spot_img
Home Blog Page 6554

ଆଜି ଠାରୁ ତୁହାକୁ ତୁହା ବର୍ଷା: ୨୩ ଯାଏଁ ନିସ୍ତାର ନାହିଁ

ଭୁବନେଶ୍ୱର: ଆଜିଠୁ ୨୩ ତାରିଖ ପର୍ଯ୍ୟନ୍ତ ତୁହାକୁ ତୁହା ଭିଜିବ ଓଡ଼ିଶା। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣରୁ, ଉତ୍ତର ଉପକୂଳ, କେନ୍ଦ୍ରୀୟ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏନେଇ ସମସ୍ତ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

Heavy Rain To Lash Odisha In Next 24- Hours - Interview Times

 ଆଜି ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ଏନେଇ ଦୁଇ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି। ସେପଟେ ମାଲକାନଗିରି, କୋରାପୁଟ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି। ୨୧ ତାରିଖରେ ଗଞ୍ଜାମ, ପୁରୀ, ଜଗତସିଂହପୁର, ଗଜପତି ଏବଂ କେନ୍ଦ୍ରାପଡା ଜିଲ୍ଲା ଉପରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଏହି ଜିଲ୍ଲା ମାନଙ୍କୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି  । ୨୨ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଏବଂ ଗଞ୍ଜାମର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ୨୩ ତାରଖରେ ବଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଜପତି, ଗଞ୍ଜାମ, ଖୋର୍ଧା, ପୁରୀ, ନୟାଗଡ଼, ଢ଼େଙ୍କାନାଳ, କନ୍ଧମାଳ, ମାଲକାନଗିରି, କୋରାପୁଟ ଏବଂ ରାୟଗଡା ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି।

ସରଗରମ ବିହାର ରାଜନୀତି, ଜେଲ୍‌ ଭିତରୁ ନୀତିଶଙ୍କୁ ତାତ୍ସଲ୍ୟ କଲେ ଲାଲୁ

ଅଷ୍ଟଭୁଜା ଦେବୀଙ୍କ ରୂପରେ ପୂଜା ପାଆନ୍ତି ମାଆ କୁଶ୍ମାଣ୍ଡା, ଜାଣନ୍ତୁ କଣ ରହିଛି ମାନ୍ୟତା…

ନୂଆଦିଲ୍ଲୀ: ନବରାତ୍ରୀର ଚତୁର୍ଥ ଦିନରେ ମାତା କୁଶ୍ମଣ୍ଡାଙ୍କୁ ପୂଜା କରାଯାଇଥାଏ । ନିଜର ସ୍ମିତ ହସ ସହ ବ୍ରହ୍ମାଣ୍ଡ ସୃଷ୍ଟି କରିଥିବା କାରଣରୁ ତାଙ୍କୁ କୁଶ୍ମାଣ୍ଡା ନାଁରେ ସ୍ମରଣ କରାଯାଏ । କୁହାଯାଏ ଯେ ଯେତେବେଳେ ସୃଷ୍ଟି ଆରମ୍ଭ ହୋଇଥିଲା ସବୁଆଡେ ଅନ୍ଧକାର ଥିଲା । ତା’ପରେ ଦେବୀ କୁଶ୍ମାଣ୍ଡା ନିଜର ନିଜର ସ୍ମିତ ହସ ବ୍ରହ୍ମାଣ୍ଡକୁ ସୃଷ୍ଟି କରିଥିଲେ । ତେଣୁ, ସେ ସୃଷ୍ଟିର ଆଦିସ୍ୱରୂପ ହେବା ସହ ଆଦିଶକ୍ତି ମଧ୍ୟ । ସେ ଅନାହାତା ଚକ୍ରକୁ ନିୟନ୍ତ୍ରଣ କରିଥାଏ । ମାତାଙ୍କର ଆଠଟି ବାହୁ ଥିବାରୁ ତାଙ୍କୁ ଅଷ୍ଟାବୁଜା ଦେବୀ ଭାବରେ ମଧ୍ୟ ସ୍ମରଣ କରାଯାଏ । ଦେବୀଙ୍କୁ ପାଣି କଖାରୁ ବହୁ ପ୍ରିୟ ହୋଇଥାଏ ତେଣୁ ତାଙ୍କ ପାଖରେ ପାଣିକଖାରୁ ମଧ୍ୟ ବଳି ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ରରେ ତାଙ୍କ ସମ୍ପର୍କ ବୁଧ ଗ୍ରହ ସହିତ ରହିଛି ।

ଦେବୀ କୁଶ୍ମଣ୍ଡାର ପୂଜା ବିଧି କ’ଣ ?

ସବୁଜ ପୋଷାକ ପିନ୍ଧି ମା କୁଶ୍ମାଣ୍ଡାଙ୍କୁ ପୂଜା କରନ୍ତୁ । ପୂଜା ସମୟରେ ମାତାଙ୍କୁ ସବୁଜ ଅଳେଇଚ, ପାନମଧୁରୀ କିମ୍ବା ପାଣିକଖାରୁ  ଅର୍ପଣ କରନ୍ତୁ । ଏହା ପରେ, ମାଆଙ୍କ ମୁଖ୍ୟ ମନ୍ତ୍ର “ଓମ୍ କୁଶ୍ମାଣ୍ଡା ଦେବୈ ନମଃ” ୧୦୮ ଥର ଜପ କରନ୍ତୁ । ଯଦି ଆପଣ ଚାହାଁନ୍ତି, ସିଦ୍ଧ କୁଞ୍ଜିକା ସ୍ତୁତି ପାଠ କରନ୍ତୁ ।

ଅନାହାତା ଚକ୍ର ଦୁର୍ବଳ ହେଲେ କଣ ଅସୁବିଧା ହୋଇଥାଏ ?

– ହୃଦୟ ଏବଂ ଛାତି ସମସ୍ୟା

– ଚିନ୍ତା ସମସ୍ୟା

– ସବୁବେଳେ ଭୟ ଲାଗିବା ଭଳି ସମସ୍ୟା

– ନକାରାତ୍ମକ ଚିନ୍ତାଧାରା ଏବଂ ଖରାପ ଚିନ୍ତାଧାରାର ସମସ୍ୟା

ମନ ଏବଂ ଅନାହାତା ଚକ୍ରକୁ ମଜବୁତ କରିବା ପାଇଁ କ’ଣ କରିବା ଆବଶ୍ୟକ ?

ସବୁଜ ପୋଷାକ ପିନ୍ଧନ୍ତୁ । ଯଦି ସମ୍ଭବ, ସବୁଜ ଆସନରେ ବସନ୍ତୁ । ଏହା ପରେ ନିଜ ଗୁରୁଙ୍କୁ ପ୍ରଣାମ କରନିତୁ । ଏହା ପରେ, ଅନାହାତା ଚକ୍ର ଉପରେ ଥିବା ବିନ୍ଦୁରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । ଧ୍ୟାନ ପରେ, ଏହି ଚକ୍ରକୁ ଶକ୍ତିଶାଳୀ କରିବା ପାଇଁ ନିଜ ଗୁରୁଙ୍କୁ ପ୍ରାର୍ଥନା କରନ୍ତୁ ।

କେଉଁଠୁ ଆସିଲା ଏହି ୧୨୧ ଫୁଟ୍‌ର ଲମ୍ବା ବିଲେଇ ? ବିଶେଷଜ୍ଞ କହିଲେ ୨୨ଶହ ବର୍ଷ ପୁରୁଣା

ଲିମା: ପେରୁର ନାଜ୍‌କା ମରୁଭୂମିରେ ୧୨୧ ଫୁଟ୍‌ର ଲମ୍ବା ବିଲେଇ । ବିଲେଇଟି ଏକ ପାହାଡ଼ ଉପରେ ବସିଥିବା ଦେଖିବାକୁ ମିଳିଛି । ପୂର୍ବରୁ ପାହାଡ଼ଟି ଗଛପତ୍ର ଓ ମାଟି ଆଢ଼ୁଆରେ ଥିବାରୁ ବିଲେଇଟି ଦେଖାଯାଉନଥିଲା । କିନ୍ତୁ ଏବେ ସେହି ଅଞ୍ଚଳକୁ ସଫଳ କରିବା ପରେ ବିଲେଇଟି ସମ୍ପୂର୍ଣ୍ଣ ଓ ସ୍ପଷ୍ଟ ଦେଖାଯାଇଛି ।

ତେବେ ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଏଭଳି ବିରଳ ଜିନିଷ ଦେଖିବାକୁ ମିଳିଛି । ଏବେ ଦେଖାଯାଇଥିବା ଏହି ବିଲେଇଟି ଜୀବନ୍ତ ନୁହେଁ କିନ୍ତୁ ଅବିକଳ ଜୀବନ୍ତ ବିଲେଇଟିଏ ବସିଥିବାର ଚିତ୍ର । ବିଶେଷଜ୍ଞଙ୍କ କହିବାନୁଯାୟୀ ଏହି ଚିତ୍ରଟି ପ୍ରାୟ ୨୨୦୦ ବର୍ଷ ପୂର୍ବର । ପେରୁର ନାଜ୍‌କା ମରୁଭୂମିରେ ଥିବା ଏକ ପହାଡ଼ରେ ଏହି ୧୨୧ ଫୁଟ୍‌ ଉଚ୍ଚ ବିଲେଇର ଚିତ୍ର ଅଙ୍କାଯାଇଛି । ଯେଉଁ ଅଞ୍ଚଳରେ ଏହି ବିଲେଇର ଚିତ୍ର ଦେଖାଯାଇଛି ଏହାକୁ ରହସ୍ୟମୟୀ ମରୁଭୂମି ମଧ୍ୟ କୁହାଯାଏ । ଅତୀତରେ ମଧ୍ୟ ଏହି ଅଞ୍ଚଳରେ ପାହାଡ଼ରେ ଏଭଳି ବିଶାଳ ଚିତ୍ର ଦେଖିବାକୁ ମିଳିଛି । ଏହା ନଜ୍‌କା ସମ୍ପ୍ରଦାୟର ଇତିହାସ ବା ପରମ୍ପରା ବୋଲି ବିବେଚନା କରାଯାଇଥାଏ । ଆଲାସ୍କା ଠାରୁ ଆର୍ଜେଣ୍ଟିନାକୁ ଯାଉଥିବା ରାଜପଥ କଡ଼ରେ ଏକ ପାହାଡ ଉପରେ ଏଭଳି ଚିତ୍ର ଦେଖାଯାଇଥାଏ ।

୩୦୦ ରୁ ଅଧିକ ନୂଆ ଚିତ୍ର ଦେଖାଯାଇଛି:- 

ନାଜ୍‌କା ଲାଇନ୍‌ସରେ ଏବେ ସୁଦ୍ଧା ୩୦୦ରୁ ଅଧିକ ଭିନ୍ନ ଭିନ୍ନ ଆକୃତିର ଏଭଳି ଚିତ୍ର ଦେଖିବାକୁ ମିଳିଛି । ଏହି ଚିତ୍ର ମାନଙ୍କ ମଧ୍ୟରେ ପଶୁ ଓ ଗ୍ରହ ନକ୍ଷେତ୍ର ମଧ୍ୟ ସାମିଲ ରହିଛି । ବିଶେଷଜ୍ଞଙ୍କ କହିବାନୁଯାୟୀ ଏହି ବିଲେଇର ଚିତ୍ର ସେତେବେଳେ ଦେଖିବାକୁ ମିଳିଲା ଯେତେବେଳେ, ପର୍ଯ୍ୟଟକଙ୍କ ପାଇଁ ଏହି ସ୍ଥାନଗୁଡ଼ିକୁ ସଫା କରାଯାଉଥିଲା । ସେ ଆହୁରି କହିଛନ୍ତି ଯେ, ୨୨୦୦ ବର୍ଷ ପୂର୍ବେ ବିନା କୌଣସି ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି ଏହି ଚିତ୍ର ଅଙ୍କା ଯାଇଛି । ଏହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇପାରନ୍ତି, କିନ୍ତୁ ଏହି ଚିତ୍ରଗୁଡିକ ବହୁ ପୂର୍ବରୁ ତିଆରି ହୋଇଥିବା ସତ ।

ଗୋଟେ ରେଖାଚିତ୍ର ପାଖରେ ପହଞ୍ଚିବା ପାଇଁ ରାସ୍ତା ସଫା କରାଯାଉଥିବା ବେଳେ ଏହି ଚିତ୍ର ଦେଖିବାକୁ ମିଳିଥିଲା । ତା’ପରେ ଆହୁରି ଅନେକ ଛୋଟ ମୋଟ ରେଖାଚିତ୍ର ଦେଖିବାକୁ ମିଳିଛି । ତେଣୁ ଏହା ମଧ୍ୟ ଆଶା କରାଯାଉଛି ଯେ, ଆଗାକୁ ନୂଆ ନୂଆ ଆଶ୍ଚର୍ଯ୍ୟ କଲା ଭଳି ଚିତ୍ର ସାମ୍ନାକୁ ଆସିପାରେ । ଏହି ସମସ୍ତ ଚିତ୍ରର ଫୋଟେ ଡ୍ରୋନ୍‌ କ୍ୟାମେରାରେ ଉତ୍ତୋଳନ କରାଯାଇଛି ।

ପେରୁ ସଂସ୍କୃତି ମନ୍ତ୍ରଣାଳୟ ଅନୁସାରେ, ଯେତେବେଳେ ବିଲେଇଙ୍କ ଚିତ୍ର ଖୋଜା ଯାଉଥିଲା, ସେତେବେଳେ ଏହି ଚିତ୍ର ଅସ୍ପଷ୍ଟ ଭାବେ ଦେଖାଯାଉଥିଲା । ପାହାଡ଼ଟି ଅଙ୍କାବଙ୍କା ଓ ଉଚ୍ଚନିଚ ଥିବାରୁ ବିଲେଇର ଅଧା ଚିତ୍ର ସ୍ପଷ୍ଟ ଜଣାପଡୁନଥିଲା । ପେରୁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସେହି ଅଞ୍ଚଳକୁ ସମ୍ପୂର୍ଣ୍ଣ ସଫା କରାଯିବା ପରେ ଏବେ ବିଲେଇର ଚିତ୍ରଟି ସ୍ପଷ୍ଟ ଜଣାପଡ଼ିଛି । ଏହି ଚିତ୍ରର ରେଖା ପ୍ରାୟ ୧୨ ରୁ ୧୫ ଇଞ୍ଚ ମୋଟା ବୋଲି ରିପାର୍ଟରୁ ଜଣାପଡ଼ିଛି ।

ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ପାଇଁ ବଡ଼ ଖବର, ଆସୁଛି କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ସ୍କିମ୍‌

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ମଧ୍ୟ କରୋନା ମହାମାରୀ ଦ୍ୱାରା ପ୍ରଭାବିତ ଅର୍ଥନୀତିକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଛନ୍ତି । ସେ କହିଛନ୍ତି, ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ଆଗାମୀ ଦିନରେ ଯାହା କିଛି ବି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି । ଏହି ଅବସରରେ ଅନୁରାଗ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ, ଖୁବ୍ ଶୀଘ୍ର ଘରୋଇ ସଂସ୍ଥାର କର୍ମଚାରୀଙ୍କ ପାଇଁ LTC (ଯାତ୍ରା ଭତ୍ତା ଛାଡ) ସୁବିଧା କରାଯିବାର ସମ୍ଭାବନା ରହିଛି । ଏନେଇ କେନ୍ଦ୍ର ସରକାର ବିଚାର ବିମର୍ଷ କରୁଛନ୍ତି । ଏନେଇ ଖୁବ୍‌ ଶୀଘ୍ର ଚିତ୍ର ସ୍ପଷ୍ଟ ହେବ । ହୁଏତ ଆଗାମୀ ସପ୍ତାହକ ମଧ୍ୟରେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟି କରଣ ଜାରି କରାଯାଇପାରେ ।

Anurag- Sitaraman

ତେବେ ନିକଟରେ ଘୋଷଣା କରାଯାଇଥିବା ପ୍ୟାକେଜ୍‌କୁ ନେଇ ଅନୁରାଗ କୁହିଛନ୍ତି, କେନ୍ଦ୍ର ସରକାରଙ୍କ ମୂଳ ଲକ୍ଷ ହେଉଛି ଗରିବ ଶ୍ରେଣୀର ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇବା । ଯଦିଓ ସରକାରୀ କର୍ମଚାରୀଙ୍କ ପାଇଁ ଏହି ପ୍ୟାକେଜ୍ ଘୋଷଣା କରାଯାଇଥିଲା, ତେବେ ଏମିତି କିଛି ଆଇଟମ୍ ଉପରେ ସରକାର ଖର୍ଚ୍ଚ କରିବାକୁ ଯାଉଛନ୍ତି ଯାହା ଛୋଟ ବ୍ୟବସାୟୀଙ୍କୁ ସିଧାସଳଖ ଲାଭ ଦେବ ।

Anurag- Sitaraman

ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଅନୁରାଗ ଠାକୁର କହିଛନ୍ତି ଦେଶର ଅର୍ଥନୀତି ସୁଧାରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଉଛି । ଆଲୋଚନା ସ୍ୱାଭାବିକ ଭାବରେ ହେବ କିନ୍ତୁ ଏହାର ପ୍ରତିଫଳନକୁ ବୁଝିବାର ଅଛି । ଆମେ ଭବିଷ୍ୟତରେ ଏକ ବଡ଼ ଚିତ୍ରକୁ ଦେଖିବାର ଅଛି । ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ ୮୦ କୋଟି ଲୋକଙ୍କୁ ୮ ମାସ ପାଇଁ ମାଗଣା ଶସ୍ୟ ଦିଆଯାଇଥିଲା । ଏହାସହ ଗରିବ ଶ୍ରେଣୀର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୬୮ ହଜାର କୋଟି ଟଙ୍କା ପଠାଯାଇଛି । ଖାଲି ସେତିକି ନୁହେଁ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଉଦ୍ୟୋଗ ପାଇଁ ମଧ୍ୟ ଅନେକ ପଦକ୍ଷେପ ନିଆଯାଇଛି ।

ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ

ଆବୁଧାବି : ଆବୁଧାବିରେ ଖେଳାଯାଇଥିବା ଆଇପିଏଲ-୨୦୨୦ ସିଜିନ୍ ର ୩୭ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସକୁ ରାଜସ୍ଥାନ ରୟାଲ୍ସ ୭ ଉଇକେଟରେ ପରାସ୍ତ କରିଛି । ଧୋନୀ ବାହିନୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ ନିର୍ଦ୍ଦାରିତ ୨୦ ଓଭରରେ ୧୨୫ ରନ ସଂଗ୍ରହ କରିଥିଲା । ଏଥିପାଇଁ ଦଳକୁ ୫ଟି ମୂଲ୍ୟବାନ ଉଇକେଟ୍ ହରାଇବାକୁ ପଡ଼ିଥିଲା । ଚେନ୍ନାଇ ପକ୍ଷରୁ କୁରାନ ୨୨, ଡୁପ୍ଲେସିସି ୧୦, ୱାଟସନ ୮ ଏବଂ ରାୟୁଡୁ ୧୩ ରନ ସଂଗ୍ରହ କରିଥିଲେ । ସେହିପରି ଧୋନୀ ୨୮, ଜାଡେଜା ୩୫ ଏବଂ ଯାଦବ ମାତ୍ର ୪ ରନ୍ ସଂଗ୍ରହ କରିଥିଲେ ।

ରାଜସ୍ଥାନ ପକ୍ଷରୁ ୫ ରନ୍ ଅତିରିକ୍ତ ଭାବେ ବ୍ୟୟ କରାଯାଇଥିଲା । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆର୍ଚର, ତ୍ୟାଗୀ, ଗୋପାଳ ଏବଂ ତେୱାତିଆ ଗୋଟିଏ ଲେଖାଏ ଉଇକେଟ୍ ନେଇଥିଲେ । ଏହାର ଜବାବରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ୧୭.୩ ଓଭରରେ ୩ ଉଇକେଟ୍ ହରାଇ ନିର୍ଦ୍ଦାରିତ ଲକ୍ଷ୍ୟ ହାସଲ କରାଯାଇଥିଲା । ଦଳ ପକ୍ଷରୁ ଷ୍ଟ୍ରୋକ୍ସ ୧୯, ଉଥାପ୍ପା ୪, ସାମସନ୍ ୦, ସ୍ମିଥ ୨୬ ଏବଂ ବଟଲର ୭୦ ରନ କରିଥିଲେ । ଚେନ୍ନାଇ ପକ୍ଷରୁ ଚାହର ୨ ଏବଂ ହାଜେଲଉଡ୍ ଗୋଟିଏ ଉଇକେଟ ନେଇଥିଲେ ।

ଲୋକସଭା ବାଚସ୍ପତି ପ୍ୟାନେଲରେ ସାଂସଦ ପିନାକୀ ଓ ସୁରେଶ

ଭୁବନେଶ୍ୱର/ ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ପ୍ୟାନେଲରେ ୨ ଓଡ଼ିଆ ସାଂସଦ । ଲୋକସଭା ସଚିବାଳୟ ପକ୍ଷରୁ ୧୫ ଜଣିଆ ତାଲିକାରେ ୨ ଓଡ଼ିଆ ସାଂସଦଙ୍କ ନାଁ ରହିଛି । ସେମାନେ ହେଲେ ସାଂସଦ ପିନାକୀ ମିଶ୍ର ଓ ସୁରେଶ ପୂଜାରୀ ।

ପିନାକୀ ମିଶ୍ର ପୁରୀ ଲୋକସଭା ସାଂସଦ ଥିବା ବେଳେ, ବରଗଡ଼ ଲୋକସଭା କ୍ଷେତ୍ରକୁ ପ୍ରତିନିଧିତ୍ୱ କରୁଛନ୍ତି ସୁରେଶ ପୂଜାରୀ । ତେବେ ଏହି ୧୫ ଜଣିଆ କମିଟିର ସଭାପତି ଭାବେ ସାଂସଦ ଭଲ୍ଲାଭାନେନୀ ବାଲାସୋରୀଙ୍କୁ ଚୟନ କରାଯାଇଛି ।

ଶତ୍ରୁର ଶତ୍ରୁ ମିତ୍ର : ବିହାର ରାଜନୀତିରେ ଏକାଠି ହୋଇ ପାରନ୍ତି ଲାଲୁ-ରାମବିଳାସ ତନୟ !

ପାଟନା: ରାଜନୀତିରେ କେହି ଚିର ମିତ୍ର ନୁହଁନ୍ତି, ଅନୁରୂପ ଭାବେ କେହି ଚିର ଶତ୍ରୁ ମଧ୍ୟ ନୁହଁନ୍ତି । ପ୍ରତିଟି ନିର୍ବାଚନରେ ଉପରୋକ୍ତ ଉକ୍ତିର ଯଥାର୍ଥତା ପ୍ରତିପାଦିତ ହୋଇ ଆସୁଅଛି । ବିହାର ନିର୍ବାଚନ ଚାଲୁଥିବାର ଏପରି କିଛି ରାଜନୈତିକ ଚିତ୍ର ଦେଖିବାକୁ ମିଳିଛି । ୨୦୦୫ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ ଉଭୟ ଆରଜେଡି ଏବଂ ଜେଡିୟୁ ସରକାର ଗଢିବାକୁ ଦେଇ ନ ଥିଲା ଏଲଜେପି । ଖାସ୍ ଏଥିପାଇଁ ହିଁ ଏଲଜେପି ସଦାସର୍ବଦା ନୀତିଶ ନିଜଠାରୁ ଦୂରେଇ ରଖନ୍ତି । ଗତ ଲୋକସଭା ନିର୍ବାଚନକୁ ବାଦ୍ ଦେଲେ ଏଲଜେପି ସହ ସିଧାସଳଖ ଜେଡିୟୁ କଦାପି ନିର୍ବାଚନ ବୁଝାମଣା କରିନାହିଁ ।

ହେଲେ ଚଳିତ ବିହାର ନିର୍ବାଚନରେ ସ୍ଥିତି କିଛି ଅଲଗା ରହିଛି । ୧୫ ବର୍ଷର କ୍ଷମତା ପରେ ନୀତିଶଙ୍କ ଲୋକପ୍ରିୟତା କମିଛି । ଲାଲୁ ଯାଦବ ପ୍ରତ୍ୟକ୍ଷ ରାଜନୀତିଠାରୁ ଦୂରରେ । ରାମବିଳାସ ପାଶୱାନ ଆରପାରିରେ । ଉଭୟଙ୍କ ପୁତ୍ର ତେଜସ୍ୱୀ ଓ ଚିରାଗ ବର୍ତ୍ତମାନ ରାଜନୀତିର ଚର୍ଚ୍ଚିତ ଚେହେରା ହୋଇ ଉଭା ହୋଇଛନ୍ତି । ନିର୍ବାଚନୀ ପୂର୍ବ ମେଣ୍ଟରେ ତେଜସ୍ୱୀ ମହାଗଠବନ୍ଧନର ଚେହେରା । ଚିରାଗ ଏକଟୁଆ ଲଢୁଥିବା ଏଲଜେପିର ସର୍ବୋଚ୍ଚ ନେତା । ଚିରାଗଙ୍କ ରାଜନୀତିରେ ବିଜେପି ପ୍ଲସ ହେଲେ ଜେଡିୟୁ ମାଇନସ । ଖୋଲାଖୋଲି ନୀତିଶଙ୍କୁ ବିରୋଧ । ପରିସ୍ଥିତି ଏପରି ହେଉଛି ଯେ, ଭାଜପାର ବରିଷ୍ଠ ନେତାମାନଙ୍କୁ ବାରମ୍ବାର ସଫେଇ ଦେବାକୁ ପଡୁଛି । ଏମିତି ଅମିତ ଶାହଙ୍କୁ ମଧ୍ୟ ଏ ନେଇ ସ୍ପଷ୍ଟ କରିବାକୁ ପଡିଛି ।

ଏହି ସବୁ ରାଜନୈତିକ ଘଟଣାବଳୀ ମଧ୍ୟରେ ତେଜସ୍ୱୀଙ୍କ ଆଉ ଏକ ବୟାନ ଚର୍ଚ୍ଚାର କାରଣ ହୋଇଛି । ସୋମବାର ଏକ ରାଜନୈତିକ ସଭାରେ ତେଜସ୍ୱୀ କହିଥିଲେ ଯେ, ଚିରାଗ ଭାଇଙ୍କୁ ଏହି ସମୟରେ ତାଙ୍କ ପିତା ରାମବିଳାସ ପାଶୱାନଙ୍କ ଆବଶ୍ୟକତା ରହିଥିଲା । ହେଲେ ଦୁଃଖର ବିଷୟ ସେ ଆଉ ନାହାନ୍ତି । ଏହି ସମୟରେ ନୀତିଶ କୁମାରଙ୍କ ବ୍ୟବହାର ମଧ୍ୟ ଦୁଃଖଦାୟକ ବୋଲି ତେଜସ୍ୱୀ କହିଥିଲେ । ଏହି ମନ୍ତବ୍ୟରୁ ରାଜନୈତିକ ସମୀକ୍ଷକମାନେ ନୂଆ ସମୀକରଣର ଆଭାସ ବୋଲି ମତ ରଖିଲେଣି । ଏଲଜେପି ଏବଂ ଆରଜେଡି ମଧ୍ୟରେ କେତେକ ଆସନ ଓ ପ୍ରସଙ୍ଗରେ ଗୁପ୍ତ ବୁଝାମଣା ଥିବା କୁହାଯାଉଛି ।

ଏହି କଥାକୁ ପ୍ରମାଣିତ କରୁଛି ତେଜସ୍ୱୀ ଲଢୁଥିବା  ରାଧେପୁର ଆସନ ସମୀକରଣରୁ । ତେଜସ୍ୱୀ ଜଣେ ଯାଦବ, ବିଜେପି ମଧ୍ୟ ଜଣେ ଯାଦବଙ୍କୁ ପ୍ରାର୍ଥୀ କରିଛି ।ହେଲେ ଉଚ୍ଚଜାତି ଭୋଟପ ପାଥେୟ କରି ତେଜସ୍ୱୀଙ୍କୁ ମାତ ଦେବାକୁ ବିଜେପି ଚାହୁଁଛି । ହେଲେ ଏଲଜେପି ପକ୍ଷରୁ ଏହି ଆସନରେ ଜଣେ ଉଚ୍ଚଜାତି ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଇଛି । ଯାହା ପରୋକ୍ଷରେ ତେଜସ୍ୱୀଙ୍କୁ ସୁହାଇବ ।

ସେହିପରି ଆଗାମୀ ଦିନରେ ବିଧାନସଭା ଫଳାଫଳ ଯଦି ଝୁଲା ହୁଏ । ତେବେ ଚିରାଗ-ତେଜସ୍ୱୀ ଯୋଡି କମାଲ ନ କରିବେ, ସେ କଥା କିଏ କହିବ ବୋଲି ସମୀକ୍ଷକମାନେ ମତ   ଦେଇଛନ୍ତି । ତେଜସ୍ୱୀ ଏବଂ ଚିରାଗଙ୍କ ମଧ୍ୟରେ ଏକ ସମାନତା ହେଉଛି- ଉଭୟ ନୀତିଶ ବିରୋଧୀ । ତେଣୁ ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟରେ ଚିରାଗ-ତେଜସ୍ୱୀଙ୍କ ଏକାଠି ହେବାକୁ ଏଡ଼ାଇ ଦିଆଯାଇ ନ ପାରେ ।

 

ରାଜ୍ୟରେ ସୁସ୍ଥ ହେଲେ ଆଉ ୨ ହଜାର ୭୩୮ ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ…

ଭୁବନେଶ୍ୱର: ସଂକ୍ରମଣକୁ ମାତ୍ ଦେଉଛି ଓଡ଼ିଶା । ରାଜ୍ୟରେ ବଢ଼ୁଛି କରୋନା ସୁସ୍ଥତା ହାର୍ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୭୩୮ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥିସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୪୯ ହଜାର ୫୭୫ରେ ପହଞ୍ଚିଛି ।

ଖୋର୍ଦ୍ଧାରୁ ସର୍ବାଧିକ ୩୯୯ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୮୯, ଅନୁଗୁଳରୁ ୧୭୪, ସୁନ୍ଦରଗଡ଼ରୁ ୧୫୪, ବାଲେଶ୍ୱରରୁ ୧୧୪, ମୟୂରଭଞ୍ଜରୁ ୧୧୦, ପୁରୀରୁ ୧୦୯, ସମ୍ବଲପୁରରୁ ୧୦୭, କଳାହାଣ୍ଡିରୁ ୧୦୧, ବରଗଡ଼ରୁ ୧୦୦, ଯାଜପୁରରୁ ୯୫, କେନ୍ଦୁଝରରୁ ୯୫, ଜଗତସିଂହପୁରରୁ ୮୯, ଝାରସୁଗୁଡ଼ାରୁ ୮୮, ବଲାଙ୍ଗିରରୁ ୮୬, କୋରାପୁଟରୁ ୮୫, ମାଲକାନଗିରିରୁ ୬୯, କେନ୍ଦୁଝରରୁ ୬୫, ନବରଙ୍ଗପୁରରୁ ୬୩, ସୋନପୁରରୁ ୬୩, ଭଦ୍ରକରୁ ୫୯, ନୂଆପଡ଼ାରୁ ୪୬, କନ୍ଧମାଳ ୪୩, ଢେଙ୍କାନାଳରୁ ୪୦, ନୟାଗଡ଼ରୁ ୪୦, ବୌଦ୍ଧରୁ ୨୪, ରାୟଗଡ଼ାରୁ ୨୦, ଗଞ୍ଜାମରୁ ୧୮, ଦେବଗଡ଼ରୁ ୧୭, ଗଜପତିରୁ ୬ ଓ ଟେଷ୍ଟ ପୁଲରୁ ୭୦ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Coronavirus Good Hope New Born Baby Removed Mask From Doctors Face In UAE Photo Viral

ରାଜ୍ୟରେ ଏଯାବତ୍ ୨ ଲକ୍ଷ ୭୦ ହଜାର ୩୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୧୫୨ ଜଣଙ୍କ ମୃତ୍ୟୁ ହେଲାଣି ଏବେ ରାଜ୍ୟରେ ପ୍ରାୟ ୨୦ ହଜାର କରୋନା ସକ୍ରିୟ ସଂକ୍ରମିତ ରହିଛନ୍ତି । ସଂକ୍ରମଣରେ ସବୁଠୁ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା ।

ଅଧ୍ୟାପକଙ୍କ ଘରେ ରେଡରୁ ମିଳିଲା ୪ କେଜିର ଗହଣା, ନଗଦ ୩୧ ଲକ୍ଷ ୫୦ ହଜାର ଟଙ୍କା

ଗଜପତି: ଗଞ୍ଜାମର କୋଟିପତି ହିନ୍ଦୀ ଶିକ୍ଷକଙ୍କ ପରେ ଭିଜିଲାନ୍ସ ଜାଲରେ ଗଜପତିର କୋଟିପତି ଅଧ୍ୟାପକ । ରେଡ୍‌ ବେଳେ ଟେରା ହୋଇଗଲା ଭିଜିଲାନ୍ସ ଟିମ୍ । ଆଖି ଖୋସି ହୋଇଗଲା ଅଫିସରଙ୍କର । ଅଚାଳଚଳ ସମ୍ପତ୍ତି ଦେଖି ତାଜୁବ୍ । ଗଜପତି ଜିଲ୍ଲା ଗୁରାଣ୍ଡି ସ୍ଥିତ ମୀନକେତନ ଡିଗ୍ରୀ କଲେଜ ଅଧ୍ୟାପକ ଜି. ନାଗେଶ୍ୱର ରାଓ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଧ୍ୟାପକଙ୍କର ୬ଟି ସ୍ଥାନରେ ଏକାକାଳୀନ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍‌ ।

Vigilance Seized Assets Worth 3 Core From Gurandi Collage Education Lecturer Home

ରେଡ୍‌ ବେଳେ ଭିଜିଲାନ୍ସକୁ ମିଳିଛି ଅଚଳାଚଳ ସମ୍ପତ୍ତିର ତାଲିକା । ୨ କୋଟି ୮୩ ଲକ୍ଷ ୩୬ ହଜାର ଟଙ୍କା ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଅସ୍ଥାବର ସମ୍ପତ୍ତିର ମୂଲ୍ୟ ହେଉଛି  ୨କୋଟି ୬ ଲକ୍ଷ ୮୭ ହଜାର ଟଙ୍କା । ଅଧ୍ୟାପକଙ୍କ  ଓ ତାଙ୍କ ପତ୍ନୀଙ୍କ ନାଁରେ ବିଭିନ୍ନ ସ୍ଥାନରେ ରହିଛି ୫୧ଟି ପ୍ଲଟ୍‌ । ୩୯୩ ଗ୍ରାମ ସୁନା ଅଳଙ୍କାର ଓ ୩ କେଜି ୪୬୫ ଗ୍ରାମ ରୁପା ସାମଗ୍ରୀ ଜବତ ହୋଇଛି । ଚଢାଉ ବେଳେ ନଗଦ ୩୧ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଛି ।

Vigilance Seized Assets Worth 3 Core From Gurandi Collage Education Lecturer Home

ଏହା ସହିତ ବିଭିନ୍ନ ବ୍ୟାଙ୍କରେ ଫିକ୍ସ ଡିପୋଜିଟ ଓ ଲକର ମଧ୍ୟ ଠାବ ହୋଇଛି । ଗୁରାଣ୍ଡି ମୀନକେତନ ଡିଗ୍ରୀ କଲେଜରେ ଶିକ୍ଷା ବିଭାଗର ଅଧ୍ୟାପକ ଅଛନ୍ତି ନାଗେଶ୍ୱର ରାଓ । ୧୯୯୫ରେ ଚୁକ୍ତିଭିତ୍ତିକ ଭାବରେ ଚାକିରିରେ ଯୋଗ ଦେଇଥିଲେ । ୨୦୦୭ ମସିହାର ତାଙ୍କର ଚାକିରି ସ୍ଥାୟୀ ହୋଇଥିଲା । ଏତେ କମ୍ ସମୟ ଭିତରେ କିଭଳି କୋଟିପତି ହେଲେ ଭିଜିଲାନ୍ସ ଟିମ୍‌ ତଦନ୍ତ ଜାରି ରଖଛି  । ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ଅନୀଲ କୁମାର ପାତ୍ର ଏହି ସୂଚନା ଦେଇଛନ୍ତି ।

ଓଡ଼ିଶାର ସୁପର-୧୯: ଅଜୟଙ୍କ ୧୯ ରୁ ୧୯ ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷାରେ ହେଲେ ସଫଳ

ଭୁବନେଶ୍ୱର: ଓଡ଼ିଶାରେ ସୁପର ୩୦ର ରିପିଟ୍‌ । କଥାଟା ବୁଝାପଡ଼ିଲାନି ବୋଧେ । ଆପଣ ସମସ୍ତେ ହ୍ରିତିକ୍‌ ରୋଶନଙ୍କ ‘ସୁପର ୩୦’ ଫିଲ୍ମ ଦେଖିଥିବେ ନିଶ୍ଚୟ । ସେହି ଫିଲ୍ମଟି ଏକ ସତ୍ୟ କାହାଣୀକୁ ନେଇ ଆଧାରିତ । ବିହାରର ଜଣେ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନ କଥାକୁ ନେଇ ଫିଲ୍ମଟି ପ୍ରସ୍ତୁତ ହୋଇଥିଲା । ତେବେ ଠିକ୍‌ ସେହିଭଳି, ଓଡ଼ିଶାର ଜଣେ ଆନନ୍ଦ କୁମାର ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଫିଲ୍ମରେ ହ୍ରିତିକ୍‌ ରୋଶନ ଯେଭଳି ଟଙ୍କା ଅଭାବରୁ ନିଜ ସ୍ୱପ୍ନ ସାକାର କରିପାରି ନଥିଲେ । ଆଉ ତାପରେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଆଇଆଇଟି ସ୍ୱପ୍ନ ସାକାର କରିବା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ । ସେମାନଙ୍କୁ ମାଗଣା ପାଠପଢ଼ା ସହ ରହିବା ଖାଇବାର ସୁବିଧା ଯୋଗାଇଥିଲେ । ଠିକ୍‌ ସେହିଭଳି ଓଡ଼ିଶାର ଅଜୟ ବାହାଦୁର ସିଂହ, ଗରୀବ ମେଧାବୀ ଛାତ୍ରଛାତ୍ରୀ ଯେଉଁମାନେ ଡାକ୍ତରୀ ପଢ଼ିବାର ସ୍ୱପ୍ନ ଦେଖୁଛନ୍ତି, ସେମାନଙ୍କ ସ୍ୱପ୍ନ ସାକାର କରିବା ପାଇଁ ଜିନ୍ଦିଗୀ ଫାଉଣ୍ଡେସନ୍‌ ଆରମ୍ଭ କରିଛନ୍ତି । ଏଥିରେ ସେ ମାଗଣା ପାଠ ପଢ଼ା ସହ ରହିବା ଓ ଖଇବାର ବ୍ୟବସ୍ଥା ମଧ୍ୟ କରିଛନ୍ତି ।

ଗତ ଶୁକ୍ରବାର ନିଟ୍‌ ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ଜିନ୍ଦିଗୀ ଫାଉଣ୍ଡେସନ୍‌ର ଗୋଟିଏ ବ୍ୟାଚ୍‌ର ୧୯ରୁ ୧୯ ଜଣ କ୍ୱାଲିଫାଏ ହୋଇଛନ୍ତି । ୨୦୧୭ରୁ ଏହି ଫାଉଣ୍ଡେସନ ଆରମ୍ଭ କରିଛନ୍ତି ଅଜୟ ବାହାଦୂର ସିଂହ । ୨୦୧୮ରେ ତାଙ୍କର ୧୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨ ଜଣ ନିଟ୍‌ କ୍ୱାଲିଫାଏ କରିଥିଲେ । ଆଉ ସମସ୍ତେ ସରକାରୀ ଡାକ୍ତରୀ ସିଟ୍‌ ମଧ୍ୟ ଆକ୍ତିଆର କରିଥିଲେ ।

ତେବେ ଅଜୟଙ୍କ ଏଭଳି ମନୋଭାବ ପଛରେ ଏକ ଦୁଃଖଦ କାହାଣୀ ରହିଛି । ସୁପର ୩୦ରେ ଯେଭଳି ଟଙ୍କା ଅଭାବରୁ ଆନନ୍ଦ କୁମାର ନିଜ ସ୍ୱପ୍ନ ସାକାର କରିପାରି ନଥିଲେ, ଠିକ୍‌ ସେହି ଭଳି ଅଜୟ ମଧ୍ୟ ଟଙ୍କା ଅଭାବରୁ ନିଜର ଡାକ୍ତରୀ ପାଠ ପଢ଼ିବାର ସ୍ୱପ୍ନ ସାକାର କରିପାରି ନଥିଲେ । ତେଣୁ ସେ କେବେ ବି ଚାହାନ୍ତି ନାହିଁ ଯେ, ଟଙ୍କା ଅଭାବରୁ କୌଣସି ମେଧାବୀ ଛାତ୍ରଛାତ୍ରୀଙ୍କ ଡାକ୍ତରୀ ପଢ଼ିବାର ସ୍ୱପ୍ନ ଭାଙ୍ଗିଯାଉ ।

ଏହି ଫାଉଣ୍ଡେସନରେ ପରିବା ବ୍ୟବସାୟୀ, ଦିନ ମଜୁରିଆ, ମାଛ ଧରାଳି, ସାଇକେଲରେ ବୁଲି ବୁଲି ଇଡ୍‌ଲି ସାମ୍ବର ବିକ୍ରି କରୁଥିବା ବା ଟ୍ରକ୍‌ ଡ୍ରାଇଭରର ପିଲାମାନେ ପାଠ ପଢ଼ନ୍ତି । ୨୦୨୦ ବ୍ୟାଚ୍‌ର ଏହି ମେଧାବୀ ଛାତ୍ରଛାତ୍ରୀଙ୍କୁ ଅଭାବ ଅନଟନ ନା କରୋନା ମହାମାରୀ କେହି ରୋକିପାରି ନାହାନ୍ତି । ଦିନରାତି ଅହରହ ପରିଶ୍ରମ କରି ସେମାନେ ନିଟ୍‌ କ୍ୱାଲିପାଏ କରିଛନ୍ତି । ସେମାନଙ୍କୁ ସହଯୋଗ କରିଛନ୍ତି ଅୟଜ ବାହାଦୂର ସିଂହ ।

ଏହି ୧୯ ଜଣଙ୍କ ମଧ୍ୟରୁ ଅନୁଗୁଳର ଖିରୋଦିନୀ ସାହୁ କହିଛନ୍ତି, ତାଙ୍କ ବାପା ଏକ ଫାର୍ମରେ ଶ୍ରମିକ ଭାବେ କାମ କରୁଥିଲେ । ଲକ୍‌ଡାଉନ୍‌ ଯୋଗୁଁ ତାଙ୍କର ଚାକିରି ଚାଲିଯାଇଥିଲା । ପରିବାର ଚଳାଇବା ତାଙ୍କ ପାଇଁ ଅତ୍ୟନ୍ତ କାଠିକର ହୋଇପଡ଼ିଥିଲା । ଆଉ ଠିକ୍‌ ସେହି ଲକ୍‌ଡାଉନ୍‌ ସମୟରେ ବୋଝ ଉପରେ ନଳିତା ବିଡ଼ା ଭଳି ଖିରୋଦିନୀ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା । ଆଉ ସେଠି ପହଞ୍ଚିବା ପରେ ସେ ଅଜୟ ସାର୍‌ଙ୍କୁ ସବୁ କଥା କହିଥିଲେ । ତାପରେ ଅଜୟ, ଖିରୋଦିନୀଙ୍କୁ ନିଜ ଘରକୁ ନେଇ ତାଙ୍କର ସେବାସୁଶୃଶା କରିଥିଲେ । ଖିରୋଦିନୀଙ୍କର ଯାହା ଆବଶ୍ୟକ ଥିଲା ସବୁ ଯୋଗାଇଥିଲେ । ସେହି ଖିରୋଦିନୀ ନିଟ୍‌ ପରୀକ୍ଷାରେ ଅଲ୍‌ ଇଣ୍ଡିଆରେ ୨୫୯୪ ରାଙ୍କ ପାଇଛନ୍ତି ।

ସେହିଭଳି ସତ୍ୟଜିତ ସାହୁ ଯିଏ କି ୬୧୯ ମାର୍କ ରଖିଛନ୍ତି । ତାଙ୍କ ବାପା ସାଇକେଲରେ ବୁଲିବୁଲି ପରିବା ବିକନ୍ତି । ସେଥିରୁ ଯାହା ରୋଜଗାର ହୁଏ ସେଥିରେ ତାଙ୍କର ପରିବାର ଚଳେ । ସେହିଭଳି ଆଉ ଜଣେ ହେଉଛନ୍ତି ଶୁଭେନ୍ଦୁ ପରିଡ଼ା । ଯିଏ କି ତାଙ୍କ ବାପାଙ୍କ ସହ ଇଡ୍‌ଲି ସାମ୍ବର ବିକ୍ରି କରନ୍ତି । ସେ ନିଟ୍‌ରେ ୬୦୯ ମାର୍କ ରଖିଛନ୍ତି । ଢ଼େଙ୍କାନାଳର ନିବେଦିତା ପଣ୍ଡା, ତାଙ୍କ ବାପା ଜଣେ ପାନ ଦୋକାନୀ । ସେ ୫୯୧ ମାର୍କ ରଖିଛନ୍ତି ।

ରୋଶନ ପାଇକ୍, ତାଙ୍କ ବାପା ଜଣେ ଫର୍ମ ଲେବର । ସେହିଭଳି ମନ୍‌ଜିତ୍‌ ହେଉଛନ୍ତି ଆଉ ଜଣେ ନିଟ୍ କ୍ୱାଲିଫାୟର । ଯାହାର ବପା ଜଣେ ମାଛ ଧରାଳି । ସେହି ବ୍ୟାଚ୍‌ରେ ଆଉ ଜଣେ ଛାତ୍ର ସ୍ମୃତି ରଞ୍ଜନ ସେନାପତି, ତାଙ୍କ ବାପା ଜଣେ ଟ୍ରକ୍‌ ଡ୍ରାଇଭର । ସେ ୫୩୬ ମାର୍କ ରଖି ନିଟ୍‌ କ୍ୱାଲିଫାଏ କରିଛନ୍ତି ।

ajay-singh-bahadur

ତେବେ ଜିନ୍ଦିଗୀ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଅଜୟ ବାହାଦୂର ସିଂହ ଏଥିପାଇଁ କୌଣସି ସଂସ୍ଥା କିମ୍ବା ଅନୁଷ୍ଠାନଠାରୁ ଟଙ୍କାଟିଏ ବି ଡୋନେସନ୍‌ ନିଅନ୍ତି ନାହିଁ । ପିଲାଙ୍କ ପାଇଁ ଯାହା ବି ଖର୍ଚ୍ଚ ହୁଏ ସେ ସବୁ ନିଜ ସମ୍ବଳ ଅନୁଯାୟୀ ପ୍ରଦାନ କରିଥାନ୍ତି । କାରଣ ସେହି ପିଲାଙ୍କ ଭିତରେ ସେ ନିଜର ପିଲାଦିନକୁ ଦେଖିଥାନ୍ତି । ଆଉ ସେହି ପିଲାଙ୍କୁ ଦେଖିଲେ ତାଙ୍କ ନିଜ ପିଲା ଦିନ କଥା ମନେ ପଡ଼ିଥାଏ ।

ଦିନେ ଅଜୟ ତାଙ୍କ ଡାକ୍ତରୀ ପାଠ ପଢ଼ା ଛାଡ଼ି, ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଚା’ ଓ ସର୍ବତ ବିକ୍ରି କରିଥିଲେ । ସେ ଝାଡ଼ଖଣ୍ଡର ବାବା ବୈଦ୍ୟନାଥରେ, ପଢୁଥିବା ବିଭିନ୍ନ ମେଳା ତଥା ଯାନୀଯାତ୍ରାରେ ଚା’ ଓ ସର୍ବତ ବିକି ପରିବାରର ପ୍ରତିପୋଷଣ କରିବା ସହ ନିଜର ପାଠ ପଢ଼ା ଖର୍ଚ୍ଚ ମଧ୍ୟ ଉଠାଉଥିଲେ ।

Entrance Test

ଏହି ଜିନ୍ଦିଗୀ ଫାଉଣ୍ଡେସନ୍‌ ଅଧିନରେ ପାଠ ପଢ଼ିବା ପାଇଁ ସେ ସାରା ଓଡ଼ିଶାରୁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଚୟନ କରିଥାନ୍ତି । ଏଥିପାଇଁ ଏକ ଏଣ୍ଟ୍ରାନ୍ସ ଟେଷ୍ଟ ମଧ୍ୟ ସେ ନେଇଥାନ୍ତି । ଯେଉଁ ଛାତ୍ରଛାତ୍ରୀମାନେ ଏଥିରେ ଉତ୍ତୀର୍ଣ୍ଣ ହୁଅନ୍ତି ସେମାନଙ୍କ ପାଇଁ ମାଗଣା ପାଠପଢ଼ା ସହ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଥାଏ । ସେମାନଙ୍କ ଡାକ୍ତର ହେବାର ସ୍ୱପ୍ନକୁ ଏଠି ସାକାର କରିବାକୁ ଚେଷ୍ଟା କରାଯାଇଥାଏ । ଅଜୟଙ୍କ ଏହି କାର୍ଯ୍ୟ ଓ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।