେଖାଯାଇଛି। କଂଗ୍ରେସ ନେତା କମଲ ନାଥ ଏକ ରାଲିରେ ବିଜେପି ନେତା ଇମର୍ତି ଦେବୀଙ୍କୁ ଆଇଟମ୍ ବୋଲି କହିଥିଲେ, ଯେଉଁଥିରେ ରାଜନୈତିକ ବିବାଦ ସାମ୍ନାକୁ ଆସିଛି । ଏହି ବିବୃତ୍ତିକୁ ବିରୋଧ କରି ଶିବରାଜ ସିଂହ ଚୌହାନ ସୋମବାର ଦିନ ଦୁଇ ଘଣ୍ଟା ନୀରବ ରହି କ୍ଷମା ମାଗିବାକୁ କଂଗ୍ରେସକୁ ନିବେଦନ କରିଛନ୍ତି ।

ପକୁଡ଼ି ବିକୁଛନ୍ତି ସ୍ୱର୍ଣ୍ଣ ପଦକ ବିଜେତା ଭାରଉତ୍ତୋଳନକାରୀ

ରାୟଗଡ଼ା: ସେ ଜଣେ ସ୍ୱର୍ଣ୍ଣ ପଦକ ବିଜେତା । ଭାରଉତ୍ତୋଳନରେ ସ୍ୱର୍ଣ୍ଣ ପଦକ ହାସଲ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଆଣିଛନ୍ତି ଗୌରବ । ହେଲେ ଅର୍ଥ ଅଭାବରୁ ଏବେ ସାଜିଛନ୍ତି ରାସ୍ତାକଡ଼ର ପକୁଡ଼ି ବିକାଳି । ରାୟଗଡ଼ାର ସନ୍ତୋଷୀ ଭିମାରପୁ, ଆଗକୁ ବଢିବାର ଆଶା ଥିଲେ ମଧ୍ୟ ଦାରିଦ୍ର୍ୟତା ପାଇଁ ସବୁ ସ୍ୱପ୍ନ ତାଙ୍କର ମଉଳିବାକୁ ବସିଛି ।

ସ୍ୱର୍ଣ୍ଣ ପଦକ ବିଜେତା ପକୁଡ଼ି ବିକାଳି । କ୍ରୀଡ଼ାବିତଙ୍କ ଅଗ୍ରଗତିରେ ଅର୍ଥ ସାଜିଛି ବାଧକ । ମିଳୁନି ସରକାରୀ ପ୍ରୋତ୍ସାହନ । ପକୁଡି ବିକୁଛନ୍ତି ଭାର ଉତ୍ତୋଳନକରୀ । ରାୟଗଡା ଜିଲ୍ଲା ସଦର ବ୍ଲକ ବିଦ୍ୟୁତ୍ କଲୋନୀର ସନ୍ତୋଷୀ ଭିମାରପୁ । ଭାର ଉତ୍ତୋଳନରେ ସ୍ୱର୍ଣ୍ଣ ପଦକ ହାସଲ କରି ରାଜ୍ୟ ତଥା ଦେଶ ପାଇଁ ଆଣିଛନ୍ତି ଗୌରବ । ହେଲେ ଏହି କ୍ରୀଡ଼ାବିତଙ୍କ ଆଗକୁ ବଢିବାର ସ୍ୱପ୍ନ ଏବେ ମଉଳିବାକୁ ବସିଛି । ଆଗକୁ ବଢିବାର ଆଶାଥିଲେ ମଧ୍ୟ ଆଗ୍ରଗତିରେ ଅର୍ଥ ସାଜିଛି ବାଧକ । ଆଉ ଅର୍ଥ ଅଭାବରୁ ପାଠପଢାରେ ଡୋରି ବନ୍ଧା ହୋଇଥିବା ବେଳେ ପରିବାର ଚଳାଇବା ପାଇଁ ସାଜିଛନ୍ତି ରାସ୍ତାକଡ଼ର ପକୁଡି ବିକାଳି ।

ଆଗକୁ ବଢିବାର ଇଚ୍ଛା ଥିଲେ ମଧ୍ୟ ସନ୍ତୋଷୀଙ୍କ ପାଇଁ ଅର୍ଥ ସାଜିଛି ବାଧକ । ସୁଯୋଗ ଏବଂ ସରକାରୀ ପ୍ରୋତ୍ସାହନ ମିଳିଲେ ଆଗକୁ ବଢିବା ସହ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ସନ୍ତୋଷୀଙ୍କ କୋଚ୍ କହିଛନ୍ତି । ସେପଟେ ପାଠପଢା ସହ କ୍ରୀଡ଼ା କ୍ଷେତ୍ର ଆଗକୁ ବଢିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ରାୟଗଡ଼ା ଜିଲ୍ଲାପାଳ । ତେବେ ଏହି ସ୍ୱର୍ଣ୍ଣ ବିଜେତା କ୍ରୀଡ଼ାବିତଙ୍କ ଆଗକୁ ବଢ଼ିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ।

ମିଛ ଭିଡିଓକୁ ନେଇ ମର୍ମାହତ ଚନ୍ଦ୍ରାଣୀ ମୁର୍ମୁ, କହିଲେ, ଓଟିଭି ସବୁ ଜାଣି ଲୁଚାଉଛି ସତ

୨୦୦ଟି ଆଇପିଏଲ ମ୍ୟାଚ୍ ଖେଳିଥିବା ପ୍ରଥମ ଖେଳାଳି ହୋଉଛନ୍ତି ଧୋନି

ମହେନ୍ଦ୍ର ସିଂ ଧୋନିଙ୍କ ପାଇଁ ଆଇପିଏଲର ୧୩ ତମ ସିଜନ ଅତ୍ୟନ୍ତ ନିରାଶାଜନ ସାବ୍ୟସ୍ତ ହୋଇଛି । ଦୀର୍ଘ ଦିନର ବ୍ୟବଧାନ ପରେ ପଡ଼ିଆକୁ ଫେରିବା ପରେ ଅନ୍ତର୍ଜାତୀୟ କ୍ରିକେଟ୍ ଛାଡିଥିବା ଧୋନି ତାଙ୍କ ଏବଂ ତାଙ୍କ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଉପରେ ବହୁତ ଆଶା ରଖିଥିଲେ ଦର୍ଶକ । କିନ୍ତୁ ଦଳ ଏବଂ ଧୋନିଙ୍କ ନିଜ ପ୍ରଦର୍ଶନ ତାଙ୍କ ସମର୍ଥକଙ୍କୁ ନିରାଶ କରିଥିଲା । ସୋମବାର, ଯେତେବେଳେ ଚେନ୍ନାଇ ଦଳ ଲିଗ୍ ର ୩୭ ତମ ମ୍ୟାଚ୍ ରେ ଧୋନି ୨୦୦ ଆଇପିଏଲ୍ ମ୍ୟାଚ୍ ଖେଳିଥିବା ପ୍ରଥମ ଖେଳାଳି ହୋଇଛନ୍ତି ।

କିନ୍ତୁ ଧୋନିଙ୍କ ଏହି ମ୍ୟାଚ ସମ୍ପୂର୍ଣ୍ଣ ଭାବେ ବିଫଳ ସାବ୍ୟସ୍ତ ହୋଇଛି । ଏବଂ ପୁଣି ହାରିଲା ଚେନ୍ନାଇ ସୁପର କିଙ୍ଗ୍ସ୍ । ଗତକାଲି ଆଇପିଏଲରେ ରାଜସ୍ଥାନ ରୟାଲ୍ସଠାରୁ  ୭ ୱିକେଟରେ ପରାଜିତ ହୋଇଛି ଧୋନୀ ବୀହିନୀ  । ମୋଟ ୧୦ଟି ମ୍ୟାଚ୍ ଖେଳି ସପ୍ତମ ପରାଜୟ ସହ ପଏଣ୍ଟ ଟେବୁଲର ଶେଷକୁ ଖସିଆସିଛି ଚେନ୍ନାଇ। ଏହା ସହ ଚେନ୍ନାଇର ପ୍ଲେ ଅଫ୍ ଆଶା ମଧ୍ୟ ମଉଳି ଯାଇଛି ।

ଗତକାଲି ଚେନ୍ନାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ଓଭରରେ ୫ୱିକେଟ୍ ହରାଇ ରାଜସ୍ଥାନ ଆଗରେ ୧୨୬ରନର ଟାର୍ଗେଟ୍ ରଖିଥିଲା । ଜବାବରେ ୭ୱିକେଟ୍ ଓ ୧୫ଟି ବଲ୍ ବାକିଥାଇ ରାଜସ୍ଥାନ ମ୍ୟାଚକୁ ଜିତିନେଇଥିଲା  । ରାଜସ୍ଥାନ୍ ରୟାଲ୍ସ ମ୍ୟାଚ୍ ଜିତି ନିଜର ପ୍ଲେ ଅଫ୍ ଆଶାକୁ ଉଜ୍ଜିବିତ କରିଛି  । ସେପଟେ ଆଜି ଆଇପିଏଲରେ ଦିଲ୍ଲୀକୁ ଭେଟିବ କିଙ୍ଗସ୍ ଇଲେଭେନ୍ ପଞ୍ଜାବ  ।