spot_img
Home Blog Page 6563

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ପାର, ୨୪ ଘଣ୍ଟାରେ ୮୫୭ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା କାୟା । କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯ ଲକ୍ଷ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୨ ହଜାର ୫୦୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୮୫୭ ଜଣ ପ୍ରାଣ ହରାଇଛନ୍ତି । ଏଥିସହ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୯ଲକ୍ଷ ୮ହଜାର ୨୫୫କୁ ବୃଦ୍ଧି ପାଇଛି । ଏହାମଧ୍ୟରୁ ୫ଲକ୍ଷ ୮୬ ହଜାର ୨୪୪ ଆକ୍ଟିଭ୍ କେସ ରହିଥିବା ବେଳେ ୧୨ଲକ୍ଷରୁ ଅଧିକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ସେହିପରି କରୋନା ମୃତ୍ୟୁ ୩୯ ହଜାର ପାର ହୋଇଛି ।

ଦେଶରେ ରିକଭରୀ ରେଟ ବର୍ତ୍ତମାନ ୬୭.୧୯ ପ୍ରତିଶତ ରହିଛି । ଅନ୍ୟପଟେ ପଜିଟିଭିଟି ରେଟ୍ ୮.୪୭ ପ୍ରତିଶତ ରହିଛି । ଅର୍ଥାତ ଦେଶରେ ଗୋଟିଏ ଦିନରେ ଯେତିକି ସାମ୍ପୁଲ ଟେଷ୍ଟିଂ ହୋଇଛି । ଏଥିମଧ୍ୟରୁ ୮.୪୭ ପ୍ରତିଶତ ପଜିଟିଭ ଆସିଛି । ଯଦି ଟେଷ୍ଟିଂ କଥା କହିବା ଅଗଷ୍ଟ ୪ ତାରିଖରେ ଦେଶରେ ମୋଟ ୬,୧୯,୬୫୨ ସାମ୍ପୁଲ ଟେଷ୍ଟ କରାଯାଇଛି । ଅନ୍ୟପଟେ ଏଯାବତ ଦେଶରେ ୨,୧୪,୮୪,୪୦୨ ସାମ୍ପୁଲ ଟେଷ୍ଟି ହୋଇଛି ।

ଜଣାଇ ରଖୁଛୁ ଯେ, ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର କହିଥିଲେ ଯେ, ଭାରତରେ ୨ କୋଟି ଟେଷ୍ଟି ହୋଇଛି । ପୂର୍ବ ସପ୍ତାହର ପଜିଟିଭିଟି ରେଟ୍ ୧୧ ପ୍ରତିଶତ ରହିଥିଲା । ଏମିତିରେ ମୋଟ ସଂଖ୍ୟା ଆଧାରରେ ଭାରତର ପଡିଟିଭିଟି ରେଟ୍ ୮.୮୯ ପ୍ରତିଶତ ରହିଛି । ୨୮ ରାଜ୍ୟ ଏମିତି ରହିଛି ଯେଉଁଛି ପ୍ରତିଦିନ ୧୪୦ ମିଲିୟନ ଟେଷ୍ଟ ହେଉଛି । ଦେଶରେ ଏବେ ୫ ଲକ୍ଷ ୮୬ ହଜାର ଆକ୍ଟିଭ କେସ ରହିଛି । ଲକଡାଉନ ପରେ ମୃତ୍ୟୁ ସଂଖ୍ୟା ଏବେ କମି ୨.୧୦ ପ୍ରତିଶତ ରହିଛି । କୋଭିଡରେ ୬୮ ପ୍ରତିଶତ ପୁରୁଷ ଏବଂ ୩୨ ପ୍ରତିଶତ ମହିଲା ସାମିଲ ରହିଛନ୍ତି ।

 

ପାରିବାରିକ କଳହର କରୁଣ ପରିଣତି… ବଲାଙ୍ଗୀରରେ ଗର୍ଭବତୀ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ମଦ୍ୟପ ସ୍ୱାମୀ

ବଲାଙ୍ଗୀର: ବଲାଙ୍ଗୀର ସହରର ରାଧାରାଣୀପଡ଼ାରେ ଅଭାବନୀୟ ଘଟଣା। ମଦ୍ୟପ ସ୍ୱାମୀର ମରଣାନ୍ତକ ଆକ୍ରମଣରେ ୯ମାସ ଗର୍ଭବତୀ ଥିବା ସ୍ତ୍ରୀର ମୃତ୍ୟୁ ହୋଇଛି । ମୃତକ ହେଲେ ଆନନ୍ଦିନୀ ବାରିକ । ଅଭିଯୁକ୍ତ ସ୍ୱାମୀ ମୋତିଲାଲ ବାରିକ ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା  । ପରେ ପୋଲିସ ତାକୁ କାବୁ କରିବାରେ ସଫଳ ହୋଇଛି । ମୋତିଲାଲ ପ୍ରତିଦିନ ରାତିରେ ମଦ ପିଇ ଘରେ ମାରପିଟ କରୁଥିଲା । ତେବେ ଗତ କାଲି ବିଳମ୍ବିତ ରାତିରେ ମଦ ପିଇ ମୋତିଲାଲ ଘର ବାହାରେ ଆନନ୍ଦିନୀକୁ ପ୍ରବଳ ମାଡ ମାରିଥିଲା । ପରେ ଘର ଭିତରକୁ ନେଇ ତଂଟି ଚିପି ହତ୍ୟା କରିଥିବା ସୂଚନା ମିଲିଛି ।

https://www.facebook.com/NandighoshaTV/videos/341812670146952/

ଗର୍ଭବତୀ ଥିବା ସମୟରେ ମହିଳାଙ୍କର ଅଧିକ ଯତ୍ନ ନିଆଯାଏ ବା ଅଧିକ ଧ୍ୟାନ ରଖିବାକୁ କୁହାଯାଏ, ହେଲେ ଏଭଳି ଅବସ୍ଥାରେ ସ୍ୱାମୀ ଜଣକ ନିଜ ସ୍ତ୍ରୀକୁ ମାରି ହତ୍ୟା କରିଛି । ଏଭଳି ଏକ ନିନ୍ଦନୀୟ ଘଟଣା ବଲାଙ୍ଗିରରେ ଘଟିଛି । ପ୍ରତିଦିନ ମଦ ପିଇ ମୋତିଲାଲ ଘରକୁ ବିଳମ୍ବିତ ରାତିରେ ଫେରୁଥିଲା । ତେବେ ଗତ କାଲି ରାତିରେ ଅଧିକ ମଦ ପିଇ ମୋତିଲାଲ ଘରକୁ ଫେରିଥିଲା । ମୋତିଲାଲର ସ୍ତ୍ରୀ ୯ ମାସର ଗର୍ଭବତୀ ଥିଲେ । ପ୍ରତ୍ୟେକ ଦିନ ଭଳି ଗତ କାଲି ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ରାଗରେ ମୋତିଲାଲ ନିଜ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରିଥିଲା । ଏହା ପରେ ଘର ଭିତରକୁ ନେଇ ନିଜ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିଲା । ଗର୍ଭାବସ୍ଥାରେ ଥାଇ ମଧ୍ୟ ସ୍ତ୍ରୀକୁ ମାରିବାକୁ ପଛାଇନଥିଲା ନୃଶଂସ ସ୍ୱାମୀ । ଆଖପାଖରେ ଥିବା ପଡୋଶୀ ରାତିରେ ଉଭୟଙ୍କ ଚିତ୍କାର ଶୁଣୁଥିଲେ । ହେଲେ ଏଭଳି ଅମାନସିକ ଭାବେ ସ୍ୱାମୀ ସ୍ତ୍ରୀକୁ ପିଟି ପିଟି ମାରିଦେବ ତାହା କେହି ଭାବିନଥିଲେ । ଏନେଇ ଟାଉନ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ଘଟଣା ତଦନ୍ତ ଆରମ୍ଭ କରିଛନ୍ତି ।

ଧୋତୀ କୁର୍ତ୍ତା ପିନ୍ଧି ରାମ ମନ୍ଦିର ଭୂମି ପୂଜନ ପାଇଁ ଅଯୋଧ୍ୟା ଅଭିମୂଖେ ଯାତ୍ରା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅଯୋଧ୍ୟା: ଆଜି ସକାଳ ୯ଟା ୩୫ ମିନିଟରେ ପ୍ରଧାନମନ୍ତ୍ରୀ ମୋଦୀ  ଅଯୋଧ୍ୟାକୁ ରାମ ମନ୍ଦିର ଭୂମି ପୂଜାନ ଅଭିମୁଖେ ଯାତ୍ରା କରିଛନ୍ତି। ସେ ଏୟାର ଇଣ୍ଡିଆ ବିମାନ ମାଧ୍ୟମରେ ଲକ୍ଷ୍ନୌରେ ପହଞ୍ଚିବେ ଏବଂ ପରେ ହେଲିକପ୍ଟର ସାହାଯ୍ୟରେ ସେଠାରୁ ଅଯୋଧ୍ୟାରେ ପହଞ୍ଚିବେ। ଆଜିର କାର୍ଯ୍ୟକ୍ରମ ପାଇଁ ପିଏମ ମୋଦୀ ଏକ ସ୍ୱତନ୍ତ୍ର ଧୋତି କୁର୍ତ୍ତା ପିନ୍ଧିଥିବାର ନଜର ଆସିଥିଲେ। ସେ ସାଫ୍ରନ୍ ରଙ୍ଗର କୁର୍ତ୍ତା ଏବଂ ଧୋତି ପିନ୍ଧିଛନ୍ତି ଏବଂ ଏହାର ଏକ ଚିତ୍ର ନିଜ ଟ୍ୱିଟରରେ ସେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାରେ ତିନି ଘଣ୍ଟା ରହିବେ

ଏହି କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ମୋଟ ୩ ଘଣ୍ଟା ବିତାଇବେ। ଭୁମି ପୂଜନ ଏବଂ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହନୁମାନଗଢ଼ୀରେ ପୂଜା କରିବେ। ବାସ୍ତବରେ, ବିଶ୍ୱାସ କରାଯାଏ ଯେ ଭଗବାନ ହନୁମାନଙ୍କ ଆଶୀର୍ବାଦ ବିନା ଭଗବାନ ରାମଙ୍କର କୌଣସି କାର୍ଯ୍ୟ ଆରମ୍ଭ ହୁଏ ନାହିଁ | ଏହି କାରଣରୁ ପିଏମ ମୋଦୀ ପ୍ରଥମେ ଭଗବାନ ହନୁମାନଙ୍କୁ ପୂଜା କରିବେ ଏବଂ ପରେ ଭୁମି ପୂଜନକୁ ଯିବେ।

ଭୁମି ପୂଜନ ପାଇଁ ଶୁଭ ସମୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୫ରେ ମଧ୍ୟାହ୍ନ ୧୨ଟା ସମୟରେ ରାମ ଜନ୍ମ ଭୂମି ପରିସରରେ ପହଞ୍ଚିବେ। ଏହାପରେ ସେ ୧୦ ମିନିଟରେ ରାମଲଲ୍ଲା ବିରାଜମାନଙ୍କୁ ପୂଜା କରିବେ। ଏହା ପରେ, ସେ ଅପରାହ୍ନ ୧୨ଟା ୪୪ ଏବଂ ୧୫ ସେକେଣ୍ଡରେ ମନ୍ଦିରର ମୂଳଦୁଆ ସ୍ଥାପନ କରିବେ ।

ରାମ ମନ୍ଦିର ଭୂମି ପୂଜା ପାଇଁ ରହିଛି ଶୁଭ ମୁହୂର୍ତ୍ତ, ଜାଣନ୍ତୁ ୩୨ ସେକେଣ୍ଡ କାହିଁକି ରହିଛି ସ୍ୱତନ୍ତ୍ର

ଅଯୋଧ୍ୟା: ଆଜି ଅଯୋଧ୍ୟା ରାମ ମନ୍ଦିରର ଭୂମି ପୂଜା ହେବାକୁ ଯାଉଛି। ପୂଜା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭୁମି ପୂଜନ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିବେ। ତାଙ୍କ ବ୍ୟତୀତ ଭୁମି ପୂଜନରେ ପ୍ରାୟ ୧୭୦ ଜଣ ବିଶିଷ୍ଟ ଅତିଥି ଯୋଗଦେବେ। ଭୁମି ପୂଜନ ସ୍ୱତନ୍ତ୍ର ମୁହୂରତରେ କରାଯିବ | ଶ୍ରୀ ରାମ ଜନ୍ମ ଭୂମି ତୀର୍ଥ ଅଞ୍ଚଳର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରି ମହାରାଜଙ୍କ ଅନୁଯାୟୀ ବୁଧବାର ସକାଳ ୧୧.୪୦ ପରେ ପରବର୍ତ୍ତୀ ୩୨ ସେକେଣ୍ଡ ଅତ୍ୟନ୍ତ ଶୁଭ ଅଟେ। ଏହି ଶୁଭ ମୁହୂର୍ତ୍ତରେ ଭୁମି ପୂଜନଙ୍କ କାର୍ଯ୍ୟ କରାଯିବ।

ସ୍ୱାମୀ ଗୋବିନ୍ଦ ଦେବ ଗିରି ମହାରାଜ କହିଛନ୍ତି ଯେ, ଏହି ମନ୍ଦିରର କେବଳ ପୁନଃନିର୍ମାଣ ହେଉନାହିଁ ବରଂ ଦେଶର ଚେତନାର ପୁନଃପ୍ରତିଷ୍ଠା ଅଟେ । ସେ କହିଛନ୍ତି ଯେ ଶତାବ୍ଦୀ ଧରି ବିଦେଶୀମାନେ ଆମ ଦେଶ ଉପରେ ଆକ୍ରମଣ କରିଆସୁଛନ୍ତି, ସେହି ଆକ୍ରମଣର ପରିମାର୍ଜନ କରିବା ଦୃତ ଗତିରେ ଆରମ୍ଭ ହେଉଛି । ଜଣାଇ ରଖୁଛୁ ଯେ, ସ୍ୱାମୀ ଗୋବିନ୍ଦ ଦେବ ଗିରି ମହାରାଜଙ୍କୁ ଶ୍ରୀ ରାମ ଜନ୍ମ ଭୂମି ତୀର୍ଥ ଅଞ୍ଚଳର କୋଷାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ସେ ଶ୍ରୀ ରାମ ଜନମଭୋମୀ ତୀର୍ଥ କ୍ଷେତ୍ରର ମୁଖ୍ୟ ଅଭିଭାବକ ଅଟନ୍ତି ।

ଭୁମିପୂଜନ ବିଷୟରେ ମହନ୍ତ ଗିରି ମହାରାଜ କହିଛନ୍ତି ଯେ, ଅଗଷ୍ଟ ରେ ଶ୍ରୀ ରାମ ମନ୍ଦିର ନିର୍ମାଣର ମୂଳଦୁଆ ୧୧ଟା ୪୦ ମିନିଟ ପରେ ଠିକ ୩୨ ସେକେଣ୍ଡ ଭିତରେ ହେବ । ସେ କହିଥିଲେ ଯେ ଶ୍ରୀ ରାମ ମନ୍ଦିରର ମୂଳଦୁଆ ପାଇଁ ତାଙ୍କୁ ଦୁଇଟି ଶୁଭ ସମୟ ଦିଆଯାଇଛି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋ ଦ୍ୱାରା ଦିଆଯାଇଥିବା ଦୁଇଟି ଶୁଭ ସମୟର ଅତି ସୁନ୍ଦର ବ୍ୟବହାର କରିଛନ୍ତି ଏବଂ ଜୁଲାଇ ୨୯ ରେ ରାଫେଲ ପହଞ୍ଚିଥିଲା । ବର୍ତ୍ତମାନ ଅଗଷ୍ଟ ରେ ରାମ ମନ୍ଦିରର ମୂଳଦୁଆ ହେବାକୁ ଯାଉଛି।

ଶୁଭ ସମୟ ବିଷୟରେ ମହନ୍ତ କହିଛନ୍ତି ଯେ, ପ୍ରତ୍ୟେକ ଶୁଭ ସମୟର ୧୬ ଭାଗ ରହିଛି ଏବଂ ଏହି ୧୬ ଭାଗରେ ୧୫ ଟି ଅଂଶ ଅତ୍ୟନ୍ତ ଶୁଦ୍ଧ, ଯେଉଁଥିରେ ଏହି ୩୨ ସେକେଣ୍ଡ ରହିଛି ଏବଂ ଏହି ୩୨ ସେକେଣ୍ଡରେ ଶ୍ରୀ ରାମ ମନ୍ଦିରର ମୂଳଦୁଆ ପଡ଼ିବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ପ୍ରାୟ ୧୧ଟା ସମୟରେ ଅଯୋଧ୍ୟାକୁ ଆସିବେ, ହନୁମାନଗଢୀ ମନ୍ଦିରକୁ ଆସି ପ୍ରାର୍ଥନା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ଦୁଇ ଘଣ୍ଟା ଅଯୋଧ୍ୟାରେ ରହିବେ। ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ୯ଟା ୩୦ ସମୟରେ ଦିଲ୍ଲୀ ଛାଡିବେ । ଲକ୍ଷ୍ନୌରେ ପହଞ୍ଚିବା ପରେ ସେ ହେଲିକପ୍ଟର ଯୋଗେ ଅଯୋଧ୍ୟାରେ ପହଞ୍ଚି ପୂଜାରେ ଯୋଗଦେବେ ।

ବୁର୍ଲା ଭିମସାରରେ ଆରମ୍ଭ ହେବ ପ୍ଲାଜମା ଚିକିତ୍ସା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମ୍ବଲପୁର: ବୁର୍ଲା ଭିମସାରରେ ଆଜିଠୁ ଆରମ୍ଭ ହେବ ପ୍ଲାଜମା ଚିକିତ୍ସା । ବୁର୍ଲା ରକ୍ତଭଣ୍ଡାରରେ ପ୍ଲାଜମା ବ୍ୟାଙ୍କର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରହ୍ନ ୫ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଶୁଭ ଉଦଘାଟନ ହେବ । ଏନେଇ ସୂଚନା ଦେଇଛନ୍ତି ଭିମସାର ନିର୍ଦ୍ଦେଶକ । ସମଗ୍ର ପଶ୍ଚିମ ଓଡ଼ିଶାର ଲାଇଫ ଲାଇନ ବୋଲାଉଥିବା ବୁର୍ଲା ଭିମସାରରେ ଏହି ପ୍ଲାଜମା ବ୍ୟାଙ୍କ ଖୋଲିଲେ ଅନେକ କରୋନା ରୋଗୀ ଲାଭବାନ ହେବେ । ପୂର୍ବରୁ ରାଉରକେଲାରେ ପ୍ଲାଜମା ବ୍ୟାଙ୍କ ସହ ଚିକିତ୍ସାର ଶୁଭ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅପରପକ୍ଷରେ ଆଜି ଠାରୁ ୧୫ ଦିନ ପାଇଁ ବନ୍ଦ ହେଲା ଭୀମସାର ଓପିଡ଼ି। ବୁର୍ଲା ଭୀମସାରର ମେଡ଼ିସିନ ୱାର୍ଡରୁ ୧୦ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଭାଗକୁ ବନ୍ଦ କରିଦିଆଯାଇଛି। ତେବେ ମେଡ଼ିସିନ ବିଭାଗକୁ ଜରୁରୀକାଳୀନ ଏମରଜେନ୍ସି ବିଭାଗ କୁ ସ୍ଥାନାନ୍ତରିତ କରାଯାଇଛି। ଆଜି ଏହି ଡାକ୍ତରମାନଙ୍କ କଣ୍ଟାକ୍ତ ଟ୍ରେସିଂ କରାଯିବ। ଏଵଂ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ସ୍ୱାବ ସଂଗ୍ରହ କରାଯିବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ପୂର୍ବରୁ ଭୀମସରକୁ ୨ଟି ପର୍ଯ୍ୟାୟରେ ୧୪ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ ସଟ ଡାଉନ କରାଯାଇଥିଲା। ଏହା ସହିତ ଭୀମସାରର କ୍ୟାନ୍ସର ୱାର୍ଡକୁ ଆଜି ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।

ବେରୁଟରେ ଶକ୍ତିଶାଳୀ ବିସ୍ଫୋରଣ: ୭୩ରୁ ଅଧିକ ମୃତ, ପ୍ରାୟ ୪ହଜାର ଆହତ

ଲୋବାନନ: ଲେବାନନର ରାଜଧାନୀ ବେରୁଟରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଛିଏଥିରେ ୭୩ ଜଣ ପ୍ରାଣ ହରାଇଥିବା ବେଳେ ପ୍ରାୟ ୪ହଜାର ଲୋକ ଆହତ ହୋଇଛନ୍ତିଅନେକ ନିଖୋଜ ଥିବାରୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛିବେରୁଟ ବନ୍ଦର ଅଞ୍ଚଳରେ ଥିବା ଏକ ଗୋଦାମରେ ବା ଆମୋନିୟମ ନାଇଟ୍ରେଟ୍ ଯୋଗୁଁ ବିସ୍ଫୋରଣ ହୋଇଥିବା ଜଣାପଡିଛି

ଗତ ୬ବର୍ଷ ହେଲା ଗୋଦାମରେ ୨ହଜାର ୭୫୦ ଟନ୍ ଆମୋନିୟମ ନାଇଟ୍ରେଟ୍ ରଖା ଯାଇଥିଲାଏଭଳି ଦାୟିତ୍ୱହୀନ ଭାବେ ବିସ୍ଫୋରକ ରଖିଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲେବାନନ ରାଷ୍ଟ୍ରପତି ଟ୍ୱିଟ୍ କରିଛନ୍ତି

https://twitter.com/Partisangirl/status/1290689018598842368

ମଙ୍ଗଳବାର ଦେଶର ରାଜଧାନୀରେ ଘଟିଥିବା ଏହି ବିସ୍ଫୋରଣରେ ସମଗ୍ର ସହର ଦୋହଲିଛି । ଏବଂ ବହୁ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି । ବିସ୍ଫୋରଣ ଯୋଗୁଁ ବଡ଼ ବଡ଼ କୋଠା ଦୋହଲିବା ସହ ଚଟାଣ ଫାଟିଯାଇଥିଲା ଏବଂ ବଡ଼ ଆକାରର ଧୂଆ ଉପରକୁ ଉଠିଥିବା ଦେଖିବାକୁ ମିଳିଛି । ବିସ୍ଫୋରଣର ଶଦ୍ଧ ଏତେ ଜୋରଦାର ଥିଲା ଯେ, ଏହା ୨୪୦ କିଲୋମିଟର ଦୂରକୁ ଶୁଣାଯାଇଥିଲେ ।

https://twitter.com/mhijazi/status/1290670932831461380

ଏହାର ଏକ ଭିଡିଓ ଲେବନନ୍‌ର ଗଣମାଧ୍ୟମରେ ପ୍ରସାରିତ ହୋଇଛି । ଯେଉଁଥିରେ ବହୁ ଲୋକେ ଆହତ ହୋଇଥିବା ଦେଖିବାକୁ ମିଳିଛି । ଏଭଳି ବିସ୍ଫୋରଣ ଯୋଗୁଁ ଏଠାକାର ପ୍ରତ୍ୟେକ ଦୋକାନ କ୍ଷତିଗ୍ରସ୍ତ ହୋଇଛି । ଏଥିମଧ୍ୟରୁ କିଛି ଦୋକାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କାଚ ଝରକା ଚୁରମାର ହୋଇଯାଇଥିବା ବେଳେ ଅନେକ କାର୍ ମଧ୍ୟ ନଷ୍ଟ ହୋଇଛି ।  ଆହତମାନେ ମେଡିକାଲରେ ଭର୍ତ୍ତି ହେବା ପାଇଁ ରାସ୍ତାରେ ଦୈଡ଼ୁଥିବା ଦେଖିବାକୁ ମିଳିଥିଲା । ଯେଉଁମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ଲୋକ ଓ ଶିଶୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଥିଲେ ।

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ, ଆଜି ସଂଧ୍ୟା ୬ ଟାରେ କୋଭିଡ ଯୋଦ୍ଧାଙ୍କୁ ଦିଆଯିବ ସମ୍ମାନ

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ, ଆଜି ସଂଧ୍ୟା ୬ ଟାରେ କୋଭିଡ ଯୋଦ୍ଧାଙ୍କୁ ଦିଆଯିବ ସମ୍ମାନ

ଦୀର୍ଘ ବର୍ଷର ପ୍ରତିକ୍ଷାର ଅନ୍ତ, ଭୂମି ପୂଜା ପୂର୍ବରୁ ରାମମୟ ଅଯୋଧ୍ୟା… ଭକ୍ତିମୟ ପରିବେଶ, ରାମ ଧୁନରେ ମଗ୍ନ ସାଧୁସନ୍ଥ

ଦୀର୍ଘ ବର୍ଷର ପ୍ରତିକ୍ଷାର ଅନ୍ତ, ଭୂମି ପୂଜା ପୂର୍ବରୁ ରାମମୟ ଅଯୋଧ୍ୟା… ଭକ୍ତିମୟ ପରିବେଶ, ରାମ ଧୁନରେ ମଗ୍ନ ସାଧୁସନ୍ଥ

ଗୁଡ଼ ଏବଂ ଲେମ୍ବୁରେ ପ୍ରସ୍ତୁତ ଏହି ଡ୍ରିଙ୍କ୍ ସାହାଯ୍ୟରେ ହ୍ରାସ କରନ୍ତୁ ଓଜନ, ରହିଛି ଅନେକ ଉପକାରୀ ଗୁଣ

ବର୍ତ୍ତମାନ ଆମେ ଅନେକ ଦିନ ହେବ ଘରୁ ବାହାରକୁ ଯାଇ ନାହାନ୍ତି କି ବାହାର ଖାଦ୍ୟ ଖାଇ ନାହାନ୍ତି ତଥାପି ଆମ ଓଜନ କମିବାର ନାଁ ଧରୁନି । ଅନେକ ଲୋକ ପଚାରନ୍ତି ଯେ ଘରେ ଖାଦ୍ୟର ଲୋଭକୁ କିପରି ନିୟନ୍ତ୍ରଣ କରାଯାଇପାରିବ | ତେବେ ଯଦି ଆପଣ ବିନା ଜିମ୍ ସାହାଯ୍ୟରେ ଓଜନ ହ୍ରାସ କରିବାକୁ ଚାହୁଛନ୍ତି କିମ୍ବା ଚର୍ବିରୁ ମୁକ୍ତି ପାଇବାକୁ ଚାହାଁନ୍ତି, ତେବେ ଏହି ପୋଷ୍ଟକୁ ସମ୍ପୂର୍ଣ୍ଣ ପଢ଼ନ୍ତୁ | ଯଦି ଓଜନ ହ୍ରାସ ହେଉଛି ଆପଣଙ୍କ ଲକ୍ଷ୍ୟ, ତେବେ ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏକ ପାନୀୟ ବିଷୟରେ କହୁଛୁ ଯାହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ ।

ଏହି ପାନୀୟରେ କଣ ରହିଛି ବିଶେଷ ?

ଏହି ପାନୀୟର ସବୁଠାରୁ ବିଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ଗୁଡ଼ ଏବଂ ଲେମ୍ବୁ  । ଏହି ଦୁଇଟି ଜିନିଷ ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ ସହଜରେ ମିଳିବ । ଗୁଡ଼ ଏବଂ ଲେମ୍ବୁରେ ବିଭିନ୍ନ ଉପାଦାନ ଥାଏ ଯାହା ଶରୀରକୁ ଉପକାର ଦେଇଥାଏ | ଖାଇବା ପରେ ନିଜ ଡାଏଟରେ ଗୁଡ଼ ମିଶାଇବା ଦ୍ୱାରା ଶରୀରର ମେଟାବୋଲିଜିମ୍ ବୃଦ୍ଧିପାଇଥାଏ । ଏହା ଦ୍ୱାରା, ଆପଣଙ୍କ ପେଟରେ ଜମା ହୋଇଥିବା ଚର୍ବି ଶୀଘ୍ର ହ୍ରାସ ପାଇବ । ଏହା ସହିତ ଲେମ୍ବୁ ପାନି କିମ୍ବା ଲେମ୍ବୁ ରସ ଚର୍ମ ପାଇଁ କେଉଁ ଚମତ୍କାରଠାରୁ କମ୍ ନୁହେଁ । ଶରୀରରେ ଥିବା ମଇଳା କିମ୍ବା ବିଷାକ୍ତ ପଦାର୍ଥକୁ ବାହାର କରି ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

 

ଗୁଡ଼ ଏବଂ ଲେମ୍ବୁକୁ ମିଶାଇବାର ଫାଇଦା

ଆପଣଙ୍କ ରୋଷେଇ ଘରେ ସହଜରେ ଉପଲବ୍ଧ ହେଉଥିବା ଏହି ଦୁଇଟି ଜିନିଷକୁ ଯେତେବେଳେ ମିଶାଯାଏ ସେତେବେଳେ ଆପଣଙ୍କ ଶରୀରକୁ ଭିଟାମିନ ସି ଏବଂ ପାଣି ଦୁହେଁ ମିଳିଥାନ୍ତି । ଓଥିରେ ଜିଙ୍କ ଏବଂ ଆଣ୍ଟି ଅକ୍ସିଡାଣ୍ଡ ଗୁଣ ମଧ୍ୟ ରହିଛି । ଚିନି ବଦଳରେ ଗୁଡ଼ ଖାଇବା ଅନେକ ଲାଭଦାୟକ । ଏଥିରେ କ୍ୟାଲୋରୀ ହ୍ରାସ ପାଇବା ସହ ଶରୀରର ଅମ୍ୟୁନିଟି ପାୱାର ମଧ୍ୟ ବୃଦ୍ଧି କରିଥାଏ । ଗୁଡ଼ ଏବଂ ଲେମ୍ବୁ ପାଣି ସେବନ ଦ୍ୱାରା ଆପଣଙ୍କ ପାଚକ ପ୍ରକ୍ରିୟା ମଧ୍ୟ ଭଲ ରହିଥାଏ ଏବଂ ଶ୍ୱାସକ୍ରିୟା ମଧ୍ୟ ଭଲ ରହିଥାଏ ।

କେମିତି ପ୍ରସ୍ତୁତ କରିବେ ଏହି ଡ୍ରିଙ୍କ

ଏହି ଡ୍ରିଙ୍କକୁ ପ୍ରସ୍ତୁତ କରିବା ପାଇଁ ହାଲକା ଉଷୁମ ପାଣିରେ ଏକ ଚାମଚ ଲେମ୍ବୁ ରସ ସହ ଗୁଡ଼ ମିଶାନ୍ତୁ । ଏହି ତିନୋଟି ସାମଗ୍ରୀକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାର ସେପର୍ଯ୍ୟନ୍ତ ମିଶାନ୍ତୁ ଯେପର୍ଯ୍ୟନ୍ତ ଗୁଡ଼ ପାଣି ସହ ଭଲ ଭାବରେ ମିଶିନଯାଏ । ଏହା ପରେ ଏହି ପାନୀୟକୁ ସକାଳୁ ଖାଲିପେଟରେ ପିଅନ୍ତୁ । ଅଧିକ ଗରମ ଦିନରେ ଏହି ମିଶ୍ରମଣରେ ଆପଣ ପୁଦିନା ପତ୍ର ମିଶାଇ ପାରନ୍ତି । ଏହା ଆପଣଙ୍କ ପେଟକୁ ଥଣ୍ଡା ରଖିବ ।

ଆଜିଠୁ ଖୋଲିଲା ଯୋଗ କ୍ଲାସ ଓ ଜିମ୍… କରୋନା କଟକଣା ପାଇଁ ୪ ମାସରୁ ଅଧିକ ଦିନ ଥିଲା ବନ୍ଦ

କଟକ: ଅନଲକ୍ ୩.୦ ପର୍ଯ୍ୟାୟରେ ସବୁକିଛି ଧିରେ ଧିରେ ଅନଲକ୍ କରାଯାଉଛି । ଗତ କାଲି ରାଜ୍ୟରେ ମୋ ବସ୍ ସେବା ଆରମ୍ଭ ହେବା ପରେ ଆଜିଠୁ ରାଜ୍ୟରେ ଚଳଚଞ୍ଚଳ ହୋଇପଡିଛି ଯୋଗ କେନ୍ଦ୍ର । ୪ ମାସ ପରେ ଆଜିଠୁ ଖୋଲିଲା ଯୋଗ କ୍ଲାସ ଓ ଜିମ୍ । କରୋନା କଟକଣା ପାଇଁ ୪ ମାସରୁ ଅଧିକ ଦିନ ବନ୍ଦ ରହିବା ପରେ ଆଜିଠୁ ଖୋଲିଛି ଯୋଗ କେନ୍ଦ୍ର ଓ ଜିମ୍ ।

ଏଥିପାଇଁ କଟକର ଯୋଗ କେନ୍ଦ୍ର ଗୁଡିକରେ କିପରି କୋଭିଡ କଟକଣା ମଧ୍ୟରେ ଯୋଗ କରିହେବ ସେ ନେଇ ପ୍ରସ୍ତୁତି କରାଯାଇଛି । ସାମାଜିକ ଦୂରତା ରଖି, ମାସ୍କ ପରିଧାନ କରି ଯେପରି ଭଲରେ ଯୋଗ କରିହେବ ସେ ନେଇ ଯୋଜନା ପ୍ରସ୍ତୁତ ହୋଇଛି । ଏତେ ମାସ ହେବ ଯୋଗ ଓ ଜିମ୍ ନ ଆସିଥିବାରୁ ଖେଳାଳିଙ୍କ ଫିଟନେସ ସମସ୍ୟା ସୃଷ୍ଟି ହୋଇଛି । ଏବେ କିନ୍ତୁ ସବୁ ନିୟମ ମାନି ସେମାନେ ଯୋଗ କରିବେ ବୋଲି କହିଛନ୍ତି ।

ଅନ୍ୟପଟେ ପ୍ରତିଦିନ ଯୋଗ ଅଭ୍ୟାସ କଲେ ଶରୀର ସୁସ୍ଥ ରହିଥାଏ । ଏବଂ କରୋନା କାଳରେ ଶାରୀରିକ ବ୍ୟାୟାମ ନିତ୍ୟାନ୍ତ ଆବଶ୍ୟକ ବୋଲି ବିଭିନ୍ନ ବିଶେଷଜ୍ଞମାନେ ମତ ଦେଇଛନ୍ତି । କବେଳ ସତର୍କ କିମ୍ବା ସଚେତନ ରହିଲେ ହେବ ନାହିଁ ଏଥିପାଇଁ ଯୋଗ ଅଭ୍ୟାସ ମଧ୍ୟ ନିତ୍ୟାନ୍ତ ଜରୁରୀ । ପ୍ରତିଦିନ ୩୦ମିନିଟର ଶାରୀରିକ ବ୍ୟାୟାମ କରିବା ଦ୍ୱାରା ଦେହରେ ଇମ୍ୟୁନିଟି ପାୱାର ବଢିଥାଏ । ଯାହା ଏହି କରୋନା କାଳରେ ଅତ୍ୟନ୍ତ ଜରୁରୀ ।