spot_img
Home Blog Page 656

ପୁଣେରେ ଭାଙ୍ଗିଗଲା ପୋଲ, ଭାସିଗଲେ ୨୦ : ୫ ମୃତଦେହ ଉଦ୍ଧାର..

ନନ୍ଦିଘୋଷ ବ୍ୟୁରୋ:ପୁଣି ଆସିଲା ଆଉ ଏକ ଅଘଟଣର ଖବର । ପୁଣେରେ ଏକ ପୋଲ ଭାଙ୍ଗି ଯାଇଥିବାବେଳେ ପାଖାପାଖି ୨୦ରୁ ଅଧିକ ଜଣ ଭାସି ଯାଇଥିବାର ଖବର ସାମ୍ନାକୁ ଆସିଛି । ଇନ୍ଦ୍ରାବତୀ ନଦୀ ଉପରେ ନିର୍ମାଣ ହୋଇଥିବା ଏହି ପୋଲଟି ଭାଙ୍ଗି ଯାଇଛି । ମିଳିଥିବା ଖବର ଅନୁଯାୟୀ, ଦୀର୍ଘଦିନ ହେବ ଏହି ପୋଲ ଉପରେ ଗାଡ଼ି ଚଳାଚଳକୁ ବନ୍ଦ କରାଯାଇଥିଲା । ମାତ୍ର ନଦୀରେ ଜଳସ୍ତର ବୃଦ୍ଧି ପାଇଥିବାବେଳେ ମାଟି ଭୁଶୁଡ଼ିଥିଲା । ଲୋକେ ନଦୀର ପାଣି ଦେଖିବାକୁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି । ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିବାବେଳେ ୬ ଜଣଙ୍କୁ ମଧ୍ୟ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଭାଙ୍ଗିଯାଇଥିବା ସେତୁର ଅପରପକ୍ଷରେ ଏବେ ମଧ୍ୟ ଅନେକ ଲୋକ ଫସି ରହିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନସିବ କହିଛନ୍ତି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଯଥାରେ ସେତୁ ପାଖରେ ଭିଡ଼ ନଜମାଇବାକୁ ମଧ୍ୟ ନିବେଦନ କରିଛନ୍ତି ।

କେଦାରନାଥରେ ଅଘଟଣ ପରେ ଚାରିଧାମ ଯାତ୍ରାରେ ଆର୍ଯ୍ୟନ ଏଭିଏସନର ସମସ୍ତ ହେଲିକ୍ଟର ସେବା ଉପରେ ପ୍ରତିବନ୍ଧକ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରାଖଣ୍ଡ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ଏବେ ଉତ୍ତରାଖଣ୍ଡର କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଗୌରୀକୁଣ୍ଡ ଅଞ୍ଚଳ ନିକଟରେ ଘଟିଛି। ହେଲିକପ୍ଟରରେ ଥିବା ସମସ୍ତ ୭ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ଏହି ଦୁର୍ଘଟଣା ଖରାପ ପାଗ ଯୋଗୁଁ ଘଟିଛି। ତେବେ ଏହି ଦୁର୍ଘଟଣା ଘଟିବା ପରେ କଠୋର ପଦକ୍ଷେପ ନେଇଛନ୍ତି ଉତ୍ତରାଖଣ୍ଡ ସରକାର । ଆର୍ଯ୍ୟନ ଏଭିଏସନର ସମସ୍ତ ହେଲିକ୍ଟର ସେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଉତ୍ତରାଖଣ୍ଡ ସରକାର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଚାରିଧାମ ଯାତ୍ରା ପାଇଁ ସମସ୍ତ ହେଲିକପ୍ଟର ସେବାକୁ ନିଷେଧ କରିଛନ୍ତି। ବର୍ତ୍ତମାନ, ୧୫ ଏବଂ ୧୬ ଜୁନ୍ ରେ ଚାରିଧାମ ଯାତ୍ରା ପରିଚାଳନା କରୁଥିବା ସମସ୍ତ ହେଲିକପ୍ଟର କମ୍ପାନୀର ସେବା ବନ୍ଦ କରିଦିଆଯାଇଛି। ରବିବାର ସକାଳେ, ଖରାପ ପାଗ ସତ୍ତ୍ୱେ ଆର୍ଯ୍ୟନ ଆଭିଏସନ୍‌ର ହେଲିକପ୍ଟର ଉଡ଼ାଣ କରୁଥିଲା। ଦୁର୍ଘଟଣାର ତଦନ୍ତ କରାଯାଉଛି। ସେହିପରି ଅନ୍ୟ ପାଇଲଟମାନେ ମଧ୍ୟ ଖରାପ ପାଗରେ ଉଡ଼ାଣ କରୁଥିବା ଜଣାପଡ଼ିଛି। ଯେଉଁ କାରଣରୁ ଏଭଳି ଏକ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।

ଏହି ନିଷ୍ପତ୍ତି ଡିଜିସିଏ (ସିଭିଲ ଏଭିଏସନ୍ ମହାନିର୍ଦ୍ଦେଶାଳୟ) ଦ୍ୱାରା ସୁରକ୍ଷା ମାନଦଣ୍ଡ ସମ୍ପର୍କରେ ନିଆଯାଇଥିବା କଠୋର ପଦକ୍ଷେପର ଏକ ଅଂଶ। ଏକ ରିପୋର୍ଟ ଅନୁଯାୟୀ, ଡିଜିସିଏ ସମସ୍ତ ହେଲିକପ୍ଟର ଅପରେଟରମାନଙ୍କୁ ସୁରକ୍ଷା ମାନଦଣ୍ଡ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି ଏବଂ ଯେକୌଣସି ଅବହେଳା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯାତ୍ରାକୁ ସୁରକ୍ଷିତ କରିବା ପାଇଁ କଠୋର ଏସଓପି (ମାନକ କାର୍ଯ୍ୟ ପ୍ରକ୍ରିୟା) ପ୍ରସ୍ତୁତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ମଥୁରାରେ ଖୋଳିବାବେଳେ ଭୁଶୁଡ଼ିଲା ଘର, ପୋତି ହୋଇଗଲେ ୧୨: ୩ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ମଥୁରାରୁ ଆସିଲା ଦୁଃଖଦ ଖବର । ଖୋଳିବାବେଳେ ଭୁଶୁଡ଼ିଲା ଘର । ୧୨ ଜଣରୁ ଅଧିକ ପୋତି ହୋଇଥିବାବେଳେ ଶେଷ ଖବର ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ହୋଇଛି ।  ଭଙ୍ଗା ଘର ତଳେ ଏବେ ମଧ୍ୟ ଅନେକ ଜଣ ପୋତି ହୋଇ ରହିଥିବା ଖବର ଆସିଛି । ସ୍ଥାନୀୟ ଲୋକାମାନେ କହିଛନ୍ତି କି, ଏକ ଖୋଲା ସ୍ଥାନରେ ଜେସିବିରେ ଖୋଳା ଯାଉଥିଲା । ପାଖରେ ରହିଥିବା ୬ଟି ବଡ଼ ବଡ଼ କୋଠା ଗଳି ପଡ଼ିଥିଲା । ଫଳରେ ଅନେକ ଲୋକ ଭିତରେ ପୋତି ହୋଇ ରହିଥିବା କୁହାଯାଉଛି । ମଥୁରାର ଗୋବିନ୍ଦ ନଗର ଥାନା ଅଞ୍ଚଳରେ ଏଭଳି ଅଘଟଣ ଘଟିଥିବା ନଜର ଆସିଛି । ରବିବାର ଦିନ ୧୨ଟାରେ ଏଭଳି ଅଘଟଣ ଘଟିଛି । ଖବର ପାଇବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି ।

ରାଜ୍ୟରେ କାୟା ମେଲାଇଚାଲିଛି ହଇଜା : ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଏବେ କାୟା ମେଲାଇଚାଲିଛି ହଇଜା। ଲୋକଙ୍କ ଜୀବନ ସଂକଟରେ। ହେଲେ ରାଜ୍ୟ ସରକାର ଯେତିକି ଗମ୍ଭୀରତାର ସହ ସଂକ୍ରମଣ ରୋକିବାକୁ ପଦକ୍ଷେପ ନେବା କଥା ତାହା ଦେଖିବାକୁ ମିଳୁନି। ଆଜି ସୋସିଆଲ ମିଡିଆ ଏକସରେ ଏପରି ଉଦବେଗ ପ୍ରକାଶ କରି କହିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାଡ଼ାବାନ୍ତି ସଂକ୍ରମଣ ଏବେ ଜିଲ୍ଲା ପରେ ଜିଲ୍ଲାକୁ ବ୍ୟାପିଚାଲିଛି। ଦୀର୍ଘ ବର୍ଷ ଧରି ଏପରି ଅବସ୍ଥା ଦେଖିବାକୁ ମିଳିନଥିଲା। ଲୋକଙ୍କୁ ଜୀବନକୁ ସଂକଟରେ ପକାଇଲାଣି ହଇଜା। ମୃତ୍ୟୁ ସଂଖ୍ୟା ୧୪କୁ ପହଞ୍ଚିଥିବା ନବୀନ ତାଙ୍କ ଏକ୍ସସରେ ଜଣାଇଛନ୍ତି। ରାଜ୍ୟରେ ହଇଜା ବ୍ୟାପୁଥିବାବେଳେ ରାଜ୍ୟ ସରକାର ଏହାକୁ ହାଲୁକା ଭାବେ ନେବା ସମସ୍ତଙ୍କୁ ଚକିତ ଓ ବିଚଳିତ କରିଛି। ଲୋକଙ୍କୁ ଜୀବନକୁ ଆଉ ବିପଦକୁ ନ ଠେଲି ସରକାର ସଜାଗ ହୁଅନ୍ତୁ ନବୀନ ପରାମର୍ଶ ଦେଇଛନ୍ତି। ଏହାସହିତ ହଇଜାର ପ୍ରକୋପକୁ ରୋକିବା ପାଇଁ ଦୃଡ଼ ପଦକ୍ଷେପ ନେବାକୁ ସେ ଆହ୍ବାନ କରିଛନ୍ତି।

କିଏ ସମ୍ଭାଳିବ କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ ସଞ୍ଜୟଙ୍କ ୩୯୦୦ କୋଟି ଟଙ୍କାର ସମ୍ପତ୍ତି ?

ନନ୍ଦିଘୋଷ ବ୍ୟୁରୋ: ଗତ ଜୁନ୍ ୧୨ ତାରିଖରେ ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ ସଞ୍ଜୟ କପୁରଙ୍କ ଦେହାନ୍ତ ହୋଇଛି । ପୋଲୋ ଖେଳିବା ବେଳେ ତାଙ୍କର ପରଲୋକ ଘଟିଥିଲା । ତେବେ ସେ ୩୯୦୦ କୋଟି ଟଙ୍କାର ମାଲିକ ହୋଇଥିବାବେଳେ ପରଲୋକ ପରେ କିଏ ଏହି ସମ୍ପତ୍ତିର ରକ୍ଷଣାବେକ୍ଷଣ କରିବ । ଏହାକୁ ନେଇ ପ୍ରଶ୍ନ ଉଠିଛି । ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଠିଥିବାବେଳେ ଆସନ୍ତୁ ଆମର ଏହି ଲେଖା ମାଧ୍ୟମରେ ପଢ଼ିବା..

ସେନା କମ୍ପ୍ଟଷ୍ଟାର କମ୍ପାନୀର ମୁଖ୍ୟ ଥିଲେ ସଞ୍ଜୟ । ଭାରତ, ଆମେରିକା ଏବଂ ଚୀନ ଭଳି ଦେଶକୁ ତାଙ୍କ କମ୍ପାନୀ ବୈଦ୍ୟୁତିକ ଯାନବାହାନର ଉପକରଣ ଯୋଗାଇଥାଏ । ସଞ୍ଜୟଙ୍କ ଦେହାନ୍ତ ପରେ ତାଙ୍କ କମ୍ପାନୀର ଦେଖାଶୁଣା କରିବେ ଭଉଣୀ । ତାଙ୍କର ୨ ଭଉଣୀ ରହିଥିବାବେଳେ ଏମାନେ ମଧ୍ୟ ନିଜର କ୍ୟାରିୟରରେ ବହୁତ ସଫଳ । ସଞ୍ଜୟଙ୍କ ଜଣେ ଭଉଣୀ ସୁପର୍ଣ୍ଣା କପୁର ଏକ ପତ୍ରିକାର ସମ୍ପାଦିକା ରହିଥିବାବେଳେ ଅନ୍ୟଜଣେ ଭଉଣୀ ସୋନା ମନ୍ଦିରା ପ୍ରାଇଭେଟ୍ କମ୍ପାନୀର ମାଲିକାଣୀ ଅଟନ୍ତି । ତେବେ ସୋନା ବ୍ରାଣ୍ଡକୁ ନେଇ ପୂର୍ବରୁ ଭାଇ ଭଉଣୀଙ୍କ ମଧ୍ୟରେ ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ସଞ୍ଜୟଙ୍କ କଥା ଯଦି କହିବା ତାହେଲେ ସେ ୩ଟି ବିବାହ କରିଛନ୍ତି । ବଲିଉଡ ଅଭିନେତ୍ରୀ କରିସ୍ମାଙ୍କୁ ସେ ଦ୍ବିତୀୟ ବିବାହ କରିଥିଲେ ।  ଉଭୟଙ୍କ ମଧ୍ୟରେ ୨୦୧୬ ମସିହାରେ ଛାଡ଼ପତ୍ର ହୋଇଛି ।

WTC 2025-27 ର ସିଡ୍ୟୁଲ ଘୋଷଣା କଲା ICC,ଜାଣନ୍ତୁ କେବେ କାହା ସହ ରହିଛି ଭାରତର ମ୍ୟାଚ୍

ନନ୍ଦିଘୋଷ ବ୍ୟୁରୋ: WTC ୨୦୨୩-୨୫ର ବିଜୟୀ ହୋଇଛି ଦକ୍ଷିଣ ଆଫ୍ରିକା । ଅଷ୍ଟ୍ରେଲିଆକୁ ହରାଇ ଚାମ୍ପିୟନ ହୋଇଛି ଦକ୍ଷିଣଆଫ୍ରିକା । ଏହି ବିଜୟ ପରେ ପରେ ପରବର୍ତ୍ତୀ ବର୍ଷ ପାଇଁ ସିଡ୍ୟୁଲ ଘୋଷଣା କରିଛି ICC । ତେବେ ଏହି ଟୁର୍ଣ୍ଣାମେଟରେ ମୋଟ ୭ଟି ଦଳ ରହିଥିବାବେଳେ ୭୧ଟି ମ୍ୟାଚ ଖେଳାଯିବ । ୧୭ ଜୁନରୁ ଆରମ୍ଭ ହେବ ମ୍ୟାଚ । ପ୍ରଥମେ ବାଲାଂଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ସେପଟେ ଅଷ୍ଟ୍ରେଲିଆ ସର୍ବାଧିକ ୨୨ଟି ମ୍ୟାଚ ଖେଳିବାକୁ ଥିବାବେଳେ ଇଂଲଣ୍ଡ ୨୧ଟି ମ୍ୟାଚ ଖେଳିବ । ଭାରତ ନିଜର ଅଭିଯାନ ଇଂଲଣ୍ଡ ବିପକ୍ଷରେ ଆରମ୍ଭ କରିବାକୁ ଯାଉଛି । ଶୁଭମନ ଗିଲଙ୍କ ନେତୃତ୍ବରେ ଇଂଲଣ୍ଡ ଗସ୍ତରେ ଯାଇଥିବାବେଳେ ଜୁନ୍ ୨୦ରୁ ଆରମ୍ଭ ହେବ ମ୍ୟାଚ୍ ।

ଭାରତ ମୋଟ ୧୮ଟି ମ୍ୟାଚ ଖେଳିବ । ଘରୋଇ ମାଟିରେ ଭାରତ ଦକ୍ଷିଣଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବ । ସେପଟେ ଇଂଲଣ୍ଡ, ଶ୍ରୀଲଙ୍କା ନ୍ୟୁଜିଲାଣ୍ଡ ଗସ୍ତରେ ଯିବ ଭାରତ ।

ଟିମ୍ ଇଣ୍ଡିଆ ମ୍ୟାଚ୍

ଇଂଲଣ୍ଡ: ୫ଟି ମ୍ୟାଚ୍

ୱେଷ୍ଟଇଣ୍ଡିଜ୍: ୨ଟି ମ୍ୟାଚ୍

ଦକ୍ଷିଣ ଆଫ୍ରିକା: ୨ଟି ମ୍ୟାଚ୍

ଅଷ୍ଟ୍ରେଲିଆ: ୫ଟି ମ୍ୟାଚ୍

ଶ୍ରୀଲଙ୍କା: ୨ଟି ମ୍ୟାଚ୍

ନ୍ୟୁଜିଲ୍ୟାଣ୍ଡ: ୨ଟି ମ୍ୟାଚ୍

 

ଭୁବନେଶ୍ବରରୁ ଆସ୍କା ଯିବାବେଳେ ପିତାପଲ୍ଲୀରେ ଓଲଟିଲା ବସ୍

ନନ୍ଦିଘୋଷ ବ୍ୟୁରୋ: ଖୋର୍ଦ୍ଧା ପିତାପଲ୍ଲୀରେ ଓଲଟିଲା ବସ। ବସ ଓଲଟିବାରୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଥିଲା ବସ। ନୀଳକଣ୍ଠ ନାମକ ଘରୋଇ ବସ ଭୁବନେଶ୍ବରରୁ ଆସ୍କା ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା ବସ। ସ୍ଥାନୀୟ ଲୋକେ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି। ଆହତଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି।

ଶାଶୂଘର ଗଲା ବେଳେ ଅପହରଣ ହେଲା କନ୍ୟା, ସତ ଜଣାପଡିବା ପରେ ବରର ଉଡିଗଲା ହୋସ

ନନ୍ଦିଘୋଷ ବ୍ୟୁରୋ : ବିହାର କୈମୁରରେ ଜଣେ ବରଙ୍କୁ ଝଟକା ଲାଗିଛି । ସେ ଟଙ୍କା ହରାଇବା ସହ କନ୍ୟାକୁ ବି ପାଇଲେ ନାହିଁ । କାରଣ କନ୍ୟା ଲୁଟେରାଙ୍କ ଶିକାର ହୋଇଥିଲେ । ଘଟଣାଟି ଚୈନପୁରର ବୋଲି ଜଣାପଡିଛି । ବିବାହ ପରେ, ବର ତାଙ୍କ କନ୍ୟାକୁ ସାଙ୍ଗ ହୋଇ ଫେରୁଥିଲେ । ସେମାନଙ୍କ ସହ ସମ୍ପର୍କୀୟ ମଧ୍ୟ ଥିଲେ । ଅଧା ରାସ୍ତାରେ କିଛି ଦୁର୍ବୃତ୍ତ ବର ଠାରୁ ସବୁ ଲୁଟ କରିବା ସହ କନ୍ୟାକ ମଧ୍ୟ ଅପହରଣ କରି ନେଇଥିଲେ । ଯେତେବେଳେ ଅପହରଣ କାରଣ ବର ଜାଣିବାକୁ ପାଇଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ ।

ବର ପବନ କୁମାର ହରିୟାଣାର ପୃଥଲା ଗାଁର ବାସିନ୍ଦା। ସେ ତାଙ୍କ ଆଖପାଖ ଲୋକଙ୍କ ସହିତ କଥା ହେବା ପରେ ଗ୍ୟାଙ୍ଗ ଦ୍ୱାରା ଲୁଟ ହୋଇଥିବା ବିଷୟରେ ଜାଣିବାକୁ ପାଇଲେ। ତଥାପି, ଏହି ଗ୍ୟାଙ୍ଗର ସଦସ୍ୟମାନେ ଝିଅକୁ ବିବାହ କରିବା ବଦଳରେ ୧.୧୦ ଲକ୍ଷ ଟଙ୍କା ନେଇସାରିଥିଲେ। ବରର ବିଣୋଇ ସୁରେଶ ଏ ସମ୍ପର୍କରେ ଥାନାରେ ଏକ ଏଫଆଇଆର ଦାୟର କରିଛନ୍ତି।

ସୁରେଶ କହିଛନ୍ତି ଯେ ସେ ତାଙ୍କ ଶଳା ପବନ କୁମାର , ପତ୍ନୀ ସୀମା ଦେବୀ ଏବଂ ପଣ୍ଡିତ ରମଣଙ୍କ ସହିତ ବିଳମ୍ବିତ ସନ୍ଧ୍ୟାରେ ଚୈନପୁର ଥାନା ଅଞ୍ଚଳର ଖାରିଗାୱାନକୁ ବିବାହ କରିବାକୁ ଆସିଥିଲେ। ଚୈନପୁର ବ୍ଲକର ଏକ ଗାଁର ଝିଅକୁ ବିବାହ କରିବା କଥା ଫୋନରେ ସ୍ଥିର ହୋଇଥିଲା। ବିବାହ ତାରିଖ ୧୩ ଜୁନ୍ ସ୍ଥିର ହୋଇଥିଲା ଓ ସ୍ଥାନଟି ଥିଲା ଖାରିଗାୱାନ। ସେ ହାଟା ସହରରୁ କନ୍ୟା ପାଇଁ ପୋଷାକ, ମେକଅପ୍ ସାମଗ୍ରୀ, ଫଳ ଓ ମିଠା କିଣିଥିଲେ। କନ୍ୟାକୁ ଉପହାର ଦେବା ପାଇଁ ଅଳଙ୍କାର ହରିୟାଣାରୁ ଅଣାଯାଇଥିଲା।

ବିବାହ ଉତ୍ସବ ଆରମ୍ଭ ହେବା ପୂର୍ବରୁ, କନ୍ୟାର ପରିବାର ସେମାନଙ୍କଠାରୁ ୧.୧୦ ଲକ୍ଷ ଟଙ୍କା ନେଇଯାଇଥିଲେ। ତା’ପରେ ବର ପକ୍ଷ ବାର୍ନେଟରେ କନ୍ୟାକୁ ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷପତ୍ର ଉପହାର ଦେଇଥିଲେ। ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ବିବାହ ଶେଷ ହୋଇଥିଲା। ବରର ଭାଇ କହିଛନ୍ତି ଯେ କନ୍ୟା ପକ୍ଷ ଏକ ଅଟୋ ଡାକି କନ୍ୟା ସହିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନକୁ ପଠାଇ ଦେଇଥିଲେ। କିନ୍ତୁ, ସେମାନେ ତିନି କିଲୋମିଟର ଦୂରରେ ପହଞ୍ଚିବା ମାତ୍ରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଲୁଟି ନେଇ କନ୍ୟାକୁ ଅପହରଣ କରିଥିଲେ । ପରେ ସେମାନେ ଜାଣିବାକୁ ପାଇଲେ ଯେ ସେହି ଲୋକମାନେ ବିବାହ କରାଇବା ନାଁରେ ଏକ ଡକାୟତ ଦଳ ଚଳାଉଛନ୍ତି ।

୭୯ ବର୍ଷରେ ପାଦଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ : ୭୯ ବର୍ଷରେ ପାଦଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହାସହ ଆମେରିକା ଆର୍ମିକୁ ପୂରିଛି ୨୫୦ ବର୍ଷ । ଏନେଇ ଟ୍ରମ୍ପଙ୍କୁ ଶୁଭଚ୍ଛାର ସୁଅ ଛୁଟୁଥିବାବେଳେ ଆର୍ମି ପକ୍ଷରୁ ଆୟୋଜିତ ହେଉଛି ସ୍ବତନ୍ତ୍ର କାର୍ଯ୍ଯକ୍ରମ । ଜନ୍ମଦିନ ଅବସରରେ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସମେତ ବହୁ ଦେଶର ନେତା । ଆର୍ମିର ଉତ୍ସବରେ ସାମିଲ ହେବେ 6 ହଜାର ଯବାନ, ୧୨୮ ସାମରିକ ଯାନ, ଏମ-1 ଆବରାମସ ଟ୍ୟାଙ୍କ, ୭୨ ବିମାନ । ତେଣେ ଲସ ଆଞ୍ଜେଲସ ସ୍ଥିତି ହୋଇଛି ବେହାଲ । ସହରର ବହୁ ସ୍ଥାନରେ ନ୍ୟାସନାଲ ଗାର୍ଡ ଓ ଆମରିକା ମାରିନ ବାହିନୀକୁ ମୁତୟନ କରାଯାଇଛି । ଫ୍ଲୋରିଡାର ପୁରୁଣା ରାଜଧାନୀ ତାଲାହାସିରେ ବି ଜୋରଦାର ବିକ୍ଷୋଭ ଲାଗି ରହିଛି । ଟ୍ରମ୍ପଙ୍କ ଡିପୋର୍ଟେସନ ନୀତିକୁ ବିରୋଧ କରି ଲସ ଆଞ୍ଜେଲସରେ ବିକ୍ଷୋଭ ଜାରି ରହିଛି । ଆନ୍ଦୋଳନକାରୀଙ୍କୁ ଦମନ କରିବା ଲାଗି ପ୍ରୟୋଗ କରାଯାଇଛି ଲୁହବୁହା ଗ୍ୟାସ ।

୪ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ବାମୀ !

ଭଦ୍ରକ : ଗର୍ଭବତୀ ସ୍ତ୍ରୀକୁ ଛାଡ଼ିଲାନି ସଇତାନ ସ୍ବାମୀ। ୪ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ଅତି ନୃଶଂସ ଭାବେ କଲା ହତ୍ୟା। ଭଦ୍ରକ ଜିଲ୍ଲା ତିହିଡି ଥାନା ତାଳପଦା ଗାଁରେ ବଧୂହତ୍ୟା ।  ମୃତକ ତାଳପଦା ଗାଁର ମୋନାଲିସା ଜେନା। ବଧୂହତ୍ୟା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ । ତାଳପଦା ଗାଁର ପଞ୍ଚାନନ ଜେନାଙ୍କ ଝିଅ ମୋନାଲିସା ତାଳପଦା ପଞ୍ଚାୟତର ଶଙ୍କର୍ଷଣ ଜେନାଙ୍କୁ ୨୦୧୯ରେ ପ୍ରେମ ବିବାହ କରିଥିଲେ। ପରେ ମୋନାଲିସାଙ୍କୁ ତାଙ୍କ ସ୍ୱାମୀ ଓ ଶ୍ବଶୁର ଘର ଲୋକେ ନାନାଦି ଶାରୀରିକ ମାନସିକ ନିର୍ଯ୍ୟାତନା ଦେଇଆସୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଗତକାଲି ରାତିରେ ମୋନାଲିସାଙ୍କ ସହ ତାଙ୍କ ସ୍ୱାମୀଙ୍କ କୌଣସି କାରଣରୁ ଝଗଡା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ମୋନାଲିସାଙ୍କୁ ମାଡ଼ ମାରିଥିଲା ସ୍ବାମୀ। ଗୁରୁତର ଅବସ୍ଥାରେ ମୋନାଲିସାଙ୍କୁ ତିହିଡି ମେଡିକାଲ ଓ ପରେ ଭଦ୍ରକ ମେଡିକାଲକୁ ଅଣାଯାଇଥିଲା।  ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ତିହିଡି ଥାନାରେ ଅଭିଯୋଗ ପରେ ସ୍ୱାମୀ ଶଙ୍କର୍ଷଣକୁ ଅଟକ ରଖିଛି ପୋଲିସ। ଅନ୍ୟପଟେ ଶ୍ବଶୁର ଘର ପକ୍ଷରୁ ମୋନାଲିସା ବିଷ ପିଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ପୋଲିସ ଘଟଣାର ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।