spot_img
Home Blog Page 6560

ବୈଜୟନ୍ତ ପଣ୍ଡାଙ୍କ କୁଶପୁତ୍ତଳିକା ଦାହ କଲା କଟକ ଛାତ୍ର ବିଜେଡି

ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା, କୁଶପୁତ୍ତଳିକା ଦାହ । କଟକରେ ଛାତ୍ର ବିଜେଡି ତରଫରୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଓଡିଶା ପ୍ରତି ଅପମାନସୂଚକ ମନ୍ତବ୍ୟର ପ୍ରତିବାଦ କରାଯାଇଛି । ବାଦାମବାଡି ଛକରେ ଛାତ୍ର ବିଜେଡି ପକ୍ଷରୁ ବୈଜୟନ୍ତଙ୍କ ମନ୍ତବ୍ୟକୁ ନିନ୍ଦା କରାଯିବା ସହ ତୁରନ୍ତ କ୍ଷମା ପ୍ରାର୍ଥନା ପାଇଁ ଦାବି ହୋଇଛି । ଏନେଇ ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ ମଧ୍ୟ କରିଛି ଛାତ୍ର ବିଜେଡି । ବୈଜୟନ୍ତ ଭୁଲ ନମାଗିଲେ ସାରା ରାଜ୍ୟରେ ପ୍ରତିବାଦକୁ ଜୋରଦାର କରାଯିବ ବୋଲି ଛାତ୍ର ବିଜେଡି ଚେତାବନୀ ଦେଇଛି ।

ଫେକ୍‌ ଭିଡିଓ ଭାଇରାଲ କରି ସାଂସଦଙ୍କୁ ବଦନାମ୍‌ କରିବାକୁ ଚେଷ୍ଟା କରିଥିବା ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ ଯାଇ ବୈଜୟନ୍ତ ନିଜ ଟ୍ୱିଟ୍‌ ହ୍ୟାଣ୍ଡେଲରେ ଓଡ଼ିଶାକୁ ନେଇ ଅତ୍ୟନ୍ତ ହୀନ ମନ୍ତବ୍ୟ ଦେଇଛନ୍ତି । ସେ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରି ଟ୍ୱିଟ୍ କରିଛନ୍ତି । ଯାହାକୁ ନେଇ ଏବେ ତୁମ୍ବିତୁଫାନ୍‌ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ମହଲରେ ବୈଜୟନ୍ତଙ୍କ ଏହି ଆଚରଣକୁ ନିନ୍ଦା କରାଯାଇଛି । ଖାଲି ସେତିକି ନୁହେଁ ଏଭଳି ଟ୍ୱିଟକୁ ଦୃଢ ବିରୋଧ କରିଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ଟ୍ୱିଟ୍ କରି ଲେଖିଛନ୍ତି ଯେ ନିଜ ରାଜ୍ୟକୁ ପାକିସ୍ତାନ ସହ ତୁଳନା କରି ଆହୁରି ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛନ୍ତି ବୈଜୟନ୍ତ । ବୈଜୟନ୍ତ ପଣ୍ଡା ଓଡ଼ିଶାର ସଂସ୍କୃତି ଏବଂ ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି ।

ସେହିଭଳି ବୈଜୟନ୍ତଙ୍କୁ  କଡ଼ା ସମାଲୋଚନା କରିଛନ୍ତି ସାଂସଦ ଅନୁଭବ ମହାନ୍ତି  । ଅନୁଭବ ଟ୍ୱିଟ୍‌ କରି ବୈଜୟନ୍ତଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ ‘ଏ ମାଟି ତୁମକୁ ଓ ତୁମ ପରିବାରକୁ ବହୁତ କିଛି ଦେଇଛି’। ‘ଜଗନ୍ନାଥଙ୍କ ଭୂମିକୁ ପାକିସ୍ତାନ ସହ ତୁଳନାର ଦୁଃସାହସ କିପରି କଲ ?’ ‘୨୦୧୯ ପୂର୍ବରୁ କେନ୍ଦ୍ରାପଡ଼ାରୁ ପ୍ରତିନିଧିତ୍ୱ କରୁଥିଲ’  । ‘କେନ୍ଦ୍ରାପଡ଼ା କ’ଣ ପାକିସ୍ତାନରେ ଅଛି ?’ ‘ଯଦି ସେପରି ଭାବୁଛ ତାହେଲେ ଓଡ଼ିଶା ଛାଡ଼ି ଚାଲିଯାଅ’ । 

ସେହିଭଳି ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟକୁ ନେଇ ବର୍ଷିଛନ୍ତି ବିଜେଡି ନେତା ଦେବାଶିଷ ସାମନ୍ତରାୟ । ‘ବୈଜୟନ୍ତ ଭାରତ ଛାଡ଼ି ପାକିସ୍ତାନରେ ରୁହନ୍ତୁ ବୋଲି ଦେବାଶିଷ କହିଛନ୍ତି । ଉତ୍ତରପ୍ରଦେଶ ଘଟଣାରେ କାହିଁକି ଚୁପ ଥିଲେ ବୈଜୟନ୍ତ ବୋଲି ପ୍ରଶ୍ନ କରିବା ସହ ମହିଳାଙ୍କୁ ବୈଜୟନ୍ତ ସମ୍ମାନ ଦେବା ଜାଣି ନାହାନ୍ତି ବୋଲି କହିଛନ୍ତି । ଟ୍ୱିଟ କରି ନାରୀ ନିର୍ଯାତନାକୁ ସମର୍ଥନ କରୁଛନ୍ତି ବୈଜୟନ୍ତ । ତାଙ୍କୁ ଲାଜ ଲାଗିବା କଥା ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି’

ଅନ୍ୟପଟେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି:- ଯେଉଁ ରାଜ୍ୟ ତାଙ୍କୁ ଉଭୟ ରାଜ୍ୟସଭା ଓ ଲୋକସଭାକୁ ପଠାଇଥିଲା ସେହି ରାଜ୍ୟକୁ ଆଜି ସେ ପାକିସ୍ତାନ ବୋଲି କିଭଳି କହିପାରୁଛନ୍ତି ?

ଅପରେସନ୍‌ ‘ଦାଦାବଟିକୁ ନା’, ୨ ଦିନରେ ୧୪ ବନ୍ଧା ହେଲେଣି…

ଭୁବନେଶ୍ୱର: ଜୋରଦାର ହେଲା ଅପରେସନ ‘ଦାଦାବଟିକୁ ନା’ । ଟ୍ୱିନ୍‌ସିଟିରେ ଦାଦାଙ୍କ ଦମ୍ଭ ଭାଙ୍ଗୁଛି କମିଶନ୍‌ରେଟ୍‌ ପୋଲିସ । ଘୋଷଣାର ୨ ଦିନରେ ଦୈତନଗରୀରୁ ୧୪ ଜଣ ବନ୍ଧା ହେଲେଣି । ଦାଦାବଟି ମାଗୁଥିବା ଗ୍ୟଙ୍ଗ୍‌ଷ୍ଟର୍‌, ବସ୍‌ ମାଲିକ, ଦୁର୍ଦ୍ଦାନ୍ତ ଅପରାଧୀଙ୍କ ପଛରେ ପଡିଛି ପୋଲିସ । ଏଥିପାଇଁ ଅତିରିକ୍ତ ପୋଲିସ କମିଶନରଙ୍କ ନେତୃତ୍ୱରେ ଗଠିତ ଆଣ୍ଟି ଏକ୍ସଷ୍ଟର୍ସନ ଟାସ୍କ ଫୋର୍ସ ଜୋର୍‌ଦାର ଲାଗିପଡ଼ିଛି ।

ଆକ୍ସନ ମୋଡ୍‌ରେ ଆଣ୍ଟି ଏକ୍ସଷ୍ଟର୍ସନ ଟାସ୍କ ଫୋର୍ସ । ବଟି ଆଦାୟ ଅଭିଯୋଗରେ ଆଣ୍ଟି ଏକ୍ସଷ୍ଟର୍ସନ ଟାସ୍କ ଫୋର୍ସ ପକ୍ଷରୁ ପ୍ରଥମେ ଗିରଫ ହେଲା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଓ ତାର ୩ ସହଯୋଗୀ । ପରେ ବରମୁଣ୍ଡାରେ ବସ୍‌ ମାଲିକଙ୍କଠାରୁ ବଟି ଆଦାୟ ଅଭିଯୋଗରେ ବସ୍‌ ମାଲିକ ଭରତ ପ୍ରଧାନ ଆଣ୍ଡ କୋ ଗିରଫ ହୋଇଛନ୍ତି । ଏଥିରେ ୪ ଜଣଙ୍କୁ ଗିରଫ କରି ଜେଲ ପଠାଇଛି ପୋଲିସ । ଖାଲି ସେତିକି ନୁହେଁ ଗୋଟିଏ ସ୍କର୍ପିଓ ସହ ୧ ଲକ୍ଷ ୪ ହଜାର ଟଙ୍କା ଜବତ କରିଛି ପୋଲିସ ।

Keonjhar Police Integrated Senior Otv Correspondence In Vulgar Viral Case

ଏହା ପରେ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ଦୁଇ ଦାଦା ଅଖାଡୁ ଓରଫ ଗଣେଶ ସାମନ୍ତରାୟ ଏବଂ ସିଲୁ ଭୋଇକୁ ଏୟାର ଫିଲ୍‌ଡ ଥାନା ପୋଲିସ ଗିରଫ କରିଥିବା ବେଳେ ବଟି ଆଦାୟ ଅଭିଯୋଗରେ ରାଜା ଓରଫ ଶୁଭ୍ରାଂଶୁ ଭଞ୍ଜକୁ ବଡ଼ଗଡ଼ ଥାନା ପୋଲିସ ଗିରଫ କରିଛି । ସେହିଭଳି କଟକ ମଙ୍ଗଳାବାଗ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କା ବଟି ମାଗିବା ଅଭିଯୋଗରେ ୩ ଜଣଙ୍କୁ ମଙ୍ଗଳାବାଗ ଥାନା ପୋଲିସ ଗିରଫ କରିଛି ।

କମିଶନରେଟ ପୋଲିସର ‘ଦାଦାବଟିକୁ ନା’ କାର୍ଯ୍ୟକ୍ରମକୁ ଭୁବନେଶ୍ୱରର ବିଭିନ୍ନ ପୂଜା କମିଟି ସ୍ୱାଗତ କରିଛନ୍ତି । ରାଜଧାନୀ ବାସିନ୍ଦାଙ୍କୁ ଚାନ୍ଦା ନାଁରେ ବଟି ମଗାଯାଉନି । ଯିଏ ସ୍ୱଇଚ୍ଛାରେ ଚାନ୍ଦା ଦେବେ ଆମେ ଗ୍ରହଣ କରୁଛୁ । କରୋନା ପାଇଁ ପୂଜା ଜାକଜମକରେ ହେଉନାହିଁ । ପାର୍ବଣ ଋତୁ ଆସିଲେ ପୂଜା କମିଟି ଚାନ୍ଦା ମାଗିବା ନେଇ ଥାନାରେ ଅଭିଯୋଗ ହୋଇଥାଏ । ଏଥର କାହାକୁ ପୂଜା କମିଟି ଚାନ୍ଦା ନମାଗିବାକୁ ଶାନ୍ତି କମିଟି କହିଛି ।

ଆସନ୍ତାକାଲି ‘ଦାଦାବଟିକୁ ନା’ର ସ୍ୱତନ୍ତ୍ର ହେଲ୍‌ପ ଲାଇନ ନମ୍ବର ଜାରି କରାଯିବ । ଯେଉଁମାନେ ପୋଲିସକୁ ସହଯୋଗ କରିବେ ତାଙ୍କ ନାଁ ଗୋପନ ରଖି ପୁରସ୍କୃତ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।

ଆମେରିକା ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନବରାତ୍ରି ଶୁଭେଚ୍ଛା

ନ୍ୟୁୟର୍କ: ଆମେରିକା ନିର୍ବାଚନର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନବରାତ୍ରି ଶୁଭେଚ୍ଛା । ଡେମୋକ୍ରେଟିକ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍ ଏବଂ ଉପ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ ଆମେରିକାରେ ଥିବା ହିନ୍ଦୁ ଓ ସାରା ବିଶ୍ୱର ହିନ୍ଦୁ ଧର୍ମାବଲମ୍ୱୀଙ୍କୁ ନବରାତ୍ରିର ଶୁଭେଚ୍ଛା ଜଣାଇଛନ୍ତି ।

2020 US elections: Joe Biden, Kamala Harris extend Navratri greetings

ଟ୍ୱିଟ୍ ଯୋଗେ ଆମେରିକାରେ ଥିବା ହିନ୍ଦୁ ଭାରତୀୟମାନଙ୍କୁ ଟ୍ୱିଟ ମାଧ୍ୟମରେ ଶୁଭେଚ୍ଛା ଜଣାଇ କହିଛନ୍ତି , ‘ ମୁଁ ଆମେରିକାରେ ଏବଂ ବିଶ୍ୱରେ ନବରାତ୍ରି ଉତ୍ସବ ପାଳନ କରୁଥିବା ସମସ୍ତ ହିନ୍ଦୁଙ୍କୁ ନବରାତ୍ରି ପାଇଁ ମୋର ଶୁଭେଚ୍ଛା ଜଣାଉଛି | ଏଥି ସହିତ କହିଛନ୍ତି ଯେ, ଭଲ ପୁଣି ଥରେ ମନ୍ଦକୁ ପରାସ୍ତ କରିପାରେ ଏବଂ ସମସ୍ତଙ୍କ ପାଇଁ ଏକ ନୂତନ ଆରମ୍ଭ ଓ ସୁଯୋଗ ଦେଇପାରେ |

ଏହା ସହିତ ଆମେରିକୀୟ ଡେମୋକ୍ରାଟିକ୍ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ ମଧ୍ୟ ନବରାତ୍ରି ପାଇଁ ଭାରତୀୟ ଆମେରିକୀୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ସେ ଟ୍ୱିଟ୍ କରି କହିଛନ୍ତି ଯେ ଆମର ହିନ୍ଦୁ ଆମେରିକୀୟ ବନ୍ଧୁ ଏବଂ ପରିବାରବର୍ଗଙ୍କୁ ଅଭିନନ୍ଦନ। ସୂଚନା ଯୋଗ୍ୟ ଯେ, ଆମେରିକାରେ ୪ ମିଲିୟନ ପ୍ରବାସୀ ଭାରତୀୟ ରହୁଛନ୍ତି । ସେମାନଙ୍କ ମଧ୍ୟରୁ ପାଖାପାଖି ଆଢ଼େଇ ମିଲିୟନ୍ ଭୋଟ ଦେବା ପାଇଁ ଯୋଗ୍ୟ ।

ଏମାନଙ୍କ ମଧ୍ୟରୁ ପ୍ରାୟ ୧.୩ ମିଲିୟନ ପ୍ରବାସୀ ଭାରତୀୟ ନିର୍ଣ୍ଣାୟକ ନିର୍ବାଚନ ମଣ୍ଡଳୀର । ଏବଂ ସେଠାରେ ହୋଇଥିବା ଏକ ସର୍ଭେ ସୂଚନା ମୁତାବକ ମୋଟ ପ୍ରବାସୀ ଭାରତୀୟଙ୍କପ ମଧ୍ୟରୁ ପ୍ରାୟ ୭୨ ପ୍ରତିଶତ ବିଡେନଙ୍କ ସପକ୍ଷରେ ଭୋଟ ଦେବା ପାଇଁ ମନବଳାଇଛନ୍ତି । ଅନ୍ୟ ପକ୍ଷରେ ମାତ୍ର ୨୨ ପ୍ରତିଶତ ପ୍ରବାସୀ ଟ୍ରମ୍ପଙ୍କୁ ଭୋଟ ଦେବେ ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ । ତେବେ ନଭେମ୍ବର ୩ ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ।

ବିଧାନସଭାର ସଦସ୍ୟ ନ ଥାଇ ଏମାନେ ହୋଇଛନ୍ତି ମୁଖ୍ୟମନ୍ତ୍ରୀ, ୩୫ ବର୍ଷ ହେଲା କିଏ ଲଢି ନାହାନ୍ତି…ଜାଣନ୍ତୁ…

ନୂଆଦିଲ୍ଲୀ:  ପ୍ରତିନିଧିଟିଏ ହେବାକୁ ହେଲେ ପ୍ରଥମେ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହେବାକୁ ପଡ଼ିବ । ଆଉ ରହିଲା ମୁଖ୍ୟମନ୍ତ୍ରୀତ୍ୱ । ସଂଖ୍ୟାଗରିଷ୍ଠ ଦଳ ଅଥବା ମେଣ୍ଟ ନେତା ନିର୍ବାଚିତ ହେଲେ ହିଁ ଜଣେ ମୁଖ୍ୟମନ୍ତ୍ରୀ ହୋଇଥାଏ । ହେଲେ ଏମିତି ବି ପ୍ରମୁଖ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଅଛନ୍ତି, ଯେଉଁମାନେ ସିଧାସଳଖ ନିର୍ବାଚିତ ହୋଇ ନାହାନ୍ତି । ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଥିବା ପ୍ରତ୍ୟକ୍ଷ ନିର୍ବାଚନରେ ନ ଆସି ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ବର୍ତ୍ତମାନର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ବିହାର ନିର୍ବାଚନ ଜାରି ରହିଛି । ତେଣୁ ବିହାର ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଜାଣିବା ପାଇଁ ଆପଣମାନଙ୍କ ଆଗ୍ରହ ନିଶ୍ଚୟ ଥିବ । ନୀତିଶ କୁମାର ୧୯୭୭ରେ ପ୍ରଥମେ ବିଧାନସଭା ନିର୍ବାଚନ ଲଢି ହାରିଯାଇଥିଲେ । ପ୍ରଥମଥର ପାଇଁ ୧୯୮୫ରେ ବିଜୟୀ ହୋଇଥିଲେ । ଏହା ପରେ ପ୍ରାୟ ୬ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ନୀତିଶ । ସଂସଦର ସଦସ୍ୟ ଥିବା ସମୟରେ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ନୀତିଶ । ହେଲେ କାହା ଆସନ ଖାଲି କରାଇ ବିଧାନସଭା ନିର୍ବାଚନ ଲଢି ନ ଥିଲେ । ବିଧାନପରିଷଦ ଦ୍ୱାରା ନିର୍ବାଚିତ ହୋଇ ବିହାର ବିଧାନସଭାର ସଦସ୍ୟ ହୋଇ ପାରିଥିଲେ । ଏହି ଧାରା ଏଯାବତ୍ ବଳବତ୍ତର ରଖିଛନ୍ତି ନୀତିଶ ।

୨୦୦୦,୨୦୦୫,୨୦୧୦ ଏବଂ ୨୦୧୫ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସମ୍ବିଧାନରେ ଥିବା ନିୟମ ଅନୁଯାୟୀ କୌଣସି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଅଥବା ଅନ୍ୟ କୌଣସି ମନ୍ତ୍ରୀ ହେବା ପାଇଁ ସେହି ରାଜ୍ୟର ବିଧାନସଭା କିମ୍ବା ବିଧାନ ପରିଷଦର ସଦସ୍ୟ ହେବାକୁ ପଡ଼ିବ । କୌଣସି ସଭାର ସଦସ୍ୟ ନ ଥାଇ ନିର୍ବାଚିତ ହେଲେ ୬ ମାସ ମଧ୍ୟରେ ରାଜ୍ୟର ବିଧାନସଭା କିମ୍ବା ବିଧାନ ପରିଷଦର ସଦସ୍ୟ ଭାବେ ନିର୍ବାଚିତ ହେବାରୁ ବାଧ୍ୟ । ଏହା ନ ହୋଇ ପାରିଲେ ମନ୍ତ୍ରୀ ପଦ ଛାଡିବାକୁ ପଡ଼ିବ । ମୋଟ ଉପରେ କହିବାକୁ ଗଲେ ବିହାର ବିଧାନମଣ୍ଡଳର ନେତା ନୀତିଶ କୁମାର ପ୍ରାୟ ୩୫ ବର୍ଷ ହେବ ବିଧାନସଭା ନିର୍ବାଚନ ଲଢି ନାହାନ୍ତି । ଇଏ ତ ଗଲା ନୀତିଶଙ୍କ କଥା । ଏହି ତାଲିକାରେ ୨୦୧୭ରେ ଯୋଡି ହୋଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆଦିତ୍ୟନାଥ ୧୯୯୮ରୁ ୨୦୧୪ ଯାଏ ଲଗାତର ୫ ଥର ଗୋରଖପୁରରୁ ଏମପିଭାବେ ନିର୍ବାଚିତ ହୋଇ ଆସିଥିଲେ । ୨୦୧୭ରେ ୟୁପିରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଭାବେ ଅବସ୍ଥାପିତ କରାଯାଇଥିଲା । ଏହା ପରେ ସେ କୌଣସି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ଲଢି ନ ଥିଲେ । ୟୁପିରେ ବିଧାନ ପରିଷଦର ସଦସ୍ୟ ହୋଇ ଏଯାବତ୍ ମୁଖ୍ୟମନ୍ତ୍ରୀତ୍ୱ ଜାରି ରଖିଛନ୍ତି । ନୀତିଶ ଏବଂ ଯୋଗୀ ଆଦିତ୍ୟନାଥଙ୍କୁ ଛାଡି ଦେଲେ ଉଦ୍ଧବ ଠାକରେ ଏହି ନିଆରା ରାଜନୈତିକ କ୍ଲବର ସଦସ୍ୟ ।

Why CM Yogi Adityanath Is Getting Fail To Manage Uttar Pradesh Law And Order

ମହାରାଷ୍ଟ୍ର ରାଜନୀତିରେ ଠାକରେ ପରିବାର ଦବଦବ୍ବା କାହିଁରେ କେତେ, ବାଲା ସାହେବ ଠାକରେ ନିଜେ ନିର୍ବାଚନ ଲଢୁ ନ ଥିଲେ । ହେଲେ ଶିବସେନା କ୍ଷମତାକୁ ଆସିଲେ ଏହାର ଚାବିକାଠି ତାଙ୍କ ପାଖରେ ହିଁ ରହୁଥିଲା । ସେ ହିଁ ଥିଲେ କ୍ଷମତାର ଏକମାତ୍ର କେନ୍ଦ୍ର । ତାଙ୍କ ପଦାନୁସରଣ କରି ତାଙ୍କ ପୁତ୍ର ଉଦ୍ଧବ ଠାକରେ ଏବଂ ପୁତୁରା ରାଜ ଠାକରେ ମଧ୍ୟ ନିର୍ବାଚନ ଲଢୁ ନଥିଲେ । ହେଲେ ଗତବର୍ଷ ମହାରାଷ୍ଟ୍ର ରାଜନୀତିରେ ଏକାଧିକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ।

ଉଦ୍ଧବ ନିର୍ବାଚନ ଲଢି ନ ଥିଲେ । ହେଲେ ବାଲାସାହେବଙ୍କ ନାତି ଆଦିତ୍ୟ ଠାକରେ ୱେରଲି ଆସନରୁ ପ୍ରାର୍ଥୀ ହୋଇଥିଲେ । ଏବଂ ବିପୁଳ ବିଜୟ ହାସଲ କରିଥିଲେ । ସେହି ନିର୍ବାଚନ ଜିତି ସେ ହୋଇଥିଲେ ଠାକରେ ପରିବାରର ପ୍ରଥମ ନିର୍ବାଚିତ ଜନ ପ୍ରତିନିଧି । ଘଟଣାକ୍ରମରେ ନିର୍ବାଚନ ପୂର୍ବରୁ ଗଠିତ ହୋଇଥିଲେ ବିଜେପି-ଶିବସେନା ମେଣ୍ଟ ପରବର୍ତ୍ତୀ ସମୟରେ ତିଷ୍ଠି ନ ଥିଲା । କଂଗ୍ରେସ ଏବଂ ଶରଦ ପାୱାରଙ୍କ ଏନସିପି ସହ ମିଶି ଶିବସେନା ଗଠନ କରିଥିଲା ସରକାର । ଆଉ ଉଦ୍ଧବ ହୋଇଥିଲେ ଏହାର ନେତା । ମୁଖ୍ୟମନ୍ତ୍ରୀ ହେବା ସମୟରେ ଉଦ୍ଧବ ମଧ୍ୟ ରାଜ୍ୟ ବିଧାନସଭା କିମ୍ବା ବିଧାନପରିଷଦର ସଦସ୍ୟ ନ ଥିଲେ । ଏହାର ଠିକ୍ ୬ ମାସ ପରେ ପରୋକ୍ଷ ନିର୍ବାଚନ ପଦ୍ଧତିରେ ନିର୍ବାଚିତ ହୋଇ ମହାରାଷ୍ଟ୍ର ବିଧାନସଭାର ସଦସ୍ୟ ହୋଇଥିଲେ ।

‘ଦେଶର କିଛି ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଞ୍ଚିଛି କରୋନା’

ନୂଆଦିଲ୍ଲୀ: କରୋନା ନେଇ ବଡ଼ ବୟାନ ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ରବିବାର ସ୍ୱୀକାର କରିଛନ୍ତି ଯେ, ଦେଶର କିଛି ସ୍ଥାନରେ କରୋନା ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଞ୍ଚିସାରିଛି । ଏଥିସହିତ ସେ ଏହା ମଧ୍ୟ କହିଛନ୍ତି ଯେ, ଏହା କେବଳ କିଛି ରାଜ୍ୟ ଏବଂ ଜିଲ୍ଲା ମଧ୍ୟରେ ସୀମିତ ରହିଛି । ତାଙ୍କର ଏହି ବୟାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ପରେ ସାମ୍ନାକୁ ଆସିଛି ।  ଯେଉଁଥିରେ ମମତା କହିଥିଲେ ଯେ, କୋଭିଡ-୧୯ର ଗୋଷ୍ଠୀ ସଂକ୍ରମଣ ଏବେ ଆରମ୍ଭ ହୋଇସାରିଛି ।

          ସାପ୍ତାହିକ ଓ୍ୱେବିନାର ‘ସଣ୍ଡେ ସମ୍ୱାଦ’ରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ସୂଚନା ଦେଇଛନ୍ତି । ପ୍ରତି ରବିବାର ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ସୋସିଆଲ ମିଡିଆ ସହାୟତରେ ଜଣେ ଲୋକ ମମତା ବାନାର୍ଜୀଙ୍କ ଗୋଷ୍ଠୀ ସଂକ୍ରମଣ ବୟାନ ଉପରେ କେନ୍ଦ୍ର ମନ୍ତ୍ରୀ ସ୍ପଷ୍ଟୀକରଣ ଲୋଡ଼ିଥିଲେ । ଏହାର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି, ପଶ୍ଚିମବଙ୍ଗରେ କମ୍ୟୁନିଟି ସ୍ପ୍ରେଡ୍ ହୋଇଛି ଏହାର ଉଦାହରଣ ଦେଖିବାକୁ ମିଳିଛି । ଅନ୍ୟ ରାଜ୍ୟରେ ମଧ୍ୟ ଗୋଷ୍ଠୀ ସଂକ୍ରମଣ ଦେଖିବାକୁ ମିଳିଛି । ତେବେ ସାରା ଦେଶରେ ଏଭଳି ସ୍ଥିତି ଦେଖିବାକୁ ମିଳିନାହିଁ ।

‘କରୋନା’ କମିଟିର ଦାବି: ଫେବ୍ରୁଆରୀ ବେଳକୁ ଫେରିଯିବ କରୋନା

ସୂଚନା ଯୋଗ୍ୟ ଯେ, ଦେଶରେ କରୋନା ସଂକ୍ରମଣ ହେବ ପରଠାରୁ ପ୍ରଥମ ଥର ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କରିଛନ୍ତି । ଏହା ପୂର୍ବରୁ ଏହାକୁ ସେ ସର୍ବଦା ଗୋଷ୍ଠୀ ସଂକ୍ରମଣ ହୋଇନଥିବା କହିଆସୁଥିଲେ ।

5-T ସ୍କାନରରେ ଖଣିଜ ପଦାର୍ଥ ଚୋରି ଓ ଦାଦାବଟି; ଚୂଡ଼ାନ୍ତ ହେଉଛି ଅଭିଯୁକ୍ତଙ୍କ ନାଁ

ଭୁବନେଶ୍ୱର: ଲଘୁ ଖଣିଜ ପଦାର୍ଥ ଚୋରି ଓ ଦାଦାବଟିକୁ ନେଇ 5Tର ଅଭିଯାନ । ଆସନ୍ତା ୪୫ ଦିନରେ କେଉଁଠି ଲଘୁ ଖଣିଜ ପଦାର୍ଥ ଚୋରି ଓ ଦାଦାବଟି ଅଭିଯାନ ଅଧିକ ହେଉଛି ତାର ତାଲିକା ପ୍ରସ୍ତୁତ କରାଯାଉଛି । ଗତ ଭିଡିଓ କନଫରେସିଂ ବୈଠକରେ ଏପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ବିଶେଷ କରି ଦ୍ୱୈତ ନଗରୀରେ ଦାଦାବଟି ବଢ଼ୁଥିବା ନେଇ ତଥ୍ୟ ମିଳିଥିଲା । ତୃତୀୟ ପକ୍ଷ ସର୍ଭେ କରି ଏନେଇ ସୂଚନା ଦେଇଥିଲା । ଏହି ସୂଚନା ଆଧାରରେ ଚୋରି ଓ ବଟି ଆଦାୟ ରୋକିବାକୁ ତିଆରି ହୋଇଛି ବ୍ଲୁ-ପ୍ରିଣ୍ଟ । 5T ଜରିଆରେ ଦାଦାବଟି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଲକ୍ଷ୍ୟ ରଖାଯାଇଛି ।

 Loka seva Bhawan

ସେପଟେ ଦାଦବଟିକୁ ରୋକିବା ପାଇଁ କମିଶନରେଟ୍ ପୋଲିସ ଜୋରସୋରରେ ପ୍ରୟାସ ଆରମ୍ଭ କରିଛି । ଏଥିପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ଏକ ଆଣ୍ଟି ଏକ୍ସଷ୍ଟର୍ସନ ଫୋର୍ସ ଗଠନ କରାଯାଇଛି । ଏହି ଟିମ୍‌ ଦ୍ୱାରା ଦୁଇ ଦିନରେ ୧୪ ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ସମେତ ଜଣେ ବସ୍‌ ମାଲିକ ଓ ଅନ୍ୟ ଲୋକାଲ ଗୁଣ୍ଡା ସାମିଲ ଅଛନ୍ତି । ବରମୁଣ୍ଡାରେ ବସ୍‌ ମାଲିକଙ୍କଠାରୁ ବଟି ଆଦାୟ ଅଭିଯୋଗରେ ବସ୍‌ ମାଲିକ ଭରତ ପ୍ରଧାନ ଆଣ୍ଡ କୋ ଗିରଫ ହୋଇଛନ୍ତି ।

DADABATI1

ଏହା ପରେ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ଦୁଇ ଦାଦା ଅଖାଡୁ ଓରଫ ଗଣେଶ ସାମନ୍ତରାୟ ଏବଂ ସିଲୁ ଭୋଇକୁ ଏୟାର ଫିଲ୍‌ଡ ଥାନା ପୋଲିସ ଗିରଫ କରିଥିବା ବେଳେ ବଟି ଆଦାୟ ଅଭିଯୋଗରେ ରାଜା ଓରଫ ଶୁଭ୍ରାଂଶୁ ଭଞ୍ଜକୁ ବଡ଼ଗଡ଼ ଥାନା ପୋଲିସ ଗିରଫ କରିଛି । ସେହିଭଳି କଟକ ମଙ୍ଗଳାବାଗ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କା ବଟି ମାଗିବା ଅଭିଯୋଗରେ ୩ ଜଣଙ୍କୁ ମଙ୍ଗଳାବାଗ ଥାନା ପୋଲିସ ଗିରଫ କରିଛି ।

ବାଘ ଆତଙ୍କରେ ଗ୍ରାମବାସୀ ଆତଙ୍କିତ

କଳାହାଣ୍ଡି: ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ । କଳାହାଣ୍ଡି ଓ ନବରଙ୍ଗପୁର ସୀମାନ୍ତ କୋକସରା ବ୍ଲକ କନକପୁର ଗାଁରେ ବାଘ ଆତଙ୍କ । ସାହାଜଖୋଲ ଜଙ୍ଗଲରେ ଏକ ଗାଈକୁ ବାଘ ମାରିଥିବା ଜାଣିବା ପରେ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏନେଇ ଗ୍ରମବାସୀ ବନ ବିଭାଗ ଅଧିକାରୀଙ୍କୁ ଅଭିଯୋଗ ମଧ୍ୟ କରିଛନ୍ତି । ବନ ବିଭାଗ କର୍ମଚାରୀଙ୍କୁ ଗ୍ରାମବାସୀ ଖବର ଦେବା ପରେ ଏକ ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି ।

ତେବେ ଗାଈଟିକୁ କୌଣସି ଜଙ୍ଗଲି ହିଂସ୍ରଜନ୍ତୁ ମାରନଥିବା କହିଛି ବନବିଭାଗ । ଏହାସହ ଗ୍ରାମବାସୀ ଭୟଭୀତ ହେବାର କୌଣସି ଆବଶ୍ୟକ ନାହିଁ ବୋଲି କହିଛନ୍ତି କହିଛନ୍ତି ଫରେଷ୍ଟର ମନୀଷା ପଟ୍ଟନାୟକ ।

ସେହିଭଳି ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ ଆଦି ଜିଲ୍ଲାରେ ହାତୀ ଆତଙ୍କରେ ଆତଙ୍କିତ ରହିଛନ୍ତି ଲୋକ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ସଞ୍ଜ ହେଲେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ୨୨ଟିକିଆ ଝାଡ଼ଖଣ୍ଡି ହାତୀପଲ । ହାତୀଙ୍କୁ ଘଉଡାଇବାକୁ ଯାଇ ବନବିଭାଗକୁ ନାକେଦମ୍ ହେବାକୁ ପଡିଛି । ସୂଚନାଅନୁସାରେ ଗତ ୧୬ ତାରିଖ ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ବନଖଣ୍ଡରେ ପ୍ରବେଶ କରିଥିଲେ ୧୭ଟି ହାତୀ । ପରଦିନ ଆଉ ୫ଟି ହାତୀ ପଲରେ ମିଶିଥିଲେ । ଏବେ ହାତୀ ପଲରେ ମୋଟ ୨୨ଟି ହାତୀ ଅଛନ୍ତି । ବନବିଭାଗ ତରଫରୁ ହାତୀପଲଙ୍କୁ ଘଉଡାଇବାକୁ ପ୍ରୟାସ କରାଯାଉଥିଲେ ମଧ୍ୟ ଏଯାଏଁ ସଫଳତା ମିଳିନାହିଁ । ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

‘କରୋନା’ କମିଟିର ଦାବି: ଫେବ୍ରୁଆରୀ ବେଳକୁ ଫେରିଯିବ କରୋନା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରାସ୍ ତା’ର ଶୀର୍ଷସ୍ତର ଦେଇ ଗତି କରିସାରିଛି । ସରକାରଙ୍କ ପକ୍ଷରୁ ଗଠିତ ହୋଇଥିବା ବୈଜ୍ଞାନିକଙ୍କ କମିଟି ପକ୍ଷରୁ ଏହା କୁହାଯାଇଛି । କମିଟିର ସୂଚନା ମୁତାବକ ୨୦୨୧ ଯାଏଁ ଏହି ମହାମାରୀ ଦେଶରୁ ସମାପ୍ତ ହେବାର ସମ୍ଭାବନା ରହିଛି । ଭାରତରେ ୧୦.୬ ମିଲିୟନ ଅର୍ଥାତ ୧ କୋଟି ୬ ଲକ୍ଷ ଠାରୁ ଅଧିକ ମାମଲା ଦେଖିବାକୁ ମିଳିବ ନାହିଁ । ଏବେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ ଲକ୍ଷରୁ ଅଧିକ ରହିଛି । ଜାତୀୟ ଗଣମାଧ୍ୟମକୁ କମିଟି ପକ୍ଷରୁ ଦିଆଯାଇଥିବା ସାକ୍ଷାତକାର ଅନୁଯାୟୀ, ଭୂତାଣୁରୁ ସୁରକ୍ଷା ନେଇ ଆପଣାଯାଉଥିବା ଉପାୟ ଜାରି ରଖିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।

ଲକଡାଉନ୍ ଲାଗୁ କରାଯାଇ ନଥିଲେ ୨୫ ଲକ୍ଷରୁ ଅଧିକ ପ୍ରାଣ ହାନୀ ହୋଇଥାନ୍ତା

ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ. ବିଜୟରାଘବନ ଏହି ସିମିତି ଗଠନ କରିଥିଲେ । ଆଇଆଇଟି ହାଇଦ୍ରାବାର ପ୍ରଫେସର ବିଦ୍ୟାସାଗର ଏହାର ମୁଖ୍ୟ । କମିଟି ମୁତାବକ ଯଦି ଭାରତରେ ମାର୍ଚ୍ଚ ମାସରେ ଲକଡାଉନ୍ ଲାଗୁ କରାଯାଇ ନଥାନ୍ତା, ତେବେ ଦେଶରେ ୨୫ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଥାନ୍ତା । ଏଯାଏଁ ମହାମାରୀ ଯୋଗୁଁ ୧.୧୪ ଲକ୍ଷ ରୋଗୀଙ୍କ ମୃତ୍ୟୁ ହୋଇଛି ।

ସେକେଣ୍ଡ ଆଟାକ୍ ନେଇ ବିପଦ ଜାରି ରହିଛି

ନିତି ଆୟୋଗ ସଦସ୍ୟ ଏବଂ କୋଭିଡ ଏକ୍ସପର୍ଟ ପ୍ୟାନେଲ ଚିଫ୍ ଡ. ବିକେ ପଲ୍ ନ୍ୟୁଜ ଏଜେନ୍ସି ପିଟିଆଇ ସହ ହୋଇଥିବା କଥାବାର୍ତ୍ତାରେ କହିଛନ୍ତି ଯେ, ଗତ ୩ ସପ୍ତାହ ମଧ୍ୟରେ ନୂଆ ମାମଲା ଓ ମୃତ୍ୟୁ ସଂଖ୍ୟା କମିଛି । କିନ୍ତୁ  ଶୀତ ଦିନରେ ଭାରତରେ କରୋନା ସଂକ୍ରମଣ ଦ୍ୱିତୟ ଲହର ଦେଖିବାକୁ ମିଳିପାରେ । କୋଭିଡ-୧୯ ଟିକା ଆସିଗଲା ପରେ, ଏହାକୁ ନାଗରିକଙ୍କ ନିମନ୍ତେ ଉପଲବ୍ଧ କରିବା ପାଇଁ ପର୍ଯ୍ୟାପ୍ତ ସାଧନ ରହିଛି । ଏଯାବତ୍ ଭାରତ ଅନ୍ୟ ଦେଶ ତୁଳନାରେ ବହୁତ ଭଲ ସ୍ଥିତିରେ ରହିଛି । କିନ୍ତୁ ଏବେ ଲଢ଼େଇ ବାକି ଅଛି, କାହିଁକି ନା ୯୦ ପ୍ରତିଶତ ଲୋକ ଏବେ ମଧ୍ୟ ଅତି ଆରାମରେ ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଛନ୍ତି ।

୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା, ଗଲାଣି ୫୦ ଜଣଙ୍କର ଜୀବନ

୮୮ ପ୍ରତିଶତ ଲୋକେ ସୁସ୍ଥ ହୋଇଛନ୍ତି

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧ ହଜାର ୮୭୧ ମାମଲା ସାମ୍ନାକୁ ଆସିଛି । ଏଥି ସହିତ ମୋଟ ମାମଲା ୭୪ ଲକ୍ଷ ୯୪ ହଜାର ୫୫୧ ଅତିକ୍ରମ କରିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ମନ୍ତ୍ରାଳୟ ଅନୁସାରେ ଗତ ୨୪ ଘଣ୍ଟାରେ କରୋନା ଭାଇରସ ହେତୁ ୧ ହଜାର ୩୩ ଜଣଙ୍କ ମୃତ୍ୟୁ ହୋଇଛି । ଏହା ପରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୪ ହଜାର ୩୧ରେ ପହଞ୍ଚିଛି । ସମଗ୍ର ଦେଶରେ ମୋଟ ସୁସ୍ଥତା ହାର ୮୮.୦୩ ପ୍ରତିଶତ ରହିଛି । ଯେତେବେଳେ କି ମୃତ୍ୟୁ ହାର ୧.୫୩ ପ୍ରତିଶତ ରହିଛି । ଭାରତରେ ପ୍ରତିଦନ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ଆମେରିକାଠାରୁ ମଧ୍ୟ କମ୍ ରହିଛି ।

ଶ୍ରୀଜଗନ୍ନାଥ ଷ୍ଟାଡିୟମ ପାଇଁ ଉଚ୍ଛେଦ ନୋଟିସ୍‌

ପୁରୀ: ଦ୍ରୁତ ଗତିରେ ଆଗେଇ ଚାଲିଛି ପୁରୀର ବିକାଶ ଓ ସୌନ୍ଦର୍ଯ୍ୟକରଣ । ଗୋଟିଏ ପରେ ଗୋଟିଏ ସୌନ୍ଦର୍ଯ୍ୟକରଣ କାମକୁ ପୁରା କରୁଛି ପ୍ରଶାସନ । ଏବେ ଆରମ୍ଭ ହୋଇଛି ପେଣ୍ଠକଟାରେ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ କାମ । ଯାହାକୁ ସ୍ୱାଗତ କରିଛନ୍ତି ସ୍ଥାନୀୟ ବାସିନ୍ଦା । ପେଣ୍ଠକଟାରେ ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଷ୍ଟାଡିୟମ ପ୍ରାଚୀରକୁ ଲାଗିକରି ଥିବା ଦୀର୍ଘ ବର୍ଷର ବ୍ୟବସାୟିକ ପ୍ରତିଷ୍ଠାନକୁ ହଟାଇବାକୁ ପୌରସଂସ୍ଥା ନୋଟିସ କରିଛି । ଦୋକାନ ଗୁଡ଼ିକୁ ଅସୁରକ୍ଷିତ ଦର୍ଶାଇ, ସୋମବାର ସୁଦ୍ଧା ଦୋକାନ ଖାଲି କରିବାକୁ ନୋଟିସ ଦିଆଯାଇଛି । ହାତରେ ସମୟ ନଥିବରୁ ବ୍ୟବସାୟୀ ମାନେ ଦୋକାନ ଖାଲି କରିବା ନେଇ ଅଧିକ ସମୟ ମାଗିଛନ୍ତି । ତେବେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତିକୁ ସ୍ଥାନୀୟ ବାସିନ୍ଦା ସ୍ୱାଗତ କରିବା ସହ ଉପଯୁକ୍ତ ଥଇଥାନ ପାଇଁ ଦାବି କରିଛନ୍ତି ।

 

ସୁୂଚନାଯୋଗ୍ୟ, ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରି ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅଚାନକ ଗସ୍ତ କରି ପୁରୀରେ ପହଞ୍ଚି ପ୍ରଥମେ ସେ ସିଂହଦ୍ୱାରରୁ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଏହାପରେ ସେ ଶ୍ରୀମନ୍ଦିର ଚାରିକଡରେ ଚାଲିଥିବା ସୌନ୍ଦର୍ଯ୍ୟକରଣର ତଦାରଖ କରିଥିଲେ । ବିଶେଷକରି ୭୫ମିଟର ଉଚ୍ଛେଦ କାମ କେତେ ବାଟ ଆଗେଇଛି ସେ ନେଇ ସମୀକ୍ଷା କରିଥିଲେ ନବୀନ । ମୁଖ୍ୟମନ୍ତ୍ରୀ ସିଂହଦ୍ୱାରରୁ ବୁଲିବା ଆରମ୍ଭ କରି ବାକି ତିନି ଦ୍ୱାର ବୁଲିବା ସହ ପ୍ରକଳ୍ପ କାମ ବାବଦରେ ପଚାରି ବୁଝିଥିଲେ ।

ଏହି ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ 5-T ସଚିବ ଭି.କେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧଘଣ୍ଟାରୁ ଅଧିକ ସମୟ ଧରି ଚାଲି ଚାଲି ପ୍ରକଳ୍ପ କାମ ଅନୁଧ୍ୟାନ ଓ ସମୀକ୍ଷା କରିଥିଲେ । ୭୫ ମିଟର ସୁରକ୍ଷା ଜୋନ ବୁଲିବା ସହିତ ଏହି କାମ ପାଇଁ ୩ ମାସରେ ଜମି ଅଧିଗ୍ରହଣ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀରେ ପରିଣତ କରିବା ପାଇଁ ୫୯୦ କୋଟିର ୭ଟି ପ୍ରକଳ୍ପ ପାଇଁ ଘୋଷଣା କରିଥିଲେ । ସେଥିରୁ ଦୁଇଟି ପ୍ରକଳ୍ପ କାମ ଆରମ୍ଭ ହୋଇଯାଇଛି । ଆଗକୁ ୫ଟି ପ୍ରକଳ୍ପର କାମ ଆରମ୍ଭ ହେବ ।

ତ୍ୱଚା ପାଇଁ ଉପକାରୀ ଅଟା, ଏମିତି ପ୍ରସ୍ତୁତ କରନ୍ତୁ ଫେସ ପ୍ୟାକ୍…

ଆମ ରୋଷେଇ ଘରଗୁଡ଼ିକରେ ରହୁଥିବା ବିଭିନ୍ନ ସାମଗ୍ରୀଗୁଡ଼ିକୁ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବି ବ୍ୟବହାର କରାଯାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ଅଟା। ଏହା ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ତଥା ଏହାର ଚମକ ବଢ଼ାଇବାରେ ବେଶ୍ ସାହାଯ୍ୟ କରିଥାଏ। ତା’ହେଲେ ଆସନ୍ତୁ ଜଣିବା ଅଟାକୁ ବ୍ୟବହାର କରି କେମିତି ଫେସ୍‌ ପ୍ୟାକ୍ ତିଆରି କରିପାରିବେ। ତା’ ସହିତ ସ୍କିନ୍ ଅନୁଯାୟୀ କେମିତି ଅଟାକୁ ବ୍ୟବହାର କରି ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ହେବ, ସେ ବିଷୟରେ ବି ଜାଣି ନିଅନ୍ତୁ।

୧- ଯଦି ଆପଣଙ୍କ ତ୍ୱଚା ତେଲିଆ, ତା’ହେଲେ ଅଟା ସହିତ କ୍ଷୀର ମିଶାଇ ଫେସ୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଦୁଇ ଚାମଚ (ଖାଇବା ପାଇଁ ବ୍ୟବହ୍ୟତ ଚାମଚ) ଅଟାରେ ଦୁଇ ଚାମଚ କ୍ଷୀର ମିଶାନ୍ତୁ। ଏହାକୁ ମୁହଁ ସହିତ ବେକରେ ମଧ୍ୟ ଲଗାନ୍ତୁ ଓ ୧୫ ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ତା’ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ।  ଦେଖିବା ତ୍ୱଚାରୁ ତେଲିଆ ଅଂଶ ଦୂର ହୋଇଯିବ।

୨- ଯଦି ଆପଣଙ୍କ ତ୍ୱଚା କ୍ଳାନ୍ତ ହୋଇଯାଇଛି, ତା’ହେଲେ ତାକୁ ଫ୍ରେଶ୍ କରି ପୂର୍ବ ଚମକ ଫେରାଇ ଆଣିବା ପାଇଁ ଅଟା, ଗୋଲାପ ଜଳ ଓ କ୍ଷୀରକୁ ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହାକୁ ମୁହଁରେ ଓ ବେକରେ ଲଗାନ୍ତୁ। ପରେ ଏହାକୁ ଥଣ୍ଡା ପାଣିରେ ସଫା କରି ଦିଅନ୍ତୁ। ଦେଖିବେ ତ୍ୱଚା ପୁଣି ସତେଜ ହୋଇଯିବ।

୩- ସେହିଭଳି ୨ ଚାମଚ ଅଟା, ୨ ଚାମଚ ଦହି ଓ ଏକ ଚାମଚ ମହୁକୁ ମିଶାଇ ଫେସ୍‌ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଏହାକୁ ଏହାକୁ ମୁହଁ ଓ ବେକରେ ଲଗାନ୍ତୁ। ୨୦ ମିନିଟ୍ ପରେ ଏହାକୁ ଧୋଇ ଦିଅନ୍ତୁ। ଏହା ତ୍ୱଚାକୁ ହାଇଡ୍ରେଟ୍‌ କରିବ।